ନୂଆଦିଲ୍ଲୀ: ୨୦୨୨-୨୩ ଆର୍ଥିକ ବର୍ଷରେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର ଶେଷ ଋଣ ନୀତିର ନିଷ୍ପତ୍ତି ଆଜି ଘୋଷଣା କରାଯାଇଛି। ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ସକାଳ ୧୦ ଟାରୁ ଏମପିସି ବୈଠକର ଫଳାଫଳ ସମ୍ପର୍କରେ ସୂଚନା ଦେଇଛନ୍ତି। ଏଥିରେ ରେପୋ ରେଟ୍ ସମ୍ପର୍କରେ ଏକ ଘୋଷଣା କରାଯାଇଛି ଏବଂ ସେ ବ୍ୟାଙ୍କମାନଙ୍କୁ ଦିଆଯାଇଥିବା ଋଣ ଦରକୁ ୦.୨୫ ପ୍ରତିଶତ ବୃଦ୍ଧି କରିଛନ୍ତି। ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ଘୋଷଣା ଅନୁଯାୟୀ ଏମପିସି ରେପୋ ରେଟକୁ ୦.୨୫ ପ୍ରତିଶତ ବୃଦ୍ଧି କରାଯାଇଛି। ଏହା ପରେ ଦେଶରେ ରେପୋ ରେଟ୍ ୬.୫୦ ପ୍ରତିଶତକୁ ବୃଦ୍ଧି ପାଇଛି ଯାହା ପୂର୍ବରୁ ୬.୨୫ ପ୍ରତିଶତ ଥିଲା। MPC ର ୬ ଜଣ ସଦସ୍ୟଙ୍କ ମଧ୍ୟରୁ ୪ ଜଣ ଏହା ସପକ୍ଷରେ ଭୋଟ୍ ଦେଇଛନ୍ତି। ରେପୋ ରେଟରେ ଏହି ବୃଦ୍ଧି କ୍ରମାଗତ ଷଷ୍ଠ ଥର ପାଇଁ ହୋଇଛି, ଯେତେବେଳେ ଆରବିଆଇ କ୍ରେଡିଟ୍ ପଲିସି…
Author: Samikhsya Bureau
ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ନୀତି ମାମଲାରେ କେନ୍ଦ୍ରୀୟ ଅନୁସନ୍ଧାନ ଏଜେନ୍ସି (ସିବିଆଇ) କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଏହାର ଅନୁସନ୍ଧାନକୁ ନେଇ ଆଜି ଦିଲ୍ଲୀ ଅବକାରୀ ନୀତି ମାମଲାରେ ତେଲେଙ୍ଗାନାରୁ ଜଣେ ଚାର୍ଟାର୍ଡ ଆକାଉଣ୍ଟାଣ୍ଟଙ୍କୁ ଗିରଫ କରିଛି। ଗିରଫ ଆକାଉଣ୍ଟାଣ୍ଟ ପୂର୍ବରୁ କେ.ଆର.ସି.ଙ୍କ ଝିଅ କେ.କବିତାଙ୍କ ସହ କାମ କରୁଥିଲେ। ସିବିଆଇ ସୂତ୍ରରୁ ପ୍ରକାଶ ଯେ, ହାଇଦ୍ରାବାଦ ସ୍ଥିତ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ବୁଚିବାବୁ ଗୋରଣ୍ଟଲାଙ୍କୁ ଦିଲ୍ଲୀ ଅବକାରୀ ନୀତି ପ୍ରଣୟନ ତଥା କାର୍ଯ୍ୟକାରୀ କରିବାରେ ତାଙ୍କର ଭୂମିକା ଥିବାରୁ ତାଙ୍କୁ ଆଜି କୋର୍ଟରେ ହାଜର କରାଯିବ।
ଭୁବନେଶ୍ବର: ସୂର୍ଯ୍ୟଦେବ ଅଗ୍ନି ଦେବଙ୍କ ସ୍ବରୂପ ଏବଂ ପ୍ରତ୍ୟକ୍ଷ ଦେବତା ରୂପେ ମନାଯାଇଥାଏ। ବାସ୍ତୁ ଶାସ୍ତ୍ରରେ ସୂର୍ଯ୍ୟଙ୍କର ବିଶେଷ ମହତ୍ତବ ରହିଛି। ଶକ୍ତିର ଅସୀମ ଭଣ୍ଡାର ସୂର୍ଯ୍ୟଦେବଙ୍କୁ ନେଇ ବାସ୍ତୁ ଶାସ୍ତ୍ରରେ ବହୁ ରୋଚକ ଉପାୟ ରହିଛି, ଯାହାର ଉପଯୋଗରେ ଆମ ଜୀବନରେ ବେଶ୍ ଉନ୍ନତି ହୋଇଥାଏ। ସୂର୍ଯ୍ୟୋଦୟର ପୂର୍ବରୁ ବ୍ରହ୍ମମୁହୂର୍ତ୍ତ ସମୟଟି ଅଧ୍ୟୟନ ପାଇଁ ସର୍ବଶ୍ରେଷ୍ଠ। ବିଦ୍ୟାର୍ଥୀମାନେ ଏହି ସମୟକୁ ସଦୁପଯୋଗ କରିବା ଉଚିତ୍। ସୂର୍ଯ୍ୟୋଦୟ ସମୟରେ ଘରର ସମସ୍ତ ଝରକା କବାଟ ଖୋଲିବା ଉଚିତ୍। ଯଦି କୌଣସି ଘରେ ସୂର୍ଯ୍ୟ କିରଣ ଠିକ୍ ଭାବରେ ପଡିପାରୁନାହିଁ, ତେବେ ସେହି ଘରେ ସୂର୍ଯ୍ୟ ଦେବଙ୍କ ତମ୍ବାର ପ୍ରତିମା ଲଗାଇବା ଉଚିତ୍। ସେହିପରି ରୋଷେଇ ଘର ଓ ସ୍ନାନ ଘରେ ସୂର୍ଯ୍ୟର ପ୍ରକାଶ ପହଞ୍ଚିବା ଅତ୍ୟନ୍ତ ଆବଶ୍ୟକ। ସେହିପରି ଯେଉଁ ଘରେ ଧନ ସମ୍ପତ୍ତି ରଖୁଛନ୍ତି ,ସେହି ଘରେ ସୂର୍ଯ୍ୟଦେବଙ୍କ ପ୍ରତିମା ଲଗାଇଲେ ଘରେ କେବେ ଆର୍ଥିକ ସମସ୍ୟା ଉପୁଜିବ ନାହିଁ। ପରିବାରର…
