Author: Samikhsya Bureau

ଭୁବନେଶ୍ଵର: ଟ୍ରେନ୍ ଦୁର୍ଘଟଣାରେ ପୀଡିତଙ୍କ ତଥ୍ୟ କ୍ରମାଗତ ଭାବରେ ଅପଡେଟ୍ ହେଉଛି। ରେଳ ଅଧିକାରୀ ସୂଚନା ଦେଇଛନ୍ତି ଯେ, ଆଜି ଅପରାହ୍ନ ୨ ଟା ପର୍ଯ୍ୟନ୍ତ ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ସଂଖ୍ୟା ୨୮୮ କୁ ବୃଦ୍ଧି ପାଇଛି। ଏହି ଦୁର୍ଘଟଣାରେ ୭୪୭ ଜଣ ଆହତ ହୋଇଥିବା ବେଳେ ୫୬ ଜଣ ଗୁରୁତର ଅଛନ୍ତି। ବାଲେଶ୍ଵରର ଡାକ୍ତରଖାନାରେ ପୀଡିତଙ୍କୁ ଭେଟିବା ପରେ ପ୍ରଧାନମନ୍ତ୍ରୀ ମୋଦୀ ଗଣମାଧ୍ୟମକୁ କହିଛନ୍ତି ଯେ, ଯେଉଁମାନେ ଜୀବନ ହରାଇଛନ୍ତି ସେମାନଙ୍କ ପାଇଁ ଏହା ଅତ୍ୟନ୍ତ ଯନ୍ତ୍ରଣାଦାୟକ ଏବଂ ମନକୁ ବିଚଳିତ କରୁଥିବା ଭଳି ଘଟଣା। ଆହତ ପରିବାର ସଦସ୍ୟଙ୍କ ସ୍ୱାସ୍ଥ୍ୟ ପାଇଁ ସରକାର କୌଣସି ଅବହେଳା କରିବେ ନାହିଁ। ଏହି ଘଟଣା ସରକାରଙ୍କ ପାଇଁ ଅତ୍ୟନ୍ତ ଗମ୍ଭୀର। ପ୍ରତ୍ୟେକ ପ୍ରକାର ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଯିଏ ଦୋଷୀ ସାବ୍ୟସ୍ତ ହେବେ, ତାଙ୍କୁ କଠୋର ଦଣ୍ଡ ଦିଆଯିବା, ସେ ରକ୍ଷା ପାଇବ ନାହିଁ।

Read More

ରଣପୁର: ବାଲେଶ୍ବର ଜିଲ୍ଲା ବାହାନଗାରେ ଶୁକ୍ରବାର ସନ୍ଧ୍ୟାରେ ହୋଇଥିବା ଭୟଙ୍କର ଟ୍ରେନ୍ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୨୮୮କୁ ବୃଦ୍ଧି ପାଇଥିବା ବେଳେ ୧୦୦୦ରୁ ଅଧିକ ଆହତ ହୋଇଛନ୍ତି। ମୃତ୍ୟୁ ସଂଖ୍ୟା ଆହୁରି ବୃଦ୍ଧି ପାଇବାର ସମ୍ଭାବନା ରହିଛି। ଏହି ଦୁର୍ଘଟଣାରେ ଉଦ୍ଧାରକାରୀ ଦଳ ବଗିରେ ଫସି ରହିଥିବା ଲୋକଙ୍କୁ ସ୍ଥାନାନ୍ତର କରିବା ପାଇଁ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି। ଆହତମାନଙ୍କୁ କଟକ, ଭୁବନେଶ୍ୱର ଏବଂ ବାଲେଶ୍ବରର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବାଲେଶ୍ବର ଟ୍ରେନ୍ ଦୁର୍ଘଟଣା ବର୍ତ୍ତମାନ ପର୍ଯ୍ୟନ୍ତ ଭାରତରେ ଚତୁର୍ଥ ମର୍ମନ୍ତୁଦ ଟ୍ରେନ୍ ଦୁର୍ଘଟଣା। ଏହି ଦୁର୍ଘଟଣାର ଖବର ଚାରିଆଡେ ପ୍ରସାରିତ ହେବା ପରେ ସବୁଆଡେ ଦୁଃଖର ଛାୟା ଖେଳି ଯାଇଛି। ବିଶ୍ୱର ସମସ୍ତେ ଏହି ଦୁଃଖଦ ଖବର ଶୁଣିବା ପରେ ଭାଙ୍ଗି ପଡିଛନ୍ତି। ନୟାଗଡ ଜିଲ୍ଲା ରଣପୁର ଅଞ୍ଚଳର ଲୋକମାନେ ମଧ୍ୟ ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ସନ୍ଧ୍ୟାରେ ରଣପୁର ପ୍ରେସ କ୍ଲବ, ଜଗନ୍ନାଥ ସେନା, ବିଦ୍ଧିଜୀବୀ, ରଥ…

Read More

କନ୍ଦର୍ପ ବେହେରା ରେଢ଼ାଖୋଲ: ନାକଟିଦେଉଳ ବ୍ଲକ୍ କଞ୍ଚନପୁର ଗ୍ରାମରେ ଆଜି ଅପରାହ୍ନ ୩ଟା ବଜ୍ରାଘାତରେ ଜନୈକ ନାବାଳକ ସମେତ ୪ ଟି ଛେଳି ମୃତ୍ୟୁବରଣ କରିଥିବା ଖବର ହସ୍ତଗତ ହୋଇଛି। ପ୍ରକାଶ ଯେ, କିସିଣ୍ଡା ଥାନା କଂଚନପୁର ଗ୍ରାମର ଲିଙ୍ଗରାଜ କିସାନଙ୍କ ପୁଅ କବିଲାସ କିସାନ (୧୪) ନିଜ ଘର ବାରଣ୍ଡାରେ ବସିଥିବା ସମୟରେ ଅପରାହ୍ନ ୩ ଟା ସମୟରେ ବଜ୍ରାଘାତରେ ଅଚେତ ହୋଇ ପଡ଼ିଥିଲେ। ତାଙ୍କୁ ତୁରନ୍ତ ନାକଟିଦେଉଳ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା ହେଲେ ଡାକ୍ତର ସେଠାରେ ମୃତ୍ୟୁବରଣ କରିଥିବା ସୂଚନା ଦେଇଥିଲେ। ସେହି ପରିବାରର ୪ଟି ଛେଳି ମଧ୍ୟ ବଜ୍ରାଘାତରେ ମୃତ୍ୟୁବରଣ କରିଥିବା ଜଣା ପଡ଼ିଛି। ମୃତ୍ୟୁବରଣ କରିଥିବା ପରିବାରଙ୍କୁ ତୁରନ୍ତ ପ୍ରଶାସନ ସହଯୋଗ କରିବାକୁ ଦାବୀ ହେଉଛି।

