କଟକ: ଭୁବନେଶ୍ବରରେ ପ୍ରଭୃ ଲିଙ୍ଗରାଜଙ୍କ ଦର୍ଶନ ପରେ କଟକରେ ପହଞ୍ଚିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସେ ବିଦ୍ୟାଧରପୁରଠାରେ ଅବସ୍ଥିତ କେନ୍ଦ୍ରୀୟ ଧାନ ଗବେଷଣା କେନ୍ଦ୍ରରେ ଆୟୋଜିତ ଧାନ ସମ୍ମିଳନୀରେ ଯୋଗ ଦେଇଛନ୍ତି। ଏହି ସଭାରେ ରାଜ୍ୟପାଳ ପ୍ରଫେସର ଗଣେଷୀ ଲାଲ, କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର, ରାଜ୍ୟ କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଏବଂ ବହୁ ବୈଜ୍ଞାନିକ ମଧ୍ୟ ଯୋଗ ଦେଇଛନ୍ତି। ଏହି ସମ୍ମିଳନୀରେ ରାଷ୍ଟ୍ରପତି ଦୀକ୍ଷାନ୍ତ ଭାଷଣ ଦେବାର କାର୍ଯ୍ୟକ୍ରମ ରହିଛି।
Author: Samikhsya Bureau
ଭୁବନେଶ୍ବର: ଆଜି ରାଷ୍ଟ୍ରପତିଙ୍କୁ ଓଡିଶା ଗସ୍ତର ଦ୍ବିତୀୟ ଦିନ। ଆଜି ରାଷ୍ଟ୍ରପତି ରାଜଭବନରୁ ବାହାରି ଲିଙ୍ଗରାଜ ମନ୍ଦିରରେ ପ୍ରବେଶ କରିଛନ୍ତି। ସେ ସେଠାରେ ପ୍ରଭୃଙ୍କ ଦର୍ଶନ କରିବା ସହିତ ବେଢା ପରିକ୍ରମା କରିବେ। ତାଙ୍କ ସହିତ ରାଜ୍ୟପାଳ ପ୍ରଫେସର ଗଣେଷୀ ଲାଲ ମଧ୍ୟ ଅଛନ୍ତି। ରାଷ୍ଟ୍ରପତି ପ୍ରାୟ 30 ମିନଟ ମନ୍ଦିର ପରିଦର୍ଶନ କରିବେ। ସେଥିପାଇଁ ଆଜି କିଛି ସମୟ ପାଇଁ ସାଧାରଣ ଦର୍ଶନ ବନ୍ଦ କରାଯାଇଛି। ଏହାପରେ ରାଷ୍ଟ୍ରପତି ବିମାନ ବନ୍ଦର ଯାଇ ସେଠାରୁ କଟକ ଅଭିମୁଖେ ଯାତ୍ରା କରିବେ। ସେଠାରେ ସେ ବିଦ୍ୟାଧରପୁରରେ ଅବସ୍ଥିତ ଜାତୀୟ ଧାନ ଗବେଷଣା କେନ୍ଦ୍ର ପରିଦର୍ଶନ କରିବେ। ସେଠାରେ ଜାତୀୟ ଧାନ ସମ୍ମିଳନୀକୁ ମଧ୍ୟ ରାଷ୍ଟ୍ରପତି ଉଦବୋଧନ ଦେବେ। ଏହି କାର୍ଯ୍ୟକ୍ରମରେ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର, ରାଜ୍ୟ କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ପ୍ରମୁଖ ଯୋଗଦେବେ।
ସୀତାରାମ ଅଗ୍ରୱାଲ ଚିଲିକା: ଗତ ୯ ତାରିଖ ଦିନ ‘ସମୀକ୍ଷା’ ରେ ‘ବାଣପୁର-ବାଲୁଗାଁରେ ଅପମିଶ୍ରିତ ଖାଦ୍ୟକୁ ନେଇ ବଢୁଛି ଜନଅସନ୍ତୋଷ: ନିଦ୍ରାରେ ଖାଦ୍ୟ ଓ ସୁରକ୍ଷା ବିଭାଗ’ ନାମକ ଏକ ଖବର ପ୍ରସାରଣ କରାଯାଇଥିଲା। ତେବେ ଖବର ବାଜିବା ପରେ ଏହାର ସୁଫଳ ଦେଖିବାକୁ ମିଳିଛି। ଗତକାଲି ଅର୍ଥାତ ୧୦ ତାରିଖ ରାତିରେ ଖାଦ୍ୟ ଓ ସୁରକ୍ଷା ବିଭାଗ ପକ୍ଷରୁ ବାଣପୁର ସହରାଞ୍ଚଳରେ ରାତ୍ରିକାଳିନ ଚଢ଼ାଉ କରାଯାଇଛି । ଖୋର୍ଦ୍ଧା ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଏବଂ ସିଡ଼ିଏମଓ ଡ଼ା ଆର୍ତ୍ତବନ୍ଧୁ ନାୟକଙ୍କ ନିର୍ଦେଶକ୍ରମେ ଟାଙ୍ଗୀ ଖାଦ୍ୟ ଓ ସୁରକ୍ଷା ଅଧିକାରୀ ଦେବାଶିଷ ବଳ ବାଣପୁର ର ୨୩ ଗୋଟି ଫୁଡ ଷ୍ଟଲରେ ରାତ୍ରିକାଳିନ ଚଢ଼ାଉ କରିଛନ୍ତି। ଉକ୍ତ ସମୟରେ ବିଭିନ୍ନ ଦୋକାନ ରୁ ବାସି ଖାଦ୍ୟ ଏବଂ ଖାଦ୍ୟ ରଙ୍ଗ ଜବତ କରି ନଷ୍ଟ କରିଦିଆଯାଇଛି। ସେହିପରି ଭାବେ ୧୨ ଗୋଟି ଲାଇସେନ୍ସ ବିହୀନ ଦୋକାନୀଙ୍କୁ ୧୦ ଦିନ ଭିତରେ…
