Author: Samikhsya Bureau

ଭୁବନେଶ୍ୱର: ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ  ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସି ଆଜି ଅପରାହ୍ନ ୪ଟା ୦୫ମିନିଟ୍  ସମୟରେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଦ୍ୱିତୀୟ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସେ ଉପସ୍ଥିତ ଛାତ୍ରୀ,ଅଧ୍ୟାପିକା ଓ ଅଧ୍ୟାପକମାନଙ୍କ ଉଦ୍ଦେଶ୍ୟରେ ଉଦବୋଧନ ଦେବା ସହିତ ଜଣେ ପୁରାତନ ଛାତ୍ରୀଭାବେ ଏଠାରେ ବିତାଇଥିବା ନିଜ ପୁରୁଣା ଦିନର ସ୍ମୃତିଚାରଣ କରିଥିଲେ। ଏହି ଅବସରରେ ରାଷ୍ଟ୍ରପତି ମା ରମାଦେବୀଙ୍କ ପ୍ରତି ସାଦର ଶ୍ରଦ୍ଧା, ସୁମନ ଅର୍ପଣ କରିବା ସହିତ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ବିଶ୍ୱବିଦ୍ୟାଳୟର ଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ। ଉତ୍କଳର ଅନ୍ୟ ବରପୁତ୍ରମାନଙ୍କୁ ପ୍ରଣିପାତ କରିଥିଲେ। ଏହି ଅନୁଷ୍ଠାନର ପୁରାତନ ଛାତ୍ରୀଭାବେ ସେ ନିଜକୁ ଅତ୍ୟନ୍ତ ଆନନ୍ଦିତ ଓ ଗର୍ବିତ ମନେ କରି ସେ ସମୟର ଅଧ୍ୟାପିକା ବିଣାପାଣି ମହାନ୍ତି ଓ ଶକୁନ୍ତଳା ବଳିୟାର ସିଂଙ୍କର ନାମ ନେଇ ସେତେବେଳର ଅଧ୍ୟାପକ ଓ ଅଧ୍ୟାପିକାଙ୍କର ଶିକ୍ଷାଦାନ ପଦ୍ଧତି ସେମାନଙ୍କୁ ଅନୁପ୍ରାଣିତ…

Read More

ବାଣପୁର: ବାଣପୁର ବ୍ଲକ ଅଧିନସ୍ଥ ନୀଳାଦ୍ରି ଗ୍ରାମ ପଞ୍ଚାୟତର ଅରାଙ୍ଗ ଗ୍ରାମରେ ଶୁକ୍ରବାର ପୂର୍ବାହ୍ନରେ ଆଦର୍ଶ ଆରୋଗ୍ୟ ସେବା ସଦନ, ବାଣପୁର ଓ ହେଲଥ ଭିଲେଜ ହସ୍ପିଟାଲ ଭୁବନେଶ୍ୱର ଙ୍କ ମିଳିତ ଆନୁକୂଲ୍ୟରେ ଏକ ନିଃଶୁଳ୍କ ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ ହୋଇଯାଇଛି l ଏହି ଶିବିରରେ ପ୍ରଖ୍ୟାତ ଯନ୍ତ୍ରଣା ଉପଶମ ଡାକ୍ତର ଶୋଭନ କୁମାର ରଥ ଯୋଗଦେଇ ଚିକିତ୍ସା କରିଥିଲେ। ସମୁଦାୟ 70ଜଣ ରୋଗୀ ନିଶୁକ୍ଳ ଚିକିତ୍ସା ହୋଇଥିଲେ। ସେବା ସଦନର ପ୍ରତିଷ୍ଠାତା ଭି. କାମେଶ୍ୱର ଆଚାରୀ, ସ୍ୱାସ୍ଥ୍ୟସହାୟକ ପ୍ରଦୀପ ସାହୁ, ସମାଜସେବୀ ସାଗର ସାହୁ ଏବଂ ରବୀନ୍ଦ୍ର ସାହୁ ଏହି ଶିବିରକୁ ପରିଚାଳନା କରିଥିଲେ। ଉକ୍ତ ଅନୁଷ୍ଠାନ ତରଫରୁ ଗାଁ ଗାଁ ରେ ସ୍ଵାସ୍ତ୍ୟ ଶିବିର କରି ଗରିବ ଲୋକଙ୍କର ଉପକୃତ କରୁଥିବରୁ ସ୍ଥାନୀୟ ଅଞ୍ଚଳରେ ଅନୁଷ୍ଠାନକୁ ସାଧୁବାଦ ଦିଆଯାଇଛି।

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଲକ୍ଷ୍ନୌ ଠାରେ ଉତ୍ତର ପ୍ରଦେଶ ଗ୍ଲୋବାଲ ଇନଭେଷ୍ଟର୍ସ ସମ୍ମିଟ୍‍ ୨୦୨୩ ର ଉଦଘାଟନ କରିଛନ୍ତି । ସେ ବିଶ୍ୱ ବାଣିଜ୍ୟ ପ୍ରଦର୍ଶନୀର ଉଦଘାଟନ କରିଥିଲେ ଏବଂ ଏହି କାର‌୍ୟ୍ୟକ୍ରମ ସମୟରେ ଇନଭେଷ୍ଟ ୟୁପି ୨.୦ ର ଶୁଭାରମ୍ଭ କରିଥିଲେ । ଉତ୍ତରପ୍ରଦେଶ ଗ୍ଲୋବାଲ ଇନଭେଷ୍ଟର୍ସ ସମିଟ୍‍ ୨୦୨୩ ହେଉଛି ଉତ୍ତରପ୍ରଦେଶ ସରକାରଙ୍କ ଫ୍ଲାଗସିପ୍ ନିବେଶ ସମ୍ମିଳନୀ ଯାହା ନୀତି ର୍ନିମାତା, ଶିଳ୍ପପତି, ଶିକ୍ଷାବିତ୍‍, ଚିନ୍ତକ ଏବଂ ନେତାମାନଙ୍କୁ ଏକତ୍ରିତ କରି ବ୍ୟବସାୟିକ ସୁଯୋଗ ଏବଂ ସହଭାଗୀତା ସୃଷ୍ଟି କରିବ । ପ୍ରଦର୍ଶନୀକୁ ପ୍ରଧାନମନ୍ତ୍ରୀ ମଧ୍ୟ ବୁଲି ଦେଖିଥିଲେ । ଏହି ଅବସରରେ ଶିଳ୍ପ ମୁଖ୍ୟମାନେ ମତ ରଖିଥିଲେ । ଶ୍ରୀ କୁମାର ମଙ୍ଗଳମ ର୍ବିଲା କହିଛନ୍ତି ଯେ ଭାରତ ଉଲ୍ଲେଖନୀୟ ଉଦ୍ୟୋଗୀ ଗତିଶୀଳତା ଏବଂ ନବସୃଜନ ପ୍ରଦର୍ଶନ କରୁଛି ଏବଂ ଦେଶର ଅର୍ଥନୈତିକ ଦୃଶ୍ୟପଟରେ ନୂତନ ଶକ୍ତି ପ୍ରୟୋଗ ଲାଗି ପ୍ରଧାନମନ୍ତ୍ରୀଙ୍କୁ ଶ୍ରେୟ…

