ଥାନେ/ମୁମ୍ବାଇ: ଶିବସେନା (ଉଦ୍ଧବ ବାଲାସାହେବ ଠାକରେ) ନେତା ତଥା ଏମଏଲସି ମନୀଷା କାୟନ୍ଦେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ନେତୃତ୍ୱରେ ଶିବସେନାରେ ଯୋଗ ଦେଇଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ, ଦଳ ପ୍ରସଙ୍ଗରେ ତାଙ୍କର ପ୍ରତିକ୍ରିୟା ଜାଣିବା ପାଇଁ ଉଦ୍ଧବ ଠାକରେ ପହଞ୍ଚିପାରି ନାହାଁନ୍ତି। ଶ୍ରୀମତୀ କାୟନ୍ଦେ ଏହା ମଧ୍ୟ କହିଛନ୍ତି ଯେ, ଠାକରେ ଗୋଷ୍ଠୀର ମହିଳାମାନଙ୍କଠାରୁ ଟଙ୍କା ମଗାଯାଉଛି। ଗତ ଦୁଇ ଦିନ ମଧ୍ୟରେ ଠାକେର ନେତୃତ୍ୱାଧୀନ ଦଳ ପାଇଁ ଏହା ହେଉଛି ଦ୍ୱିତୀୟ ବିପର୍ଯ୍ୟୟ। ଏହାର ଗୋଟିଏ ଦିନ ପୂର୍ବରୁ ବରିଷ୍ଠ ନେତା ଶିଶିର ସିନ୍ଦେ ଦଳରୁ ଇସ୍ତଫା ଦେଇଥିଲେ। ଥାନାରେ ଶିବସେନାରେ ଯୋଗଦେବା ପରେ ଏକ କାର୍ଯ୍ୟକ୍ରମରେ ଶ୍ରୀମତୀ କାୟନ୍ଦେ ଦାବି କରିଛନ୍ତି ଯେ, ପାର୍ଟି କର୍ମୀମାନେ କାହିଁକି ଶିବସେନା (ୟୁବିଟି) ଛାଡୁଛନ୍ତି ତାହା ଉପରେ ଠାକରେ ନେତୃତ୍ୱାଧୀନ ଦଳ ଅନୁସନ୍ଧାନ କରିବେ କି ନାହିଁ ତାହା ଦେଖିବା ପାଇଁ ସେ ଏକ ବର୍ଷ ଅପେକ୍ଷା କରିଥିଲେ।…
Author: Samikhsya Bureau
ନୂଆଦିଲ୍ଲୀ: କାନାଡାରେ ଖାଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ନିଜ୍ଜରଙ୍କୁ ହତ୍ୟା କରାଯାଇଛି। କୁହାଯାଇଛି ଯେ, ଗୁରୁଦ୍ୱାର ବାହାରେ ତାଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଏହି ଟାର୍ଗେଟ ଗୁଳିରେ ଖାଲିସ୍ତାନୀ ସମର୍ଥକ ହରଦୀପ ସିଂଙ୍କୁ ଅନେକ ରାଉଣ୍ଡ ଗୁଳି କରାଯାଇଥିଲା, ଯାହା ପରେ ତାଙ୍କର ମୃତ୍ୟୁ ହୋଇଥିଲା। ଭାରତୀୟ ଏଜେନ୍ସିଗୁଡିକର ମୋଷ୍ଟ ୱାଣ୍ଟେଡ ତାଲିକାରେ ହରଦୀପ ସିଂ ନିଜ୍ଜର ଅନ୍ତର୍ଭୁକ୍ତ ହୋଇଥିଲେ। ଭାରତରେ ହିଂସା ଏବଂ ଅପରାଧର ଅନେକ ମାମଲାରେ ତାଙ୍କ ନାମ ଆସିଥିଲା, ଯାହା ପରେ ତାଙ୍କୁ ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀଙ୍କ ତାଲିକାରେ ରଖାଯାଇଥିଲା। ଭାରତ ସରକାରଙ୍କ ନିକଟରେ ପ୍ରକାଶିତ ତାଲିକାରେ ହରଦୀପ ସିଂ ନିଜ୍ଜରଙ୍କ ନାମ ମଧ୍ୟ ଅନ୍ତର୍ଭୁକ୍ତ ହୋଇଥିଲା ଯେଉଁଥିରେ ଅନ୍ୟ ୪୦ ଆତଙ୍କବାଦୀଙ୍କ ନାମ ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଥିଲା। ଗତ ବର୍ଷ ପଞ୍ଜାବର ଜଲନ୍ଧରଠାରେ ହିନ୍ଦୁ ପୁରୋହିତଙ୍କ ହତ୍ୟା ଷଡଯନ୍ତ୍ରରେ ହରଦୀପ ସିଂ ନିଜ୍ଜରଙ୍କ ଉପରେ ଅଭିଯୋଗ ହୋଇଛି। ଏହି ହତ୍ୟାକାଣ୍ଡ ପରେ ତାଙ୍କ ଉପରେ…
