ଭୁବନେଶ୍ଵର: ଓଲିଉଡ଼ ଅଭିନେତ୍ରୀ ଏଲିନା ସାମନ୍ତରାୟ, ସମାଜସେବୀ ହୀରାଲାଲ ଶର୍ମା ଏବଂ ସି.କେ ଶର୍ମାଙ୍କ ନେତୃତ୍ୱରେ ଭୁବନେଶ୍ୱର ରେଡ଼କ୍ରସ ଭବନ ଠାରେ ସକାଳ ୯ ଟା ରେ ବାଲେଶ୍ୱର ବାହାନଗା ମର୍ମନ୍ତୁଦ ରେଳ ଦୁର୍ଘଟଣାରେ ଗୁରୁତର ହୋଇ ବିଭିନ୍ନ ଡାକ୍ତରଖାନା ରେ ଚିକିତ୍ସିତ ହେଉଥିବା ରୋଗୀଙ୍କ ପାଇଁ ଏକ ସ୍ୱତନ୍ତ୍ର ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା। ଏହି ଶିବିର ରେ ନିଜର ମାନବିକତାର ପରିଚୟ ଦେଇ ରାଜଧାନୀର ଅନେକ ଜନସାଧାରଣ ରକ୍ତଦାନ କରିବାକୁ ଲମ୍ବା ଧାଡି ଲାଗିଥିଲା। ଭୁବନେଶ୍ବରର ଅନେକ ରାଜନେତା, ସ୍ଵେଚ୍ଛାସେବୀଙ୍କ ସହିତ ସିନେମା ଜଗତ ସହିତ ଜଡିତ ଥିବା ଅନେକପ୍ରଯୋଜକ, ଅଭିନେତା, ଅଭିନେତ୍ରୀ ମଧ୍ୟ ଯୋଗଦେଇ ସ୍ବେଛାକୃତ ଭାବେ ରକ୍ତଦାନ କରିଛନ୍ତି। ପିପିଲିର ଯୁବ ବିଧାୟକ ରୁଦ୍ର ମହାରଥୀ, ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର, ସମାଜସେବୀ ରୋଜାଲିନ ପଟ୍ଟଶାଣୀ, ଋଷି ପଟ୍ଟନାୟକ, ସିନେ ପ୍ରଯୋଜକ ସଚିକାନ୍ତ ଜେନା, ଟୁଟୁ ନାୟକ, ଜୀତେଶ ପରିଡା, ସାନୁ ରଥ, ଚଳଚ୍ଚିତ୍ର ଅଭିନେତ୍ରୀ…
Author: Samikhsya Bureau
ଭୁବନେଶ୍ଵର: ବାଲେଶ୍ୱର ନିକଟ ବାହାନାଗା ବଜାର ଷ୍ଟେସନ ଠାରେ ଟ୍ରେନ୍ ଦୁର୍ଘଟଣା ସହିତ ଜଡିତ 170 ମୃତ ଶରୀରକୁ ନିମ୍ନ ଡାକ୍ତରଖାନାଗୁଡ଼ିକରେ ରଖାଯାଇଛି। A. AIIMS (ଏମ୍ସ), ଭୁବନେଶ୍ୱର B. AMRI (ଆମ୍ରି), ଭୁବନେଶ୍ୱର C. SUM (ସମ) ହସ୍ପିଟାଲ୍, ଭୁବନେଶ୍ୱର D. CAPITAL (କ୍ୟାପିଟାଲ୍) ହସ୍ପିଟାଲ୍, ଭୁବନେଶ୍ୱର E. KIMS (କୀମସ) ହସ୍ପିଟାଲ, ଭୁବନେଶ୍ୱର F. HI-TECH (ହାଇ-ଟେକ୍) ହସ୍ପିଟାଲ୍, ଭୁବନେଶ୍ୱର ଚିହ୍ନିତ ହୋଇନଥିବା ମୃତ ଶରୀର ଫଟୋ ମଧ୍ୟ ରାଜ୍ୟ ସରକାରଙ୍କ ୱେବସାଇଟ୍ “www.bmc.gov.in” ରେ ଉପଲବ୍ଧ ଅଛି। ଏହି ସମ୍ବନ୍ଧରେ ଯେକୌଣସି ସହାୟତା ପାଇଁ ନିମ୍ନୋକ୍ତ ହେଲ୍ପଲାଇନ ନମ୍ବରରେ ରେଳବାଇ ସହିତ ଯୋଗାଯୋଗ କରିବାକୁ ସମ୍ପୃକ୍ତ ସମସ୍ତଙ୍କୁ ଅନୁରୋଧ କରାଯାଇଛି… A. ଭୁବନେଶ୍ୱର 0674 – 2534027 B. କଟକ 8455889917 C. ଖୋର୍ଦ୍ଧା ରୋଡ୍ 0674 – 2492245 ଏବଂ 8455887999 D. ରାଜ୍ୟ ସରକାର – 1929।
ନୂଆଦିଲ୍ଲୀ: ବର୍ତ୍ତମାନଠାରୁ ମଥୁରା-ଆଗ୍ରାର ଅନେକ ମନ୍ଦିରରେ ଛୋଟ ପୋଷାକ ପିନ୍ଧିବା ଉପରେ ବାରଣ କରାଯାଇଛି। ଏହା ସହିତ ଭକ୍ତମାନଙ୍କୁ ମନ୍ଦିରରେ ଭାରତୀୟ ପରମ୍ପରା ଅନୁଯାୟୀ ପୋଷାକ ପିନ୍ଧିବାକୁ ନିର୍ଦ୍ଦେଶ ଦିଆଯାଇଛି। ଆଗ୍ରାସ୍ଥିତ କୈଳାଶ ମହାଦେବ ମନ୍ଦିର ସମେତ ଅନେକ ମନ୍ଦିରରେ ଛୋଟ ପୋଷାକରେ ମନ୍ଦିର ପରିଦର୍ଶନ ଉପରେ ପ୍ରତିବନ୍ଧକ ଲଗାଯାଇଛି। ଆଗ୍ରା ପରି ମଥୁରାର ରାଧା ବଲ୍ଲଭ ସମେତ ଅନେକ ମନ୍ଦିରରେ ମଧ୍ୟ ସମାନ ନିର୍ଦ୍ଦେଶ ଦିଆଯାଇଛି। ଭକ୍ତମାନଙ୍କୁ ମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ, ଯଦି ସେମାନେ ମନ୍ଦିରକୁ ଆସନ୍ତି, ତେବେ ସେମାନେ ଭାରତୀୟ ପରମ୍ପରା ଅନୁଯାୟୀ ପୋଷାକ ପିନ୍ଧିବା ଉଚିତ୍, ନଚେତ୍ ସେମାନଙ୍କୁ ମନ୍ଦିର ଭିତରକୁ ଯିବାକୁ ଦିଆଯିବ ନାହିଁ। ଏଥିପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ କଠୋର ନିୟମ କରାଯାଇଛି। ଏହା ସହିତ ମନ୍ଦିର ବାହାରେ ଏକ ସମ୍ପର୍କିତ ଏକ ବୋର୍ଡ ମଧ୍ୟ ରଖାଯାଇଛି ଯେଉଁଥିରେ ସ୍ପଷ୍ଟ ଭାବେ କୁହାଯାଇଛି ଯେ, ଛୋଟ ପୋଷାକ ପିନ୍ଧି ମନ୍ଦିରକୁ ଆସୁଥିବା…
ଭୁବନେଶ୍ୱର: ୨୦୨୦ ମସିହାରେ କୋଭିଡ ସଂକ୍ରମଣ ଆରମ୍ଭ ହେବା ପରେ ଓଡ଼ିଶା ହେଉଛି ପ୍ରଥମ ରାଜ୍ୟ ଯିଏ କି କରୋନା ସହ ଯୁଦ୍ଧ କରିବା ପାଇଁ ପଦକ୍ଷେପ ଆରମ୍ଭ କରିଥିଲା। ଯାହାଦ୍ୱାରା କି ସାରା ଦେଶରୁ ସବୁଠାରୁ କମ୍ ମୃତ୍ୟୁ ଓଡ଼ିଶାରେ ହିଁ ହୋଇଥିଲା ବୋଲି ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ଓଡ଼ିଶା କୋଭିଡ ମୁକାବିଲା ନିମନ୍ତେ ଖୁବ୍ ଉଚ୍ଚକୋଟୀର କାର୍ଯ୍ୟ କରିଥିବା ବେଳେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସ୍ୱାସ୍ଥ୍ୟ ସେବା ଓ କୋଭିଡ ପରିଚାଳନା କ୍ଷେତ୍ରରେ ରାଜ୍ୟର କାର୍ଯ୍ୟକୁ ପ୍ରଶଂସା କରିଛନ୍ତି ବୋଲି ଗତ ଗୁରୁବାର ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ଆଣ୍ଡ ସମ୍ ହସ୍ପିଟାଲ୍ରେ ଆୟୋଜିତ ଏକ କର୍ମଶାଳାରେ ଯୋଗ ଦେଇ ଓଡ଼ିଶାରେ କାର୍ଯ୍ୟରତ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ରାଜ୍ୟ ଆଂଚଳିକ ଟିମ୍ ଲିଡର ଡାକ୍ତର ନିହାର ରଞ୍ଜନ ରାୟ କହିଛନ୍ତି। ତେବେ ମହାମାରୀ ଯୋଗୁଁ ନିୟମିତ ଟୀକାକରଣ କାର୍ଯ୍ୟ ଭୀଷଣ ଭାବେ ବାଧାପ୍ରାପ୍ତ ହୋଇଥିବା ଡାକ୍ତର ରାୟ…
କୈଳାଶ ଚନ୍ଦ୍ର ଚୌଧୁରୀ ବ୍ରହ୍ମପୁର: ଫାଷ୍ଟ୍ ଗେଟ୍ ନିକଟ ରଘପତି ନଗରର ଅନିତା ବେହେରା ନାମ୍ନୀ ଜଣେ ମହିଳାଙ୍କୁ ପଡୋଶୀ ମହିଳାଙ୍କ ସୁନାହାର ଠକେଇ ଅଭିଯୋଗରେ ବଡ଼ବଜାର ଥାନା ପୋଲିସ ଗିରଫ କରିଛି। ମାମଲା ନଂ ୧୯୨/୨୩ ଅନୁଯାୟୀ ଅଭିଯୁକ୍ତ ମହିଳାଜଣଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଘଟଣାରୁ ପ୍ରକାଶ ଯେ, ଉକ୍ତ ସାହିର ଅର୍ଜୁନ ସାହୁଙ୍କ ପଡିଶା ଘରେ ଅନିତା ବେହେରା ରହୁଛନ୍ତି। ଏହି ପରିପ୍ରେକ୍ଷୀରେ ତାଙ୍କ ପତ୍ନୀ ଜ୍ୟୋତ୍ସ୍ନା ରାଣୀ ସାହୁଙ୍କ ସହ ଅନିତାର ଘନିଷ୍ଠତା ବଢ଼ି ଚାଲିଥିଲା। ଏହାର ସୁଯୋଗ ନେଇ ଜ୍ୟୋତ୍ସ୍ନାଙ୍କ ପୁରୁଣା ସୁନା ହାରକୁ ନୁଆ କରିବା ପାଇଁ ନିଜର ଜଣେ ଜଣାଶୁଣା ବଣିଆ ଦୋକାନକୁ ନେଇ ଥିଲେ ଓ ସେଠି ଜ୍ୟୋତ୍ସ୍ନା ପୁରୁଣା ସୁନାହାର ସହ ଅତିରିକ୍ତ ନଗଦ ୨୩ ହଜାର ଟଙ୍କା ଦେଇଥିଲେ। ବଣିଆଙ୍କ ଚୁକ୍ତି ଅନୁଯାୟୀ ଜ୍ୟୋତ୍ସ୍ନା ଉକ୍ତ ଦୋକାନକୁ ଯାଇ ସୁନାହାର ମାଗିବାରୁ ଅନିତା ଉକ୍ତ…
