Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଣପୁର: ପତିତପାବନ ଉଚ୍ଚ ବିଦ୍ୟାଳୟର ହୀରକ ଜୟନ୍ତୀ ଉଦଯାପନୀ ଉତ୍ସବରେ ଯୋଗ ଦେଲେ ରାଜ୍ୟପାଳ
ଆଞ୍ଚଳିକ

ବାଣପୁର: ପତିତପାବନ ଉଚ୍ଚ ବିଦ୍ୟାଳୟର ହୀରକ ଜୟନ୍ତୀ ଉଦଯାପନୀ ଉତ୍ସବରେ ଯୋଗ ଦେଲେ ରାଜ୍ୟପାଳ

February 13, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ
ବାଣପୁର: ଖୋର୍ଦ୍ଧାଜିଲ୍ଲା ଗମ୍ଭାରୀମୁଣ୍ଡାରେ ଦୁଇଦିନ ଧରି ପତିତପାବନ ଉଚ୍ଚ ବିଦ୍ୟାଳୟର ଚାଲିଥିବା ହୀରକ ଜୟନ୍ତୀ ମହୋତ୍ସବ ଆଜି ସନ୍ଧ୍ୟାରେ ଓଡ଼ିଶାର ରାଜ୍ୟପାଳ ଗଣେଶୀ ଲାଲଙ୍କ ଅଭିଭାଷଣରେ ଉଦଯାପନ ହୋଇଯାଇଛି। ଆଜିର ଉଦଯାପନୀ ମହୋତ୍ସବରେ ପ୍ରାକ୍ତନ ଛାତ୍ର ତଥା ଆଲୁମିନ କମିଟିର ସଭାପତି ଡାକ୍ତର ସୁରେନ୍ଦ୍ର ନାଥ ଦାସଙ୍କ ସଭାତିତ୍ୱରେ ଆରମ୍ଭ ହୋଇଥିଲା।

ମୁଖ୍ୟ ଅତିଥି ଭାବେ ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ଖଣ୍ଡପଡା ବିଧାୟକ ତଥା ସମ୍ବାଦ ସମ୍ପାଦକ ସୌମ୍ୟ ରଞ୍ଜନ ପଟ୍ଟନାୟକ ଏବଂ ସମ୍ମାନିତ ଅତିଥି ଭାବେ ପ୍ରାକ୍ତନ ଛାତ୍ର ତଥା ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଦୁର୍ଗପ୍ରସାଦ ମହାରଣା ଏବଂ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ସଚଳା ଗୁରୁ ଯୋଗ ଦେଇଥିଲେ। ରାଜ୍ୟପାଳ ଓ ଅତିଥି ମାନେ ପ୍ରଭୁ ଜଗନ୍ନାଥଙ୍କ ପାଖରେ ପ୍ରଦୀପ ପ୍ରଜ୍ବଳନ କରି ଅନୁଷ୍ଠାନିକ ଭାବେ ସଭା କାର୍ଯ୍ୟ ଆରମ୍ଭ କରିଥିବା ବେଳେ ଦୁର୍ଗା ପ୍ରସାଦ ମହାରଣା ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ।

ଉକ୍ତ ଶିକ୍ଷାନୁଷ୍ଠାନରୁ ଉତ୍କର୍ଷ ଲାଭକରି ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନାରେ କାର୍ଯରତ ଶ୍ରୀଯୁକ୍ତ ରମେଶ ପ୍ରଧାନ ଏବଂ ସଂଗୀତ ଓ ଭାଷାରେ ପାରଙ୍ଗମ ଥିବା ପ୍ରଶାନ୍ତ କୁମାର ସ୍ୱାଇଁଙ୍କୁ ରାଜ୍ୟପାଳ ଉପଢୌକନ ଦେଇ ସମ୍ବର୍ଦ୍ଧନା କରିଥିଲେ।

ମୁଖ୍ୟ ବକ୍ତା ସୌମ୍ୟ ରଞ୍ଜନ ପଟ୍ଟନାୟକ ତିନୋଟି ବର୍ଗର ଯଥା ଛାତ୍ରଛାତ୍ରୀ, ପୁରାତନ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ଉପଦେଶ ଦେଇ ଶିକ୍ଷା ଆମକୁ ଏକ କୌଶଳ ଦିଏ ତେଣୁ ପ୍ରଶ୍ନ ପଚାରିବାର କୌଶଳ ଶିକ୍ଷାକରିବାକୁ ଛାତ୍ରଛାତ୍ରୀ ମାନଙ୍କୁ ପରାମର୍ଶ ଦେଇ ଆଗାମୀ ଶହେ ବର୍ଷ ପୂର୍ତ୍ତି ବେଳେ ତୁମେମାନେ ଏହାଠାରୁ ବଡ ମହୋତ୍ସବ ପାଳନ କରିବାକୁ ଆହ୍ୱାନ ଦେଇଥିଲେ।

ବାଣପୁର ମାଟିର ପୁଅ ଗୋଦାବରୀଶ ମିଶ୍ରଙ୍କର ଦରିତ୍ରତା ଥିବା ସତ୍ୱେ ସେ ଯଦି ସଫଳ ହୋଇପାରିଲେ ତେବେ ତୁମେ ମାନେ କାହିଁକି ସଫଳତା ଆଡକୁ ଗତି କରି ପାରିବ ନାହିଁ ବୋଲି ପ୍ରଶ୍ନ ପଚାରିଥିଲେ। ବହୁ ଅସୁବିଧା ସମୟରେ ମଧ୍ୟ ସେହିପରି ପୁରାତନ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ଯେତେ ବଡ଼ ବଡ଼ ୟୁନିଭରସିଟି ଅଛି ସେମାନଙ୍କର ଅବଦାନ ଅବର୍ଣ୍ଣନୀୟ। ତେଣୁ ଆଜିର ଛାତ୍ରଛାତ୍ରୀ ଏହି ଦାଇତ୍ୱ ନିଭାଇବାକୁ କହିଥିଲେ। ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କୁ ପରାମର୍ଶ ଦେଇ ତୁମକୁ ଦରମା କମ ମିଳିଲା ବୋଲି ତୁମେ ପିଲା ମାନଙ୍କୁ ଉଚିତ ଶିକ୍ଷା ଦେବାକୁ ଆହ୍ୱାନ ଦେଇଥିଲେ।