ଲକ୍ଷ୍ନୌ : ଦେଶର ସର୍ବବୃହତ କମ୍ପାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡର ମାଲିକ ମୁକେଶ ଅମ୍ବାନି ଉତ୍ତର ପ୍ରଦେଶରେ ୭୫ ହଜାର କୋଟି ଟଙ୍କା ନିବେଶ କରିବେ। ଏହି ନିବେଶ ଦ୍ୱାରା ପ୍ରାୟ ୧ ଲକ୍ଷ ନୂଆ ନିଯୁକ୍ତି ସୃଷ୍ଟି ହେବା ଆଶା କରାଯାଉଛି। ଲକ୍ଷ୍ନୌରେ ଆୟୋଜିତ ‘ଉତ୍ତର ପ୍ରଦେଶ ଗ୍ଲୋବାଲ ଇନଭେଷ୍ଟର୍ସ ସମ୍ମିଟ୍’ରେ ଏହି ଘୋଷଣା କରିଛନ୍ତି ମୁକେଶ ଅମ୍ବାନି। ସେ ଜୋର୍ ଦେଇ କହିଛନ୍ତି ଯେ ୫ ବର୍ଷ ମଧ୍ୟରେ ଉତ୍ତର ପ୍ରଦେଶ ଅର୍ଥନୀତି ୧ ଟ୍ରିଲିଅନ ଡଲାରରେ ପହଞ୍ଚିବ। ରିଲାଏନ୍ସ ଉତ୍ତର ପ୍ରଦେଶରେ ୧୦ ଗିଗାୱାଟର ଅକ୍ଷୟ ଶକ୍ତି ଉତ୍ପାଦନ କ୍ଷମତା ସ୍ଥାପନ କରିବାକୁ ଯୋଜନା କରିଛି। ଏହା ଉତ୍ତର ପ୍ରଦେଶରେ ଏପର୍ଯ୍ୟନ୍ତ ସବୁଠାରୁ ବଡ ଅକ୍ଷୟ ଶକ୍ତି ପରିଯୋଜନା ହେବ। କମ୍ପାନୀ ଉତ୍ତର ପ୍ରଦେଶରେ ବାୟୋଗ୍ୟାସ୍ ବ୍ୟବସାୟରେ ପ୍ରବେଶ କରିବା ସମ୍ପର୍କରେ ମଧ୍ୟ ଘୋଷଣା କରିଛି। ଏ ସମ୍ପର୍କରେ ପ୍ରକାଶ କରି ମୁକେଶ ଅମ୍ବାନି କହିଥିଲେ ଯେ…
ଭୁବନେଶ୍ବର: ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଗତକାଲି ଅପରାହ୍ନ ରାଜଭବନ ପରିସରରେ ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଏବଂ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ନୂତନ ଅଭିଷେକ ହଲର ଶୁଭ ଉଦ୍ଘାଟନ କରିଛନ୍ତ। ଏହି ଅଭିଷେକ ହଲଟି ୪୭ ହଜାର ୩୯୦ ବର୍ଗଫୁଟ ବିଶିଷ୍ଟ ସ୍ଥାନରେ ନିର୍ମାଣ କରାଯାଇଛି।ଏହି ଅତ୍ୟାଧୁନିକ ଭବ୍ୟ ଅଭିଷେକ ହଲର ନିର୍ମାଣରେ ୨୫.୨୩ କୋଟି ଟଙ୍କା ବ୍ୟୟ ହୋଇଛି। ଏହାର ମୁଖ୍ୟ ସମ୍ମିଳନୀ କକ୍ଷରେ ୯୦୦ ଅତିଥିଙ୍କ ବସିବା ସୁବିଧା ରହିଥିବାବେଳେ ୧୨୦୦ ଲୋକ ଠିଆ ହୋଇପାରିବେ। ମୁଖ୍ୟ ସମ୍ମିଳନୀ କକ୍ଷ ସହ ବାଙ୍କୁଏଟ୍ ହଲ୍, ୫ଟି ଲାଉଞ୍ଜ, ୪ଟି ପ୍ରବେଶ ଓ ପ୍ରସ୍ଥାନ ଦ୍ୱାର ରହିଛି। ଏହି ଅଭିଷେକ ହଲରେ ସମସ୍ତ ଅତ୍ୟାଧୁନିକ ସୁବିଧା ଉପଲବ୍ଧ କରାଯାଇଛି।
ନୂଆଦିଲ୍ଲୀ: ଏହି ମନ୍ଦିରଟି ହେଉଛି ଇଣ୍ଡୋନେସିଆର ବାର୍ଲି ଦ୍ବୀପର ତବାନାନ ଠାରେ ଅବସ୍ଥିତ। ସ୍ଥାନୀୟ ଭାଷାରେ ଏହି ମନ୍ଦିର ନାମ ହେଲା “ତାନାହା ଲୋଟ”। ଯାହାର ଅର୍ଥ ହେଲା ସମୁଦ୍ର ଭିତରେ ସ୍ଥଳଭାଗ। ଏହି ମନ୍ଦିରଟିର ବିଶେଷତ୍ବ ହେଲା ଶହଶହ ବର୍ଷ ଧରି ଏହା ସମୁଦ୍ର ଜୁଆର ତଥା ଲୁଣି ପାଣିରେ ମାଡ ହେଉଥିଲେ ମଧ୍ୟ ତାହା ଅକ୍ଷତ ଅବସ୍ଥାରେ ରହିଛି। ଏହି ମନ୍ଦିରଟି ସମୁଦ୍ରର ଏକ ବିରାଟ ପଥର ଉପରେ ଅବସ୍ଥିତ ହୋଇଛି। ଏହି ମନ୍ଦିରକୁ ୧୬ତମ ଖ୍ରୀଷ୍ଟାଦ୍ଦରେ ଡ୍ୟାଙ୍ଗ ହାଙ୍ଗ ନିରର୍ଥଙ୍କ ଦ୍ବାରା ନିର୍ମିତ ହୋଇଛି ବୋଲି କୁହାଯାଉଛି। ନିରର୍ଥ ଦକ୍ଷିଣ ଉପକୂଳରେ ଯାତ୍ରା କରିବା ସମୟରେ ସେ ସେହି ପଥର-ଦ୍ୱୀପର ସୁନ୍ଦର ସ୍ଥିତି ଦେଖି ସେଠାରେ ବିଶ୍ରାମ କରୁଥିଲେ। ବିଶ୍ରାମ ସମୟରେ ସେ କିଛି ମତ୍ସ୍ୟଜୀବୀ ଦେଖି ତାଙ୍କୁ ଉପହାର ଦେଲେ। ଏହା ପରେ ନିରର୍ଥ ସେହି ଛୋଟ ଦ୍ୱୀପରେ ରାତି ମଧ୍ୟ କଟିଲେ। ପରେ ସେ…
ନୂଆଦିଲ୍ଲୀ: ସୂର୍ଯ୍ୟ ଦେବ ଆସନ୍ତା ଫେବୃଆରୀ ୧୩ ତାରିଖରେ ମକର ରାଶିରୁ କୁମ୍ଭ ରାଶିକୁ ପ୍ରବେଶ କରିବାକୁ ଯାଉଛନ୍ତି। ଏହି ଦିନ, ସୂର୍ଯ୍ୟ ସକାଳ ପ୍ରାୟ ୦୯:୫୭ ରେ କୁମ୍ଭରେ ପ୍ରବେଶ କରିବେ। ଏହି ରାଶିରେ କର୍ମର ଭଗବାନ ଶନି ଉପସ୍ଥିତ ଅଛନ୍ତି। ଫଳରେ ଆସନ୍ତା ଏକ ମାସ ପାଇଁ ସୂର୍ୟ୍ୟ ଏବଂ ଶନିଙ୍କ ମିଳନ କୁମ୍ଭରେ ରହିବ। ଜ୍ୟୋତିଷମାନେ କହିଛନ୍ତି ଯେ ସୂର୍ଯ୍ୟଙ୍କର ଆଗାମୀ ଚଳନରେ ଚାରୋଟି ରାଶି ପାଇଁ ଅନୁକୂଳ ଦେଖାଯାଉ ନାହିଁ। ଏହି ରାଶିଗୁଡିକର ଲୋକଙ୍କୁ ଆସନ୍ତା ଏକ ମାସ ପାଇଁ ବହୁତ ସତର୍କ ରହିବାକୁ ପଡିବ। ଏହି ଚାରୋଟି ରାଶିର ଅସୁବିଧା ବୃଦ୍ଧି ପାଇବାକୁ ଯାଉଛି। ସେହି ଚାରୋଟି ରାଶି ହେଲା.. କର୍କଟ ରାଶିରେ ସୂର୍ଯ୍ୟ ଗୋଚର 2023: ସୂର୍ଯ୍ୟ କୁମ୍ଭରେ ପ୍ରବେଶ କରିବା ପରେ ଆପଣଙ୍କୁ ଯତ୍ନର ସହ ଅର୍ଥ ବିନିଯୋଗ କରିବାକୁ ପଡିବ। ଆର୍ଥିକ କ୍ଷତିର ସମ୍ଭାବନା ଅଛି। ଟଙ୍କା ସମସ୍ୟା ଦୁଇ-ଚାରି…
ମେଷ- ଦୈନ୍ୟନ୍ଦିନ କାର୍ଯ୍ୟଗୁଡିକ ପାଇଁ କିଛି ବିପଦ ହୋଇପାରେ। ଚାକିରିରେ ସମସ୍ୟା ହୋଇପାରେ। ଆପଣଙ୍କର କାହା ସହିତ ବିବାଦ ହେବାର ସମ୍ଭାବନା ଅଛି। ଅଧିକ ଚିନ୍ତାରେ ସମୟ ନଷ୍ଟ କରନ୍ତୁ ନାହିଁ । ହଠାତ୍ ଆପଣଙ୍କର ଅସୁବିଧା ମଧ୍ୟ ବଢିପାରେ। କାର୍ଯ୍ୟରେ ବାଧା ଯୋଗୁଁ ଆପଣଙ୍କ ମନୋବଳ ବିଚଳିତ ହୋଇପାରେ। ଲୋକମାନେ କେତେକ କ୍ଷେତ୍ରରେ ଆପଣଙ୍କୁ ସାହାଯ୍ୟ ପାଇବାକୁ ସକ୍ଷମ ହେବେ ନାହିଁ। ସ୍ୱାସ୍ଥ୍ୟରେ ପରିବର୍ତ୍ତନ ଆସିପାରେ । ନିଦ୍ରା ଅଭାବ ହେବ। ମୁଣ୍ଡବିନ୍ଧା ଏବଂ ଆଖିରେ ଉତ୍ତେଜନା ଦେଖାଦେଇପାରେ । ବୃଷ- ଶୀଘ୍ର କୌଣସି କାମ କରନ୍ତୁ ନାହିଁ । ଧାର୍ମିକ ଏବଂ ସାଂସ୍କୃତିକ ମହୋତ୍ସବରେ ଯୋଗଦାନ କରିପାରନ୍ତି। ପ୍ରାର୍ଥନାରେ ଧ୍ୟାନ ଦେବେ । ବ୍ୟବସାୟ ଭଲ କରିବ । ଅଫିସ ଚାକିରିରେ ସନ୍ତୁଷ୍ଟ ରହିବେ। ପଂଜି ବିନିଯୋଗ ଇତ୍ୟାଦିରେ ଲାଭବାନ ହେବ। ଘରେ ଏବଂ ବାହାରେ ଜୀବନ ଖୁସି ହେବ। ଆର୍ଥିକ ଦିଗ ଦୃଢ ହେବ। ଘରର ଉପଯୋଗୀ…
