Author: Samikhsya Bureau

ଭୁବନେଶ୍ଵର: ଉପଭୋକ୍ତାଙ୍କ ସୁବିଧାକୁ ନଜରରେ ରଖି ୟୁନିକ୍ ଆଇଡେଣ୍ଟିଫିକେସନ୍ ଅଥରିଟି ଅଫ୍ ଇଣ୍ଡିଆ (ୟୁଆଇଡିଏଆଇ) ଲୋକମାନଙ୍କୁ ସେମାନଙ୍କ ମୋବାଇଲ୍ ନମ୍ବର ଏବଂ ଆଧାର ସହିତ ସଂଯୁକ୍ତ ହୋଇଥିବା ଇମେଲ୍ ଆଇଡି ଯାଞ୍ଚ କରିବାକୁ ଅନୁମତି ଦେଇଛି। ୟୁଆଇଡିଏଆଇ ର ନଜରକୁ ଏହା ଆସିଥିଲା ଯେ କେତେକ କ୍ଷେତ୍ରରେ, ସେମାନଙ୍କ ମୋବାଇଲ୍ ନମ୍ବର ମଧ୍ୟରୁ କେଉଁଟି ଆଧାରରେ ସଂଯୁକ୍ତ ହୋଇଛି ତାହା ବିଷୟରେ ଲୋକେ ଅବଗତ ନାହାନ୍ତି। ତେଣୁ ଆଧାର ଓଟିପି ଅନ୍ୟ ମୋବାଇଲ୍ ନମ୍ବରକୁ ଯାଇପାରେ ବୋଲି ଲୋକେ ଚିନ୍ତିତ ଥିଲେ। ବର୍ତ୍ତମାନ, ଏହି ସୁବିଧା ସହିତ, ଲୋକମାନେ ଏହାକୁ ଅତି ସହଜରେ ଯାଞ୍ଚ କରିପାରିବେ। ଅଫିସିଆଲ୍ ୱେବସାଇଟ୍ (https://myaadhaar.uidai.gov.in/) କିମ୍ବା mAadhaar App ମାଧ୍ୟମରେ “ଭେରିଫାଏ ଇମେଲ୍‍ / ମୋବାଇଲ୍ ନମ୍ବର” ବୈଶିଷ୍ଟ୍ୟ ଅଧୀନରେ ଏହି ସୁବିଧା ଉପଲବ୍ଧ ହୋଇପାରିବ। ଲୋକଙ୍କ ପାଇଁ ସେମାନଙ୍କର ନିଜସ୍ୱ ଇମେଲ / ମୋବାଇଲ୍ ନମ୍ବର ସଂପୃକ୍ତ ଆଧାର ସହିତ ଯୋଡି ହୋଇଛି କି ନାହିଁ…

Read More

ନୂଆଦିଲ୍ଲୀ: କୋଭିଡ-୧୯ କାଳରେ କ୍ଷତିଗ୍ରସ୍ତ ହୋଇଥିବା ଏମ୍‌ଏସ୍‌ଏମ୍‌ଇ ଉଦ୍ୟୋଗଗୁଡିକୁ ସହାୟତା ପ୍ରଦାନ କରିବା  ନିମନ୍ତେ କେନ୍ଦ୍ର ସରକାର “ବିବାଦ ସେ ବିଶ୍ୱାସ-୧” ଯୋଜନା ଆରମ୍ଭ କରିଛନ୍ତି। ଅର୍ଥ ମନ୍ତ୍ରଣାଳୟର ବ୍ୟୟବିଭାଗ ପକ୍ଷରୁ ଏହି ଯୋଜନାକୁ କାର୍ଯ୍ୟକାରୀ କରାଯାଇଛି। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ତାଙ୍କର ୨୦୨୩-୨୪ ବଜେଟ୍‌ରେ କରୋନା ମହାମାରୀ ପ୍ରଭାବରେ କ୍ଷତିଗ୍ରସ୍ତ ହୋଇଥିବା ଦେଶର ଏମ୍‌ଏସ୍‌ଏମ୍‌ଇ ଶିଳ୍ପ ସଂସ୍ଥାଗୁଡିକୁ ସହାୟତା ଯୋଗାଇବା ବିଷୟ ଘୋଷଣା କରିଥିଲେ। ଏହି ସହାୟତା ଯୋଜନାଟି କେନ୍ଦ୍ରୀୟ ବଜେଟ୍‌ର ୬୬ନମ୍ବର ପାରାଗ୍ରାଫ୍‌ରେ ଉଲ୍ଲେଖ ଅଛି। ଏଥିରେ କୁହାଯାଇଛି, “କୋଭିଡ କାଳରେ ଏମ୍‌ଏସ୍‌ଏମଇମାନେ ଯଦି ଚୁକ୍ତିକୁ କାର୍ଯ୍ୟକାରୀ କରିବାରେ ବିଫଳ ହୋଇଥାନ୍ତି ତା’ହେଲେ ସେମାନଙ୍କ ବିଡ୍‌ର୯୫% କିମ୍ବା ପରଫରମାନ୍ସ ସିକ୍ୟୁରିଟି (ଅମାନତ ରାଶି) ସେମାନଙ୍କୁ ସରକାର କିମ୍ବା ସରକାରୀ ଉପକ୍ରମରେ ଥିବା ସଂସ୍ଥା ଫେରାଇଦେବେ। ଏହା ଫଳରେ ଏମ୍‌ଏସ୍‌ଏମଇଗୁଡିକ ଉପକୃତ ହେବେ। ଅର୍ଥ ମନ୍ତ୍ରଣାଳୟର ବ୍ୟୟ ବିଭାଗ ପକ୍ଷରୁ ଏହି ମର୍ମରେ ୨୦୨୩ ଫେବୃୟାରୀ ୬ତାରିଖରେ ଏକ…

