ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ୪ ହଜାର ୨୭୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି, ଯାହା ପରେ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪ କୋଟି ୪୫ ଲକ୍ଷ ୮୩ ହଜାର ୩୬୦ କୁ ବୃଦ୍ଧି ହୋଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ଵାରା ଆଜି ସକାଳ ୮ ଟାରେ ପ୍ରକାଶିତ ତଥ୍ୟ ଅନୁଯାୟୀ ଦେଶରେ ସଂକ୍ରମଣ ହେତୁ ୨୭ ଜଣଙ୍କ ମୃତ୍ୟୁ ହୋଇଛି। ଯାହାପରେ ମୋଟ ମୃତ୍ୟୁ ସଂଖ୍ୟା ୫ ଲକ୍ଷ ୨୮ ହଜାର ୬୧୧ କୁ ବୃଦ୍ଧି ପାଇଛି।
Author: Samikhsya Bureau
ନୂଆଦିଲ୍ଲୀ: ଇସଲାମିକ୍ ସଂଗଠନ ପପୁଲାର୍ ଫ୍ରଣ୍ଟ ଅଫ୍ ଇଣ୍ଡିଆ (ପିଏଫ୍ଆଇ) ର ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲ ଉପରେ ପ୍ରତିବନ୍ଧକ ଲଗାଯାଇଛି। ଏହି ସଂଗଠନକୁ ଭାରତ ସରକାର (GOI) ନିଷେଧ କରିବା ପରେ ଟ୍ୱିଟର ଏହି ପଦକ୍ଷେପ ନେଇଛି। ଏକ ଆଇନଗତ ଚାହିଦାକୁ ଦୃଷ୍ଟିରେ ରଖି ଭାରତରେ PFI ଅଫିସିଆଲ୍ (@PFIOofficial) ଆକାଉଣ୍ଟକୁ ସ୍ଥଗିତ ରଖାଯାଇଛି ବୋଲି ଟ୍ୱିଟର ଲେଖିଛି। ଭାରତ ସରକାର ମଙ୍ଗଳବାର ଦିନ ବିଳମ୍ବିତ ରାତିରେ PFI ଉପରେ ନିଷେଧାଦେଶ ଜାରି କରିଛନ୍ତି। ବେଆଇନ କାର୍ଯ୍ୟକଳାପ ଅଧିନିୟମ ଅନୁଯାୟୀ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଦେଶରେ PFI ଉପରେ ପ୍ରତିବନ୍ଧକ ଲଗାଇଛି। ସରକାର ଦେଶର ବିଭିନ୍ନ ରାଜ୍ୟକୁ PFI ବିରୋଧରେ ପଦକ୍ଷେପ ନେବାକୁ କହିଛନ୍ତି। କେନ୍ଦ୍ର ସରକାରଙ୍କ ଦ୍ୱାରା ନିଷିଦ୍ଧ ହୋଇଥିବା PFI କୁ କେରଳ ଏବଂ ତାମିଲନାଡୁ ସରକାର ମଧ୍ୟ ନିଷିଦ୍ଧ କରିଛନ୍ତି। କେରଳ ଏବଂ ତାମିଲନାଡୁ ସରକାର PFI ଏବଂ ଏହାର ଅନୁବନ୍ଧିତ ସଂଗଠନର ତାଲିକା ପ୍ରକାଶ କରିଛନ୍ତି…
ଭୁବନେଶ୍ବର: ଗତକାଲି ରାଜ୍ୟରେ ୨୦୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଆଉ ୧୮୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବ ଆଜି ୧୮୦ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୦-୧୮ ବର୍ଷର ୩୧ ଜଣ ପିଲା ଥିବା ବେଳେ କ୍ୱାରେଣ୍ଟାଇନରୁ ୧୦୬ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୭୪ ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା… ବାଲେଶ୍ଵର ଜିଲ୍ଲାରୁ- ୧୧ ବରଗଡ ଜିଲ୍ଲାରୁ- ୪ ବଲାଙ୍ଗୀରି ଜିଲ୍ଲାରୁ- ୪ କଟକ ଜିଲ୍ଲାରୁ- ୨୬ ଦେବଗଡ ଜିଲ୍ଲାରୁ- ୧ ଗଜପତି ଜିଲ୍ଲାରୁ- ୧ ଜଗତସିଂହପୁର ଜିଲ୍ଲାରୁ- ୭ ଯାଜପୁର ଜିଲ୍ଲାରୁ- ୫ କନ୍ଧମାଳ ଜିଲ୍ଲାରୁ- ୩ କେନ୍ଦ୍ରାପଡା ଜିଲ୍ଲାରୁ- ୧ କେନ୍ଦୁଝର ଜିଲ୍ଲାରୁ- ୨ ଖୋର୍ଦ୍ଧା ଜିଲ୍ଲାରୁ- ୨୪ କୋରାପୁଟ ଜିଲ୍ଲାରୁ- ୫ ମୟୂରଭଞ୍ଜ ଜିଲ୍ଲାରୁ- ୯ ନବରଙ୍ଗପୁର ଜିଲ୍ଲାରୁ- ୩ ନୟାଗଡ ଜିଲ୍ଲାରୁ- ୪ ନୂଆପଡା