ସୁନ୍ଦରଗଡ଼: ବର୍ତ୍ତମାନ ସମୟରେ ବଜାରରେ ଢିଙ୍କିକୁଟା ଚାଉଳର ଚାହିଦା ବଢୁଛି। ସୁନ୍ଦରଗଡ଼ ଜିଲ୍ଲାର ଆଦିବାସୀ ମହିଳାମାନଙ୍କ ଦ୍ୱାରା ପ୍ରସ୍ତୁତ ଢିଙ୍କିକୁଟା ଚାଉଳ ସ୍ଥାନୀୟ ବଜାର ସହିତ ଓରମାସ ମେଳା ଆଦି ମାଧ୍ୟମରେ ଭଲ ବିକ୍ରି ହେଉଛି। ଫଳରେ ଏହା ସ୍ଥାନୀୟ ଆଦିବାସୀ ପରିବାରର ମହିଳାମାନଙ୍କ ପାଇଁ ରୋଜଗାରର ବଡ଼ ମାଧ୍ୟମ ହୋଇପାରିଛି। ସୁନ୍ଦରଗଡ଼ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା (ଆଇଟିଡିଏ) ଅଧୀନରେ ଜିଲ୍ଲାର ୯ଟି ବ୍ଲକ ରହିଛି। ଏହି ବ୍ଲକଗୁଡ଼ିକରେ ଆଇଟିଡିଏ ପକ୍ଷରୁ ମୋଟ ୧୮ଟି “ବନ ଧନ ବିକାଶ କେନ୍ଦ୍ର” ବା ଭିଡିଭିକେ ୟୁନିଟ୍ ଗଠନ କରାଯାଇଛି। ଏହା ମାଧ୍ୟମରେ ଆଦିବାସୀ ପରିବାରର ମହିଳାମାନଙ୍କୁ ବିଭିନ୍ନ ଜୀବିକା ବିକାଶ ଲାଗି ଆର୍ଥିକ ପ୍ରୋତ୍ସାହନ ସହ ବୈଷୟିକ ସହାୟତା ଯୋଗାଇ ଦିଆଯାଉଛି। ଏହି ଭିଡିଭିକେ ୟୁନିଟଗୁଡ଼ିକ ମାଧ୍ୟମରେ ଜିଲ୍ଲାର ଆଦିବାସୀ ବର୍ଗର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ଢିଙ୍କିକୁଟା ଚାଉଳ ଉତ୍ପାଦନ କରି ଆର୍ଥିକ ଭାବେ ସ୍ୱାବଲମ୍ବୀ ହୋଇପାରିଛନ୍ତି। ବଜାରରେ…
Author: Samikhsya Bureau
ସୀତାରାମ ଅଗ୍ରୱାଲ ଚିଲିକା: ଆଜି ଖୋର୍ଦ୍ଧା ଜିଲ୍ଲା ଚିଲିକା ତହସିଲରେ ନୂତନ ତହସିଲଦାର ଭାବେ ଓଏଏସ ଅଧିକାରୀ ଦିଲ୍ଲୀପ କୁମାର ଷଡ଼ଙ୍ଗୀ କାର୍ଯ୍ୟରେ ଯୋଗ ଦେଇଛନ୍ତି। ଶ୍ରୀ ଷଡ଼ଙ୍ଗୀ ଏହା ପୁର୍ବରୁ ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ବିଡ଼ିଓ ଭାବେ ଦୁଇ ବର୍ଷ ଧରି କାର୍ଯ୍ୟରତ ଥିଲେ। ଅପରାହ୍ନରେ ଚିଲିକା ବିଡ଼ିଓଙ୍କ ଠାରୁ କାର୍ଯ୍ୟଭାର ଗ୍ରହଣ କରିବା ପରେ ତହସିଲର ସମସ୍ତ କର୍ମଚାରୀ ମାନେ ଶ୍ରୀ ଷଡ଼ଙ୍ଗୀଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ। ସୂଚନା ଥାଉକି କିଛି ଦିନ ତଳେ ଚିଲିକା ପୂର୍ବତନ ତହସିଲଦାର ପ୍ରଦୀପ ସାହୁଙ୍କ ଆଠଗଡ଼ ବିଡ଼ିଓ ଭାବେ ବଦଳି ହେଲା ପରେ ଉକ୍ତ ପଦବୀ ଖାଲି ପଡିଥିଲା। ତେବେ ଗତ ଏକ ବର୍ଷ ଦୁଇ ମାସ ମଧ୍ୟରେ ଦୁଇ ଦୁଇ ଥର ଚିଲିକା ତହସିଲଦାର ବଦଳିବା ଘଟଣାକୁ ଜନସାଧାରଣ ମାନେ ସନ୍ଦେହ ଦୃଷ୍ଟିରେ ଦେଖୁଛନ୍ତି। ବାରମ୍ବାର ଅଧିକାରୀଙ୍କ ବଦଳି ହେବା ଫଳରେ ତହସିଲ ରେ ଉନ୍ନୟନ କାର୍ଯ୍ୟ…
ମୁମ୍ବଇ: ରିଲାଏନ୍ସ ଜିଓ ଏବଂ ଜିଏସଏମ୍ଏ ଦେଶବ୍ୟାପୀ ଏକ ବିସ୍ତାରିତ ଜିଏସଏମ୍ଏ କନେକ୍ଟେଡ ଓମେନ୍ କମିଟ୍ମେଣ୍ଟ ଇନିସିଏଟିଭ ଅଧୀନରେ ଏକ ମିଳିତ ପ୍ରୟାସ ସ୍ୱରୂପ ସେମାନଙ୍କର ଡିଜିଟାଲ କୁଶଳତା କାର୍ଯ୍ୟକ୍ରମ ପ୍ରଚଳନ ସମ୍ପର୍କରେ ଗର୍ବର ସହିତ ଘୋଷଣା କରିଛନ୍ତି। ଏହି କାର୍ଯ୍ୟକ୍ରମ ଗ୍ରାମୀଣ ମହିଳା ଏବଂ ଉପେକ୍ଷିତ / ନିମ୍ନ ଆୟକାରୀ ଗୋଷ୍ଠୀର ବ୍ୟକ୍ତିବିଶେଷଙ୍କୁ ଆବଶ୍ୟକତା ଭିତ୍ତିକ ତାଲିମ ଯୋଗାଇଦେଇ ସେମାନଙ୍କୁ ଡିଜିଟାଲ ସୁଯୋଗର ଅର୍ଥପୂର୍ଣ୍ଣ ଉପଯୋଗ କରିବା ଦିଗରେ ସହାୟତା ଯୋଗାଇଦେବା ଲକ୍ଷ୍ୟ ରଖିଛି। ଜିଏସଏମ୍ଏର ମୋବାଇଲ ଲିଙ୍ଗଗତ ପାର୍ଥକ୍ୟ ରିପୋର୍ଟ ୨୦୨୨ ଅନୁଯାୟୀ ଭାରତରେ ମହିଳାମାନେ ପୁରୁଷଙ୍କ ଦ୍ୱାରା ମୋବାଇଲ ଇଣ୍ଟରନେଟ ବ୍ୟବହାର ତୁଳନାରେ ୪୧% କମ୍ ମୋବାଇଲ ଇଣ୍ଟରନେଟ ବ୍ୟବହାର କରୁଛନ୍ତି। ଭାରତରେ ମୋଟ ୩୩୦ ନିୟୁତ ମହିଳା ଏପର୍ଯ୍ୟନ୍ତ ମୋବାଇଲ ଇଣ୍ଟରନେଟ ବ୍ୟବହାର କରୁନାହାନ୍ତି, ଯେଉଁ ସଂଖ୍ୟା ପୁରୁଷଙ୍କ କ୍ଷେତ୍ରରେ ୨୪୮ ନିୟୁତ ରହିଛି। ସାକ୍ଷରତା ଏବଂ ଡିଜିଟାଲ କୁଶଳତାର ଅଭାବ ମୋବାଇଲ ଇଣ୍ଟରନେଟ ବ୍ୟବହାର…
ଭୁବନେଶ୍ବର: ଶିବ ଭକ୍ତିର ପବିତ୍ର ପର୍ବ ମହାଶିବରାତ୍ରି, ଚଳିତ ବର୍ଷ ୧୮ ଫେବୃଆରୀ ୨୦୨୩ ରେ ପାଳନ କରାଯିବ। ଶିବ ବ୍ରହ୍ମାଣ୍ଡର ଉତ୍ପତ୍ତି, ସ୍ଥିତି ଏବଂ ବିନାଶର ଅଧିପତି ଅଟନ୍ତି। କୁହାଯାଏ ଯେ ମହାଶିବରାତ୍ରିର ଶୁଭ ସମୟରେ ମହାଦେବଙ୍କୁ ପୂଜା କଲେ ଚାରି ଗ୍ରହର ଦୋଷରୁ ମୁକ୍ତି ମିଳିଥାଏ। ଆସନ୍ତୁ ଜାଣିବା ମହାଶିବତ୍ରୀରେ ଭୋଲେନାଥଙ୍କୁ ପୂଜା କଲେ କେଉଁ ଗ୍ରହ ଶାନ୍ତ ହେବେ। ମହାଶିବରାତ୍ରୀରେ ଏହି ଚାରୋଟି ଗ୍ରହର ଯନ୍ତ୍ରଣାରୁ ମୁକ୍ତି ମିଳିବ: ରାହୁ- ରାଶିରେ ରାହୁଙ୍କ ପୀଡା ହେତୁ ଜଣେ ବ୍ୟକ୍ତିଙ୍କୁ ପ୍ରତ୍ୟେକ ପଦକ୍ଷେପରେ ଦୁଃଖର ସମ୍ମୁଖୀନ ହେବାକୁ ପଡିବ, ମୃତ୍ୟୁ ପରି ଯନ୍ତ୍ରଣା ଭୋଗିବାକୁ ପଡିବ। ଶାସ୍ତ୍ର ଅନୁଯାୟୀ, ଶିବଙ୍କୁ ପୂଜା କରିବା ଦ୍ଵାରା ରାହୁଙ୍କ ଦ୍ୱାରା ସୃଷ୍ଟି ହୋଇଥିବା କଷ୍ଟ ଶୀଘ୍ର ଦୂର ହୁଏ। ମହାଶିବରାତ୍ରୀ ଦିନ ନିଶିତା କାଲ ମୂହୁର୍ତ୍ତରେ ଦୂବ ଏବଂ କୁଶଙ୍କୁ ପାଣିରେ ମିଶାଇ ଭଗବାନ ଶିବଙ୍କୁ ଅଭିଷେକ କରନ୍ତୁ। ବିଶ୍ୱାସ କରାଯାଏ…
ଜୀବନଶୈଳୀ: ସ୍ୱାସ୍ଥ୍ୟ ଏବଂ ଖାଦ୍ୟ-ପାନୀୟ ବିଷୟରେ ଅନେକ ପ୍ରକାରର କଥା କୁହାଯାଏ। ଯେହେତୁ ଚା’ ପିଇବା ପରେ ପାଣି ପିଇବା ଉଚିତ୍ ନୁହେଁ ବୋଲି କୁହାଯାଏ। ଅନେକ ଲୋକ କୁହନ୍ତି ଯେ ଲୁଣକୁ କ୍ଷୀର ସହିତ ଖାଇବା ଉଚିତ୍ ନୁହେଁ। ଏହିପରି ଗୋଟିଏ କଥା ମଧ୍ୟ କୁହାଯାଏ ଯେ, ଖାଦ୍ୟ ଖାଇବା ପରେ ତୁରନ୍ତ ଗାଧୋଇବା ଉଚିତ୍ ନୁହେଁ। ବର୍ତ୍ତମାନ ଏଥିରେ ପ୍ରଶ୍ନ ହେଉଛି ଖାଇବା ସହିତ ଗାଧୋଇବାର ସମ୍ପର୍କ କ’ଣ ଏବଂ ଖାଦ୍ୟ ଖାଇବା ପରେ ତୁରନ୍ତ ଗାଧୋଇବା ଉଚିତ୍ ନୁହେଁ ବୋଲି କାହିଁକି କୁହାଯାଏ? ତେଣୁ ଏହି ଘଟଣାରେ କେତେ ସତ୍ୟ ଅଛି ଏବଂ କେଉଁ କାରଣରୁ ଏହା କୁହାଯାଇଛି, ଆସନ୍ତୁ ଜାଣିବା… ଏହି ପ୍ରସଙ୍ଗରେ କେତେ ସତ୍ୟ?: ଅନେକ ରିପୋର୍ଟରେ ଏହା ନିଶ୍ଚିତ ହୋଇଛି ଯେ, ଏପରି ବୈଜ୍ଞାନିକ ପ୍ରମାଣ ନାହିଁ, ଯେଉଁଥିରେ କୁହାଯାଇଛି ଯେ ଖାଦ୍ୟ ଖାଇବା ପରେ ଗାଧୋଇବା ଉଚିତ୍ ନୁହେଁ। ଏପରିକି କେତେକ…