Read More

ଭୁବନେଶ୍ବର: ମହାଶିବ ରାତ୍ରି ହେଉଛି ହିନ୍ଦୁ ଧର୍ମର ଏକ ବିଶେଷ ପର୍ବ। ମୁଖ୍ୟତଃ ଶୈବ୍ୟ ଧର୍ମରେ ପ୍ରତ୍ୟେକ ସୋମବାର, ପ୍ରତ୍ୟେକ ଚତୁର୍ଦ୍ଦଶୀ ଭଗବାନ ଶିବଙ୍କ ପାଇଁ। ହେଲେ ଭକ୍ତମାନେ ମହାଶିବ ରାତ୍ରିକୁ ଅପେକ୍ଷା କରି ରହନ୍ତି। ଏଥର ମହାଶିବ ରାତ୍ରି ଫେବୃୟାରୀ 18 ତାରିଖ ଶନିବାର ଦିନ ପଡୁଛି। ଏହି ପବିତ୍ର ଦିନରେ ରୁଦ୍ରାବଭିଷେକ କଲେ ସମସ୍ତ ଇଚ୍ଛା ପୂରଣ ହୁଏ ବୋଲି ବିଶ୍ବାସ ରହିଛି। ଭଗବାନ ଶିବ ଯାହା ଯାହା ମାଗନ୍ତି ତାହା ଆନ୍ତରିକତାର ସହିତ ଦିଅନ୍ତି । ଏହା ସହିତ, ଶିବଲିଙ୍ଗ ଉପରେ ବିଶେଷ ଜିନିଷ ପ୍ରଦାନ କଲେ ବିଭିନ୍ନ ପ୍ରକାରର ରୋଗ ଭଲ ହୋଇଥାଏ ବୋଲି ବିଶ୍ବାସ ରହିଛି। ଆସନ୍ତୁ ଜାଣିବା ମହାଶିବରାତ୍ରୀରେ ଶିବଙ୍କୁ କିପରି ପୂଜା କରାଯାଏ। ଏହି ମହା ଶିବରାତ୍ରୀରେ କ’ଣ କରିବା ଉଚିତ, କଣ କରିବା ଅନୁଚିତ ଭଗବାନ ଶିବଙ୍କୁ ପ୍ରସନ୍ନ କରିବା ପାଇଁ, ଶିବଲିଙ୍ଗରେ ବେଲପତ୍ର ଚଢାନ୍ତୁ। କେବେବି ତୁଳସୀ ପତ୍ର…

Read More

ଭୁବନେଶ୍ବର: ପୂର୍ବ ତଟ ରେଳପଥ ମଧ୍ୟରେ ଗତ ଆଠ ବର୍ଷରେ ରେଳବାଇ ନିଯୁକ୍ତି ବୋର୍ଡ (ଆରଆରବି) ଏବଂ ରେଳବାଇ ନିଯୁକ୍ତି ସେଲ୍ (ଆରଆରସି) ଦ୍ୱାରା ନିଯୁକ୍ତି ଅଭିଯାନ ମାଧ୍ୟମରେ ୧୬ ହଜାର ୪୦୫ ଟି ଖାଲି ପଦ ପୂରଣ କରିଛି। ରେଳବାଇରେ ନିରାପତ୍ତା ହେଉଛି ସର୍ବୋଚ୍ଚ ପ୍ରାଥମିକତା ଦେଇ ଏହି ନିଯୁକ୍ତି କରାଯାଇଛି। ରେଳ ଚଳାଚଳ କ୍ଷେତ୍ରରେ ନିରାପତ୍ତା ସମ୍ବନ୍ଧୀୟ ସମ୍ବେଦନଶୀଳ ବିଷୟରେ ରେଳବାଇ ସର୍ବଦା ଅବଗତ ରହି ଆଗେଇ ଚାଲିଛି। ପୂର୍ବ ତଟ ରେଳପଥ କ୍ରମାଗତ ଭାବରେ ଏହାର ମାନବ ସମ୍ବଳ ବିଷୟବସ୍ତୁକୁ ନଜର ରଖି ନିରନ୍ତର ଭାବେ ଖାଲି ପଦବୀ ପୂରଣ ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିଛି। କୋଭିଡ୍ -୧୯ ମହାମାରୀର ଆହ୍ୱାନ ସତ୍ୱେ ପୂର୍ବତଟ ରେଳପଥ କାର୍ଯ୍ୟବଳ ୧ ଏପ୍ରିଲ ୨୦୧୯ ସୁଦ୍ଧା ୪୫,୫୦୭ ରୁ ୧ ଜାନୁୟାରୀ ୨୦୨୩ ରେ ୪୭,୩୩୧ କୁ ବୃଦ୍ଧି ପାଇଛି। ପୂର୍ବ ତଟ ରେଳପଥରେ ଗତ ୮ ବର୍ଷ…

Read More

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଶ୍ରୀ ଭି.କେ. ପାଣ୍ଡିଆନ ଆଜି ପୁରୀ ଜିଲ୍ଲାର ସୁଆଣ୍ଡୋସ୍ଥିତ ଗୋପବନ୍ଧୁଙ୍କ ଜନ୍ମପୀଠର ପରିଦର୍ଶନ କରି ଏହାର ପୁନଃବିକାଶ କାର୍ଯ୍ୟ ତଦାରଖ କରିଥିଲେ। ଆଗାମୀ ୨୩ ତାରିଖରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜନ୍ମସ୍ଥାନ ସୁଆଣ୍ଡୋର ପୁନଃବିକଶିତ ଜନ୍ମ ପୀଠର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ। ଉତ୍କଳମଣି ଙ୍କ ଗାଁ ଶିବ ମନ୍ଦିର ଲୋକେଶ୍ୱର ଶିବ ମନ୍ଦିର ଜରାଜୀର୍ଣ୍ଣ ଅବସ୍ଥାରେ ଥିଲା. ସୁଆଣ୍ଡୋ ବାସୀଙ୍କ ଅନୁରୋଧ କ୍ରମେ ଲୋକେଶ୍ୱର ମନ୍ଦିରର ପୁନଃନିର୍ମାଣ କାର୍ଯ୍ୟ ରାଜ୍ୟ ସରକାରଙ୍କ ପକ୍ଷରୁ ସମ୍ପନ୍ନ କରାଯାଇଛି. ଏହାର ପ୍ରତିଷ୍ଠା ଉତ୍ସବ ଆଜି ଅନୁଷ୍ଠିତ ହୋଇଥିଲା ଏବଂ ଏଥିରେ ଶ୍ରୀ ପାଣ୍ଡିଆନ ଯୋଗ ଦେଇ ପୂର୍ଣ୍ଣାହୁତିରେ ମଧ୍ୟ ଅଂଶଗ୍ରହଣ କରିଥିଲେ। ପରେ ଶ୍ରୀ ପାଣ୍ଡିଆନ ଉତ୍କଳମଣିଙ୍କ ଷଠୀଘର, ଢିଙ୍କିଶାଳ ଆଦିର ସଂରକ୍ଷଣ କାର୍ଯ୍ୟ ପରିଦର୍ଶନ କରିବା ସହିତ ଗାଁ ପୋଖରୀର ପୁର୍ନରୁଦ୍ଧାର କାର୍ଯ୍ୟ ତଥା ସଂଗ୍ରହାଳୟ କାର୍ଯ୍ୟ ବୁଲି…

Read More

ଭୁବନେଶ୍ୱର:  ଆଜି ଉତ୍କଳ ମଣ୍ଡପରେ ଆୟୋଜିତ ଜ୍ଞାନପ୍ରଭା ମିଶନର ପ୍ରତିଷ୍ଠା ଉତ୍ସବରେ ଯୋଗ ଦେଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସେ ସିଧା ବିମାନ ବନ୍ଦରରୁ ଆସି ଏହି ସଭାରେ ଯୋଗଦେଇ ଥିଲେ। ସେ ପ୍ରଥମେ ଜୟ ଜଗନ୍ନାଥ କହି ରାଷ୍ଟ୍ରପତି ତାଙ୍କର ଅଭିଭାଷଣ ଆରମ୍ଭ କରିଥିଲେ। ସେ ଭାଷଣରେ ତାଙ୍କର ନିଜର ଅନୁଭୂତି କଥା ଉପସ୍ଥିତ ଜନତାଙ୍କ ନିକଟରେ ବାଣ୍ଟିଥିଲେ। ସେ କହିଥିଲେ ଯେ, ବାପା, ମାଆଙ୍କ ଫଟୋକୁ ପୂଜା କରିବା ନୁହେଁ ବରଂ ତାଙ୍କର ଯତ୍ନ ନେବା ହିଁ ଶ୍ରେଷ୍ଠ ଧର୍ମ । ବାପା, ମାଆ ସବୁବେଳେ ତ୍ୟାଗ, ବଳିଦାନ, ସାହସ, ସ୍ନେହ, ଶ୍ରଦ୍ଧା, ମମତାର ପ୍ରତୀକ।  ମାତୃଶକ୍ତି ଉତ୍ଥାନ ସଂସ୍ଥାରେ ପହଞ୍ଚି ମାଆଙ୍କୁ ମନେ ପକାଇ ଭାବବିହ୍ବଳ ହୋଇଥିଲେ ରାଷ୍ଟ୍ରପତି। ସେ କହିଥିଲେ ଯେ, ନାରୀ ହେଉଛି ନାରାୟଣୀ, କଲ୍ୟାଣକାରୀ, ଚିର ନମସ୍ୟା। ମାତୃଶକ୍ତି ଅନ୍ତର୍ଜ୍ୟୋତି ଜାଗ୍ରତ କରି ସୁସ୍ଥ ମାନବ ସମାଜ ଗଠନ ଲକ୍ଷ୍ୟରେ ଅନୁଷ୍ଠାନ ପ୍ରତିଷ୍ଠା…

