Author: Samikhsya Bureau

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଇଜିପ୍ଟ ରାଷ୍ଟ୍ରପତି ଅବଦଲ ଫତେହ ଅଲ ସିସିଙ୍କ ମଧ୍ୟରେ ୨୫ ଜୁନ୍‌ ୨୦୨୩ରେ ଅଲ-ଇତିହାଦିୟା ପ୍ୟାଲେସ୍‌ ଠାରେ ସାକ୍ଷାତ ଆଲୋଚନା ହୋଇଛି। ଜାନୁଆରୀ ୨୦୨୩ରେ ଭାରତର ଗଣତନ୍ତ୍ର ଦିବସ ସମାରୋହରେ ରାଷ୍ଟ୍ରପତି ଅଲ୍‌ ସିସି ଅତିଥି ଭାବେ ଯୋଗ ଦେବାକୁ ଦୁଇ ନେତା ଖୁସିର ସହିତ ସ୍ମରଣ କରିଥିଲେ ଏବଂ ଏହାପରେ ଭାରତ-ଇଜିପ୍ଟ ଦ୍ୱିପାକ୍ଷିକ ସମ୍ପର୍କ ତ୍ୱରାନ୍ୱିତ ହେବାକୁ ଉଭୟ ସ୍ୱାଗତ କରିଥିଲେ। ଦ୍ୱିପାକ୍ଷିକ ସହଯୋଗକୁ ଗତିଶୀଳ କରିବା ଲାଗି ଇଜିପ୍ଟ କ୍ୟାବିନେଟ୍‌ରେ ପ୍ରତିଷ୍ଠା କରାଯାଇଥିବା ‘ଇଣ୍ଡିଆ ୟୁନିଟ୍‌’ ବିଶେଷ ଉପଯୋଗୀ ହୋଇଥିବା ନେଇ ସେମାନେ ସହମତ ହୋଇଥିଲେ। ଦୁଇ ଦେଶ ମଧ୍ୟରେ, ବିଶେଷ କରି ବାଣିଜ୍ୟ ଓ ନିବେଶ, ସୂଚନା ପ୍ରଯୁକ୍ତି, ପ୍ରତିରକ୍ଷା ଓ ସୁରକ୍ଷା, ଅକ୍ଷୟ ଶକ୍ତି, କୃଷି, ସ୍ୱାସ୍ଥ୍ୟ ସଂସ୍କୃତି ଓ ନାଗରିକ ସମ୍ପର୍କ ଭଳି କ୍ଷେତ୍ରରେ ସହଭାଗିତାକୁ ଆହୁରି ନିବିଡ଼ କରିବା ନେଇ ଦୁଇ ନେତା ଆଲୋଚନା କରିଥିଲେ।…

Read More

ମେଷ: – ଆଜି ଏହି ରାଶିର ବ୍ୟକ୍ତିମାନଙ୍କୁ ସେମାନଙ୍କର ଭୟଙ୍କର ପ୍ରକୃତି ଉପରେ ସଂଯମତା ରଖିବାକୁ ପରାମର୍ଶ ଦିଆଯାଇଛି । ଆଜି ଆପଣ ମାନସିକ କ୍ଲାନ୍ତ ଅନୁଭବ କରିପାରନ୍ତି ଏବଂ ପରିଶ୍ରମ କରିବା ସତ୍ବେ ଫଳାଫଳ କମ୍ ହେବ । ଆପଣ ନିଜ ପିଲା ବିଷୟରେ ଚିନ୍ତିତ ହୋଇପାରନ୍ତି । ଅଧିକ ବ୍ୟସ୍ତତା ହେତୁ ଆପଣ ପରିବାରକୁ କମ୍ ସମୟ ଦେବେ, କିନ୍ତୁ ଆପଣ କାର୍ଯ୍ୟରେ ସଫଳତା ପାଇବେ । ପେଟ ଯନ୍ତ୍ରଣା ହେବାର ସମସ୍ୟା ହୋଇପାରେ । ବୃଷ: – ଦିନ ଆରମ୍ଭରେ, ଆପଣଙ୍କର ମାନସିକ ସମସ୍ୟା ହୋଇପାରେ । ଅସ୍ଥିରତା ଆପଣଙ୍କ ଶରୀର ଉପରେ ପ୍ରତିକୂଳ ପ୍ରଭାବ ପକାଇବ । ଶରୀରରେ କୌଣସି ଅସୁବିଧା ହେବ ନାହିଁ, ତଥାପି ଆପଣ ଅସ୍ଥିରତା ଅନୁଭବ କରିବେ । ପରିବାର ସଦସ୍ୟଙ୍କ ସ୍ୱାସ୍ଥ୍ୟ ବିଷୟରେ ଚିନ୍ତିତ ହୋଇପାରନ୍ତି । ଛାତ୍ରମାନେ ପଢିବା ଏବଂ ଲେଖିବାରେ କମ୍ ସମୟ ନେବେ । ମିଥୁନ: – ଆଜି ମଧ୍ୟମ…

