ଭୁବନେଶ୍ୱର: ବିଶ୍ୱ ସ୍ୱାସ୍ଥ୍ୟ ଦିବସ ପାଳନ ଅବସରରେ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ରେ ଆୟୋଜିତ ଏକ କୁଇଜ ପ୍ରତିଯୋଗିତାରେ ଇସିକା ଅଗ୍ରୱାଲ୍, ଶିବମ୍ ଓ ଜୟନ୍ତ କୁମାରଙ୍କୁ ନେଇ ଗଠିତ ଟିମ୍ ବିଜୟୀ ହୋଇଛି। ଇଣ୍ଡିଆନ୍ ଆସୋସିଏସନ୍ ଅଫ୍ ପ୍ରିଭେଂଟିଭ୍ ଆଣ୍ଡ ସୋସିଆଲ୍ ମେଡିସିନ୍ (ଆଇଏପିଏସ୍ଏମ୍) ପକ୍ଷରୁ ଜାତୀୟ ସ୍ତରରେ ଏହି କୁଇଜର ଆୟୋଜନ କରାଯାଇଥିଲା। ଏହି ହସ୍ପିଟାଲ୍ରେ ଏପ୍ରିଲ୍ ୭ ତାରିଖରେ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ପାଳନ ଅବସରରେ ଦୁଇଟି ପର୍ଯ୍ୟାୟରେ ଏହା ଆୟୋଜନ କରାଯାଇଥିଲା। ଆଇଏମଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ର ଛାତ୍ରଛାତ୍ରୀଙ୍କୁ ନେଇ ତିନି ସଦସ୍ୟ ବିଶିଷ୍ଟ ୧୪ ଟି ଟିମ୍ ଏହି କାର୍ଯ୍ୟକ୍ରମରେ ଭାଗ ନେଇଥିଲେ। ଏପ୍ରିଲ୍ ୩ ତାରିଖରେ ଏଲିମିନେସନ୍ ରାଉଣ୍ଡ କରାଯାଇଥିବା ବେଳେ ୪ଟି ଟିମ୍ ଫାଇନାଲକୁ ଉତୀର୍ଣ୍ଣ ହୋଇଥିଲେ ବୋଲି କମ୍ୟୁନିଟି ମେଡିସିନ୍ ବିଭାଗର ଆସୋସିଏଟ୍ ପ୍ରଫେସର ଡାକ୍ତର ବିକାଶ ଚନ୍ଦ୍ର ନାୟକ କହିଥିଲେ। ଏପ୍ରିଲ୍ ୧୦ ତାରିଖରେ…
Author: Samikhsya Bureau
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆଜି ପୂର୍ବାହ୍ନ ୧୦.୩୦ ରେ ନୂତନ ଭାବରେ ନିଯୁକ୍ତ କର୍ମଚାରୀଙ୍କୁ ପ୍ରାୟ ୭୧,୦୦୦ ନିଯୁକ୍ତି ପତ୍ର ବଣ୍ଟନ କରିବେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ମଧ୍ୟ ଏହି ନବ ନିଯୁକ୍ତ କର୍ମଚାରୀମାନଙ୍କୁ ସମ୍ବୋଧିତ କରିବେ। ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ଶିକ୍ଷା, କୌଶଳ ବିକାଶ ଏବଂ ଉଦ୍ୟମଶୀଳତା ମନ୍ତ୍ରୀ, ଭାରତ ସରକାର, ଭୁବନେଶ୍ୱରରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ୨୩୬ ନବନିଯୁକ୍ତଙ୍କୁ, ବିଶ୍ୱେଶ୍ୱର ଟୁଡୁ, କେନ୍ଦ୍ର ରାଷ୍ଟ୍ର ମନ୍ତ୍ରୀ, ଆଦିବାସୀ ବ୍ୟାପାର ଏବଂ ଜଳ ଶକ୍ତି, ଭାରତ ସରକାର, କଟକ ଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ୨୦୪ ନବନିଯୁକ୍ତଙ୍କୁ ଏବଂ ଫଗନ ସିଂ କୁଲାଷ୍ଟେ, କେନ୍ଦ୍ର ରାଷ୍ଟ୍ର ମନ୍ତ୍ରୀ, ଇସ୍ପାତ ଏବଂ ଗ୍ରାମୀଣ ବିକାଶ, ଭାରତ ସରକାର, ବିଶାଖାପାଟନମ୍ ଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ୧୯୦ ନବନିଯୁକ୍ତଙ୍କୁ ଯଥାକ୍ରମେ ନିଯୁକ୍ତି ପତ୍ର ବଣ୍ଟନ କରିବେ। ରୋଜଗାର ସୃଷ୍ଟି ପାଇଁ ସର୍ବୋଚ୍ଚ ପ୍ରାଥମିକତା ଦେବା ପାଇଁ ପ୍ରଧାନମନ୍ତ୍ରୀଙ୍କ…
