ନୂଆଦିଲ୍ଲୀ: ଆଜି ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ବିଜେପି ଉପରେ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି। ସେ କରିଛନ୍ତି ଯେ, ଗୁଜୁରାଟ ଏବଂ ଏମସିଡି ନିର୍ବାଚନରେ ପରାଜୟ ଭୟରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ହତ୍ୟା କରିବା ପାଇଁ ଭାରତୀୟ ଜନତା ପାର୍ଟି ଷଡଯନ୍ତ୍ର କରିଛି ଏବଂ ଏଥିରେ ଦିଲ୍ଲୀ ସାଂସଦ ମନୋଜ ତିୱାରୀ ମଧ୍ୟ ସାମିଲ ହୋଇଛନ୍ତି। କିନ୍ତୁ ଆମ୍ ଆଦମୀ ପାର୍ଟି (ଏଏପି) ଏଭଳି ଛୋଟ ରାଜନୀତିକୁ ଭୟ କରେ ନାହିଁ ବୋଲି ସିସୋଦିଆ କହିଛନ୍ତି। ସୂଚନାନୁସାରେ, ଦିଲ୍ଲୀର ଉପ ରାଜ୍ୟପାଳ ଭିକେ ସକ୍ସେନା ଏହି ଅଭିଯୋଗର ତଦନ୍ତ କରିବା ପାଇଁ ପୋଲିସ କମିଶନରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସୂତ୍ରରୁ ପ୍ରକାଶ ଯେ, ଉପ-ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ସମେତ ଆପ ନେତାଙ୍କ ଟ୍ୱିଟ୍ ଏବଂ ବିବୃତ୍ତି ଉପରେ ଉପ ରାଜ୍ୟପାଳ ଧ୍ୟାନ ଦେଇଛନ୍ତି ଏବଂ ଏପରି ଘଟଣା ଯେପରି ନହୁଏ ସେଥିପାଇଁ ପୋଲିସ କମିଶନରଙ୍କୁ କହିଛନ୍ତି।
Author: Samikhsya Bureau
ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଦୀନେଶ କାର୍ତ୍ତିକ ପୁଣି ଥରେ ଖବରରେ ଅଛନ୍ତି। ଏଥର ଏକ ଭାବପ୍ରବଣ ଭିଡିଓକୁ ନେଇ ସେ ଚର୍ଚ୍ଚାକୁ ଆସିଛନ୍ତି, ଯାହା ସେ ସୋସିଆଲ ମିଡିଆରେ ସେୟାର କରିଛନ୍ତି। କ୍ୟାରିୟର ଆରମ୍ଭରୁ ଉତ୍ଥାନ-ପତନ ଦେଖିଥିବା କାର୍ତ୍ତିକଙ୍କୁ ମଧ୍ୟ ଟି-୨୦ ବିଶ୍ୱକପ ୨୦୨୨ ରେ ଟିମ୍ ଇଣ୍ଡିଆ ପାଇଁ ଖେଳୁଥିବା ଦେଖିବାକୁ ମିଳିଥିଲା। ଏଥି ସହିତ ଟିମ୍ ଇଣ୍ଡିଆ ବିଶ୍ୱକପରୁ ବିଦା ହେବା ପରେ କାର୍ତ୍ତିକ କ୍ରିକେଟରୁ ଅବସର ଘୋଷଣା କରିବେ ବୋଲି ମଧ୍ୟ କୁହାଯାଇଥିଲା। ବର୍ତ୍ତମାନ ପ୍ରଶଂସକମାନେ ତାଙ୍କ ଦ୍ୱାରା ସେୟାର ହୋଇଥିବା ଭିଡିଓକୁ ତାଙ୍କ ଅବସରର ସଙ୍କେତ ବୋଲି ବିଚାର କରୁଛନ୍ତି। କ୍ରିକେଟ୍ ରୁ ଅବସରର ସଂକେତ: ଟି-୨୦ ବିଶ୍ୱକପ ୨୦୨୨ ସମାପ୍ତ ହେବା ପରେ ଦୀନେଶ କାର୍ତ୍ତିକ ମଧ୍ୟ ଏକ ଭାବପ୍ରବଣ ଭିଡିଓ ସେୟାର କରି ଧନ୍ୟବାଦ ଅର୍ପଣ କରିଛନ୍ତି। କାର୍ତ୍ତିକ ଏହି ଭିଡିଓରେ କିଛି ଚମତ୍କାର ମୁହୂର୍ତ୍ତ ଅଂଶୀଦାର କରିଛନ୍ତି,…
ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟିର ଟ୍ରେଡ ୱିଙ୍ଗର ରାଜ୍ୟ ସଚିବ ସନ୍ଦୀପ ଭରଦ୍ୱାଜ ଗୁରୁବାର ଦିନ ତାଙ୍କ ବାସଭବନରେ ଆତ୍ମହତ୍ୟା କରିଛନ୍ତି। ଆତ୍ମହତ୍ୟାର କାରଣ ଏପର୍ଯ୍ୟନ୍ତ ଜଣା ପଡିନାହିଁ। ଏହି ଘଟଣାରେ ପୋଲିସ ସିଆରପିସି ର ଧାରା ୧୭୪ ଅନୁଯାୟୀ ପଚରାଉଚରା କରୁଛି। ଘଟଣାସ୍ଥଳରୁ କୌଣସି ଆତ୍ମହତ୍ୟା ନୋଟ୍ ମଧ୍ୟ ମିଳିନାହିଁ। ଏପର୍ଯ୍ୟନ୍ତ ମିଳିଥିବା ସୂଚନା ଅନୁଯାୟୀ ସନ୍ଦୀପ ଭରଦ୍ୱାଜ ଦୁଇ ଦିନ ଧରି ତାଙ୍କ ଘରୁ ବାହାରକୁ ଆସିନଥିଲେ। ଦିଲ୍ଲୀ ପୋଲିସର ସୂଚନାନୁସାରେ ସନ୍ଦୀପ ଭରଦ୍ୱାଜ ଏଏପି ଟ୍ରେଡ ୱିଙ୍ଗ ଦିଲ୍ଲୀର ସଚିବ ଥିଲେ ଏବଂ ଭରଦ୍ୱାଜ ମାର୍ବଲସର ମାଲିକ ଥିଲେ। ଗୁରୁବାର ଦିନ ପ୍ରାୟ ୪.