Author: Samikhsya Bureau

ଭୁବନେଶ୍ୱର: ୫ଜି ଷ୍ଟାଣ୍ଡ୍‌-ଏଲୋନ୍ ପ୍ରଯୁକ୍ତି ପାଇଁ ରିଲାଏନ୍ସ ଜିଓ ଏବଂ ସ୍ମାର୍ଟଫୋନ୍ ନିର୍ମାତା ୱାନ୍‌ପ୍ଲସ୍ ପରସ୍ପର ସହ ହାତ ମିଳାଇଛନ୍ତି। ନିକଟରେ ଉନ୍ମୋଚିତ ହୋଇଥିବା ୱାନ୍‌ପ୍ଲସ୍‌ର ୱାନ୍‌ପ୍ଲସ୍ ୧୦ ସିରିଜ୍ ସ୍ମାର୍ଟଫୋନ୍ ସମେତ ୱାନପ୍ଲସ୍ ୯ଆର୍‌, ୱାନ୍‌ପ୍ଲସ୍ ୮, ନର୍ଡ, ନର୍ଡ ୨ଟି, ନର୍ଡ୨, ନର୍ଡ ସିଇ, ନର୍ଡ ସିଇ୨ ଏବଂ ନର୍ଡ ସିଇ୨ ଲାଇଟ୍ ବ୍ୟବହାରକାରୀମାନେ ଜିଓର ୫ଜି ଷ୍ଟାଣ୍ଡ୍‌-ଏଲୋନ୍ ପ୍ରଯୁକ୍ତିକୁ ବ୍ୟବହାର କରିପାରିବେ। ସେହିଭଳି ଖୁବ୍‌ଶୀଘ୍ର ୱାନ୍‌ପ୍ଲସ୍ ୯ ପ୍ରୋ, ୱାନ୍‌ପ୍ଲସ ୯ ଏବଂ ୱାନ୍‌ପ୍ଲସ ୯ଆର୍‌ଟି ମଧ୍ୟ ଜିଓର ଟ୍ରୁ-୫ଜି ନେଟ୍‌ୱର୍କକୁ ସପୋର୍ଟ କରିବ। ଜିଓ ପକ୍ଷରୁ ୱାନ୍‌ପ୍ଲସ୍‌ର ବ୍ୟବହାରକାରୀମାନଙ୍କ ଲାଗି ଏକ ସ୍ୱତନ୍ତ୍ର “ୱାନ୍‌ପ୍ଲସ୍ ଆନିଭର୍ସରି ଅଫର’ର ଶୁଭାରମ୍ଭ କରାଯାଇଛି। ଏହି ଅଫରରେ ଗ୍ରାହକମାନଙ୍କୁ ୧୦,୮୦୦ ଟଙ୍କା ପର‌୍ୟ୍ୟନ୍ତ କ୍ୟାସ୍‌ବ୍ୟାକ୍ ମିଳିବ। ଏହି ଅଫର ଡିସେମ୍ବର ୧୩ରୁ ୧୮ ପର୍ଯ୍ୟନ୍ତ ବୈଧ ରହିବ। ପ୍ରଥମ ୧୦୦୦ ଜଣ ଗ୍ରାହକଙ୍କୁ ୧୪୯୯ ଟଙ୍କାର ରେଡ୍ କେବଲ୍ କେୟାର…

Read More

ଖଲ୍ଲିକୋଟ: ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବନ ବିଭାଗ କାର୍ଯ୍ୟାଳୟ ସମ୍ମୁଖରୁ ଚୋରି ହୋଇଥିବା ମିକ୍ସଚର ମେସିନ କୁ ତିନି ଦିନ ପରେ ଉଦ୍ଧାର କରିବା ସହ ଚୋରି କରିଥିବା ଜଣେ ଚଳଚିତ୍ର ପ୍ରଯୋଜକ ଓ ଚୋରି ମିକ୍ସଚର ମେସିନ କୁ କମ ମୂଲ୍ୟ ରେ କିଣିଥିବା ଜଣେ କବାଡି ବାଲା ଙ୍କୁ ଗିରଫ କରିଛି ପୋଲିସ। ଗତକାଲି ଏ ସମ୍ପର୍କରେ ଖଲ୍ଲିକୋଟ ଥାନା ପରିସରରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ରହି ଆଇଆଇସି ଜଗନ୍ନାଥ ମଲ୍ଲିକ ସମସ୍ତ ସୂଚନା ଦେଇଛନ୍ତି। ଖଲ୍ଲିକୋଟ କରଣ ସାହିରେ ଚାଲିଥିବା ରାସ୍ତା କାମ ରେ ବ୍ୟବହୃତ ହେଉଥିବା ଏକ ମିକ୍ସଚର ମେସିନ ବନ କାର୍ଯ୍ୟାଳୟ ସମ୍ମୁଖରେ ରହିଥିଲା। ଗତ ୬ ତାରିଖ ରାତିରେ କୌଣସି ଦୁର୍ବୁତ୍ତ ଏହାକୁ ଚୋରି କରି ନେଇଥିଲେ। ସିସିଟିଭି ଫୁଟେଜ ରେ ଏକ ମହେନ୍ଦ୍ରା ପିକଅପ ମିକ୍ସଚର ମେସିନ କୁ ଟାଣି ନେଉଥିବା ଦେଖାଯାଇଥିଲା। ତା ପର ଦିନ ଅର୍ଥାତ ୭…

Read More

ଭୁବନେଶ୍ୱର: ପଦ୍ମପୁରର ନବନିର୍ବାଚିତ ବିଧାୟିକା ବର୍ଷା ସିଂ ବରିହା ଆଜି ଶପଥ ନେବେ। ବିଧାନସଭାରେ ବାଚସ୍ପତି ବିକ୍ରମ କେଶରୀ ଆରୁଖ ତାଙ୍କୁ ଶପଥ ପାଠ କରାଇବେ। ଏହି ଅବସରରେ ବରଗଡ ଜିଲ୍ଲାର ବିଜେଡିର ବରିଷ୍ଠ ସଦସ୍ୟ ଉପସ୍ଥିତ ରହିବେ। ନିକଟରେ ବର୍ଷା ଭୁବନେଶ୍ବର ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ବାଚସ୍ପତିଙ୍କୁ ସାକ୍ଷାତ କରିଛନ୍ତି। ବାଚସ୍ପତିଙ୍କ ସାକ୍ଷାତ ବେଳେ ସେ ଆଜି ଶପଥ ନେବେ ବୋଲି କୁହାଯାଇଥିଲା।

