ଭୁବନେଶ୍ଵର: ଜୀ-ସାର୍ଥକରେ ଚାଲିଛି ବିବାହ ମହୋତ୍ସବ। ଏହି ଧାରାରେ ସାମିଲ ହୋଇଛି ଦିଦି ନଂ-୧ । ଏହି ସପ୍ତାହ ଦିଦି ନଂ ୧ ରେ ଦିଦି ମାନେ ସେମାନଙ୍କର ବୈବାହିକ ଜୀବନର ତିକ୍ତ – ମଧୁର ସମ୍ପର୍କ ବିଷୟରେ ଆଲୋଚନା କରିବେ। ନିଜର ସ୍ଵତନ୍ତ୍ର ଦିନର ସ୍ମୃତି ଚାରଣ କରୁଛନ୍ତି। ଏହା ସହିତ ଆଜିର ଯୁବ ପୀଢ଼ିଙ୍କୁ ବର୍ତ୍ତମାନର ପାରିପାର୍ଶୀକ ପରିବେଶରେ ପତୀ – ପତ୍ନୀ ସମ୍ପର୍କର ପରିଭାଷା କିପରି ହେବ ଉଚିତ ତାହା ଶିକ୍ଷା ଦେଉଛନ୍ତି। ବିବାହ ମହୋତ୍ସବରେ ଦେଖିବାକୁ ମିଳିବ ବିବାହକୁ ନେଇ ସ୍ୱତନ୍ତ୍ର କାର୍ଯ୍ୟକ୍ରମ। ଆସୁଥିବା ପ୍ରତିଯୋଗୀ ସେମାନଙ୍କ ସ୍ବାମୀ ମାନଙ୍କ ସହ ଶିଖାଇବେ ସ୍ବାମୀ – ସ୍ତ୍ରୀ ସମ୍ପର୍କର ସଠିକ୍ ପରିଭାଷା। ମନୋରଞ୍ଜନ ଭିତ୍ତିକ ଲୋକପ୍ରିୟ କାର୍ଯ୍ୟକ୍ରମ ଦିଦି ନଂ – ୧ ହେବ ଆହୁରି ଏଣ୍ଟରଟେନିଂ। କାର୍ଯ୍ୟକ୍ରମକୁ ପରିଚାଳନା କରୁଥିବା ଅଭିନେତ୍ରୀ ଲିପି ମହାପାତ୍ରଙ୍କ ଉପସ୍ଥାପନା ଶୈଳୀ ଦର୍ଶକଙ୍କୁ କରୁଛି ବେଶ୍ ଆକୃଷ୍ଟ। ବର୍ତ୍ତମାନ…
Author: Samikhsya Bureau
ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ୧୮୯୦ ଟି କରୋନା ଆକ୍ରାନ୍ତ ହୋଇଛି, ଯାହା ଗତ ୧୪୯ ଦିନ ମଧ୍ୟରେ ସର୍ବାଧିକ। ଏହା ପରେ ଚିକିତ୍ସିତ ହେଉଥିବା ରୋଗୀଙ୍କ ସଂଖ୍ୟା ୯୪୩୩ କୁ ବୃଦ୍ଧି ପାଇଲା। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏହି ସୂଚନା ଦେଇଛି। ଗତ ବର୍ଷ ଅକ୍ଟୋବରରେ ଦେଶରେ ଗୋଟିଏ ଦିନରେ ୨୨୦୮ ଟି ମାମଲା ରୁଜୁ ହୋଇଥିଲା। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ, ଆଉ ୭ ଜଣ ସଂକ୍ରମିତ ଲୋକଙ୍କ ମୃତ୍ୟୁ ହେତୁ ମୃତ୍ୟୁ ସଂଖ୍ୟା ୫ ଲକ୍ଷ ୩୦ ହଜାର ୮୩୧ କୁ ବୃଦ୍ଧି ପାଇଛି। ‘ ଏଥି ସହିତ ଦେଶରେ କୋଭିଡ-୧୯ ର ମୋଟ ମାମଲା ୪ କୋଟି ୪୭ ଲକ୍ଷ ୪ ହଜାର ୧୪୭ କୁ ବୃଦ୍ଧି ପାଇଛି। ବର୍ତ୍ତମାନ ସୁଦ୍ଧା ୪ କୋଟି ୪୧ ଲକ୍ଷ ୬୩ ହଜାର ୮୮୩ ଲୋକ ସଂକ୍ରମଣରୁ ଆରୋଗ୍ୟ ଲାଭ କରିଛନ୍ତି।
ନୂଆଦିଲ୍ଲୀ: କମନୱେଲଥ ଗେମ୍ସର ସ୍ୱର୍ଣ୍ଣ ପଦକ ବିଜେତା ନିତୁ ଗଙ୍ଘାସ୍ (୪୮ କିଲୋଗ୍ରାମ) ଏକ ନିଆରା ଢଙ୍ଗରେ ବିଶ୍ୱ ଚାମ୍ପିଅନ୍ ହୋଇଛନ୍ତି ଏବଂ ଶନିବାର ଏଠାରେ ଚାଲିଥିବା ମହିଳା ବିଶ୍ୱ ବକ୍ସିଂ ଚାମ୍ପିଅନସିପରେ ଇତିହାସରେ ତାଙ୍କ ନାମ ସ୍ଥାନିତ କରିଛନ୍ତି। ନିତୁ ଗଙ୍ଘାସ୍ ଚମତ୍କାର ପ୍ରଦର୍ଶନ କରି ମୋଙ୍ଗୋଲିଆର ଲୁତସାଇଖାନ୍ ଅଲତାନସେତସେଗଙ୍କୁ ୫-୦ ରେ ପରାସ୍ତ କରି ସର୍ବନିମ୍ନ ଓଜନ ବର୍ଗରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଷ୍ଟାଡିୟମରେ ବେଜିଂ ଅଲିମ୍ପିକ୍ସର ବ୍ରୋଞ୍ଜ ପଦକ ବିଜେତା ତଥା ନିତୁଙ୍କ ଆଦର୍ଶ ବିଜୟନ୍ଦର ସିଂ ମଧ୍ୟ ଉପସ୍ଥିତ ଥିଲେ।