ମୁଖ୍ୟ ଅତିଥି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଜଗନ୍ନାଥ ହେଉଛନ୍ତି ଶୂନ୍ୟ। ତେଣୁ ଶୂନ୍ୟ ଠାରୁ ଯେ ଅଧିକ ହେବାକୁ ଚେଷ୍ଟା କରେ ସେ ଧୂଳିସାତ ହୋଇଯାଏ। ଜଗନ୍ନାଥ ହେଉଛନ୍ତି ସାରା ପୃଥିବୀର ସ୍ରଷ୍ଟା। ଜଗନ୍ନାଥଙ୍କୁ ନେଇ ଛାତ୍ରଛାତ୍ରୀଙ୍କୁ ପ୍ରଶ୍ନ ପଚାରିଥିଲେ ରାଜ୍ୟପାଳ।  ସଠିକ ଉତ୍ତର ଦେଇଥିବା ସୌଭାଗ୍ୟ ଜେନାଙ୍କୁ ୧ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରିଥିଲେ ରାଜ୍ୟପାଳ। ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ସାଂସଦ ଏବଂ ବିଧାୟକ ସମସ୍ତେ ଜଗନ୍ନାଥଙ୍କ ସନ୍ତାନ ଅଟନ୍ତି ବୋଲି ସଭାକୁ ଅଭିହିତ କରିଥିଲେ ରାଜ୍ୟପାଳ।

ରାଜ୍ୟପାଳଙ୍କ ଓଡ଼ିଆଙ୍କ ପ୍ରତି ଓ ଜଗନ୍ନାଥଙ୍କ ପ୍ରତି ଅହେତୁକ ଭଲପାଇବା ଅଭିଭାଷଣରେ ପ୍ରକାଶ କରିଥିବାରୁ ସ୍ତମ୍ବୀଭୁତ ହୋଇଯାଇଥିଲେ ଉପସ୍ଥିତ ଛାତ୍ରଛାତ୍ରୀ, ଅଭିଭାବକ ଓ ଶିକ୍ଷକ ଶିକ୍ଷୟତ୍ରୀ। ପରିଶେଷରେ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମରେ ସମାପ୍ତ ହୋଇଥିଲା ହୀରକ ଜୟନ୍ତୀର ମହୋତ୍ସବ।

ଗମ୍ଭାରୀମୁଣ୍ଡା ବାଣପୁର
Share. Facebook Twitter LinkedIn Email WhatsApp Copy Link

Related Posts

ଦୁଇ ଆଦର୍ଶ ଶିକ୍ଷକଙ୍କୁ ଭାବବିହ୍ୱଳ ବିଦାୟ ବାଣ-ବାଜା ରୋଷଣୀରେ ଗ୍ରାମ ପରିକ୍ରମା

June 30, 2026

ଅଧ୍ୟାପକ ସଂଗ୍ରାମ ସାହୁଙ୍କ ଅକାଳ ବିୟୋଗ: ବାଣପୁର ଅଞ୍ଚଳରେ ଶୋକର ଛାୟା

June 30, 2026

ନାଚୁଣୀରେ ଅଘଟଣ: ୩ ଥର ପଲଟି ବିଲକୁ ଖସିଲା କାର୍

June 27, 2026

ଶ୍ରୀରଙ୍କ ନାଥ ଦେବଙ୍କ ପୀଠରେ ରୁକ୍ମିଣୀ ବିବାହ ସମ୍ପନ୍ନ: ଗୁଆଲି ଯାତ୍ରାରେ ନଗର ପରିକ୍ରମା କରିବେ ଦେବଦମ୍ପତି

June 26, 2026
Latest News

ଜୟଦେବ ବିହାର–ନନ୍ଦନକାନନ ରାସ୍ତାରେ ୬ଟି ଫ୍ଲାଏଓଭର ନିର୍ମାଣକୁ ରାଜ୍ୟ କ୍ୟାବିନେଟ୍‌ର ମଞ୍ଜୁରି

July 2, 2026

ସି-ଲିପ୍ସ: ଡିଜିଟାଲ୍ ସଶକ୍ତୀକରଣରେ ବଦଳିବ ଲକ୍ଷପତି ଦିଦିଙ୍କ ଭବିଷ୍ୟତ

July 2, 2026

୭,୧୪୫ କୋଟିରେ କାନପୁର-କବରାଇ ଆକ୍ସେସ୍-କଣ୍ଟ୍ରୋଲ୍ଡ ରାଜପଥକୁ କ୍ୟାବିନେଟ୍‌ର ମଞ୍ଜୁରୀ

July 2, 2026

ଜନସଂଖ୍ୟା ପରିବର୍ତ୍ତନ ଅଧ୍ୟୟନ ପାଇଁ ରାଜ୍ୟ ଗସ୍ତ କରିବ ଉଚ୍ଚସ୍ତରୀୟ କମିଟି

July 2, 2026

ଯାତ୍ରୀମାନଙ୍କ ଚାହିଦାକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ଟ୍ରେନ୍ ସେବାରେ ବୃଦ୍ଧି

July 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.