୪୦ ସମୟରେ ସନ୍ଦୀପ ଭରଦ୍ୱାଜ ଆତ୍ମହତ୍ୟା କରିଥିବା ପୋଲିସ ସୂଚନା ପାଇଥିଲା। ଘଟଣାସ୍ଥଳରେ ପହଞ୍ଚିଥିବା ସମ୍ପର୍କୀୟମାନେ ପୋଲିସକୁ କହିଥିଲେ ଯେ ସନ୍ଦୀପ ରାତ୍ରୀ ଭୋଜନ ପରେ ତାଙ୍କ କୋଠରୀକୁ ଯାଇଥିଲେ। ଯେତେବେଳେ ସେ ବହୁତ ସମୟ ପରେ ମଧ୍ୟ ବାହାରକୁ ଆସିନଥିଲେ, ସେ…
ଅହମ୍ମଦାବାଦ: ଗୁଜୁରାଟର ଅହମ୍ମଦାବାଦ ଜିଲ୍ଲାର ବାଭଲା ଗ୍ରାମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ରାଲି ସ୍ଥାନ ନିକଟରେ କ୍ୟାମେରା ଲଗାଯାଇଥିବା ଡ୍ରୋନ୍ ଉଡାଇବାର ଅଭିଯୋଗରେ ତିନି ଜଣଙ୍କୁ ଗିରଫ କରାଯାଇଛି। ପୋଲିସ ଏ ସମ୍ପର୍କରେ ସୂଚନା ଦେଇଛି। ଗୁଜୁରାଟ ବିଧାନସଭା ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି ପ୍ରାର୍ଥୀଙ୍କ ପାଇଁ ଏକ ରାଲିରେ ପ୍ରଧାନମନ୍ତ୍ରୀ ମୋଦୀ ସମ୍ବୋଧିତ କରିଥିଲେ। ସୁରକ୍ଷା କାରଣରୁ ଜିଲ୍ଲା ମାଜିଷ୍ଟ୍ରେଟ୍ ରାଲି ସ୍ଥାନ ନିକଟରେ ଡ୍ରୋନ୍ ଉଡ଼ାଣ ଉପରେ ପ୍ରତିବନ୍ଧକ ଲଗାଇଥିଲେ। ହେଲେ ରାଲି ପୂର୍ବରୁ କିଛି ଲୋକଙ୍କୁ ଦୂରରୁ ପରିଚାଳିତ ଡ୍ରୋନ୍ ବ୍ୟବହାର କରି ଭିଡ଼ର ଫଟୋ ଉଠାଉଥିବା ପୋଲିସ ଦେଖିଥିଲା। ଏନେଇ ତିନି ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଥିଲା। ସେମାନେ ସ୍ଥାନୀୟ ଲୋକ ଥିଲେ। ପୋଲିସର ସୂଚନାନୁଯାୟୀ, ବ୍ୟକ୍ତିଗତ ଉଦ୍ଦେଶ୍ୟରେ ସେମାନେ ଭିଡ଼ର ଚିତ୍ର କ୍ଲିକ୍ କରୁଥିଲେ। ସେମାନଙ୍କ ବିରୋଧରେ ଭାରତୀୟ ଦଣ୍ଡ ସଂହିତା ଧାରା ୧୮୮ (ସରକାରୀ ଆଦେଶକୁ ଅବମାନନା) ଅନୁଯାୟୀ ଏକ…
ନୂଆଦିଲ୍ଲୀ: ଜଣେ ବ୍ୟକ୍ତିର ପରିଚୟକୁ ଶାରୀରିକ ଭାବେ କିମ୍ବା ଇଲେକ୍ଟ୍ରୋନିକ୍ ରୂପରେ ପ୍ରମାଣିତ କରିବା ପାଇଁ ଆଧାର ସ୍ୱୀକାର କରିବା ପୂର୍ବରୁ, ସଂସ୍ଥାଗୁଡ଼ିକୁ ସେମାନଙ୍କ ଆଧାର ଯାଞ୍ଚ କରିବା ଉଚିତ୍। ଭାରତର ଏକକ ପରିଚୟ ପ୍ରାଧିକରଣ (ୟୁଆଇଡିଏଆଇ) କହିଛି ଯେ, ଆଧାରଧାରକଙ୍କ ସହମତି ପରେ ଜଣେ ବ୍ୟକ୍ତିଙ୍କ ଦ୍ୱାରା ଉପସ୍ଥାପିତ ଆଧାର ନମ୍ବରର ଯାଞ୍ଚ, ଆଧାରର ଯେକୌଣସି ପ୍ରକାରର ରୂପ (ଆଧାର ପତ୍ର, ଇ-ଆଧାର, ଆଧାର ପିଭିସି କାର୍ଡ ଏବଂ ଏମ୍ -ଆଧାର)ର ଯାଞ୍ଚ ସତ୍ୟତା ପ୍ରମାଣିତ କରିବା ନିମନ୍ତେ ଉପଯୁକ୍ତ ପଦକ୍ଷେପ ଅଟେ। ଏହା ଅସାଧୁ ଏବଂ ସମାଜ ବିରୋଧୀ ତତ୍ତ୍ୱମାନଙ୍କ ଦ୍ବାରା ଆଧାରର ଯେକୌଣସି ସମ୍ଭାବ୍ୟ ଅପବ୍ୟବହାର ରୋକିବାରେ ସହାୟକ ହେବ। ଏହାର ବ୍ୟବହାର ସ୍ୱଚ୍ଛତାକୁ ମଧ୍ୟ ପ୍ରୋତ୍ସାହିତ କରିବ। ୟୁଆଇଡିଏଆଇର ପକ୍ଷରୁ ଗୁରୁତ୍ବାରୋପ କରି କୁହାଯାଇଛି ଯେ କୌଣସି ୧୨ ଅଙ୍କ ବିଶିଷ୍ଟ ସଂଖ୍ୟା ଆଧାର ନୁହେଁ। ଆଧାର ତଥ୍ୟ ଗୁଡିକର ଅଫଲାଇନ୍ ଯାଞ୍ଚ ଦ୍ୱାରା ଟ୍ୟାମ୍ପରିଂକୁ…
ସ୍ୱାସ୍ଥ୍ୟ ଟିପ୍ସ: କର୍କଟ ହେଉଛି ଅନିୟନ୍ତ୍ରିତ କୋଷ ବୃଦ୍ଧିର ନାମ। ଅନିୟନ୍ତ୍ରିତ କୋଷ ବୃଦ୍ଧି ଦ୍ୱାରା କର୍କଟ ହୁଏ। ଅବଶ୍ୟ, ଗଣ୍ଠିର କାରଣ ମଧ୍ୟ ଅନିୟନ୍ତ୍ରିତ କୋଷର ଅଭିବୃଦ୍ଧି। କର୍କଟ ରୋଗର ସବୁଠାରୁ ଖରାପ କାରଣ ହେଉଛି ଏହା ପ୍ରାଥମିକ ପର୍ଯ୍ୟାୟରେ ଜଣାପଡେ ନାହିଁ ଏବଂ ଯେତେବେଳେ ସୂଚନା ମିଳେ, ଏହା ବହୁତ ବିଳମ୍ବ ହୋଇଥାଏ। ଆଜି ଆମେ ଆପଣଙ୍କୁ ଏପରି କର୍କଟ ବିଷୟରେ କହିବାକୁ ଯାଉଛୁ। କୋଲୋନ୍ କର୍କଟକୁ ରୋକିବା ପାଇଁ ଲକ୍ଷଣ ପ୍ରତି ଧ୍ୟାନ ଦେବାର ଆବଶ୍ୟକତା ଅଛି। କର୍କଟ ରୋଗର ଏହି କାରଣଗୁଡିକ ଜାଣନ୍ତୁ: ଡାକ୍ତରମାନେ କହିଛନ୍ତି ଯେ, କୋଲନ୍ କ୍ୟାନସରର ଏପରି ଚିହ୍ନଟକାରୀ କାରଣ ନାହିଁ। କିନ୍ତୁ କିଛି ଅଛି, ଯେଉଁ କାରଣରୁ ପେଟ କର୍କଟ ହେବାର ଆଶଙ୍କା ବହୁତ ବଢିଥାଏ। ଏହି କାରଣଗୁଡିକ ଜାଣିବା ଆବଶ୍ୟକ। ୧. ଅଧିକ ତମାଖୁ ଖାଇବା ଦ୍ୱାରା ପେଟ କର୍କଟ ହୋଇପାରେ। ୨. ଅତ୍ୟଧିକ ମେଦବହୁଳତା କର୍କଟ ରୋଗର…
ଚକ୍ରଧର ବିଶ୍ବଶ୍ରୀ ସାଧାରଣତଃ ଘରଟିଏ ନିର୍ମାଣ କରିବା ପୂର୍ବରୁ ସମସ୍ତେ ବାସ୍ତୁ ଶାସ୍ତ୍ର ଉପରେ ନଜର ଦେବା ଉଚିତ। କାରଣ ବାସ୍ତୁ ଅନୁସାରେ ଘରଟିଏ ନ କଲେ ଘର ଉପରେ ବିପଦ ପଡିବାର ସମ୍ଭାବନା ରହିଛି। ଏପରିକି ଘରର ଲୋକଙ୍କୁ ଉନ୍ନତି ନ ହେବା ସଙ୍ଗେ ରୋଗ ସବୁବେଳେ ମାଡି ବସିଥାଏ। ଏପରିକି ଅକାଳ ମୃତ୍ୟୁ ହେବାର ସମ୍ଭାବନା ମଧ୍ୟ ରହିଛି। ଘରର ମାଷ୍ଟର ବେଡ ରୁମ କୁହନ୍ତୁ କିମ୍ବା ରୋଷେଇ ଘର, ଏସବୁ କେଉଁ ଦିଗରେ ରହିବା ଉଚିତ ତାହା ହଜାର ବର୍ଷ ପୁରୁଣା ବାସ୍ତୁ ଶାସ୍ତ୍ରରେ ଲିପିବଦ୍ଧ ହୋଇ ରହିଛି। ଅନେକ ଏହାକୁ ହେୟଜ୍ଞାନ କରୁଥିଲେ ମଧ୍ୟ ଏଥିରେ ଅନେକ ସତ୍ୟତା ରହିଛି। ଯେଉଁମାନେ ଏପରି କଥାକୁ ବିଶ୍ବାସ କରନ୍ତି ନାହିଁ ସେମାନେ ଅନ୍ତତଃ ଜାଣିବା ଦରକାର ଯେ, ବାସ୍ତୁରେ ଲାଭ ନ ହେଲେ ମଧ୍ୟ କିଛି କ୍ଷତି ହେଉ ନାହିଁ। ତେଣୁ ଏହି ଶାସ୍ତ୍ର ଅନୁସାରେ ଘରଟିଏ…
ଚାଣକ୍ୟ ନୀତି: ଯୋଗ୍ୟ ଏବଂ ଅଯୋଗ୍ୟକୁ ନେଇ ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ଚାଣକ୍ୟ ନୀତିରେ ସୁନ୍ଦର ବର୍ଣ୍ଣନା କରିଛନ୍ତି। ଯାହା ପ୍ରତିଟି ମଣିଷର ଜ୍ଞାନ ବୃଦ୍ଧିରେ ନିଶ୍ଚିତ ସହାୟକ ହେବ। ଚାଣକ୍ୟଙ୍କ ମତରେ ଯେଉଁ ରାଜ୍ୟରେ କୁଶାସନ ଚାଲିଥିବ ସେଠାରେ ରାଜା ଥାଇ ଯାହା ନ ଥାଇ ମଧ୍ୟ ସେଇୟା। କାରଣ ରାଜା ଥାଇ ଯଦି ଶାସନ ବ୍ୟବସ୍ଥା ଠିକ ହୋଇପାରୁ ନାହିଁ, ତେବେ ସେଠାରେ ରାଜାଙ୍କର ଆବଶ୍ୟକତା କିଛି ନାହିଁ। ସେହିପରି ଚାଣକ୍ୟ କହିଛନ୍ତି କୁମିତ୍ରଠାରୁ ମିତ୍ର ନ ରହିବା ଭଲ। ଅର୍ଥାତ ଯଦି ଆପଣଙ୍କର କୁମିତ୍ର ଅଛନ୍ତି ତେବେ କଥା ସରିଲା। ସେହିପରି ଲୋକ ରହିବା ଯାହା ବରଂ ବିଲକୁଲ ମିତ୍ର ନ ରହିବା ସବୁଠୁ ଭଲ। ସେହିପରି ଜଣେ ଗୁରୁଙ୍କର ଯଦି ଅଯୋଗ୍ୟ ଶିଷ୍ୟଟିଏ ରହିଲା ତେବେ ତାଙ୍କର କୌଣସି ଶିଷ୍ୟ ନ ରହିବା ଭଲ। ଚାଣକ୍ୟ ଆହୁରି କହିଛନ୍ତି ଯେ, ଯଦି ଦୁଷ୍ଟ ସ୍ତ୍ରୀଟିଏ ଆପଣଙ୍କ…
