ସୀତାରାମ ଅଗ୍ରୱାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ଗମ୍ଭାରୀମୁଣ୍ଡା ପତିତପାବନ ସରକାରୀ ଉଚ୍ଚ ବିଦ୍ୟାଳୟ ଚଳିତ ବର୍ଷ ହୀରକ ଜୟନ୍ତୀ ପାଳନ କରିବ। ଏହି ପରିପ୍ରେକ୍ଷୀରେ ବିଦ୍ୟାଳୟ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହାତକୁ ନିଆଯାଇଛି। ତେବେ ଆସନ୍ତା ୧୨ ଏବଂ ୧୩ ତାରିଖ ଦୁଇ ଦିନ ବ୍ୟାପି ଉକ୍ତ ହୀରକ ଜୟନ୍ତୀ ପାଳନ ହେବ। ଫେବୃୟାରୀ ୧୨ ତାରିଖ ଦିନ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ତଥା ବାଣପୁର ମାଟିର ପୁଅ ବିଶ୍ୱଭୂଷଣ ହରିଚନ୍ଦନ ମୁଖ୍ୟ ଅତିଥି ଭାବେ ଯୋଗଦେବାର କାର୍ଯ୍ୟକ୍ରମ ରହିଥିବା ବେଳେ ୧୩ ତାରିଖ ଦିନ ଓଡ଼ିଶା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମୁଖ୍ୟ ଅତିଥି ଭାବେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏଥି ନିମନ୍ତେ ବାଣପୁର ଓ ଗମ୍ଭାରୀମୁଣ୍ଡା ଅଞ୍ଚଳ ଉତ୍ସବ ମୁଖର ହୋଇଉଠିଛି। ବାଣପୁର ଅଞ୍ଚଳରେ ଗୋଟାଏ କାର୍ଯ୍ୟକ୍ରମରେ ଦୁଇ ଦୁଇ ଜଣ ରାଜ୍ୟପାଳ ଆସିବା ପ୍ରଥମ ଘଟଣା। ଉକ୍ତ ଗସ୍ତକୁ ସଫଳ କରିବା ନିମନ୍ତେ…
Author: Samikhsya Bureau
ନୂଆଦିଲ୍ଲୀ: ତୁର୍କୀ ଏବଂ ସିରିଆରେ ହୋଇଥିବା ଭୂକମ୍ପରେ ଏପର୍ଯ୍ୟନ୍ତ ୧୫ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ବୁଧବାର ଦିନ ତୁର୍କୀ ରାଷ୍ଟ୍ରପତି ରେସେପ୍ ତଇପ ଏର୍ଦୋଗନ୍ ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟରେ “ତ୍ରୁଟି” ସ୍ୱୀକାର କରିଛନ୍ତି। ଅନଲାଇନ୍ ରେ ସମାଲୋଚନାର ଶିକାର ହେବାପରେ ଏର୍ଦୋଗନ୍ ଭୂମିକମ୍ପର ସବୁଠାରୁ ଭୟଙ୍କର ଅଞ୍ଚଳ ପରିଦର୍ଶନ କରିଥିଲେ। ଭୂମିକମ୍ପର କେନ୍ଦ୍ରସ୍ଥଳ କହାରନମାରସରେ ରିଲିଫ କାର୍ଯ୍ୟରେ ଥିବା ସମସ୍ୟାକୁ ସ୍ୱୀକାର କରି ସେ କହିଛନ୍ତି, “ଅବଶ୍ୟ ତ୍ରୁଟି ରହିଛି। ଏହା ସ୍ପଷ୍ଟ ଦେଖାଯାଉଛି। ଏହି ପ୍ରକାର ବିପର୍ଯ୍ୟୟ ପାଇଁ ପ୍ରସ୍ତୁତ ହେବା ସମ୍ଭବ ନୁହେଁ।” ଭୂମିକମ୍ପ ଯୋଗୁଁ ହଜାର ହଜାର କୋଠା ଭୁଶୁଡି ପଡିଛି। ଅଜ୍ଞାତ ସଂଖ୍ୟକ ଲୋକ ଏବେ ବି ଫସି ରହିଛନ୍ତି। ପ୍ରବଳ ଥଣ୍ଡା ମଧ୍ୟ ରିଲିଫ କାର୍ଯ୍ୟରେ ବାଧା ସୃଷ୍ଟି କରିଛି। ଲୋକମାନେ ଅସହାୟ ଭାବରେ ସାହାଯ୍ୟ ମାଗୁଛନ୍ତି, କିନ୍ତୁ ସାହାଯ୍ୟ ଉପଲବ୍ଧ ହେଇପାରୁନାହିଁ।
ଭୁବନେଶ୍ୱର: ଜରୁରୀକାଳୀନ କ୍ଷେତ୍ରରେ ତ୍ବରିତ ଚିକିତ୍ସା ସେବା ଯୋଗାଇବା ନିମନ୍ତେ ରୋଗର ଶୀଘ୍ର ଚିହ୍ନଟ କରିବା ବେଶ ଗୁରୁତ୍ୱପୂର୍ଣ୍ଣ। ଯେତେବେଳେ କର୍କଟ କିମ୍ବା ପକ୍ଷାଘାତ (ପାରାଲିସିସ୍/ବ୍ରେନ୍ ଷ୍ଟ୍ରୋକ୍) ରୋଗୀଙ୍କୁ ଡାକ୍ତରଖାନାର ଜରୁରୀକାଳୀନ ବିଭାଗରେ ଭର୍ତ୍ତି କରାଯାଏ, ରୋଗୀଙ୍କୁ ଜରୁରୀକାଳୀନ ଚିକିତ୍ସା ଯୋଗାଇବା ସବୁବେଳେ ଏକ ଆହ୍ବାନପୂର୍ଣ୍ଣ କାର୍ଯ୍ୟ ଅଟେ। ତେଣୁ ରୋଗର ତ୍ବରିତ ଚିହ୍ନଟ ତଥା ଡାକ୍ତରୀ ତଥ୍ୟ ବିଶ୍ଳେଷଣରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (ଏଆଇ) ର ପ୍ରୟୋଗ ସମୟର ବଡ଼ ଆବଶ୍ୟକତା ବୋଲି