Author: Samikhsya Bureau

ନୂଆଦିଲ୍ଲୀ: ଋଷ ଏବଂ ଆମେରିକା ତିକ୍ତତା ମଧ୍ୟରେ ଏକ ବଡ ଖବର ଆସିଛି। ଆମେରିକାର ସେନା ଅନୁଯାୟୀ, କୃଷ୍ଣ ସାଗରରେ ଋଷର ଜେଟ୍ ଏବଂ ଆମେରିକୀୟ ଡ୍ରୋନ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଆମେରିକାର ସୈନ୍ୟବାହିନୀର ୟୁରୋପୀୟ କମାଣ୍ଡ କହିଛି ଯେ, ମଙ୍ଗଳବାର ଦିନ କୃଷ୍ଣ ସାଗର ଉପରେ ଆମେରିକାର MQ-9 ରେପର୍ ଡ୍ରୋନ୍ ସହିତ ଋଷର Su-27 ଯୁଦ୍ଧ ବିମାନ ମୁହାଁମୁହିଁ ଧକ୍କା ହୋଇଛି। ଆମେରିକାର ରେପର୍ ଡ୍ରୋନ୍ ଏବଂ ଋଷର SU-27 ର ଦୁଇଟି ଯୁଦ୍ଧ ବିମାନ କୃଷ୍ଣ ସାଗର ଉପରେ ଥିବା ଆନ୍ତର୍ଜାତୀୟ ଜଳରେ ବୁଲୁଥିବା ବେଳେ ଏହି ଘଟଣା ଘଟିଥିଲା।

Read More

ଭୁବନେଶ୍ୱର: ମହିଳା ସଶକ୍ତିକରଣ ମିଶନଶକ୍ତି ଏକ ଯୁଗାନ୍ତକାରୀ ପଦକ୍ଷେପ। ଯାହା ଫଳରେ ଆଜି ଓଡ଼ିଶାରେ ରାଜନୈତିକ ସ୍ତରରେ, ସାମାଜିକ ସ୍ତରରେ, ଆର୍ଥିକ ସ୍ତରରେ ମହିଳାମାନଙ୍କର ବିକାଶ ହୋଇଛି। ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ ଓଡ଼ିଶାର ମିଶନଶକ୍ତି ଆଜି ଏକ ଉଦାହରଣ ପାଲଟିଛି ବୋଲି କହିଛନ୍ତି ବିଜେଡ଼ି ବିଧାୟକ ଅରୁଣ ସାହୁ। ଆଜି ଗଣମାଧ୍ୟମ ସାମ୍ବାଦିକମାନଙ୍କୁ ଶ୍ରୀ ସାହୁ କହିଛନ୍ତି ଯେ, ମିଶନଶକ୍ତିରେ ମା’ମାନଙ୍କର ରାଜନୈତିକ, ସାମାଜିକ ଓ ଆର୍ଥିକ ସ୍ତରରେ ବିକାଶ ଓଡ଼ିଶା ସରକାରଙ୍କ ଦ୍ୱାରା ହୋଇଛି। ପୁରୁଷ ପ୍ରାଧାନ୍ୟ ସମାଜରେ ମହିଳା ଓ ପୁରୁଷଙ୍କ ମଧ୍ୟରେ ତାରତମ୍ୟ କମିଛି, ସମତା ଓ ସମାନତା ଆସିଛି। ମହିଳାଟିଏ ଗାଁରେ, ସହରରେ, ସମାଜରେ ମୁଣ୍ଡ ଟେକି ବାଟ ଚାଲୁଛନ୍ତି। ନିଜେ ରୋଜଗାର କରି ପରିବାରର ଆର୍ଥିକ ସ୍ଥିତିକୁ ସୁଦୃଢ଼ କରୁଛନ୍ତି। ଏ ହେଉଛି ଓଡ଼ିଶା ସରକାରଙ୍କ ମହିଳା ସଶକ୍ତିକରଣ। ଶ୍ରୀ ସାହୁ ଆହୁରି କହିଛନ୍ତି ଯେ ଏହାକୁ ଯେଉଁ ବିରୋଧୀ ଦଳମାନେ ବିରୋଧ…

Read More

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାର ଭିନ୍ନକ୍ଷମ ହିତାଧିକାରୀମାନଙ୍କ ପାଇଁ ପୃଥକ ସୁଧ ହାରରେ (ଡି ଆର ଆଇ) ଋଣ ବଣ୍ଟନ ମେଳା ଖୋର୍ଦ୍ଧା ଜିଲ୍ଲା ଜୟୀ ରାଜଗୁରୁ ଟାଉନ୍ ହଲ୍ ଠାରେ ଅନୁଷ୍ଠିତ ହୋଇଯାଇଅଛି। ଏହି ମେଳାରେ ଜିଲ୍ଳାର ସମସ୍ତ ବ୍ଲକ ଓ ବିଜ୍ଞାପିତ ଅଞ୍ଚଳ ପରିଷଦ ମାନଙ୍କରୁ ୨୦୪ ଜଣ ଯୋଗ୍ୟ ହିତାଧିକାରୀ ମାନଙ୍କୁ ଏହି ଋଣ ବଣ୍ଟନ କରାଯାଇଥିଲା। ଉକ୍ତ ମେଳା ପାଇଁ ଆୟୋଜିତ ସଭାରେ ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ ଅଧ୍ୟକ୍ଷତା କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ବେଉରା, ଉପ ଜିଲ୍ଲାପାଳ ଦୀପ୍ତି ରଞ୍ଜନ ସେଠି, ଖୋର୍ଦ୍ଧା ଏଲ ଡ଼ି ଏମ ଦିଲ୍ଲୀପ କୁମାର ଭୂୟାଁ, ଜିଲ୍ଲା ସଂସ୍କୃତି ଅଧିକାରୀ ଚୌଧୁରୀ ଅରବିନ୍ଦ ଦାଶ ପ୍ରମୁଖ ଉପସ୍ଥିତ ଥିଲେ।ଏହି ସଭାକୁ ଖୋର୍ଦ୍ଧା ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ବିପ୍ଳବ କେଶରୀ ସାମନ୍ତରାୟ ପରିଚାଳନା କରିଥିଲେ। ଉକ୍ତ ସଭାରେ ଭିନ୍ନକ୍ଷମ ସଶକ୍ତି କରଣ ବିଭାଗ…

