ନୂଆଦିଲ୍ଲୀ: ଦେଶର ବୃହତ୍ତମ ଆଇଟି କମ୍ପାନୀ ଟାଟା କନ୍ସଲଟାନ୍ସ ସର୍ଭିସର ଏମଡି ତଥା ସିଇଓ ରାଜେଶ ଗୋପୀନାଥନ ଇସ୍ତଫା ଦେଇଛନ୍ତି। କମ୍ପାନୀ ଏକ ବିବୃତ୍ତି ଜାରି କରି ଏହି ସୂଚନା ଅଂଶୀଦାର କରିଛି। ରାଜେଶ ଗୋପୀନାଥନଙ୍କ ଇସ୍ତଫା ପରେ ଆଜି ଠାରୁ କେ କ୍ରିତ୍ତିବାସନଙ୍କୁ ନୂତନ ସିଇଓ ଭାବରେ ନିଯୁକ୍ତ କରିବାକୁ TCS ଘୋଷଣା କରିଛି।
Author: Samikhsya Bureau
ସୀତାରାମ ଅଗ୍ରୱାଲ ବାଣପୁର: ବାଣପୁର ଅଞ୍ଚଳର ଜଣେ ପରୋପକାରୀ ଓ ରାଜନେତା ଭାବେ ଜଣାଶୁଣା ଦୋଳଗୋବିନ୍ଦ ବଳିୟାରସିଂହଙ୍କ ପରଲୋକ ଘଟିଯାଇଛି। ଶ୍ରୀଯୁକ୍ତ ବଳିୟାରସିଂହ ବାଣପୁର ନରେନ୍ଦ୍ରପୁର ଗ୍ରାମ ପଞ୍ଚାୟତର ନରେନ୍ଦ୍ରପୁର ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ। ସେ ଟେକ୍ସଟାଇଲ ଇଞ୍ଜିନିଅର ଭାବରେ ଜୀବିକା ଆରମ୍ଭ କରିଥିବାବେଳେ ଚାକିରୀ ଛାଡି ବିଶ୍ଵଭୂଷଣ ହରିଚନ୍ଦନଙ୍କର କାର୍ଯ୍ୟରେ ଅନୁପ୍ରାଣିତ ହୋଇ ରାଜନୈତିକ ଜୀବନ ଆରମ୍ଭ କରିଥିଲେ। ବିଶ୍ୱଭୂଷଣ ହରିଚନ୍ଦନଙ୍କର ଚିଲିକା ନିର୍ବାଚନ ମଣ୍ଡଳୀରେ ମୁଖ୍ୟଲୋକ ଭାବରେ କାର୍ଯ୍ୟ କରୁଥିଲେ। ବିଶ୍ୱ ଭୂଷଣ ହରିଚନ୍ଦନ ଜନତା ଦଳରେ ଥିବାବେଳେ ସେ ଜନତା ଦଳର ଚିଲିକା ନିର୍ବାଚନ ମଣ୍ଡଳୀର ସଭାପତି ଭାବରେ ମଧ୍ୟ କାର୍ଯ୍ୟରତ ଥିଲେ। ସ୍ୱାଧୀନ ବିଧାୟକ ପ୍ରାର୍ଥୀ ଭାବରେ ଚିଲିକା ନିର୍ବାଚନ ମଣ୍ଡଳୀରୁ ଦୁଇଥର ନିର୍ବାଚନରେ ପ୍ରତିଦ୍ବନ୍ଦିତା କରି ପରାଜିତ ହୋଇଥିଲେ। ସେ ବାଣପୁର ଅଞ୍ଚଳରେ ବହୁ ଗରିବ ଲୋକଙ୍କର ବ୍ଲକ ଓ ତହସିଲରେ ପଡିରହିଥିବା କାର୍ଯ୍ୟକୁ ସୁରୁଖୁରୁରେ କରିବାରେ ସସିଦ୍ଧହସ୍ତ ଥିଲେ। ତେବେ ସେ…
ମୁମ୍ବାଇ: ଲମ୍ବା ପଦଯାତ୍ରାରେ ଯାଇଥିବା ଚାଷୀଙ୍କ ସମସ୍ତ ଦାବିକୁ ମହାରାଷ୍ଟ୍ର ସରକାର ଗ୍ରହଣ କରିଛନ୍ତି। ପ୍ରଦର୍ଶନକାରୀ ଚାଷୀଙ୍କ ସମସ୍ତ ଦାବିକୁ ରାଜ୍ୟର ଏକନାଥ ସିନ୍ଦେ ସରକାର ଗ୍ରହଣ କରିଛନ୍ତି। ଶୁକ୍ରବାର ଦିନ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଗୃହରେ ଏ ସମ୍ପର୍କରେ ଏକ ବିବୃତ୍ତି ଦେବେ। ଏଥି ସହିତ ଆସନ୍ତାକାଲି ସକାଳେ କୃଷକମାନେ ଶାହପୁରରୁ ନାଶିକକୁ ଫେରିବେ। କୃଷକମାନେ ମହାରାଷ୍ଟ୍ର ସରକାରଙ୍କ ସମ୍ମୁଖରେ ୧୪ ଟି ଦାବି ରଖିଥିଲେ। ସୂଚନା ଅନୁଯାୟୀ, ପୂର୍ବରୁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଏବଂ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ଆଜି କୃଷକଙ୍କ ଏକ ପ୍ରତିନିଧୀ ଦଳଙ୍କୁ ଭେଟିଥିଲେ। ଅନ୍ୟପକ୍ଷରେ ହଜାର ହଜାର ଚାଷୀ ସେମାନଙ୍କ ଦାବି ପାଇଁ ନାଶିକ ଜିଲ୍ଲା ଠାରୁ ମୁମ୍ବାଇ ଅଭିମୁଖେ ଯାତ୍ରା ଜାରି ରଖିଥିଲେ। ଏହାପୂର୍ବରୁ ରାଜ୍ୟ ସରକାର ଚାଷୀଙ୍କ ସହ ଆଲୋଚନା ପାଇଁ ମନ୍ତ୍ରୀ ଦାଦା ଭୁସେ ଏବଂ ଅତୁଲ ସାଭେଙ୍କୁ ପଠାଇଥିଲେ। କୃଷକଙ୍କ ଦାବିରେ ପିଆଜ ଚାଷୀଙ୍କୁ କ୍ୱିଣ୍ଟାଲ ପିଛା…