ଭୁବନେଶ୍ୱର: ପଞ୍ଜାବ ନ୍ୟାସ୍ନାଲ ବ୍ୟାଙ୍କର ୧୨୯ ତମ ପ୍ରତିଷ୍ଠା ଦିବସ ଅବସରରେ ବୁଧବାର ବ୍ୟାଙ୍କର ପୋଖରୀପୁଟ ଶାଖାରେ ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ ପକ୍ଷରୁ ଏକ ସ୍ୱତନ୍ତ୍ର ସ୍ୱାସ୍ଥ୍ୟ ଶିବିର ଆୟୋଜିତ ହୋଇଯାଇଛି। ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ର ଏକ ୬ ଜଣିଆ ଡାକ୍ତରୀ ଟିମ୍ଙ୍କ ତତ୍ୱାବଧାନରେ ସମ୍ପୃକ୍ତ ଶାଖାରେ ବ୍ୟାଙ୍କ୍ କର୍ମଚାରୀଙ୍କ ସମେତ ବ୍ୟାଙ୍କକୁ ଆସୁଥିବା ସମସ୍ତ ବ୍ୟକ୍ତିଙ୍କର ରକ୍ତଚାପ, ମଧୁମେହ ଏବଂ ଶରୀରର ସାଧାରଣ ସମସ୍ୟାର ପରୀକ୍ଷା ନିରୀକ୍ଷା କରାଯାଇଛି। ଏହି ସ୍ୱାସ୍ଥ୍ୟ ଶିବିରର ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଭୁବନେଶ୍ୱର ପିଏନ୍ବି ସର୍କଲର ମୁଖ୍ୟ ଚିିତରଂଜନ ପୁଷ୍ଟି, ଭୁବନେଶ୍ୱର ପିଏନ୍ବି ଜୋନାଲ୍ ଅଫିସର ମୁଖ୍ୟ ଏ.ଉଦୟ ଭାସ୍କର ରେଡୀ, ଡେପୁଟି ଜୋନାଲ୍ ମ୍ୟାନେଜର ଜନ୍ମେଜୟ ଦୀକ୍ଷିତ, ପୋଖରୀପୁଟ ସ୍ଥିତ ପିଏନ୍ବି ଶାଖା ମୁଖ୍ୟ (ବ୍ରାଂଚ ମ୍ୟାନେଜର) ସୁରେଶ କୁମାର ସାହୁ, ଅଲ ଇଣ୍ଡିଆ ପିଏନ୍ବି ଅଫିସର୍ସ ଆସୋସିଏସନ୍ର ସାଧାରଣ ସମ୍ପାଦକ ବୈଲୋଚନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଶିବିରକୁ…
ନୂଆଦିଲ୍ଲୀ: ଋଷ ସହିତ ଚାଲିଥିବା ଯୁଦ୍ଧ ମଧ୍ୟରେ ଭାରତୀୟ ଡାକ୍ତରୀ ଛାତ୍ରଛାତ୍ରୀମାନଙ୍କୁ ୟୁକ୍ରେନ ଏକ ବଡ଼ ଆଶ୍ଵସ୍ତି ପ୍ରଦାନ କରିବାକୁ ଯାଉଛି। ଭାରତୀୟ ଛାତ୍ରଛାତ୍ରୀମାନଙ୍କୁ କେବଳ ଭାରତରେ ପରୀକ୍ଷା ଦେବା ଲାଗି ୟୁକ୍ରେନ ଅନୁମତି ଦେବ। ୟୁକ୍ରେନର ଉପ-ବୈଦେଶିକ ମନ୍ତ୍ରୀ ଏମିନ୍ ଝାପରୋଭା ଏପ୍ରିଲ ୧୦ ରୁ ୧୨ ତାରିଖ ପର୍ଯ୍ୟନ୍ତ ଭାରତ ଗସ୍ତରେ ଆସିଥିଲେ। ଭାରତୀୟ ଡାକ୍ତରୀ ଛାତ୍ରଛାତ୍ରୀଙ୍କ ପ୍ରସଙ୍ଗରେ ସେ ବୁଧବାର ଦିନ କହିଥିଲେ ଯେ, ବିଦେଶୀ ଡାକ୍ତରୀ ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କ ଦେଶରେ ଚୂଡ଼ାନ୍ତ ପରୀକ୍ଷା ଦେବାକୁ ଅନୁମତି ଦେବ। ଏମିନ୍ ଝାପରୋଭା କହିଛନ୍ତି ଯେ, ଗତ ବର୍ଷ ଋଷ ଆକ୍ରମଣ ପରେ ୟୁକ୍ରେନରୁ ଆସିଥିବା ହଜାର ହଜାର ଡାକ୍ତରୀ ଛାତ୍ରଛାତ୍ରୀ ବର୍ତ୍ତମାନ ଭାରତରେ ସେମାନଙ୍କର ଅନ୍ତିମ କିମ୍ବା ଯୋଗ୍ୟତା ପରୀକ୍ଷା ଦେଇ ପାରିବେ। ସେ କହିଛନ୍ତି ଯେ, ୨ ହଜାର ଭାରତୀୟ ଛାତ୍ରଛାତ୍ରୀ ୟୁକ୍ରେନକୁ ଫେରିଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ଅଧିକାଂଶ ଦେଶର ପଶ୍ଚିମ ଭାଗରେ ଥିବା…
ମେଷ:– ଆଜି ଏକ ଭଲ ଦିନ ହେବ। ବ୍ୟବସାୟରେ ଲାଭର ସମ୍ଭାବନା ଅଛି । ନୂତନ କାରବାର ଲାଭଦାୟକ ହେବ, ଯାହା ଅର୍ଥନୈତିକ ସ୍ଥିତିକୁ ଦୃଢ କରିବ, ସ୍ୱାସ୍ଥ୍ୟର ଯତ୍ନ ନେବ। ବ୍ୟବସାୟରେ ଛୋଟ ବାଧାବିଘ୍ନ ହୋଇପାରେ । ସେଠାରେ ଅତ୍ୟଧିକ କାର୍ଯ୍ୟଭାର ହେବ, ଯେଉଁଥିପାଇଁ ଆପଣ ଶାରୀରିକ ଏବଂ ମାନସିକ ସ୍ତରରେ କ୍ଳାନ୍ତ ଅନୁଭବ କରିବେ । ପାରିବାରିକ ପରିବେଶ ସୁଖମୟ ହେବ। ପରିବାର ସଦସ୍ୟଙ୍କ ସମ୍ପୂର୍ଣ୍ଣ ସମର୍ଥନ ରହିବ । କ୍ରୋଧକୁ ଏବଂ ବକ୍ତବ୍ୟକୁ ନିୟନ୍ତ୍ରଣ କରନ୍ତୁ, ନଚେତ୍ ଏହା ବିତର୍କ ହୋଇପାରେ । ଜୀବନ ସାଥୀକୁ ବୁଝିବାକୁ ଚେଷ୍ଟା କରନ୍ତୁ। ଖାଇବା ଓ ପିଇବା ପାଇଁ ଧ୍ୟାନ ଦିଅନ୍ତୁ । ବୃଷ: – ଆଜି ମିଶ୍ରିତ ଦିନ ହେବ । ବ୍ୟବସାୟ ସ୍ୱାଭାବିକ ହେବ । ଜରୁରୀକାଳୀନ ଲାଭ କରାଯାଉଛି, କିନ୍ତୁ ଅନାବଶ୍ୟକ ଖର୍ଚ୍ଚ ବଢିବ, ଫଳରେ ଅର୍ଥନୈତିକ ପରିସ୍ଥିତି ଦୁର୍ବଳ ହୋଇଯିବ । କାର୍ଯ୍ୟରେ ସଫଳତା…
