ନୂଆଦିଲ୍ଲୀ: ଏକ ଇନିସିଆଲ୍ ପବ୍ଲିକ୍ ଅଫର ମାଧ୍ୟମରେ ଇଣ୍ଡିଆନ୍ ରିନୱେବଲ୍ ଏନର୍ଜି ଡେଭଲପମେଣ୍ଟ ଏଜେନ୍ସି (ଆଇଆରଇଡିଏ)କୁ ଷ୍ଟକ୍ ଏକ୍ସଚେଞ୍ଜରେ ସାମିଲ କରିବା ଲାଗି ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି (ସିସିଇଏ) ଦ୍ୱାରା ମଞ୍ଜୁରି ପ୍ରଦାନ କରାଯାଇଛି। ଆଇଆରଇଡିଏ ହେଉଛି ନୂତନ ଏବଂ ଅକ୍ଷୟ ଶକ୍ତି ମନ୍ତ୍ରଣାଳୟର ଏକ କେନ୍ଦ୍ରୀୟ ରାଷ୍ଟ୍ରାୟତ୍ତ ଉଦ୍ୟୋଗ। ସରକାରୀ ଅଂଶଧନର ବିକ୍ରୟ ଏବଂ ଫ୍ରେସ ଇକ୍ୱିଟି ଅଂଶଧନ ମାଧ୍ୟମରେ ଆଇଆରଇଡିଏ ପାଇଁ ପାଣ୍ଠି ସଂଗ୍ରହ କରାଯିବ। ଡିପାର୍ଟମେଣ୍ଟ ଅଫ୍ ଇନଭେଷ୍ଟମେଣ୍ଟ ଆଣ୍ଡ ପବ୍ଲିକ୍ ଆସେଟ୍ ମ୍ୟାନେଜମେଣ୍ଟ (ଡିଆଇପିଏଏମ୍) ଲିଷ୍ଟିଂ ପ୍ରକ୍ରିୟାକୁ ତ୍ବରାନ୍ବିତ କରିବ। ଆଇପିଓ ମାଧ୍ୟମରେ ବୁକ୍ ବିଲ୍ଡିଂ ଆଧାରରେ ଆଇଆରଇଡିଏ କୁ 13.90 କୋଟି ଫ୍ରେସ ଇକ୍ୱିଟି ସେୟାର ପ୍ରଦାନ କରିବାକୁ ଆଇଆରଇଡିଏ କୁ ଅନୁମତି ଦେବା ପାଇଁ ଏହି ନିଷ୍ପତ୍ତି ଜୁନ୍, 2017 ରେ ନିଆଯାଇଥିବା ସିସିଇଏ ନିଷ୍ପତ୍ତିକୁ ପରିବର୍ତ୍ତନ କରିଛି। ମାର୍ଚ୍ଚ, 2022…
Author: Samikhsya Bureau
ଭୁବନେଶ୍ଵର: ଏନଟିପିସି ଗ୍ରୀନ ଏନର୍ଜି ଲିମିଟେଡ (ଏନଜିଇଏଲ)ରେ ନିର୍ଦ୍ଧାରିତ ସୀମା ଠାରୁ ଅଧିକ ନିବେଶ କରିବା ଲାଗି ଏନଟିପିସି ଲିମିଟେଡକୁ ମଞ୍ଜୁରି ମିଳିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କେନ୍ଦ୍ର କ୍ୟାବିନେଟ କମିଟି ବୈଠକରେ ଏ ସଂକ୍ରାନ୍ତ ପ୍ରସ୍ତାବକୁ ଅନୁମୋଦନ କରାଯାଇଛି। ମହାରତ୍ନ କେନ୍ଦ୍ରୀୟ ରାଷ୍ଟ୍ରାୟତ୍ତ ଉଦ୍ୟୋଗ (ସିପିଏସଇ) ପାଇଁ ରହିଥିବା ବର୍ତ୍ତମାନର କ୍ଷମତା ଭାରଅର୍ପଣ ମାର୍ଗଦର୍ଶିକାକୁ ଏନଟିପିସି ପାଇଁ କୋହଳ କରାଯିବ। ଯାହାଫଳରେ ଏନଟିପିସି ଲିମିଟେଡ୍ ଏନଜିଇଏଲରେ ନିର୍ଦ୍ଧାରିତ ସୀମା ଠାରୁ ଅଧିକ ପରିମାଣରେ ନିବେଶ କରିପାରିବ। ସୂଚନାଯୋଗ୍ୟ ଯେ, ଏନଜିଇଏଲ ହେଉଛି ଏନଟିପିସି ଲିମିଟେଡର ଏକ ସହାୟକ କମ୍ପାନୀ। ସେହିପରି ଏନଜିଇଏଲ ଲିମିଟେଡ ନିଜର ମୋଟ୍ ସମ୍ପତ୍ତିର ୧୫% ସୀମା ପର୍ଯ୍ୟନ୍ତ ଅର୍ଥ ଏନଟିପିସି ରିନୁଏବଲ ଏନର୍ଜି ଲିମିଟେଡ (ଏନଆରଇଏଲ) ଏବଂ ଏହାର ଅନ୍ୟ ଯୌଥ ଉଦ୍ୟୋଗ/ସହାୟକ ଉଦ୍ୟୋଗରେ ନିବେଶ କରିପାରିବ। ଏହି ନିବେଶ ପରିମାଣ ବର୍ତ୍ତମାନର ମୌଦ୍ରିକ ସୀମା ୫,୦୦୦ କୋଟି…
ଭୁବନେଶ୍ଵର: ଲୋକପ୍ରିୟ ଓଡ଼ିଆ ଚ୍ୟାନେଲ ଜୀ-ସାର୍ଥକରେ ସଫଳତାର ସହିତ ଆଗେଇ ଚାଲିଛି ଆଉ ଏକ ଧାରାବାହିକ ‘ସାଥିରେ’। ସୋମବାରରୁ ଶନିବାର ରାତି ୮ଟାରେ ପ୍ରସାରିତ ଭିନ୍ନ ଧରଣର ଏହି ମେଗା ଧାରାବାହିକ କାହାଣୀର ମୁଖ୍ୟ ଚରିତ୍ରରେ ନଜର ଆସିଛନ୍ତି ଧାରା ଓ ଅମ୍ବର। ଚୁଲବୁଲି ଅଭିନେତ୍ରୀ ଅନନ୍ୟାଙ୍କୁ ମୁଖ୍ୟ ଭୁମିକା ଧାରା ଚରିତ୍ରରେ ଦେଖିବାକୁ ମିଳିଥିବା ବେଳେ ମ୍ୟୁଜିକ ଭିଡିଓରେ କ୍ୟାରିୟର ଆରମ୍ଭ କରିଥିବା ଅଭିଜିତ ଅଭିନୟ କରିଛନ୍ତି ଅମ୍ବର ଭୁମିକାରେ ଓ ଓଡିଆ ଦର୍ଶକଙ୍କ ମନ ଜିତିଛନ୍ତି। ବିଜୟ କାଣ୍ଡୋଇ ପ୍ରଯୋଜିତ ଓ ସରୋଜ ଦାଶ ନିର୍ଦ୍ଦେଶିତ ‘ସାଥିରେ’ କାହାଣୀରେ ଧାରା ହେଉଛି ଏକ ଚୁଲବୁଲି ଚରିତ୍ରଟିଏ। ଯିଏ ପ୍ରତ୍ୟେକ ପରିସ୍ଥିତିକୁ ସାହସର ମୁକାବିଲା କରେ। ସେ ଖୁସି ଓ ଭାଗ୍ୟଶାଳୀ ଝିଅଟି, ଯିଏ କାନ୍ଦିବା ଶିଖିନି ବରଂ ହସି ହସି ସବୁ ସମସ୍ୟାର ସମାଧାନ କରିଦିଏ। ତାର ସ୍ବପ୍ନ ଥିଲା ଧାରା ଫ୍ୟାସନ ହାଉସ କରିବା। ଆଉ ଅମ୍ବର…
ଭୁବନେଶ୍ଵର: ଦୋହରୀକରଣ କାର୍ଯ୍ୟକ୍ଷମ ପାଇଁ ମାଲିଗୁଡା ଏବଂ ଛତ୍ରିପୁଟ ମଧ୍ୟରେ ନିରାପତ୍ତା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟକୁ ଦୃଷ୍ଟିରେ ରଖି କିଛି ଟ୍ରେନକୁ ଅସ୍ଥାୟୀ ଭାବରେ ବାତିଲ ଏବଂ ଆଂଶିକ ବାତିଲ କରିବାକୁ ନିଷ୍ପତ୍ତି ନିଆଯାଇଛି। ଉପରୋକ୍ତ ଆଧୁନିକୀକରଣ କାର୍ଯ୍ୟ ପାଇଁ ଅସ୍ଥାୟୀ ଭାବରେ ନିମ୍ନଲିଖିତ ଅନୁଯାୟୀ ଟ୍ରେନ ଚଳାଚଳ ପ୍ରଭାବିତ ହେବ। ନିମ୍ନଲିଖିତ ଅନୁଯାୟୀ ଟ୍ରେନ୍ ବାତିଲ୍: 1. 18512/18511 ବିଶାଖାପାଟନମ୍-କୋରାପୁଟ-ବିଶାଖାପାଟନମ୍ ଏକ୍ସପ୍ରେସ ବିଶାଖାପାଟନମ୍ରୁ 17.03.2023 ଓ 20.03.2023 ଏବଂ କୋରାପୁଟରୁ 18.03.2023 ଓ 21.03.2023 ରେ ଉଭୟ ଦିଗରୁ ବାତିଲ ରହିବ। 2. 08545 କୋରାପୁଟ-ବିଶାଖାପାଟନମ୍ ପାସେଞ୍ଜର ସ୍ପେସିଆଲ କୋରାପୁଟରୁ 23.03.2023 ରେ ବାତିଲ ରହିବ। 3. 08552 କିରାଣ୍ଡୁଲ-ବିଶାଖାପାଟନମ୍ ପାସେଞ୍ଜର ସ୍ପେସିଆଲ କିରାଣ୍ଡୁଲରୁ 23.03.2023 ରେ ବାତିଲ ରହିବ। ନିମ୍ନଲିଖିତ ଅନୁଯାୟୀ ଟ୍ରେନ ଆଂଶିକ ବାତିଲ: 1. 18107 ରାଉରକେଲା-ଜଗଦଲପୁର ଏକ୍ସପ୍ରେସ ରାଉରକେଲାରୁ 17.03.2023 ରୁ 21.03.2023 ପର୍ଯ୍ୟନ୍ତ ଜଗଦଲପୁର ପରିବର୍ତ୍ତେ କୋରାପୁଟ ପର୍ଯ୍ୟନ୍ତ ଚଳାଚଳ କରିବ। 2.…
ସ୍ୱାସ୍ଥ୍ୟ ଟିପ୍ସ: ଶରୀରର ସମସ୍ତ କାର୍ଯ୍ୟକୁ ସଠିକ୍ ଭାବରେ କରିବା ପାଇଁ ପର୍ଯ୍ୟାପ୍ତ ପରିମାଣର ଜଳ ଆବଶ୍ୟକ। ଜଳ କେବଳ ଆମକୁ ହାଇଡ୍ରେଟ୍ ରଖେ ନାହିଁ, ବରଂ ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରିବାରେ ମଧ୍ୟ ସାହାଯ୍ୟ କରେ। ଯଦି ଜଳ ସଠିକ୍ ଭାବରେ ପିଅନ୍ତି, ତେବେ ଶରୀରକୁ ଅନେକ ଲାଭ ମିଳିବ। କିନ୍ତୁ ଆପଣ ଜାଣନ୍ତି କି ଭୁଲ ଉପାୟରେ ପାଣି ପିଇଲେ ଆପଣଙ୍କ ଶରୀର କେତେ କ୍ଷତି କରିପାରେ? ଭୁଲ ସମୟ ଏବଂ ପଦ୍ଧତି ଜଳକୁ ଶରୀର ପାଇଁ ଏକ ଅସ୍ୱାସ୍ଥ୍ୟକର କରିପାରେ। ଆସନ୍ତୁ ଜାଣିବା କିପରି ପାଣି ପିଇବା ଯାହା ଦ୍ଵାରା ଏହା କେବଳ ଶରୀରକୁ ଲାଭ ଦେଇଥାଏ, କ୍ଷତି ନୁହେଁ। ଆମମାନଙ୍କ ମଧ୍ୟରୁ ଅନେକଙ୍କର ରାତିରେ ବୋତଲରେ ପାଣି ସଂରକ୍ଷଣ କରିବା ଏବଂ ତା’ପରେ ସକାଳେ ଏହି ପାଣି ପିଇବାର ଅଭ୍ୟାସ ଅଛି। ଅଧିକାଂଶ ଲୋକ ମଧ୍ୟ ଏହା କରନ୍ତି। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ…
