Author: Samikhsya Bureau

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ ଭାରତ କେବଳ ଜାତୀୟ ସ୍ୱାର୍ଥ ଦ୍ୱାରା ନିୟନ୍ତ୍ରିତ ହେବ।ଏକ ଟିଭି ଚ୍ୟାନେଲକୁ ସାକ୍ଷାତକାରରେ ସେ କହିଛନ୍ତି, ଏହା ରୁଷୀୟ ତେଲ ହେଉ କିମ୍ବା ଅନ୍ୟ କିଛି, ଆମେ ଦର ଏବଂ ଲଜିଷ୍ଟିକ୍ସ ଦୃଷ୍ଟିରୁ ଆମର ଆବଶ୍ୟକତା ଅନୁସାରେ ନିଷ୍ପତ୍ତି ନେବୁ। ଯେଉଁଠାରୁ ସୁବିଧା ହେବ ସେହି ଦେଶରୁ ତେଲ କିଣିବୁ। ସେ କହିଛନ୍ତି ଯେ ନୂତନ GST ବ୍ୟବସ୍ଥା ନାଗରିକଙ୍କ ବ୍ୟବହାରକୁ ଉନ୍ନତ କରିବ ଏବଂ ଏହା ପୁଞ୍ଜି ଖର୍ଚ୍ଚକୁ ପ୍ରଭାବିତ କରିବ ନାହିଁ। ଶ୍ରୀମତୀ ସୀତାରମଣ କହିଛନ୍ତି, ସମସ୍ତ ସାମଗ୍ରୀ ଏବଂ ସେବାର 99 ପ୍ରତିଶତ ବର୍ତ୍ତମାନ ଶୂନ୍ୟ, ପାଞ୍ଚ କିମ୍ବା 18 ପ୍ରତିଶତ ବର୍ଗରେ ଅଛି। ମନ୍ତ୍ରୀ ସୂଚନା ଦେଇଛନ୍ତି, ସରକାର 50 ପ୍ରତିଶତ ଆମେରିକୀୟ ଶୁଳ୍କ ଦ୍ୱାରା ପ୍ରଭାବିତ ରପ୍ତାନିକାରୀଙ୍କୁ ସମର୍ଥନ କରିବା ପାଇଁ ପଦକ୍ଷେପ ଉପରେ କାର୍ଯ୍ୟ କରୁଛନ୍ତି। ସେ କହିଛନ୍ତି, ରପ୍ତାନିକାରୀଙ୍କ ପାଇଁ ଏକ…

Read More

NIRF Ranking-2025: ସର୍ବାଙ୍ଗୀନ ଉତ୍କର୍ଷତା ପ୍ରତି ଏହାର ପ୍ରତିବଦ୍ଧତାର ଏକ ନିଦର୍ଶନ ସ୍ୱରୂପ, ଭାରତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ (ଆଇଆଇଟି) ଭୁବନେଶ୍ୱର ଗତକାଲି ଘୋଷଣା କରାଯାଇଥିବା ଏନଆଇଆରଏଫ ୨୦୨୫ ର ଇଞ୍ଜିନିୟରିଂ ବର୍ଗରେ ୧୫ ସ୍ଥାନ ଉପରକୁ ଉଠିଛି ଏବଂ ଏହି ବର୍ଗରେ ୩୯ ତମ ସ୍ଥାନ ହାସଲ କରିଛି। ସାମଗ୍ରିକ ବର୍ଗରେ, ଏହା ୧୦୧-୧୫୦ ରାଙ୍କ୍ ବ୍ୟାଣ୍ଡ ମଧ୍ୟରୁ ୨୦ ରୁ ଅଧିକ ସ୍ଥାନ ଉପରକୁ ଉଠି ଦେଶର ଶ୍ରେଷ୍ଠ ୧୦୦ ଶିକ୍ଷାନୁଷ୍ଠାନ ମଧ୍ୟରେ ୮୦ ରାଙ୍କ୍ ସହିତ ସ୍ଥାନ ପାଇଛି। ଏହି ଫଳାଫଳ ଉପରେ ମତ ଦେଇ ପ୍ରତିଷ୍ଠାନର ନିର୍ଦ୍ଦେଶକ ପ୍ରଫେସର ଶ୍ରୀପାଦ କରମଲକର କହିଛନ୍ତି: “ଏନଆଇଆରଏଫ୍ ରାଙ୍କିଂରେ ଆଇଆଇଟି ଭୁବନେଶ୍ୱରର ସ୍ଥିତିରେ ଏହି ଉଚ୍ଚ ଉନ୍ନତି ଆମର ଅଧ୍ୟାପକ, କର୍ମଚାରୀ ଏବଂ ଛାତ୍ରଙ୍କ ସାମୂହିକ ପ୍ରୟାସର ଏକ ଉତ୍ସାହଜନକ ସ୍ୱୀକୃତି। ଯଦିଓ ଏହା ଆମର ସ୍ଥିର ପ୍ରଗତିକୁ ପ୍ରତିଫଳିତ କରୁଛି, ଆମେ ଶିକ୍ଷାଦାନ, ଗବେଷଣା, ଶିଳ୍ପ-ଶିକ୍ଷା ସହଯୋଗ, ଉଦ୍ୟୋଗ,…

