ଓଡିଶାର ମନୋରଞ୍ଜନ ଚ୍ୟାନେଲ ଜୀ-ସାର୍ଥକ ସର୍ବଦା ଦର୍ଶକଙ୍କୁ ନୂଆ ନୂଆ କାହାଣୀ ଓ ପାରିବାରିକ ଘଟଣାକୁ ନେଇ ଦର୍ଶକମାନଙ୍କ ମନୋରଞ୍ଜନ କରିଆସିଛି। ସେଥିପାଇଁ ମଇ ୨୯, ଜୀ-ସାର୍ଥକ କରୁଛି, ଜୀ-ସାର୍ଥକ ସଂସାରର ସବୁଠାରୁ ବଡ଼ଦିନ, ଜୀ-ସାର୍ଥକ ସହିତ ଜଡ଼ିତ ରୁହନ୍ତୁ କାରଣ ଚ୍ୟାନେଲର ସମସ୍ତ ମେଗା ଧାରାବାହିକରେ ରହିବ ବଡ଼ ଧରଣର ମନୋରଞ୍ଜନ। ସନ୍ଧ୍ୟା ୬:୩୦ରେ ‘ମୁଁ ବି ବିଜୟୀନି’ ଯେଉଁଥିରେ ଦେଖିବେ, କାହ୍ନା ଓ ରାଧିକାର ବାହାଘରରେ ରାଧିକା ନିଖୋଜ ଅଛି ତେବେ ଦେବିକା ଓ ସ୍ତୁତି କେମିତି ଖୋଜିବେ ରାଧିକାକୁ, କ’ଣ କରିବେ ? ସେହିପରି ୭ଟାରେ ‘ଝିଲ୍ଲୀରେ ଦେଖିବେ, ଝିଲ୍ଲୀ ଓ ଟିନା ମଧ୍ୟରେ ହେବ ଏକ ହେଲ୍ଦି କିଚେନ୍ସ ପ୍ରତିଯୋଗିତା, ତେବେ ଏଇ ପ୍ରତିଯୋଗିତାରେ କାହାର ହେବ ଜିତ୍ ??? କଣ କରିବ ଝିଲ୍ଲୀ ? ୭:୩୦ରେ ଦେଖିବେ ‘ସୁନାଝିଅ’, ଆରମ୍ଭ ହୋଇଛି ଶାଶୁ ବୋହୂଙ୍କ ଲଢେଇ ଓ ପ୍ରଥମ ଥର ପାଇଁ ପ୍ରିୟା ଭବାନୀକୁ…
Author: Samikhsya Bureau
ମେଷ: ସାଥୀଠାରୁ ଦୂରତା ସମାପ୍ତ ହେବ। ଚାକିରିରେ ଆପଣ ଅଧିକାରୀଙ୍କ ସମର୍ଥନ ଏବଂ ବିଶ୍ୱାସ ପାଇବେ। ପରିବାର କାର୍ଯ୍ୟରେ ବ୍ୟସ୍ତ ରହିବେ। ଆକସ୍ମିକ ଖର୍ଚ୍ଚ ଚାପ ସୃଷ୍ଟି କରିବ। ଆପେକ୍ଷିକ କାର୍ଯ୍ୟଗୁଡ଼ିକ ବିଳମ୍ବ ହେବ। ଚତୁରତାର ସହିତ କାର୍ଯ୍ୟ କରନ୍ତୁ। ପାରିବାରିକ ପରିଦର୍ଶନ ସହିତ ସ୍ଥାନୀୟ ତୀର୍ଥଯାତ୍ରା କରାଯିବ। ବୃଷ: ନୂଆ ଦାୟିତ୍ବ ଗ୍ରହଣ କରାଯିବ। ବ୍ୟବସାୟ ଯାତ୍ରା ସଫଳ ହେବ। ଲାଭ ସୁଯୋଗ ମିଳିବ। ଶତ୍ରୁ ଭୟ ରହିବ। ବ୍ୟବସାୟ ପାଇଁ ଅଂଶିଦାର ଭଲ ହେବ। କାର୍ଯ୍ୟ ଆଚରଣ, ସଚ୍ଚୋଟତା ଚାକିରିରେ ପ୍ରଶଂସିତ ହେବ। କାର୍ଯ୍ୟରେ ଚେଷ୍ଟା ଜାରୀ ରଖିବା ସଫଳତା ମିଳିବ। ସ୍ବାସ୍ଥ୍ୟ ନେଇ ଚିନ୍ତିତ ହେବେ। ଶତ୍ରୁମାନେ ପରାସ୍ତ ହେବେ। ମିଥୁନ: ବ୍ୟବସାୟରେ ନୂଆ ଚୁକ୍ତି ହେବ। ଏକ ନୂତନ ଯୋଜନା ପ୍ରସ୍ତୁତ ହେବ। ଆପଣ ସମ୍ମାନ ପାଇବେ। ବକ୍ତବ୍ୟର ନିୟନ୍ତ୍ରଣ କରନ୍ତୁ। ମହିଳାମାନେ ଯନ୍ତ୍ରଣା ଭୋଗିବା ସମ୍ଭାବନା। ମତଭେଦରୁ ଦୂରେଇ ରୁହନ୍ତୁ। କାର୍ଯ୍ୟରେ ସଫଳତା ମିଳିବ। ଶତ୍ରୁମାନେ ପରାସ୍ତ ହେବେ।…
ରଣପୁର: ନୟାଗଡ ଜିଲ୍ଲା ରଣପୁର ନିର୍ବାଚନ ମଣ୍ଡଳୀ ଅଧିନରେ ଥିବା ରଣପୁର ବ୍ଲକ୍ ଓ ଏନଏସି ର ବିଜେଡି ସଭାପତି ଚୟନ ପ୍ରକ୍ରିୟା ଶେଷ ହୋଇଯାଇଛି। ସୂଚନା ଅନୁଯାୟୀ ରଣପୁର ନିର୍ବାଚନ ମଣ୍ଡଳୀର ୩୭ଟି ପଂଚାୟତ କୁ ନେଇ ରଣପୁର ବ୍ଲକ୍ ଗଠିତ ହୋଇଥିବା ବେଳେ ୧୫ ଟି ଓାର୍ଡ କୁ ନେଇ ରଣପୁର ଏନଏସି ଗଠିତ ହୋଇଅଛି। ସାଧାରଣ ନିର୍ବାଚନ-୨୦୨୪ ନିକଟତର ହୋଇଥିବା ବେଳେ ଦଳର ସାଂଗଠନିକ ସ୍ଥିତି ସୁଦୃଢ କରିବା ଲକ୍ଷ୍ୟରେ ବିଜେଡି ଦଳ ତରଫରୁ ବ୍ଲକ୍ ସଭାପତି ଭାବେ ଦଳର