Jaya Kishori Ji: ଜୟା କିଶୋରୀ ଜୀ, ଆଧ୍ୟାତ୍ମିକ ଜଗତ ତଥା ଭଜନ ଜଗତର ଜଣେ ପ୍ରତିଷ୍ଠିତ ଚେହେରା। ତାଙ୍କର ପ୍ରବଚନ ଶୁଣିବା ପାଇଁ ଭାରତ କାହିଁକି ବିଦେଶରେ ମଧ୍ୟ ଲୋକେ ପାଗଳ ପରି ହୋଇ ଯାଉଛନ୍ତି। ସେ ଦେଖିବାକୁ ଯେପରି, ତାଙ୍କ କଣ୍ଠ ସ୍ବର ମଧ୍ୟ ସେହିପରି। ଭାରତୀୟ ଶାସ୍ତ୍ର ପୁରାଣ ଜ୍ଞାନର ଭଣ୍ଡାର ହେଉଛନ୍ତି ଜୟା କିଶୋରୀ। ଟେଲିଭିଜନର ଭକ୍ତି କାର୍ଯ୍ୟକ୍ରମ ହେଉ କିମ୍ବା ୟୁଟ୍ୟୁବରେ ତାଙ୍କର ପ୍ରବଚନ କିମ୍ବା ଭକ୍ତିଗୀତ। ଅପଲୋଡ କରିବା ମାତ୍ରେ ଅଳ୍ପ ସମୟରେ ଲକ୍ଷ ଲକ୍ଷ ଲୋକ ଏହାକୁ ଦେଖୁଛନ୍ତି। ଲାଗୁଛି ସତେ ଯେପରି ତାଙ୍କ ଭିଡିଓ ଅପଲୋଡକୁ ଲକ୍ଷ ଲକ୍ଷ ଲୋକ ଅପେକ୍ଷା କରି ରହିଥିଲେ। ତାଙ୍କର ଗୀତ ରେକର୍ଡିଂ କରିବା ପାଇଁ ବଡ ବଡ ମ୍ୟୁଜିକ କଂପାନୀ ଲମ୍ବା ଧାଡି ଲଗାଇଛନ୍ତି। ବର୍ତ୍ତମାନ ଭାରତର କୋଣେ ଅନୁକୋଣେ ଜୟା କିଶୋରୀ ଜୀଙ୍କୁ ପ୍ରବଚନ ଦେବାକୁ ନେବା ପାଇଁ ଲମ୍ବା ଧାଡି…
Author: Samikhsya Bureau
ଚାଣକ୍ୟ ନୀତି: ସ୍ୱାମୀ ଏବଂ ସ୍ତ୍ରୀ ପରସ୍ପର ପାଇଁ ପରିପୂରକ। କିନ୍ତୁ ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି ଯେ, ଏପରି କିଛି ବିଶେଷ ଜିନିଷ ଅଛି ଯାହା ଭୁଲରେ ମଧ୍ୟ ସ୍ୱାମୀଙ୍କୁ ସ୍ତ୍ରୀ କହିବା ଉଚିତ୍ ନୁହେଁ। ସେଗୁଡିକ ବିଷୟରେ ଉଲ୍ଲେଖ କରିବା ସମୟରେ ଅନେକ ପ୍ରକାରର ସମସ୍ୟାର ସମ୍ମୁଖୀନ ହେବାକୁ ପଡିବ। ସ୍ୱାମୀଙ୍କୁ ଏହିସବୁ କଥା କହିବା ଉଚିତ୍ ନୁହେଁ ପତ୍ନୀ: ଚାଣକ୍ୟ କହିଛନ୍ତି ଯେ, ବିବାହ ପରେ ମହିଳାମାନେ ନିଜ ବାପା ଘର ଲୋକଙ୍କୁ ଶ୍ଵଶୁର ଘରର ମନ୍ଦ କଥା ଏବଂ ଶ୍ଵଶୁର ଘର ଲୋକଙ୍କୁ ନିଜ ବାପା ଘରର ଟେକ ବିଷୟରେ ସ୍ୱାମୀଙ୍କୁ ମଧ୍ୟ କୁହନ୍ତୁ ନାହିଁ। ଏହା ଦୁଇ ପରିବାର ମଧ୍ୟରେ ପାର୍ଥକ୍ୟର ପରିସ୍ଥିତି ସୃଷ୍ଟି କରିପାରେ। ଏହା ମଧ୍ୟ ସ୍ୱାମୀ-ସ୍ତ୍ରୀଙ୍କ ସମ୍ପର୍କ ଉପରେ ଖରାପ ପ୍ରଭାବ ପକାଇଥାଏ ଏବଂ ଦାମ୍ପତ୍ୟ ଜୀବନରେ ଦୁଃଖ ଆସେ। ଦାନର ଫଳ କେବଳ ସେତେବେଳେ ମିଳେ, ଯେତେବେଳେ ଗୋଟିଏ ହାତରେ…
ମେଷ: – ଆଜି ଟିକିଏ ଅଧିକ ଚେଷ୍ଟା କରନ୍ତୁ । ଆଜି ଭାଗ୍ୟ ନିଶ୍ଚିତ ଭାବରେ ଆପଣଙ୍କୁ ସମର୍ଥନ କରିବ, କାରଣ ଏହା ଆପଣଙ୍କର ଦିନ । ଆଜି ଆପଣଙ୍କୁ ଅଫିସରେ କିଛି କାମ କରିବାକୁ ପଡିପାରେ, ଯାହାକୁ ଆପଣ ଦୀର୍ଘ ସମୟ ଧରି ଏଡ଼ାଇବାକୁ ଚେଷ୍ଟା କରୁଥିଲେ । ଶୁଣିଥିବା କଥାକୁ ଅନ୍ଧ ଭାବରେ ବିଶ୍ବାସ କରନ୍ତୁ ନାହିଁ ଏବଂ ସେମାନଙ୍କର ସତ୍ୟକୁ ଭଲ ଭାବରେ ପରୀକ୍ଷା କରନ୍ତୁ । ଆପଣ ଆଜି ବିବାହିତ ଜୀବନର ପ୍ରକୃତ ଜୀବନର ସ୍ୱାଦ ପାଇପାରିବେ । ବୃଷ: – ଆପଣଙ୍କର ପରିବାର ପାଇଁ ଖୁସିକୁ ବଳିଦାନ ଦେବ । କିନ୍ତୁ ପ୍ରତିବଦଳରେ କିଛି ଆଶା କରିବା ଉଚିତ୍ ନୁହେଁ । କଥାବାର୍ତ୍ତା ଏବଂ ଆର୍ଥିକ କାରବାରରେ ସତର୍କତା ଅବଲମ୍ବନ କରିବା ଆବଶ୍ୟକ । ଆପଣଙ୍କର ଅଧିକାଂଶ ସମୟ ସାଙ୍ଗ ଏବଂ ପରିବାର ସହିତ ବିତାଇବ। ଆଜି ଆନନ୍ଦ ଅନୁଭବ କରିବ । ଆପଣଙ୍କର…