Read More

ସୀତାରାମ ଅଗ୍ରୱାଲ ବାଣପୁର: ନିକଟରେ ଗ୍ରାମୀଣ ହିତାଧିକାରୀଙ୍କୁ ଘର ଯୋଗାଇଦେବା ଲକ୍ଷରେ ରାଜ୍ୟ ସରକାର ‘ମୋ ଘର’ ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଆଜି ପୂର୍ବାହ୍ନରେ ବାଣପୁର ବ୍ଲକ ସଭାଗୃହରେ ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହଙ୍କ ଅଧ୍ୟକ୍ଷତାରେ ଏକ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଉକ୍ତ କର୍ମଶାଳାରେ ଜିଲ୍ଲାପରିଷଦ ଉପାଧ୍ୟକ୍ଷ ଗୋପୀନାଥ ମହାରଣା, ବିଡ଼ିଓ ଶୀତଲ ଅଗ୍ରୱାଲ, ତହସିଲଦାର କୁଞ୍ଜବିହାରୀ ବଡ଼ଜେନା, ଉପ ନିବନ୍ଧକ ରମେଶ ଚନ୍ଦ୍ର ପାଣି ସାମିଲ ହୋଇ ସରକାରଙ୍କ ଏହି ଯୋଜନା ସମ୍ପର୍କରେ ଆଲୋକପାତ କରିଥିଲେ। ବିଡ଼ିଓ ଶ୍ରୀମତୀ ଅଗ୍ରୱାଲ ‘ମୋ ଘର’ ଯୋଜନା ସମ୍ପର୍କରେ ଆଲୋକପାତ କରି ଏହି ଯୋଜନା ଦ୍ୱାରା ଗ୍ରାମାଞ୍ଚଳରେ କଚ୍ଚାଘରେ ବସବାସ କରୁଥିବା ପରିବାର ଗୁଡିକ କିପରି ଉପକୃତ ହେବେ ଏବଂ ବ୍ଲକରେ ଏହାକୁ କିପରି ସୁଚାରୁ ରୂପେ କାର୍ଯ୍ୟକାରୀ କରାଯାଇପାରିବ ସେନେଇ ଆଲୋଚନା କରିଥିଲେ। ସରକାରଙ୍କ ଯୋଗ୍ୟତା ଓ ମାପଦଣ୍ଡ ପୂରଣ କରୁଥିବା ପରିବାର ଆସନ୍ତା ୧୬ ତାରିଖରୁ ଏଚଟିଟିପି/ଆରଏଚଓଡିଶା.…

Read More

ସୀତାରାମ ଅଗ୍ରୱାଲ ବାଲୁଗାଁ: ଆଜି ଅପରାହ୍ନରେ ଖୋର୍ଦ୍ଧା ରୋଡ ରେଳ ଡିଭିଜନ ଅନ୍ତର୍ଗତ ବାଲୁଗାଁ ରେଳ ଷ୍ଟେସନ ଉତ୍ତର କ୍ୟାବିନ ନିକଟ ରେଳ ଧାରଣାରୁ ଏକ ଖଣ୍ଡ ବିଖଣ୍ଡିତ ଶବ ଉଦ୍ଧାର ହୋଇଛି। କୌଣସି କାରଣ ବଶତଃ ଟ୍ରେନରେ କଟି ଶରୀରରୁ ଗୋଡ଼ ଦୁଇଟି ଅଲଗା ହୋଇ ରେଳ ଧାରଣାରେ ପଡିଥିବା ଦେଖି ସ୍ଥାନୀୟ ଲୋକମାନେ ଷ୍ଟେସନ ଅଧିକାରୀଙ୍କୁ ଅବଗତ କରିଥିଲେ। ମୃତକ ଜଣକଙ୍କ ବୟସ ଆନୁମାନିକ ୩୫-୪୦ ଜଣାପଡୁଥିବା ବେଳେ ଏକ ନାଲି ରଙ୍ଗର ଟି ସାର୍ଟ ଓ ନୀଳ ରଙ୍ଗର ଏକ ପ୍ୟାଣ୍ଟ ପିନ୍ଧିଥିବା ଦେଖାଦେଇଛି। ଖବର ପାଇ ଘଟଣାସ୍ଥଳରେ ବାଲୁଗାଁ ଆରପିଏଫ ଓ ଖୋର୍ଦ୍ଧା ରୋଡ ଜିଆରପିର ଅଧିକାରୀମାନେ ପହଞ୍ଚି କେସ ନମ୍ବର ୨୩/୨୦୨୩ ରେ ଏକ ଅପମୃତ୍ୟୁ ମାମଲା ରୁଜୁକରି ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛନ୍ତି। ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ବେଳେ ପ୍ରାଥମିକ ତଦନ୍ତରୁ ମୃତକ ଜଣକ ଖୋର୍ଦ୍ଧା ଠାରୁ ବ୍ରହ୍ମପୁର…