ମେଷ- ସ୍ଥାୟୀ ସମ୍ପତ୍ତି କାର୍ଯ୍ୟ ବହୁତ ଲାଭ ଦେଇପାରେ। ବେକାରୀ ସମସ୍ୟା ଦୂର କରିବା ପାଇଁ ପ୍ରୟାସ ସଫଳ ହେବ। ଆୟରେ ବୃଦ୍ଧି ଏବଂ ଅଗ୍ରଗତି ଇଚ୍ଛା ହେବ। ଲାଭ ସୁଯୋଗ ଆସିବ। ଅଂଶୀଦାରମାନଙ୍କ ସହଯୋଗ ଠିକ୍ ସମୟରେ ଗ୍ରହଣ କରାଯିବ। ଏକ ଯାତ୍ରା ଯୋଜନା ହେବ। ଘର ବାହାରେ କିଛି ଟେନସନ ହେବ। ସ୍ବାସ୍ଥ୍ୟ ଭଲ ରହିବ। ବୃଷ- ପାର୍ଟୀ ଏବଂ ପିକନିକ୍ ପାଇଁ ଏକ କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯିବ। ଆଜି, ଆପଣ ସୁସ୍ୱାଦୁ ଖାଦ୍ୟର ଲାଭ ପାଇବେ । ବ୍ୟବସାୟରେ ବୃଦ୍ଧି ହେବ। ସୃଜନଶୀଳ କାର୍ଯ୍ୟ ସଫଳ ହେବ। କାମ ଆପଣଙ୍କ ମନ ଅନୁସାରେ ହେବ। ସେୟାର ବଜାରରେ ଲାଭ ହେବ। ଚାକିରିରେ ସୁବିଧା ଆସିପାରେ। ବ୍ୟସ୍ତତା ମଧ୍ୟରେ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ଟଙ୍କା ସହଜରେ ଗ୍ରହଣ କରାଯିବ। ମିଥୁନ- ଆପଣ ଦୁଃଖଦ ସୂଚନା ପାଇବେ। ଧ୍ୟର୍ଯ୍ୟବାନ ହୁଅନ୍ତୁ। ଧର୍ଯ୍ୟ ଧରନ୍ତୁ। ବେକାର କାର୍ଯ୍ୟରୁ ଦୂରେଇ ରୁହନ୍ତୁ। କୁସଂଗଠାରୁ…
ଭୁବନେଶ୍ବର: ବିଧାନସଭାରେ ଉଠିଲା ନାଗ ଦମ୍ପତ୍ତି ପ୍ରସଙ୍ଗ। ଏନେଇ ଗୃହ ବିଭାଗ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାହିଁକି ଚୁପ ରହୁଛନ୍ତି ସେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ କଂଗ୍ରେସ ଓ ବିଜେପି। ସେଥିପାଇଁ ନୈତିକତା ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀ ଇସ୍ତଫା ଦିଅନ୍ତୁ ବୋଲି ଉଭୟ ଦଳ ଦାବି କରିଛନ୍ତି। ଏହାକୁ ନେଇ ଗୃହର ସ୍ଥିତି ସରଗରମ ଥିଲା। ବିଧାନସଭାର ଶୀତ ଅଧିବେଶନର ପ୍ରଥମ ଦିନର ଅପରାହ୍ନ ଅଧିବେଶନ କାଳରେ ପ୍ରଥମେ ଅର୍ଚ୍ଚନା ନାଗ ପ୍ରସଙ୍ଗ ଉଠାଇଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର। ସେ କହିଥିଲେ, ଏଭଳି ଏକ ସମ୍ବେଦନଶୀଳ ଘଟଣାରେ ମୁଖ୍ୟମନ୍ତ୍ରୀ ନୀରବଦ୍ରଷ୍ଟା ସାଜିଥିବା ଦୁଃଖର ବିଷୟ। ତେଣୁ ଇସ୍ତଫା ଦିଅନ୍ତୁ ବୋଲି ଦାବି କରିଥିଲେ। ଅନୁରୂପ ଭାବେ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଥିଲେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ। ସେ କହିଥିଲେ, ନାଗ ଦାମ୍ପତ୍ତିଙ୍କ ପାଇଁ ରାଜ୍ୟର ଭାବମୂର୍ତ୍ତି ନଷ୍ଟ ହୋଇଛି I…
ନୂଆଦିଲ୍ଲୀ/ଭୁବନେଶ୍ୱର: ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାର ଏକାଦଶ ଦିବସରେ ଆଜି ଥିଲା ଓଡ଼ିଶା ରାଜ୍ୟ ଦିବସ। ସାଂସ୍କୃତିକ କାର୍ଯ୍ୟକ୍ରମର ଯଥେଷ୍ଟ ପୂର୍ବରୁ ମୁକ୍ତାକାଶ ରଙ୍ଗମଞ୍ଚ ଆମ୍ଫି ଥିଏଟର ବେଶ୍ ଲୋକାରଣ୍ୟ ହୋଇଯାଇଥିଲା। ସବୁ ବର୍ଗର ଲୋକଙ୍କୁ ଭରପୂର ମନୋରଞ୍ଜନର ଖୋରାକ ଯୋଗାଇବାର ପ୍ରୟାସ କରିଥିଲା ଓଡ଼ିଶା। ସମସ୍ତେ ପ୍ରତୀକ୍ଷା କରିଥିଲେ ଉପଭୋଗ କରିବା ପାଇଁ ଓଡ଼ିଶାର ଅନନ୍ୟ ଓଡିଶୀ, ସମ୍ବଲପୁରୀ, କଳାହାଣ୍ଡିର ବଜାଶାଲ ଲୋକନୃତ୍ୟ ଏବଂ ଆଧୁନିକ ଫ୍ୟୁଜନ ନୃତ୍ୟ। ନିର୍ଦ୍ଧାରିତ ସମୟରେ ଓଡ଼ିଶାର ଗ୍ରାମ୍ୟ ଉନ୍ନୟନ ଏବଂ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରୀତିରଞ୍ଜନ ଘଡେଇ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପଜ୍ୱଳନ କରିବା ପରେ, ଗୁରୁ ଶ୍ରୀ ବିଚିତ୍ରାନନ୍ଦ ସ୍ୱାଇଁଙ୍କ ସଂଯୋଜନା ଓ ନିର୍ଦ୍ଦେଶନାରେ ଭୁବନେଶ୍ୱରସ୍ଥିତ ରୁଦ୍ରାକ୍ଷ ଫାଉଣ୍ଡେସନର ଦ୍ୱାରା ପରିବେଷିତ ଓଡିଶୀ ନୃତ୍ୟ ମହାକାଳୀ ବନ୍ଦନା ଉପସ୍ଥିତ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା। ପରେ ପରେ, ନିର୍ଦ୍ଦେଶକ ମୋହିତ କୁମାର ସ୍ୱାଇଁଙ୍କ ନିର୍ଦ୍ଦେଶନାରେ…
ସୀତାରାମ ଅଗ୍ରୱାଲ ବାଣପୁର: ଆଜି ସନ୍ଧ୍ୟାରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ନୀଳାଦ୍ରିପ୍ରସାଦ ଗ୍ରାମ ପଞ୍ଚାୟତ ର ମାଳୁଆଝୋଲା ଗ୍ରାମରେ କୌଣସି କାରଣବଶତଃ ଅଗ୍ନିକାଣ୍ଡ ଘଟିଛି। ତେବେ ଅଗ୍ନିର ପ୍ରକୋପରେ ତିନି ଗୋଟି ଘର ଭସ୍ମୀଭୂତ ହୋଇଯାଇଥିବା ସ୍ଥାନୀୟ ଅଞ୍ଚଳବାସି କହିଛନ୍ତି । ସ୍ଥାନୀୟ ଲୋକଙ୍କ ସହାୟତାରେ ଅଳ୍ପ ପରିମାଣରେ ନିଆଁକୁ ଆୟତ କରାଯାଇଥିବା ବେଳେ ବିଳମ୍ବରେ ହେଲେବି ବାଣପୁର ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଦୀର୍ଘ ସମୟ ପରେ ନିଆଁକୁ ଆୟତ୍ତ କରିବାରେ ସଫଳ ହୋଇଛି। କ୍ଷତିଗ୍ରସ୍ତ ଘର ମାଲିକ ହେଲେ ତ୍ରିନାଥ ଯାନୀ, ଶଙ୍କର ଯାନୀ ଓ କୃଷ୍ଣ ଯାନୀ। ତେବେ ଅଗ୍ନିକାଣ୍ଡ ର ପ୍ରକୃତ କାରଣ ଜାଣିବା ପାଇଁ ବାଣପୁର ଅଗ୍ନିଶମ ଅଧିକାରୀଙ୍କୁ ଯୋଗାଯୋଗ କରାଯାଇଥିବା ବେଳେ ସମ୍ଭବ ହୋଇପାରି ନାହିଁ।
ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି: କଳାହାଣ୍ଡି ବିଶ୍ଵବିଦ୍ୟାଳୟ ଆନୁକୁଲ୍ୟରେ ପ୍ରଥମ କ୍ରୀଡା ପ୍ରତିଯୋଗିତା କଳାହାଣ୍ଡି ବିଶ୍ଵବିଦ୍ୟାଳୟ କୁଳପତି ପ୍ରଫେସର ସଞ୍ଜୟ କୁମାର ଶତପଥୀଙ୍କ ସଭାପତିତ୍ବରେ ପାଞ୍ଚ ଦିନିଆ କ୍ରୀଡା ପତିଯୋଗିତା ଉଦଯାପିତ ହୋଇ ଯାଇଛି। କଳାହାଣ୍ଡି ଓ ନୂଆପଡା ଜିଲ୍ଲା ର ୧୮ଟି ମହାବିଦ୍ୟାଳୟ ଏଥିରେ ଭାଗ ନେଇଥିଲେ। ୧୯ ତାରିଖ କୁଳପତିଙ୍କ କରକମଳରେ ଚେସ ଏବଂ କାରମ୍ ପ୍ରତିଯୋଗିତା ଉଦ୍ଘାଟିତ ହୋଇଥିଲା। ଚେସ ପ୍ରତିଯୋଗିତାରେ ପ୍ରଗତି ମହାବିଦ୍ୟାଳୟର ତୁଷାର କାନ୍ତ ସାହୁ ବିଜୟୀ ହୋଇଥିବା ବେଳେ କାରରମ୍ ରେ କଳାହାଣ୍ଡି ବିଶ୍ଵବିଦ୍ୟାଳୟ କ୍ୟାମ୍ପସ ର ସୌମ୍ୟ ରଂଜନ ତ୍ରିପାଠୀ ବିଜୟୀ ହୋଇଥିଲେ। କ୍ରିକେଟ ଟୁର୍ଣ୍ଣାମେଣ୍ଟ ୨୦ ତାରିଖ ଦିନ ଉଦ୍ଘାଟିତ ହୋଇଥିଲା ଏବଂ ଚାରିଦିନ ଧରି ୟୁନିଭରସିଟି ଖେଳ ପଡିଆ ଏବଂ ରିଜର୍ଭ ପଡିଆ ଠାରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଅଠର ଟି ଦଳ ଭାଗ ନେଇଥିଲେ। ପ୍ରଥମେ ପଞ୍ଚାୟତ ମହାବିଦ୍ୟାଳୟ ନାର୍ଲା ନୂଆପଡା ମହାମାୟା କଲେଜ କୁ ପରାସ୍ତ…
