Author: Samikhsya Bureau

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ପୁରୀ ଏବଂ ହାୱଡା ମଧ୍ୟରେ ବନ୍ଦେ ଭାରତ ଏକ୍ସପ୍ରେସକୁ ପତାକା ଦେଖାଇ ଗତକାଲି ଶୁଭାରମ୍ଭ କରିଛନ୍ତି। ଏହି ଟ୍ରେନ୍ ଓଡିଶାର ଖୋର୍ଦ୍ଧା, କଟକ, ଯାଜପୁର, ଭଦ୍ରକ, ବାଲେଶ୍ୱର ଜିଲ୍ଲା ଏବଂ ପଶ୍ଚମବଙ୍ଗର ପଶ୍ଚିମ ମେଦିନୀପୁର, ପୂର୍ବ ମେଦିନୀପୁର ଜିଲ୍ଲା ଦେଇ ଯିବ। ଏହି ଟ୍ରେନ୍ ରେଳଯାତ୍ରୀଙ୍କୁ ଦ୍ରୁତ, ଆରାମଦାୟକ ଏବଂ ସୁବିଧାଜନକ ଭ୍ରମଣ ଅଭିଜ୍ଞତା ପ୍ରଦାନ କରିବ, ପର୍ଯ୍ୟଟନକୁ ବୃଦ୍ଧି କରିବ ଏବଂ ଏହି ଅଞ୍ଚଳର ଅର୍ଥନୈତିକ ବିକାଶକୁ ପ୍ରୋତ୍ସାହିତ କରିବ। ହାଓଡ଼ା-ପୁରୀ ବନ୍ଦେ ଭାରତ ଏକ୍ସପ୍ରେସ୍‌ ହାଓଡ଼ା ଠାରୁ ସକାଳ ୬ଟା ୧୦ରୁ ବାହାରି ପୁରୀରେ ମଧ୍ୟାହ୍ନ ୧୨ଟା ୩୫ରେ ପହଞ୍ଚିବ। ଏହି ଯାତ୍ରା ସମୟରେ ଖଡ଼ଗପୁରରେ ୭ଟା ୪୦, ବାଲେଶ୍ବରରେ ୯ଟା ୩, ଭଦ୍ରକରେ ୯ ଟା ୪୦, ଯାଜପୁର-କେନ୍ଦୁଝର ରୋଡରେ ୧୦ଟା ୭, କଟକରେ ୧୦ଟା ୫୦, ଭୁବନେଶ୍ବରରେ ୧୧ଟା ୨୦ ଓ ଖୋର୍ଦ୍ଧା ରୋଡରେ ୧୧ଟା ୪୨ ମିନିଟରେ ପହଞ୍ଚିବ। ବନ୍ଦେ ଭାରତ…

Read More

ଭୁବନେଶ୍ବର: ଆସନ୍ତାକାଲି କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ସିଦ୍ଧରମେୟା। ଏଥିସହିତ ଉପମୁଖ୍ୟମନ୍ତ୍ରୀ ଭାବେ ଡି କେ ଶିବ କୁମାର ମଧ୍ୟ ଶପଥ ନେବେ। ସେଥିପାଇଁ କର୍ଣ୍ଣାଟକ ସରକାରଙ୍କ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ତେବେ ଏହି ଶପଥ ଉତ୍ସବରେ ଯୋଗ ଦେବା ପାଇଁ ବିଭିନ୍ନ ଅଣ ବିଜେପି ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ନିମନ୍ତ୍ରଣ କରାଯାଇଛି। ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମଧ୍ୟ ଏହି ଉତ୍ସବରେ ଯୋଗଦେବା ପାଇଁ ମଧ୍ୟ ନିମନ୍ତ୍ରଣ କରାଯାଇଛି। ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥିରେ ଯୋଗଦେବେ କି ନାହିଁ ତାହା ଜଣାପଡିନାହିଁ। ହେଲେ ସେ ପୂର୍ବରୁ କୌଣସି ମୁଖ୍ୟମନ୍ତ୍ରୀଙ୍କ ଶପଥ ଉତ୍ସବରେ ଯୋଗ ଦେବା ପାଇଁ କେବେ ଯାଇ ନାହାଁନ୍ତି। ଅନ୍ୟପଟେ ସମସ୍ତ ଅଣବିଜେପି ଦଳ ଏକ ମହାମେଣ୍ଟର ପରିକଳ୍ପନା କରୁଥିବାରୁ ନବୀନ ସେଥିରେ ସାମିଲ ହେବେ ନାହିଁ ବୋଲି ମନା କରିଛନ୍ତି। ସେହି ଦୃଷ୍ଟିରୁ ସେ ଏହି ଉତ୍ସବରେ ଯୋଗ ନ ଦେବାର ସମ୍ଭାବନା…

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀର ପ୍ରଗତି ମୈଦାନ ଠାରେ ଆନ୍ତର୍ଜାତିକ ସଂଗ୍ରହାଳୟ ପ୍ରଦର୍ଶନୀ-୨୦୨୩କୁ ଉଦଘାଟନ କରିଛନ୍ତି। ସେ ମଧ୍ୟ ନର୍ଥ ଓ ସାଉଥ ବ୍ଲକରେ ଏକ ଆଭାସୀ ଜାତାୟତକ୍ଷମ ଜାତୀୟ ସଂଗ୍ରହାଳୟକୁ ଉଦଘାଟନ କରିଛନ୍ତି । ପ୍ରଧାନମନ୍ତ୍ରୀ ମଧ୍ୟ ବୈଷୟିକ ମେଳା, ସଂରକ୍ଷଣ ଲ୍ୟାବ ଓ ଏହି ଅବସରରେ ଆୟୋଜିତ ପ୍ରଦର୍ଶନୀକୁ ବୁଲି ଦେଖିଥିଲେ। ସଂଗ୍ରହାଳୟ, ସ୍ଥାୟୀ ଓ ନିରନ୍ତର ଏବଂ ଜନକଲ୍ୟାଣ ବିଷୟବସ୍ତୁ ଉପରେ ଆଧାରିତ ୪୭ତମ ଆନ୍ତର୍ଜାତିକ ସଂଗ୍ରହାଳୟ ଦିବସ ଯାହାକି ସ୍ୱାଧୀନତାର ଅମୃତ ମହୋତ୍ସବ ଅବସରରେ ପାଳନ କରାଯାଉଛି, ତା’ର ଅଂଶବିଶେଷ ଭାବେ ଏହି ଆନ୍ତର୍ଜାତିକ ସଂଗ୍ରହାଳୟ ପ୍ରଦର୍ଶନୀ ଆୟୋଜିତ ହେଉଛି। ସମବେତ ବ୍ୟକ୍ତବିଶେଷଙ୍କୁ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ଆନ୍ତର୍ଜାତିକ ସଂଗ୍ରହାଳୟ ଦିବସ ଅବସରରେ ପ୍ରତ୍ୟେକଙ୍କୁ ଅଭିନନ୍ଦନ ଜଣାଇଥିଲେ। ଏହି ଦିବସର ମହତ୍ତ୍ୱ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ସ୍ୱାଧୀନତାର ୭୫ତମ ବର୍ଷ ପୂର୍ତ୍ତି ଉପଲକ୍ଷେ ଦେଶ ଅମୃତ ମହୋତ୍ସବ ପାଳନ…