ଭୁବନେଶ୍ୱର: ବିଜେଡ଼ି ଆଉ କଂଗ୍ରେସ ପରେ ଏବେ ବିଜେପି ଝାରସୁଗୁଡା ଉପ-ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ଯୁବନେତା ଟଙ୍କଧର ତ୍ରିପାଠୀଙ୍କୁ ବିଜେପି ପ୍ରାର୍ଥୀ କରିଛି। ରାଜ୍ୟ ବିିଜେପି ର ସୁପାରିଶ କ୍ରମେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଅନୁମୋଦନ ମିଳିଛି। ଏନେଇ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ସୂଚନା ଦେଇଛନ୍ତି। ତେବେ ଏହା ପୂର୍ବରୁ ଝାରସୁଗୁଡା ଉପ-ନିର୍ବାଚନ ପାଇଁ ଦିବଙ୍ଗତ ନେତା ତଥା ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ଝିଅ ଦୀପାଳି ଦାସଙ୍କୁ ବିଜେଡ଼ି ପ୍ରାର୍ଥୀ କରିଥିବା ବେଳେ ପୂର୍ବତନ ବିଧାୟକ ବୀରେନ୍ଦ୍ର ପାଣ୍ତେଙ୍କ ପୁଅ ତରୁଣ ପାଣ୍ତେଙ୍କୁ କଂଗ୍ରେସ ପ୍ରାର୍ଥୀ କରିଛି।
ଭୁବନେଶ୍ୱର: ରାଜ୍ୟ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା, ରାଜ୍ୟ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, “୫-ଟି” ସଚିବ ତଥା ମୁଖ୍ୟମନ୍ତ୍ରୀଙ୍କ ସଚିବ ଭି. କାର୍ତ୍ତିକେୟନ ପାଣ୍ଡିଆନ ଆଜି ଭୁବନେଶ୍ୱର ଇନଫୋଭ୍ୟାଲି-୨ ସ୍ଥିତ ବାଗ୍ଚୀ-ଶ୍ରୀ ଶଙ୍କର କ୍ୟାନ୍ସର ହସ୍ପିଟାଲ୍ ଓ ଗବେଷଣା କେନ୍ଦ୍ର ପରିଦର୍ଶନ କରିଥିଲେ। ଆଜି ଏହି ଡାକ୍ତରଖାନାର ଗୃହ ପ୍ରତିଷ୍ଠା ପୂଜା ଅବସରରେ ମୁଖ୍ୟ ଶାସନ ସଚିବ ଓ “୫-ଟି” ସଚିବ ଏଠାରେ ଯୋଗଦେଇ ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷ ଅଧ୍ୟକ୍ଷ ତଥା ହସ୍ପିଟାଲର ପ୍ରମୁଖ ଟ୍ରଷ୍ଟି ସୁବ୍ରତୋ ବାଗ୍ଚୀ ଏବଂ ହସ୍ପିଟାଲ୍ର ପ୍ରତିଷ୍ଠାତା ଡ. ସାଇନାଥଙ୍କ ସହ ହସ୍ପିଟାଲ୍ର ନିର୍ମାଣ ଓ ପ୍ରସ୍ତୁତି ସଂପର୍କରେ ବହୁ ସମୟ ଧରି ଆଲୋଚନା କରିବା ସହ ଡାକ୍ତରଖାନାର ସମସ୍ତ ବିଭାଗ ବୁଲି ଦେଖିଥିଲେ। ଏହି ପରିଦର୍ଶନ ସମୟରେ ଅନ୍ୟମାନଙ୍କ ମଧ୍ୟରେ ମିଶନ ଶକ୍ତି ବିଭାଗ କମିଶନର ତଥା ଶାସନ ସଚିବ ଶ୍ରୀମତୀ…
କୈଳାଶ ଚନ୍ଦ୍ର ଚୌଧୁରୀ ବ୍ରହ୍ମପୁର: ବୁଗୁଡ଼ା ଥାନା ଅନ୍ତର୍ଗତ ବେତାରସିଂ ଗ୍ରାମର କୃଷ୍ଣ ଚନ୍ଦ୍ର ନାଇକ ସକାଳୁ ଦଣ୍ଡନାଚ ଦେଖି ଘରକୁ ଫେରିବା ବେଳକୁ ଘରେ ସ୍ତ୍ରୀ ସୁଦଷ୍ଣା ନାଇକ ନଥିବା ଜାଣିବାକୁ ପାଇଥିଲେ। କିନ୍ତୁ ଘରେ ଶଳା ଓ ଶାଶୁ ଥିଲେ ମଧ୍ୟ ସେମାନେ ଜାଣି ନାହାନ୍ତି ବୋଲି କହିଥିଲେ। ଏହା ପରେ କୃଷ୍ଣ ବହୁ ଅଞ୍ଚଳ ଖୋଜିବା ପରେ ସ୍ତ୍ରୀଙ୍କୁ ନପାଇବାରୁ ବୁଗୁଡ଼ା ଥାନାରେ ଅଭିଯୋଗ କରିଥିଲେ। ଥାନା ଅତିରିକ୍ତ ଭାରପ୍ରାପ୍ତ ଅଧିକାରୀ ସର୍ମିଷ୍ଠା ପ୍ରଧାନ ଏତଲା ଗ୍ରହଣ କରି ମାମଲା ନଂ ୧୨/୨୩ ଅନୁଯାୟୀ ମକଦ୍ଦମା ରୁଜୁ କରି ତଦନ୍ତ ଆରମ୍ଭ କରିଛନ୍ତି।