Read More

ଭୁବନେଶ୍ବର: ଆଜି 5ଟି ସଚିବ ଭି କେ ପାଣ୍ଡିଆନ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜନ୍ମସ୍ଥାନ ସୁଆଣ୍ଡୋ ଗ୍ରାମ ପରିଦର୍ଶନରେ ଯାଇଥିଲେ। ସେଠାରେ ରାଜ୍ୟ ସରକାରଙ୍କ ତରଫରୁ ସୁଆଣ୍ଡୋ ପ୍ରକଳ୍ପ କାର୍ଯ୍ୟ ଚାଲିଛି। ତାହାର ସେ ତଦାରଖ କରିଥିଲେ। ସେଠାରେ ଗୋପବନ୍ଧୁଙ୍କ ଜନ୍ମସ୍ଥଳ ସହିତ ନିକଟରେ ଥିବା ପୁଷ୍କରଣୀ, ମନ୍ଦିର ଏବଂ ବିଦ୍ୟାଳୟର ପୁନଃଉଦ୍ଧାର କାର୍ଯ୍ୟ ଚାଲିଛି। ପାଣ୍ଡିଆନଙ୍କ ଗସ୍ତ ସମୟରେ ପୁରୀ ଜିଲ୍ଲା ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ସହିତ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।

Read More

ନୂଆଦିଲ୍ଲୀ: ଶେଷରେ କଂଗ୍ରେସରେ ଯୋଗଦେଇଛନ୍ତି ଓଡିଶାର ପୂର୍ବତନ ମୁଖ୍ୟଶାସନ ସଚିବ ବିଜୟ ପଟ୍ଟନାୟକ। ଆଜି ନୂଆଦିଲ୍ଲୀସ୍ଥିତ ଏଆଇସିସି କାର୍ଯ୍ୟାଳୟରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାଡଗେଙ୍କ ଉପସ୍ଥିତିରେ ସେ ଦଳରେ ସାମିଲ ହୋଇଛନ୍ତି। ଏଥିରେ କଂଗ୍ରେସ ଓଡିଶା ପ୍ରଭାରୀ ଚେଲ୍ଲା କୁମାର ଏବଂ ପ୍ରଦେଶ ସଭାପତି ଶରତ ପଟ୍ଟନାୟକ ଯୋଗ ଦେଇଥିଲେ। ବିଜୟଙ୍କୁ ଉତ୍ତରୀୟ ଏବଂ ଫୁଲ ତୋଡା ଦେଇ ଖାଡଗେ ଦଳକୁ ସ୍ବାଗତ କରିଥିଲେ। ସେ କଂଗ୍ରେସରେ ଯୋଗ ଦେବା ପରେ କହିଛନ୍ତି ଯେ, ଦଳର ଆଦର୍ଶରେ ଅନୁପ୍ରାଣିତ ହୋଇ କଂଗ୍ରେସରେ ଯୋଗ ଦେଇଛି। ମୋର ରାଜନୀତିରେ ଏହା ହେଉଛି ପ୍ରଥମ ପାଦ। ଓଡିଶାରେ ବର୍ତ୍ତମାନ କୁ ଶାସନ ଚାଲିଛି। ଲୋକଙ୍କ ପାଖରେ ଶାସନ ପହଞ୍ଚି ପାରୁ ନାହିଁ। ମୁଁ ଲୋକଙ୍କ ପାଇଁ କାମ କରିବି। ରାହୁଳ ଗାନ୍ଧୀଙ୍କ ଭାରତ ଯୋଡ ଯାତ୍ରା ବେଶ ସଫଳତା ହାସଲ କରିଛି। ସାରା ଭାରତରେ ଲୋକପ୍ରିୟ ହୋଇପାରିଛି। ମୋର ପ୍ରଶାସନିକ କ୍ଷେତ୍ରରେ ୪୦ ବର୍ଷର…

Read More

ସୀତାରାମ ଅଗ୍ରୱାଲ ବାଣପୁର: ବିବାହିତା ମହିଳାଙ୍କୁ ବଳାତ୍କାର ଏବଂ ଆପତ୍ତିଜନକ ଫୋଟୋ/ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରଲ କରି ଗିରଫ ହେଲେ ଅଭିଯୁକ୍ତ। ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ। ସୂଚନା ମୁତାବକ ବାଣପୁର ଥାନା ଅଞ୍ଚଳର ଜନୈକ ବିବାହିତା ମହିଳା ଙ୍କୁ ପ୍ରତାପ ଗ୍ରାମର ପ୍ରକାଶ ନାୟକ(24) ନାମକ ଅଭିଯୁକ୍ତ ଜୋର ଜବରଦସ୍ତି ବଳାତ୍କାର କରିବା ସହ ତାଙ୍କ ଆପତ୍ତିଜନକ ଫୋଟୋ/ଭିଡ଼ିଓ କୁ ସାମାଜିକ ଗଣମାଧ୍ୟମରେ ଭାଇରଲ କରିଥିଲେ। ଏହି ପରିପ୍ରେକ୍ଷୀରେ ମହିଳା ଜଣକ ଥାନାର ଦ୍ୱାରସ୍ଥ ହୋଇ ଲିଖିତ ଅଭିଯୋଗ କରିଥିଲେ। ଆଇଆଇସି ଜୟ ପ୍ରକାଶ ପରିଡ଼ାଙ୍କ ନେତୃତ୍ୱରେ ତୁରନ୍ତ ଏକ ଟିମ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଗତକାଲି ରାତିରେ ଅଭିଯୁକ୍ତଙ୍କୁ ଏକ ନିର୍ଦିଷ୍ଟ ଅଞ୍ଚଳରୁ ଗିରଫ କରିଥିଲେ l ଅଭିଯୁକ୍ତ ଙ୍କ ବିରୁଦ୍ଧରେ ବାଣପୁର ଥାନାରେ କେସ ନମ୍ବର 65/23 ରେ ବଳାତ୍କାର ଏବଂ ଆଇଟି ଆକ୍ଟରେ ମାମଲା ରୁଜୁ କରାଯାଇ ଆଜି କୋର୍ଟଚାଲାଣ…