ପୁରୀ: ଆଜି ଅପରାହ୍ନରେ ଶ୍ରୀମନ୍ଦିରରେ ଜଗନ୍ନାଥଙ୍କ ଦର୍ଶନ କରିଛନ୍ତି ପଶ୍ଚିମବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଆଜି ମନ୍ଦିର ନିକଟରେ ପହଞ୍ଚିବା ପରେ ସିଂହଦ୍ବାରରେ ତାଙ୍କୁ ସେବାୟତ ତଥା ପୁରୀ ପ୍ରଶାସନ ତରଫରୁ ସ୍ଗାଗତ କରାଯାଇଥିଲା। ତାଙ୍କୁ ଜଗନ୍ନାଥଙ୍କ ପାଟବସ୍ତ୍ର ଉପହାର ଦେଇ ମନ୍ଦିର ଭିତରକୁ ପାଛୋଟି ନିଆଯାଇଥିଲା। ସେ ମନ୍ଦିର ଭିତରେ ପ୍ରାୟ ଏକ ଘଣ୍ଟା ଧରି ରହିଥିଲେ। ସେ ରତ୍ନସିଂହାସନ ନିକଟରେ ରହି ଶ୍ରୀଜୀୟୁଙ୍କ ଦର୍ଶନ କରିବା ସହିତ ପୂଜାପାଠ କରିଥିଲେ। ଏହାପରେ ସେ ମନ୍ଦିର ଭିତରେ ଥିବା ପାର୍ଶ ଦେବାଦେବୀଙ୍କୁ ମଧ୍ୟ ଦର୍ଶନ କରିଥିଲେ। ମମତାଙ୍କ ନାମରେ ବାରହାତର ଏକ ପତକା ଶ୍ରୀମନ୍ଦିର ନୀଳଚକ୍ରରେ ବନ୍ଧା ଯାଇଥିଲା। ଖୋଦ ମମତା ନିଜେ କୀର୍ତ୍ତନ ଚକଡାରେ ରହି ପତାକା ବନ୍ଧା ପର୍ବ ଦର୍ଶନ କରି ଭାବବିହ୍ବଳ ହୋଇପଡିଥିଲେ। ତାଙ୍କ ସହିତ ତାଙ୍କର କୂଳପୁରୋହିତ ସେବାୟତ ସମସ୍ତେ ମନ୍ଦିର ଦର୍ଶନ କରାଇଥିଲେ। ଏହାପରେ ମମତା ମନ୍ଦିର ମଧ୍ୟରେ ବ୍ରାହ୍ମଣମାନଙ୍କୁ ପ୍ରସାଦ ଖାଇବାକୁ…
ନୂଆଦିଲ୍ଲୀ: ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ରାଷ୍ଟ୍ରପତି ଭବନର ଦରବାର ହଲରେ ଆୟୋଜିତ ଏକ ସମ୍ମାନ ପ୍ରଦାନ ସମାରୋହରେ ୨୦୨୩ ବର୍ଷ ପାଇଁ ତିନୋଟି ପଦ୍ମ ବିଭୂଷଣ, ଚାରିଟି ପଦ୍ମ ଭୂଷଣ ଏବଂ ୪୭ଟି ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରିଛନ୍ତି। ଏହି ଅବସରରେ ଉପସ୍ଥିତ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ମଧ୍ୟରେ ଭାରତର ଉପରାଷ୍ଟ୍ରପତି ଜଗଦୀପ ଧନଖର, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଲୋକସଭା ବାଚସ୍ପତି ଓମ ର୍ବିଲା, କେନ୍ଦ୍ର ଗୃହ ତଥା ସମବାୟ ମନ୍ତ୍ରୀ ଅମିତ ଶାହା ଏବଂ ଅନ୍ୟ କେନ୍ଦ୍ର ମନ୍ତ୍ରୀମାନେ ଯୋଗ ଦେଇଥିଲେ। ସମ୍ମାନ ପ୍ରଦାନ ସମାରୋହ ପରେ କେନ୍ଦ୍ର ଗୃହ ତଥା ସମବାୟ ମନ୍ତ୍ରୀ ଅମିତ ଶାହା ଏବଂ ଅନ୍ୟ କେନ୍ଦ୍ର ମନ୍ତ୍ରୀମାନେ ନୂଆଦିଲ୍ଲୀ ସ୍ଥିତ ସୁଷମା ସ୍ୱରାଜ ଭବନରେ କେନ୍ଦ୍ର ଗୃହ ତଥା ସମବାୟ ମନ୍ତ୍ରୀଙ୍କ ଦ୍ୱାରା ଆୟୋଜିତ ରାତ୍ର ଭୋଜନରେ ପଦ୍ମ ପୁରସ୍କାର ପ୍ରାପ୍ତ ବ୍ୟକ୍ତିଙ୍କ ସହ ଆଲୋଚନା କରିଥିଲେ। ଆସନ୍ତାକାଲି (ମାର୍ଚ୍ଚ ୨୩, ୨୦୨୩)…