ନୂଆଦିଲ୍ଲୀ: ଭୋଜପୁରୀ ଇଣ୍ଡଷ୍ଟ୍ରିର ଏକ ଦୁଃଖଦ ଖବର ସମସ୍ତଙ୍କୁ ଚକିତ କରିଛି। ଭୋଜପୁରୀ ଅଭିନେତ୍ରୀ ଆକାଂକ୍ଷା ଦୁବେ ଅଳ୍ପ ବୟସରେ ଏହି ଦୁନିଆରୁ ସବୁଦିନ ପାଇଁ ବିଦାୟ ନେଇଛନ୍ତି। ବନାରସର ଏକ ହୋଟେଲରେ ଆକାଂକ୍ଷା ଆତ୍ମହତ୍ୟା କରିଛନ୍ତି। ତାଙ୍କ ମୃତ୍ୟୁରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ପ୍ରଶଂସକଙ୍କ ଠାରୁ ଆରମ୍ଭ କରି ସେଲିବ୍ରିଟିଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ମନରେ ସମାନ ପ୍ରଶ୍ନ ଉଙ୍କି ମାରୁଛି ଯେ, ଆକାଂକ୍ଷା ଏତେ କମ ବୟସରେ କାହିଁକି ଏତେ ବଡ ପଦକ୍ଷେପ ନେଲେ? ଆକାଂକ୍ଷା ଭୋଜପୁରୀ ଇଣ୍ଡଷ୍ଟ୍ରିରେ ଏକ ଜଣାଶୁଣା ନାମ। ସେ ଅଳ୍ପ ସମୟ ମଧ୍ୟରେ ସଫଳତାର ଉଚ୍ଚତାକୁ ସ୍ପର୍ଶ କରିଥିଲେ। ଅକ୍ଟୋବର ୨୧ ତାରିଖ ୧୯୯୭ରେ ଉତ୍ତରପ୍ରଦେଶର ମିର୍ଜାପୁରରେ ଜନ୍ମଗ୍ରହଣ କରିଥିବା ଆକାଂକ୍ଷା ୩ ବର୍ଷ ବୟସରେ ମୁମ୍ବାଇ ଆସିଥିଲେ। ପିଲାଦିନରୁ ସେ ମଡେଲିଂ, ନୃତ୍ୟ ଏବଂ ଅଭିନୟକୁ ବହୁତ ଭଲ ପାଉଥିଲେ। ତେବେ ପିତାଙ୍କ ସ୍ୱପ୍ନ ଥିଲା ଯେ, ଝିଅ ଆଇପିଏସ୍ ଅଧିକାରୀ ହେଉ।…
ନୂଆଦିଲ୍ଲୀ: ସାଂସଦ ଭାବେ ଅଯୋଗ୍ୟ ହେବା ପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ତାଙ୍କ ଟ୍ୱିଟର ଆକାଉଣ୍ଟର ବାୟୋ ଅପଡେଟ୍ କରିଛନ୍ତି। ନିଜକୁ କଂଗ୍ରେସ ସଦସ୍ୟ ବୋଲି କହିବା ସହିତ ସେ “ଅଯୋଗ୍ୟ ସାଂସଦ” ବୋଲି ମଧ୍ୟ ଲେଖିଛନ୍ତି। ପୂର୍ବରୁ ସେ ଏହି ସ୍ଥାନରେ ସାଂସଦ ବୋଲି ଲେଖିଥିଲେ। ଏବେ ସାଂସଦ ପୂର୍ବରୁ ଅଯୋଗ୍ୟ ବୋଲି ଉଲ୍ଲେଖ କରିଛନ୍ତି। ଗୁଜୁରାଟର ଏକ କୋର୍ଟ ରାହୁଳ ଗାନ୍ଧୀଙ୍କୁ ସବୁ ମୋଦି ଚୋର ବୋଲି କହି ଦୋଷୀ ସାବସ୍ତ୍ୟ ହୋଇଥିଲେ। ପରେ କୋର୍ଟ ତାଙ୍କୁ ଦୁଇବର୍ଷ ଜେଲ ଦଣ୍ଡାଦେଶ ରାୟ ଶୁଣାଇଥିଲେ। ଏହାପରେ ନିୟମ ଅନୁସାରେ କୌଣସି ନିର୍ବାଚିତ ପ୍ରତିନିଧି ଦୁଇ ବର୍ଷ ପାଇଁ ଜେଲ ଦଣ୍ଡାଦେଶ ହେଲେ ତାଙ୍କର ସଦସ୍ୟତା ରଦ୍ଦ ହେବ। ସେହି ଅନୁସାରେ ରାହୁଳ ଗାନ୍ଧୀଙ୍କ ସଦସ୍ୟତାକୁ ଋଦ୍ଦ କରାଯାଇଛି। ରାହୁଲ ଗାନ୍ଧୀଙ୍କୁ ଲୋକସଭାର ସଦସ୍ୟତା ଅଯୋଗ୍ୟତାକୁ ବିରୋଧ କରି ଆଜି ଦଳର ନେତା ଓ କର୍ମକର୍ତ୍ତାମାନେ ମହାତ୍ମା ଗାନ୍ଧୀଙ୍କ…
