ଭୁବନେଶ୍ଵର: ରେଳ ବୋର୍ଡ ସଦସ୍ୟ (ଇନଫ୍ରାସ୍ଟ୍ରକ୍ଚର ଡେଭଲପମେଣ୍ଟ/ଭିତ୍ତିଭୂମି ବିକାଶ) ରୂପ ନାରାୟଣ ସୁନକର ଆଜି ପୂର୍ବତଟ ରେଳପଥ ଅଧିକାରୀମାନଙ୍କ ସହିତ ରେଳପଥର ମୁଖ୍ୟାଳୟ ଭୁବନେଶ୍ବର ଠାରେ ରେଳ ଭିତ୍ତିଭୂମି କାର୍ଯ୍ୟ ଏବଂ ଏହାର ବିକାଶ ନେଇ କାର୍ଯ୍ୟଦକ୍ଷତା ସମ୍ବନ୍ଧରେ ସମୀକ୍ଷା କରିଛନ୍ତି। ଉଭୟ ପଣ୍ୟ ପରିବହନ ଓ ଯାତ୍ରୀ ପରିବହନ କ୍ଷେତ୍ରରେ ଉନ୍ନତି ଆଣିବା ପାଇଁ ଶ୍ରୀ ସୁନକର କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ବିଭିନ୍ନ ସଂସ୍ଥା ସହିତ ଏବଂ ସହଭାଗୀ ଯଥା ଶିଳ୍ପ, ବନ୍ଦର ଏବଂ କର୍ପୋରେଟ୍ ସଂସ୍ଥା ପରି ହିତାଧିକାରୀଙ୍କ ମଧ୍ୟରେ ମିଳିତ ସହଯୋଗ ଏବଂ ପାରସ୍ପରିକ ବୁଝାମଣା ଉପରେ ଗୁରୁତ୍ୱାରୋପ କରିଥିଲେ ଯାହାକି ବିଭିନ୍ନ ସହଭାଗୀ ଏବଂ ରେଳବାଇକୁ ଉପକୃତ କରିପାରିବ। ବିଶ୍ୱ ସ୍ତରର ଭିତ୍ତିଭୂମି ଏବଂ ସୁବିଧା ସହିତ ପୁରୀ ଏବଂ କଟକ ଷ୍ଟେସନର ପୁନଃବିକାଶ ପାଇଁ ଚାଲୁରହିଥିବା କାର୍ଯ୍ୟଗୁଡ଼ିକୁ ଶ୍ରୀ ସୁନକର ସମୀକ୍ଷା କରିଥିଲେ ଏବଂ ପ୍ରକଳ୍ପ କାର୍ଯ୍ୟକୁ ଏକ ଆଦର୍ଶ ଓ ଆକର୍ଷଣୀୟ…
Author: Samikhsya Bureau
ଭୁବନେଶ୍ୱର: ଆଇଏମଏମ୍ଟି ପରିସରରେ ରବିବାର ଜି-୨୦ ଏଜୁକେସନ୍ ୱାର୍କିଂ ଗ୍ରୁପ୍ ବୈଠକ ପରିପ୍ରେକ୍ଷୀରେ ଆୟୋଜିତ “ ଭବିଷ୍ୟତର କାର୍ଯ୍ୟଶୈଳୀ ଓ ଦକ୍ଷତା” ପ୍ରଦର୍ଶନୀରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଛାତ୍ରଛାତ୍ରୀଙ୍କ ୪ ଟି ଷ୍ଟାର୍ଟ ଅପ୍ ପ୍ରଦର୍ଶିତ ହୋଇଛି। ଏହି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିବା ଅବସରରେ କେନ୍ଦ୍ରର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋଆ ଛାତ୍ରଛାତ୍ରୀ ଙ୍କ ଷ୍ଟାର୍ଟଅପ୍ ଷ୍ଟଲ ପରିଦର୍ଶନ କରି ଛାତ୍ରଛାତ୍ରୀଙ୍କ ଦ୍ୱାରା ପ୍ରସ୍ତୁତ ଷ୍ଟାର୍ଟ ଅପ୍କୁ ଉଚ୍ଚ ପ୍ରଶଂସା କରିଥିଲେ। କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଏହି ଅବସରରେ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ “ଭବିଷ୍ୟତ କାର୍ଯ୍ୟଶୈଳୀରେ ଗହନ ପ୍ରଯୁକ୍ତି ସହ ଆଧୁନିକ ପ୍ରଯୁକ୍ତିବିଦ୍ୟା ଉପରେ ଗୁରୁତ୍ୱ” କଥାବସ୍ତୁ ଉପରେ ସମ୍ମିଳନୀରେ ଉଦ୍ବୋଧନ ଦେଇଥିଲେ। ସେ କହିଥିଲେ ଯେ ବିଶ୍ୱ ଦ୍ରୁତ ଗତିରେ ପରିବର୍ତିତ ହେଉଛି ଏବଂ ବିଶ୍ୱର ପରିବର୍ତନ ସହ ତାଳ ଦେବାକୁ ଦକ୍ଷତା ବିକାଶ ନିତ୍ୟାନ୍ତ…
କନ୍ଦର୍ପ ବେହେରା ରେଢ଼ାଖୋଲ: ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଉପଖଣ୍ଡ କିସିଣ୍ଡା ଥାନା ଅନ୍ତର୍ଗତ ବୁରମାଲ୍ ଗ୍ରାମ ଛକ ନିକଟରେ ସୋମବାର ଦିନ ସନ୍ଧ୍ୟା ସମୟରେ ଏକ ପୃଷ୍ଟି ନାମକ ଘରୋଇ ଯାତ୍ରୀବାହୀ ବସ୍ ସହିତ ବାଇକ୍ ଧକ୍କାରେ ବାଇକ ଆରୋହୀ ଯୁବକଙ୍କ ମୃତ୍ୟୁ ହୋଇଯାଇଛି। ମୃତ ଯୁବକ ଜଣକ ହେଲେ ରେଢ଼ାଖୋଲ ସହରର ବିଶ୍ବନାଥପୁର ଗ୍ରାମର ପପୁନ୍ ପ୍ରଧାନ। ସୂଚନା ଯୋଗ୍ୟ ଯେ, ପପୁନ୍ ବୁରମାଲ ଗ୍ରାମରୁ ବିବାହ ଭୋଜି ଖାଇ ବାଇକ୍ ଯୋଗେ ରେଢ଼ାଖୋଲ କୁ ଫେରୁଥିଲେ ସମୟରେ ପୃଷ୍ଟି ନାମକ ରେଢ଼ାଖୋଲ ଘରୋଇ ଯାତ୍ରୀବାହୀ ବସ୍ ସହିତ ଧକ୍କା ହୋଇଥିଲା। ଫଳରେ ଘଟଣା ସ୍ଥଳରେ ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ପପୁନ୍ କୁ ୧୦୮ ଆମ୍ବୁଲାନ୍ସ ଯୋଗେ ରେଢ଼ାଖୋଲ ଉପଖଣ୍ଡ ଚିକିତ୍ସାଳୟ କୁ ଆଣିଥିଲେ। ଡାକ୍ତର ତାଙ୍କୁ ପ୍ରାଥମିକ ଚିକିତ୍ସା ପରେ ମୃତ ଘୋଷଣା କରିଥିଲେ। ସେପଟେ କିସିଣ୍ଡା ପୋଲିସ ଘଟଣା ସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଛି।…
ଭୁବନେଶ୍ୱର: କେନ୍ଦ୍ର ଦକ୍ଷତା ବିକାଶ ଓ ଉଦ୍ୟମିତା ଏବଂ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ରାଷ୍ଟ୍ରମନ୍ତ୍ରୀ ରାଜୀବ ଚନ୍ଦ୍ର ଶେଖର ସୋମବାର ଦିନ କାର୍ଯ୍ୟର ଭବିଷ୍ୟତ ଉପରେ ଆୟୋଜିତ ପ୍ରଦର୍ଶନୀର ଦ୍ୱିତୀୟ ଦିନର ବୈଠକକୁ ଉଦଘାଟନ କରିଛନ୍ତି। ଜି-୨୦ ଶିକ୍ଷା କାର୍ଯ୍ୟଗୋଷ୍ଠୀର ତୃତୀୟ ବୈଠକ ପୂର୍ବରୁ ଏହି ବିଶେଷ ପ୍ରଦର୍ଶନୀ ଆୟୋଜନ କରାଯାଉଛି। ଆଜିର ଉଦଘାଟନୀ ସମାରୋହରେ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟ ସଚିବ ଶ୍ରୀ ଅତୁଲ କୁମାର ତିୱାରୀ, ସିଆଇଆଇର ଭାରପ୍ରାପ୍ତ ଅଧ୍ୟକ୍ଷ ତଥା ଟିଭିଏସ ସପ୍ଲାଇ ଚେନ ସଲ୍ୟୁସନ୍ସର ଉପସଭାପତି ଆର. ଦିନେଶ, ଡେଲଏଟ୍ର ଭାଗିଦାର ଏନ.ଏସ.ଏନ ମୂର୍ତ୍ତି ପ୍ରମୁଖ ଅତିଥିଭାବେ ଯୋଗ ଦେଇଥିଲେ। ସମାରୋହକୁ ସମ୍ବୋଧିତ କରି କେନ୍ଦ୍ର ମନ୍ତ୍ରୀ ଶ୍ରୀ ଚନ୍ଦ୍ରଶେଖର କହିଥିଲେ ଯେ, ଏହି ସମ୍ମିଳନୀରେ ଲଜିଷ୍ଟିକ୍ସ କ୍ଷେତ୍ରରେ ସମନ୍ୱୟ, ଉପକୂଳ ଅର୍ଥବ୍ୟବସ୍ଥା ଏବଂ ଦୀର୍ଘସ୍ଥାୟିତ୍ୱ ଭଳି ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆଲୋଚନା କରାଯାଉଛି। ଉପକୂଳ ଅର୍ଥବ୍ୟବସ୍ଥାରେ ଦକ୍ଷତାବିକାଶ ପରିଦୃଶ୍ୟ ପାଇଁ ଏସବୁ ଆଲୋଚନା…
କନ୍ଦର୍ପ ବେହେରା ରେଢ଼ାଖୋଲ: ଗତ ୧୨ତାରିଖ ବୁଧବାର ଦିନ ସମ୍ବଲପୁର ନଗରରେ ହନୁମାନ ଭକ୍ତଙ୍କ ମୋଟର ସାଇକେଲ ଶୋଭାଯାତ୍ରା ଉପରକୁ ଯେଉଁଭଳି ଅମାନୁଷିକ ହିଂସାତ୍ମକ ଆକ୍ରମଣ ଏବଂ ୧୪, ତାରିଖ ରାତ୍ରୀ ସମ୍ବଲପୂର ବନବାସୀ ଯୁବକକୁ ହତ୍ୟା ଘଟଣା ଅତ୍ୟନ୍ତ ନିନ୍ଦନୀୟ ତେଣୁ ଏହାକୁ ନେଇ ରେଢ଼ାଖୋଲ ହିନ୍ଦୁ ସମାଜ ପକ୍ଷରୁ ଉପଜିଲ୍ଲାପାଳଙ୍କ ଜରିଆରେ ମହାମହିମ ରାଜ୍ୟପାଳଙ୍କୁ ଏକ ଲିଖିତ ଦାବିପତ୍ର ପ୍ରଦାନ କରାଯାଇଛି। ଶୋଭାଯାତ୍ରା ସମୟରେ ଭକ୍ତମାନଙ୍କ ଉପରେ ହୋଇଥିବା ସୁନିୟୋଜିତ ଆକ୍ରମଣ ପ୍ରଶାସନିକ ଅବ୍ୟବସ୍ଥା , ସୂଚନା ତନ୍ତ୍ରର ଅପାରଗତ ଓ ନିଷ୍ଫଳତା ଦର୍ଶାଉଛି। ଉକ୍ତ ସମୟରେ ଅତିକମ ସଂଖ୍ୟାକ କାର୍ଯ୍ୟରତ ପୋଲିସ ସ୍ଥାଣୁ ପାଲଟି ଥିଲେ ଓ ବର୍ବର ଆକ୍ରମଣର ଶିକାର ହୋଇ ରକ୍ତାକ୍ତ ହୋଇଛନ୍ତି। ପୂର୍ବରୁ ଅବଗତ ଥାଇ ମଧ୍ୟ ପୋଲିସର ନଗଣ୍ୟ ଉପସ୍ଥିତି ପ୍ରଶାସନର କାର୍ଯ୍ୟକଳାପ ପ୍ରତି ସଂଦେହ ସୃଷ୍ଟି କରେ। ଏସବୁ ଘଟଣା ନାଗରିକର ଧାର୍ମିକ ଆସ୍ଥା, ବିଶ୍ଵାସ ଓ ଧାର୍ମିକ ସ୍ବତନ୍ତ୍ରତା…