ସୀତାରାମ ଅଗ୍ରୱାଲ ବାଣପୁର: ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ (ଆରଏସଏସ) ବାଣପୁର ଶାଖା ତରଫରୂ ସ୍ଥାନୀୟ ସରସ୍ଵତୀ ଶିଶୁ ମନ୍ଦିର ଠାରେ ରାଷ୍ଟ୍ରୀୟ ନବ ବର୍ଷ ଉତ୍ସବ ମହାସମାରୋହରେ ଆଜି ପାଳିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଶିଶୁମନ୍ଦିରର ପ୍ରଧାନ ଗୁରୁଜୀ ଅବିନାଶ ପଟ୍ଟନାୟକ ଯୋଗ ଦେଇଥିଲେ। ମୁଖ୍ୟ ଅତିଥି ହିନ୍ଦୁ ନବ ବର୍ଷ ପାଳନର ମହତ୍ୱ ଉପରେ ଆଲୋକପାତ କରିବା ସହ ସଂଘର ପ୍ରତିଷ୍ଠା ତଥା କେଶବ ବଳିରାମ ହେଡଗୱରଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ସ୍ଥାନୀୟ ସଂଘଚାଳକ ସତ୍ୟ ନାରାୟଣ ଷଡଙ୍ଗୀ, ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଆନନ୍ଦ ଚନ୍ଦ୍ର ସେନାପତି, ବରିଷ୍ଠ ସ୍ୱୟଂସେବକ କୈଳାସ ଚନ୍ଦ୍ର ଖୁଣ୍ଟିଆ, ବୈରାଗୀ ଚରଣ ଏବଂ ବହୁ ସ୍ୱୟଂସେବକ ଉପସ୍ଥିତ ଥିଲେ।
ସୀତାରାମ ଅଗ୍ରୱାଲ ବାଣପୁର: ଆଜି ଠାରୁ ନଅ ଦିନ ବ୍ୟାପି ବାଣପୁରର ଆରାଧ୍ୟ ଦେବୀ ମା’ ଭଗବତୀଙ୍କ ପୀଠରେ ବସନ୍ତ ଋତୁର ନବରାତ୍ରି ଉପଲକ୍ଷେ ବାସନ୍ତିକ ବିଶ୍ଵଶାନ୍ତି ମହାଯଜ୍ଞ ଆରମ୍ଭ ହୋଇଯାଇଛି। ଚଳିତ ବର୍ଷ ପ୍ରଥମ ଥର ପାଇଁ ମା’ଙ୍କ ପୀଠରେ ଉକ୍ତ ଯଜ୍ଞ ଅନୁଷ୍ଠିତ ହେଉଥିବା ବେଳେ ଆଜି କଳସ ଯାତ୍ରାରେ ବହୁ ଶ୍ରଦ୍ଧାଳୁ ସାମିଲ ହୋଇଥିଲେ। ବାଣପୁରର ସମସ୍ତ ଜନସାଧାରଣଙ୍କ ସହଯୋଗରେ ମହାଯଜ୍ଞ ଅନୁଷ୍ଠିତ ହେଉଥିବା ବେଳେ ସକାଳୁ ଶ୍ରଦ୍ଧାଳୁମାନେ ଶ୍ରୀ ଶ୍ରୀ ଦକ୍ଷେଶ୍ୱରଙ୍କ ମନ୍ଦିର ପୁଷ୍କରିଣୀରୁ ରୁ କଳସରେ ଜଳ ଆଣି ବାଣପୁର ପରିକ୍ରମା କରି ମା’ ଭଗବତୀଙ୍କ ମନ୍ଦିରରେ ପହଂଚିଥିଲେ। ଫଳରେ ମା’ ଙ୍କ ପୀଠରେ ଏକ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା। ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ମନୋଜ ଅଗ୍ରୱାଲ ଏବଂ ବରିଷ୍ଠ ଆଇନଜିବି ଶ୍ୟାମ ସୁନ୍ଦର ମିଶ୍ର ଉକ୍ତ ଯଜ୍ଞର କର୍ତ୍ତା ଭାବରେ ଉପବିଶନ ହୋଇଛନ୍ତି। ପ୍ରକାଶଥାଉକି ଯଜ୍ଞର ବିଧିବିଧାନ ଅନୁଯାୟୀ ମଙ୍ଗଳବାର ଅଙ୍କୁରାରୋପଣ ହୋଇଥିବା…
ଖୋର୍ଦ୍ଧା: ଖୋର୍ଦ୍ଧା ସଦର ଥାନା ଅଞ୍ଚଳରୁ ଆଜି ଲକ୍ଷାଧିକ ଟଙ୍କାର ବ୍ରାଉନ ସୁଗାର ଜବତ କରିଛି ଜିଲ୍ଲା ଅବକାରୀ ବିଭାଗ। ସୂଚନା ମୁତାବକ ଆଜି ପୂର୍ବାହ୍ନରେ ଡିହପୁର ଗ୍ରାମରେ ବ୍ରାଉନ ସୁଗାର କାରବାର ଚାଲିଥିବା ଖବର ପାଇ ଖୋର୍ଦ୍ଧା ରେଞ୍ଜ ଅବକାରୀ ଇନ୍ସପେକ୍ଟର ଭୈରବ ସାହୁ ଟିମ ସହ ଚଢ଼ାଉ କରିଥିଲେ। ଚଢ଼ାଉରେ ଉକ୍ତ ଗ୍ରାମର ନରୋତ୍ତମ ରଣସିଂହ (୪୨) ଗିରଫ ହେବା ସହ ତାଙ୍କ ନିକଟରୁ ୪୧ ଗ୍ରାମ ବ୍ରାଉନ ସୁଗାର ଜବତ କରିଛି। ଯାହାର ଆନୁମାନିକ ମୂଲ୍ୟ ୪ ଲକ୍ଷ ୧୦ହଜାର ଟଙ୍କା ହେବ। ଏହି ପରିପ୍ରେକ୍ଷୀରେ ଗିରଫ ଅଭିଯୁକ୍ତଙ୍କ ବିରୁଦ୍ଧରେ ଏନଡ଼ିପିଏସ ଆଇନ ଅନୁଯାୟୀ ମାମଲା ରୁଜୁ କରାଯାଇ କୋର୍ଟଚାଲାଣ କରାଯାଇଛି। ଉକ୍ତ ଚଢ଼ାଉରେ ଜିଲ୍ଲା ମୋବାଇଲ ଅବକାରୀ ଏସଆଇଁ ବି. ମନୋଜ କୁମାର, ବେଗୁନିଆ ଅବକାରୀ ଅଧିକାରୀ ରାଜେନ୍ଦ୍ର ଖେସ, ଖୋର୍ଦ୍ଧା ଅବକାରୀ ଅଧିକାରୀ ରଞ୍ଜନ ଦାସ ଏବଂ ଅନ୍ୟ ଅବକାରୀ କର୍ମଚାରୀ ମାନେ ସାମିଲ…
ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଆୟୋଜିତ ନାଗରିକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ କଳା କ୍ଷେତ୍ରକୁ ଯୋଗଦାନ ନିମନ୍ତେ ଓଡ଼ିଶାର ମାଗୁଣି ଚରଣ କୁଅଁରଙ୍କୁ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରିଛନ୍ତି। ପୁରସ୍କାର ବିଜେତାଙ୍କ ଜୀବନ ଓ କାର୍ଯ୍ୟ ବିଷୟରେ ବିସ୍ତୃତ ବିବରଣୀ – ୧. ମାଗୁଣି ଚରଣ କୁଅଁରଙ୍କୁ କଳା କ୍ଷେତ୍ରରେ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯାଇଛି। ଶ୍ରୀ ମାଗୁଣି ଚରଣ କୁଅଁର ୧. କେନ୍ଦୁଝରର ପ୍ରସିଦ୍ଧ କଣ୍ଢେଇ ନାଚ କଳାକାର ମାଗୁଣି ଚରଣ କୁଅଁର ନିଜର ଅଦ୍ଭୂତ କଣ୍ଢେଇ ନାଚ କଳା ପାଇଁ ଓଡ଼ିଶା ଓ ଓଡ଼ିଶା ବାହାରେ ପ୍ରସିଦ୍ଧି ହାସଲ କରିଛନ୍ତି। ସେ ମାତ୍ର ୧୫ ବର୍ଷ ବୟସରେ ନିଜର ଗୁରୁ ମକରଧ୍ୱଜ ବେହେରାଙ୍କ ଠାରୁ ଏହି କଳା ସଫଳତା ପୂର୍ବକ ଶିଖିଥିଲେ ଏବଂ କଣ୍ଢେଇ ନାଚ ପାଇଁ ‘ଉତ୍କଳ ବିଶ୍ୱକର୍ମା କଳାକୁଞ୍ଜ’ ନାମକ ଏକ ସାଂସ୍କୃତିକ ଦଳ ଗଢ଼ିଥିଲେ ଓ ସାରା ଦେଶରେ କଣ୍ଢେଇ ନାଚ ପରିବେଷଣ କରିଥିଲେ।…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରିବା ସହିତ ଦେଶରେ କୋଭିଡ-୧୯ ଏବଂ ଇନଫ୍ଲୁଏଞ୍ଜାର ସ୍ଥିତି ଅନୁଧ୍ୟାନ କରିଛନ୍ତି। ପ୍ରଧାନମନ୍ତ୍ରୀ ଏହି ବୈଠକରେ ସ୍ୱାସ୍ଥ୍ୟ ଭିତ୍ତିଭୂମି ଓ ଲଜିଷ୍ଟିକ୍ସର ପ୍ରସ୍ତୁତି, ଟିକାକରଣ ଅଭିଯାନର ସ୍ଥିତି, ନୂଆ କୋଭିଡ-୧୯ ଭେରିଏଣ୍ଟ ଓ ଇନଫ୍ଲୁଏଞ୍ଜା ବା ସର୍ଦ୍ଦିରୋଗର ପ୍ରକାର ଏବଂ ଦେଶର ଜନସ୍ୱାସ୍ଥ୍ୟ ଉପରେ ସେଗୁଡ଼ିକର ପ୍ରଭାବ ସମ୍ପର୍କରେ ସମୀକ୍ଷା କରିଥିଲେ। ଦେଶରେ ଇନଫ୍ଲୁଏଞ୍ଜା ଭଳି ସର୍ଦ୍ଦିରୋଗ ଓ ଜ୍ୱର ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବା ଏବଂ ଗତ ଦୁଇ ସପ୍ତାହ ମଧ୍ୟରେ କୋଭିଡ-୧୯ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବା ଦୃଷ୍ଟିରୁ ଏହି ଉଚ୍ଚସ୍ତରୀୟ ବୈଠକ ଆୟୋଜନ କରାଯାଇଥିଲା। ଏଥିପୂର୍ବରୁ ୨୨ ଡିସେମ୍ବର ୨୦୨୨ରେ ପ୍ରଧାନମନ୍ତ୍ରୀ କୋଭିଡ-୧୯ ସମୀକ୍ଷା ବୈଠକରେ କେତେକ ନିର୍ଦ୍ଦେଶ ଦେଇଥିଲେ, ସେ ଦିଗରେ ଗ୍ରହଣ କରାଯାଇଥିବା କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ଆଜିର ବୈଠକରେ ସମୀକ୍ଷା କରାଯାଇଥିଲା। ଏହି ଅବସରରେ ପ୍ରଧାନମନ୍ତ୍ରୀଙ୍କୁ ସୂଚନା ଦିଆଯାଇଥିଲା ଯେ ୨୦ଟି ମୁଖ୍ୟ…
ଭୁବନେଶ୍ଵର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସଂଧ୍ୟାରେ ନବୀନ ନିବାସ ଠାରେ ଜ୍ବିଗାଟୋ ଚଳଚ୍ଚିତ୍ରର ସ୍ବତନ୍ତ୍ର ଉପସ୍ଥାପନା କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ନନ୍ଦିତା ଦାସ ନିର୍ଦ୍ଦେଶିତ ଚଳଚ୍ଚିତ୍ର ଜ୍ବିଗାଟୋର ସୁଟିଂ ସଂପୂର୍ଣ୍ଣ ଭାବରେ ଭୁବନେଶ୍ବରରେ କରାଯାଇଛି । ବିଶିଷ୍ଟ ଅଭିନେତା କପିଲ ଶର୍ମା ଓ ଅଭିନେତ୍ରୀ ସାହାନା ଗୋସ୍ବାମୀ ଏଥିରେ ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି । ସମାଜର ଅତ୍ୟନ୍ତ ସାଧାରଣ ଲୋକଙ୍କ ସଂଘର୍ଷପୂର୍ଣ୍ଣ ଜୀବନକୁ ଏହି ଚଳଚ୍ଚିତ୍ରରେ ସଫଳ ଭାବରେ ଉପସ୍ଥାପିତ କରାଯିବା ସହ କଳାତ୍ମକ ଦିଗ ପ୍ରତି ଉଚିତ୍ ଧ୍ୟାନ ଦିଆ ଯାଇଥିବାରୁ ମୁଖ୍ୟମନ୍ତ୍ରୀ ଏହି ଚଳଚ୍ଚିତ୍ରର ଉଚ୍ଚପ୍ରଶଂସା କରିଥିଲେ । ସାମାଜିକ ପରିବର୍ତ୍ତନ ଦିଗରେ ଜ୍ବିଗାଟୋ ଏକ ସକରାତ୍ମକ ବାର୍ତ୍ତା ଦେବାରେ ସଫଳ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଛନ୍ତି ।
ଭୁବନେଶ୍ୱର: ପ୍ରଖ୍ୟାତ ଅଭିନେତ୍ରୀ ନନ୍ଦିତା ଦାସଙ୍କ ନିର୍ଦ୍ଦେଶିତ ତଥା ବିଶିଷ୍ଟ ଅଭିନେତା କପିଲ ଶର୍ମାଙ୍କ ଅଭିନୀତ ‘ଜ୍ୱିଗାଟୋ’ ଫିଲ୍ମ ଉପରୁ ରାଜ୍ୟ ସରକାର ପ୍ରମୋଦ କର ଛାଡ କରିଛନ୍ତି । ଏ ସଂକ୍ରାନ୍ତୀୟ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଅନୁମୋଦନ କରିଛନ୍ତି । ସୂଚନାଯୋଗ୍ୟ ଯେ ଜଣେ Food delivery rider ଓ ତାଙ୍କ ପରିବାରର ସଂଘର୍ଷପୂର୍ଣ୍ଣ ଜୀବନକୁ ନେଇ ‘ଜ୍ୱିଗାଟୋ’ ଫିଲ୍ମ ନିର୍ମିତ ହୋଇଛି। ହିନ୍ଦୀଭାଷାରେ ନିର୍ମିତ ଏହି ଫିଲ୍ମଟି ସଂପୂର୍ଣ୍ଣ ଭାବରେ ଭୁବନେଶ୍ୱରରେ ହିଁ ସୁଟିଂ କରାଯାଇଛି। ଓଡିଶାରେ ଯେପରି ଅଧିକରୁ ଅଧିକ ବ୍ୟବସାୟୀକ ଚଳଚ୍ଚିତ୍ର ସୁଟିଂ କରାଯାଇ ପାରିବ ସେଥିପାଇଁ ରାଜ୍ୟ ସରକାର ଅନୁକୂଳ ନୀତି କାର୍ଯ୍ୟକାରୀ କରୁଛନ୍ତି ଏବଂ ଏ ଦିଗରେ ଚଳଚ୍ଚିତ୍ର ଶିଳ୍ପକୁ ମଧ୍ୟ ଉତ୍ସାହିତ କରୁଛନ୍ତି। ଏହା ଦ୍ୱାରା ରାଜ୍ୟର ପର୍ଯ୍ୟଟନ ବିକାଶ ହେବା ସହିତ ପ୍ରତିଭାବାନ ଯୁବକ ଯୁବତୀମାନଙ୍କ ପାଇଁ ନିଯୁକ୍ତିର ସୃଷ୍ଟି କରିବ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି।…
ଭୁବନେଶ୍ଵର: ଓଡ଼ିଶାରେ ବିରୋଧୀଦଳ ବିଜେପି ନିର୍ଲଜ୍ଜ ଭାବେ ବାରମ୍ବାର ମିଛ କହି ଚାଲିଛି। ମିଛର ଆଶ୍ରୟ ନେଇ ବିରୋଧୀଦଳ ନେତା ଓଡ଼ିଶାବାସୀଙ୍କୁ ଅପମାନିତ କରୁଛନ୍ତି। କିନ୍ତୁ ମିଛକୁ ରଣନୀତି କରି ବିରୋଧୀଦଳ କେବେବି ଲୋକଙ୍କ ଭରସା ଜିତି ପାରିବ ନାହିଁ। ଆଜି ବିରୋଧୀଦଳ ନେତା ଜୟନାରାୟଣ ମିଶ୍ରଙ୍କ ମନ୍ତବ୍ୟର ଏଭଳି ଜବାବ ଦେଇଛି ବିଜୁ ଜନତା ଦଳ। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡି ମୁଖପାତ୍ର ଡ. ଲେନିନ ମହାନ୍ତି କହିଛନ୍ତି, ଜୟନାରାୟଣ ମିଶ୍ର ବିରୋଧୀଦଳ ନେତା ନୁହନ୍ତି, ସେ ଜଣେ ଓଡ଼ିଶା ବିରୋଧୀ ନେତା। ସେ ଯେଉଁଭଳି ଟିପ୍ପଣି ଦେଉଛନ୍ତି, ଏଥିରୁ ସ୍ପଷ୍ଟ ଯେ ଜଣେ ଓଡ଼ିଆ ହୋଇ ମଧ୍ୟ ସେ ଓଡ଼ିଶାର ଉନ୍ନତି ଚାହାନ୍ତି ନାହିଁ। ଓଡ଼ିଶାବାସୀଙ୍କ ପ୍ରତି ତାଙ୍କର କୌଣସି ଦରଦ ନାହିଁ। ବିଧାନସଭା ଭିତରେ ହେଉ କି ବାହାରେ; ସଦାବେଳେ କେବଳ ହୀନ ରାଜନୈତିକ ଉଦ୍ଦେଶ୍ୟ ରଖି ସେ ମନ୍ତବ୍ୟ ଦିଅନ୍ତି ଏବଂ ଓଡ଼ିଶାକୁ ନିଂଦିତ…