ମେଷ- ଆପଣ ଅନେକ ଉତ୍ସରୁ ଆର୍ଥିକ ଭାବରେ ଉପକୃତ ହେବେ। କେତେକଙ୍କ ପାଇଁ ପରିବାରରେ ନୂତନ ବ୍ୟକ୍ତିଙ୍କ ଆଗମନ ଉତ୍ସବ ଏବଂ ଆନନ୍ଦର ମୁହୂର୍ତ୍ତ ଆଣିଦେବ। ଆପଣଙ୍କ ମନରେ କାର୍ଯ୍ୟର ଚାପ ସତ୍ତ୍ବେ, ଆପଣଙ୍କର ପ୍ରିୟ ଖୁସିର ମୁହୂର୍ତ୍ତ ଆଣିଦେବେ। ମାର୍କେଟିଂ କ୍ଷେତ୍ରରେ କାର୍ଯ୍ୟ କରିବାକୁ ଆପଣଙ୍କର ଅଭିଳାଷ ଫଳପ୍ରଦ ହୋଇପାରେ। ଆପଣ ଏଥିରେ ବହୁତ ଖୁସି ହେବେ ଏବଂ ଏହି କାର୍ଯ୍ୟ ପାଇବା ପାଇଁ ସମ୍ମୁଖୀନ ହେଉଥିବା ସମସ୍ତ ଅସୁବିଧା ଦୂର ହେବ। ଦୀର୍ଘ ସମୟ ମଧ୍ୟରେ, କାର୍ଯ୍ୟ ସହିତ ଯାତ୍ରା ଲାଭଦାୟକ ହେବ। ବୃଷ- ଆପଣ ମଧୁରବାଣୀ ଦ୍ବାରା ଯେକୈଣସି କାର୍ଯ୍ୟରେ ବିଜୟୀ ହେବାକୁ ସମର୍ଥ ହେବେ। ପରିବାର ସଦସ୍ୟଙ୍କ ସହିତ ଖୁସିରେ ସମୟ ଅତିବାହିତ କରିବେ। ଆଜି ଭାଗ୍ୟ ଆପଣଙ୍କ ସହିତ ରହିବ। ଆୟର ନୂତନ ଉତ୍ସ ଉତ୍ପନ୍ନ ହୋଇପାରେ। ଅଫିସ୍ କାର୍ଯ୍ୟ ସବୁଦିନ ଅପେକ୍ଷା ଆଜି ଭଲ ହେବ । ଜୀବନ ସାଥୀଙ୍କ ପୂର୍ଣ୍ଣ ସମର୍ଥନ ପାଇବେ। ଏହା…
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ୫-ଟି ସଚିବ ଭି.କେ ପାଣ୍ଡିଆନ ଦୁଇଦିନିଆ ନବରଙ୍ଗପୁର ଜିଲ୍ଲା ଗସ୍ତରେ ଅଛନ୍ତି। ସେ ଆଜି ନବରଙ୍ଗପୁରରେ ପହଁଚି ବିଭିନ୍ନ କାର୍ଯ୍ୟ ଅନୁଧ୍ୟାନ କରିଛନ୍ତି। ସେ ଆସନ୍ତାକାଲି ମଧ୍ୟ ଏହି ଜିଲ୍ଲାର ବିଭିନ୍ନ ଉନ୍ନୟନ କାର୍ଯ୍ୟ ତଦାରଖ କରିବେ ବୋଲି ଜଣାପଡିଛି। ସେ ଆଜି ଅପରାହ୍ନରେ ନବରଙ୍ଗପୁରରେ ପହଞ୍ଚିବା ପରେ ସେଠାକାର ବିଭିନ୍ନ ସମାଜର ପ୍ରତିନିଧୀମାନଙ୍କୁ ସାକ୍ଷାତ କରିଥିଲେ। ସେ ନବରଙ୍ଗପୁରର ସର୍କିଟ ହାଉସରେ ପ୍ରାୟ ୧୩୧ ବିଶିଷ୍ଟ ବ୍ୟକ୍ତିଙ୍କୁ ସାକ୍ଷାତ କରିଥିଲେ। ସେଥିରେ ବିଭିନ୍ନ ବର୍ଗର ଲୋକ ଯେପରି ସ୍କୁଲ ଏବଂ କଲେଜ ଛାତ୍ରଛାତ୍ରୀ, ଜଟି ସମାଜ, ଏସସି ଏବଂ ଏସଟି ସମ୍ପ୍ରଦାୟ, ଧାର୍ମିକ ଗୋଷ୍ଠୀ, ମନ୍ଦିର କମିଟି ଇତ୍ୟାଦି ୫-ଟି ସଚିବଙ୍କୁ ଭେଟିଥିଲେ। କେବଳ ନବରଙ୍ଗପୁର ଜିଲ୍ଲାରୁ ନୁହେଁ, କୋରାପୁଟ ଜିଲ୍ଲାର ବିଭିନ୍ନ ଗୋଷ୍ଠୀର ୪୦୦ ଜଣ ମଧ୍ୟ ତାଙ୍କୁ ଭେଟି କୋରାପୁଟ ଜିଲ୍ଲା ଗସ୍ତରେ ଯାଇ ସହାୟତା ଦେଇଥିବାରୁ…
ନୂଆଦିଲ୍ଲୀ: କେନ୍ଦ୍ର ଉତ୍ତର ପୂର୍ବାଞ୍ଚଳ ବିକାଶ, ପର୍ଯ୍ୟଟନ ଏବଂ ସଂସ୍କୃତି ମନ୍ତ୍ରୀ ଜି କିଶନ ରେଡ୍ଡୀ ୧୭ ମାର୍ଚ୍ଚ ୨୦୨୩ରେ “କାଶୀ” (ବାରଣାସୀ) ଠାରେ ଆୟୋଜିତ ସାଂଘାଇ ସହଯୋଗ ସଂଗଠନ (ଏସସିଓ) ପର୍ଯ୍ୟଟନ ପ୍ରଶାସନର ମୁଖ୍ୟଙ୍କ ବୈଠକରେ ଅଧ୍ୟକ୍ଷତା କରିଥିଲେ । ଏହି ବୈଠକରେ କାଜାଖସ୍ତାନ ସରକାରଙ୍କ ସଂସ୍କୃତି ଓ କ୍ରୀଡ଼ା ଉପ ମନ୍ତ୍ରୀ ୟେରଜାନ୍ ୟର୍କିନବାଏଭ, ଚୀନ୍ ସରକାରଙ୍କ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଲୁ ୟିଙ୍ଗ ଚୁଆନ୍, କିର୍ଗିଜ ଗଣରାଜ୍ୟର ସଂସ୍କୃତି, ସୂଚନା, କ୍ରୀଡ଼ା ଏବଂ ଯୁବ ନୀତି ଉପ ମନ୍ତ୍ରୀ ସାମତ ବେକଟୁରେରାଭିଚ୍ ସଟମାନୋଭ, ଉଜବେକିସ୍ତାନ ସରକାରଙ୍କ ସଂସ୍କୃତି ଏବଂ ପର୍ଯ୍ୟଟନ ପ୍ରଥମ ଉପ ମନ୍ତ୍ରୀ ଆଜାମୋଭ ଉଲୁଗବେକ୍ ଆକ୍ସମାଟୋଭିଚ୍ ବ୍ୟକ୍ତିଗତ ଭାବେ ଉପସ୍ଥିତ ଥିବାବେଳେ ଅନଲାଇନ୍ ମୋଡ୍ ମାଧ୍ୟମରେ ରୁଷର ଅର୍ଥନୈତିକ ବିକାଶ ମନ୍ତ୍ରଣାଳୟର ଉପ ମନ୍ତ୍ରୀ ଭ୍ଲାଦିମିର ଇଭେଗେନିଭିଚ୍ ଇଲିଚେଭ୍, ତାଜାକିସ୍ତାନ ସରକାରଙ୍କ ପର୍ଯ୍ୟଟନ ବିକାଶ କମିଟିର ଅଧ୍ୟକ୍ଷ ମୁମିନଜୋଦ କାମୋଲିଦ୍ଦିନ ଏବଂ ପାକିସ୍ତାନ…