ସ୍ୱାସ୍ଥ୍ୟ ଟିପ୍ସ: ପଇଡ ପାଣି ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ। ଅନେକ ରୋଗରେ ପୀଡିତ ଲୋକଙ୍କୁ ଏହାକୁ ଖାଇବାକୁ ପରାମର୍ଶ ଦିଆଯାଇଛି। ଏହି ସୁସ୍ବାଦୁ ପ୍ରାକୃତିକ ପାନୀୟରେ ଅନେକ ପୋଷକ ତତ୍ତ୍ୱ ରହିଥାଏ, ଯାହା ଶରୀରରେ ଇଲେକ୍ଟ୍ରୋଲାଇଟ୍ ବୃଦ୍ଧି ସହିତ ଅନେକ ଲାଭ ମଧ୍ୟ ଦେଇଥାଏ। ଚମକଦାର ଚର୍ମ ପାଇବା ପାଇଁ ଏବଂ ଶରୀରକୁ ଡିଟକ୍ସ କରିବା ପାଇଁ କିଛି ଲୋକ ଏହାକୁ ପ୍ରତିଦିନ ପିଇଥା’ନ୍ତି। ଏହି ସୁସ୍ଥ ପାନୀୟର ଅନେକ ଲାଭ ଅଛି। କିନ୍ତୁ ଆପଣ ଜାଣନ୍ତି କି ପ୍ରତିଦିନ ପଇଡ ପାଣି ପିଇବା ସ୍ୱାସ୍ଥ୍ୟ ଉପରେ ଅନେକ ଖରାପ ପ୍ରଭାବ ପକାଇଥାଏ? ଯଦି ଆପଣ ଏହା ବିଷୟରେ ଜାଣି ନାହାଁନ୍ତି, ତେବେ ଆପଣ ନିଶ୍ଚିତ ଭାବରେ ଏହି ଖବର ପଢନ୍ତୁ…. ଅନେକ ଲୋକ ଭାବନ୍ତି ଯେ, ପଇଡ ପାଣି ପିଇବା ଏକ ଭଲ ଅଭ୍ୟାସ, କିନ୍ତୁ ସେମାନେ ଜାଣନ୍ତି ନାହିଁ ଯେ ଏହି ଅଭ୍ୟାସ ବିପଜ୍ଜନକ ମଧ୍ୟ ହୋଇପାରେ।…
ଖୋର୍ଦ୍ଧା: ଖୋର୍ଦ୍ଧା ଟାଉନ ଥାନା ପୋଲିସକୁ ବଡ ସଫଳତା ମିଳିଛି। ତୋଟାପଡା ଛକ ନିକଟରେ ଚଢ଼ାଉ କରି ୫୬ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ କରିବା ସହ ଚାରି ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ। ଏ ନେଇ ଆଜି ଖୋର୍ଦ୍ଧା ଏସପି ସିଦ୍ଧାର୍ଥ କଟାରିଆ ଏକ ପ୍ରେସ ମିଟ ଜରିଆରେ ସୂଚନା ଦେଇଛନ୍ତି। ସୂଚନା ମୁତାବକ ଗତକାଲି ଏକ ଯାତ୍ରୀବାହି ଅଟୋରେ ବିପୁଳ ପରିମାଣର ବ୍ରାଉନ ସୁଗାର ଚାଲାଣ ହେବା ନେଇ ପୋଲିସ ଖବର ପାଇଥିଲା। ଏସପିଙ୍କ ନିର୍ଦ୍ଦେଶକ୍ରମେ ଖୋର୍ଦ୍ଧା ଏସଡ଼ିପିଓ ଦିଲ୍ଲୀପ ଦାସ ଏବଂ ଟାଉନ ଥାନା ଆଇଆଇସି ତାରିକ ଅହମଦଙ୍କ ନେତୃତ୍ୱରେ ତୁରନ୍ତ ଏକ ଟିମ ଗଠନ କରାଯାଇ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଥିଲା। ତେବେ ପୂର୍ବାହ୍ନରେ ତୋଟାପଡ଼ା ଛକ ନିକଟରୁ ଉକ୍ତ ଅଟୋକୁ ପୋଲିସ ଠାବ କରିଥିଲା। ଅଟୋ ମଧ୍ୟରୁ ୫୬୦ ଗ୍ରାମ ବ୍ରାଉନ ସୁଗାର ଜବତ କରିଛି, ପୋଲିସ ଯାହାର ମୂଲ୍ୟ…
ନୂଆଦିଲ୍ଲୀ: ସମାଜବାଦୀ ପାର୍ଟି ଏମଏଲସି ସ୍ଵାମୀ ପ୍ରସାଦ ମୌର୍ଯ୍ୟ ଗତ କିଛି ଦିନ ଧରି ରାମଚରିତମାନସ ଉପରେ ବିବାଦୀୟ ବିବୃତ୍ତି ଦେଇ ଚର୍ଚ୍ଚାରେ ଅଛନ୍ତି। ବର୍ତ୍ତମାନ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଏକ ଚିଠି ଲେଖିଛନ୍ତି। ଏହି ଚିଠିରେ ସେ ରାମଚରିତମାନସର ସେହି ପଦଗୁଡ଼ିକୁ ପରିବର୍ତ୍ତନ କିମ୍ବା ନିଷିଦ୍ଧ କରିବାକୁ ଦାବି କରିଛନ୍ତି। ଏସପି ନେତା ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ତାଙ୍କ ପତ୍ରରେ ଲେଖିଛନ୍ତି ଯେ, ରାମଚରିତମାନସର କିଛି ଚୌପାଇରେ ଆପତ୍ତିଜନକ ଅଂଶ ଯେଉଁଥିରେ ସମସ୍ତ ମହିଳା, ଆଦିବାସୀ, ଦଳିତ ତଥା ପଛୁଆବର୍ଗଙ୍କୁ ସାମାଜିକ, ଧାର୍ମିକ ସ୍ତରରେ ପ୍ରତିଦିନ ଅପମାନିତ ହେବାକୁ ପଡିଥାଏ। ପୀଡିତ ଶ୍ରେଣୀଙ୍କୁ ସମ୍ମାନ ଦେବା ପାଇଁ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କୁ ଏହା ପରିବର୍ତ୍ତିତ/ ନିଷେଧ କରିବା ଲାଗି ଚିଠିରେ ନିବେଦନ କରାଯାଇଛି। ଏହି ପତ୍ରରେ ସ୍ଵାମୀ ପ୍ରସାଦ ମୌର୍ଯ୍ୟ କହିଛନ୍ତି ଯେ, ଆମେ ନିଶ୍ଚିତ ଯେ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀ ଏହି ସମଗ୍ର…
ମୁମ୍ବାଇ: ଅଭିନେତ୍ରୀ ରାଖୀ ସାୱନ୍ତଙ୍କ ସ୍ୱାମୀ ଆଦିଲ ଦୁରାନୀଙ୍କୁ ମୁମ୍ବାଇ ପୋଲିସ ଗିରଫ କରିଛି। ରାଖୀ ସାୱନ୍ତଙ୍କ ଅଭିଯୋଗ ଆଧାରରେ ତାଙ୍କୁ ଗିରଫ କରାଯାଇଛି। ମଙ୍ଗଳବାର ଦିନ ଅଭିନେତ୍ରୀ ତାଙ୍କ ସ୍ୱାମୀଙ୍କୁ ଆକ୍ରମଣ କରିଥିବା ଏବଂ ତାଙ୍କ ଫ୍ଲାଟରୁ ଟଙ୍କା ଏବଂ ଅଳଙ୍କାର ଛଡ଼ାଇ ନେଇଥିବା ଅଭିଯୋଗ ହେବା ପରେ ଦୁରାନୀଙ୍କୁ ସହରର ଓଶିୱାରା ପୋଲିସ ଷ୍ଟେସନକୁ ଅଣାଯାଇଥିଲା। ସୋମବାର ରାତିରେ ପୋଲିସକୁ ଦିଆଯାଇଥିବା ରାଖୀ ସାୱନ୍ତଙ୍କ ବିବୃତ୍ତିକୁ ଦର୍ଶାଇ ଜଣେ ଅଧିକାରୀ କହିଛନ୍ତି ଯେ ସାୱନ୍ତ (୪୧) ଜାନୁଆରୀ ୨୦୨୨ ରେ ଦୁରାନୀ (୩୦) ଙ୍କ ସହ ଯୋଗାଯୋଗ କରିଥିଲେ ଏବଂ ଉଭୟ ମିଳିତ ବ୍ଯବସାୟିକ ଆକାଉଣ୍ଟ ଖୋଲିଥିଲେ। ଅଭିଯୋଗ ଅନୁଯାୟୀ, ଜୁନ ମାସରେ କାର କିଣିବା ପାଇଁ ଦୁରାନି ସେହି ଆକାଉଣ୍ଟରୁ ୧.୫ କୋଟିରୁ ଅଧିକ ଟଙ୍କା ପ୍ରତ୍ୟାହାର କରି ନେଇଥିଲେ, କିନ୍ତୁ ସାୱନ୍ତ କୌଣସି ଆପତ୍ତି ଉଠାଇ ନ ଥିଲେ। କାରଣ ଦୁରାନୀ ତାଙ୍କୁ ବିବାହ କରିବେ…
ଭୁବନେଶ୍ବର: ପୂର୍ବରୁ ଯେଉଁ କଳ୍ପନା ଜଳ୍ପନା ପ୍ରକାଶ ପାଇଥିଲା ବର୍ତ୍ତମାନ ଏହା ସତ ହେବାକୁ ଯାଉଛି। ତାହା ହେଲା ଆସନ୍ତାକାଲି କଂଗ୍ରେସରେ ଯୋଗଦେବେ ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ। ସେ ନୂଆଦିଲ୍ଲୀର ଏଆଇସିସି କାର୍ଯ୍ୟାଳୟରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାଡଗେଙ୍କ ଉପସ୍ଥିତିରେ ଯୋଗ ଦେବେ ବୋଲି ଜଣାପଡିଛି। ଏଥିପାଇଁ ଓଡିଶା କଂଗ୍ରେସ ସଭାପତି ଶରତ ପଟ୍ଟନାୟକ ଏବଂ ବିଜୟ ପଟ୍ଟନାୟକ ନୂଆଦିଲ୍ଲୀ ଯାତ୍ରା କରିଛନ୍ତି। ଆସନ୍ତାକାଲି ଏହି ମିଶ୍ରଣ ପର୍ବ ହେବ ବୋଲି ଏଆଇସିସି ତରଫରୁ କଂଗ୍ରେସ ସଦସ୍ୟଙ୍କୁ ଅବଗତ କରାଯାଇଛି। ଏହାଦ୍ବାରା ଓଡିଶାରେ କଂଗ୍ରେସ ଶକ୍ତିଶାଳୀ ହେବ ବୋଲି ଦଳ ଆଶା କରିଛି। ବିଜୟ ପଟ୍ଟନାୟକ ୨୦୧୩ ମସିହାରେ ମୁଖ୍ୟ ଶାସନ ସଚିବ ପଦରୁ ଅବସର ନେବା ପରେ ସେ ଷ୍ଟାଫ୍ ସିଲେକ୍ସନ୍ କମିସନ୍ର ଅଧ୍ୟକ୍ଷ ଭାବେ ନିଯୁକ୍ତି ପାଇଥିଲେ। ଏହାପରେ ସେ ମାନବାଧିକାର କମିଶନ ଭାବେ ନିଯୁକ୍ତ ହୋଇଥିଲେ। ସେଠାରୁ ସେ ଇସ୍ତଫା ଦେଇ ବେଦାନ୍ତ…