Read More

ଭୁବନେଶ୍ୱର: ଶିଳ୍ପ କ୍ଷେତ୍ରରେ ଦକ୍ଷତାର ଆବଶ୍ୟକତା ଥିବା ବେଳେ ଛାତ୍ରଛାତ୍ରୀମାନଙ୍କୁ ବିଜ୍ଞାନ ଓ ପ୍ରଯୁକ୍ତି କ୍ଷେତ୍ରରେ ପ୍ରସ୍ତୁତ କରିବା ଲକ୍ଷ୍ୟରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ଶନିବାର ଦିନ “ରିସେଂଟ୍ ଡେଭଲପ୍‌ମେଂଟ୍ସ ଆଣ୍ଡ ଚାଲେଞ୍ଜେସ୍ ଇନ୍ କୋର ଇଣ୍ଡଷ୍ଟ୍ରିଜ୍‌” ଶୀର୍ଷକ ଏକ କର୍ମଶାଳା ଆୟୋଜିତ ହୋଇଯାଇଛି। ଏହି କର୍ମଶାଳାରେ ୧୩୦ ଜଣ ପ୍ରତିନିଧି ଭାଗ ନେଇଥିବା ବେଳେ ରିନ୍ୟୁବଲ୍ ଏନର୍ଜି, ଫ୍ୟୁଚର ଚାଲେଞ୍ଜେସ୍ ଅଫ୍ ୱାର୍କ, ୱାର୍କଫୋର୍ସ ଆଣ୍ଡ ୱାର୍କପ୍ଲେସ୍ ଇନ୍ ମାନୁଫ୍ୟାକ୍‌ଚରିଂ ଇଣ୍ଡଷ୍ଟ୍ରିଜ୍‌, ଚାଲେଞ୍ଜେସ ହ୍ୱିଚ୍ ଅବ୍‌ଷ୍ଟ୍ରକ୍ସ ଦ ଇମ୍ପ୍ରୁଭ୍‌ମେଂଟ ଅଫ୍ କୋର ଇଣ୍ଡଷ୍ଟ୍ରିଜ୍‌, ଅପର୍ଚୁନିଟିଜ୍ ଅଫ୍ ସ୍ମାର୍ଟ ମାନୁଫ୍ୟାକ୍‌ଚରିଂ ଆଣ୍ଡ ଆପ୍ଲିକେସନ୍ ଅଫ୍ ଡାଟା ସାଇନ୍ସ, ଆର୍ଟିଫିସିଆଲ୍ ଇନ୍‌ଟେଲିଜେନ୍ସ (ଏଆଇ) ଓ ମେସିନ୍ ଲର୍ଣ୍ଣିଂ (ଏମ୍‌ଏଲ୍‌) ଇନ୍ ଇଣ୍ଡଷ୍ଟ୍ରିଜ୍ ଭଳି ବିଷୟବସ୍ତୁ ଉପରେ ଆଲୋଚନା କରାଯାଇଥିଲା। ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍‌) ଅଧିନସ୍ଥ ମେକାନିକାଲ୍ ଇଞ୍ଜିନିୟରିଂ ବିଭାଗ ପକ୍ଷରୁ ଏହି କର୍ମଶାଳା…

Read More

ଚାଣକ୍ୟ ନୀତି: ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ଚାଣକ୍ୟ ନୀତିରେ କହିଛନ୍ତି ଯ, ଜୀବନ କାଳ ମଧ୍ୟରେ ଯେତେବେଳେ ଭାଗ୍ୟ ଖରାପ ପଡେ ସେବେବେଳେ କେହି ଅନାନ୍ତି ନାହିଁ। ସେମାନଙ୍କର ବ୍ୟବହାରରେ ମଧ୍ୟ ପରିବର୍ତ୍ତନ ହୋଇଯାଏ। ସେ ମାତ୍ର ଚାରୋଟି ଉଦାହରଣ ଦେଇ ଏହାର ବିସ୍ତୃତ ତଥ୍ୟ ଉପସ୍ଥାପନ କରିଛନ୍ତି। ୧- ଧନହୀନ ପୁରୁଷକୁ ବେଶ୍ୟା- ଚାଣକ୍ୟ କହିଛନ୍ତି ଯେ, ଯେତେେବଳେ ପୁରୁଷଙ୍କଠାରୁ ପଇସା ସରିଯାଏ ସେତେବେଳେ ବେଶ୍ୟା ତାଙ୍କୁ ତ୍ୟାଗ କରିଥାଏ। ପଇସା ଥିବା ବେଳେ ସେ ପୁରା ନିଜର ହୋଇ ବାନ୍ଧି ରଖିବାକୁ ଚେଷ୍ଠା କରେ। ଉଦ୍ଦେଶ୍ୟ ହେଉଛି ସବୁ ପଇସା ମାରି ନେବା। ୨- ଶକ୍ତିହୀନ ରାଜାକୁ ପ୍ରଜା- ସେହିପରି ଯେ ପର୍ଯ୍ୟନ୍ତ ରାଜା ଶକ୍ତିଶାଳୀ ଥିବେ ସେ ପର୍ଯ୍ୟନ୍ତ ପ୍ରଜା ତାଙ୍କୁ ଖାତିର କରି ରହିବେ। ହେଲେ ଯେତେବେଳ ରାଜା ଶକ୍ତିହୀନ ହେବେ ସେତେବେଳେ ସେହି ପ୍ରଜାମାନେ ଦୂରେଇ ଯିବେ। ଏପରିକି ହଇରାଣ କରିବାକୁ ମଧ୍ୟ ପଛେଇବେ…

Read More

ମେଷ : ଗଣେଶଙ୍କ ଆଶୀର୍ବାଦ ସହିତ ଆପଣଙ୍କ ପ୍ରତ୍ୟେକ କାର୍ଯ୍ୟରେ ଉତ୍ସାହ ଏବଂ ଉତ୍ସାହ ଦେଖାଯିବ। ଆପଣ ଶରୀର ଏବଂ ମନରେ ସତେଜତା ଏବଂ ସତେଜତା ଅନୁଭବ କରିବେ। ପାରିବାରିକ ପରିବେଶ ଖୁସି ହେବ। ସାଙ୍ଗ ଏବଂ ପ୍ରିୟଜନଙ୍କ ସହିତ ଆନନ୍ଦ ଜୀବନ ଅତିବାହିତ ହେବ। ମାଆଙ୍କ ପକ୍ଷରୁ ଲାଭ ମିଳିବ। ଯାତ୍ରା ର ଯୋଗ ରହିଛି। ଧନ, ଭଲ ଖାଦ୍ୟ ଏବଂ ଉପହାରର ହାସଲ କରିବେ। ବୃଷ: କ୍ରୋଧ ଏବଂ ନିରାଶାର ଭାବନା ଆପଣଙ୍କ ମନରେ ପ୍ରାଧାନ୍ୟ ଦେବ । ଶାରୀରିକ ସ୍ୱାସ୍ଥ୍ୟ ମଧ୍ୟ ସମର୍ଥନ କରିବ ନାହିଁ। ଘର – ପରିବାରର ଚିନ୍ତା ସହିତ, ଖର୍ଚ୍ଚ କ୍ଷେତ୍ରରେ ମଧ୍ୟ ଆଜି ଚିନ୍ତିତ ହେବେ। ଆପଣ କାହା ସହିତ ମତଭେଦ ଏବଂ ଝଗଡା ସୃଷ୍ଟି ହେବ । କାମ ବୃଥା ମନେ ହୁଏ। ଭୁଲ ବୁଝାମଣାରୁ ରକ୍ଷା ପାଇବା ପାଇଁ ଗଣେଶଙ୍କୁ ଧ୍ୟାନ କରନ୍ତୁ। ମିଥୁନ: ପରିବାରରେ ସୁଖ ଏବଂ ଆନନ୍ଦର ପରିବେଶ ରହିବ…

