ଭୁବନେଶ୍ବର: ଆଜିଠୁ ଓଡିଶା ବିଧାନସଭାରେ ବଜେଟ ଅଧିବେଶନ ଆରମ୍ଭ ହୋଇଛି। ପ୍ରଥମ ଦିନରେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ଅଭିଭାଷଣ ରଖିଛନ୍ତି। କିନ୍ତୁ ରାଜ୍ୟପାଳଙ୍କ ଅଭିଭାଷଣ ଆରମ୍ଭରୁ ବିରୋଧୀ କକ୍ଷରେ ହଟ୍ଟଗୋଳ କରିଥିଲେ। କଂଗ୍ରେସ ସଦସ୍ୟମାନେ ପୋଡିୟମ ତଳେ ହଟ୍ଟଗୋଳ କରିଥିବା ବେଳେ ବିଜେପି ଦଳ କକ୍ଷ ତ୍ୟାଗ କରିଥିଲେ। କିଛି ସମୟ ପରେ କଂଗ୍ରେସ ମଧ୍ୟ କକ୍ଷ ତ୍ୟାଗ କରିଥିଲା। ରାଜ୍ୟପାଳଙ୍କ ଅଭିଭାଷଣ ଶେଷ ହେବା ପରେ ଉଭୟ ବିରୋଧୀ ଦଳ ଶୋକ ପ୍ରସ୍ତାବ ପାଇଁ କକ୍ଷକୁ ଆସିଥିଲେ। ଶୋକ ପ୍ରସ୍ତାବ ପରେ ପୁଣି ଥରେ ବିରୋଧୀ ଦଳ କକ୍ଷରେ ହଟ୍ଟଗୋଳ ଆରମ୍ଭ କରିଦେଇଥିଲେ। ଯାହାପରେ ବାଚସ୍ପତି ବିକ୍ରମ କେଶରୀ ଆରୁଖ ଗୃହକୁ ଆସନ୍ତାକାଲି ପର୍ଯ୍ୟନ୍ତ ମୁଲତବୀ କରିଛନ୍ତି। ତେବେ ଆସନ୍ତାକାଲି ଗୃହ କାର୍ଯ୍ୟ ଆରମ୍ଭରୁ ପୁଣି ହଟ୍ଟଗୋଳ ହେବ ବୋଲି ସମ୍ଭାବନା ରହିଛି।
Author: Samikhsya Bureau
ନୂଆଦିଲ୍ଲୀ: ଅଷ୍ଟ୍ରେଲିଆରେ ହିନ୍ଦୁ ମନ୍ଦିରଗୁଡିକ କ୍ରମାଗତ ଭାବରେ ଟାର୍ଗେଟ କରାଯାଉଛି। ଅନେକ ମନ୍ଦିରରେ ଗୋଟିଏ ପରେ ଗୋଟିଏ ଭାରତ ବିରୋଧୀ ସ୍ଲୋଗାନ ଲେଖାଯାଇଛି ଏବଂ ସେମାନଙ୍କୁ ଭଙ୍ଗାରୁଜା କରାଯାଇଛି। ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ଯେ ଭାରତ ସରକାରଙ୍କ ବାରମ୍ବାର ଅନୁରୋଧ ପରେ ମଧ୍ୟ ଅଷ୍ଟ୍ରେଲିଆ ସରକାର ଅଭିଯୁକ୍ତଙ୍କ ବିରୋଧରେ କୌଣସି କଠୋର ନିଷ୍ପତ୍ତି ନେଉନାହାଁନ୍ତି। ବର୍ତ୍ତମାନ ଏହାକୁ ନେଇ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ସେ ଅଷ୍ଟ୍ରେଲିଆର ବୈଦେଶିକ ମନ୍ତ୍ରୀଙ୍କୁ ସ୍ପଷ୍ଟ ଭାବେ କହିଛନ୍ତି ଯେ, କଟ୍ଟରପନ୍ଥୀଙ୍କ କାର୍ଯ୍ୟକଳାପ’ ବିରୋଧରେ ସତର୍କତା ଆବଶ୍ୟକ। ଜୟଶଙ୍କର ନିକଟରେ ଅଷ୍ଟ୍ରେଲୀୟ ପ୍ରତିପକ୍ଷ ପେନି ୱଙ୍ଗଙ୍କୁ ଭେଟିଥିଲେ। ସେ ଏହି ବୈଠକରେ ଏହି ପ୍ରସଙ୍ଗ ଉଠାଇଥିଲେ। ଜୟଶଙ୍କର ୱଙ୍ଗଙ୍କ ସହ ଅନେକ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ। ବୈଠକ ପରେ ଜୟଶଙ୍କର ଟ୍ୱିଟ୍ କରି କହିଛନ୍ତି ଯେ, ଆମର ଦ୍ୱିପାକ୍ଷିକ ଏଜେଣ୍ଡା ଉପରେ ଆଗକୁ ବଢିବା ବିଷୟରେ ଉଲ୍ଲେଖ କରାଯାଇଛି।…
ଭୁବନେଶ୍ବର: ଆରମ୍ଭ ହୋଇଛି ବିଧାନସଭାର ବଜେଟ ଅଧିବେସନ। ରାଜ୍ୟପାଳ ପ୍ରଫେସର ଗଣେଷୀଲାଲ ବିଧାନସଭାରେ ପହଞ୍ଚିବା ପରେ ତାଙ୍କୁ ଗାର୍ଡ ଅଫ ଅନର ଦିଆଯାଇଥିଲା। ଏହାପରେ ବାଚସ୍ପତି ରାଜ୍ୟପାଳଙ୍କୁ ଗୃହ ଭିତରକୁ ପାଛୋଟି ନେଇଥିଲେ। ରାଜ୍ୟପାଳ ଗୃହ ଭିତରେ ପହଞ୍ଚିବା ପରେ ଜାତୀୟ ସଂଗୀତ ଗାନ କରାଯାଇଥିଲା। ଏହାପରେ ରାଜ୍ୟପାଳ ତାଙ୍କର ଅଭିଭାଷଣ ଆରମ୍ଭ କରିଥିଲେ। ରାଜ୍ୟପାଳ ପ୍ରଥମେ ଦିବଂଗନ୍ତ ନେତାଙ୍କ ସ୍ମୃତି ଚାରଣ କରି ତାଙ୍କର ଅଭିଭାଷଣ ଆରମ୍ଭ କରିଥିଲେ। ହେଲେ ପୂର୍ବରୁ ଯାହା ଆଶା କରାଯାଉଥିଲା ତାହା ହିଁ ହେଲା। ପ୍ରଥମେ କଂଗ୍ରେସ ସଦସ୍ୟମାନେ ଗୃହରେ ହଟ୍ଟଗୋଳ କରିଥିଲେ। ଗୃହ ମଧ୍ୟ ଭାଗକୁ ଆସି ହୋହାଲ୍ଲା କରିବା ଆରମ୍ଭ କରିଥିଲେ। ରାଜ୍ୟପାଳଙ୍କ ଅଭିଭାଷଣରେ ସେମାନେ ବାଧା ସୃଷ୍ଟି କରିବାକୁ ଚେଷ୍ଠା କରିଥିଲେ। ଏହାପରେ ବିରୋଧୀ ବିଜେପି ମଧ୍ୟ ହଟ୍ଟଗୋଳ ଆରମ୍ଭ କରିଥିଲା। ବିଜେପି ସଦସ୍ୟମାନେ ରାଜ୍ୟପାଳ ଅଭିଭାଷଣଙ୍କୁ ବିରୋଧ କରିଥିଲେ। ଗୃହ ମଧ୍ୟ ଭାଗକୁ ଆସି ସେମାନେ ହଟ୍ଟଗୋଳ କରିଥିଲେ।…
କୈଳାଶ ଚନ୍ଦ୍ର ଚୌଧୁରୀ ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଓ ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ଭି କୀର୍ତ୍ତି ଭାସନ, ବ୍ଳକ ଅଧ୍ୟକ୍ଷ ପ୍ରଶାନ୍ତ ନାହାକଙ୍କ ସମେତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ଅନ୍ୟାନ୍ୟ କର୍ମଚାରୀମାନେ ନେଟେଙ୍ଗା ଗ୍ରାମରେ ଅବସ୍ଥିତ ଗୋଶାଳା ପରିଦର୍ଶନ କରିଥିଲେ ଓ ଗୋଶାଳା ହିତାଧିକାରୀ ମାନଙ୍କ ସହ ଆଲୋଚନା କରିବା ସହିତ ଅନୁଷ୍ଠାନର ଉନ୍ନତି ବିଷୟରେ ଆଲୋଚନା କରିଥିଲେ। ଏଠାରୁ ଉତ୍ପାଦନ ସାମଗ୍ରୀ ବ୍ୟବସାୟ ବିଷୟରେ ମଧ୍ୟ ଆଲୋଚନା କରିଥିଲେ। ରାଜ୍ୟ ସରକାରଙ୍କ ତରଫରୁ ପ୍ରାୟ ଏକ କୋଟି ଟଙ୍କାରେ ନିର୍ମିତ ଏହି ଗୋଶାଳାରେ ଏକ ଶହ ଗାଇ ଓ ବଳଦ ରହିବାର ବ୍ୟବସ୍ଥା ହୋଇଛି। ଉକ୍ତ ପ୍ରକଳ୍ପର ଆନୁସଙ୍ଗିକ ବ୍ୟବସ୍ଥା ବୁଲି ଦେଖିବା ସହ ଜିଲ୍ଲାପାଳ ଓ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ପ୍ରକଳ୍ପର ଅଗ୍ରଗତି ସମୀକ୍ଷା କରିଥିଲେ ଓ ଏହି ପ୍ରକଳ୍ପ ଦୁଗ୍ଧ ଚାଷୀଙ୍କର ସାମାଜିକ ଓ ଅର୍ଥନୈତିକ ପ୍ରଗତିରେ ସହାୟକ…
କୈଳାଶ ଚନ୍ଦ୍ର ଚୌଧୁରୀ ବାଲିଗୁଡ଼ା: ବାଲିଗୁଡ଼ା ପୋଲିସ ଥାନା ଅନ୍ତର୍ଗତ କୁଟିକିଆ ପଞ୍ଚାୟତର ସାଉଟିକିଆ ଗ୍ରାମରେ ବାଲିଗୁଡା ଥାନା ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇଛି। ଏହି ସମୟରେ ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ ପ୍ରାୟ ୫୦ ଏକରରୁ ଊର୍ଦ୍ଧ୍ୱ ଜମିରେ ଗଞ୍ଜେଇ ଫସଲକୁ ପୋଡ଼ି ନଷ୍ଟ କରାଯାଇଛି। ଉକ୍ତ ଅଞ୍ଚଳରେ ଗଞ୍ଜେଇ ଚାଷ ହେଉଥିବା ଖବର ଅନୁଯାୟୀ କେସ୍ ନଂ ୪୨/୨୩ ପ୍ରକାରେ ମାମଲା ରୁଜୁ ହୋଇ ଅବକାରୀ ବିଭାଗ ସହାୟତାରେ ଉକ୍ତ ଗଞ୍ଜେଇ ଫସଲ ପୋଡ଼ି ନଷ୍ଟ କରାଯାଇଛି ବୋଲି ବାଲିଗୁଡା ଥାନା ଅଧିକାରୀ ବାବା ଶଙ୍କର ସରାଫଙ୍କ ଠାରୁ ପ୍ରକାଶ।