Read More

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗୁରୁବାର ସଂଧ୍ୟାରେ ରାଜ୍ୟ ସରକାରଙ୍କ ଗୁରୁତ୍ବପୂର୍ଣ୍ଣ ‘ମୋ ସରକାର’ କାର୍ଯ୍ୟକ୍ରମର ସମୀକ୍ଷା କରି ଅଧିକାରୀ ମାନଙ୍କୁ ନିୟମିତ ଫିଡବ୍ୟାକ ସଂଗ୍ରହ କରିବାକୁ ପରାମର୍ଶ ଦେବା ସହିତ ଭଲ ଫିଡ୍‌ବ୍ୟାକକୁ ଭିତ୍ତିକରି ଅଧିକାରୀ ମାନଙ୍କୁ ପ୍ରଶଂସାପତ୍ର ପ୍ରଦାନ କରିବା ସହିତ ଅବହେଳା ପାଇଁ ଦଣ୍ଡ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆଜିର ସମୀକ୍ଷାରେ ସ୍ବାସ୍ଥ୍ୟ, ରାଜସ୍ବ, ଗୃହ, କୃଷି ଓ ଅନ୍ୟାନ୍ୟ ବିଭାଗ ସେମାନଙ୍କ ମୋ ସରକାର କାର୍ଯ୍ୟକ୍ରମ ଉପରେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଉପସ୍ଥାପନା ରଖିଥିଲେ। ରାଜସ୍ବ ବିଭାଗରେ ମୋ ସରକାର କାର୍ଯ୍ୟକ୍ରମ ଦ୍ବାରା କାର୍ଯ୍ୟ ଦକ୍ଷତା ବୃଦ୍ଧି ପାଇଛି ବୋଲି ସମୀକ୍ଷାରୁ ଜଣାଯାଇଛି। ଲୋକଙ୍କୁ ବିଭିନ୍ନ ସେବା ଯୋଗାଇ ଦେବାର ସମୟ ସୀମା ବହୁତ କମିଯାଇଛି। ପୂର୍ବରୁ ମ୍ୟୁଟେସନ କେସ୍‌ ଗୁଡିକରେ ଫଇସଲା ପାଇଁ ୧୦୦ରୁ ୧୫୦ ଦିନ ଲାଗୁ ଥିବା ବେଳେ, ୨୦୨୩-୨୪ରେ ଏହା ୨୧ ଦିନରୁ କମ୍‌ ସମୟ ଲାଗୁଛି। ଏପରିକି…

Read More

ଭୁବନେଶ୍ବର: ଜ୍ୟେଷ୍ଠ ମାସ ଅମବାସ୍ୟାରେ କେତେକ ରାଜ୍ୟରେ ବଟ ସାବିତ୍ରୀ ପୂଜା କରାଯାଇଥାଏ। ଏପରିକି କେତେକ ସ୍ଥାନରେ ଜ୍ୟେଷ୍ଠ ପୂର୍ଣ୍ଣିମା ତିଥିରେ ମଧ୍ୟ ବଟ ସାବିତ୍ରୀ ବ୍ରତ ପାଳନ କରାଯାଉଛି। ଏହି ଦିନ ବିବାହିତ ମହିଳାମାନେ ଷୋହଳ ଶ୍ରୂଙ୍ଗାର କରି ବର ଗଛକୁ ପୂଜା କରନ୍ତି। ଏମିତିକି ପ୍ରାଚୀନ କାଳରୁ ଆମ ଦେଶରେ ବୃକ୍ଷ ପୂଜା କରିବାର ପରମ୍ପରା ଚାଲିଛି। ବଟ ସାବିତ୍ରୀ ପୂର୍ଣ୍ଣିମା ଦିନ ବର ବୃକ୍ଷର ଉପାସନର ବିଶେଷ ମହତ୍ତ୍ୱ ରହିଛି। ଧାର୍ମିକ କାହାଣୀ ଅନୁଯାୟୀ, ସାବିତ୍ରୀ ତାଙ୍କ ସ୍ୱାମୀ ସତ୍ୟଭାନଙ୍କୁ ଫେରାଇ ଆଣିବା ପାଇଁ ଏକ ବର ଗଛ ତଳେ ବସିଥିଲେ। ଯାହା ପରେ ଯମରାଜ ପ୍ରସନ୍ନ ହୋଇ ପୁନର୍ବାର ସତ୍ୟବାନ୍ ଙ୍କୁ ଫେରେଇଦେଇଥିଲେ। ଧାର୍ମିକ ବିଶ୍ଵାସ ଅନୁଯାୟୀ, ବର ଗଛର ବଡ ମହୀମା କୁହାଯାଏ। ଏହି ଗଛଟି ତ୍ରିମୂର୍ତ୍ତିର ପ୍ରତୀକ। ଏହାର ଛେଲିରେ ବିଷ୍ଣୁ, ମୂଳରେ ବ୍ରହ୍ମା ଏବଂ ଶାଖାରେ ଶିବ ରହିଥାନ୍ତି। ଏହି ଗଛଟି…