ନୂଆଦିଲ୍ଲୀ: ଆଦାନୀ ବିବାଦକୁ ନେଇ ସଂସଦରେ ଚାଲିଥିବା ହଟ୍ଟଗୋଳ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଲୋକସଭାରେ ରାଷ୍ଟ୍ରପତିଙ୍କ ସମ୍ବୋଧନ ଉପରେ ଜବାବ ଦେବେ। ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦୀ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ଅଭିଯୋଗ ଉପରେ ମଧ୍ୟ ପ୍ରତିକ୍ରିୟା ରଖିପାରନ୍ତି। ବାସ୍ତବରେ, ମଙ୍ଗଳବାର ଦିନ ରାହୁଲ ଗାନ୍ଧୀ ଲୋକସଭାରେ ଆଦାନୀ ପ୍ରସଙ୍ଗ ଉଠାଇବାବେଳେ କେନ୍ଦ୍ର ସରକାର ଏବଂ ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପରେ ଆକ୍ରମଣ କରିଥିଲେ। ସେ କହିଥିଲେ ଯେ, ୨୦୧୪ ମସିହାରେ ଆଦାନୀ ଦୁନିଆର ସବୁଠାରୁ ଧନୀ ବ୍ୟକ୍ତିଙ୍କ ତାଲିକାରେ ୬୦୯ ନମ୍ବରରେ ଥିଲେ ଏବଂ ବର୍ତ୍ତମାନ ସେ ହଠାତ୍ ଦୁଇ ନମ୍ବରରେ ପହଞ୍ଚିଛନ୍ତି। ଏହି ଯାଦୁ କିପରି ହେଲା? ସରକାରଙ୍କ ବିରୁଦ୍ଧରେ ଅଭିଯୋଗ କରି ରାହୁଲ କହିଥିଲେ ଯେ, ବିମାନବନ୍ଦର ନିୟମାବଳୀ ପରିବର୍ତ୍ତନ କରି ଆଦାନୀ ଗୋଷ୍ଠୀକୁ ବିମାନବନ୍ଦର ପାଇଁ ଚୁକ୍ତିନାମା ଦିଆଯାଇଛି। ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆଦାନୀ ପ୍ରସଙ୍ଗରେ ଗୋଟିଏ ପରେ ଗୋଟିଏ…
କୈଳାଶ ଚନ୍ଦ୍ର ଚୌଧୁରୀ ଛତ୍ରପୁର: ଛତ୍ରପୁର ନିକଟସ୍ଥ ଗଂଜାମ ବ୍ଳକ ଅନ୍ତର୍ଗତ ନୀଳାଦ୍ରିପୁର ପଞ୍ଚାୟତର କରପଡା ଗ୍ରାମ ତଥା ପୁଣ୍ୟତୋୟା ରୁଷିକୁଲୟା ନଦୀ ତଟ ଧଡାହଡା ପାହାଡ଼ ଉପରେ ଅବସ୍ଥିତ ପୁରାଣ ପ୍ରସିଦ୍ଧ ମାଁ ରାମଚଣ୍ଡୀ ଠାକୁରାଣୀଙ୍କ ବହୁ ପୁରାତନ ମନ୍ଦିରର ଜୀର୍ଣ୍ଣୋଦ୍ଧାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମ ଅବସରରେ ନୂତନ ମନ୍ଦିର, ପ୍ରାସାଦ, ପାର୍ଶ୍ଵ ଦେବଦେବୀଙ୍କର ବିଗ୍ରହ ପ୍ରତିଷ୍ଠା କାର୍ଯ୍ୟକ୍ରମ ରହିଛି। ଗତକାଲି ମଙ୍ଗଳବାର ପୁର୍ବାହ୍ନରେ ଏକ ହଜାର ମହିଳାଙ୍କ ଦ୍ଵାରା କଳସ ଯାତ୍ରା ସହିତ ପ୍ରତିଷ୍ଠା ନୀତି ନିୟମ ଅନୁଯାୟୀ କାର୍ଯକ୍ରମ ଆରମ୍ଭ ହୋଇଛି। ଆଜିଠାରୁ ନାମଯଜ୍ଞ, ଘ୍ରୁତଯଜ୍ଞ, ଅନ୍ନଯଜ୍ଞ ଓ ଚତୂଃବେଦ ନୀତି କାର୍ଯକ୍ରମ ଆରମ୍ଭ ହୋଇଛି ଓ ମନ୍ଦିର କମିଟି, ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କ ସହଯୋଗରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ବହୁ ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କ ଭିଡ଼ ଲାଗିଛି।
ନୂଆଦିଲ୍ଲୀ: ନିକଟରେ ହୋଇଥିବା ଭୂମିକମ୍ପରେ ତୁର୍କୀ ଏବଂ ସିରିଆରେ ହଜାର ହଜାର ଲୋକ ପ୍ରାଣ ହରାଇଥିଲେ ଏବଂ ଶହ ଶହ କୋଠା ନଷ୍ଟ ହୋଇଯାଇଥିଲା। ବର୍ତ୍ତମାନ ସୁଦ୍ଧା ୮୦୦୦ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏଭଳି ପରିସ୍ଥିତିରେ ଲୋକଙ୍କ ମନରେ ବର୍ତ୍ତମାନ ସବୁଠାରୁ ବଡ ପ୍ରଶ୍ନ ହେଉଛି ‘ଭୂମିକମ୍ପ ପ୍ରତି ଭାରତ କେତେ ସମ୍ବେଦନଶୀଳ?’ ସରକାରଙ୍କ କହିବାନୁସାରେ, ଭାରତର ପ୍ରାୟ ୫୯ ପ୍ରତିଶତ ଭୂମି ଭିନ୍ନ ଭିନ୍ନ ତୀବ୍ରତା ସହ ଭୂମିକମ୍ପ ପାଇଁ ବିପଦପୂର୍ଣ୍ଣ। ଆଠଟି ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳର ସହରଗୁଡିକ ଜୋନ୍ -୫ ରେ ଅଛନ୍ତି ଏବଂ ସର୍ବାଧିକ ତୀବ୍ରତାର ଭୂମିକମ୍ପ ହେବାର ଆଶଙ୍କା ରହିଛି। ଏପରିକି ଜାତୀୟ ରାଜଧାନୀ ଅଞ୍ଚଳ (NCR) ଜୋନ୍ -୪ ରେ ଅଛି, ଯାହା ଦ୍ୱିତୀୟ ସର୍ବୋଚ୍ଚ ଶ୍ରେଣୀ ଅଟେ। ରାଜ୍ୟ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ଏବଂ ପୃଥିବୀ ବିଜ୍ଞାନ ମନ୍ତ୍ରୀ ଜିତେନ୍ଦ୍ର ସିଂ ଜୁଲାଇ ୨୦୨୧ ରେ ଲୋକସଭାକୁ…
ଭୁବନେଶ୍ବର: ଆସନ୍ତା କାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଝାରସୁଗୁଡା ଗସ୍ତ କରିବେ। କାରଣ ହେଲା ଆସନ୍ତାକାଲି ଗୁରୁବାରରେ ମନ୍ତ୍ରୀ ନବ ଦାସଙ୍କ ଶ୍ରଦ୍ଧାଞ୍ଜଳି ସଭାର ଆୟୋଜନ କରାଯାଇଛି। ସେହି ସଭାରେ ଯୋଗଦେବା ପାଇଁ ନବୀନ ଯିବେ ବୋଲି ଜଣାପଡିଛି। ଏଥିପାଇଁ ଝାରସୁଗୁଡା ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। କେବେଳ ମୁଖ୍ୟମନ୍ତ୍ରୀ ନୁହେଁ, ଆସନ୍ତାକାଲି ପ୍ରାୟ ରାଜ୍ୟର ସମସ୍ତ ମନ୍ତ୍ରୀ ଏହି ଶ୍ରଦ୍ଧାଞ୍ଜଳୀ ସଭାରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏପରିକି ଅନେକ ବିଧାୟକ ଏବଂ ସାଂସଦମାନେ ମଧ୍ୟ ଏହି ସଭାରେ ଯୋଗଦେବେ। ଏହି ସଭାକୁ ଠିକ ଭାବରେ ପରିଚାଳନା କରିବା ପାଇଁ ପୂର୍ବରୁ ଦଳର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ସେଠାରେ ଅଛନ୍ତି।
କନ୍ଧମାଳ: ଗଞ୍ଜେଇ ଚାଲାଣ ବେଳେ ପୋଲିସ ହାତରେ ଧରାପଡିଛି ଚାଲାଣକାରୀ। ଏହି ସମୟରେ ଅଭିଯୁକ୍ତଙ୍କ ଠାରୁ ୬୩ କିଲୋ ଗଞ୍ଜେଇ ଜବତ କରାଯାଇଛି। ସୂଚନା ଅନୁଯାୟୀ, କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଅନ୍ତର୍ଗତ ଘୋଡାବାଲି ଗ୍ରାମରେ ଥାନା ଏସ୍ ଆଇ ଆଶୁତୋଷ ପାଇକରାୟ ପଇଁତରା ମାରିବା ସମୟରେ ଉକ୍ତ ଗ୍ରାମର ଦୋରନାଥ ବାଗ ନାମରେ ଜଣେ ବ୍ୟକ୍ତି ଗଞ୍ଜେଇ ଚାଲାଣ ପାଇଁ ପ୍ରସ୍ତୁତ ହେଉଥିଲା। କିନ୍ତୁ ଏସ୍ ଆଇ ଆଶୁତୋଷଙ୍କୁ ସନ୍ଦେହ ହେବାରୁ ସେଠାରେ ସେ ଚଢାଉ କରିଥିଲେ। ଯାହାପରେ ଦୋରନାଥ ବାଗ ଏସ୍ ଆଇ ପାଇକରାୟଙ୍କ ହାତରେ ଧରାପଡ଼ିଥିଲା। ଉକ୍ତ ଗଞ୍ଜେଇ ଓ ଚାଲାଣକାରୀକୁ ଥାନାକୁ ଆଣି ଶ୍ରୀ ପାଇକରାୟ ଜବତ୍ ଗଞ୍ଜେଇକୁ ଓଜନ କରିବା ସହ ମାମଲା ନଂ ୨୦/୨୩ ଅନୁଯାୟୀ ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛନ୍ତି ବୋଲି ଥାନାଧିକାରୀ ବାବାଶଙ୍କର ସରାଫଙ୍କ ଠାରୁ ପ୍ରକାଶ।