ସୀତାରାମ ଅଗ୍ରୱାଲ ବାଣପୁର: ଚଳିତ ବର୍ଷ ଜମିବ ବାଣପୁର ଐତିହାସିକ ପଞ୍ଚଦୋଳ। ବିଗତ ଦୁଇ ବର୍ଷ ହେଲା କରୋନା କଟକଣା ଥିବାରୁ ସମସ୍ତ କାର୍ଯ୍ୟକ୍ରମକୁ କାଣ୍ଟଛାଣ୍ଟ କରାଯାଇ କେବଳ ବିଧି ଅନୁଯାୟୀ ବିମାନ ପୂଜା କରାଯାଇଥିବା ବେଳେ ଭକ୍ତଙ୍କୁ ପଲଟନ ପଡିଆ ବାରଣ ଥିଲା। ଫଳରେ ହଜାର ହଜାର ଭକ୍ତ ଐତିହାସିକ ପଞ୍ଚଦୋଳ ଯାତ୍ରା ଦେଖିବାରୁ ବଞ୍ଚିତ ହୋଇଥିଲେ। ଏପରିକି ଆତସବାଜି ମଧ୍ୟ ସମ୍ପୂର୍ଣ୍ଣ ବନ୍ଦ ଥିଲା। ତେବେ ଚଳିତ ବର୍ଷ ଏହାକୁ ପୁନର୍ବାର ଧୁମଧାମରେ ପାଳନ କରାଯିବ ବୋଲି ଜଣାପଡିଛି। ଏଥି ନିମନ୍ତେ ଏବେଠାରୁ ପ୍ରସ୍ତୁତ ହେଉଛି ପଲଟନ ପଡିଆ। ଚଳିତ ମାର୍ଚ୍ଚ ୧୩ ତାରିଖରେ ପଞ୍ଚଦୋଳ ମେଳଣ ଅନୁଷ୍ଠିତ ହେବାକୁ ଥିବା ବେଳେ ୧୨ ତାରିଖ ବିଳମ୍ବିତ ରାତିରେ ସମସ୍ତ ବିମାନ ପଡିଆ ମଧ୍ୟକୁ ଓହ୍ଲାଇବେ। ଇତି ମଧ୍ୟରେ ବାଣପୁର ବ୍ଲକ ଓ ଏନଏସି ରେ ଦୁଇ ନୂତନ ଅଧ୍ୟକ୍ଷ ନିର୍ବାଚିତ ହୋଇଥିବା ବେଳେ ଉଭୟ କିପରି ଚଳିତ…
ତୁର୍କୀ: ସୋମବାର ଦିନ ତୁର୍କୀ ଏବଂ ସିରିଆର ସୀମାନ୍ତ ଅଞ୍ଚଳରେ ଆଉ ଏକ ଭୂକମ୍ପ ଯୋଗୁଁ ଲୋକମାନେ ଆତଙ୍କିତ ଅବସ୍ଥାରେ ଅଛନ୍ତି। ଦୁଇ ସପ୍ତାହ ପୂର୍ବରୁ ତୁର୍କୀରେ ହୋଇଥିବା ଭୟଙ୍କର ଭୂକମ୍ପରେ ବହୁ ଧ୍ୱଂସ ଘଟାଇଥିଲା। ଏଥିରେ ୪୭ ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଥିଲା ଏବଂ ହଜାର ହଜାର ଘର ନଷ୍ଟ ହୋଇଯାଇଥିଲା। ସୋମବାରର ଭୂକମ୍ପ ୬.୪ ମ୍ୟାଗ୍ନିଚ୍ୟୁଡର ଥିଲା, ଯାହାର ଭୂକମ୍ପ କେନ୍ଦ୍ର ଦକ୍ଷିଣ ତୁର୍କୀ ସହର ଆଣ୍ଟାକିଆ ନିକଟରେ ଥିଲା। ସିରିଆ, ଇଜିପ୍ଟ ଏବଂ ଲେବାନନରେ ମଧ୍ୟ ଏହି ଭୂକମ୍ପର କମ୍ପନ ଅନୁଭୂତ ହୋଇଥିଲା। ୟୁରୋପୀୟ ଭୂମଧ୍ୟସାଗରୀୟ ଭୂକମ୍ପ କେନ୍ଦ୍ର (EMSC) ରିପୋର୍ଟ କରିଛି ଯେ, ତୁର୍କୀରେ ସୋମବାରର ଭୂକମ୍ପ ୧୦ କିଲୋମିଟର ଗଭୀରରେ ରହିଛି। ମିଳିଥିବା ସୂଚନା ଅନୁଯାୟୀ, ଏଥିରେ ତିନି ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୨୦୦ ରୁ ଅଧିକ ଆହତ ହୋଇଛନ୍ତି।
ନୂଆଦିଲ୍ଲୀ: ଭାରତ ବିପକ୍ଷରେ ବର୍ଡର-ଗାଭାସ୍କର ଟ୍ରଫିର ପ୍ରଥମ ଦୁଇଟି ମ୍ୟାଚରେ ଲଜ୍ଜାଜନକ ପରାଜୟର ସମ୍ମୁଖୀନ ହେବା ପରେ ଅଷ୍ଟ୍ରେଲିଆ ଦଳର ଖେଳାଳିମାନେ ଯାତ୍ରା ମଝିରେ ଘରକୁ ଫେରିଛନ୍ତି। ବାସ୍ତବରେ, ସିରିଜର ତୃତୀୟ ଟେଷ୍ଟ ମ୍ୟାଚ୍ ପୂର୍ବରୁ କ୍ୟାପଟେନ୍ ପ୍ୟାଟ୍ କମିନ୍ସ ବ୍ୟକ୍ତିଗତ କାରଣରୁ ଘରକୁ ଫେରିଥିବାବେଳେ ଡେଭିଡ ୱାର୍ଣ୍ଣର, ଲାନ୍ସ ମରିସ, ଆଷ୍ଟନ୍ ଅଗର ଏବଂ ଅନ୍ୟ କେତେକ ଖେଳାଳି ମଧ୍ୟ ନିଜ ଘରକୁ ଫେରିଛନ୍ତି। ତିନି ଦିନ ମଧ୍ୟରେ ଦିଲ୍ଲୀ ଟେଷ୍ଟ ମ୍ୟାଚ୍ ମଧ୍ୟ ଶେଷ ହେବା ପରେ ଅଷ୍ଟ୍ରେଲୀୟ ଅଧିନାୟକ ପାଟ କମିନ୍ସ ପରିବାର ସଦସ୍ୟଙ୍କ ଗୁରୁତର ଅସୁସ୍ଥତା କାରଣରୁ ନିଜ ଘରକୁ ଫେରୁଛନ୍ତି। ଏଥି ସହିତ, ଡେଭିଡ ୱାର୍ନର ଏଲବୋ ଆଘାତରୁ ସମ୍ପୂର୍ଣ୍ଣ ସୁସ୍ଥ ହେବା ପାଇଁ ପ୍ରତ୍ୟାବର୍ତ୍ତନ କରୁଛନ୍ତି। ଜୋସ୍ ହେଜଲଉଡ୍ ଅନଫିଟ ହେବା ପରେ ଏହି ସମଗ୍ର ସିରିଜରୁ ବିଦାୟ ନେଇଛନ୍ତି। ଏସବୁ ବ୍ୟତୀତ ଅଷ୍ଟ୍ରେଲିଆ ଦଳର ଅନ୍ୟ ଖେଳାଳି ଯେଉଁମାନେ ଘରକୁ ଫେରୁଛନ୍ତି…