ଭୁବନେଶ୍ୱର: ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଆନୁକୂଲ୍ୟରେ ଆୟୋଜିତ ସପ୍ତଦଶ ତୋଷାଳୀ ଜାତୀୟ ହସ୍ତଶିଳ୍ପ ମେଳାର ଦଶମ ସଂଧ୍ୟାରେ ବରେଣ୍ୟ ଅତିଥି ଭାବରେ ଓଡ଼ିଶା ହାଇକୋର୍ଟ, କଟକର ଜଷ୍ଟିସ ଚିତ୍ତ ରଞ୍ଜନ ଦାଶ ଏବଂ ବିଶିଷ୍ଟ କବୟିତ୍ରୀ ଓ ଲେଖିକା ଶ୍ରୀମତୀ ଅଭିପସା ଦାସ ଯୋଗଦେଇ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ପାଦପଦ୍ମରେ ପୁଷ୍ପଗୁଚ୍ଛ ଅର୍ପଣ କରି ପ୍ରଦୀପ ପ୍ରଜ୍ୱଳନ କରିବା ସହିତ ରୁଦ୍ରାକ୍ଷ ବୃକ୍ଷରେ ଜଳାର୍ପଣ କରି ସାଂସ୍କୃତିକ ସଂଧ୍ୟାର ଶୁଭାରମ୍ଭ କରିଥିଲେ । ମଞ୍ଚରେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ସ୍ୱତନ୍ତ୍ର ସଚିବ ଶ୍ରୀଯୁକ୍ତ ଶ୍ରୀକାନ୍ତ ପୃଷ୍ଟି ଏବଂ ହସ୍ତଶିଳ୍ପ ନିର୍ଦ୍ଦେଶକ ଶ୍ରୀଯୁକ୍ତ ଶ୍ୟାମଭକ୍ତ ମିଶ୍ର ଉପସ୍ଥିତ ରହି ବରେଣ୍ୟ ଅତିଥିଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ମାନିତ କରିଥିଲେ । ଆଜିର ସାଂସ୍କୃତିକ ସନ୍ଧ୍ୟା ପଶ୍ଚିମ ଓଡ଼ିଶାର ଲୋକପ୍ରିୟ ଲୋକସଂସ୍କୃତି ପାଇଁ ସମର୍ପିତ ଥିଲା। ଦର୍ଶକ ତଥା ପରିଦର୍ଶକମାନଙ୍କୁ ଏହା ଓଡ଼ିଶାର କଳା, ସଂସ୍କୃତି ତଥା…
ଭୁବନେଶ୍ୱର: ଭାରତର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଆଜି ଅପରାହ୍ନ ରାଜଭବନ ପରିସରରେ ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଏବଂ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ନୂତନ ଅଭିଷେକ ହଲର ଶୁଭ ଉଦ୍ଘାଟନ କରିଛନ୍ତ। ଉଦ୍ଘାଟନ ସମୟରେ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ସମେତ ରାଜ୍ୟ ପ୍ରଶାସନର ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। ୪୭ ହଜାର ୩୯୦ ବର୍ଗଫୁଟ ବିଶିଷ୍ଟ ଏହି ଅତ୍ୟାଧୁନିକ ଭବ୍ୟ ଅଭିଷେକ ହଲର ନିର୍ମାଣରେ ୨୫.୨୩ କୋଟି ଟଙ୍କା ବ୍ୟୟ ହୋଇଛି। ଏହାର ମୁଖ୍ୟ ସମ୍ମିଳନୀ କକ୍ଷରେ ୯୦୦ ଅତିଥିଙ୍କ ବସିବା ସୁବିଧା ରହିଥିବାବେଳେ ୧୨୦୦ ଲୋକ ଠିଆ ହୋଇପାରିବେ। ମୁଖ୍ୟ ସମ୍ମିଳନୀ କକ୍ଷ ସହ ବାଙ୍କୁଏଟ୍ ହଲ୍, ୫ଟି ଲାଉଞ୍ଜ, ୪ଟି ପ୍ରବେଶ ଓ ପ୍ରସ୍ଥାନ ଦ୍ୱାର ରହିଛି। ଏହି ଅଭିଷେକ ହଲରେ ସମସ୍ତ ଅତ୍ୟାଧୁନିକ ସୁବିଧା ଉପଲବ୍ଧ କରାଯାଇଛି।
ଭୁବନେଶ୍ୱର: ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସି ଆଜି ଅପରାହ୍ନ ୪ଟା ୦୫ମିନିଟ୍ ସମୟରେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଦ୍ୱିତୀୟ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସେ ଉପସ୍ଥିତ ଛାତ୍ରୀ,ଅଧ୍ୟାପିକା ଓ ଅଧ୍ୟାପକମାନଙ୍କ ଉଦ୍ଦେଶ୍ୟରେ ଉଦବୋଧନ ଦେବା ସହିତ ଜଣେ ପୁରାତନ ଛାତ୍ରୀଭାବେ ଏଠାରେ ବିତାଇଥିବା ନିଜ ପୁରୁଣା ଦିନର ସ୍ମୃତିଚାରଣ କରିଥିଲେ। ଏହି