Read More

ସୀତାରାମ ଅଗ୍ରୱାଲ ଚିଲିକା: ଭାରତୀୟ ଡାକ ବିଭାଗ, ଭୁବନେଶ୍ୱର ଡାକ ମଣ୍ଡଳ ଏବଂ ସୁନାଖଳା ଶାଖା ଡାକଘର ଆନୁକୁଲ୍ୟରେ ଆଜି ସ୍ଥାନୀୟ ସୁନାଖଳା ଠାରେ ଡ଼ାକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ଭୁବନେଶ୍ଵର ଡାକ ମଣ୍ଡଳର ବରିଷ୍ଠ ଡାକ ଅଧିକ୍ଷକ ବସନ୍ତ କୁମାର ପଣ୍ଡା, ସମ୍ମାନିତ ବକ୍ତା ଭାବେ ବାଲୁଗାଁ ଡାକ ଉପମଣ୍ଡଳ ଡାକ ନିରୀକ୍ଷକ ପ୍ରକାଶ କୁମାର ଜେନା, ଇଣ୍ଡିଆ ପୋଷ୍ଟ ପେମେଣ୍ଟ ବ୍ୟାଙ୍କ ର ପ୍ରବନ୍ଧକ ଶ୍ରୀମନ୍ତିକା ପ୍ରିୟଦର୍ଶିନୀ, ନାଚୁଣୀ ସରପଞ୍ଚ ସ୍ବପ୍ନାଞ୍ଜଳି ପଲେଇ, ସୁନାଖଳା ସରକାରୀ ଉପ୍ରା ସ୍କୁଲ ର ପ୍ରଧାନ ଶିକ୍ଷକ ଶିକ୍ଷକ ଦାମୋଦର ନାୟକ , ଶିକ୍ଷାବିତ୍ ପ୍ରଦୋଷ କୁମାର ଦାସ ଯୋଗ ଦେଇ ବକ୍ତବ୍ୟ ରଖିଥିଲେ। ନାଚୁଣୀ ଶାଖା ଡାକଘର ଡାକପାଳ ହୁସନାରା ଵେଗମ୍ ସଭା ସ°ଚାଳନ କରିଥିଲେ। କାର୍ଯ୍ୟକ୍ରମ ସଞ୍ଚାଳନରେ ବାଲୁଗାଁ ଡାକ ବିଭାଗ ଓଭରସିଅର ପ୍ରଶାନ୍ତ କୁମାର ପାଇକରାୟ ଓ…

Read More

ନୂଆଦିଲ୍ଲୀ: “ସେୟାର୍‌ଡ ବୁଦ୍ଧିଷ୍ଟ ହେରିଟେଜ୍‌”ଉପରେ ସାଂଘାଇ ସହଯୋଗ ସଂଗଠନ (ଏସସିଓ) ର ଦୁଇ ଦିନିଆ ଆନ୍ତର୍ଜାତୀୟ ସମ୍ମିଳନୀ ଆଜି ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଉଦ୍‌ଘାଟିତ ହୋଇଛି, ଯେଉଁଥିରେ ଏସସିଓ ରାଷ୍ଟ୍ରଗୁଡ଼ିକ ସହିତ ଭାରତର ସଭ୍ୟତା ଉପରେ ଗୁରୁତ୍ୱ ଦିଆଯାଇଥିଲା। ଏହି ଅଧିବେଶନରେ କେନ୍ଦ୍ର ସଂସ୍କୃତି, ପର୍ଯ୍ୟଟନ ଏବଂ ଉତ୍ତର ପୂର୍ବ କ୍ଷେତ୍ର ବିକାଶ ମନ୍ତ୍ରୀ ଜି.କେ ରେଡ୍ଡୀ, ସଂସ୍କୃତି ଓ ବୈଦେଶିକ ବ୍ୟାପାର ରାଷ୍ଟ୍ର ମନ୍ତ୍ରୀ ମୀନାକ୍ଷୀ ଲେଖୀ, ସଂସ୍କୃତି ଓ ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ; ଡିଜି, ଆନ୍ତର୍ଜାତୀୟ ବୌଦ୍ଧ କନଫେଡେରେସନ୍, ଅଭିଜିତ୍ ହାଲଦାର୍ ଏବଂ ଚୀନ୍, ପାକିସ୍ତାନ, ଋଷ, ବହାରିନ, ମିଆଁମାର, ୟୁଏଇର ପ୍ରତିନିଧୀମାନେ ଉପସ୍ଥିତ ରହିଥିଲେ। ଏହି ଅବସରରେ ଜି କେ ରେଡ୍ଡୀ କହିଛନ୍ତି ଯେ ଏହି ସମ୍ମିଳନୀ କେବଳ ବୌଦ୍ଧ ସାଧାରଣ ଐତିହ୍ୟକୁ ପାଳନ କରିବ ନାହିଁ ବରଂ ଆମ ଦେଶ ମଧ୍ୟରେ ଅଧିକ ଶକ୍ତିଶାଳୀ ଏବଂ ଗଭୀର ସମ୍ପର୍କ ସୃଷ୍ଟି କରିବ।…