ଭୁବନେଶ୍ବର: ଶେଷରେ ନବଦାସଙ୍କୁ ଗୋପାଳ ହତ୍ୟା କରୁଥିବା ବେଳର ଫଟୋ ମିଳିଛି। ଏହି ଫଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ଘୁରି ବୁଲୁଛି। ଏହି ଫଟୋରୁ ପୁରା ସ୍ପଷ୍ଟ ହୋଇଛି ଯେ ଗୋପାଳ ପୁରା ପାଖରୁ ନବ ଦାସଙ୍କୁ ଗୁଳି କରିଛି। ଏହି ଫଟୋରେ ଦେଖାଦେଇଛି ଯେ ଗୋପାଳ ଦୁଇ ହାତରେ ପିସ୍ତଲକୁ ଧରି ପାଟି କାମୁଡି ଏହି ଗୁଳି କରିଛି। ପୂର୍ବରୁ ଗୋପାଳ ନବ ଦାସଙ୍କ ପାଖକୁ ଯାଉଥିବାର ଏବଂ ତାଙ୍କ ଦେହରେ ଗୁଳି ବାଜି ରକ୍ତ ବୋହୁଥିବାର ଭିଜୁୟାଲ ଦେଖିବାକୁ ମିଳିଥିଲା। ସେଥିରେ ମନ୍ତ୍ରୀ ନବ ଦାସ ଗୁଳି ମାରିଦେଲେ ବୋଲି କହି ତଳେ ପଡିଯିବାର ଦୃଶ୍ୟ ଦେଖିବାକୁ ମିଳିଥିଲା। ହେଲେ ଗୋପାଳ ଗୁଳି ଚଳାଉଥିବାର ଭିଡିଓ ନ ଥିଲା। ବର୍ତ୍ତମାନ ଏହି ଫଟୋରେ ଗୋପାଳ ଗୁଳି ମାରୁଥିବାର ସ୍ପଷ୍ଟ ଦେଖାଯାଉଛି।
ଭୁବନେଶ୍ବର: ଆଜିଠାରୁ ଆରମ୍ଭ ହେଉଛି ବିଧାନସଭାର ବଜେଟ ଅଧିବେସନ। ପରଂପରା ଅନୁସାରେ ଏହି ଅଧିବେସନର ପ୍ରାରମ୍ଭରେ ରାଜ୍ୟପାଳ ତାଙ୍କର ଅଭିଭାଷଣ ରଖିବେ। ସେଥିପାଇଁ ଆଜି ଗୃହର ଆରମ୍ଭରେ ରାଜ୍ୟପାଳ ପ୍ରଫେସର ଗଣେଷୀଲାଲଙ୍କ ଅଭିଭାଷଣ ରହିବ। ଏହାପରେ ଧନ୍ୟବାଦ ପ୍ରସ୍ତାବ ଆସିବ। ଏହି ଅଧିବେସନ ଦୁଇଟି ପର୍ଯ୍ୟାୟରେ ଚାଲିବ। ପ୍ରଥମ ପର୍ଯ୍ୟାୟର ବଜେଟ ଅଧିବେଶନ ଫେବୃଆରୀ ୨୧ ତାରିଖରୁ ମାର୍ଚ୍ଚ ୨ ତାରିଖ ଯାଏଁ ଚାଲିବ। ସେହିଭଳି ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ ମାର୍ଚ୍ଚ ୧୦ ତାରିଖରୁ ଏପ୍ରିଲ ୬ ତାରିଖ ପର୍ଯ୍ୟନ୍ତ ଚାଲିବ। ଫେବୃଆରୀ ୨୪ ତାରିଖରେ ରାଜ୍ୟ ବଜେଟ୍ ଉପସ୍ଥାପନ ହେବ। ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବଜେଟ ଉପସ୍ଥାପନ କରିବେ।
ଭୁବନେଶ୍ବର: ଭଗବାନ ହନୁମାନ ହେଉଛନ୍ତି କଳିଯୁଗରେ ଏକମାତ୍ର ଭଗବାନ ଅବତାର, ଯିଏ ପୃଥିବୀରେ ଉପସ୍ଥିତ। ହନୁମାନଜୀଙ୍କୁ ଭୋଲେନାଥଙ୍କ ଅବତାର ଏବଂ ଶ୍ରୀ ରାମଙ୍କର ଜଣେ ଭକ୍ତ କୁହାଯାଏ। ଶ୍ରୀ ରାମଙ୍କ ପ୍ରତି ସ୍ଵତନ୍ତ୍ର ଭକ୍ତି, ପ୍ରବୃତ୍ତିକ ଭାବନା, ମାତା ସୀତାଙ୍କୁ ଖୋଜିବାର ସଂଘର୍ଷ, ଲକ୍ଷ୍ୟ ଉପରେ ଧ୍ୟାନ ଦେବା, ଲଙ୍କାକୁ ଅଗ୍ନି ସ୍ନାନ ଏବଂ ସୁରସା ରାକ୍ଷସୀ ଠାରୁ ଚତୁରତା ଇତ୍ୟାଦି ହନୁମାନଜୀଙ୍କ ଏପରି ଗୁଣ, ଯାହା ପ୍ରତ୍ୟେକ ବ୍ୟକ୍ତିଙ୍କଠାରେ ରହିବା ଉଚିତ୍। ହନୁମାନ ଜୀଙ୍କର ଏହି ଗୁଣଗୁଡ଼ିକୁ ସଫଳତାର ସୂତ୍ର କୁହାଯାଏ। ସଫଳତା ପାଇବା ପାଇଁ ହନୁମାନ ଜୀଙ୍କର ଏହି ଗୁଣଗୁଡିକ ଗ୍ରହଣ କରନ୍ତୁ: ଶରୀରକୁ ସକ୍ରିୟ ଏବଂ ମନକୁ ନିଷ୍କ୍ରିୟ ରଖନ୍ତୁ: ସଫଳତାର