Read More

ଭୁବନେଶ୍ବର: ଆଜି ଭୁବନେଶ୍ବରର ବିମାନ ବନ୍ଦରରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ବାୟୁ ସେନାର ଏକ ସ୍ବତନ୍ତ୍ର ବିମାନରେ ସେ ନିର୍ଦ୍ଧାରିତ ସମୟରେ ଭୁବନେଶ୍ବରରେ ପହଞ୍ଚିଛନ୍ତି। ବିମାନ ବନ୍ଦରରେ ତାଙ୍କୁ ସ୍ବାଗତ କରିବା ପାଇଁ ରାଜ୍ୟପାଳ ପ୍ରଫେସର ଗଣେଷୀଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉପସ୍ଥିତ ଥିଲେ। ଏଥିସହିତ ବିମାନ ବନ୍ଦରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ। ସେ ବିମାନ ବନ୍ଦରରୁ ସିଧା ଉତ୍କଳ ମଣ୍ଡପକୁ ଗସ୍ତ କରିଛନ୍ତି। ସେଠାରେ ସେ ଜ୍ଞାନପିଠ ମିଶନର ପ୍ରତିଷ୍ଠା ଦିବସରେ ଯୋଗଦେବେ।

Read More

ନୂଆଦିଲ୍ଲୀ: ଇଣ୍ଡିଆନ୍ ସ୍ପେସ୍ ରିସର୍ଚ୍ଚ ଅର୍ଗାନାଇଜେସନ୍ ବା ISRO ଆଜି ଏକ ନୂଆ ରେକର୍ଡ କରିଛି। ପ୍ରଥମ ଥର ପାଇଁ ଇସ୍ରୋ ଏକ କ୍ଷୁଦ୍ର ସାଟେଲାଇଟ ଉତକ୍ଷେପଣ କରି ଏହି ରେକର୍ଡ କରିଛି। ଆଜି ସକାଳେ ଆନ୍ଧ୍ରପ୍ରଦେଶର ଶ୍ରୀହାରିକୋଟା ଠାରୁ କ୍ଷୁଦ୍ର ସାଟେଲାଇଟ୍ ଲଞ୍ଚ ଯାନ SSLV-D2 ର ଉଡ଼ାଣ ସଫଳତାର ସହିତ କରିଛି। ଆଜି ସକାଳ 9.18 ରେ ଏହି ଉତକ୍ଷେପଣ ହୋଇଥିଲା। SSLV-D2 ସଫଳତାର ସହିତ ତାହାର ଉଦ୍ଦିଷ୍ଟ କକ୍ଷପଥରେ ତିନୋଟି ସାଟାଲାଇଟ ରଖିଥିଲା। ସେଗୁଡିକ ହେଲା ଆର୍ଥ ଅବଜରଭେସନ୍ ସାଟେଲାଇଟ୍, ଜାନୁସ୍ -1 ଏବଂ ଚେନ୍ନାଇ ଭିତ୍ତିକ ସ୍ପେସ୍ ଷ୍ଟାର୍ଟଅପ୍ ସ୍ପେସ୍ କିଡ୍ସର ଆଜାଡିସାଟ -2 ରେ ସଫଳତାର ସହିତ ରଖିଥିଲା। 120 ମିଟର ଓଜନ ବିଶିଷ୍ଟ 34 ମିଟର ଉଚ୍ଚର SSLV-D2 ସତୀଶ ଧାୱନ ସ୍ପେସ୍ ସେଣ୍ଟରର ପ୍ରଥମ ଲଞ୍ଚ ପ୍ୟାଡରୁ ଉଡାଣ କରିଥିଲା। କଠିନ ଇନ୍ଧନ ଦ୍ୱାରା ଚାଳିତ ତିନୋଟି ପର୍ଯ୍ୟାୟ SSLV-D2 ରେ…

Read More

ଭୁବନେଶ୍ବର: ଆସନ୍ତା ସୋମବାର ଦିନ ବସିବ ରାଜ୍ୟ ମନ୍ତ୍ରୀ ପରିଷଦ ଏବଂ କ୍ୟାବିନେଟ ବୈଠକ। ମୁଖ୍ୟମନ୍ତ୍ର ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଲୋକସେବା ଭବନରେ ଅପରାହ୍ନରେ ବସିବ ବୋଲି ନିଷ୍ପତି ହୋଇଛି। ଏହି ବୈଠକରେ ପ୍ରଥମେ ରାଜ୍ୟ କ୍ୟାବିନେଟ ବୈଠକ ବସିବ। ଏଥିରେ ପ୍ରାୟ ଦଶଟି ପ୍ରସ୍ତାବ ଉପରେ ମୋହର ବାଜିବ। ସେହିପରି ଏହି ବୈଠକରେ ରାଜ୍ୟ ବଜେଟକୁ ଅନୁମୋଦନ ପ୍ରଦାନ କରାଯିବ। ଏହାପରେ ମନ୍ତ୍ରୀ ପରିଷଦ ବୈଠକରେ ମଧ୍ୟ ବଜେଟକୁ ଅନୁମୋଦନବ କରାଯିବ। ଚଳିତ ମାସ ୨୧ ତାରିଖରୁ ରାଜ୍ୟରେ ବଜେଟ ଅଧିବେଶନ ଆରମ୍ଭ ହେବ। ଫେବୃଆରୀ ୨୪ ତାରିଖରେ ରାଜ୍ୟ ବଜେଟ୍ ଉପସ୍ଥାପନ ହେବ। ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବଜେଟ ଉପସ୍ଥାପନ କରିବେ।ଏହି ଅଧିବଶନ ୨ ଟି ପର୍ଯ୍ୟାୟରେ ହେବ। ପ୍ରଥମ ପର୍ଯ୍ୟାୟର ବଜେଟ ଅଧିବେଶନ ଫେବୃଆରୀ ୨୧ ତାରିଖରୁ ମାର୍ଚ୍ଚ ୨ ତାରିଖ ଯାଏଁ ଚାଲିବ। ସେହିଭଳି ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ ମାର୍ଚ୍ଚ ୧୦ ତାରିଖରୁ…