ଅବସରରେ ରାଷ୍ଟ୍ରପତି ମା ରମାଦେବୀଙ୍କ ପ୍ରତି ସାଦର ଶ୍ରଦ୍ଧା, ସୁମନ ଅର୍ପଣ କରିବା ସହିତ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ବିଶ୍ୱବିଦ୍ୟାଳୟର ଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ। ଉତ୍କଳର ଅନ୍ୟ ବରପୁତ୍ରମାନଙ୍କୁ ପ୍ରଣିପାତ କରିଥିଲେ। ଏହି ଅନୁଷ୍ଠାନର ପୁରାତନ ଛାତ୍ରୀଭାବେ ସେ ନିଜକୁ ଅତ୍ୟନ୍ତ ଆନନ୍ଦିତ ଓ ଗର୍ବିତ ମନେ କରି ସେ ସମୟର ଅଧ୍ୟାପିକା ବିଣାପାଣି ମହାନ୍ତି ଓ ଶକୁନ୍ତଳା ବଳିୟାର ସିଂଙ୍କର ନାମ ନେଇ ସେତେବେଳର ଅଧ୍ୟାପକ ଓ ଅଧ୍ୟାପିକାଙ୍କର ଶିକ୍ଷାଦାନ ପଦ୍ଧତି ସେମାନଙ୍କୁ ଅନୁପ୍ରାଣିତ…
ବାଣପୁର: ବାଣପୁର ବ୍ଲକ ଅଧିନସ୍ଥ ନୀଳାଦ୍ରି ଗ୍ରାମ ପଞ୍ଚାୟତର ଅରାଙ୍ଗ ଗ୍ରାମରେ ଶୁକ୍ରବାର ପୂର୍ବାହ୍ନରେ ଆଦର୍ଶ ଆରୋଗ୍ୟ ସେବା ସଦନ, ବାଣପୁର ଓ ହେଲଥ ଭିଲେଜ ହସ୍ପିଟାଲ ଭୁବନେଶ୍ୱର ଙ୍କ ମିଳିତ ଆନୁକୂଲ୍ୟରେ ଏକ ନିଃଶୁଳ୍କ ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ ହୋଇଯାଇଛି l ଏହି ଶିବିରରେ ପ୍ରଖ୍ୟାତ ଯନ୍ତ୍ରଣା ଉପଶମ ଡାକ୍ତର ଶୋଭନ କୁମାର ରଥ ଯୋଗଦେଇ ଚିକିତ୍ସା କରିଥିଲେ। ସମୁଦାୟ 70ଜଣ ରୋଗୀ ନିଶୁକ୍ଳ ଚିକିତ୍ସା ହୋଇଥିଲେ। ସେବା ସଦନର ପ୍ରତିଷ୍ଠାତା ଭି. କାମେଶ୍ୱର ଆଚାରୀ, ସ୍ୱାସ୍ଥ୍ୟସହାୟକ ପ୍ରଦୀପ ସାହୁ, ସମାଜସେବୀ ସାଗର ସାହୁ ଏବଂ ରବୀନ୍ଦ୍ର ସାହୁ ଏହି ଶିବିରକୁ ପରିଚାଳନା କରିଥିଲେ। ଉକ୍ତ ଅନୁଷ୍ଠାନ ତରଫରୁ ଗାଁ ଗାଁ ରେ ସ୍ଵାସ୍ତ୍ୟ ଶିବିର କରି ଗରିବ ଲୋକଙ୍କର ଉପକୃତ କରୁଥିବରୁ ସ୍ଥାନୀୟ ଅଞ୍ଚଳରେ ଅନୁଷ୍ଠାନକୁ ସାଧୁବାଦ ଦିଆଯାଇଛି।
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଲକ୍ଷ୍ନୌ ଠାରେ ଉତ୍ତର ପ୍ରଦେଶ ଗ୍ଲୋବାଲ ଇନଭେଷ୍ଟର୍ସ ସମ୍ମିଟ୍ ୨୦୨୩ ର ଉଦଘାଟନ କରିଛନ୍ତି । ସେ ବିଶ୍ୱ ବାଣିଜ୍ୟ ପ୍ରଦର୍ଶନୀର ଉଦଘାଟନ କରିଥିଲେ ଏବଂ ଏହି କାର୍ୟ୍ୟକ୍ରମ ସମୟରେ ଇନଭେଷ୍ଟ ୟୁପି ୨.୦ ର ଶୁଭାରମ୍ଭ କରିଥିଲେ । ଉତ୍ତରପ୍ରଦେଶ ଗ୍ଲୋବାଲ ଇନଭେଷ୍ଟର୍ସ ସମିଟ୍ ୨୦୨୩ ହେଉଛି ଉତ୍ତରପ୍ରଦେଶ ସରକାରଙ୍କ ଫ୍ଲାଗସିପ୍ ନିବେଶ ସମ୍ମିଳନୀ ଯାହା ନୀତି ର୍ନିମାତା, ଶିଳ୍ପପତି, ଶିକ୍ଷାବିତ୍, ଚିନ୍ତକ ଏବଂ ନେତାମାନଙ୍କୁ ଏକତ୍ରିତ କରି ବ୍ୟବସାୟିକ ସୁଯୋଗ ଏବଂ ସହଭାଗୀତା ସୃଷ୍ଟି କରିବ । ପ୍ରଦର୍ଶନୀକୁ ପ୍ରଧାନମନ୍ତ୍ରୀ ମଧ୍ୟ ବୁଲି ଦେଖିଥିଲେ । ଏହି ଅବସରରେ ଶିଳ୍ପ ମୁଖ୍ୟମାନେ ମତ ରଖିଥିଲେ । ଶ୍ରୀ କୁମାର ମଙ୍ଗଳମ ର୍ବିଲା କହିଛନ୍ତି ଯେ ଭାରତ ଉଲ୍ଲେଖନୀୟ ଉଦ୍ୟୋଗୀ ଗତିଶୀଳତା ଏବଂ ନବସୃଜନ ପ୍ରଦର୍ଶନ କରୁଛି ଏବଂ ଦେଶର ଅର୍ଥନୈତିକ ଦୃଶ୍ୟପଟରେ ନୂତନ ଶକ୍ତି ପ୍ରୟୋଗ ଲାଗି ପ୍ରଧାନମନ୍ତ୍ରୀଙ୍କୁ ଶ୍ରେୟ…