Read More

ଭୁବନେଶ୍ୱର: ଓଡ଼ିଶାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନେଇ ଗତ କିଛିଦିନ ହେଲା ରାଜ୍ୟ ବିଜେପି ନେତାମାନଙ୍କଠୁ ନେଇ କେନ୍ଦ୍ରମନ୍ତ୍ରୀଙ୍କ ପର୍ଯ୍ୟନ୍ତ ସମସ୍ତେ ଓଡ଼ିଶାବାସୀଙ୍କୁ ଭ୍ରମିତ କରି ଆସୁଛନ୍ତି। ଅତୀତରେ ଓଡ଼ିଶାର ବିଜେପି ସାଂସଦ ଏବଂ ଓଡ଼ିଶାରୁ ଯାଇଥିବା ଜଣେ ନିର୍ଦ୍ଦିଷ୍ଟ କେନ୍ଦ୍ରମନ୍ତ୍ରୀ ଷଡ଼ଯନ୍ତ୍ର କରି ଲକ୍ଷ ଲକ୍ଷ ଗରିବ ଓଡ଼ିଆ ହିତାଧିକାରୀଙ୍କୁ ତିନି ବର୍ଷ କାଳ ଆବାସ ଯୋଜନାରେ ଘର ଖଣ୍ଡେ ପାଇବାରୁ ବଞ୍ଚିତ କରିଥିବାବେଳେ ଏବେବି ଏଭଳି ଷଡ଼ଯନ୍ତ୍ର ଜାରି ରଖିଛନ୍ତି। ଆଜି ଶଙ୍ଖ ଭବନରେ ଆୟୋଜିତ ଏକ ସାମ୍ୱାଦିକ ସମ୍ମିଳନୀରେ ଓଡ଼ିଶାବାସୀଙ୍କ ସ୍ୱାର୍ଥ ବିରୋଧୀ ଏହି କେନ୍ଦ୍ରମନ୍ତ୍ରୀ ଏବଂ ବିଜେପି ସାଂସଦମାନଙ୍କ ଷଡ଼ଯନ୍ତ୍ରର ପର୍ଦ୍ଦାଫାସ୍ କରିଛି ବିଜେଡି। ଏହି ସାମ୍ୱାଦିକ ସମ୍ମିଳନୀକୁ ସମ୍ୱୋଧିତ କରି ବିଜେଡି ମୁଖପାତ୍ର ଗୌତମବୁଦ୍ଧ ଦାସ କହିଲେ ଯେ ଖାଦ୍ୟ ଓ ବସ୍ତ୍ର ଭଳି ବାସଗୃହ ହେଉଛି ମଣିଷର ଏକ ମୌଳିକ ଆବଶ୍ୟକତା। ପ୍ରତ୍ୟେକ ଲୋକର ସ୍ୱପ୍ନ ଥାଏ ନିଜ ପାଇଁ ଘରଟିଏ ତୋଳିବ।…

Read More

ଭୁବନେଶ୍ବର: ପବିତ୍ର ରଥଯାତ୍ରା ଅବସରରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଗୁରୁ କେଳୁଚରଣ ମହାପାତ୍ର ଓଡିଶୀ ଗବେଷଣା କେନ୍ଦ୍ର ଦ୍ବାରା ଆୟୋଜିତ ଏକ ନିଆରା ଭକ୍ତି ଭାବାପନ୍ନ ସଂଗୀତ ଭିତ୍ତିକ କାର୍ଯ୍ୟକ୍ରମ “ଗୁହାରି” ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ ଉଦଯାପିତ ହୋଇ ଯାଇଛି। ଗତ ତିନିଦିନ ଧରି ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଆଜିର ଉଦଯାପନୀ ଉତ୍ସବରେ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ଦିଲୀପ ରାଉତରାଏ, ଅତିରିକ୍ତ ସଚିବ ମଧୁସୂଦନ ଦାଶ, କେଳୁଚରଣ ଓଡ଼ିଶୀ ଗବେଷଣା କେନ୍ଦ୍ରର ମୁଖ୍ୟ ନିର୍ବାହୀ ସୁବୋଧ ଚନ୍ଦ୍ର ଆଚାର୍ଯ୍ୟ , ବିଶିଷ୍ଟ ଓଡିଶୀ ନୃତ୍ୟଶିଳ୍ପୀ ଡଃ ସ୍ନେହପ୍ରଭା ସାମନ୍ତରାୟ, ଓଡିଶୀ ଗବେଷଣା କେନ୍ଦ୍ର ବିଭାଗୀୟ ମୁଖ୍ୟ ଗୁରୁ କେଶବ ଚନ୍ଦ୍ର ରାଉତ, ମର୍ଦ୍ଦଳ ପ୍ରଶିକ୍ଷକ ଗୁରୁ ସଚ୍ଚିଦାନନ୍ଦ ଦାସ, ବିଭାଗୀୟା ଉପ ନିର୍ଦ୍ଦେଶିକା ସୂଚୀସ୍ମିତା ମନ୍ତ୍ରୀ, ପ୍ରମୁଖ ଉପସ୍ଥିତ ଥିଲେ। ଆଜିର ଉଦଯାପନୀ ସନ୍ଧ୍ୟାରେ ତୃପ୍ତି ଦାସଙ୍କ କଣ୍ଠରୁ…