ଜିଲ୍ଲାରୁ- ୧ ପୁରୀ ଜିଲ୍ଲାରୁ- ୧୫ ରାୟଗଡା…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଆୟୋଜିତ ହେବାକୁ ଥିବା ଭବ୍ୟ ଉଦଘାଟନୀ ସମାରୋହରେ ୩୬ତମ ଜାତୀୟ କ୍ରୀଡାର ଶୁଭାରମ୍ଭ କରିବେ। ଜାତୀୟ କ୍ରୀଡାରେ ଭାଗ ନେଇଥିବା ଦେଶର ବିଭିନ୍ନ ସ୍ଥାନର କ୍ରୀଡାବିତମାନଙ୍କୁ ପ୍ରଧାନମନ୍ତ୍ରୀ ଅଭିଭାଷଣ ପ୍ରଦାନ କରିବେ। କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରୀ ଅନୁରାଗ ଠାକୁର ଓ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଉଦଘାଟନୀ ସମାରୋହରେ ସାମିଲ ହେବେ। ଗୁଜୁରାଟରେ ପ୍ରଥମ ଥର ପାଇଁ ଜାତୀୟ କ୍ରୀଡା ଆୟୋଜିତ ହେଉଛି। ଏହା ସେପ୍ଟେମ୍ବର ୨୯ରୁ ଅକ୍ଟୋବର ୧୨, ୨୦୨୨ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ସାରା ଦେଶର ପ୍ରାୟ ୧୫ ହଜାର କ୍ରୀଡାବିତ, କୋଚ ଓ ଅଧିକାରୀ ୩୬ଟି କ୍ରୀଡା ଶୃଙ୍ଖଳାରେ ଭାଗ ନେବା ଦ୍ୱାରା ଏହା ଏପର୍ଯ୍ୟନ୍ତ ଆୟୋଜିତ ସବୁଠାରୁ ବଡ ଜାତୀୟ କ୍ରୀଡା ପାଲଟିବ। ଅହମ୍ମଦାବାଦ, ଗାନ୍ଧିନଗର, ସୁରତ, ଭଦୋଦରା, ରାଜକୋଟ ଓ ଭାବନଗର ଆଦି ଛଅଟି ସହରରେ କ୍ରୀଡା ଇଭେଣ୍ଟଗୁଡିକ…
ଭୁବନେଶ୍ୱର: ଏହାର ପ୍ରଥମ ଦଶନ୍ଧିର ଚମତ୍କାର ଯାତ୍ରାର ସଫଳ କାହାଣୀରେ ଚଳିତ ମାସ ଏମ୍ସ ଭୁବନେଶ୍ବର ପାଇଁ ଜାତୀୟ ସ୍ତରରେ ଆଣି ଦେଇଛି କୃତିତ୍ବପୂର୍ଣ୍ଣ ଖବର। ଏହି ଜାତୀୟ ସ୍ବାସ୍ଥ୍ୟ ପ୍ରତିଷ୍ଠାନର ୬ଜଣ ଆବାସିକ ଡାକ୍ତରୀ ଛାତ୍ର ତିନି ଭିନ୍ନ ଭିନ୍ନ ଜାତୀୟ ଶୈକ୍ଷିକ କାର୍ଯ୍ୟକ୍ରମର ସଂପୃକ୍ତ ବିଭାଗରେ ପ୍ରଥମ ସ୍ଥାନ ଅଧିକାର କରି ଗୌରବ ଆଣିଛନ୍ତି। ଏମ୍ସ ଭୁବନେଶ୍ୱର ପିଏମଆର (ଫିଜିକାଲ ମେଡିସିନ୍ ଏବଂ ପୁନର୍ବାସ) ବିଭାଗର ଜୁନିୟର୍ ରେସିଡେଣ୍ଟ୍ ଡ. ଦେବାଞ୍ଜନ ବରାଳ ଏବଂ ଡ. ସୌଭିକ୍ ଭଟ୍ଟାଚାର୍ଜୀଙ୍କୁ ନେଇ ଗଠିତ ଟିମ୍ ଏମ୍ସ ନାଗପୁରରେ ଅନୁଷ୍ଠିତ ଆଇଏପିଏମ୍ଆର (ଇଣ୍ଡିଆନ୍ ଆସୋସିଏସନ୍ ଅଫ୍ ଫିଜିକାଲ୍ ମେଡିସିନ୍ ଏବଂ ପୁନର୍ବାସ)ର ମିଡ୍ଟର୍ମ ସିଏମ୍ଇରେ ଆୟୋଜିତ କୁଇଜ୍ (ଅଫଲାଇନ୍ ମୋଡ୍) ରେ ପ୍ରଥମ ସ୍ଥାନ ଅଧିକାର କରିଛି। ଜାତୀୟସ୍ତରୀୟ କୁଇଜ୍ରେ କ୍ରମାଗତଭାବେ ଦ୍ୱିତୀୟ ଥର ପାଇଁ ଏମ୍ସ ଭୁବନେଶ୍ବର ପିଆରଏମ୍ର ଟିମ୍ ଚାମ୍ପିଅନ୍ ହୋଇ ଇତିହାସ ସୃଷ୍ଟି କରିଛି। ଚଳିତ ବର୍ଷ…
ଭୁବନେଶ୍ଵର: ଦିନକୁ ଦିନ ହୃଦରୋଗୀଙ୍କ ସଂଖ୍ୟା ବଢ଼ୁଛି। ସାରା ବିଶ୍ୱ ପାଇଁ ଏହା ଏବେ ଏକ ଚିନ୍ତାର କାରଣ ପାଲଟିଛି। ତେବେ ହୃଦରୋଗ କଣ, ଏହା କିପରି ହୁଏ ଓ ଏହାର ନିରାକରଣ ପାଇଁ କଣ କରାଯାଇପାରିବ, ସେନେଇ ଚିନ୍ତାପ୍ରକଟ କରିଛନ୍ତି ବରିଷ୍ଠ ହୃଦରୋଗ ବିଶେଷଜ୍ଞ। ଆଜି ବିଶ୍ୱ ହୃଦୟ ଦିବସ ଥିବା ବେଳେ ଗତକାଲି ଓଡିଶାର ପ୍ରଖ୍ୟାତ ହୃଦରୋଗ ଚିକିତ୍ସାକେନ୍ଦ୍ର କାର୍ଡିଓ କେୟାର ସେଣ୍ଟର ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଥିଲା। ସିସିସି ପରିସରରେ ଆୟୋଜିତ ଏହି ସମ୍ମିଳନୀରେ ବରିଷ୍ଠ ହୃଦରୋଗ ବିଶେଷଜ୍ଞ ଡା. ଜେ କେ ପାଢ଼ୀ ହୃଦରୋଗ ନେଇ ଚିନ୍ତାପ୍ରକଟ କରିବା ସହ ଏ ସମ୍ପର୍କରେ ବିସ୍ତୃତ ସମୀକ୍ଷା କରିଥିଲେ। ପ୍ରତିବର୍ଷ ସେପ୍ଟେମ୍ବର ୨୯ ତାରିଖରେ ବିଶ୍ୱ ହୃଦୟ ଦିବସ ପାଳନ କରାଯାଏ। ୱାର୍ଲ୍ଡ ହାର୍ଟ ଫେଡେରେସନ ତରଫରୁ ଏହି ଦିବସ ପାଳନ କରାଯାଉଛି। ଏବର୍ଷର ଥିମ ରହିଛି – ୟୁଜ୍ ୟୋର୍ ହାର୍ଟ ଟୁ…