ଭୁବନେଶ୍ୱର: ଦେଶର ଅଗ୍ରଣୀ କରେଂଟ ଆଫେୟାର୍ସ ଓ କ୍ୟାରିୟର ମାଗାଜିନ୍ କମ୍ପିଟିସନ୍ ସକ୍ସେସ୍ ରିଭ୍ୟୁ (ସିଏସ୍ଆର୍) ପକ୍ଷରୁ ୨୦୨୩ ବର୍ଷ ନିମନ୍ତେ ଶିକ୍ଷା ଓ ଅନୁସନ୍ଧାନ (ସୋଆ)କୁ ଦେଶର ଉକୃଷ୍ଟ ବିଶ୍ୱବିଦ୍ୟାଳୟ ଭାବେ ମନୋନୀତ କରାଯିବା ସହ ଶିକ୍ଷା କ୍ଷେତ୍ରରେ ଉତ୍କର୍ଷତା ନିମନ୍ତେ ସମ୍ମାନିତ କରାଯାଇଛି। ରବିବାର ନୂଆଦିଲ୍ଲୀ ଠାରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ଏହି ସମ୍ମାନ ପ୍ରଦାନ କରାଯାଇଛି। ଏହି ସମ୍ମାନ ପ୍ରଦାନ ଉତ୍ସବରେ ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଂଜନ ନାୟକଙ୍କୁ ସିଏସ୍ଆର୍ ପକ୍ଷରୁ ଦେଶର ଅଗ୍ରଣୀ ଶିକ୍ଷାନୁଷ୍ଠାନର ପ୍ରତିଷ୍ଠାତା ଭାବେ ସମ୍ମାନ ପ୍ରଦାନ କରାଯାଇଛି। ସେହିପରି ସୋଆ ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର)କୁ ଶ୍ରେଷ୍ଠ ଶିକ୍ଷାନୁଷ୍ଠାନ ଏବଂ ସ୍କୁଲ୍ ଅଫ୍ ହୋଟେଲ ମ୍ୟାନେଜମେଂଟକୁ ଶ୍ରେଷ୍ଠ ହୋଟେଲ୍ ମ୍ୟାନେଜମେଂଟ ଶିକ୍ଷାନୁଷ୍ଠାନ ଭାବେ ସମ୍ମାନ ପ୍ରଦାନ କରାଯାଇଛି। ସୋଆ ପକ୍ଷରୁ ଶ୍ରୀ ନିଗମାନନ୍ଦ ପୃଷ୍ଟି ଏହି ସମ୍ମାନ ଗ୍ରହଣ କରିଥିଲେ। ସିଏସ୍ଆର…
କୈଳାଶ ଚନ୍ଦ୍ର ଚୌଧୁରୀ ବ୍ରହ୍ମପୁର: ବୁଗୁଡ଼ା ଥାନା ଅନ୍ତର୍ଗତ ଖୋଳଖାଳି ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ବାଲିଘାଇ ଠାରେ ମନରେଗା ପାଣ୍ଠିରେ ଏକ ଉନ୍ନୟନ କାର୍ଯ୍ୟ ଚାଲିଛି। ଉକ୍ତ କାର୍ଯ୍ୟସ୍ଥଳରେ ଏକ ଟ୍ରାକ୍ଟର ଚକା ତଳେ ସେହି ଗାଡ଼ିର ଡ଼୍ରାଇଭରର ଶବ ଦେଖିବାକୁ ମିଳିଛି। ମୃତ ଡ୍ରାଇଭର ଜଣଙ୍କ ପୋଲସରା ଥାନା ଅନ୍ତର୍ଗତ ହାତୀପାଦପଲୀ ଗ୍ରାମର ସିମାଞ୍ଚଳ ପ୍ରଧାନ ବୋଲି ଜଣାପଡିଛି। ଏହି ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳ ବାସୀ ଓ ବୁଗୁଡ଼ା ପୋଲିସ ଘଟଣାସ୍ଥଳରେ ପହଂଚି ୧୦୮ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନା ନେଇଥିଲେ। କିନ୍ତୁ ଡ଼ାକ୍ତର ସିମାଞ୍ଚଳକୁ ମୃତ୍ୟୁ ଘୋଷଣା କରିଥିଲେ। ଡ଼ାକ୍ତରଖାନାରେ ସ୍ଥାନୀୟ ତହସିଲଦାର ଓ ପୋଲିସ କର୍ମଚାରୀ ପହଞ୍ଚି ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ। ତେବେ ଏନେଇ ମୃତ ସିମାଞ୍ଚଳଙ୍କ ଭାଇ ଗୌତମ ଥାନାରେ ଅଭିଯୋଗ କରିଛନ୍ତି। ଏତଲା ଗ୍ରହଣ କରି ପୋଲିସ ଅନୁସନ୍ଧାନ କରୁଛି।
ଭୁବନେଶ୍ୱର: ପାରସ୍ପରିକ ସହଭାଗିତା ନିମନ୍ତେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଏବଂ ଆଇଟି ସର୍ଭିସେସ୍ ଓ ସଲ୍ୟୁସନ୍ସ କ୍ଷେତ୍ରରେ କାର୍ଯ୍ୟରତ ଥିବା କମ୍ପାନୀ ୟୁଏସ୍ଟି ପ୍ରଡକ୍ଟ ଇଞ୍ଜିନିୟରିଂ ମଧ୍ୟରେ ସୋମବାର ଏଠାରେ ଏକ ବୁଝାମଣା ସ୍ୱାକ୍ଷରିତ ହୋଇଛି। ଏହି ବୁଝାମଣାଟି ସୋଆର ପ୍ରୋ- ଭାଇସ୍ ଚାନ୍ସେଲର ପ୍ରଫେସର ଶିତିକଣ୍ଠ ମିଶ୍ର ଏବଂ ୟୁଏସ୍ଟି ପ୍ରଡକ୍ଟ ଇଞ୍ଜିନିୟରିଂର ସଭାପତି ଶ୍ରୀ ଏସ୍. ରାମପ୍ରସାଦଙ୍କ ମଧ୍ୟରେ ସ୍ୱାକ୍ଷରିତ ହୋଇଛି। ବୁଝାମଣା ଅନୁଯାୟୀ ସୋଆ ଛାତ୍ରଛାତ୍ରୀମାନଙ୍କର ଶିଳ୍ପ ଭିତିକ ପ୍ରଶିକ୍ଷଣ ତଥା ୟୁଏସ୍ଟି ପ୍ରଡକ୍ଟ ଇଞ୍ଜିନିୟରିଂର ଗ୍ରୁପ୍ କମ୍ପାନୀଗୁଡ଼ିକୁ ସୋଆର ଛାତ୍ରଛାତ୍ରୀମାନେ ପରିଦର୍ଶନ କରିବା ନିମନ୍ତେ କମ୍ପାନୀ ବ୍ୟବସ୍ଥା କରିବ। ସେହିପରି ବୈଷୟିକ ଜ୍ଞାନ କୌଶଳ ଏବଂ ଘରୋଇ ଆବଶ୍ୟକତା କ୍ଷେତ୍ରରେ ଅଧିକ ଜ୍ଞାନ ପ୍ରଦାନ ନିମନ୍ତେ ୟୁଏସଟି ପ୍ରଡକ୍ଟ ଇଞ୍ଜିନିୟରିଂ ବକ୍ତୃତା ଆୟୋଜନ କରିବେ। ଏହି ଅବସରରେ ସୋଆ ନିର୍ଦ୍ଦେଶକ ପ୍ରଫେସର ମାନସ କୁମାର ମଲ୍ଲିକ, ସୋଆ ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍…
କନ୍ଦର୍ପ ବେହେରା ରେଢ଼ାଖୋଲ: ଗତକାଲି ପୂର୍ବାହ୍ନ ୧୨ ଟାରେ ରେଢ଼ାଖୋଲ ଥାନା ମୁଟୁରୁମୁଣ୍ଡା ଗ୍ରାମ ନିକଟରେ ଶିମିଳିପାଳ ପଂଚାୟତର ଇଓ ଙ୍କର ବିୟୋଗ ଘଟିଛି। ଖବରରୁ ଜଣା ପଡ଼ିଛିଯେ, ନାକଟିଦେଉଳ ବ୍ଲକ୍ ଶମିଳିପାଳ ପଂଚାୟତର ଇଓ ତ୍ରିନାଥ ମହାକୁଡ ଅଫିସ୍ କାମ ସାରି ପୂର୍ବାହ୍ନ ୧୨ ଟାରେ ରେଢ଼ାଖୋଲ ଫେରୁଥିବା ବେଳେ ମୁଟୁରୁମୁଣ୍ଡା ଗ୍ରାମ ନିକଟସ୍ଥ ବୁଲାଣିରେ ନିଜ ବାଇକରେ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ବରେ ଥିବା ବେରିକେଟ ରେ ପିଟି ହୋଇ ଛିଟିକି ପଡ଼ିଥିଲେ। ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ମୁଣ୍ଡରେ ଗଭୀର ଆଘାତ ଲାଗିଥିବାରୁ ଅତ୍ୟଧିକ ରକ୍ତସ୍ରାବ ହୋଇଥିଲା, ଯାହାଫଳରେ ତାଙ୍କର ମୃତ୍ୟୁ ହୋଇଥିଲା। ମୃତକ ତ୍ରିନାଥ ମହାକୁଡଙ୍କର ରେଢ଼ାଖୋଲରେ ଘର କରି ରହୁଥିଲେ। ତାଙ୍କର ନିଜସ୍ବ ଗ୍ରାମ ବୁର୍ଡା ପଂଚାୟତରେ ବୋଲି ଜଣା ପଡ଼ିଛି। ପୋଲିସ୍ ଶବ ଜବତ କରି ଏକ ମାମଲା ରୁଜୁ କରିଛି ଏବଂ ଶବକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।
କୈଳାଶ ଚନ୍ଦ୍ର ଚୌଧୁରୀ ବ୍ରହ୍ମପୁର: ବୁଗୁଡ଼ା ଥାନା ଅନ୍ତର୍ଗତ ତାଳସାକର ଗ୍ରାମରେ ଏକ ରୋମାଞ୍ଚକର ଘଟଣା ଘଟିଛି। ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଅଞ୍ଚଳର ଜଣେ ଯୁବକ ଜଣେ ଝିଅକୁ ବାହାହେବା ପାଇଁ ପୂର୍ବ ପ୍ରସ୍ତୁତି ପ୍ରକାରେ ନିଜ ପରିବାର ଲୋକଙ୍କ ସହ ତାଳସାକର ଗ୍ରାମରେ ଆସି ପହଞ୍ଚିଥିଲେ। କନ୍ୟା ପକ୍ଷରୁ ସକାଳେ ଭୋଜି ହୋଇ ସନ୍ଧ୍ୟାରେ ବାହାଘର ପାଇଁ ପ୍ରସ୍ତୁତି ଆରମ୍ଭ ହେଉଥିଲା। ପୁରୋହିତ, ରାଉଳ ଓ ବାରିକଙ୍କ ସମେତ ଉଭୟ ପକ୍ଷ ବିବାହ ବେଦୀରେ ମିଳନ ବେଳେ ହଠାତ୍ କନ୍ୟା ବେଦୀରୁ ଉଠି ମୁଁ ଏହି ଟୋକାକୁ ବାହା ହେବିନି, ମୋର ଆଉଜଣେ ପୁଅ ସହିତ ସମ୍ପର୍କ ରହିଛି ବୋଲି ଜିଦ୍ କରି ଧରି ବସିଥିଲା। ଯାହା ଫଳରେ ଉଭୟ ପକ୍ଷଙ୍କ ମୁଣ୍ଡରେ ଚଡକ ପସିଥିଲା। ଶେଷରେ କଥା ଗଲା ଥାନାକୁ। ଥାନା ଅଧିକାରୀ ଓ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ବହୁତ ବୁଝାସୁଝା ପରେ ମଧ୍ୟ କୌଣସି ସମାଧାନ ହେଲା…