ବରିଷ୍ଠ ସଂଗଠକ ସଚ୍ଚୀକାନ୍ତ ଷଡଙ୍ଗୀଙ୍କୁ ଚୟନ କରାଯାଇଛି। ଏହି ପଦବୀରେ ପୂର୍ବରୁ ପାଣ୍ଡବ ସେଠୀ ଦାୟିତ୍ୱ ତୁଲାଇ ଆସୁଥିଲେ। ସେହିଭଳି ରଣପୁର ଏନଏସି ର ସଭାପତି ଭାବେ ବିଜେଡି ଯୁବ ସଂଗଠକ ଲିଙ୍ଗରାଜ ନାୟକଙ୍କୁ ଚୟନ କରାଯାଇଛି। ସେ ଏଥି ପୂର୍ବରୁ ଏହି ପଦବୀରେ ରହି ଦଳର ସାଂଗଠନିକ ଦାୟିତ୍ୱ ତୁଲାଇ ଆସୁଥିଲେ। ନୂତନ ଭାବେ…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଶ୍ରୀ ଆନ୍ଥୋନୀ ଆଲବାନିଜ୍ଙ୍କ ସହ ୨୪ ମେ ୨୦୨୩ ଦିନ ଅଷ୍ଟ୍ରେଲିଆର ସିଡ୍ନୀସ୍ଥିତ ଆଡମିରାଲ୍ଟି ହାଉସଠାରେ ଦ୍ୱିପକ୍ଷୀୟ ବୈଠକରେ ଯୋଗଦେଇଥିଲେ। ଆଡମିରାଲ୍ଟି ହାଉସଠାରେ ପ୍ରଧାନମନ୍ତ୍ରୀଙ୍କୁ ଔପଚାରିକ ସ୍ୱାଗତ ସମ୍ବର୍ଦ୍ଧନା ସହ ଗାର୍ଡ ଅଫ ଅନର ଦିଆଯାଇଥିଲା। ଉଭୟ ନେତା ମାର୍ଚ୍ଚ ୨୩ରେ ନୂଆଦିଲ୍ଲୀରେ ଅନୁଷ୍ଠିତ ପ୍ରଥମ ବାର୍ଷିକ ନେତୃସ୍ତରୀୟ ଶିଖର ସମ୍ମିଳନୀର ସଫଳତାକୁ ସ୍ମରଣ କରିବା ସହିତ ବହୁମୁଖୀ ଭାରତ-ଅଷ୍ଟ୍ରେଲିଆ ବ୍ୟାପକ ରଣନୈତିକ ଭାଗିଦାରୀକୁ ଆହୁରି ବ୍ୟାପକ ଓ ମଜବୁତ କରିବା ଉପରେ ସେମାନଙ୍କର ପ୍ରତିଶ୍ରୁତିବଦ୍ଧତାକୁ ଦୋହରାଇଥିଲେ। ପ୍ରତିରକ୍ଷା ଏବଂ ନିରାପତ୍ତା, ବାଣିଜ୍ୟ ଏବଂ ପୁଞ୍ଜିନିବେଶ, ନୂତନ ଏବଂ ନବୀକରଣୀୟ ଶକ୍ତି, ସ୍ୱଚ୍ଛ ହାଇଡ୍ରୋଜେନ, ଗୁରୁତ୍ୱପୂର୍ଣ୍ଣ ଖଣିଜ, ଶିକ୍ଷା, ପ୍ରବାସନ ଏବଂ ଗତିଶୀତଳା ତଥା ଉଭୟ ଦେଶର ଜନସାଧାରଣଙ୍କର ପ୍ରତ୍ୟକ୍ଷ ସମ୍ପର୍କରେ ସହଯୋଗ ବୃଦ୍ଧିକୁ ନେଇ ବୈଠକରେ ବ୍ୟାପକ ବିଚାରବିମର୍ଶ ହୋଇଥିଲା। ଉଭୟ ନେତା ଭାରତ-ଅଷ୍ଟ୍ରେଲିଆ ପ୍ରବାସନ ଏବଂ ଗତିଶୀତଳା ଭାଗିଦାରୀ ବ୍ୟବସ୍ଥା(ଏନଏମ୍ପିଏ)ରେ…
କୈଳାଶ ଚନ୍ଦ୍ର ଚୌଧୁରୀ ବ୍ରହ୍ମପୁର: ବ୍ରହ୍ମପୁର ଟାଉନ ଥାନା ପୋଲିସ ଯାଞ୍ଚ କରିବା ବେଳେ ଖଲ୍ଲିକୋଟ ବିଶ୍ଵବିଦ୍ୟାଳୟ ଖେଳ ପଡିଆ ନିକଟରେ ଦୁଇ ଯୁବକଙ୍କୁ ସନ୍ଦେହ କରି ଅଟକ ରଖିଛି। ପଚରାଉଚରା ବେଳେ ସେମାନଙ୍କ ଠାରୁ ୨୮.୯୫ ଗ୍ରାମ ବ୍ରାଉନ ସୁଗାର ଜବତ୍ କରାଯାଇଛି। ଗିରଫ ଦୁଇ ଯୁବକ ବଡ଼ବଜାର ଥାନା ଅନ୍ତର୍ଗତ ଧାନମେରା ସାହିର ରଞ୍ଜନ ଦାସ ଓ ରୁତୁରଞ୍ଜନ ନିମାଇଁ ବୋଲି ଜଣାପଡିଛି। ଗିରଫ ରଞ୍ଜନ ନାମରେ ବିଭିନ୍ନ ଥାନାରେ ଆଗରୁ ୮ ଟି ମାମଲା ରହିଛି। ଗିରଫ ଯୁବକ ଦ୍ବୟଙ୍କ ଠାରୁ ପୋଲିସ ନଗଦ ୪୨୭୦ ଓ ଗୋଟିଏ ମୋଟରସାଇକେଲ ଜବତ ହୋଇଛି।
କୈଳାଶ ଚନ୍ଦ୍ର ଚୌଧୁରୀ ବ୍ରହ୍ମପୁର: ଗୋଷାଣୀ ନୁଆଁଗାଁ ଥାନା ଅନ୍ତର୍ଗତ ଚାଞ୍ଚଡାପଡିଆ ବିଶ୍ଵନାଥ ନଗରରେ ନମିତା ପାତ୍ର ନାମକ ଜଣେ ବୋହୁକୁ ଶ୍ଵଶୁର ଘର ଲୋକ ଶାରୀରିକ, ମାନସିକ ଓ ଯୌତୁକ ନିର୍ଯାତନା ଅଭିଯୋଗ ହୋଇଥିଲା। ଏନେଇ ମହିଳା ଥାନାରେ କେଶ୍ ନଂ ୭୮/୨୩ ଅନୁଯାୟୀ ଏକ ମକଦ୍ଦମା ରୁଜୁ ହୋଇଥିଲା। ଏହି ପରିପ୍ରେକ୍ଷୀରେ ମହିଳା ଥାନା ପୋଲିସ ଉଭୟ ପରିବାରକୁ ଡ଼ାକି ବୁଝାମଣା କରିବା ପାଇଁ ଚେଷ୍ଟା କରିଥିଲେ। କିନ୍ତୁ ବୁଝାମଣା ଫଳପ୍ରଦ ନହେବାରୁ ବୋହୁର ଯୌତୁକ ସାମଗ୍ରୀ ଜବତ କରିବା ପାଇଁ ଏସ୍ ଆଇ ଝୁନୁବାଳା ଶାସମଲଙ୍କ ନେତୃତ୍ଵରେ ଏକ ଟିମ୍ ବିଶ୍ଵନାଥ ନଗର ସ୍ଥିତ ଶ୍ବଶୁର ଘରେ ପହଞ୍ଚିଥିଲେ। ଶ୍ଵଶୁର ଘର ଲୋକ ବୋହୂ ନମିତାକୁ ଦେଖି ଅତର୍କିତ ଆକ୍ରମଣ କରି ନିର୍ଧୁମ ପିଟି ନିକଟସ୍ଥ ନାଳରେ ପକାଇ ଦେଇଥିଲେ। ଏହି ସମୟରେ ପୋଲିସ ଅଟକାଇବାରୁ ଅଭିଯୁକ୍ତ ଗୋବିନ୍ଦ ପାତ୍ର, ଘନ ପାତ୍ର, ଲକ୍ଷ୍ମୀ ପାତ୍ର ଶିବ…
ରଣପୁର: ୨୦୨୨-୨୩ ଶିକ୍ଷା ବର୍ଷର ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଫଳାଫଳ ଚଳିତ ମାସ ଗତ ୧୮ ତାରିଖରେ ପ୍ରକାଶିତ ହୋଇ ଯାଇଛି। ଏଥିରେ ରଣପୁର ବ୍ଲକରୁ ୩୪ ଜଣ ଛାତ୍ରଛାତ୍ରୀ ଏ-୧ ଗ୍ରେଡରେ ପାସ କରି ରଣପୁର ବ୍ଲକ ପାଇଁ ଗୌରବ ଆଣି ପାରିଛନ୍ତି। ସେମାନଙ୍କ ମଧ୍ୟରୁ ୯୫% ପ୍ରତିଶତ ମାର୍କ ରଖି ୨ ଜଣ ଉତୀର୍ଣ୍ଣ ହୋଇଥିବା ଜଣାଯାଇଛି। ସେମାନେ ହେଲେ ବୃନ୍ଦାବନପୁର ପଚାଂୟତ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ପ୍ରତୀକ୍ଷା ନାୟକ ଓ ମଝିଆଖଣ୍ଡ ରଘୁନାଥ ନୋଡାଲ ଉଚ୍ଚ ବିଦ୍ୟାଳୟର ଛାତ୍ର ଅନିଲ କୁମାର ସାହୁ ଉଭୟ ୫୭୦ ମାର୍କ ରଖି ରଣପୁର ବ୍ଲକର ଟପ୍ପର ଭାବେ ଉତୀର୍ଣ୍ଣ ହୋଇଥିବା ଜଣାଯାଇଛି। ଅନ୍ୟ ଏ-୧ ଗ୍ରେଡରେ ପାସ୍ କରିଥିବା ଛାତ୍ରଛାତ୍ରୀମାନଙ୍କୁ ନିଜ ବିଦ୍ୟାଳୟ ତରଫରୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଛି। ଏହି ପରିପ୍ରେକ୍ଷୀରେ ଗୌରାଙ୍ଗପୁର ପଚାଂୟତର ଗୌରାଙ୍ଗପୁର ଗ୍ରାମ ପଚାଂୟତ ଉଚ୍ଚ ବିଦ୍ୟାଳୟର ୩ ଜଣ ଛାତ୍ରୀ ଏ-୧ ଗ୍ରେଡରେ…
ନୂଆଦିଲ୍ଲୀ: ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତି ଶାସ୍ତ୍ରୀରେ ଜୀବନର ଅନେକ ଦିଗ ବିଷୟରେ ଉଲ୍ଲେଖ କରିଛନ୍ତି । ଅର୍ଥ, ପଦୋନ୍ନତି, ବିବାହ, ପରିବାର ଏବଂ ବ୍ୟବସାୟ ସହ ଜଡିତ ସମସ୍ୟାର ସମାଧାନକୁ ଚାଣକ୍ୟ ଅତି ସହଜ କରିଛନ୍ତି। କୁହାଯାଏ ଯେ ଚାଣକ୍ୟଙ୍କ ନୀତି ଗ୍ରହଣ କରିବା କଷ୍ଟକର, କିନ୍ତୁ ଯିଏ ଗ୍ରହଣ କରିଛି, ସେ ବେଶ୍ ସଫଳ ହୋଇଛି। ଚାଣକ୍ୟ ନୀତି ଶାସ୍ତ୍ରୀରେ କହିଛନ୍ତି ଯେ କେଉଁ ଲୋକଙ୍କ ପାଖରେ ପାଖରେ ଟଙ୍କା ରହେ ନାହିଁ। ସେଥିପାଇଁ ଆଚାର୍ଯ୍ୟ ଚାଣକ୍ୟ ପାଞ୍ଚଟି ପରାମର୍ଶ ଦେଇଛନ୍ତି। 1-ଚାଣକ୍ୟ କହିଛନ୍ତି ଯେ ତିକ୍ତ କଥା କହୁଥିବା ବ୍ୟକ୍ତିଙ୍କ ସହ ଟଙ୍କା ରଖାଯାଇପାରିବ ନାହିଁ। ଯେଉଁ ବ୍ୟକ୍ତି ସତ୍ୟ ଏବଂ ମଧୁର କଥା କହନ୍ତି, ଲକ୍ଷ୍ମୀଙ୍କର ଅନୁଗ୍ରହ ଅଛି । ଚାଣକ୍ୟ କହିଛନ୍ତି ଯେ ମାତା ଲକ୍ଷ୍ମୀଙ୍କ ଆଶୀର୍ବାଦ ପାଇବା ପାଇଁ ଜଣେ ସର୍ବଦା ମିଠା କଥା କହିବା ଉଚିତ୍ । 2-ଜଣେ ବ୍ୟକ୍ତି ଯଦି…