ନୂଆଦିଲ୍ଲୀ: ଭାରତ ସରକାର ଆଜି ଟେକ୍ସଟାଇଲ୍ ଶିଳ୍ପ ପାଇଁ ୭ ପିଏମ ମେଗା ଇଣ୍ଟିଗ୍ରେଟେଡ୍ ଟେକ୍ସଟାଇଲ୍ ରିଜିଓନ୍ସ ଆଣ୍ଡ ଆପାରେଲ୍ (ପିଏମ ମିତ୍ର) ପାର୍କ ସ୍ଥାପନ ପାଇଁ ସାଇଟ୍ ଘୋଷଣା କରିଛନ୍ତି। ତାମିଲନାଡୁ, ତେଲଙ୍ଗାନା, ଗୁଜୁରାଟ, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ ଏବଂ ମହାରାଷ୍ଟ୍ରରେ ଏହି ପାର୍କଗୁଡ଼ିକ ସ୍ଥାପନ କରାଯିବ। ପ୍ରଧାନମନ୍ତ୍ରୀଙ୍କ ୫ ଏଫ ଦୃଷ୍ଟିକୋଣରୁ ଅନୁପ୍ରାଣିତ (ଅର୍ଥାତ୍ ଫାର୍ମରୁ ଫାଇବର ରୁ ଫ୍ୟାକ୍ଟ୍ରି ରୁ ଫ୍ୟାଶନ୍ ରୁ ଫରେନ୍), ପିଏମ ମିତ୍ର ପାର୍କ ଭାରତକୁ ବୟନ ଉତ୍ପାଦନ ଏବଂ ରପ୍ତାନି ପାଇଁ ବିଶ୍ୱସ୍ତରୀୟ ହବ୍ କରିବା ପାଇଁ ସରକାରଙ୍କ ଦୂରଦୃଷ୍ଟି ହାସଲ କରିବାରେ ଏକ ପ୍ରମୁଖ ପଦକ୍ଷେପ। ଆଶା କରାଯାଉଛି ଯେ ଏହି ପାର୍କଗୁଡିକ ବୟନ ଶିଳ୍ପର ପ୍ରତିଯୋଗିତାକୁ ବଢ଼ାଇବ ଏବଂ ଏହା ଅର୍ଥବ୍ୟବସ୍ଥାକୁ ବିକଶିତ କରିବାରେ ସାହାଯ୍ୟ କରିବ ଏବଂ ଭାରତରେ ଉତ୍ପାଦନ ପାଇଁ ବିଶ୍ୱର ଅନ୍ୟମାନଙ୍କୁ ଆକର୍ଷିତ କରିବ। ପିଏମ ମିତ୍ର ପାର୍କ ପାଇଁ ୧୮ ଟି ପ୍ରସ୍ତାବ…
ନୂଆଦିଲ୍ଲୀ: ପାଦ ଏବଂ ପାଟି ରୋଗ ଟିକାକରଣ ଅଭିଯାନର ଦ୍ୱିତୀୟ ପର୍ଯ୍ୟାୟ ଅବଧିରେ, ଦେଶରେ ପ୍ରାୟ ୨୪ କୋଟି ଗୋରୁ ଓ ମଇଁଷି ମାନଙ୍କୁ ବର୍ତ୍ତମାନ ସୁଦ୍ଧା ଟିକାକରଣ କରାଯାଇଛି। ରାଜ୍ୟମାନଙ୍କ ଦ୍ୱାରା ଦିଆଯାଇଥିବା ତଥ୍ୟ ଅନୁଯାୟୀ ରହିଥିବା ଧାର୍ଯ୍ୟ ଲକ୍ଷ୍ୟ ୨୫.୮ କୋଟିରୁ ୯୫% ରୁ ଅଧିକ ଗୋରୁମାନଙ୍କୁ ଟିକାକରଣ କରାଯିବା ଫଳରେ ଗୋରୁମାନଙ୍କର ଗୋଷ୍ଠୀ ପ୍ରତିରକ୍ଷା ସ୍ତରରେ ବହୁତ ଆଗରେ ରହିଛି। ପଶୁପାଳନ ଏବଂ ଦୁଗ୍ଧ ବିଭାଗ (ଡିଏଏଚ୍ଡି), ଭାରତ ସରକାର, ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ ସରକାର/ ପ୍ରଶାସନର ନିରନ୍ତର ପ୍ରୟାସ ଯୋଗୁଁ ଏବଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ପଶୁପାଳକ ମାନଙ୍କର ସହଯୋଗ ଫଳରେ ଏହି ନୂତନ କୀର୍ତିମାନରେ ପହଞ୍ଚିବା ସମ୍ଭବ ହୋଇ ପାରିଛି। ଏହି କାର୍ଯ୍ୟକ୍ରମ ଭାରତ ସରକାରଙ୍କ ଦ୍ୱାରା ୧୦୦% ଆର୍ଥିକ ଅନୁଦାନ ପ୍ରାପ୍ତ ଯାହାକି ଏଫଏମଡି ବିରୋଧରେ କେନ୍ଦ୍ର ସ୍ତରରେ ଟିକା ଆହରଣ କରୁଛି ଏବଂ ରାଜ୍ୟମାନଙ୍କୁ ଯୋଗାଣ କରୁଛି ଏବଂ ଟିକାକରଣ ଦେୟ, ଆନୁଷଙ୍ଗିକ…