Read More

ଭୁବନେଶ୍ୱର: କଲେଜ ମାନଙ୍କରେ ବର୍ତମାନ ଗଣ୍ଡଗୋଳିଆ ସ୍ଥିତି ଲାଗିରହିଛି । ଏହି ସମୟରେ ଆଗରୁ ବନ୍ଦ ହୋଇ ରହିଥିବା କଲେଜ ନିର୍ବାଚନ ପ୍ରକ୍ରିୟା ପୁନଃ ଚାଲୁ କରିବା ପାଇଁ ଉଚ୍ଚ ଶିକ୍ଷା ବିଭାଗ ତରଫରୁ ସୂଚନା ମିଳୁଛି। ହେଲେ ବର୍ତ୍ତମାନର ପରିସ୍ଥିତି ନିର୍ବାଚନ ପରିଚାଳନା ପାଇଁ ଅନୁକୂଳ ନୁହେଁ। ବାଲେଶ୍ୱରର ଏଫଏମ , ବିଜେବି କଲେଜ, ବାଣୀବିହାର ସମେତ କଲେଜଗୁଡ଼ିକରେ ଘଟିଥିବା ହିଂସା ଏବଂ ଆନ୍ଦୋଳନ ଘଟଣା ଅଭିଭାବକ ଏବଂ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସଂଶୟ,ଭୟ ଏବଂ ଅନିଶ୍ଚିତତାର ଭାବନା ସୃଷ୍ଟି କରିଛି। ସେଥିପାଇଁ କଲେଜ ନିର୍ବାଚନ ବନ୍ଦ ପାଇଁ ଓଡିଶା ଅଭିଭାବକ ମହାସଂଘ ଦାବୀ କରିଛି। ସଂଘ କହିଛି ଯେ, ପ୍ରତିଦିନ ଘଟୁଥିବା କ୍ୟାମ୍ପସ ହିଂସା, ଝିଅମାନଙ୍କ ପ୍ରତି ଅତ୍ୟାଚାର ଏବଂ ରାଜନୈତିକ ଦଳଗୁଡ଼ିକର ପ୍ରଭାବିତ ବ୍ୟୟ ସାପେକ୍ଷ କାର୍ଯ୍ୟକ୍ରମ ପ୍ରମୁଖ ଚିନ୍ତାର ବିଷୟ। ଯାହାର ସମାଧାନ କରାଯିବା ଆବଶ୍ୟକ। ରାଜନୈତିକ ଦଳ ତାଙ୍କର ଦଳୀୟ ସ୍ୱାର୍ଥ ହାସଲ ପାଇଁ ଛାତ୍ରମାନଙ୍କୁ…

Read More

ଭୁବନେଶ୍ୱର: ନିକଟରେ ଶିକ୍ଷା ମନ୍ତ୍ରାଳୟ ପ୍ରକାଶ କରିଥିବା ୟୁଡିଆଇଏସଇ ପ୍ଲସ ୨୦୨୪ – ୨୫ ରିପୋର୍ଟ ଓଡ଼ିଶାର ସ୍କୁଲ ଶିକ୍ଷାର ଦୟନୀୟ ଚିତ୍ରକୁ ସ୍ପଷ୍ଟ କରିଦେଇଛି। ଏହା ମାତ୍ର ଏକ ଶିକ୍ଷା ସଙ୍କଟ ନୁହେଁ, ଏହା ସମଗ୍ର ସମାଜ ପାଇଁ ଏକ ଗମ୍ଭୀର ସଙ୍କେତ। ଆଜି ଗୁରୁ ଦିବସ ଅବସରରେ ଓଡ଼ିଶାର ବିକଳ ଶିକ୍ଷା ବ୍ୟବସ୍ଥାକୁ ନେଇ କଂଗ୍ରେସର ଆୟୋଜିତ ସାମ୍ବାଦିକ ସମ୍ମୀଳନୀରେ ମିଡିଆ ସେଲ୍ ଉପାଧ୍ୟକ୍ଷ ଅମିୟ ପାଣ୍ଡବ କହିଥିଲେ , ଶିକ୍ଷା ବ୍ୟବସ୍ଥା ଦିନକୁ ଦିନ ଧସିପଡ଼ୁଛି। ମୁଖ୍ୟମନ୍ତ୍ରୀ ସମ୍ପାଦକୀୟ ଲେଖି ଭଲ ଶିକ୍ଷାର ପ୍ରୟୋଜନୀୟତାର କଥା କହୁଛନ୍ତି, କିନ୍ତୁ ସତ୍ୟ ବାସ୍ତବତା ଠାରୁ ବହୁ ଦୂରରେ। ଭାରତର ଶିକ୍ଷାମନ୍ତ୍ରୀ ଓଡ଼ିଶାର ପୁଅ ହୋଇଥିଲେ ମଧ୍ୟ ନିଜ ରାଜ୍ୟର ପିଲାମାନଙ୍କ ଶିକ୍ଷା ସଙ୍କଟକୁ ବୁଝିପାରୁନାହାନ୍ତି। ଦୁଃଖର ବିଷୟ, ଭାରତର ୧୦୦ ଶିକ୍ଷା ସଂସ୍ଥାନ ତାଲିକାରେ ଓଡ଼ିଶାର ଗୋଟିଏ ସରକାରୀ ସଂସ୍ଥା ମଧ୍ୟ ନାହିଁ। କଂଗ୍ରେସ ପ୍ରବକ୍ତା ଡ. ମନିଷା…