ନୂଆଦିଲ୍ଲୀ: ଘରର ସୌନ୍ଦର୍ଯ୍ୟ କବାଟରୁ ଜଣାପଡିଥାଏ। ହେଲେ ଆପଣ ଆଶ୍ଚର୍ଯ୍ୟ ହେବେ ଏହି କବାଟ ଦ୍ବାରା ଆପଣଙ୍କର ଘରର ଭବିଷ୍ୟତ ମଧ୍ୟ ନିର୍ଭର କରୁଛି। ଆସନ୍ତୁ ଜାଣିବା ଘରର କବାଟ କ’ଣ ହେବା ଉଚିତ ଏକ ସିଧା ଧାଡିରେ ତିନୋଟି କବାଟ ରହିବା ଉଚିତ୍ ନୁହେଁ କବାଟ ଭିତରେ କବାଟ ତିଆରି କରିବା ଉଚିତ୍ ନୁହେଁ କବାଟ ସିଧା କାନ୍ଥରେ ରହିବା ଉଚିତ୍ ନୁହେଁ , ଦୁଇଟି ଗୋଡ କାଠରେ ରହିବା ଦରକାର ନିଜେ ଖୋଲିବା କିମ୍ବା ବନ୍ଦ କରିବା ପାଇଁ ଏକ କବାଟ ରହିବା ଉଚିତ୍ ନୁହେଁ ଘରର ମୁଖ୍ୟ ପ୍ରବେଶ ଦ୍ୱାର ବାହାରୁ ଖୋଲିବା ପରି କରିବା ଉଚିତ୍ ନୁହେଁ କିଛି କବାଟ ଏପରି ଯେ ତାହା ଝରକା ପରି ହୋଇଥିବ, ଏହିପରି କବାଟରେ ବାସ୍ତୁ ତ୍ରୁଟି ରହିବ ମୁଖ୍ୟ ଫାଟକ ତ୍ରିକୋଣୀୟ, ବୃତ୍ତାକାର, ବର୍ଗ କିମ୍ବା ବହୁଭୂଜ ଆକୃତିର ହେବା ଉଚିତ୍ ନୁହେଁ ମୁଖ୍ୟ ଦ୍ୱାର ବଡ…
ନୂଆଦିଲ୍ଲୀ: ଆମର ଜ୍ୟୋତିଷ ଶାସ୍ତ୍ରରେ ଏପରି ଅନେକ ଜିନିଷ ଉଲ୍ଲେଖ କରାଯାଇଛି, ଯାହା ଆମ ଜୀବନରେ ବରଦାନ ସଦୃଶ୍ୟ ହୋଇଥାଏ। ଆମ ଜୀବନ ସୁଖ ସମୃଦ୍ଧିରେ ଭରପୂର ହୋଇଯାଏ। ଯଦି ଆପଣ ଆପଣଙ୍କ ଦିନକୁ ସଠିକ୍ ଭାବରେ ଆରମ୍ଭ କରିଛନ୍ତି, ତେବେ ଆପଣଙ୍କର ପୁରା ଦିନ ଭଲରେ ଚାଲିଥାଏ। କିନ୍ତୁ ଯଦି ଆପଣ କିଛି ଭୁଲ୍ ଜିନିଷ ଦେଖନ୍ତି ତେବେ ଦିନଟି ଖରାପ ହୋଇଯାଏ। ସକାଳେ କେଉଁ ଜିନିଷ ଦେଖିବେ, କେଉଁ ଜିନିଷ ଦେଖିବେ ନାହିଁ 1-ଜଣେ ସକାଳେ ଉଠିବା ଏବଂ ଦର୍ପଣ ଦେଖିବା ଉଚିତ୍ ନୁହେଁ। ଯଦି ଆପଣ ଏହା କରନ୍ତି ତେବେ ଦିନସାରା ଆପଣଙ୍କ ସହିତ ନକାରାତ୍ମକ କାମ ଦେଖାଦେବ। ଯାହା ଆପଣଙ୍କୁ ଦୁଃଖ ଦେବ। 2-ଆପଣଙ୍କ ଦିନ ଆପଣଙ୍କ ଦେବୀଙ୍କ ଉପରେ ଧ୍ୟାନ କରି ଆରମ୍ଭ କରନ୍ତୁ। ଯଦି ସୁବିଧା ଅଛି ତେବେ ଦେବୀ ଦର୍ଶନ କରନ୍ତୁ। ଏହା ଆପଣଙ୍କୁ ସକରାତ୍ମକ ଭାବରେ ପ୍ରଭାବିତ କରିବ। ଆହୁରି…
ଭୁବନେଶ୍ବର: ସନାତନ ଧର୍ମରେ ଧୂପ ଏବଂ ଦୀପର ବିଶେଷ ମହତ୍ତ୍ୱ ରହିଛି । କୁହାଯାଏ ଯେ ଯଦି ପ୍ରତିଦିନ ଧୂପ ଏବଂ ଦୀପ ଦିଆଯାଏ, ତେବେ ଘରର ସମସ୍ତ ଅସୁବିଧା ଏବଂ ନକାରାତ୍ମକତା ଦୂର ହୁଏ। ଆସନ୍ତୁ ଆପଣଙ୍କୁ ଦୀପ ସହିତ ଜଡିତ କିଛି ବିଶେଷ କଥା ଜାଣିବା ଧୂପର କିଛି ନିୟମ ମଧ୍ୟ ଅଛି 1-ଏହାକୁ ଜାଳିବା ଦ୍ୱାରା ପାର୍ଥିବ ଶକ୍ତି ଆକର୍ଷିତ ହୁଏ । ବିଶେଷକରି ଯଦି ଗୁରୁବାର ସମାଧୀରେ ଧୂପ ଜଳାଇବେ ତେବେ ପୂର୍ବପୁରୁଷମାନେ ଆପଣଙ୍କୁ ସାହାଯ୍ୟ କରିବେ । 2-ସେହିପରି ଘରେ ଯଦି କେହି ଗୁଣି କରିଛି ବୋଲି ଭାବୁଛନ୍ତି ତେବେ ଘରେ ଝୁଣା ଧୂପ ଦିଅନ୍ତୁ। ଏଥିସହିତ ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ। ଏକୋଇଶ ଦିନ ପର୍ଯ୍ୟନ୍ତ ଏପରି କରନ୍ତୁ। 3- ଯଦି ଆପଣଙ୍କ ଘରେ ବାସ୍ତୁ ତ୍ରୁଟି ଦ୍ୱାରା ଅସୁବିଧାରେ ପଡ଼ନ୍ତି, ତେବେ ଘରେ ଦୁଇଥର ନିମ୍ ପତ୍ରର ଧୂପ ଜାଳନ୍ତୁ ।…