ଚାଣକ୍ୟନୀତି: ଆଚର୍ଯ୍ୟ ଚାଣକ୍ୟ ତାଙ୍କ ଚାଣକ୍ୟ ନୀତିରେ କହିଛନ୍ତି ଯେ, ଯଦି ଯେକେହି ଅନ୍ୟ ଉପରେ ନିର୍ଭର କରି ରହିବେ ତେବେ ସେ କେବେବି ସଫଳତା ହାସଲ କରିବେ ନାହିଁ। ଯେତେ ବାଧାବିଘ୍ନ ଆସୁ ଆପଣ ନିଜେ ନିଜର ଶକ୍ତି ପ୍ରୟୋଗ କରିବା ଆବଶ୍ୟକ। ଆପଣ ଯେତେ ବଡ ଶକ୍ତିଶାଳୀ ହେଉଥାନ୍ତୁ ନା କାହିଁକି ଅନ୍ୟ ଉପରେ ନିର୍ଭର କଲେ କଥା ସରିଲା। କାରଣ ଯେତେବେଳେ ନିର୍ଭର କରୁଥିବା ବ୍ୟକ୍ତି ବା ଯାହାକିଛି , ସେ ଛାଡିଦେଇ ଗଲେ ଆପଣ ସଂପୂର୍ଣ୍ଣ ଅଚଳ ହୋଇଯିବେ। ଦୁଇଟି ଉଦାହରଣ ଦେଇ ଚାଣକ୍ୟ କହିଛନ୍ତି ଯେ, ନଦୀ କୂଳରେ ବୃକ୍ଷଟିଏ ଥିଲେ ସେ ଯେତେ ଶକ୍ତିଶାଳୀ ହୋଇଥିଲେ ମଧ୍ୟ କୂଳଖାଇଲେ ଗଛଟି ପଡିଯିବ। ସେହିପରି ରାଜା ସବୁବେଳେ ମନ୍ତ୍ରୀ ପରିଷଦଙ୍କ ଉପରେ ନିର୍ଭର କରନ୍ତି। ଯଦି କୌଣସି କାରଣରୁ ମନ୍ତ୍ରୀ ପରିଷଦଙ୍କର ଅନୁପସ୍ଥିତ ରହିବ ତେବେ ରଜା କୈଣସି ନିଷ୍ପତି ନେଇପାରିବେ ନାହିଁ। ସେଥିପାଇଁ…
ମେଷ- ଜୀବନସାଥୀ ସହିତ ସଂପର୍କ ଅଧିକ ମିଠା ହେବ। ସାଙ୍ଗମାନଙ୍କ ସହିତ ଏକ ଭ୍ରମଣର ଆୟୋଜନ କରିବାକୁ ସମର୍ଥ ହେବେ। ଭାଇ ଏବଂ ପ୍ରିୟଜନଙ୍କ ସହିତ ସମ୍ପର୍କ ଭଲ ହେବ। ସମ୍ମାନ ବୃଦ୍ଧି ପାଇବ। ପ୍ରତିଯୋଗୀମାନେ ଜିତିବେ। ମଧ୍ୟମ ଅବଧି ପରେ, ଦୁର୍ଘଟଣା ଜନିତ ଖବର ଆପଣଙ୍କ ମାନସିକ ସୁସ୍ଥତାକୁ ଅସ୍ୱାସ୍ଥ୍ୟକରରେ ପରିଣତ କରିବ। ବୃଷ- ଆଜି ଭ୍ରମଣ କିମ୍ବା ସ୍ଥାନାନ୍ତରଣ ସମ୍ଭାବନା ଅଛି। ବ୍ୟବହାରିକ କାର୍ଯ୍ୟଗୁଡିକ ପରିଚାଳନା କରିବା ଶୁଭ ଅଟେ। ଘରର ପରିବେଶ ସୁଖଦ ଏବଂ ଶାନ୍ତିପୂର୍ଣ୍ଣ ରହିବ । କଳାକାରମାନଙ୍କ ପାଇଁ ଶୁଭ, ସେମାନଙ୍କର କାର୍ଯ୍ୟ ଦକ୍ଷତା ଏବଂ କଳା ପ୍ରଦର୍ଶନ କରିବାର ସୁଯୋଗ ମିଳିବ। ପିଲାମାନଙ୍କର ଅଗ୍ରଗତି ଦ୍ୱାରା ମନ ଉଡ଼ିଯିବ। ମିଥୁନ- ଆପଣଙ୍କ ଖର୍ଚ୍ଚରେ ଆପଣକୁ ସଂଯମ ରହିବାକୁ ପଡିବ। ଏହା ସହିତ କ୍ରୋଧ ଏବଂ ଜିଭରେ ସଂଯମତା ରଖିବାକୁ ପଡିବ। ଯାହାଦ୍ୱାରା କାହା ସହିତ ବିତର୍କରେ କୈଣସି କ୍ରୋଧ ନ ଆସେ ଏବଂ ସେହି ସମୟରେ ନକାରାତ୍ମକ…
ନୂଆଦିଲ୍ଲୀ: ବଲିଉଡର ଲଭବାର୍ଡ କିଆରା ଆଡଭାନୀ ଏବଂ ସିଦ୍ଧାର୍ଥ ମଲହୋତ୍ରା ସାତ ଫେରେ ନେବା ପରେ ସାତୋଟି ଜନ୍ମ ପାଇଁ ଏକାଠି ହୋଇଛନ୍ତି। ଉଭୟ ଜୈସଲମେରର ସୂର୍ଯ୍ୟଗଡ ପ୍ୟାଲେସରେ ଧୁମଧାମରେ ବିବାହ କରିଛନ୍ତି। ବିବାହ ପରେ ଦମ୍ପତିଙ୍କର ପ୍ରଥମ ଫଟୋ ସାମ୍ନାକୁ ଆସିଛି। ବିବାହର ଏହି ଫଟୋଗୁଡ଼ିକ କିଆରା ଏବଂ ସିଦ୍ଧାର୍ଥ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି। ଯେଉଁଥିରେ ଉଭୟ ମଣ୍ଡପରେ ବସିଥିବାର ନଜର ଆସିଛନ୍ତି। ଫଟୋଗୁଡ଼ିକରେ, କିଆରା ସବୁଜ ଅଳଙ୍କାର ସହିତ ଗୋଲାପୀ ଲେହେଙ୍ଗାରେ ବହୁତ ସୁନ୍ଦର ବର ଦେଖାଯାଉଛନ୍ତି। ଅନ୍ୟପକ୍ଷରେ ସିଦ୍ଧାର୍ଥ ସୁବର୍ଣ୍ଣ ଶେରୱାନୀରେ ବହୁତ ସୁନ୍ଦର ଦେଖାଯାଉଛନ୍ତି। ଫଟୋଗୁଡିକ ସେୟାର କରି ଅଭିନେତା ଲେଖିଛନ୍ତି ଯେ, ‘ବର୍ତ୍ତମାନ ଆମର ସ୍ଥାୟୀ ବୁକିଂ ସରିଯାଇଛି .. ଆମର ଆଗାମୀ ଯାତ୍ରା ପାଇଁ ଆପଣଙ୍କର ଆଶୀର୍ବାଦ ଏବଂ ଭଲ ପାଇବା ଚାହୁଁ’। ଏହି ଫଟୋଗୁଡ଼ିକ ସୋସିଆଲ ମିଡିଆରେ ଆସିବା ମାତ୍ରେ ଭାଇରାଲ୍ ହେବାରେ ଲାଗିଛି।
କନ୍ଦର୍ପ ବେହେରା ରେଢ଼ାଖୋଲ: ନାକଟିଦେଉଳ ବ୍ଲକ ଘୋଷରାମାଳ ପଞ୍ଚାୟତ ଅନ୍ତର୍ଗତ ବ୍ରାହ୍ମଣୀ ଗ୍ରାମର ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷୟତ୍ରୀ ଶୈଳେନ୍ଦ୍ରୀ ପ୍ରଧାନ ଉକ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ପାଠ ପଢାଇବାରେ ଅବହେଳା ଓ ଦୁର୍ନୀତିରେ ଜଡିତ ଥିବା ନେଇ ଗ୍ରାମବାସୀ, ଅବିଭାବକମାନେ ଅଭିଯୋଗ କରି ଓ ଶିକ୍ଷୟତ୍ରୀଙ୍କୁ ଅନ୍ୟତ୍ର ବିଦ୍ୟାଳୟକୁ ବଦଳି ଦାବି ନେଇ ଗତ ଫେବୃଆରୀ ୧ ତାରିଖ ଠାରୁ ବିଦ୍ୟାଳୟ ମୁଖ୍ୟ ଫାଟକରେ ତାଲା ପକାଇ ଧାରଣା ଦେଇ ଥିଲେ। ହେଲେ ବିଦ୍ୟାଳୟରେ ତାଲା ପଡିବା ଖବର ପାଇ ନାକଟିଦେଉଳ ବିଇଓ ବିଜୟ କୁମାର ପାତ୍ର ପ୍ରମୂଖ ବିଦ୍ୟାଳୟକୁ ଆସି ଘଟଣାର ତଦନ୍ତ କରିଥିଲେ। ବିଇଓ ତଦନ୍ତ ବେଳେ ଗ୍ରାମବାସୀ ଓ ଅବିଭାବକ ମାନଙ୍କ ଅଭିଯୋଗ ଅନୁଯାୟୀ ମତ ନେଇ ପରେ ବ୍ରାହ୍ମଣୀ ବିଦ୍ୟାଳୟର ଶିକ୍ଷୟିତ୍ରୀ ଶୈଳେନ୍ଦ୍ରୀ ପ୍ରଧାନଙ୍କୁ ଅନ୍ୟତ୍ର ବଦଳି କରିବାକୁ ନେଇ ଗ୍ରାମବାସୀଙ୍କ ଆଗରେ ପ୍ରକାଶ କରିଥିଲେ। ଏ ନେଇ ନାକଟିଦେଉଳ ବ୍ଲକ ଶିକ୍ଷା ବିଭାଗର ଅଧିକାରୀଙ୍କ…
ଭୁବନେଶ୍ୱର: ପୂର୍ବତଟ ରେଳପଥର ମହାପ୍ରବନ୍ଧକ ମନୋଜ ଶର୍ମା ଆଜି ରେଳପଥର ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସହ ଭୁବନେଶ୍ୱର ନୂଆ ରେଳ ଷ୍ଟେସନ ନୀରିକ୍ଷଣକରି ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଯାତ୍ରୀ ସୁବିଧା ଏବଂ ଟ୍ରେନ୍ ଚଳାଚଳ ସହିତ ସେ ରେଳବାଇର ବିଭିନ୍ନ ବିକାଶମୂଳକ କାର୍ଯ୍ୟକଳାପ ଉପରେ ମଧ୍ୟ ଆଲୋଚନା କରିଥିଲେ। ତୃଣମୂଳ ସ୍ତରରୁ ସ୍ଥାନୀୟ ପ୍ରଶାସନ ସମେତ ସମସ୍ତ ସହଭାଗୀ ମାନଙ୍କ ସହିତ ଘନିଷ୍ଠ ସମନ୍ୱୟ ରକ୍ଷା କରିବାକୁ ଶ୍ରୀ ଶର୍ମା ଅଧିକାରୀମାନଙ୍କୁ ମଧ୍ୟ ପରାମର୍ଶ ଦେଇଛନ୍ତି ଯାହା ଦ୍ୱାରା ଚାଲୁରହିଥିବା ଓ ପ୍ରସ୍ତାବିତ ବିକାଶ ମୂଳକ କାର୍ଯ୍ୟ ଶୀଘ୍ର ସମ୍ପାଦନ କରାଯାଇ ପାରିବ।