Read More

ଭୁବନେଶ୍ବର: ୨୦୨୫ରେ ନିଯୁକ୍ତି ପାଇଥିବା ରାଜ୍ୟର ୧୩ ହଜାରରୁ ଉର୍ଦ୍ଧ୍ୱ ସ୍କିମାଟିକ୍ କନିଷ୍ଠ ଶିକ୍ଷକଙ୍କୁ “ନିୟମିତ ଶିକ୍ଷକ” ଭାବେ ନିଯୁକ୍ତି ଦେବାପାଇଁ ଘୋଷଣା କରିଥିବାରୁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଆଜି ରାଜ୍ୟ ଅତିଥି ଭବନ ଠାରେ ଓଡିଶା କନିଷ୍ଠ ଶିକ୍ଷକ ସଂଘ ଧନ୍ୟବାଦ ଜଣାଇଛନ୍ତି। ସଂଘ ପକ୍ଷରୁ ଗୁରୁ ଦିବସ ଅବସରରେ ବିଭିନ୍ନ ଜିଲ୍ଲାରୁ ଆସିଥିବା ଶତାଧିକ କନିଷ୍ଠ ଶିକ୍ଷକ ମାନେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଧନ୍ୟବାଦ ଜଣାଇବା ସହିତ ଏହି ନିଷ୍ପତ୍ତି ସହିତ ରାଜ୍ୟରେ ପ୍ରାଥମିକ ଶିକ୍ଷାକୁ ଅଧିକ ଗୁରୁତ୍ୱ ଦିଆଯାଇ ସରକାର ବିଭିନ୍ନ ପଦକ୍ଷେପ ନେଉଥିବାରୁ କୃତଜ୍ଞତା ଜ୍ଞାପନ କରିଥିଲେ। ଏହି ଅବସରରେ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହିତ ମୁଖ୍ୟମନ୍ତ୍ରୀ କଥା ହେବା ସହିତ ସେମାନଙ୍କୁ ବିଦ୍ୟାଳୟରେ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବାକୁ ଉପଦେଶ ଦେଇଥିଲେ । ଜୀବନରେ ଅନେକ ସମସ୍ୟା ଆସିବ, କିନ୍ତୁ ସମସ୍ତ ସମସ୍ୟାକୁ ସୁଯୋଗରେ ପରିଣତ କରି ଆଗକୁ ବଢିବା ପାଇଁ ଏବଂ ଜଣେ…

Read More

ଭୁବନେଶ୍ବର: ଆଜି କାଲି ବିଭିନ୍ନ କ୍ଷେତ୍ରରେ ସୁଯୋଗ ଅସିମୀତ। ପିଲାମାନଙ୍କ ଭିତରେ ଥିବା ଲୁକ୍କାୟିତ ପ୍ରତିଭାକୁ ଚିହ୍ନଟ କରନ୍ତୁ। ପିଲା ମାନଙ୍କୁ ନିଜ ଇଛାରେ ଉଡିବାକୁ ଦିଅନ୍ତୁ, ସ୍ୱପ୍ନ ଦେଖିବାକୁ ସୁଯୋଗ ଦିଅନ୍ତୁ ଏବଂ ସ୍ୱପ୍ନକୁ ପୂରଣ କରିବା ପାଇଁ ଜଣେ ଜଣେ ମେଣ୍ଟର ଭାବେ କାମ କରନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ରାଜ୍ୟ ସ୍ତରୀୟ ଗୁରୁ ଦିବସ ଉତ୍ସବ ଏବଂ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ସମାରୋହରେ ଯୋଗଦେଇ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ଆହ୍ୱାନ ଦେଇଛନ୍ତି। ଲୋକସେବା ଭବନ କନ୍‌ଭେନ୍‌ସନ୍‌ ସେଣ୍ଟର ଠାରେ ଆୟୋଜିତ ଏହି ରାଜ୍ୟ ସ୍ତରୀୟ ଉତ୍ସବରେ ମୁଖ୍ୟମନ୍ତ୍ରୀ ମହାନ ରାଷ୍ଟ୍ରନୀତିଜ୍ଞ, ଆଦର୍ଶ ଶିକ୍ଷକ ତଥା ପୂର୍ବତନ ରାଷ୍ଟ୍ରପତି ଭାରତରତ୍ନ ଡଃ ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଉପସ୍ଥିତ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ଉଦ୍‌ବୋଧନ ଦେଇ କହିଥିଲେ ଯେ, ଡଃ ରାଧାକ୍ରଷ୍ଣନ ପ୍ରତ୍ୟେକ ବିଦ୍ୟାର୍ଥୀ ତଥା ପ୍ରତ୍ୟେକ ଶିକ୍ଷକ ଶିକ୍ଷୟିତ୍ରୀଙ୍କ…

Read More

ଭାଇ, କାଲି ରାତିରେ ମୁଁ ଗୋଟିଏ ସ୍ୱପ୍ନ ଦେଖିଲି କି ମୋ ମୋବାଇଲରେ ଗୋଟେ SMS ଆସିଛି — ଯେ ସରକାରଙ୍କ ପକ୍ଷରୁ ୫୦ ଲକ୍ଷ ଟଙ୍କା ମୋ ବ୍ୟାଙ୍କ ଏକାଉଣ୍ଟରେ ଡିପୋଜିଟ ହୋଇଛି — ମୁଁ ଖୁବ ଖୁସିରେ ଡେଇଁ ଡେ ଇଁ ବହାରକୁ ଆସିଲି – ସମସ୍ତଙ୍କୁ କହିଲି — ଦେଖ ଭାଇ ଦେଖ ଅଚ୍ଛେ ଦିନ ଆସିଗଲା ମୋ ଏକାଉଣ୍ଟକୁ ପଚାଶ ଲକ୍ଷ ଆସିଗଲା — ମୋ ଘରର ଅନ୍ୟମାନେ କହିଲେ ବେଶି ଡିଆଁ ମାରନା ଆମ ସମସ୍ତଙ୍କ ଖାତାରେ ବି ୫୦ ଲକ୍ଷ ଆସିଛି — ମୋ ରାଣ, ଭାରି ଦୁଃଖ ଲାଗିଲା ** ଭାବିଲି ଯାଏଁ ସାଙ୍ଗଙ୍କୁ କହିବି — ସାଙ୍ଗ କହିଲେ, ସେତିକି ଖୁସି ଥାଉ ଆମ ଖାତାରେ ମଧ୍ଯ ପଚାଶ ଲକ୍ଷ ଆସିଛି — ମୋର ସବୁ ଖୁସି ମାଟିରେ ମିଶିଗଲା ପୁଣି ଭାବିଲି – ଦୋକାନକୁ ଯାଇ କିଛି ଜିନିଷ…

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶିକ୍ଷକ ଦିବସରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ମନକୁ ପରିସ୍କାର କରିବା ପାଇଁ ଶିକ୍ଷକମାନଙ୍କର ସମର୍ପଣର ଏକ ଦୃଢ଼ ଏବଂ ଉଜ୍ଜ୍ୱଳ ଭବିଷ୍ୟତ ତିଆରି କରିବା  ମୂଳଦୁଆ। “ଆମେ ଡକ୍ଟର ଏସ୍. ରାଧାକ୍ରିଷ୍ଣନଙ୍କ ଜନ୍ମବାର୍ଷିକୀରେ ତାଙ୍କ ଜୀବନ ଏବଂ ଚିନ୍ତାଧାରାକୁ ମଧ୍ୟ ମନେ ପକାଉଛୁ”, ବୋଲି ଶ୍ରୀ ମୋଦୀ କହିଛନ୍ତି। ପ୍ରଧାନମନ୍ତ୍ରୀ X ରେ ପୋଷ୍ଟ କରି କହିଛନ୍ତି; “ସମସ୍ତଙ୍କୁ, ବିଶେଷକରି ସମସ୍ତ ପରିଶ୍ରମୀ ଶିକ୍ଷକଙ୍କୁ, ଶିକ୍ଷକ ଦିବସର ବହୁତ ବହୁତ ଶୁଭକାମନା! ମନକୁ ପୋଷଣ କରିବା ପାଇଁ ଶିକ୍ଷକମାନଙ୍କ ଉତ୍ସର୍ଗ ଏକ ଦୃଢ଼ ଏବଂ ଉଜ୍ଜ୍ୱଳ ଭବିଷ୍ୟତର ମୂଳଦୁଆ। ସେମାନଙ୍କର ପ୍ରତିବଦ୍ଧତା ଏବଂ କରୁଣା ଉଲ୍ଲେଖନୀୟ। ଆମେ ଡକ୍ଟର ଏସ୍. ରାଧାକ୍ରିଷ୍ଣନଙ୍କ ଜନ୍ମବାର୍ଷିକୀରେ ତାଙ୍କ ଜୀବନ ଏବଂ ଚିନ୍ତାଧାରାକୁ ମଧ୍ୟ ମନେ ପକାଉଛୁ।”

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଓନାମ୍ ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଓନାମ ପର୍ବକୁ ନେଇ ସେ କହିଛନ୍ତି ଯେ, “ଏହି ପର୍ବ ଏକତା, ଆଶା ଏବଂ ସାଂସ୍କୃତିକ ଗର୍ବର ପ୍ରତୀକ। ଏହି ଅବସର ଆମ ସମାଜରେ ସମନ୍ୱୟର ଭାବନାକୁ ମଜବୁତ କରୁ ଏବଂ ପ୍ରକୃତି ସହିତ ଆମର ସମ୍ପର୍କକୁ ଆହୁରି ନିବିଡ଼ କରୁ”। ପ୍ରଧାନମନ୍ତ୍ରୀ X ରେ ପୋଷ୍ଟ କରିଛନ୍ତି; “ସମସ୍ତଙ୍କୁ ଓନାମ୍ ପାଇଁ ବହୁତ ଶୁଭକାମନା! ଏହି ସୁନ୍ଦର ପର୍ବ ସମସ୍ତଙ୍କ ପାଇଁ ନୂତନ ଆନନ୍ଦ, ଉତ୍ତମ ସ୍ୱାସ୍ଥ୍ୟ ଏବଂ ପ୍ରଚୁର ସମୃଦ୍ଧି ଆଣିଦେଉ। ଓନାମ୍ କେରଳର କାଳଜୟୀ ଐତିହ୍ୟ ଏବଂ ସମୃଦ୍ଧ ପରମ୍ପରାକୁ ପ୍ରତିଫଳିତ କରେ। ଏହି ପର୍ବ ଏକତା, ଆଶା ଏବଂ ସାଂସ୍କୃତିକ ଗର୍ବର ପ୍ରତୀକ। ଏହି ଅବସର ଆମ ସମାଜରେ ସମନ୍ୱୟର ଭାବନାକୁ ମଜବୁତ କରୁ ଏବଂ ପ୍ରକୃତି ସହିତ ଆମର ସମ୍ପର୍କକୁ ଆହୁରି ନିବିଡ଼ କରୁ।” https://twitter.com/narendramodi/status/1963791696988434434?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1963791696988434434%7Ctwgr%5Eaec764a65b409302c55b48b787318b0f06e3c3e9%7Ctwcon%5Es1_&ref_url=https%3A%2F%2Fwww.pib.gov.in%2FPressReleasePage.aspx%3FPRID%3D2164043 Read In English-…

Read More

ଭୁବନେଶ୍ବର: ଆଗ ମନ୍ତ୍ରୀ ମଣ୍ଡଳ ଅଦଳବଦଳ କରିବା ନା ନିଗମ ନିଯୁକ୍ତି କରାଯିବ। ଏହାକୁ ନେଇ ଦିଲ୍ଲୀରେ ରାଜ୍ୟ ବିଜେପି ଦ୍ବନ୍ଦରେ ପଡିଯାଇଛି। ନୂଆଦିଲ୍ଲୀରେ ଉଭୟ ମୁଖ୍ୟମନ୍ତ୍ରୀ ଓ ଦଳର ସଭାପତି ବିଭିନ୍ନ ବିଶେଷଜ୍ଞଙ୍କର ପରାମର୍ଶ ନେଉଛନ୍ତି। ଯଦି ସେମାନେ ମନ୍ତ୍ରୀମଣ୍ଡଳ ଅଦଳବଦଳ ଆଗେ କଲେ ତେବେ ତାହାକୁ ନେଇ ଅସନ୍ତୋଷ ସୃଷ୍ଟି ହୋଇପାରେ। ଏହାପରେ ପରେ ନିଗମ ନିଯୁକ୍ତି କେଲେ ଏହି ଅସନ୍ତୋଷର ପରିମାଣ ବୃଦ୍ଧି ପାଇପାରେ। ସେଥିପାଇଁ କେଉଁଟି ଆଗ କଲେ ପରିସ୍ଥିତି ଠିକରେ ମ୍ୟାନେଜ ହୋଇପାରିବ ତାହାକୁ ନେଇ ଚାଲିଛି ତର୍ଜମା। ବର୍ତ୍ତମାନ ମୋହନ ସରକାରଙ୍କୁ ପ୍ରାୟ 15 ମାସ ହୋଇଯାଇଥିଲେ ମଧ୍ୟ ନିଗମ ନିଯୁକ୍ତି ଆଦୌ କରିପାରି ନାହାଁନ୍ତି। ଆଶାୟୀଙ୍କ ସଂଖ୍ୟା ବଢିବା ଦ୍ବାରା କାହାକୁ ରଖିବେ କାହାକୁ କାଟିବେ ତାହା କରିବା କଷ୍ଟକର ହୋଇଯାଇଛି। ତେବେ ଦିଲ୍ଲୀ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏବଂ ସଭାପତି ମନମୋହନ ସାମଲ ଉଭୟ କିଛି ଚୁଡାନ୍ତ…

Read More

ଭୁବନେଶ୍ବର: ନବୀନ ନିବାସରେ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି ପୂର୍ବତ୍ତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟ। ଏହି ଭେଟଘାଟକୁ ନେଇ ରାଜ୍ୟ ରାଜନୀତିରେ ଚାଲିଛି ବଡ ଚର୍ଚ୍ଚା। କାରଣ ଦୀର୍ଘ ବର୍ଷ ଧରି ନବୀନ ଦିଲ୍ଲୀପଙ୍କୁ ବିଜେଡିରୁ ଆଉଟ କରିଦେଇଛନ୍ତି। ଏହାପରେ ଗତ 2019 ନିର୍ବାଚନ ବେଳକୁ ଦିଲ୍ଲୀପ ନବୀନ ନିବାସ ଆସିଥିଲେ। ହେଲେ ତାଙ୍କ ସହିତ ନବୀନଙ୍କ ସଂପର୍କ ଭଲ ନାହିଁ। କିନ୍ତୁ ଗତକାଲି ନବୀନ ନିବାସରେ ଦିଲ୍ଲୀପ ରାୟ ଯାଇ ନବୀନଙ୍କୁ ଭେଟିବା ସମସ୍ତଙ୍କୁ ସନ୍ଦେହ ଭିତରକୁ ନେଇ ଆସିଛି। ନବୀନଙ୍କ ଦେହ ଖରାପ ଥିଲା ସେଥିପାଇଁ ହୁଏତ ଦିଲ୍ଲୀପ ଦେଖା କରିବା ପାଇଁ ଆସିଥାଇ ପାରନ୍ତି। ହେଲେ ତାହା ଯେ ମୁଖ୍ୟ କଥା କେହି ବିଶ୍ବାସ କରୁ ନାହାଁନ୍ତି। ଦିଲ୍ଲୀପ ନବୀନଙ୍କ ସହିତ ପ୍ରାୟ 15 ମିନିଟ ପର୍ଯ୍ୟନ୍ତ କଥାବାର୍ତ୍ତା ହୋଇଥିବାର ଜଣାପଡିଛି। ହେଲେ ସେହି ସମୟରେ ଆଉ କିଏ ଥିଲେ ତାହା ଜଣାପଡି ନାହିଁ।

Read More

ମୁମ୍ବାଇ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡର ଅଧ୍ୟକ୍ଷ ଏବଂ ପରିଚାଳନା ନିର୍ଦ୍ଦେଶକ ମୁକେଶ ଧିରୁଭାଇ ଅମ୍ବାନୀ, ଭାରତ ସରକାରଙ୍କ ଦ୍ୱାରା ସାମଗ୍ରୀ ଏବଂ ସେବା କର (ଜିଏସଟି) ହାରରେ କରାଯାଇଥିବା ଦ୍ୱିତୀୟ ପିଢ଼ିର ସଂସ୍କାରକୁ ସ୍ୱାଗତ କରିଛନ୍ତି। ମୁକେଶ ଅମ୍ବାନୀ ଐତିହାସିକ ଜିଏସଟି ସଂସ୍କାରକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଭାରତୀୟମାନଙ୍କ ପାଇଁ ଏକ “ଦୀପାବଳି ଉପହାର” ଭାବରେ ବର୍ଣ୍ଣନା କରି କହିଛନ୍ତି, “ଜିଏସଟିରେ ସୁଧାରଗୁଡ଼ିକ ଗ୍ରାହକଙ୍କ ପାଇଁ ଉତ୍ପାଦ ଏବଂ ସେବାକୁ ସୁଲଭ କରିବା, ବ୍ୟବସାୟର ପରିଚାଳନାଗତ ଜଟିଳତା ହ୍ରାସ କରିବା, ମୁଦ୍ରାସ୍ଫୀତି ହ୍ରାସ କରିବା ଏବଂ ରିଟେଲ କ୍ଷେତ୍ରରେ ବ୍ୟବହାର ବୃଦ୍ଧିକୁ ପ୍ରୋତ୍ସାହିତ କରିବା ଦିଗରେ ଏକ ପ୍ରଗତିଶୀଳ ପଦକ୍ଷେପ। ଏହା ଭାରତର ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବ। ଏହି ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକରେ ଜିଡିପି ଅଭିବୃଦ୍ଧି ୭.୮ ପ୍ରତିଶତରେ ପହଞ୍ଚିଛି, ଏବଂ ନୂତନ ସଂସ୍କାର ଅର୍ଥନୀତିକୁ ଆହୁରି ଗତି ଦେଇପାରିବ, ଅଭିବୃଦ୍ଧି ହାରକୁ ଦୁଇ ଅଙ୍କ ପାଖରେ ପହଞ୍ଚାଇ…