ମୁମ୍ବାଇ: ମୁମ୍ବାଇର ୱାନଖେଡେ ଷ୍ଟାଡିୟମରେ ଅଷ୍ଟ୍ରେଲିଆ ବିପକ୍ଷ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମ୍ୟାଚରେ ଭାରତୀୟ ଦଳ ସିରିଜରେ ୧-୦ ଅଗ୍ରଣୀ ହାସଲ କରିଛି। ୧୮୯ ରନର ଲକ୍ଷ୍ୟକୁ ପିଛା କରି ଭାରତୀୟ ଦଳ ୧୬ ରନରେ ୩ ଟି ଗୁରୁତ୍ୱପୂର୍ଣ୍ଣ ୱିକେଟ୍ ହରାଇଥିଲା। ଏହା ପରେ ରାହୁଲ ଗୋଟିଏ ପ୍ରାନ୍ତରୁ ଇନିଂସ ପରିଚାଳନା କରି ମ୍ୟାଚକୁ ଟାର୍ଗେଟ ଆଡକୁ ନେଇଥିଲେ, ଯେଉଁଥିରେ ତାଙ୍କୁ ରବିନ୍ଦ୍ର ଜାଡେଜାଙ୍କଠାରୁ ଭଲ ସମର୍ଥନ ମିଳିଥିଲା। ଯେଉଁଠାରେ ରାହୁଲ ୭୫ ରନର ଅପରାଜିତ ଇନିଂସ ଖେଳିଥିଲେ, ଜାଡେଜା ମଧ୍ୟ ଅପରାଜିତ ୪୫ ରନ ସ୍କୋର କରିଥିଲେ। ଏହି ପ୍ରଥମ ଦିନିକିଆ ମ୍ୟାଚ୍ ସମୟରେ ଅନେକ ଉତ୍ଥାନ-ପତନ ମଧ୍ୟ ଦେଖିବାକୁ ମିଳିଥିଲା। ୧୮୯ ରନ୍ର ଟାର୍ଗେଟକୁ ପିଛା କରି ଭାରତୀୟ ଦଳ ଇଶାନ କିଶନଙ୍କ ରୂପରେ ପ୍ରଥମ ୱିକେଟ୍ ୫ ରନରେ ହରାଇଥିଲେ। ଏଥି ସହିତ ୧୬ ରନରେ ଦଳ ବିରାଟ କୋହଲି ଏବଂ…
କନ୍ଦର୍ପ ବେହେରା ରେଢ଼ାଖୋଲ: ସମ୍ବଲପୁର ଜିଲ୍ଲା ନାକଟିଦେଉଳ ଥାନା ଅନ୍ତର୍ଗତ ସାଲେଭଟ୍ଟା ପଞ୍ଚାୟତ ଅନ୍ତର୍ଗତ ଵୁଢାକଟା ଗ୍ରାମର ଜନୈକା ଯୁବତୀଙ୍କୁ ଦୁଷ୍କର୍ମ ହୋଇ ଥିବା ଅଭିଯୋଗରେ ଅଭିଯୁକ୍ତଙ୍କୁ ଗୁରୁବାର ଗିରଫ କରିଛି ନାକଟିଦେଉଳ ପୋଲିସ୍। ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ ନାକଟିଦେଉଳ ବ୍ଲକ କିସିଣ୍ଡା ଥାନା ଅନ୍ତର୍ଗତ କେଲୋ ଗ୍ରାମର ରାଜେଶ ଜାଲ (୨୧)। ପୋଲିସ ଏନେଇ ନାକଟିଦେଉଳ ଥାନା କେସ ନମ୍ବର ୩୮/୨୩ ରେ ଏକ ମାମଲା ରୁଜୁ କରି ଗିରଫ ଅଭିଯୁକ୍ତଙ୍କୁ ଶୁକ୍ରବାର ଦିନ କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି। ପୋଲିସ ସୂତ୍ରରୁ ଜଣା ପଡିଛି ଯେ, ନାକଟିଦେଉଳ ଥାନା ଅନ୍ତର୍ଗତ ବୁଢାକଟା ଗ୍ରାମର ୧୯ ବର୍ଷୀୟ ଯୁବତୀ ତା ୧୪.୦୩.୨୩ ରିଖ ଦିନ ନଦୀକୁ ଶୌଚ ହେବା ପାଇଁ ଯିବା ସମୟରେ ରାଜେଶ୍ ଜାଲ୍ ନାମକ ଯୁବକ ଏକାକୀ ଦେଖି ତାଙ୍କ ମୁଣ୍ଡ, ଗାଲ,ନାକ ରେ ଆଘାତ କରି ମୁଥ ମାରି କପଡା ଚିରି ତାଙ୍କୁ ଧର୍ଷଣ…
ଭୁବନେଶ୍ବର: ହୋମଗାର୍ଡଙ୍କ ଦୈନିକ ବେତନ ବୃଦ୍ଧି ମାମଲାରେ ଆଜି ସୁପ୍ରିମକୋର୍ଟ ଏକ ବଡ ରାୟ ଦେଇଛନ୍ତି। ସୁପ୍ରିମକୋର୍ଟଙ୍କ ଏହି ରାୟରେ ହୋମଗାର୍ଡଙ୍କୁ ଆଶ୍ଵସ୍ତି ମିଳିଛି। ହାଇକୋର୍ଟଙ୍କ ଦ୍ଵାରା ଦିଆଯାଇଥିବା ବେତନ ରାୟକୁ ସୁପ୍ରିମକୋର୍ଟ କାୟମ ରଖିଛନ୍ତି। ହୋମଗାର୍ଡଙ୍କ ଦୈନିକ ବେତନ ୫୩୩ ଟଙ୍କାଙ୍କୁ ବୃଦ୍ଧି କରିବା ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ବର୍ଦ୍ଧିତ ବେତନକୁ ପିଛିଲା ଭାବେ ୩ ମାସରେ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ୨୦୧୮ ଜୁନ ପହିଲାରୁ ପିଛିଲା ଭାବେ ବେତନ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ଭୁବନେଶ୍ଵର: ନୂଆପଡ଼ାର ଦିବ୍ୟାଙ୍ଗ ଯୁବକ ଜଗଦୀଶ ଚୌହାନଙ୍କ ଆତ୍ମାହୁତି ମାମଲାରେ ରାଜ୍ୟ ସରକାର କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ଏହି ପ୍ରରିପ୍ରେକ୍ଷୀରେ ନୂଆପଡ଼ା ତହସିଲଦାରଙ୍କୁ ନିଲମ୍ବନ କରାଯାଇଛି। ଏନେଇ ନୂଆପଡା ଜିଲ୍ଲାପାଳ ହେମକାନ୍ତ ସାଏ ସୂଚନା ଦେଇଛନ୍ତି। ତହସିଲଦାରଙ୍କୁ ପ୍ରାଥମିକ ରିପୋର୍ଟ ଆଧାରରେ ନିଲମ୍ବନ କରାଯାଇଛି। ଏହାସହିତ ନୂଆପଡା ତହସିଲଦାରଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ଆଇନ ଅନୁସାରେ ଏଡିଏମ ରେଭିନ୍ୟୁ ତଦନ୍ତ କରି ରିପୋର୍ଟ ଦେବେ। ତେବେ ଜଗଦୀଶଙ୍କ ପିଲାଙ୍କ ପାଠ ପଢା ଦାୟିତ୍ଵ ପ୍ରଶାସନ ବୁଝିବ ବୋଲି ଜଣାପଡିଛି ।