ରଣପୁର: ଆଜି ପୁଣି ଏକ ନାବାଳିକା ବଧୂକୁ ଉଦ୍ଧାର କରାଯାଇଛି। ନବାଳିକା ଝିଅ ଜଣଙ୍କ ରଣପୁର ବ୍ଲକ ରଣ୍ଡା ଅଞ୍ଚଳର ବୋଲି ଜଣା ପଡିଛି। ନାବାଳିକା ଝିଅର ବୟସ ମାତ୍ର ୧୬ ବର୍ଷ ବୋଲି ରଣପୁର ପୋଲିସ ସବ-ଇନ୍ସପେକ୍ଟର ସଞ୍ଜୟ ପରିଡା କହିଛନ୍ତି। ତାଙ୍କର ବିବାହ ରଣପୁର ନିକଟସ୍ଥ ରାଜନଗର ଗ୍ରାମର ବିଦ୍ୟା ଜେନାଙ୍କ ପୁଅ କାଳିଆ ଜେନା ସହିତ ହେଉଥିଲା। ଏହି ସମୟରେ ଚାଇଲଡ ହେଲ୍ପ ଲାଇନର ସଦସ୍ୟ ସୁଜାତା ବେହେରା, ସବ-ଇନ୍ସପେକ୍ଟର ସଞ୍ଜୟ ପରିଡା ଓ ଟିମ ପହଂଚି ଏହି ବାଲ୍ୟ ବିବାହକୁ ଅଟକାଇ ଥିଲେ। ଏହା ସହିତ ନାବାଳିକା କନ୍ୟାକୁ ଉଦ୍ଧାର କରି ରଣପୁର ଥାନାକୁ ଆଣି ଆସିଥିଲେ।
ରଣପୁର: ଆଜି ସକାଳ ୯.୩୦ ମିନିଟରେ ରଣପୁରରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟି ଯାଇଛି। ଏହି ଦୁର୍ଘଟଣାରେ ଦୁଇଜଣ ବ୍ୟକ୍ତିଙ୍କୁ ଟ୍ରକ ଚାପି ଦେଇ ଦ୍ରୁତ ଗତିରେ ପଳାଇ ଫେରାର ହୋଇଯାଇଥିଲା। ଘଟଣା ସ୍ଥଳରେ ଜଣେ ବ୍ୟକ୍ତି ମୃତ୍ୟୁ ବରଣ କରିଥିବା ବେଳେ ଆଉ ଜଣଙ୍କୁ ଗୁରୁତର ଅବସ୍ଥାରେ ରଣପୁର ଡାକ୍ତରଖାନାକୁ ନିଆଯାଇଥିଲା। ରଙ୍ଗନାଥ ବାଲିଆରସିଂହ ନାମକ ବ୍ୟକ୍ତିଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ରାମଚନ୍ଦ୍ର ରଥ ନାମକ ବ୍ୟକ୍ତି ଗୁରୁତର ଆହତ ହୋଇଥିବା ବେଳେ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ରଣପୁର ସ୍ୱାସ୍ଥ୍ୟ କେନ୍ଦ୍ରରୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଥିଲା। କିନ୍ତୁ ଭୁବନେଶ୍ୱର ନେବା ବାଟରେ ତାଙ୍କର ମୃତ୍ୟୁ ହୋଇଥିଲା। ତେବେ ସାନଗଡ଼ ଛକ ନିକଟରେ ଏହି ଦୁର୍ଘଟଣା ଘଟିଥିଲା। ରଣପୁର ପୋଲିସ ସବ-ଇନ୍ସପେକ୍ଟର ସଞ୍ଜୟ ପରିଡା ପୋଲିସ ବାହିନୀ ସହିତ ଘଟଣା ସ୍ଥଳରେ ପହଂଚି ଗୁରୁତର ବ୍ୟକ୍ତିଙ୍କୁ ଉଦ୍ଧାର କରି ଡାକ୍ତରଖାନା ପଠାଇ ଥିଲେ। ଶବ ବ୍ୟବଚ୍ଛେଦ ପରେ ଶବକୁ ପରିବାର…
ଭୁବନେଶ୍ୱର: ବିଜେଡି ଇଙ୍ଗିତରେ ଓଡିଶା ପୋଲିସ କାର୍ଯ୍ୟ କରୁଥିବାରୁ ରାଜ୍ୟର ପୋଲିସ ଉପରେ ମହିଳା, କୃଷକ, ଦଳିତ, ବଂଚିତ ଆଦିବାସୀ ଆଉ ବିଶ୍ୱାସ କରୁନାହାନ୍ତି। କାହା ଇଙ୍ଗିତରେ ଓଡ଼ିଶା ପୋଲିସ କାର୍ଯ୍ୟ କରୁଛି ତାହା ଓଡ଼ିଶାବାସୀଙ୍କୁ ସ୍ପଷ୍ଟ ଜଣା। ଆଜି ରାଜ୍ୟ କାର୍ଯ୍ୟାଳୟକେ ବିଜେପି ରାଜ୍ୟ ମୁଖପାତ୍ର ସୋନାଲୀ ସାହୁ ଏହି ଅଭିଯୋଗ କରିଛନ୍ତି। ପୋଲିସ ସାଧାରଣ ଲୋକଙ୍କ ମାମଲା ରଖୁନାହାନ୍ତି। ଏବେ ରାଜ୍ୟରେ ଏକ ନୂଆ ଓ ବିରଳ କଥା ଦେଖିବାକୁ ମିଳୁଛି। ଯେପର୍ଯ୍ୟନ୍ତ କୋର୍ଟ ନିର୍ଦ୍ଦେଶ ଦେଉନାହାନ୍ତି ସେପର୍ଯ୍ୟନ୍ତ ପୋଲିସ ଏଫଆଇଆର ରଖୁ ନାହିଁ। ଏ ନେଇ ସୋନାଲି କେତେକ ମାମଲାର ଉଦାହରଣ ଦେଇ କହିଛନ୍ତି ଯେ, ଏପରି ସ୍ଥିତିରେ ଓଡ଼ିଶା ଶାସନ ଚାଲିବ କେମିତି ବୋଲି ରାଜ୍ୟ ସରକାରଙ୍କୁ ଶ୍ରୀମୀତୀ ସାହୁ ପ୍ରଶ୍ନ କରିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ କେନ୍ଦୁଝର ଜିଲ୍ଲା ପରିଷଦ ସଭ୍ୟା ଅସୀମା ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।