Read More

ଭୁବନେଶ୍ୱର: ଓଡ଼ିଶାରେ ପ୍ରାଣୀ ଚିକିତ୍ସା ବିଜ୍ଞାନ ଓ ପ୍ରାଣୀପାଳନ କ୍ଷେତ୍ରରେ ଉନ୍ନତି ହୋଇଥିବା ଯୋଗୁଁ କୃଷକ ଆଶ୍ୱସ୍ତ ହେବା ସହ କୋଭିଡ ମହାମାରୀର ଦୁର୍ଦ୍ଦଶାକୁ ଅତିକ୍ରମ କରିବାକୁ ସକ୍ଷମ ହୋଇପାରିଛନ୍ତି ବୋଲି ରାଜ୍ୟ ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗର ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀ କହିଛନ୍ତି। ଦୁଇ ବର୍ଷ ଧରି ତାଣ୍ଡବ ରଚିଥିବା କୋଭିଡ ମହାମାରୀ ସମୟରେ ପ୍ରାଣୀଧନ ଉପରେ ନିର୍ଭର କରୁଥିବା କୃଷକମାନେ ନିଜର ଜୀବିକା ନିର୍ବାହ କରିପାରିଛନ୍ତି ବୋଲି ପୂର୍ବରୁ ମତ୍ସ୍ୟ ଓ ପଶୁସମ୍ପଦ ବିଭାଗର ଦାୟିତ୍ୱରେ ଥିବା ଶ୍ରୀ ସେଠୀ କହିଛନ୍ତି। ଗତ ଶନିବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଭେଟେରିନାରୀ ସାଇନ୍‌ସେସ୍ ଆଣ୍ଡ ଆନିମଲ୍ ହଜ୍‌ବାଣ୍ଡ୍ରୀ (ଆଇଭିଏସ୍‌ଏଏଚ୍‌) ପକ୍ଷରୁ ବିଶ୍ୱ ଭେଟେରିନାରୀ ଦିବସ ପାଳନ ଅବସରରେ ଯୋଗ ଦେଇ ଶ୍ରୀ ସେଠୀ ଏହା କହିଛନ୍ତି। ଶ୍ରୀ ସେଠୀ କହିଥିଲେ ଯେ, ରାଜ୍ୟ ସରକାର ୨୦୦୨ ମସିହାରେ ବୋଭାଇନ୍ ବ୍ରିଡିଂ ପଲିସି ନିର୍ଣ୍ଣୟ…

Read More

ରଣପୁର: ନୟାଗଡ ଜିଲ୍ଲା ରଣପୁର ନିର୍ବାଚନ ମଣ୍ଡଳୀରେ ସବୁବେଳେ କୌଣସି ନା କୌଣସି ଘଟଣାକୁ ନେଇ ରାଜନୈତିକ କନ୍ଦଳ ଲାଗି ରହିଥିବା ଦେଖିବାକୁ ମିଳିଥାଏ। କିନ୍ତୁ ପୂର୍ବ ବର୍ଷ ଅପେକ୍ଷା ଚଳିତ ବର୍ଷ ଅଧିକ ରାଜନୈତିକ ଉଷ୍ମତା ଲାଗି ରହିଛି। ଚଳିତ ନିର୍ବାଚନରେ ରଣପୁର ବ୍ଲକ ଅଧ୍ୟକ୍ଷ ପଦକୁ ନେଇ କଡା ଟକ୍କର ହେଇଥିଲା। ବିଜେଡିରୁ ପ୍ରଭାତ ଦଳ ବେହେରା ଲଢେଇ କରୁଥିଲା ବେଳେ ବେଜିପିରୁ ନିର୍ମଳା ବେହେରା ଲଢେଇ କରିଥିଲେ। କିନ୍ତୁ ବିଜେପି ପ୍ରାର୍ଥୀନୀ ନିର୍ମଳା ବେହେରା ବ୍ଲକ ଅଧ୍ୟକ୍ଷ ପଦକୁ ହାତେଇ ନେଇଥିଲେ। ପରେ ବିଜେଡି ପ୍ରାର୍ଥୀ ପ୍ରଭାତ ଦଳବେହେରା ବ୍ଲକ ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିଲେ। ବ୍ଲକ ଅଧ୍ୟକ୍ଷ ପଦ ବିଜେପି ହାତେଇ ନେଇଥିଲା ବେଳେ ଉପାଧ୍ୟକ୍ଷ ପଦ ବିଜେଡି ଅକ୍ତିଆର କରି ନେଇଥିଲା। ତେଣୁ ରଣପୁର ବ୍ଲକରେ ସବୁବେଳେ ରାଜନୈତିକ ଉଷ୍ମତା ଲାଗି ରହିଥିବା ଦେଖିବାକୁ ମିଳିଥାଏ। ଗତକାଲି ଅର୍ଥାତ ସୋମବାର ଦିନ ରଣପୁର ବ୍ଲକ…