ନୂଆଦିଲ୍ଲୀ: ସ୍ୱଚ୍ଛ ଭାରତ ମିଶନ-ଗ୍ରାମୀଣ ଅଧୀନରେ ଦେଶର ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶରେ ୧୧ କୋଟିରୁ ଅଧିକ ପାଇଖାନା ଏବଂ ୨.୨୩ ଲକ୍ଷରୁ ଊର୍ଦ୍ଧ୍ବ ଗୋଷ୍ଠୀ ଶୌଚାଳୟ ନିର୍ମାଣ କରାଯାଇଛି। କେନ୍ଦ୍ର ଜଳ ଶକ୍ତି ରାଷ୍ଟ୍ରମନ୍ତ୍ରୀ ଶ୍ରୀ ପ୍ରହ୍ଲାଦ ସିଂ ପଟେଲ ଆଜି ଲୋକସଭାରେ ଏହି ସୂଚନା ଦେଇଛନ୍ତି। କେନ୍ଦ୍ର ମନ୍ତ୍ରୀ କହିଛନ୍ତି ଯେ, ୨ ଅକ୍ଟୋବର ୨୦୧୪ରେ ସ୍ୱଚ୍ଛ ଭାରତ ମିଶନ ଆରମ୍ଭ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ଆରମ୍ଭ ହେବାର ପାଞ୍ଚ ବର୍ଷ ମଧ୍ୟରେ ଅର୍ଥାତ୍ ୨ ଅକ୍ଟୋବର ୨୦୧୯ ସୁଦ୍ଧା ଦେଶକୁ ଖୋଲା ମଳମୁକ୍ତ (ଓଡିଏଫ) କରିବା ଲାଗି ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା । କାର୍ଯ୍ୟକ୍ରମ ଆରମ୍ଭ ହେବାର ପାଞ୍ଚ ବର୍ଷ ମଧ୍ୟରେ ଦେଶର ସବୁ ରାଜ୍ୟ/କେନ୍ଦ୍ର ଶାସିତ ପ୍ରଦେଶରେ ୧୦ କୋଟିରୁ ଅଧିକ ବ୍ୟକ୍ତିଗତ ପାରିବାରିକ ପାଇଖାନା ନିର୍ମାଣ କରାଯାଇଥିଲା। ଧାର୍ଯ୍ୟ ଲକ୍ଷ୍ୟ ମୁତାବକ ୨ ଅକ୍ଟୋବର ୨୦୧୯ ସୁଦ୍ଧା ସବୁ ରାଜ୍ୟ/କେନ୍ଦ୍ର ଶାସିତ…
ସୀତାରାମ ଅଗ୍ରୱାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ ବାଣପୁର ବାଇପାସରେ ଆଜି ଏକ ସଡ଼କ ଦୁର୍ଘଟଣା ଘଟିଯାଇଛି। ଖବର ମୁତାବକ ବ୍ରହ୍ମପୁରରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ଏକ କାରଟି ସଂନ୍ଧ୍ୟାରେ ବାଣପୁର-ବାଲୁଗାଁ ବାଇପାସ ନିକଟରେ ସମ୍ମୁଖରେ ଯାଉଥିବା ଏକ ଟ୍ରକକୁ ଓଭରଟେକ କରିବା ପାଇଁ ଚେଷ୍ଟା କରୁଥିବା ବେଳେ ଟ୍ରକଟି କାରକୁ ସାଇଡ ମାରିଥିଲା। ଫଳରେ କାର ଟି ଭାରସାମ୍ୟ ହରାଇ ଡିଭାଇଡର ଉପରେ ମାଡି ଯାଇଥିଲା। ସୌଭାଗ୍ୟବଶତଃ କାରରେ ଉପସ୍ଥିତ ଥିବା ଯାତ୍ରୀଙ୍କ କୌଣସି କ୍ଷୟକ୍ଷତି ହୋଇନଥିବା ବେଳେ ବାଣପୁର ପୋଲିସ ଦୁର୍ଘଟଣାସ୍ଥଳରେ ପହଞ୍ଚି ଉଭୟ ଗାଡିକୁ ଅଟକାଇ ତଦନ୍ତ ଜାରି ରଖିଛି।
ଭୁବନେଶ୍ୱର: ଦଶ ଦଫା ଦାବି ନେଇ ଗତକାଲିଠାରୁ ଟ୍ରକ୍ ଡ୍ରାଇଭର ସଂଘ ଚଳାଇଥିବା ଆନ୍ଦୋଳନକୁ ବିଜେପିର ସମର୍ଥନ ଏକ ନାଟକବାଜି ବ୍ୟତୀତ ଅନ୍ୟ କିଛି ନୁହେଁ। ବିଜେପି ଏହାକୁ ନେଇ ତୁଛା ରାଜନୀତି କରିବା ନିନ୍ଦନୀୟ ବୋଲି ବିଜୁ ଜନତା ଦଳ ପକ୍ଷରୁ କୁହାଯାଇଛି। ଆଜି ଏକ ପ୍ରେସ ବିବୃତିରେ ବିଜେଡି ମୁଖପାତ୍ର ଡ.