ଭୁବନେଶ୍ଵର: ରାଜ୍ୟ ପାଇଁ ଆଉ ଗୋଟିଏ ଭଲ ଖବର। ଲୋକପ୍ରିୟ ଓଡ଼ିଆ ଚ୍ୟାନେଲ ଜୀ-ସାର୍ଥକରେ ରଜ ସମୟରେ ମାସିକ ଋତୁସ୍ରାବ ସମ୍ପର୍କିତ ସଚେତନତା ସୃଷ୍ଟି କରିବା ପାଇଁ ଏକ ଅଭିନବ ପ୍ରୟାସ ‘ନାଲି ବିନ୍ଦୁ’ ଅଭିଯାନ ଆରମ୍ଭ କରାଯାଇଥିଲା। ଏହି ଅଭିଯାନଟି ‘ପ୍ରୋମାକ୍ସ ଇଣ୍ଡିଆ ରିଜିଓନାଲ ଆୱାର୍ଡ 2023’ ର ଦୁଇଟି କ୍ୟାଟେଗୋରିରେ ଆୱାର୍ଡ ପାଇଛି। ପ୍ୟାନ ଇଣ୍ଡିଆ ଅର୍ଥାତ୍ ଜାତୀୟ ସ୍ତରରେ, ପବ୍ଲିକ୍ ସର୍ଭିସ ବା ଜନସେବା କ୍ୟାଟେଗୋରି ଅଧୀନରେ ଓ ମୋସ୍ଟ ଆଉଟଷ୍ଟାଣ୍ଡିଂ ମାର୍କେଟିଙ୍ଗ ଇନିସିଏଟିଭ (ଆଉଟ ଅଫ ହାଉସ) କ୍ୟାଟେଗୋରି ଅଧୀନରେ ଦୁଇଟି ଗୋଲ୍ଡ ପାଇ ରାଜ୍ୟ ପାଇଁ ଗୌରବ ହାସଲ କରିଛି। ଜୀ-ସାର୍ଥକର ଏହି ଅଭିନବ ପ୍ରୟାସ ଜାତୀୟସ୍ତରରେ ବହୁ ସମ୍ମାନ ଓ ପ୍ରଶଂସା ର ପାତ୍ର ହୋଇଛି। ଜୀ-ସାର୍ଥକର ଚିଫ କ୍ଲଷ୍ଟର ହେଡ୍ ସମ୍ରାଟ ଘୋଷ ଏବଂ ଚ୍ୟାନେଲ ହେଡ୍ ପ୍ରତୀକ ସିଲଙ୍କ ବିଶେଷ ଆଗ୍ରହ ଓ ତତ୍ତ୍ଵାବଧାନରେ ଏହି ଅଭିଯାନଟି ସଫଳ ହୋଇଛି…
ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି ଶ୍ରମ ବିଭାଗର ଅଧିକାରୀଙ୍କ ସହ ଏକ ବୈଠକ କରି ଶ୍ରମିକମାନଙ୍କ ପାଇଁ ଘର ଏବଂ ହଷ୍ଟେଲ (ଆଶ୍ରୟସ୍ଥଳୀ) ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏକ ଟୁଇଟ୍ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ କହିଛି ଯେ, ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି ଶ୍ରମ ବିଭାଗ ସହିତ ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ କରିଥିଲେ। ଦିଲ୍ଲୀରେ ପଞ୍ଜୀକୃତ ହୋଇଥିବା ୧୩ ଲକ୍ଷ ଶ୍ରମିକଙ୍କ ପାଇଁ ସରକାରୀ ସୁବିଧା ତଥା ଯୋଜନା ଉପଲବ୍ଧ କରାଇବା ପାଇଁ ମୁଖ୍ୟମନ୍ତ୍ରୀ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ବୈଠକରେ ନିମ୍ନଲିଖିତ ପଏଣ୍ଟ ଉପରେ ନିଷ୍ପତ୍ତି ନିଆଗଲା- – ସମସ୍ତ ଶ୍ରମିକଙ୍କୁ ବସ୍ ରେ ମାଗଣା ଯାତ୍ରା ପାଇଁ ବାର୍ଷିକ DTC (ଦିଲ୍ଲୀ ପରିବହନ ନିଗମ) ପାସ୍ ଦିଆଯିବ। – ଶ୍ରମିକମାନଙ୍କ ରହିବା ପାଇଁ ଘର ଏବଂ ହଷ୍ଟେଲଗୁଡିକର ବ୍ୟବସ୍ଥା। – ସମସ୍ତ ଶ୍ରମିକଙ୍କ ପିଲାମାନଙ୍କ ପାଇଁ ମାଗଣା କୋଚିଂର ବ୍ୟବସ୍ଥା। – ସମସ୍ତ ଶ୍ରମିକଙ୍କୁ…
ନୂଆଦିଲ୍ଲୀ: ଆଜି ଆଇପିଏଲରେ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ସନରାଇଜର୍ସ ହାଇଦ୍ରାବାଦ ମୁହାଁମୁହିଁ ହେବେ। ଆଇପିଏଲର ଏହି ସଂସ୍କରଣ ବର୍ତ୍ତମାନ ପର୍ଯ୍ୟନ୍ତ ଉଭୟ ଦଳ ପାଇଁ ବହୁତ ଖରାପ ହୋଇଛି। ଏହି ଦଳଗୁଡ଼ିକ ପଏଣ୍ଟ ଟେବୁଲର ତଳେ ରହିଛନ୍ତି। ହାଇଦ୍ରାବାଦ ନବମ ଏବଂ ଦିଲ୍ଲୀ ଦଶମ ସ୍ଥାନରେ ରହିଛି। ଆଜିର ମ୍ୟାଚରେ ହାଇଦ୍ରାବାଦର ଖେଳାଳି ଏକାଦଶରେ ପରିବର୍ତ୍ତନ ହେବାର ସାମାନ୍ୟ ଆଶା ଅଛି, କିନ୍ତୁ ଦିଲ୍ଲୀ କ୍ୟାପିଟାଲ୍ସ ଦଳ ଏହାର ଦୁଇ ଗୁରୁତ୍ୱପୂର୍ଣ୍ଣ ଖେଳାଳି ପୃଥ୍ବୀ ଶ’ ଏବଂ ମିଚେଲ ମାର୍ଶଙ୍କୁ ଡ୍ରପ୍ କରିପାରେ। ବାସ୍ତବରେ ହାଇଦ୍ରାବାଦର ସୀମିତ ବିକଳ୍ପ ଅଛି ଏବଂ ତା’ପରେ ସେମାନଙ୍କର ସମସ୍ତ ଖେଳାଳି କିଛି ସମୟରେ ଭଲ ପ୍ରଦର୍ଶନ କରିଛନ୍ତି। ଏଭଳି ପରିସ୍ଥିତିରେ ଏହି କମଳା ସେନା ଆଜିର ମ୍ୟାଚରେ କୌଣସି ପରିବର୍ତ୍ତନ କରିବାକୁ ଦେଖାଯାଉ ନାହିଁ। ଅନ୍ୟପକ୍ଷରେ ଦିଲ୍ଲୀ କ୍ୟାପିଟାଲ୍ସରୁ ପୃଥ୍ବୀ ଶ’ ଏବଂ ମିଚେଲ ମାର୍ଶ ଚଳିତ ସିଜନରେ ସମ୍ପୂର୍ଣ୍ଣ ଫ୍ଲପ୍ ହୋଇଛନ୍ତି। ଏହି…
ନୂଆଦିଲ୍ଲୀ: ଦିଲ୍ଲୀରେ ହେବାକୁ ଥିବା ମେୟର ନିର୍ବାଚନ ପୂର୍ବରୁ ଆମ୍ ଆଦମୀ ପାର୍ଟି ଏକ ଅସୁବିଧାର ସମ୍ମୁଖୀନ ହୋଇଛି। ଆମ୍ ଆଦମୀ ପାର୍ଟିର ଜଣେ ମହିଳା କାଉନସିଲର ବିଜେପିରେ ଯୋଗ ଦେଇଛନ୍ତି। ଦ୍ୱାରକାରୁ ଆମ୍ ଆଦମୀ ପାର୍ଟିର କାଉନସିଲର ସୁନୀତା ବିଜେପିରେ ଯୋଗ ଦେଇଛନ୍ତି। ଦିଲ୍ଲୀ ବିଜେପି ସଭାପତି ବିରେନ୍ଦ୍ର ସଚ୍ଚେଦବା ତାଙ୍କୁ ଦଳରେ ସାମିଲ କରିଛନ୍ତି। ଉଲ୍ଲେଖ ଯୋଗ୍ୟ ଯେ, ମେୟର ପଦବୀ ପାଇଁ ନିର୍ବାଚନ ଏପ୍ରିଲ ୨୬ ତାରିଖରେ ଅନୁଷ୍ଠିତ ହେବ। ଦିଲ୍ଲୀ ମ୍ୟୁନିସିପାଲିଟି କର୍ପୋରେସନ୍ ନିର୍ବାଚନରେ ୨୫୦ ଟି ସିଟ୍ ମଧ୍ୟରୁ ବିଜେପି ୧୦୪ ଟି ସିଟ୍ ଜିତିଛି। ଯେଉଁଠାରେ ଏଏପି ୧୩୪ ଟି ସିଟ୍ ପାଇଛି। ମେୟର ନିର୍ବାଚନ ପୂର୍ବରୁ ବିଜେପିର ଦୁଇଜଣ କାଉନସିଲର ବିଜେପିରେ ଯୋଗ ଦେଇଥିଲେ ଏବଂ ଏହାର କାଉନସିଲରଙ୍କ ସଂଖ୍ୟା ୧୦୬ କୁ ବୃଦ୍ଧି ପାଇଥିଲା। ବର୍ତ୍ତମାନ ଆଉ ଜଣେ କାଉନସିଲର ଝାଡୁ ଛାଡି ପଦ୍ମ ଧରିଛନ୍ତି। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ…
କୈଳାଶ ଚନ୍ଦ୍ର ଚୌଧୁରୀ ବ୍ରହ୍ମପୁର: ବୈଦ୍ୟନାଥପୁର ପୋଲିସ ମୋବାଇଲ ଲୁଟ୍ ଅଭିଯୋଗରେ ଗଜପତି ନଗର ଅଞ୍ଚଳର ଅଭିଷେକ ଶତପଥୀ ନାମକ ଜଣେ ଯୁବକକୁ ଗିରଫ କରିଛନ୍ତି। ପ୍ରକାଶ ଯୋଗ୍ୟ ଯେ, ମେଡିକାଲ ବ୍ୟାଙ୍କ କଲୋନୀର କିଶାନ୍ ବେହେରା ନାମକ ଜଣେ ବ୍ୟକ୍ତି ବାଇକ୍ ରେ ଘରକୁ ଫେରିବା ବେଳେ ଏକ ଫୋନ କଲ୍ ଆସିବାରୁ ମେଡିକାଲ ଖେଳ ପଡିଆ ନିକଟ ରାସ୍ତା କଡ଼ରେ ଛିଡ଼ା ହୋଇ କଥା ହେଉଥିଲେ। ଏତିକି ବେଳେ ଗିରଫ ଯୁବକ ଅଭିଷେକ ହଠାତ୍ ଆସି କିଶାନ୍ କୁ ଧକ୍କା ଦେବାରୁ ସେ ତଳେ ପଡ଼ିଯାଇଥିଲେ ଓ ଅଭିଷେକ ତାଙ୍କର ମୋବାଇଲ ଫୋନ ଟି ଧରି ସେଠାରୁ ପଳାୟନ କରିବା ବେଳେ କିଶାନ୍ ତା ପିଛା ଗୋଡ଼ାଇ ଥିଲେ। କିନ୍ତୁ ସେ ନପାଇ ବୈଦ୍ୟନାଥ ପୁର ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ପୋଲିସ ଅନୁସନ୍ଧାନ କରି ଅଭିଷେକକୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।