ଭୁବନେଶ୍ୱର: କୃଷକମାନଙ୍କୁ ଜଳବାୟୁ ପରିବର୍ତ୍ତନ ସହିତ ତାଳ ଦେଇ କୃଷିକାର୍ଯ୍ୟ କରିବା ତଥା ଅତ୍ୟାଧୁନିକ କୃଷି ପ୍ରଣାଳୀରେ ଅଭ୍ୟସ୍ତ କରାଇବାର ଲକ୍ଷ୍ୟ ନେଇ ନୂତନ ଜ୍ଞାନ କୌଶଳ ଉପରେ କାର୍ଯ୍ୟ କରୁଥିବା ୬୦ ଟି ଷ୍ଟାର୍ଟଅପ୍ ଶନିବାର ଠାରୁ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ଆୟୋଜିତ ହେବାକୁ ଥିବା ଏକ ଦୁଇ ଦିନିଆ କନ୍କ୍ଲେଭ୍ରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଏହି କନ୍କ୍ଲେଭଟି ସାମାଜିକ ଉଦ୍ୟୋଗ ଲାଇଭ୍ଲିହୁଡ୍ ଅଲ୍ଟରନେଟିଭ୍ସ, ଇନ୍ଷ୍ଟିଚ୍ୟୁଟ୍ ଅଫ୍ ରୁରାଲ ମ୍ୟାନେଜମେଂଟ ଆନନ୍ଦ (ଇର୍ମା) -ଆଇସିଡ ଫାଉଣ୍ଡେସନ୍, ପେସ୍ ଫାଉଣ୍ଡେସନ୍ ଏବଂ ସୋଆର ମିଳିତ ଆନୁକୂଲ୍ୟରେ ଆୟୋଜିତ ହେଉଛି। ଏକ ଖସଡ଼ା ମାଧ୍ୟମରେ ବିଚାରଧାରା, ଜ୍ଞାନକୌଶଳ ଏବଂ ବିଭିନ୍ନ ପ୍ରକ୍ରିୟା ସମ୍ବଳିତ ସାମାଜିକ ଷ୍ଟାର୍ଟଅପ୍ ଇକୋସିଷ୍ଟମ୍ରୁ ଉତ୍ପନ୍ନ ପଦ୍ଧତିଗୁଡ଼ିକୁ ସମ୍ମୁଖକୁ ଆଣିବା ଏହି କନ୍କ୍ଲେଭ୍ର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଲାଇଭ୍ଲିହୁଡ୍ ଅଲ୍ଟରନେଟିଭ୍ସର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସମ୍ବିତ ତ୍ରିପାଠୀ ଶୁକ୍ରବାର ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା…
କୋଲକାତା: ଆଜି କୋଲକାତାରେ ମମତା ବାନାର୍ଜିଙ୍କ ବାସଭବନରେ ଦେଶରେ ଏକ ନୂଆ ସାମ୍ମୁଖ୍ୟ ପାଇଁ ବାଟ ଫିଟିଛି। ତୃଣମୂଳ କଂଗ୍ରେସ ସଭାପତି ମମତା ବାନାର୍ଜୀଙ୍କ ସହ ସମାଜବାଦୀ ପାର୍ଟି ସୁପ୍ରିମୋ ଅଖିଲେଶ ଯାଦବଙ୍କ ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଛି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆସନ୍ତା ସପ୍ତାହରେ ବିଜୁ ଜନତା ଦଳର ମୁଖ୍ୟ ଥିବା ନବୀନ ପଟ୍ଟନାୟକଙ୍କୁ ମଧ୍ୟ ଭେଟିବେ। ତୃଣମୂଳ କଂଗ୍ରେସ ସାଂସଦ ସୁଦୀପ ବୃନ୍ଦୋପାଧ୍ୟାୟ ଗଣମାଧ୍ୟମକୁ କହିଛନ୍ତି ଯେ, “ରାହୁଲ ଗାନ୍ଧୀ ବିଦେଶରେ ମନ୍ତବ୍ୟ ଦେଇଛନ୍ତି ଏବଂ ଯେପର୍ଯ୍ୟନ୍ତ ସେ କ୍ଷମା ମାଗିନାହାନ୍ତି, ସେପର୍ଯ୍ୟନ୍ତ ସଂସଦ କାର୍ଯ୍ୟ ଚାଲିବାକୁ ବିଜେପି ଅନୁମତି ଦେବ ନାହିଁ। ଏହାର ଅର୍ଥ ସେମାନେ କଂଗ୍ରେସକୁ ବ୍ୟବହାର କରି ସଂସଦ ଚଳାଇବାକୁ ଚାହୁଁନାହାଁନ୍ତି।” ରାହୁଲ ଗାନ୍ଧୀ ବିରୋଧୀ ଦଳର ଚେହେରା ହୁଅନ୍ତୁ ବୋଲି ବିଜେପି ଚାହୁଁଛି। ଯାହାକି ଏହା ବିଜେପିକୁ ସାହାଯ୍ୟ କରିବ। ପ୍ରଧାନମନ୍ତ୍ରୀଙ୍କ ପଦବୀ ସ୍ଥିର କରିବାର କୌଣସି ଆବଶ୍ୟକତା ନାହିଁ।