କୈଳାଶ ଚନ୍ଦ୍ର ଚୌଧୁରୀ ବ୍ରହ୍ମପୁର: ଘରୁ ଲୁଚି ପଳାଇଥିବା ନାବାଳିକାକୁ ଗୋଳନ୍ଥରା ପୋଲିସ ଉଦ୍ଧାର କରିଛି। ବନ୍ଧୁଙ୍କ ଘରୁ ନାବାଳିକାଙ୍କୁ ଉଦ୍ଧାର କରି ପରିବାର ଲୋକଙ୍କୁ ପୋଲିସ ହସ୍ତାନ୍ତର କରିଛି। ସୂଚନା ଅନୁଯାୟୀ, ଗୋଳନ୍ଥରା ଥାନା ଅନ୍ତର୍ଗତ ଦାସପୁର ଗ୍ରାମର ଜନୈକା ନାବାଳିକା ଘରୁ ଲୁଚି ପଳାଇଯାଇଥିଲେ। ପିତାମାତାଙ୍କ ମାଡଗାଳିରେ ଅତିଷ୍ଠ ହୋଇ ସେ ଘରୁ ଲୁଚି ପଳାଇଥିଲେ। ଘର ଲୋକଙ୍କ ଅଭିଯୋଗ ଗ୍ରହଣ କରି ଗୋଳନ୍ଥରା ପୋଲିସ ନଂ ୨୫୮/୨୩ ମାମଲା ରୁଜୁ କରି ଅନୁସନ୍ଧାନ ବେଳେ ନିକଟସ୍ଥ ଜଣେ ସାଙ୍ଗଙ୍କ ଘରୁ ନାବାଳିକାକୁ ଉଦ୍ଧାର କରାଯାଇଥିଲା। ଏବଂ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା।
କୈଳାଶ ଚନ୍ଦ୍ର ଚୌଧୁରୀ ବ୍ରହ୍ମପୁର: ନିମଖଣ୍ଡି ଥାନା ଅନ୍ତର୍ଗତ ଲୋଚାପଡା ହନୁମାନ ମନ୍ଦିର ନିକଟରେ ଆଖୁ ରସ ବିକୁଥିବା ଶୋଭା ଚନ୍ଦ୍ର ସେଠୀ ନାମକ ଜଣେ ବ୍ୟକ୍ତିଙ୍କ ଠାରୁ ୭ ଜଣ ଯୁବକ ଆଖୁ ରସ ପିଇ ପଇସା ଦେଲେ ନାହିଁ। ବ୍ୟବସାୟୀ ଜଣକ ପଇସା ଦାବି କରିବାରୁ ଗାଳିଗୁଲଜ କରିବା ସହ ମାଡ଼ ମାରି ଆହତ କରିଥିଲେ। ଯାହା ଫଳରେ ତାଙ୍କର ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ଆଜିଠାରୁ ମାସିକିଆ ଦାଦା ବଟି ଦେବୁ ନହେଲେ ତୋତେ ହତ୍ୟା କରିବୁ ବୋଲି ଧମକ ଦେଇ ଚାଲିଗଲେ। ଆହତ ବ୍ୟବସାୟୀ ଜଣକ ଭୟଭୀତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହୋଇ ଆସିଲା ପରେ ନିମଖଣ୍ଡି ଥାନାରେ ଅଭିଯୋଗ କରିଥିଲେ ଓ ଅଭିଯୋଗ ଅନୁଯାୟୀ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।
ନୂଆଦିଲ୍ଲୀ: ଭାରତୀୟ ଚଳଚ୍ଚିତ୍ର ଶିଳ୍ପକୁ ଏକ ବଡ଼ ଝଟକା ଦେଇ ଚଳିତ ବର୍ଷ ଅନେକ ସେଲିବ୍ରେଟଙ୍କ ଦେହାନ୍ତ ହୋଇଛି। ବର୍ତ୍ତମାନ ଲୋକପ୍ରିୟ ଅଭିନେତା-ନିର୍ଦ୍ଦେଶକ ତଥା ଥିଏଟର କଳାକାର ଆମୀର ରଜା ହୁସେନ୍ଙ୍କ ନାମ ମଧ୍ୟ ଏହି ପର୍ଯ୍ୟାୟରେ ଅନ୍ତର୍ଭୁକ୍ତ ହୋଇଛି। ଗତକାଲି ଦିଲ୍ଲୀ ଘରେ ଆମୀର ରଜା ହୁସେନ୍ଙ୍କ ଦେହାନ୍ତ ହୋଇଛି। ସେ ୬୬ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଆମିରଙ୍କ ମୃତ୍ୟୁ ଖବର ଦେଖି ପ୍ରଶଂସକମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ସେ ତାଙ୍କ ପତ୍ନୀ ବିରାଟ ତଲୱାର ଏବଂ ଦୁଇ ପୁଅଙ୍କୁ ଛାଡି ଚାଲିଯାଇଛନ୍ତି। ହୁସେନ୍ ୬ ଜାନୁୟାରୀ ୧୯୫୭ ରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତାମାତାଙ୍କ ଛାଡପତ୍ର ହୋଇଯାଇଥିଲା। ହୁସେନ୍ ତାଙ୍କ ମାଆଙ୍କ ଦ୍ୱାରା ପାଳିତ ହୋଇଥିଲେ। ହୁସେନ୍ ଅଜମେରର ମେୟୋ କଲେଜରେ ତାଙ୍କର ପାଠପଢା ସମାପ୍ତ କରିଥିଲେ ଏବଂ ପରେ ସେଣ୍ଟ ଷ୍ଟିଫେନ୍ କଲେଜରେ ଇତିହାସ ଅଧ୍ୟୟନ କରିଥିଲେ, ଯେଉଁଠାରେ ସେ ଜୟ ମାଇକେଲ, ବେରୀ…