ଭୁବନେଶ୍ଵର: ଜୀ-ସାର୍ଥକରେ ଦେଖନ୍ତୁ ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରାର ସିଧା ପ୍ରସାରଣ ଆସନ୍ତା ଜୁନ୍ ୨୦ତାରିଖ ସକାଳ ୬ଟା ରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ। କେବଳ ରଥଯାତ୍ରା ନୁହେଁ ବରଂ ୨୮ ତାରିଖରେ ବାହୁଡା ଯାତ୍ରା ସକାଳ ୬ଟା ରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ, ୨୯ ତାରିଖରେ ସୁନାବେଶ ଯାହା ଦିନ ୨ଟା ରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଓ ନୀଳାଦ୍ରୀ ବିଜେ ରାତି ୧୦:୩୦ ରୁ ମଧ୍ୟ ସିଧା ପ୍ରାସାରଣ ହେବ କେବଳ ଜୀ-ସାର୍ଥକରେ। ସବୁ ବର୍ଷପରି ଏ ବର୍ଷ ମଧ୍ୟ ରଥଯାତ୍ରାର ସମ୍ପୂର୍ଣ ଧାରାବିବରଣୀ ସହିତ, ଭକ୍ତିପୂର୍ଣ ଭଜନ ଓ ସମସ୍ତ ରୀତିନୀତିର ପ୍ରକୃତ ଅର୍ଥ ଆପଣ ପାଇବେ କେବଳ ଜୀ-ସାର୍ଥକରେ। ଏଥର ଉପସ୍ଥାପିକା ଭାବରେ ଲୋକପ୍ରିୟ ଓଡିଆ ଚଳଚ୍ଚିତ୍ର ଅଭିନେତ୍ରୀ ନୈନା ଦାସ ଥିବା ବେଳେ ଓଡ଼ିଶାର ସୁନାମଧନ୍ୟ ଗାୟକ ଓ ଗାୟିକା ଭଜନ ପରିବେଷଣ କରିବେ ଯେଉଁ ମାନଙ୍କ ମଧ୍ୟରେ ଅଛନ୍ତି ମନ୍ମଥ ମିଶ୍ର, ସୁବାସ…
ପୁରୀ: ଆଜି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନବଯୌବନ ଦର୍ଶନ ହେବ। ଶୃଙ୍ଖଳିତ ନବ ଯୌବନ ଦର୍ଶନ ନେଇ ଶ୍ରୀମନ୍ଦିର ପ୍ରଶାସନର ସାମ୍ବାଦିକ ସମ୍ମିଳନୀ କରାଯାଇଛି। ସକାଳ ୮ ଟା ରୁ ୯ ଟା ଯାଏଁ ପାରିମାଣିକ ଦର୍ଶନ କରାଯିବ। ସେଥିପାଇଁ ଟିକେଟ ବ୍ୟବସ୍ଥା କରାଯାଇଛି। ପ୍ରତ୍ୟେକ ଟିକେଟର ମୂଲ୍ୟ ୧୦୦ ଟଙ୍କା ରହିଥିବା ବେଳେ ମୋଟ ୭୦୦୦ ଭକ୍ତଙ୍କ ପାଇଁ ଟିକେଟ ବ୍ୟବସ୍ଥା ରହିଛି। ହେଲେ ଜଣେ ଭକ୍ତଙ୍କୁ କେବଳ ଦୁଇଟି ଟିକେଟ ମିଳିପାରିବ। ତେବେ ଦକ୍ଷିଣ ଦ୍ଵାର ଦେଇ ଶ୍ରଦ୍ଧାଳୁମାନେ ପାରିମାଣିକ ଦର୍ଶନ କରିପାରିବେ। ଏହାପରେ ସକାଳ ୯ ଟାରୁ ୧୧ ଟା ଯାଏଁ ସର୍ବ ସାଧାରଣ ଦର୍ଶନ ଚାଲିବ। ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ ଦାସ ସୂଚନା ଦେଇଛନ୍ତି।
ମେଷ- ସଠିକ୍ କାର୍ଯ୍ୟକୁ ମଧ୍ୟ ବିରୋଧ କରାଯିବ । କୌଣସି କ୍ରନିକ ରୋଗ ଅସୁବିଧା ସୃଷ୍ଟି କରିପାରେ । ଏକ ବଡ ସମସ୍ୟାର ସମ୍ମୁଖୀନ ହେବେ। ଚିନ୍ତା ଏବଂ ଟେନସନ ହେବ । ଏକ ନୂତନ ଯୋଜନା ପ୍ରସ୍ତୁତ ହେବ। କାର୍ଯ୍ୟଧାରରେ ଉନ୍ନତି କରିବ । ସାମାଜିକ କାର୍ଯ୍ୟ କରିବା ପାଇଁ ଏକ ପ୍ରବୃତ୍ତି ରହିବ । ଆଜି ଆପଣ ସମ୍ମାନ ପାଇବେ । ସ୍ଥଗିତ କାର୍ଯ୍ୟଗୁଡ଼ିକରେ ଗତି ହେବ । ବିନିଯୋଗ ଭଲ ହେବ । ଚାକିରିରେ ଶାନ୍ତି ରହିବ। ବୃଷ- ଧର୍ମ ଏବଂ କାର୍ଯ୍ୟ ପ୍ରତି ଆଗ୍ରହ ରହିବ । କୋର୍ଟର କାର୍ଯ୍ୟ ଅନୁକୂଳ ହେବ । ଲାଭ ସୁଯୋଗ ଆସିବ । ଆଘାତ ଏବଂ ବିବାଦରୁ ଦୂରେଇ ରୁହନ୍ତୁ । ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ଦୁଷ୍ଟ ଲୋକମାନେ କ୍ଷତି ଘଟାଇ ପାରନ୍ତି। ଅସୁବିଧାରେ ପଡ଼ନ୍ତୁ ନାହିଁ । ବ୍ୟବସାୟ ବୃଦ୍ଧି ପାଇବ । ଚାକିରିରେ ଆପଣ ଅଧସ୍ତନଙ୍କ ସମର୍ଥନ…