Read More

ଭୁବନେଶ୍ୱର: ଏକ ମାସ ମାଗଣା ଟ୍ରାଏଲ୍ ସୁବିଧା ସହ ରିଲାଏନ୍ସ ଜିଓ ପକ୍ଷରୁ ନୂଆ ଫାମିଲି ପ୍ଲାନ୍ “ଜିଓ ପ୍ଲସ୍‌’ର ଶୁଭାରମ୍ଭ କରାଯାଇଛି। ଜିଓ ପ୍ଲସ୍ ପ୍ଲାନ୍‌ର ନୂତନ ସଂଯୋଗ ନେବା ଲାଗି ଗ୍ରାହକଙ୍କୁ ୩୯୯ ଟଙ୍କା ଦେବାକୁ ହେବ। ସେହି ପ୍ଲାନ୍‌ରେ ତିନିଟି ଅତିରିକ୍ତ କନେକ୍ସନ ଯୋଡ଼ାଯାଇପାରିବ। ପ୍ରତି ଅତିରିକ୍ତ କନେକ୍ସନ ପାଇଁ ୯୯ ଟଙ୍କା ଲେଖାଏଁ ଦେବାକୁ ପଡ଼ିବ। ଜିଓ ପ୍ଲସ୍ ପ୍ଲାନ୍‌ରେ ଗୋଟିଏ ପରିବାରର ୪ଟି କନେକ୍ସନ ପାଇଁ ପ୍ରତି ମାସରେ ୬୯୬ ଟଙ୍କା (୩୯୯+୯୯+୯୯+୯୯) ଦେବାକୁ ହେବ। ଏହି ପ୍ଲାନ୍ ସହିତ ମାସିକ ୭୫ ଜିବି ଡାଟା ମିଳିବ, ଯାହା ବିନା କୌଣସି ଦୈନିକ ଲିମିଟ୍‌ରେ ଆଦାନପ୍ରଦାନ କରାଯାଇପାରିବ । ଚାରିଟି କନେକ୍ସନ ବିଶିଷ୍ଟ ଫାମିଲି ପ୍ଲାନ୍‌ରେ ପ୍ରତି ମାସରେ ସିମ୍ ପିଛା ହାରାହାରି ଖର୍ଚ୍ଚ ୧୭୪ ଟଙ୍କା ରହିବ। ଯେଉଁ ଗ୍ରାହକମାନେ ଅଧିକ ଡାଟା ବ୍ୟବହାର କରୁଛନ୍ତି ସେମାନେ ପ୍ରତି ମାସରେ ୧୦୦ ଜିବି…

Read More

ଭୁବନେଶ୍ବର: ପ୍ରଖ୍ୟାତ କବି ତଥା ଗୀତିକାର ତପନ ପଟ୍ଟନାୟକ ଆଉ ନାହାଁନ୍ତି। ଆଜି ଅପରାହ୍ନରେ ଭୁବନେଶ୍ବରର ଏକ ଘରୋଇ ହସପିଟାଲରେ ତାଙ୍କର ପରଲୋକ ହୋଇ ଯାଇଛି। ସେ ଦୀର୍ଘଦିନ ଧରି କିଡନ ରୋଗରେ ପିଡିତ ହୋଇ ଚିକିତ୍ସିତ ହେଉଥିଲେ। ଗତକିଛି ଦିନ ତଳେ ସେ ଗୁରୁତର ହେବାରୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ହେଲେ ଡାକ୍ତରଙ୍କ ସମସ୍ତ ଚେଷ୍ଠା ସତ୍ବେ ସେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ବୟସ ହୋଇଥିଲା। ଖୋର୍ଦ୍ଧା ଜିଲ୍ଲା ବାଲୁଗାଁରେ ଜନ୍ମିତ କବି ତପନ ପଟ୍ଟନାୟକ ନିଜ ଗୀତ ମାଧ୍ୟମରେ ସେ ଘରେଘରେ ପରିଚିତ। ନବେ ଦଶକରେ ଘରେ ଘରେ ରେଡିଓରେ ତାଙ୍କର ଗୀତ ବେଶ ଚହଳ ପକାଇଥିଲା। ତାଙ୍କର ଏକ ଲୋକପ୍ରୀୟ ଗୀତ ହେଉଛି ‘ ମୁଁ ଆସିଛି ଦେଖି ମୋ କଳାବଦନକୁ’। ସେହିପରି ସେ ହେଉଛନ୍ତି ଝରା ଶିଶିର ର ଉପନ୍ୟାସ କାର,ଟିକିଫୁଲ ର ମୂଲ ର…

Read More

ସୀତାରାମ ଅଗ୍ରୱାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନାରେ ଏକ ହତ୍ୟା ଅଭିଯୋଗ ହୋଇଛି। ପୁଅକୁ ଷଡଯନ୍ତ୍ର କରି ବୋହୁ ମାରିଦେଇଥିବାର ଶ୍ୱଶୁର ଅଭିଯୋଗ କରିଛନ୍ତି। ସାନ ହନ୍ତୁଆଡ଼ ଗ୍ରାମର ଅଭିମନ୍ୟୁ ସ୍ୱାଇଁ ଏ ନେଇ ବାଣପୁର ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି। ଅଭିମନ୍ୟୁଙ୍କ ଅଭିଯୋଗ ମୁତାବକ ତାଙ୍କ ପୁଅ ଦୀପକ ସ୍ୱାଇଁ (୩୪) ତିନି ବର୍ଷ ପୂର୍ବେ ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅଞ୍ଚଳର ରିଙ୍କି ସ୍ୱାଇଁଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ। ତେବେ ଆଜି ସକାଳୁ ପୁତ୍ର ଦୀପକଙ୍କ ମୃତ୍ୟୁ ହୋଇଥିବା ଜାଣିବାକୁ ପାଇଥିଲେ ଅଭିମନ୍ୟୁ। ଦୀପକଙ୍କୁ ତାଙ୍କ ସ୍ତ୍ରୀ ରିଙ୍କି ଷଡଯନ୍ତ୍ର କରି ମାରିଦେଇଥିବାର ଅଭିଯୋଗ କରିଛନ୍ତି ଅଭିମନ୍ୟୁ। ଖବର ପାଇ ବାଣପୁର ପୋଲିସ ଅଭିମନ୍ୟୁଙ୍କ ଘରେ ପହଞ୍ଚି ଦୀପକଙ୍କ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଦେଇଛି। ଅନ୍ୟପକ୍ଷେ ପୋଲିସ କେସ ନମ୍ବର ୧୧୧/୨୩ ରେ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ…