ପ୍ରଥମ ପଦକ୍ଷେପ ହେଉଛି ସକ୍ରିୟତା। ସେଥିପାଇଁ ଜଣେ ସକ୍ରିୟ ହେବା ଉଚିତ୍। କିନ୍ତୁ ଆପଣଙ୍କ ଶରୀରକୁ ସକ୍ରିୟ ଏବଂ ମନକୁ ନିଷ୍କ୍ରିୟ ରଖନ୍ତୁ। କାରଣ କେବଳ ମନକୁ ଶାନ୍ତ ରଖିବା ପରେ, ଆପଣ ଜୀବନର…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଭୂକମ୍ପ ପ୍ରଭାବିତ ତୁର୍କୀ ଏବଂ ସିରିଆରେ “ଅପରେସନ ଦୋସ୍ତ” ସହିତ ଜଡିତ ଜାତୀୟ ବିପର୍ଯ୍ୟୟ ପ୍ରଶମନ ବାହିନୀର କର୍ମଚାରୀଙ୍କ ସହ ଆଲୋଚନା କରିଥିଲେ। କର୍ମଚାରୀମାନଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଭୂକମ୍ପ ପ୍ରଭାବିତ ତୁର୍କୀ ଏବଂ ସିରିଆରେ “ଅପରେସନ ଦୋସ୍ତ” ରେ ସେମାନଙ୍କର ମହତ୍ୱପୂର୍ଣ୍ଣ କାର୍ଯ୍ୟ ପାଇଁ ସେମାନଙ୍କୁ ପ୍ରଶଂସା କରିଥିଲେ। ବସୁଧୈବ କୁଟୁମ୍ବକମର ସଂକଳ୍ପ ଉପରେ ପ୍ରଧାନମନ୍ତ୍ରୀ ବିସ୍ତୃତ ଆଲୋଚନା କରିଥିଲେ। ପ୍ରଧାନମନ୍ତ୍ରୀ କହିଛନ୍ତି ତୁର୍କୀ ଏବଂ ସିରିଆରେ ଭାରତୀୟ ଦଳ ଆମ ପାଇଁ ଗୋଟିଏ ପରିବାର ବୋଲି ସମଗ୍ର ବିଶ୍ୱର ଆବେଗକୁ ପ୍ରତିଫଳିତ କରିଛି। ପ୍ରାକୃତିକ ବିପର୍ଯ୍ୟୟ ସମୟରେ ତ୍ୱରିତ ପଦକ୍ଷେପ ସମୟର ଗୁରୁତ୍ୱକୁ ଦର୍ଶାଇ ପ୍ରଧାନମନ୍ତ୍ରୀ “ଗୋଲଡେନ ଆୱାର” ବିଷୟରେ କହିଥିଲେ ଏବଂ ତୁର୍କୀରେ ଏନଡିଆରଏଫ ଦଳର ତ୍ୱରିତ ପଦକ୍ଷେପ ସମଗ୍ର ବିଶ୍ୱର ଦୃଷ୍ଟି ଆକର୍ଷଣ କରିଥିଲା। ସେ କହିଛନ୍ତି ଯେ ତ୍ୱରିତ ପ୍ରତିକ୍ରିୟା ଦଳର ପ୍ରସ୍ତୁତି ଏବଂ ତାଲିମ ଦକ୍ଷତାକୁ ଆଲୋକପାତ କରିଥାଏ। ଜଣେ…
ଭୁବନେଶ୍ବର: ବଗିଚା କାହାକୁ ବା ଭଲ ନ ଲାଗେ। ଯଦିଓ ଆମ ସହରୀ ଜୀବନରେ ଜାଗାର ଅଭାବ ହେତୁ ଆମେ ବଗିଚା କରିପାରୁନାହିଁ, କିନ୍ତୁ କିଚେନ୍ ଗାର୍ଡେନ୍ କରୁଛୁ। ବାଲ୍କୋନୀ ହେଉ ଅଥବା ଟେରେସ୍ ସବୁଠି କୁଣ୍ଡ କିମ୍ବା ଅନ୍ୟ ଉପାୟରେ ଗଛ ଲଗାଉଛୁ। ଆଜିକାଲି ଘର ଭିତରେ ଗଛ ଲଗାଇ ତାକୁ ଏକ ସୁନ୍ଦର ସାଜସଜ୍ଜା ଦିଆଯାଇପାରୁଛି। ତେବେ ଆସନ୍ତୁ ଜାଣିବା କେଉଁ କେଉଁ ଗଛ ଲଗାଇବା ଦ୍ବାରା ଘରେ ସୁଖ ସମୃଦ୍ଧି ରହିଥାଏ। ମାତାଲକ୍ଷ୍ମୀଙ୍କର ଆଶୀର୍ବାଦ ରହିଥାଏ। ଯଦି ଆପଣ ଘରେ ବଗିଚା ପାଇଁ ପ୍ରସ୍ତୁତ କରୁଛନ୍ତି ତେବେ ଆପଣ ପ୍ରଥମେ କଦଳୀଗଛ ହିଁ ଲଗାନ୍ତୁ। କଦଳୀ ଗଛ ବହୁତ ଉପକାରୀ। ଏହାର ଯେତିକି ଉପକାରୀ ଏହି ଗଛ ଲଗାଇବା ଦ୍ବାରା ଘରେ ସୁଖ ଶାନ୍ତି ରହିଥାଏ। ତୁଳସୀ ଗଛ ପବିତ୍ର ଓ ପୂଜନୀୟ। ସମସ୍ତେ ଘରେ ଘରେ ତୁଳସୀ ଗଛ ଲଗାଇଥାନ୍ତି। ତୁଳସୀ ପୂଜନ ତ ସମେସ୍ତ…
