ନୂଆଦିଲ୍ଲୀ: ଆପଣ ଜନ ଧନ ଖାତା ଖୋଲିଛନ୍ତି କି? ତେବେ ଏହି ଖବର ଆପଣଙ୍କୁ ପଢିବା ଜରୁରୀ। ଜନ ଧନ ଯୋଜନା ଆକାଉଣ୍ଟରେ ଆପଣ ଅନେକ ସୁବିଧା ପାଇପାରିବେ। ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନା ଅଧୀନରେ କେନ୍ଦ୍ରରେ ଥିବା ମୋଦୀ ସରକାର ଶୂନ ବାଲାନ୍ସରେ ସେଭିଂ ଆକାଉଣ୍ଟ ଖୋଲିଛନ୍ତି। ଏଥିରେ ଦୁର୍ଘଟଣା ବୀମା, ଓଭରଡ୍ରାଫ୍ଟ ସୁବିଧା, ଚେକ୍ ବୁକ୍ ସହିତ ଅନେକ ପ୍ରକାରର ସୁବିଧା ଉପଲବ୍ଧ। ଜନ ଧନ ଯୋଜନା ଅଧୀନରେ, ଯଦିଓ ଆପଣଙ୍କ ଆକାଉଣ୍ଟରେ କୌଣସି ବାଲାନ୍ସ ନାହିଁ, ତେବେ ଆପଣ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଓଭରଡ୍ରାଫ୍ଟର ସୁବିଧା ପାଇପାରିବେ। ଏହି ସୁବିଧା ସ୍ୱଳ୍ପ ସମୟ ପାଇଁ ଋଣ ପରି ମିଳିଥାଏ। ଏହାପୂର୍ବରୁ ଏହି ପରିମାଣ ୫୦୦୦ ଟଙ୍କା ଥିଲା, କିନ୍ତୁ ସରକାର ଏହାକୁ ବହୁ ପୂର୍ବରୁ ୧୦ ହଜାର ଟଙ୍କାକୁ ବୃଦ୍ଧି କରିଛନ୍ତି। ନିୟମ କ’ଣ?: ଏହି ଆକାଉଣ୍ଟରେ ଓଭରଡ୍ରାଫ୍ଟ ସୁବିଧା ପାଇଁ ଆପଣଙ୍କର ସର୍ବାଧିକ ବୟସ…
Author: Samikhsya Bureau
ନୂଆଦିଲ୍ଲୀ: ଅଧିକ ମୂଲ୍ୟରେ ଅଟା କିଣୁଥିବା ଗ୍ରାହକଙ୍କୁ ସରକାର ଏକ ବଡ଼ ଆଶ୍ଵସ୍ତି ଦେଇଛନ୍ତି। ସରକାର ଖୁବ୍ ଶୀଘ୍ର ଶସ୍ତା ଅଟା ଯୋଗାଣ ଆରମ୍ଭ କରିବାକୁ ଯାଉଛନ୍ତି। ଖୋଲା ବଜାର ବିକ୍ରୟ ଯୋଜନା ଅନ୍ତର୍ଗତ କିଲୋଗ୍ରାମ ପିଛା ୨୯.୫୦ ଟଙ୍କାରେ ଗ୍ରାହକମାନେ ଅଟା କିଣି ପାରିବେ। ସରକାର ଏହାକୁ ‘ଭାରତ ଅଟା’ ନାମରେ ବିକ୍ରି କରିବେ। ଏହାର ବିକ୍ରି ୬ଫେବୃଆରୀରୁ ଆରମ୍ଭ ହେବ। ଉପଭୋକ୍ତା ବ୍ୟାପାର ମନ୍ତ୍ରଣାଳୟର ଏକ ବିବୃତ୍ତିରେ କୁହାଯାଇଛି ଯେ, ସରକାରୀ ଆଉଟଲେଟରୁ କିଲୋଗ୍ରାମ ପିଛା ୨୯.୫୦ ଟଙ୍କା କ୍ରୟ କରାଯାଇପାରିବ। ବିବୃତ୍ତିରେ ସୂଚନା ଦିଆଯାଇଛି ଯେ, ଜାତୀୟ କୃଷି ସମବାୟ ମାର୍କେଟିଂ ଫେଡେରେସନ୍ ଅଫ୍ ଇଣ୍ଡିଆ (ନାଫେଡ୍) ଏବଂ ନ୍ୟାସନାଲ ଫାଉଣ୍ଡେସନ୍ ଫର କ୍ରେଡିଟ୍ କାଉନସେଲିଂ (NFCC) ଏହାକୁ ଫେବୃଆରୀ ୬ ତାରିଖରୁ ବିକ୍ରି ଆରମ୍ଭ କରିବ। ବର୍ତ୍ତମାନ ଦେଶରେ କେଉଁ ମୂଲ୍ୟରେ ମଇଦା ବିକ୍ରି ହେଉଛି?: ବର୍ତ୍ତମାନ ଦେଶରେ ଅଟା ମୂଲ୍ୟ କିଲୋଗ୍ରାମ ପିଛା ୩୮…
ଲେଖକ: କମଳାକାନ୍ତ ଜେନା ଗତ କିଛି ଦିନ ଧରି କରୋନା ସହିତ ଲଢେଇ କରିବା ପରେ ଆମର ବିଜୟ ହେଇଛି ସତ, କିନ୍ତୁ ଆମର ଜୀବନ ଶୈଳୀରେ ଅନେକ ପରିବର୍ତନ ଦେଖାଦେଇଛି। କରୋନା ପରିସ୍ଥିତି ଆମକୁ ବଂଚିବା ପାଇଁ ନୂଆ ନୂଆ ପନ୍ଥା ଶିଖେଇଛି। କରୋନା ସମୟରେ ଅନେକ କିଛି ବଦଳିଗଲା। ଶିକ୍ଷା ବ୍ୟବସ୍ଥା ସେଥିରୁ ବାଦ୍ ପଡିନାହିଁ । ଶିକ୍ଷା ବ୍ୟବସ୍ଥାରେ ବିଶେଷ ପରିବର୍ତନ ଦେଖାଦେଇଥିଲା। ତାହା ଥିଲା ଅନ୍-ଲାଇନ୍ ପାଠ ପଢା ବ୍ୟବସ୍ଥା। କରୋନାରେ ସହର ବଜାର