ନୂଆଦିଲ୍ଲୀ: ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO) ଆଜି ଏକାସାଙ୍ଗରେ 36 ଟି ଉପଗ୍ରହ ଉତକ୍ଷେପଣ କରିଛି। ବ୍ରିଟିଶ କମ୍ପାନୀର ଉପଗ୍ରହ ବହନ କରୁଥିବା ISRO ର LVM3 ଉତକ୍ଷେପଣ ଯାନ ସକାଳ 9 ଟାରେ ଶ୍ରୀ ହରିକୋଟା ଠାରୁ ଉଡ଼ିବା ଆରମ୍ଭ କଲା। ସରକାରୀ ସୂଚନା ଅନୁଯାୟୀ, ଏହି ସାଢେ 43 ମିଟର ଉଚ୍ଚର ISRO ରକେଟ୍ ବ୍ରିଟେନର ଏକ କମ୍ପାନୀର 36 ଟି ଉପଗ୍ରହ ସହିତ ଉଡାଣ ଭରିଛି। ଯେଉଁ ଉପଗ୍ରହଗୁଡ଼ିକୁ ଧରି LVM3 ଉଡାଣ ଭରିଲା, ଯାହାର ମୋଟ ଓଜନ 5 ହଜାର 805 ଟନ୍। ଏହି ମିଶନର ନାମ LVM3-M3 / OneWeb India-2। ଟୁଇଟ୍ କରି ଏହି ମିଶନର ଶୁଭାରମ୍ଭ ବିଷୟରେ ISRO ସୂଚନା ଦେଇଥିଲା।
ସୀତାରାମ ଅଗ୍ରୱାଲ ବାଲୁଗାଁ: ଶ୍ରୀଜଗନ୍ନାଥଙ୍କ ହୃଦୟସ୍ପର୍ଶୀ କାଳଜୟୀ ଜଣାଣ “ମୁଁ ଆସିଛି ଦେଖି ତୋ କଳା ବଦନ କୁ” ର ରଚୟିତା, ଓଡ଼ିଶାର ପ୍ରଖ୍ୟାତ କବି, ଗାଳ୍ପିକ, ନାଟ୍ୟକାର, ଔପନ୍ୟାସିକ ତପନ ପଟ୍ଟନାୟକଙ୍କ ଦ୍ଵାଦଶାହ ସ୍କୃତି ଶ୍ରଦ୍ଧାଞ୍ଜଳି ସଭା ଜନ୍ମମାଟି ବାଲୁଗାଁର ନୀଳାମ୍ବୁ ଚିଲିକା ତଟବର୍ତ୍ତୀ ସାମନ୍ତରାପୁରଠାରେ ଅଶ୍ରୁଳ ଭାବାବେଗ ପରିବେଶରେ ଅନୁଷ୍ଠିତ ହୋଇଯାଇଛି। ଗାଳ୍ପିକ ଡଃ କୈଳାସ ମହାରଣାଙ୍କ ସଂଯୋଜନାରେ ଆୟୋଜିତ ଏହି ପରିବେଶରେ ପୂର୍ବତନ ସାଂସଦ କବି ଡଃ ପ୍ରସନ୍ନ ପାଟ୍ଟଶାଣୀ, ପୂର୍ବତନ ମନ୍ତ୍ରୀ ସାହିତ୍ୟିକ ଡଃ ଦେବେନ୍ଦ୍ରନାଥ ମାନସିଂ, ପୂର୍ବତନ ବିଧାୟକ ରଘୁନାଥ ସାହୁ, କବି ଅଜିତ୍ ଦାସମହାପାତ୍ର, କବି ଡଃ କମଳ କୁମାର ମହାନ୍ତି, ଡଃ ପ୍ରସନ୍ନ କୁମାର ମହାନ୍ତି, କବି ତାରକ ମହାନ୍ତି, କବି ପୁରୁଷୋତ୍ତମ ମହାପାତ୍ର, କବି ବାଳମୁକୁନ୍ଦ ଦାସ, କବି ଅଞ୍ଜଳି ତ୍ରିପାଠୀ, କବି ଅମ୍ବିକା ପ୍ରସାଦ ସାମନ୍ତରାୟ, କବି ଦିଗାମ୍ବର ବିଶ୍ଵାଳ, ନାଟ୍ୟକାର ଭିକାରୀଚରଣ ପ୍ରଧାନ, ବିଭୂତି ଭୂଷଣ ସାମନ୍ତରାୟ,…
ରଣପୁର/ଟାଙ୍ଗୀ: ଟାଙ୍ଗୀର ଅଗ୍ରଣୀ ଘରୋଇ ଇଂଗ୍ଲିସ୍ ମିଡିୟମ ସ୍କୁଲ୍ ମାଉଣ୍ଟ ଲିଟେରା ଜି ସ୍କୁଲର ବାର୍ଷିକ ଉତ୍ସବ ଶନିବାର ସଂଧ୍ୟ୍ୟାରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଟାଙ୍ଗୀ ବ୍ଲକ ଅଧ୍ୟକ୍ଷା ରୀସ୍ନା ମାନ୍ଧାତା, ଟାଙ୍ଗୀ ଵ୍ଲକ ସାମ୍ବାଦିକ ସଂଘ ସଭାପତି ପଦ୍ମନାଭ ବିଶ୍ୱାଳ, ଓଡିଶାର ବିଶିଷ୍ଟ ଭାଷ୍ୟକାର ମୃତ୍ୟୁଞ୍ଜୟ ରଥ, ବିଦ୍ୟାଳୟର ପ୍ରତିଷ୍ଠାତା ରାମଚନ୍ଦ୍ର ମହାପାତ୍ର, ଜି ସ୍କୁଲର ନିର୍ଦ୍ଦେଶକ ଭୀଷ୍ମ ନାରାୟଣ ମହାପାତ୍ର ପ୍ରମୁଖ ଅତିଥି ଭାବେ ଯୋଗଦେଇ ବିଦ୍ୟାଳୟ ପକ୍ଷରୁ ପ୍ରକାଶିତ ମାଗାଜିନ୍ ଦି ଜିଲିୟନ ସେଡ୍ସକୁ ଉନ୍ମୋଚିତ କରିଥିଲେ। ଏହା ପରେ ବିଭିନ୍ନ କ୍ଷେତ୍ରରେ ସଫଳତା ହାସଲ କରିଥିବା ବିଦ୍ୟାଳୟର କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରିଥିଲେ। ଅତିଥୀମାନେ ଶେଷରେ ଵିଦ୍ୟାଳୟର କୁନି କୁନି ଛାତ୍ରଛାତ୍ରୀମାନଙ୍କ ପକ୍ଷରୁ ପରିବେଷିତ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଉପସ୍ଥିତ ଦର୍ଶକ ମାନଙ୍କ ମନକୁ ବେଶ୍ ବିମୋହିତ କରିଥିଲା।