ଭୁବନେଶ୍ୱର : ଜଗତସିଂହପୁର ଜିଲ୍ଲାର ପାରାଦ୍ବୀପରେ ଏକ ପେଟ୍ରୋକେମିକାଲ କମ୍ପେ୍ଲକ୍ସ ସ୍ଥାପନା ପାଇଁ ଭାରତୀୟ ତୈଳ ନିଗମର ଯୋଜନାକୁ ବୋର୍ଡ ତରଫରୁ ଅନୁମୋଦନ ମିଳିଛି। ପ୍ରସ୍ଥାବିତ ଏହି କମ୍ପେ୍ଲକ୍ସରେ ବିଶ୍ୱଶ୍ରେଣୀୟ କ୍ରାକର ୟୁନିଟ୍ ସ୍ଥାନ ପାଇବା ସହ ପଲି ପ୍ରୋପିଲିନ୍, ହାଇ-ଡେନ୍ସିଟି ପଲିଏଥିଲିନ୍, ପଲି ଭିନାଇଲ୍ କ୍ଲୋରାଇଡ ଆଦି ଉତ୍ପାଦନ ପାଇଁ ବିଭିନ୍ନ ଶିଳ୍ପ ୟୁନିଟ୍ ସ୍ଥାପନା ହେବ। ଓଡ଼ିଶାରେ ନିଯୁକ୍ତି ଓ ଆତ୍ମନିଯୁକ୍ତି କ୍ଷେତ୍ରରେ ଏହି ୟୁନିଟ୍ ଏକ ମାଇଲଷ୍ଟ୍ରୋନ ହୋଇ ରହିବ। ଟେକ୍ସଟାଇଲ ଶିଳ୍ପରେ ଗୁଜରାଟର ସୁରାଟ୍ ଯେଭଳି ଏକ ହବ୍ ହୋଇପାରିଛି ଆଗାମୀ ଦିନରେ ଓଡିଶା ଏହାର ସ୍ଥାନ ନେବାର ସୁଯୋଗ ଆସିଛି ବୋଲି ବିଜେପି ମୁଖପାତ୍ର ତଥା ଭାରତୀୟ ତୈଳ ନିଗମ ନିର୍ଦ୍ଦେଶକ ସୁଦୀପ୍ତ ରାୟ କହିଛନ୍ତି। ଓଡ଼ିଶାବାସୀଙ୍କ ତରଫରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ରଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ୍ ସିଂ ପୁରୀଙ୍କୁ ଧନ୍ୟବାଦ ଦେଇ ଶ୍ରୀ ରାୟ କହିଛନ୍ତି ଯେ,…
ଭୁବନେଶ୍ବର: ସୋନପୁରର ସଦର ବ୍ଲକ୍ର ଶରଧାବାଲି ସ୍କୁଲଠାରେ କାର୍ ଦୁର୍ଘଟଣାରେ ୩ ଜଣ ଛାତ୍ର ପ୍ରାଣ ହରାଇବା ଘଟଣାରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ଶୋକସନ୍ତପ୍ତ ପରିବାରବର୍ଗକୁ ଗଭୀର ସମବେଦନା ଜଣାଇବା ସହିତ ମୃତ ଛାତ୍ରମାନଙ୍କ ନିକଟତମ ଆତ୍ମୀୟଙ୍କ ନିମନ୍ତେ ୩ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି। ଏହାସହିତ ଆହତ ଛାତ୍ର ମାନଙ୍କ ପାଇଁ ଉପଯୁକ୍ତ ଚିକିତ୍ସା ବ୍ୟବସ୍ଥା କରିବା ପାଇଁ ନିର୍ଦ୍ଦେଶ ଦେବା ସହିତ ସେମାନଙ୍କ ପାଇଁ ୫୦ ହଜାର ଟଙ୍କାର ସହାୟତା ମଧ୍ୟ ଘୋଷଣା କରିଛନ୍ତି ଏବଂ ସେମାନଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି।
ଭୁବନେଶ୍ଵର: ୨୦୩୦ ସୁଦ୍ଧା ନେଟ୍ ଜିରୋ କାର୍ବନ ଏମିଟର ବା ଶୂନ୍ୟ ଅଙ୍ଗାରକାମ୍ଳ ନିର୍ଗମନ ଲକ୍ଷ୍ୟ ହାସଲ ନିମନ୍ତେ ଭାରତୀୟ ରେଳବାଇର ପ୍ରୟାସ ଜାରି ରହିଛି। ଏହି କ୍ରମରେ ଓଡ଼ିଶାରେ ସମସ୍ତ ବ୍ରଡ୍ ଗେଜ୍ ରେଳ ଲାଇନର ଶହେ ପ୍ରତିଶତ ବିଦ୍ୟୁତିକରଣ ସମ୍ପୂର୍ଣ୍ଣ ହୋଇଛି। ଓଡ଼ିଶାରେ ବର୍ତ୍ତମାନ ୨,୮୨୨ ରୁଟ୍ କିଲୋମିଟର ବ୍ରଡ୍ ଗେଜ୍ ନେଟୱର୍କ ରହିଛି, ଯାହାର ୧୦୦% ବିଦ୍ୟୁତିକରଣ ସମ୍ପୂର୍ଣ୍ଣ ହୋଇଛି। ଏହାଦ୍ୱାରା ଲାଇନ୍ ହଲ୍ ଖର୍ଚ୍ଚ ପ୍ରାୟ ଅଢ଼େଇ ଗୁଣ ହ୍ରାସ ପାଇବ, ହଲେଜ୍ କ୍ଷମତା ଅଧିକ ହେବ, ସେକ୍ସନ କ୍ଷମତା ବୃଦ୍ଧି ପାଇବ, ଇଲେକ୍ଟ୍ରିକ ଲୋକୋର ପରିଚାଳନା ଓ ରକ୍ଷଣାବେକ୍ଷଣ ଖର୍ଚ୍ଚ କମିବ, ଇନ୍ଧନ ଦକ୍ଷ ଓ ପରିବେଶ ଅନୁକୂଳ ପରିବହନ ମାଧ୍ୟମ ମିଳିବା ସହିତ ଅଶୋଧିତ ତୈଳ ଉପରେ ଆମଦାନୀ ହ୍ରାସ ପାଇବ ଯାହାକି ବିଦେଶୀ ମୁଦ୍ରା ସଞ୍ଚୟରେ ସହାୟକ ହେବ। ଆହୁରି, ରେଳବାଇର ୧୦୦% ବିଦ୍ୟୁତିକରଣ ନେଟୱର୍କ ନୀତି ଅନୁରୂପ ନୂଆ ବ୍ରଡ୍…