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡିଶାରେ ଟ୍ରେନ୍ ଦୁର୍ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି। ଆଜି ଅପରାହ୍ନରେ ପ୍ରଧାନମନ୍ତ୍ରୀ ମୋଦୀ ବାଲେଶ୍ଵରରେ ପହଞ୍ଚିଥିଲେ। ଏହି ସମୟରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ ଅନ୍ୟାନ୍ୟ ଅଧିକାରୀ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଉପସ୍ଥିତ ଥିଲେ। ଦୁର୍ଘଟଣା ପରେ କେଉଁ ଗତିରେ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟ କରାଯାଉଛି ତାହାର ଅନୁସନ୍ଧାନ କରିଥିଲେ। ଘଟଣାସ୍ଥଳ ପରିଦର୍ଶନ କରିବା ପରେ ପିଏମ ମୋଦୀ ବର୍ତ୍ତମାନ କଟକ ଡାକ୍ତରଖାନାରେ ଆହତମାନଙ୍କୁ ଭେଟିବେ। ପ୍ରକାଶ ଯେ, ଗତକାଲି ସନ୍ଧ୍ୟାରେ ବାଲେଶ୍ଵରରେ ଟ୍ରେନ୍ ଦୁର୍ଘଟଣାରେ ୨୬୧ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ଏଥିସହ ୯୦୦ ରୁ ଅଧିକ ଲୋକ ଆହତ ହୋଇଥିବା କୁହାଯାଉଛି। ବାସ୍ତବରେ କରମଣ୍ଡଳ ଏକ୍ସପ୍ରେସର ଅନେକ କୋଚ୍ ଲାଇନଚ୍ୟୁତ ହୋଇଥିଲା। ଏହା ପରେ ଅନ୍ୟ ଲାଇନରେ ବିପରୀତ ଲାଇନରୁ ଆସୁଥିବା ଅନ୍ୟ ଏକ ଟ୍ରେନ୍ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା। ଯେଉଁଥିପାଇଁ ଏହି ଯନ୍ତ୍ରଣାଦାୟକ ଦୁର୍ଘଟଣା ଘଟିଥିଲା। ଉଲ୍ଲେଖନୀୟ କଥା…

Read More

କୈଳାଶ ଚନ୍ଦ୍ର ଚୌଧୁରୀ ବ୍ରହ୍ମପୁର: ବେଲଗୁଣ୍ଠା ଥାନା ପୋଲିସ କୌଣସି ସୂତ୍ରରୁ ଖବର ପାଇ ଏକ ୟାମାହା ମୋଟରସାଇକେଲକୁ ସନ୍ଦେହ ଜନକ ଭାବେ ଅଟକାଇ ଯାଞ୍ଚ କରିଥିଲା। ସେହି ସମୟରେ ମୋଟରସାଇକେଲରୁ ୨୧ କିଲୋ ଗଞ୍ଜେଇ ଜବତ କରାଯାଇଛି ଓ ଗଞ୍ଜେଇ ଚାଲାଣ କାରୀ ପ୍ରଦୀପ କୁମାର ଦଳେଇ ନାମକ ଜଣେ ଯୁବକକୁ ଗିରଫ କରିଛି। ଚାଲାଣ କାରୀଙ୍କୁ କେଶ୍ ନଂ ୨୩୨/୨୩ ଅନୁଯାୟୀ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଛି। ଗିରଫ ଯୁବକ ଜଣକ ନୟାଗଡ଼ ଜିଲ୍ଲା ଶରଣକୁଳ ଥାନା ଅନ୍ତର୍ଗତ ବଡ ଗୋରଡା ଗ୍ରାମର ବୋଲି ଜଣାପଡିଛି।

Read More

କୈଳାଶ ଚନ୍ଦ୍ର ଚୌଧୁରୀ ବ୍ରହ୍ମପୁର: ସଦର ଥାନା ଅନ୍ତର୍ଗତ ବାଲିପଡା ଛକ ଏକ ହୋଟେଲ ସାମ୍ନାରେ ଗୋଟିଏ ବୁଲେଟ୍ ମୋଟରସାଇକେଲକୁ ଆଉ ଏକ ବୋଲେରୋ ଗାଡ଼ି ଧକ୍କା ଦେବା ଫଳରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ବାଲିପଡା ଗ୍ରାମର ସୁଶାନ୍ତ ନାୟକ ଓ ପତିତପାବନ ପୁର ଗ୍ରାମର ଅମିୟ ଦାସଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି। ଏହାସହ ସଂଗ୍ରାମ ସାହୁ ନାମକ ଜଣେ ଯୁବକ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଘଟଣାରୁ ପ୍ରକାଶ ଯେ, ଅମିୟ ଦାସ ନିଜ ସାଙ୍ଗ ସୁଶାନ୍ତକୁ ଛାଡ଼ିବା ପାଇଁ ବାଲିପଡା ଇନ୍ଦିରା ଆବାସ କଲୋନୀକୁ ଯାଉଥିବା ବେଳେ ହଠାତ୍ ଏକ ବୋଲେରୋ ଗାଡ଼ି ଧକ୍କାରେ ଦୁଇ ମୋଟରସାଇକେଲ ଆରୋହୀ ତଳେ ପଡ଼ିଯିବା ପରେ ସେଠାରୁ ଚମ୍ପଟ୍ ମାରିବାକୁ ଉଦ୍ୟମ କରୁଥିବା ବୋଲେରୋ ଚାଳକ ପୁଣି ସଂଗ୍ରାମ ସାହୁ ନାମକ ଜଣେ ଯୁବକକୁ ଧକ୍କା ଦେଇ ସେଠାରୁ ପଳାୟନ କରିଥିଲା। ଖବର ପାଇ ଅଞ୍ଚଳ ବାସିନ୍ଦା…