Read More

ଭୁବନେଶ୍ୱର: ଏକାମ୍ର କ୍ଷେତ୍ରର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ଓ ପରମ୍ପରା ଆଧାରିତ ଏକାମ୍ର ପ୍ରକଳ୍ପର ତିନିଦିନିଆ ଭୂମିପୂଜନ ଉତ୍ସବ ଆସନ୍ତା ଜୁନ ୨୬ରୁ ୨୮ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏହି ଭୂମିପୂଜନ ଯଜ୍ଞ ଜୁନ ୨୬ ତାରିଖ ସନ୍ଧ୍ୟା ୭.୩୦ରୁ ଆରମ୍ଭ ହେବ। ବିଭିନ୍ନ ସାମାଜିକ ଏବଂ ବୈଦ୍ୟୁତିକ ଗଣମାଧ୍ୟମରେ ଏହି ଶୁଭ ସମାରୋହର ସିଧାପ୍ରସାରଣର ବ୍ୟବସ୍ଥା କରାଯାଇଛି। ଉକ୍ତ ଉତ୍ସବର ଭିତ୍ତିପ୍ରସ୍ତର ସ୍ଥାପନ ଜୁନ ୨୮ ତାରିଖ ସକାଳ ସମୟରେ ଅନୁଷ୍ଠିତ ହେବା ନେଇ ନୀତି ନିର୍ଦ୍ଧାରଣ କରାଯାଇଛି। ଏହି ଭିତ୍ତିପ୍ରସ୍ତର ସ୍ଥାପନ ମହୋତ୍ସବରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଏବଂ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେବେ। ଏହି ମହୋତ୍ସବ ଭୁବନେଶ୍ୱରର ଐତିହ୍ୟ ଓ ସ୍ଥାପତ୍ୟର ସଂରକ୍ଷଣ ଓ ପୁନରୁଦ୍ଧାର ନିମନ୍ତେ ସରକାରଙ୍କ ପ୍ରତିଶ୍ରୁତିବଦ୍ଧତା ସୂଚିତ କରିବା ସହ ବିଶ୍ୱବାସୀଙ୍କୁ ଏହାର ଐତିହାସିକ ମହତ୍ତ୍ୱ ସଂପର୍କରେ ଅବଗତ କରାଇବ। ଏହି ତିନିଦିନିଆ ଉତ୍ସବରେ ପର୍ଯ୍ୟଟକ ଓ ଶ୍ରଦ୍ଧାଳୁମାନେ…

Read More

କୈଳାଶ ଚନ୍ଦ୍ର ଚୌଧୁରୀ ବ୍ରହ୍ମପୁର: ଆଜି ଭୋର୍ ସକାଳୁ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ବୁଗୁଡ଼ା ଥାନା ଅଧିକାରୀ ଚିତ୍ତରଞ୍ଜନ ବେହେରାଙ୍କ ନିର୍ଦ୍ଦେଶକ୍ରମେ ବାଲିପଦର ଫାଣ୍ଡି ଅଧିକାରୀ ସମୀର କୁମାର ବେହେରା ନିକଟସ୍ଥ ପୋଚାଲୁଣ୍ଡି ଗାଁ ଛକରେ ଅଚାନକ ଚଢ଼ାଉ କରି ଏକ ବଡ ଧରଣର ଡକାୟତି ଉଦ୍ୟମକୁ ପଣ୍ଡ କରିଛନ୍ତି। ଘଟଣାସ୍ଥଳରୁ ୫ ଜଣ ଡକାୟତ ଯଥା କୁନା ବାରିକ, ନାରାୟଣ ବେହେରା, ସନିଆ ନାଇକ, ହାଡ଼ୁ ରଣା ଓ ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ ଜିଲ୍ଲା ପାଲାସା ଥାନା ଅନ୍ତର୍ଗତ ନେହେରୁ ନଗର ଅଞ୍ଚଳର ତିରୁମାଲା ପାତ୍ରକୁ ପୋଲିସ ଉଠାଇ ଆଣି ଏତଲା ନଂ ୪୪୭/୨୩ ଅନୁଯାୟୀ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି। ଏତଦବ୍ୟତୀତ ଘଟଣାସ୍ଥଳରୁ ୩ଟି ପିସ୍ତଲ୍,୧୦ ଟି ଜୀବନ୍ତ ଗୁଳି, ଗୋଟିଏ ଭୁଜାଲି, ଦୁଇଟି ମୋଟରସାଇକେଲ, ୬ ଟି ମୋବାଇଲ ଫୋନ,୧୩୦ ଗ୍ରାମ ସୁନା, ନଗଦ ଏକ ଲକ୍ଷ ୨୨ ହଜାର ଟଙ୍କା ସମେତ ଏକ…

Read More

ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଅନ୍ତର୍ଗତ ତଥା ନବରଙ୍ଗପୁର ଜିଲ୍ଲା ଓ ଛତିଶଗଡ଼ ରାଜ୍ୟ ସୀମାନ୍ତରେ ଅବସ୍ଥିତ କୋକସରା ବ୍ଲକ ସାହାଜଖୋଲ ଜଙ୍ଗଲ ନିକଟରେ ଥିବା ଖଲିଗଡ଼ ଗ୍ରାମରେ ଛତିଶଗଡ଼ ଏସଟିଏଫ ଟିମ ସହିତ କଳାହାଣ୍ଡି ଦକ୍ଷିଣ ବନଖଣ୍ଡ ଓ ପୋଲିସ ପକ୍ଷରୁ ମିଳିତ ଭାବେ ଚଡାଉ କରାଯାଇଥିବା ଜଣାପଡ଼ିଛି। ବେଆଇନ ଭାବେ ଦେଶୀ ବନ୍ଧୁକ ରଖି ବନ୍ୟଜନ୍ତୁ ଶିକାର କରୁଥିବା ଅଭିଯୋଗ ହେବା ପରେ ଶନିବାର ସନ୍ଧ୍ୟାରେ ଚଡାଉ କରାଯାଇ ୬ ଟି ଦେଶୀ ବନ୍ଧୁକ ଓ ଶିକାର ହୋଇଥିବା ବନ୍ୟଜନ୍ତୁଙ୍କ ଅବଶେଷ ଉଦ୍ଧାର କରାଯାଇଥିବା ପ୍ରକାଶ। ଏହି ଅଭିଯୋଗରେ ଜଣେ ଅଭିଯୁକ୍ତକୁ ଗିରଫ କରିଥିବା ବେଳେ ଅନ୍ୟ ମାନେ ଫେରାର ଥିବା ସୂଚନା ମିଳିଛି। ଗତ କିଛିଦିନ ତଳେ କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅନ୍ତର୍ଗତ ମଙ୍ଗଳପୁର ଗାଁରେ ବେଆଇନ ଭାବେ ବନ୍ଧୁକ ତିଆରି କରି ସୀମାନ୍ତ ରାଜ୍ୟ ଛତିଶଗଡ଼କୁ ଚାଲାଣ ହେଉଥିବା ନେଇ ଛତିଶଗଡ଼…

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଇଜିପ୍ଟର ସର୍ବୋଚ୍ଚ ସମ୍ମାନ ‘ଅର୍ଡର ଅଫ୍‌ ଦ ନାଇଲ୍‌’ରେ ସମ୍ମାନିତ କରାଯାଇଛି। ଇଜିପ୍ଟ ରାଷ୍ଟ୍ରପତି ଅବଦଲ ଫତେହ ଅଲ ସିସି ୨୫ ଜୁନ୍‌ ୨୦୨୩ରେ କାଏରୋସ୍ଥିତ ପ୍ରେସିଡେନ୍ସୀ ଠାରେ ଅନୁଷ୍ଠିତ ଏକ ସମାରୋହରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଏହି ପୁରସ୍କାରରେ ସମ୍ମାନିତ କରିଥିଲେ। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଭାରତର ନାଗରିକଙ୍କ ତରଫରୁ ଏହି ସମ୍ମାନ ପାଇଁ ରାଷ୍ଟ୍ରପତି ଅଲ ସିସିଙ୍କୁ ଧନ୍ୟବାଦ ଜଣାଇଥିଲେ। ପ୍ରଥମ ଭାରତୀୟ ଭାବେ ପ୍ରଧାନମନ୍ତ୍ରୀ ମୋଦୀ ଏହି ପୁରସ୍କାର ପାଇଛନ୍ତି।

Read More

ଖୋର୍ଦ୍ଧା: ଆଜି ଏକୋଏନ୍ ଓଡିଶା ଆସୋସିଏସନର ଷଷ୍ଠତମ ବାର୍ଷିକ ଉତ୍ସବ ଖୋର୍ଦ୍ଧା ଟାଉନ ହଲ୍ ଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଓଡିଶା ଏବଂ ଓଡିଶା ବାହାରୁ ୧୫୦ ଜଣ ଚକ୍ଷୁ ଡାକ୍ତର ପିଜି ଛାତ୍ର ଏବଂ ଚକ୍ଷୁ ସହାୟକ ଯୋଗ ଦେଇଥିଲେ। ଚକ୍ଷୁର ଯତ୍ନ ଓ ଚକ୍ଷୁର ସମସ୍ୟା ପାଇଁ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଥିଲା। ସବୁ ଗ୍ରାମାଞ୍ଚଳ ଲୋକମାନଙ୍କର ଚକ୍ଷୁ ସମସ୍ୟାର କିଭଳି ଯତ୍ନବାନ୍ କରାଯିବ ଏହା ଉପରେ ଆଲୋଚନା କରାଯାଇଥିଲା। ଏହି ସମ୍ମିଳନୀରେ ଡ଼ଃ ବି ଏନ୍ ଆର ସୁବୁଦ୍ଧି, ଡ଼ଃ ପ୍ରଶାନ୍ତ ନନ୍ଦ, ଡ଼ଃ ସରୋଜ ତ୍ରିପାଠୀ, ଡ଼ଃ ସବ୍ୟସାଚି ପଟ୍ଟନାୟକ, ତତ୍ତ୍ୱ ବଧାନରେନରେ ଆୟୋଜନ କରାଯାଇଥିଲା ଏଥିରେ ମୁଖ୍ୟ ଅତିଥି ଭାବେ ଖୋର୍ଦ୍ଧା ବିଧାୟକ ଜୋତୀନ୍ଦ୍ର ନାଥ ମିତ୍ର ଏବଂ ଅତିରିକ୍ତ ଅତିଥି ଭାବେ ଖୋର୍ଦ୍ଧା ସି ଡି ଏମ୍ ଓ ଆର୍ତ୍ତବନ୍ଧୁ ନାୟକ ଯୋଗ ଦେଇ ଅଭିଭାଷଣରେ କହିଥିଲେ ଆଖିର ସମସ୍ୟା କିଭଳି ସୁଚାର…

Read More

ସୀତାରାମ ଅଗ୍ରୱାଲ ବାଲୁଗାଁ: ନିକଟରେ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅଞ୍ଚଳର ଗୋପୀନାଥପୁର ଏବଂ ପ୍ରାଣଦେଇପୁର ଗ୍ରାମରୁ ସମାନ ଢଙ୍ଗରେ ଡକାୟତି ହୋଇଥିଲା। ହେଲେ ଆଜି ଉକ୍ତ ଘଟଣାର ମାଷ୍ଟରମାଇଣ୍ଡଙ୍କୁ ପୋଲିସ ଗିରଫ କରିବାରେ ସଫଳ ହୋଇଛି। ଏ ନେଇ ବାଲୁଗାଁ ଆଇଆଇସି ରଶ୍ମିରଞ୍ଜନ ଦାସ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଅଭିଯୁକ୍ତ ଜଣକ ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅଞ୍ଚଳର ଦିଲ୍ଲୀପ ସାହୁ ବୋଲି ଜଣାପଡିଛି।  ତେବେ ଉକ୍ତ ଡକାୟତିରେ ସାମିଲ ଥିବା ଅନ୍ୟ ଅପରାଧୀ ଫେରାର ଅଛନ୍ତି। ଅଭିଯୁକ୍ତ ଦିଲ୍ଲୀପଙ୍କ ନିକଟରୁ ପୋଲିସ ବହୁ ଚୋରି ଆସବାବପତ୍ର, କିଛି ନକଦ ଟଙ୍କା, ଗୋଟିଏ ବାଇକ ଏବଂ ଚୋରି ବ୍ୟବହୃତ ସାମଗ୍ରୀ ଜବତ କରିଛି। ତେବେ ତଦନ୍ତରୁ ଜଣାପଡିଛି ଯେ, ଦିଲ୍ଲୀପ ଓ ତାଙ୍କ ସହଯୋଗୀ ଆଇପିଏଲ ଜୁଆ ଖେଳରେ ପାଞ୍ଚ ଲକ୍ଷରୁ ଊର୍ଦ୍ଧ୍ଵ ଟଙ୍କା ହାରିଯାଇଥିଲେ। ଯାହାଫଳରେ ଉକ୍ତ ଟଙ୍କା ପାଇବା ପାଇଁ ଏପରି ଅସତ ଉପାୟ ଅବଲମ୍ବନ କରୁଥିଲେ।…