ଡକ୍ଟର ସତ୍ୟ ଷଡଙ୍ଗୀ ପନ୍ଦର ହଜାର ବାଣପୁର ବାସୀ ବାଟ ରହିଥିଲେ ଚାହିଁ, ବିଜେ ହେବେ ଆସି ନିଖିଳ ଭାରତ ସ୍ୱରାଜ ସମର–ସାଇଁ। ସେଦିନ ଥିଲା ୧୯୨୭ ମସିହା ଡିସେମ୍ବର ୮ ତାରିଖ। ଅବିଭକ୍ତ ପୁରୀ ଜିଲ୍ଲାର ଦକ୍ଷିଣାଞ୍ଚଳ କେନ୍ଦ୍ର ବାଣପୁରକୁ ମହାତ୍ମା ଗାନ୍ଧୀ ଶୁଭାଗମନ କରିଥିଲେ। ‘ଉତ୍କଳ ଦୀପିକା’ ଲେଖିଛନ୍ତି “ଆଠ ତାରିଖ ଦିନ ମହାତ୍ମାଜୀ ବାଣପୁରକୁ ଶୁଭାଗମନ କରି ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ଘରେ ଅତିଥି ହୋଇଥିଲେ। ସେଦିନ ଉପରବେଳା ବାଲୁକେଶ୍ୱରଙ୍କ ଆମ୍ବ ବଗିଚାରେ ଏକ ବିରାଟ ସଭା ହୋଇଥିଲା। ସଭାରେ ଯୋଗଦେଲେ ଗୁଳି କରାଯିବ ବୋଲି ପୁଲିସ କର୍ମଚାରୀମାନେ ମଫସଲ ଗାଁମାନଙ୍କରେ ପ୍ରଚାର କରିଥିଲେ ସୁଦ୍ଧା ସେଦିନ ହିନ୍ଦୁ, ମୁସଲମାନ, ଆଦିମ ଓ ଅସ୍ପୃଶ୍ୟ ଆଦି ପ୍ରାୟ ୪ ହଜାର ଲୋକ ଉପସ୍ଥିତ ହୋଇଥିଲେ।” ସଭାରେ ଜନତା ତରଫରୁ ପଣ୍ଡିତ ଗୋଦାବରୀଶ ମିଶ୍ର ମହାତ୍ମାଙ୍କ ଉଦ୍ଦେଶ୍ୟରେ ଅଭିନନ୍ଦନ ପତ୍ର ପାଠ କରିଥିଲେ। ଗାନ୍ଧିଜୀଙ୍କ ବ୍ୟକ୍ତିତ୍ୱରେ ବିଦ୍ୟମାନ ଥିବା…
ବେଙ୍ଗାଲୁରୁ/ ଭୁବନେଶ୍ବର: ଓଡିଶା ସରକାର ଏବଂ ଫିକି ସହଯୋଗରେ ଆଜି ଓଡିଶା ଇନଭେଷ୍ଟରସ ମିଟ୍ ବେଙ୍ଗାଲୁରୁରେ ଆୟୋଜିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ଏକ ବଡ ପ୍ରତିନିଧି ଦଳ ବେଙ୍ଗାଲୁରୁ ଗସ୍ତ କରିଥିଲେ। ଏହି ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ସମ୍ବୋଧିତ କରିଥିଲେ।ଏହି ବୈଠରେ ପ୍ରାୟ ୪୦୦ ନିବେଶକାରୀ ଯୋଗ ଦେଇଥିଲେ। ଏହି ବୈଠକରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ,ଓଡ଼ିଶା ଭାରତର ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି ମଧ୍ୟରୁ ଅନ୍ୟତମ ଏବଂ ଗତ ଦଶନ୍ଧି ମଧ୍ୟରେ ଜାତୀୟ ହାରଠାରୁ କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି। ଆମର ପ୍ରାକୃତିକ ସମ୍ପଦର ସୁବିଧା ଏବଂ ରଣନୈତିକ ଅବସ୍ଥାନ ହେତୁ ଆମେ ଭାରତର ଏକ ପ୍ରମୁଖ ଶିଳ୍ପ ରାଜ୍ୟ ଭାବରେ ଉଦୀୟମାନ ହେଉଛୁ। ଓଡିଶାର ପ୍ରଚୁର ପ୍ରାକୃତିକ ସମ୍ପଦ, କୁଶଳୀ ଏବଂ ଉତ୍ପାଦନକାରୀ ମାନବ ସମ୍ବଳ, ପ୍ରଗତିଶୀଳ ନୀତି ଏବଂ ଦୃଢ ଫଳାଫଳ-ଆଧାରିତ ଶାସନ ଏକ ନିଆରା ଇକୋସିଷ୍ଟମ ଯୋଗାଉଛି। ଜୀବନ୍ତ ଉତ୍ପାଦନ ପୁଞ୍ଜିନିବେଶ ଦୃଷ୍ଟିରୁ ଆଜି…
ସୁନ୍ଦରଗଡ଼: ମିଳିତ ଜାତିସଂଘ ପକ୍ଷରୁ ପ୍ରସ୍ତୁତ “ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ” ୨୦୩୦ର ଓଡ଼ିଶାରେ ସଫଳ ରୂପାୟନ ଲାଗି ରାଜ୍ୟ ସରକାର ବିଶେଷ ପଦକ୍ଷେପ ନେଉଛନ୍ତି। ଏନେଇ ଯୋଜନା ଏବଂ ସଂଯୋଜନ ବିଭାଗ ପକ୍ଷରୁ ପ୍ରତ୍ୟେକ ଜିଲ୍ଲାର କ୍ଷେତ୍ରସ୍ତରୀୟ ଅଧିକାରୀମାନଙ୍କୁ ନେଇ ଏକ ସ୍ୱତନ୍ତ୍ର କର୍ମଶାଳା କରାଯିବ। ପାଇଲଟ୍ କାର୍ଯ୍ୟକ୍ରମ ଭାବେ ସୁନ୍ଦରଗଡ଼ଠାରେ ଏହି ଦୁଇଦିନିଆ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଜନସମୁଦାୟ ପାଇଁ ଦୀର୍ଘସ୍ଥାୟୀ ଆର୍ଥିକ, ସାମାଜିକ ଓ ପାରିବେଶିକ ବିକାଶକୁ ସୁନିଶ୍ଚିତ କରିବା ପାଇଁ ମିଳିତ ଜାତିସଂଘ ପକ୍ଷରୁ ୨୦୧୫ ମସିହାରେ ୧୭ଟି ପ୍ରମୁଖ ଲକ୍ଷ୍ୟକୁ “ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ” ବା ଏସଡିଜି ଭାବେ ଚିହ୍ନଟ କରାଯାଇଛି। ସେହି ଲକ୍ଷ୍ୟଗୁଡ଼ିକୁ ୨୦୩୦ ସୁଦ୍ଧା ହାସଲ କରିବା ଲାଗି ରାଜ୍ୟ ସରକାର ଆବଶ୍ୟକ ଖସଡ଼ା ଓ ପଦକ୍ଷେପ ନେଉଛନ୍ତି। ସୁନ୍ଦରଗଡ଼ ଜିଲ୍ଲା ପଞ୍ଚାୟତ ସାଧନ କେନ୍ଦ୍ରଠାରେ ଚାଲିଥିବା ଏହି ଦୁଇଦିନିଆ ସାମର୍ଥ୍ୟ ବିକାଶ ତାଲିମ କାର୍ଯ୍ୟକ୍ରମ ବୁଧବାର ଦିନ ଶେଷ ହୋଇଛି। ମଙ୍ଗଳବାର…
ଜୀବନଶୈଳୀ: ମହାତ୍ମା ଗାନ୍ଧୀଙ୍କୁ ବାପୁ ବୋଲି ବିଶ୍ୱ ଜାଣେ। ବାପୁଙ୍କ ଆଦର୍ଶ, ଅହିଂସା ଏବଂ ସତ୍ୟକୁ ଅନୁସରଣ କରିବାର ଗୁରୁତ୍ୱ ପ୍ରତିବର୍ଷ ବିଦ୍ୟାଳୟରେ ପିଲାମାନଙ୍କୁ ପଢାଯାଇଥାଏ। କିନ୍ତୁ, ଆହୁରି ଅନେକ ଜୀବନ ଶିକ୍ଷା ଅଛି ଯାହା ପିଲାମାନଙ୍କୁ ଶିକ୍ଷା ଦିଆଯାଇପାରେ। ପ୍ରତିବର୍ଷ ଅକ୍ଟୋବର ୨ ତାରିଖରେ ମହାତ୍ମା ଗାନ୍ଧୀଙ୍କ ଜନ୍ମ ତାରିଖ ଭାବରେ ପାଳନ କରାଯାଏ। ବାପୁ ୧୯୮୯ ରେ ଗୁଜୁରାଟର ପୋରବନ୍ଦରରେ ଜନ୍ମଗ୍ରହଣ କରିଥିଲେ ଏବଂ ଜୀବନର ୨୧ ବର୍ଷ ଦକ୍ଷିଣ ଆଫ୍ରିକାରେ ବିତାଇଥିଲେ। ନିମ୍ନଲିଖିତ ବିଷୟଗୁଡ଼ିକ ବାପୁଙ୍କ ଜୀବନ ସହିତ ଜଡିତ ଏବଂ ବାପୁଙ୍କ ଦ୍ଵାରା ଶିଖାଯାଇଥିବା ଆଦର୍ଶ, ଯାହାକୁ ଆପଣ ମଧ୍ୟ ନିଜ ପିଲାମାନଙ୍କୁ ଶିଖାଇ ପାରିବେ। ମହାତ୍ମା ଗାନ୍ଧୀଙ୍କ ଜୀବନ ଶିକ୍ଷା: ଅହିଂସା ଅହିଂସା ପରାମୋ ଧର୍ମର ଆଦର୍ଶ ଅନୁସରଣ କରିଥିବା ଗାନ୍ଧିଜୀ ବିଶ୍ୱାସ କରୁଥିଲେ ଯେ, ହିଂସା କୌଣସି ଜିନିଷର ସମାଧାନ ହୋଇପାରିବ ନାହିଁ। ଯଦି କୌଣସି ଅସୁବିଧା କିମ୍ବା ବିବାଦ ଅଛି, ତେବେ…
ମେଷ: ବିନିଯୋଗର ସୁଖଦ ଫଳାଫଳ ମିଳିବ। ଅପ୍ରତ୍ୟାଶିତ ଲାଭ ହୋଇପାରେ। ଯେତେବେଳେ କୈଣସି ବଡ଼ ପ୍ରତିବନ୍ଧକ ଦୂର ହୁଏ ସେତେବେଳେ ସୁଖ ମିଳିବ। ରୋଜଗାର ପାଇବା ପାଇଁ ପ୍ରୟାସ ସଫଳ ହେବ। ବ୍ୟବସାୟ ଯାତ୍ରା ସଫଳ ହେବ। ଭାଗ୍ୟ ଆପଣଙ୍କୁ ସମର୍ଥନ କରିବ। ଏକ ପୁରୁଣା ରୋଗ ପୁନର୍ବାର ହୋଇପାରେ। ବିବାଦ କାରଣରୁ ଦ୍ୱନ୍ଦ୍ୱ ସମ୍ଭବ। କାରବାରକୁ ଶୀଘ୍ର କର ନାହିଁ। ବୃଷ: ମୂଲ୍ୟବାନ ଜିନିଷକୁ ସୁରକ୍ଷିତ ରଖନ୍ତୁ। ବ୍ୟବସାୟ ଭଲ ହେବ। ଆୟ ଜାରି ରହିବ। ବ୍ୟସ୍ତ ରହିବେ। ଅପ୍ରତ୍ୟାଶିତ ଖର୍ଚ୍ଚ ଆସିବ। ଆପଣଙ୍କୁ ଏକ ଋଣ ନେବାକୁ ପଡିପାରେ। ତୁମର ବକ୍ତବ୍ୟକୁ ନିୟନ୍ତ୍ରଣ କର। ଅନ୍ୟମାନଙ୍କଠାରୁ ଆଶା ପୂରଣ ନ କରିବାରୁ ଦୁଃଖ ହେବ। କାର୍ଯ୍ୟ ବିଳମ୍ବ ହେବ। ସ୍ୱାସ୍ଥ୍ୟ ଦୁର୍ବଳ ହେବ। ପାରିବାରିକ ଚିନ୍ତା ରହିବ। ମିଥୁନ: ବ୍ୟବସାୟ ଯାତ୍ରା ସଫଳ ହେବ। ଖରାପ ଟଙ୍କା ପୁନରୁଦ୍ଧାର ହୋଇପାରିବ। ଲାଭ ସୁଯୋଗ ଆସିବ। ଭାଗ୍ୟ ତୁମ ସହିତ ରହିବ। ବ୍ୟବସାୟରେ ଅଭିବୃଦ୍ଧି…