Read More

ଭୁବନେଶ୍ବର: ଚଳିତ ଆର୍ଥିକ ବର୍ଷ ଶେଷ ହେବା ପୂର୍ବରୁ ରେଳ ବୋର୍ଡ ଦ୍ୱାରା ସ୍ଥିର ହୋଇଥିବା ସ୍କ୍ରାପ୍ ନିଷ୍କାସନ ଲକ୍ଷ୍ୟକୁ ପୂର୍ବ ତଟ ରେଳପଥ ଅତିକ୍ରମ କରିଛି। ସମଗ୍ର ଜୋନ୍ ମଧ୍ୟରେ ସ୍କ୍ରାପ୍ ମୁକ୍ତ ଏବଂ ପରିବେଶ ଅନୁକୂଳ କରିବାକୁ ପୂର୍ବତଟ ରେଳପଥ ସମସ୍ତ ପ୍ରକାର ପ୍ରୟାସ ଜାରିରଖିଅଛି। ପୂର୍ବତଟ ରେଳପଥର ମହାପ୍ରବନ୍ଧକ ମନୋଜ ଶର୍ମା ସ୍କ୍ରାପ୍ ଅପସାରଣ ପ୍ରଣାଳୀରେ ଜଡିତ ସମସ୍ତ କର୍ମକର୍ତ୍ତାଙ୍କୁ ଅଭିନନ୍ଦନ ଜଣାଇବା ସହିତ ସମସ୍ତଙ୍କୁ ପ୍ରଶଂସା କରିଛନ୍ତି। ଚଳିତ ଆର୍ଥିକ ବର୍ଷ ଶେଷହେବାକୁ ଆହୁରି ୧୭ ଦିନ ପୂର୍ବରୁ, ପୂର୍ବ ତଟ ରେଳପଥ ରେଳ ବୋର୍ଡ ଦ୍ୱାରା ସ୍ଥିର ହୋଇଥିବା ୨୧୫ କୋଟି ଟଙ୍କା ଲକ୍ଷ୍ୟ ତୁଳନାରେ ସ୍କ୍ରାପ୍ ନିଷ୍କାସନରୁ ୨୧୫.୭୫ କୋଟିରୁ ଅଧିକ ଆୟ କରିଛି। ଏଥିରୁ ୱାଲଟିୟର ରେଳ ମଣ୍ଡଳ ୭୯.୧ କୋଟି ଟଙ୍କା, ଖୋର୍ଦ୍ଧା ରୋଡ ଡିଭିଜନ ୫୮.୨୧ କୋଟି, ସମ୍ବଲପୁର ୫୧.୯୩ କୋଟି, ମଞ୍ଚେଶ୍ୱର ରେଳ ଡବା ମରାମତି କାରଖାନା…

Read More

ଭୁବନେଶ୍ୱର: ଆସନ୍ତା ମାର୍ଚ୍ଚ ୧୬ ତାରିଖରୁ ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ଥିବା ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର (ସିଇସି) ପକ୍ଷରୁ ସୂଚନା ଦିଆଯାଇଛି। ପୂର୍ବ ଦିଗକୁ ଅପରଏୟାର ଟ୍ରଫ୍ ଲାଇନ୍‌ର ପ୍ରଚଳନ ଏବଂ ଉପକୂଳ ଅଂଚଳକୁ ବଙ୍ଗୋପ ସାଗରରୁ ଜଳୀୟ ବାଷ୍ପ ପ୍ରବାହ ଯୋଗୁଁ ଏଭଳି ସମ୍ଭାବନା ଥିବା ସିଇସି ପକ୍ଷରୁ କୁହାଯାଇଛି। ମାର୍ଚ୍ଚ ୧୬ ରୁ ୧୯ ତାରିଖ ମଧ୍ୟରେ ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲ୍ଲାଗୁଡ଼ିକରେ ବିଜୁଳି ଓ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ଥିବା ବେଳେ ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ମଧ୍ୟ ଅଳ୍ପ ପରିମାଣର ବର୍ଷା ହେବାର ସମ୍ଭାବନା ଥିବା ସିଇସିର ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁ କହିଛନ୍ତି। ଉତ୍ତର ଓ ଉପକୂଳ ଓଡ଼ିଶାରେ ମାର୍ଚ୍ଚ ୧୬ ରୁ ୧୮ ତାରିଖ ମଧ୍ୟରେ ଘଡ଼ଘଡ଼ି ଓ…

Read More

ନୂଆଦିଲ୍ଲୀ: ବହରୀନରେ ଆନ୍ତ- ସଂସଦୀୟ ସଂଘର ୧୪୬ ତମ ବୈଠକରେ ଭାରତର ପ୍ରତିନିଧୀ ନବୀନ ପଟ୍ଟନାୟକଙ୍କ ବିଜୁ ଜନତା ଦଳ (ବିଜେଡି) ସାଂସଦ ଡା. ସସ୍ମିତ ପାତ୍ର ପାକିସ୍ତାନକୁ କଡା ଜବାବ ଦେଇଛନ୍ତି। ସେ କହିଛନ୍ତି ଯେ, ଏହି ମଞ୍ଚରେ ଜାମ୍ମୁ କାଶ୍ମୀର ବିଷୟରେ ପାକିସ୍ତାନର ଉଲ୍ଲେଖକୁ ଆମେ ସ୍ଵୀକାର କରିବୁ ନାହିଁ। ଡା. ପାତ୍ର କହିଛନ୍ତି ଯେ, “ଦୁର୍ଭାଗ୍ୟଜନକ ଯେ ପାକିସ୍ତାନ ପୁଣି ଥରେ ଜାମ୍ମୁ କାଶ୍ମୀର ବିଷୟରେ ଉଲ୍ଲେଖ କରିବା ପାଇଁ ଏହି ପ୍ଲାଟଫର୍ମର ଅପବ୍ୟବହାର କରିଛି। ଏହା ଆଦୌ ଗ୍ରହଣୀୟ ନୁହେଁ। ଏହା ଭାରତର ଏକ ଅବିଚ୍ଛେଦ୍ୟ ଅଙ୍ଗ ଏବଂ ସର୍ବଦା ରହିବ। କୌଣସି ଦେଶ ଦ୍ୱାରା କରାଯାଇଥିବା ବକ୍ତବ୍ୟ ଏବଂ ପ୍ରଚାର ମାଧ୍ୟମରେ ଏହାକୁ ଖାରଜ କରାଯାଇପାରିବ ନାହିଁ। ତଥ୍ୟ ସବୁବେଳେ ତଥ୍ୟ ହେବ। https://twitter.com/sasmitpatra/status/1635321120382664705?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1635321120382664705%7Ctwgr%5E42158efe1d6d1433954955bb8af9dc950aa2dd7b%7Ctwcon%5Es1_&ref_url=https%3A%2F%2Fwww.abplive.com%2Fnews%2Findia%2Fbjd-leader-sasmit-patra-slam-pakistan-for-jammu-kashmir-in-bahrain-2357957 ସସ୍ମିତ ପାତ୍ର ଏକ ଭିଡିଓ ଟ୍ୱିଟ୍ କରି କହିଛନ୍ତି ଯେ, ଭାରତର ଆଭ୍ୟନ୍ତରୀଣ ବ୍ୟାପାର ଉପରେ ପାକିସ୍ତାନର କହିବାର ଅଧିକାର…