ଭୁବନେଶ୍ବର: ଓଡିଶାରେ ହେବ ଅନ୍ତର୍ଜାତୀୟ ଜି-୨୦ ବୈଠକ। ଏଥିରେ ଜି-୨୦ର ସଦସ୍ୟ ଥିବା ୨୦ଟି ରାଷ୍ଟ୍ରର ପ୍ରତିନିଧି ଓଡିଶା ଆସି ଏହି ସମ୍ମିଳନୀରେ ଯୋଗ ଦେବେ। ସେଥିପାଇଁ ଓଡିଶା ସରକାର ବର୍ତ୍ତମାନଠାରୁ ତତ୍ପରତା ପ୍ରକାଶ କରିଛନ୍ତି। ହକି ପରି ଅନ୍ତର୍ଜାତୀୟ ମ୍ୟାଚକୁ ସଫଳତାର ସହିତ ପରିଚାଳନା କରିଥିବାରୁ ଏହାକୁ ମଧ୍ୟ ସଫଳ କରିବା ପାଇଁ ରାଜ୍ୟ ସରକାର ପ୍ରଚେଷ୍ଠା ଆରମ୍ଭ କରିଛନ୍ତି। ଜି-୨୦ କାର୍ଯ୍ୟକ୍ରମ ସୂଚନା ଅନୁଯାୟୀ ଓଡିଶାରେ ଦୁଇଟି ବିଷୟରେ ଆଲୋଚନା ହେବ ବୋଲି ନିଷ୍ପତି ହୋଇଛି। ତାହା ହେଲା ‘ସଂସ୍କୃତି’ ଏବଂ ‘ଶିକ୍ଷା’। ଆସନ୍ତା ଏପ୍ରିଲ ୨୪ ତାରିଖରୁ ୨୭ ତାରିଖ ପର୍ଯ୍ୟନ୍ତ ଶିକ୍ଷା ଉପରେ ଆଲୋଚନା କରାଯିବ। ସେହିପରି ସଂସ୍କୃତି ଉପରେ ଆଲୋଚନା ମେ ୧୪ ତାରିଖରୁ ୧୭ ତାରିଖ ପର୍ଯ୍ୟନ୍ତ ହେବ। ସମସ୍ତ ପ୍ରତିନିଧି ମେ ୧୬ ତାରିଖରେ କୋଣାର୍କ ପରିଭ୍ରମଣରେ ଯିବେ ବୋଲି ନିର୍ଦ୍ଧାରିତ ହୋଇଛି। ପୂର୍ବରୁ ଅନୁମାନ କରାଯାଉଥିଲା ଯେ, ସଂସ୍କୃତି ବିଷୟରେ…
ନୂଆଦିଲ୍ଲୀ: ତାମିଲନାଡୁ, ତେଲଙ୍ଗାନା, କର୍ଣ୍ଣାଟକ, ମହାରାଷ୍ଟ୍ର, ଗୁଜରାଟ, ମଧ୍ୟପ୍ରଦେଶ ଏବଂ ଉତ୍ତର ପ୍ରଦେଶରେ ପିଏମ୍ ମିତ୍ର ବୃହତ ବୟନ ପାର୍କ ସ୍ଥାପନ କରାଯିବ, ଯାହା ୫-ଏଫ୍ (ଫାର୍ମ ଟୁ ଫାଇବର ଟୁ ଫ୍ୟାକ୍ଟ୍ରି ଟୁ ଫ୍ୟାଶନ ଟୁ ଫରେନ୍) ଦୃଷ୍ଟିକୋଣ ଅନୁସାରେ ବୟନ କ୍ଷେତ୍ରକୁ ବିସ୍ତାରିତ କରିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୂଚନା ଦେଇଛନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ, ପିଏମ୍ ମିତ୍ର ବୃହତ ବୟନ ପାର୍କ ବୟନ ଶିଳ୍ପ କ୍ଷେତ୍ର ପାଇଁ ଅତ୍ୟାଧୁନିକ ଭିତ୍ତିଭୂମି ଯୋଗାଇ ଦେବ, ଯାହା କୋଟି କୋଟି ଟଙ୍କାର ନିବେଶକୁ ଆକର୍ଷିତ କରିବ ଏବଂ ଲକ୍ଷ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ। ପ୍ରଧାନମନ୍ତ୍ରୀ ଟ୍ୱିଟ୍ କରିଛନ୍ତି; “ପିଏମ୍ ମିତ୍ର ବୃହତ୍ ବୟନ ପାର୍କ ୫ଏଫ୍ (ଫାର୍ମ ଟୁ ଫାଇବର ଟୁ ଫ୍ୟାକ୍ଟ୍ରି ଟୁ ଫ୍ୟାଶନ୍ ଟୁ ଫରେନ୍) ଦୃଷ୍ଟିକୋଣ ଅନୁଯାୟୀ ବୟନ ଶିଳ୍ପ କ୍ଷେତ୍ରକୁ ବୃଦ୍ଧି କରିବ। ତାମିଲନାଡୁ, ତେଲଙ୍ଗାନା, କର୍ଣ୍ଣାଟକ,…
ଖୋର୍ଦ୍ଧା: ବିପୁଳ ପରିମାଣର ଜବତ ହୋଇଥିବା ବ୍ରାଉନ ସୁଗାର ଓ ଗଞ୍ଜେଇକୁ ଆଜି ଏସଟିଏଫ ନଷ୍ଟ କରିଛି। ଏସଟିଏଫ ଭୁବନେଶ୍ୱର ଏସପି, ଖୋର୍ଦ୍ଧା ଡେପୁଟି କଲେକ୍ଟର, ଖୋର୍ଦ୍ଧା ଜିଲ୍ଲା ଅବକାରୀ ଅଧିକ୍ଷକ, ଏସଟିଏଫ ଡ଼ିଏସପିଙ୍କ ଦ୍ୱାରା ଗଠିତ ଉଚ୍ଚ ସ୍ତରୀୟ ଡ୍ରଗ ଡ଼ିସପୋଜାଲ କମିଟିର ନିଷ୍ପତ୍ତିକ୍ରମେ ଏବଂ ରାଜ୍ୟ ଫରେନସିକ ସାଇନ୍ସର ଅଧିକାରୀ ଏବଂ ରାଜ୍ୟ ପ୍ରଦୂଷଣ ବୋର୍ଡର ସଭ୍ୟଙ୍କ ଉପସ୍ଥିତିରେ ଆଜି ସମସ୍ତ ନିୟମାବଳୀ ଅନୁସରଣ କରାଯାଇ ଏସଟିଏଫର ୧୪ ଗୋଟି ମାମଲାରେ ଖୋର୍ଦ୍ଧା