ଲେନିନ ମହାନ୍ତି କହିଛନ୍ତି ଯେ, ଦେଶର କୌଣସି ବିଜେପି ଶାସିତ ରାଜ୍ୟରେ ଡ୍ରାଇଭର ସଂଘର ଦାବି ମୁତାବକ କେଉଁ କେଉଁ ସୁବିଧା ପ୍ରଦାନ କରାଯାଉଛି, ବିଜେପି ନେତାମାନେ ତାହା ସ୍ପଷ୍ଟ କରନ୍ତୁ। ଡ୍ରାଇଭର ସଂଘ ଆନ୍ଦୋଳନକୁ ସମର୍ଥନ କରିବାକୁ ଯିବା ପୂର୍ବରୁ ଓଡ଼ିଶା ବିଜେପି ନେତାମାନେ ଏହିସବୁ ସୁବିଧାସୁଯୋଗର ଏକ କପି ସାଂଗରେ ନେଇଯାଇ ସେମାନଙ୍କୁ ଦେଖାଇଥିଲେ ଭଲ ହୋଇଥାନ୍ତା। ସେ ଆହୁରି କହିଛନ୍ତି ଯେ, ଏବେ ଯେତେବେଳେ ରାଜ୍ୟରେ ବିଭିନ୍ନ ସ୍କୁଲ, କଲେଜରେ ପରୀକ୍ଷା ଚାଲିଛି, ଠିକ୍ ସେତିକିବେଳେ ଡ୍ରାଇଭର ସଂଘ ଗାଡ଼ିମଟର ବନ୍ଦ କରି…
ଭୁବନେଶ୍ୱର: କଟକ ସ୍ଥିତ ଆଚାର୍ଯ୍ୟ ହରିହର ସ୍ନାତକତ୍ତୋର କ୍ୟାନସର୍ ପ୍ରତିଷ୍ଠାନରେ ନିଦାନ ଶାସ୍ତ୍ର ସ୍ପେସାଲାଇଜେସନ୍ ପାଠ୍ୟକ୍ରମ ଖୋଲିବା ପାଇଁ ଜାତୀୟ ମେଡିକାଲ୍ କାଉନସିଲ୍ ତରଫରୁ ସ୍ୱୀକୃତି ପ୍ରକାଶ କରାଯାଇଛି। ୪ ଟି ସିଟ୍ ପାଇଁ ଏହି ସ୍ୱୀକୃତି ମିଳିଛି। ଏଥିପାଇଁ ଚଳିତବର୍ଷ ଫେବୃଆରୀ ମାସରେ ମେଡିକାଲ୍ କାଉନସିଲ୍ ତରଫରୁ କ୍ଷେତ୍ରସ୍ତରୀୟ ଅନୁଧ୍ୟାନ କରାଯାଇଥିଲା। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ଦିଆଯାଇଛି। ସୂଚନାଯୋଗ୍ୟ, ଏହି ପ୍ରତିଷ୍ଠାନରେ ନିଶ୍ଚେତକ ସ୍ପେସାଲିଷ୍ଟ୍ ପାଠ୍ୟକ୍ରମ ଆରମ୍ଭ ପାଇଁ ମେଡିକାଲ୍ କାଉନସିଲ୍ ୨୦୨୨ ମସିହାରେ ଅନୁମତି ଦେଇଥିଲେ। ତଦନୁଯାୟୀ ପ୍ରଥମ ବ୍ୟାଚ୍ ନାମଲେଖା ସରିଛି। ଆଚାର୍ଯ୍ୟ ହରିହର ଆଞ୍ଚଳିକ କ୍ୟାନସର କେନ୍ଦ୍ରକୁ ୨୦୨୦ ମସିହା ଫେବୃଆରୀ ମାସରେ କ୍ୟାନସର ସ୍ନାତକତ୍ତୋର ପ୍ରତିଷ୍ଠାନ ଭାବେ ଘୋଷଣା କରାଯାଇଥିଲା। ବର୍ତ୍ତମାନ ଏହି ପ୍ରତିଷ୍ଠାନରେ ସର୍ଜିକାଲ୍ ଅଙ୍କୋଲୋଜି, ସ୍ତ୍ରୀ ଓ ପ୍ରସୂତୀ ରୋଗ, ରେଡ଼ିଏସନ୍ ଅଙ୍କୋଲୋଜି ଆଦି ବିଷୟରେ ସୁପର ସ୍ପେସାଲାଇଜେସନ୍ ପାଠ୍ୟକ୍ରମ ଚାଲୁ ରହିଛି। ଏହା…
ଭୁବନେଶ୍ୱର: ଏକ ଚାରି ବର୍ଷ ଶିଶୁର ବିରଳ ଅସ୍ତ୍ରୋପଚାର କରି ତାକୁ ସୁସ୍ଥ କରିବାରେ ସଫଳ ହୋଇଛନ୍ତି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ୍ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ର ସର୍ଜନ୍। ୪ ବର୍ଷର ଶିଶୁଟିର ଏକ ଜନ୍ମଗତ ତ୍ରୁଟି ଯୋଗୁଁ ମସ୍ତିଷ୍କର କିଛି ଅଂଶ ନାଶାରନ୍ଧ୍ରରେ ପ୍ରବେଶ କରିଥିଲା। ଏହା ଫଳରେ ଶିଶୁଟି କେବଳ ବାମ ନାକ ବା ପାଟିରେ ନିଶ୍ୱାସ ନେଉଥିଲା ଏବଂ ବାରମ୍ବାର ବାନ୍ତି ହେବା ସହ ଗନ୍ଧ ମଧ୍ୟ ବାରି ପାରୁନଥିଲା। ଏହି ସବୁ ସମସ୍ୟା ନେଇ ଶିଶୁଟିର ପରିବାର ତାକୁ ସମ୍ ହସ୍ପିଟାଲ୍କୁ ଚିକିତ୍ସା ପାଇଁ ଆଣିଥିଲେ ବୋଲି ଗୁରୁବାର ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ବିଶିଷ୍ଟ ନ୍ୟୁରୋସର୍ଜନ୍ ପ୍ରଫେସର (ଡାକ୍ତର) ଅଶୋକ କୁମାର ମହାପାତ୍ର। ପରୀକ୍ଷାରୁ ଜଣାପଡ଼ିଥିଲା ଯେ ଶିଶୁଟିର ମସ୍ତିଷ୍କରୁ ନାକକୁ ଆସିଥିବା ରାସ୍ତାରେ ଏକ ଛିଦ୍ର ରହିଥିଲା ଓ ମସ୍ତିଷ୍କର କିଛି ଅଂଶ ତଳକୁ…