Read More

ଭୁବନେଶ୍ବର: ଆଜି ହେଉଛି ସାବିତ୍ରୀ ବ୍ରତ। ଏହି ଦିନ ହିନ୍ଦୁ ସଧବା ନାରୀମାନେ ସେମାନଙ୍କ ସ୍ବାମୀଙ୍କ ମଙ୍ଗଳ ପାଇଁ ବ୍ରତ ଧାରଣ କରିନ୍ତି। ଦିନତମାମ ଉପବାସ ରହିବା ସହିତ ମା ସାବିତ୍ରୀଙ୍କୁ ପୂଜା କରନ୍ତି। ତେବେ ଏହି ଅମବାସ୍ୟା କେତେବେଳେ ଆରମ୍ଭ ହୋଇ ଶେଷ ହେଉଛି ତାହା ଜାଣିବା ନିହାତି ଆବଶ୍ୟକ। ଜ୍ୟେଷ୍ଠ ଅମାବାସ୍ୟା ଆରମ୍ଭ – ୧୮ ମଇ ୨୦୨୩, ରାତ୍ର ୦୯:୪୩ ମିନଟ ଜ୍ୟେଷ୍ଠ ଅମାବାସ୍ୟା ସମାପ୍ତ – ମେ ୧୯, ୨୦୨୩, ରାତ୍ର ୦୯:୨୩ ମିନିଟ ସାଧାରଣ ଚଳନ – ୦୫:୨୮ ମିନିଟ ରୁ ୦୭:୧୧ ମିନିଟ ଲାଭ – ଉନ୍ନତି – ୦୭:୧୧ ମିନଟ ରୁ ୦୮:୫୩ ମିନିଟ ଶୁଭ- ଉତ୍ତମ – ୧୨:୧୮ ମିନିଟ ରୁ ୧୪:୦୦ ମିନିଟ ପଞ୍ଚଙ୍ଗ ଅନୁଯାୟୀ, ଜ୍ୟେଷ୍ଠ ମାସର ଅମାବାସ୍ୟା ତାରିଖ ୧୮ ମଇ ଗୁରୁବାର ରାତି ୦୯:୪୩ ରୁ ମେ ୧୯ ରେ ୦୯:୨୩ ହେବ। ଯେହେତୁ…

Read More

ନୂଆଦିଲ୍ଲୀ: ପଞ୍ଚଙ୍ଗ ଅନୁଯାୟୀ, ଆଜି ସାବିତ୍ରୀ ଅମବାସ୍ୟା ସହିତ ଶନି ଜୟନ୍ତୀ ମଧ୍ୟ ପଡୁଛି। ଏହି ଦିନ ସୋମବତୀ ଅମାବାସ୍ୟା ଏବଂ ସର୍ବାର୍ଥ ସିଦ୍ଧି ଯୋଗ ମଧ୍ୟ ଅଛି। ଏହା ସହିତ ବଟ ସାବିତ୍ରୀ ଉପବାସ ମଧ୍ୟ ଏହି ଦିନ ପାଳନ କରାଯାଉଛି। ଜ୍ୟୋତିଷ ଶାସ୍ତ୍ରରେ, ଶନି ଦୋଷରୁ ହଟାଇବା ପାଇଁ ଶନି ଜୟନ୍ତୀ ସମୟରେ ବିଭିନ୍ନ ପୂଜା ପଦ୍ଧତି କଲେ ବହୁତ ଭଲ ବୋଲି ବିବେଚନା କରାଯାଏ। ଶନି ଜୟନ୍ତୀ ଦିନ ସୋମବତୀ ଅମାବାସ୍ୟା, ବଟ ସାବିତ୍ରୀ ବ୍ରତ, ସାବିତ୍ରୀ ବ୍ରତ ଏବଂ ସର୍ବାର୍ଥ ସିଦ୍ଧ ଯୋଗ ଯୋଗୁଁ ଏହି ଶନି ଜୟନ୍ତୀର ମହତ୍ତ୍ୱ ଆହୁରି ବୃଦ୍ଧି ପାଇଛି। ଶାସ୍ତ୍ରରେ ସୋମବତୀ ଅମାବାସ୍ୟା ଦିନ ପୂର୍ବପୁରୁଷମାନଙ୍କୁ ସ୍ନାନ କରିବା, ଦାନ କରିବା ଏବଂ ପୂଜା କରିବା ପାଇଁ ଏକ ନିୟମ ଅଛି। ବିଶ୍ୱାସ କରାଯାଏ ଯେ ସ୍ନାନ କରିବା, ଦାନ କରିବା ଏବଂ ପୂର୍ବପୁରୁଷଙ୍କୁ ପୂଜା କରିବା ଦ୍ୱାରା ଶନି…