ଏମ୍ସ ଭୁବନେଶ୍ୱର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପ୍ରଫେସର(ଡ) ଆଶୁତୋଷ ବିଶ୍ବାସ ପ୍ରକାଶ କରିଛନ୍ତି। ତାଇୱାନର ଚାଙ୍ଗ ଗୁଙ୍ଗ ବିଶ୍ୱବିଦ୍ୟାଳୟର ସୂଚନା ଇଞ୍ଜିନିୟରିଂ ବିଭାଗର ପ୍ରଫେସର ତଥା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ(ଏଆଇ)ର ନିର୍ଦ୍ଦେଶକ ପ୍ରଫେସର ପ୍ରସନ୍ନ କୁମାର ସାହୁଙ୍କ ସହିତ ସାକ୍ଷାତ ପରେ ଏପରି ମତ ରଖିଛନ୍ତି ଡ. ବିଶ୍ବାସ। ରୋଗ ନିରାକରଣ, ଚିକିତ୍ସା ଏବଂ ପରିଚାଳନା କ୍ଷେତ୍ରରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ(ଏଆଇ)ର ବ୍ୟାପକ ବ୍ୟବହାର ନେଇ ଏହି ବିଦେଶୀ ବିଶ୍ବବିଦ୍ୟାଳୟ ସହିତ…
ସୀତାରାମ ଅଗ୍ରୱାଲ ଚିଲିକା: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ-ବାଣପୁର ଅଞ୍ଚଳର ବିଭିନ୍ନ ହୋଟେଲ, ଫାଷ୍ଟଫୁଡ଼ ଏବଂ ମିଠା ଦୋକାନରେ ଅପମିଶ୍ରିତ ତଥା ନିମ୍ନମାନର ଖାଦ୍ୟ ବିକ୍ରି ହେଉଥିବା ନେଇ ବାରମ୍ବାର ଅଭିଯୋଗ ହେଉଥିଲେ ସୁଦ୍ଧା ଖାଦ୍ୟ ଓ ସୁରକ୍ଷା ବିଭାଗ ପକ୍ଷରୁ ସମୟାନୁଯାଇ ଏବଂ ନିୟମିତ ଚଢ଼ାଉ ନକରାଯିବା ନେଇ ଜନସାଧାରଣଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। କାଁ ଭାଁ ଖାଦ୍ୟ ଓ ସୁରକ୍ଷା ବିଭାଗ ପକ୍ଷରୁ କରାଯାଉଥିବା ଚଢ଼ାଉ ଲୋକ ଦେଖାଣିଆ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି। ବିଭାଗୀୟ କର୍ମଚାରୀମାନେ କେଉଁ ଛଅ ମାସରେ ଥରେ କେବଳ ଦିବା ସମୟରେ ଚଢ଼ାଉ କରି କିଛି ହୋଟେଲ ଏବଂ ମିଠା ଦୋକାନ ମାନଙ୍କଠାରୁ ସ୍ୱଳ୍ପ ଫାଇନ କାଟି ଫେରିଯାଉଥିବା ବେଳେ ସନ୍ଧ୍ୟାକାଳୀନ ଚଢ଼ାଉ ଆଦୌ କରାଯାଉନାହିଁ। ଯାହାଫଳରେ ବାଲୁଗାଁ- ବାଣପୁର ଅଞ୍ଚଳରେ ସନ୍ଧ୍ୟା ସମୟରେ ଛତୁ ଫୁଟିଲା ପରି ଏକାଧିକ ଫାଷ୍ଟଫୁଡ଼ ଏବଂ ଷ୍ଟ୍ରିଟ ଫୁଡ ଅସ୍ଥାୟୀ ସେଣ୍ଟରମାନ ଖୋଲାଯାଉଛି,…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆତ୍ମନିର୍ଭର ଭାରତ ଗଠନ ଲକ୍ଷ୍ୟରେ ଭାରତୀୟ ପ୍ରତିରକ୍ଷା କ୍ଷେତ୍ରରେ ଅସ୍ତ୍ରଶସ୍ତ୍ର ଓ ଉପକରଣକୁ ଅଧିକରୁ ଅଧିକ ଦେଶୀ କାରିଗରୀ ଜ୍ଞାନ କୌଶଳରେ ନିର୍ମାଣ କରିବାକୁ ଆରମ୍ଭ ହୋଇଥିବା ପ୍ରୟାସକୁ ଆଉ ଏକ ବଡ ସଫଳତା ମିଳିଛି। ଲାର୍ସନ ଓ ଟୁବ୍ରୋ (ଏଲ୍ ଆଣ୍ଡ ଟି) ଘରୋଇ କମ୍ପାନୀଠାରୁ ୪୧ଟି ସେଟ୍ ଦେଶୀ କାରିଗରୀ ଜ୍ଞାନ କୌଶଳରେ ନିର୍ମିତ ମଡ୍ୟୁଲାର ବ୍ରିଜ (ସେତୁ) କିଣିବା ସଂକ୍ରାନ୍ତ ଏକ ପ୍ରସ୍ତାବକୁ ପ୍ରତିରକ୍ଷା ମନ୍ତ୍ରଣାଳୟ ଅନୁମୋଦନ କରିବା ପରେ ଏଥି ପାଇଁ ସମ୍ପୃକ୍ତ କମ୍ପାନୀ ସହିତ ଏକ ବୁଝମଣାପତ୍ର ସ୍ୱାକ୍ଷରିତ ହୋଇଛି। ଏଲ୍ ଆଣ୍ଡ ଟି ପ୍ରତିରକ୍ଷା ବାହିନୀକୁ ୨୫୮୫ କୋଟି ଟଙ୍କାର ଊର୍ଦ୍ଧ୍ୱ ମୂଲ୍ୟର ଏହି ବ୍ରିଜ୍ ଯୋଗାଇଦେବ। ଏହାକୁ ଭାରତୀୟ ପ୍ରତିରକ୍ଷା ବାହିନୀର ଇଞ୍ଜିନିୟରିଂ ବିଭାଗ ବ୍ୟବହାର କରିବ। ପ୍ରତିକୂଳ ପରିସ୍ଥିତିରେ ସେତୁ ନିର୍ମାଣ ପାଇଁ ମଡ୍ୟୁଲାର ସେତୁକୁ ବ୍ୟବହାର କରାଯାଏ। ସେନାର ଇଞ୍ଜିନିୟିରିଂ କ୍ଷେତ୍ରରେ ଉଲ୍ଲେଖନୀୟ…
କୈଳାଶ ଚନ୍ଦ୍ର ଚୌଧୁରୀ ପୁରୁଷୋତ୍ତମପୁର: ଗଂଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଳକରେ ମିଶନ ଶକ୍ତି ପକ୍ଷରୁ ଋଣ ମେଳା ଅନୁଷ୍ଠିତ ହୋଇଛି। ଉକ୍ତ କାର୍ଯ୍ୟକ୍ରମରେ ୮୩୩ ମହିଳା ସ୍ବୟଂ ସହାୟକ ଗୋଷ୍ଠୀକୁ ୨୩ କୋଟି ୧୬ ଲକ୍ଷ ଟଙ୍କା ରୁଣ ପ୍ରଦାନ କରାଯାଇଛି। ବ୍ଳକ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଖଲିକୋଟ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ, କବିସୂର୍ଯ୍ୟ ନଗର ବିଧାୟିକା ଲତିକା ପ୍ରଧାନ, ବ୍ଳକ ଅଧ୍ୟକ୍ଷା ପିଙ୍କି ବେହେରା ଓ ଏନ୍ ଏ ସି ଅଧ୍ୟକ୍ଷା ପ୍ରିୟଙ୍କା ଗୌଡ଼ ପ୍ରମୁଖ ଯୋଗ ଦେଇ ସ୍ବୟଂ ସହାୟକ ଗୋଷ୍ଠୀ ମହିଳା ମାନଙ୍କୁ ସ୍ବାବଲମ୍ବୀ ହେବା ସହ ଉଜ୍ଜ୍ବଳ ଭବିଷ୍ୟତ କାମନା କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଲୋକ ପ୍ରତିନିଧି ଓ ସ୍ବେଚ୍ଛାସେବୀ ମାନେ ସହଯୋଗ କରିଥିଲେ।
ସ୍ବପ୍ନ ଶାସ୍ତ୍ର: ଜୀବନର ଆଇନା ହେଉଛି ସ୍ବପ୍ନ। ସ୍ବପ୍ନ ଶାସ୍ତ୍ର ପୂରାପୂରି ସ୍ବପ୍ନ ଉପରେ ଆଧାରିତ। ଏହି ଶାସ୍ତ୍ରରେ ସ୍ବପ୍ନ ବିଷୟରେ ଲେଖାଯାଇଛି। ତେବେ ଆସନ୍ତୁ ଜାଣିବା ସ୍ବପ୍ନରେ ଜୀବଜନ୍ତୁଙ୍କୁ ଦେଖିବା ଶୁଭ ନା ଅଶୁଭ। ମାନ୍ୟତା ଅନୁସାରେ ସ୍ବପ୍ନରେ କିଛି ଜୀବଜନ୍ତୁଙ୍କୁ ଦେଖିଲେ ଖାସ୍ ଯୋଗ ହୋଇଥାଏ। ଗାଈ: ସ୍ବପ୍ନ ଶାସ୍ତ୍ର ଅନୁସାରେ ସ୍ବପ୍ନରେ ଗାଈ ଦେଖିବା ବହୁତ ଶୁଭ ହୋଇଥାଏ। କୁହାଯାଏ ସ୍ବପ୍ନରେ ଗାଈକୁ ଦେଖିଲେ ଭାଗ୍ୟ ଖୋଲିଥାଏ। ଗାଈ ଅର୍ଥାତ୍ ଗୋମାତାଙ୍କଠାରେ ୩୩ କୋଟି ଦେବୀଦେବତା ବାସ କରିଥା’ନ୍ତି। ଗାଈଙ୍କୁ ସ୍ବପ୍ନରେ ଦେଖିବା ଅର୍ଥ ଈଶ୍ବରଙ୍କ କୃପା ମିଳିଥାଏ। ହାତୀ: ହାତୀକୁ ଐଶ୍ବର୍ଯ୍ୟର ପ୍ରତୀକ ରୂପେ ମନାଯାଏ। ଯଦି ସ୍ବପ୍ନରେ କେହି ହାତୀ ଦେଖନ୍ତି, ତେବେ ଏହା ଅତ୍ୟନ୍ତ ଶୁଭ ଫଳ ଦେଇଥାଏ। ହାତୀ ସ୍ବପ୍ନରେ ଦେଖିଥିବା ବ୍ୟକ୍ତିଙ୍କୁ ଜୀବନରେ ଉନ୍ନତି ମିଳିଥାଏ। ସୁଖ ସମୃଦ୍ଧି ପ୍ରାପ୍ତ ହୋଇଙଥାଏ। କୁହାଯାଏ ହାତୀ ସ୍ବପ୍ନ ଦେଖିବା ପରେ ମାତା ଲକ୍ଷ୍ମୀଙ୍କୁ ହାତୀର…
ମେଷ- ଆପଣଙ୍କ କ୍ୟାରିୟର ପ୍ରତି ଆପଣଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡିବ। ଆର୍ଥିକ ଦିଗ ଦୃଢ ହେବ। ପରିବାର ସହିତ ଦୀର୍ଘ ଯାତ୍ରା ଅଛି। ବରିଷ୍ଠମାନଙ୍କ ଆଶୀର୍ବାଦ ସହିତ ଭଲ କାମ ଆରମ୍ଭ କରନ୍ତୁ। ବିଦେଶ ଯିବାକୁ ଥିବା ପ୍ରତିବନ୍ଧକକୁ ଦୂର କରାଯାଇପାରିବ। ବୃଷ- ସାମାଜିକ ଉତ୍ସବରେ ଜଡିତ ହେବେ। ଆତ୍ମବିଶ୍ୱାସ ବୃଦ୍ଧି କରିବ। କେତେକ ପ୍ରସଙ୍ଗରେ ସମସ୍ୟା ଦେଖାଦେବ। ଏହା ଦ୍ବାରା କ୍ଷତି ହୋଇପାରେ। ବିନା ପ୍ରଶ୍ନରେ ଆପଣଙ୍କ ମତାମତ ଦିଅନ୍ତୁ ନାହିଁ । ବାପାଙ୍କ ସହିତ ଗମ୍ଭୀର ବିଷୟ ଉପରେ ଆଲୋଚନା ହେବ । ମିଥୁନ- ଧାର୍ମିକ କାର୍ଯ୍ୟରେ ଅଂଶଗ୍ରହଣ କରିବେ। ଆପଣଙ୍କ କାର୍ଯ୍ୟଗୁଡ଼ିକୁ ଠିକ୍ ସମୟରେ ସମାପ୍ତ କରନ୍ତୁ। ଆପଣଙ୍କୁ ଅଳସୁଆ ମନୋଭାବ କ୍ଷତି ପହଞ୍ଚାଇପାରେ । ବ୍ୟବସାୟକୁ ବିସ୍ତାର କରିବା ପାଇଁ ଆପଣଙ୍କୁ ଏକ ଋଣ ନେବାକୁ ପଡିପାରେ। କର୍କଟ- ଆପଣଙ୍କ ଇଚ୍ଛିତ ଜୀବନ ସାଥୀକୁ ଭେଟି ଖୁସି ହେବ। ଲୋକମାନେ ଆପଣଙ୍କ ଆଚରଣ ଦ୍ୱାରା ଆକର୍ଷିତ ହେବେ ଏବଂ କର୍ମକ୍ଷେତ୍ରରେ…