ଭୁବନେଶ୍ୱର: ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆଣିବା ତଥା ଏହି କ୍ଷେତ୍ରରେ କୃତ୍ରିମ ବୁଦ୍ଧିମତା (ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ)ର ପ୍ରୟୋଗ କରି ଏକ ନୂତନ ସଂଚାର ସୃଷ୍ଟି ଲକ୍ଷ୍ୟରେ ଦୁଇ ପ୍ରମୁଖ ଜାତୀୟ ଅନୁଷ୍ଠାନ ଏମ୍ସ ଭୁବନେଶ୍ୱର ଏବଂ ଆଇଆଇଟି ଭୁବନେଶ୍ୱର ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ରାଜ୍ୟରେ ପ୍ରଥମ କରି ଦୁଇ ପ୍ରମୁଖ ଅନୁଷ୍ଠାନ ମଧ୍ୟରେ ଗତକାଲି ହୋଇଥିବା ଏହି ବୁଝାମଣା ଫଳରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ସମ୍ମୀଶ୍ରଣ ଘଟିବ। ଏହା ସ୍ୱାସ୍ଥ୍ୟସେବାକୁ ଏକ ନୂତନ ଦିଶା ଦେବା ସହିତ ବିଭିନ୍ନ କ୍ଷେତ୍ରରେ ଗବେଷଣା ଓ ପାଠ୍ୟକ୍ରମକୁ ପ୍ରୋତ୍ସାହିତ କରିବ। ଏମ୍ସ ଭୁବନେଶ୍ୱର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ୱାସ ଏବଂ ଆଇଆଇଟି ଭୁବନେଶ୍ୱର ନିର୍ଦ୍ଦେଶକ ଶ୍ରୀପଦ କରମାଲକର ଏହି ଏମଓୟୁ ସ୍ୱାକ୍ଷର କରିଛନ୍ତି। ସାଧାରଣଲୋକଙ୍କ ହିତ ପାଇଁ ଉଭୟ ଅନୁଷ୍ଠାନ ରୋଗର ତ୍ବରିତ ଚିହ୍ନଟ, ଶୀଘ୍ର ନିରାକରଣ, କୃତ୍ରିମ ବୁଦ୍ଧିମତାର ପ୍ରୟୋଗ ଏବଂ ତଥ୍ୟର ବିଶ୍ଳେଷଣ, ଜୈବ ପ୍ରାଦ୍ୟୋଗିକ ଜ୍ଞାନକୌଶଳ,…
ଭୁବନେଶ୍ଵର: ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନର ନିର୍ଦ୍ଦେଶକ ପ୍ରଫେସର କେ. ଉମାମହେଶ୍ଵର ରାଓଙ୍କ ନେତୃତ୍ଵରେ ଏକ ପ୍ରତିନିଧି ଦଳ ଆଜି କୁତ୍ର ଓ ଝାରସୁଗୁଡ଼ା ସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟ ତଥା ଝାରସୁଗୁଡ଼ା ସ୍ଥିତ ଜବାହାର ନବୋଦୟ ବିଦ୍ୟାଳୟକୁ ଗସ୍ତ କରିଛି। ଏହି ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ‘ମେସିନ ଲର୍ନିଂ’, ‘ବିଗ୍ ଡାଟା ଆନାଲିଟିକ୍ସ’ ଏବଂ ‘ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ’ ପରି ଆଧୁନିକ ସମୟର ଜ୍ଞାନକୌଶଳ ବିଷୟରେ ଧାରଣା ସୃଷ୍ଟି କରିବା, ଯାହା କରିବା ଅନୁଷ୍ଠାନ ଦ୍ଵାରା ଆୟୋଜିତ ଜନ ଭାଗୀଦାରୀ ଅଭିଯାନର ଏକ ଅଂଶବିଶେଷ। ଏହି ଶୈଖିକ ଅଧିବେଶନରେ ପ୍ରଫେସର ଅନୁପ ନନ୍ଦୀ ଓ ପ୍ରଫେସର ରତ୍ନାକର ଦାସ ‘ କମ୍ପ୍ୟୁଟର ସୃଷ୍ଟ ଫଟୋ’, ‘ ଭର୍ଚୁଆଲ ପରିବେଶ ନିର୍ମାଣ’, “ କୁତ୍ରିମ ବୁଦ୍ଧିମତା ସହାୟତାରେ ଲୋକଙ୍କ ଭାବଭଙ୍ଗୀ ବୁଝିବା”, “ କମ୍ପ୍ୟୁଟର ସହାୟତାରେ କୌଣସି ଜିନିଷକୁ ଚିହ୍ନିବା” ପରି ଅନେକ ବିଷୟ ଉପରେ ଶିକ୍ଷାର୍ଥୀମାନଙ୍କୁ ଅବଗତ କରାଇଥିଲେ। ଏହା…