ସୀତାରାମ ଅଗ୍ରୱାଲ ଚିଲିକା: ରବିବାର ପୂର୍ବାହ୍ନରେ ଚିଲିକା ଭଗବାନ ମହତ୍ଵ ମେମୋରିଆଲ ଟ୍ରଷ୍ଟ ଆନୁକୂଲ୍ୟରେ ଅଂଳାଡ଼ିହ ଦଣ୍ଡପାଣି ପଟ୍ଟନାୟକ ଉଚ୍ଚ ବିଦ୍ୟାଳୟ ସମ୍ମିଳନୀ କକ୍ଷରେ ସଭାପତି ପ୍ରମୋଦ କୁମାର ସ୍ବାଇଁ ଏବଂ ସମ୍ପାଦକ କୁନା ମହତ୍ଵଙ୍କ ମିଳିତ ଆବାହକତ୍ୱରେ ଚଳିତ ବର୍ଷର ମାଟ୍ରିକ ପ୍ରତିଭା ମେଧା ସମ୍ୱର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସଭାପତି ଶ୍ରୀ ସ୍ବାଇଁଙ୍କ ପୌରୋହିତ୍ୟରେ ଆୟୋଜିତ ସଭାରେ ଚିଲିକା ଜେଏମଏଫସି କୋର୍ଟର ବିଚାରପତି ବିକାଶ ଗୋଏଲ ମୁଖ୍ୟ ଅତିଥି, ଚିଲିକା ଗୋଷ୍ଠୀ ଶିକ୍ଷା ଅଧିକାରୀ ସନାତନ ଜାଲି ମୁଖ୍ୟବକ୍ତା, ସମାଜ ସେବିକା ସ୍ୱାଗତିକା ଜଗଦେବ ଉଦ୍ଘଘାଟକ, ପ୍ରାକ୍ତନ ଚିକିତ୍ସା ଅଧିକାରୀ ଡ଼ଃ ମଧୁସୂଦନ ସେନାପତି ସମ୍ମାନିତ ବକ୍ତା, ସରପଞ୍ଚ ଲିପାଲିନୀ ମହାପାତ୍ର, ବାଙ୍କୋଇସ୍ଥିତ ଅନଙ୍ଗ ନରେନ୍ଦ୍ର ଡିଗ୍ରୀ ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ମୁଖ୍ୟ ଡଃ ସୁକାନ୍ତ ବେହେରା, ଖୋର୍ଦ୍ଧା ଜିଲ୍ଲା ମାଧ୍ୟମିକ ଶିକ୍ଷକ ସଂଘର ସଦସ୍ୟ ଆଶିଷ ପତି, ଚିଲିକା ବ୍ଲକ୍ ଓଷ୍ଟା ସଭାପତି ବିଜୟ ପାତ୍ର,…
ଖୋର୍ଦ୍ଧା: ଖୋର୍ଦ୍ଧା ଟାଉନ ଥାନା ଅନ୍ତର୍ଗତ ସାରୁଅ ଅଞ୍ଚଳରୁ ଆଜି ଜିଲ୍ଲା ଅବକାରୀ ବିଭାଗ ବିପୁଳ ପରିମାଣରେ ଗଞ୍ଜେଇ ଜବତ କରିବା ସହ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ବିହାର ରାଜ୍ୟର ଧର୍ମେନ୍ଦ୍ର କୁମାର (୩୨), ସନ୍ତୋଷ କୁମାର (୩୨), ଚନ୍ଦନ ପାଶୱାନ (୩୦), ରାଧେଶ୍ୟାମ ପାଶୱାନ (୫୮) ଏବଂ ଉମାଶଙ୍କର ରାମ (୪୭)। ସେମାନଙ୍କ ନିକଟରୁ ଅବକାରୀ ବିଭାଗ ୫୬ କେଜି ଗଞ୍ଜେଇ ଏବଂ ନକଦ ୫୦ ହଜାର ଟଙ୍କା ଜବତ କରିଛି। ସମସ୍ତ ଅଭିଯୁକ୍ତମାନଙ୍କୁ ଆଜି କୋର୍ଟଚାଲାଣ କରାଯାଇଛି। ଉକ୍ତ ଚଢ଼ାଉରେ ଜିଲ୍ଲା ଅବକାରୀ ମୋବାଇଲ ଇନ୍ସପେକ୍ଟର ନୀଳିମା ଜୟନ୍ତୀ ସ୍ୱାଇଁ, ଅବକାରୀ ମୋବାଇଲ ଏସଆଇ ରୋହିତ ଦଣ୍ଡସେଣ, ବାଲୁଗାଁ ଅବକାରୀ ଅଧିକାରୀ ବି. ମନୋଜ କୁମାର ଏବଂ ବାଲୁଗାଁ, ଖୋର୍ଦ୍ଧା ଅବକାରୀ ଥାନା ଓ ଜିଲ୍ଲା ମୋବାଇଲ ଟିମ ର ଅନ୍ୟ କର୍ମଚାରୀ ମାନେ ସାମିଲ ଥିଲେ।
ଖୋର୍ଦ୍ଧା: ଆଜି ପୂର୍ବାହ୍ନରେ ଖୋର୍ଦ୍ଧା ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ଅଧ୍ୟକ୍ଷତାରେ ଆସନ୍ନ ବାତ୍ୟା ପରିଚାଳନାର ମୁକାବିଲା ନିମନ୍ତେ ଅଭ୍ୟାସ ପ୍ରସ୍ତୁତି ବୈଠକ ଜିଲ୍ଲାପାଳଙ୍କ ସଦଭାବନା ଗୃହରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅତିରିକ୍ତ ଜିଲ୍ଲାପାଳ ସାଫଲ୍ୟ ମଣ୍ଡିତ ପ୍ରଧାନ ସ୍ୱାଗତ ଭାଷଣ ରଖିବା ସଙ୍ଗେ ସଙ୍ଗେ ବୈଠକର ଆଭିମୁଖ୍ୟ ବିଷୟରେ ସମସ୍ତଙ୍କୁ ଅବଗତ କରାଇଥିଲେ। ଡେପୁଟି କଲେକ୍ଟର, ଜରୁରୀ ବିଭାଗ ମମତା