Read More

ରଣପୁର: ରାଜ୍ୟ ସରକାରଙ୍କ ସାମ୍ବାଦିକମାନଙ୍କ ପ୍ରତି ଅବହେଳା ମନୋଭାବ ସାମ୍ବାଦିକମାନଙ୍କୁ ମର୍ମାହତ କରିଛି। ଅନ୍ୟ ରାଜ୍ୟର ସାମ୍ବାଦିକମାନଙ୍କୁ ବିଭିନ୍ନ ପ୍ରକାର ସୁବିଧା ମିଳୁଥିବା ବେଳେ ଓଡିଶାର ସାମ୍ବାଦିକମାନେ ସେସବୁ ସୁବିଧାରୁ ବଂଚିତ ହେଉଛନ୍ତି। ଓଡିଶା ୟୁନିଅନ ଅଫ ଜର୍ଣ୍ଣାଲିଷ୍ଟ ସାମ୍ବାଦିକମାନଙ୍କ ପ୍ରତି ହେଉଥିବା ଅବହେଳା ପ୍ରତିବାଦରେ ନୟାଗଡ ୟୁନିଅନ ଅଫ ଜର୍ଣ୍ଣାଲିଷ୍ଟଶ୍ରମିକ ଦିବସକୁ ପ୍ରତିବାଦ ଦିବସ ଭାବେ ପାଳନ କରିଛନ୍ତି। ଏହା ସହିତ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ନୟାଗଡ ଜିଲ୍ଲାପାଳଙ୍କୁ ଏକ ଚାରି ଦଫା ବିଶିଷ୍ଟ ଦାବିପତ୍ର ପ୍ରଦାନ କରିଛନ୍ତି। ଏହି ଚାରି ଦଫା ଦାବିଗୁଡିକ ହେଉଛି ପ୍ରଚଳିତ ବୀମା ରାଶିର ପରିମାଣ ୨ ଲକ୍ଷ ଟଙ୍କାରୁ ୧୦ ଲକ୍ଷ ଟଙ୍କାକୁ ବୃଦ୍ଧି କରିବା, ଅବସରପ୍ରାପ୍ତ ସାମ୍ବାଦିକମାନଙ୍କୁ ମାସିକ ୧୫ ହଜାର ଟଙ୍କା ପେନାସନ ପ୍ରଦାନ କରିବା, ଦୀର୍ଘ ଦିନ ଧରି ଅଚଳ ଥିବା ସାମ୍ବାଦିକ ଅଧିସ୍ୱୀକୃତି କମିଟିର ପୁନଃ ଗଠନ କରିବା ଓ ସାମ୍ବାଦିକ ସୁରକ୍ଷା ଆଇନ…

Read More

କୈଳାଶ ଚନ୍ଦ୍ର ଚୌଧୁରୀ ବ୍ରହ୍ମପୁର: ଗଂଜାମ ଜିଲ୍ଲା ପୋଲସରା ଥାନା ଅନ୍ତର୍ଗତ ନିମିନା ଗ୍ରାମରେ ନିମନ୍ତ୍ରଣ ପତ୍ର ପାଇ ଭୋଜି ଖାଇବାକୁ ଆସିଥିବା ଦୁଇ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ସନ୍ତୋଷ ସାହୁ ଓ ରବି ସାହୁ ନାମକ ଦୁଇ ଯୁବକଙ୍କୁ ହଠାତ୍ କିଛି ଆସି ଖୁରରେ ଆକ୍ରମଣ କରିଛନ୍ତି। ଯାହା ଫଳରେ ଆହତ ଯୁବକ ଦ୍ବୟଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଚିକିତ୍ସା ନିମନ୍ତେ ପୋଲସରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛନ୍ତି। ଅନ୍ୟ ପକ୍ଷରେ ଉକ୍ତ ବିଷୟରେ ଥାନାରେ କୌଣସି ଅଭିଯୋଗ ହୋଇନାହିଁ ବୋଲି ଥାନାଧିକାରୀ ଙ୍କ ଠାରୁ ପ୍ରକାଶ।

Read More

ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି: ଦେଶ ସ୍ବାଧୀନ ହେବାର ୭୫ ବର୍ଷ ବିତିଲାଣି। ଏହା ଭିତରେ ସରକାରଙ୍କ ମାଳ ମାଳ ଯୋଜନା ହୋଇଛି। ହେଲେ ଏବେ ବି ବିଜୁଳି ଭଳି ମୌଳିକ ସୁବିଧାରୁ ବଞ୍ଚିତ ରହିଛି ଓଡ଼ିଶାର ଅନେକ ଗାଁ। ଡିବିରି ଆଲୁଅରେ ଦିନ କାଟୁଛନ୍ତି ଶତାଧିକ ଲୋକେ। ଗାଁକୁ ଚାଲ ଗାଁକୁ ଗଢ଼ ସ୍ଲୋଗାନ ନେଇ ଗ୍ରାମାଞ୍ଚଳରେ ଗଡ଼ୁଥିବା ସରକାରଙ୍କ ବିକାଶ ରଥ ସତେ ଯେପରି ଆଦିବାସୀ ଅଧ୍ୟୁଷିତ ଉପାନ୍ତ ଅଞ୍ଚଳକୁ ପହଞ୍ଚି ପାରୁନି। ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲା ଭବାନୀପାଟଣା ସଦର ବ୍ଲକର ବଣ ପାହାଡ଼ ଘେରା ଯୁଗସାଇପାଟଣା ପଞ୍ଚାୟତରେ। ଏହି ପଞ୍ଚାୟତରେ ୩୫ ଗାଁ ରହିଛି। ଜିଲାର ଅତି ଉପାନ୍ତ ଓ ମାଓ ଇଲାକା ଭାବରେ ପରିଚିତ ଏହି ଅଞ୍ଚଳରେ ଅନେକ ସମସ୍ୟା ରହିଥିବା ବେଳେ ଅନେକ ଗାଁକୁ ପାଦ ଚଲା ପକ୍କା ରାସ୍ତା ଖଣ୍ଡିଏ ମଧ୍ୟ ନାହିଁ । ହେଲେ କିଛି…