Read More

ଭୁବନେଶ୍ବର: ଓଡିଆ ଚଳଚିତ୍ରର ବିଶିଷ୍ଠ ସଂଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାରଙ୍କ ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ହୋଇପଡିଛି। ସେ ବର୍ତ୍ତମାନ ଏମ୍ସ ର ଆଇସିୟୁ ରେ ଚିକିତ୍ସିତ ହେଉଛନ୍ତି। ପୂର୍ବରୁ ସେ କଟକର ଏକ ଘରୋଇ ନର୍ସିଂ ହୋମରେ ଚିକିତ୍ସିତ ହେଉଥିଲେ। ହେଲେ ସେଠାରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଛି। ଏମ୍ସ ତରଫରୁ ଜାରୀ ଏକ ସୂଚନାରେ କୁହାଯାଇଛି ଯେ, ଅଭିଜିତ ମଜମୁଦାରଙ୍କୁ କୋମା ସ୍ଥିତିରେ ଏମ୍ସରେ ଭର୍ତ୍ତି କରାଯାଇଛି। ସେ ଲିଭର ରୋଗ ସହିତ ବିଭିନ୍ନ ରୋଗରେ ପିଡିତ ଅଛନ୍ତି। ତାଙ୍କର ଅବସ୍ଥା ଗୁରୁତର ରହିଛି। ବର୍ତ୍ତମାନ ତାଙ୍କର ବ୍ଲଡ ପ୍ରେସର ଓ ପଲ୍ସ ଠିକ ରହିଛି। ଏହି ଖବର ପ୍ରଚାରିତ ହେବା ପରେ ତାଙ୍କର ଆଶୁ ଆରୋଗ୍ୟ କାମନା କରାଯାଇଛି।

Read More

ଭୁବନେଶ୍ବର: ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବିଜୁ ମହିଳା ଜନତା ଦଳର ପୁନଃର୍ଗଠନ କରିଛନ୍ତି। ସେହି ଅନୁସାରେ ବିଜୁ ଜନତା ଦଳ ତରଫରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ଦଳର ଏହି ମହିଳା ସଂଗଠନରେ ସଭାପତି ଭାବେ ସ୍ନେହାଙ୍ଗିନୀ ଛୁରିଆଙ୍କୁ ନିଯୁକ୍ତି ଦିଆଯାଇଛି। ସେହିପରି ଏଥିରେ ପନ୍ଦର ଜଣଙ୍କୁ ସାଧାରଣ ସଂପାଦିକା ଭାବେ ନିଯୁକ୍ତି ଦିଆଯାଇଛି। ସେମାନେ ହେଲେ ସଭାପତି- ସ୍ନେହାଙ୍ଗିନୀ ଛୁରିଆ ବରିଷ୍ଠ ସାଧାରଣ ସଂପାଦିକା ସୁମିତ୍ରା ଜେନା ରାଜଶ୍ରୀ ମଲ୍ଲିକ ଲେଖାଶ୍ରୀ ସାମନ୍ତସିଂହାର ସାଧାରଣ ସଂପାଦିକା ସୁଲୋଚନା ଦାସ ସୁଲତା ଦେଓ ବର୍ଷା ସିଂ ବରିହା ଶର୍ମିଷ୍ଠା ସେଠୀ ଶ୍ରୀମୟୀ ମିଶ୍ର ଲୋପାମୁଦ୍ରା ବକ୍ସିପାତ୍ର ମିନତି ବେହେରା କସ୍ତୁରୀ ମହାପାତ୍ର ପଦ୍ମନୀ ଦିଆନ ଦୀପାଳି ଦାସ ରଂଜିତା ସାହୁ ଗୀତାଞ୍ଜଳି ବସ୍ତିଆ

Read More

ଭୁବନେଶ୍ବର: ବିଜୁ ଜନତା ଦଳ ଆଉ ତିନିଟି ଜିଲ୍ଲାର ସଭାପତି ଓ ଉପସଭାପତିଙ୍କ ନାମ ଘୋଷଣା କରିଛି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏହି ସଭାପତିଙ୍କୁ ନିଯୁକ୍ତ କରିଛନ୍ତି। ତାଙ୍କ ଦସ୍ତଖତରେ ବିଜେଡି ତରଫରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ସେହି ଅନୁସାରେ ଢେଙ୍କାନାଳ- ନୃସିଂହ ଚରଣ ସାହୁ- ସଭାପତି, ସନ୍ଦିପ ଷଡଙ୍ଗୀ- କାର୍ଯ୍ୟକାରୀ ସଭାପତି କୋରାପୁଟ- ଝିନ୍ ହିକାକା- ସଭାପତି, ଦୁର୍ଗା ମିଶ୍ର ଏବଂ ପ୍ରସାଦ ବିଡିକା- କାର୍ଯ୍ୟକାରୀ ସଭାପତି ରାୟଗଡା- ଜଗନ୍ନାଥ ସାରକା- ସଭାପତି, ଗୟାଧର ପୁଆଳୋ ଏବଂ ରଂଜିତ ପାଣିଗ୍ରାହୀ- କାର୍ଯ୍ୟକାରୀ ସଭାପତି ତେବେ ମୁଖ୍ୟତଃ ଖୋର୍ଦ୍ଧା ଓ ବାଲେଶ୍ବର ଜିଲ୍ଲା ସଭାପତି କିଏ ହେବ ସେ ନେଇ ଦଳ ତରଫରୁ କୌଣସି ନିଷ୍ପତି ହୋଇପାରୁ ନାହିଁ। ଏହି ଜିଲ୍ଲାରେ ଛକାପଞ୍ଚା ଲାଗିରହିଥିବାରୁ ଦଳ କାହାକୁ ବାଛିବ ସେ ନେଇ ଦ୍ବନ୍ଦ ସୃଷ୍ଟି ହୋଇଛି।