ସାହୁ ବୈଠକ ପରିଚାଳନା କରିଥିଲେ। ବିପର୍ଯୟ ପୂର୍ବରୁ, ବିପର୍ଯ୍ୟୟ ସମୟରେ ଏବଂ ବିପର୍ଯୟ ପର ପରିସ୍ଥିତିର ମୁକାବିଲା କରିବାକୁ ଜିଲ୍ଲା ସ୍ତରୀୟ ବିଭାଗୀୟ ଅଧିକାରୀ, କ୍ଷେତ୍ରାଧିକାରୀ, ଯନ୍ତ୍ରୀଙ୍କ ସହ ଉକ୍ତ ବୈଠକରେ ଆଲୋଚନା କରାଯାଇଥିଲା। ଆଜି ମଧ୍ୟ ଜିଲ୍ଲାର ୧୦ଗୋଟି ବ୍ଲକ ଏବଂ ୫ ଗୋଟି ପୌରାଞ୍ଚଳରେ ଏ ସଂକ୍ରାନ୍ତିୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲପାଳ ସମସ୍ତ ବିଭାଗ ସହ ଆଲୋଚନା କ୍ରମରେ ପ୍ରଥମେ ଡେପୁଟି କଲେକ୍ଟର, ଜରୁରୀ ବିଭାଗଙ୍କୁ ସମସ୍ତ ବିଷୟରେ ସଠିକ ତଥ୍ୟ ରଖିବାକୁ କହିଥିଲେ।…
କନ୍ଦର୍ପ ବେହେରା ରେଢାଖୋଲ: ଗତକାଲି ରେଢାଖୋଲ ଥାନା ଡଇଁଚା ନିକଟସ୍ଥ ହିନ୍ତରାଇ ଛକରୁ ଅପରାହ୍ନ ୩ ଟାରେ ଏକ ବାଇକ୍ ଚୋରି ହୋଇ ଯାଇଥିବା ବେଳେ ଚୋରକୁ ପୋଲିସ୍ ଲୁହାପଙ୍କ ନିକଟରୁ ଧରିବାରେ ସଫଳ ହୋଇଛି। ପୋଲିସ୍ ସୂତ୍ରରୁ ପ୍ରକାଶ ଯେ, ରେଢାଖୋଲ ଥାନା ମୁଟୁରୁମୁଣ୍ଡା ଗ୍ରାମର ସୁନୀଲ୍ ତିର୍କି ଡଇଁଚା ନିକଟସ୍ଥ ହିନ୍ତରାଇ ଛକ ଠାରେ ଜନୈକ ନର୍ମାଣଧିନ କୋଠାର ପଥର କାମ କରୁଥିଲେ। ଅପରାହ୍ନ ୩ ଟାରେ କାମ ସାରି ଦେଖିଲା ବେଳକୁ ତାଙ୍କର ବାଇକ୍ ନ ଥିଲା। ସେ ସଙ୍ଗେ ଫୋନ୍ କରି ଜଣାଇବାରୁ ତାଙ୍କ ଗ୍ରାମର କେତେଜଣ ବ୍ୟକ୍ତି ବାଇକ୍କୁ ୩ ଜଣ ନେଉଥିବାର ଖବର ପାଇ ଦଉଡାଇଥିଲେ। ଡମିରିକୁଦା ନିକଟରେ ସେମାନଙ୍କୁ ପିଚ୍ଛା କରି ବାଇକକୁ ଅଟକାଇଥିଲେ ଚୋରମାନେ ସେଠାରୁ ବାଇକ୍ ଛାଡି ଫେରାର୍ ହୋଇଯାଇଥିଲେ। ପୋଲିସ୍ ଖବର ପାଇ ଲୁହାପଙ୍କ ନିକଟରୁ ଚୋରମାନଙ୍କୁ ଧରିବାରେ ସଫଳ ହୋଇଥିଲା। ଗିରଫ ଚୋରମାନେ ହେଲେ ସମ୍ବଲପୁର…
କନ୍ଦର୍ପ ବେହେରା ରେଢାଖୋଲ: ଗତ୧୬ ତାରିଖ ରାତିରେ ରେଢାଖୋଲ ଥାନା ରଥତଇଲା ଗ୍ରାମରେ ନିଜ ପତ୍ନୀକୁ ଠେଙ୍ଗାରେ ପିଟିପିଟି ହତ୍ୟା କରି ସ୍ୱାମୀ ଫେରାର୍ ହୋଇଯାଇଥିଲା। ଆଜି ରେଢାଖୋଲ ପୋଲିସ୍ ନାକଟିଦେଉଳରୁ ଗିରଫ କରି କୋର୍ଟ ଚାଲାଣ କରିଥିବା ପୋଲିସ୍ କହିଛି। ପୋଲିସ୍ ସୂତ୍ରରୁ ପ୍ରକାଶ ଯେ, ରେଢାଖୋଲ ରଥତଇଲା ଗ୍ରାମରେ ବସନ୍ତ ବେହେରାଙ୍କ ଘରେ ରହି ପଶ୍ଚିମବଙ୍ଗ ରାଜ୍ୟର ଅବଦୁଲ୍ ଖାନ୍ ଇଟା କାରଖାନାରେ କାମ କରୁଥିଲା। ରେଢାଖୋଲ ଅଂଚଳର ସାଲମି ମିଞ୍ଜକୁ ସେ ଦ୍ୱିତୀୟ ବିବାହ କରିଥିବା ବେଳେ ସାଲିମି ମିଞ ମଧ୍ୟ ଦ୍ୱିତୀୟ ବିବାହ କରିଥିଲେ ଅବଦୁଲ୍ କୁ। କୈାଣସି କାରଣରୁ ଗତ କାଲି ରାତିରେ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହେବାରୁ ସେ ଏକ ଠେଙ୍ଗାରେ ସ୍ତ୍ରୀ ସାଲମୀ କୁ ପିଟିପଟି ହତ୍ୟା କରି ସକାଳେ ନାକଟିଦେଉଳ ପଟେ ଫେରାର୍ ମାରିଥିଲା। ମୃତକ ମହିଳାର ଦେଢ ବର୍ଷର ଏକ ଶିଶୁ ପୁତ୍ର ମଧ୍ୟ ରହିଛି। ସେ ପତ୍ନୀକୁ…