ମେଷ:– ଆଜି ମିଶ୍ରିତ ଦିନ ହେବ। ବ୍ୟବସାୟିକ କାର୍ଯ୍ୟକଳାପରେ ସାମାନ୍ୟ ସମସ୍ୟା ହୋଇପାରେ। ତଥାପି, କିଛି କାର୍ଯ୍ୟ ସଫଳ ହେବ, କିନ୍ତୁ ସେଗୁଡିକ ଯତ୍ନର ସହିତ କରିବା ଆବଶ୍ୟକ । ସ୍ୱାସ୍ଥ୍ୟ ଖରାପ ହେବାର ସମ୍ଭାବନା ରହିବ ଏବଂ ମାନସିକ ରୋଗ ମଧ୍ୟ ଅନୁଭବ କରିବେ। କ୍ରୋଧକୁ ନିୟନ୍ତ୍ରଣ କରନ୍ତୁ ଏବଂ ଆପଣଙ୍କର ବକ୍ତବ୍ୟକୁ ନିୟନ୍ତ୍ରଣ କରନ୍ତୁ, ନଚେତ୍ ଆପଣ ଏକ ବିବାଦରେ ପଡ଼ିପାରନ୍ତି । ପାରିବାରିକ ପରିବେଶ ଭଲ ରହିବ ଏବଂ ପରିବାର ସଦସ୍ୟମାନଙ୍କର ସହାୟତା ପାଇବେ। ଅନାବଶ୍ୟକ ଖର୍ଚ୍ଚକୁ ଏଡାଇ ଦିଅନ୍ତୁ । ବୃଷ: – ଆଜି ଆପଣଙ୍କ ପାଇଁ ଏକ ଭଲ ଦିନ କୁହାଯାଇପାରେ। ଏକ ନୂତନ ସମ୍ପର୍କକୁ ଆସିବା ପାଇଁ ଏହା ଏକ ଭଲ ସମୟ। ଆଜି ଏକ ଭଲ ଦିନ ହେବ। ବ୍ୟବସାୟ ଭଲ କରିବ ଏବଂ ଲାଭଜନକ ପରିସ୍ଥିତି ସୃଷ୍ଟି ହେବ, କିନ୍ତୁ ସେଠାରେ ଅଧିକ କାର୍ଯ୍ୟ ଭାର ରହିବ ଏବଂ ପଳାୟନରେ ଦିନ ଅତିବାହିତ…
ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାରେ ଚାଲିଥିବା ମହିଳା ଟି-୨୦ ବିଶ୍ୱକପ ଆଜି ସେଣ୍ଟ ଜର୍ଜ ପାର୍କରେ ଖେଳାଯାଇଥିଲା। ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଡକୱର୍ଥ-ଲୁଇସ୍ ନିୟମ ଅନୁଯାୟୀ ଆୟର୍ଲାଣ୍ଡକୁ ୫ ରନ୍ ରେ ପରାସ୍ତ କରି ଭାରତ ଟୁର୍ଣ୍ଣାମେଣ୍ଟର ସେମିଫାଇନାଲରେ ପ୍ରବେଶ କରିଛି। ଲଗାତାର ତୃତୀୟ ଥର ପାଇଁ ଏହି ଇଭେଣ୍ଟରେ ଭାରତ ଅନ୍ତିମ ୪ ରେ ସ୍ଥାନ ପାଇଛି। ଭାରତ ପ୍ରଥମେ ବ୍ୟାଟିଂ କରି ଆୟର୍ଲାଣ୍ଡ ଦଳକୁ ୧୫୬ ରନର ଟାର୍ଗେଟ ଦେଇଥିଲା। ଭାରତ ପକ୍ଷରୁ ସ୍ମୃତି ମାନ୍ଧନା ୮୭ ରନର ଏକ ଧୂଆଁଧାର ପାଳି ଖେଳିଥିଲେ। କିନ୍ତୁ ଟାର୍ଗେଟକୁ ପିଛା କରି ଆୟର୍ଲାଣ୍ଡ ଦଳ ୮.୨ ଓଭରରେ ୨ ୱିକେଟ ହରାଇ ୫୪ ରନ ସଂଗ୍ରହ କରିଥିଲା। ଏହାପରେ ବର୍ଷା ହେବାରୁ ଡକ୍ୱର୍ଥ-ଲୁଇସ୍ ନିୟମରେ ଭାରତକୁ ବିଜେତା ଘୋଷଣା କରାଯାଇଥିଲା।
ଭୁବନେଶ୍ୱର: ଆସନ୍ତାକାଲିଠାରୁ ଆରମ୍ଭ ହେଉଥିବା ଷୋଡ଼ଶ ବିଧାନସଭାର ଦ୍ୱାଦଶ ଅଧିବେଶନ ପାଇଁ ଆଜି ପୂର୍ବାହ୍ନରେ ବାଚସ୍ପତି ଶ୍ରୀ ବିକ୍ରମ କେଶରୀ ଆରୁଖଙ୍କ ଅଧ୍ୟକ୍ଷତାରେ ଓଡ଼ିଶା ବିଧାନସଭା ନୂତନ ସମ୍ମିଳନୀ କକ୍ଷଠାରେ ସର୍ବଦଳୀୟ ନେତୃବୃନ୍ଦଙ୍କ ବୈଠକ ଅନୁଷ୍ଠିତ ହୋଇଯାଇଛି। ବାଚସ୍ପତି ଶ୍ରୀ ଆରୁଖ ଚଳିତ ବଜେଟ ଅଧିବେଶନରେ ଗୃହର ସୁପରିଚାଳନା ନେଇ ସମସ୍ତ ନେତୃବୃନ୍ଦଙ୍କର ସହଯୋଗ କାମନା କରିଥିଲେ। ଏହି ବୈଠକରେ ବିରୋଧି ଦଳନେତା ଶ୍ରୀ ଜୟନାରାୟଣ ମିଶ୍ର, ଅର୍ଥ, ସଂସଦୀୟ ବ୍ୟାପାର, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଶ୍ରୀ ନିରଞ୍ଜନ ପୂଜାରୀ, ଶିଳ୍ପ, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଏବଂ ଶକ୍ତି ମନ୍ତ୍ରୀ ଶ୍ରୀ ପ୍ରତାପ କେଶରୀ ଦେବ ଯୋଗଦେଇଥିଲେ। ସେହିପରି ସରକାରୀ ଦଳ ମୁଖ୍ୟ ସଚେତକ ଶ୍ରୀ ପ୍ରଶାନ୍ତ କୁମାର ମୁଦୁଲି, କଂଗ୍ରେସ ବିଧାୟକ ଦଳର ନେତା ଶ୍ରୀ ନରସିଂହ ମିଶ୍ର, ଭାରତୀୟ ଜନତା ପାର୍ଟି ବିଧାୟକ ଦଳର ମୁଖ୍ୟ ସଚେତକ ଶ୍ରୀ ମୋହନ ଚରଣ ମାଝୀ,…