ଭୁବନେଶ୍ୱର: ପ୍ରତି ଜିଲ୍ଲାରେ କାର୍ଯ୍ୟକ୍ଷମ ହେବ ‘କାଳିଆ‘ ସେଣ୍ଟର। ରାଜ୍ୟ ସରକାରଙ୍କ ଦ୍ୱାରା କୃଷି ଓ କୃଷକଙ୍କ କଲ୍ୟାଣ ନିମନ୍ତେ କାଳିଆ ସମେତ ପ୍ରମୁଖ ଯୋଜନାର ସଫଳ ରୂପାୟନ ଦିଗରେ ଚାଷୀମାନଙ୍କ ପାଇଁ ପ୍ରତି ଜିଲ୍ଲା ମୁଖ୍ୟାଳୟରେ ଗୋଟିଏ ଲେଖାଏଁ କାଳିଆ ସେଣ୍ଟର ପ୍ରତିଷ୍ଠା କରାଯିବ। ଗୋଟିଏ ଛାତତଳେ ଏହା ଚାଷୀମାନଙ୍କର ବିଭିନ୍ନ ସମସ୍ୟାର ସମାଧାନ ସମେତ କୃଷି କ୍ଷେତ୍ରରେ ନୂତନ ସୁଯୋଗର ଉନ୍ମେଷ ଦିଗରେ ଚାଷୀମାନଙ୍କୁ ଉତ୍ସାହିତ କରିବା ଲକ୍ଷ୍ୟରେ ୱାନ୍ ଷ୍ଟପ୍ ସେଣ୍ଟର ଭାବରେ କାର୍ଯ୍ୟ କରିବ। ଏହି କେନ୍ଦ୍ର ମାଧ୍ୟମରେ କାଳିଆ ସମେତ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା, ‘ଗୋ-ସୁଗମ’, ‘ସଫଲ’, ‘କୃଷକ ଓଡ଼ିଶା’ ଆଦିର କାର୍ଯ୍ୟକାରିତା ଦିଗରେ ଚାଷୀମାନେ ସମ୍ମୁଖୀନ ହେଉଥିବା ସମସ୍ୟାର ସମାଧାନ ପାଇଁ ସମସ୍ତ ସହାୟତା ଯୋଗାଇ ଦିଆଯିବ। କାଳିଆ ସେଣ୍ଟର ପ୍ରତ୍ୟେକ ସରକାରୀ କାର୍ଯ୍ୟଦିବସରେ ସକାଳ ୧୦ଟାଠାରୁ ଅପରାହ@ ୫.୩୦ ମିନିଟ ପର୍ଯ୍ୟନ୍ତ ଖୋଲା ରହିବ। କାଳିଆ ସେଣ୍ଟର ଚାଷୀମାନଙ୍କ ନିମନ୍ତେ…
ଉପେନ୍ଦ୍ର ବଳିୟାରସିଂହ ଥରେ ଧନପତି କୁବେର କୈଳାଶ ପର୍ବତକୁ ଶିବ ଭଗବାନଙ୍କ ଦର୍ଶନ ପାଇଁ ଗଲେ। ପ୍ରଭୁ, ”ମୁଁ ଆପଣଙ୍କର କି ପ୍ରକାର ସେବା କରିପାରିବି, ଆଦେଶ ଦିଅନ୍ତୁ।” କୁବେର ଭଗବାନଙ୍କୁ ପ୍ରଶ୍ନ କଲେ। ଶିବ ଭଗବାନ କହିଲେ, “ମୁଁ ଜଣେ ସଚ୍ଚା ବୈଷ୍ଣବ ଭାବରେ ଅନ୍ୟର ସେବା ଗ୍ରହଣ କରିପାରିବି ନାହିଁ। ତୁମେ ସେସବୁ କିଛି ଚିନ୍ତା ନକରି ଶ୍ରୀରାମଙ୍କର ନାମ ଜପ କର। କିନ୍ତୁ ମାତା ପାର୍ବତୀ କୁବରଙ୍କୁ କହିଲେ, “ଧନପତି ତୁମେ ମୋ ପାଇଁ ଏକ ସୁବର୍ଣ୍ଣ ମହଲ ନିର୍ମାଣ କର। କୁବେର ଗୋଟିଏ ଅତି ସୁନ୍ଦର ସୁବର୍ଣ୍ଣର ମହଲ ଟିଏ ନିର୍ମାଣ କଲେ। ବାସ୍ତୁ ପୂଜା ନକରି ନୂତନ ଗୃହରେ ପ୍ରବେଶ କରାଯାଏ ନାହିଁ। ତେଣୁ ଶିବଙ୍କର ବଡ ଭକ୍ତ ରାବଣଙ୍କୁ ବାସ୍ତୁ ପୂଜା ପାଇଁ ଆମନ୍ତ୍ରଣ କରାଗଲା। ପୂଜା ପରେ ଦକ୍ଷିଣା ଦେବା କଥା। ଶିବ ଭଗବାନ କହିଲେ, “ରାବଣ ତୁମକୁ କି ଦକ୍ଷିଣା…
ଚାଣକ୍ୟ ନୀତି: ଯଦି ଜଣେ ବ୍ୟକ୍ତି ଚାହାଁନ୍ତି, ତେବେ ସେ ଏକ ଅଜ୍ଞାତ ଜିନିଷରୁ ମଧ୍ୟ ବହୁତ କିଛି ଶିଖିପାରିବେ, ଯାହା ଜୀବନରେ ତାଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇପାରେ। ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁଯାୟୀ ବିଭିନ୍ନ ପ୍ରାଣୀଙ୍କଠାରୁ ସଫଳତା ଏବଂ ସୁଖମୟ ଜୀବନ ପାଇଁ ଅନେକ ଜିନିଷ ଶିଖିବା ବିଷୟରେ ଆଲୋଚନା କରିଛନ୍ତି। ଯଦିଓ ପଶୁମାନେ ନିରବ ରୁହନ୍ତି, ତଥାପି ସେମାନେ ନିଜର ଶକ୍ତି ଏବଂ ପ୍ରତିଭା ପ୍ରଦର୍ଶନ କରିବାକୁ ପଛଘୁଞ୍ଚା ଦିଅନ୍ତି ନାହିଁ। ପ୍ରତ୍ୟେକ ଜୀବଙ୍କର ନିଜସ୍ୱ ଗୁଣ ଅଛି, ଯାହା ମଣିଷକୁ ବହୁତ କିଛି ଶିକ୍ଷା କରିବାର କ୍ଷମତା ରଖିଥାଏ। ଗଧ ଏପରି ପଶୁମାନଙ୍କ ମଧ୍ୟରୁ ଗଧ ଅନ୍ଯତମ। ଚାଣକ୍ୟ ନୀତି କହିଛି ଯେ, ଯଦି ଜୀବନରେ ଗୋଟିଏ ଗଧର ୩ ଟି ଜିନିଷ ଗ୍ରହଣ କର, ବିଫଳତା ତୁମକୁ ସ୍ପର୍ଶ କରିବ ନାହିଁ। – ଗଧ ପ୍ରବଳ ଉତ୍ତାପ ଏବଂ ହାଡ-ଥଣ୍ଡା ଶୀତରେ ମଜବୁତ ରୁହେ, ପ୍ରତ୍ୟେକ…