Read More

ଅହମ୍ମଦାବାଦ: ଭାରତୀୟ ଜନତା ପାର୍ଟି (ବିଜେପି) ର ରେକର୍ଡ ବିଜୟ ପରେ ନୂତନ କ୍ୟାବିନେଟର ଶପଥ ଗ୍ରହଣ ସମାରୋହ ପାଇଁ ପ୍ରସ୍ତୁତି ଚାଲିଛି। ଲଗାତାର ଦ୍ୱିତୀୟ ଥର ପାଇଁ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଭାବେ ଭୁପେନ୍ଦ୍ର ପଟେଲ ଶପଥ ଗ୍ରହଣ କରିବେ। ଆଜି ଅପରାହ୍ନ ୨ ଟାରେ ଗାନ୍ଧିନଗରର ହେଲିପ୍ୟାଡ ପଡିଆରେ ନୂତନ ସରକାରଙ୍କ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ। ଏହି ଶପଥ ଗ୍ରହଣ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ଏବଂ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ତଥା ବହୁ କେନ୍ଦ୍ର ମନ୍ତ୍ରୀ ଯୋଗଦେବେ।

Read More

ନୂଆଦିଲ୍ଲୀ: ଆସନ୍ତା ସାଧାରଣ ନିର୍ବାଚନ ପୂର୍ବରୁ ମୋଦୀ ନୂଆ ମନ୍ତ୍ରୀମଣ୍ଡଳ ଗଠନ କରିବେ। ସମ୍ଭବତଃ ଆସନ୍ତା ଜାନୁୟାରୀ ମାସରେ କିମ୍ବା ଶୀତ ଅଧିବେସନ ପରେ ପରେ ଏହି ଅଦଳବଦଳ ହେବ। ଏ ନେଇ ଜାତୀୟ ରାଜନୀତିରେ ବେଶ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। କାରଣ ସାଧାରଣ ନିର୍ବାଚନ ହେବାକୁ ଆଉ ମାତ୍ର ବର୍ଷେ ସମୟ ରହିଲା। ଏହା ଭିତରେ କେନ୍ଦ୍ର ସରକାରଙ୍କୁ ସୁଦୃଢ କରିବାକୁ ପଡିବ। ସେ ନେଇ ମୋଦୀଶାହା ଅଙ୍କକଷା ଆରମ୍ଭ କରି ସାରିଲେଣି ବୋଲି କୁହାଯାଉଛି। ନିକଟରେ ବିଜେପି ଗୁଜୁରାଟରେ ଏକ ବଡ ବିଜୟ କରିଥିବା ବେଳେ ହିମାଚଳ ପ୍ରଦେଶରେ ହାରିଯାଇଛି। କେନ୍ଦ୍ରରେ ସରକାରରେ ଥାଇ ହିମାଚଳରେ ହାରିବା ଉଭୟ ମୋଦୀଶାହାଙ୍କର ହଜମ ହୋଇ ନାହିଁ। ସେହିପରି ଦିଲ୍ଲୀ ମ୍ୟୁନିସପାଲ କରପୋର୍ରେସନରେ ମଧ୍ୟ ଦଳ ହାରିଯାଇଛି। ଏହାକୁ ନେଇ ଦଳ ଭିତରେ ବର୍ତ୍ତମାନ ବେଶ ଆଲୋଚନା ହେବାରେ ଲାଗିଛି। ସେଥିପାଇଁ ଏବେଠାରୁ ସରକାର ଏବଂ ଦଳକୁ ମଧ୍ୟ ଯଦି ଠିକ ଭାବେ…

Read More

ଭୁବନେଶ୍ବର: ଝିଲିକ ମୋସନ୍ ପିକ୍ଚର୍ସର ତୃତୀୟ ଅବଦାନ “ତୋର ମୋର କଟି” ଚଳଚ୍ଚିତ୍ରର ଅଡିଓ ଲୋକାର୍ପିତ ଉତ୍ସବ ଭୁବନେଶ୍ୱରର ଏକ ତାରକା ହୋଟେଲରେ ଅନୁଷ୍ଠିତ ହୋଇଯାଇଛି। ଅଭିନେତ୍ରୀରୁ ପ୍ରଯୋଜିକା ସାଜିଥିବା ଝିଲିକ ଭଟ୍ଟାଚାର୍ଯ୍ୟ ଏହି ଅବସରରେ ଓଡ଼ିଆ ଚଳଚ୍ଚିତ୍ରର ବିରାଟ ପରିବର୍ତ୍ତନ ପାଇଁ ସଂକଳ୍ପବଦ୍ଧ ବୋଲି ମତବ୍ୟକ୍ତ କରିଥିଲେ। ଲୋକାର୍ପଣ ଉତ୍ସବରେ ବରିଷ୍ଠ ଅଭିନେତା ପ୍ରଦ୍ୟୁମ୍ନ ଲେଙ୍କା, ସିଦ୍ଧାନ୍ତ ମହାପାତ୍ର, ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ ଆନନ୍ଦ, ସିନେ ନିର୍ଦ୍ଦେଶକ ସୁଧାଂଶୁ ମୋହନ ସାହୁ ଅତିଥି ଭାବେ ଯୋଗ ଦେଇଥିଲେ। ଚଳଚ୍ଚିତ୍ରର ସଂଳାପକାର ଦୀପକ ଜେନା ଥିବା ବେଳେ ନିର୍ଦ୍ଦେଶନା ଭାର ନେଇଛନ୍ତି ଯୁବ ନିର୍ଦ୍ଦେଶକ ରମେଶ ରାଉତ। ପ୍ରଚାର ପ୍ରସାର ଦାୟୀତ୍ୱରେ ଅଛନ୍ତି ମିଡ଼ିଆ ପ୍ଲାନର ପ୍ରଣୟ ଜେଠୀ। ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ପ୍ରେମ ଆନନ୍ଦ। ଗୀତ ଗୁଡିକ ଗୀତିକାର ନିର୍ମଳ ନାୟକ ଏବଂ ଅରୁଣ ମନ୍ତ୍ରୀ ଲେଖିଥିବା ବେଳେ କଣ୍ଠଦାନ କରିଛନ୍ତି ହ୍ୟୁମାନ ସାଗର, ଦିପ୍ତୀରେଖା ପାଢ଼ୀ, ସବିଶେଷ, ଆଶୁତୋଷ,…