କନ୍ଧମାଳ: କନ୍ଧମାଳ ଜିଲ୍ଲା ଖଜୁରିଆପଡ଼ା ଥାନା ଅଞ୍ଚଳରେ ଚଢ଼ାଉ କରି ଏସଟିଏଫ ବାଘ ଛାଲ ଜବତ କରିଛି। ଏଥିରେ ଦୁଇ ଜଣ ବନ୍ୟଜନ୍ତୁ ଶିକାରୀକୁ ଏସଟିଏଫ ଗିରଫ କରିଛି। ସୂଚନା ମୁତାବକ ଗତକାଲି ସନ୍ଧ୍ୟାରେ ଖଜୁରିଆପଡ଼ା ଅଞ୍ଚଳରେ ବେଆଇନ ବାଘ ଛାଲ ଡ଼ିଲ ହେଉଥିବାର ଖବର ପାଇଥିଲା ଏସଟିଏଫ। ବିଳମ୍ବ ନକରି ଉକ୍ତ ସ୍ଥାନରେ ଚଢ଼ାଉ କରି ଅଭିଯୁକ୍ତ ସୁଜିତ ରାଜସ୍ବଦୀପ ଏବଂ ଧନଞ୍ଜୟ ବେହେରାଙ୍କୁ ଏସଟିଏଫ ଗିରଫ କରିଛି। ସେମାନଙ୍କ ନିକଟରୁ ଏକ ବାଘ ଛାଲ ଜବତ ହୋଇଥିବା ବେଳେ କେସ ନମ୍ବର ୮/୨୩ ରେ ମାମଲା ରୁଜୁ କରି ଉଭୟ ଅଭିଯୁକ୍ତଙ୍କୁ ଏସଟିଏଫ କୋର୍ଟଚାଲାଣ କରିଛି। ଅପରପକ୍ଷେ ଜବତ ବାଘ ଛାଲକୁ ଅଧିକ ପରୀକ୍ଷଣ ନିମନ୍ତେ ଦେହେରାଦୁନ ସ୍ଥିତ ଭାରତୀୟ ବନ୍ୟପ୍ରାଣୀ ଅନୁଷ୍ଠାନକୁ ପଠାଯିବ ବୋଲି ଏସଟିଏଫ କହିଛି।
କୈଳାଶ ଚନ୍ଦ୍ର ଚୌଧୁରୀ ବ୍ରହ୍ମପୁର: ପାରିବାରିକ କଳହରୁ ମହାଭାରତ। ସମ୍ପତ୍ତି ଭାଗବଣ୍ଟାକୁ ନେଇ ଦାଦାଙ୍କୁ ଦୁଇ ପୁତୁରା ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଦାଦା ଗୌରହରି ନନ୍ଦ ଗୁରୁତର ଆହତ ହୋଇ ବ୍ରହ୍ମପୁର ବଡ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଘଟଣାରୁ ପ୍ରକାଶ ଯେ, ଗୌରହରିଙ୍କ ବଡ଼ଭାଇର ଦଶାହ କାର୍ଯ୍ୟ ନିମନ୍ତେ ସେ ଉକ୍ତ ଗ୍ରାମକୁ ଯାଇଥିଲେ ଓ ଦଶାହ କାର୍ଯ୍ୟକ୍ରମ ସରିଲା ପରେ ଅନ୍ୟ ବଂଶ ବଂଧୁ ମାନଙ୍କ ସହ ପୋଖରୀ ରେ ଶୌଚ ହେବା ବେଳେ ହଠାତ୍ ଦୁଇ ପୁତୁରା ବିରୁପାକ୍ଷ ଓ ତ୍ରିଲୋଚନ ନିଜ ଭିଣୋଇ କାଳୁ ଚରଣ ପଣ୍ଡାଙ୍କ ସହ ମିଶି ଘରର ସମ୍ପତ୍ତି ଭାଗବଣ୍ଟାକୁ ନେଇ ଗଣ୍ଡଗୋଳ ଓ ଅତର୍କିତ ଭାବେ ଆକ୍ରମଣ କରିଥିଲେ। ଯାହା ଫଳରେ ସେ ଗୁରୁତର ଆହତ ହୋଇ ପ୍ରଥମେ ବୁଗୁଡ଼ା ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ ଓ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି…
ପାଟନା: ବିହାରର ନୱାଦାରେ ଜନତା ଦଳ ୟୁନାଇଟେଡ (ଜେଡିୟୁ) ର ପୂର୍ବତନ ବ୍ଲକ ସଭାପତି ତଥା ଦଳର କାର୍ଯ୍ୟକର୍ତ୍ତା ମଞ୍ଜୁର ଆଲାମଙ୍କ ସମେତ ତିନି ଜଣଙ୍କୁ ପୋଲିସ ଗିରଫ କରିଛି। ମଞ୍ଜୁର ଆଲାମଙ୍କ ଘରୁ ଚାରିଟି ଜୀବନ୍ତ ବୋମା, ସାତୋଟି କଟା, ଗୋଟିଏ ପିସ୍ତଲ, ଗୋଟିଏ ରାଇଫଲ ଏବଂ ଲାଇଭ କାର୍ଟ୍ରିଜ ମଧ୍ୟ ଉଦ୍ଧାର କରାଯାଇଛି। ଯଦିଓ ପୋଲିସ ଏ ବିଷୟରେ କିଛି କହିବାକୁ ବାରଣ କରୁଛି। ବିଶେଷ ଅନୁସନ୍ଧାନ ପରେ ଅଧିକାରୀମାନେ ଏହା ବିଷୟରେ ସୂଚନା ଦେବେ। ମଞ୍ଜୁର ଆଲାମ ବ୍ୟତୀତ ପୋଲିସ ତାଙ୍କ ପୁଅ ଏବଂ ଜ୍ୱାଇଁଙ୍କୁ ଗିରଫ କରିଛି। ନୱାଦା ଏସପିଙ୍କ ତତ୍ତ୍ୱାବଧାନରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ରବିବାର ରାତିରେ ପୋଲିସ ନୱାଦା ଜିଲ୍ଲାର ନରହାଟ ବ୍ଲକର ନରହାଟ ବଜାର ନିବାସୀ ମଞ୍ଜୁର ଆଲାମଙ୍କ ଘରେ ଚଢାଉ କରିଥିଲା। ଏହି ଚଢାଉରେ ବହୁ ପରିମାଣର ଅସ୍ତ୍ରଶସ୍ତ୍ର ଓ ବୋମା ଉଦ୍ଧାର କରାଯାଇଛି।