ଭୁବନେଶ୍ୱର: ଆସନ୍ତା ୨୬ରୁ ୨୮ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର ଠାରେ ଅନୁଷ୍ଠିତ ହେବାକୁ ଥିବା ଜି-୨୦ ଶିକ୍ଷା କାର୍ଯ୍ୟଗୋଷ୍ଠୀର ତୃତୀୟ ବୈଠକ ପୂର୍ବରୁ ଜନସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ରାଜ୍ୟର ବିଭିନ୍ନ ଶିକ୍ଷାନୁଷ୍ଠାନ ପକ୍ଷରୁ ଜନଭାଗିଦାରୀ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଇନଷ୍ଟିଚ୍ୟୁଟ୍ ଅଫ୍ ଇନଫର୍ମେସନ ଟେକ୍ନୋଲୋଜି ପକ୍ଷରୁ ରଙ୍ଗୋଲି ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ଅନୁଷ୍ଠାନର ଛାତ୍ରଛାତ୍ରୀ ଜି-୨୦ ଲୋଗୋ ଓ ବିଷୟବସ୍ତୁ ଉପରେ ରଙ୍ଗୋଲି ପ୍ରସ୍ତୁତ କରିଥିଲେ। ସେହିପରି ଭୁବନେଶ୍ୱର ସ୍ଥିତ ସିପେଟ୍ ଛାତ୍ରଛାତ୍ରୀମାନେ ମଧ୍ୟ ରଙ୍ଗୋଲି ପ୍ରତିଯୋଗିତା ଆୟୋଜନ କରି ଜି-୨୦ ଜନଭାଗିଦାରୀ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ପୁରୀର କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ ସଦାଶିବ କ୍ୟାମ୍ପସ ପରିସରରେ ଜି-୨୦ ଜନଭାଗିଦାରୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମିଲେଟ୍ସ ସେବନକୁ ପ୍ରୋତ୍ସାହନ ଲାଗି ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ସେହିପରି କୋରାପୁଟ କେନ୍ଦ୍ରୀୟ ବିଦ୍ୟାଳୟର ଛାତ୍ରଛାତ୍ରୀ ରଙ୍ଗୋଲି ମାଧ୍ୟମରେ ଭାରତର ଜି-୨୦ ଅଧ୍ୟକ୍ଷତା ସମ୍ପର୍କରେ ବାର୍ତ୍ତା…
ସୀତାରାମ ଅଗ୍ରୱାଲ ବାଲୁଗାଁ: ଆଜି ପୂର୍ବାହ୍ନରେ ବାଲୁଗାଁ ରେଳ ସୁରକ୍ଷା ବଳ (ଆରପିଏଫ) ଆଇଆଇସି ଜିତେନ୍ଦ୍ର ମୌର୍ଯ୍ୟଙ୍କ ନିର୍ଦ୍ଦେଶକ୍ରମେ ଏଏସଆଇ ଏସ. ଅର୍ଜୁନ ପାତ୍ରଙ୍କ ତତ୍ୱବାଧାନରେ ରେଳ ଷ୍ଟେସନ ନିକଟସ୍ଥ ବେଲପଡା, ଉମାକାନ୍ତପୁର, ରାଜୀବ ନଗର ଆଦି ଗ୍ରାମରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ରେଳ ଟ୍ରାକକୁ ମଳ ମୁକ୍ତ ରଖିବା, ରେଳ ଲାଇନ ମଧ୍ୟକୁ ଗାଈଗୋରୁ ନଛାଡିବା ଏବଂ ଚଳନ୍ତା ଟ୍ରେନ ଉପରକୁ ହେଉ ଅବା ରେଳ ଟ୍ରାକ ମଧ୍ୟରୁ ଟେକା ପଥର ନ ଫୋପାଡିବା ସହିତ ଷ୍ଟେସନ ପରିସରରେ କୌଣସି ଭଙ୍ଗାରୁଜା ନକରିବା ପାଇଁ ଜନ ସଚେତନତା କରାଯାଇଥିଲା। ସୂଚନା ଥାଉକି ନିକଟରେ ବାଲୁଗାଁ ରେଳ ଷ୍ଟେସନ ଟ୍ରାକରେ ସ୍ଥାନୀୟ ବାସିନ୍ଦା ମାନେ ଗୃହପାଳିତ ପଶୁ ଛାଡିବା ଦ୍ୱାରା ଟ୍ରେନ ସେବା ବାଧାପ୍ରାପ୍ତ ହୋଇଥିଲା।
ବାଣପୁର: ଅସ୍ଥା ଓ ବିଶ୍ୱାସର ପ୍ରତୀକ ଦଣ୍ଡ ଠାକୁର। ବିଶ୍ୱାସରୁ ପରମ୍ପରାର ସୃଷ୍ଟି। ଯେଉଁ ଠାକୁର ଦାଣ୍ଡରେ ବୁଲନ୍ତି, ଦାଣ୍ଡରେ ପୂଜା ପାଆନ୍ତି। ଠାକୁରଙ୍କ ସାଥିରେ ଭକ୍ତ ବି ବୁଲେ, ଦାଣ୍ଡରେ ମୁଣ୍ଡିଆ ମାରେ, ଠାକୁରଙ୍କୁ ପାଇବାକୁ ଦଣ୍ଡ ପାଏ। ଏହିଭଳି ଅନନ୍ୟ ପରମ୍ପରା ଓଡ଼ିଶାରେ ପ୍ରଚଳିତ। ବାଣପୁର ଅଂଚଳର ପ୍ରତିଷ୍ଠିତ ଶୈବପୀଠ ମାନଙ୍କରୁ ଦଣ୍ଡ ଠାକୁର ଚୈତ୍ର ମାସରେ ଭକ୍ତ ମାନଙ୍କ ଗହଣରେ ବର୍ଷକୁ ଥରେ ପ୍ରକଟିତ ହୁଅନ୍ତି। ବାଣପୁରର ବିଜୟ ବିଶ୍ୱାଳ, ମାଧବ ଚନ୍ଦ୍ର ବାରିକି, ସଂଗ୍ରାମ କେଶରୀ ସାହୁ, ସୁରେଶ ଚନ୍ଦ୍ର ବାରିକି, ଲୋକନାଥ ପ୍ରଧାନ ଭଳି ଉଦୀୟମାନ ବ୍ୟକ୍ତିମାନେ କିଛିବର୍ଷ ପୂର୍ବେ ଐତିହାସିକ ପଲଟଣ ପଡିଆରେ ଏକତ୍ର କରିବାକୁ ପ୍ରୟାସ କରି ଦଣ୍ଡମେଳଣର ପରମ୍ପରା ସୃଷ୍ଟି କରିଥିଲେ। ସେହିଦିନ ଠାରୁ ଆଜି ପର୍ଯ୍ୟନ୍ତ ମେରୁ ଉତ୍ସବର ପୂର୍ବଦିନ ଠାକୁରଙ୍କ ମେଳଣ ପର୍ବ ଅନୁଷ୍ଠିତ ହେଉଅଛି। ଚଳିତ ବର୍ଷ ଗୋଧୂଳି ସମୟର ଆଗମନରେ ବାଣପୁର ବଡହନ୍ତୁଆଡ଼ର ଶ୍ରୀଶ୍ରୀଶ୍ରୀ…
