PM Budget Reaction: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ ବାର୍ତ୍ତା ମାଧ୍ୟମରେ କେନ୍ଦ୍ର ବଜେଟ୍ ୨୦୨୫-୨୬ ଉପରେ ନିଜର ମନ୍ତବ୍ୟ ଦେଇଛନ୍ତି। ଆଜି ଭାରତର ବିକାଶ ଯାତ୍ରାରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟକୁ ଚିହ୍ନିତ କରି ଶ୍ରୀ ମୋଦୀ କହିଛନ୍ତି ଯେ, ଏହି ବଜେଟରେ ୧୪୦ କୋଟି ଭାରତୀୟଙ୍କ ଆକାଂକ୍ଷା ପ୍ରତିଫଳିତ ହୋଇଛି ଏବଂ ପ୍ରତ୍ୟେକ ନାଗରିକଙ୍କ ସ୍ୱପ୍ନ ପୂରଣ ହୋଇଛି। ସେ ଦର୍ଶାଇଛନ୍ତି ଯେ ଯୁବକମାନଙ୍କ ପାଇଁ ବଜେଟରେ ଅନେକ କ୍ଷେତ୍ର ଓ ସୁଯୋଗ ଖୋଲାଯାଇଛି ଏବଂ ସାଧାରଣ ନାଗରିକଙ୍କୁ ଏହା ବିକଶିତ ଭାରତ ଯାତ୍ରାରେ ସାମିଲ କରିବ। ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି ଯେ ଏହି ବଜେଟ୍ ହେଉଛି ଏକ ବୃହତ ଶକ୍ତି, ଯାହା ସଞ୍ଚୟ, ବିନିଯୋଗ, ବ୍ୟବହାର ଏବଂ ଅଭିବୃଦ୍ଧିକୁ ତ୍ବରାନ୍ବିତ କରିବ। ସେ କେନ୍ଦ୍ର ଅର୍ଥ ଓ କର୍ପୋରେଟ୍ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ଏବଂ ତାଙ୍କ ଟିମ୍କୁ ଏହି ‘ଲୋକଙ୍କ ବଜେଟ୍’ ପାଇଁ…
Author: Samikhsya Bureau
ନୂଆଦିଲ୍ଲୀ: ଆଜି ସଂସଦରେ କେନ୍ଦ୍ର ବଜେଟ୍ ୨୦୨୫-୨୬ ଉପସ୍ଥାପନ କରୁଥିବାବେଳେ କେନ୍ଦ୍ର ଅର୍ଥ ଏବଂ କର୍ପୋରେଟ୍ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ କହିଛନ୍ତି ଯେ ଜଳ ଜୀବନ ମିଶନ ପାଇଁ ମୋଟ ବଜେଟ ବ୍ୟୟବରାଦ ୬୭,୦୦୦ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି। ସେ କହିଛନ୍ତି ଯେ ମିଶନ ଅବଧିକୁ ୨୦୨୮ ପର୍ଯ୍ୟନ୍ତ ସମ୍ପ୍ରସାରିତ କରାଯାଇଛି। ଶ୍ରୀମତୀ ନିର୍ମଳା ସୀତାରମଣ କହିଛନ୍ତି ଯେ ୨୦୧୯ ମସିହାରୁ ଭାରତର ଗ୍ରାମାଞ୍ଚଳର ୮୦ ପ୍ରତିଶତ ପ୍ରତିନିଧିତ୍ୱ କରୁଥିବା ୧୫ କୋଟି ପରିବାର ଜଳ ଜୀବନ ମିଶନ ଦ୍ୱାରା ଉପକୃତ ହୋଇଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହି ମିଶନ ଅଧିନରେ ଟ୍ୟାପ୍ ଜଳ ସଂଯୋଗ ଯୋଗାଇ ଦିଆଯାଉଛି ଏବଂ ଆଗାମୀ ତିନି ବର୍ଷ ମଧ୍ୟରେ ଶତ ପ୍ରତିଶତ ଲକ୍ଷ୍ୟ ହାସଲ କରାଯାଇ ପାରିବ। ଜଳ ଜୀବନ ମିଶନର ଫୋକସ “ଜନ ଭାଗିଦାରୀ” ମାଧ୍ୟମରେ ଗ୍ରାମୀଣ ପାଇପ୍ ଜଳ ଯୋଗାଣ ଯୋଜନାର ଗୁଣାତ୍ମକ…
Budget 2025: ଆଜି ସଂସଦରେ ୨୦୨୫-୨୬ କେନ୍ଦ୍ର ବଜେଟ୍ ଉପସ୍ଥାପନ ସମୟରେ କେନ୍ଦ୍ର ଅର୍ଥ ଏବଂ କର୍ପୋରେଟ୍ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ନବସୃଜନ କ୍ଷେତ୍ରରେ ବିଭିନ୍ନ ବିକାଶମୂଳକ ପଦକ୍ଷେପ ପାଇଁ ପ୍ରସ୍ତାବ ଦେଇଥିଲେ। ଉତ୍ସାହ ଏବଂ ନବସୃଜନର ଆବେଗକୁ ବୃଦ୍ଧି କରିବା ଏବଂ ଯୁବକମାନଙ୍କ ମଧ୍ୟରେ ବୈଜ୍ଞାନିକ ସ୍ୱଭାବ ବଢାଇବା ପାଇଁ ଆସନ୍ତା ୫ ବର୍ଷ ମଧ୍ୟରେ ସରକାରୀ ବିଦ୍ୟାଳୟରେ ପଚାଶ ହଜାର ଅଟଳ ଟିଙ୍କରିଂ ଲ୍ୟାବ ପ୍ରତିଷ୍ଠା କରିବାକୁ କେନ୍ଦ୍ର ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି। ଭାରତ ନେଟ ପ୍ରକଳ୍ପ ଅଧୀନରେ ଗ୍ରାମାଞ୍ଚଳର ସମସ୍ତ ସରକାରୀ ମାଧ୍ୟମିକ ବିଦ୍ୟାଳୟ ଏବଂ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ବ୍ରଡବ୍ୟାଣ୍ଡ ସଂଯୋଗ ଯୋଗାଇବାକୁ କେନ୍ଦ୍ର ବଜେଟରେ ପ୍ରସ୍ତାବ ଦିଆଯାଇଛି। ଉଚ୍ଚଶିକ୍ଷା ଉପରେ, କେନ୍ଦ୍ର ବଜେଟ୍ ୨୦୨୫-୨୬ରେ କୁହାଯାଇଛି ଯେ ଗତ ୧୦ ବର୍ଷ ମଧ୍ୟରେ ୨୩ଟି ଆଇଆଇଟିରେ ମୋଟ ଛାତ୍ର ସଂଖ୍ୟା ୬୫,୦୦୦ ରୁ ୧.୩୫ ଲକ୍ଷକୁ ବୃଦ୍ଧି ପାଇଛି। ୬୫୦୦ରୁ ଅଧିକ ଛାତ୍ରଛାତ୍ରୀଙ୍କ…
Budget 2025: କେନ୍ଦ୍ର ଅର୍ଥ ଓ କର୍ପୋରେଟ୍ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ଆଜି ସଂସଦରେ ୨୦୨୫-୨୬ ଆର୍ଥିକ ବର୍ଷର ବଜେଟ୍ ଉପସ୍ଥାପନ କରିବା ଅବସରରେ କହିଛନ୍ତି ଯେ ନିବେଶ ହେଉଛି ବିକାଶର ତୃତୀୟ ଇଞ୍ଜିନ୍, ଯେଉଁଥିରେ ଲୋକଙ୍କ ମଧ୍ୟରେ ପୁଞ୍ଜିନିବେଶ, ଅର୍ଥନୀତିରେ ପୁଞ୍ଜିନିବେଶ ଏବଂ ଉଦ୍ଭାବନ କ୍ଷେତ୍ରରେ ପୁଞ୍ଜିନିବେଶ ଅନ୍ତର୍ଭୁକ୍ତ। ଲୋକଙ୍କୁ ପୁଞ୍ଜିନିବେଶ କରିବାର ଏକ ଅଂଶ ଭାବରେ କେନ୍ଦ୍ର ବଜେଟ ୨୦୨୫-୨୬ରେ ସକ୍ଷମ ଅଙ୍ଗନୱାଡି ଏବଂ ପୋଷଣ ୨.୦ କାର୍ଯ୍ୟକ୍ରମ ଅଧୀନରେ ପୋଷଣ ସହାୟତା ପାଇଁ ଖର୍ଚ୍ଚ ନିୟମକୁ ବୃଦ୍ଧି କରିବାକୁ ପ୍ରସ୍ତାବ ଦିଆଯାଇଛି । ଏହି କାର୍ଯ୍ୟକ୍ରମରେ ସମଗ୍ର ଦେଶରେ ୮ କୋଟିରୁ ଅଧିକ ଶିଶୁ, ୧ କୋଟି ଗର୍ଭବତୀ ମହିଳା ଓ ସ୍ତନ୍ୟପାନ କରାଉଥିବା ମା’ ଏବଂ ଆକାଂକ୍ଷୀ ଜିଲ୍ଲା ଏବଂ ଉତ୍ତର-ପୂର୍ବାଞ୍ଚଳର ପ୍ରାୟ ୨୦ ଲକ୍ଷ କିଶୋରୀଙ୍କୁ ପୋଷଣ ସହାୟତା ଯୋଗାଇ ଦିଆଯିବ। କେନ୍ଦ୍ର ଅର୍ଥମନ୍ତ୍ରୀ ତାଙ୍କ ବଜେଟ୍ ଅଭିଭାଷଣରେ ଆଗାମୀ ୩…
Budget 2025: କେନ୍ଦ୍ର ବଜେଟ ୨୦୨୫-୨୬ରେ ପର୍ଯ୍ୟଟନକୁ ରୋଜଗାର ଭିତ୍ତିକ ଅଭିବୃଦ୍ଧି ପାଇଁ ଏକ କ୍ଷେତ୍ର ଭାବେ ଚିହ୍ନଟ କରାଯାଇଛି। ଆଜି ସଂସଦରେ ବଜେଟ୍ ଉପସ୍ଥାପନ କରି ଅର୍ଥମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ କହିଛନ୍ତି ଯେ ନିଯୁକ୍ତି ଭିତ୍ତିକ ଅଭିବୃଦ୍ଧିକୁ ସୁଗମ କରିବା ମଧ୍ୟରେ ଆତିଥ୍ୟ ପରିଚାଳନା, ହୋମଷ୍ଟେ ପାଇଁ ମୁଦ୍ରା ଋଣ, ପର୍ଯ୍ୟଟନ ସ୍ଥଳକୁ ଯାତ୍ରା ଏବଂ ଯୋଗାଯୋଗରେ ସହଜତାରେ ଉନ୍ନତି ଆଣିବା, ସୁବ୍ୟବସ୍ଥିତ ଇ-ଭିସା ସୁବିଧା ଆରମ୍ଭ କରିବା ଏବଂ ରାଜ୍ୟଗୁଡ଼ିକୁ ପ୍ରଦର୍ଶନ-ଭିତ୍ତିକ ପ୍ରୋତ୍ସାହନ ପ୍ରଦାନ କରିବା ସମେତ ଯୁବବର୍ଗଙ୍କ ପାଇଁ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଆୟୋଜନ କରିବା ଅନ୍ତର୍ଭୁକ୍ତ। ଦେଶର ଶ୍ରେଷ୍ଠ ୫୦ଟି ପର୍ଯ୍ୟଟନ ସ୍ଥଳୀକୁ ଚ୍ୟାଲେଞ୍ଜ ମାଧ୍ୟମରେ ରାଜ୍ୟମାନଙ୍କ ସହ ଭାଗିଦାରୀରେ ବିକଶିତ କରାଯିବ ବୋଲି ସେ କହିଛନ୍ତି। ବଜେଟରେ ଆହୁରି ମଧ୍ୟ କୁହାଯାଇଛି ଯେ ହୋଟେଲ ସମେତ ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ନିର୍ମାଣ ପାଇଁ ରାଜ୍ୟମାନଙ୍କୁ ଜମି ଯୋଗାଇ ଦେବାକୁ ପଡିବ ଏବଂ ସେହି ଗନ୍ତବ୍ୟସ୍ଥଳରେ…
ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥ ଓ କର୍ପୋରେଟ୍ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ଆଜି ସଂସଦରେ ୨୦୨୫-୨୬ ଆର୍ଥିକ ବର୍ଷର ବଜେଟ୍ ଉପସ୍ଥାପନ କରିବା ଅବସରରେ କହିଛନ୍ତି ଯେ ଗତ ଜୁଲାଇ ବଜେଟରେ ‘ସହର ବିକାଶ କେନ୍ଦ୍ର’ ଭାବେ ଘୋଷଣା କରାଯାଇଥିବା ପ୍ରସ୍ତାବଗୁଡ଼ିକୁ କାର୍ଯ୍ୟକାରୀ କରିବା ପାଇଁ ସରକାର ଏକ ଲକ୍ଷ କୋଟି ଟଙ୍କାର ‘ଅର୍ବାନ ଚ୍ୟାଲେଞ୍ଜ ଫଣ୍ଡ୍’ ଗଠନ କରିବେ। ଏହି ପାଣ୍ଠି ବଣ୍ଡ, ବ୍ୟାଙ୍କ ଋଣ ଏବଂ ପିପିପି ମାଧ୍ୟମରେ ଅତି କମରେ ୫୦ ପ୍ରତିଶତ ଅର୍ଥ ପ୍ରଦାନ କରିବା ସର୍ତ୍ତରେ ବିଶ୍ୱସନୀୟ ପ୍ରକଳ୍ପଗୁଡ଼ିକର ମୂଲ୍ୟର ୨୫ ପ୍ରତିଶତ ପର୍ଯ୍ୟନ୍ତ ଅର୍ଥ ପ୍ରଦାନ କରିବ ବୋଲି ସେ ଉଲ୍ଲେଖ କରିଛନ୍ତି। ଏବାବଦରେ ୨୦୨୫-୨୬ ବର୍ଷ ପାଇଁ ୧୦ ହଜାର କୋଟି ଟଙ୍କାର ବ୍ୟୟବରାଦ ପ୍ରସ୍ତାବ ରହିଛି। ବଜେଟରେ ମୌଳିକ ଭୂସ୍ଥାନୀୟ ଭିତ୍ତିଭୂମି ଏବଂ ଡାଟା ବିକାଶ ପାଇଁ ‘ନ୍ୟାସନାଲ ଜିଓସ୍ପେସାଲ ମିଶନ’ ଆରମ୍ଭ କରିବାକୁ ପ୍ରସ୍ତାବ ଦିଆଯାଇଛି। ପ୍ରଧାନମନ୍ତ୍ରୀ…
ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥ ଏବଂ କର୍ପୋରେଟ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ. ନିର୍ମଳା ସୀତାରମଣ ଆଜି ସଂସଦରେ କେନ୍ଦ୍ର ବଜେଟ୍ 2025-26 ଉପସ୍ଥାପନ କରିଛନ୍ତି। ତେଲୁଗୁ କବି ତଥା ନାଟ୍ୟକାର ଶ୍ରୀ ଗୁରଜାଦା ଅପ୍ପା ରାଓଙ୍କ ପ୍ରସିଦ୍ଧ ଉକ୍ତିକୁ ଉଦ୍ଧୃତ କରି ଅର୍ଥମନ୍ତ୍ରୀ କହିଥିଲେ, ‘ଗୋଟିଏ ଦେଶ କେବଳ ଏହାର ମାଟି ନୁହେଁ; ଗୋଟିଏ ଦେଶ ଏହାର ନାଗରିକଙ୍କୁ ନେଇ ଆଧାରିତ।’ ଅର୍ଥମନ୍ତ୍ରୀ ସମସ୍ତ ଅଞ୍ଚଳର ସନ୍ତୁଳିତ ବିକାଶକୁ ଉତ୍ସାହିତ କରୁଥିବା ‘ସବକା ବିକାଶ’ ଲକ୍ଷ୍ୟ ସହିତ କେନ୍ଦ୍ର ବଜେଟ୍ ଉପସ୍ଥାପନ କରିଥିଲେ। ସାଧାରଣ ବଜେଟ 2025-26 ର ସାରାଂଶ 1 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ହାରାହାରି ମାସିକ ଆୟ ଉପରେ କୌଣସି ଆୟକର ନାହିଁ; ମଧ୍ୟମ ବର୍ଗର ଘରୋଇ ସଞ୍ଚୟ ଏବଂ ଉପଭୋଗକୁ ପ୍ରୋତ୍ସାହନ ମିଳିବ ନୂତନ ଟିକସ ବ୍ୟବସ୍ଥାରେ ବେତନଭୋଗୀ ବର୍ଗ ବାର୍ଷିକ 75 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଶୂନ ଆୟକର ପ୍ରଦାନ କରିବେ କେନ୍ଦ୍ର ବଜେଟରେ ବିକାଶର 4ଟି…
ନୂଆଦିଲ୍ଲୀ: ୨୦୨୫-୨୬ ବଜେଟରେ ‘ପ୍ରଥମେ ବିଶ୍ୱାସ, ପରେ ଯାଞ୍ଚ’ ଦର୍ଶନ ପ୍ରତି ସରକାରଙ୍କ ପ୍ରତିବଦ୍ଧତାକୁ ଦୋହରାଇ ମଧ୍ୟବିତ୍ତବର୍ଗଙ୍କ ଉପରେ ଆସ୍ଥା ପ୍ରକଟ କରାଯାଇଛି ଏବଂ ସାଧାରଣ ଟିକସଦାତାଙ୍କୁ ଟିକସ ବୋଝରୁ ମୁକ୍ତି ଦେବାର ଧାରା ଜାରି ରହିଛି। କେନ୍ଦ୍ର ଅର୍ଥ ଓ କର୍ପୋରେଟ୍ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ଆଜି ସଂସଦରେ ୨୦୨୫-୨୬ ଆର୍ଥିକ ବର୍ଷର ବଜେଟ୍ ଉପସ୍ଥାପନ କରି ସମସ୍ତ ଟିକସଦାତାଙ୍କୁ ଫାଇଦା ଦେବା ପାଇଁ ଟିକସ ସ୍ଲାବ୍ ଏବଂ ଦରରେ ଉଲ୍ଲେଖନୀୟ ପରିବର୍ତ୍ତନ ପ୍ରସ୍ତାବ ଦେଇଛନ୍ତି। ଟିକସଦାତାଙ୍କୁ ଖୁସି ଖବର ଦେଇ ଅର୍ଥମନ୍ତ୍ରୀ କହିଛନ୍ତି ଯେ ନୂଆ ଟିକସ ବ୍ୟବସ୍ଥା ଅନୁଯାୟୀ ୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ (ଅର୍ଥାତ୍ କ୍ୟାପିଟାଲ ଗେନ୍ ଭଳି ସ୍ୱତନ୍ତ୍ର ହାର ଆୟକୁ ବାଦ୍ ଦେଇ ହାରାହାରି ଏକ ଲକ୍ଷ ଟଙ୍କା ମାସିକ ଆୟ ଉପରେ) ଉପରେ କୌଣସି ଆୟକର ଆଦାୟ କରାଯିବ ନାହିଁ। ୭୫,୦୦୦ ଟଙ୍କାର ଷ୍ଟାଣ୍ଡାର୍ଡ ଡିଡକ୍ସନ ଯୋଗୁଁ…
Budget 2025: କେନ୍ଦ୍ର ଅର୍ଥ ଓ କର୍ପୋରେଟ୍ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ଆଜି ସଂସଦରେ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ କେନ୍ଦ୍ର ବଜେଟ୍ ଉପସ୍ଥାପନ କରିବା ସମୟରେ କହିଛନ୍ତି ଯେ ବଜେଟ୍ ୨୦୨୫-୨୬ର ଲକ୍ଷ୍ୟ ହେଉଛି ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ସମସ୍ତ ୬ଟି କ୍ଷେତ୍ରରେ ପରିବର୍ତ୍ତନମୂଳକ ସଂସ୍କାର ଆରମ୍ଭ କରିବା, ଯାହା ଆମର ଅଭିବୃଦ୍ଧି ସମ୍ଭାବନା ଏବଂ ବିଶ୍ୱସ୍ତରୀୟ ପ୍ରତିଦ୍ୱନ୍ଦ୍ୱିତାକୁ ବଢ଼ାଇବ। ସେଥିମଧ୍ୟରୁ ଗୋଟିଏ ହେଉଛି ଆର୍ଥିକ କ୍ଷେତ୍ର, ଯେଉଁଥିରେ ବୀମା, ପେନସନ, ଦ୍ୱିପାକ୍ଷିକ ନିବେଶ, ଚୁକ୍ତି (ବିଟିଟି) ଏବଂ ଅନ୍ୟାନ୍ୟ ଆନୁସଙ୍ଗିକ କ୍ଷେତ୍ର ଅନ୍ତର୍ଭୁକ୍ତ । ବୀମା କ୍ଷେତ୍ରରେ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶ ଶ୍ରୀମତୀ ନିର୍ମଳା ସୀତାରମଣ ସୂଚନା ଦେଇଛନ୍ତି ଯେ ବୀମା କ୍ଷେତ୍ରରେ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶର ସୀମା ୭୪%ରୁ ୧୦୦%କୁ ବୃଦ୍ଧି କରାଯିବ। ଏହି ବର୍ଦ୍ଧିତ ସୀମା ସେହି କମ୍ପାନୀଗୁଡ଼ିକ ପାଇଁ ଉପଲବ୍ଧ ହେବ ଯେଉଁମାନେ ସମ୍ପୂର୍ଣ୍ଣ ପ୍ରିମିୟମ୍ ଭାରତରେ ନିବେଶ କରିବେ।…
Income Tax: ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ 2025 ଉପସ୍ଥାପିତ କରିଛନ୍ତି। ଏହି ବଜେଟରୁ ଲୋକମାନେ ଯାହା ବଡ ଆଶା କରିଥିଲେ ତାହା ବର୍ତ୍ତମାନ ପୂରଣ ହୋଇଛି। ସାଧାରଣତଃ ବଜେଟରୁ ଲୋକମାନେ ଆୟକର ସ୍ଥିତି କଣ ରହିବ ତାହା ଜାଣିବା ପାଇଁ ଅପେକ୍ଷା କରିଥାନ୍ତି। ଯାହା ଅର୍ଥମନ୍ତ୍ରୀ ଏଥର ଭଲ ଘୋଷଣା କରିଛନ୍ତି। ଘୋଷଣା ଅନୁସାରେ ଏଣିକି ଆୟକର ସୀମାକୁ ଅର୍ଥମନ୍ତ୍ରୀ ବୃଦ୍ଧି କରିଛନ୍ତି। ତାହା ହେଲେ ବର୍ଷିକ 12 ଲକ୍ଷ ପର୍ଯ୍ୟନ୍ତ ଆୟ ପାଇଁ କୌଣସି କର ପଡିବ ନାହିଁ। ପୂର୍ବରୁ ଏହି ସୀମା 7 ଲକ୍ଷ ରହିଥିଲା। ଏହା ମୋଦି ସରକାରଙ୍କ ଏକ ବଡ ଘୋଷଣା। ଏତେ ବଡ ପରିମାଣର ଆୟକର ଛାଡ ହେବ ତାହା କାହାର ଧାରଣା ନ ଥିଲା।