ନୂଆଦିଲ୍ଲୀ: ରେସଲିଂ ଫେଡେରେସନ୍ ଅଫ୍ ଇଣ୍ଡିଆ ଏବଂ ଏହାର ସଭାପତି ବ୍ରିଜ ଭୂଷଣ ସିଂଙ୍କ ବିରୋଧରେ କୁସ୍ତିଯୋଦ୍ଧାମାନଙ୍କର ଜନ୍ତର ମନ୍ତ୍ରରରେ ଧର୍ମଘଟ ଜାରି ରହିଛି। ଏହି ଦ୍ୱିତୀୟ ପ୍ରତିବାଦରେ ବିନେଶ ଫୋଗାଟ, ସାକ୍ସି ମଲିକ, ବଜରଙ୍ଗ ପୁନିଆ ସାମିଲ ହୋଇଛନ୍ତି। ଭାରତୀୟ ରେସଲିଂ ଫେଡେରେଶନ ବିରୋଧରେ ଅନୁସନ୍ଧାନ କମିଟିର ରିପୋର୍ଟ ଆସିବା ପର୍ଯ୍ୟନ୍ତ ସେମାନେ ଧର୍ମଘଟ ଜାରି ରଖିବେ ବୋଲି କହିଛନ୍ତି। ଏହି ସମୟରେ ଜନ୍ତର ମନ୍ତ୍ରରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ବିନେଶ ଫୋଗାଟ କ୍ରୀଡ଼ା ମନ୍ତ୍ରଣାଳୟ ଉପରେ ଏକ ବଡ ଅଭିଯୋଗ ଆଣି କହିଛନ୍ତି ଯେ, କମିଟି କେବଳ ନାମ ପାଇଁ, ସବୁକିଛି ବ୍ରିଜ ଭୂଷଣଙ୍କ ଦ୍ୱାରା କରାଯାଉଛି। ଫୋଗାଟ କହିଛନ୍ତି ଯେ, କ୍ରୀଡା ମନ୍ତ୍ରଣାଳୟ ପକ୍ଷରୁ ରାଜନୀତି ଚାଲିଛି। ମନ୍ତ୍ରଣାଳୟ ଯାହା କହିଲା ଆମେ ତାହା କରିଥିଲୁ। ମୁଁ ନାମ ନେବି ନାହିଁ କିନ୍ତୁ ଯାହାକୁ ଆମେ ବିଶ୍ଵାସ କରିଥିଲୁ ସେ ହିଁ ଆମ ସହିତ ଖେଳିଲେ। ଅନ୍ୟପକ୍ଷରେ…
ନୂଆଦିଲ୍ଲୀ: DRS ବର୍ତ୍ତମାନ ‘ଧୋନି ରିଭ୍ୟୁ ସିଷ୍ଟମ’ରେ ପରିଣତ ହୋଇଛି। ଆଇପିଏଲ୍ ସମୟରେ ଧୋନି ଏପରି ଅନେକ ନିଷ୍ପତ୍ତି ନିଅନ୍ତି, ଯାହା ଏହି କଥାକୁ ସତ ବୋଲି ପ୍ରମାଣ କରେ। ବର୍ତ୍ତମାନ କେକେଆର୍ ବିପକ୍ଷ ମ୍ୟାଚ୍ ସମୟରେ ସମାନ ଘଟଣା ଘଟିଛି, ଏଥର ଧୋନି ତାଙ୍କ ବ୍ୟାଟିଂ ସମୟରେ DRS ମଧ୍ୟ ନେଇଥିଲେ। ଶେଷରେ ନିର୍ଣ୍ଣୟ ସାମ୍ନାକୁ ଆସିଲା, ଯାହା ଫଳାଫଳ ଆଶା କରାଯାଉଥିଲା। ଧୋନିଙ୍କୁ ସିଏସକେ ଇନିଂସର ଶେଷ ଓଭରରେ ବ୍ୟାଟିଂ କରିବାକୁ ପଡିଥିଲା। ଏଭଳି ପରିସ୍ଥିତିରେ ଶେଷ ଓଭର ବୋଲର କୁଲୱନ୍ତ ଖେଜ୍ରୋଲିୟାଙ୍କ ପଞ୍ଚମ ବଲ ମାହିଙ୍କୁ ଫୁଲ ଟସ୍ ଫିଙ୍ଗିଥିଲେ, ଯେଉଁଥିରେ ଧୋନି ଏକ ସଟ ମାରିବାକୁ ଚେଷ୍ଟା କରିଥିଲେ କିନ୍ତୁ ମିସ୍ ହୋଇଥିଲେ। ସେହି ବଲଟିକୁ ଅମ୍ପାୟାର ନୋ ବଲ ନଦେବାରୁ ଧୋନୀ DRS ମାଗିଥିଲେ। ତାହା ହିଁ ଘଟିଲା। ଧୋନିଙ୍କ ଅଣ୍ଟା ଉପରେ ବଲ୍ ଯାଉଥିବାର ତୃତୀୟ ଅମ୍ପାୟାର ଟିଭିରେ ଦେଖିଲେ। ଏହା ପରେ…
କୋଲକାତା: କେନ୍ଦ୍ରରେ ବିଜେପି ନେତୃତ୍ୱାଧୀନ ସରକାର ବିରୋଧରେ ବିରୋଧୀ ଦଳକୁ ଏକଜୁଟ କରିବା ଲାଗି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଆଜି କୋଲକାତାରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଭେଟିବେ। କଂଗ୍ରେସ ରାଷ୍ଟ୍ରୀୟ ସଭାପତି ମଲ୍ଲିକାର୍ଜୁନ ଖଡଗେ ଏବଂ ପୂର୍ବତନ ସାଂସଦ ରାହୁଲ ଗାନ୍ଧୀଙ୍କୁ ଭେଟିବା ପାଇଁ ଦିଲ୍ଲୀ ଗସ୍ତ ପରେ ଏହି ବୈଠକ ଅନୁଷ୍ଠିତ ହେବ। ଆସନ୍ତା ବର୍ଷ ହେବାକୁ ଥିବା ଲୋକସଭା ନିର୍ବାଚନ ପୂର୍ବରୁ ମହାମେଣ୍ଟର ଭିତ୍ତିପ୍ରସ୍ତର ସ୍ଥାପନ ଦିଗରେ ଏହି ବୈଠକ ଏକ ପ୍ରମୁଖ ପଦକ୍ଷେପ ଭାବରେ ବିବେଚନା କରାଯାଉଛି। ପ୍ରକାଶଯେ, ଅତୀତରେ ଅନୁଷ୍ଠିତ ବୈଠକ ପରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ବେଳେ କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି ଯେ, ବିରୋଧୀ ଏକତା ତଥା “ଆଦର୍ଶ ସଂଗ୍ରାମ” ପାଇଁ ଏହା ଏକ ଐତିହାସିକ ପଦକ୍ଷେପ। ମଲ୍ଲିକାର୍ଜୁନ ଖଡଗେ, ଜେଡିୟୁ ଏବଂ ଆରଜେଡି ନେତାଙ୍କ ସହ ନିଜର ଏକ ଫଟୋ ପୋଷ୍ଟ କରିଥିବା ରାହୁଲ ଗାନ୍ଧୀ କହିଛନ୍ତି…