Read More

ନୂଆଦିଲ୍ଲୀ: ଜାତୀୟ ପରୀକ୍ଷା ଏଜେନ୍ସି CUET PG ପରୀକ୍ଷା 2023 ର ଆଡମିଟ୍ କାର୍ଡ ପ୍ରକାଶ କରିଛି। ସେହି ପ୍ରାର୍ଥୀମାନେ ଯେଉଁମାନେ ପୋଷ୍ଟ ଗ୍ରାଜୁଏଟ୍ ପାଇଁ ଚଳିତ ବର୍ଷର ସାଧାରଣ ବିଶ୍ୱବିଦ୍ୟାଳୟ ପ୍ରବେଶିକା ପରୀକ୍ଷା ପାଇଁ ଫର୍ମ ପୂରଣ କରିଛନ୍ତି, ସେମାନେ ସରକାରୀ ୱେବସାଇଟ୍ ପରିଦର୍ଶନ କରି ଆଡମିଟ୍ କାର୍ଡ ଡାଉନଲୋଡ୍ କରିପାରିବେ। ଏହା କରିବା ପାଇଁ, CUET PG ର ଅଫିସିଆଲ୍ ୱେବସାଇଟ୍ ର ଠିକଣା ହେଉଛି – cuet.nta.nic.in. ନିର୍ଦ୍ଦିଷ୍ଟ ଫର୍ମାଟରେ ଏହି ୱେବସାଇଟରୁ ଆଡମିଟ୍ କାର୍ଡ ଡାଉନଲୋଡ୍ ହୋଇପାରିବ। ଏହା ବ୍ୟତୀତ, ନିମ୍ନରେ ଦିଆଯାଇଥିବା ସିଧାସଳଖ ଲିଙ୍କରୁ ଆଡମିଟ୍ କାର୍ଡ ମଧ୍ୟ ଡାଉନଲୋଡ୍ ହୋଇପାରିବ। ଏହି ତାରିଖଗୁଡ଼ିକରେ ପରୀକ୍ଷା ଅନୁଷ୍ଠିତ ହେବ: CUET PG Exam 2023 ର ଆଡମିଟ୍ କାର୍ଡ ଜାରି କରାଯାଇଛି। ପରୀକ୍ଷା ତାରିଖ ହେଉଛି 5, 6, 7, ଏବଂ 8 ଜୁନ୍ 2023. 5 ଜୁନ୍ ରୁ 17 ଜୁଲାଇ 2023…

Read More

ନୂଆଦିଲ୍ଲୀ: ବାଲେଶ୍ଵରରେ ଶୁକ୍ରବାର ସନ୍ଧ୍ୟାରେ ଘଟିଥିବା ଟ୍ରେନ ଦୁର୍ଘଟଣାରେ ପ୍ରଧାନମନ୍ତ୍ରୀ ମୋଦୀ ଆକ୍ସନ୍ ମୋଡକୁ ଆସିଛନ୍ତି। ଏପର୍ଯ୍ୟନ୍ତ ଉଦ୍ଧାର କାର୍ଯ୍ୟ ବିଷୟରେ ଜାଣିବା ପାଇଁ ସେ ଏକ ବୈଠକ ଡାକିଛନ୍ତି। ଏହି ବୈଠକ ପରେ ପ୍ରଧାନମନ୍ତ୍ରୀ ମୋଦୀ ଦୁର୍ଘଟଣା ସ୍ଥଳକୁ ଯାଇ ସେଠାରେ ସ୍ଥିତିର ଅନୁଧ୍ୟାନ କରିବେ ଏବଂ ଏହା ପରେ ସେ ଡାକ୍ତରଖାନାରେ ଆହତମାନଙ୍କୁ ମଧ୍ୟ ଭେଟିବେ। ଖବର ଲେଖିବା ପର୍ଯ୍ୟନ୍ତ ଏହି ଘଟଣାରେ ୨୮୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୯୦୦ ରୁ ଅଧିକ ଲୋକ ଆହତ ହୋଇଥିବା କୁହାଯାଉଛି। ଦୁର୍ଘଟଣାସ୍ଥଳରେ ଏନଡିଆରଏଫ, ଭାରତୀୟ ସେନା, ଭାରତୀୟ ବାୟୁସେନା, ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ବାହିନୀ, ଆର୍ମି ମେଡିକାଲ ଉଦ୍ଧାରକାରୀ ଦଳ ଉଦ୍ଧାର କାର୍ଯ୍ୟ କରୁଛନ୍ତି। କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଆଜି ସକାଳେ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି ଏବଂ ରେଳମନ୍ତ୍ରୀଙ୍କ ସହ ଏହି ଘଟଣାର ଉଚ୍ଚ ସ୍ତରୀୟ ନିରପେକ୍ଷ ତଦନ୍ତ…

Read More

ନୂଆଦିଲ୍ଲୀ: ପୁରୁଷ ଏସିଆ କପ୍-୨୦୨୩ ର ଆୟୋଜନକୁ ନେଇ ଦୀର୍ଘ ଦିନ ଧରି ବିସିସିଆଇ ଏବଂ ପାକିସ୍ତାନ କ୍ରିକେଟ୍ ବୋର୍ଡ ମଧ୍ୟରେ ବିବାଦ ଦେଖାଦେଇଛି। ଏହି ସମୟରେ, ଚଳିତ ମାସ ୧୨ ତାରିଖରୁ ଖେଳାଯିବାକୁ ଥିବା ଏସିଆ ମହିଳା ଏସିଆ କପ୍ ପାଇଁ ବିସିସିଆଇ ୧୪ ସଦସ୍ୟ ବିଶିଷ୍ଟ ଭାରତୀୟ ଏ ଦଳ ଘୋଷଣା କରିଛି। ଏହି ଟୁର୍ଣ୍ଣାମେଣ୍ଟରେ ଇଣ୍ଡିଆନ୍ ଏ ଦଳ ଜୁନ୍ ୧୩ ତାରିଖରେ ଅଭିଯାନ ଆରମ୍ଭ କରୁଥିବାବେଳେ ଜୁନ୍ ୧୭ ତାରିଖରେ ପାକିସ୍ତାନକୁ ଭେଟିବ। ଏମର୍ଜିଙ୍ଗ ମହିଳା ଏସିଆ କପ୍-୨୦୨୩ ରେ, ଭାରତୀୟ ଏ ଦଳ ଲିଗ୍ ପର୍ଯ୍ୟାୟରେ ୩ ଟି ମ୍ୟାଚ୍ ଖେଳିବାର ସୁଯୋଗ ପାଇବ। ଭାରତୀୟ ଏ ଦଳ ଜୁନ୍ ୧୩ ତାରିଖରେ ଆୟୋଜକ ହଂକଂ ବିପକ୍ଷରେ ପ୍ରଥମ ମ୍ୟାଚ୍ ଖେଳିବା ପରେ ଜୁନ ୧୫ ତାରିଖରେ ଥାଇଲ୍ୟାଣ୍ଡ ଏ ଦଳ ବିପକ୍ଷରେ ଖେଳିବ। ଏହା ପରେ ଇଣ୍ଡିଆ ଏ ଜୁନ୍ ୧୭ ତାରିଖରେ…