ଭୁବନେଶ୍ଵର: ଏଡସ୍ ପରି ମାରାତ୍ମକ ରୋଗ ପରେ ଦୁନିଆରେ ତୀବ୍ର ଗତିରେ ବଢି ଚାଲିଛି ଏହି ରୋଗ। ୨୦୧୬ରେ ସାରା ଦୁନିଆରେ ନବଜାତଙ୍କ ମୃତ୍ୟୁର ପ୍ରମୁଖ କାରଣ ଏହି ରୋଗ ହିଁ ରହିଛି। ତେବେ ଆସନ୍ତୁ ଜାଣିବା ଏହି ଭୟାବହ ରୋଗ ସମ୍ପର୍କରେ। ଏଡସ୍ ଏପରି ଏକ ଦୁରାରୋଗ୍ୟ, ଯାହାର ଚିକିତ୍ସା ଆଜି ବି ଅସମ୍ଭବ। ତେବେ ଏଡସ୍ଠାରୁ ଆହୁରି ମାରାତ୍ମକ ରୋଗ ଆମ ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଉଛି। ଏଡସ୍ ପରି ମଧ୍ୟ ଏହି ରୋଗର ପ୍ରମୁଖ କାରଣ ଅସୁରକ୍ଷିତ ଯୌନ ସମ୍ବନ୍ଧ। ଏହି ରୋଗର ନାମ ହେଉଛି ସିଫିଲିସ୍। କୁହାଯାଉଛି ଯେ, ଗତ ଦଶକ ମଧ୍ୟରେ ଏହି ରୋଗର ପ୍ରକୋପ ଅଧିକ ବଢିଯାଇଛି। ଖାସ୍ କରି ଏହି ରୋଗ ୟୁରୋପରେ ଅଧିକ ପରିମାଣରେ ଦେଖାଯାଉଛି। ୨୦୦୦ ମସିହା ପରେ କିଛି ଦେଶରେ ଏଚ୍ଆଇଭି ତୁଳନାରେ ଏହି ରୋଗ ଅଧିକ ବଢିଛି। ୟୁରୋପର ରୋଗ ନିବାରଣ ଓ ନିୟନ୍ତ୍ରଣ କେନ୍ଦ୍ରର…
ବାସ୍ତୁ ଶାସ୍ତ୍ର: ବାସ୍ତୁ ଶାସ୍ତ୍ରରେ ଘରେ ରଖାଯାଇଥିବା ସମସ୍ତ ଜିନିଷ ପାଇଁ ଏକ ନିର୍ଦ୍ଦିଷ୍ଟ ଦିଗ ଦିଆଯାଇଛି ଯାହା ଘରେ ସକାରାତ୍ମକ ଶକ୍ତି ଆଣିଥାଏ। ଯଦି ବାସ୍ତୁ ନିୟମ ପାଳନ ନହୁଏ, ତେବେ ଗୃହର ସଦସ୍ୟମାନଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡେ। ଘରର ଦର୍ପଣ ମଧ୍ୟ ବାସ୍ତୁରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଏ। ଘରର କାନ୍ଥରେ ସ୍ଥାପିତ କାଚର ସମ୍ପର୍କ ଆମର ସୁଖ ଏବଂ ଭାଗ୍ୟ ସହିତ ଜଡିତ। ସଠିକ୍ ଦିଗରେ ରଖାଯାଇଥିବା ଏକ ଦର୍ପଣ ଘରେ ସୁଖ ଆଣିଥାଏ, ଯେତେବେଳେ ଭୁଲ ଦିଗରେ ରଖାଯାଇଥିବା ଏକ ଦର୍ପଣ ଦୁର୍ଭାଗ୍ୟର କାରଣ ହୋଇପାରେ। ଆସନ୍ତୁ ଜାଣିବା ଘରେ ଦର୍ପଣ ଲଗାଇବା ସମୟରେ ବାସ୍ତୁର କେଉଁ ନିୟମ ପାଳନ କରାଯିବା ଉଚିତ୍। ବାସ୍ତୁ ଶାସ୍ତ୍ରଙ୍କ ଅନୁଯାୟୀ, ଘରେ ସର୍ବଦା ଏକ ଆୟତକାର, ବର୍ଗ କିମ୍ବା ଅଷ୍ଟଭୁଜାକାର ଦର୍ପଣ ରହିବା ଉଚିତ୍। ଯଦି ଆପଣ ବାଥରୁମରେ ଏକ ଦର୍ପଣ ସ୍ଥାପନ କରୁଛନ୍ତି, ତେବେ ସମ୍ପୂର୍ଣ୍ଣ…
ଭୁବନେଶ୍ବର: ଶ୍ରୀ ଗଣେଷ ହେଉଛନ୍ତି ଅଗ୍ରପୂଜା। ଯେତେ ପୂଜା କରାଯାଏ ପ୍ରଥମ ଗଣେଷଙ୍କୁ ହିଁ ଆବାହନ କରାଯାଇଥାଏ। ସେଥିପାଇଁ ସବୁଦେବାଦେବୀଙ୍କ ପୂଜା ପୂର୍ବରୁ ଶ୍ରୀ ଗଣେଷଙ୍କୁ ପୂଜା କରାଯାଇଥାଏ। ସେହିପରି ପ୍ରଭୃ ଶ୍ରୀ ଜଗନ୍ନାଥ ମଧ୍ୟ ଶ୍ରୀ ଗଣେଷଙ୍କୁ ବେଶ୍ ଭଲ ପାଆନ୍ତି। ସେଥିପାଇଁ ସେ ବର୍ଷରେ ଥରେ ଗଜାନନ ବେଶ ଧାରଣ କରିଥାଆନ୍ତି। ଦେବସ୍ନାନ ପୂର୍ଣ୍ଣିମା ଦିନ ଚତୁର୍ଦ୍ଧା ମୂର୍ତ୍ତି, ସ୍ନାନ ପରେ ଗଜାନନ ବେଶରେ ସଜ୍ଜିତ ହୁଅନ୍ତି। ତେବେ ଏହା ପଛରେ ଏକ କିମ୍ବଦନ୍ତୀ ରହିଛି। ମହାରାଷ୍ଟ୍ରର ଏକ ବ୍ରାହ୍ମଣ ଗଣପତି ଭଟ୍ଟ ଥରେ ଶ୍ରୀ କ୍ଷେତ୍ରର ମହିମା ବିଷୟରେ ଶୁଣି, ମହାପ୍ରଭୁଙ୍କ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ ପାଇଁ ଆସିଲେ। ସେ ଭଗବାନ ଗଣେଶଙ୍କର ଜଣେ ବଡ ଭକ୍ତ ଥିଲେ। ତେଣୁ ଦାରୁ ବିଗ୍ରହଙ୍କ ଦର୍ଶନ କରି, ଗଜ ରୂପ ନଦେଖି ସେ ତାଙ୍କୁ ପରମବ୍ରହ୍ମ ବୋଲି ମାନିବାକୁ ଅସ୍ୱୀକାର କଲେ ଏବଂ କ୍ଷୁବ୍ଧ ହୋଇ ମନ୍ଦିର ତ୍ୟାଗ…