ଭୁବନେଶ୍ବର: ଆଜି ଓଡିଶା ରାଜନୀତିରେ ସୃଷ୍ଟି ହେବ କମ୍ପନ। ସାଧାରଣ ନିର୍ବାଚନ ତଥା ଓଡିଶା ବିଧାନସଭା ନିର୍ବାଚନ ପାଖେଇ ଆସୁଥିବାରୁ ରାଜ୍ୟ ରାଜନୀତିରେ ତାତିବାରେ ଲାଗିଛି। ହେଲେ ଆଜି ଏହି ତାତି ବେଶ ଅଧିକ ଅନୁଭୂତ ହେବ। କାରଣ ଆଜି ଉଭୟ ବିଜେଡି ଓ ବିଜେପି ମୁହାଁମୁହିଁ ହେବେ। ଗୋଟିଏ ପଟେ ନବୀନ ପଟ୍ଟନାୟକ ଅନ୍ୟପଟେ ଜେପି ନଡ୍ଡାଙ୍କ ସମାବେଶ ରାଜନୀତି ପାଣିପାଗରେ ଲଘୁଚାପ ସୃଷ୍ଟି କରିବ। ଆଜି ବିଜେଡି ବରମୁଣ୍ଡ ପଡିଆରେ ବିରାଟ ବୈଠକ କରୁଛି। ଯେଉଁଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେବେ। ଏଥିରେ ସମସ୍ତ ବିଧାୟକ ସାଂସଦ, ଛାମୁଆ ସଂଗଠନର ମୁଖିଆ ଏବଂ ଅନ୍ୟ ନିର୍ବାଚିତ ପ୍ରତିନିଧି ଯୋଗଦେବେ। ଏହି ବୈଠକ ଦୁଇ ଦିନ ଧରି ଚାଲିବ। ସେଥିପାଇଁ ବରମୁଣ୍ଡା ପଡିଆକୁ ସଜେଇ ଦିଆଯାଇଛି। ନବୀନ ନିବାସରୁ ବରମୁଣ୍ଡା ଏବଂ ରାଜଧାନୀର ଗଳିକନ୍ଦିରେ ଉଡୁଛି ବିଜେଡି ପତାକା। ସେହିପରି ଆଜି ବିଜେପି ମଧ୍ୟ ଭୁବନେଶ୍ବରର ଜନତା ମଇଦାନରେ ଅନୁରୂପ…
ନୂଆଦିଲ୍ଲୀ: ଆଜି ଦେଶ ସହିଦ ଭଗତ ସିଂଙ୍କ ଜନ୍ମ ବାର୍ଷିକୀ ପାଳନ କରୁଛି। ଆଜି ଭଗତ ସିଂଙ୍କ ୧୧୫ ତମ ଜନ୍ମ ବାର୍ଷିକୀ। କେବଳ ୨୩ ବର୍ଷ ବୟସରେ ଦେଶ ପାଇଁ ନିଜ ଜୀବନ ଦେଇଥିବା ଭଗତ ସିଂ ପ୍ରତ୍ୟେକ ଯୁବ ଭାରତୀୟଙ୍କ ପାଇଁ ପ୍ରେରଣାର ଉତ୍ସ, ସେ ନିଜ ଦେଶର ସ୍ୱାଧୀନତା ପାଇଁ ଲୋକଙ୍କ ମନରେ ଏତେ ଉତ୍ସାହ ଭରି ଦେଇଥିଲେ ଯେ, ବ୍ରିଟିଶ ଶାସନର ମୂଳ ଦୋହଲିଯାଇଥିଲା। ଏପରି ପରିସ୍ଥିତିରେ, ଆଜି ତାଙ୍କ ଜନ୍ମ ବାର୍ଷିକୀରେ, ଆସନ୍ତୁ ଜାଣିବା ତାଙ୍କ ୨୩ ବର୍ଷର ଜୀବନର ଗୁରୁତ୍ୱପୂର୍ଣ୍ଣ ଘଟଣା ଯାହା ଲୋକମାନଙ୍କ ମଧ୍ୟରେ ଦେଶପ୍ରେମର ଉତ୍ସାହ ସୃଷ୍ଟି କରିଥିଲା। ଭଗତ ସିଂ ଙ୍କ ସହିତ ଜଡିତ ୫ ଟି ଗୁରୁତ୍ୱପୂର୍ଣ୍ଣ ଜିନିଷ: – ଭଗତ ସିଂଙ୍କ ପିତାମାତା ତାଙ୍କୁ ବିବାହ କରିବାକୁ ଚାହୁଁଥିଲେ, କିନ୍ତୁ ଭଗତ ବିବାହ ବିରୋଧରେ ଥିଲେ। ସେ କହୁଥିଲେ ଯଦି ମୁଁ ପରାଧୀନ ଭାରତରେ…
ଭୁବନେଶ୍ବର: ଆଜି ସଂଧ୍ୟାରେ ଓଡିଶା ପ୍ରଦେଶ କଂଗ୍ରେସର ବରିଷ୍ଠ ନେତ୍ରୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ପତ୍ନୀ ଜୟନ୍ତୀ ପଟ୍ଟନାୟକଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ 90 ବର୍ଷ ବୟସ ହୋଇଥିଲା। ସେ ବୟସାଧିକ ରୋଗରେ ପିଡିତ ହୋଇ ପରଲୋକ ଗମନ କରିଛନ୍ତି। ଓଡିଶା ରାଜନୀତିରେ ଜଣେ ପ୍ରତିଷ୍ଠିତ ନେତ୍ରୀ ଥିଲେ ଜୟନ୍ତୀ ପଟ୍ଟନାୟକ। ସେ କଟକ ଏବଂ ବ୍ରହ୍ମପୁରରୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। ସେ ଜାତୀୟ ମହିଳା କମିଶନରର ପ୍ରଥମ ଅଧ୍ୟକ୍ଷା ହୋଇପାରିଥିଲେ। ୧୯୫୩ ମସିହାର ସେ ରାଜନେତା ଜାନକୀ ବଲ୍ଲଭ ପଟ୍ଟନାୟକଙ୍କୁ ବିବାହ କରିଥିଲେ। ପିଲାଦିନରୁ ପିତାଙ୍କଦ୍ୱାରା ଅନୁପ୍ରାଣୀତ ହୋଇ ସେ ରାଜନୀତିରେ ପ୍ରବେଶ କରିଥିଲେ । ସେ ୪ ଥର ସାଂସଦ ଭାବେ ଓଡ଼ିଶାରୁ ନିର୍ବାଚିତ ହୋଇଛନ୍ତି । ୧୯୮୧ ମସିହାରେ ପ୍ରଥମ ଓଡ଼ିଆ ମହିଳା ଭାବରେ ଲୋକସଭାକୁ ନିର୍ବାଚିତ ହୋଇଥିଲେ । ପୁନର୍ବାର ୧୯୮୪ ମସିହାରେ କଟକରୁ ଓ ୧୯୯୮ରେ…
ଭୁବନେଶ୍ବର: କଟକ ଜିଲ୍ଲା ଓଲଟପୁରସ୍ଥିତ ସ୍ବାମୀ ବିବେକାନନ୍ଦ ଜାତୀୟ ପୁନର୍ବାସ ପ୍ରଶିକ୍ଷଣ ଏବଂ ଗବେଷଣା ସଂସ୍ଥାନ (ଏସଭି ନିର୍ତାର) ଠାରେ ଆସନ୍ତା ୩୦ ତାରିଖ ଦିନ ୧୦୦ ଶଯ୍ୟା ବିଶିଷ୍ଟ ଏକ ଚିକିତ୍ସାଳୟ ଉଦଘାଟିତ ହେବ। ସାଂସଦ ଜେ.ପି. ନଡ୍ଡା ଏହି ପୁନର୍ବାସ ଚିକିତ୍ସାଳୟକୁ ଉଦଘାଟନ କରିବେ। ଏହି ଅବସରରେ କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରୀ ଡକ୍ଟର ବୀରେନ୍ଦ୍ର କୁମାର, କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ରେଳ, ସୂଚନା ପ୍ରଯୁକ୍ତି ଓ ଯୋଗାଯୋଗ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଓ ପଦାଧିକାରୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଅତିଥିମାନଙ୍କ ଦ୍ବାରା ଏସଭିନିର୍ତାର ପରିସରରେ ବୃକ୍ଷରୋପଣ, ସ୍ବାମୀ ବିବେକାନନ୍ଦଙ୍କ ପ୍ରତିମୂର୍ତ୍ତି ଅନାବରଣ ଏବଂ ଥେରାପି ପାର୍କ ଉଦଘାଟନ କରାଯିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି। ଏହାପରେ ଆୟୋଜିତ ଏକ ସଭାରେ ଅତିଥିମାନେ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି। ସୂଚନା…
ନୂଆଦିଲ୍ଳୀ: ଦେଶରେ ରାସାୟନିକ ସାରର ଉପଲବ୍ଧତା ବୃଦ୍ଧି ଏବଂ ଏ କ୍ଷେତ୍ରରେ ଦୀର୍ଘକାଳୀନ ଯୋଗାଣ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ପାଇଁ ଭାରତୀୟ ସାର କମ୍ପାନୀମାନେ ବିଶ୍ୱର ସର୍ବବୃହତ୍ ପଟାସ ଯୋଗାଣକାରୀ ସଂସ୍ଥା କାଡାନାର “ କାନପୋଟେକ୍ସ” କମ୍ପାନୀ ସହିତ ବୁଝାମଣାପତ୍ରରେ ସ୍ୱାକ୍ଷର କରିଛନ୍ତି। ଗତକାଲି ଅର୍ଥାତ୍ ୨୦୨୨ ସେପ୍ଟେମ୍ବର ୨୭ତାରିଖରେ ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଭାରତୀୟ ସାର କମ୍ପାନୀ କରମଣ୍ଡଳ ଇଣ୍ଟରନ୍ୟାସନାଲ, ଚମ୍ବଲ ଫର୍ଟିଲାଇଜର ଓ ଇଣ୍ଡିଆନ ପଟାସ ଲିମିଟେଡ ଏହି ବୁଝାମଣାପତ୍ରରେ ସ୍ୱାକ୍ଷର କରିଛନ୍ତି। କେନ୍ଦ୍ର ରସାୟନ ଓ ସାର ମନ୍ତ୍ରୀ ମନସୁଖ ମାଣ୍ଡବୀୟଙ୍କ ଉପସ୍ଥିତିରେ ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। କାନାଡାର କାନପୋଟେକ୍ସ ବିଶ୍ୱର ସର୍ବବୃହତ୍ ପଟାସ ରପ୍ତାନୀକାରୀ/ଯୋଗାଣକାରୀ ସଂସ୍ଥା। ଏହା ବାର୍ଷିକ ୧୩୦ଲକ୍ଷ ମେଟ୍ରିକ ଟନ୍ ପଟାସ ଓ ପଟାସ ଜାତୀୟ ସାର ଏବଂ ଅନ୍ୟାନ୍ୟ ଉର୍ବରକ ସାମଗ୍ରୀ ରପ୍ତାନୀ କରିଥାଏ। ସ୍ୱାକ୍ଷରିତ ଚୁକ୍ତି ଅନୁସାରେ କାନପୋଟେକ୍ସ ଭାରତକୁ ‘ମ୍ୟୁରେଟ ଅଫ ପଟାସ’ ସାର ଯୋଗାଇବ।…