Read More

ନୂଆଦିଲ୍ଲୀ: ମହିଳା କ୍ରିକେଟ୍ ରେ ଭାରତ ସୁପର ଓଭରରେ ଅଷ୍ଟ୍ରେଲିଆ ଉପରେ ରୋମାଞ୍ଚକର ବିଜୟ ପଞ୍ଜିକରଣ କରିଛି। ଭାରତୀୟ ମହିଳା ଦଳ ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚ୍‌ରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରୁଥିବାବେଳେ ଅଷ୍ଟ୍ରେଲିଆ ୧୮୭ ରନ୍ ସଂଗ୍ରହ କରିଥିଲା। ଭାରତ ୨୦ ଓଭରରେ ସ୍କୋରକୁ ସମାନ କରିଥିଲା। ଏହା ପରେ ସୁପର ଓଭରରେ ସ୍ମୃତି ମଣ୍ଢାନା ଏବଂ ରେଣୁକା ସିଂଙ୍କ ଚମତ୍କାର ପ୍ରଦର୍ଶନ ଯୋଗୁଁ ଭାରତ ବିଜୟ ଲାଭ କରିଥିଲା। ସ୍ମୃତିଙ୍କୁ ‘ପ୍ଲେୟାର ଅଫ୍ ଦି ମ୍ୟାଚ୍’ ଭାବେ ପୁରସ୍କୃତ କରାଯାଇଥିଲା। ବିଜୟ ପରେ ସେ ତାଙ୍କ ଇନିଂସରେ ପ୍ରତିକ୍ରିୟା ପ୍ରକାଶ କରିଥିଲେ। ‘ପ୍ଲେୟାର ଅଫ୍ ଦି ମ୍ୟାଚ୍’ ଭାବରେ ମନୋନୀତ ହେବା ପରେ ମନ୍ଧାନା କହିଛନ୍ତି ଯେ, ମୁଁ ଭାବୁଛି ଭାରତୀୟ ଦଳର ସମସ୍ତେ ଖେଳାଳି ଲକ୍ଷ୍ୟ ହାସଲ କରିବାକୁ ଉପଭୋଗ କରନ୍ତି। ତଥାପି, ଆମକୁ ମୋଟ ସ୍କୋର ସେଟିଂ ଉପରେ କାର୍ଯ୍ୟ କରିବାକୁ ପଡିବ।…

Read More

ଭୁବନେଶ୍ବର, ଶାସ୍ତ୍ରରେ ଦେବୀ ଲକ୍ଷ୍ମୀଙ୍କୁ ଧନର ଦେବୀ ଭାବରେ ବିବେଚନା କରାଯାଏ ଏବଂ କୁହାଯାଏ ଯେ ସେ ଏକ ଖେଳାଳୀ ପ୍ରକୃତିର। କାରଣ ସେ କେତେବେଳେ କାହା ପାଖରେ ଛିଡା ହୁଅନ୍ତି ତ କାହା ପାଖରେ ନାହିଁ। ଯାହା ଉପରେ ଦେବୀ ଲକ୍ଷ୍ମୀଙ୍କର ଆର୍ଶିବାଦ ଅଛି, ତାଙ୍କ ଜୀବନରେ କୌଣସି ଜିନିଷର ଅଭାବ କେବେ ହୁଏ ନାହିଁ। ମାତାଙ୍କ ଆଶୀର୍ବାଦରେ ଜଣେ ଭିକାରୀ ରାଜା ହୋଇଯାଏ। ଯାହାଙ୍କ ଉପରେ ମାତା କ୍ରୋଧ କରନ୍ତି ତାଙ୍କୁ ଭିକାରୀ କରି ଦିଅନ୍ତି। ଜ୍ୟୋତିଷ ଶାସ୍ତ୍ରରେ ଏପରି କିଛି ଜିନିଷ ଅଛି ଯାହା କଲେ ମାତା ଲକ୍ଷ୍ମୀ କ୍ରୋଧିତ ହୋଇ ସବୁଦିନ ପାଇଁ ଘରୁ ବାହାରି ଯାଆନ୍ତି। ମାତା ଲକ୍ଷ୍ମୀଙ୍କ ଆର୍ଶିବାଦ ପାଇଁ କେଉଁ କାମ କରିବା ଉଚିତ ଏବଂ କେଉଁଟି ଆମେ କରିବା ଉଚିତ୍ ନୁହେଁ ସେ ବିଷୟରେ ଆସନ୍ତୁ ଜାଣିବା। ୧- କିଛି ଲୋକ ରାତିରେ ନିଜ ରୋଷେଇ ଘରେ ଅଇଣ୍ଠା ବାସନକୁ…