Read More

ମେଷ: – ଆଜି ଏକ ଭଲ ଦିନ ହେବ। ନୂତନ ବ୍ୟବସାୟ ସଂପ୍ରସାରଣ ଯୋଜନା ଗଠନ ହୋଇପାରେ। କଣ୍ଟିଜେନ୍ସି ଲାଭ ପ୍ରଦାନ କରାଯିବ, ଯାହା ଆର୍ଥିକ ସ୍ଥିତିକୁ ମଜବୁତ କରିବ। ବନ୍ଦ ହୋଇଥିବା ଟଙ୍କା ମିଳିପାରିବ। କୌଣସି କାରବାରରୁ ଦୂରେଇ ରୁହନ୍ତୁ। କଠିନ ପରିଶ୍ରମ ଏବଂ ପ୍ରୟାସ ଦ୍ୱାରା ସମସ୍ତ କାର୍ଯ୍ୟରେ ସଫଳତା ପାଇବେ। ପରିବାର ସଦସ୍ୟଙ୍କ ସମ୍ପୂର୍ଣ୍ଣ ସମର୍ଥନ ରହିବ। ପରିବାରର ପରିବେଶ ଆପଣଙ୍କ ପାଇଁ ଅନୁକୂଳ ହେବ। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ବିବାହିତ ଜୀବନ ସୁଖୀ ହେବ।  ବୃଷ: – ଆଜି ଶୁଭ ହେବ। ବ୍ୟବସାୟରେ କଣ୍ଟିଜେଣ୍ଟ୍ ଲାଭ ହେଉଛି। ଚାକିରିରେ ପଦୋନ୍ନତି ହେବାର ସମ୍ଭାବନା ଅଛି। ସ୍ଥାନାନ୍ତର ସହିତ ଆୟ ମଧ୍ୟ ବୃଦ୍ଧି ପାଇପାରେ, ଯାହା ଆର୍ଥିକ ସ୍ଥିତିକୁ ମଜବୁତ କରିବ। କିଛି ନୂଆ କରିବାକୁ ଇଚ୍ଛା ମଧ୍ୟ ରହିବ। କୌଶଳ ହେତୁ ଜଣେ ଅଧିକାରୀଙ୍କଠାରୁ ସମ୍ମାନ ପାଇପାରିବେ । ସ୍ୱାସ୍ଥ୍ୟ ଭଲ ହେବ। ସ୍ଥଗିତ କାର୍ଯ୍ୟ କରାଯାଇପାରିବ।…

Read More

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ଜରିଆରେ ଓଡିଶାରେ ୮୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ରେଳ ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ ଓ ଦେଶ ଉଦ୍ଦେଶ୍ୟରେ ଲୋକାର୍ପଣ କରିଛନ୍ତି। ଏହି ପ୍ରକଳ୍ପଗୁଡିକ ମଧ୍ୟରେ ପୁରୀ ଏବଂ ହାୱଡା ମଧ୍ୟରେ ବନ୍ଦେ ଭାରତ ଏକ୍ସପ୍ରେସକୁ ପତାକା ଦେଖାଇ ଶୁଭାରମ୍ଭ, ପୁରୀ ଏବଂ କଟକ ରେଳ ଷ୍ଟେସନର ପୁନଃବିକାଶ କାର‌୍ୟ୍ୟର ଭିତ୍ତିପ୍ରସ୍ତର ସ୍ଥାପନ, ଓଡିଶାରେ ରେଳ ନେଟୱାର୍କର ୧୦୦% ବିଦ୍ୟୁତିକରଣ କାର୍ଯ୍ୟ, ସମ୍ବଲପୁର-ଟିଟଲାଗଡ ରେଳ ଲାଇନର ଦୋହରୀକରଣ, ଅନୁଗୁଳ – ସୁକିନ୍ଦା ମଧ୍ୟରେ ନୂତନ ବ୍ରଡ ଗଜ ରେଳ ଲାଇନ; ମନୋହରପୁର – ରାଉରକେଲା – ଝାରସୁଗୁଡା – ଜାମଗା ମଧ୍ୟରେ ସଂଯୋଗ କରୁଥିବା ତୃତୀୟ ରେଳ ଲାଇନ୍ ଏବଂ ବିଛୁପାଲି – ଝାରତରଭା ମଧ୍ୟରେ ଏକ ନୂତନ ବ୍ରଡ-ଗଜ୍ ଲାଇନର ଲୋକାର୍ପଣ ରହିଛି। ଏହି ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଓଡ଼ିଶା ଏବଂ…

Read More

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ପକ୍ଷରୁ ଡାଟା ଏବଂ ଆନାଲିଟିକ୍ସ- ପରିଚାଳିତ ପ୍ଲାଟଫର୍ମ ରାଜ୍ୟ ଡାସବୋର୍ଡ ଲୋକାର୍ପିତ ହୋଇଛି। ଲୋକଙ୍କ ସୁବିଧା ପାଇଁ ତଥ୍ୟ ଭିତ୍ତିରେ ସରକାରୀ ଯୋଜନାଗୁଡ଼ିକର ତଦାରଖ ଏବଂ ଉତ୍ତମ ପରିଚାଳନା ଦିଗରେ ଏହା ବିଶେଷ ସହାୟକ ହେବ। ରାଜ୍ୟ ଡାସବୋର୍ଡରେ ୩ଟି ପ୍ରମୁଖ ବର୍ଗ ରହିଛି। ଯଥା- ମୁଖ୍ୟମନ୍ତ୍ରୀ ଡାସବୋର୍ଡ, ବିଭାଗ ଡାସବୋର୍ଡ ଏବଂ ପ୍ରଶାସନିକ ପଦକ୍ଷେପ ତଦାରଖ ପୋର୍ଟାଲ। ଏହି ବ୍ୟବସ୍ଥା ଦ୍ଵାରା 5T ଭିତ୍ତିରେ ବିଭିନ୍ନ ପ୍ରଶାସନିକ ବିଭାଗର କାର୍ଯ୍ୟଦକ୍ଷତା ମୂଲ୍ୟାୟନ ହେବ। ଏହି ଡାସବୋର୍ଡର ପ୍ରମୁଖ ବୈଶିଷ୍ଟ୍ୟ ହେଉଛି KPIs (Key Performance Indicators) ପ୍ରଦର୍ଶନ ମୂଲ୍ୟାଙ୍କନ ବ୍ୟବସ୍ଥା ଏବଂ କାର୍ଯ୍ୟର ଅଗ୍ରଗତି ଦର୍ଶାଉଥିବା ଏକ ଭିଜୁଆଲ ଡିସପ୍ଲେ; ଯାହା ସମୟୋଚିତ ପଦକ୍ଷେପ ନେବାରେ ବେଶ ସହାୟକ ହେବ। ବର୍ତ୍ତମାନ ଏଥିରେ ୩୦ ଟି ଭିନ୍ନ ଭିନ୍ନ ଡାସବୋର୍ଡ ମାଧ୍ୟମରେ ୧୬ ଟି ବିଭାଗ ଯୋଡ଼ି ହୋଇଥିବାବେଳେ ପରବର୍ତ୍ତୀ ସମୟରେ ଅଧିକ ବିଭାଗକୁ ଏଥିରେ…