ଭୁବନେଶ୍ବର: ମହାଶିବ ରାତ୍ରି ହେଉଛି ହିନ୍ଦୁ ଧର୍ମର ଏକ ବିଶେଷ ପର୍ବ। ମୁଖ୍ୟତଃ ଶୈବ୍ୟ ଧର୍ମରେ ପ୍ରତ୍ୟେକ ସୋମବାର, ପ୍ରତ୍ୟେକ ଚତୁର୍ଦ୍ଦଶୀ ଭଗବାନ ଶିବଙ୍କ ପାଇଁ। ହେଲେ ଭକ୍ତମାନେ ମହାଶିବ ରାତ୍ରିକୁ ଅପେକ୍ଷା କରି ରହନ୍ତି। ଏଥର ମହାଶିବ ରାତ୍ରି ଫେବୃୟାରୀ 18 ତାରିଖ ଶନିବାର ଦିନ ପଡୁଛି। ଏହି ପବିତ୍ର ଦିନରେ ରୁଦ୍ରାବଭିଷେକ କଲେ ସମସ୍ତ ଇଚ୍ଛା ପୂରଣ ହୁଏ ବୋଲି ବିଶ୍ବାସ ରହିଛି। ଭଗବାନ ଶିବ ଯାହା ଯାହା ମାଗନ୍ତି ତାହା ଆନ୍ତରିକତାର ସହିତ ଦିଅନ୍ତି । ଏହା ସହିତ, ଶିବଲିଙ୍ଗ ଉପରେ ବିଶେଷ ଜିନିଷ ପ୍ରଦାନ କଲେ ବିଭିନ୍ନ ପ୍ରକାରର ରୋଗ ଭଲ ହୋଇଥାଏ ବୋଲି ବିଶ୍ବାସ ରହିଛି। ଆସନ୍ତୁ ଜାଣିବା ମହାଶିବରାତ୍ରୀରେ ଶିବଙ୍କୁ କିପରି ପୂଜା କରାଯାଏ। ଏହି ମହା ଶିବରାତ୍ରୀରେ କ’ଣ କରିବା ଉଚିତ, କଣ କରିବା ଅନୁଚିତ ଭଗବାନ ଶିବଙ୍କୁ ପ୍ରସନ୍ନ କରିବା ପାଇଁ, ଶିବଲିଙ୍ଗରେ ବେଲପତ୍ର ଚଢାନ୍ତୁ। କେବେବି ତୁଳସୀ ପତ୍ର…
ଭୁବନେଶ୍ବର: ପୂର୍ବ ତଟ ରେଳପଥ ମଧ୍ୟରେ ଗତ ଆଠ ବର୍ଷରେ ରେଳବାଇ ନିଯୁକ୍ତି ବୋର୍ଡ (ଆରଆରବି) ଏବଂ ରେଳବାଇ ନିଯୁକ୍ତି ସେଲ୍ (ଆରଆରସି) ଦ୍ୱାରା ନିଯୁକ୍ତି ଅଭିଯାନ ମାଧ୍ୟମରେ ୧୬ ହଜାର ୪୦୫ ଟି ଖାଲି ପଦ ପୂରଣ କରିଛି। ରେଳବାଇରେ ନିରାପତ୍ତା ହେଉଛି ସର୍ବୋଚ୍ଚ ପ୍ରାଥମିକତା ଦେଇ ଏହି ନିଯୁକ୍ତି କରାଯାଇଛି। ରେଳ ଚଳାଚଳ କ୍ଷେତ୍ରରେ ନିରାପତ୍ତା ସମ୍ବନ୍ଧୀୟ ସମ୍ବେଦନଶୀଳ ବିଷୟରେ ରେଳବାଇ ସର୍ବଦା ଅବଗତ ରହି ଆଗେଇ ଚାଲିଛି। ପୂର୍ବ ତଟ ରେଳପଥ କ୍ରମାଗତ ଭାବରେ ଏହାର ମାନବ ସମ୍ବଳ ବିଷୟବସ୍ତୁକୁ ନଜର ରଖି ନିରନ୍ତର ଭାବେ ଖାଲି ପଦବୀ ପୂରଣ ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିଛି। କୋଭିଡ୍ -୧୯ ମହାମାରୀର ଆହ୍ୱାନ ସତ୍ୱେ ପୂର୍ବତଟ ରେଳପଥ କାର୍ଯ୍ୟବଳ ୧ ଏପ୍ରିଲ ୨୦୧୯ ସୁଦ୍ଧା ୪୫,୫୦୭ ରୁ ୧ ଜାନୁୟାରୀ ୨୦୨୩ ରେ ୪୭,୩୩୧ କୁ ବୃଦ୍ଧି ପାଇଛି। ପୂର୍ବ ତଟ ରେଳପଥରେ ଗତ ୮ ବର୍ଷ…
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଶ୍ରୀ ଭି.କେ. ପାଣ୍ଡିଆନ ଆଜି ପୁରୀ ଜିଲ୍ଲାର ସୁଆଣ୍ଡୋସ୍ଥିତ ଗୋପବନ୍ଧୁଙ୍କ ଜନ୍ମପୀଠର ପରିଦର୍ଶନ କରି ଏହାର ପୁନଃବିକାଶ କାର୍ଯ୍ୟ ତଦାରଖ କରିଥିଲେ। ଆଗାମୀ ୨୩ ତାରିଖରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜନ୍ମସ୍ଥାନ ସୁଆଣ୍ଡୋର ପୁନଃବିକଶିତ ଜନ୍ମ ପୀଠର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ। ଉତ୍କଳମଣି ଙ୍କ ଗାଁ ଶିବ ମନ୍ଦିର ଲୋକେଶ୍ୱର ଶିବ ମନ୍ଦିର ଜରାଜୀର୍ଣ୍ଣ ଅବସ୍ଥାରେ ଥିଲା. ସୁଆଣ୍ଡୋ ବାସୀଙ୍କ ଅନୁରୋଧ କ୍ରମେ ଲୋକେଶ୍ୱର ମନ୍ଦିରର ପୁନଃନିର୍ମାଣ କାର୍ଯ୍ୟ ରାଜ୍ୟ ସରକାରଙ୍କ ପକ୍ଷରୁ ସମ୍ପନ୍ନ କରାଯାଇଛି. ଏହାର ପ୍ରତିଷ୍ଠା ଉତ୍ସବ ଆଜି ଅନୁଷ୍ଠିତ ହୋଇଥିଲା ଏବଂ ଏଥିରେ ଶ୍ରୀ ପାଣ୍ଡିଆନ ଯୋଗ ଦେଇ ପୂର୍ଣ୍ଣାହୁତିରେ ମଧ୍ୟ ଅଂଶଗ୍ରହଣ କରିଥିଲେ। ପରେ ଶ୍ରୀ ପାଣ୍ଡିଆନ ଉତ୍କଳମଣିଙ୍କ ଷଠୀଘର, ଢିଙ୍କିଶାଳ ଆଦିର ସଂରକ୍ଷଣ କାର୍ଯ୍ୟ ପରିଦର୍ଶନ କରିବା ସହିତ ଗାଁ ପୋଖରୀର ପୁର୍ନରୁଦ୍ଧାର କାର୍ଯ୍ୟ ତଥା ସଂଗ୍ରହାଳୟ କାର୍ଯ୍ୟ ବୁଲି…
ଭୁବନେଶ୍ୱର: ଆଜି ଉତ୍କଳ ମଣ୍ଡପରେ ଆୟୋଜିତ ଜ୍ଞାନପ୍ରଭା ମିଶନର ପ୍ରତିଷ୍ଠା ଉତ୍ସବରେ ଯୋଗ ଦେଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସେ ସିଧା ବିମାନ ବନ୍ଦରରୁ ଆସି ଏହି ସଭାରେ ଯୋଗଦେଇ ଥିଲେ। ସେ ପ୍ରଥମେ ଜୟ ଜଗନ୍ନାଥ କହି ରାଷ୍ଟ୍ରପତି ତାଙ୍କର ଅଭିଭାଷଣ ଆରମ୍ଭ କରିଥିଲେ। ସେ ଭାଷଣରେ ତାଙ୍କର ନିଜର ଅନୁଭୂତି କଥା ଉପସ୍ଥିତ ଜନତାଙ୍କ ନିକଟରେ ବାଣ୍ଟିଥିଲେ। ସେ କହିଥିଲେ ଯେ, ବାପା, ମାଆଙ୍କ ଫଟୋକୁ ପୂଜା କରିବା ନୁହେଁ ବରଂ ତାଙ୍କର ଯତ୍ନ ନେବା ହିଁ ଶ୍ରେଷ୍ଠ ଧର୍ମ । ବାପା, ମାଆ ସବୁବେଳେ ତ୍ୟାଗ, ବଳିଦାନ, ସାହସ, ସ୍ନେହ, ଶ୍ରଦ୍ଧା, ମମତାର ପ୍ରତୀକ। ମାତୃଶକ୍ତି ଉତ୍ଥାନ ସଂସ୍ଥାରେ ପହଞ୍ଚି ମାଆଙ୍କୁ ମନେ ପକାଇ ଭାବବିହ୍ବଳ ହୋଇଥିଲେ ରାଷ୍ଟ୍ରପତି। ସେ କହିଥିଲେ ଯେ, ନାରୀ ହେଉଛି ନାରାୟଣୀ, କଲ୍ୟାଣକାରୀ, ଚିର ନମସ୍ୟା। ମାତୃଶକ୍ତି ଅନ୍ତର୍ଜ୍ୟୋତି ଜାଗ୍ରତ କରି ସୁସ୍ଥ ମାନବ ସମାଜ ଗଠନ ଲକ୍ଷ୍ୟରେ ଅନୁଷ୍ଠାନ ପ୍ରତିଷ୍ଠା…
ଭୁବନେଶ୍ବର: ଆଜି 5ଟି ସଚିବ ଭି କେ ପାଣ୍ଡିଆନ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜନ୍ମସ୍ଥାନ ସୁଆଣ୍ଡୋ ଗ୍ରାମ ପରିଦର୍ଶନରେ ଯାଇଥିଲେ। ସେଠାରେ ରାଜ୍ୟ ସରକାରଙ୍କ ତରଫରୁ ସୁଆଣ୍ଡୋ ପ୍ରକଳ୍ପ କାର୍ଯ୍ୟ ଚାଲିଛି। ତାହାର ସେ ତଦାରଖ କରିଥିଲେ। ସେଠାରେ ଗୋପବନ୍ଧୁଙ୍କ ଜନ୍ମସ୍ଥଳ ସହିତ ନିକଟରେ ଥିବା ପୁଷ୍କରଣୀ, ମନ୍ଦିର ଏବଂ ବିଦ୍ୟାଳୟର ପୁନଃଉଦ୍ଧାର କାର୍ଯ୍ୟ ଚାଲିଛି। ପାଣ୍ଡିଆନଙ୍କ ଗସ୍ତ ସମୟରେ ପୁରୀ ଜିଲ୍ଲା ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ସହିତ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।