ଜିଲ୍ଲାରେ ଜବତ ହୋଇଥିବା ସମୁଦାୟ ୧୪ କେଜି ବ୍ରାଉନ ସୁଗାର ଏବଂ ଚାରି ଗୋଟି ମାମଲାରେ ଜବତ ହୋଇଥିବା ୫୦୪ କେଜି ଗଞ୍ଜେଇକୁ ଖୋର୍ଦ୍ଧା ଟାଙ୍ଗିଆପଡ଼ା ସ୍ଥିତ ଏକ ଭାଟିରେ ନଷ୍ଟ କରାଯାଇଛି। ଏପରି ଆହୁରି ଅନେକ ଏନଡ଼ିପିଏସ କେଶରେ ଜବତ ହୋଇଥିବା ନିଶା ଦ୍ରବ୍ୟକୁ ନଷ୍ଟକରିବା ପାଇଁ ପ୍ରକ୍ରିୟା ଜାରିରହିଛି ଏବଂ ଆଜି ସୁଦ୍ଧା ଏସଟିଏଫ ୫୦ କେଜି ୮୧୫ ଗ୍ରାମ ବ୍ରାଉନ…
ସୀତାରାମ ଅଗ୍ରୱାଲ ବାଣପୁର: ଶିକ୍ଷା ଅଧିକାର ଆଇନ କାର୍ଯ୍ୟକାରିତା ନେଇ ବାଣପୁର ବିଜ୍ଞାପିତ ଅଂଚଳ ପରିଷଦରେ ଏକ ସଚେତନ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ବିଜ୍ଞାପିତ ଅଂଚଳ ପରିଷଦର ଅଧ୍ୟକ୍ଷ ମିଟୁ ନାୟକଙ୍କ ଅଧ୍ୟକ୍ଷତାରେ ବିଜ୍ଞାପିତ ଅଂଚଳ ପରିଷଦ ବୈଠକ ଗୃହରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଓଡିଶା ଅଭିଭାବକ ମହାସଂଘର ଅଧ୍ୟକ୍ଷ ବାସୁଦେବ ଭଟ୍ଟ ଯୋଗଦେଇ ଶିକ୍ଷା ଅଧିକାର ଆଇନ ଅନୁସାରେ ୨୫% ସିଟରେ ସମସ୍ତ ବେସରକାରୀ ବିଦ୍ୟାଳୟରେ ଆର୍ଥିକ ଅନଗ୍ରସର ଓ ଅନ୍ୟାନ ବର୍ଗର ଛାତ୍ରଛାତ୍ରୀ ମାନେ କିପରି ସହଜରେ ପଢିବେ ସେ ଉପରେ ସମସ୍ତ ନିୟମ ପ୍ରଦାନ କରିଥିଲେ। ବ୍ୟବସ୍ଥା ଅନୁସାରେ ୩ ବର୍ଷରୁ ୭ ବର୍ଷ ବୟସ ପର୍ଯ୍ୟନ୍ତ ପିଲାମନେ ନର୍ସରୀରୁ କ୍ଲାସ ୧ ପର୍ଯ୍ୟନ୍ତ ସଂପୂର୍ଣ୍ଣ ମାଗଣା ପାଠ ପଢ଼ିପାରିବେ। ଅଭିଭାବକମାନେ ରାସନ କାର୍ଡ, ଲେବର କାର୍ଡ କିମ୍ବା ଇନକମ ସାର୍ଟିଫିକେଟ ସହିତ rteparadarshi.odisha.gov.in ରେ ନିଜର ରେଜିଷ୍ଟ୍ରେସନ କରି ନାମ ଲେଖିପାରିବେ। ବାଣପୁର…
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀ, ବିଶେଷ କରି ଗ୍ରାମାଞ୍ଚଳରେ ରହୁଥିବା ଲୋକଙ୍କ ସାମାଜିକ-ଆର୍ଥିକ ପ୍ରଗତି ପାଇଁ ପ୍ରତିଶ୍ରୁତିବଦ୍ଧ। ସବୁଦିନିଆ ରାସ୍ତା ଓ ସେତୁ ନିର୍ମାଣ ଦ୍ୱାରା ଗ୍ରାମାଞ୍ଚଳର ଲୋକଙ୍କ ଗମନାଗମନ ଓ ଦ୍ରବ୍ୟ ପରିବହନ ସୁଗମ ହେବା ସହ ସେମାନଙ୍କ ଅର୍ଥନୈତିକ ଅଭିବୃଦ୍ଧି, ଦାରିଦ୍ର୍ୟ ଦୂରୀକରଣ ଏବଂ ସାମଗ୍ରିକ ବିକାଶ ସାଧିତ ହୋଇଥାଏ। ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା (MMSY) ଓ ବିଜୁ ସେତୁ ଯୋଜନା (BSY) ଭଳି ରାଜ୍ୟ ପ୍ରାୟୋଜିତ ପ୍ରମୁଖ ଯୋଜନା ଜରିଆରେ ରାଜ୍ୟ ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ବିଭାଗ ରାସ୍ତା ଓ ସେତୁ ନିର୍ମାଣ କରି ଗ୍ରାମାଞ୍ଚଳର ସଂଯୋଗବିହୀନ ଗ୍ରାମଗୁଡିକୁ ଉନ୍ନତମାନର ଯୋଗାଯୋଗ ସୁବିଧା ଉପଲବ୍ଧ କରାଯାଉଛି ବୋଲି ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡେଇ କହିଛନ୍ତି। ଆଜି ଗୀତ ଗୋବିନ୍ଦ ସଦନଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରୀ ଶ୍ରୀ ଘଡ଼େଇ ବଜେଟର ମୁଖ୍ୟାଂଶ ଦର୍ଶାଇବାକୁ ଯାଇ କହିଲେ ଯେ ଗ୍ରାମ୍ୟ ଉନ୍ନୟନ ବିଭାଗ ଆଜି ସଫଳତାର…