Read More

ଜଙ୍କିଆ: ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଅଞ୍ଚଳରେ ଚଢ଼ାଉ କରି ଲକ୍ଷାଧିକ ଟଙ୍କାର ବ୍ରାଉନ ସୁଗାର ଜବତ କରିଛି ଟାଙ୍ଗୀ ଅବକାରୀ ବିଭାଗ। ଟାଙ୍ଗୀ ରେଞ୍ଜ ଅବକାରୀ ଇନ୍ସପେକ୍ଟର ଆଲୋକ ପ୍ରଧାନଙ୍କ ତତ୍ୱାବଧାନରେ ଏକ ଟିମ ଗଠନ କରାଯାଇ ଦେଉଳିପାଟଣା ଛକରେ ଚଢ଼ାଉ କରାଯାଇ ଅଭିଯୁକ୍ତ ସୁମନ୍ତ ମଙ୍ଗରାଜ (୩୦) ଙ୍କୁ ଗିରଫ କରାଯାଇଥିବା ବେଳେ ତାଙ୍କ ନିକଟରୁ ୨୭ ଗ୍ରାମ ବ୍ରାଉନ ସୁଗାର ଜବତ କରାଯାଇଛି। ଯାହାର ମୂଲ୍ୟ ୨ ଲକ୍ଷ ୭୦ ହଜାର ଟଙ୍କା ହେବ। ଏହି ପରିପ୍ରେକ୍ଷୀରେ ଟାଙ୍ଗୀ ରେଞ୍ଜ ଅବକାରୀ ବିଭାଗ ପିଆର ନମ୍ବର ୯୧/୨୨-୨୩ ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି।

Read More

ଭୁବନେଶ୍ବର: ଆଜି ହେଉଛି ଶୁକ୍ରବାର ଫେବୃୟାରୀ ୧୦ ତାରିଖ। ଆଜିର ଦିନରେ କେତେକ ରାଶି ପାଇଁ ରହିଛି ଘାତଚନ୍ଦ୍ର। ସେଥିପାଇଁ କଣ କରିବା ଉଚିତ ସେ ନେଇ କହିଛନ୍ତି ଜ୍ୟୋତିର୍ବିଦ ଅମୃତା ଅମିତା। ମେଷ-ଶତ୍ରୁଭୟ ବୃଷ-ଘାତଚନ୍ଦ୍ର ମିଥୁନ-ଚିନ୍ତାଗ୍ରସ୍ତ କର୍କଟ-ପରିଶ୍ରମ ସିଂହ-ଆଶାବାଦୀ କନ୍ୟା-କାର୍ଯ୍ୟହାନି ତୁଳା-ପଥରୋଧ ବିଛା-ସୁଖସମ୍ମାନ ଧନୁ-କର୍ମଚଞ୍ଚଳ ମକର-ସୁଖହାନି କୁମ୍ଭ-ସୁଖସମ୍ମାନ ମୀନ-ଉଲ୍ଲାସ ଆଜି ଦିନରେ କଖାରୁ ଏବଂ ପୋଇ ଖାଇବା ନିଷେଧ। ମିଶ୍ରି ଭୋଗ ଲଗେଇ ବାଣ୍ଟିଦିଅନ୍ତୁ।ଶୁଭଫଳ ମିଳିବ।

Read More

ଭୁବନେଶ୍ବର: ଆଜି ଦୁଇଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସେ ଦିନ ୧୧ ଟା ୪୫ ରେ ଭୁବନେଶ୍ବର ବିମାନ ବନ୍ଦରରେ ପହଁଚିବେ ବୋଲି ଜଣାପଡିଛି।  ସେ ପୂର୍ବହ୍ନରେ ଜ୍ଞାନପ୍ରଭା ମିଶନର ପ୍ରତିଷ୍ଠା ଦିବସରେ ଯୋଗଦେବେ। ଏହି ଉତ୍ସବ ଭୁବନେଶ୍ବରର ଉତ୍କଳ ମଣ୍ଡପରେ ଆୟୋଜନ କରାଯାଇଛି। ଏହାପରେ ସେ ରାଜଭବନ ଯିବେ। ସେଠାରୁ ଅପରାହ୍ନରେ ସେ ରମାଦେବୀ ବିଶ୍ବବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗଦେବେ। ସେ ଏହି ଉତ୍ସବରେ ଦୀକ୍ଷାନ୍ତ ଭାଷଣ ଦେବା ସହିତ ଚାରି ଓଡିଆ ମହିଳାଙ୍କୁ ଡିଲିଟ ପ୍ରଦାନ କରିବେ। ଏଥିପାଇଁ ବିଶ୍ବବିଦ୍ୟାଳୟ ତରଫରୁ ବ୍ୟାପବକ ବନ୍ଦୋବସ୍ତ କରାଯାଇଛି। ସେହିପରି ସେ ଶୁକ୍ରବାରରେ ରାଜଭଭନରେ ରାତ୍ରୀ ଯାପନ କରିବେ। ଏହାପରେ ଶନିବାର ସକାଳୁ ସେ ପ୍ରଭୃ ଲିଙ୍ଗରାଜ ମନ୍ଦିର ଦର୍ଶନରେ ଯିବେ। ସେଠାରୁ ସେ କଟକ ଅଭିମୁଖ୍ୟ ଯାତ୍ରା କରିବେ। କଟକସ୍ଥି ଧନ ଗବେଷଣା କେନ୍ଦ୍ର କାର୍ଯ୍ୟକ୍ରମରେ ଯୋଗଦେବେ। ଏହାପରେ ସେ ଭୁବନେଶ୍ବର ଫେରିଆସି ଦିଲ୍ଲୀ ପ୍ରତ୍ୟାବର୍ତ୍ତନ…