ଭୁବନେଶ୍ୱର: କ୍ୟାମ୍ପସ୍ ଭିତରେ ବୁଲିବା ହେଉ ଅଥବା ସହର ମଧ୍ୟରେ ଯିବା ଆସିବା ପାଇଁ ସୋଆ ଛାତ୍ରଛାତ୍ରୀଙ୍କ ପାଇଁ ଏବେ ଇ-ସ୍କୁଟର ଉପଲବ୍ଧ। ପୂର୍ବରୁ ସୋଆ ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍) ପରିସରରେ ୧୦୦ ଇ-ସ୍କୁଟର ବ୍ୟବହାର କରାଯାଉଥିବା ବେଳେ ଗୁରୁବାର ଦିନ ସୋଆର କ୍ୟାମ୍ପସ୍ ୨ରେ ୨୦ଟି ଇ-ସ୍କୁଟର ବ୍ୟବହାର ଆରମ୍ଭ ହୋଇଛି। ଏହି ବ୍ୟବସ୍ଥା ଶୀଘ୍ର ଅନ୍ୟ ସୋଆ କ୍ୟାମ୍ପସ ରେ ମଧ୍ୟ ଉପଲବ୍ଧ ହେବ ବୋଲି କହିଛନ୍ତି ଡ୍ରାଇଭ ନାମକ ଷ୍ଟାର୍ଟ-ଅପ ର ସହ ପ୍ରତିଷ୍ଠାତା ତଥା ସିଇଓ ଅଙ୍କୁର ବି. ପଟେଲ୍। ଏହି ଅବସରରେ ବିଶ୍ୱବିଦ୍ୟାଳୟରେ ଇ-ସ୍କୁଟର ବ୍ୟବହାର ନିମନ୍ତେ ଏକ ଚୁକ୍ତିପତ୍ର ସ୍ୱାକ୍ଷରିତ ହୋଇଥିବା ବେଳେ ସୋଆର ଉପସଭାପତି ଶାଶ୍ୱତୀ ଦାସଙ୍କ ଉପସ୍ଥିତିରେ କ୍ୟାମ୍ପସ୍ ୨ରେ ଇ-ସ୍କୁଟର ପ୍ରଚଳନ ଆରମ୍ଭ କରାଯାଇଛି। ଏହି ଇ- ସ୍କୁଟରଗୁଡ଼ିକ ଛାତ୍ରଛାତ୍ରୀମାନଙ୍କର ବ୍ୟବହାରରେ ଆସିବ ଏବଂ କ୍ୟାମ୍ପସ୍ଗୁଡ଼ିକ ପ୍ରଦୂଷଣମୁକ୍ତ ହୋଇପାରିବ ବୋଲି ଶ୍ରୀମତି…
ଭୁବନେଶ୍ୱର: ଗୁରୁତର ଭାବେ ନିମୋନିଆ ରୋଗରେ ପୀଡ଼ିତ ଥିବା ଜଣେ ୭୯ ବର୍ଷୀୟ ବ୍ୟକ୍ତିଙ୍କୁ ଦୀର୍ଘ ୫୭ ଦିନ ଧରି ଚିକିତ୍ସା କରିବା ପରେ ତାଙ୍କୁ ସୁସ୍ଥ କରାଇବାରେ ସଫଳ ହୋଇଛନ୍ତି ସମ୍ ଅଲ୍ଟିମେଟ ମେଡିକେୟାରର ଡାକ୍ତର। ନିକୁଞ୍ଜ କିଶୋର ଦାସ ନାମକ ଏହି ବ୍ୟକ୍ତି ଜଣକ ଗତ ସେପ୍ଟେମ୍ବର ୨୩ ତାରିଖ ଦିନ ଜ୍ୱର ଓ ନିଃଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ହସ୍ପିଟାଲ୍ରେ ଭର୍ତି ହୋଇଥିଲେ। ତାଙ୍କର ନିମୋନିଆର ସମସ୍ୟା ମଧ୍ୟ ରହିଥିଲା। ହସ୍ପିଟାଲ୍ରେ ଭର୍ତ୍ତି ହେବା ପରେ ତାଙ୍କୁ ତୁରନ୍ତ ଆଇସିୟୁରେ ଭର୍ତ୍ତି କରାଯିବା ସହ ନନ୍ ଇନ୍ଭେସିଭ୍ ଭେଂଟିଲେସନ୍ରେ ରଖାଯାଇଥିଲା। ତାଙ୍କର ମଧୁମେହ, ରକ୍ତଚାପ, ହାଇପର ଥାଇରଏଡ, ଗୁରୁତର ବୃକକ୍ ସମସ୍ୟା ଏବଂ ହୃଦରୋଗ ଭଳି ଜଟିଳତା ସହ ତାଙ୍କର ପୂର୍ବରୁ ଆନ୍ଜିଓପ୍ଲାଷ୍ଟି ମଧ୍ୟ ହୋଇଥିବାର ଜଣାପଡ଼ିଥିଲା। ତେଣୁ ତାଙ୍କର ଚିକିତ୍ସା କରିବା ଡାକ୍ତରମାନଙ୍କ ନିମନ୍ତେ କଷ୍ଟକର ହୋଇପଡ଼ିଥିଲା। କାର୍ଡିଓଲୋଜି, ନେଫ୍ରୋଲୋଜି, ପଲ୍ମୁନୋଲୋଜି ବିଭାଗ ବିଶେଷଜ୍ଞ,…
ନୂଆଦିଲ୍ଲୀ: ନୂଆଦିଲ୍ଲୀରେ ଆୟୋଜିତ IITF ମେଳାର ଓଡ଼ିଶା ଦିବସ କାର୍ଯ୍ୟକ୍ରମରେ ଆଜି ଓଡିଶା ସରକାରଙ୍କ ମୁଖପତ୍ର ଉତ୍କଳ ପ୍ରସଙ୍ଗ ଏବଂ ଓଡ଼ିଶା ରିଭ୍ୟୁର ସ୍ବତନ୍ତ୍ର ସଂସ୍କରଣ ମନ୍ତ୍ରୀ ଶ୍ରୀ ପ୍ରୀତିରଞ୍ଜନ ଘଡାଇଙ୍କ ଦ୍ବାରା ଉନ୍ମୋଚିତ ହୋଇଛି। ଉତ୍କଳ ପ୍ରସଙ୍ଗ ସମ୍ପାଦକ ଶ୍ରୀମତୀ କସ୍ତୁରୀ ମହାପାତ୍ର କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ପ୍ରଗତି ମୈଦାନ ଆମ୍ଫିଥିଏଟରରେ ଅନୁଷ୍ଠିତ ଏହି ସମାରୋହରେ ଓଟିଡିସି ଅଧ୍ୟକ୍ଷ ଡ. ଲେନୀନ୍ ମହାନ୍ତି, ରେସିଡେଣ୍ଟ୍ କମିଶନର ଶ୍ରୀ ରବିକାନ୍ତ, ସ୍ବତନ୍ତ୍ର ରେସିଡେଣ୍ଟ କମିଶନର ଶ୍ରୀମତୀ ଦେବଯାନୀ ଚକ୍ରବର୍ତ୍ତୀ, ସୂଚନା ଓ ଲୋକ ସଂପର୍କ ବିଭାଗର ନିର୍ଦ୍ଦେଶକ ଇନ୍ଦ୍ରମଣି ତ୍ରିପାଠୀଙ୍କ ସମେତ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।