କୈଳାଶ ଚନ୍ଦ୍ର ଚୌଧୁରୀ ବ୍ରହ୍ମପୁର: କବିସୂର୍ଯ୍ୟ ନଗର ସହର କନକ ପାଟଣା ସାହିର ଏକ ଘରୁ ଆଜି ସକାଳୁ ସନ୍ଦେହ ଜନକ ମୃତ ଦେହ ଉଦ୍ଧାର ହୋଇଛି। ରକ୍ତ ଜୁଡୁବୁଡୁ ଅବସ୍ଥାରେ ମୃତ ଦେହ ଉଦ୍ଧାର ହୋଇଛି। ମୃତକଙ୍କ ନାମ ଯୁଧିଷ୍ଠିର ବେହେରା ଓ ତାଙ୍କର ନିଜ ଘର ପାଟପୁର ଥାନା ଅନ୍ତର୍ଗତ ପୋଡାମାରୀ ଅଞ୍ଚଳ ଜନକାପଲୀ ଗ୍ରାମର ବୋଲି ଜଣାପଡିଛି। ମୃତ ଯୁଧିଷ୍ଠିର ଜଣେ ରାଜମିସ୍ତ୍ରୀ। ସ୍ତ୍ରୀ କାମାକ୍ଷୀ ବେହେରା ସହ ଦୁଇଟି ପୁଅଙ୍କୁ ଧରି ସେ ସେଠାରେ ରହୁଥିଲେ। ସ୍ତ୍ରୀ କାମାକ୍ଷୀ ଓ ପୁଅ କହିବା ଅନୁଯାୟୀ ପ୍ରତ୍ୟେକ ଦିନ ଭଳି ସେ ମିସ୍ତ୍ରୀ କାମକୁ ଯାଉଥିଲେ ଓ ଗତକାଲି ଦେହ ଅସୁସ୍ଥ ଥିବା ହେତୁ କାମକୁ ନଯାଇ ଘରେ ବିଶ୍ରାମ ନେଇଥିଲେ। ଆଜି ସକାଳେ ସ୍ତ୍ରୀ କାମକ୍ଷୀ କିଛି ଟଙ୍କା ଆଣିବା ପାଇଁ କାହା ଘରକୁ ଯାଇଥିଲା। ଏହି ସମୟରେ ପୁଅ ଦେଖିଲା ଯେ ବାପା ଖଟରେ…
ଭୁବନେଶ୍ଵର: ପ୍ରଚଣ୍ଡ ଗରମ ମଧ୍ୟରେ ରାଜ୍ୟବାସୀଙ୍କ ପାଇଁ ଆଶ୍ବସ୍ତିକର ଖବର ମିଳୁଛି। ଆଉ ଦୁଇ ଦିନ ପାରେ ଅର୍ଥାତ ୨୧ ତାରିଖରୁ ରାଜ୍ୟରେ ଅନେକ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ଏବଂ ୨୨ ତାରିଖରୁ ଅନେକ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ଅନୁମାନ କରାଯାଉଛି। ଏନେଇ ଭୁବନେଶ୍ଵର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଦେଇଛି।
ଭୁବନେଶ୍ୱର: ରେଳ, ଯୋଗାଯୋଗ, ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ୧୯ ଜୁନ୍ ୨୦୨୩ ରୁ ତିନି ଦିନିଆ ଗସ୍ତରେ ଓଡିଶା ଆସିବେ। ତାଙ୍କ ଗସ୍ତ ସମୟରେ ଶ୍ରୀ ବୈଷ୍ଣବ ୧୯ ତାରିଖ ସନ୍ଧ୍ୟାରେ ବିଶ୍ୱ ପ୍ରସିଦ୍ଧ ରଥ ଯାତ୍ରାକୁ ଦୃଷ୍ଟିରେ ରଖି ପୁରୀ ରେଳ ଷ୍ଟେସନ ନିରୀକ୍ଷଣ କରିବା ସହ ତୀର୍ଥଯାତ୍ରୀଙ୍କ ପାଇଁ ଆୟୋଜନ କରାଯାଇଥିବା ବିଭିନ୍ନ ସୁବିଧା ଓ ବ୍ୟବସ୍ଥା ସମୀକ୍ଷା କରିବେ। ଜୁନ ୨୦ ତାରିଖ ପୂର୍ବାହ୍ନରେ ଶ୍ରୀ ବୈଷ୍ଣବ ପୁରୀରେ ରଥ ଯାତ୍ରା ପରିଦର୍ଶନ କରିବା ପରେ ବାଲେଶ୍ୱର ଜିଲ୍ଲା ବାହାନାଗା ବଜାରକୁ ଯାଇ ସ୍ଥାନୀୟ ଲୋକଙ୍କ ସହ କଥାବାର୍ତ୍ତା ହେବେ। ସେ ମଧ୍ୟ ଅପରାହ୍ନରେ ବାଲେଶ୍ୱର ଜିଲ୍ଲା ଡାକ୍ତରଖାନା ଏବଂ ଜିଲ୍ଲା ପ୍ରଶାସନର ଅଧିକାରୀଙ୍କ ସହ ଆଲୋଚନା କରିବେ। ଏହା ବ୍ୟତୀତ ଶ୍ରୀ ବୈଷ୍ଣବ ବାଲେଶ୍ୱର ରେଳ ଷ୍ଟେସନର ବିକାଶ ଯାଞ୍ଚ କରିବା ସହିତ ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରିବେ।