Read More

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ସନ୍ଧ୍ୟାରେ ନବୀନ ନିବାସ ଠାରେ ୨୪ଟି ନୂତନ ମୌଳିକ ଜୀବନ ରକ୍ଷାକାରୀ (Basic Life Support) ଆମ୍ବୁଲାନ୍ସ ଏବଂ ୨୯୯ଟି ରୂପାନ୍ତରିତ ଆତ୍ୟାଧୁନିକ ଜୀବନ ରକ୍ଷାକାରୀ (Advanced Life Support) ଆମ୍ବୁଲାନ୍ସ ରାଜ୍ୟବାସୀଙ୍କ ପାଇଁ ଲୋକାର୍ପିତ କରିଛନ୍ତି । ଏହା ଦ୍ୱାରା ରାଜ୍ୟର ପ୍ରତ୍ୟେକ ବ୍ଲକକୁ ଅତ୍ୟାଧୁନିକ ଆମ୍ବୁଲାନ୍ସ ସେବା ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସୂଚନାଯୋଗ୍ୟ ଯେ, ୨୦୧୩ ମାର୍ଚ୍ଚ ୫ ରେ ରାଜ୍ୟରେ ୧୦୮ ଜରୁରୀକାଳୀନ ଆମ୍ବୁଲାନ୍ସ ସେବା ଆରମ୍ଭ ହୋଇଥିଲା ଏବଂ ବର୍ତ୍ତମାନ ସୁଦ୍ଧା ୬୨୪ଟି ଆମ୍ବୁଲାନ୍ସ ସାରା ରାଜ୍ୟରେ ୩୦ଟି ଜିଲ୍ଲାର ଲୋକଙ୍କୁ ମାଗଣା ସେବା ଯୋଗାଇ ଦେଇ ଆସୁଅଛି । ଏହି ୬୨୪ଟି ଆମ୍ବୁଲାନ୍ସ ମଧ୍ୟରୁ ୫୧୨ଟି ମୌଳିକ ଜୀବନ ରକ୍ଷାକାରୀ ଆମ୍ବୁଲାନ୍ସ ଓ ୧୧୨ଟି ଅତ୍ୟାଧୁନିକ ଜୀବନ ରକ୍ଷାକାରୀ ଆମ୍ବୁଲାନ୍ସ । ଏହା ସହିତ ୬ଟି ବୋଟ୍ ଆମ୍ବୁଲାନ୍ସ ମଧ୍ୟ କାର୍ଯ୍ୟ କରୁଛି…

Read More

ସୀତାରାମ ଅଗ୍ରୱାଲ ବାଣପୁର: ପ୍ରଶାନ୍ତ କୁମାର ସୁପକାର। ଖୋର୍ଦ୍ଧା ଜିଲ୍ଲା ବାଣପୁର ଏନଏସିରେ ତାଙ୍କର ଘର। ପେଶାରେ ପ୍ରଶାନ୍ତ ଜଣେ ଗୋ ଚିକିତ୍ସକ ଏବଂ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ବା  ଆରଏସଏସର ସ୍ୱୟଂସେବକ। ତେବେ ବାଣପୁର ଆରାଧ୍ୟ ଦେବତା ଶ୍ରୀ ଶ୍ରୀ ରଙ୍କନାଥ ଦେବଙ୍କ ମନ୍ଦିର ପ୍ରାଙ୍ଗଣରେ ପ୍ରତିଦିନ ପ୍ରଶାନ୍ତ ସଂଘର ଶାଖା ଲଗାଉଥିବା ବେଳେ ମନ୍ଦିର ପରିଷ୍କାର ପରିଛନତା ଉପରେ ବେଶ ଧ୍ୟାନ ଦିଅନ୍ତି ସେ। ଫଳରେ ମନ୍ଦିରର ପରିଷ୍କାର ପରିଛନତାରେ ଆସିଛି ବ୍ୟାପକ ପରିବର୍ତ୍ତନ। ପୁର୍ବରୁ ମନ୍ଦିର ମଧ୍ୟକୁ ଭକ୍ତମାନେ ଚପଲ ପିନ୍ଧି ପ୍ରବେଶ କରୁଥିଲେ ଏବଂ କିଛି ବ୍ୟକ୍ତି ନିଜର ସାଇକେଲ ଆଦି ରଖୁଥିଲେ । ଯାହା ଫଳରେ ମନ୍ଦିର ଦିନତମାମ ଅପରିଷ୍କାର ରହୁଥିଲା। ତେବେ ସକାଳୁ ଶାଖା ସମୟରେ ଏହା ପ୍ରଶାନ୍ତଙ୍କ ନଜରକୁ ଆସିଥିଲା। ସେବେଠାରୁ ସେ ମନ୍ଦିର ସ୍ୱଛତା ପାଇଁ ଅଣ୍ଟା ଭିଡ଼ିଥିଲେ। ଆରଏସଏସ ର କର୍ମକର୍ତ୍ତା ଏବଂ ମନ୍ଦିରକୁ ସକାଳୁ ଆସୁଥିବା କିଛି…

Read More

ସୀତାରାମ ଅଗ୍ରୱାଲ ବାଣପୁର: ବହୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ଆଜି ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇଛି। ତେବେ ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଏବଂ ଏନଏସି ରେ ପାସ ହାର ସନ୍ତୋଷଜନକ ରହିଛି। ବାଣପୁର ବ୍ଲକ ଏବଂ ଏନଏସି ରେ ପାସ ହାର ଶତକଡା ୯୮.୦୦ ପ୍ରତିଶତ ରହିଛି । ତେବେ ବାଣପୁର ବ୍ଲକ ଏବଂ ଏନଏସି ରେ ଏ-୧ ଗ୍ରେଡ଼ରେ ୧୬ ଜଣ, ଏ-୨ ଗ୍ରେଡ଼ରେ ୮୭ ଜଣ, ବି-୧ ଗ୍ରେଡ଼ରେ ୨୪୩ ଜଣ ଏବଂ ବି-୨ ଗ୍ରେଡ଼ରେ ୩୯୨ ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ନାଚୁଣୀସ୍ଥିତ ଗୋଦାବରୀଶ ସରକାରୀ ହାଇସ୍କୁଲ ଛାତ୍ରୀ ରିୟା ସିଂହ ସର୍ବାଧିକ ୫୬୮ ମାର୍କ ରଖି ଟପର ହୋଇଛନ୍ତି l