କୈଳାଶ ଚନ୍ଦ୍ର ଚୌଧୁରୀ ବ୍ରହ୍ମପୁର: ଗଂଜାମ ଜିଲ୍ଲା ପରିଷଦ କକ୍ଷ ରୁଷିକୁଲ୍ୟା ଭବନ ଠାରେ ଜିଲ୍ଲାସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳିତ ହୋଇଛି। ଜିଲାପାଳ ଦୀବ୍ୟଜ୍ୟୋତି ପରିଡ଼ା ଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ଆଜିର ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଅଞଳି ସ୍ବାଇଁ, ଉପାଧ୍ୟକ୍ଷା ରାଜେଶ୍ଵରୀ ଦୋରା, ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା, ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ଭି କୀର୍ତ୍ତି ଭାସନ ଜଳ ସମ୍ପଦ ବିଭାଗ ମୁଖ୍ୟ ଯନ୍ତ୍ରୀ ଇଂ ମୁକୁଲ ବେରୁ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ ଓ ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ଇଂ ଵିଭୁଦତ୍ତ ପଣ୍ଡା ପ୍ରାରମ୍ଭିକ ଭାଷଣ ଦେଇ ଥିଲେ। ଏହି ପାଣି ପକ୍ଷ ପାଳନ କାର୍ଯ୍ୟକ୍ରମରେ ଉପରୁ ତଳ ପର୍ଯ୍ୟନ୍ତ ସମସ୍ତ ସଦସ୍ୟ ଓ ଚାଷୀ ମାନେ ଭେଦଭାବ ନରଖି ମନ ମିଳାଇ କାମ କରିଲେ ଚାଷୀ କୁଳର ଉନ୍ନତି ସମ୍ଭବ ବୋଲି ଉପସ୍ଥିତ ଅତିଥିମାନେ…
ଭୁବନେଶ୍ୱର : ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସଙ୍କ ହତ୍ୟାକାଣ୍ଡ ଏକ ଅତ୍ୟନ୍ତ ସ୍ପର୍ଶକାତର ଘଟଣା। କ୍ରାଇମବ୍ରାଞ୍ଚ ତଦନ୍ତରୁ ଧୀରେ ଧୀରେ ସତ ପଦାକୁ ଆସୁଥିବାବେଳେ ବିଜେପି ଏହାକୁ ନେଇ ହୀନ ରାଜନୀତି କରିବାକୁ ବିଫଳ ପ୍ରୟାସ କରୁଛି ବୋଲି ବିଜୁ ଜନତା ଦଳ ପକ୍ଷରୁ କୁହାଯାଇଛି। ବିଜେଡି ମୁଖପାତ୍ର ଗୌତମବୁଦ୍ଧ ଦାସ ଏକ ପ୍ରେସ ବିବୃତିରେ କହିଛନ୍ତି ଯେ ଏହି ହତ୍ୟାକାଣ୍ଡରୁ ରାଜନୈତିକ ଫାଇଦା ଉଠାଇବା ପାଇଁ ବିଜେପିର କିଛି ନେତା ପ୍ରତିଦିନ ଲୋକଙ୍କୁ ନୂଆ ନୂଆ ଉଦ୍ଭଟ କାହାଣୀ ଶୁଣାଉଛନ୍ତି। କୌତୂହଳର ବିଷୟ ହେଲା, ସେମାନଙ୍କର ଗୋଟିଏ କାହାଣୀ ସହ ଅନ୍ୟ କାହାଣୀର ତାଳମେଳ ରହୁନାହିଁ। ଏଭଳି ଏକ ସମ୍ବେଦନଶୀଳ ମାମଲାରେ ଲୋକଙ୍କୁ ବିଭ୍ରାନ୍ତ କରିବା ପାଇଁ ବିଜେପି ନେତାମାନେ ଯେଭଳି ନିମ୍ନ ସ୍ତରର ରାଜନୀତି କରୁଛନ୍ତି, ତାହା ଦେଖି ଓଡ଼ିଶାବାସୀ ସେମାନଙ୍କୁ ଘୃଣା କରିବା ଆରମ୍ଭ କଲେଣି। ଏମିତି ହାସ୍ୟାସ୍ପଦ ବୟାନବାଜି କରୁଥିବା ବିଜେପି ନେତାମାନେ ଆଗାମୀ ଦିନରେ…
ଭୁବନେଶ୍ୱର: ଏୟାରଟେଲ୍ ପକ୍ଷରୁ ଓଡିଶାର ଅନୁଗୁଳ, ସମ୍ବଲପୁର, ବ୍ରହ୍ମପୁର ଓ ବାଲେଶ୍ୱର ସହରରେ ଏହାର ଅତ୍ୟାଧୁନିକ ୫ଜି ସେବାର ଶୁଭାରମ୍ଭ ଘୋଷଣା କରାଯାଇଛି । ଏୟାରଟେଲ୍ର ୫ଜି ସେବାଗୁଡିକ ପୂର୍ବରୁ ଭୁବନେଶ୍ୱର, କଟକ, ରାଉରକେଲା ଓ ପୁରୀରେ ଉପଲବ୍ଧ ହୋଇଥିଲା । କମ୍ପାନୀ ଏହାର ନେଟ୍ୱର୍କ ନିର୍ମାଣ ଓ ରୋଲ୍-ଆଉଟ୍ ଶେଷ କରିବା କାର୍ଯ୍ୟ ଜାରି ରଖିଥିବାରୁ ଏୟାରଟେଲ୍ ୫ଜି ପ୍ଲସ୍ ସେବା ଗ୍ରାହକଙ୍କ ପାଇଁ ପର୍ଯ୍ୟାୟକ୍ରମେ ଉପଲବ୍ଧ ହେବ । ୫ଜି ସକ୍ଷମ ଡିଭାଇସ୍ ଥିବା ଗ୍ରାହକମାନେ ରୋଲ୍-ଆଉଟ୍ ଅଧିକ ବ୍ୟାପକ ହେବା ପର୍ଯ୍ୟନ୍ତ ବିନା କୌଣସି ଅତିରିକ୍ତ ଶୁଳ୍କରେ ହାଇସ୍ପିଡ୍ ଏୟାରଟେଲ୍ ୫ଜି ପ୍ଲସ୍ ନେଟ୍ୱର୍କ ଉପଭୋଗ କରିପାରିବେ । ଏଥିପାଇଁ ସିମ୍ ବଦଳାଇବାର କୌଣସି ଆବଶ୍ୟକତା ନାହିଁ । ଏହି ଶୁଭାରମ୍ଭ ଅବସରରେ ଭାରତୀ ଏୟାରଟେଲ୍ର ଓଡିଶା, ବିହାର ଓ ଝାଡଖଣ୍ଡ ସିଇଓ ଶ୍ରୀ ଅନୁପମ ଅରୋରା କହିଛନ୍ତି, ‘ମୁଁ ଭୁବନେଶ୍ୱର, କଟକ, ରାଉରକେଲା ଓ ପୁରୀ…
ଭୁବନେଶ୍ୱର: ଓଡ଼ିଶା ପ୍ରଶାସନିକ ସେବାରେ ନବନିଯୁକ୍ତ ଅଧିକାରୀମାନଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସ୍ଥାନୀୟ ଗୋପବନ୍ଧୁ ପ୍ରଶାସନିକ ଏକାଡେମୀରେ ଆଜି ଉଦ୍ଘାଟିତ ହୋଇଛି । ପ୍ରଶିକ୍ଷାର୍ଥୀମାନଙ୍କୁ ନିଷ୍ଠାପରତା ତଥା ବୃତ୍ତିଗତ ସଫଳତାର ପଥ ଅନୁସରଣ କରିବା ପାଇଁ ଅତିଥିମାନେ ପରାମର୍ଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ଶ୍ରୀ ଆର୍. ବାଲକ୍ରିଷ୍ଣନ୍, ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷଙ୍କ ଅଧ୍ୟକ୍ଷ ଡ. ସୁବ୍ରତୋ ବାଗ୍ଚୀ ଓ ଏକାଡେମୀର ମହାନିର୍ଦ୍ଦେଶକ ଶ୍ରୀ ରାଜକୁମାର ଶର୍ମା ପ୍ରମୁଖ ଶିକ୍ଷାନବିସମାନଙ୍କୁ ଏହି ମର୍ମରେ ସାଧୁତା ଓ ପ୍ରଶାସନିକ ପ୍ରତିବଦ୍ଧତା ରକ୍ଷା ଉପରେ ଗୁରୁତ୍ୱ ଦେବାକୁ ଉଲ୍ଲେଖ କରିଛନ୍ତି । କାର୍ଯ୍ୟକ୍ରମ ଉଦ୍ଘାଟନ କରି ଶ୍ରୀ ଆର୍ ବାଲ୍କ୍ରିଷ୍ଣନ୍ ଓଡ଼ିଶାରେ ତାଙ୍କର ସୁଦୀର୍ଘ ବୃତ୍ତିଗତ ଅଭିଜ୍ଞତା ଉପରେ ଆଲୋକପାତ କରିବା ସହିତ ଦେଶରେ ଏକ ଅଗ୍ରଣୀ ଓ ସଫଳ ରାଜ୍ୟ ଭାବେ ଓଡ଼ିଶା ଉଭା ହୋଇଛି ବୋଲି ପ୍ରକାଶ କରିଥିଲେ । ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ତଥା ବିବିଧ ମାନବସମ୍ବଳ ବିକାଶ ସୂଚକାଙ୍କଗୁଡ଼ିକରେ…
ଭୁବନେଶ୍ୱର: ଓଡ଼ିଶା ରାଜ୍ୟ ଗୃହ ନିର୍ମାଣ ସଂସ୍ଥାର କର୍ମଚାରୀ ସଂଘର ୩୧ତମ ବାର୍ଷିକ ଉତ୍ସବ ଆଜି ଅନୁଷ୍ଠିତ ହୋଇଯାଇଛି। ‘ଗୃହ ନିର୍ମାଣ ଭବନ’ ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟ ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀମତୀ ଉଷା ଦେବୀ ରାଜ୍ୟ ସରକାରଙ୍କର ‘ସମସ୍ତଙ୍କ ପାଇଁ ଘର’ ଆଭିମୁଖ୍ୟକୁ ସାକାର କରିବା ପାଇଁ ଗୃହ ନିର୍ମାଣ ସଂସ୍ଥା ସମସ୍ତଙ୍କୁ ସୁଲଭ ମୂଲ୍ୟରେ ଘର ତିଆରି କରି ଯୋଗାଇ ଦେଉ ଏବଂ ଏଥି ପାଇଁ ସରକାର ସମସ୍ତ ପ୍ରକାର ସହଯୋଗ ଯୋଗାଇଦେବେ ବୋଲି କହିଥିଲେ। ଏହି ଅବସରରେ ମନ୍ତ୍ରୀ ଶ୍ରୀମତୀ ଉଷା ଦେବୀ ବିଭାଗୀୟ ସ୍ମରଣିକା ଉନ୍ମୋଚନ କରିଥିଲେ । ସଂଘର ସଭାପତି ଶ୍ରୀ ମନୋଜ କୁମାର ମହାନ୍ତି ଉତ୍ସବରେ ପୌରୋହିତ୍ୟ କରି ରାଜ୍ୟ ଗୃହ ନିର୍ମାଣ ସଂସ୍ଥା ଗୃହ ନିର୍ମାଣ କ୍ଷେତ୍ରରେ ରାଜ୍ୟରେ ପ୍ରଥମ ସଂସ୍ଥା ଭାବେ ଉଭା ହୋଇ ବିଗତ ୫ ବର୍ଷ…