ଖୋଲିବା ସମ୍ଭବ ନଥିଲା। କିନ୍ତୁ ଅନ୍-ଲାଇନ୍ ବ୍ୟବସ୍ଥାରେ ଘରୁ ନ ବାହାରି ପାଠ ପଢିବା ଓ ପରୀକ୍ଷା ଦେବା ସମ୍ଭବ ହୋଇପାରିଥିଲା। ସବୁରୀ ଘରେ ସ୍ମାର୍ଟ ଫୋନ୍ ଦେଖିବାକୁ ମିଳିଲା। ପିଲାମାନେ ସ୍ମାର୍ଟ ଫୋନ୍ ଦେଖି ଦେଖି ପାଠ ପଢିଲେ। ଯାହା ହେଉ, କରୋନା ସମୟରେ ବନ୍ଦବାନ୍ଦ ଭିତରେ ବି ଆମ ପିଲାମାନେ ପାଠ ସହିତ ଯୋଡ଼ି ହୋଇ ରହିପାରିଲେ।…
ନୂଆଦିଲ୍ଲୀ: ଗ୍ରହମାନଙ୍କର ଚିକିତ୍ସା: ଯଦି ଆପଣଙ୍କର କୈଣସି ଗ୍ରହ ଖରାପ କିମ୍ବା କୁପ୍ରଭାବ ରହିଛି ତେବେ ନିମ୍ନଲିଖିତ ପ୍ରତିକାରଗୁଡିକ ଚେଷ୍ଟା କରନ୍ତୁ। ସୂର୍ଯ୍ୟ– ଚାଲୁଥିବା ପାଣିରେ ତମ୍ବା କିମ୍ବା ତମ୍ବାମୁଦ୍ରା ପକାନ୍ତୁ। ଚନ୍ଦ୍ର– ଏକ ପାତ୍ରରେ କ୍ଷୀର କିମ୍ବା ପାଣି ମୁଣ୍ଡ ପାଖରେ ରଖି ଶୋଇ ପଡନ୍ତୁ। ପରଦିନ ସମସ୍ତ ଜଳକୁ ବାଗୁଲ ଗଛ ମୂଳରେ ରଖ। ବୁଧ – ଝିଅମାନଙ୍କୁ ସବୁଜ ପୋଷାକ ଏବଂ ସବୁଜ ଚୁଡି ଦାନ କରନ୍ତୁ, ଦାନ୍ତକୁ ସଫା ରଖନ୍ତୁ। ଗୁରୁ- କପାଳରେ ଚନ୍ଦନ ତିଳକ ଲଗାନ୍ତୁ, ତୁଳସୀ ଗଛ ମୂଳରେ ପାଣି ଦିଅନ୍ତୁ, ଡାଲି ଦାନ କରନ୍ତୁ। ଶୁକ୍ର- ଘିଅ, କର୍ପୁର, ଦହି ଦାନ କରନ୍ତୁ ଏବଂ ସୁଗନ୍ଧିତ ପଦାର୍ଥ ବ୍ୟବହାର କରନ୍ତୁ। ଶନି- ବାଗୁଲ ଗଛ ଦାନ୍ତକାଠି ଘଷନ୍ତୁ, ଓସ୍ତ ଗଛ ମୂଳରେ ତେଲ ଢାଳନ୍ତୁ। ରାହୁ- ଗହମକୁ କ୍ଷୀରରେ ଧୋଇ ଏହାକୁ ପ୍ରବାହିତ ପାଣିରେ ଢାଳନ୍ତୁ, ମୂଳା ଦାନ କରନ୍ତୁ, ପକେଟରେ…
ଭୁବନେଶ୍ବର: ବରଗଡ଼ ଜିଲ୍ଲା ପାଇକମାଳ ରେ ଥିବା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର କୁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଭବରେ ଉନ୍ନୀତ କରାଯାଇଛି। ପାଇକମାଳ ଅଂଚଳର ଜନସାଧାରଣଙ୍କ ବହୁ ଦିନର ଦାବୀ ଆଜି ପୂରଣ ହୋଇଛି। ସୂଚନା ଯୋଗ୍ୟ ଯେ ଗତ ଉପନିର୍ବାଚନ ସମୟରେ ପାଇକମାଳ ର ଜନତା ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଙ୍କୁ ଭେଟି ପାଇକମାଳ ରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସ୍ଥାପନ କରିବା ପାଇଁ ଦାବୀ କରିଥିଲେ। ମୁଖ୍ୟମନ୍ତ୍ରୀ ସେମାନଙ୍କ ଦାବି କୁ ଗ୍ରହଣ କରି ଆବଶ୍ୟକ ପଦକ୍ଷେପ ନେବା ପାଇଁ ସ୍ୱାସ୍ଥ୍ୟ ବିଭାଗ କୁ ନିର୍ଦ୍ଦେଶ ଦେଇଥିଲେ। ଏହାଦ୍ୱାରା ସେଠାରେ ସ୍ୱାସ୍ଥ୍ୟ ଭିତ୍ତିଭୂମିର ଆହୁରି ଉନ୍ନତି ହେବା ସହିତ ଜନସାଧାରଣଙ୍କୁ ଅଧିକ୍ ଉନ୍ମତ ସ୍ୱାସ୍ଥ୍ୟ ସେବା ମିଳିପାରିବ। ଅଧିକ ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମୀ ନିଯୁକ୍ତ ହେବେ। ପାଇକମାଳ ର ଜନସାଧାରଣ ସେ ଅଞ୍ଚଳରେ ସ୍ୱାସ୍ଥ୍ୟ ସେବା ରେ ଉନ୍ନତି ପାଇଁ ଦୀର୍ଘ ଦିନ ହେଲା ଦାବୀ କରିଆସୁଥିଲେ।