Read More

ନୂଆଦିଲ୍ଲୀ: ଗତକାଲି ସନ୍ଧ୍ୟାରେ ଘଟିଥିବା ଟ୍ରେନ ଦୁର୍ଘଟଣାରେ ପ୍ରଧାନମନ୍ତ୍ରୀ ମୋଦୀ ଆକ୍ସନ୍ ମୋଡକୁ ଆସିଛନ୍ତି। ଏପର୍ଯ୍ୟନ୍ତ ଉଦ୍ଧାର କାର୍ଯ୍ୟ ବିଷୟରେ ଜାଣିବା ପାଇଁ ସେ ଏକ ବୈଠକ ଡାକିଛନ୍ତି। ଉଲ୍ଲେଖ ଯୋଗ୍ୟ ଯେ, ଗତକାଲି ସନ୍ଧ୍ୟାରେ ବାଲେଶ୍ଵରରେ ଏକ ବଡ଼ ଟ୍ରେନ୍ ଦୁର୍ଘଟଣା ଘଟିଥିଲା ​​ଯେଉଁଠାରେ କରମଣ୍ଡଳ ଏକ୍ସପ୍ରେସ ସମେତ ତିନୋଟି ଟ୍ରେନ୍ ଧକ୍କା ହୋଇଥିଲା। ଖବର ଲେଖିବା ପର୍ଯ୍ୟନ୍ତ ଏହି ଦୁର୍ଘଟଣାରେ ୨୩୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୯୦୦ ରୁ ଅଧିକ ଲୋକ ଆହତ ହୋଇଛନ୍ତି।

Read More

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ରେନ ଦୁର୍ଘଟଣାସ୍ଥଳରେ ପହଞ୍ଚିଛନ୍ତି। ବାଲେଶ୍ୱର ବାହାନଗା ଷ୍ଟେସନର ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ଆହତମାନଙ୍କୁ ଭେଟିଛନ୍ତି। ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରିବା ପାଇଁ ତଥା ସମସ୍ତ ପ୍ରକାର ସୁବିଧା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ବାଲେଶ୍ଵର ଡାକ୍ତରଖାନାରେ ଚାଲି ଚାଲି ସମସ୍ତ ଆହତମାନଙ୍କ ସ୍ବାସ୍ଥ୍ୟବସ୍ଥା ବୁଝିଛନ୍ତି। ଏହା ପୂର୍ବରୁ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ମୃତକ ଓ ଆହତଙ୍କ ପରିବାର ସହ ଯୋଗାଯୋଗ ସ୍ଥାପନ କରାଯିବା ଉପରେ ଗୁରୁତ୍ୱ ଦିଆଯାଉଛି ବୋଲି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି।

Read More

ନୂଆଦିଲ୍ଲୀ: ଭଗବାନ ଶନିଙ୍କୁ ନ୍ୟାୟର ଦେବତା କୁହାଯାଏ। ସେଥିପାଇଁ ସମସ୍ତେ ତାଙ୍କୁ ଭୟ କରନ୍ତି। ଜ୍ୟୋତିଷ ଶାସ୍ତ୍ରରେ ଶନି ଦେବଙ୍କୁ ଜଣେ ବିଚାରପତି ଭାବରେ ବିବେଚନା କରାଯାଇଛି। ବିଶ୍ୱାସ କରାଯାଏ ଯେ, ଶନି ଦେବ ଲୋକମାନଙ୍କୁ ସେମାନଙ୍କର କାର୍ଯ୍ୟ ଅନୁସାରେ ଫଳ ଓ ଦଣ୍ଡ ଦିଅନ୍ତି। ପଣ୍ଡିତ ସୁରେଶ ଶ୍ରୀମାଲି ବ୍ୟାଖ୍ୟା କରିଛନ୍ତି ଯେ, ଜ୍ୟୋତିଷ ଶାସ୍ତ୍ରରେ ଏପରି କିଛି ସଂକେତ ବିଷୟରେ କୁହାଯାଇଛି, ଯାହା ମାଧ୍ୟମରେ ଆପଣ ଜାଣିପାରିବେ ଯେ ଶନି ଦେବ ଆପଣଙ୍କ ଉପରେ ଖୁସି ଅଛନ୍ତି କି ନାହିଁ। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଯଦି ଆପଣ ଶନିବାର ଦିନ ଏହି ଜିନିଷଗୁଡ଼ିକ ମଧ୍ୟରୁ ଗୋଟିଏ ଦେଖନ୍ତି, ତେବେ ବୁଝନ୍ତୁ ଯେ ଶନି ଦେବ ଆପଣଙ୍କ ପ୍ରତି ଦୟାଳୁ ଅଟନ୍ତି ଏବଂ ଆପଣଙ୍କର ଭଲ ସମୟ ଶୀଘ୍ର ଆରମ୍ଭ ହେବାକୁ ଯାଉଛି। ଜାଣନ୍ତୁ ସେହି ୫ ଟି ସଂକେତ- ସକାଳେ ଭିକାରୀଙ୍କୁ ଦେଖିବା: ବିଶ୍ୱାସ କରାଯାଏ ଯେ ଯଦି ଆପଣ ଶନିବାର…