ଭୁବନେଶ୍ୱର: ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଆନୁକୂଲ୍ୟରେ ଆୟୋଜିତ ସପ୍ତଦଶ ତୋଷାଳୀ ଜାତୀୟ ହସ୍ତଶିଳ୍ପ ମେଳାର ଅଷ୍ଟମ ସଂଧ୍ୟାରେ ମୁଖ୍ୟ ଅତିଥି ଭାବରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ତଥା ମୁଖମନ୍ତ୍ରୀଙ୍କର ମୁଖ୍ୟ ପରାମର୍ଶଦାତା ଶ୍ରୀଯୁକ୍ତ ଅସିତ କୁମାର ତ୍ରିପାଠୀ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ ଯୋଗଦେଇଥିଲେ। ସେହିପରି ସୂଚନା ଓ ଲୋକ ସଂପର୍କ ବିଭାଗର ନିର୍ଦ୍ଦେଶକ ତଥା ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଗବେଷଣା ପ୍ରଶିକ୍ଷଣ ପ୍ରତିଷ୍ଠାନର ନିର୍ଦ୍ଦେଶକ ଶ୍ରୀଯୁକ୍ତ ଇନ୍ଦ୍ରମଣି ତ୍ରିପାଠୀ, ହସ୍ତଶିଳ୍ପ ନିର୍ଦେଶକ ଶ୍ରୀଯୁକ୍ତ ଶ୍ୟାମଭକ୍ତ ମିଶ୍ର ଏବଂ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ଅତିରିକ୍ତ ସଚିବ ଶ୍ରୀ ବିକ୍ରମାଦିତ୍ୟ ବାରିକ, ସିଡାକର ମେମ୍ବର ସେକ୍ରେଟାରୀ ଶ୍ରୀ ଶିଶିର କୁମାର ରଥ, ଯୋଗଦେଇ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ପାଦପଦ୍ମରେ ପୁଷ୍ପଗୁଚ୍ଛ ଅର୍ପଣ କରି, ପ୍ରଦୀପ ପ୍ରଜ୍ୱଳନ କରିବା ସହିତ ରୁଦ୍ରାକ୍ଷ…
ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି: ଆଜି କଳାହାଣ୍ଡି ଜିଲ୍ଲାର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କନଫରେନ୍ସ ହଲ ଠାରେ ରାଷ୍ଟ୍ରୀୟ ବାହକ ଜନିତ ରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମ ଅନ୍ତର୍ଗତ ଆଗାମୀ ୧୦ ରୁ ୧୯ ଫେବୃଆରୀ ପର୍ଯ୍ୟନ୍ତ ହେବାକୁ ଯାଉଥିବା ଫାଇଲେରିଆ ନିରାକରଣ ଅଭିଯାନ ର ସାର୍ବଜନୀନ ବାତଜ୍ଵର ଔଷଧ ସେବନ କାର୍ଯ୍ୟକ୍ରମ ବା ମାସ ଡ୍ରଗ୍ସ ଆଡ୍ମିନିଷ୍ଟ୍ରସନ ର ପ୍ରେସବାର୍ତା ମୁଖ୍ୟ ଚିକିତ୍ସା ଏବଂ ଜନ ସ୍ୱାସ୍ଥ୍ୟ ଅଧିକାରୀକଂ ଅଧ୍ୟକ୍ଷତା ରେ ସମାପନ କରାଯାଇଛି। କାର୍ଯ୍ୟକ୍ରମ ଆରମ୍ଭ ପୂର୍ବରୁ କଳାହାଣ୍ଡି ଜିଲ୍ଲାର ସମସ୍ତ ବ୍ଲକର ଚିହିଁତ ଗ୍ରାମରେ ରାତ୍ରିକାଳୀନ ରକ୍ତ ସଂଗ୍ରହ କରାଯାଇ ପରୀକ୍ଷା କରାଯାଇଛି। ଏହି ପରୀକ୍ଷା ପରେ ନର୍ଲା ବ୍ଲକରେ ଫାଇଲେରିଆ କୃମିମାତ୍ର ୧ % ରୁ ଅଧିକ ଥିବା ଜଣା ପଡିଛି। ସେଥିପାଇଁ କଳାହାଣ୍ଡି ଜିଲ୍ଲାର କେବଳ ନର୍ଲା ବ୍ଲକକୁ ପ୍ରଥମ ଥର ସାର୍ବଜନୀନ ବାତଜ୍ଵର ଔଷଧ ସେବନ କାର୍ଯ୍ୟକ୍ରମ ବା ମାସ ଡ୍ରଗ୍ସ ଆଡ୍ମିନିଷ୍ଟ୍ରସନ ପାଇଁ…
ସୀତାରାମ ଅଗ୍ରୱାଲ ଟାଙ୍ଗୀ: ଖୋର୍ଦ୍ଧା ଜିଳ୍ଲା ଟାଙ୍ଗୀ ବ୍ଲକ ସାମ୍ବାଦିକ ସଂଘ ଆନୁକୂଲ୍ୟରେ ଟାଙ୍ଗୀ ବଳରାମ ଦେବ ବିଦ୍ୟାପୀଠ ଖେଳପଡିଆରେ ନିଳାମ୍ବୁ ମହୋତ୍ସବର ଉଦଘାଟିତ ହୋଇଯାଇଛି। ଟାଙ୍ଗୀ ବ୍ଲକ ସାମ୍ବାଦିକ ସଂଘ ସଭାପତି ପଦ୍ମନାଭ ବିଶ୍ୱାଳଙ୍କ ସଭାପତିତ୍ୱରେ ଉଦଘାଟିତ ଦିବସରେ ମୂଖ୍ୟ ଅତିଥି ଭାବରେ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ଖୋର୍ଦ୍ଧା ବିଧାୟକ ଜୋତିନ୍ଦ୍ରନାଥ ମିତ୍ର, ଖୋର୍ଦ୍ଧାର ପୂର୍ବତନ ବିଧାୟକ ଡଃ ଦିଲ୍ଲୀପ ଶ୍ରୀଚନ୍ଦନ, ଟାଙ୍ଗୀ ବ୍ଲକ ଅଧ୍ୟକ୍ଷା ରିସ୍ମା ମାନଧାତା, ସମାଜସେବୀ ଡଃ ପ୍ରକାଶ ଶ୍ରୀଚନ୍ଦନ, ଟାଙ୍ଗୀ ବ୍ଲକ ସରପଞ୍ଚ କିଶୋର ବେହେରା, ଯୋଗ ଦେଇଥିବା ବେଳେ ମହୋତ୍ସବ ଅଭ୍ୟର୍ଥନା କମିଟି ଅଧ୍ୟକ୍ଷ ରାମଚନ୍ଦ୍ର ମହାପାତ୍ର, ମହୋତ୍ସବ କମିଟିର ଉପାଦେଷ୍ଟା ସଂଜୟ ପଟ୍ଟନାୟକ, ସାମ୍ବାଦିକ ସଂଘର ସଂମ୍ପାଦକ ମନୋଜ ପଟ୍ଟନାୟକ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ କରି ଉଦଘାଟନ କରିଥିଲେ। ମହୋତ୍ସବ ୮ତାରିଖରୁ ଆରମ୍ଭ ହୋଇ ୧୪ତାରିଖ ପର୍ଯ୍ୟନ୍ତ ଚାଲିବ। ମହୋତ୍ସବ ପଡିଆରେ ଆକର୍ଷଣୀୟ…