ଭୁବନେଶ୍ବର: ପାଖେଇଲା ମର୍ଯ୍ୟଦା ପୁରୁଷ ଶ୍ରୀରାମଙ୍କ ଜନ୍ମଦିନ। ସାଧାରଣତଃ ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ ଚୈତ୍ର ଶୁକ୍ଳପକ୍ଷ ନବମୀ ତିଥିରେ ରାମ ନବମୀ ପାଳିତ ହୋଇଥାଏ। କାରଣ ମର୍ଯ୍ୟଦା ପୁରୁଷ ଶ୍ରୀରାମ ଏହି ନବମୀ ତିଥିରେ ଜନ୍ମ ଗ୍ରହଣ କରିଥିଲେ। ସେହି ଅନୁସାରେ ଚଳିତ ବର୍ଷ ଏହି ତିଥୀ ବା ରାମ ନବମୀ ଏହି ମାର୍ଚ୍ଚ ୩୦ ତାରିଖରେ ପଡୁଅଛି। ଓଡିଶାର ରାମ ନବମୀ ବେଶ୍ ଧୂମଧାମ ତଥା ଭକ୍ତିପୂତ ଭାବେ ପାଳନ କରାଯାଇଥାଏ। ଏହି ଉତ୍ସବ ଅନେକ ସ୍ଥାନରେ ମାସାଧିକ ସମୟ ମଧ୍ୟ ପାଳନ କରାଯାଇଥାଏ। ଏହିଦିନ ଭକ୍ତମାନେ ଉପବାସ ଧାରଣ କରି ବ୍ରତ କରିଥାନ୍ତି। ରାମ ନବମୀରେ ପୂଜା ମୁହୁର୍ତ୍ତ ନବମୀ ତିଥୀ ପ୍ରାରମ୍ଭ- ୨୯ ମାର୍ଚ୍ଚ ୨୦୨୩ ରାତ୍ର ୯ ଟା ୦୭ ମିନିଟ ନବମୀ ତିଥୀ ଶେଷ- ୩୦ ମାର୍ଚ୍ଚ ୨୦୨୩ ରାତ୍ରୀ ୧୧ ଟା ୩୦ ମିନିଟ ରାମ ନବମୀର ଶୁଭ ମୁହୁର୍ତ୍ତ ଆରମ୍ଭ- ୩୦…
ନୂଆଦିଲ୍ଲୀ: ଭାରତୀୟ ଷ୍ଟାର ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ କେ.ଏଲ୍ ରାହୁଲ ଆଜିକାଲି ନିଜର ଖରାପ ଫର୍ମ ସହ ସଂଘର୍ଷ କରୁଛନ୍ତି। ଖରାପ ଫର୍ମ ସହିତ ତାଙ୍କ କ୍ୟାରିୟର ମଧ୍ୟ ବିପଦରେ ଅଛି। ତେବେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବାକୁ ଥିବା ତିନିଟି ଦିନିକିଆ ସିରିଜ୍ କେ.ଏଲ୍ ରାହୁଲଙ୍କ ପାଇଁ ଏକ ବରଦାନ ବୋଲି ପ୍ରମାଣ କରିପାରେ। ଦିନିକିଆ ସିରିଜ୍ ମାର୍ଚ୍ଚ ୧୭ ତାରିଖ ଶୁକ୍ରବାର ଠାରୁ ଆରମ୍ଭ ହେବ। ଏହି ସିରିଜରେ କେଏଲ ରାହୁଲ ଟିମ୍ ଇଣ୍ଡିଆର ଏକ ଅଂଶ। ଆସନ୍ତୁ ଜାଣିବା ସେ କିପରି ଏହି ସିରିଜ୍ ସାହାଯ୍ୟରେ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ର ଫାଇନାଲ୍ ଖେଳିପାରିବେ। ବର୍ତ୍ତମାନ ଋଷଭ ପନ୍ତ (ଅତି କମରେ ୬ ମାସ ବାହାରେ) ଏବଂ ଶ୍ରେୟସ୍ ଆୟର (ଏହି ଦିନିକିଆ ସିରିଜରୁ) ଭାରତୀୟ ଦଳରେ ନାହାଁନ୍ତି। ଏଥି ସହିତ ବର୍ଡର-ଗାଭାସ୍କର ଟ୍ରଫିରେ ଋଷଭ ପନ୍ତଙ୍କ ସ୍ଥାନରେ ଦଳରେ ଯୋଗ ଦେଇଥିବା କେ.ଏସ୍ ଭରତଙ୍କ…
ଭୁବନେଶ୍ୱର: ଶିଳ୍ପ ନିମନ୍ତେ ଆବଶ୍ୟକୀୟ ଯନ୍ତ୍ରାଂଶ ପ୍ରସ୍ତୁତି ନିମନ୍ତେ ଇଞ୍ଜିନିୟରିଂ ଛାତ୍ରଛାତ୍ରୀମାନେ ଜ୍ଞାନ ଆହରଣ କରିବା ନିମନ୍ତେ ବୁଧବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପୁନେ ସ୍ଥିତ ଆରଏସବି ଟ୍ରାନ୍ସମିସନ୍ସ( ଆଇ) ଲିମିଟେଡ ସହ ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ କରିଛି। ପ୍ରୋସେସ୍ ସିମୁଲେସନ୍ସ, ନ୍ୟୁମରିକାଲ୍ ମଡେଲିଂ, ଅପ୍ଟିମାଇଜେସନ୍ ଅଫ୍ ଟେକ୍ନିକ୍ସ ଭଳି