Read More

ଭୁବନେଶ୍ୱର: ଉତ୍ତରପ୍ରଦେଶରେ ଆୟୋଜିତ ତୃତୀୟ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ୨୦୨୩ରେ ଓଡ଼ିଶା ରିଲାଏନ୍ସ ଫାଉଣ୍ଡେସନ ଆଥ୍‌ଲେଟିକ୍ସ ଏଚ୍‌ପିସିର ସାତ ଜଣ କ୍ରୀଡ଼ାବିତ୍ ଚମତ୍କାର ପ୍ରଦର୍ଶନ କରି ମୋଟ ସାତଟି ମେଡାଲ୍ ଜିତିଛନ୍ତି। ଓଡ଼ିଶା ରିଲାଏନ୍ସ ଫାଉଣ୍ଡେସନ ଆଥ୍‌ଲେଟିକ୍ସ ହାଇ ପରଫରମାନ୍ସ ସେଂଟର୍‌ର ମୁଖ୍ୟ ପ୍ରଶିକ୍ଷକ ମାର୍ଟିନ୍ ଓୱେନ୍‌ସ କହିଛନ୍ତି ଯେ, “ତୃତୀୟ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ୨୦୨୩ରେ କ୍ରୀଡ଼ାବିତ୍‌ମାନେ ବହୁତ ଭଲ ପ୍ରଦର୍ଶନ କରିଛନ୍ତି । ତାଲିମ ସମୟରେ ସେମାନେ ନିଜ ଭିତରେ ଯଥା ସମ୍ଭବ ଉନ୍ନତି ଆଣିବାକୁ ଉଦ୍ୟମ କରିଥିଲେ ଯାହା ସେମାନେ ହାସଲ କରିଥିବା ସଫଳତାରେ ପ୍ରତିଫଳିତ ହୋଇଛି । ଆମର ସାତ ଜଣ କ୍ରୀଡ଼ାବିତ୍ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ ଏବଂ ସେମାନେ ସମସ୍ତେ ବିଜେତା ଭାବେ ପୋଡିୟମ୍ ଦଖଲ କରି ପ୍ରତ୍ୟାବର୍ତନ କରିଛନ୍ତି ।’’ ନିକଟରେ ରାଂଚିରେ ଶେଷ ହୋଇଥିବା ସିନିୟର ଫେଡେରେସନ୍ କପ୍‌ରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିବା ପ୍ରଜ୍ଞା ପ୍ରଶାନ୍ତୀ ସାହୁ ଏଠାରେ…

Read More

କୈଳାଶ ଚନ୍ଦ୍ର ଚୌଧୁରୀ ବ୍ରହ୍ମପୁର: ବଡ଼ବଜାର ଥାନା ଅନ୍ତର୍ଗତ ଶାଳିଆ ବନ୍ଧ ସାହିର ଶିବରାମ ସେଠୀ ନାମକ ଜଣେ ଯୁବକ ନିଜ ସ୍ତ୍ରୀ ଶିବାନୀକୁ ତଣ୍ଟିଚିପି ହତ୍ୟା ଉଦ୍ୟମ ଅଭିଯୋଗରେ ପୋଲିସ୍ ଅଭିଯୁକ୍ତ ଶିବରାମକୁ ଗିରଫ କରି କୋର୍ଟ ଚାଲାଣ କରିଛି। ପୋଲିସ ସୁଚନା ଅନୁଯାୟୀ ଅଭିଯୁକ୍ତ ଶିବରାମ ଗତ କିଛି ବର୍ଷ ପୂର୍ବେ ଶିବାନୀକୁ ବୈଦିକ ରୀତିରେ ବାହା ହୋଇଥିଲା ଓ ବେଳେ ବେଳେ ମନୋମାଳିନ୍ୟ ଘଟୁଥିଲା। କିନ୍ତୁ ଗତ ବୁଧବାର ଦିନ କୌଣସି କଥାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ଓ ଝଗଡା ହୋଇଥିଲା। ଏହି ସମୟରେ ଶିବରାମ ସ୍ତ୍ରୀ ଶିବାନୀ କୁ ନିର୍ଦ୍ଧୁମ ମାଡ଼ ମାରିବା ସହ ତଣ୍ଟିଚିପି ହତ୍ୟା ଉଦ୍ୟମ କରିଥିଲା। ଖବର ପାଇ ତାଙ୍କ ଶାଶୁ ସେଠାରେ ପହଞ୍ଚି ଶିବରାମ କୁ ଛଡ଼ାଇବା ବେଳେ ସେ ଶାଶୁମା କୁ ମଧ୍ୟ ନିର୍ଦ୍ଧୁମ ମାଡ଼ ମାରିଥିଲା। ଯାହା ଫଳରେ ଶାଶୁମା ଝିଅ ଶିବାନୀକୁ ଚିକିତ୍ସା ନିମନ୍ତେ…