କନ୍ଦର୍ପ ବେହେରା ରେଢ଼ାଖୋଲ: ନାକଟିଦେଉଳ ବ୍ଲକ୍ ଵଳମ୍ ପଞ୍ଚାୟତରେ ଏକ ରାଜସ୍ବ ନିରୀକ୍ଷକ କାର୍ଯ୍ୟାଳୟ ଖୋଲିବା ପାଇଁ ଏକ ଦାବୀ ପତ୍ର ବଳମ ପଂଚାୟତବାସୀ ତହସିଲଦାର୍ ଙ୍କୁ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି। ବଳମ୍ ପଂଚାୟତ ଅନ୍ତର୍ଗତ ଵିଭିନ୍ନ ଗ୍ରାମର ଲୋକମାନେ ସେମାନଙ୍କର ରାଜସ୍ଵ ନିରୀକ୍ଷକ କାର୍ଯ୍ୟାଳୟ ୧୦ କିଲୋମିଟର ଦୂର କିସିଣ୍ଡା ପଞ୍ଚାୟତ ରେ ଅଵସ୍ଥାପିତ ହୋଇଥିଵାରୁ ଵହୁତ ଅସୁବିଧା ହେଉଛି। ପୂର୍ବରୁ ନାକ୍ଟିଦେଉଳ ଠାରେ ଏହି କାର୍ଯ୍ୟାଳୟ ଥିବାରୁ ସୁବିଧା ହେଉଥିଲା। କିଛି ବର୍ଷ ପୂର୍ବେ ଵଳମ୍ ଠାରେ ଆର୍ ଆଇ ଅଫିସ୍ ଖୋଲାଯିବା ପାଇଁ ପ୍ରତିଶ୍ରୁତି ଦିଆଯାଇଥିଲା। ବଳମ୍ ରେ ଯଥାଶୀଘ୍ର ରାଜସ୍ବ ନିରୀକ୍ଷକ କାର୍ଯ୍ୟାଳୟ କରାଯିବା ପାଇଁ ବଳମ୍, ମହୁକୁଦ, ଉପରମୁଣ୍ଡା, ଟିକିଲିପଡା, ଵଲାସି°ହା, କେଲୋ, ବେତଝରଣ, ମଣ୍ଡୁଆମ୍, ବଞ୍ଜାଗୋଳା, ତାସଭରଡି,ଗଞାବାହାଳ ଓ ତାଳପାଳ ଗ୍ରାମବାସୀ ଦାଵୀ କରିଛନ୍ତି। ତା ୧୨.୪.୨୩ ରିଖ ଦିନ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ନାକ୍ଟିଦେଉଳ ତହସିଲଦାରଙ୍କୁ ବଳମ୍ ଠାରେ ରାଜସ୍ଵ ନିରୀକ୍ଷକ…
ଖୋର୍ଦ୍ଧା: ଆଜି ପୂର୍ବାହ୍ନ ୧୧ ଘଟିକା ସମୟରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ “ରବି ଋତୁରେ ଧାନ ସଂଗ୍ରହ ନିମିତ୍ତ ଖୋର୍ଦ୍ଧା ଜିଲ୍ଲା ସ୍ତରୀୟ ବୈଠକ” ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ଖୋର୍ଦ୍ଧା ବିଧାୟକ, ଖୋର୍ଦ୍ଧା ଆରକ୍ଷୀ ଅଧିକ୍ଷକ, ଉପ-ଜିଲ୍ଲାପାଳ, କୃଷି ଉପ-ନିର୍ଦ୍ଦେଶକ, ଉପ-ନିବଦ୍ଧକ, ଖୋର୍ଦ୍ଧା-ଭୁବନେଶ୍ଵର ସମବାୟ ସମିତି, ନିୟନ୍ତ୍ରିତ ବଜାର କମିଟିର ସମ୍ପାଦକ, ଜଟଣୀ ଓ ବାଲୁଗାଁ ତଥା ବେସାମରିକ ଯୋଗାଣ ଅଧିକାରୀ ଓ ମିଲର୍ସ, ସାମ୍ବାଦିକ ଓ ଅନ୍ୟାନ୍ୟ ଅଧିକାରୀ ବୃନ୍ଦ ଅଂଶ ଗ୍ରହଣ କରିଥିଲେ। ଉକ୍ତ ବୈଠକରେ ଆସନ୍ତା ମଇ ୨୪ ତାରିଖ ଠାରୁ ରବି ଧାନ ସଂଗ୍ରହ ନିମିତ୍ତ ଦିନ ସ୍ଥିରୀକୃତ କରାଯାଇଛି। ରବି ଧାନ ସଂଗ୍ରହ ନିମିତ୍ତ ୨୦ ଗୋଟି ପ୍ରାଥମିକ କୃଷି ସମବାୟ ସମିତି ଜରିଆରେ ଧାନ ସଂଗ୍ରହ ସ୍ଥିରୀକୃତ କରାଯାଇଛି। ରବି ଧାନ ସଂଗ୍ରହ ସମୟରେ ମଣ୍ଡି କାର୍ଯ୍ୟରେ ମିଲରମାନଙ୍କର ସହଯୋଗ ଓ ପ୍ରତ୍ୟେକ ଦିନ ୧୨୦୦ କୁଇଣ୍ଟାଲ…