Read More

ବେଗୁନିଆପଡା: ସଦ୍ୟ ବିବାହିତ ଝିଅକୁ ଶାଶୁ ଘରେ ଛାଡି ଘରକୁ ଫେରୁଥିବା ବେଳେ ଗାଡ଼ି ଓଲଟି ପଡିବାରୁ ଜଣଙ୍କ ଜୀବନ ଚାଲିଯାଇଥିବା ବେଳେ ୧୫ ଜଣ ଆହତ ହୋଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ଦାମିଆ ବରବରା ପଂଚାୟତର ତାଳ ବୋରେଇ ଗ୍ରାମର ପ୍ରାୟ ୨୬ ଜଣ ଯୁବକ ଏକ ମହିନ୍ଦ୍ର ସୁପ୍ରୋ ଡାଲା ଗାଡ଼ି ନମ୍ବର ଓଡି ୩୩ ଏଏଚ ୭୫୩୫ ଯୋଗେ ଗାଁ ର ସଦ୍ୟ ବିବାହିତ ଜଣେ କନ୍ୟାକୁ ତାର ଶାଶୂଘର ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ତାଳପଡା ଗ୍ରାମକୁ ବୁଧବାର ରାତିରେ ଯାଇଥିଲେ। ସେଠାରେ ଭୋଜି ଖାଇ ଗାଁକୁ ଫେରିବା ରାସ୍ତାରେ ବେଗୁନିଆପଡା ଠାରେ ଚାଲିଥିବା ଠାକୁରାଣୀ ଯାତ୍ରା ବୁଲି ଦେଖିଥିଲେ। ଭୋର ୫ ଟାରେ ସେଠାରୁ ଗାଁକୁ ଫେରୁଥିବା ସମୟରେ କେ. ବରିଡା ଗ୍ରାମ ନିକଟରେ ହଠାତ ଭାରସାମ୍ୟ ହରାଇ ଗାଡ଼ି ଟି ଓଲଟି ପଡିଥିଲା। ଫଳରେ…

Read More

ନୂଆଦିଲ୍ଲୀ: କର୍ଣ୍ଣାଟକରେ କଂଗ୍ରେସର ବିଜୟ ପରେ ୨୦୨୪ ନିର୍ବାଚନ ପାଇଁ ବିରୋଧୀ ଏକତାର ପ୍ରୟାସ ଜୋରଦାର ହୋଇଛି। ଜେଡିୟୁ ନେତା କେସି ତ୍ୟାଗୀ କହିଛନ୍ତି ଯେ, ଯେଉଁ ରାଜ୍ୟରେ କଂଗ୍ରେସ ମଜବୁତ, ସେଠାରେ ଅନ୍ୟ ଦଳମାନେ ତାଙ୍କୁ ସାହାଯ୍ୟ କରିବା ଉଚିତ୍। ସେହିଭଳି, ଯେଉଁଠାରେ ଅନ୍ୟ ଦଳଗୁଡ଼ିକ ମଜବୁତ, କଂଗ୍ରେସ ମଧ୍ୟ ସେହିଭଳି କରିବା ଉଚିତ୍। ନୀତୀଶ କୁମାରଙ୍କୁ ସର୍ବଭାରତୀୟ ନେତା ଭାବରେ ବର୍ଣ୍ଣନା କରି ଶ୍ରୀଯୁକ୍ତ ତ୍ୟାଗୀ କହିଛନ୍ତି ଯେ, ୨୦୨୪ ନିର୍ବାଚନ ପାଇଁ କୌଣସି ଦଳ ପ୍ରଧାନମନ୍ତ୍ରୀଙ୍କ ପଦ ବିଷୟରେ ଆଲୋଚନା କରିବା ଉଚିତ୍ ନୁହେଁ। ଏହା ବିରୋଧୀ ଶିବିରରେ ଏକ ବିଭାଜନ ଭାବରେ କାର୍ଯ୍ୟ କରିବ। ଜେଡିୟୁ ନେତାଙ୍କ ବିବୃତ୍ତି ଏପରି ଏକ ସମୟରେ ଆସିଛି ଯେତେବେଳେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ତଥା ଟିଏମସି ନେତା ମମତା ବାନାର୍ଜୀ ମଧ୍ୟ କଂଗ୍ରେସ ବିଷୟରେ ସମାନ ମତ ରଖିଥିଲେ। ମମତା ବାନାର୍ଜୀ କହିଥିଲେ ଯେ, ତାଙ୍କ ପାର୍ଟି ସେହି କ୍ଷେତ୍ରରେ…

Read More

ଖୋର୍ଦ୍ଧା: ଆଜି ରାଜ୍ୟରେ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇଛି। ରାଜ୍ୟରେ ପାସ ହାର ଶତକଡା ୯୬.୪୦ ପ୍ରତିଶତ ରହିଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରେ ପାସ ହାର ଶତକଡା ୯୭.୪୮ରହିଥିବା ଜଣାପଡିଛି। ଖୋର୍ଦ୍ଧା ଜିଲ୍ଲାର ସମୁଦାୟ ୩୩୩ ଗୋଟି ହାଇସ୍କୁଲରେ ୨୬୩୮୦ ଜଣ ପରୀକ୍ଷାର୍ଥୀ ମାଟ୍ରିକ ଫର୍ମ ଫିଲଅପ କରିଥିବା ବେଳେ ୩୦୨ ଜଣ ଅନୁପସ୍ଥିତ ଥିଲେ। ସେହିପରି ଭାବେ ଜିଲ୍ଲାରେ ମାଲ ପ୍ରାକ୍ଟିସରେ ୯ ଜଣ ପରୀକ୍ଷାର୍ଥୀ ବୁକ ହୋଇଥିବା ବେଳେ ଏ-୧ ଗ୍ରେଡ଼ରେ ୨୮୮, ଏ-୨ ଗ୍ରେଡ଼ରେ ୧୪୬୨ , ବି-୧ ଗ୍ରେଡ଼ରେ ୩୩୯୯ ଏବଂ ବି-୨ ଗ୍ରେଡ଼ରେ ୫୬୦୦ ଜଣ ପରୀକ୍ଷାର୍ଥୀ ପାସ କରିଥିବା ଜଣାପଡିଛି। ତେବେ ଖୋର୍ଦ୍ଧା ଜିଲ୍ଲା ମାଟ୍ରିକ ପରୀକ୍ଷାରେ ସମୁଦାୟ ୧୩୧୮୪ ଜଣ ଛାତ୍ର ଏବଂ ‍୧୨୫୩୦ ଜଣ ଛାତ୍ରୀ ପାସ ହୋଇଥିବା ଜଣାପଡିଛି।