Read More

କୈଳାଶ ଚନ୍ଦ୍ର ଚୌଧୁରୀ ବ୍ରହ୍ମପୁର: ବ୍ରହ୍ମପୁର ଉପକଣ୍ଠ ଚିକିଟି ବ୍ଳକ ଅନ୍ତର୍ଗତ ଗୋବିନ୍ଦନଗର ଗ୍ରାମରେ ଅବସ୍ଥିତ କରୁଣା ଶାନ୍ତି ଆବାସିକ ଉଚ୍ଚ ମାଧ୍ୟମିକ ବିଞାନ ବିଦ୍ୟାଳୟରେ ଅଧ୍ୟୟନ ରତ ଛାତ୍ରଛାତ୍ରୀ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷାରେ ଶତକଡା ଶତ ପ୍ରତିଶତ ଉତ୍ତୀର୍ଣ୍ଣ ହୋଇଛନ୍ତି। ‘ସଲିଡ୍’ ଅନୁଷ୍ଠାନ ଦ୍ଵାରା ପରିଚାଳିତ ଏହି ଅନୁଷ୍ଠାନ ବିଶେଷ କରି ଅନୁସୂଚିତ ଜାତି, ଜନଜାତି ଓ ପଛୁଆ ବର୍ଗ ଶ୍ରେଣୀର ଛାତ୍ରଛାତ୍ରୀ ଙ୍କୁ ଶିକ୍ଷା କ୍ଷେତ୍ରରେ ଆଗକୁ ନେବାରେ ପ୍ରୟାସ ଜାରି ରଖିଛି ଓ ବର୍ତ୍ତମାନ ସୁଦ୍ଧା ଦୀର୍ଘ ୧୧ ଥର ଏହି ଭଳି ସଫଳତା ହାସଲ କରିଥିବା ଅନୁଷ୍ଠାନ ଅଧ୍ୟକ୍ଷ ଙ୍କ ଠାରୁ ପ୍ରକାଶ। ଚଳିତ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷାରେ ଅଂଶଗ୍ରହଣ କରିଥିବା ଏହି ଅନୁଷ୍ଠାନର ମୋଟ ୯୦ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ପ୍ରଥମ ଶ୍ରେଣୀରେ ୪୭, ଦ୍ଵିତୀୟ ଶ୍ରେଣୀରେ ୩୬ ଓ ତ୍ରୁତୀୟ ଶ୍ରେଣୀରେ ୭ ଜଣ ଉତ୍ତୀର୍ଣ୍ଣ ହୋଇ ଅନୁଷ୍ଠାନ ର…

Read More

ଭୁବନେଶ୍ୱର: ଗବେଷଣା ଦ୍ୱାରା ଜଟିଳ ସ୍ୱାସ୍ଥ୍ୟଗତ ସମସ୍ୟାର ନିରାକରଣ ନିମନ୍ତେ ସରଳ, ବ୍ୟୟସାପେକ୍ଷ ଏବଂ ଅଭିନବ ଫାର୍ମାସ୍ୟୁଟିକାଲ୍ ସୂତ୍ରର ଉଦ୍‌ଭାବନ କରିଛନ୍ତି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଗବେଷକ। ଏହି ଫର୍ମୁଲେସନ୍‌ଗୁଡ଼ିକ ଜନସାଧାରଣଙ୍କ ବ୍ୟବହାର ନିମନ୍ତେ ବିଶ୍ୱବିଦ୍ୟାଳୟ ପକ୍ଷରୁ ଗତ ବୁଧବାର ଭାରତ ସରକାରଙ୍କ ନ୍ୟାସ୍‌ନାଲ୍ ରିସର୍ଚ୍ଚ ଡେଭଲପ୍‌ମେଂଟ କର୍ପୋରେସନ୍ (ଏନ୍‌ଆର୍‌ଡିସି) ସହିତ ଟେକ୍ନୋଲୋଜି ଲାଇସେନ୍ସିଂ ଏଗ୍ରିମେଂଟ ସ୍ୱାକ୍ଷରିତ କରାଯାଇଛି। ସୋଆ ଗବେଷକଙ୍କ ଦ୍ୱାରା ବିକଶିତ ଏହି ସୂତ୍ରଗୁଡ଼ିକ ଦ୍ୱାରା ଶୁଷ୍କ ଆଖି, ଗଳାରେ ସଂକ୍ରମଣ ଓ ଦୀର୍ଘକାଳୀନ କ୍ୟାନ୍ସର ଚିକିତ୍ସାକୁ ସହଜ କରିବା ସମ୍ଭବ ହୋଇପାରିବ ବୋଲି ଏହି ଗବେଷଣା ଟିମ୍‌ର ନେତୃତ୍ୱ ନେଇଥିବା ସୋଆ ପରିଚାଳିତ ସ୍କୁଲ୍ ଅଫ୍ ଫାର୍ମାସ୍ୟୁଟିକାଲ୍ ସାଇନ୍‌ସେସ୍ (ଏସ୍‌ପିଏସ୍‌)ର ପ୍ରଫେସର ଗୌତମ ରଥ ସୂଚନା ଦେଇଛନ୍ତି। ଏସ୍‌ପିଏସ୍ ପରିଚାଳିତ ସୋଆ-ଡିବିଟି ବିଲ୍ଡର ନ୍ୟାସ୍‌ନାଲ୍ ଲାବାରେଟୋରୀର ଗବେଷକମାନେ ଏଭଳି ଅଭିନବ ସୂତ୍ର ବିକଶିତ କରିଛନ୍ତି ଯାହା ଆଖିରେ ପ୍ରିଜରଭେଟିବ ସମ୍ବଳିତ ଡ୍ରପ୍ ବ୍ୟବହାର କରୁଥିବା ଲୋକଙ୍କ…

Read More

କୈଳାଶ ଚନ୍ଦ୍ର ଚୌଧୁରୀ ବ୍ରହ୍ମପୁର: ଖଲ୍ଲିକୋଟ ଥାନା ଅନ୍ତର୍ଗତ ବିକ୍ରମ ପୁର ଗ୍ରାମର ଦୀପକ୍ ପାହାଣ ନାମକ ଜଣେ ଯୁବକକୁ ବୈଦ୍ୟନାଥ ପୁର ଥାନା ପୋଲିସ୍ ଗିରଫ କରି କୋର୍ଟ ଚାଲାଣ କରିଛି। ସୁଚନା ଥାଉକି ଦୀପକ୍ କମାପଲ୍ଲୀ ଠାରେ ଏକ ଭଡ଼ା ଘରେ ରହୁଥିବା ବେଳେ ଜନୈକା ନାବାଳିକା ସହ ପରିଚୟ ହୋଇଥିଲା ଓ ଧିରେ ଧିରେ ସମ୍ପର୍କ ବଢ଼ି ଚାଲିଥିଲା। ଏହା ମଧ୍ୟରେ ନାବାଳିକା ଜଣକ ନିଜ ମାମୁଁ ଘର ଲାଞିପଲି ଯାଇଥିଲା ବେଳେ କୌଶଳ କ୍ରମେ ଦୀପକ୍ ତାକୁ କୌଣସି ଏକ ସ୍ଥାନକୁ ନେଇ ଦୁଷ୍କର୍ମ କରିଥିଲା। ପୀଡ଼ିତା ନାବାଳିକା ଜଣକ ଏହି ବିଷୟରେ ପରିବାର ଲୋକଙ୍କୁ ଜଣାଇବା ପରେ ପରିବାର ଲୋକେ ବୈଦ୍ୟନାଥ ପୁର ଥାନା ରେ ଅଭିଯୋଗ କରିଥିଲେ ଓ ଅଭିଯୋଗକୁ ଭିତ୍ତି କରି ପୋଲିସ ପୀଡ଼ିତାର ବୟାନ ରେକର୍ଡ କରିଥିଲେ ଓ ଉଭୟଙ୍କୁ ଡ଼ାକ୍ତରୀ ମାଇନା କରିବା ପରେ ଅଭିଯୁକ୍ତ ଦୀପକ୍ କୁ…