ଭୁବନେଶ୍ଵର: ଟ୍ରେନ ଦୁର୍ଘଟଣାର ଯାଞ୍ଚ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଦିନ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏହି ସମୟରେ ସେ ଡାକ୍ତରଖାନାରେ ପୀଡିତମାନଙ୍କୁ ମଧ୍ୟ ଭେଟିଥିଲେ। ପ୍ରଧାନମନ୍ତ୍ରୀ ମଧ୍ୟ ସେହି ସ୍ଥାନରେ ଫୋନରେ କାହା ସହିତ କଥାବାର୍ତ୍ତା କରୁଥିବା ଦେଖିବାକୁ ମିଳିଥିଲା। ଉତ୍ତମ ବ୍ୟବସ୍ଥା ସମ୍ପର୍କରେ ପ୍ରଧାନମନ୍ତ୍ରୀ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟା ଏବଂ କ୍ୟାବିନେଟ ସଚିବଙ୍କୁ ଫୋନ କରିଥିଲେ। ଏହି ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୨୮୮ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଶହ ଶହ ଲୋକ ଚିକିତ୍ସିତ ହେଉଛନ୍ତି। ସୂଚନାନୁସାରେ, ମନସୁଖ ମାଣ୍ଡଭିୟା ଆସନ୍ତାକାଲି ଏମ୍ସ ଭୁବନେଶ୍ୱର ଏବଂ କଟକସ୍ଥିତ ମେଡିକାଲ କଲେଜ ପରିଦର୍ଶନ କରି ଓଡିଶା ଟ୍ରେନ ଦୁର୍ଘଟଣାରେ ଆହତମାନଙ୍କୁ ଦିଆଯାଉଥିବା ଚିକିତ୍ସା ସହାୟତା ବିଷୟରେ ତଦାରଖ କରିପାରନ୍ତି। ଅଧିକାରୀ କହିଛନ୍ତି ଯେ, ଆହତ ଏବଂ ସେମାନଙ୍କ ପରିବାରକୁ ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇ ଦିଆଯିବା ନିଶ୍ଚିତ କରିବାକୁ ପ୍ରଧାନମନ୍ତ୍ରୀ ସେମାନଙ୍କୁ ଡାକିଛନ୍ତି। ଶୋକସନ୍ତପ୍ତ ପରିବାର ପ୍ରତି କୌଣସି ଅସୁବିଧା…
ଭୁବନେଶ୍ବର: ପ୍ରତି ବର୍ଷ ଜ୍ୟେଷ୍ଠ ମାସ ପୂର୍ଣ୍ଣିମାରେ ତିନି ଠାକୁର ସ୍ନାନ ମଣ୍ଡପକୁ ବିଜେ କରି ୧୦୮ କଳସୀ ଜଳରେ ସ୍ନାନ କରାଯାଇଥାଏ। ଏହି ପରଂପରା ଜଗନ୍ନାଥ ସଂସ୍କୃତିରେ କାହିଁ କେଉଁ କାଳରୁ ପାଳିତ ହୋଇଆସୁଛି। ସେଥିପାଇଁ ଏହି ଦିନକୁ ଦେବସ୍ନାନ ବୋଲି କୁହାଯାଇଥାଏ। ଏହି ସ୍ନାନ ପରେ ତିନିଠାକୁର ଜରରେ ପଡନ୍ତି, ତାଙ୍କର ଉପାଚାର ମଧ୍ୟ କରାଯାଇଥାଏ। ଏହାପରେ ସେ ରଥଯାତ୍ରାରେ ରଥ ଉପରେ ସମସ୍ତଙ୍କୁ ଦର୍ଶନ ଦିଅନ୍ତି। ତେବେ ସାଧାରଣରେ ପ୍ରଶ୍ନ ଉଠେ ଯେ, ତିନିଠାକୁର ଏହି ଦିନ କଣ ପାଇଁ ସ୍ନାନ କରିଥାନ୍ତି। ପୁରାଣ ଶାସ୍ତ୍ର ଅନୁସାରେ ଏହି ଜ୍ୟେଷ୍ଠ ପୂର୍ଣ୍ଣିମା ହେଉଛି ଶ୍ରୀଜୀୟୁଙ୍କର ଜନ୍ମ ଦିନ। ଏହି ଦିନ ତିନିଠାକୁର ଦାରୁ ବ୍ରହ୍ମ ରୂପରେ ଆର୍ବିଭାବ ହୋଇଥିଲେ। ସେତେବେଳେ ମହାରାଜ ଇନ୍ଦ୍ରଦ୍ୟୁମ ଦାରୁବ୍ରହ୍ମଙ୍କୁ ସମୁଦ୍ରରୁ ପାଇବା ପରେ ତାଙ୍କୁ ପ୍ରଥମେ ସ୍ନାନ କରାଇଥିଲେ। ସେତେବେଳେ ଇନ୍ଦ୍ରଦ୍ରୁମ ଏକ କାଠର ମଞ୍ଚ ତିଆରି କରି ତାଉପରେ ଦାରୁବ୍ରହ୍ମଙ୍କୁ ବିଜେ…