ଭୁବନେଶ୍ବର: ରାଜ୍ୟର ଅଗ୍ରଣୀ ପ୍ରକାଶନ ସଂସ୍ଥା ପେନ୍ ଇନ୍ ବୁକ୍ସ ପକ୍ଷରୁ ୨୦୨୨ ମସିହା ପାଇଁ ଯୁବ ଲେଖକ ପୁରସ୍କାର ଘୋଷଣା ହୋଇଛି। ପୂର୍ବ ବର୍ଷମାନଙ୍କ ଭଳି ଚଳିତ ବର୍ଷ ୧୦ ଜଣ ଯୁବ ଲେଖକ ଏ ପୁରସ୍କାର ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ସେମାନଙ୍କୁ ଚଳିତ ଫେବ୍ରୁଆରୀ ମାସ ୯ ତାରିଖ ସଂଧ୍ୟାରେ ସ୍ଥାନୀୟ ହୋଟେଲ ଶୀତଳ ସଭାକକ୍ଷରେ ଆୟୋଜିତ ଏକ ସ୍ବତନ୍ତ୍ର ସମାରୋହରେ ସମ୍ମାନିତ କରାଯିବ ବୋଲି ଅନୁଷ୍ଠାନର ନିର୍ଦ୍ଦେଶକ ତଥା କଥାଶିଳ୍ପୀ ଶୁଭ୍ରାଂଶୁ ପଣ୍ଡା କହିଛନ୍ତି। ୨୦୧୭ ମସିହାଠାରୁ ପେନ୍ ଇନ୍ ବୁକ୍ସ ପକ୍ଷରୁ ଦିଆ ହୋଇ ଆସୁଥିବା ଏ ପୁରସ୍କାର ୪୦ ବର୍ଷରୁ କମ୍ ବୟସର ଲେଖକ ଲେଖିକାଙ୍କ ଅପ୍ରକାଶିତ ପାଣ୍ଡୁଲିପି ପାଇଁ ପ୍ରଦାନ କରାଯାଇଥାଏ। ଷଷ୍ଠ ସଂସ୍କରଣ ପାଇଁ ମୋଟ ୯୪ ଜଣ ଲେଖକ ସେମାନଙ୍କ ପାଣ୍ଡୁଲିପି ଆବେଦନ କରିଥିବା ବେଳେ ସ୍ବତନ୍ତ୍ର ବିଚାରକ ମଣ୍ଡଳୀ ଦ୍ବାରା ୧୦ଟି ପାଣ୍ଡୁଲିପିକୁ ପୁରସ୍କାର ପାଇଁ ଯୋଗ୍ୟ…
ବରଗଡ଼: କେନ୍ଦ୍ର ସରକାର ଚଳିତ ବର୍ଷର ବଜେଟରେ ଧାନ କ୍ରୟ କ୍ଷେତ୍ରରେ ୨୦,୦୦୦ କୋଟି ଟଙ୍କାର ବୃହତ୍ ରାଶି ହ୍ରାସ କରିଛନ୍ତି। ସ୍ୱାମୀନାଥନ୍ କମିଶନ ରିପୋର୍ଟ ସୁପାରିଶ କାର୍ଯ୍ୟକାରିତା ବିଷୟ ବି ଭୁଲିଯାଇଛନ୍ତି। ଏହି ବୃହତ୍ ୨୦,୦୦୦ କୋଟି ଟଙ୍କା ହ୍ରାସ ଯୋଗୁଁ କୃଷକମାନେ ସେମାନଙ୍କର ଏମ୍ଏସ୍ପି ପାଇବାରେ ଅସମର୍ଥ ହେବେ ଏବଂ ଧାନ କିଣା କ୍ରମଶଃ ହ୍ରାସ ପାଇବ। ଏହା ଓଡିଶାର କୃଷକମାନଙ୍କୁ ବିଶେଷ ଭାବରେ ପଶ୍ଚିମ ଓଡିଶାର କୃଷକଙ୍କୁ ପ୍ରଭାବିତ କରିବ ଏବଂ ସେମାନଙ୍କ ଜୀବିକା ଉପରେ ଗଭୀର ପ୍ରଭାବ ପକାଇବ ବୋଲି ଆଜି ଏଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ବିଜେଡିର ବରିଷ୍ଠ ଉପସଭାପତି ତଥା ପୂର୍ବତନ ମନ୍ତ୍ରୀ ତଥା ପୂର୍ବତନ ସାଂସଦ ଶ୍ରୀ ପ୍ରସନ୍ନ ଆଚାର୍ଯ୍ୟ। ଶ୍ରୀ ଆଚାର୍ଯ୍ୟ କହିଛନ୍ତି ଯେ ବଜେଟ୍ରେ ଅର୍ଥ ହ୍ରାସ ଯୋଗୁଁ କେନ୍ଦ୍ର ଏମ୍ଏସ୍ପିକୁ ୧.୫ ଗୁଣ ବୃଦ୍ଧି କରିବ ନାହିଁ ଏବଂ ଧାନର କୁଇଣ୍ଟାଲ ପିଛା ସର୍ବନିମ୍ନ…
ସୀତାରାମ ଅଗ୍ରୱାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହ ଏବଂ ଉପାଧ୍ୟକ୍ଷା ରୀନା ଦେଇ ଆଜି ପୂଜାର୍ଚ୍ଚନା କରି ଅନୁଷ୍ଠାନିକ ଭାବେ ନିଜ ନିଜ କାର୍ଯ୍ୟାଳୟରେ ପ୍ରବେଶ କରିଛନ୍ତି। ଏହି ପରିପ୍ରେକ୍ଷୀରେ ବାଣପୁର ବ୍ଲକ ପରିସରରେ ଏକ ଗୃହ ପ୍ରବେଶ ଉତ୍ସବର ଆୟୋଜନ କରାଯାଇଥିଲା। ଉତ୍ସବରେ ଅତିଥି ଭାବେ ପୂର୍ବତନ ଚିଲିକା ବିଧାୟକ ଡ଼ା ବିଭୁତି ଭୂଷଣ ହରିଚନ୍ଦନ ଏବଂ ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ଵୀରାଜ ହରିଚନ୍ଦନ ଯୋଗ ଦେଇଥିଲେ। ସେହିପରି ଭାବେ ଚିଲିକା ନିର୍ବାଚନମଣ୍ଡଳି ଅନ୍ତର୍ଗତ ଦୁଇ ବ୍ଲକ ଓ ଦୁଇ ଏନଏସି ର ସମସ୍ତ ଭାଜପା ସମର୍ଥିତ ଏବଂ ଭାଜପା ଟିକେଟରେ ନିର୍ବାଚିତ ଜନପ୍ରତିନିଧି ଏବଂ ନିର୍ବାଚନ ଲଢ଼ିଥିବା ପ୍ରାର୍ଥୀଙ୍କ ସମେତ ଶତାଧିକ ସମର୍ଥକମାନେ ଉକ୍ତ ଉତ୍ସବରେ ଯୋଗଦେଇଥିଲେ। ପୂର୍ବାହ୍ନରେ ଅଧ୍ୟକ୍ଷ ଏବଂ ଉପାଧ୍ୟକ୍ଷାଙ୍କ ନୂତନ କାର୍ଯ୍ୟାଳୟ ପ୍ରକୋଷ୍ଠରେ ପୂଜକଙ୍କ ଦ୍ୱାରା ହୋମ ଯଜ୍ଞ କରାଯିବା ସହ ବିଭିନ୍ନ ପୂଜାର୍ଚ୍ଚନା କରାଯାଇଥିଲା। ଏହି…
ଭୁବନେଶ୍ୱର/ମୁମ୍ବାଇ: ରିଲାଏନ୍ସ ଜିଓ ପକ୍ଷରୁ ଓଡ଼ିଶାର ତାଳଚେର ସହରରେ ଟ୍ରୁ-୫ଜି ସେବାର ଶୁଭାରମ୍ଭ କରାଯାଇଥିବା ଆଜି ଘୋଷଣା କରାଯିବା ସହ ରାଜ୍ୟର ୧୩ଟି ସହରରେ ଟ୍ରୁ-୫ଜିର ଲାଭ ପହଂଚିଛି। ପୂର୍ବରୁ ଜିଓ ପକ୍ଷରୁ ରାଜ୍ୟର ଭୁବନେଶ୍ୱର, କଟକ, ରାଉରକେଲା, ବ୍ରହ୍ମପୁର, ସମ୍ବଲପୁର, ବାଲେଶ୍ୱର, ବାରିପଦା, ଭଦ୍ରକ, ଝାରସୁଗୁଡ଼ା, ପୁରୀ, ବଲାଙ୍ଗୀର ଓ ଅନୁଗୁଳର ନାଲ୍କୋ ଭଳି ୧୨ ସହରରେ ଟ୍ରୁ-୫ଜି ସେବାର ଶୁଭାରମ୍ଭ କରାଯାଇଥିଲା। ଏହି ସହରଗୁଡ଼ିକ ମଧ୍ୟରୁ ଅଧିକାଂଶ ସହରରେ ଜିଓ ପ୍ରଥମ ଏବଂ ଏକମାତ୍ର ଅପରେଟର ଭାବେ ୫ଜି ସେବାର ଶୁଭାରମ୍ଭ କରିଛି। ଜାତୀୟ ସ୍ତରରେ ୧୦ଟି ଅଧିକ ସହରରେ ଜିଓ ଟ୍ରୁ-୫ଜି ସେବାର ଶୁଭାରମ୍ଭ କରାଯାଇଥିବା ବିଷୟରେ ଆଜି ଜିଓ ପକ୍ଷରୁ ଘୋଷଣା କରାଯାଇଛି ଯେଉଁଥିରେ ସାମିଲ ରହିଛି ତାଳଚେର (ଓଡ଼ିଶା), ହିନ୍ଦୁପୁର, ମଦନପଲ୍ଲୀ, ପ୍ରୋଡାତୁର (ଆନ୍ଧ୍ରପ୍ରଦେଶ), ରାୟଗଡ଼ (ଛତିଶଗଡ଼), ପଟିଆଲା (ପଂଜାବ), ଅଲୱର (ରାଜସ୍ଥାନ), ମଂଚେରିଆଲ (ତେଲେଙ୍ଗାନା), ଗୋରଖପୁର (ଉତରପ୍ରଦେଶ) ଓ ରୁର୍କି (ଉତରାଖଣ୍ଡ)। ଏଥି…
ଭୁବନେଶ୍ୱର: ଏହା ଅତ୍ୟନ୍ତ ଗୌରବର ବିଷୟ ଯେ, ଓଡ଼ିଶା ରିଲାଏନ୍ସ ଫାଉଣ୍ଡେସନ ଆଥଲେଟିକ୍ସ ହାଇ ପର୍ଫରମାନ୍ସ ସେଂଟର ୫ମ ଖେଲୋ ଇଣ୍ଡିଆ ୟୁଥ୍ ଗେମ୍ସ, ୨୦୨୨ ରେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି ଓ ୭ ଟି ପଦକ ସହିତ ଘରକୁ ଫେରିଛନ୍ତି। ପ୍ରତିଭା, ଜିତିବାର ଦୃଢ଼ ଇଚ୍ଛାଶକ୍ତି ଓ କ୍ରମାଗତ, ଉତ୍କୃଷ୍ଟ ମାନର ତାଲିମର ଅତୁଳନୀୟ ସମନ୍ୱୟ କାରଣରୁ ଏହା ସମ୍ଭବ ହୋଇପାରିଛି। ଏହା ପୁଣିଥରେ ଓଡ଼ିଶାର ଆଥଲେଟ୍ ମାନେ ୭ ଟି ଭିନ୍ନ ଭିନ୍ନ ଇଭେଂଟରେ ପ୍ରମାଣିତ କରିଛନ୍ତି ଓ ୪ ଟି ସ୍ୱର୍ଣ୍ଣ, ୧ ଟି ରୌପ୍ୟ ଓ ୨ ଟି ବ୍ରୋଞ୍ଜ ପଦକ ହାସଲ କରିଛନ୍ତି ଯାହାକି ଆଥଲେଟ୍ ମାନଙ୍କ ଦ୍ୱାରା ଖେଲୋ ଇଣ୍ଡିଆ ୟୁଥ୍ ଗେମରେ ଏକ ଉତ୍କୃଷ୍ଟ ପ୍ରଦର୍ଶନ ରହିଛି। ଖେଲୋ ଇଣ୍ଡିଆ ୟୁଥ୍ ଗେମ୍ସର ପୂର୍ବ ସଂସ୍କରଣର, ଓଡ଼ିଶା ୩ ଟି ପଦକ ହାସଲ କରିଥିଲା ଯେଉଁଥିରେ ୧ ଟି ରୌପ୍ୟ…
ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ସମୁଦାୟ ୧୪୫ ରୁ ଅଧିକ ଭୂମିକମ୍ପ ତୁର୍କୀ-ସିରିଆରେ ବିନାଶ ଘଟାଇଛି। ସୋମବାର ଦିନ ଘଟିଥିବା ୭.୧ ମ୍ୟାଗ୍ନିଚ୍ୟୁଡର ଭୂମିକମ୍ପ ଉଭୟ ଦେଶର ଛିଡା ହୋଇଥିବା ଅଟ୍ଟାଳିକାକୁ ଭାଙ୍ଗି ଦେଇଛି। ଏଭଳି ପରିସ୍ଥିତିରେ ଭାରତ ତୁର୍କୀକୁ ସାହାଯ୍ୟ କରିବା ପାଇଁ ହାତ ବଢାଇ ସମସ୍ତ ପ୍ରକାର ସାହାଯ୍ୟ ନିଶ୍ଚିତ କରିଛି। ବିପର୍ଯ୍ୟୟର ତୁରନ୍ତ ପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ରାଜ୍ୟ ବୈଦେଶିକ ମନ୍ତ୍ରୀଙ୍କୁ ଦିଲ୍ଲୀର ତୁର୍କୀ ଦୂତାବାସକୁ ପଠାଇ ସମବେଦନା ଜଣାଇଛନ୍ତି। ରାଜ୍ୟ ବୈଦେଶିକ ମନ୍ତ୍ରୀ ଭି ମୁରଲୀଧରନ୍ ଭାରତରେ ତୁର୍କୀ ରାଷ୍ଟ୍ରଦୂତ ଫିରାତ ସୁନେଲଙ୍କୁ ଭେଟି ସମବେଦନା ଜଣାଇବା ସହ ସମସ୍ତ ପ୍ରକାର ମାନବିକ ସହାୟତା ମଧ୍ୟ ପ୍ରତିଶୃତି ଦେଇଛନ୍ତି। https://twitter.com/MEAIndia/status/1622600996131315712?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1622613579940921346%7Ctwgr%5Eb00386fdf6d0c5a6b928fdb6c9583044b28f52d3%7Ctwcon%5Es3_&ref_url=https%3A%2F%2Fwww.abplive.com%2Fnews%2Fworld%2Fturkiye-earthquake-turkish-ambassadors-message-on-india-help-2328003 ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀଙ୍କ ଏହି ଗସ୍ତ ପରେ ଫିରାତ ସୁନେଲ ଟ୍ୱିଟ କରିଛନ୍ତି। ସେ କହିଛନ୍ତି ଯେ ତୁର୍କୀ ଏବଂ ହିନ୍ଦୀରେ ବନ୍ଧୁତା ହେଉଛି, ବନ୍ଧୁତା ପାଇଁ ବ୍ୟବହୃତ ଏକ ସାଧାରଣ…
ମୁମ୍ବାଇ: ମହାରାଷ୍ଟ୍ରର ବରିଷ୍ଠ ନେତା ବାଲାସାହେବ ଥୋରାଟ ଦଳର ବିଧାୟକ ଦଳର ନେତା ପଦରୁ ଇସ୍ତଫା ଦେଇଛନ୍ତି। ସୂଚନାଯୋଗ୍ୟ, ଗୋଟିଏ ଦିନ ପୂର୍ବରୁ ସେ ଦଳର କେନ୍ଦ୍ରୀୟ ନେତୃତ୍ୱଙ୍କୁ କହିଥିଲେ ଯେ ସେ ଦଳର ରାଜ୍ୟ ସଭାପତି ନାନା ପାଟୋଲଙ୍କ ସହ କାମ କରିପାରିବେ ନାହିଁ। ଥୋରାଟଙ୍କ ନିକଟ ସୂତ୍ରରୁ ପ୍ରକାଶ ଯେ, ସେ କେବଳ ଫେବୃଆରୀ ୨ ତାରିଖରେ ତାଙ୍କ ଇସ୍ତଫା ପଠାଇଥିଲେ। ସୂଚନାନୁସାରେ, ଥୋରାଟ ଜଣେ ବରିଷ୍ଠ ନେତା ହୋଇଥିଲେ ହେଁ ତାଙ୍କ ଏବଂ ତାଙ୍କ ପରିବାର ବିରୋଧରେ ବିବୃତ୍ତି ଦିଆଯାଉଥିଲା ଏବଂ କିଛି ଲୋକ ଥୋରାଟ ଏବଂ ତାଙ୍କ ପରିବାରର ଭାବମୂର୍ତ୍ତିକୁ ଖରାପ କରିବାକୁ ଚେଷ୍ଟା କରୁଥିଲେ। ନାନା ପାଟୋଲଙ୍କୁ ‘ଅହଂକାରୀ’ ବୋଲି ମଧ୍ୟ କୁହାଯାଇଥିବା ଅଭିଯୋଗ ହୋଇଥିଲା।