କନ୍ଦର୍ପ ବେହେରା ରେଢ଼ାଖୋଲ: ନାକଟିଦେଉଳ ବ୍ଲକ୍ କୁଞ୍ଜାମୁରା ରାଜସ୍ବ ଗ୍ରାମରେ ଥିବା ସାଲେଢ଼ିପ ଉଚ୍ଚ ବିଦ୍ୟାଳୟର ନିଯୁକ୍ତିକୁ ନେଇ ଜନ ଅସନ୍ତୋଷ ଦେଖାଯାଇଛି। ରାତ୍ର ଜଗୁଆଳୀ ଓ ଝାଡ଼ୁଦାର ନିଯୁକ୍ତିରେ ବ୍ୟାପକ ଅନିୟମିତତା ହୋଇଥିବାକୁ ନେଇ ଆଜି ବିଦ୍ୟାଳୟ ଫାଟକରେ କୁଞାମୁରା ଗ୍ରାମବାସୀ ଧାରଣାରେ ବସିଛନ୍ତି। ଏବଂ ଏହି ନିଯୁକ୍ତିକୁ ବାତିଲ କରିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି। ସରକାରଙ୍କ ନିୟମଅନୁଯାୟୀ ଗ୍ରାମର ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ ଦ୍ବାରା ପରିଚାଳିତ ହୋଇ ଏହି ପଦବୀ ପାଇଁ ୨ ଜଣଙ୍କୁ ନିଯିକ୍ତି ଦିଆଯିବାକୁ ନିୟମ ରହିଛି। ସ୍ବୟଂ ସହାୟିକା ଗୋଷ୍ଠୀର ମହିଳାମାନେ ଏ ସଂପର୍କରେ ଜାଣିବାର ଆବଶ୍ୟକତା ରହିଛି। ହେଲେ ବାଟଗଁ ଗୋବିନ୍ଦପୁର ଗ୍ରାମର ଓମ୍ ଶାନ୍ତି ମହିଳା ଗ୍ରୁପ୍ ତରଫରୁ କୃଷ୍ଣ ଚନ୍ଦ୍ର ଧଳଙ୍କୁ ରାତ୍ରଜଗୁଆଳୀ ଓ ଆଉ ଜଣଙ୍କୁ ଝାଡ଼ୁଦାର ଭାବରେ ନିଯୁକ୍ତି ଦେଇଛନ୍ତି ପ୍ରଧାନ ଶିକ୍ଷକ। ଗ୍ରାମବାସୀଙ୍କ ଅଭିଯୋଗ ଯେ, କୁଞ୍ଜାମୁରା ଗ୍ରାମରେ ୨୫ ଟି ମିଳା…
ଭୁବନେଶ୍ଵର: ପୂର୍ବ ତଟ ରେଳପଥ (ECoR) ର ପାସେଞ୍ଜର ରିଜର୍ଭେସନ୍ ସିଷ୍ଟମ୍ ବା ଯାତ୍ରୀ ସଂରକ୍ଷଣ ପ୍ରଣାଳୀ (PRS) ଡାଟା ବେସ୍ ଆଜି (8 ଫେବୃଆରୀ 2023) ଠାରୁ ଭୁବନେଶ୍ୱରରୁ କାର୍ଯ୍ୟ ଆରମ୍ଭ କରିଛି। ପୂର୍ବ ତଟ ରେଳପଥ ବର୍ତ୍ତମାନ ଏହାର ପରିସୀମା ମଧ୍ୟରୁ ଉତ୍ପନ୍ନ ହେଉଥିବା ଟ୍ରେନ୍ ଗୁଡିକ ପାଇଁ ସମସ୍ତ ପ୍ରକାର ଯାତ୍ରୀ ସଂରକ୍ଷଣ କାର୍ଯ୍ୟକଳାପ ପରିଚାଳନା ପାଇଁ ଆତ୍ମ ନିର୍ଭରଶୀଳ ଏବଂ ଅନ୍ୟ ରେଳ/କେନ୍ଦ୍ର ଗୁଡିକ ଉପରେ ନିର୍ଭର କରିବ ନାହିଁ। ଏହା ମଧ୍ୟ ପୂର୍ବ ତଟ ରେଳପଥକୁ ଆତ୍ମନିର୍ଭରଶୀଳ କରିବ ଏବଂ ଟ୍ରେନର କାର୍ଯ୍ୟସୂଚୀରେ ପରିବର୍ତ୍ତନ ହେଉ କିମ୍ବା ନୂତନ ଟ୍ରେନର ପ୍ରାରମ୍ଭିକ ଚଳାଚଳ ପାଇଁ ସଂରକ୍ଷଣ କ୍ଷେତ୍ରରେ ପରିଚାଳନାଗତ କାର୍ଯ୍ୟକଳାପକୁ ନିଜେ ସୁରୁଖୁରୁରେ କାର୍ଯ୍ୟକାରୀ କରିପାରିବ ଏବଂ ପୂର୍ବର ଯୋଗାଯୋଗ ଜନିତ ସମସ୍ୟା ଗୁଡିକ ଠାରୁ ଭ୍ରାନ୍ତି ପାଇବ। ଭୁବନେଶ୍ୱରରେ 1 ଏପ୍ରିଲ 2003 ଠାରୁ ମୁଖ୍ୟାଳୟ ସହିତ ପୂର୍ବ ତଟ ରେଳପଥ ଗଠନ…