Read More

ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି: ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତ ନେଇ ତଦାରଖ କରୁଥିବା ବେଳେ ଲାଞ୍ଜିଗଡ ତହସିଲଦାରଙ୍କ ସରକାରୀ ଗାଡି ଦୁର୍ଘଟଣାରେ ଜଣେ ଗୁରୁତର ହୋଇଥିବା ଅଭିଯୋଗ ହୋଇଛି। ଦୁର୍ଘଟଣା ଘଟାଇଥିବାର ଜିପ ଗାଡିର ଫିଟନେସ ନ ଥିବା ବେଳେ ସରକାରୀ ଗାଡି ବୋଲି ସାତଖୁନ ମାଫ କି ବୋଲି ଆଲୋଚନା ହେଉଛି। ଏପଟେ ତହସିଲଦାର ଅନ୍ତର୍ଦ୍ଧାନ, ଗୁରୁତର ବ୍ୟକ୍ତିଙ୍କ ଡାକ୍ତରଖାନାରେ ଜୀଵନ ମରଣ ସହ ସଂଗ୍ରାମ କରୁଛି। ଗତ ୫ ତାରିଖ ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକର ବୃନ୍ଦାବହାଲକୁ ଆସି ବିଜୁ ଏକ୍ସପ୍ରେସରାସ୍ତାର ଉଦଘାଟନ କରିଥିଲେ। କିଛି ଦିନ ଆଗରୁ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ସଫଳ କରିବା ପାଇଁ ଜିଲ୍ଲାର ସମସ୍ତ ପଦାଧିକାରୀ ଏଠାରେ ଲାଗିପଡିଥିଲେ। ହେଲେ ବାଟରେ ଯିବା ବେଳେ ଘଟିଲା ଅଭାବନୀୟ ଘଟଣା। ଲାଞ୍ଜିଗଡ଼ ତହସିଲଦାରଙ୍କ ସରକାରୀ ଗାଡି ଜଣେ ନିରୀହ ଲୋକଙ୍କୁ ଏହି ବିଜୁ ଏକ୍ସପ୍ରେସ ରାସ୍ତାରେ ଦୁର୍ଘଟଣା ଘଟାଇଦେଲା। ଦୁର୍ଘଟଣା…

Read More

ଭୁବନେଶ୍ଵର: ଡ୍ରାଇଭର ମହାସଂଘ ପକ୍ଷରୁ ଷ୍ଟିଅରିଂ ଛାଡ ଆନ୍ଦୋଳନ ଡାକରା ଦିଆଯାଇଛି। ଯାହା ଆସନ୍ତାକାଲିଠାରୁ ଆରମ୍ଭ ହେବ। କିନ୍ତୁ ଏହି ଆନ୍ଦୋଳନକୁ ନେଇ ଦ୍ଵନ୍ଦ୍ଵ ସୃଷ୍ଟି ହୋଇଛି। ଆନ୍ଦୋଳନ ସମୟରେ ଓଡିଶା ଘରୋଇ ବସ ମାଲିକ ସଂଘଙ୍କ ଦ୍ଵାରା ବସ ଚଳାଚଳ ନିଷ୍ପତ୍ତି ପରେ ବିବାଦ ଉପୁଜିଛି। ଏହି ସମୟରେ କିପରି ବସ ଚାଲିବ ବୋଲି ପ୍ରଶ୍ନ କରାଯାଇଛି। ସେପଟେ ଅଖିଳ ଓଡିଶା ଅଟୋ ମହାସଂଘ ମଧ୍ୟ ଏହି ଆନ୍ଦୋଳନକୁ ସହଯୋଗ କରୁନଥିବା ଜଣାପଡିଛି। ତେଣୁ ଏହି ସମୟରେ ଯେଭଳି କୌଣସି ଅପ୍ରତିକର ପରିସ୍ଥିତି ନସୃଷ୍ଟି ହେବ, ସେଥିପାଇଁ ଘରୋଇ ବସ ମାଲିକ ସଂଘ ଚିନ୍ତାରେ ପଡିଛି। ସେଥିପାଇଁ ସଂଘ ପକ୍ଷରୁ ପୋଲିସ ଡିଜି ଓ ଆଇନ ଶୃଙ୍ଖଳା ଏଡିଜିଙ୍କ ସହ ଆଲୋଚନା ହୋଇଛି। ଏହାପରେ ରାଜ୍ୟର ସମସ୍ତ ରୁଟ ରେ ବସ ଚଳାଚଳ କରିବା ପାଇଁ ବସ ମାଲିକ ସଂଘ ସ୍ପଷ୍ଟ କରିଥିବା ବେଳେ ଡ୍ରାଇଭର ମହାସଂଘ ଏହାକୁ ବିରୋଧ…

Read More

ନୂଆଦିଲ୍ଲୀ: ମଧ୍ୟପ୍ରଦେଶ ନିର୍ବାଚନ ସମ୍ପର୍କରେ ଆମ୍ ଆଦମୀ ପାର୍ଟିର ରାଷ୍ଟ୍ରୀୟ ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏକ ବଡ଼ ଘୋଷଣା କରିଛନ୍ତି। ଆଜି ଭୋପାଳରେ ସେ କହିଛନ୍ତି ଯେ, ଆଗାମୀ ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ ​​ଆମ୍ ଆଦମୀ ପାର୍ଟି ସମସ୍ତ ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବ। ବର୍ତ୍ତମାନ ମଧ୍ୟପ୍ରଦେଶର ଲୋକଙ୍କ ପାଇଁ ଆମ୍ ଆଦମୀ ପାର୍ଟି ଏକ ବିକଳ୍ପ ହେବ। ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗବନ୍ତ ମନ ମଧ୍ୟ କେଜ୍ରିୱାଲଙ୍କ ସହ ଭୋପାଳରେ ପହଞ୍ଚିଛନ୍ତି। ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ, ବିଜେପି ଏବଂ କଂଗ୍ରେସ ୨୦ ବର୍ଷ ଧରି ରାଜ୍ୟ ଶାସନ କରିଆସୁଛନ୍ତି, କିନ୍ତୁ ବର୍ତ୍ତମାନ AAP ଲୋକଙ୍କ ପାଇଁ ଏକ ବିକଳ୍ପ ହେବ। ଲୋକସଭା ନିର୍ବାଚନ ସମ୍ପର୍କରେ ସେ କହିଛନ୍ତି ଯେ, ସାଧାରଣ ନିର୍ବାଚନରେ ​​ବିଜେପି ଏକ ବଡ ସମସ୍ୟାର ସମ୍ମୁଖୀନ ହେବାକୁ ଯାଉଛି। ଆମ ଆଦମୀ ପାର୍ଟିକୁ ମୋଦୀ ଜୀ ଭୟ କରୁଛନ୍ତି। କେଜ୍ରିୱାଲ କହିଛନ୍ତି ଯେ, ମଧ୍ୟପ୍ରଦେଶର…