ସୀତାରାମ ଅଗ୍ରୱାଲ ବାଣପୁର: ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣ ଓ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ତରଫରୁ ପ୍ରତ୍ୟେକ ବ୍ଲକରେ ନିଯୁକ୍ତିଭିତ୍ତିକ ତାଲିମ କାର୍ଯ୍ୟକ୍ରମ ଓ ବୈଷୟିକ ଶିକ୍ଷା ଗ୍ରହଣ ନିମନ୍ତେ ବ୍ଲକ ସ୍ତରୀୟ ପରାମର୍ଶ ଶିବିରମାନ ଆୟୋଜନ କରାଯାଉଅଛି। ଏହି ପରିପ୍ରେକ୍ଷୀରେ ଆଜି ବାଣପୁର ବ୍ଲକର ଭେଟେଶ୍ୱର ହାଇସ୍କୁଲ, ସରକାରୀ ବାଳିକା ହାଇସ୍କୁଲ ଏବଂ ନାଚୁଣୀ ଗୋଦାବରୀଶ ହାଇସ୍କୁଲ ଠାରେ ଉକ୍ତ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଏହି ପରାମର୍ଶ ଶିବିରରେ ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣଙ୍କ ସହ ଅନୁବନ୍ଧିତ ବିଭିନ୍ନ ସରକାରୀ ଓ ବେସରକାରୀ ତାଲିମ ପ୍ରଦାନକାରି ସଂସ୍ଥାମାନେ ଯୋଗ ଦେଇଥିଲେ। ଏହି ତାଲିମ ପ୍ରଦାନକାରି ସଂସ୍ଥା ମାନେ ବିଭିନ୍ନ ଟ୍ରେଡ଼ ମାନଙ୍କରେ ଜାତୀୟ ବୈଷୟିକ ଦକ୍ଷତା ଓ କୌଶଳ କର୍ପୋରେସନ ଦ୍ୱାରା ଜାରି କରାଯାଇଥିବା ସ୍ୱଳ୍ପ ମିଆଦି ପାଠ୍ୟକ୍ରମ ସୂଚୀରୁ ପ୍ରାର୍ଥୀ ମାନଙ୍କର ରୁଚି ଅନୁଯାୟୀ ତାଲିମ ପ୍ରଦାନ କରିବେ। ଏହାର ଅବଧି ଏକ ମାସରୁ ଛଅ ମାସ ମଧ୍ୟରେ…
ଭୁବନେଶ୍ୱର: ଆସନ୍ତା ୨୦୨୩-୨୪ ଶିକ୍ଷା ବର୍ଷରୁ ରାଜ୍ୟରେ ୧୦୬ ଗୋଟି ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଏକାଦଶ ଶ୍ରେଣୀ ଖୋଲାଯାଇ ଶିକ୍ଷାଦାନ ଆରମ୍ଭ ପାଇଁ ଏକ ଦିନିକିଆ ପ୍ରସ୍ତୁତି କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଦ୍ୱାରା ରାଜ୍ୟ କୃଷି ଭବନଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଉପସ୍ଥିତ ଜିଲା ଶିକ୍ଷା ଅଧିକାରୀ /ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଓ ସମ୍ପୃକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକମାନଙ୍କୁ ଏକାଦଶ ଶ୍ରେଣୀ ଖୋଲିବା ପାଇଁ ଏବେଠାରୁ ସମସ୍ତ ପ୍ରକାର ପ୍ରସ୍ତୁତି ପାଇଁ ଆବଶ୍ୟକୀୟ ପଦକ୍ଷେପ ନେବାକୁ ପରାମର୍ଶ ଦେଇଥିଲେ ଏବଂ ରାଜ୍ୟ ସରକାରଙ୍କର ଏହା ଏକ ଯୁଗାନ୍ତକାରୀ ପଦକ୍ଷେପ ବୋଲି ମତବ୍ୟକ୍ତ କରିଥିଲେ। ବିଭାଗୀୟ ସ୍ୱତନ୍ତ୍ର ଶାସନ ସଚିବ ଶୁଭଶ୍ରୀ ନନ୍ଦ ଉନ୍ନୀତ ବିଦ୍ୟାଳୟ ଖୋଳାଯିବାରେ ଜିଲ୍ଲା ଶିକ୍ଷା ଅଧିକାରୀ ମାନଙ୍କର ଗୁରୁଦାୟିତ୍ୱ ଉପରେ ଆଲୋଚନା କରିଥିଲେ।…
ନୂଆଦିଲ୍ଲୀ: ଖାଲିସ୍ତାନ ସମର୍ଥକଙ୍କ ଆକ୍ରମଣ ତଥା ହିଂସାକୁ ଏଡାଇବା ପାଇଁ ବୁଧବାର ଲଣ୍ଡନରେ ଥିବା ଭାରତୀୟ ହାଇ କମିଶନ ବାହାରେ ସୁରକ୍ଷା ବୃଦ୍ଧି କରାଯାଇଛି। ଏଠାରେ ଅଧିକ ପୋଲିସ କର୍ମଚାରୀ ଏବଂ ଅତିରିକ୍ତ ବ୍ୟାରିକେଡ୍ ସ୍ଥାପନ କରାଯାଇଛି। ଦିଲ୍ଲୀର ବ୍ରିଟିଶ ହାଇ କମିଶନ ବାହାରେ ବ୍ୟାରିକେଡ୍ ହଟାଇବା ପଦକ୍ଷେପ ପରେ ଲଣ୍ଡନରେ ଥିବା ଭାରତୀୟ ହାଇ କମିଶନଙ୍କ ସୁରକ୍ଷାକୁ ଅଧିକ ଜୋରଦାର କରାଯାଇଛି। ଏହାପୂର୍ବରୁ ଦିଲ୍ଲୀ ପୋଲିସ ବୁଧବାର ବ୍ରିଟିଶ ହାଇ କମିଶନଙ୍କ ସମ୍ମୁଖରେ ଅତିରିକ୍ତ ବ୍ୟାରିକେଡ ହଟାଇ ଦେଇଛି। ପୋଲିସ କହିଛି ଯେ, ହାଇ କମିଶନ ଆଡକୁ ଯାଉଥିବା ରାସ୍ତାରେ ଅତିରିକ୍ତ ବ୍ୟାରିକେଡ ବାଧା ସୃଷ୍ଟି କରୁଛି। ହାଇ କମିଶନ ବାହାରେ ସୁରକ୍ଷା କ୍ଷେତ୍ରରେ କୌଣସି ପରିବର୍ତ୍ତନ ହୋଇନାହିଁ। ଦିଲ୍ଲୀରେ ପୋଲିସର ଏହି କାର୍ଯ୍ୟ ଲଣ୍ଡନରେ ଭାରତୀୟ ଉଚ୍ଚ ଆୟୋଗରେ ଖାଲିସ୍ତାନୀ ପ୍ରଦର୍ଶନର ଗୋଟିଏ ଦିନ ପରେ ଘଟିଛି। ଏହା ସୁରକ୍ଷା ପ୍ରସଙ୍ଗ ବୋଲି ବ୍ରିଟିଶ ହାଇ କମିଶନ କହିଛନ୍ତି।…
ଭୁବନେଶ୍ୱର : ଆଜି ଗୀତ ଗୋବିନ୍ଦ ସଦନଠାରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଶ୍ରୀମତୀ ବାସନ୍ତୀ ହେମ୍ବ୍ରମ୍ ଏକ ସାମ୍ବାଦିକ ସମ୍ମିଳନୀରେ ବିଭାଗୀୟ ବଜେଟ ଉପରେ ଆଲୋକପାତ କରିଛନ୍ତି। ସେ କହିଲେ ଯେ ୨୦୨୩-୨୪ ବର୍ଷ ପାଇଁ ବିଭାଗର ମୋଟ ବଜେଟ ଆକଳନ ୩୬୭୦ କୋଟି ଟଙ୍କା ରହିଛି। ପୂର୍ବ ବର୍ଷ ଏହାର ପରିମାଣ ୩୫୬୬ କୋଟି ଟଙ୍କା ଥିଲା। ଚଳିତ ବର୍ଷ ବଜେଟ୍ରେ ଦୁଇଟି ନୂଆ ଯୋଜନା ଯଥା- ମୁଖ୍ୟମନ୍ତ୍ରୀ ସଂପୂର୍ଣ୍ଣ ପୁଷ୍ଟି ଯୋଜନା ଏବଂ ଆଶୀର୍ବାଦ ଯୋଜନା ଉପରେ ଗୁରୁତ୍ୱ ଦିଆଯାଉଛି । ମୁଖ୍ୟମନ୍ତ୍ରୀ ସଂପୂର୍ଣ୍ଣ ପୁଷ୍ଟି ଯୋଜନାରେ ୧୫ରୁ ୧୯ ବର୍ଷର କିଶୋରୀ, ଗର୍ଭବତୀ ମହିଳା ଏବଂ ୬ ବର୍ଷରୁ କମ ଅତିଶୟ ପୁଷ୍ଟିହୀନ SAM ଓ MAM ଶିଶୁମାନଙ୍କୁ ପୁଷ୍ଟିକର ପୋଷଣ ଯୋଗାଇ ଦିଆଯିବ ଏବଂ ସେଥିପାଇଁ ୫ ବର୍ଷରେ ୨୬୭୩ କୋଟି ଟଙ୍କା ଖର୍ଚ୍ଚ ହେବା ପାଇଁ ଯୋଜନା ହୋଇଥିବା ସ୍ଥଳେ ଏ…
ବାଲେଶ୍ୱର: ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି) ଭୁବନେଶ୍ୱର ପକ୍ଷରୁ ବାଲେଶ୍ୱର ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା (ଡିଆରଡିଏ) ସମ୍ମିଳନୀ କକ୍ଷ ଠାରେ ଆଞ୍ଚଳିକ ଗଣମାଧ୍ୟମ କର୍ମଶାଳା ‘‘ବାର୍ତ୍ତାଳାପ’’ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅତିରିକ୍ତ ଜିଲ୍ଲାପାଳ ନିଲୁ ମହାପାତ୍ର କହିଥିଲେ ଯେ, ଗଣତନ୍ତ୍ରରେ ଗଣମାଧ୍ୟମର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଗଣମାଧ୍ୟମ ତୃଣମୂଳ ସ୍ତରରେ ସରକାରୀ ଯୋଜନା ଓ କାର୍ଯ୍ୟକ୍ରମ ସମ୍ପର୍କରେ ସଚେତନତା ସୃଷ୍ଟି କରିଥାଏ। ସମ୍ବାଦ ପରିବେଷଣ କରିବା ସମୟରେ ଗଣମାଧ୍ୟମ ଉତ୍ତରଦାୟୀ, ବିଶ୍ୱସନୀୟ ଏବଂ ସତ୍ୟବାଦୀ ହେବା ଉଚିତ୍ ବୋଲି ସେ କହିଥିଲେ। ପିଆଇବି ଓ ଅଲ୍ ଇଣ୍ଡିଆ ରେଡିଓର ଯୁଗ୍ମ ନିର୍ଦ୍ଦେଶକ, ଆରଏନଆଇର ଉପ ପ୍ରେସ୍ ରେଜିଷ୍ଟ୍ରାର ତଥା ସିବିଏଫସିର କ୍ଷେତ୍ରୀୟ ଅଧିକାରୀ ଡକ୍ଟର ଗିରୀଶ ଚନ୍ଦ୍ର ଦାଶ ଏହି କାର୍ଯ୍ୟକ୍ରମରେ ସଭାପତିତ୍ୱ କରିଥିଲେ। ସେ ତାଙ୍କର ବକ୍ତବ୍ୟରେ ବାର୍ତ୍ତାଳାପ କର୍ମଶାଳା ଆୟୋଜନର…