କୈଳାଶ ଚନ୍ଦ୍ର ଚୌଧୁରୀ ବ୍ରହ୍ମପୁର: ନିମଖଣ୍ଡି ଥାନା ଅନ୍ତର୍ଗତ ଭାବିନୀପୁର, ଚୈତନ୍ୟ ନଗର, ବାସୁଦେବ ନଗର ଓ ଚଣ୍ଡିପଦର ଭଳି ବିଭିନ୍ନ ଅଞ୍ଚଳରୁ ତାଲାବନ୍ଦ ର ସୁଯୋଗ ନେଇ କିଛି ଅସାମାଜିକ ଯୁବକ ଘର ତାଲା ଭାଙ୍ଗି ଚୋରି ଘଟଣାରେ ବ୍ରହ୍ମପୁର ପୋଲିସ ର ମୁଣ୍ଡବିନ୍ଧା ହୋଇଥିଲା। ଏହି ଭଳି ୫ ଟି ସ୍ଥାନରେ ଚୋରି ଅଭିଯୋଗରେ ଚୋର ଗ୍ୟାଙ୍ଗ୍ କୁ ଧରିବା ପାଇଁ ପୋଲିସ ପକ୍ଷରୁ ଏକ ଟିମ୍ ଗଠନ ହୋଇଥିଲା। ଉକ୍ତ ଟିମ୍ ବିଭିନ୍ନ ସ୍ଥାନରେ ଚଢାଉ କରି ପ୍ରଥମେ ଆନ୍ଧ୍ର ପ୍ରଦେଶ ଶ୍ରୀକାକୁଲମ ଜିଲ୍ଲାର ପାଲାସା ଅଞ୍ଚଳର ପି କ୍ରିଷ୍ଣା ନାମକ ଜଣେ ଯୁବକକୁ କାବୁ କରିଥିବା ବେଳେ ବଡ଼ବଜାର ଥାନା ଅନ୍ତର୍ଗତ ଗଣେଶ ନଗର ସାହିର ସାଗର ମୁଳି ଓ ଗୋପାଳପୁର ଥାନା ଅନ୍ତର୍ଗତ ନରଣପୁର ଗ୍ରାମ ର ଶ୍ରୀଧର ବେହେରା ନାମକ ଜଣେ ଯୁବକ କୁ ଉଠାଇ ଆଣି ଜେରା କରିବା ବେଳେ ଉକ୍ତ…
ଭୁବନେଶ୍ଵର: ଜୀ-ସାର୍ଥକରେ ଆସିଛି ବିବାହ ଋତୁ। ତିନୋଟି ମେଗା ଧାରାବାହିକରେ ହେବ ମହାମିଳନ। ଦର୍ଶକକୁ ଛୁଇଁବ ଏହି ସବୁ ମେଗା ଧାରାବାହିକ କାହାଣୀର ଟ୍ୱିଷ୍ଟ। ଜୀ ସାର୍ଥକରେ ଲୋକାଦୃତ ପାଲଟିଥିବା ‘ସୁନା ଝିଅ’, ‘ତୁ ଖରା ମୁଁ ଛାଇ’ ଏବଂ ‘ଖୁସିର ଛୁଙ୍କ’ ର ସମାହରରେ ହେବ ବିବାହ ମହୋତ୍ସବ। ଖାଲି ଏତିକିରେ ସଋ ନାହିଁ ଜୀ-ସାର୍ଥକର ବିବାହ ଋତୁ, ଏହା ବ୍ୟତୀତ ଦିଦି ନଂ -୧ ଏବଂ ଡ୍ୟାନ୍ସ ଓଡ଼ିଶା ଡ୍ୟାନ୍ସ ରେ ମଧ୍ୟ ଦେଖିବାକୁ ପାଇବେ ବିବାହ ମହୋତ୍ସବକୁ ନେଇ ନିଆରା ଏପିସୋଡ। ସମୟର ଚକ ବୁଲୁଛି। ପରିସ୍ଥିତିର ଦାସ ଏ ମଣିଷ କେମିତି ପରିସ୍ଥିତିର ସାମ୍ନା କରୁଛି । ହାତ ଧରି ସାଥି କରିଥିବା ମଣିଷ ମଧ୍ୟ ଅନ୍ୟ ଜଣଙ୍କୁ ସାଥି ଭାବେ ଗ୍ରହଣ କରିବାକୁ ବାଧ୍ୟ ହେଉଛି। ଆଉ ସେ ସମୟରେ କଣ ଘଟୁଛି ? କେମିତି ଆଗକୁ ଅତିବାହିତ ହେଉଛି ସମ୍ପର୍କର ନାଆ…। ଏଭଳି…