Read More

ନୂଆଦିଲ୍ଲୀ: H3N2 ଜୀବାଣୁ ଦ୍ଵାରା ହେଉଥିବା ଇନଫ୍ଳୁଏଞ୍ଜା ମାମଲାରେ ଦ୍ରୁତ ବୃଦ୍ଧି ଘଟୁଛି। ଏହି ଖବର ଲେଖିବା ପର୍ଯ୍ୟନ୍ତ ଗୁଜୁରାଟରେ 58 ବର୍ଷ ବୟସ୍କା ମହିଳାଙ୍କର ଏହି ଇନଫ୍ଳୁଏଞ୍ଜା ଜୀବାଣୁ ଯୋଗୁଁ ମୃତ୍ୟୁ ଘଟିଛି। ସେ ଭଡୋଦରାସ୍ଥିତ ଏସଏସଜି ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଏହା ସହିତ, ଏହି ଭୂତାଣୁ ଯୋଗୁଁ ବର୍ତ୍ତମାନ ପର୍ଯ୍ୟନ୍ତ ଭାରତରେ ସମୁଦାୟ ୭ ଜଣଙ୍କର ମୃତ୍ୟୁ ହୋଇଛି। ଏହି ରୋଗ ହେତୁ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଲୋକଙ୍କୁ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବାକୁ ପରାମର୍ଶ ଦେଇଛନ୍ତି। H3N2 ଇନଫ୍ଳୁଏଞ୍ଜା ଭୂତାଣୁକୁ ଏଡ଼ାଇବା ପାଇଁ ଡାକ୍ତରମାନେ ମାସ୍କ ବ୍ୟବହାର କରିବାକୁ ପରାମର୍ଶ ଦେଇଛନ୍ତି। ଭାଇରସରୁ ରକ୍ଷା ପାଇବା ପାଇଁ ଲୋକମାନେ ନିରନ୍ତର ହାତ ଧୋଇବା ସହିତ ବର୍ଷକୁ ଥରେ ଫ୍ଲୁ ଟିକା ପାଇବା ଉଚିତ ବୋଲି ଡାକ୍ତରମାନେ କହିଛନ୍ତି। IDSP-IHIP (ଇଣ୍ଟିଗ୍ରେଟେଡ୍ ହେଲ୍ଥ ଇନଫର୍ମେସନ୍ ପ୍ଲାଟଫର୍ମ) ରେ ଉପଲବ୍ଧ ସର୍ବଶେଷ ତଥ୍ୟ ଅନୁଯାୟୀ, ମାର୍ଚ୍ଚ 9 ପର୍ଯ୍ୟନ୍ତ H3N2 ସମେତ…

Read More

ଭୁବନେଶ୍ୱରେ: ଓଡିଶା ଦୂରସଂଚାର ପରିମଣ୍ଡଳ, ଭୁବନେଶ୍ୱର ଦ୍ୱାରା 15 ମାର୍ଚ୍ଚ ରୁ 18 ମାର୍ଚ୍ଚ, 2023 ପର୍ଯ୍ୟନ୍ତ ଭୁବନେଶ୍ୱର ଶହୀଦ ନଗର ସ୍ଥିତ ଇନଡୋର ସ୍ପୋର୍ଟ୍ କମ୍ପ୍ଲେସ ରେ 19 ତମ ସର୍ବ ଭାରତୀୟ  BSNL ଟେବୁଲ ଟେନିସ ପ୍ରତିଯୋଗିତା ଆୟୋଜନ କରାଯାଉଛି। ଯେଉଁଥିରେ ମୋଟ 21 ଗୋଟି ରାଜ୍ୟ BSNL ସର୍କଲରୁ ଉଭୟ ପୁରୁଷ ଏବଂ ମହିଳା ଟେବୁଲ ଟେନିସ ଦଳ ଏଥିରେ ଅଂଶଗ୍ରହଣ କରିବେ। ଓଡିଶା ଦୂରସଂଚାର ପରିମଣ୍ଡଳ, ମୁଖ୍ୟ ମହାପ୍ରବନ୍ଧକ ରୁଦ୍ର ନାରାୟଣ ପଲାଇଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ଓଡିଶା LSA ମୁଖ୍ୟ ତଥା ଟେଲିକମ୍ ମହାନିର୍ଦେଶକ, ବିଜୟ କୁମାର ନାୟକ, ମୂଖ୍ୟ ଅତିଥି ଭାବେ ଉପସ୍ଥିତ ରହି ଏହି ଟୁର୍ଣ୍ଣାମେଣ୍ଟ କୁ ଉଦଘାଟନ କରିବେ। ଦୂରସଂଚାର ବିଭାଗ କମୁନିକେସନ ଆକାଉଣ୍ଟସ, କନ୍ଟ୍ରୋଲର ଲୋପାମୁଦ୍ରା ମହାନ୍ତି ସମ୍ମାନିତ ଅତିଥି ଭାବେ ଏହି ଭବ୍ୟ ସମାରୋହରେ ଉପସ୍ଥିତ ରହିବେ ବୋଲି ନିଜର ସହମତି ପ୍ରଦାନ କରିଛନ୍ତି। ସତ୍ୟ…