Budget 2025: ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଚଳିତ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ ସଂସଦରେ ଉପସ୍ଥାପନା କରୁଛନ୍ତି। ଏହି ଅବସରରେ ସେ କୃଷି ଉପରେ ନିଜର ପ୍ରଥମ ଅଭିଭାଷଣ ରଖିଛନ୍ତି। ଏଥିରେ ସେ ଏକ ନୂଆ ଯୋଜନା ‘ଧନ ଧାନ୍ୟ କୃଷି’ ଯୋଜନା ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ଏହି ଯୋଜନା ଦେଶର ୧ କୋଟିରୁ ଅଧିକ କୃଷକଙ୍କୁ ଉପକୃତ କରିବ। ଏହି ଯୋଜନା ୧୦୦ଟି ଅଳ୍ପ ଉତ୍ପାଦନ ଥିବା ଜିଲ୍ଲା, ମଧ୍ୟମ ଫସଲ ଗଠନ ଏବଂ ସାଧାରଣରୁ କମ୍ ଋଣ ପ୍ରଚାଳନକୁ ପ୍ରତ୍ସାହିତ କରିବ। “ଆମ ସରକାର ରାଜ୍ୟଗୁଡ଼ିକ ସହ ମିଶି ‘ପିଏମ ଧନ ଧାନ୍ୟ କୃଷି ଯୋଜନା’ ଲାଗୁ କରିବ। ଏହି କାର୍ଯ୍ୟକ୍ରମ ଉପଲବ୍ଧ ଯୋଜନାଗୁଡ଼ିକର ସଂଯୋଗ ଏବଂ ବିଶେଷ ବ୍ୟବସ୍ଥା ମାଧ୍ୟମରେ ୧୦୦ଟି ଅଳ୍ପ ଉତ୍ପାଦନ ଥିବା ଜିଲ୍ଲାଗୁଡ଼ିକୁ ବିକଶିତ କରିବ। ଏଥିସହିତ କୃଷି ଉତ୍ପାଦନଶୀଳତା ବୃଦ୍ଧି କରିବ ବୋଲି ନିର୍ମାଳା ସୀତାରମଣ କହିଛନ୍ତି। ସେ…
Budget2025: ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍ 2025 ଉପସ୍ଥାପନ କରିବାକୁ ଯାଉଛନ୍ତି। ଉପସ୍ଥାପନା ପୂର୍ବରୁ ଅର୍ଥମନ୍ତ୍ରୀ ଏବଂ ତାଙ୍କ ଅଧିକାରୀମାନେ ରାଷ୍ଟ୍ରପତିଙ୍କୁ ସାକ୍ଷାତ କରିବାକୁ ଯାଇଥିଲେ। ସେଠାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ହୃଦୟରୁ ଶୁଭେଚ୍ଛା ଜଣାଇ ଦହି ଏବଂ ଚିନି ଖୁଆଇ ଥିଲେ। ସାଧାରଣତଃ କୌଣସି ଶୁଭ କାମ କରିବାକୁ ଯିବା ବେଳେ ଘରର ମୁରବୀ ମହିଳା ତାଙ୍କୁ ଦହି ଚିନି ଖାଇବାକୁ ଦିଅନ୍ତି। ବିଶ୍ବାସ ରହିଛି ଦହିଚିନି ଖାଇବାକୁ ଦେଲେ ସମସ୍ତ କାର୍ଯ୍ୟ ସଫଳ ବା ଶୁଭ ହୋଇଥାଏ। ଦହି ସ୍ବଚ୍ଛତା ଏବଂ ଚିନି ମଧୁରତାର ପ୍ରତୀକ ଭାବେ ବିବେଚନା କରାଯାଏ। ପିଲାମାନେ ପରୀକ୍ଷା ଦେବାକୁ ଯିବା ବେଳେ ଘରର ବୟସ୍କ ମହିଳା ଏହିପରି ଦହିଚିନି ଖାଇବାକୁ ଦେଇ ଆର୍ଶିବାଦ କରିଥାନ୍ତି। ଠିକ ସେହିପରି ନିର୍ମଳା ସୀତାରମଣ ସଂସଦରେ ବଜେଟ ଉପସ୍ଥାପନ କରିବା ପୂର୍ବରୁ ରାଷ୍ଟ୍ରପତି ତାଙ୍କୁ ଦହି ଚିନି ଖାଇବାକୁ ଦେଇ ଶୁଭେଚ୍ଛା ଜଣାଇଛନ୍ତି। ସୀତାରମଣଙ୍କୁ ଦହି…
ନୂଆଦିଲ୍ଲୀ: ୨୦୨୫-୨୬ ଆର୍ଥିକ ବର୍ଷର କେନ୍ଦ୍ରୀୟ ବଜେଟ୍ ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ଉପସ୍ଥାପିତ କରିବେ। ଏଏହି ବଜେଟ୍ ମୁଖ୍ୟତଃ ଆର୍ଥିକ ବୃଦ୍ଧି ବଢ଼ାଇବା ଏବଂ ଜୀବନ ଯାପନ ବ୍ୟୟ ହ୍ରାସ କରିବା ଉଦ୍ଦେଶ୍ୟ ନେଇ ଆସିବ ବୋଲି ସମସ୍ତଙ୍କର ଆଶା ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଏହା ସୀତାରମଣଙ୍କ ଅଷ୍ଟମ ବଜେଟ୍ ଉପସ୍ଥାପନା, ଯାହା ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ। ଉଲ୍ଲେଖଯୋଗ୍ୟ, ସରକାରଙ୍କ ଡିଜିଟାଲ୍ ପଦକ୍ଷେପ ସହିତ ସମନ୍ୱୟ ରଖି ବଜେଟ୍ କାଗଜବିହୀନ ଫର୍ମାଟରେ ପ୍ରଦାନ କରାଯିବ। ଦେଶ ଏହି ଗୁରୁତ୍ୱପୂର୍ଣ୍ଣ କାର୍ୟ୍ୟକ୍ରମ ପାଇଁ ପ୍ରସ୍ତୁତ ହେଉଥିବା ବେଳେ, ଭାରତର ଅର୍ଥନୈତିକ ଭବିଷ୍ୟତ ପାଇଁ ସରକାରଙ୍କ ଦୃଷ୍ଟିକୁ ଉନ୍ମୋଚନ କରିବା ପାଇଁ ସମସ୍ତଙ୍କ ନଜର ଅର୍ଥମନ୍ତ୍ରୀ ସୀତାରମଣଙ୍କ ଉପରେ ରହିଛି। ଶୁକ୍ରବାର ପୂର୍ବରୁ, ଅର୍ଥମନ୍ତ୍ରୀ ସଂସଦର ନିମ୍ନ ସଦନରେ ଅର୍ଥନୈତିକ ସର୍ଭେ ଉପସ୍ଥାପନ କରିଥିଲେ। ଏହା ଉପସ୍ଥାପନ କରାଯିବା ପରେ, ଲୋକସଭାକୁ ଫେବୃଆରୀ ୧ ତାରିଖ ସକାଳ ୧୧…