ନୂଆଦିଲ୍ଲୀ: ଯେ କୈଣସି ବ୍ୟକ୍ତି ଯିଏ କି କୈଣସି ବିଶେଷ ଉତ୍ସବରେ କିମ୍ବା ବୁଧବାର କିମ୍ବା ଚତୁର୍ଥୀ ତିଥିରେ ଭଗବାନ ଶ୍ରୀ ଗଣେଶଙ୍କ ଚଉଦ ନାମ ଜପ କରନ୍ତି, ନିଶ୍ଚିତ ଭାବରେ ଆଶାତିତ ଫଳାଫଳ ପାଆନ୍ତି। ଯେଉଁମାନେ ଧନ ଚାହୁଁଛନ୍ତି ସେମାନେ ଧନ, ସୁଖ ଏବଂ ସମୃଦ୍ଧତା ପାଆନ୍ତି। ଆସନ୍ତୁ ଭଗବାନ ଗଣେଶଙ୍କ ଏହି 14 ନାମ ମଧ୍ୟ ଜପ କରିବା- ଭଗବାନ ଗଣେଶଙ୍କର 14 ନାମ: – 1-ବିନୟକ 2. ଗଜାନନ 3. ଗଣେଶ 4. ଲମ୍ବୋଦର 5. ଏକଦନ୍ତ 6. ବକ୍ରତୁଣ୍ଡ 7. ବିଘ୍ନରାଜ 8. ବିଶ୍ବରାଜ 9. ବୁଦ୍ଧିନାଥ 10. ବିକଟ 11. ହେରମ୍ବ 12. କୃଷ୍ଣପିଙ୍ଗାକ୍ଷ 13. ଅଖୁରଥ 14. ଭୂପତି
ମେଷ: – ଭାଗ୍ୟ ଆଜି ଆପଣଙ୍କୁ ସମର୍ଥନ କରିବାକୁ ଯାଉଛି। କର୍ମ ଜାରି ରଖନ୍ତୁ ଏବଂ ସବୁକିଛି ଭାଗ୍ୟକୁ ଛାଡିଦିଅ। କାର୍ଯ୍ୟରେ ସଫଳତା ମିଳିବ ଏବଂ ସମ୍ମାନର ବୃଦ୍ଧି ସମ୍ଭବ ହେବାରେ ଲାଗିଛି। ନୂତନ ସମ୍ପର୍କ କିମ୍ବା କାର୍ଯ୍ୟ ପ୍ରତିଷ୍ଠା ସମ୍ବନ୍ଧରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ଠାରୁ ଦୂରେଇ ରୁହନ୍ତୁ। ବୃଷ: – ଆଜି ଭ୍ରମଣରୁ ଦୂରେଇ ରୁହନ୍ତୁ। କାହା ସହିତ ଅନାବଶ୍ୟକ ବିତର୍କରେ ପ୍ରବେଶ କରନ୍ତୁ ନାହିଁ। କୌଣସି ସ୍ଥାନରେ ବିତର୍କ ପରିସ୍ଥିତି ହେତୁ ଦିନସାରା ଦ୍ୱନ୍ଦ୍ୱ ସୃଷ୍ଟି ହେବ। ଛାତ୍ରଛାତ୍ରୀମାନଙ୍କ ପାଇଁ ଦିନଟି ଭଲ ହେବ। ଧାର୍ମିକ କାର୍ଯ୍ୟକଳାପ କିମ୍ବା ଯାତ୍ରା ପଛରେ ଟଙ୍କା ଖର୍ଚ୍ଚ ହୋଇପାରେ। ମିଥୁନ: – ଆଜି ଏକ ଶୁଭ ଦିନ। ଜୀବନସାଥୀ କିମ୍ବା ପ୍ରିୟଜନଙ୍କ ସମର୍ଥନ ପାଇବେ। ମନ ଖୁସି ହେବ। ସ୍ଥଗିତ କାର୍ଯ୍ୟ ସମାପ୍ତ ହେବ। ସ୍ୱାସ୍ଥ୍ୟ ଚିନ୍ତା ବ୍ୟାକୁଳ ହୋଇପାରେ। ଅଫିସରେ ଥିବା ଅଧିକାରୀଙ୍କ ସହିତ କୈଣସି ବିତର୍କ ନହେବା…
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାର ପ୍ରଗତି ଏବଂ ପ୍ରକୃତିର ସୁରକ୍ଷା ଓ ସଂରକ୍ଷଣକୁ ସବୁବେଳେ ଅଗ୍ରାଧିକାର ଦେଇଆସିଛନ୍ତି । ପ୍ରାକୃତିକ ବିଭବର ଗନ୍ତାଘର ଓଡ଼ିଶାର ଜୈବବିବିଧତାର ସୁରକ୍ଷା ଓ ସୁପରିଚାଳନା ପାଇଁ ରାଜ୍ୟ ସରକାର ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି । ସରକାରଙ୍କ ସହିତ ଜୈବବିବିଧତା ପରିଚାଳନା ସମିତି, ବନ ସୁରକ୍ଷା ସମିତି ସର୍ବୋପରି ସାଧାରଣ ଜନତାଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଜୈବବି ବିଧତାର ଗନ୍ତାଘର କୁହାଯାଉଥିବା ମଣ୍ଡାସାରୁ, ମହେନ୍ଦ୍ରଗିରି ଓ ଗନ୍ଧମାର୍ଦ୍ଦନ ପର୍ବତ ଆଦି ୩ ଗୋଟି ଜଙ୍ଗଲ ପରିସଂସ୍ଥାକୁ ରାଜ୍ୟ ସରକାର ଜୈବବିବିଧତା