Read More

The Samikhsya Desk: ଗୋଟିଏ କିଲୋଗ୍ରାମ ଲୁଣର ଦାମ କେତେ ହୋଇପାରେ। ଅତି ବେଶୀରେ ଏକଶହ ଟଙ୍କା ହୋଇପାରେ। ହେଲେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ବିଶ୍ବରେ ଏପରି ଲୁଣ ରହିଛି ଯାହାର ଦାମ୍ ଏକ କିଲୋ ଦାମ୍ ହେଉଛି ୩୫୨୪୬ ଟଙ୍କା। ଏ କଥା ଯେ କେହି ଶୁଣିବ ସେ ମୁଣ୍ଡରେ ହାତ ଦେଇ ବସିବ। ହେଲେ କଥାଟି ମିଛ ନୁହେଁ। ଏହା ସଂପୂର୍ଣ୍ଣ ସତ୍ୟ ଏବଂ ସାରା ବିଶ୍ବରେ ଏହି ଲୁଣକୁ ନେଇ ଚର୍ଚ୍ଚା ଜାରୀ ରହିଛି। ଏହି ଲୁଣର ଏତେ ଦାମ ହୋଇଥିଲେ ମଧ୍ୟ ଲୋକେ କିଣି ବ୍ୟବହାର କରୁଛନ୍ତି। ଆମେ ଯେଉଁ ଲୁଣ କଥା କହୁଛୁ ତାହା ହେଉଛି କୋରିଆନ ବାଉଁଶ ଲୁଣ। ଅଥବା ଆପଣ ଇଂରାଜୀରେ ଏହାକୁ Korean Bamboo Salt ବୋଲି କହିପାରିବେ। ଏହି ଲୁଣ ଏତେ ମୂଲ୍ୟ ହେବାର କାରଣ ହେଲା ଏହାର ପ୍ରସ୍ତୁତି ପ୍ରଣାଳି। ଏହାକୁ ପ୍ରସ୍ତୁତ କରିବାକୁ ବହୁ…

Read More

The Samikhsya Desk: ଆସନ୍ତାକାଲି ବ୍ୟାଙ୍କ ବନ୍ଦ ଅଛି ନା ଖୋଲା ଅଛି। ଏ ନେଇ ବିଭିନ୍ନ ମହଲରେ ଦ୍ବନ୍ଦ ସୃଶ୍ଟି ହୋଇଛି। କାରଣ ହେଉଛି ଆସନ୍ତା କାଲି ହେଉଛି ଗୁରୁ ଦିବସ। ଏଥିସହିତ ମୁସଲମାନ ସଂପ୍ରଦାୟଙ୍କର ଏକ ପର୍ବ ଆସନ୍ତାକାଲି ରହିଛି। ସେଥିପାଇଁ ଏହି ଦିନରେ ବ୍ୟାଙ୍କ ଛୁଟି ରହୁଛି କି ନାହିଁ ସେ ନେଇ ଗ୍ରାହକମାନେ ଦ୍ବନ୍ଦରେ ଅଛନ୍ତି। ତେବେ ସତ ହେଲା ଆସନ୍ତାକାଲି କେତେକ ରାଜ୍ୟରେ ବ୍ୟାଙ୍କ ଛୁଟି ରହୁଛି। ସେପ୍ଟେମ୍ବର 5 ତାରିଖ ଶୁକ୍ରବାରରେ ଦୁଇଟି ପର୍ବ ଅଛି। ଭାରତୀୟ ରିଜର୍ଭ ବ୍ୟାଙ୍କର ଛୁଟି ତାଲିକା ଅନୁଯାୟୀ, ଈଦ୍-ଏ-ମିଲାଦ୍ ଉନ୍-ନବି ଏବଂ ଥିରୁଭୋନମ୍ ବା ଓନମ୍ ପର୍ବ ଯୋଗୁଁ ଏହି ଦିନ ସରକାରୀ ଏବଂ ବେସରକାରୀ କ୍ଷେତ୍ରର ବ୍ୟାଙ୍କଗୁଡ଼ିକ କେତେକ ରାଜ୍ୟରେ ବନ୍ଦ ରହିବ। ଯଦି ଆପଣ ବ୍ୟାଙ୍କକୁ ଯିବାକୁ ଯୋଜନା କରୁଛନ୍ତି, ତେବେ ଆପଣଙ୍କ ରାଜ୍ୟରେ ବ୍ୟାଙ୍କଗୁଡ଼ିକ ଖୋଲା ଅଛି କି ବନ୍ଦ ଅଛି…

Read More

The Samikhsya Desk: ସ୍ୱତନ୍ତ୍ର ସାରାଂଶ ସଂଶୋଧନ (SSR) ପ୍ରକ୍ରିୟା ମାଧ୍ୟମରେ ଅପଡେଟ୍ ଭୋଟର ତାଲିକା ପ୍ରକାଶ ପାଇବା ପରେ ନିର୍ବାଚନ କମିଶନ ଅକ୍ଟୋବରରେ ବିହାର ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିବାର ସମ୍ଭାବନା ରହିଛି । ଏ ନେଇ ଏକ ଜାତୀୟ ଗଣମାଧ୍ୟମରେ ଏହି ଖବର ପ୍ରକାଶ ପାଇଛି। ଦୁର୍ଗା ପୂଜା ଏବଂ ଦଶହରାର ଠିକ୍ ପରେ ଅକ୍ଟୋବରର ପ୍ରଥମ କିମ୍ବା ଦ୍ୱିତୀୟ ସପ୍ତାହରେ କାର୍ଯ୍ୟସୂଚୀ ଘୋଷଣା କରାଯାଇପାରେ। ବିହାରରେ ଭୋଟ ଗ୍ରହଣ ଦୁଇଟି କିମ୍ବା ତିନୋଟି ପର୍ଯ୍ୟାୟରେ ହେବାର ଆଶା କରାଯାଉଛି। ସମ୍ଭବତଃ ଛଠ ପୂଜା ପରେ ଭୋଟ ଗ୍ରହଣ କରାଯିବ ବୋଲି କୁହାଯାଉଛି। ସେଥିପାଇଁ ନେଭମ୍ବର ପ୍ରଥମ ସପ୍ତାହରେ ହେବ ବୋଲି ଏହି ଗଣମାଧ୍ୟମରେ ପ୍ରକାଷ ପାଇଛି। ଭୋଟ୍ ଗଣନା ନଭେମ୍ବର 15 ରୁ 20 ମଧ୍ୟରେ ହୋଇପାରେ ଏବଂ ସମ୍ପୂର୍ଣ୍ଣ ନିର୍ବାଚନ ପ୍ରକ୍ରିୟା ନଭେମ୍ବର 22 ପୂର୍ବରୁ ଶେଷ ହେବ।