Read More

ଭୁବନେଶ୍ୱର: ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ, ‘ଫୁଡିଜ୍ ଅଫ ଭୁବନେଶ୍ୱର’ ଏବଂ ଓ ‘ଚଲୋ ଓଡ଼ିଶା ପାନ୍ଥନିବାସ’ ଭୁବନେଶ୍ୱରର ମିଳିତ ଆନୁକୂଲ୍ୟରେ ରବିବାର ‘ଓଡ଼ିଶା ପର୍ଯ୍ୟଟନ’ ପକ୍ଷରୁ ଖାଦ୍ୟ, ଭ୍ରମଣ, କଳା ଓ ସଂସ୍କୃତି କ୍ଷେତ୍ରରେ ଓଡ଼ିଶାର କଣ୍ଟେଣ୍ଟ କ୍ରିଏଟର୍ସ (ବିଷୟବସ୍ତୁ ସୃଷ୍ଟିକାରୀ)ଙ୍କ ପାଇଁ ଏକ ପ୍ରଶଂସା ଦିବସ ‘ପରିଚୟ’ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମକୁ ଓଟିଡିସିର ଅଧ୍ୟକ୍ଷ ଡ. ଲେନିନ ମହାନ୍ତି ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଉଦଘାଟନ କରିଥିବା ବେଳେ ଏଥିରେ କଳା କ୍ଷେତ୍ରର ସ୍ୱନାମଧନ୍ୟ ବ୍ୟକ୍ତି- ଓଲିଉଡ୍ ଅଭିନେତା ସବ୍ୟସାଚୀ ମିଶ୍ର ଓ ଓଡ଼ିଆ ରାପର୍ ବିଗ୍ ଡିଲ୍ ଙ୍କ ସମେତ ଓଡ଼ିଶା ପର୍ଯ୍ୟଟନ ଏବଂ ଓଟିଡିସିର ବରିଷ୍ଠ ଅଧିକାରୀମାନେ ଯୋଗଦେଇ ଭ୍ରମଣ, ହାସ୍ୟରସାତ୍ମକ, କଳା, ସଂସ୍କୃତି ଏବଂ ସୁସ୍ୱାଦୁ ବ୍ୟଞ୍ଜନ ପ୍ରସ୍ତୁତ କ୍ଷେତ୍ରରେ ବିଷୟବସ୍ତୁ ରଚନା କରୁଥିବା ପ୍ରାୟ ୧୦୦ ଜଣ କଣ୍ଟେଣ୍ଟ କ୍ରିଏଟର୍ସଙ୍କ ସହିତ ଆଲୋଚନା କରିବା ସହ ସେମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ପ୍ରଭାବଶାଳୀ ଭାବେ ବିଷୟବସ୍ତୁ…

Read More

ଭୁବନେଶ୍ଵର: ମୁଖ୍ୟମନ୍ତ୍ରୀ ସମ୍ଭାବ୍ୟ ଗ୍ରୀଷ୍ମକାଳୀନ ବାତ୍ୟାର ମୁକାବିଲା ପାଇଁ ଆବଶ୍ୟକୀୟ ପ୍ରସ୍ତୁତି ଓ ପଦକ୍ଷେପ ସମ୍ପର୍କରେ ଆଜି ଏକ ସମୀକ୍ଷା ବୈଠକ କରିଛନ୍ତି। ଏହି ବୈଠକରେ ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, ପୋଲିସ ମହାନିର୍ଦ୍ଦେଶକ, ସ୍ୱତନ୍ତ୍ର ରିଲିଫ୍ କମିଶନର ଓ ବିଭିନ୍ନ ବିଭାଗର ପ୍ରମୁଖ ଶାସନ ସଚିବମାନେ ଉପସ୍ଥିତ ଥିଲେ। ୨୦୧୯, ୨୦୨୦ ଓ ୨୦୨୧ ମସିହାରେ ମେ’ ମାସରେ ଫନି, ଅମ୍ଫାନ ଓ ୟାସ ଭଳି ୩ ଟି ବାତ୍ୟା ହୋଇଥିଲା, ଯାହାକୁ ରାଜ୍ୟ ସରକାର ସଫଳ ଭାବେ ମୁକାବିଲା କରିଥିଲେ। ମେ’ ୩ ତାରିଖ ୨୦୧୯ ରେ ଫନି ବାତ୍ୟା ପୁରୀଠାରେ ଅତିକ୍ରମ କରିଥିଲା। ଏହି ବାତ୍ୟା ଯୋଗୁଁ ପ୍ରଭୁତ କ୍ଷୟକ୍ଷତି ହୋଇଥିଲା। ଆଗୁଆ ପ୍ରସ୍ତୁତି, ସମସ୍ତ ବିଭାଗର ସମୟୋଚିତ ପଦକ୍ଷେପ ତଥା ପଞ୍ଚାୟତ ପ୍ରତିନିଧି ଓ ଜନସାଧାରଣଙ୍କ ସହଯୋଗ ଯୋଗୁଁ ଏହି ବାତ୍ୟାକୁ ସଫଳ ଭାବେ ମୁକାବିଲା କରାଯାଇଥିଲା। ବାତ୍ୟାର ସଫଳ ମୁକାବିଲା ପାଇଁ ଓଡିଶା…

Read More

କୈଳାଶ ଚନ୍ଦ୍ର ଚୌଧୁରୀ ବ୍ରହ୍ମପୁର: ହିଞ୍ଜିଳି ଥାନା ଅନ୍ତର୍ଗତ ମକରଝୋଳ ରାସ୍ତାର ଏକ ବିଲ ମଝିରେ ଜଣେ ମହିଳାଙ୍କ ଶବ ପଡିଥିବାର ଜଣେ ଗାଇ ଚରାଳି ଦେଖିଥିଲେ। ଏହାପରେ ସେ ଗ୍ରାମରେ ଖବର ଦେଇଥିଲେ। ଗ୍ରାମବାସୀ ହିଞ୍ଜିଳି ପୋଲିସକୁ ଖବର ଦେବା ପରେ ଥାନା ଅଧିକାରୀ ଅଭିମନ୍ୟୁ ଦାସ ନିଜ ଥାନା କର୍ମଚାରୀଙ୍କ ସମେତ ବିଞ୍ଜାନଗାର କର୍ମଚାରୀଙ୍କୁ ନେଇ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ ଆରମ୍ଭ କରିଛନ୍ତି। ତଥାପି ମୃତ ମହିଳାଙ୍କ ପରିଚୟ ମିଳି ପାରିନାହିଁ। ମୃତ ମହିଳାଙ୍କ ପାଟିରୁ ରକ୍ତ ବାହାରିବା ସହ ବେକରେ ଓଢ଼ଣୀ ଘୋଡେ଼ଇ ରହିଛି। ଯାହାକି ଉକ୍ତ ମହିଳାଙ୍କୁ ଦୁଷ୍କର୍ମ ଜନିତ ହତ୍ୟା କରାଯାଇଥିବା ପୋଲିସ ସନ୍ଦେହ କରୁଛି। ଶବ ବ୍ୟବଚ୍ଛେଦ ପରେ ଏହାର କାରଣ ଜଣାପଡ଼ିବ ବୋଲି କୁହାଯାଉଛି।