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଆଜି ସନ୍ଧ୍ୟାରେ ସ୍ଥାନୀୟ ୟୁନିଟ୍-୧ସ୍ଥିତ ଆଦିବାସୀ ପଡ଼ିଆଠାରେ ଆଦିବାସୀ ମେଳା ଓ ସାଂସ୍କୃତିକ ଉତ୍ସବ-୨୦୨୩କୁ ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ଆଦିବାସୀ ସଂପ୍ରଦାୟର ବାଦ୍ୟ ସହିତ ସଦସ୍ୟାମାନେ ଖୁବ୍ ଆନନ୍ଦର ସହିତ ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ କରିଥିଲେ। ମୁଖ୍ୟମନ୍ତ୍ରୀ ଆଦିବାସୀ କଳାବସ୍ତୁ ପ୍ରଭାଗକୁ ବୁଲି ଦେଖିଥିଲେ। ଆଦିବାସୀମାନଙ୍କର କଳା, ସଂସ୍କୃତି ଓ ସ୍ଥାପତ୍ୟକୁ ପ୍ରଦର୍ଶନ କରିବା ସହିତ ବିଭିନ୍ନ ଜଙ୍ଗଲଜାତ ଦ୍ରବ୍ୟ ଓ ସେମାନଙ୍କ ଉତ୍ପାଦିତ ସାମଗ୍ରୀ ବିପଣନ ହେଉଛି ଆଦିବାସୀ ମେଳାର ମୁଖ୍ୟ ଉଦ୍ଦେଶ୍ୟ। ଚଳିତ ବର୍ଷ ଏହି ମେଳା ଫେବୃଆରୀ ୨୦ରୁ ମାର୍ଚ୍ଚ ୧ ତାରିଖ ପର୍ଯ୍ୟନ୍ତ ଦଶଦିନ ଧରି ଅନୁଷ୍ଠିତ ହେଉଛି। ଚଳିତ ବର୍ଷ ଆଦିବାସୀ ମେଳାରେ ମୋଟ ୧୨୧ଟି ଷ୍ଟଲରେ ବିଭିନ୍ନ ସାମଗ୍ରୀର ପ୍ରଦର୍ଶନ ଓ ବିକ୍ରୟ ହେଉଛି। ପ୍ରାଚୀନ ଜନଜାତିଙ୍କ ଦୁନିଆରେ ୧୦ଟି ପ୍ରାଚୀନ ଜନଜାତି ଗୋଷ୍ଠୀଙ୍କ ଘରର ମଡେଲ ପ୍ରଦର୍ଶିତ ହେଉଛି। ଏଥିରେ ପରମ୍ପରା ସହ ପ୍ରଗତିର…
ଭୁବନେଶ୍ବର: ଆଜି କେନ୍ଦ୍ର ବିରୋଧରେ ଗର୍ଜନ କରିଛନ୍ତି ମିଶନ ଶକ୍ତି କର୍ମି। ଭୁବନେଶ୍ବରର ଲୋୟର ପିଏମଜିରେ ବିଜୁ ଶ୍ରମିକ ସାମୁଖ୍ୟର ଅନୁବନ୍ଧିତ ଅଲ୍ ଓଡିଶା ଜି.ପି.ଏଲ୍.ଏଫ୍ ମିଶନ ଶକ୍ତି କର୍ମି ସାମୁଖ୍ୟ ରେ କାର୍ଯ୍ୟରତ ଏମବିକେ ସିଆରପି ବ୍ୟାଙ୍କମିତ୍ର କୃଷିମିତ୍ର ପ୍ରାଣୀ ମିତ୍ର, ମିଶନ ଶକ୍ତି ଆଦିର ୩୦ ହାଜର ମହିଳା ଏହି ସମାବେଶରେ ଯୋଗ ଦେଇଥିଲେ। ମୁଖ୍ୟତଃ ମିଶନ ଶକ୍ତି ପାଇଁ କେନ୍ଦ୍ର ସରକାର ଯେଉଁ ଘୋଷଣା କରିଛନ୍ତି ସେଥିରେ ସେ ଯାହା ଦେବା କଥା ତାହା ଦେଉ ନାହାଁନ୍ତି। ଫଳରେ କର୍ମିମାନେ ଯେଉଁ ଦରମା ପାଇବା କଥା ତାହା ପାଇପାରୁ ନାହାଁନ୍ତି। ଖୁବ ଶିଘ୍ର କେନ୍ଦ୍ର ଏହି ଅନୁଦାନ ଯୋଗାଇ ଦେଉ ବୋଲି ସେମାନେ ଦାବୀ କରିଥିଲେ। ଏ ନେଇ ସଂଘ ତରଫରୁ ସୁବାସ ସିଂଙ୍କ ନେତୃତ୍ବରେ ଏକ ପ୍ରତିନିଧୀ ଦଳ ମିଶନ ଶକ୍ତି ସଚିବ ଶ୍ରୀମତୀ ସୁଜାତା କାର୍ତ୍ତିକେୟନଙ୍କ ଭେଟି ଦାବିପତ୍ର ପ୍ରଦାନ କରିଥିଲେ।
ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍) ଅଧିକାରୀ ବି.ଭି.ଆର ସୁବ୍ରମଣ୍ୟମ୍ ଙ୍କୁ NITI ଆୟୋଗର ନୂତନ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଭାବରେ ନିଯୁକ୍ତ କରାଯାଇଛି। ସେ ବିଶ୍ୱ ବ୍ୟାଙ୍କର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ (ଇଡି) ଭାବରେ ନିଯୁକ୍ତ ପରମେଶ୍ୱରନ୍ ଆୟରଙ୍କ ସ୍ଥାନ ନେବେ। ଆଜି କ୍ୟାବିନେଟର ନିଯୁକ୍ତି କମିଟି (ଏସିସି) ସୁବ୍ରମଣ୍ୟମଙ୍କ ନିଯୁକ୍ତିକୁ ଅନୁମୋଦନ କରିଛି। ତାଙ୍କ କାର୍ଯ୍ୟକାଳ ଦୁଇ ବର୍ଷ ପାଇଁ କରାଯାଇଛି। NITI ଆୟୋଗର ସିଇଓ ଭାବରେ କାର୍ଯ୍ୟ କରୁଥିବା ଆୟାରଙ୍କୁ ତିନି ବର୍ଷ ପାଇଁ ବିଶ୍ୱ ବ୍ୟାଙ୍କ ମୁଖ୍ୟାଳୟରେ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭାବରେ ନିଯୁକ୍ତ କରାଯାଇଛି। ବିଶ୍ୱ ବ୍ୟାଙ୍କର ମୁଖ୍ୟାଳୟ ଆମେରିକାର ୱାଶିଂଟନ୍ ଡିସିରେ ଅଛି।
ଦିଲ୍ଲୀ/ଭୁବନେଶ୍ଵର: ବାଲେଶ୍ୱର ଠାରେ ଇଏସ୍ଆଇସି ପକ୍ଷରୁ ଏକ ୧୦୦ ଶଯ୍ୟା ବିଶିଷ୍ଟ ଡାକ୍ତରଖାନା ଖୋଲା ଯିବ ବୋଲି ଆଜି କେନ୍ଦ୍ର ଶ୍ରମ ଏବଂ ରୋଜଗାର ମନ୍ତ୍ରୀ ଭୂପେନ୍ଦର ଯାଦବ ଘୋଷଣା କରିଛନ୍ତି। ସେ ଏ ସମ୍ପର୍କରେ କର୍ମଚାରୀ ରାଜ୍ୟ ବୀମା ନିଗମ (ଇଏସ୍ଆଇସି) ର ଚଣ୍ଡିଗଡ ଠାରେ ଅନୁଷ୍ଠିତ ୧୯୦ ତମ ବୈଠକରେ ଯୋଗ ଦେଇ ସୂଚନା ଦେଇଛନ୍ତି। ଶ୍ରମଜୀବୀ ମାନଙ୍କ ସାମାଜିକ ନିରାପତ୍ତାକୁ ସୁନିଶ୍ଚିତ କରିବା ନିମନ୍ତେ ଏହା ଏକ ଦୃଢ଼ ପଦକ୍ଷେପ ବୋଲି ଶ୍ରୀ ଯାଦବ କହିଛନ୍ତି। ଏହା ଫଳରେ ବାଲେଶ୍ୱର ନିକଟସ୍ଥ ବହୁ ଶ୍ରମଜୀବୀ ସୁବିଧାରେ ସ୍ୱାସ୍ଥ୍ୟସେବା ପାଇ ପାରିବେ । କେନ୍ଦ୍ର ଶ୍ରମ ଓ ରୋଜଗାର ଏବଂ ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୂପେନ୍ଦର ଯାଦବ ଆଜି ଚଣ୍ଡିଗଡ ଠାରେ ଇଏସ୍ଆଇସିର ୧୯୦ ତମ ବୈଠକରେ ଅଧ୍ୟକ୍ଷତା କରିଥିଲେ। ବୈଠକରେ ଶ୍ରମ ଓ ରୋଜଗାର, ପେଟ୍ରୋଲିୟମ ଏବଂ ପ୍ରାକୃତିକ ବାଷ୍ପ ରାଷ୍ଟ୍ରମନ୍ତ୍ରୀ ଶ୍ରୀ…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ସିଙ୍ଗାପୁରର ପ୍ରଧାନମନ୍ତ୍ରୀ ଲି ସିନ୍ ଲୁଙ୍ଗ ଭାରତର ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ୍ (ୟୁପିଆଇ) ଏବଂ ସିଙ୍ଗାପୁରର ପେ ନାଓ ମଧ୍ୟରେ 21 ଫେବୃଆରୀ 2023 ସକାଳ 11 ଟା (ଆଇଏସଟି) ସମୟରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ କ୍ରସ ବର୍ଡ଼ର କନେକ୍ଟିଭିଟି ଶୁଭାରମ୍ଭ ଅବସରରେ ଉପସ୍ଥିତ ରହିବେ। ଏହି ଶୁଭାରମ୍ଭ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଗଭର୍ଣ୍ଣର ଶ୍ରୀଯୁକ୍ତ ଶକ୍ତିକାନ୍ତ ଦାସ ଏବଂ ମନିଟାରି ଅଥୋରିଟି ଅଫ୍ ସିଙ୍ଗାପୁର (ଏମଏଏସ) ର ପରିଚାଳନା ନିର୍ଦ୍ଦେଶକ ଶ୍ରୀଯୁକ୍ତ ରବି ମେନନ୍ କରିବେ। ଫିଣ୍ଟେକ୍ ନବସୃଜନ ପାଇଁ ଭାରତ ଦ୍ରୁତତମ ବୃଦ୍ଧି ପାଉଥିବା ଇକୋସିଷ୍ଟମ ଭାବରେ ଉଭା ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ବ ଭାରତର ଶ୍ରେଷ୍ଠ ଶ୍ରେଣୀର ଡିଜିଟାଲ ପେମେଣ୍ଟ ଭିତ୍ତିଭୂମି ଜଗତୀକରଣରେ ପ୍ରମୁଖ ଭୂମିକା ଗ୍ରହଣ କରିଛି। ୟୁପିଆଇର ଲାଭ କେବଳ ଭାରତରେ ସୀମିତ ନୁହେଁ, ଅନ୍ୟ ଦେଶମାନେ ମଧ୍ୟ ଏଥିରୁ ଉପକୃତ ହେବା…