ଭୁବନେଶ୍ବର: ଆଜି ସକାଳେ ଓଡିଶା ଭିଜିଲାନ୍ସ ସୁନ୍ଦରଗଡ଼ ଜିଲ୍ଲାର ବଣେଇର ପ୍ରକଳ୍ପ ପ୍ରଶାସକ, ଶ୍ରୀ ବିଶ୍ବଦର୍ଶୀ ସାହୁଙ୍କ ଘରେ ଚଢାଉ କରିଛି। ସାତଟି ସ୍ଥାନରେ ଏହି ଚଢାଉ ଜାରୀ ରହିଛି। ଆୟବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗ ନେଇ ଏହି ଚଢାଉ କରାଯାଇଛି। ଏହି ଚଢାଉରେ ଜଣେ ଅତିରିକ୍ତ ଏସପି, ତିନି ଜଣ ଡିଏସପି, ଦଶ ଜଣ ଇନ୍ସପେକ୍ଟର ଏବଂ ଅନ୍ୟାନ୍ୟ କର୍ମଚାରୀ ସାମିଲ ଅଛନ୍ତି। ତାଙ୍କର ଯେଉଁ ସ୍ଥାନରେ ଚଢାଉ ଚାଲିଛି ସେଗୁଡିକ ହେଲା ଭୁବନେଶ୍ୱର: ଶ୍ରୀରାମ ନଗର, ପୁରାଣା ସହର ଦିତାଲା ଆବାସିକ ବିଳ୍ଡିଂ ଭୁବନେଶ୍ୱର: ଫ୍ଲାଟ୍ ନମ୍ବର ୩୦୪, ୩ ତାଲା, ଭଗବାନ ଟାୱର, ଲକ୍ଷ୍ମୀସାଗର। ଭୁବନେଶ୍ୱର: ଫ୍ଲାଟ୍ ନମ୍ବର ୪୦୨, ୪ ତାଲା, ଇଭୋସ୍ ଗ୍ୟାଲକ୍ସୀ, ୟୁନିଟ୍ ୩, ଖାରବେଳନଗର ବାଲେଶ୍ବର: ସୁକୁମାର ନାୟକ ଆପାର୍ଟମେଣ୍ଟ, ଫ୍ଲାଟ୍ ନମ୍ବର ୩୦୨, ଏସ୍. ଏନ୍. ସେନ୍ ସଡ଼କ। ଯାଜପୁର: ଯାଜପୁରରେ ତାଙ୍କର ସଂପର୍କୀୟଙ୍କ ଘର ସୁନ୍ଦରଗଡ଼: ତାଙ୍କର ସରକାରୀ…
ଭୁବନେଶ୍ବର: ଶେଷ ହେଲା ଉତ୍କର୍ଷ ଓଡିଶା ମେକ୍ ଇନ୍ ଓଡିଶା କନକ୍ଲେଭ୍ ୨୦୨୫ । ଦୁଇ ଦିନିଆ ଏହି ସମ୍ମିନୀରେ ମୋଟ ୧୨ ଲକ୍ଷ ୮୯ ହଜାର କୋଟି ଟଙ୍କାର ପୁଂଜି ବିନିଯୋଗ ଆସିଛି। ଏହି ସମ୍ମିଳନୀରେ ସମୁଦାୟ ୧୪୫ଟି ରାଜିନାମା (MoU) ସ୍ୱାକ୍ଷରିତ ହୋଇଛି । ଏହି ସଫଳତାକୁ ନେଇ ଆଜି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଗଣମାଧ୍ୟମକୁ ତାଙ୍କର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ, ଏହି ଦୁଇ ଦିନିଆ ଉତ୍କର୍ଷ ଓଡିଶା ମେକ୍ ଇନ୍ ଓଡିଶା କନକ୍ଲେଭ୍ ୨୦୨୫ ଆମ ପାଇଁ ଅପାର ସଫଳତା ଆଣିଛି। ଏଥିରେ ସାରା ବିଶ୍ୱର ଅନେକ ଶିଳ୍ପପତି, ବିଜନେସ୍ ଡେଲିଗେଟ୍, ପୁଞ୍ଜି ନିବେଶକ ଓ ନୀତି ନିର୍ଦ୍ଧାରକ ମାନେ ଯୋଗଦେଇଥିଲେ। ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀ ଏହାକୁ ସ୍ୱୟଂ ଉଦଘାଟନ କରି ଓଡିଶା ପ୍ରତି ତାଙ୍କର ସମର୍ଥନ ଜଣାଇଥିଲେ। ଶିଳ୍ପ ଜଗତକୁ ବାର୍ତ୍ତା ଦେଇ ସେ କହିଥିଲେ ଯେ ଓଡିଶା ହେଉଛି…
ଉତ୍କର୍ଷ ଓଡ଼ିଶା ୨୦୨୫: ଜୀବନର ଯେକୌଣସି କ୍ଷେତ୍ରରେ ସଫଳ ମହିଳାମାନଙ୍କୁ ସେମାନଙ୍କ ପୁରୁଷ ପ୍ରତିପକ୍ଷଙ୍କ ସହିତ ସମକକ୍ଷ ହେବା ଆନନ୍ଦର ବିଷୟ ବୋଲି ଉଲ୍ଲେଖ କରି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ କୃଷି କ୍ଷେତ୍ରରେ କାମ କରିବା ଠାରୁ ଆରମ୍ଭ କରି କେବଳ ଯାତ୍ରୀବାହୀ ବିମାନ ନୁହେଁ ବରଂ ଯୁଦ୍ଧ ବିମାନ ଉଡ଼ାଇବା, ମହାକାଶକୁ ରକେଟ୍ ଉଡ଼ାଇବା, କ୍ରୀଡ଼ା କ୍ଷେତ୍ର ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ମହିଳାମାନେ ପ୍ରମାଣ କରିଛନ୍ତି ଯେ ପୁରୁଷମାନେ ଯାହା କରିପାରିବେ ମହିଳାମାନେ ମଧ୍ୟ ତାହା କରିପାରିବେ। ମହିଳାମାନଙ୍କ ମଧ୍ୟରେ ଥିବା କ୍ଷମତା କିମ୍ବା ପ୍ରତିଭା ବିଷୟରେ କେବେ ସନ୍ଦେହ ନଥିଲା। ଏକମାତ୍ର ଅଭାବ ହେଉଛି ସଠିକ୍ ‘ସୁଯୋଗ’ । ମହିଳାମାନେ ବର୍ତ୍ତମାନ ପ୍ରଯୁକ୍ତିବିଦ୍ୟା ଏବଂ ଅର୍ଥନୀତି ଠାରୁ ଉତ୍ପାଦନ ଏବଂ ନବସୃଜନ ଶକ୍ତି ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ଅଗ୍ରଣୀ ଅଛନ୍ତି। ସଠିକ୍ ସୁଯୋଗ ମିଳିଲେ, ସେମାନେ କାମ କରିବାକୁ ବାଛିଥିବା ଯେକୌଣସି କ୍ଷେତ୍ରରେ…
ଉତ୍କର୍ଷ ଓଡ଼ିଶା ସମ୍ମିଳନୀ-୨୦୨୫: ଓଡ଼ିଶାରେ ଏବେ ପୁଞ୍ଜି ନିବେଶ ପାଇଁ ଅନୁକୂଳ ସମୟ ସୃଷ୍ଟି ହୋଇଛି। ରାଜ୍ୟରେ ପୁଞ୍ଜି ନିବେଶ କରିବାକୁ ଏବେ ସମସ୍ତେ ଆଗ୍ରହ ପ୍ରକାଶ କରୁଛନ୍ତି। ଉତ୍କୃଷ୍ଟ କଳାର ପ୍ରଦେଶ ଓଡ଼ିଶାକୁ ଆଜି ଉତ୍କର୍ଷ ଓଡ଼ିଶାରେ ପରିଣତ କରିବାକୁ ଆନ୍ତରିକ ପ୍ରୟାସ ଜାରି ରଖିବା ନିମନ୍ତେ ସମସ୍ତ ସହଭାଗୀମାନଙ୍କୁ ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ଧନ୍ୟବାଦ ଦେଇଛନ୍ତି । ଉତ୍କର୍ଷ ଓଡ଼ିଶା ସମ୍ମିଳନୀ-୨୦୨୫ ଅବସରରେ ଆୟୋଜିତ “କେମିକାଲ, ପେଟ୍ରୋ କେମିକାଲ ଓ ପ୍ଲାଷ୍ଟିକ୍” ଶୀର୍ଷକ ଆଲୋଚନା ଚକ୍ର ଅବସରରେ ପୁଞ୍ଜି ନିବେଶକ ଓ ଶିଳ୍ପ ସଂସ୍ଥାର ପ୍ରତିନିଧିମାନଙ୍କୁ ଉଦବୋଧନ ଦେବା ଅବସରରେ ଉପ-ମୁଖ୍ୟମନ୍ତ୍ରୀ ଶ୍ରୀ ପରିଡ଼ା କହିଥିଲେ ଯେ, ଓଡ଼ିଶା ଆଜି କେମିକାଲ, ପେଟ୍ରୋ-କେମିକାଲ ଏବଂ ପ୍ଲାଷ୍ଟିକ ଶିଳ୍ପ କ୍ଷେତ୍ରରେ ବ୍ୟାପକ ଅଗ୍ରଗତି କରୁଛି ଏବଂ ଦେଶ ବିଦେଶର ପୁଞ୍ଜି ନିବେଶକାରୀଙ୍କୁ ଆକୃଷ୍ଟ କରୁଛି । ଓଡ଼ିଶା ଆଜି କେବଳ ଦେଶ ମଧ୍ୟରେ ଶିଳ୍ପ ଉତ୍ପାଦନକୁ ପହଁଚାଇପାରିଛି,…
ଭୁବନେଶ୍ବର: ବହୁ ଚର୍ଚ୍ଚିତ ନବ ଦାସ ହତ୍ୟାକାଣ୍ଡର ଏକ ନୂଆ ମୋଡ ନେଇଛି। ତାହା ହେଲା ଏହି ହତ୍ୟାକାଣ୍ଡର ତଦନ୍ତ ପାଇଁ ତାଙ୍କ ଝିଅ ଦୀପାଳି ଦାସ ସିବିଆଇ ତଦନ୍ତ ପାଇଁ ଚିଠି ଲେଖିବେ। ବହୁଦିନ ଧରି ସିବିଆଇ ତଦନ୍ତ ନେଇ ହୋଇଥିବା ଦାବୀକୁ ସେ ଗ୍ରହଣ କରି ଆଜି ଏହି ବଡ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ, ବାପାଙ୍କ ହତ୍ୟାକାଣ୍ଡ ସିବିଆଇ ତଦନ୍ତ ହେଉ ବୋଲି ବିଭିନ୍ନ ମହଲରେ ଦାବୀ ହେଉଛି। ଆମ ପରିବାର ତରଫରୁ ଚିଠି ଲେଖିଲେ ତାହା ସମ୍ଭବ ହେବ ବୋଲି କୁହାଯାଉଛି। ତାହାକୁ ଗ୍ରହଣ କରି ଆମେ ଏହି ହତ୍ୟାକାଣ୍ଡର ସିବିଆଇ ତଦନ୍ତ ପାଇଁ ଚିଠି ଲେଖିବୁ ବୋଲି ଦୀପାଳି ବଡ ବୟାନ ଦେଇଛନ୍ତି। ଠିକ ଦୁଇ ବର୍ଷ ତଳେ ଆଜିର ଦିନରେ ସେତେବେଳର ସ୍ବାସ୍ଥ୍ୟମନ୍ତ୍ରୀ ନବ ଦସଙ୍କୁ ହତ୍ୟା କରାଯାଇଥିଲା।