Read More

ନୂଆଦିଲ୍ଲୀ: ଦୀର୍ଘ ଦିନର ଅସୁସ୍ଥତା ପରେ ଅମ୍ବାଲାର ବିଜେପି ସାଂସଦ ରତନଲାଲ କାଟାରିଆରଙ୍କ ଦେହାନ୍ତ ହୋଇଛି। ଆଜି ସକାଳେ PGI ଚଣ୍ଡିଗଡ଼ରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଗତକାଲି ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ତାଙ୍କୁ ଡାକ୍ତରଖାନାରେ ଭେଟିଥିଲେ, ଆଜି ତାଙ୍କ ମୃତ୍ୟୁ ପରେ ରାଜ୍ୟରେ ସମର୍ଥକଙ୍କ ମଧ୍ୟରେ ଶୋକର ଲହରୀ ଖେଳିଯାଇଛି। ହରିୟାଣାର ମୁଖ୍ୟମନ୍ତ୍ରୀ ଟୁଇଟ୍ କରି ତାଙ୍କ ମୃତ୍ୟୁକୁ ସମବେଦନା ଜଣାଇଛନ୍ତି। ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ଅମ୍ବାଲା ସାଂସଦ ଶ୍ରୀ ରତନ ଲାଲ କାଟାରିଆଙ୍କ ଦେହାନ୍ତରେ ମୁଁ ଗଭୀର ଦୁଃଖିତ। ସମାଜର କଲ୍ୟାଣ ତଥା ହରିୟାଣାର ଲୋକଙ୍କ ଅଗ୍ରଗତି ପାଇଁ ସେ ସର୍ବଦା ସଂସଦରେ ସ୍ୱର ଉତ୍ତୋଳନ କରିଥିଲେ। ତାଙ୍କ ବିୟୋଗ ରାଜନୀତିରେ ଏକ ଅପୂରଣୀୟ କ୍ଷତି। ଭଗବାନ ଅମର ଆତ୍ମାକୁ ତାଙ୍କର ପବିତ୍ର ପାଦରେ ସ୍ଥାନ ଦିଅନ୍ତୁ ଏବଂ ଏହି କଷ୍ଟ ସମୟରେ ପରିବାରକୁ ଶକ୍ତି ଦିଅନ୍ତୁ।

Read More

କୈଳାଶ ଚନ୍ଦ୍ର ଚୌଧୁରୀ ବ୍ରହ୍ମପୁର: ହିଞ୍ଜିଳି ଥାନା ଅନ୍ତର୍ଗତ ସାରୁ ଛକରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଯାଇଛି। ଯେଉଁଥିରେ ଦୁଇଜଣ ବାଇକ ଆରୋହୀଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ,  ସାରୁ ଛକରୁ ଏଚପି ପେଟ୍ରୋଲ ପମ୍ପରୁ ଦୁଇ ଜଣ ଯୁବକ ରୋସନ ବେହେରା ଓ ମନୋଜ ଦାସ ନିଜ ଗାଡିରେ ତେଲ ପକାଇ ବାହାରକୁ ଆସିବା ବେଳେ ବ୍ରହ୍ମପୁରରୁ ହିଞ୍ଜିଳିକାଟୁ ଯାଉଥିବା ସଙ୍କଟ ତାରିଣୀ ବସ୍ ଧକ୍କା ଦେବାରୁ ଘଟଣାସ୍ଥଳରେ ରୋସନ୍ ଙ୍କ ମୃତ୍ୟୁ ଘଟିଥିଲା। ଏବ ମନୋଜ ଦାସ ଗୁରୁତର ଆହତ ହୋଇଥିଲେ। ମନୋଜଙ୍କୁ ୧୦୮ ଆମ୍ବୁଲାନ୍ସ ଜରିଆରେ ବଡଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ହିଞ୍ଜିଳି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନାକୁ ପଠାଇ ଥିଲେ। ଦୁର୍ଘଟଣାଗ୍ରସ୍ତ ବସ୍ ଓ ସ୍କୁଟିକୁ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।