Read More

ଜୀବନର ସଫଳତାର ରାସ୍ତା : ଯେବେ ମୁଁ ଜନ୍ମ ହେଲି ବାପା-ମା ଭାବିଲେ ଏଇଟା ତାଙ୍କର ସଫଳତା। ତାପରେ ଯେତେବେଳେ ଚାଲି ଶିଖିଲି ଆଉ କଥା କହି ପାରିଲି ସେତେବେଳେ ଲାଗିଲା ଏଇଟା ହିଁ ସଫଳତା। ତା ପରେ ସ୍କୁଲ ଗଲି ଆଉ ସେଠାରେ ଜାଣିଲି ଯେ କ୍ଲାସ ରେ ପ୍ରଥମ ହେବା ମାନେ ସବୁଠୁ ବେଶି ମାର୍କ ରଖିବା ମାନେ ହିଁ ସଫଳତା। ତା ପରେ ବୁଝିଲି ଯେ ଅସଲ ସଫଳତା ତ ମାଧ୍ୟମିକ ରେ ଭଲ ନମ୍ବର ର ରଖିଲେ ମିଳେ। ତା ପରେ ପୁଣି ଭୁଲ ଭାଙ୍ଗିଲା, ଜାଣିବାକୁ ପାଇଲି ଯେ ଉଚ୍ଚ ମାଧ୍ୟମିକ ରେ ଭଲ ରେଜଲ୍ଟ କୁ ସଫଳତା କୁହାଯାଏ। ଏଇଠି ଶେଷ ନାହିଁ ଏହା ପରେ ବୁଝିଲି ଯେ ଭଲ ବିଷୟ ନେଇ ଭଲ କଲେଜରେ ଚାନ୍ସ ପାଇବା ହିଁ ସଫଳତା, କାହିଁକି ନା ସେଠି ପଢିଲେ ଭଲ ଚାକିରୀ ମିଳିବ। ତା…

Read More

ମେଷ- ବିଜ୍ଞାପନ ବ୍ୟବସାୟରେ ବ୍ୟସ୍ତ ରହିବେ । ଚାକିରୀ କ୍ଷେତ୍ରରେ ସମ୍ମାନ ମିଳିବ । କଠିନ ପରିଶ୍ରମ ସହିତ ଟଙ୍କା ରୋଜଗାର କରିବେ । ଗତ କିଛି ଦିନ ଧରି କାମ ଅସମ୍ପୂର୍ଣ୍ଣ ଥିଲା, ତାହା ପୂରଣ ହେବ । ନୂତନ ଚୁକ୍ତିନାମା କିମ୍ବା ନୂତନ ସମ୍ପର୍କ ଗଠନ ହେବାର ସମ୍ଭାବନା ଅଛି। ସମୟ ଭଲ ଅଟେ । ଆପଣ ଏକାସାଙ୍ଗରେ ଅନେକ କ୍ଷେତ୍ରରେ ସକ୍ରିୟ ରହିବେ । ଆଗକୁ ବଢିବା ପାଇଁ ଆପଣଙ୍କ ଜୀବନରେ କିଛି ପରିବର୍ତ୍ତନ କରିବାକୁ ପଡିପାରେ । ଅବିବାହିତ ଲୋକମାନେ ରୋମାନ୍ସ ପାଇଁ ସୁଯୋଗ ପାଇପାରନ୍ତି । ଭ୍ରମଣ ଯୋଗ ମଧ୍ୟ ଅଛି। ବୃଷ-  ଆପଣଙ୍କର ଜୀବନରେ କିଛି ପରିବର୍ତ୍ତନ କରିବାକୁ ପଡିପାରେ । ପରିବାର ସାହାଯ୍ୟ ମିଳି ପାରିବ। ଆପଣଙ୍କର ମାନସିକ ସନ୍ତୁଳିତ ରହିବ ଏବଂ ଏହା ଆପଣଙ୍କ ପାରିବାରିକ ଜୀବନରେ ମଧ୍ୟ ସୁଖ ଆଣିପାରେ। ଅସମାପ୍ତ କାର୍ଯ୍ୟ ସମାପ୍ତ ହୋଇପାରିବ । ବୁଦ୍ଧିମାନ ଭାବରେ…

Read More

ସୀତାରାମ ଅଗ୍ରୱାଲ ଚିଲିକା: ଆଜି ସକାଳେ ଭାରତୀୟ ନୌସେନା ଚିଲିକା ଓ ଆଇଏନଏଚଏସ ନିବାରିଣୀର ମିଳିତ ଆନୁକୂଲ୍ୟରେ ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ଅନ୍ତର୍ଗତ ଛତ୍ରଗଡ଼ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ ହୋଇଯାଇଛି। ଭାରତୀୟ ନୌସେନା ସପ୍ତାହ ଅବସରରେ ଅନୁଷ୍ଠିତ ଶିବିରରେ ମୁଖ୍ୟ ଅତିଥି ଭାବେ ନାଭାଲ ଅଫିସର ଇନଚାର୍ଜ (ଓଡ଼ିଶା) କମୋଡର ଏନ ପି ପ୍ରଦୀପ ଓ ଆଇଏନଏଚଏସ ନିବାରିଣୀ ସିଓ ନିରଞ୍ଜନ ରୟ ମିଳିତ ଭାବେ ଉଦଘାଟନ କରିଥିବା ବେଳେ ଡୁଙ୍ଗମାଳ ସରପଞ୍ଚ ଗଣେଷ ସ୍ୱାଇଁ, ଗ୍ରାମ ସଭାପତି ନୀଳମଣି ସାହୁ, ୱାର୍ଡ ସଭ୍ୟ ସୁକାନ୍ତ ସାହୁ, ପ୍ରଦୀପ ଚଣ୍ଡ, ପ୍ରଧାନ ଶିକ୍ଷକ ସୁବ୍ରତ ବାରିକଙ୍କ ସମେତ ବିଦ୍ୟାଳୟର ସମସ୍ତ କର୍ମଚାରୀ ଉପସ୍ଥିତ ରହି ସ୍ୱାସ୍ଥ୍ୟ ହିଁ ସମ୍ପଦ ଯାହାକି ଉତ୍ତମ ସ୍ୱାସ୍ଥ୍ୟସେବା ଦିଗରେ ଧ୍ୟାନ ଦେବା ପାଇଁ ସମସ୍ତଙ୍କୁ ପ୍ରବର୍ତ୍ତାଇ ଥିଲେ। ଉକ୍ତ ଶିବିର ସକାଳ ୮.୩୦ ସମୟରୁ…

Read More

ସୀତାରାମ ଅଗ୍ରୱାଲ ଖୋର୍ଦ୍ଧା: ଆଜି ଖୋର୍ଦ୍ଧା ସଦର ଥାନା ପୋଲିସ ଏକ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ବୋଝେଇ କାର ଜବତ କରିଥିବା ବେଳେ ଗାଡ଼ି ଚାଳକ ଓ ସହଯୋଗୀ ଫେରାର ହୋଇଯାଇଛନ୍ତି । ସୂଚନା ମୁତାବକ ଆଜି ପୂର୍ବାହ୍ନରେ ସଦର ଆଇଆଇସି ବିଦିତା ନାୟକଙ୍କ ତତ୍ୱାବଧାନରେ ଏଏସଆଇ ଶ୍ରୀମତୀ ମଲ୍ଲିକ ଥାନା ଅଞ୍ଚଳରେ ପାଟ୍ରୋଲିଂ କରୁଥିବା ବେଳେ ଦଧିମାଛଗାଡ଼ିଆ ଛକ, ଦାରୁ ରୋଡରେ ଏକ କାର(ଓଆର-୦୫-ଏଏ-୩୬୭୮)କୁ ସନ୍ଦେହବଶତଃ ପୋଲିସ ଅଟକାଇବା ପାଇଁ ତତ୍ପର ହେଉଥିବା ବେଳେ ହଠାତ ଗାଡ଼ି ଚାଳକ ଏବଂ ଅନ୍ୟ ଦୁଇ ସହଯୋଗୀ କାରକୁ ମଝି ରାସ୍ତାରେ ଛାଡି ଫେରାର ହୋଇଯାଇଥିଲେ । ପୋଲିସ ଉକ୍ତ କାରର ତାଲାସି ନେବାରୁ ସେଥିରେ ବିପୁଳ ପରିମାଣରେ ବିସ୍ଫୋରକ ଦ୍ରବ୍ୟ ଥିବା ଜାଣିବାକୁ ପାଇଛି । ସମ୍ପୃକ୍ତ କାରରୁ ୬୦ କେଜି ଜିଲାଟିନ, ୫ ବଣ୍ଡଲ ଡିଟୋନେଟର, ୪ ବଣ୍ଡଲ ତାର ଏବଂ ୧ କୁଇଣ୍ଟାଲ ଆମୋନିୟମ ନାଇଟ୍ରେଟ ଜବତ…

Read More

ସୀତାରାମ ଅଗ୍ରୱାଲ ଖୋର୍ଦ୍ଧା: ଖୋର୍ଦ୍ଧା ଟାଉନ ଥାନା ପୋଲିସ କୁ ମିଳିଛି ସଫଳତା। ଡକାୟତ ଯୋଜନା ପଣ୍ଡ କରି ୭ ଦୁର୍ଦାନ୍ତ ଅପରାଧୀ ଙ୍କୁ ବାନ୍ଧିଲା ପୋଲିସ। ଖବର ମୁତାବକ ଗତକାଲି ବିଳମ୍ବିତ ରାତ୍ରିରେ ଟାଉନ ଥାନା ଅନ୍ତର୍ଗତ ଖୋର୍ଦ୍ଧା-ଜଟଣୀ ବାଇପାସ ଗୋଶାଳା ପଡିଆ ନିକଟରେ କିଛି ଦୁର୍ବୁତ୍ତ ଏକ ବଡ ଡକାୟତି ଯୋଜନା କରୁଥିବାର ସୂଚନା ପାଇଥିଲା ପୋଲିସ । ବିଳମ୍ବ ନକରି ଖୋର୍ଦ୍ଧା ଏସପି ସିଦ୍ଧାର୍ଥ କଟାରିଆ ଙ୍କ ନିର୍ଦେଶକ୍ରମେ ଏବଂ ଏସଡିପିଓ ଦିଲ୍ଲୀପ ଦାସ ଓ ଟାଉନ ଥାନା ଆଇଆଇସି ତାରିକ ଅହମଦ ଙ୍କ ତତ୍ୱାବଧାନରେ ଏସଆଇ ପଦ୍ମଲୋଚନ ବେହେରାଙ୍କ ନେତୃତ୍ୱରେ ଏକ ଟିମ ଗଠନ କରାଯାଇ ଆବଶ୍ୟକୀୟ ଫୋର୍ସ ସହ ଉକ୍ତ ସ୍ଥାନରେ ରାତି ଅଧିଆ ଚଢ଼ାଉ କରାଯାଇଥିଲା । ଚଢ଼ାଉ ବେଳେ ପୋଲିସ ୭ ଦୁର୍ଦାନ୍ତ ଅପରାଧୀଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ଲୁହା ରଡ଼, ପ୍ଲାଷ୍ଟିକ ପାଇପ ଓ ବାଡ଼ି ଜବତ…

Read More

ଭୁବନେଶ୍ୱର: ୪ର୍ଥ ଓଡିଶା ରାଜଧାନୀ ପୁସ୍ତକ ମହୋତ୍ସବର ଆଜି ୩ୟ ଦିନରେ “ଅପୂର୍ବା” ପ୍ରକାଶନ ତରଫରୁ ଆୟୋଜିତ ପ୍ରତିଷ୍ଠିତ କବି ଶ୍ରୀ ସଂଗ୍ରାମ ମିଶ୍ରଙ୍କ କବିତା ପୁସ୍ତକ “ପ୍ରତିଫଳନ” ର ଶୁଭ ଉନ୍ମୋଚନ ହୋଇଛିି। ଏହାକୁ ରାଜ୍ୟ ପର୍ଯ୍ୟଟନ, ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ତଥା ଅବକାରୀ ମନ୍ତ୍ରୀ ଶ୍ରୀ ଅଶ୍ୱିନୀ କୁମାର ପାତ୍ର ପ୍ରକାଶ କରିଛନ୍ତି । କବି ଶ୍ରୀ ମିଶ୍ରଙ୍କ ଦ୍ୱାରା ଲିଖିତ ଉନ୍ମୋଚିତ କବିତା ପୁସ୍ତକ ସକରାତ୍ମକ ପରିବର୍ତ୍ତନଓ ସାମାଜିକ ସଂସ୍କାରଦିଗରେ ସ୍ୱର ଉତ୍ତୋଳନ କରିବା ସଙ୍ଗେ ସଙ୍ଗେ କବିତାରେ ରହିଥିବା ବାର୍ତ୍ତା ଆଗାମୀ ପିଢିକୁ ନୂତନ ଦିଗଦର୍ଶନ ଦେବ ବୋଲି ମନ୍ତ୍ରୀ ଶ୍ରୀ ପାତ୍ର ପ୍ରକାଶ କରି ପୁସ୍ତକର ପାଠକୀୟ ଆଦୃତି କାମନା କରିଥିଲେ। କାର‌୍ୟ୍ୟକ୍ରମରେ ଓଡିଶା ସାହିତ୍ୟ ଏକାଡେମୀର ସଭାପତି ଶ୍ରୀ ହୃଷିକେଶ ମଲ୍ଲିକ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଏହି ପୁସ୍ତକ ପ୍ରଦର୍ଶନ ‘ଅକ୍ଷର’ ଭୁବନେଶ୍ବରର ପ୍ରଦର୍ଶନୀ ପଡିଆରେ ଚାଲିଛି।