ଭୁବନେଶ୍ବର: ଆଜି ଉତ୍କର୍ଷ ଓଡିଶା ସମ୍ମିଳନୀର ପ୍ରଧମ ଦିନରେ ଏକାଥରେ 54 ଟି ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି। ଏହି ସୂଚନା ଦେଇଛନ୍ତି ଶିଳ୍ପ ବିଭାର ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା। ସେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ବର୍ତ୍ତମାନ ଓଡିଶାକୁ ପ୍ରଥମ ଦିନରେ ପ୍ରାୟ 4 ଲକ୍ଷ କୋଟି ଟଙ୍କାର ନିବେଶ ଆସିସାରିଲାଣି। ଏହା ମଧ୍ୟରେ ସର୍ବାଧିକ ପୁଂଜି ନିବେଶ ଆସିଛି ଆଦାନୀ ଗ୍ରୁପ ତରଫରୁ। ଏହି କଂପାନୀ ଓଡିଶାରେ 2 ଲକ୍ଷ କୋଟି ଟଙ୍କାର ପୁଂଜି ବିନିଯୋଗ କରିବ ବୋଲି ଘୋଷଣା କରିଛି। କଂପାନୀ ଓଡିଶା ସିମେଣ୍ଟ, ଶକ୍ତି, ଆଲମ୍ୟୁନା ଏବଂ ଶିଳ୍ପ ପାର୍କ ନିର୍ମାଣ ଯୋଜନା କରିଛି। ସେହିପରି ଜିନ୍ଦଲ କଂପାନୀ ମଧ୍ୟ ତାହାର କ୍ଷମତା ବୃଦ୍ଧି କରିବା ପାଇଁ ବୁଝାମଣା ସ୍ବାକ୍ଷର କରିଛି। ସେହିପରି କେନ୍ଦୁଝରରେ କଂପାନୀ ଏକ 5 ମେଟ୍ରିକ ଟନ କ୍ଷମତା ପ୍ରାପ୍ତ ନୂଆ ଇସ୍ପାତ କାରଖାନା କରିବାକୁ ମଧ୍ୟ…
ଭୁବନେଶ୍ବର: ପୂର୍ବତନ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନଙ୍କୁ ଏୟାର ଲିଫ୍ଟରେ ହାଇଦ୍ରାବାଦ ସ୍ଥାନାନ୍ତରିତ କରାଯାଇଛି। ସେ କିଛିଦିନ ତଳେ ପୁଣିଥରେ ଅସୁସ୍ଥ ହୋଇପଡିବାରୁ ତାଙ୍କୁ ଭୁବନେଶ୍ବର ଏକ ଘରୋଇ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରୁ ତାଙ୍କୁ ଅଧିକ ଚିକିତ୍ସା ପାଇଁ ଆଜି ଅପରାହ୍ନରେ ତାଙ୍କୁ ଏୟାର ଲିଫ୍ଟ କରାଯାଇ ହାଇଦ୍ରାବାଦ ନିଆଯାଇଛି। ଚାରିମାସ ତଳେ ସେ ଅସୁସ୍ଥ ହୋଇ ପଡିଥିଲେ। ତାଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଥିଲା। କିଛିଦିନ ପରେ ସୁସ୍ଥ୍ୟ ହେବା ପରେ ସେ ଡାକ୍ତରଖାନାରୁ ଡିସଚାର୍ଯ୍ୟ ହୋଇଥିଲେ। ଏହାପରେ ସେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଆସୁଛନ୍ତି। ସେ ଛତିଶଗଡ ରାଜ୍ୟପାଳ ପଦବୀରୁ ଅବସର ନେବା ପରେ ବର୍ତ୍ତମାନ ଭୁବନେଶ୍ବରରେ ରହୁଛନ୍ତି।
ଭୁବନେଶ୍ବର: ସୁଭଦ୍ରା ଯୋଜନାର ପ୍ରଥମ ପର୍ଯ୍ୟାୟର ଚତୁର୍ଥ କିସ୍ତି ପାଇବାକୁ ବଞ୍ଚିତ ହୋଇଛନ୍ତି ସେମାନଙ୍କ ପାଇଁ ବଡ ଖବର। ଏହିମାନେ ବ୍ୟାଙ୍କ ସହିତ ଯୋଗାଯୋଗ କରି NPCI କରନ୍ତୁ। ଏହି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। ସେ କହିଛନ୍ତି ରାଜ୍ୟର ସମସ୍ତ ବ୍ୟାଙ୍କକୁ ଦୁଇଦିନ ପାଇଁ ଏହି ସୁଭଦ୍ରା କାର୍ଯ୍ୟ କରିବାକୁ ସ୍ବତନ୍ତ୍ର ବ୍ୟବସ୍ଥା ନିମନ୍ତେ କୁହାଯାଇଛି। ସେଥିପାଇଁ ଆସନ୍ତା 29 ଓ 30 ତାରିଖ ଦୁଇଦିନ ସ୍ବତନ୍ତ୍ର ଡେସ୍କ କରି ହିତାଧିକାରୀଙ୍କ NPCI କରିବାକୁ କୁହାଯାଇଛି। ଏହି NPCI ପାଇଁ ନିଜେ ହିତାଧିକାରୀ ବ୍ୟାଙ୍କ ଯାଇ ଏହି କାର୍ଯ୍ୟ କରିବାକୁ ପଡିବ। ସେମାନେ KYC କରିଥିଲେ ମଧ୍ୟ NPCI ଲିଙ୍କ ନ ଥିବାରୁ ସେମାନଙ୍କ ନିକଟକୁ ଟଙ୍କା ଯାଇପାରିବ ନାହିଁ। ଏହି ଦୁଇଦିନ ପାଇଁ ବ୍ୟାଙ୍କ ସ୍ବତନ୍ତ୍ର ବ୍ୟବସ୍ଥା କରିବାକୁ କୁହାଯାଇଛି। ସେମାନେ ସ୍ବତନ୍ତ୍ର ଡେସ୍କ କରି ସେଠାରେ ସୁଭଦ୍ରା ବ୍ୟାନରେ ଲଗାଇବା ପାଇଁ ଅନୁରୋଧ କରାଯାଇଛି। ସେହି…