Read More

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଏବଂ ବୋଲଗଡ଼ ଥାନା ଅନ୍ତର୍ଗତ ଏକାଡାଳିଆ ଏବଂ ଅସରଳା ଜଙ୍ଗଲ ଅଞ୍ଚଳରେ ଅବକାରୀ ବିଭାଗ ପକ୍ଷରୁ ଦେଶୀ ମଦ ଭାଟି ଉପରେ ଚଢ଼ାଉ କରାଯାଇଛି। ଚଢାଉ ସମୟରେ ମୋଟ ୯ ହଜାର ୭୦୦ ଲିଟର ଗୁଡ ମିଶ୍ରିତ ମହୁଲି ପୋଚ ଓ ୫୦୦ ଲିଟର ଦେଶୀ ମଦ ଜବତ କରି ନଷ୍ଟ କରିଦିଆଯାଇଛି। ଉକ୍ତ ଚଢାଉରେ ଜିଲ୍ଲା ମୋବାଇଲ ଅବକାରୀ ସବ ଇନ୍ସପେକ୍ଟର ବି. ମନୋଜ କୁମାର, ବେଗୁନିଆ ଅବକାରୀ ଅଧିକାରୀ ରାଜେନ୍ଦ୍ର ଖେସ, ଖୋର୍ଦ୍ଧା ଅବକାରୀ ଅଧିକାରୀ ରଞ୍ଜନ ଦାସ ଏବଂ ଖୋର୍ଦ୍ଧା, ବେଗୁନିଆ ଓ ଜଟଣୀ ଅବକାରୀ ଥାନାର ସମସ୍ତ କର୍ମଚାରୀ ମାନେ ସାମିଲ ଥିଲେ।

Read More

ଭୁବନେଶ୍ବର: ରତ୍ନଗୁଡିକ ସେମାନଙ୍କ ଚମତ୍କାରୀ ଗୁଣ ଦ୍ବାରା ବ୍ୟକ୍ତିର ବ୍ୟକ୍ତିତ୍ବ ଉପରେ ପ୍ରଭାବ ପକାଇଥାନ୍ତି। ଜ୍ୟୋତିଷଙ୍କ ରତ୍ନ ଶାଖାରେ ମାଣିକଙ୍କୁ ସୂର୍ଯ୍ୟଙ୍କ ରତ୍ନ ରୂପେ ଗଣାଯାଇଥାଏ। ଏହି ମାଣିକରେ ସୂର୍ଯ୍ୟଙ୍କ ଗୁଣ ବିଦ୍ୟମାନ ଥାଏ। ମାଣିକ ପୂରା ଗାଢ ଗୋଲାପି ରଙ୍ଗର ହୋଇଥିବାବେଳେ ଆଉ କେଉଁ ମାଣିକ ପୂରା ଗାଢ ଖଇରିଆ ରଙ୍ଗର ହୋଇଥାଏ। ମାଣିକ ଏକ ଶକ୍ତିଶାଳୀ ରତ୍ନ। ଏହାକୁ ଧାରଣକରିବା ଦ୍ବାରା କୁଣ୍ଡଳୀରେ ସୂର୍ଯ୍ୟଙ୍କ ସ୍ଥିତି ମଜବୁତ୍‌ ରହିଥାଏ। ଏହାଦ୍ବାରା ବ୍ୟକ୍ତିର ବ୍ୟକ୍ତିତ୍ବରେ ସକାରାତ୍ମକ ପରିବର୍ତ୍ତନ ହୋଇଥାଏ। ମାଣିକ ଧାରଣ କରିବା ଦ୍ବାରା ବ୍ୟକ୍ତିର ଇଚ୍ଛାଶକ୍ତି ଓ ଆତ୍ମବିଶ୍ବାସ ଦୃଢ ହୋଇଥାଏ। ଆନ୍ତରିକ ସକାରାତ୍ମକ ଶକ୍ତି ଓ ଇମ୍ୟନୁଟି ମଧ୍ୟ ବଢିଥାଏ। ଏହାଦ୍ବାରା ସାମାଜିକ ପ୍ରତିଷ୍ଠା, ଯଶ ଓ ସମ୍ମାନ ପ୍ରାପ୍ତି ହୋଇଥାଏ। ଏହି ରତ୍ନକୁ ଧାରଣ କରିବା ଦ୍ବାରା ନେତୃତ୍ବ ନେବାର ଶକ୍ତି ବୃଦ୍ଧି ହୋଇଥାଏ। ସବୁ ପରିସ୍ଥିତିକୁ କିପରି ଠିକ୍‌ ରୂପେ ସାମ୍ନା କରିବପାରିବେ ସେ ଦକ୍ଷତା…

Read More

ମେଷ- ଯଶ କିର୍ତ୍ତୀ ବୃଦ୍ଧି ପାଇବ। ବ୍ୟବସାୟରେ ଲାଭ ବୃଦ୍ଧି ପାଇବ। ଆପଣଙ୍କର ଦୈନ୍ୟନ୍ଦିନ ପରିବର୍ତ୍ତନ କରିବା ଉପଯୁକ୍ତ ହେବ। ଆପଣଙ୍କର ଆଚରଣରେ ଭଦ୍ର ହେବା ଆବଶ୍ୟକ। ଯାନବାହନ ଆନନ୍ଦ ପାଇବେ। ପିଲାମାନଙ୍କର ଯତ୍ନ ନେବା ଆବଶ୍ୟକ। ବୃଷ- ଶୁଭ ସଂକଳ୍ପ ସହିତ ଦିନଟି ଆରମ୍ଭ ହେବ। ନୂତନ ବ୍ୟବସାୟରେ ଲାଭର କମ୍ ଆଶା ଅଛି। ପିତାମାତାଙ୍କ ସ୍ୱାସ୍ଥ୍ୟ ଭଲ ରହିବ। କ୍ୟାରିୟର ବିଷୟରେ ନିରାଶ ହୁଅନ୍ତୁ ନାହିଁ, ସମୟ ବଦଳିଯିବ। ନୂତନ ଗୃହ ନିର୍ମାଣ ସୃଷ୍ଟି ହେଉଛି। ମିଥୁନ- ଆପଣଙ୍କର କାର୍ଯ୍ୟ ପଦ୍ଧତିଗୁଡ଼ିକର ଉନ୍ନତି ଆବଶ୍ୟକ। ଆଜି ଟଙ୍କା ପ୍ରବାହ ସହଜ ହେବ। ସ୍ୱାସ୍ଥ୍ୟ ଭଲ ହେବ। ବ୍ୟବସାୟର ବିବାଦ ଶାନ୍ତ ରହିବ। ସମୟ ବଦଳିଯିବ। ଯାନ କିଣିବାର ସମ୍ଭାବନା ସୃଷ୍ଟି ହେଉଛି। କର୍କଟ- ଆପଣଙ୍କ କର୍ମକ୍ଷେତ୍ରରେ ପରିସ୍ଥିତି ଆପଣଙ୍କ ସପକ୍ଷରେ ରହିବ। ପରିବାରର ବୃଦ୍ଧମାନଙ୍କ ପାଇଁ ସ୍ୱାସ୍ଥ୍ୟ ସମସ୍ୟା ବୃଦ୍ଧି ପାଇବ। ଚାକିରିରେ ବିବାଦ ଶାନ୍ତିପୂର୍ଣ୍ଣ ହେବ। ଲାଭ ସୁଯୋଗ ମିଳିବ। ଘରେ…