Read More

ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି ଯେ, ମୋଟ ୩.୬୨ ଲକ୍ଷ କୋଟି ମଧ୍ୟରୁ ଦୁଇ-ତୃତୀୟାଂଶ ଅର୍ଥାତ ୨.୪୧ ଲକ୍ଷ କୋଟିରୁ ଅଧିକ ୨,୦୦୦ ଟଙ୍କା ନୋଟ ଏକ ମାସ ମଧ୍ୟରେ ବ୍ୟାଙ୍କକୁ ଫେରିଛି। ଏଥିସହ ସେ କହିଛନ୍ତି ଯେ, ବର୍ତ୍ତମାନ ଜମା କରାଯାଉଥିବା ୨,୦୦୦ ଟଙ୍କା ନୋଟ୍ ଅର୍ଥନୀତି ଉପରେ କୌଣସି ପ୍ରତିକୂଳ ପ୍ରଭାବ ପକାଇବ ନାହିଁ। ମେ ୧୯ ତାରିଖରେ କେନ୍ଦ୍ରୀୟ ବ୍ୟାଙ୍କ ୨,୦୦୦ ଟଙ୍କା ନୋଟ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଥିଲା। ଏହା ସହିତ ଲୋକଙ୍କୁ ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ବ୍ୟାଙ୍କ ଆକାଉଣ୍ଟରେ ୨,୦୦୦ ଟଙ୍କା ଜମା କରିବାକୁ କିମ୍ବା ଅନ୍ୟ ମୂଲ୍ୟର ନୋଟ୍ ବିନିମୟ କରିବାକୁ ସମୟ ଦିଆଯାଇଥିଲା। ମାର୍ଚ୍ଚ ୨୦୨୩ ରେ ହୋଇଥିବା ମୂଲ୍ୟ ଅନୁଯାୟୀ ମୋଟ ୩.୬୨ ଲକ୍ଷ କୋଟି ୨,୦୦୦ ଟଙ୍କା ନୋଟ ଥିଲା। ଏହାପୂର୍ବରୁ ଜୁନ୍ ୮ ତାରିଖରେ ମୁଦ୍ରା ନୀତି…

Read More

ସୀତାରାମ ଅଗ୍ରୱାଲ ବାଲୁଗାଁ: ଆଜି ପୂର୍ବାହ୍ନରେ ବାଲୁଗାଁ ବିଜେଡି କାର୍ଯ୍ୟାଳୟ ଠାରେ ବିଜେଡି ପକ୍ଷରୁ ପୂର୍ବତନ ବିଧାୟକ ରଘୁନାଥ ସାହୁଙ୍କ ପୌରାହିତ୍ୟରେ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ରାଜନେତା ଏବଂ କର୍ମୀମାନେ ଏବେଠାରୁ ନିଜ ମଇଦାନରେ ସକ୍ରିୟ ହେଉଥିବାବେଳେ ସାଧାରଣ ଜନତାଙ୍କ ନିକଟତର ହେଉଥିବା ଦେଖିବାକୁ ମିଳୁଛି। ଏହିପରିପ୍ରେକ୍ଷୀରେ ଆଜି ଚିଲିକା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ରଘୁନାଥ ସାହୁ ବିଜେଡି ଦଳକୁ ସୁସଙ୍ଗଠିତ ତଥା ସୁଦୃଢ କରିବା ନେଇ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ କରିଛନ୍ତି।ଏହି ବନ୍ଧୁ ମିଳନରେ ଚିଲିକାର ପୂର୍ବତନ ବିଧାୟକ ଶ୍ରୀ ସାହୁ ଦଳୀୟ କର୍ମୀ ଓ ସାଧାରଣ ଲୋକଙ୍କୁ ଅଭିଭାଷଣ ଦେବା ସହ ରାଜ୍ୟ ସରକାରଙ୍କ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ଉପରେ ଆଲୋକପାତ କରିଥିଲେ। ଏଥିସହିତ ଆଗକୁ ଆସୁଥିବା ୨୦୨୪ ସାଧାରଣ ନିର୍ବାଚନରେ ନିଶ୍ଚିତ ଭାବେ ବିରୋଧୀ ଦଳକୁ ଝଟକା ଦେବା ସହ ଶେଷ ଥର ପାଇଁ ନିର୍ବାଚନ…