Read More

ଭୁବନେଶ୍ଵର: ସ୍ବାମୀଙ୍କ ଦୀର୍ଘ ଜୀବନ ଏବଂ କଲ୍ୟାଣ ପାଇଁ ମେ ୧୯ ତାରିଖ ୨୦୨୩ରେ ବିବାହିତ ମହିଳାମାନେ ସାବିତ୍ରୀ ବ୍ରତ ପାଳନ କରିବେ। ପୌରାଣିକ ବିଶ୍ବାସ ଅନୁଯାୟୀ, ଏହି ଦିନ ମାତା ସାବିତ୍ରୀ ତାଙ୍କ ସ୍ୱାମୀ ସତ୍ୟବାନଙ୍କୁ ଯମରାଜଙ୍କ ଠାରୁ ଛଡ଼ାଇ ଆଣିଥିଲେ। ସାବିତ୍ରୀ ବ୍ରତରେ ଥିବା ବର ଗଛକୁ ପୂଜା କଲେ ତ୍ରିଦେବ ବ୍ରହ୍ମା, ବିଷ୍ଣୁ, ମହେଶଙ୍କ ଆଶୀର୍ବାଦ ମିଳିଥାଏ, ଯେଉଁ କାରଣରୁ ବିବାହିତ ଜୀବନରେ ବାଧା ବିଘ୍ନ ଆସେ ନାହିଁ। ଏହି ବର୍ଷ ସାବିତ୍ରୀ ଉପବାସ ଦିନ, ଅନେକ ଶୁଭ ଯୋଗ ସୃଷ୍ଟି କରାଯାଉଛି, ଯାହା ଅନେକ ରାଶିରେ ଧନ ବର୍ଷା ହେବ। ଆସନ୍ତୁ ଜାଣିବା… ୩୦ ବର୍ଷ ପରେ ଶୁଭ ସଂଯୋଗ: ଜ୍ୟେଷ୍ଠ ଆମାଭାସ୍ୟା ଦିନ ସାବିତ୍ରୀ ଉପବାସ ମେ ୧୮ ତାରିଖ ସନ୍ଧ୍ୟା ୦୭.୩୭ ରେ ଆରମ୍ଭ ହୋଇ ମେ ୧୯ ତାରିଖରେ ସନ୍ଧ୍ୟା ୦୬.୧୭ରେ ଶେଷ ହେବ। ଚଳିତ ବର୍ଷ ସାବିତ୍ରୀ ବ୍ରତରେ ଶଶ…

Read More

ନୂଆଦିଲ୍ଲୀ: ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ଏକ ରୋମାଞ୍ଚକର ମ୍ୟାଚରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍) କୁ ୧୫ ରନ୍ ରେ ପରାସ୍ତ କରି ବର୍ତ୍ତମାନ ପ୍ଲେ ଅଫ୍ ଦୌଡରୁ ଦୂରେଇ ଯାଇଛି। ଏହି ମ୍ୟାଚ୍ ଜିତିବା ପାଇଁ ପଞ୍ଜାବକୁ ୨୧୪ ରନର ଲକ୍ଷ୍ୟ ଥିଲା, କିନ୍ତୁ ଦଳ କେବଳ ୨୦ ଓଭରରେ ୮ ୱିକେଟ୍ ହରାଇ ୧୯୮ ସ୍କୋରରେ ପହଞ୍ଚି ପାରିଥିଲା। ବର୍ତ୍ତମାନ ପଞ୍ଜାବ ଦଳ ଚଳିତ ସିଜନରେ ୧୩ ଟି ମ୍ୟାଚ୍ ଖେଳିବା ପରେ ୧୨ ପଏଣ୍ଟ ସହ ପଏଣ୍ଟ ଟେବୁଲରେ ୮ ମ ସ୍ଥାନରେ ରହିଛି। ପଞ୍ଜାବ ଦଳ ନିଜର ଶେଷ ଲିଗ୍ ମ୍ୟାଚ୍ ଜିତିଲେ ମଧ୍ୟ ସେମାନେ ମାତ୍ର ୧୪ ପଏଣ୍ଟରେ ପହଞ୍ଚି ପାରିବେ। ଏଭଳି ପରିସ୍ଥିତିରେ ପ୍ଲେ ଅଫ୍‌ରେ ତାଙ୍କ ସ୍ଥାନ ସୁରକ୍ଷିତ ରଖିବା ବର୍ତ୍ତମାନ କଷ୍ଟସାଧ୍ୟ ଦେଖାଯାଉଛି। ଏହି ସଂସ୍କରଣରେ ପ୍ଲେ ଅଫ୍ ଦୌଡରୁ ଦିଲ୍ଲୀ କ୍ୟାପିଟାଲ୍ସ ଦଳ ପ୍ରଥମେ ବାଦ ପଡିଛି। ବର୍ତ୍ତମାନ ପଞ୍ଜାବକୁ…

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଆଇଟି ହାର୍ଡୱେର ପାଇଁ ଉତ୍ପାଦନ ଭିତ୍ତିକ ପ୍ରୋତ୍ସାହନ (ପିଏଲଆଇ) ଯୋଜନା ୨.୦କୁ ମଞ୍ଜୁରି ମିଳିଛି। ଏହି ଯୋଜନା ପାଇଁ ମୋଟ୍‌ ୧୭ ହଜାର କୋଟି ଟଙ୍କାର ବଜେଟ୍‌ ବ୍ୟୟବରାଦ କରାଯାଇଛି। ପରିଦୃଶ୍ୟ: ବିଗତ ଆଠ ବର୍ଷ ମଧ୍ୟରେ ଭାରତରେ ବୈଦ୍ୟୁତିକ ସାମଗ୍ରୀ ବା ଇଲେକ୍ଟ୍ରୋନିକ୍ସ ଉତ୍ପାଦନ ୧୭% ସିଏଜିଆର ହାରରେ କ୍ରମାଗତ ଭାବେ ବୃଦ୍ଧି ପାଉଛି। ଚଳିତ ବର୍ଷ ଉତ୍ପାଦନ କ୍ଷେତ୍ରରେ ଏକ ନୂଆ ରେକର୍ଡ ପ୍ରତିଷ୍ଠା ହୋଇଛି। ଉତ୍ପାଦନ ପରିମାଣ ଚଳିତ ବର୍ଷ ୧୦୫ ବିଲିୟନ ଆମେରିକୀୟ ଡଲାର ବା ପ୍ରାୟ ୯ ଲକ୍ଷ କୋଟି ଟଙ୍କା ଅତିକ୍ରମ କରିଛି। ଭାରତ ବିଶ୍ୱର ଦ୍ୱିତୀୟ ସର୍ବବୃହତ ମୋବାଇଲ ଫୋନ୍‌ ନିର୍ମାତାରେ ପରିଣତ ହୋଇଛି ଚଳିତ ବର୍ଷ ହୋଇପାରିଛି। ଚଳିତ ବର୍ଷ ମୋବାଇଲ ଫୋନ୍‌ ରପ୍ତାନି ପରିମାଣ ୧୧ ବିଲିୟନ ଆମେରିକୀୟ ଡଲାର (ପ୍ରାୟ ୯୦ ହଜାର କୋଟି…

Read More