Read More

ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି: ସାମଗ୍ରିକ ଭାବରେ ଏକ ବିକଶିତ କଳାହାଣ୍ଡି ଗଠନ ଲକ୍ଷ୍ୟନେଇ କଳାହାଣ୍ଡି ବିକାଶ ପରିଷଦ ପକ୍ଷରୁ ଜନଜାଗରଣ ଅଭିଯାନ “ଗାଁକୁ ଚାଲ”ର ଉଦ୍‌ଯାପନ ହୋଇଯାଇଛି। ସ୍ଥାନୀୟ ମିଡ଼୍‌ଟାଉନଠା୍‌ରେ ଶୁକ୍ରବାର ଅପରାହ୍ନ ୪ଘଟିକାରେ ଏକ ସମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଥିଲା। ଏହି ଅଭିଯାନ ଗତ ୨୩ ମେ ପବିତ୍ର ଅକ୍ଷୟ ତୃତୀୟାଠାରୁ ଆରମ୍ଭ ହୋଇଥିଲା। କଳାହାଣ୍ଡି ଜିଲାର ଚାଷୀଭାଇ ବିଭିନ୍ନ କ୍ଷେତ୍ରରେ ଅବହେଳାର ଶିକାର ହେଉଥିବାବେଳେ ସେମାନଙ୍କୁ ସେମାନଙ୍କ ହକ୍ ଦେବା ପାଇଁ କଳାହାଣ୍ଡି ବିକାଶ ପରିଷଦ ପବିତ୍ର ଅକ୍ଷୟ ତୃତୀୟାରୁ ନିଜର ଅଭିଯାନ ଆରମ୍ଭ କରି ସାରା କଳାହାଣ୍ଡି ଭ୍ରମଣ କରିଥିଲା। ଏଥି ସହିତ ଜିଲ୍ଲାରେ ଯେଭଳି ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ପରିବହନ, ଶିଳ୍ପ ସ୍ଥାପନ, ସ୍ଥାନୀୟ ଯୁବକ ଯୁବତୀଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ଏବଂ ସର୍ବୋପରି ଏକ ସୁନ୍ଦର ସବୁଜ କଳାହାଣ୍ଡି ଗଢିବା ଏହି ଅଭିଯାନର ଉଦ୍ଦେଶ୍ୟ ବୋଲି ପରିଷଦର ଅଧ୍ୟକ୍ଷା ଡଃ.ସୁନୀତି ମୁଣ୍ଡ୍…

Read More

ଭୁବନେଶ୍ଵର: ନିରାପତ୍ତା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ପାଇଁ ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ବିଭିନ୍ନ ସ୍ଥାନରେ ଟ୍ରେନ୍ ସେବା ସାମୟିକ ଭାବେ ପ୍ରଭାବିତ ହେବ। ପଢନ୍ତୁ ସଂପୂର୍ଣ୍ଣ ତାଲିକା…. ଟ୍ରେନ୍ ବାତିଲ୍: A. 08441/08442 ଭୁବନେଶ୍ୱର-ବ୍ରହ୍ମପୁର-ଭୁବନେଶ୍ୱର ପାସେଞ୍ଜର ସ୍ପେଶାଲ ଉଭୟ ପାର୍ଶ୍ୱରୁ 5 ଜୁନ୍ 2023 ରେ ବାତିଲ ରହିବ। B. 08264 ବିଳାସପୁର-ଟିଟିଲାଗଡ଼ ପାସେଞ୍ଜର ସ୍ପେଶାଲ ବିଳାସପୁରରୁ 7 ରୁ 9 ଜୁନ୍ ପର୍ଯ୍ୟନ୍ତ। C. 08277 ଟିଟିଲାଗଡ଼-ରାଇପୁର ପାସେଞ୍ଜର ସ୍ପେଶାଲ ଟିଟିଲାଗଡରୁ 7 ରୁ 9 ଜୁନ୍ ପର୍ଯ୍ୟନ୍ତ। D. 08171 / 08172 ଝାରସୁଗୁଡା-ସମ୍ବଲପୁର-ଝାରସୁଗୁଡା ମେମୁ ଉଭୟ ପକ୍ଷରୁ 7 ରୁ 9 ଜୁନ୍ ପର୍ଯ୍ୟନ୍ତ। E. 08169/08170 ଝାରସୁଗୁଡା-ସମ୍ବଲପୁର-ଝାରସୁଗୁଡା ମେମୁ ଉଭୟ ପକ୍ଷରୁ 7 ରୁ 9 ଜୁନ୍ ପର୍ଯ୍ୟନ୍ତ। F. 08263 ଟିଟିଲାଗଡ଼-ବିଳାସପୁର ପାସେଞ୍ଜର ସ୍ପେଶାଲ ଟିଟିଲାଗଡରୁ 8 ରୁ 10 ଜୁନ୍ ପର୍ଯ୍ୟନ୍ତ। G. 08278 ରାୟପୁର-ଟିଟିଲାଗଡ ପାସେଞ୍ଜର ସ୍ପେଶାଲ ରାୟପୁରରୁ 8…

Read More