ସୀତାରାମ ଅଗ୍ରୱାଲ ବାଲୁଗାଁ: ବାରମ୍ବାର ପୋଲିସର ତାଗିଦ ସତ୍ତ୍ୱେ ସୁଧୁରୁନାହାନ୍ତି ଅମାନିଆ ଗାଡ଼ିଚାଳକ। ଅମାନିଆମାନେ ଟ୍ରାଫିକ ନିୟମକୁ ଫୁ କରି ଉଡାଇଦେଉଛନ୍ତି। ଯାହା ଫଳରେ ସାଧାରଣ ଜନତା ହଇରାଣ ହରକତ ହେଉଛନ୍ତି। ତେବେ ଅମାନିଆ ଗାଡ଼ିଚାଳକଙ୍କୁ ସାବାଡ଼ କରିବା ପାଇଁ ଅଣ୍ଟା ଭିଡିଛି ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ପୋଲିସ। ବର୍ତ୍ତମାନ ଅମାନିଆ ଗାଡ଼ିଚାଳକଙ୍କୁ ଚି଼ହ୍ନଟ କରାଯାଇ ସେମାନଙ୍କ ବିରୁଦ୍ଧରେ ତୁରନ୍ତ ମାମଲା ରୁଜୁ କରି ଚବିଶ ଘଣ୍ଟା ମଧ୍ୟରେ ଅଦାଲତରେ ପୋଲିସ ଚାର୍ଜସିଟ ଦାଖଲ କରୁଥିବା ବେଳେ ଆଜି ଏକା ସଙ୍ଗରେ ବାଲୁଗାଁ ଗାନ୍ଧୀଛକରୁ ୫ ଜଣ ଅମାନିଆ ଗାଡ଼ିଚାଳକ ଙ୍କ ବିରୁଦ୍ଧରେ ମାମଲା ରୁଜୁ କରିଛି ପୋଲିସ। ସେମାନେ ଜନଗହଳିପୂର୍ଣ୍ଣ ଗାନ୍ଧୀଛକରେ ବେପରୁଆ ବାଇକ ଚଲାଉଥିବା ବେଳେ ପୋଲିସ ପଞ୍ଝାରେ ପଡ଼ିଥିଲେ। ଏହି ପରିପ୍ରେକ୍ଷୀରେ ବାଲୁଗାଁ ପୋଲିସ ୫ ଗୋଟି ବାଇକ ଜବତ କରିବା ସହ ୫ ଗୋଟି ମାମଲା ରୁଜୁ କରି ତଦନ୍ତ ଜାରିରଖିଥିବାର ବାଲୁଗାଁ ଆଇଆଇସି ରଶ୍ମିରଂଜନ…
ଭୁବନେଶ୍ୱର: ବିଶ୍ୱର ସର୍ବବୃହତ ଗଣତାନ୍ତ୍ରିକ ରାଷ୍ଟ୍ର ଭାରତର ନିର୍ବାଚନ ପ୍ରକ୍ରିୟା ଓ ତତ୍ସଂପର୍କିତ ଆଇନକାନୁନ ବିଷୟରେ ଜ୍ଞାନ ଆହରଣ ଉଦ୍ଦେଶ୍ୟରେ ସେଞ୍ଚୁରିଆନ୍ ବିଶ୍ୱବିଦ୍ୟାଳୟ ଜରିଆରେ ଅଷ୍ଟ୍ରେଲିଆର ଭିକେଫାରିଆ ବିଶ୍ୱବିଦ୍ୟାଳୟର ଆଇନ ଅଧ୍ୟାପକ ଓ ଛାତ୍ରଛାତ୍ରୀମାନଙ୍କର ଏକ ୮ ଜଣିଆ ଦଳ ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ୀଙ୍କୁ ରାଜ୍ୟ ନିର୍ବାଚନ କମିଶନରଙ୍କ ସମ୍ମିଳନୀ କକ୍ଷରେ ସାକ୍ଷାତ୍ କରିଛନ୍ତି। ଭାରତ ଭଳି ଏକ ବିରାଟ ଦେଶରେ ‘ରାଜ୍ୟ ଏବଂ ସଂଘୀୟ ନିର୍ବାଚନ ଆଇନ ଓ ପ୍ରକି୍ରିୟା’ ସଂପର୍କରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ଆଲୋଚନାଚକ୍ରରେ ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନର ଶ୍ରୀ ପାଢ଼ୀ ନିର୍ବାଚନ ପରିଚାଳନା ନିମନ୍ତେ ଭାରତୀୟ ସମ୍ବିଧାନର ଧାରା, କେନ୍ଦ୍ରୀୟ ନିର୍ବାଚନ ଆୟୋଗ ଗଠନ ସହ କେନ୍ଦ୍ରୀୟ ମୁଖ୍ୟ ନିର୍ବାଚନ କମିଶନର ଏବଂ ନିର୍ବାଚନ କମିଶନର ନିଯୁକ୍ତି, ରାଜ୍ୟ ନିର୍ବାଚନ ଆୟୋଗ ଗଠନ ଓ ରାଜ୍ୟ ନିର୍ବାଚନ କମିଶନର ନିଯୁକ୍ତି ଇତ୍ୟାଦି ସାମ୍ବିଧାନିକ ବ୍ୟବସ୍ଥା…
ଭୁବନେଶ୍ବର: ରାଜ୍ୟରେ ଆଇଟି ଇକୋସିଷ୍ଟମକୁ ଆହୁରି ବିସ୍ତାର କରି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭୁବନେଶ୍ୱରର ଫର୍ଚୁନ ଟାୱାରରେ ହାପିଏଷ୍ଟ ମାଇଣ୍ଡସ ଗ୍ଲୋବାଲ ଆଇ.ଟି. ଡେଭେଲପମେଣ୍ଟ ସେଣ୍ଟର ଶୁଭ ଉଦ୍ଘାଟନ କରିଛନ୍ତି । ଏହି ନୂତନ କେନ୍ଦ୍ର ଭାରତର ପ୍ରଯୁକ୍ତି ଉତ୍ସ କେନ୍ଦ୍ର ଭାବରେ ଓଡ଼ିଶାର ସ୍ଥିତିକୁ ଆହୁରି ମଜବୁତ୍ କରିବ। ଭାରତ ଏବଂ ଭାରତ ବାହାରେ ଥିବା ଗ୍ରାହକଙ୍କ ସେବାପାଇଁ ଉଦ୍ଦିଷ୍ଟ ଏହି ଇନୋଭେସନ୍ ସେଣ୍ଟରରେ ଏକ ହଜାରରୁ (୧୦୦୦) ଅଧିକ କର୍ମଚାରୀଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ। ଏହା ବ୍ୟତୀତ ଆଗାମୀ ବର୍ଷମାନଙ୍କରେ ଓଡ଼ିଶାର ପ୍ରତିଭାବାନ୍ ଇଞ୍ଜିନିୟରମାନଙ୍କ ପାଇଁ ଅନେକ ସମ୍ଭାବନା ସୃଷ୍ଟି କରିବ। ଏହି କେନ୍ଦ୍ର ଉଦ୍ଘାଟନ କରି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, “ବିଗତ କିଛିବର୍ଷ ଧରି ଓଡ଼ିଶା ଆଇଟି କ୍ଷେତ୍ରରେ ଅନେକ ଦୂରଦୃଷ୍ଟିସମ୍ପର୍ଣ୍ଣ ପଦକ୍ଷେପ ନେଉଛି । ସୂଚନା ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ଓଡ଼ିଶା ନିବେଶକଙ୍କ ପ୍ରଥମ ପସନ୍ଦ ହେବା…
ଭୁବନେଶ୍ବର: ଆଜି ଠାରୁ ଓଡିଶା ବିଧାନସଭାରେ ଶୀତକାଳୀନ ଅଧିବେଶନ ଆରମ୍ଭ ହୋଇଯାଇଛି। ଆଜି ପ୍ରଥମ ଦିନରେ ବିରୋଧୀଙ୍କ ଦ୍ଵାରା ଗୃହରେ ପ୍ରବଳ ହଟ୍ଟଗୋଳ ହୋଇଥିଲା। ବହୁଚର୍ଚ୍ଚିତ ଅର୍ଚ୍ଚନା ପ୍ରସଙ୍ଗକୁ ନେଇ ଆଜି ଗୃହରେ ପ୍ରବଳ ହଙ୍ଗମା ହୋଇଛି। ଗୃହରେ କଂଗ୍ରେସ ବିଧାୟକ ନରସିଂହ ମିଶ୍ର ଏବଂ ବିଜେପି ବିଧାୟକ ମୋହନ ମାଝୀ ଏହି ପ୍ରସଙ୍ଗ ଉଠାଇ ସରକାରକୁ ଆକ୍ରମଣ କରିଛନ୍ତି। ଏନେଇ ନରସିଂହ ମିଶ୍ର ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବୀ କରିଛନ୍ତି। ସେହିଭଳି ବିଜେପି ବିଧାୟକ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରି ବାଚସ୍ପତିଙ୍କ ରୁଲିଂ ମାଗିଛି। ଗୃହର ମଧ୍ୟଭାଗରେ ଉଭୟ ବିରୋଧୀଙ୍କ ହୋହଲ୍ଲା ପରେ ଗୃହ ମୁଲତବୀ କରାଯାଇଥିଲା। ଆସନ୍ତାକାଲି ପର୍ଯ୍ୟନ୍ତ ଗୃହକୁ ମୁଲତବୀ କରାଯାଇଛି। ତେବେ ଏସବୁ ସତ୍ତ୍ୱେ ଆଜି ଗୃହରେ ୨୦୨୨-୨୩ ର ଅତିରିକ୍ତ ବଜେଟ ଉପସ୍ଥାପିତ ହୋଇଛି। ପଞ୍ଚାୟତରାଜ ମନ୍ତ୍ରୀ ପ୍ରଦୀପ ଅମାତ୍ ଏହି ବଜେଟ ଆଗତ କରିଛନ୍ତି। ଅର୍ଥମନ୍ତ୍ରୀ ପଦ୍ମପୁର ଉପ-ନିର୍ବାଚନର ପ୍ରଚାରରେ ଥିବାରୁ ତାଙ୍କ…
ଭୁବନେଶ୍ୱର: ଓଡ଼ିଆ ସିନେମା ଦମନର ଲୋକପ୍ରିୟତା ଏବଂ ପ୍ରେରଣାଦାୟୀ ବିଷୟବସ୍ତୁକୁ ଲକ୍ଷ୍ୟକରି ଏହାକୁ ଜିଲ୍ଲା ଏବଂ ସବଡିଭିଜିନ ସ୍ତରରେ ପ୍ରଦର୍ଶନ କରିବା ପାଇଁ ରାଜ୍ୟ ସରକାର ସ୍ଥିର କରିଛନ୍ତି। ଏଥି ପାଇଁ ଉପଯୁକ୍ତ ସିନେମା ବା ଥିଏଟର ହଲ୍ ବୁକ୍ କରିବା ନିମନ୍ତେ ଜିଲ୍ଲାପାଳମାନଙ୍କୁ କୁହାଯାଇଛି। ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ମ୍ୟାଲେରିଆ ନିରାକରଣ ପାଇଁ ୨୦୧୬ ମସିହାରେ ରାଜ୍ୟ ସରକାର ଦୁର୍ଗମ ଅଂଚଳରେ ମ୍ୟାଲେରିଆ ନିରାକରଣ (ଦମନ) କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ଏଥିରେ ବିଶେଷତଃ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡା, କଳାହାଣ୍ଡି, ଗଜପତି, ନୂଆପଡା ଏବଂ କନ୍ଧମାଳ ଆଦି ୮ ଟି ଜିଲ୍ଲାର ପ୍ରାୟ ୮୦୦୦ ମ୍ୟାଲେରିଆ ପ୍ରବଣ ଗ୍ରାମମାନଙ୍କରୁ ଏହି ଘାତକ ଜ୍ୱରର ନିରାକରଣ ଉପରେ ଅଧିକ ଗୁରୁତ୍ୱ ଆରୋପ କରାଯାଇଥିଲା। କ୍ଷେତ୍ର ସ୍ତରରେ କାର୍ଯ୍ୟରତ ଡ଼ାକ୍ତର, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଏବଂ ବିଭିନ୍ନ ବିଭାଗର କର୍ମଚାରୀମାନଙ୍କ ମିଳିତ ଉଦ୍ୟମ ଫଳରେ ମ୍ୟାଲେରିଆ ନିରାକରଣ ଦିଗରେ…