ଲେଖା- ସୁଶ୍ରୀ ବିନି ମହାଜନ, ସଚିବ କେନ୍ଦ୍ର ଜଳଶକ୍ତି ମନ୍ତ୍ରଣାଳୟ ଏବଂ ପାନୀୟଜଳ ଓ ସ୍ୱଚ୍ଛତା ବିଭାଗ ସ୍ୱଚ୍ଛ ଭାରତ ମିଶନ-ଗ୍ରାମୀଣ ଏକ ଜନ ଆନ୍ଦୋଳନର ରୂପ ନେଇ ଏହି ବିରାଟ ଦେଶ ଭାରତର କୋଣ ଅନୁକୋଣରେ ପହଞ୍ଚିପାରିଛି । ଏହା କେବଳ ଲୋକଙ୍କ ଅଭ୍ୟାସ ଓ ଆଚରଣ ପରିବର୍ତ୍ତନ କରିନାହିଁ, ଘରେ ଘରେ ଏକ ପରିଚିତ ନାମ ପାଲଟିଛି । ଭାରତ ସରକାରଙ୍କ ଏକ ଧ୍ୱଜାଧାରୀ କାର୍ୟ୍ୟକ୍ରମ, ଏହି ସ୍ୱଚ୍ଛ ଭାରତ ମିଶନକୁ ଆଉ କେହି ନୁହେଁ ସ୍ୱୟଂ ପ୍ରଧାନମନ୍ତ୍ରୀ ପ୍ରୋତ୍ସାହିତ କରୁଛନ୍ତି । ସ୍ୱଚ୍ଛ ଭାରତ ମିଶନ-ଗ୍ରାମୀଣ ଏଯାବତ ଯେଉଁ ସଫଳତା ଅର୍ଜନ କରିଛି ତା’ ପଛରେ ରାଜ୍ୟ, ଜିଲ୍ଳା ପ୍ରଶାସନ, ବିକାଶମୂଳକ ଅଂଶୀଦାର, ଏନ୍ଜିଓ, ପଞ୍ଚାୟତ ନେତା ଓ ବିଭିନ୍ନ ଗୋଷ୍ଠୀ ତଥା ସମୁଦାୟଙ୍କର ଅବଦାନ ପ୍ରମୁଖ ଭାବେ ରହିଛି । ଭାରତକୁ ସ୍ୱଚ୍ଛ ଓ ସୁସ୍ଥ କରିବାର ଆଗ୍ରହ ତଥା ଉତ୍ସାହ ଏହି ସଫଳତାକୁ ବିଶେଷ…
ଭୁବନେଶ୍ୱର: ଆଜି ଭୀମଭୋଇ ସରକାରୀ ଦୃଷ୍ଟିହୀନ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ବିଦ୍ୟାଳୟ ସଭାକକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏହି ପୁରସ୍କାର ବିଦରଣ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସମୀର ରଞ୍ଜନ ଦାଶ ସନ୍ଥ କବି ଭୀମଭୋଇଙ୍କର କାଳଜୟୀ କବିତାରୁ ପଦେ ଉଦ୍ଦୃତ କରି ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ । ଏଥି ସହିତ ଜୀବନରେ ସଫଳତା ପାଇବା ପାଇଁ ଦୃଢ଼ ଆତ୍ମବିଶ୍ୱାସ ପୋଷଣ କରିବାକୁ ମଧ୍ୟ ବକ୍ତବ୍ୟରେ ମନ୍ତ୍ରୀ ଶ୍ରୀ ଦାଶ ପ୍ରକାଶ କରିଥିଲେ । ବିଧାୟକ ଶ୍ରୀ ଅନନ୍ତ ନାରାୟଣ ଜେନା ଓଡ଼ିଶାରେ ସଫଳତା ଅର୍ଜନ କରିଥିବା କିଛି ବ୍ୟକ୍ତିବିଶେଷଙ୍କ ଉଦାହରଣ ଦେଇ ପିଲାମାନଙ୍କୁ ଆଗକୁ ସଫଳତା ଅର୍ଜନ କରିବାକୁ ପ୍ରେରଣା ଦେଇଥିଲେ ତଥା ନିଜକୁ ସର୍ବଦା ସକ୍ଷମ ମଣିବାକୁ ଉତ୍ସାହ ପ୍ରଦାନ କରିଥିଲେ । ସ୍ଥାନୀୟ କର୍ପୋରେଟର ଶ୍ରୀମତୀ ରଞ୍ଜୁଲତା ରାୟ,…
ଭୁବନେଶ୍ବର: ଓଡିଶାରେ ଖୁବ ଶିଘ୍ର ଟଙ୍କା ଛପା ହେଉଥିବା କାଗଜ ତିଆରି ହେବ। ରାଜ୍ୟ ସରକାର ପେପର ସେକ୍ଟରରେ ୨ ଟି ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି। ସେ ଦୁଇଟି ହେଲେ Bank Note Paper Mill India Private Limited ଏବଂ Deevyashakti India Private Limited। ବ୍ୟାଙ୍କ ନୋଟ୍ ପେପର ମିଲ୍ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ୍ ୨୫୦୦ କୋଟି ବିନିଯୋଗରେ ବାଲେଶ୍ବରରେ ଏହି ବ୍ୟାଙ୍କ ନୋଟ୍ ପେପର ୟୁନିଟ୍ ପ୍ରତିଷ୍ଠା କରିବ। ଏହି ପ୍ରକଳ୍ପରେ ୮୦୦ ରୁ ଅଧିକ ଲୋକଙ୍କୁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ। ଅନ୍ୟପକ୍ଷରେ, ଦିବ୍ୟଶକ୍ତି ଇଣ୍ଡିଆ ପ୍ରାଇଭେଟ ଲିମିଟେଡ ଢେଙ୍କାନାଳରେ ଏକ ଇଣ୍ଟିଗ୍ରେଟେଡ୍ ପଲ୍ପ ଏବଂ ପେପର ମିଲ ପ୍ରତିଷ୍ଠା କରିବାକୁ ପ୍ରସ୍ତାବ ଦେଇଛି। ଯେଉଁଥିରେ ୧୦୦୦ କୋଟି ଟଙ୍କା ମୂଲ୍ୟର ପୁଞ୍ଜି ବିନିଯୋଗ ହେବା ସହିତ ରାଜ୍ୟର ପ୍ରାୟ ୩୦୦୦ ଲୋକଙ୍କୁ ନିଯୁକ୍ତି ସୁଯୋଗ ପ୍ରଦାନ କରିବ ବୋଲି ଆଶା କରାଯାଉଛି।