ବିଭିନ୍ନ ବୈଜ୍ଞାନିକ ପଦ୍ଧତିକୁ ନେଇ ଏହି କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଇଛି। ସୋଆର ପ୍ରୋ-ଭାଇସ୍ ଚାନ୍ସେଲର ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଏବଂ ଆର୍ଏସ୍ବି ଆର୍ଏସ୍ବି ଟ୍ରାନ୍ସମିସନ୍ସ (ଆଇ) ଲିମିଟେଡ୍ ପକ୍ଷରୁ ନିର୍ଦ୍ଦେଶକ ଡକ୍ଟର ଓମ୍କାର ନାଥ ମହାନ୍ତି ଏହି ବୁଝାମଣା ପତ୍ରରେ ସ୍ୱାକ୍ଷର କରିଥିଲେ। ଏହି କାର୍ଯ୍ୟକ୍ରମଗୁଡ଼ିକ ଦ୍ୱାରା ଉଚ୍ଚ କ୍ଷମତା ସମ୍ପନ୍ନ ପ୍ରୋସେସିଂ କାର୍ଯ୍ୟ ସ୍ୱଳ୍ପ ମୂଲ୍ୟରେ ହୋଇପାରିବ ବୋଲି ଡକ୍ଟର ମହାନ୍ତି କହିଥିଲେ। ପୂର୍ବରୁ ଡକ୍ଟର ମହାନ୍ତି ବିଜୁ ପଟ୍ଟନାୟକ ୟୁନିଭର୍ସିଟି ଅଫ୍ ଟେକ୍ନୋଲୋଜିର କୁଳପତି ଥିଲେ। ଏହି ସମ୍ପର୍କରେ ବୁଝାଇ ଡକ୍ଟର ମହାନ୍ତି…
ନୂଆଦିଲ୍ଲୀ: ଗ୍ରୀଷ୍ମ ଋତୁରେ ମଶା ଘାତକ ତରଳ କିମ୍ବା ଧୂପ ମଶାମାନଙ୍କଠାରୁ ମୁକ୍ତି ଦେଇପାରେ। କିନ୍ତୁ ଆପଣ ଜାଣନ୍ତି କି ମଶା ଘାତକ ତରଳ ବା ଧୂପ ମଧ୍ୟ ଅନେକ ରୋଗର କାରଣ ଅଟେ। ଏକ ଅନୁସନ୍ଧାନରୁ ଜଣାପଡିଛି ଯେ, ୧୦୦ ଟି ସିଗାରେଟ୍ ପରି ମଶା ଧୂପ ବିପଜ୍ଜନକ ଅଟେ। ଏଥିରୁ ପ୍ରାୟ ୨.୫ ପିଏମ ଧୂଆଁ ବାହାରିଥାଏ। ସେହିଭଳି ବଜାରରେ ଉପଲବ୍ଧ ହେଉଥିବା ମଶା ଘଉଡାଇବା ତରଳ ମଧ୍ୟ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ବିପଦଜନକ। ଏପରି ପରିସ୍ଥିତିରେ, ମଶା ମାରିବାର ତରଳ ପଦାର୍ଥରେ କ’ଣ ଅଛି, ଯାହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ଅଟେ। ତାହା ଜାଣିବା ଆବଶ୍ୟକ। ତେବେ ଜାଣନ୍ତୁ ଏହି ତରଳ କିପରି ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ… ଏହା ସ୍ୱାସ୍ଥ୍ୟ ପାଇଁ ବିପଦଜନକ କାହିଁକି?: ବାସ୍ତବରେ, ମଶାମାନଙ୍କୁ ମାରିବାର ତରଳ ପଦାର୍ଥରେ ଏପରି କିଛି ପଦାର୍ଥ ଅଛି, ଯାହା ଶ୍ୱାସ ସହିତ ଭିତରକୁ ଯାଏ…
ନୂଆଦିଲ୍ଲୀ: ୟୁନିକ୍ ଆଇଡେଣ୍ଟିଫିକେସନ୍ ଅଥରିଟି ଅଫ୍ ଇଣ୍ଡିଆ (UIDAI) ଜୁନ୍ ୧୪ ତାରିଖ ପର୍ଯ୍ୟନ୍ତ ମାଗଣାରେ ଆଧାର ଡକ୍ୟୁମେଣ୍ଟ୍ (ଆଧାର କାର୍ଡର ଅନ୍ଲାଇନ୍ ଅପଡେଟ୍) ଅପଡେଟ୍ କରିବାକୁ ସୁବିଧା ଦେଇଛି। ଏହି ସୂଚନା ଏକ ସରକାରୀ ବିବୃତ୍ତିରେ ଦିଆଯାଇଛି। ଆଧାର ପୋର୍ଟାଲରେ ସେମାନଙ୍କର ଡକ୍ୟୁମେଣ୍ଟ ଅପଡେଟ୍ କରିବା ପାଇଁ ପୂର୍ବରୁ ଲୋକଙ୍କୁ ୨୫ ଟଙ୍କା (ଆଧାର କାର୍ଡ ଅପଡେଟ୍ ପାଇଁ ଚାର୍ଜ) ଦେବାକୁ ପଡୁଥିଲା। ସରକାରୀ ବିବୃତ୍ତି ଅନୁଯାୟୀ, “ୟୁନିକ ଆଇଡେଣ୍ଟିଫିକେସନ୍ ଅଥରିଟି ଅଫ୍ ଇଣ୍ଡିଆ (UIDAI) ଅଧିବାସୀମାନଙ୍କୁ ସେମାନଙ୍କର ଆଧାର ଡକ୍ୟୁମେଣ୍ଟକୁ ମାଗଣାରେ ଅପଡେଟ୍ କରିବାକୁ ଅନୁମତି ଦେବାକୁ ନିଷ୍ପତ୍ତି ନେଇଛି। ଏହି ପଦକ୍ଷେପ ଲକ୍ଷ ଲକ୍ଷ ଲୋକଙ୍କୁ ଉପକୃତ କରିବ। ମାଗଣା ସେବା ପରବର୍ତ୍ତୀ ତିନିମାସ ପାଇଁ ଉପଲବ୍ଧ – ଅର୍ଥାତ୍ ମାର୍ଚ୍ଚ ୧୫ ତାରିଖରୁ ଜୁନ୍ ୧୪ ତାରିଖ ୨୦୨୩ ପର୍ଯ୍ୟନ୍ତ। ଆଧାର ନାମାଙ୍କନ ଏବଂ ଅଦ୍ୟତନ ନିୟମାବଳୀ ୨୦୧୬ ଅନୁଯାୟୀ, ଆଧାର ନମ୍ବରଧାରୀମାନେ ଆଧାର ନାମାଙ୍କନ…