Read More

ଭୁବନେଶ୍ବର: ପୁରୁଣା ଭୁବନେଶ୍ୱରରେ ବିଶିଷ୍ଟ ସମାଜସେବୀ, ରାଜନେତା ତଥା ବ୍ୟବସାୟୀ ପ୍ରଶାନ୍ତ ମହାପାତ୍ର ଆଉ ଇହ ଜଗତରେ ନାହାନ୍ତି। ଆଜି ସକାଳେ ତାଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ 63 ବର୍ଷ ବୟସ ହୋଇଥିଲା। ସ୍ବର୍ଗତ ମହାପାତ୍ର ବିଜୁବାବୁଙ୍କର ଥିଲେ ଅନ୍ୟତମ ପଟ୍ଟଶିଷ୍ୟ। ଏକଦା ବିଜୁବାବୁ ତାଙ୍କୁ ‘ପୁଅ’ ବୋଲି ସମ୍ବୋଧନ କରୁଥିଲେ। ସେତେବେଳେ ବିଜୁବାବୁ ତାଙ୍କୁ ଏକ ନିଗମରେ ଅଧ୍ୟକ୍ଷ ବି କରିଥିଲେ। ବିଜୁବାବୁଙ୍କ ଦେହାନ୍ତ ପରେ ସେ ପ୍ରତ୍ୟେକ୍ଷ ରାଜନୀତି ନ କରି ସମାଜ ସେବା ଓ ବ୍ୟବସାୟ ଉପରେ ନିମଗ୍ନ ଥିଲେ। ହେଲେ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସହଧର୍ମିଣୀ ରଶ୍ମୀ ମହାପାତ୍ର ରାଜନୀତିରେ ସକ୍ରିୟ ଅଛନ୍ତି। ରବିବାର ପ୍ରଶାନ୍ତ ବାବୁଙ୍କ ମୃତ୍ୟୁ ଖବର ପ୍ରଚାର ହେବା ମାତ୍ରେ ତାଙ୍କ କୋଟୀତୀର୍ଥ ଲେନରେ ଥିବା ବାସ ଭବନରେ ବହୁ ବିଶିଷ୍ଟ ଲୋକ ଲୁଣ୍ଡ ହୋଇ ଶେଷ ଦର୍ଶନ କରିଥିଲେ ଏବଂ ଶୋକ ପ୍ରକାଶ ସହ ଶ୍ରଦ୍ଧାଞ୍ଜଳି…

Read More

ସୀତାରାମ ଅଗ୍ରୱାଲ ଚିଲିକା: ଆଜି ମଧ୍ୟାହ୍ନରେ ଚିଲିକାର ପୂର୍ବତନ ବିଜେଡି ବିଧାୟକ ରଘୁନାଥ ସାହୁଙ୍କ ନେତୃତ୍ୱରେ ବାଲୁଗାଁ ବିଜେଡି କାର୍ଯ୍ୟାଳୟ ପରିସରରେ ଚିଲିକା ବ୍ଲକ ସ୍ତରୀୟ ମହିଳା କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠିତ ସମ୍ମିଳନୀରେ ଚିଲିକା ବିଜେଡି ସଭାପତି ଦେବେନ୍ଦ୍ର ସାମନ୍ତସିଂହାର, ପୂର୍ବତନ ବାଣପୁର ପଞ୍ଚାୟତ ସମିତି ଅଧ୍ୟକ୍ଷା ରଞ୍ଜିତା ସେଠି, କୁମାଣ୍ଡଳ ସରପଞ୍ଚ ସାବିତ୍ରୀ ସୁନ୍ଦରାୟ, ସଙ୍ଗଠିକା ପ୍ରଭାତୀ ସେଠୀ, ବବିତା ସାହୁ, ଶର୍ମିଷ୍ଠା ମହାରଣା, ବରିଷ୍ଠ ବିଜେଡି କର୍ମୀ ରମେଶ ଚନ୍ଦ୍ର ମହାପାତ୍ର, ଅଜୟ ଖୁଣ୍ଟିଆ, ଭବାନୀ ଶଙ୍କର ବଳିଆରସିଂଙ୍କ ସମେତ ହଜାର ହଜାର ମହିଳା କର୍ମୀ ଯୋଗ ଦେଇଥିଲେ। ସୂଚନା ଥାଉକି ବିଗତ ୧୫ ଦିନ ମଧ୍ୟରେ ଚିଲିକା ନିର୍ବାଚନମଣ୍ଡଳୀରେ ଶ୍ରୀ ସାହୁଙ୍କ ନେତୃତ୍ୱରେ ତିନି ଗୋଟି କର୍ମୀ ସମ୍ମିଳନୀ କରାଯାଇଥିବା ବେଳେ ଆଜି ପୁଣି ବିଶାଳ ମହିଳା ସମାବେଶ କରି ଦଳୀୟ ବିରୋଧୀ ଗୋଷ୍ଠୀ ସମେତ ବିରୋଧୀ ଦଳଙ୍କୁ ଶ୍ରୀ ସାହୁ ଦୃଢ଼ କଡା…