କୈଳାଶ ଚନ୍ଦ୍ର ଚୌଧୁରୀ ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନା ଅନ୍ତର୍ଗତ କନିଷି ହାଟରେ ଗଣ୍ଡଗୋଳ ଓ ଆତଙ୍କରାଜ ଅଭିଯୋଗରେ ୭ ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି। ଗୋଳନ୍ଥରା ପୋଲିସ ହଳଦିଆପଦର ଗୋଷାଣୀ ନୁଆଁଗାଁ ଅଞ୍ଚଳରୁ ୭ ଜଣ ଯୁବକକୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ମାରଣାସ୍ତ୍ର ଜବତ କରିଛି। ମାରଣାସ୍ତ୍ର ମଧ୍ୟରେ ଗୋଟିଏ ବନ୍ଧୁକ, ୩ଟି ଖଣ୍ଡା ଓ ଗୋଟିଏ ଲୁହା ଛଡ଼ ପୋଲିସ ଜବତ କରିଛି। କନିଷି ହାଟର ସୁଜାତା ପାତ୍ରଙ୍କ ଏତଲା ଅନୁଯାୟୀ ମାମଲା ନଂ ୬୭/୨୩ ଓ ସିହଳା ରୋଡ଼ ର ପ୍ରଦୀପ ଦଳବେହେରାଙ୍କ ମାଁ ଙ୍କ ଏତଲା ଅନୁଯାୟୀ ମାମଲା ନଂ ୬୬/୨୩ ରେ ଅଭିଯୁକ୍ତ ପ୍ରଦୀପ ବାଡତ୍ୟା, ଚନ୍ଦନ ସେଠୀ, ଶିଶିର ଦାସ, କିରଣ ବେହେରା, ଅମୀୟ ରଂଜନ ପଟ୍ଟନାୟକ, ସମୀର ସାହୁ ଓ ସଦାନନ୍ଦ ଦାସ ନାମରେ ୭ ଜଣ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।
କୈଳାଶ ଚନ୍ଦ୍ର ଚୌଧୁରୀ ବ୍ରହ୍ମପୁର: ଅରୁନ୍ଧତୀ ସୁନା ଦୋକାନର ଅଳଙ୍କାର ଠକିବା ଅଭିଯୋଗରେ ଦୋକାନର ସହକାରୀ ପରିଚାଳକ ଗିରଫ ହୋଇଛନ୍ତି। ଦୋକାନ ପରିଚାଳକ ମନମୋହନ ବାରିକଙ୍କ ଏତଲାକୁ ଭିତ୍ତି କରି ସହକାରୀ ପରିଚାଳକ ସିମାଞ୍ଚଳ ପାତ୍ରକୁ ବଡ଼ବଜାର ଥାନା ପୋଲିସ୍ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ପ୍ରକାଶ ଥାଉକି ଅଭିଯୁକ୍ତ ସିମାଞ୍ଚଳ ଦୋକାନର ସୁନା ଗ୍ରାହକଙ୍କୁ ବିକ୍ରି ପାଇଁ ନେଇ ଆଉ ଦୋକାନକୁ ଆସିଲା ନାହିଁ କି ସୁନା ଫେରାଇଲା ନାହିଁ, ଯ’ଦ୍ଵାରା ଦୋକାନ କର୍ତ୍ତୁପକ୍ଷଙ୍କ ସନ୍ଦେହ ବଢିଲା ଓ କଂପାନୀ ନିୟମ ଉଲ୍ଲଙ୍ଘନ କରୁଥିବା ଅଭିଯୋଗରେ ସିମାଞ୍ଚଳ ବିରୋଧରେ ଥାନାରେ ଅଭିଯୋଗ ହୋଇଥିଲା। ଅଭିଯୋଗ ଆଧାରରେ କେଶ୍ ନଂ ୩୨/୨୩ ଅନୁଯାୟୀ ବଡ଼ବଜାର ଥାନା ପୋଲିସ୍ ମାମଲା ରୁଜୁ କରିଥିଲା। ଏବଂ ଶେଷରେ ସିମାଞ୍ଚଳ ପାତ୍ରକୁ ଗିରଫ କରାଯାଇଛି।
କୈଳାଶ ଚନ୍ଦ୍ର ଚୌଧୁରୀ ବ୍ରହ୍ମପୁର: ବିବାଦୀୟ ବ୍ୟବସାୟୀ ଗୌତମ ଆଦାନୀଙ୍କୁ ଗିରଫ କରି ଲୋକଙ୍କ ଟଙ୍କାର ସୁରକ୍ଷା ଦାବି କରି ବ୍ରହ୍ମପୁର ଷ୍ଟେଟ ବ୍ୟାଙ୍କ ମୁଖ୍ୟ ଶାଖ ରେ ଗଂଜାମ ଜିଲ୍ଲା କଂଗ୍ରେସ ଦଳ ତରଫରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆଶୀର୍ବାଦରେ ସାରା ବିଶ୍ବରେ ଦୁଇ ନଂ ଧନୀ ଭାବେ ପରିଚିତ ଗୌତମ ଆଦାନୀ ଏହି କିଛି ଦିନ ହେଲା ଧନୀ ତାଲିକାରୁ ତଳକୁ ଖସିବାରେ ଲାଗିଛନ୍ତି। ଏଭଳି ପରିସ୍ଥିତିରେ ସାଧାରଣ ଲୋକଙ୍କ ଜମା ଟଙ୍କା ଅସୁରକ୍ଷିତ ମନେ ହେଉଛି। କାରଣ ବିଭିନ୍ନ ରାଷ୍ଟ୍ରାୟତ ବ୍ୟାଙ୍କ ଓ ଜୀବନ ବୀମା ନିଗମରେ ସାଧାରଣ ଲୋକଙ୍କ ଟଙ୍କା ଜମା ରହିଛି ଓ ବିବାଦୀୟ ବ୍ୟବସାୟୀ ଗୌତମ ଆଦାନୀ ବିଭିନ୍ନ ବ୍ୟାଙ୍କ ଓ ବୀମା ପ୍ରତିଷ୍ଠାନ ରୁ ଟଙ୍କା ନେଇ ନିଜ ବ୍ୟବସାୟରେ ଲଗାଇଛି। ବର୍ତ୍ତମାନ ପରିସ୍ଥିତିରେ ଉକ୍ତ ବ୍ୟବସାୟୀ ଦେଶାନ୍ତର ହେଲା ଭଳି ଜଣାପଡ଼ୁଛି। ତେଣୁ କରି ତୁରନ୍ତ…