ଭୁବନେଶ୍ବର: ଦଳ ବିରୋଧୀ କାର୍ଯ୍ୟ ପାଇଁ ଆଜି ବିଜୁ ଜନତା ଦଳ ଜଣଙ୍କୁ ଦଳରୁ ନିଲମ୍ବିତ କରିଛି। ସେ ହେଉଛନ୍ତି ଯାଜପୁର ଜିଲ୍ଲାର ପୂର୍ବତନ ଜିଲ୍ଲା ପରିଷଦ ସଭାପତି ନରେଶ ଚନ୍ଦ୍ର ମହାନ୍ତି। ଆଜି ଏ ନେଇ ଦଳ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିରେ କୁହାଯାଇଛି ଯେ, ଦଳର ସଭାପତିଙ୍କ ନିର୍ଦ୍ଦେଶ କ୍ରମେ ଯାଜପୁର ଜିଲ୍ଲାର ପୂର୍ବତନ ଜିଲ୍ଲା ପରିଷଦ ସଭାପତିଙ୍କୁ ଦଳ ବିରୋଧୀ କାର୍ଯ୍ୟ ପାଇଁ ତୁରନ୍ତ ଦଳରୁ ନିଲମ୍ବିତ କରାଯାଇଛି। ଏହାକୁ ଶିଘ୍ର କାର୍ଯ୍ୟକାରୀ କରାଗଲା ବୋଲି ମଧ୍ୟ ସେହି ନିଲମ୍ବନ ଆଦେଶରେ ଉଲ୍ଲେଖ କରାଯାଇଛି।
ନୂଆଦିଲ୍ଲୀ: ୨୦୨୨-୨୩ ଆର୍ଥିକ ବର୍ଷରେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର ଶେଷ ଋଣ ନୀତିର ନିଷ୍ପତ୍ତି ଆଜି ଘୋଷଣା କରାଯାଇଛି। ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ସକାଳ ୧୦ ଟାରୁ ଏମପିସି ବୈଠକର ଫଳାଫଳ ସମ୍ପର୍କରେ ସୂଚନା ଦେଇଛନ୍ତି। ଏଥିରେ ରେପୋ ରେଟ୍ ସମ୍ପର୍କରେ ଏକ ଘୋଷଣା କରାଯାଇଛି ଏବଂ ସେ ବ୍ୟାଙ୍କମାନଙ୍କୁ ଦିଆଯାଇଥିବା ଋଣ ଦରକୁ ୦.୨୫ ପ୍ରତିଶତ ବୃଦ୍ଧି କରିଛନ୍ତି। ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ଘୋଷଣା ଅନୁଯାୟୀ ଏମପିସି ରେପୋ ରେଟକୁ ୦.୨୫ ପ୍ରତିଶତ ବୃଦ୍ଧି କରାଯାଇଛି। ଏହା ପରେ ଦେଶରେ ରେପୋ ରେଟ୍ ୬.୫୦ ପ୍ରତିଶତକୁ ବୃଦ୍ଧି ପାଇଛି ଯାହା ପୂର୍ବରୁ ୬.୨୫ ପ୍ରତିଶତ ଥିଲା। MPC ର ୬ ଜଣ ସଦସ୍ୟଙ୍କ ମଧ୍ୟରୁ ୪ ଜଣ ଏହା ସପକ୍ଷରେ ଭୋଟ୍ ଦେଇଛନ୍ତି। ରେପୋ ରେଟରେ ଏହି ବୃଦ୍ଧି କ୍ରମାଗତ ଷଷ୍ଠ ଥର ପାଇଁ ହୋଇଛି, ଯେତେବେଳେ ଆରବିଆଇ କ୍ରେଡିଟ୍ ପଲିସି…
ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ନୀତି ମାମଲାରେ କେନ୍ଦ୍ରୀୟ ଅନୁସନ୍ଧାନ ଏଜେନ୍ସି (ସିବିଆଇ) କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଏହାର ଅନୁସନ୍ଧାନକୁ ନେଇ ଆଜି ଦିଲ୍ଲୀ ଅବକାରୀ ନୀତି ମାମଲାରେ ତେଲେଙ୍ଗାନାରୁ ଜଣେ ଚାର୍ଟାର୍ଡ ଆକାଉଣ୍ଟାଣ୍ଟଙ୍କୁ ଗିରଫ କରିଛି। ଗିରଫ ଆକାଉଣ୍ଟାଣ୍ଟ ପୂର୍ବରୁ କେ.ଆର.ସି.ଙ୍କ ଝିଅ କେ.କବିତାଙ୍କ ସହ କାମ କରୁଥିଲେ। ସିବିଆଇ ସୂତ୍ରରୁ ପ୍ରକାଶ ଯେ, ହାଇଦ୍ରାବାଦ ସ୍ଥିତ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ବୁଚିବାବୁ ଗୋରଣ୍ଟଲାଙ୍କୁ ଦିଲ୍ଲୀ ଅବକାରୀ ନୀତି ପ୍ରଣୟନ ତଥା କାର୍ଯ୍ୟକାରୀ କରିବାରେ ତାଙ୍କର ଭୂମିକା ଥିବାରୁ ତାଙ୍କୁ ଆଜି କୋର୍ଟରେ ହାଜର କରାଯିବ।