ନୂଆଦିଲ୍ଲୀ: ଆମେରିକା ଓ ୟୁରୋପର କେତେକ ଆନ୍ତର୍ଜାତିକ ବ୍ୟାଙ୍କରେ ସୃଷ୍ଟି ହୋଇଥିବା ସଙ୍କଟ ପରିପ୍ରେକ୍ଷୀରେ ଭାରତର ରାଷ୍ଟ୍ରାୟତ୍ତ ବ୍ୟାଙ୍କ ସମୂହର ପ୍ରସ୍ତୁତି, ବିଭିନ୍ନ ପଦକ୍ଷେପ, ସେମାନଙ୍କର କାରବାର ଓ ବ୍ୟାବସାୟିକ ସ୍ଥିତି, ପ୍ରଶାସନିକ ଓ ନିୟାମକ ବ୍ୟବସ୍ଥାର ଅନୁପାଳନ ଆଦି ସମ୍ପର୍କରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ଏକ ଉଚ୍ଚସ୍ତରୀୟ ବୈଠକର ସମୀକ୍ଷା କରିଛନ୍ତି। ସମୀକ୍ଷା ଅବସରରେ ଅର୍ଥମନ୍ତ୍ରୀ ସମ୍ପୃକ୍ତ ବ୍ୟାଙ୍କ ସମୂହର ପରିଚାଳନା ନିର୍ଦ୍ଦେଶକ, ମୁଖ୍ୟ କାର୍ଯ୍ୟନିର୍ବାହୀ ଆଦିଙ୍କ ସହିତ ବିଦେଶରେ କେତେକ ପ୍ରମୁଖ ବ୍ୟାଙ୍କର ଖରାପ ଆର୍ଥିକ ସ୍ଥିତି ଓ ଭାରତୀୟ ବ୍ୟାଙ୍କ ବ୍ୟବସ୍ଥା ଉପରେ ଏହାର ସମ୍ଭାବ୍ୟ ପ୍ରଭାବ ସମ୍ପର୍କରେ ପଚାରି ବୁଝିଥିଲେ। ବିଶେଷକରି ଆମେରିକାର ସିଲିକନ୍ ର୍ୟାଲି ବ୍ୟାଙ୍କ ଓ ସିଗ୍ନେଚର ବ୍ୟାଙ୍କ ଭଳି ପ୍ରତିଷ୍ଠିତ ବ୍ୟାଙ୍କରେ ଯେଉ ଗୁରୁତର ଆର୍ଥିକ ସଙ୍କଟ ଏବଂ ଦେବାଳିଆ ପରିସ୍ଥିତି ସୃଷ୍ଟି ହୋଇଛି ଭାରତୀୟ ବ୍ୟାଙ୍କ ବ୍ୟବସ୍ଥାକୁ ତାହା ପ୍ରଭାବିତ କରିବ କି ନାହିଁ ତାହା ସେ…
ଦିଲ୍ଲୀ: କେନ୍ଦ୍ର ଗୃହ ତଥା ସମବାୟ ମନ୍ତ୍ରୀ ଅମିତ ଶାହ ଆଜି ଛତିଶଗଡର ଜଗଦଲପୁର ଠାରେ କେନ୍ଦ୍ରୀୟ ରିଜର୍ଭ ପୋଲିସ ବଳ (ସିଆର୍ପିଏଫ୍) ର ୮୪ ତମ ସ୍ଥାପନା ଦିବସ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଛନ୍ତି। ଏହି ଅବସରରେ କେନ୍ଦ୍ର ଗୃହ ମନ୍ତ୍ରୀ ମଧ୍ୟ ପ୍ୟାରେଡର ଅଭିବାଦନ ଗ୍ରହଣ କରିଛନ୍ତି। ଅମିତ ଶାହା ମଧ୍ୟ ସ୍ଥାନୀୟ ଭାଷା ହାଲବିରେ ବସ୍ତର ଡିଭିଜନ ପାଇଁ ପ୍ରସାର ଭାରତୀର ସମ୍ବାଦ ବୁଲେଟିନ୍ ପ୍ରସାରଣକୁ ଉଦ୍ଘାଟନ କରିଥିଲେ। ଅମିତ ଶାହ ତାଙ୍କ ଅଭିଭାଷଣରେ କହିଛନ୍ତି ଯେ ଛତିଶଗଡ ଠାରେ ସିଆର୍ପିଏଫ୍ ପ୍ରତିଷ୍ଠା ହେବା ପରେ ଏବଂ ବାମପନ୍ଥୀ ଉଗ୍ରବାଦ ସମସ୍ୟା ଆରମ୍ଭ ହେବା ପର ଠାରୁ ପ୍ରଥମ ଥର ପାଇଁ ଏହି ଦିନ ପାଳନ କରାଯାଉଥିବାରୁ ଏହା ଆମ ସମସ୍ତଙ୍କ ପାଇଁ ବହୁତ ଖୁସିର ବିଷୟ। ସେ କହିଛନ୍ତି ଯେ ଛତିଶଗଡରେ ବାମପନ୍ଥୀ ଉଗ୍ରବାଦକୁ ଶେଷ କରିବା ପାଇଁ ଅଭିଯାନ ସମୟରେ ୭୬୩…
ଭୁବନେଶ୍ୱର: ରାଷ୍ଟ୍ରୀୟ ସଭାପତି ଶ୍ରୀ ଜେ.ପି.ନଡ୍ଡା ଓଡ଼ିଶାରେ ରାଜ୍ୟ ସଭାପତି ଭାବେ ପୂର୍ବତନ ମନ୍ତ୍ରୀ ତଥା ପୂର୍ବତନ ସାଂସଦ ଶ୍ରୀ ମନମୋହନ ସାମଲଙ୍କୁ ନିଯୁକ୍ତି ଦେଇଛନ୍ତି। ଏହି ଅବସରରେ ଆଜି ଅପରାହ୍ନ ୩.୩୦ସମୟରେ ରାଜ୍ୟ କାର୍ଯ୍ୟାଳୟରେ ସ୍ୱାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମରେ ସମସ୍ତ ନେତୃବୃନ୍ଦ ଏବଂ କାର୍ଯ୍ୟକର୍ତାମାନେ ଉପସ୍ଥିତ ରହିବେ। ସେହିପରି ଭଦ୍ରକରେ ମଧ୍ୟ ଏକ ସ୍ବାଗତ ସମ୍ବର୍ଦ୍ଧନା କରାଯିବ। ଆଜି ସକାଳେ ସେଠାରୁ ସେ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଏକ ଶୋଭାଯାତ୍ରାରେ ଭୁବନେଶ୍ବର ଆସିବେ।
ଭୁବନେଶ୍ବର: ଆଜି ଗଂଜାମ ଏବଂ ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳି ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ ପ୍ରଥମେ କବିସୂର୍ଯ୍ୟନଗର ନିର୍ବାଚନମଣ୍ତଳୀର ବଡ଼ ଆଗୁଳରେ ଆୟୋଜିତ ଏକ ସଭାରେ ଯୋଗ ଦେଇ ସେଠାରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିବେ। ଏଥିସହ ସ୍ୱୟଂ ସହାୟକ ଗୋଷ୍ଠୀ ମହିଳାଙ୍କୁ ବିନା ସୁଧରେ ଋଣ ବଣ୍ଟନ କରିବାର କାର୍ଯ୍ୟକ୍ରମ ରହିଛି । ଏହାପରେ ମୁଖ୍ୟମନ୍ତ୍ରୀ ନିଜ ନିର୍ବାଚନମଣ୍ତଳୀ ହିଞ୍ଜିଳିର କଞ୍ଚୁଡୁରେ ଆୟୋଜିତ ସଭାରେ ଯୋଗଦେଇ ବିଭିନ୍ନ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ। ଶେଷରେ ମୁଖ୍ୟମନ୍ତ୍ରୀ ଛତ୍ରପୁରରେ ଏକ ସଭାରେ ଯୋଗ ଦେବେ। ଅପରାହ୍ନରେ ସେ ଭୁବନେଶ୍ୱର ଫେରି ଆସିବାର କାର୍ଯ୍ୟକ୍ରମ ରହିଛି।
ଭୁବନେଶ୍ଵର: କେନ୍ଦ୍ର ମତ୍ସ୍ୟପାଳନ, ପଶୁ ସମ୍ପଦ ଓ ଦୁଗ୍ଧ ଉତ୍ପାଦନ ମନ୍ତ୍ରୀ ପୁରୁଷୋତ୍ତମ ରୂପାଲା ଓଡ଼ିଶା ଗସ୍ତ କରି ଭାରତ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମ ଓ ଯୋଜନାର ସମୀକ୍ଷା କରିଛନ୍ତି। ସେ ଓଡ଼ିଶାରେ ମତ୍ସ୍ୟପାଳନ କ୍ଷେତ୍ରକୁ ସୁଦୃଢ଼ କରିବାର ଲକ୍ଷ୍ୟ ନେଇ ବିଭିନ୍ନ କାର୍ଯ୍ୟକ୍ରମକୁ ସମୀକ୍ଷା କରିବା ସହିତ କୃଷି ସଂଯନ୍ତ୍ର ମେଳାରେ ଅଂଶଗ୍ରହଣ କରିଥିଲେ। ବାଲେଶ୍ୱର ଠାରେ ମତ୍ସ୍ୟପାଳନ ବିଭାଗର ଅଧିକାରୀ, ମତ୍ସ୍ୟ ଚାଷୀ ଓ ବିଭିନ୍ନ ଅଂଶୀଦାରମାନେ ତାଙ୍କୁ ସ୍ୱାଗତ କରିଥିଲେ। ଦେଶର ଅନ୍ୟ ରାଜ୍ୟ/କେନ୍ଦ୍ର ଶାସିତ ପ୍ରଦେଶରେ ପୂର୍ବରୁ ଏହି ସମୀକ୍ଷା ବୈଠକ ଆୟୋଜନ କରାଯାଇସାରିଛି। ଶ୍ରୀ ରୂପାଲା ହିତାଧିକାରୀ, ମତ୍ସ୍ୟଜୀବୀ, ମାଛ ଚାଷୀ, ବ୍ୟବସାୟୀ ଓ ଅନ୍ୟ ସମ୍ପୃକ୍ତ ଅଂଶୀଦାରମାନଙ୍କ ସହିତ ମତ୍ସ୍ୟପାଳନ କ୍ଷେତ୍ରର ବିକାଶକୁ ନେଇ ଆଲୋଚନା କରିଥିଲେ। ୨୫ ମାର୍ଚ୍ଚ ୨୦୨୩ରେ ଏନଓସିସିଆଇ ବାଲେଶ୍ୱର ଇନଫ୍ରାଷ୍ଟ୍ରକ୍ଚର କମ୍ପାନୀ ଠାରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ମତ୍ସ୍ୟଜୀବୀ, ମାଛ ଚାଷୀ ଏବଂ ମତ୍ସ୍ୟପାଳନ…
ଭୁବନେଶ୍ୱର: ସମ୍ ଅଲ୍ଟିମେଟ୍ ମେଡିକେୟାର (ସମ୍ମମ୍)ର ନର୍ସିଂ ସର୍ଭିସେସ୍ର ମୁଖ୍ୟ ଏନ୍. ଆୟେଶାଙ୍କୁ ‘ସି ହେଲ୍ଥ୍ ହିରୋଜ୍ – ରେକଗ୍ନାଇଜିଂ ୱିମେନ୍ ଇନ୍ ଆଲାଏଡ୍ ହେଲ୍ଥ୍ କେୟାର୍’ ସମ୍ମାନରେ ସମ୍ମାନିତ କରାଯାଇଛି। ଶୁକ୍ରବାର ସମ୍ବାଦ ଗ୍ରୁପ୍ ପକ୍ଷରୁ ଆୟୋଜିତ ମହିଳା ଦିବସ ‘ୱାଓ ୱିମେନ୍ -୨୦୨୩’ ପାଳନ ଅବସରରେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ତାଙ୍କର ସମାଜ ପ୍ରତି ଥିବା ଉତ୍ସର୍ଗୀକୃତ ସେବା, ଅବଦାନ ଓ ଉଦ୍ୟମକୁ ସମ୍ମାନ ଜଣାଇ ତାଙ୍କୁ ‘ସି ହେଲ୍ଥ ହିରୋଜ୍’ ସମ୍ମାନ ପ୍ରଦାନ କରାଯାଇଛି। ଶ୍ରୀମତି ଆୟେଶାଙ୍କ ସମେତ ନିଜ ବୃତିରେ ଅତୁଳନୀୟ ପ୍ରତିଭା ପ୍ରଦର୍ଶନ କରିଥିବା ଅନ୍ୟାନ୍ୟ ଡାକ୍ତରଖାନାର ୧୪ ଜଣ ନର୍ସିଂ ଏବଂ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ସହଯୋଗୀ କର୍ମଚାରୀଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତି ଉଷା ପାଢୀ, ମୁଖ୍ୟବକ୍ତା ଭାବେ କ୍ୟାପିଟାଲ୍ ହସ୍ପିଟାଲ୍ ପିଜି ଇନ୍ଷ୍ଟିଚ୍ୟୁଟ୍ର ନିର୍ଦ୍ଦେଶିକା…
ନୂଆଦିଲ୍ଲୀ, ସାଧାରଣତଃ ଘରୁ କୌଣସି ଶୁଭ କାମରେ ବାହାରିବା ବେଲେ ସମସ୍ତେ ଭଗବାନଙ୍କ ନାମକୁ ସ୍ମରଣ କରି ବାହାରିଥାନ୍ତି। ଏହାର କାରଣ ହେଲା ଯେଉଁ କାମ କରିବାକୁ ଯାଉଛନ୍ତି ତାହା ଯେପରି ଶୁଭ ହୁଏ। ହେଲେ ବେଳେ ବେଳେ ଘରୁ ବାହାରିବା ବେଳେ କିଛି ଏପର ଘଟଣା ଘଟେ ଯାହା ଆପଣଙ୍କ ପାଇଁ ଅଶୁଭ ହୋଇଯାଏ। କାର୍ଯ୍ୟଟି ସଫଳ ହୋଇ ନ ଥାଏ। ସେହିପରି କିଛି ଘଟଣା ଆମେ ଆପଣଙ୍କୁ କହିବାକୁ ଯାଉଛୁ ଯାହା ଆପଣଙ୍କ ପାଇଁ ବେଶ ଦରକାରରେ ଆସିପାରେ। ପୋଷାକ ବଟନ୍: ଯଦି ଆପଣ ପୋଷାକ ପିନ୍ଧିବା ବେଳେ ବଟମଗୁଡିକ ଭୁଲରେ ଲଗାଇଲେ ତେବେ ଏହା ଖରାପ । ବିଶ୍ୱାସ କରାଯାଏ ଯେ ଏହା ସହିତ ଆପଣଙ୍କର ସମସ୍ତ କାର୍ଯ୍ୟ ମଧ୍ୟ ସିଧା ହେବା ଆରମ୍ଭ କରେ । ଏପରି ପରିସ୍ଥିତିରେ ତୁମେ ପୁଣି ପୋଷାକ କାଢିବା ଉଚିତ ଏବଂ ସେହି ବଟନ୍ କୁ ସଠିକ୍ ଭାବରେ ରଖିବା ଉଚିତ…
ମେଷ: – ନୂତନ ଯୋଜନା ପ୍ରସ୍ତୁତ ହେବ। ଜଣେ ପ୍ରଭାବଶାଳୀ ବ୍ୟକ୍ତି ମାର୍ଗଦର୍ଶନ ଏବଂ ସମର୍ଥନ ପାଇପାରିବେ। ବ୍ୟବସାୟ କାର୍ଯ୍ୟରେ ଉନ୍ନତି ହେବ । ଆପଣ ସାମାଜିକ ସେବା କରିବାକୁ ପ୍ରେରଣା ପାଇବେ। ସମ୍ମାନ ପାଇବେ । ଟଙ୍କା ମିଳିବା ସହଜ ହେବ। ଆଘାତ ଏବଂ ରୋଗ ହେତୁ ବାଧା ହେବାର ସମ୍ଭାବନା ଅଛି। ବୃଷ: – ବକେୟା ରାଶି ପୁନରୁଦ୍ଧାର ପାଇଁ ଉଦ୍ୟମ ସଫଳ ହେବ । ବ୍ୟବସାୟ ଯାତ୍ରା ଲାଭଦାୟକ ହେବ। ଲାଭ ସୁଯୋଗ ଆସିବ । ଏକ ନୂତନ କାର୍ଯ୍ୟ କରିବାକୁ ଇଚ୍ଛୁକ ହେବେ। ବିନିଯୋଗ ଶୁଭ ହେବ। ବ୍ୟବସାୟ ବୃଦ୍ଧି ହେବାର ସମ୍ଭାବନା ଅଛି । ଏହାର ପ୍ରଭାବ ଚାକିରି କ୍ଷେତ୍ରରେ ପଡିବ। ପାରିବାରିକ ସୁଖ ଏବଂ ଶାନ୍ତି ରହିବ। ମିଥୁନ: – ମୂଲ୍ୟବାନ ଜିନିଷକୁ ସୁରକ୍ଷିତ ରଖନ୍ତୁ । ଅପ୍ରତ୍ୟାଶିତ ଖର୍ଚ୍ଚ ଆସିବ । ଆର୍ଥିକ ପରିସ୍ଥିତି ଆହୁରି ଖରାପ ହୋଇପାରେ । ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାରେ ତତ୍ପର…