Read More

ନୂଆଦିଲ୍ଲୀ: ପବ୍ଲିକ ସେକ୍ଟର ବୀମା କମ୍ପାନୀ LIC 2022-23 ଆର୍ଥିକ ବର୍ଷର ତୃତୀୟ ତ୍ରୟମାସରେ ଉତ୍କୃଷ୍ଟ ଫଳାଫଳ ଘୋଷଣା କରିଛି। ଅକ୍ଟୋବରରୁ ଡିସେମ୍ବର ତ୍ରୟମାସରେ LIC ର ଲାଭ 8334.2 କୋଟି ଟଙ୍କା ହୋଇଛି, ଯାହା ଗତ ଆର୍ଥିକ ବର୍ଷର ସମାନ ତ୍ରୟମାସରେ 235 କୋଟିରୁ 34 ଗୁଣ ଅଧିକ। ତୃତୀୟ ତ୍ରୟମାସିକରେ, LIC ପ୍ରିମିୟମରୁ 1,11,787.6 କୋଟି ଟଙ୍କା ପ୍ରିମିୟମ ପାଇଛି, ଯାହା ଗତ ବର୍ଷ ସମାନ ତ୍ରୟମାସରେ 97,620 କୋଟି ଟଙ୍କା ଥିଲା। ପୁଞ୍ଜି ବିନିଯୋଗରୁ ଆୟ 84,889 କୋଟି ଟଙ୍କାକୁ ବୃଦ୍ଧି ପାଇଛି, ଯାହାକି ଏକ ବର୍ଷ ପୂର୍ବେ 76,574.24 କୋଟି ଟଙ୍କା ଥିଲା।

Read More

ସମ୍ବଲପୁର: ପୂର୍ବତଟ ରେଳପଥର ମହାପ୍ରବନ୍ଧକ ମନୋଜ ଶର୍ମା ସମ୍ବଲପୁର ଅଞ୍ଚଳ ସହିତ ଅନୁଗୁଳ ଓ ଝାରସୁଗୁଡା ରେଳ ସେକ୍ସନ ଅନ୍ତର୍ଗତ ଜରପଡା ଷ୍ଟେସନ ଠାରୁ ଝାରସୁଗୁଡା ରୋଡ଼ ଷ୍ଟେସନ ମଧ୍ୟରେ ରେଳ ମାର୍ଗ ସହିତ ଅନ୍ୟାନ ଭିତ୍ତିଭୂମି ନିରୀକ୍ଷଣ କରିବା ସହ ସମ୍ବଲପୁରରେ ରେଳ ଅଧିକାରୀଙ୍କ ସହ ଏହି ଅଞ୍ଚଳରେ ଚାଲିଥିବା ବିଭିନ୍ନ ରେଳ ପ୍ରକଳ୍ପ ଏବଂ ଭିତ୍ତିଭୂମି କାର୍ଯ୍ୟର ସମୀକ୍ଷା କରିଛନ୍ତି। ଶ୍ରୀ ଶର୍ମା ୱିଣ୍ଡୋ ଟ୍ରେଲିଂ ସହିତ ଜରପଡା ଠାରୁ ଝାରସୁଗୁଡା ରୋଡ୍ ମଧ୍ୟରେ ଥିବା ଦୋହରୀକରଣ କାର୍ଯ୍ୟକୁ ନିରୀକ୍ଷଣ କରି ଏହି ମାର୍ଗରେ ଥିବା ଷ୍ଟେସନ ମାନଙ୍କରେ ଉପଲବ୍ଧ ବିଭିନ୍ନ ଯାତ୍ରୀ ସୁବିଧା ସହିତ ଟ୍ରେନ୍ ଚଳାଚଳ ପାଇଁ ବିଭିନ୍ନ ଟ୍ରାଫିକ୍ ସୁବିଧା କାର୍ଯ୍ୟ ଓ ଅନ୍ୟାନ୍ୟ ଭିତ୍ତିଭୂମି କାର୍ଯ୍ୟଗୁଡ଼ିକ ସମ୍ବନ୍ଧରେ ଆଲୋଚନା କରିଥିଲେ। ମହାପ୍ରବନ୍ଧକ ସରଲା ଠାରେ ନିୟମିତ ମରାମତି ସୁବିଧା ସହିତ ମାଲବାହୀ ଟ୍ରେନ୍ ପରୀକ୍ଷା (ଫ୍ରେଟ ଟ୍ରେନ ଏକ୍ଜାମିନେସନ ଉଇଥ ଆରଓଏଚ ଫାସିଲିଟି)…

Read More