ନୂଆଦିଲ୍ଲୀ: ଶେଷରେ କଂଗ୍ରେସରେ ଯୋଗଦେଇଛନ୍ତି ଓଡିଶାର ପୂର୍ବତନ ମୁଖ୍ୟଶାସନ ସଚିବ ବିଜୟ ପଟ୍ଟନାୟକ। ଆଜି ନୂଆଦିଲ୍ଲୀସ୍ଥିତ ଏଆଇସିସି କାର୍ଯ୍ୟାଳୟରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାଡଗେଙ୍କ ଉପସ୍ଥିତିରେ ସେ ଦଳରେ ସାମିଲ ହୋଇଛନ୍ତି। ଏଥିରେ କଂଗ୍ରେସ ଓଡିଶା ପ୍ରଭାରୀ ଚେଲ୍ଲା କୁମାର ଏବଂ ପ୍ରଦେଶ ସଭାପତି ଶରତ ପଟ୍ଟନାୟକ ଯୋଗ ଦେଇଥିଲେ। ବିଜୟଙ୍କୁ ଉତ୍ତରୀୟ ଏବଂ ଫୁଲ ତୋଡା ଦେଇ ଖାଡଗେ ଦଳକୁ ସ୍ବାଗତ କରିଥିଲେ। ସେ କଂଗ୍ରେସରେ ଯୋଗ ଦେବା ପରେ କହିଛନ୍ତି ଯେ, ଦଳର ଆଦର୍ଶରେ ଅନୁପ୍ରାଣିତ ହୋଇ କଂଗ୍ରେସରେ ଯୋଗ ଦେଇଛି। ମୋର ରାଜନୀତିରେ ଏହା ହେଉଛି ପ୍ରଥମ ପାଦ। ଓଡିଶାରେ ବର୍ତ୍ତମାନ କୁ ଶାସନ ଚାଲିଛି। ଲୋକଙ୍କ ପାଖରେ ଶାସନ ପହଞ୍ଚି ପାରୁ ନାହିଁ। ମୁଁ ଲୋକଙ୍କ ପାଇଁ କାମ କରିବି। ରାହୁଳ ଗାନ୍ଧୀଙ୍କ ଭାରତ ଯୋଡ ଯାତ୍ରା ବେଶ ସଫଳତା ହାସଲ କରିଛି। ସାରା ଭାରତରେ ଲୋକପ୍ରିୟ ହୋଇପାରିଛି। ମୋର ପ୍ରଶାସନିକ କ୍ଷେତ୍ରରେ ୪୦ ବର୍ଷର…
ସୀତାରାମ ଅଗ୍ରୱାଲ ବାଣପୁର: ବିବାହିତା ମହିଳାଙ୍କୁ ବଳାତ୍କାର ଏବଂ ଆପତ୍ତିଜନକ ଫୋଟୋ/ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରଲ କରି ଗିରଫ ହେଲେ ଅଭିଯୁକ୍ତ। ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ। ସୂଚନା ମୁତାବକ ବାଣପୁର ଥାନା ଅଞ୍ଚଳର ଜନୈକ ବିବାହିତା ମହିଳା ଙ୍କୁ ପ୍ରତାପ ଗ୍ରାମର ପ୍ରକାଶ ନାୟକ(24) ନାମକ ଅଭିଯୁକ୍ତ ଜୋର ଜବରଦସ୍ତି ବଳାତ୍କାର କରିବା ସହ ତାଙ୍କ ଆପତ୍ତିଜନକ ଫୋଟୋ/ଭିଡ଼ିଓ କୁ ସାମାଜିକ ଗଣମାଧ୍ୟମରେ ଭାଇରଲ କରିଥିଲେ। ଏହି ପରିପ୍ରେକ୍ଷୀରେ ମହିଳା ଜଣକ ଥାନାର ଦ୍ୱାରସ୍ଥ ହୋଇ ଲିଖିତ ଅଭିଯୋଗ କରିଥିଲେ। ଆଇଆଇସି ଜୟ ପ୍ରକାଶ ପରିଡ଼ାଙ୍କ ନେତୃତ୍ୱରେ ତୁରନ୍ତ ଏକ ଟିମ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଗତକାଲି ରାତିରେ ଅଭିଯୁକ୍ତଙ୍କୁ ଏକ ନିର୍ଦିଷ୍ଟ ଅଞ୍ଚଳରୁ ଗିରଫ କରିଥିଲେ l ଅଭିଯୁକ୍ତ ଙ୍କ ବିରୁଦ୍ଧରେ ବାଣପୁର ଥାନାରେ କେସ ନମ୍ବର 65/23 ରେ ବଳାତ୍କାର ଏବଂ ଆଇଟି ଆକ୍ଟରେ ମାମଲା ରୁଜୁ କରାଯାଇ ଆଜି କୋର୍ଟଚାଲାଣ…
ଭୁବନେଶ୍ବର: ଆଜି ଭୁବନେଶ୍ବରର ବିମାନ ବନ୍ଦରରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ବାୟୁ ସେନାର ଏକ ସ୍ବତନ୍ତ୍ର ବିମାନରେ ସେ ନିର୍ଦ୍ଧାରିତ ସମୟରେ ଭୁବନେଶ୍ବରରେ ପହଞ୍ଚିଛନ୍ତି। ବିମାନ ବନ୍ଦରରେ ତାଙ୍କୁ ସ୍ବାଗତ କରିବା ପାଇଁ ରାଜ୍ୟପାଳ ପ୍ରଫେସର ଗଣେଷୀଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉପସ୍ଥିତ ଥିଲେ। ଏଥିସହିତ ବିମାନ ବନ୍ଦରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ। ସେ ବିମାନ ବନ୍ଦରରୁ ସିଧା ଉତ୍କଳ ମଣ୍ଡପକୁ ଗସ୍ତ କରିଛନ୍ତି। ସେଠାରେ ସେ ଜ୍ଞାନପିଠ ମିଶନର ପ୍ରତିଷ୍ଠା ଦିବସରେ ଯୋଗଦେବେ।