Read More

କୈଳାଶ ଚନ୍ଦ୍ର ଚୌଧୁରୀ ବ୍ରହ୍ମପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ କୋଳଥି ଗ୍ରାମର ସୁନୀତା ଜେନା ଗତ ଦୁଇ ବର୍ଷ ତଳେ ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ ଜିଲ୍ଲା ମେଳିଆପୁଟି ଗ୍ରାମର ସନ୍ତୋଷ କୁମାର ସାମଲଙ୍କୁ ବିବାହ କରିଥିଲେ। ବିବାହ ପରେ ଉଭୟେ ନୟାଗଡ଼ ଜିଲ୍ଲା ଦଶପଲ୍ଲାରେ ରହି ଆସୁଥିଲେ। କିନ୍ତୁ କ’ଣ ହେଲା କିଛି ମାସ ତଳେ ସ୍ତ୍ରୀ ସୁନୀତାଙ୍କୁ ସ୍ବାମୀ ସନ୍ତୋଷ କୌଣସି କାରଣରୁ ମାରଧର କରିବାରୁ ସୁନୀତା ଦଶପଲ୍ଲା ଥାନାରେ ଅଭିଯୋଗ ଦାଖଲ କରି କନିଷି ହାଟରେ ରହୁଥିବା ଭଉଣୀ ଘରେ ଆସି ରହୁଥିଲେ। ଗତକାଲି ଅଚାନକ ସନ୍ତୋଷ ଭଉଣୀ ଘରେ ପହଞ୍ଚି ଦଶପଲ୍ଲା ଥାନାରେ ଦେଇଥିବା ଏତଲାକୁ ଶୀଘ୍ର ପ୍ରତ୍ୟାହାର କରିବା ପାଇଁ କହିବା ସହ ମାରଣାନ୍ତକ ଆକ୍ରମଣ କରିଥିଲେ। ସୁନୀତାଙ୍କ ବଡ ଭଉଣୀ ଛଡ଼ାଇବାକୁ ଆସିବାରୁ ତାକୁ ମଧ୍ୟ ନିର୍ଦ୍ଧୁମ ମାଡ଼ ମାରିଥିଲେ ଓ ଉଭୟେ ଦୁଇ ଭଉଣୀ ମାଡ଼ ଖାଇ ଆହତ ଅବସ୍ଥାରେ ଥାନାକୁ ଯାଇ ଅଭିଯୋଗ…

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ଇଜିପ୍ଟ ଗସ୍ତ ସମୟରେ କାଇରୋ ସ୍ଥିତ ଅଲ-ହାକିମ ମସଜିଦ ପରିଦର୍ଶନ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କୁ ଇଜିପ୍ଟର ପର୍ଯ୍ୟଟନ ଏବଂ ପ୍ରାଚୀନତା ମନ୍ତ୍ରୀ ଡକ୍ଟର ମୁସ୍ତାଫା ୱାଜିରୀ ସ୍ୱାଗତ କରିଥିଲେ। ପ୍ରଧାନମନ୍ତ୍ରୀ ବୋହରା ସମ୍ପ୍ରଦାୟର ନେତାମାନଙ୍କୁ ମଧ୍ୟ ଭେଟିଥିଲେ, ଯେଉଁମାନେ ଏହି ଫାତିମିଦ୍ ଯୁଗର ଶିଆ ମସଜିଦର ରକ୍ଷଣାବେକ୍ଷଣରେ ସକ୍ରିୟ ଭାବରେ ଜଡିତ ଥିଲେ ଏବଂ ଭାରତ ଏବଂ ଇଜିପ୍ଟ ମଧ୍ୟରେ ଲୋକଙ୍କ ସମ୍ପର୍କକୁ ଦୃଢ ଭାବରେ ଆଲୋକପାତ କରିଥିଲେ।

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ଇଜିପ୍ଟ ଗସ୍ତ ସମୟରେ କାଇରୋରେ ଥିବା ହେଲିଓପଲିସ୍ କମନୱେଲଥ ଯୁଦ୍ଧ କବର ସ୍ଥଳୀ ପରିଦର୍ଶନ କରିଥିଲେ। ପ୍ରଥମ ବିଶ୍ୱଯୁଦ୍ଧ ସମୟରେ ଇଜିପ୍ଟ ଏବଂ ଆଡେନରେ ନିଜ ଜୀବନକୁ ଉତ୍ସର୍ଗ କରିଥିବା ୪୩୦୦ ରୁ ଅଧିକ ବୀର ଭାରତୀୟ ସୈନିକଙ୍କୁ ପ୍ରଧାନମନ୍ତ୍ରୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

Read More

କନ୍ଦର୍ପ ବେହେରା ରେଢାଖୋଲ: ନାକଟିଦେଉଳ ବନାଂଚଳରେ ଦିନକୁ ଦିନ ଜନ୍ତୁ ଶିକାର ଚାଲିଥିବା ବେଳେ ବନବିଭାଗ ସେମାନଙ୍କୁ ସବୁ ସମୟରେ ଧରିବାରେ ସକ୍ଷମ ହୋଇପାରୁନାହିଁ। ଏପରିକି ବହୁ ସମୟରେ ଶିକାରୀମାନେ ବନବିଭାଗକୁ ଚକ୍‌ମା ଦେଇ ଫେରାର୍ ମଧ୍ୟ ହେଉଛନ୍ତି। ଗତ ୨୩/୬ ରାତିରେ ଲାଣ୍ଡିମାଳ ସଂରକ୍ଷିତ ଜଙ୍ଗଲରେ ବାର୍‌ହା ଶିକାର କରିବା ଅଭିଯୋଗରେ ୩ ଜଣଙ୍କୁ ଗିରଫ କରିବା ସହ ଏକ ଦେଶୀ ବନ୍ଧୁକ ଜବତ କରିଛି ବନବିଭାଗ। ବନବିଭାଗ ସୂତ୍ରରୁ ପ୍ରକାଶ ଯେ, ନାକଟିଦେଉଳ ରେଞ ଅଧିନସ୍ଥ ଲାଣ୍ଡିମାଳ ସଂରକ୍ଷିତ ଜଙ୍ଗଲର ଭୀମମଣ୍ଡଳି ନିକଟସ୍ଥ କଳାପାଟ ଚନ୍ଦନଖୋଳ ଜଙ୍ଗଲରୁ ଜୁନ୍ ୨୩ ତାରିଖ ରାତିରେ ଖମଣମୁଣ୍ଡା ଗ୍ରାମର ଜିତେନ୍ଦ୍ରିୟ ଜମକିଆ, ମିଥୁନ୍ କଂସାରିଆ,ଅନିରୁଦ୍ଧ ଛେଣ୍ଡିଆ ଓ ଅଲେଖ ଶବର ଏକ ବାର୍‌ହା ଶିକାର କରି ଚମ୍ପାଳି ନଦୀରେ ଭାଗ କରି ନେଇଥିଲେ। ସେଠାରୁ ଜଗନ୍ନାଥପ୍ରସାଦ ଗୋପବନ୍ଧୁ ଚିକେନ୍ ଦୋକାନକୁ ମାଂସ ବିକ୍ରି ପାଇଁ ଯାଇଥିଲା। ବନବିଭାଗ କୌଣସି ସୂତ୍ରରୁ ଖବର…