ଭୁବନେଶ୍ବର: ଆଜି ଭୁବନେଶ୍ବରରୁ ଛଅ ଜଣିଆ ଡାକ୍ତରୀ ଦଳ ନବରଂଗପୁର ଗସ୍ତ କରିଛନ୍ତି। ସେମାନେ ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟ ସେବାରେ ଏହି ଗସ୍ତ କରିଛନ୍ତି। ନବରଂଗପୁରରେ କେତେକ ଜରୁରୀ ରୋଗୀଙ୍କୁ ଏମାନେ ଚିକିତ୍ସା କରିବେ। ସେଠାରେ ଏହି ଦଳ ପ୍ରାୟ ଆଠ ଶହ ରୋଗୀ ଦେଖିବେ ବୋଲି ସ୍ବାସ୍ଥ୍ୟ ସଚିବ କହିଛନ୍ତି। ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟ ସେବାକୁ ଗତ ବର୍ଷ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭାରମ୍ଭ କରିଥିଲେ। ଏହି ସେବା ମାଧ୍ୟମରେ ଭୁବନେଶ୍ବରରୁ ଭଲ ଡାକ୍ତରୀ ଦଳ ଆଦିବାସୀ ଜିଲ୍ଲାକୁ ଯାଇ ଚିକିତ୍ସା କରି ଫେରିବେ। ସେଥିପାଇଁ ଏକ ସ୍ବତନ୍ତ୍ର ବିମାନକୁ ଭଡା ସୁତ୍ରରେ ନିଆଯାଇଥାଏ।
ଭୁବନେଶ୍ବର: ଆଜି ସକାଳେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପରିବାର ସହିତ ପ୍ରଭୃ ଲିଙ୍ଗରାଜଙ୍କୁ ଦର୍ଶନ କରିଛନ୍ତି। ସେ ପ୍ରାୟ ୪୦ ମିନଟ ଧରି ମନ୍ଦିରରେ ରହି ପୂଜା ଅର୍ଚ୍ଚନା କରିଥିଲେ। ସେ ମନ୍ଦିରରେ ଉଭୟ ଜଳାଭିଷେକ ଏବଂ ଖିର ଅଭିଷେକ ମଧ୍ୟ କରିଥିଲେ। ସେତିକି ନୁହେଁ ସେ ମନ୍ଦିର ବେଢା ଭ୍ରମଣ କରି ସମସ୍ତ ମନ୍ଦିରରେ ମୁଣ୍ଡିଆ ମାରିଥିଲେ। ରାଷ୍ଟ୍ରପତିଙ୍କ ପାଇଁ ମନ୍ଦିରର ଐତିହ୍ୟ ସଂପର୍କରେ ଅବଗତ କରାଇବା ପାଇଁ ମନ୍ଦିର ପ୍ରଶାସନ ତରଫରୁ ଜଣଙ୍କୁ ନିଯୁକ୍ତ କରାଯାଇଥିଲା। ଏହି ସମୟରେ ତାଙ୍କ ପାଖରେ ଖୋର୍ଦ୍ଧା ଜିଲ୍ଲାପାଳ, ମନ୍ଦିର ପ୍ରଶାସନ ମୁଖ୍ୟଙ୍କ ସହିତ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। ମନ୍ଦିର ଚତୁପାର୍ଶରେ ସମସ୍ତେ ପରିଦର୍ଶନ କରିଥିଲେ। ଏହାପରେ ରାଷ୍ଟ୍ରପତିଙ୍କୁ ଜିଲ୍ଲା ପ୍ରଶାସନ ତରଫରୁ ପ୍ରଭୃ ଲିଙ୍ଗରାଜଙ୍କ ଶୁଖୁଲା ପ୍ରସାଦ ପ୍ରଦାନ କରାଯାଇଥିଲା। ଅନ୍ୟପକ୍ଷରେ ରାଷ୍ଟ୍ରପତି ସେଠାରେ ଥିବା ସେବକମାନଙ୍କୁ ଉପଢୌକନ ଦେଇ ସମ୍ମାନିତ କରିଥିଲେ। ରାଷ୍ଟ୍ରପତି ପ୍ରଥମେ ରଥ ରୋଡ ଦେଇ…