ଐତିହ୍ୟସ୍ଥଳୀ ଭାବେ ଘୋଷଣା କରିଛନ୍ତି । ପରିବେଶ ପର୍ଯ୍ୟଟନର ବିକାଶ ପାଇଁ ରାଜ୍ୟ ସରକାର ବଦ୍ଧପରିକର। ୪୯ଟି ପରିବେଶ ପର୍ଯ୍ୟଟନ ସ୍ଥଳୀରେ ଇକୋଗାଇଡ୍ମାନଙ୍କର ଦକ୍ଷତା ବୃଦ୍ଧି କରାଯାଇ ସ୍ଥାନୀୟ ଜୀବନଜୀବିକା ସୁଦୃଢ଼ କରାଯାଇଛି ବୋଲି ଲୋକସେବା ଭବନସ୍ଥିତ କନ୍ଭେନ୍ସନ୍ ସେଣ୍ଟରଠାରେ ଆୟୋଜିତ ଅନ୍ତର୍ଜାତୀୟ ଜୈବବିବିଧତା ଦିବସ-୨୦୨୩ ସମାରୋହରେ ଜଙ୍ଗଲ, ପରିବେଶ…
ଭୁବନେଶ୍ୱର : ରାଜ୍ୟ ସରକାର ପୂର୍ବରୁ ଯେଉଁମାନଙ୍କୁ ମନ୍ତ୍ରୀମଣ୍ଡଳରୁ ଅପସାରଣ କରିଥିଲେ, ସେମାନଙ୍କୁ ପୁନଃର୍ବାର ଦକ୍ଷ ଓ ବରିଷ୍ଠ କହି ମନ୍ତ୍ରୀମଣ୍ଡଳରେ ସାମିଲ କରିଛନ୍ତି । ଆଜି ମନ୍ତ୍ରୀମଣ୍ଡଳରେ ସାମିଲ ହୋଇଥିବା ୩ଜଣ ମନ୍ତ୍ରୀ ପୂର୍ବରୁ ଦକ୍ଷ କିମ୍ବା ବରିଷ୍ଠ ନଥିଲେ କି? ଯଦି ଦକ୍ଷ ଥିଲେ ତାହେଲେ ତାଙ୍କୁ ମନ୍ତ୍ରୀମଣ୍ଡଳରୁ କାହିଁକି ଅନ୍ତର କରିଥିଲେ ଏବଂ ଆଜି ତାଙ୍କର କେଉଁ ଦକ୍ଷତା ବଳରେ ପୁଣି ଥରେ ମନ୍ତ୍ରୀମଣ୍ଡଳରେ ସାମିଲ କରାଗଲା ? ଏହିପରି ପ୍ରଶ୍ନ କରିଛି ରାଜ୍ୟ ବିଜେପି। ରାଜ୍ୟ ସାଧାରଣ ସଂପାଦକ ଗୋଲକ ମହାପାତ୍ର କହିଛନ୍ତି ଯେ, ଓଡ଼ିଶାରେ କିଭଳି ମନ୍ତ୍ରୀମାନେ କାର୍ଯ୍ୟ କରନ୍ତି ତାହା ଦିବାଲୋକ ପରି ସ୍ପଷ୍ଟ । ନୂତନ ଶିକ୍ଷା ବର୍ଷ ଆରମ୍ଭ ସମୟରେ ଶିକ୍ଷା ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀଙ୍କୁ ରାତି ଅଧରେ ବିଜେଡି ସରକାର ବହିଷ୍କାର କରି ଛାତ୍ରଛାତୀଙ୍କ ଭବିଷ୍ୟତ ଓ ଶିକ୍ଷା ସହ ଖେଳ ଖେଳୁଛନ୍ତି । ୨୦୨୪ରେ ସରକାର…
ଭୁବନେଶ୍ବର: ପୂର୍ବତଟ ରେଳବାଇର କେତେକ ଲାଇନରେ ଆଧୁନିକକରଣ ପାଇଁ କେତେକ ଟ୍ରେନକୁ ଆଶିଂକ ବାତିଲ କରାଯାଇଛି। ସେହିପରି କେତେକ ଟ୍ରେନର ସମୟରେ ପରିବର୍ତ୍ତନ ସହିତ ରୁଟ ପରିବର୍ତ୍ତନ ମଧ୍ୟ କରାଯାଇଛି। ପୂର୍ବତଟ ରେଳପଥର ଘୋଷଣା ଅନୁଯାୟୀ ନିମ୍ନ ଟ୍ରେନରେ ହେଲା ପରିବର୍ତ୍ତନ। ଟ୍ରେନର ସମୟରେ ସାମୟିକ ପରିବର୍ତନ : ● 24.05.2023 ଦିନ 20472 ପୁରୀ-ବିକାନେର ଏକ୍ସପ୍ରେସ ଏହାର ନିର୍ଧାରିତ ସମୟ ସକାଳ 06ଘ.35ମି. ପରିବର୍ତ୍ତେ ପୁରୀରୁ ସକାଳ 08ଘ.35ମି. ରେ ଛାଡିବ। ● 23.05.2023 ଦିନ 20917 ଇନ୍ଦୋର-ପୁରୀ ଏକ୍ସପ୍ରେସ ଇନ୍ଦୋରରୁ ଏହାର ନିର୍ଧାରିତ ସମୟ ଅପରାହ୍ନ 03ଘଟୀକା ପରିବର୍ତ୍ତେ ଇନ୍ଦୋରରୁ ସନ୍ଧ୍ୟା 05ଘଟିକାରେ ଛାଡିବ। ● 24.05.2023 ଦିନ 18311 ସମ୍ବଲପୁର-ବନାରସ ଦ୍ୱି-ସାପ୍ତାହିକ ଏକ୍ସପ୍ରେସ ସମ୍ବଲପୁରରୁ ଏହାର ନିର୍ଧାରିତ ସମୟ ଅପରାହ୍ନ 01ଘ.05ମି. ପରିବର୍ତ୍ତେ ଅପରାହ୍ନ 03ଘ.50ମି.ରେ ଛାଡିବ ● 23.05.2023 ଦିନ 18478 ଋଷିକେଶ-ପୁରୀ କଳିଙ୍ଗ ଉତ୍କଳ ଏକ୍ସପ୍ରେସ ଋଷିକେଶରୁ ସକାଳ 05ଘ.35ମି. ପରିବର୍ତ୍ତେ ପୂର୍ବାହ୍ନ 09ଘ.20ମି.ରେ…