ଭୁବନେଶ୍ବର: ଆଜି ବିଧାନସଭାର ପ୍ରଶ୍ନ ଉତ୍ତର କାଳରେ ବିବାଦୀୟ ଶିଳ୍ପପତି ଗୌତମ ଆଦାନୀଙ୍କ ଓଡିଶା ବ୍ୟବସାୟ ନେଇ ପ୍ରଶ୍ନ ଉଠିଛି। ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗର ପ୍ରଶ୍ନ ଉତ୍ତର ବେଳେ ଏହା ଉପରେ ନଜରକୁ ଆଣିଥିଲେ କଂଗ୍ରେସ ବିଧାୟକ। ଜଟଣୀର ବିଧାୟକ ସୁରେଶ ରାଉତରାୟ ଆଦାନୀ ଉପରେ ପ୍ରଶ୍ନ ପଚାରିଥିଲେ। ବିଧାନସଭାରେ ସୁର ରାଉତରାୟ କହିଥିଲେ ଯେ, ଓଡିଶାରେ ଧାମରା ପୋର୍ଟ ଆଦାନୀଙ୍କୁ ଦିଆଯାଇଛି। ଏହି ପୋର୍ଟ ଦେବା ପାଇଁ ରାଜ୍ୟ ସରକାର ଟେଣ୍ଡର ଡାକିଥିଲେ କି ? ଯାହା ଖବର ଅଛି ସରକାର କୌଣସି ଟେଣ୍ଡର ନ କରି ଆଦାନୀଙ୍କୁ ଏହି ପୋର୍ଟ ଦେବା ସତ କି? ଏହାର ଉତ୍ତରରେ ମନ୍ତ୍ରୀ ଟୁକୁନି ସାହୁ କହିଥିଲେ ଯେ, ଆଦାନୀଙ୍କୁ ଧାମର ପୋର୍ଟ ଦେବା ବେଳେ ସମସ୍ତ ନିୟମ ପାଳନ କରି ପିପିପି ମୋଡରେ କରିବା ପାଇଁ ଚୁକ୍ତି କରାଯାଇଛି।
କୈଳାଶ ଚନ୍ଦ୍ର ଚୌଧୁରୀ ବ୍ରହ୍ମପୁର: ବଡ଼ବଜାର ଥାନା ଅନ୍ତର୍ଗତ ଲକ୍ଷ୍ମୀ ନୃସିଂହ ସାହିରେ ଗତ ମଙ୍ଗଳବାର ରାତିରେ ଏକ ବୋମାମାଡ ଘଟଣାର ସନ୍ଧାନ ପାଇଁ ବଡ଼ବଜାର ଥାନା ଅଧିକାରୀ ପ୍ରଶାନ୍ତ କୁମାର ଭୁପତିଙ୍କ ନେତୃତ୍ଵରେ ଏକ ଟିମ୍ ନିମଖଣ୍ଡି ଥାନା ଅନ୍ତର୍ଗତ ଶ୍ରୀକ୍ଷେତ୍ର ବିହାରର ଗୋଟିଏ ଘରେ ଚଢ଼ାଉ କରିଥିଲେ। ଏହି ସମୟରେ ଘର ଭିତରୁ ପୋଲିସ ଉପରକୁ ବୋମା ମାଡ଼ ହୋଇଥିଲା ଓ ପୋଲିସ ଘରର ବାହାର ପଟୁ କବାଟ ପକାଇ ଦେବାରୁ ବୋମାମାଡରୁ ବର୍ତ୍ତି ଯାଇଥିଲେ। ପରେ ଏସ୍ ପି ଡଃ ସର୍ବଣା ବିବେକ ଏମ୍ ଙ୍କ ନିର୍ଦ୍ଦେଶନାରେ ସଦର ପୋଲିସ ଓ ବଡ଼ବଜାର ପୋଲିସ ଉକ୍ତ ଘରକୁ ଜଗି ରହିଥିଲେ ଓ ଦୀର୍ଘ ସମୟ ପରେ ଉକ୍ତ ଘରୁ ଦୁଇ ମହିଳା ଙ୍କ ସହ ତିନି ଯୁବକ ଆତ୍ମସମର୍ପଣ କରିଥିଲେ। ପରେ ଏସ୍ ପି ଡଃ ସର୍ବଣା ବିବେକ ଏମ୍, ଦୁଇ ଜଣ ଅତିରିକ୍ତ ଏସପି, ବଡ଼ବଜାର…
ନୂଆଦିଲ୍ଲୀ: ଭାରତୀୟ ସେନାର ଚିତା ହେଲିକପ୍ଟର ଅରୁଣାଚଳ ପ୍ରଦେଶର ମଣ୍ଡଲା ପାହାଡ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ପାଇଲଟମାନଙ୍କୁ ଖୋଜିବା ପାଇଁ ସର୍ଚ୍ଚ ଅପରେସନ୍ ଆରମ୍ଭ ହୋଇଛି। ସେଥିରେ ଦୁଇଜଣ ପାଇଲଟ ଥିଲେ। ସେମାନଙ୍କର ସନ୍ଧାନ ମିଳିପାରି ନାହିଁ।
ନୂଆଦିଲ୍ଲୀ: ଗୁପ୍ତଚର ମାମଲାରେ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଏବଂ ଆମ୍ ଆଦମୀ ପାର୍ଟି ନେତା ମନୀଷ ସିସୋଦିଆଙ୍କ ବିରୋଧରେ ସିବିଆଇ ଏକ ମାମଲା ରୁଜୁ କରିଛି। ଏଫ୍ଆଇଆର୍ ଅନୁଯାୟୀ, ଫିଡବ୍ୟାକ୍ ୟୁନିଟ୍ ମାମଲାରେ ସିସୋଦିଆଙ୍କ ସମେତ ୬ ଜଣଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି। ଫେବୃଆରୀ ୨୬ ତାରିଖରେ ଦିଲ୍ଲୀ ଅବକାରୀ ନୀତି ମାମଲାରେ ମନୀଷ ସିସୋଦିଆଙ୍କୁ ସିବିଆଇ ଗିରଫ କରିଥିଲା। ଫେବୃଆରୀ ୮ ତାରିଖରେ ସିବିଆଇ ଫିଡବ୍ୟାକ୍ ୟୁନିଟ୍ ର ଗୁପ୍ତଚର ମାମଲାରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ AAP ନେତାଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ଦାବି କରିଥିଲା। ଦୁର୍ନୀତି ନିବାରଣ ଆଇନ ଅନୁଯାୟୀ ସିସୋଦିଆଙ୍କୁ ଦୋଷୀ ସାବ୍ୟସ୍ତ କରିବା ପାଇଁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ କେନ୍ଦ୍ରୀୟ ଅନୁସନ୍ଧାନ ଏଜେନ୍ସିକୁ ଅନୁମୋଦନ ଦେଇଛି। ସେବେଠାରୁ ମନୀଷ ସିସୋଦିଆଙ୍କ ବିରୋଧରେ ମାମଲା ରୁଜୁ କରିବାର ସମ୍ଭାବନା ରହିଥିଲା।
ନୀଳଗିରି: ଭାରତର ବୃହତମ ତଥା ଦିନକୁ ଦିନ ଦ୍ରୁତଗତିରେ ବୃଦ୍ଧି ପାଉଥିବା ରିଲାଏନ୍ସ ରିଟେଲ୍ ର ଆପାରେଲ ଏବଂ ଆସେସୋରୀ ସ୍ପେଶାଲିଟି ଚେନ୍ ଟ୍ରେଣ୍ଡ୍ସ ଓଡ଼ିଶାର ବାଲେଶ୍ୱର ଜିଲ୍ଲା ନୀଳଗିରି ସହରରେ ନୂଆ ଷ୍ଟୋର ଶୁଭାରମ୍ଭ କରିଛି। ଟ୍ରେଣ୍ଡ୍ସ ବାସ୍ତବରେ ଭାରତର ଫ୍ୟାଶନ କ୍ଷେତ୍ରକୁ ଲୋକାଭିମୁଖି କରି ଫ୍ୟାଶନରେ ଗଣତନ୍ତ୍ରର ବିକାଶ କରିଛି। ଏହା ଭାରତର ଗ୍ରାହକଙ୍କ ସହ ସମ୍ପର୍କ ସୁଦୃଢ କରିଛି ଏବଂ ମେଟ୍ରୋ, ମିନି ମେଟ୍ରୋଠାରୁ ଆରମ୍ଭ କରି ଟିୟର ୧, ଟିୟର ୨ ସହର ଏବଂ ଆହୁରି ଅଧିକ ସ୍ଥାନରେ ଭାରତୀୟ ଉପଭୋକ୍ତାଙ୍କ ନିକଟରେ ପହଂଚିଛି ଏବଂ ଭାରତର ପସନ୍ଦଯୋଗ୍ୟ ଫ୍ୟାଶନ ଶପିଂ ଡେଷ୍ଟିନେସନ ପାଲଟିଛି। ନୀଳଗିରିର ନୂଆ ଟ୍ରେଣ୍ଡ୍ସ ଷ୍ଟୋରରେ ମଡର୍ଣ୍ଣ ଲୁକ୍ ସହିତ ଉନ୍ନତ ପରିବେଶ ରହିଛି। ଏଥିସହିତ ସ୍ଥାନୀୟ ଗ୍ରାହକମାନଙ୍କ ମନଲାଖି ଉଚ୍ଚମାନର ଆକର୍ଷଣୀୟ ଫ୍ୟାଶନ ମର୍ଚ୍ଚାଣ୍ଡାଇଜ ସମ୍ଭାର ଓ ସୁଲଭ ମୂଲ୍ୟ ଉକ୍ତ ଷ୍ଟୋରକୁ ଅଧିକ ଆକର୍ଷଣୀୟ କରି ତୋଳିଛି। ସ୍ଥାନୀୟ…
ନୂଆଦିଲ୍ଲୀ: ଆଫଗାନିସ୍ତାନରେ ଅବସ୍ଥିତ ଖାମା ପ୍ରେସ ଅନୁଯାୟୀ ଗ୍ଲୋବାଲ ଟେରରିଜିମ ଇଣ୍ଡେକ୍ସ (ଜିଟିଆଇ) ମଙ୍ଗଳବାର (ମାର୍ଚ୍ଚ ୧୪) ରିପୋର୍ଟ କରିଛି ଯେ, ଆଫଗାନିସ୍ତାନରେ ଆକ୍ରମଣରେ ୭୫% ହ୍ରାସ ଏବଂ ମୃତ୍ୟୁରେ ୫୮% ହ୍ରାସ ଘଟିଛି। ଏହା ସତ୍ତ୍ୱେ କ୍ରମାଗତ ଚତୁର୍ଥ ବର୍ଷ ପାଇଁ ଆତଙ୍କବାଦ ଦ୍ୱାରା ସର୍ବାଧିକ ପ୍ରଭାବିତ ଦେଶ ତାଲିକାରେ ଆଫଗାନିସ୍ତାନ ଶୀର୍ଷରେ ରହିଛି। ତେବେ ଜିଟିଆଇ ରିପୋର୍ଟରେ ଦର୍ଶାଯାଇଛି ଯେ, ଏହି ସୂଚକାଙ୍କରେ ରାଜ୍ୟ ଦମନ ଏବଂ ରାଜନେତାଙ୍କ ହିଂସା କାର୍ଯ୍ୟ ଅନ୍ତର୍ଭୂକ୍ତ କରାଯାଇ ନାହିଁ। ଉଦାହରଣ ସ୍ୱରୂପ, ତାଲିବାନ ଦ୍ୱାରା କରାଯାଇଥିବା କାର୍ଯ୍ୟଗୁଡ଼ିକ ଦେଶର ନିୟନ୍ତ୍ରଣକୁ ନେଇଥିବାରୁ ରିପୋର୍ଟ ପରିସରରେ ଆଉ ଅନ୍ତର୍ଭୂକ୍ତ କରାଯାଇ ନାହିଁ। FTI ଅନୁଯାୟୀ, ୨୦୨୨ ମସିହାରେ ଆଫଗାନିସ୍ତାନରେ ୬୩୩ ମୃତ୍ୟୁ ରେକର୍ଡ କରାଯାଇଥିଲା, ଯାହା ୨୦୨୨ ରେ ଆତଙ୍କବାଦ ଜନିତ ମୃତ୍ୟୁରେ ୮୬୬ କମ୍ ଥିଲା। ଏଥି ସହିତ ୨୦୨୧ ବର୍ଷ ତୁଳନାରେ ୫୮ ପ୍ରତିଶତ ସୁଧାର ଘଟିଛି। ଆଫଗାନିସ୍ତାନରେ ତାଲିବାନ…
ନୂଆଦିଲ୍ଲୀ: ଭାରତୀୟ ଗଣତନ୍ତ୍ର ଉପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଲଣ୍ଡନରେ ଦେଇଥିବା ବିବୃତ୍ତି ଉପରେ ଭାରତୀୟ ଜନତା ପାର୍ଟିର ହଙ୍ଗମା ଏବଂ ବିରୋଧୀ ଦଳର ଆଦାନୀ-ହିନ୍ଦନବର୍ଗ ମାମଲାରେ ମିଳିତ ସଂସଦୀୟ କମିଟି (ଜେପିସି) ତଦନ୍ତ ଦାବିରେ ଗୁରୁବାର ଦିନ କ୍ରମାଗତ ଚତୁର୍ଥ ଦିନ ସଂସଦର ଉଭୟ ଗୃହର ପ୍ରକ୍ରିୟା ବାଧାପ୍ରାପ୍ତ ହୋଇଛି। ଅପରାହ୍ନ ୨ ଟା ପର୍ଯ୍ୟନ୍ତ ଗୃହକୁ ମୁଲତବୀ ରଖାଯାଇଛି। ଆଶା କରାଯାଉଛି ଯେ, ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ଗୁରୁବାର ସଂସଦର ପ୍ରକ୍ରିୟାରେ ଅଂଶଗ୍ରହଣ କରିବେ ଏବଂ ତାଙ୍କ ମନ୍ତବ୍ୟରୁ ଆସିଥିବା ବିବାଦ ଉପରେ କହିବେ। ରାହୁଲ ଗାନ୍ଧୀଙ୍କ କ୍ଷମା ପ୍ରାର୍ଥନା ପାଇଁ ବିଜେପିର ଦାବିକୁ କଂଗ୍ରେସ ସମ୍ପୂର୍ଣ୍ଣ ରୂପେ ପ୍ରତ୍ୟାଖ୍ୟାନ କରିଛି। ସଂସଦରେ ପ୍ରବଳ ହଟ୍ଟଗୋଳ ପୂର୍ବରୁ ଆଇନ ମନ୍ତ୍ରୀ କିରେନ ରିଜିଜୁ ଆଜି ଚାପ ବଢାଇ କଂଗ୍ରେସ ନେତାଙ୍କୁ ଲଣ୍ଡନରେ ମିଛ କହିବା ସହ ଦେଶକୁ ସମାଲୋଚନା କରିଥିବା ଅଭିଯୋଗ କରିଛନ୍ତି। ସାମ୍ବାଦିକମାନଙ୍କ…
ନୂଆଦିଲ୍ଲୀ: ଗୋଟିଏ ଦିନରେ ଭାରତରେ ୭୫୪ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହା ପରେ ଦେଶରେ ଏପର୍ଯ୍ୟନ୍ତ ସଂକ୍ରମିତ ଲୋକଙ୍କ ସଂଖ୍ୟା ୪,୪୬,୯୨,୭୧୦ କୁ ବୃଦ୍ଧି ପାଇଛି। ପ୍ରାୟ ଚାରିମାସ ପରେ ଦେଶରେ ଦୈନିକ ୭୦୦ ରୁ ଅଧିକ ସଂକ୍ରମଣ ରୋଗ ହୋଇଥିବା ଜଣାଯାଇଛି। ଏଥି ସହିତ ଚିକିତ୍ସିତ ହେଉଥିବା ରୋଗୀଙ୍କ ସଂଖ୍ୟା ୪ ହଜାର ୬୨୩ କୁ ବୃଦ୍ଧି ପାଇଛି। ଗତ ବର୍ଷ ନଭେମ୍ବର ୧୨ ତାରିଖରେ ଦେଶରେ ୭୩୪ ଦୈନିକ ସଂକ୍ରମଣ ମାମଲା ରୁଜୁ ହୋଇଥିଲା। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ଵାରା ଗୁରୁବାର ସକାଳ ଆଠଟା ବେଳେ କର୍ଣ୍ଣାଟକରେ ସଂକ୍ରମଣ ହେତୁ ଜଣେ ରୋଗୀଙ୍କ ମୃତ୍ୟୁ ପରେ ଦେଶରେ ମୃତ୍ୟୁ ସଂଖ୍ୟା ୫ ଲକ୍ଷ ୩୦ ହଜାର ୭୯୦ କୁ ବୃଦ୍ଧି ପାଇଛି। ସର୍ବଶେଷ ତଥ୍ୟ ଅନୁଯାୟୀ, ବର୍ତ୍ତମାନ ସୁଦ୍ଧା ଭାରତରେ ସମୁଦାୟ ୪ କୋଟି ୪୧ ଲକ୍ଷ ୫୭ ହଜାର ୨୯୭ ଲୋକ ସଂକ୍ରମଣମୁକ୍ତ ହୋଇଥିବାବେଳେ କୋଭିଡ…