ଭୁବନେଶ୍ବର: ସୂର୍ଯ୍ୟଦେବ ଅଗ୍ନି ଦେବଙ୍କ ସ୍ବରୂପ ଏବଂ ପ୍ରତ୍ୟକ୍ଷ ଦେବତା ରୂପେ ମନାଯାଇଥାଏ। ବାସ୍ତୁ ଶାସ୍ତ୍ରରେ ସୂର୍ଯ୍ୟଙ୍କର ବିଶେଷ ମହତ୍ତବ ରହିଛି। ଶକ୍ତିର ଅସୀମ ଭଣ୍ଡାର ସୂର୍ଯ୍ୟଦେବଙ୍କୁ ନେଇ ବାସ୍ତୁ ଶାସ୍ତ୍ରରେ ବହୁ ରୋଚକ ଉପାୟ ରହିଛି, ଯାହାର ଉପଯୋଗରେ ଆମ ଜୀବନରେ ବେଶ୍ ଉନ୍ନତି ହୋଇଥାଏ। ସୂର୍ଯ୍ୟୋଦୟର ପୂର୍ବରୁ ବ୍ରହ୍ମମୁହୂର୍ତ୍ତ ସମୟଟି ଅଧ୍ୟୟନ ପାଇଁ ସର୍ବଶ୍ରେଷ୍ଠ। ବିଦ୍ୟାର୍ଥୀମାନେ ଏହି ସମୟକୁ ସଦୁପଯୋଗ କରିବା ଉଚିତ୍। ସୂର୍ଯ୍ୟୋଦୟ ସମୟରେ ଘରର ସମସ୍ତ ଝରକା କବାଟ ଖୋଲିବା ଉଚିତ୍। ଯଦି କୌଣସି ଘରେ ସୂର୍ଯ୍ୟ କିରଣ ଠିକ୍ ଭାବରେ ପଡିପାରୁନାହିଁ, ତେବେ ସେହି ଘରେ ସୂର୍ଯ୍ୟ ଦେବଙ୍କ ତମ୍ବାର ପ୍ରତିମା ଲଗାଇବା ଉଚିତ୍। ସେହିପରି ରୋଷେଇ ଘର ଓ ସ୍ନାନ ଘରେ ସୂର୍ଯ୍ୟର ପ୍ରକାଶ ପହଞ୍ଚିବା ଅତ୍ୟନ୍ତ ଆବଶ୍ୟକ। ସେହିପରି ଯେଉଁ ଘରେ ଧନ ସମ୍ପତ୍ତି ରଖୁଛନ୍ତି ,ସେହି ଘରେ ସୂର୍ଯ୍ୟଦେବଙ୍କ ପ୍ରତିମା ଲଗାଇଲେ ଘରେ କେବେ ଆର୍ଥିକ ସମସ୍ୟା ଉପୁଜିବ ନାହିଁ। ପରିବାରର…
ଚାଣକ୍ୟନୀତି: ଆଚର୍ଯ୍ୟ ଚାଣକ୍ୟ ତାଙ୍କ ଚାଣକ୍ୟ ନୀତିରେ କହିଛନ୍ତି ଯେ, ଯଦି ଯେକେହି ଅନ୍ୟ ଉପରେ ନିର୍ଭର କରି ରହିବେ ତେବେ ସେ କେବେବି ସଫଳତା ହାସଲ କରିବେ ନାହିଁ। ଯେତେ ବାଧାବିଘ୍ନ ଆସୁ ଆପଣ ନିଜେ ନିଜର ଶକ୍ତି ପ୍ରୟୋଗ କରିବା ଆବଶ୍ୟକ। ଆପଣ ଯେତେ ବଡ ଶକ୍ତିଶାଳୀ ହେଉଥାନ୍ତୁ ନା କାହିଁକି ଅନ୍ୟ ଉପରେ ନିର୍ଭର କଲେ କଥା ସରିଲା। କାରଣ ଯେତେବେଳେ ନିର୍ଭର କରୁଥିବା ବ୍ୟକ୍ତି ବା ଯାହାକିଛି , ସେ ଛାଡିଦେଇ ଗଲେ ଆପଣ ସଂପୂର୍ଣ୍ଣ ଅଚଳ ହୋଇଯିବେ। ଦୁଇଟି ଉଦାହରଣ ଦେଇ ଚାଣକ୍ୟ କହିଛନ୍ତି ଯେ, ନଦୀ କୂଳରେ ବୃକ୍ଷଟିଏ ଥିଲେ ସେ ଯେତେ ଶକ୍ତିଶାଳୀ ହୋଇଥିଲେ ମଧ୍ୟ କୂଳଖାଇଲେ ଗଛଟି ପଡିଯିବ। ସେହିପରି ରାଜା ସବୁବେଳେ ମନ୍ତ୍ରୀ ପରିଷଦଙ୍କ ଉପରେ ନିର୍ଭର କରନ୍ତି। ଯଦି କୌଣସି କାରଣରୁ ମନ୍ତ୍ରୀ ପରିଷଦଙ୍କର ଅନୁପସ୍ଥିତ ରହିବ ତେବେ ରଜା କୈଣସି ନିଷ୍ପତି ନେଇପାରିବେ ନାହିଁ। ସେଥିପାଇଁ…
ମେଷ- ଜୀବନସାଥୀ ସହିତ ସଂପର୍କ ଅଧିକ ମିଠା ହେବ। ସାଙ୍ଗମାନଙ୍କ ସହିତ ଏକ ଭ୍ରମଣର ଆୟୋଜନ କରିବାକୁ ସମର୍ଥ ହେବେ। ଭାଇ ଏବଂ ପ୍ରିୟଜନଙ୍କ ସହିତ ସମ୍ପର୍କ ଭଲ ହେବ। ସମ୍ମାନ ବୃଦ୍ଧି ପାଇବ। ପ୍ରତିଯୋଗୀମାନେ ଜିତିବେ। ମଧ୍ୟମ ଅବଧି ପରେ, ଦୁର୍ଘଟଣା ଜନିତ ଖବର ଆପଣଙ୍କ ମାନସିକ ସୁସ୍ଥତାକୁ ଅସ୍ୱାସ୍ଥ୍ୟକରରେ ପରିଣତ କରିବ। ବୃଷ- ଆଜି ଭ୍ରମଣ କିମ୍ବା ସ୍ଥାନାନ୍ତରଣ ସମ୍ଭାବନା ଅଛି। ବ୍ୟବହାରିକ କାର୍ଯ୍ୟଗୁଡିକ ପରିଚାଳନା କରିବା ଶୁଭ ଅଟେ। ଘରର ପରିବେଶ ସୁଖଦ ଏବଂ ଶାନ୍ତିପୂର୍ଣ୍ଣ ରହିବ । କଳାକାରମାନଙ୍କ ପାଇଁ ଶୁଭ, ସେମାନଙ୍କର କାର୍ଯ୍ୟ ଦକ୍ଷତା ଏବଂ କଳା ପ୍ରଦର୍ଶନ କରିବାର ସୁଯୋଗ ମିଳିବ। ପିଲାମାନଙ୍କର ଅଗ୍ରଗତି ଦ୍ୱାରା ମନ ଉଡ଼ିଯିବ। ମିଥୁନ- ଆପଣଙ୍କ ଖର୍ଚ୍ଚରେ ଆପଣକୁ ସଂଯମ ରହିବାକୁ ପଡିବ। ଏହା ସହିତ କ୍ରୋଧ ଏବଂ ଜିଭରେ ସଂଯମତା ରଖିବାକୁ ପଡିବ। ଯାହାଦ୍ୱାରା କାହା ସହିତ ବିତର୍କରେ କୈଣସି କ୍ରୋଧ ନ ଆସେ ଏବଂ ସେହି ସମୟରେ ନକାରାତ୍ମକ…