ଭୁବନେଶ୍ବର: ଆଜି ପଶ୍ଚିମ ଓଡିଶାରୁ ସାରଦା ପ୍ରସନ୍ନ ନାୟକଙ୍କୁ ମନ୍ତ୍ରୀ କରାଯାଇଛି। ହେଲେ ସମସ୍ତେ ଆଶା କରିଥିଲେ ଯେ, ନବୀନ ସୁଶାନ୍ତ ସିଂଙ୍କୁ ମନ୍ତ୍ରୀ କରିବେ। ଏପରିକି ତାଙ୍କ ସମର୍ଥକମାନେ ମଧ୍ୟ ଆଶା କରିଥିଲେ ଯେ, ସୁଶାନ୍ତ ସିଂ ମନ୍ତ୍ରୀ ହେବେ। ହେଲେ ଶେଷ ମୁର୍ହୁତରେ ତାହା ହୋଇ ନ ଥିଲା। ସୁଶାନ୍ତ ସିଂଙ୍କ ବଦଳରେ ମନ୍ତ୍ରୀ ହେଲେ ସାରଦା ନାୟକ। ଏହାକୁ ନେଇ ସୁଶାନ୍ତଙ୍କ ସମର୍ଥକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ହେଲେ ସେମାନଙ୍କୁ ବୁଝାସୁଝା କରାଯାଇଛି ବୋଲି ବିଧାୟକ ସୁଶାନ୍ତ ସିଂ କହିଛନ୍ତି। ସେ କହିଛନ୍ତି ଯେ, ମୋର ସମର୍ଥକମାନେ ଆଶା କରିଥିଲେ ମୁଁ ମନ୍ତ୍ରୀ ହେବି। ହେଲେ ତାହା ହୋଇ ନ ଥିବାରୁ ସେମାନେ ଅସନ୍ତୋଷ ଜାହିର କରିଛନ୍ତି। ତେବେ ସୁଶାନ୍ତ ଆଜି ମନ୍ତ୍ରୀ ମଣ୍ଡଳ ଶପଥ ଗ୍ରହଣ ବେଳେ ଉପସ୍ଥିତ ନ ଥିବା ନେଇ ସନ୍ଦେହ ଅଧିକ ଘନିଭୂତ ହୋଇଥିଲା। ଅନ୍ୟପକ୍ଷରେ ନବନିର୍ବାଚିତ ବିଧାୟିକା ଦୀପାଳି ଦାସ…
ଭୁବନେଶ୍ବର: ତିନିଜଣ ନୂଆ ମନ୍ତ୍ରୀଙ୍କ ମଧ୍ୟରେ ବିଭାଗ ବଣ୍ଟନ କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ବିଭାଗ ବଣ୍ଟନ କରିଛନ୍ତି। ସେହି ଅନୁସାରେ ବିକ୍ରମ ଆରୁଖଙ୍କୁ ଅର୍ଥ ବିଭାଗ ପ୍ରଦାନ କରାଯାଇଛି। ସେହିପରି ସୁଦାମ ମାରାଣ୍ଡିଙ୍କୁ ସ୍କୁଲ ଓ ଗଣ ଶିକ୍ଷା ବିଭାଗ ମନ୍ତ୍ରୀ କରାଯାଇଛି। ଅନ୍ୟପକ୍ଷରେ ସାରଦା ନାୟକଙ୍କୁ ଶ୍ରମ ମନ୍ତ୍ରୀ କରାଯାଇଛି। ପୂର୍ବରୁ ଅର୍ଥ ବିଭାଗ ନିରଞ୍ଜନ ପୂଜାରୀଙ୍କ ପାଖରେ ଥିଲା। ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ବିୟୋଗ ପରେ ସେହି ବିଭାଗ ତାଙ୍କୁ ପ୍ରଦାନ କରାଯାଇଥିଲା। ବର୍ତ୍ତମାନ ନିରଞ୍ଜନ ପୂଜାରୀ ସ୍ବାସ୍ଥ୍ୟ ବିଭାଗ ଦାୟିତ୍ବରେ ରହିବେ। ଅର୍ଥ ବିଭାଗ ତାଙ୍କଠାରୁ କାଢି ନିଆଯାଇ ବିକ୍ରମ ଆରୁଖଙ୍କୁ ପ୍ରଦାନ କରାଯାଇଛି। ସେହିପରି ସ୍କୁଲ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ଥିଲେ ସମୀର ରଂଜନ ଦାସ। ସେ ଇସ୍ତଫା ଦେବା ପରେ ସେହି ବିଭାଗ ଅସ୍ଥାୟୀ ଭାବେ ମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କୁ ଦିଆଯାଇଥିଲା। ପ୍ରମିଳାଙ୍କୁ ଶ୍ରୀକାନ୍ତ ସାହୁ ଇସ୍ତଫା ପରେ…
କଳାହାଣ୍ଡି: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ୫-ଟି ସଚିବ ଶ୍ରୀ ଭି.