Read More

ନୂଆଦିଲ୍ଲୀ: ବାଂଲାଦେଶ ବିପକ୍ଷ ଟେଷ୍ଟ ସିରିଜ ପାଇଁ ଭାରତୀୟ ଦଳରେ ପରିବର୍ତ୍ତନ ହୋଇଛି। ଆହତ କାରଣରୁ କ୍ୟାପଟେନ ରୋହିତ ଶର୍ମା ପ୍ରଥମ ଟେଷ୍ଟରୁ ବାଦ ପଡିଛନ୍ତି। ତାଙ୍କ ଅନୁପସ୍ଥିତିରେ କେଏଲ ରାହୁଲ ପ୍ରଥମ ମ୍ୟାଚରେ ଅଧିନାୟକ ହେବେ। ରୋହିତଙ୍କ ସ୍ଥାନରେ ଅଭିମନ୍ୟୁ ଈଶ୍ଵରନ୍ ଦଳରେ ସାମିଲ ହୋଇଛନ୍ତି। ତାଙ୍କ ସହ ସୌରଭ କୁମାର ଏବଂ ନବଦୀପ ସାଇନି ମଧ୍ୟସ୍ଥାନ ପାଇଛନ୍ତି। ମହମ୍ମଦ ଶାମି ଏବଂ ରବିନ୍ଦ୍ର ଜାଡେଜା ମଧ୍ୟ ବାଦ ଅଛନ୍ତି। ବିସିସିଆଇ ଟୁଇଟ୍ କରି ଏହି ସୂଚନା ଦେଇଛି। ବାଂଲାଦେଶ ବିପକ୍ଷ ଦିନିକିଆ ସିରିଜରେ ଟିମ୍ ଇଣ୍ଡିଆ ଅଧିନାୟକ ରୋହିତ ଆହତ ହୋଇଥିଲେ। ଯାହାପରେ ସେ ଭାରତ ଫେରି ଆସିଥିଲେ। ଏହି କାରଣରୁ ତାଙ୍କୁ ପ୍ରଥମ ଟେଷ୍ଟରୁ ବିଶ୍ରାମ ଦିଆଯାଇଛି। ସେ ପ୍ରଥମ ଟେଷ୍ଟ ମ୍ୟାଚ୍ ପାଇଁ ଉପଲବ୍ଧ ହେବେ ନାହିଁ। ତେବେ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ବିଷୟରେ ସୂଚନା ଏପର୍ଯ୍ୟନ୍ତ ଆସିନାହିଁ। ଭାରତୀୟ ସିନିୟର ଚୟନ କମିଟି ପ୍ରଥମ…

Read More

ନୂଆଦିଲ୍ଲୀ: ସବୁଜ ତଥା ସମୃଦ୍ଧ ରାଜ୍ୟ ଭାବରେ ପରିଗଣିତ ହରିୟାଣା ବର୍ତ୍ତମାନ ଏକ ମାରାତ୍ମକ ରୋଗରେ ପୀଡିତ ଥିବା ଜଣାପଡିଛି। ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚର ଜାତୀୟ କର୍କଟ ରେଜିଷ୍ଟ୍ରି ପ୍ରୋଗ୍ରାମ (ଏନସିଆରପି) ଅନୁଯାୟୀ, ଗତ ଦୁଇ ବର୍ଷ ମଧ୍ୟରେ ହରିୟାଣାରେ ୧୬୩୨ କର୍କଟ ରୋଗୀ ବୃଦ୍ଧି ପାଇଛନ୍ତି। ଏହି ରୋଗଗୁଡ଼ିକ ମଧ୍ୟରୁ ଅଧିକାଂଶ ପାଟି, ସ୍ତନ ଏବଂ ଗର୍ଭାଶୟ କର୍କଟ ରୋଗ ଅଟେ। ହରିୟାଣାରେ କର୍କଟ ରୋଗ ବଢୁଥିବା ଦୃଷ୍ଟିରୁ କେନ୍ଦ୍ର ସରକାର ତଥ୍ୟକୁ ସାର୍ବଜନୀନ କରିଛନ୍ତି ଏବଂ ଏହାକୁ ଶୀଘ୍ର ନିୟନ୍ତ୍ରଣ କରିବା ଆବଶ୍ୟକ ବୋଲି ଚେତାବନୀ ଦେଇଛନ୍ତି। NCRP ତଥ୍ୟ ଅନୁଯାୟୀ, ୨୦୨୦ ରେ ହରିୟାଣାରେ ୨୯,୨୧୯ ମାମଲା ହୋଇଥିଲା। ତେବେ ୨୦୨୨ ରେ ୧୬୩୨ ଟି ନୂଆ ମାମଲା ରିପୋର୍ଟ ହୋଇଥିଲା। ବର୍ତ୍ତମାନ ପର୍ଯ୍ୟନ୍ତ ହରିୟାଣାରେ ୩୦୮୫୧ ମାମଲାକୁ ବୃଦ୍ଧି ହୋଇଛି। ଯାହା ରାଜ୍ୟର ଲୋକ ଏବଂ ରାଜ୍ୟ ସରକାରଙ୍କ ପାଇଁ ଚିନ୍ତାର ବିଷୟ…