ଭୁବନେଶ୍ୱର: ମାଛଚାଷ କୃଷକମାନଙ୍କ ଆୟବୃଦ୍ଧିରେ ଏକ ପ୍ରଧାନ ଅଙ୍ଗ ହୋଇଥିବାରୁ ମାଛଚାଷର ବିକାଶ ଓ ମତ୍ସ୍ୟଜୀବୀମାନଙ୍କର କଲ୍ୟାଣ ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ଅନେକଗୁଡ଼ିଏ ସମୟୋପଯୋଗୀ ଯୋଜନା କାର୍ଯ୍ୟକାରୀ କରାଯାଇଛି । ଏହା ଦ୍ୱାରା ବିଗତ ୨୦ ବର୍ଷରେ ମାଛ ଉତ୍ପାଦନ ପ୍ରାୟ ୪ ଗୁଣ ଅଧିକ ବୃଦ୍ଧି ପାଇଛି ବୋଲି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି । ବାଲେଶ୍ୱର ଆଇଟିଆଇ ପଡ଼ିଆଠାରେ ଆକ୍ୱାକଲଚର ଏକ୍ସପୋ-୨୦୨୩କୁ ଉଦ୍ଘାଟନ କରିବା ଅବସରରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି ଯେ ରାଜ୍ୟ ତଥା ଦେଶର ଅର୍ଥନୈତିକ ଅଭିବୃଦ୍ଧିରେ ମତ୍ସ୍ୟସଂପଦର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ବିଗତ ୨୦ ବର୍ଷରେ ସାମୁଦି୍ରକ ଖାଦ୍ୟ ରପ୍ତାନୀ ପ୍ରାୟ ୧୨ଗୁଣ ବୃଦ୍ଧି ପାଇଛି । ୨୦୦୦-୦୧ ବର୍ଷରେ ଓଡ଼ିଶାରୁ ୩୭୯ କୋଟି ଟଙ୍କାର ସାମୁଦି୍ରକ ଖାଦ୍ୟ ବିଦେଶକୁ ରପ୍ତାନୀ ହୋଇଥିବାବେଳେ ୨୦୨୧-୨୨ ବର୍ଷରେ ଏହା…
କଟକ: ଭୁବନେଶ୍ବରରେ ପ୍ରଭୃ ଲିଙ୍ଗରାଜଙ୍କ ଦର୍ଶନ ପରେ କଟକରେ ପହଞ୍ଚିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସେ ବିଦ୍ୟାଧରପୁରଠାରେ ଅବସ୍ଥିତ କେନ୍ଦ୍ରୀୟ ଧାନ ଗବେଷଣା କେନ୍ଦ୍ରରେ ଆୟୋଜିତ ଧାନ ସମ୍ମିଳନୀରେ ଯୋଗ ଦେଇଛନ୍ତି। ଏହି ସଭାରେ ରାଜ୍ୟପାଳ ପ୍ରଫେସର ଗଣେଷୀ ଲାଲ, କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର, ରାଜ୍ୟ କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଏବଂ ବହୁ ବୈଜ୍ଞାନିକ ମଧ୍ୟ ଯୋଗ ଦେଇଛନ୍ତି। ଏହି ସମ୍ମିଳନୀରେ ରାଷ୍ଟ୍ରପତି ଦୀକ୍ଷାନ୍ତ ଭାଷଣ ଦେବାର କାର୍ଯ୍ୟକ୍ରମ ରହିଛି।
ଭୁବନେଶ୍ବର: ଆଜି ରାଷ୍ଟ୍ରପତିଙ୍କୁ ଓଡିଶା ଗସ୍ତର ଦ୍ବିତୀୟ ଦିନ। ଆଜି ରାଷ୍ଟ୍ରପତି ରାଜଭବନରୁ ବାହାରି ଲିଙ୍ଗରାଜ ମନ୍ଦିରରେ ପ୍ରବେଶ କରିଛନ୍ତି। ସେ ସେଠାରେ ପ୍ରଭୃଙ୍କ ଦର୍ଶନ କରିବା ସହିତ ବେଢା ପରିକ୍ରମା କରିବେ। ତାଙ୍କ ସହିତ ରାଜ୍ୟପାଳ ପ୍ରଫେସର ଗଣେଷୀ ଲାଲ ମଧ୍ୟ ଅଛନ୍ତି। ରାଷ୍ଟ୍ରପତି ପ୍ରାୟ 30 ମିନଟ ମନ୍ଦିର ପରିଦର୍ଶନ କରିବେ। ସେଥିପାଇଁ ଆଜି କିଛି ସମୟ ପାଇଁ ସାଧାରଣ ଦର୍ଶନ ବନ୍ଦ କରାଯାଇଛି। ଏହାପରେ ରାଷ୍ଟ୍ରପତି ବିମାନ ବନ୍ଦର ଯାଇ ସେଠାରୁ କଟକ ଅଭିମୁଖେ ଯାତ୍ରା କରିବେ। ସେଠାରେ ସେ ବିଦ୍ୟାଧରପୁରରେ ଅବସ୍ଥିତ ଜାତୀୟ ଧାନ ଗବେଷଣା କେନ୍ଦ୍ର ପରିଦର୍ଶନ କରିବେ। ସେଠାରେ ଜାତୀୟ ଧାନ ସମ୍ମିଳନୀକୁ ମଧ୍ୟ ରାଷ୍ଟ୍ରପତି ଉଦବୋଧନ ଦେବେ। ଏହି କାର୍ଯ୍ୟକ୍ରମରେ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର, ରାଜ୍ୟ କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ପ୍ରମୁଖ ଯୋଗଦେବେ।