ମେଷ- ଏହି ରାଶିର ଲୋକଙ୍କ ଆତ୍ମବିଶ୍ୱାସରେ ହ୍ରାସ ଘଟିବ। ଯଦି ନିଜକୁ ଧାର୍ମିକ କାର୍ଯ୍ୟରେ ନିୟୋଜିତ କରନ୍ତି, ତେବେ ଏହି ଅନୁଭବକୁ ସହଜରେ ପାଇବେ। ଯଦି ଆପଣ ଆଜି ଅନାବଶ୍ୟକ ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତି, ତେବେ ଏହା ଭଲ ହେବ। ଆଜି ଆପଣଙ୍କର ଆୟ ବୃଦ୍ଧି ପାଇବ। ବୃଷ- ଆଜି ଆପଣ ଆତ୍ମବିଶ୍ୱାସରେ ପରିପୂର୍ଣ୍ଣ ହେବେ, ଏଥିରେ କୈଣସି ସନ୍ଦେହ ନାହିଁ। ଆପଣଙ୍କର ଭାଇଭଉଣୀ ଏବଂ ଅନ୍ୟ ପରିବାର ସଦସ୍ୟଙ୍କ ସମର୍ଥନ ପାଇବେ, ଯାହା ଆପଣକୁ ଖୁସିର ଅନୁଭବ ଦେବ। ଆର୍ଥିକ ଦୃଷ୍ଟିରୁ ଦିନଟି ଭଲ ରହିବ। ମିଥୁନ- ଆପଣ ଆତ୍ମବିଶ୍ୱାସୀ ହେବେ, କିନ୍ତୁ କିଛି ବିଷୟରେ ମାନସିକ ଚାପ ରହିପାରେ। ଚାପ ଆପଣଙ୍କ ବ୍ୟକ୍ତିତ୍ୱ ଉପରେ ପ୍ରାଧାନ୍ୟ ଦେବାକୁ ଦିଅନ୍ତୁ ନାହିଁ। ଏହାର ନକାରାତ୍ମକ ପ୍ରଭାବ ପଡିପାରେ। ପିତାମାତାଙ୍କ ସ୍ୱାସ୍ଥ୍ୟ ଦୁର୍ବଳ ହୋଇପାରେ। ଆଜି ଆପଣଙ୍କର ଆୟ ବୃଦ୍ଧି ପାଇବ। ଆର୍ଥିକ ଦୃଷ୍ଟିରୁ ଲାଭବାନ ହେବ। କର୍କଟ- ଯଦି ଆପଣ ସକାରାତ୍ମକ…
ଭୁବନେଶ୍ୱର: ଆଜି କାର୍ଯ୍ୟକାରୀ ବାଚସ୍ପତି ରଜନୀକାନ୍ତ ସିଂହ ବିଧାନସଭାସ୍ଥିତ ତାଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ବିଧାନସଭାର କମ୍ପୁ୍ୟଟରୀକରଣ ବ୍ୟବସ୍ଥା ଓ ନ୍ୟାସ୍ନାଲ ଇ-ବିଧାନ (ନେଭା)ର କାର୍ଯ୍ୟକାରିତା ନେଇ ସମୀକ୍ଷା କରିଥିଲେ। ଏହି ସମୀକ୍ଷା ବୈଠକରେ ଓଡ଼ିଶା ବିଧାନସଭା ପକ୍ଷରୁ କାର୍ଯ୍ୟକାରୀ ହେଉଥିବା ପେପରଲେସ୍ ପ୍ରଣାଳୀକୁ ଅଧିକ କ୍ରିୟାଶୀଳ କରିବା ଉଦ୍ଦେଶ୍ୟରେ ବିଧାନସଭା ଗୃହର ସମସ୍ତ ସଦସ୍ୟମାନଙ୍କ ଟେବୁଲ୍ରେ କମ୍ପୁ୍ୟଟର ବ୍ୟବସ୍ଥା କରାଯିବା ପାଇଁ ସ୍ଥିର କରାଯାଇଛି। ଆସନ୍ତା ଏକ ମାସ ମଧ୍ୟରେ ଏହି କାର୍ଯ୍ୟର ସମସ୍ତ ପ୍ରକ୍ରିୟା ଶେଷ କରିବା ପାଇଁ ସମୀକ୍ଷା ବୈଠକରେ ନିଷ୍ପତ୍ତି ନିଆଯାଇଛି। ଏଥି ପାଇଁ ପୂର୍ତ୍ତ ବିଭାଗର ଆର୍ ଆଣ୍ଡ ବି ଡିଭିଜନ୍-୧ର ଅଧିକ୍ଷଣ ଯନ୍ତ୍ରୀଙ୍କୁ ଦାୟିତ୍ୱ ଦିଆଯାଇଛି। ବୈଠକରେ ବିଧାନସଭା ସଚିବ ଦାଶରଥୀ ଶତପଥୀ, ଓକାକ୍ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ, ଜାତୀୟ ସୂଚନା କେନ୍ଦ୍ର, ଭୁବନେଶ୍ୱରର ବୈଷୟିକ ନିର୍ଦ୍ଦେଶକ, ଆର୍ ଆଣ୍ଡ ବି ଡିଭିଜନ୍ର ଅଧିକ୍ଷଣ ଯନ୍ତ୍ରୀ ଏବଂ ବିଧାନସଭାର ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ…
ଭୁବନେଶ୍ୱର: ବିଶ୍ୱ ପରିବେଶ ଦିବସ ୨୦୨୩ ଅବ୍ୟବହିତ ପୂର୍ବରୁ ଓଡ଼ିଶାର ଚାରିଟି ବିପର୍ଯ୍ୟୟ ପ୍ରବଣ ଜିଲ୍ଲାରେ ବିପର୍ଯ୍ୟୟ ଜନିତ ବିପଦ ହ୍ରାସ କରିବା ପାଇଁ ପ୍ରକୃତି ଭିତିକ ସମାଧାନ (ଏନ୍ବିଏସ୍)ର ପ୍ରସାର ନିମନ୍ତେ ରିଲାଏନ୍ସ ଫାଉଣ୍ଡେସନର ବିପର୍ଯ୍ୟୟ ପରିଚାଳନା କାର୍ଯ୍ୟକ୍ରମ ଅଧୀନରେ ବିବିଧ କାର୍ଯ୍ୟ୍ରକମ ହାତକୁ ନିଆଯାଇଛି। ଜୁନ୍ ୧ରୁ ଆରମ୍ଭ ହୋଇଥିବା ଏହି ଦୁଇ ସପ୍ତାହବ୍ୟାପୀ ବିଶିଷ୍ଟ ଅଭିଯାନର ଅଂଶ ଭାବେ ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ବୃକ୍ଷରୋପଣ ଓ ହେନ୍ତାଳବଣର ସଂରକ୍ଷଣ ବିଷୟରେ ସଚେତନତା ବଢ଼ାଇବା ଲାଗି କର୍ମଶାଳାମାନ ଆୟୋଜନ କରାଯାଉଛି। ଏପର୍ଯ୍ୟନ୍ତ ଅନୁଷ୍ଠିତ ହୋଇସାରିଥିବା ଏହି କର୍ମଶାଳାଗୁଡ଼ିକରେ ଜଗତସିଂହପୁର ଓ ବାଲେଶ୍ୱର ଜିଲ୍ଲାର ସ୍କୁଲ ଛାତ୍ରଛାତ୍ରୀ, ଗୋଷ୍ଠୀ ସଦସ୍ୟଙ୍କ ସମେତ ପିଆର୍ଆଇ ସଦସ୍ୟ, ସ୍ଥାନୀୟ ଯୁବ ସ୍ୱେଚ୍ଛାସେବୀ, ଆପଦା ମିତ୍ର, ବାତ୍ୟା ଆଶ୍ରୟ ସ୍ଥଳ ପରିଚାଳନା କମିଟିର ସଦସ୍ୟ ଓ ଏସ୍ଏଚ୍ଜିଗୁଡ଼ିକର ନେତୃବୃନ୍ଦ ଯୋଗ ଦେଇଥିଲେ। ଜଗତସିଂହପୁର ଜିଲ୍ଲାର ଏରସମା ବ୍ଲକ୍ର ସାହାଡାବେଦୀ ତଥା ବାଲେଶ୍ୱର ଜିଲ୍ଲା ବାହାନଗା…
ଭୁବନେଶ୍ଵର: ଏକ ଭୟଙ୍କର ଦୁର୍ଘଟଣା ଘଟିଗଲା। ମୁଁ ଅସହନୀୟ ବେଦନା ଅନୁଭବ କରୁଛି ଏବଂ ଅନେକ ରାଜ୍ୟର ନାଗରିକ ଏହି ଯାତ୍ରାରେ କିଛି ନା କିଛି ହରାଇଛନ୍ତି। ଯେଉଁ ଲୋକମାନେ ନିଜର ଜୀବନ ହରାଇଛନ୍ତି, ତାହା ଅତି ଯନ୍ତ୍ରଣାଦାୟକ। ସମ୍ବେଦନହୀନ ମନକୁ ମଧ୍ୟ ଏହି ଘଟଣା ବିଚଳିତ କରିଦେବ। ଯେଉଁ ପରିବାର ଲୋକ ଆହତ ହୋଇଛନ୍ତି ସେମାନଙ୍କ ପାଇଁ ମଧ୍ୟ ସରକାର ଉତ୍ତମ ଚିକିତ୍ସା ଯୋଗାଇ ଦେବାକୁ ସବୁମତେ ଉଦ୍ୟମ କରୁଛନ୍ତି। ଆମେ ଯେଉଁ ପରିଜନଙ୍କୁ ହରାଇଛୁ, ସେମାନଙ୍କୁ ତ’ ଆଉ ଫେରାଇ ଆଣିପାରିବୁ ନାହିଁ। କିନ୍ତୁ, ଏହି ଦୁଃଖଦ ମୁହୂର୍ତ୍ତରେ ସରକାର ସେହି ପରିଜନଙ୍କ ଦୁଃଖର ସହଭାଗୀ ହେବା ଲାଗି ସେମାନଙ୍କ ସହ ଛିଡ଼ା ହୋଇ ରହିଛି। ସରକାର ଏହି ଘଟଣାକୁ ଗମ୍ଭୀରତାର ସହିତ ନେଇଛନ୍ତି, ସବୁପ୍ରକାରର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି ଏବଂ ଯେଉଁମାନେ ଦୋଷୀ ସାବ୍ୟସ୍ତ ହେବେ, ସେମାନଙ୍କୁ କଠୋରରୁ କଠୋରତମ ଦଣ୍ଡ ଦିଆଯିବ, ସେମାନଙ୍କୁ ଆଦୌ ଛଡ଼ା…
ଭୁବନେଶ୍ଵର: ବାଲେଶ୍ୱର ବାହାନଗାରେ ଦୁଃଖଦ ରେଳ ଦୁର୍ଘଟଣା ଘଟିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ଗସ୍ତରେ ଆସି ଉଦ୍ଧାର ଓ ସହାୟତା କାର୍ଯ୍ୟର ସମୀକ୍ଷା କରିଛନ୍ତି। ପ୍ରଧାନମନ୍ତ୍ରୀ ରେଳ ଦୁର୍ଘଟଣାସ୍ଥଳ ପରିଦର୍ଶନ କରିବା ସହିତ ଡାକ୍ତରଖାନାକୁ ଯାଇ ଚିକିତ୍ସିତ ହେଉଥିବା ଆହତ ଯାତ୍ରୀଙ୍କ ସହିତ କଥା ହୋଇଥିଲେ। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଦୁର୍ଘଟଣାଗ୍ରସ୍ତ ଟ୍ରେନ୍ଗୁଡ଼ିକରେ ଯାତ୍ରା କରୁଥିବା ବିଭିନ୍ନ ରାଜ୍ୟର ବାସିନ୍ଦା ଏହି ହୃଦୟ ବିଦାରକ ଦୁର୍ଘଟଣାରେ କ୍ଷତିଗ୍ରସ୍ତ ହୋଇଛନ୍ତି। ଯାତ୍ରୀମାନଙ୍କର ଜୀବନହାନି ସମ୍ପର୍କରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ପ୍ରିୟଜନଙ୍କୁ ହରାଇଥିବା ଶୋକସନ୍ତପ୍ତ ପରିବାରବର୍ଗଙ୍କ ସହିତ ସରକାର ଦୃଢ଼ ଭାବେ ଛିଡ଼ା ହୋଇଛନ୍ତି। ଆହତମାନଙ୍କୁ ଯଥାସମ୍ଭବ ଚିକିତ୍ସା ସହାୟତା ଯୋଗାଇ ଦେବା ପାଇଁ ସବୁମତେ ଉଦ୍ୟମ କରାଯିବ। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଆହୁରି କହିଛନ୍ତି ଯେ, ଏହି ଦୁଃଖଦ ଘଟଣାର ଉଚିତ୍ ଏବଂ ଶୀଘ୍ର ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଦୋଷୀ ସାବ୍ୟସ୍ତ ଅଧିକାରୀ ଓ କର୍ମଚାରୀଙ୍କ ବିରୋଧରେ ସକ୍ରିୟ…