Read More

ଭୁବନେଶ୍ୱର: ଓଡ଼ିଶା ଚିକିତ୍ସା ଇତିହାସରେ ପ୍ରଥମ ଥର ପାଇଁ ସମ୍ ଅଲ୍ଟିମେଟ୍ ମେଡିକେୟାରରେ ଶନିବାର ଜଣେ ବ୍ରେନ୍ ଡେଡ୍ ହୋଇଥିବା ରୋଗୀଙ୍କର ଶରୀରରୁ ଏକାଧିକ ଅଂଗ ବାହାର କରାଯାଇ ଅନ୍ୟ ଗୁରୁତର ରୋଗୀମାନଙ୍କ ଶରୀରରେ ପ୍ରତ୍ୟାରୋପଣ କରାଯାଇପାରିଛି। ଗତ ଶନିବାର ଦିନ ଦେଶର ତିନିଟି ଭିନ୍ନ ଭିନ୍ନ ସହରରେ ବଂଚିବା ପାଇଁ ସଂଘର୍ଷ କରୁଥିôବା ଚାରି ଜଣ ରୋଗୀଙ୍କ ଶରୀରରେ ଏହି ଅଂଗଗୁଡ଼ିକୁ ସଫଳତାର ସହ ପ୍ରତ୍ୟାରୋପଣ କରାଯିବା ଦ୍ୱାରା ସେମାନେ ନୂଆ ଜୀବନ ପାଇପାରିଛନ୍ତି। ଏକ ଅଭୁତପୂର୍ବ ସଫଳତା ଦ୍ୱାରା ସମ୍ମମ୍‌ରେ ଚିକିତ୍ସିତ ହେଉଥିବା ବ୍ରେନ୍ ଡେଡ୍ ରୋଗୀ ପ୍ରସେନ୍‌ଜିତ ମହାନ୍ତିଙ୍କ ପରିବାରବର୍ଗଙ୍କ ସହମତି ଓ ସରକାରୀ ସଂସ୍ଥାଗୁଡ଼ିକର ଉତମ ସହଯୋଗ ଦ୍ୱାରା ତାଙ୍କ ଶରୀରରୁ ଦୁଇଟି ବୃକକ୍‌, ଦୁଇଟି ଫୁସ୍‌ଫୁସ୍ ଓ ଗୋଟିଏ ଯକୃତ ବାହାର କରାଯାଇ କଟକ, ନୂଆଦିଲ୍ଲୀ ଏବଂ କୋଲକାତାର ହସ୍ପିଟାଲ୍‌ରେ ଥିବା ରୋଗୀଙ୍କ ଶରୀରରେ ପ୍ରତ୍ୟାରୋପଣ କରାଯାଇଛି ବୋଲି ରବିବାର ଆୟୋଜିତ ଏକ ସାମ୍ବାଦିକ…

Read More

ସ୍ୱାସ୍ଥ୍ୟ ଟିପ୍ସ: ଗର୍ଭାବସ୍ଥାରେ ମହିଳାମାନେ ସେମାନଙ୍କର ଖାଦ୍ୟ ସହିତ ଜଡିତ ସମସ୍ତ ବିଷୟର ବିଶେଷ ଯତ୍ନ ନେବା ଆବଶ୍ୟକ କରନ୍ତି। ସେମାନେ ଯେକୌଣସି ଜିନିଷକୁ ଛୁଇଁବା ଉଚିତ୍ ନୁହେଁ ଯାହା ସେମାନଙ୍କର ଗର୍ଭଧାରଣକୁ ବିପଦରେ ପକାଇପାରେ। ଗର୍ଭବତୀ ମହିଳାମାନେ ସମସ୍ତ ପ୍ରକାରର ଫଳ ଖାଇପାରିବେ। କିନ୍ତୁ ଏହି ସମୟ ମଧ୍ୟରେ, ଗର୍ଭବତୀ ମଧୁମେହ ହେବାର ଆଶଙ୍କା ବବଢୁଥିବାରୁ ଅଧିକାଂଶ ମହିଳା ଆମ୍ବଠାରୁ ଦୂରତା ରଖୁଥିବା ଦେଖାଯାଏ। ଏବେ ପ୍ରଶ୍ନ ଉଠୁଛି କି ମହିଳାମାନେ ଗର୍ଭାବସ୍ଥାରେ ଆମ୍ବ ଖାଇବା ଠାରୁ ଦୂରେଇ ରହିବା ଉଚିତ କି? ନିଜର ଇନଷ୍ଟାଗ୍ରାମ ପୋଷ୍ଟରେ ସ୍ତ୍ରୀ ରୋଗ ବିଶେଷଜ୍ଞ ଡକ୍ଟର ଦୀପ୍ତି ଜମି କହିଛନ୍ତି ଯେ, ଗର୍ଭବତୀ ମହିଳାମାନେ ଆମ୍ବ ଖାଇପାରିବେ, କିନ୍ତୁ ସେମାନେ ଏହି ଫଳକୁ ଅତ୍ୟଧିକ ଖାଇବା ଠାରୁ ଦୂରେଇ ରହିବା ଉଚିତ୍। ଡା. ଜମି କହିଛନ୍ତି ଯେ ଆମ୍ବରେ ଭିଟାମିନ୍ ସି ପ୍ରଚୁର ପରିମାଣରେ ମିଳିଥାଏ। ଆମ୍ବ ରସ ଭରପୂର ଏକ କପରେ…