କେ. ପାଣ୍ଡିଆନ ଆଜି କଳାହାଣ୍ଡି ଗସ୍ତର ଦ୍ବିତୀୟ ଦିନରେ ଅନେକ ପ୍ରକଳ୍ପ ପରିଦର୍ଶନ କରି ତାର ଉନ୍ନତିକରଣ ପାଇଁ ପଦକ୍ଷେପ ନେଇଛନ୍ତି । ପ୍ରଥମେ ସେ ପିପଳ ନଳା କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଅଞ୍ଚଳ ଗସ୍ତ କରି ସେଠାରେ ଏହାର ଉନ୍ନତି ପାଇଁ ସ୍ଥାନୀୟ ଲୋକ ଓ ବିଭାଗୀୟ ଇଂଜିନିଅର ମାନଙ୍କ ସହ ଆଲୋଚନା କରିଥିଲେ । ପିପଳ ନଳାର ଜଳସେଚନ କ୍ଷମତାର ବୃଦ୍ଧି ତଥା ଏଠାରେ ଏକ ପର୍ଯ୍ୟଟନ ବିକାଶ କାର୍ଯ୍ୟକ୍ରମ ହାତକୁ ନେବା ପାଇଁ ସେ ନିଷ୍ପତ୍ତି ନେଇଥିଲେ। ଏହାର ବିସ୍ତୃତ ପ୍ରକଳ୍ପ ରିପୋର୍ଟ ଏକ ମାସ ମଧ୍ୟରେ ପ୍ରସ୍ତୁତ କରି ପ୍ରଦାନ କରିବାକୁ ସେ ପରାମର୍ଶ ଦେଇଛନ୍ତି। କଳାହାଣ୍ଡିରେ ଜଳସେଚନର ବିକାଶ ପାଇଁ ହାତୀ ନଦୀର ଉଭୟ ପାର୍ଶ୍ବରେ ଅଧିକ ମେଗା ଲିଫ୍ଟ ଜଳସେଚନ ପ୍ରକଳ୍ପ କରିବାପାଇଁ ଶ୍ରୀ ପାଣ୍ଡିଆନ ଜଳସଂପଦ ବିଭାଗର ଇଂଜିନିଅର…
ସୀତାରାମ ଅଗ୍ରୱାଲ ବାଣପୁର: ବାଣପୁର ଥାନା ଅନ୍ତର୍ଗତ ନିଳାଦ୍ରୀପ୍ରସାଦ ମଧୁ ଛକ ନିକଟରେ ଆଜି ସନ୍ଧ୍ୟାରେ ଦୁଇ ମୋଟର ସାଇକେଲ ମୁହାଁମୁହିଁ ଧକ୍କା ହୋଇଛି l ଯେଉଁଥିରେ ଚାରି ଜଣ ଆହତ ହୋଇଥିବା ବେଳେ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି l ସୂଚନା ମୁତାବକ ବଡସିରେଇପୁର ଗ୍ରାମର ପ୍ରମୋଦ ବିଶ୍ୱାଳ ତାଙ୍କର ଜଣେ ସହଯୋଗୀଙ୍କ ସହ ଏକ ପଲସର ବାଇକରେ କୌଣସି କାର୍ଯ୍ୟରେ ନୀଳାଦ୍ରିପ୍ରସାଦକୁ ଯାଉଥିବା ବେଳେ ଅନୁରୂପ ଭାବେ ନୀଳାଦ୍ରିପ୍ରସାଦ ଆଡୁ ଅନ୍ୟ ଏକ ବୁଲେଟ ମୋଟରସାଇକେଲରେ ବେତୁଲି ଗ୍ରାମର ବାପୁନି ନାୟକ ତାଙ୍କ ସହଯୋଗୀଙ୍କ ସହ ଆସୁଥିବା ବେଳେ ମଧୁ ଛକରେ ଧରି ଦୁଇ ମୋଟରସାଇକେଲ ମୁହାଁମୁହିଁ ଧକ୍କା ହୋଇଥିଲା l ଉଭୟ ରକ୍ତ ଜୁଡୁବୁଡୁ ଅବସ୍ଥାରେ ରୋଡରେ ପଡ଼ିଥିବା ବେଳେ ସ୍ଥାନୀୟ ଲୋକ ନୀଳାଦ୍ରିପ୍ରସାଦ ସ୍ଥିତ ଡାକ୍ତରଖାନାରେ ଉଭୟଙ୍କୁ ଭର୍ତ୍ତି କରିଥିଲେ l ପରିବାର ଲୋକ ସେଠାରୁ ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିବାବେଳେ ଉଭୟଙ୍କର ଅବସ୍ଥା ସଙ୍କଟାପର୍ଣ୍ଣ…
ଭୁବନେଶ୍ୱର:ମହାକାଶର କେତେବେଳେ କଣ ହୁଏ ତାହା ଜାଣିବା ପରେ ଆମକୁ କୌତୂହଳ ଲାଗେ। ଯେପରି ସୂର୍ଯ୍ୟଗ୍ରହଣ ଏବଂ ଚନ୍ଦ୍ରଗ୍ରହଣ। ସେହିପରି ଆଉ ଏକ କୈତୂହଳ ଘଟଣା ହେଉଛି ଶୂନ୍ୟ ଛାଇ। ଅର୍ଥାତ ଆପଣଙ୍କର ଛାଇ ଭୂମି ଉପରେ ପଡିବ ନାହିଁ। ଏହିପରି ଘଟଣା ସାଧାରଣତଃ ମକର କ୍ରାନ୍ତି ଓ କର୍କଟ କ୍ରାନ୍ତି ଭିତରେ ଥିବା ଅଞ୍ଚଳରେ ହିଁ ଘଟିଥାଏ। ହେଲେ କନ୍ୟାକୁମାରୀ ଠାରୁ ଭାରତର ମଧ୍ୟଭାଗରେ ଥିବା କର୍କଟ କ୍ରାନ୍ତି ମଧ୍ୟରେ ଥିବା ସବୁ ଅଞ୍ଚଳରେ ବିଭିନ୍ନ ସମୟରେ ଏହି ଶୂନ୍ୟଛାଇ ଦେଖା ଦେଇଥାଏ। ଏପ୍ରିଲରୁ ଜୁନ୍ ଓ ଜୁନରୁ ଅଗଷ୍ଟ ମାସ ମଧ୍ୟରେ ବର୍ଷକୁ ଦୁଇ ଥର ଶୂନ୍ୟ ଛାୟା ଘଟିଥାଏ । ଚଳିତ ବର୍ଷ ଏହି ଶୂନ୍ୟଛାଇ ୨୧ ତାରିଖରେ ଭୁବନେଶ୍ବର ସହରରେ ଓ ୨୨ ତାରିଖ ମଧ୍ୟାହ୍ନ ୧୧ଟା ୪୩ ମିନିଟ ସମୟରେ କଟକ, ୨୮ ତାରିଖରେ ବୁର୍ଲା ଓ ୨୯ ତାରିଖରେ ବାରିପଦାରେ ଶୂନ୍ୟ ଛାୟା…