Read More

ଛପରା: ବିହାରର ଛପରା ଠାରେ ଆଜି ସକାଳେ ଜଣେ ଆରଜେଡି ନେତାଙ୍କୁ ଅପହରଣ ହୋଇଥିବା ଖବର ଆତଙ୍କ ସୃଷ୍ଟି କରିଛି। କୁହାଯାଇଛି ଯେ, ଭୋର ୪ ଟା ସମୟରେ କିଛି ଦୁର୍ବୃତ୍ତ ଅସ୍ତ୍ରଶସ୍ତ୍ର ଧରି ଆରଜେଡ଼ି ନେତାଙ୍କୁ ଅପହରଣ କରିଛନ୍ତି। ପୋଲିସ ବର୍ତ୍ତମାନ ଘଟଣାର ତଦନ୍ତ କରୁଛି। ଅପହରଣ ହୋଇଥିବା ବ୍ୟକ୍ତିଙ୍କ ନାମ ହେଉଛି ସୁନୀଲ କୁମାର ରାୟ। ତାଙ୍କୁ ଆରଜେଡି ନେତା ଭାବେ ଚିହ୍ନଟ କରାଯାଇଛି। ମୁଫାସିଲ ପୋଲିସ ଷ୍ଟେସନ ଅଞ୍ଚଳର ବଜାର କମିଟି ନିକଟରେ ଏହି ଘଟଣା କୁହାଯାଉଛି। ସୁନୀଲ କୁମାର ରାୟ ମୁଖ୍ଯତଃ ସାରଣର ବାସିନ୍ଦା ଏବଂ ଅପରାଧୀମାନେ ତାଙ୍କ ଘର ନିକଟରୁ ଅପହରଣ ଘଟଣା ଘଟାଇଛନ୍ତି। ଏହାର ସିସିଟିଭି ସାମ୍ନାକୁ ଆସିଛି, ଯେଉଁଥିରେ ଦେଖାଯାଉଛି ଯେ, ସୁନୀଲ ରାୟ ତାଙ୍କ ବାଇକ ନିକଟରେ ରାସ୍ତା କଡରେ ଠିଆ ହୋଇଛନ୍ତି। ଏହି ସମୟରେ ଏକ ସ୍କର୍ପିଓ କାର ଆସି ତାଙ୍କୁ ଅପହରଣ କରି ନେଇଯାଉଛନ୍ତି। ବର୍ତ୍ତମାନ ପୋଲିସ…

Read More

କୈଳାଶ ଚନ୍ଦ୍ର ଚୌଧୁରୀ ବ୍ରହ୍ମପୁର: ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଅନ୍ତର୍ଗତ ଡିମିରିପଲୀ ଗ୍ରାମର ମୋହନ ମଲିକ ନାମକ ଜଣେ ବନ୍ଧୁକ ପ୍ରସ୍ତୁତକାରୀକୁ ଗଂଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ଥାନା ଗିରଫ କରିଛି ଓ ୪ଟି ବନ୍ଧୁକ ସହ କିଛି ବନ୍ଧୁକ ପ୍ରସ୍ତୁତି ସରଞ୍ଜାମ ଜବତ କରିଛି। ଘଟଣାରୁ ପ୍ରକାଶ ଯେ, ଜଗନ୍ନାଥପ୍ରସାଦ ପୋଲିସ କୌଣସି ସୂତ୍ରରୁ ଖବର ପାଇ ଗତ ଫେବୃଆରୀ ମାସ ୨୬ ତାରିଖରେ ଖଇରପୁଟ ଗ୍ରାମର ସୁଶାନ୍ତ କୁମାର ନାୟକଙ୍କ ଘରେ ଅଚାନକ ଚଢ଼ାଉ କରିଥିଲା। ଏହି ସମୟରେ ଗୋଟିଏ ଦେଶୀ ବନ୍ଧୁକ ଜବତ କରି ସୁଶାନ୍ତକୁ ଜେରା କରିବା ବେଳେ ସେ ଉକ୍ତ ବନ୍ଧୁକ ଟି ୯ ହଜାର ଟଙ୍କାରେ ମୋହନ ମଲିକଙ୍କ ଠାରୁ କିଣି ଥିବା ପ୍ରକାଶ କରିଥିଲେ। ଏହି ତଥ୍ୟକୁ ଆଧାର କରି ପୋଲିସ ମୋହନ ମଲିକ ଘରେ ଅଚାନକ ଚଢ଼ାଉ କରି ଉକ୍ତ ବନ୍ଧୁକ, ସରଞ୍ଜାମ ଜବତ କରିବା ସହ ମୋହନଙ୍କ…

Read More

ନୂଆଦିଲ୍ଲୀ: ଭାରତୀୟ ନୌସେନା ଫ୍ରାନ୍ସ ସହଯୋଗରେ ନିର୍ମିତ ତିନୋଟି ଡିଜେଲ ଚାଳିତ ଆକ୍ରମଣ ବୁଡ଼ାଜାହାଜ କିଣିବାକୁ ପ୍ରସ୍ତୁତ ହେଉଛି। ଏଥିପାଇଁ ନୌସେନା ଶୀଘ୍ର ପ୍ରତିରକ୍ଷା ଅଧିଗ୍ରହଣ ପରିଷଦ (DAC) ସହିତ ଯୋଗାଯୋଗ କରିପାରେ। ଏୟାର ଇଣ୍ଡିପେଣ୍ଡେଣ୍ଟ ଅପରେଟେଡ୍ (AIP) ଏହି ବୁଡ଼ାଜାହାଜଗୁଡିକ ମଝଗାଓଁ ଡକ୍ ସିପବିଲ୍ଡର୍ସ ଲିମିଟେଡ୍ ରେ ନିର୍ମାଣ କରାଯିବ। ସୂଚନା ଅନୁଯାୟୀ, ଭାରତୀୟ ନୌସେନାର ବିଶେଷ ଆବଶ୍ୟକତା ଉପରେ ଆଧାର କରି ତିନୋଟି ଏଆଇପି ବୁଡ଼ାଜାହାଜ ନିର୍ମାଣ ପାଇଁ ଚୁକ୍ତିନାମା MDL କୁ ଦିଆଯିବ। ଭାରତୀୟ ନୌସେନା ପାଇଁ MDL ପୂର୍ବରୁ ୬ ଟି ଫ୍ରେଞ୍ଚ ସ୍କର୍ପେନ-ଆଧାରିତ କଲଭାରୀ ଶ୍ରେଣୀର ବୁଡ଼ାଜାହାଜ ନିର୍ମାଣ କରିସାରିଛି। ଏଥି ସହିତ, INS ଭାଗଶୀର ମାର୍ଚ୍ଚ ୨୦୨୪ ପୂର୍ବରୁ ନୌସେନାରେ ପ୍ରବେଶ କରିବେ ବୋଲି ଆଶା କରାଯାଉଛି। ତିନୋଟି ବୁଡ଼ାଜାହାଜରେ ଫିଟ୍ ହୋଇଥିବା AIP କୁ DRDO ଦ୍ୱାରା ବିକଶିତ ହେବ। ଫ୍ରାନ୍ସର ନାଭାଲ୍ ଗ୍ରୁପ୍ ଏହାକୁ ପରୀକ୍ଷା କରିବ। ପରୀକ୍ଷା ପରେ,…