ସୀତାରାମ ଅଗ୍ରୱାଲ ବାଲୁଗାଁ: ଆଜି ସେପ୍ଟମ୍ବର ୨୮ ତାରିଖ ବିଶ୍ବ ଜଳାତଙ୍କ ଦିବସ ଉପଲକ୍ଷେ ବାଣପୁର ବାଲୁଗାଁ ରୋଟାରୀ କ୍ଳବ ଏବଂ ନାଚୁଣୀ ଓ ବାଲୁଗାଁ ପ୍ରାଣୀଧନ ବିକାଶ ବିଭାଗର ମିଳିତ ସହଯୋଗରେ ଉଭୟ ପ୍ରାଣୀ ଚିକିତ୍ସାଳୟରେ ପ୍ରାୟ ୧୦୦ କୁକୁରଙ୍କୁ ବିନାମୂଲ୍ୟରେ ଜଳାତଙ୍କ ପ୍ରତିଷେଧକ ଟୀକା ଦେବା ସହ କୁକୁର ମାଲିକ ମାନଙ୍କୁ ବିଭିନ୍ନ ପରାମର୍ଶ ଦିଆଯାଇଥିଲା। କ୍ଳବ ସଦସ୍ୟ ତଥା ଖୋର୍ଦ୍ଧା ଜିଲ୍ଲା ପ୍ରଣୀ ଚିକିତ୍ସା କେନ୍ଦ୍ରର ଚିକିତ୍ସକ ଡାକ୍ତର ଦେବେନ୍ଦ୍ର କୁମାର ସୋଲାଙ୍କି ଓ ବାଲୁଗାଁ କେନ୍ଦ୍ରର ଚିକିତ୍ସକ ଡାକ୍ତର ଦେବାଶିଷ ଦାଶ ଓ କ୍ଳବ ସଦସ୍ୟ ତଥା ବାଲୁଗାଁ କେନ୍ଦ୍ରର ସହକାରୀ ଚିକିତ୍ସକ ଡାକ୍ତର ସମାପିକା ମହାପାତ୍ର, ଖୋର୍ଦ୍ଧା ଜିଲ୍ଲା ପ୍ରାଣୀ ମଙ୍ଗଳ ଅଧିକାରୀ ଡାକ୍ତର ସଂଜୀବନି ପଟେଲ, କ୍ଳବ ସଭାପତି ରବିନାରାୟଣ ପାଲ, ସଂପାଦକ ସୂନୀଲ କୁମାର ପାତ୍ର ଓ ଆସନ୍ତା ବର୍ଷର ସଭାପତି ନନ୍ଦକିଶୋର ମିଶ୍ରଙ୍କ ସମେତ କ୍ଳବର ସଦସ୍ୟ ବିଜୟ କୁମାର…
ରେଢ଼ାଖୋଲ: ସମ୍ବଲପୁର ଜିଲ୍ଲା ରେଢ଼ାଖୋଲର ସ୍ଥାନୀୟ ପଞ୍ଚାୟତ ସମିତି ସ୍ଥିତ ରାଜୀବ ଗାନ୍ଧୀ ସେବା କେନ୍ଦ୍ର ଠାରେ ଆଜି ସମ୍ବଲପୁର ଜିଲ୍ଲା ସାମ୍ବାଦିକ ୟୁନିୟନ (ଓୟୁଜେ) ର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକ ୟୁନିୟନର ଜିଲ୍ଲା ସଭାପତି ପ୍ରଭାତ ବେହେରାଙ୍କ ସଭାପତିତ୍ବ ଏବଂ ରମାକାନ୍ତ ମହାନନ୍ଦଙ୍କ ସଂଯୋଜନାରେ ରେ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ରାଜ୍ୟ ସାଧାରଣ ସମ୍ପାଦକ ଅଶୋକ କୁମାର ନନ୍ଦ ଯୋଗ ଦେଇ ସାମ୍ବାଦିକ ମାନଙ୍କର ଗୋପବନ୍ଧୁ ସ୍ବାସ୍ଥ୍ୟ ବୀମା ରାଶିକୁ ୨ ଲକ୍ଷରୁ ୫ ଲକ୍ଷକୁ ବୃଦ୍ଧି କରିବା ସହ ପିତାମାତା ଙ୍କୁ ଏହି ବୀମା ରେ ସାମିଲ କରିବା। ସାମ୍ବାଦିକ ମାନଙ୍କୁ ସର୍ବନିମ୍ନ ୧୦ ହଜାର ଟଙ୍କା ପେନସନ ରାଶି ପ୍ରଦାନ ଏବଂ ସାମ୍ବାଦିକ ମାନଙ୍କ ପାଇଁ ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ କରି ଦୋଷୀ ମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ବ୍ୟବସ୍ଥା କରିବାକୁ ସରକାର ଧ୍ୟାନ ଦେବାକୁ ବକ୍ତବ୍ୟ…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ଆଜି ଭାରତ ଏବଂ ବାଂଲାଦେଶ ମଧ୍ୟରେ ସେହି ରାଜିନାମା ପ୍ରସ୍ତାବକୁ ପିଛିଲା ଭାବେ ମଞ୍ଜୁର କରିଛନ୍ତି, ଯାହା ଅଧୀନରେ ଉଭୟ ଭାରତ ଏବଂ ବାଂଲାଦେଶ ସୀମା ଦେଇ ଯାଇଥିବା କୁଶିୟାରା ନଦୀରୁ ପ୍ରତ୍ୟେକ ପକ୍ଷ ୧୫୩ କ୍ୟୁସେକ ପର୍ଯ୍ୟନ୍ତ ପାଣି ଉଠାଇ ପାରିବେ। ଭାରତ ସରକାରଙ୍କ ଜଳ ଶକ୍ତି ମନ୍ତ୍ରଣାଳୟ ଏବଂ ବାଂଲାଦେଶର ଜଳ ସମ୍ପଦ ମନ୍ତ୍ରଣାଳୟ ମଧ୍ୟରେ ୬ ଡିସେମ୍ବର ୨୦୨୨ରେ ଏହି ରାଜିନାମା (ଏମଓୟୁ) ସ୍ବାକ୍ଷରିତ ହୋଇଥିଲା। ଏହି ରାଜିନାମା ଅନୁଯାୟୀ, ଅଣମୌସୁମୀ ଋତୁ (୦୧ ନଭେମ୍ବର ଠାରୁ ୩୧ ମଇ ପର୍ଯ୍ୟନ୍ତ)ରେ ଉଭୟ ଦେଶର ସୀମା ଦେଇ ଅତିକ୍ରମ କରିଥିବା କୁଶିୟାରା ନଦୀରୁ ଦୁଇ ଦେଶ ୧୫୩-୧୫୩ କ୍ୟୁସେକ୍ ପର୍ଯ୍ୟନ୍ତ ପାଣି ନେଇପାରିବେ, ଯାହାଫଳରେ ଭାରତ ଓ ବାଂଲାଦେଶ ନିଜ ନିଜର ଖର୍ଚ୍ଚ ଯୋଗ୍ୟ ଜଳ ଆବଶ୍ୟକତା ପୂରଣ କରିପାରିବେ। ଏହି ରାଜିନାମା ବଳରେ ଅଣମୌସୁମୀ ଋତୁ…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଦେଶର ତିନୋଟି ପ୍ରମୁଖ ରେଳ ଷ୍ଟେସନର ବିକାଶ ନିମନ୍ତେ ଭାରତୀୟ ରେଳବାଇ ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବକୁ ମଞ୍ଜୁରି ମିଳିଛି। ଏସବୁ ଷ୍ଟେସନର ବିକାଶ ପାଇଁ ପ୍ରାୟ ୧୦ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ। ଏହି ରେଳ ଷ୍ଟେସନଗୁଡ଼ିକ ହେଲେ: ନୂଆଦିଲ୍ଲୀ ରେଳ ଷ୍ଟେସନ; ଅହମ୍ମଦାବାଦ ରେଳ ଷ୍ଟେସନ; ଏବଂ ଛତ୍ରପତି ଶିବାଜୀ ମହାରାଜ ଟର୍ମିନସ (ସିଏସଏମଟି) ମୁମ୍ବାଇ ଯେକୌଣସି ସହର ପାଇଁ ରେଳ ଷ୍ଟେସନ ଏକ ଗୁରୁତ୍ବପୂର୍ଣ୍ଣ ଏବଂ କେନ୍ଦ୍ରୀୟ ସ୍ଥାନ ହୋଇଥାଏ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରେଳବାଇର ରୂପାନ୍ତରଣରେ ଷ୍ଟେସନଗୁଡ଼ିକର ବିକାଶ ଉପରେ ଗୁରୁତ୍ବ ଦେଇଛନ୍ତି। ଆଜିର କ୍ୟାବିନେଟ ନିଷ୍ପତ୍ତି ରେଳ ଷ୍ଟେସନଗୁଡ଼ିକର ବିକାଶ ପାଇଁ ଏକ ନୂତନ ମାର୍ଗ ପ୍ରଶସ୍ତ କରିବ । ଦେଶରେ ୧୯୯ଟି ଷ୍ଟେସନର ପୁନଃବିକାଶ କାର୍ଯ୍ୟ ଜାରି ରହିଛି। ଏଥିମଧ୍ୟରୁ ୪୭ଟି ଷ୍ଟେସନର ବିକାଶ ପାଇଁ ଟେଣ୍ଡର ଜାରି କରାଯାଇ…
ସୀତାରାମ ଅଗ୍ରୱାଲ ଚିଲିକା: ଚଳିତ ସ୍ୱାଧୀନତା ଦିବସ ରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଉଦଘାଟିତ ହୋଇଥିବା ଅହିଂସା ରଥ ଆଜି ଖୋର୍ଦ୍ଧା ଜିଲ୍ଲାକୁ ଆଗମନ କରିଛି। ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ୨ ଗୋଟି ଗାଡି କୁ ଅହିଂସା ରଥ ଭାବେ ସଜ୍ଜିତ କରାଯାଇ ବିଶାଳ ଭିଡିଓ ୱାଲ ଜରିଆରେ ସ୍ୱାଧୀନତା ପାଇଁ ବଳିଦାନ ଦେଇଥିବା ସଂଗ୍ରାମୀ ମାନଙ୍କ ଜୀବନୀକୁ ପ୍ରଦର୍ଶନ କରାଯାଉଛି। ରାଜ୍ୟର ବିଭିନ୍ନ ସ୍ୱାଧୀନତା ସଂଗ୍ରାମୀ ଓ ମହାପୁରୁଷଙ୍କ ଜୀବନୀ,ଆଦର୍ଶ ଉପରେ ଆଧାରିତ ସୁନ୍ଦର ଚଳଚିତ୍ର ଏଥିରେ ପ୍ରଦର୍ଶିତ କରାଯାଉଛି। ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ସକାଳ ସାଢେ ୮ ଘଟିକା ସମୟରେ ନାରାୟଣୀ ମନ୍ଦିର ନିକଟରେ ଖୋର୍ଦ୍ଧା ଜିଲ୍ଲାକୁ ହସ୍ତାନ୍ତର କରାଯାଇଥିଲା। ଚିଲିକା କୂଳ ନିକଟସ୍ଥ ବାଲୁଗାଁ ମହାବିଦ୍ୟାଳୟ ସମ୍ମୁଖରେ ପହଞ୍ଚିବା ପରେ ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ, ବାଲୁଗାଁ ବିଜ୍ଞାପିତ ଅଞ୍ଚଳର ଅଧ୍ୟକ୍ଷ, ଉପାଧ୍ୟକ୍ଷ, ନିର୍ବାହୀ ଅଧିକାରୀ, ବ୍ଲକ ପ୍ରଶାସନ, ଲୋକ…