ରଣପୁର; ରଣପୁର ବାର ଆସୋସିଏସନ ତରଫରୁ କର୍ମକର୍ତ୍ତା ନିର୍ବାଚନ ପ୍ରକ୍ରିୟା ସରିଥିବା ବେଳେ ଏହାର ଫଳାଫଳ ମଧ୍ୟ ଘୋଷଣା ହୋଇଯାଇଛି। ଏହି ନିର୍ବାଚନରେ ସଭାପତି ଭାବେ ବରିଷ୍ଠ ଆଇନଜିବୀ ଗିରିଜାକାନ୍ତ ମହାପାତ୍ର, ଉପ-ସଭାପତି ଭାବେ ସୁକାନ୍ତ କୁମାର ପଟ୍ଟନାୟକ, ସମ୍ପାଦକ ଭାବେ ସତ୍ୟରଞ୍ଜନ ମତା, ସହ-ସମ୍ପାଦକ ଭାବେ ଉମେଶ ରଞ୍ଜନ ସାହୁ, ଲାଇବ୍ରେରିଆନ ଭାବେ ସ୍ୱଦେଶ ରଞ୍ଜନ ସେନାପତି, କୋଷାଧ୍ୟକ୍ଷ ଭାବେ ସୁଶାନ୍ତ କୁମାର ଦାସ ନିର୍ବାଚିତ ହୋଇଥିବା ଜଣାଯାଇଛି। ଉକ୍ତ ନିର୍ବାଚନକୁ ରଣପୁର କୋର୍ଟର ସରକାରୀ ଓକିଲ ଗିରିଜା ଶଙ୍କର ସାମନ୍ତରାୟ ସୁଚାରୁରୂପେ ପରିଚାଳନା କରିଥିଲେ।
ଭୁବନେଶ୍ୱର: ରାଷ୍ଟ୍ରୀୟ ସଭାପତି ଜେ.ପି.ନଡ୍ଡା ଓଡ଼ିଶାରେ ରାଜ୍ୟ ସଭାପତି ଭାବେ ପୂର୍ବତନ ମନ୍ତ୍ରୀ ତଥା ପୂର୍ବତନ ସାଂସଦ ମନମୋହନ ସାମଲଙ୍କୁ ନିଯୁକ୍ତି ଦେଇଛନ୍ତି। ଏହି ଅବସରରେ ଆସନ୍ତକାଲି ଅପରାହ୍ନ ୩.୩୦ସମୟରେ ରାଜ୍ୟ କାର୍ଯ୍ୟାଳୟରେ ସ୍ୱାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମରେ ସମସ୍ତ ନେତୃବୃନ୍ଦ ଏବଂ କାର୍ଯ୍ୟକର୍ତାମାନେ ଉପସ୍ଥିତ ରହିବେ। ସେହିପରି ଭଦ୍ରକରେ ମଧ୍ୟ ଏକ ସ୍ବାଗତ ସମ୍ବର୍ଦ୍ଧନା କରାଯିବ। ଆସନ୍ତାକାଲି ସକାଳେ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ସେଠାରୁ ଏକ ଶୋଭାଯାତ୍ରାରେ ଭୁବନେଶ୍ବର ଆସିବେ।
ଭୁବନେଶ୍ୱର: ରାହୁଲ ଗାନ୍ଧୀଙ୍କୁ ଲୋକସଭାରୁ ବହିଷ୍କାର କରାଯିବାରେ ଆଜି ଅପରାହ୍ନରେ ସର୍ବଦଳୀୟ ବୈଠକରେ ଗଭୀର ଉଦ୍ବେଗ ପ୍ରକାଶ କରାଯିବା ସହିତ ଏହି ଅଗଣତାନ୍ତ୍ରିକ ଘଟଣାର ପ୍ରତିବାଦ ଓ ପ୍ରତିରୋଧ କରାଯିବା ପାଇଁ ନିଷ୍ପତି ହୋଇଛି। ବିଜେପି- ଆରଏସ୍ଏସର ଏହି ରାଜନୈତିକ ଷଡ଼ଯନ୍ତ୍ର, ବିରୋଧିଙ୍କୁ ମୂଳୋତ୍ପାଟନ କରିବାର କୁତ୍ସିତ ପ୍ରୟାସ କଲେ ସମସ୍ତ ବିରୋଧି ଦଳ ରାସ୍ତାକୁ ଓହ୍ଲାଇବେ ଓ ପ୍ରତିରୋଧ ଆନ୍ଦୋଳନକୁ ତୀବ୍ର କରିବାର ନିଷ୍ପତି ହୋଇଛି। ସାଂପ୍ରଦାୟୀକତା ବାଦ ବିରୋଧରେ ସବୁ ବାମ, ଗଣତାନ୍ତ୍ରିକ, ଧର୍ମ ନିରପେକ୍ଷ ଓ ଦେଶପ୍ରେମୀ ବ୍ୟକ୍ତି ଐକତାବଦ୍ଧ ସଂଗ୍ରାମ ଗଢ଼ିତୋଳିବାକୁ ଏହି ବୈଠକରେ ଆହ୍ୱାନ ଦିଆଯାଇଛି। ସୋମବାର ଦିନ ରାଜଭବନ ଚଲୋ କାର୍ଯ୍ୟକ୍ରମ କରାଯିବାପାଇଁ ସ୍ଥିର କରାଯାଇଛି। ଉକ୍ତ ବୈଠକରେ କଂଗ୍ରେସ, ସିପିଆଇ, ସିପିଆଇ (ଏମ), ସିପିଆଇ (ଏମଏଲ) ଲିବରେସନ, ସମାଜବାଦୀ ପାର୍ଟି, ଫରୱାଡ ବ୍ଲକ, ଏନସିପି, ଆମଆଦମୀ ପାର୍ଟି, ସମୃଦ୍ଧ ଓଡ଼ିଶା ପ୍ରଭୃତି ଦଳର ନେତୃବୃନ୍ଦ ମାନେ ଯୋଗଦେଇଥିଲେ। ପିସିସି ସଭାପତି ଶରତ…