Read More

କୈଳାଶ ଚନ୍ଦ୍ର ଚୌଧୁରୀ ବ୍ରହ୍ମପୁର: ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ବ୍ରହ୍ମପୁର ଦକ୍ଷିଣାଞ୍ଚଳ ଅବକାରୀ ବିଭାଗ ଉପାୟୁକ୍ତ ଡମ୍ବରୁଧର ଖଣ୍ଡାଙ୍କ ନିର୍ଦ୍ଦେଶକ୍ରମେ ଅବକାରୀ ଗୋଇନ୍ଦା ବିଭାଗ ଇନିଷ୍ପେକ୍ଟର ଗିତାଞଳୀ ସାହୁ ଓ ଅନ୍ୟାନ୍ୟ କର୍ମଚାରୀ ଆସ୍କା ବିଜୁ ପଟ୍ଟନାୟକ ଛକରେ ବିଭିନ୍ନ ଗାଡ଼ି ଯାଞ୍ଚ କରୁଥିଲେ। ଠିକ ସେତିକି ବେଳେ ପଶ୍ଚିମବଙ୍ଗ ନଂ ରେଜିଷ୍ଟ୍ରେସନ ଏକ କଳା ରଙ୍ଗର କାର୍ ଖସି ପଳାଇ ଥିଲା।  ଅବକାରୀ ବିଭାଗ କର୍ମଚାରୀମାନେ ଉକ୍ତ ହୋଣ୍ଡା ସିଟି ଗାଡିକୁ ଗୋଡ଼ାଇ ଗୋଡ଼ାଇ କୋଟିନଡା ଥାନା ଅନ୍ତର୍ଗତ କଲେଜ ଛକରେ ଗାଡ଼ିକୁ ଅଟକାଇ ଯାଞ୍ଚ କରିଥିଲେ। ସେହି କାର୍ ଭିତରେ ଥିବା ଗୁପ୍ତ ପେଡ଼ିକୁ ଖୋଲି ଦେଖିଲା ବେଳକୁ ପ୍ରଚୁର ପରିମାଣର ଗଞେଇ ଭର୍ତ୍ତି ଥିଲା। ତତକ୍ଷଣାତ୍ କର୍ମଚାରୀମାନେ କାର୍ ଚାଳକ ତଥା ଚାଲାଣକାରୀ ବିହାର ରାଜ୍ୟର ପାଟନା ଜିଲ୍ଲା ରାମକୃଷ୍ଣନଗର ଥାନା ଜଗନପୁରା ଗ୍ରାମର ଧର୍ମେନ୍ଦ୍ର କୁମାର ରାଏକୁ ଜେରା ବେଳେ ସେ ଉକ୍ତ ଗଞେଇ…

Read More

ନୂଆଦିଲ୍ଲୀ: ସାରା ବିଶ୍ୱରେ ଆତଙ୍କବାଦକୁ ଆଶ୍ରୟ ଦେଉଥିବା ପାକିସ୍ତାନ ଆଜି ଆତଙ୍କବାଦୀଙ୍କ ହାତରେ ଅଛି। ପାକିସ୍ତାନରେ କ୍ରମାଗତ ଭାବେ ଆତଙ୍କବାଦୀ ଆକ୍ରମଣ ଘଟୁଛି। ବର୍ତ୍ତମାନ ଜନଗଣନା ପାଇଁ ପହଞ୍ଚିଥିବା ଦଳ ଉପରେ ଆକ୍ରମଣ ହୋଇଛି। ଏହି ଆତଙ୍କବାଦୀ ଆକ୍ରମଣରେ ଦୁଇ ଜଣ ପୋଲିସ ପ୍ରାଣ ହରାଇଛନ୍ତି। ଦୁଇଟି ପୃଥକ ଜନଗଣନା କରିବାକୁ ଯାଇଥିବା ଦଳ ଉପରେ ଆତଙ୍କବାଦୀମାନେ ଆକ୍ରମଣ କରିଛନ୍ତି। ଆତଙ୍କବାଦୀମାନେ ଦୁଇଟି ଦଳକୁ ଟାର୍ଗେଟ କରିଛନ୍ତି। ପ୍ରଥମ ଆକ୍ରମଣ ଟ୍ୟାଙ୍କ ଜିଲ୍ଲାର କୋଟ ଆଜମରେ ହୋଇଥିବାବେଳେ ଦ୍ୱିତୀୟ ଆକ୍ରମଣ ଲକ୍କି ମରୱତ ଜିଲ୍ଲାର ଜନଗଣନା ଦଳ ଉପରେ ହୋଇଛି। ଆତଙ୍କବାଦୀମାନେ ଟ୍ୟାଙ୍କ ଜିଲ୍ଲାର କୋଟ ଆଜମରେ ଏକ ପୋଲିସ ଭ୍ୟାନକୁ ଟାର୍ଗେଟ କରିଥିଲେ। ଜନଗଣନା ଦଳର ସୁରକ୍ଷା ଅଧୀନରେ ପୋଲିସ ଭ୍ୟାନ ଉପସ୍ଥିତ ଥିଲା। ଆତଙ୍କବାଦୀଙ୍କ ଗୁଳି ବିନିମୟରେ କନଷ୍ଟେବଳ ଖାନ ନବାବଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଥିଲେ। ଆତଙ୍କବାଦୀଙ୍କ ବିରୋଧରେ ପୋଲିସ ମଧ୍ୟ ପ୍ରତିଶୋଧ ନେଇଥିଲା,…

Read More