ସୀତାରାମ ଅଗ୍ରୱାଲ ବାଣପୁର: ଆଗକୁ ବର୍ଷା ଋତୁ ଆସିବାକୁ ଥିବାବେଳେ ସମ୍ଭାବ୍ୟ ବନ୍ୟା ଓ ବାତ୍ୟା ଭଳି ପ୍ରାକୃତିକ ବିପର୍ଯୟର ମୁକାବିଲା ପାଇଁ ଆଜି ଅପରାହ୍ନରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଏବଂ ଏନଏସି ସଭାଗୃହ ମଧ୍ୟରେ ପୃଥକ ଭାବେ ଦୁଇ ଗୋଟି ‘ଟେବୁଲ ଟପ ଏକ୍ସରସାଇଜ’ ବୈଠକ ଅନୁଷ୍ଠିତ ହୋଇଯାଇଛି। ବ୍ଲକ ବୈଠକରେ ବିଡ଼ିଓ ଶୀତଲ ଅଗ୍ରୱାଲ ଅଧ୍ୟକ୍ଷତା କରିଥିବା ବେଳେ ଏନଏସି ବୈଠକରେ ଅଧ୍ୟକ୍ଷ ମିଟୁ ନାୟକ ଅଧ୍ୟକ୍ଷତା କରିଥିଲେ। ଉକ୍ତ ବୈଠକରେ ଏବିଡ଼ିଓ ସୀମାଦ୍ରୀ ପାତ୍ର, ତହସିଲଦାର କୁଞ୍ଜ ବିହାରୀ ବଡ଼ଜେନା, ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଅବିନାଶ ମହାନ୍ତି ଏବଂ ସମସ୍ତ ବିଦ୍ୟୁତ ବିଭାଗର ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ। ବୈଠକରେ ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ବନ୍ୟା ଓ ବାତ୍ୟା ପୂର୍ବବର୍ତ୍ତୀ ଏବଂ ପରବର୍ତ୍ତୀ ସ୍ଥିତିରେ କିପରି ଜୀବନଯାତ୍ରାକୁ ସ୍ୱାଭାବିକ ତୁରନ୍ତ କରାଯାଇପାରିବ, ସେଥିପ୍ରତି ଆଲୋଚନା କରାଯାଇଥିଲା। ସାଧାରଣତଃ ସ୍ୱାସ୍ଥ୍ୟ, ପ୍ରାଣୀଧନ, ପାନୀୟଜଳ, ବିଦ୍ୟୁତ ଇତ୍ୟାଦି…
ବାଲିଆ: ଗତ ତିନି ଦିନ ମଧ୍ୟରେ ତାପମାତ୍ରା ବୃଦ୍ଧି ମଧ୍ୟରେ ଉତ୍ତରପ୍ରଦେଶର ବାଲିଆ ଜିଲ୍ଲା ଡାକ୍ତରଖାନାରେ ୫୪ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ପ୍ରାୟ ୪୦୦ ଜଣ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଡାକ୍ତରମାନେ କହିଛନ୍ତି ଯେ, ଯଦିଓ ମୃତ୍ୟୁର ବିଭିନ୍ନ କାରଣ ଅଛି, ଅତ୍ୟଧିକ ଉତ୍ତାପ ମଧ୍ୟ ଏକ କାରଣ ହୋଇପାରେ। ସେ କହିଛନ୍ତି ଯେ, ପ୍ରବଳ ଉତ୍ତାପ ଯୋଗୁଁ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଲୋକଙ୍କ ସଂଖ୍ୟା ବଢିବାରେ ଲାଗିଛି। ଉତ୍ତରପ୍ରଦେଶରେ ପ୍ରବଳ ଉତ୍ତାପ ଚାଲିଛି, ଅଧିକାଂଶ ସ୍ଥାନରେ ୪୦ ଡିଗ୍ରୀ ଉପରେ ତାପମାତ୍ରା ଦେଖାଯାଉଛି। ମୃତ୍ୟୁରେ ହଠାତ୍ ବୃଦ୍ଧି ଘଟିଛି ଏବଂ ଜ୍ୱର, ନିଶ୍ୱାସ ପ୍ରଶ୍ୱାସ ଏବଂ ଅନ୍ୟାନ୍ୟ ଜଟିଳତା ଥିବା ରୋଗୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଉଛି। ଏଭଳି ପରିସ୍ଥିତିରେ ଡାକ୍ତରଖାନା ପ୍ରଶାସନ ତତ୍ପର ଅଛି ଏବଂ କର୍ମଚାରୀମାନେ କଠିନ ପରିସ୍ଥିତିର ସମ୍ମୁଖୀନ ହେବାକୁ ସତର୍କ ଅଛନ୍ତି।
ସ୍ୱାସ୍ଥ୍ୟ ଟିପ୍ସ: ସକାଳର ଖାଦ୍ୟ ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ସେଥିପାଇଁ ଜଳଖିଆରେ ସୁସ୍ଥ ଜିନିଷ ଖାଇବା ଉପରେ ଗୁରୁତ୍ୱ ଦିଆଯାଏ। ଏଥିରେ କୌଣସି ସନ୍ଦେହ ନାହିଁ ଯେ, ଜଳଖିଆ ଏବଂ ମଧ୍ୟାହ୍ନ ଭୋଜନରେ ସୁସ୍ଥ ଜିନିଷ ଅନ୍ତର୍ଭୁକ୍ତ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କାରଣ ଏହା ଆପଣଙ୍କୁ ଦିନସାରା ଶକ୍ତି ଯୋଗାଇଥାଏ। ସେହିଭଳି ରାତ୍ରୀ ଭୋଜନ ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଅଧିକାଂଶ ଲୋକ ରାତ୍ରୀ ଭୋଜନରେ ଅସାବଧାନତା ଅବଲମ୍ବନ କରନ୍ତି। ଏଠାରେ ଆମେ ଆଜି ଆପଣଙ୍କୁ କହିବୁ କେଉଁ ଜିନିଷଗୁଡିକ ଆପଣ ରାତ୍ରୀ ଭୋଜନରେ ଅନ୍ତର୍ଭୂକ୍ତ କରିବା ଉଚିତ୍ ନୁହେଁ, ନଚେତ୍ ଆପଣଙ୍କ ସ୍ୱାସ୍ଥ୍ୟ ପ୍ରଭାବିତ ହୋଇପାରେ। ଅଧିକ ତେଲିଆଯୁକ୍ତ ଭଜା ଜିନିଷ: ଆପଣ ରାତିରେ ହାଲୁକା ଖାଇଲେ ଆପଣଙ୍କ ହଜମ ପ୍ରକ୍ରିୟା ଭଲ କାମ କରିବ। ଅଧିକ ତେଲିଆଯୁକ୍ତ ଭଜା ଜିନିଷ ଖାଇବା ଆପଣଙ୍କ ହଜମ ପ୍ରକ୍ରିୟା ଉପରେ ଅତିରିକ୍ତ ଚାପ ପକାଇଥାଏ, ଯାହା ଶରୀରରେ ଶିଥିଳତା ଆସିଥାଏ…
ସ୍ୱାସ୍ଥ୍ୟ ଟିପ୍ସ: ଆଜିର ସମୟରେ ପ୍ରାୟ ୧୦ଜଣଙ୍କ ଭିତରେ ତିନିଜଣ ମୋଟାପଣର ଶିକାର ହେଉଛନ୍ତି। ଏହି ମୋଟାପଣରୁ ମୁକ୍ତ ପାଇବା ଜିମ୍ର ସାହାରା ନେଉଛନ୍ତି। ଏହା ସହିତ କଠିନ୍ ଡାଏଟ୍, ମେଡିସିନ୍ ଇତ୍ୟାଦିର ମଧ୍ୟ ସାହାଯ୍ୟ ନେବାକୁ ପଡିଛି। ତେବେ ଏହି ମୋଟାପାରୁ ମୁକ୍ତି ପାଇଁ ଓ୍ବାର୍କ ଆଉଟ୍ କରିବା ସହିତ ହେଲ୍ଦୀ ଡାଏଟ୍ ବହୁତ ଜରୁରୀ। ଏପରି କିଛି ଫଳ ରହିଛି, ଯାହା ବହୁତ ଶୀଘ୍ର ଓଜନ କମ କରିବାରେ ସାହାଯ୍ୟ କରିଥାଏ। ସେହି ଫଳଗୁଡ଼ିକ ମଧ୍ୟରେ ରହିଛି– ତରଭୁଜ– ତରଭୁଜ କମ୍ କ୍ୟାଲୋରୀ ହେବା ସହିତ ଏଥିରେ ଅଧିକମାତ୍ରାରେ ଫାଇବର, ପୋଟାସିୟମ୍, ଆଇରନ୍ ଓ ଭିଟାମିନ୍ – ଏ, ସି ଓ ବି ପ୍ରଚୁର ପରିମାଣରେ ରହିଥାଏ। ଏହି ଶରୀରରୁ ବିଷାକ୍ତ ତତ୍ତ୍ବକୁ ବାହାରକୁ କାଢିବାରେ ବହୁତ ସାହାଯ୍ୟ କରିଥାଏ। ଏହା ସହିତ ତରଭୁଜ୍ରେ ପ୍ରଚୁର ପରିମାଣରେ ପାଣି ଥାଏ। ଯାହା ଶରୀରରେ ପାଣିର ଅଭାବକୁ ପୂରଣ କରିବା ସହିତ ପାଚନ…
କୈଳାଶ ଚନ୍ଦ୍ର ଚୌଧୁରୀ ବ୍ରହ୍ମପୁର: ବୁଗୁଡ଼ା ଥାନା ଓ ବାଲିପଦର ଫାଣ୍ଡି ଅନ୍ତର୍ଗତ ଖରିଡା ଗ୍ରାମର ବିନୋଦ ବିଷୋୟୀ ନାମକ ଜଣେ ଯୁବକଙ୍କୁ ସେହି ଗ୍ରାମର ଅକ୍ଷୟ ସ୍ବାଇଁ ଓ ରଞ୍ଜନ ଭୁୟାଁ ମିଶି ଏକ ବିଅର୍ ବୋତଲରେ ଆକ୍ରମଣ କରିଥିଲେ। ଯାହା ଫଳରେ ବିନୋଦ ମୁଣ୍ଡରୁ ପ୍ରବଳ ରକ୍ତସ୍ରାବ ହୋଇଥିଲା ଓ ବିନୋଦ ବାଲିପଦର ଡାକ୍ତରଖାନାରେ ଚିକିତ୍ସିତ ହୋଇ ବାଲିପଦର ଫାଣ୍ଡି ରେ ଅଭିଯୋଗ କରିଥିଲେ। ପୋଲିସ ଏତଲା ନଂ ୪୨୫/୨୩ ରେ ମାମଲା ରୁଜୁ କରି ଉଭୟ ଅକ୍ଷୟ ଓ ରଞ୍ଜନ କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ବୋଲି ବୁଗୁଡ଼ା ଥାନା ଅଧିକାରୀ ଚିତ୍ତରଞ୍ଜନ ବେହେରାଙ୍କ ଠାରୁ ପ୍ରକାଶ।
ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ରେଡ଼ିଓ ଅଭିଭାଷଣ “ମନ୍ କି ବାତ୍’ ରେ ଓଡିଶାର ବିଶ୍ଵ ପ୍ରସିଦ୍ଧ ରଥ ଯାତ୍ରା ବିଷୟରେ ଉଲ୍ଲେଖ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ “ମନ୍ କି ବାତ୍’ ର ସଂପୂର୍ଣ୍ଣ ଅଭିଭାଷଣ ପଢିବା….. ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । ‘ମନ୍ କି ବାତ୍’ ରେ ପୁଣି ଥରେ ଆପଣମାନଙ୍କୁ ସ୍ୱାଗତ । ‘ମନ୍ କି ବାତ୍’ ପ୍ରାୟତଃ ପ୍ରତି ମାସର ଶେଷ ରବିବାର ଦିନ ହୋଇଥାଏ, କିନ୍ତୁ ଏଥର ଗୋଟିଏ ସପ୍ତାହ ପୂର୍ବରୁ ହେଉଛି । ଆପଣମାନେ ତ ଜାଣିଛନ୍ତି, ଆସନ୍ତା ସପ୍ତାହରେ ମୁଁ ଆମେରିକାରେ ଥିବି ଆଉ ସେଠାରେ ଅନେକ କାର୍ଯ୍ୟବ୍ୟସ୍ତତା ମଧ୍ୟ ରହିବ । ତେଣୁ, ମୁଁ ଭାବିଲି ଯେ ସେଠାକୁ ଯିବା ଆଗରୁ ହିଁ ଆପଣମାନଙ୍କ ସହିତ କଥା ହେବି, ତା’ଠୁ ଭଲ ଆଉ କ’ଣ ହୋଇପାରେ? ଜନତା ଜନାର୍ଦ୍ଦନଙ୍କ ଆଶୀର୍ବାଦ, ଆପଣଙ୍କ ପ୍ରେରଣା ଯୋଗୁଁ ମୋ’ର ଶକ୍ତି ମଧ୍ୟ…
ନୂଆଦିଲ୍ଲୀ: ଚଳଚ୍ଚିତ୍ର ଆଦିପୁରୁଷ ଜୁନ୍ ୧୬ ତାରିଖରେ ବଡ ପରଦାରେ ମୁକ୍ତିଲାଭ କରିଥିଲା ଏବଂ ସେବେଠାରୁ ଏହାକୁ କ୍ରମାଗତ ସମାଲୋଚନା କରାଯାଉଛି। କେହି କେହି ରାବଣର ଚେହେରାକୁ ପସନ୍ଦ କରୁନଥିବା ବେଳେ କେହି କେହି ହନୁମାନ ଜିଙ୍କ ଭାଷା ଉପରେ ବିରୋଧ କରିଛନ୍ତି। ଏଥିସହିତ କିଛି ଲୋକ ରାମାୟଣର ଦୃଶ୍ୟକୁ ଭୁଲ ଢଙ୍ଗରେ ଦେଖାଇବାକୁ ଅଭିଯୋଗ କରୁଛନ୍ତି। ବର୍ତ୍ତମାନ ରାମାନନ୍ଦ ସାଗରଙ୍କ ରାମାୟଣରେ ରାମ ଭୂମିକାରେ ଅଭିନୟ କରିଥିବା ଅରୁଣ ଗୋବିଲ ମଧ୍ୟ ଆଦିପୁରୁଷ ବିଷୟରେ ନିଜର ମତ ଦେଇଛନ୍ତି। ସେ କହିଛନ୍ତି ଯେ ଦର୍ଶକ କହିଛନ୍ତି … ରାମାୟଣ ହେଉଛି ଭାରତୀୟ ସଂସ୍କୃତିର ଐତିହ୍ୟ ଏବଂ ବର୍ତ୍ତମାନ ଏହା (ଚଳଚ୍ଚିତ୍ର) ବିଷୟରେ କଥାବାର୍ତ୍ତା ହେଉଛି, ରାମାୟଣର ମୂଳ ଭାବନା ଏବଂ ରୂପ ଜାଣିବା ଅତ୍ୟନ୍ତ କଷ୍ଟଦାୟକ। ଅରୁଣ ଗୋବିଲଙ୍କ ଅନୁଯାୟୀ, ରାମାୟଣ ଆମ ପାଇଁ ଆସ୍ଥା ଏବଂ ବିଶ୍ଵାସର ବିଷୟ ଏବଂ ଏହା ସହିତ କୌଣସି ପ୍ରକାରର ଟାମ୍ପରିଂ ଗ୍ରହଣ…
ନୂଆଦିଲ୍ଲୀ: ବର୍ତ୍ତମାନଠାରୁ କୁମ୍ଭ ମେଳା ସମ୍ବନ୍ଧରେ ରେଳବାଇର ପ୍ରସ୍ତୁତି ଆରମ୍ଭ କରିଦେଇଛି। ଯାତ୍ରୀ ଆଣିବା ଏବଂ ନେବା ପାଇଁ ରେଳବାଇ ମଧ୍ୟ ସ୍ୱତନ୍ତ୍ର ଟ୍ରେନ୍ ଚଳାଇବାକୁ ଯୋଜନା କରିଛି। ଦେଶର କୋଣ ଅନୁକୋଣରୁ କୁମ୍ଭ ମେଳାକୁ ଯାତ୍ରୀଙ୍କୁ ନେବା ପାଇଁ ୮୦୦ରୁ ଅଧିକ ସ୍ୱତନ୍ତ୍ର ଟ୍ରେନ୍ ଚଳାଇବାକୁ ଯୋଜନା କରାଯାଇଛି। ଶନିବାର ଦିନ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ନୂଆଦିଲ୍ଲୀର ନିୟନ୍ତ୍ରଣ କାର୍ଯ୍ୟାଳୟ ଯାଞ୍ଚ କରିଛନ୍ତି। ସେ କୁମ୍ଭ ମେଳାର ବ୍ୟବସ୍ଥା ସମ୍ପର୍କରେ ରେଳ ଅଧିକାରୀଙ୍କ ସହ ଏକ ସମୀକ୍ଷା ବୈଠକ କରିଛନ୍ତି। ରେଳମନ୍ତ୍ରୀ କହିଛନ୍ତି ଯେ, ଜାନୁଆରୀ ୨୦୨୫ ର ୬ ଟି ମୁଖ୍ୟ ସ୍ନାନ ଦିନ ପାଇଁ ୮୦୦ ରୁ ଅଧିକ ମେଳା ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିବ। ୧୫ କୋଟିରୁ ଅଧିକ ତୀର୍ଥଯାତ୍ରୀ କୁଭା-୨୦୨୫ ପରିଦର୍ଶନ କରିବେ ବୋଲି ଆଶା କରାଯାଉଛି। ବିଭିନ୍ନ କାର୍ଯ୍ୟ ପାଇଁ ROB / RUB ଏବଂ NR, NCR ଏବଂ NER…