ସୀତାରାମ ଅଗ୍ରୱାଲ ଚିଲିକା: ଗତ ୯ ତାରିଖ ଦିନ ‘ସମୀକ୍ଷା’ ରେ ‘ବାଣପୁର-ବାଲୁଗାଁରେ ଅପମିଶ୍ରିତ ଖାଦ୍ୟକୁ ନେଇ ବଢୁଛି ଜନଅସନ୍ତୋଷ: ନିଦ୍ରାରେ ଖାଦ୍ୟ ଓ ସୁରକ୍ଷା ବିଭାଗ’ ନାମକ ଏକ ଖବର ପ୍ରସାରଣ କରାଯାଇଥିଲା। ତେବେ ଖବର ବାଜିବା ପରେ ଏହାର ସୁଫଳ ଦେଖିବାକୁ ମିଳିଛି। ଗତକାଲି ଅର୍ଥାତ ୧୦ ତାରିଖ ରାତିରେ ଖାଦ୍ୟ ଓ ସୁରକ୍ଷା ବିଭାଗ ପକ୍ଷରୁ ବାଣପୁର ସହରାଞ୍ଚଳରେ ରାତ୍ରିକାଳିନ ଚଢ଼ାଉ କରାଯାଇଛି । ଖୋର୍ଦ୍ଧା ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଏବଂ ସିଡ଼ିଏମଓ ଡ଼ା ଆର୍ତ୍ତବନ୍ଧୁ ନାୟକଙ୍କ ନିର୍ଦେଶକ୍ରମେ ଟାଙ୍ଗୀ ଖାଦ୍ୟ ଓ ସୁରକ୍ଷା ଅଧିକାରୀ ଦେବାଶିଷ ବଳ ବାଣପୁର ର ୨୩ ଗୋଟି ଫୁଡ ଷ୍ଟଲରେ ରାତ୍ରିକାଳିନ ଚଢ଼ାଉ କରିଛନ୍ତି। ଉକ୍ତ ସମୟରେ ବିଭିନ୍ନ ଦୋକାନ ରୁ ବାସି ଖାଦ୍ୟ ଏବଂ ଖାଦ୍ୟ ରଙ୍ଗ ଜବତ କରି ନଷ୍ଟ କରିଦିଆଯାଇଛି। ସେହିପରି ଭାବେ ୧୨ ଗୋଟି ଲାଇସେନ୍ସ ବିହୀନ ଦୋକାନୀଙ୍କୁ ୧୦ ଦିନ ଭିତରେ…
ଲକ୍ଷ୍ନୌ : ଦେଶର ସର୍ବବୃହତ କମ୍ପାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡର ମାଲିକ ମୁକେଶ ଅମ୍ବାନି ଉତ୍ତର ପ୍ରଦେଶରେ ୭୫ ହଜାର କୋଟି ଟଙ୍କା ନିବେଶ କରିବେ। ଏହି ନିବେଶ ଦ୍ୱାରା ପ୍ରାୟ ୧ ଲକ୍ଷ ନୂଆ ନିଯୁକ୍ତି ସୃଷ୍ଟି ହେବା ଆଶା କରାଯାଉଛି। ଲକ୍ଷ୍ନୌରେ ଆୟୋଜିତ ‘ଉତ୍ତର ପ୍ରଦେଶ ଗ୍ଲୋବାଲ ଇନଭେଷ୍ଟର୍ସ ସମ୍ମିଟ୍’ରେ ଏହି ଘୋଷଣା କରିଛନ୍ତି ମୁକେଶ ଅମ୍ବାନି। ସେ ଜୋର୍ ଦେଇ କହିଛନ୍ତି ଯେ ୫ ବର୍ଷ ମଧ୍ୟରେ ଉତ୍ତର ପ୍ରଦେଶ ଅର୍ଥନୀତି ୧ ଟ୍ରିଲିଅନ ଡଲାରରେ ପହଞ୍ଚିବ। ରିଲାଏନ୍ସ ଉତ୍ତର ପ୍ରଦେଶରେ ୧୦ ଗିଗାୱାଟର ଅକ୍ଷୟ ଶକ୍ତି ଉତ୍ପାଦନ କ୍ଷମତା ସ୍ଥାପନ କରିବାକୁ ଯୋଜନା କରିଛି। ଏହା ଉତ୍ତର ପ୍ରଦେଶରେ ଏପର୍ଯ୍ୟନ୍ତ ସବୁଠାରୁ ବଡ ଅକ୍ଷୟ ଶକ୍ତି ପରିଯୋଜନା ହେବ। କମ୍ପାନୀ ଉତ୍ତର ପ୍ରଦେଶରେ ବାୟୋଗ୍ୟାସ୍ ବ୍ୟବସାୟରେ ପ୍ରବେଶ କରିବା ସମ୍ପର୍କରେ ମଧ୍ୟ ଘୋଷଣା କରିଛି। ଏ ସମ୍ପର୍କରେ ପ୍ରକାଶ କରି ମୁକେଶ ଅମ୍ବାନି କହିଥିଲେ ଯେ…
ଭୁବନେଶ୍ବର: ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଗତକାଲି ଅପରାହ୍ନ ରାଜଭବନ ପରିସରରେ ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଏବଂ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ନୂତନ ଅଭିଷେକ ହଲର ଶୁଭ ଉଦ୍ଘାଟନ କରିଛନ୍ତ। ଏହି ଅଭିଷେକ ହଲଟି ୪୭ ହଜାର ୩୯୦ ବର୍ଗଫୁଟ ବିଶିଷ୍ଟ ସ୍ଥାନରେ ନିର୍ମାଣ କରାଯାଇଛି।ଏହି ଅତ୍ୟାଧୁନିକ ଭବ୍ୟ ଅଭିଷେକ ହଲର ନିର୍ମାଣରେ ୨୫.୨୩ କୋଟି ଟଙ୍କା ବ୍ୟୟ ହୋଇଛି। ଏହାର ମୁଖ୍ୟ ସମ୍ମିଳନୀ କକ୍ଷରେ ୯୦୦ ଅତିଥିଙ୍କ ବସିବା ସୁବିଧା ରହିଥିବାବେଳେ ୧୨୦୦ ଲୋକ ଠିଆ ହୋଇପାରିବେ। ମୁଖ୍ୟ ସମ୍ମିଳନୀ କକ୍ଷ ସହ ବାଙ୍କୁଏଟ୍ ହଲ୍, ୫ଟି ଲାଉଞ୍ଜ, ୪ଟି ପ୍ରବେଶ ଓ ପ୍ରସ୍ଥାନ ଦ୍ୱାର ରହିଛି। ଏହି ଅଭିଷେକ ହଲରେ ସମସ୍ତ ଅତ୍ୟାଧୁନିକ ସୁବିଧା ଉପଲବ୍ଧ କରାଯାଇଛି।