Read More

କନ୍ଦର୍ପ ବେହେରା ରେଢ଼ାଖୋଲ: ସମ୍ବଲପୁର ଜିଲ୍ଲା ଗିରିଶ୍ଚନ୍ଦ୍ରପୁର ରେଞ୍ଜର ହିରାଲୋଇ ଗ୍ରାମ ନିକଟସ୍ଥ ଲଣ୍ଡାକୋର୍ଟ ଜଙ୍ଗଲରୁ ଗଛ କାଟିବା ଅଭିଯୋଗରେ ବନ ବିଭାଗ ୮ ଜଣଙ୍କୁ ଗିରଫ କରିବା ସହ ଆଜି କୋର୍ଟ ଚାଲାଣ କରିଥିବା ଏକ ପ୍ରେସ୍ ଇସ୍ତାହାରରେ ବନବିଭାଗ ଜଣାଇଛି। ବନବିଭାଗ ସୂତ୍ରରୁ ପ୍ରକାଶ ଯେ, ନାକଟିଦେଉଳ ବ୍ଲକ୍ ଗିରିଶ୍ଚନ୍ଦ୍ରପୁର ରେଞ ଅଧିନସ୍ଥ ହିରାଲୋଇ ଗ୍ରାମ ନିକଟ ଲଣ୍ଡାକୋର୍ଟ ସଂରକ୍ଷିତ ଜଙ୍ଗଲକୁ ଗଛ କାଟିବା ପାଇଁ ୮ ଜଣ ବ୍ୟକ୍ତି ଯାଇଥିବା ବନବିଭାଗ କୌଣସି ସୂତ୍ରରୁ ଖବର ପାଇ ଚଢ଼ଉ କରିଥିଲା। ଜଙ୍ଗଲ ମଧ୍ୟରୁ ସେମାନଙ୍କୁ ବନବିଭାଗ ମଧ୍ୟ ଧରିବାରେ ସଫଳ ହୋଇଥିଲା। ବନବିଭାଗ ଗିରଫ କରିଥିବା ବ୍ୟକ୍ତିମାନେ ହେଲେ ନାକଟିଦେଉଳ ଥାନା ମାରୱାଡ଼ିମୁଣ୍ଡା ଗ୍ରାମର ନୀଳମଣି ମୁଣ୍ଡା (୩୬), ଉପିନ୍ଦ୍ର ମୁଣ୍ଡା, ଜିତେନ୍ଦ୍ର ମୁଣ୍ଡା, କାଳନ୍ଦି ଚରଣ ମୁଣ୍ଡା ( ୨୯), କିସିଣ୍ଡା ଥାନା କଞ୍ଚନପୁର ଗ୍ରାମର ବିଶିକେସନ କିସାନ, ଭାସ୍କର କିସାନ, ଲିଙ୍ଗରାଜ କିସାନ୍ କିସିଣ୍ଡା…

Read More

ଭୁବନେଶ୍ଵର: କିଛିଦିନ ପୂର୍ବେ ସମ୍ବଲପୁରରେ ଯେଉଁ ଦୁର୍ଭାଗ୍ୟଜନକ ଘଟଣା ଘଟିଥିଲା, ତାହା ସମସ୍ତଙ୍କୁ  ବ୍ୟଥିତ କରିଥିଲା। ତେବେ ସମ୍ବଲପୁରବାସୀଙ୍କ ଆନ୍ତରିକ ପ୍ରୟାସ ଏବଂ ପୁଲିସ ଓ ପ୍ରଶାସନର ଦୃଢ଼ କାର୍ଯ୍ୟାନୁଷ୍ଠାନ ଫଳରେ ସମ୍ବଲପୁରରେ ଶାନ୍ତି ଓ ସ୍ଵଭାବିକ ସ୍ଥିତି ଫେରି ଆସିଛି। ଏହି ଘଟଣାରେ ସଂପୃକ୍ତ ଅଧିକାଂଶ ଗଣ୍ଡଗୋଳକାରୀ ଗିରଫ ହୋଇ ଜେଲରେ ଅଛନ୍ତି। ମାତ୍ର ଏହି ଘଟଣାକୁ ନେଇ ହୀନ ରାଜନୀତିର ଖେଳ ଖେଳିବା ପାଇଁ ବିଜେପି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ଜରିଆରେ ଉଦ୍ୟମ କରୁଛି। ଏହା ଫଳରେ ଯଦି ସମ୍ୱଲପୁରରେ ପୁଣିଥରେ ବିଶୃଙ୍ଖଳା ସୃଷ୍ଟି ହୁଏ, ତେବେ ଏଥିପାଇଁ ଓଡ଼ିଶା ବିଜେପି ସଂପୂର୍ଣ୍ଣ ରୂପେ ଦାୟୀ ରହିବ ବୋଲି ବିଜୁ ଜନତା ଦଳ ଚେତାଇ ଦେଇଛି। ଆଜି ସମ୍ବଲପୁରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଉଦ୍‌ବୋଧନ ଦେଇ ବିଜେଡିର ବରିଷ୍ଠ ନେତ୍ରୀ ତଥା ବିଜୁ ମହିଳା ଜନତା ଦଳର ରାଜ୍ୟ ସଭାପତି ସ୍ନେହାଙ୍ଗିନୀ ଛୁରିଆ କହିଲେ ଯେ ସମ୍ବଲପୁର…