ଭୁବନେଶ୍ଵର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ଯାଜପୁର ଜିଲ୍ଲା ମହୋତ୍ସବ ୨୦୨୩ ଉଦ୍ଘାଟନ କରିଛନ୍ତି। ଏହି ଜିଲ୍ଲା ମହୋତ୍ସବ ୬ ଦିନ ପର୍ଯ୍ୟନ୍ତ ଚାଲିବ। ଏହି ଅବସରରେ ଉପସ୍ଥିତ ଜନସାଧାରଣଙ୍କୁ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଅନେକ ଧର୍ମ, ଆଧ୍ୟାତ୍ମକ ଓ ଦର୍ଶନ ତତ୍ତ୍ବର ସଂଗମ ସ୍ଥଳ ହେଉଛି ଯାଜପୁର। ଯାଜପୁରର ସଂସ୍କୃତିରେ ବିଭିନ୍ନ ତତ୍ତ୍ବର ପ୍ରତିଫଳନ ଦେଖିବାକୁ ମିଳିଥାଏ। ଯାଜପୁର ଦିନେ ଓଡିଶାର ରାଜଧାନୀ ଥିଲା। ଧର୍ମ, ସାହିତ୍ୟ ଓ ସଂସ୍କୃତିର କେନ୍ଦ୍ର ଥିଲା। ହିନ୍ଦୁ ଧର୍ମ ପରି ବୌଦ୍ଧ ଧର୍ମର ମଧ୍ୟ ବିକାଶ ହୋଇଥିଲା। ରତ୍ନଗିରି, ଲଳିତଗିରି ଓ ଉଦୟଗିରି ଏବେ ସାରା ବିଶ୍ବର ବୌଦ୍ଧ ମାନଙ୍କ ପାଇଁ ଆକର୍ଷଣର କେନ୍ଦ୍ର ହୋଇଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ମା ବିରଜାଙ୍କୁ ପ୍ରଣାମ ଜଣାଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଯାଜପୁର ହେଉଛି ଶକ୍ତି ପୀଠ। ଏହାର ଗୌରବମୟ ଇତିହାସ ରହିଛି। ସ୍ବାଧୀନତା ସଂଗ୍ରାମ ଠାରୁ…
କନ୍ଦର୍ପ ବେହେରା ରେଢାଖୋଲ: ଗତକାଲି ରାତିରେ ଏକ ଟ୍ରକ ରେଢାଖୋଲ ଥାନା ଡଇଁଚା ଗାମପଂଚାୟତର ତେରବେଡା ଗ୍ରାମ ନିକଟରେ ଦୁର୍ଘଟଣା ହେବା ଫଳରେ ଟ୍ରକଟି ସଂପୂର୍ଣ୍ଣ ଜଳି ଯାଇଥିବା ବେଳେ ଡ୍ରାଇଭର ଜୀବନ୍ତ ଦଗ୍ଧ ହୋଇ ଯାଇଥିବା ଜଣା ପଡିଛି। ମୃତକ ଡ୍ରାଇଭରର ଘର ଅନୁଗୋଳ ଜିଲ୍ଲା କିଶୋର ନଗର ଥାନା ଘୋଷର ଗ୍ରାମର ବୋଲି ପୋଲିସ୍ କହିଛି। ପ୍ରକାଶ ଯେ, ଅନୁଗୋଳର ଏହି ୧୨ ଚକିଆ ଟ୍ରକଟି (ଓଡି୧୯ଡି-୨୨୭୭) ନାକଟିଦେଉଳ ପଟୁ ରେଢାଖୋଲ ଆସୁଥିବା ବେଳେ ତେରବେଡା ଘାଟି ନିକଟରେ ମଧ୍ୟ ରାତ୍ରୀରେ ଟ୍ରକଟି ଭାରସାମ୍ୟ ହରାଇ ରାସ୍ତାର ଡାହାଣ ପାଶ୍ୱର୍ରେ ଓଲଟି ପଡି ନିଆଁ ଲାଗି ଯାଇଥିଲା। ଟ୍ରକର ଡ୍ରାଇଭର ଅନୁଗୋଳ ଜିଲ୍ଲା ଘୋଷର ଗ୍ରାମର ଅଲେଖ ବାଦି ଟ୍ରକ ଭିତରୁ ବାହାରି ନ ପାରି ଜୀବନ୍ତ ଦଗ୍ଧ ହୋଇ ଯାଇଥିଲା। ମଧ୍ୟରାତ୍ରରେ ଏହି ଘଟଣାଟି ଘଟିଥିବାରୁ କେହି ବି ଜାଣି ପାରି ନ ଥିଲେ। ଡ୍ରାଇଭର ଜଣଙ୍କ…
ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାରେ ପାଣି ପଞ୍ଚାୟତ ପକ୍ଷ ପାଳନ ଅବସରରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀଙ୍କ କାର୍ଯ୍ଯାଳୟ ପରିସରରେ ବିଭିନ୍ନ ବିଭାଗର ୮ ଗୋଟି ଷ୍ଟଲ ଯଥାକ୍ରମେ: ଜଳସଂପଦ ବିଭାଗ, ଉଦ୍ୟାନ ବିଭାଗ ଏବଂ କୃଷି ବିଭାଗ ଇତ୍ୟାଦି ଉଦଘାଟନ ହୋଇଯାଇଛି। ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ରାନୀ ଗୁମାନସିଂହ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗୋପୀନାଥ ମହାରଣା, ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ବିଘ୍ନରାଜ ପୁରୋହିତ, ମୁଖ୍ୟ ଉନ୍ନୟନ ଅଧିକାରୀ ଦିଗମ୍ବର ରାଉତ, ଖୋର୍ଦ୍ଧା ଅଧିକ୍ଷଣ ଯନ୍ତ୍ରୀ ଇଂ ପ୍ରଦୀପ କୁମାର ବେହେରା, ଏସଡିଓ ଅକ୍ଷୟ କୁମାର ବେହେରା, ସହକାରୀ ଯନ୍ତ୍ରୀ ଇଂ ସୁରେନ୍ଦ୍ର କୁମାର ସାହୁ ଏବଂ ପ୍ରଭାସ ଚନ୍ଦ୍ର ପଟ୍ଟନାୟକ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଜ୍ୟୋତ୍ସ୍ନାମୟୀ ଆଚାର୍ଯ୍ୟ ପ୍ରମୁଖ ଯୋଗଦେଇଥିଲେ। ଜଳସେଚତନ ବିଭାଗଙ୍କ ତରଫରୁ ପାଣି ପଞ୍ଚାୟତ ପକ୍ଷ ପାଳନ ପାନ ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ବେଉରା…