ନୂଆଦିଲ୍ଲୀ: ଏହି ମନ୍ଦିରଟି ହେଉଛି ଇଣ୍ଡୋନେସିଆର ବାର୍ଲି ଦ୍ବୀପର ତବାନାନ ଠାରେ ଅବସ୍ଥିତ। ସ୍ଥାନୀୟ ଭାଷାରେ ଏହି ମନ୍ଦିର ନାମ ହେଲା “ତାନାହା ଲୋଟ”। ଯାହାର ଅର୍ଥ ହେଲା ସମୁଦ୍ର ଭିତରେ ସ୍ଥଳଭାଗ। ଏହି ମନ୍ଦିରଟିର ବିଶେଷତ୍ବ ହେଲା ଶହଶହ ବର୍ଷ ଧରି ଏହା ସମୁଦ୍ର ଜୁଆର ତଥା ଲୁଣି ପାଣିରେ ମାଡ ହେଉଥିଲେ ମଧ୍ୟ ତାହା ଅକ୍ଷତ ଅବସ୍ଥାରେ ରହିଛି। ଏହି ମନ୍ଦିରଟି ସମୁଦ୍ରର ଏକ ବିରାଟ ପଥର ଉପରେ ଅବସ୍ଥିତ ହୋଇଛି। ଏହି ମନ୍ଦିରକୁ ୧୬ତମ ଖ୍ରୀଷ୍ଟାଦ୍ଦରେ ଡ୍ୟାଙ୍ଗ ହାଙ୍ଗ ନିରର୍ଥଙ୍କ ଦ୍ବାରା ନିର୍ମିତ ହୋଇଛି ବୋଲି କୁହାଯାଉଛି। ନିରର୍ଥ ଦକ୍ଷିଣ ଉପକୂଳରେ ଯାତ୍ରା କରିବା ସମୟରେ ସେ ସେହି ପଥର-ଦ୍ୱୀପର ସୁନ୍ଦର ସ୍ଥିତି ଦେଖି ସେଠାରେ ବିଶ୍ରାମ କରୁଥିଲେ। ବିଶ୍ରାମ ସମୟରେ ସେ କିଛି ମତ୍ସ୍ୟଜୀବୀ ଦେଖି ତାଙ୍କୁ ଉପହାର ଦେଲେ। ଏହା ପରେ ନିରର୍ଥ ସେହି ଛୋଟ ଦ୍ୱୀପରେ ରାତି ମଧ୍ୟ କଟିଲେ। ପରେ ସେ…
ନୂଆଦିଲ୍ଲୀ: ସୂର୍ଯ୍ୟ ଦେବ ଆସନ୍ତା ଫେବୃଆରୀ ୧୩ ତାରିଖରେ ମକର ରାଶିରୁ କୁମ୍ଭ ରାଶିକୁ ପ୍ରବେଶ କରିବାକୁ ଯାଉଛନ୍ତି। ଏହି ଦିନ, ସୂର୍ଯ୍ୟ ସକାଳ ପ୍ରାୟ ୦୯:୫୭ ରେ କୁମ୍ଭରେ ପ୍ରବେଶ କରିବେ। ଏହି ରାଶିରେ କର୍ମର ଭଗବାନ ଶନି ଉପସ୍ଥିତ ଅଛନ୍ତି। ଫଳରେ ଆସନ୍ତା ଏକ ମାସ ପାଇଁ ସୂର୍ୟ୍ୟ ଏବଂ ଶନିଙ୍କ ମିଳନ କୁମ୍ଭରେ ରହିବ। ଜ୍ୟୋତିଷମାନେ କହିଛନ୍ତି ଯେ ସୂର୍ଯ୍ୟଙ୍କର ଆଗାମୀ ଚଳନରେ ଚାରୋଟି ରାଶି ପାଇଁ ଅନୁକୂଳ ଦେଖାଯାଉ ନାହିଁ। ଏହି ରାଶିଗୁଡିକର ଲୋକଙ୍କୁ ଆସନ୍ତା ଏକ ମାସ ପାଇଁ ବହୁତ ସତର୍କ ରହିବାକୁ ପଡିବ। ଏହି ଚାରୋଟି ରାଶିର ଅସୁବିଧା ବୃଦ୍ଧି ପାଇବାକୁ ଯାଉଛି। ସେହି ଚାରୋଟି ରାଶି ହେଲା.. କର୍କଟ ରାଶିରେ ସୂର୍ଯ୍ୟ ଗୋଚର 2023: ସୂର୍ଯ୍ୟ କୁମ୍ଭରେ ପ୍ରବେଶ କରିବା ପରେ ଆପଣଙ୍କୁ ଯତ୍ନର ସହ ଅର୍ଥ ବିନିଯୋଗ କରିବାକୁ ପଡିବ। ଆର୍ଥିକ କ୍ଷତିର ସମ୍ଭାବନା ଅଛି। ଟଙ୍କା ସମସ୍ୟା ଦୁଇ-ଚାରି…
ମେଷ- ଦୈନ୍ୟନ୍ଦିନ କାର୍ଯ୍ୟଗୁଡିକ ପାଇଁ କିଛି ବିପଦ ହୋଇପାରେ। ଚାକିରିରେ ସମସ୍ୟା ହୋଇପାରେ। ଆପଣଙ୍କର କାହା ସହିତ ବିବାଦ ହେବାର ସମ୍ଭାବନା ଅଛି। ଅଧିକ ଚିନ୍ତାରେ ସମୟ ନଷ୍ଟ କରନ୍ତୁ ନାହିଁ । ହଠାତ୍ ଆପଣଙ୍କର ଅସୁବିଧା ମଧ୍ୟ ବଢିପାରେ। କାର୍ଯ୍ୟରେ ବାଧା ଯୋଗୁଁ ଆପଣଙ୍କ ମନୋବଳ ବିଚଳିତ ହୋଇପାରେ। ଲୋକମାନେ କେତେକ କ୍ଷେତ୍ରରେ ଆପଣଙ୍କୁ ସାହାଯ୍ୟ ପାଇବାକୁ ସକ୍ଷମ ହେବେ ନାହିଁ। ସ୍ୱାସ୍ଥ୍ୟରେ ପରିବର୍ତ୍ତନ ଆସିପାରେ । ନିଦ୍ରା ଅଭାବ ହେବ। ମୁଣ୍ଡବିନ୍ଧା ଏବଂ ଆଖିରେ ଉତ୍ତେଜନା ଦେଖାଦେଇପାରେ । ବୃଷ- ଶୀଘ୍ର କୌଣସି କାମ କରନ୍ତୁ ନାହିଁ । ଧାର୍ମିକ ଏବଂ ସାଂସ୍କୃତିକ ମହୋତ୍ସବରେ ଯୋଗଦାନ କରିପାରନ୍ତି। ପ୍ରାର୍ଥନାରେ ଧ୍ୟାନ ଦେବେ । ବ୍ୟବସାୟ ଭଲ କରିବ । ଅଫିସ ଚାକିରିରେ ସନ୍ତୁଷ୍ଟ ରହିବେ। ପଂଜି ବିନିଯୋଗ ଇତ୍ୟାଦିରେ ଲାଭବାନ ହେବ। ଘରେ ଏବଂ ବାହାରେ ଜୀବନ ଖୁସି ହେବ। ଆର୍ଥିକ ଦିଗ ଦୃଢ ହେବ। ଘରର ଉପଯୋଗୀ…
ଭୁବନେଶ୍ୱର: ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଆନୁକୂଲ୍ୟରେ ଆୟୋଜିତ ସପ୍ତଦଶ ତୋଷାଳୀ ଜାତୀୟ ହସ୍ତଶିଳ୍ପ ମେଳାର ଦଶମ ସଂଧ୍ୟାରେ ବରେଣ୍ୟ ଅତିଥି ଭାବରେ ଓଡ଼ିଶା ହାଇକୋର୍ଟ, କଟକର ଜଷ୍ଟିସ ଚିତ୍ତ ରଞ୍ଜନ ଦାଶ ଏବଂ ବିଶିଷ୍ଟ କବୟିତ୍ରୀ ଓ ଲେଖିକା ଶ୍ରୀମତୀ ଅଭିପସା ଦାସ ଯୋଗଦେଇ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ପାଦପଦ୍ମରେ ପୁଷ୍ପଗୁଚ୍ଛ ଅର୍ପଣ କରି ପ୍ରଦୀପ ପ୍ରଜ୍ୱଳନ କରିବା ସହିତ ରୁଦ୍ରାକ୍ଷ ବୃକ୍ଷରେ ଜଳାର୍ପଣ କରି ସାଂସ୍କୃତିକ ସଂଧ୍ୟାର ଶୁଭାରମ୍ଭ କରିଥିଲେ । ମଞ୍ଚରେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ସ୍ୱତନ୍ତ୍ର ସଚିବ ଶ୍ରୀଯୁକ୍ତ ଶ୍ରୀକାନ୍ତ ପୃଷ୍ଟି ଏବଂ ହସ୍ତଶିଳ୍ପ ନିର୍ଦ୍ଦେଶକ ଶ୍ରୀଯୁକ୍ତ ଶ୍ୟାମଭକ୍ତ ମିଶ୍ର ଉପସ୍ଥିତ ରହି ବରେଣ୍ୟ ଅତିଥିଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ମାନିତ କରିଥିଲେ । ଆଜିର ସାଂସ୍କୃତିକ ସନ୍ଧ୍ୟା ପଶ୍ଚିମ ଓଡ଼ିଶାର ଲୋକପ୍ରିୟ ଲୋକସଂସ୍କୃତି ପାଇଁ ସମର୍ପିତ ଥିଲା। ଦର୍ଶକ ତଥା ପରିଦର୍ଶକମାନଙ୍କୁ ଏହା ଓଡ଼ିଶାର କଳା, ସଂସ୍କୃତି ତଥା…
ଭୁବନେଶ୍ୱର: ଭାରତର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଆଜି ଅପରାହ୍ନ ରାଜଭବନ ପରିସରରେ ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଏବଂ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ନୂତନ ଅଭିଷେକ ହଲର ଶୁଭ ଉଦ୍ଘାଟନ କରିଛନ୍ତ। ଉଦ୍ଘାଟନ ସମୟରେ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ସମେତ ରାଜ୍ୟ ପ୍ରଶାସନର ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। ୪୭ ହଜାର ୩୯୦ ବର୍ଗଫୁଟ ବିଶିଷ୍ଟ ଏହି ଅତ୍ୟାଧୁନିକ ଭବ୍ୟ ଅଭିଷେକ ହଲର ନିର୍ମାଣରେ ୨୫.୨୩ କୋଟି ଟଙ୍କା ବ୍ୟୟ ହୋଇଛି। ଏହାର ମୁଖ୍ୟ ସମ୍ମିଳନୀ କକ୍ଷରେ ୯୦୦ ଅତିଥିଙ୍କ ବସିବା ସୁବିଧା ରହିଥିବାବେଳେ ୧୨୦୦ ଲୋକ ଠିଆ ହୋଇପାରିବେ। ମୁଖ୍ୟ ସମ୍ମିଳନୀ କକ୍ଷ ସହ ବାଙ୍କୁଏଟ୍ ହଲ୍, ୫ଟି ଲାଉଞ୍ଜ, ୪ଟି ପ୍ରବେଶ ଓ ପ୍ରସ୍ଥାନ ଦ୍ୱାର ରହିଛି। ଏହି ଅଭିଷେକ ହଲରେ ସମସ୍ତ ଅତ୍ୟାଧୁନିକ ସୁବିଧା ଉପଲବ୍ଧ କରାଯାଇଛି।