Read More

ଭୁବନେଶ୍ଵର: ୫-ଟି ସ୍କୁଲ ରୂପାନ୍ତର ଆମ ସ୍କୁଲର ପରିବେଶକୁ ସୁନ୍ଦର କରିଛି। ଆମ ପାଇଁ ଆଧୁନିକ ଶିକ୍ଷାର ବ୍ୟବସ୍ଥା କରିଛି। ଆମର ଆତ୍ମବିଶ୍ବାସ ବୃଦ୍ଧି କରିଛି। ତା ଭିତରେ ସବୁଠାରୁ ଭଲ କଥା ହେଉଛି, ଆମ ଝିଅ ମାନଙ୍କ ପାଇଁ ସ୍ବଚ୍ଛ, ସୁନ୍ଦର ଓ ସ୍ବତନ୍ତ୍ର ଟଏଲେଟର ବ୍ୟବସ୍ଥା। ଏହା ଆମର ସ୍କୁଲ ପରିବେଶକୁ ଆମ ପାଇଁ ବହୁତ ସହଜ କରିଛି। ଝିଅ ପିଲାଙ୍କ ପାଇଁ ଏହା ଥିଲା ଅତି ଜରୁରୀ। ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଆମେ ଧନ୍ୟବାଦ ଦେଉଛୁ। ଆଜି ୫-ଟି ସ୍କୁଲ ରୂପାନ୍ତର କାର୍ଯ୍ୟକ୍ରମର ତୃତୀୟ ପର୍ଯ୍ୟାୟର ତୃତୀୟ ଦିନରେ ବାଲେଶ୍ବରର ଗୋପାଳି ପ୍ରିୟଦର୍ଶିନୀ ଜେନା, ନୟାଗଡ ସାୟଂଶ୍ରୀ ଦାଶ, ନୂଆପଡାର ନନ୍ଦିନୀ ରାଉତ, ସୁନ୍ଦରଗଡର ଦିବ୍ୟକାନ୍ତି ଓରାମ ପ୍ରମୁଖ ଛାତ୍ରୀମାନେ ସେମାନଙ୍କ ପାଇଁ ହୋଇଥିବା ସ୍ବତନ୍ତ୍ର ଟଏଲେଟ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ। ଏହାସହିତ ସରକାରୀ ସ୍କୁଲର ଛାତ୍ରଛାତ୍ରୀ ମାନଙ୍କ ପାଇଁ ମେଡିକାଲ ଓ ଇଂଜିନିଅରିଂ କଲେଜରେ ୧୫…

Read More

ଭୁବନେଶ୍ଵର: ପୂର୍ବତଟ ରେଳପଥର ମହାପ୍ରବନ୍ଧକ ମନୋଜ ଶର୍ମା ଆଜି ତାଳଚେର ଅଞ୍ଚଳ ପରିଦର୍ଶନ କରି ନିର୍ମାଣ କାର୍ଯ୍ୟ ଚାଲୁରହିଥିବା ତାଳଚେର-ବିମଳାଗଡ଼ ରେଳ ଲାଇନ ପ୍ରକଳ୍ପର ସୁନାଖଣି-ଖମାର ରେଳ ସେକ୍ସନ ନୀରିକ୍ଷଣ କରିଛନ୍ତି। ଏହି ନୀରିକ୍ଷଣ ସମୟରେ ପୂର୍ବତଟ ରେଳପଥ ମୁଖ୍ୟାଳୟର ବରିଷ୍ଠ ଅଧିକାରୀ ମାନଙ୍କ ସହିତ ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳର ମଣ୍ଡଳ ରେଳବାଇ ପ୍ରବନ୍ଧକ ରିଙ୍କେଶ ରାୟ ମଧ୍ୟ ଉପସ୍ଥିତ ଥିଲେ। ନୀରିକ୍ଷଣ ସମୟରେ ଶ୍ରୀ ଶର୍ମା ଭିତ୍ତିଭୂମି କାର୍ଯ୍ୟର ସମୀକ୍ଷା କରିବା ସହିତ ଧାର୍ଯ୍ୟ ସମୟ ମଧ୍ୟରେ କାର୍ଯ୍ୟ ସମାପ୍ତି ନିଶ୍ଚିତ କରିବାକୁ ଆବଶ୍ୟକୀୟ ପଦକ୍ଷେପ ନେବାକୁ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ। ୧୫୦ କିଲୋମିଟର ଦୈର୍ଘ୍ୟ ତାଳଚେର-ବିମଳାଗଡ଼ ରେଳ ଲାଇନ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ସୁଦୂର ଅଞ୍ଚଳରେ ଚାଲୁରହିଛି ଏବଂ ଏହାକୁ ମାନ୍ୟବର ରେଳମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ନିୟମିତ ଭାବେ ତଦାରଖ କରୁଛନ୍ତି। ତାଳଚେର ଏବଂ ସୁନାଖଣି ମଧ୍ୟରେ ୧୭.୬୨ କି.ମି. ଦୈର୍ଘ୍ୟ ରେଳ ଲାଇନ ନିର୍ମାଣ…

Read More

ଭୁବନେଶ୍ୱର: ଭୁବନେଶ୍ୱର ଅତିରିକ୍ତ ଜିଲ୍ଲାପାଳ ଭାବେ ଦିଲ୍ଲୀପ କୁମାର ମହାପାତ୍ର ଦାୟିତ୍ୱ ଗ୍ରହଣ କରିଛନ୍ତି। ବିଦାୟୀ ଅତିରିକ୍ତ ଜିଲ୍ଲାପାଳ ପ୍ରଫୁଲ୍ଲ କୁମାର ସ୍ୱାଇଁଙ୍କ ଠାରୁ ଶ୍ରୀ ମହାପାତ୍ର ଦାୟିତ୍ୱ ଗ୍ରହଣ କରିଛନ୍ତି। ଶ୍ରୀ ମହାପାତ୍ର ପୂର୍ବରୁ ପୁରୀ ଅତିରିକ୍ତ ଜିଲ୍ଲାପାଳ (ପ୍ରୋଟକଲ) ଭାବେ କାର୍ଯ୍ୟରତ ଥିଲେ। ସେହିପରି ଶ୍ରୀ ସ୍ୱାଇଁଙ୍କର ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷଙ୍କୁ ଅତିରିକ୍ତ ସଚିବ ଭାବେ ବଦଳି ହୋଇଛି। ଏହି ଅବସରରେ ଉପ ଜିଲ୍ଲାପାଳ ଦେବବ୍ରତ ସାହୁଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ ନୂତନ ଅତିରିକ୍ତ ଜିଲ୍ଲାପାଳଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ।