ଭୁବନେଶ୍ୱର: ଗତ ସପ୍ତାହାନ୍ତରେ ଦର୍ଶକଙ୍କ ପାଇଁ ଜିତୋ ଧନ୍ ଧନା ଧନ୍ କାର୍ ପ୍ରତିଯୋଗିତାର ଶୁଭାରମ୍ଭ କରିବା ପରେ ଜିଓ ସିନେମା ପକ୍ଷରୁ ଏପ୍ରିଲ ୮ ଓ ୯ ତାରିଖରେ ଖେଳାଯାଇଥିବା ୪ଟି ଟାଟା ଆଇପିଏଲ୍ ୨୦୨୩ ମ୍ୟାଚ୍ ସମୟରେ ଗୋଟିଏ ଲେଖାଏଁ କାର୍ ଜିତିଥିବା ବିଜେତାମାନଙ୍କ ନାମ ଘୋଷଣା କରାଯାଇଛି। ଓଡ଼ିଶାର ମୟୁରଭଞ୍ଜ ଜିଲ୍ଲାର ରରୁଆଁ ସହର ନିବାସୀ ଭୀମସେନ ମହନ୍ତ ଓ ପାଲି ନିବାସୀ ମହେନ୍ଦ୍ର ସୋନି ଗତ ଏପ୍ରିଲ ୮ ତାରିଖରେ ଖେଳାଯାଇଥିବା ରାଜସ୍ଥାନ ରୟାଲ୍ସ ବନାମ ଦିଲ୍ଲୀ କ୍ୟାପିଟାଲ୍ସ ମ୍ୟାଚ୍ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ବନାମ ଚେନ୍ନାଇ ସୁପର୍ କିଙ୍ଗ୍ସ ମ୍ୟାଚ୍ ସମୟରେ ପ୍ରତିଯୋଗିତା ମାଧ୍ୟମରେ ଗୋଟିଏ ଲେଖାଏଁ କାର୍ ଜିତିଛନ୍ତି। ସେହିପରି ଗତ ଏପ୍ରିଲ ୯ ତାରିଖରେ ଗୁଜରାଟ ଟାଇଟାନ୍ସ ବନାମ କୋଲ୍କାତା ନାଇଟ୍ ରାଇଡର୍ସ ମ୍ୟାଚ୍ ସମୟରେ କଟକର ସିଦ୍ଧାର୍ଥ ସାହୁ ଏହି ଗ୍ରାଣ୍ଡ ପୁରସ୍କାର ଜିତିଥିବା ବେଳେ ଲାଖିସରାଇ, ବିହାର୍ର ଧୀରେନ୍ଦ୍ର…
କୈଳାଶ ଚନ୍ଦ୍ର ଚୌଧୁରୀ ବ୍ରହ୍ମପୁର: ଲୋଚାପଡା ରୋଡ୍ ଦୁରଦର୍ଶନ କେନ୍ଦ୍ର ନିକଟରେ ପ୍ରଭାକର ସାହୁ ନାମକ ଜଣେ ବ୍ୟକ୍ତିଙ୍କ ଘରେ କୌଣସି କାରଣରୁ ନିଆଁ ଲାଗିଯାଇଥିଲା। ଅଞ୍ଚଳ ବାସିନ୍ଦା ଓ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଅଗ୍ନିକାଣ୍ଡର କାରଣ ଜଣାପଡ଼ିନାହିଁ ଓ କୌଣସି କ୍ଷୟକ୍ଷତିର ଆକଳନ ହୋଇନାହିଁ।
ଖୋର୍ଦ୍ଧା: ଖୋର୍ଦ୍ଧା ଟାଉନ ଥାନା ଅଞ୍ଚଳରୁ ଅବକାରୀ ବିଭାଗ ଆଜି ଲକ୍ଷାଧିକ ଟଙ୍କାର ବ୍ରାଉନ ସୁଗାର ଜବତ କରିଛି। ଖବର ମୁତାବକ ଠାକୁରପଡ଼ା ଠାରେ ଏକ ବାଇକରେ ଦୁଇ ଅଭିଯୁକ୍ତ ବ୍ରାଉନ ସୁଗାର ନେଇ ବେପାର ପାଇଁ ଯାଉଥିବା ବେଳେ ଅବକାରୀ ହାତରେ ଧରା ପଡ଼ିଥିଲେ। ଜିଲ୍ଲା ଅବକାରୀ ମୋବାଇଲ ଇନ୍ସପେକ୍ଟର ନୀଳିମା ଜୟନ୍ତୀ ସ୍ୱାଇଁ ଓ ଟିମ ବାଇକ କୁ କାବୁ କରିଥିବା ବେଳେ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛନ୍ତି। ଅଭିଯୁକ୍ତମାନେ ଟାଉନ ଥାନା ଅନ୍ତର୍ଗତ ଠାକୁରପଡ଼ା ନୁଆସାହିର ପ୍ରଦୀପ ବାରିକ (୨୪) ଓ ରାଜେଶ ମହାରଣା (୨୬) ବୋଲି ଜଣାପଡିଛି। ସେମାନଙ୍କ ନିକଟରୁ ୨୯ ଗ୍ରାମ ବ୍ରାଉନ ସୁଗାର ଜବତ ହୋଇଛି ଯାହାର ଆନୁମାନିକ ମୂଲ୍ୟ ୨ ଲକ୍ଷ ୯୦ ହଜାର ଟଙ୍କା ହେବ। ଉଭୟଙ୍କୁ ଆଜି ଅପରାହ୍ନରେ କୋର୍ଟଚାଲାଣ କରାଯାଇଛି। ଉକ୍ତ ଚଢ଼ାଉରେ ଅବକାରୀ ମୋବାଇଲ ଏସଆଇ ବି. ମନୋଜ କୁମାର ଏବଂ ଅନ୍ୟ କର୍ମଚାରୀ…
କନ୍ଦର୍ପ ବେହେରା ରେଢ଼ାଖୋଲ: ଆଜି ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବନଖଣ୍ଡ ନାକଟିଦେଉଳ ରେଞ୍ଜର ଚମ୍ପାଳୀ ନଦୀ ନିକଟରୁ ଏସ୍ ଟି ଏଫ୍ ର ସ୍ବତନ୍ତ୍ର ଟିମ୍ ବାଘଛାଲ ଜବତ କରିବା ସହ ଜଣଙ୍କୁ ଗିରଫ କରିଥିବା ବେଳେ ଆଉ ଜଣେ ଫେରାର୍ ହୋଇଥିବା ସୂଚନା ମିଳିଛି। ବିଶ୍ବସ୍ତ ସୂତ୍ରରୁ ପ୍ରକାଶ ଯେ, ନାକଟିଦେଉଳ ବ୍ଲକ୍ ଅଂଚଳର ବାବୁଲି ନାଏକ ନାମକ ବ୍ୟକ୍ତି ବାଘ ଛାଲ ବିକ୍ରି କରିବାକୁ ଉଦ୍ୟମ କରୁଥିବା ବେଳେ ଭୁବନେଶ୍ବରର ଏସ୍ ଟି ଏଫ୍ ଟିମ କୌଣସି ସୂତ୍ରରୁ ଖବର ପାଇ ଚମ୍ପାଳି ନଦୀ ନିକଟରେ ଚଢଉ କରିଥିଲା। କାଳିଆ ନାମକ ବ୍ୟକ୍ତି ବାବୁଲିକୁ ୧୦ ହଜାର ଟଙ୍କା ଦେଇଥିବା ସୂଚନା ମିଳିଛି। ଏଥିରେ ଆଉ କିଏ କିଏ ସମ୍ପୃକ୍ତ ଅଛନ୍ତି ତଦନ୍ତ ଚାଲିଛି ବୋଲି ଏସ୍ ଟି ଏଫ୍ ର ଅଧିକାରୀ ପ୍ରକାଶ କରିଛନ୍ତି। ଏହି ବାଘ ଛାଲ ବିକ୍ରି ପାଇଁ ୫ ଲକ୍ଷ ଟଙ୍କା ଡିଲ୍…
ଭୁବନେଶ୍ୱର: ସାରା ଓଡ଼ିଶାରେ ନିଜ ଉପସ୍ଥିତିକୁ ଆହୁରି ସମ୍ପ୍ରସାରିତ କରି ଦେଶର ସବୁଠୁ ଲୋକପ୍ରିୟ ହାଇ-ସ୍ପିଡ୍ ବ୍ରଡ୍ବ୍ୟାଣ୍ଡ୍ ସେବା ଜିଓଫାଇବର୍ ଏବେ ରାଜ୍ୟର ୩୯ରୁ ଅଧିକ ସହର ଓ ନଗରରେ ଉପଲବ୍ଧ ହୋଇଛି। ନିକଟରେ ବାରିପଦା, ଉମରକୋଟ୍, ପାରଳାଖେମୁଣ୍ଡି ଓ ସୋନପୁର ସହରର ପ୍ରମୁଖ ଅଂଚଳରେ ଜିଓଫାଇବର ବ୍ରଡ୍ବ୍ୟାଣ୍ଡ୍ ସେବା ଶୁଭାରମ୍ଭ ହୋଇଥିବା ବେଳେ କଂପାନି ଅନ୍ୟ ପ୍ରମୁଖ ସହର ଓ ନଗରକୁ ଏହାର ସେବା ଦ୍ରୁତ ଗତିରେ ସମ୍ପ୍ରସାରଣ କରୁଛି। ଜିଓଫାଇବର ସେବା ଉପଲବ୍ଧ ହୋଇଥିବା ସହରଗୁଡ଼ିକ ମଧ୍ୟରେ ରହିଛି ଭୁବନେଶ୍ୱର, କଟକ, ପୁରୀ, ଜଟଣୀ, ଅନୁଗୁଳ, ସମ୍ବଲପୁର, ରାଉରକେଲା, ଝାରସୁଗୁଡ଼ା, ବେଲପାହାଡ଼, ବ୍ରଜରାଜନଗର, ସୁନ୍ଦରଗଡ଼, ବଲାଙ୍ଗୀର, କେନ୍ଦୁଝର, ଭବାନୀପାଟଣା, କୋରାପୁଟ, ରାୟଗଡ଼ା, କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର ରୋଡ୍, ଭଦ୍ରକ, ତାଳଚେର, ଖୋର୍ଦ୍ଧା, ବ୍ରହ୍ମପୁର, ବାଲେଶ୍ୱର, ଜୟପୁର, ରାଜଗାଙ୍ଗପୁର, ଢେଙ୍କାନାଳ, ସେମିଳିଗୁଡ଼ା, ବରଗଡ଼, ନବରଙ୍ଗପୁର, ଫୁଲବାଣୀ, ଜଳେଶ୍ୱର, ଛତ୍ରପୁର, ଘସିପୁରା, ବଡ଼ବିଲ, ବାରିପଦା, ଉମରକୋଟ, ପାରଳାଖେମୁଣ୍ଡି ଓ ସୋନପୁର। ପୂର୍ବରୁ…
ଭୁବନେଶ୍ଵର: ଲୋକପ୍ରିୟ ଓଡ଼ିଆ ଚ୍ୟାନେଲ ଜୀ-ସାର୍ଥକରେ ସେଲିବ୍ରେଟିଙ୍କ ‘ଡ୍ୟାନ୍ସ ଓଡ଼ିଶା ଡ୍ୟାନ୍ସ – ଜ଼ୀ ସାର୍ଥକ ସଂସାର ଡାନ୍ସ ଲିଗ’ ଆରମ୍ଭରୁ ଦର୍ଷକଙ୍କ ମନ ଜିତିଛି। ଏହି ରିଅଲିଟି ଶୋରେ ଅଭିନେତ୍ରୀମାନେ ପରସ୍ପରକୁ ଦେଇଛନ୍ତି କଡ଼ା ଟକ୍କର। ଜୀ-ସାର୍ଥକରେ ପ୍ରସାରିତ ହେଉଥିବା ମେଗା ଧାରାବାହିକ ଗୁଡ଼ିକର ଅଭିନେତ୍ରୀମାନେ ଏଥିରେ ପ୍ରତିଯୋଗୀ ଭାବେ ଭାଗ ନେଇଛନ୍ତି। ଜାନୁଆରୀ ୭ ତାରିଖରୁ ଆରମ୍ଭ ହୋଇଥିବା ଏହି ମେଗା ଡ୍ୟାନ୍ସ ରିଅଲିଟି ଶୋର ଗ୍ରାଣ୍ଡ ଫିନାଲେ ପ୍ରସାରିତ ହେବ ଆସନ୍ତା ୧୬ ତାରିଖ ସନ୍ଧ୍ୟା ୬:୩୦ ରୁ କେବଳ ଜୀ-ସାର୍ଥକରେ। ସୁଜିତ ଓ ଚାନ୍ଦିନୀଙ୍କ ସଂଯୋଜନାରେ ଏହି ରିଅଲିଟି ଶୋରେ ଅଭିନେତା ଦେବାଶିଷ ପାତ୍ର, ଅଭିନେତ୍ରୀ ଲିପି ମହାପାତ୍ର ଏବଂ ଡ୍ୟାନ୍ସର ହରିହର ଦାଶ ଜୁରୀର ଆସନ ଅଳଙ୍କୃତ କରିଛନ୍ତି। ଏହି ଡ୍ୟାନ୍ସ ଲିଗରେ ପ୍ରତିଯୋଗୀ ଭାବରେ ଭାଗ ନେଇଛନ୍ତି ନିକିତା, ଅଙ୍କିତା, ସ୍ମତି, ଦୀପିକା, ଅନନ୍ୟା, ଏଲି, ଅର୍ପିତା ଓ ଛନ୍ଦିତା। ଅଭିନେତ୍ରୀମାନଙ୍କୁ ନେଇ…