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇଜିପ୍ଟର ଦୁଇ ବିଶିଷ୍ଟ ଯୁବ ଯୋଗ ପ୍ରଶିକ୍ଷିକା ରମ୍ ଜବାକ୍ ଏବଂ ନାଡା ଆଡେଲଙ୍କୁ କାଇରୋରେ ୨୦୨୩ ଜୁନ୍ ୨୪ରେ ସାକ୍ଷାତ କରିଛନ୍ତି। ଯୋଗ ପ୍ରତି ପ୍ରତିବଦ୍ଧତା ପାଇଁ ପ୍ରଧାନମନ୍ତ୍ରୀ ସେମାନଙ୍କୁ ପ୍ରଶଂସା କରିବା ସହ ଉଭୟଙ୍କୁ ଭାରତ ଗସ୍ତ କରିବାକୁ ପ୍ରୋତ୍ସାହିତ କରିଥିଲେ। ଇଜିପ୍ଟରେ ଯୋଗ ପାଇଁ ବଢ଼ୁଥିବା ଉତ୍ସାହ ବାବଦରେ ସେମାନେ ପ୍ରଧାନମନ୍ତ୍ରୀଙ୍କୁ ଜଣାଇଥିଲେ।

Read More

ନୂଆଦିଲ୍ଲୀ: ଆମ ସମ୍ବିଧାନ ଯେଉଁ ମୂଲ୍ୟବୋଧ ପାଇଁ ଉତ୍ସବ ପାଳିଥାଏ ଗଣତନ୍ତ୍ରର କଳା ଦିନ ତାହାର ସମ୍ପୂର୍ଣ୍ଣ ବିପରୀତ ଥିଲା ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ଦେଶରେ ଏମର୍ଜେନ୍ସି ଲାଗୁ ବାର୍ଷିକୀରେ ପ୍ରଧାନମନ୍ତ୍ରୀ ଟୁଇଟ୍ କରି କହିଛନ୍ତି ଯେ, ‘ଦେଶରେ ଜରୁରିକାଳୀନ ପରିସ୍ଥିତିକୁ ବିରୋଧ କରି ଆମ ଗଣତାନ୍ତ୍ରିକ ଆତ୍ମାକୁ ମଜଭୁତ କରିବା ପାଇଁ କାର୍ଯ୍ୟ କରିଥିବା ସେହି ସମସ୍ତ ସାହସୀ ଲୋକଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଉଛି। ଆମ ଇତିହାସରେ ଏମର୍ଜେନ୍ସିର ସେହି କଳାଦିନ ସର୍ବଦା ସ୍ମରଣୀୟ ହୋଇ ରହିବ, ଯାହା ଆମ ସମ୍ବିଧାନ ଉତ୍ସବ ପାଳୁଥିବା ମୂଲ୍ୟବୋଧର ସମ୍ପୂର୍ଣ୍ଣ ବିପରୀତ।

Read More

ନୂଆଦିଲ୍ଲୀ: ପ୍ରଧାନ ନରେନ୍ଦ୍ର ମୋଦୀ ୨୪ ଜୁନ୍ ୨୦୨୩ ରେ ଇଜିପ୍ଟ ଗସ୍ତ ସମୟରେ ଇଜିପ୍ଟର ଗ୍ରାଣ୍ଡ ମୁଫତି, ମହାମହିମ ଡକ୍ଟର ସାକି ଇବ୍ରାହିମ୍‍ ଆଲାମଙ୍କୁ ସାକ୍ଷାତ କରିଛନ୍ତି। ଗ୍ରାଣ୍ଡ ମୁଫତି ତାଙ୍କର ଭାରତ ଗସ୍ତକୁ ମନେ ପକାଇଥିଲେ ଏବଂ ଭାରତ ଏବଂ ଇଜିପ୍ଟ ମଧ୍ୟରେ ଦୃଢ ଲୋକ ସମ୍ପର୍କ ତଥା ସାଂସ୍କୃତିକ ସମ୍ପର୍କ ଉପରେ ଆଲୋକପାତ କରିଥିଲେ। ଗ୍ରାଣ୍ଡ ମୁଫତି ମଧ୍ୟ ଅନ୍ତର୍ଭୂକ୍ତି ଏବଂ ବହୁଳବାଦ ବୃଦ୍ଧିରେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱକୁ ପ୍ରଶଂସା କରିଥିଲେ। ସମାଜରେ ସାମାଜିକ ତଥା ଧାର୍ମିକ ସୌହାର୍ଦ୍ଦ୍ୟ ତଥା ବିଚ୍ଛିନ୍ନତାବାଦ ଏବଂ ଉଗ୍ରବାଦକୁ ପ୍ରତିହତ କରିବା ଉପରେ ମଧ୍ୟ ଆଲୋଚନା କରାଯାଇଥିଲା। ଇଜିପ୍ଟର ସାମାଜିକ ନ୍ୟାୟ ମନ୍ତ୍ରଣାଳୟ ଅଧୀନରେ ଥିବା ଡାର-ଅଲ-ଇଫଟା ଠାରେ ଭାରତ ଆଇଟିରେ ଏକ ସେଣ୍ଟର ଅଫ୍ ଏକ୍ସଲେନ୍ସ ପ୍ରତିଷ୍ଠା କରିବ ବୋଲି ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି।

Read More