Read More

ନୂଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଗୁଜୁରାଟ ହାଇକୋର୍ଟ ଆଶ୍ଵସ୍ତି ଦେବାକୁ ମନା କରି ଦେଇଛନ୍ତି। ମୋଦୀ ଉପନାମ ସମ୍ବନ୍ଧରେ ସୁରଟ କୋର୍ଟ ଦେଇଥିବା ଦଣ୍ଡ ବିରୋଧରେ ରାହୁଲ ଗାନ୍ଧୀ ହାଇକୋର୍ଟରେ ପହଞ୍ଚିଥିଲେ। ସୂଚନାନୁସାରେ, ରାହୁଲ ଗାନ୍ଧୀଙ୍କ ଆବେଦନ ଶୁଣାଣି ସମୟରେ ଗୁଜୁରାଟ ହାଇକୋର୍ଟ କହିଛନ୍ତି ଯେ, ତାଙ୍କୁ କୌଣସି ପ୍ରକାରେ ଆଶ୍ଵସ୍ତି ଦିଆଯାଇପାରିବ ନାହିଁ। ଗ୍ରୀଷ୍ମ ଛୁଟି ପରେ ଆମେ ଏହି ବିଷୟରେ ଏକ ରାୟ ଦେବୁ। ରାହୁଲ ଗାନ୍ଧୀ ସୁରଟ କୋର୍ଟର ନିଷ୍ପତ୍ତି ବିରୋଧରେ ଏପ୍ରିଲ ୨୫ ଟାରିଖରେ ଗୁଜରାଟ ହାଇକୋର୍ଟରେ ଆବେଦନ କରିଥିଲେ। ପ୍ରକାଶ ଯେ, ସୁରଟ କୋର୍ଟର ଏହି ନିଷ୍ପତ୍ତି ପରେ ରାହୁଲ ଗାନ୍ଧୀଙ୍କ ସଂସଦ ସଦସ୍ୟତା ରଦ୍ଦ ହୋଇଛି। ସଂସଦର ସଦସ୍ୟତା ବାତିଲ ହେବାର କିଛି ଦିନ ପରେ ରାହୁଲ ଗାନ୍ଧୀଙ୍କୁ ଦିଲ୍ଲୀରେ ତାଙ୍କ ସରକାରୀ ବଙ୍ଗଳା ଖାଲି କରିବାକୁ ପଡିଥିଲା। ବଙ୍ଗଳା ଖାଲି କରୁଥିବାବେଳେ ରାହୁଲ ଗାନ୍ଧୀ କହିଥିଲେ ଯେ, ସେ…

Read More

ନୂଆଦିଲ୍ଲୀ: କଂଗ୍ରେସର କର୍ଣ୍ଣାଟକ ପ୍ରଦେଶ ସଭାପତି ଡି.କେ ଶିବକୁମାରଙ୍କ ହେଲିକପ୍ଟର ଆଜି ଅପରାହ୍ନରେ ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡର ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କରିଛି। ବାସ୍ତବରେ ହେଲିକପ୍ଟରର କକ୍ପିଟ୍ ୱିଣ୍ଡୋ ସହିତ ଏକ ପକ୍ଷୀ ଧକ୍କା ହୋଇଥିଲା। ଏହା ପରେ ହେଲିକପ୍ଟରକୁ ଜରୁରୀକାଳୀନ ପରିସ୍ଥିତିରେ ଅବତରଣ କରାଯାଇଥିଲା। କଂଗ୍ରେସ ନେତା ଶିବକୁମାର କୋଲାର ଜିଲ୍ଲାର ମୁଲବଗଲର ଏକ ସାଧାରଣ ସଭାରେ ଯୋଗଦେବାକୁ ଯାଉଥିଲେ। ଏହି ଘଟଣା ସମ୍ପର୍କରେ ଡି.କେ ଶିବକୁମାର ଏକ ଟ୍ୱିଟ କରିଛନ୍ତି। ଯେଉଁଥିରେ ସେ ଲେଖିଛନ୍ତି ଯେ, ‘ମୁଲବଗଲକୁ ଯିବା ବାଟରେ ଆମର ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା, ଯେଉଁଥିରେ ମୋର ସାଥୀ ଯାତ୍ରୀମାନେ ଆହତ ହୋଇଥିଲେ। ସମସ୍ତ ଜନତାଙ୍କ ଶୁଭେଚ୍ଛା ଯୋଗୁଁ ମୁଁ ସୁରକ୍ଷିତ, ଏବଂ ଜରୁରୀ ଅବତରଣ କରିବା ପାଇଁ ପାଇଲଟଙ୍କୁ ଧନ୍ୟବାଦ ଜଣାଉଛି। ବର୍ତ୍ତମାନ ରାସ୍ତା ପଥରେ ମୁଲବଗଲକୁ ଯାତ୍ରା କରୁଥିବା ସେ କହିଛନ୍ତି।

Read More

ଭୁବନେଶ୍ୱର: ଜାତୀୟସ୍ତରରେ ପ୍ରଶଂସା ସାଉଁଟୁଛି ଓଡିଶାର ‘ମୋ ସ୍କୁଲ’ ଓ ୫-‘ଟି’ ହାଇସ୍କୁଲ ରୂପାନ୍ତରୀକରଣ କାର୍ଯ୍ୟକ୍ରମ। ବିଭିନ୍ନ ରାଜ୍ୟର ଅଧିକାରୀ ଓଡିଶା ଗସ୍ତ କରିବା ସହ ଏହି ଯୋଜନାକୁ ଅନୁଧ୍ୟାନ କରୁଛନ୍ତି। ଏହାର ଉଚ୍ଚପ୍ରଶଂସା କରିବା ସହ ନିଜ ରାଜ୍ୟରେ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ରୂପରେଖ ପ୍ରସ୍ତୁତ କରୁଛନ୍ତି। ପୂର୍ବରୁ ଆସାମ, ବିହାର, ଝାଡ଼ଖଣ୍ଡ ଓ ମଧ୍ୟପ୍ରଦେଶ ଆଦି ରାଜ୍ୟର ପ୍ରତିନିଧି ଓଡିଶା ଗସ୍ତ କରି ମୋ ସ୍କୁଲ ମଡେଲକୁ ଅନୁସରଣ କରିଛନ୍ତି। ବୋଡୋଲ୍ୟାଣ୍ଡ ଟେରିଟୋରିଆଲ୍‌ ରିଜିଅନ୍‌ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରମୋଦ ବୋରୋଙ୍କ ସହ ଏକ ଟିମ୍‌ ୩ ଦିନିଆ ଓଡିଶା ଗସ୍ତରେ ଆସି ସୋମବାର ଦିନ ମୋ ସ୍କୁଲ କାର୍ଯ୍ୟାଳୟ ପରିଦର୍ଶନ କରିଛନ୍ତି। ଏହି ପରିପ୍ରେକ୍ଷୀରେ ସେ କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ମୋ ସ୍କୁଲ ଅଭିଯାନର ବରିଷ୍ଠ ଅଧିକାରୀଙ୍କ ସହ ସବିଶେଷ ଆଲୋଚନା କରିଛନ୍ତି। ଓଡ଼ିଶା ସରକାରଙ୍କ ଏହି ଅଭିନବ ପ୍ରୟାସ ଶିକ୍ଷାନୁଷ୍ଠାନ ସହିତ ପୁରାତନ…

Read More