Read More

ସୀତାରାମ ଅଗ୍ରୱାଲ ଚିଲିକା: ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ପ୍ରଶାସନ ପକ୍ଷରୁ ଚିଲିକାରେ ବେଆଇନ ଘେରି ଉଚ୍ଛେଦ ଅଭିଯାନ ଜାରି ରହିଛି। ଏକ ସପ୍ତାହ ମଧ୍ୟରେ ଦୁଇ ଦୁଇ ଥର ଘେରି ଉଚ୍ଛେଦ ହୋଇଥିବା ବେଳେ ଆଜି ପୁଣି ଉକ୍ତ ଅଭିଯାନ ଚିଲିକା ମଧ୍ୟରେ ଜାରି ରହିଥିଲା। ଆଜି ବଡ଼କୂଳ ଆଇଏନଏସ ଚିଲିକା ସୀମା ଠାରୁ ବାଲୁଗାଁ ପର୍ଯ୍ୟନ୍ତ ପ୍ରାୟ ୧୧୫ ହେକ୍ଟର ଅଞ୍ଚଳ ଘେରିମୁକ୍ତ ହୋଇଥିବା ବେଳେ ପାଖାପାଖି ୨ କୁଇଣ୍ଟାଲ ଜିରୋ ନେଟ ନଷ୍ଟ କରାଯାଇଛି। ଉକ୍ତ ଘେରି ଉଚ୍ଛେଦ ଅଭିଯାନରେ ଖୋର୍ଦ୍ଧା ଉପଜିଲ୍ଲାପାଳ ଦୀପ୍ତିରଞ୍ଜନ ସେଠି, ଚିଲିକା ତହସିଲଦାର ପ୍ରଦୀପ କୁମାର ସାହୁ, ବାଲୁଗାଁ ଆଇଆଇସି ରଶ୍ମିରଞ୍ଜନ ଦାସ, ବଡ଼କୁଳ ଆରଆଇ ମଞ୍ଜୁଲତା ସାହୁ, ଚିଲିକା ଡ଼ିଏଫଓ (ମତ୍ସ୍ୟ) ଶଶାଙ୍କ ଶେଖର ସାହୁ ଓ ଟିମ ସାମିଲ ଥିଲେ।

Read More

ନୂଆଦିଲ୍ଲୀ: ସଂସଦର ସ୍ଥାୟୀ କମିଟି ଏକକ ସିଗାରେଟ୍ ବିକ୍ରି ଉପରେ ପ୍ରତିବନ୍ଧକ ଲଗାଇବାକୁ ସୁପାରିଶ କରିଛି। ଏହା ତମାଖୁ ନିୟନ୍ତ୍ରଣ ଅଭିଯାନକୁ ପ୍ରଭାବିତ କରୁଛି ବୋଲି କମିଟି ଯୁକ୍ତି ଦର୍ଶାଇଛି। କମିଟିରେ ସୁପାରିଶରେ କୁହାଯାଇଛି ଯେ, ବିମାନ ବନ୍ଦରର ଧୂମପାନ ଜୋନ୍ ମଧ୍ୟ ଦେଶରେ ବନ୍ଦ କରାଯାଉ। ଷ୍ଟାଣ୍ଡିଂ କମିଟିର ରିପୋର୍ଟରେ କେନ୍ଦ୍ର ସରକାର ଏକକ ସିଗାରେଟ୍ ବିକ୍ରୟ ତଥା ଉତ୍ପାଦନ ଉପରେ ପ୍ରତିବନ୍ଧକ ଲଗାଇ ପାରିନ୍ତି। ୩ ବର୍ଷ ପୂର୍ବେ କେନ୍ଦ୍ର ସରକାର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୁପାରିଶ କ୍ରମେ ଇ-ସିଗାରେଟ୍ ଉପରେ ପ୍ରତିବନ୍ଧକ ଲଗାଇଥିଲେ। ତା’ପରେ ଏହାକୁ ବିକ୍ରୟ ବିରୁଦ୍ଧରେ ଏକ ଆଇନ ମଧ୍ୟ କରାଯାଇଥିଲା। ଷ୍ଟାଣ୍ଡିଂ କମିଟି କ’ଣ?: ସଂସଦର କାର୍ଯ୍ୟକାରିତାକୁ ସହଜ କରିବାକୁ ଦୁଇ ପ୍ରକାର କମିଟି ଗଠନ କରାଯାଇଛି। ପ୍ରଥମ ସ୍ଥାୟୀ ଏବଂ ଦ୍ୱିତୀୟ ତଦର୍ଥ। ସ୍ଥାୟୀ କମିଟି ଲୋକସଭା ଏବଂ ରାଜ୍ୟସଭାର ସାଂସଦଙ୍କୁ ନେଇ ଗଠିତ, ଯାହାର କାର୍ଯ୍ୟକାଳ ୧ ବର୍ଷ। କାର୍ଯ୍ୟକ୍ଷମତା ସହଜ…

Read More

ନୂଆଦିଲ୍ଲୀ: ହିମାଚଳ ପ୍ରଦେଶରେ ସୁଖବିନ୍ଦର ସିଂ ସୁଖୁ ରାଜ୍ୟର ୧୫ ତମ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ସୁଖବିନ୍ଦର ସିଂ ସୁଖୁଙ୍କ ବ୍ୟତୀତ ମୁକେଶ ଅଗ୍ନିହୋତ୍ରୀ ଉପମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ଶପଥ ଗ୍ରହଣ ସମାରୋହ ଆଜି ଅପରାହ୍ନ ୧:୩୦ ସମୟରେ ଶିମଲାର ରିଜ୍ ଗ୍ରାଉଣ୍ଡରେ ହୋଇଥିଲା। ଏହି ଶପଥ ଗ୍ରହଣ ସମାରୋହରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ, ପୂର୍ବତନ ଦଳର ସଭାପତି ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ, ନବ ନିର୍ବାଚିତ ବିଧାୟକ, ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ, ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୁପିନ୍ଦର ହୁଡା ଏବଂ ହିମାଚଳ ପ୍ରଦେଶ କଂଗ୍ରେସ ଦାୟିତ୍ୱରେ ଥିବା ରାଜୀବ ଶୁକ୍ଲା ଉପସ୍ଥିତ ଥିଲେ। ଏହାପୂର୍ବରୁ କଂଗ୍ରେସ ହାଇକମାଣ୍ଡ ସୁଖବିନ୍ଦର ସିଂ ସୁଖୁଙ୍କ ନାମ ଅନୁମୋଦନ କରିବା ପରେ ଶନିବାର ସନ୍ଧ୍ୟାରେ ଶିମଲା ଠାରେ କଂଗ୍ରେସ ବିଧାୟକ ଦଳର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ମଧ୍ୟ ସୁଖବିନ୍ଦର ସିଂ ସୁଖୁ…

Read More