Read More

ଭୁବନେଶ୍ବର: ପୂର୍ବତଟ ରେଳପଥ ସ୍ୱଚ୍ଛତା ଅଭିଯାନ-2025 ଅନ୍ତର୍ଗତ ଏହାର ମୁଖ୍ୟାଳୟରେ ସଚେତନତା ଏବଂ ପରିଷ୍କାର ପରିଚ୍ଛନ୍ନତା କାର୍ଯ୍ୟକ୍ରମର ଏକ ଶୃଙ୍ଖଳା ସହିତ ଏହାର ଉତ୍ସର୍ଗୀକୃତ ପ୍ରୟାସ ଜାରି ରଖିଛି। ଆୟୋଜିତ ସଚେତନତା ଅଭିଯାନଗୁଡ଼ିକ ଏହି ବାର୍ତ୍ତାକୁ ଆହୁରି ଦୃଢ଼ କରିବା ସକାଶେ ପ୍ରୟାସ କରିଛି ଯେ ସ୍ୱଚ୍ଛତା କେବଳ ଏକ କର୍ତ୍ତବ୍ୟ ନୁହେଁ ବରଂ କାର୍ଯ୍ୟସ୍ଥଳ ଏବଂ ସାର୍ବଜନୀନ ସ୍ଥାନରେ ଏକ ସୁସ୍ଥ ପରିବେଶ ସୃଷ୍ଟି କରିବା ପାଇଁ ଏକ ସାମୂହିକ ଦାୟିତ୍ୱ। ଏହି ପରିପ୍ରେକ୍ଷୀରେ, ପୂର୍ବତଟ ରେଳପଥ ଏହାର ମୁଖ୍ୟାଳୟରେ ସ୍ୱଚ୍ଛ ସମ୍ବାଦ – କର୍ମଚାରୀମାନଙ୍କ ମଧ୍ୟରେ ଏକ ଆଦାନପ୍ରଦାନ ଅଧିବେଶନର ଆୟୋଜନ କରିଥିଲା । ଏହି ଅଧିବେଶନକୁ ସମ୍ବୋଧିତ କରି କେନ୍ଦ୍ରୀୟ ହସ୍ପିଟାଲର ଅତିରିକ୍ତ ମୁଖ୍ୟ ଚିକିତ୍ସା ନିର୍ଦ୍ଦେଶକ ଦୈନନ୍ଦିନ ଜୀବନରେ, ଘରେ ଏବଂ କାର୍ଯ୍ୟସ୍ଥଳରେ, ସ୍ୱଚ୍ଛତାର ଗୁରୁତ୍ୱ ଉପରେ ଗୁରୁତ୍ୱାରୋପ କରିଥିଲେ ଏବଂ ରେଳ କର୍ମଚାରୀମାନଙ୍କୁ ସ୍ୱଚ୍ଛତା ମିଶନର ଦୂତ ହେବା ଏବଂ ସମାଜରେ ସଚେତନତା ପ୍ରସାର…

Read More

ନୂଆଦିଲ୍ଲୀ: ଗତକାଲି ଜିଏସଟି ପରିଷଦ ବୈଠକରେ ବହୁ ସାମଗ୍ରୀ ଉପରୁ ଜିଏସଟି ହ୍ରାସ କରିଯାଇଛି। ଏହି ଘୋଷଣା କରିଥିଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଏହାକୁ ସ୍ବାଗତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ନୂଆଦିଲ୍ଲୀ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ଏକ ସାମ୍ବାଦିକ ସମ୍ମିଳନୀ କରି କେନ୍ଦୁପତ୍ରରୁ ଜିଏସଟି ହ୍ରାସ ଓଡିଶା ପାଇଁ ବେଶ ସହାୟକ ହେବ ବୋଲି ସେ କହିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସ୍ବାସ୍ଥ୍ୟ ଓ ଜୀବନ ବୀମା ଜନିତ ସେବା ଉପରୁ କର ଆଦାୟ ନକରିବାର ନିଷ୍ପତ୍ତି ଏକ ସ୍ବାଗତଯୋଗ୍ୟ ପଦକ୍ଷେପ। ଏହା ମଧ୍ୟବିତ୍ତ ଓ ନିମ୍ନ ଆୟକାରୀ ପରିବାରମାନଙ୍କୁ ବୀମାଭୁକ୍ତ ହେବା ନିମନ୍ତେ ଉତ୍ସାହିତ କରିବ । କେନ୍ଦୁପତ୍ର ଉପରୁ ଜିଏସଟି ହ୍ରାସ 18 ପ୍ରତିଶତରୁ 5 ପ୍ରତିଶତକୁ ହ୍ରାସ କରିବା ଆମ ରାଜ୍ୟ ତଥା ଦେଶର ଲକ୍ଷ ଲକ୍ଷ କେନ୍ଦୁପତ୍ର ତୋଳାଳିଙ୍କ ପାଇଁ ଏକ ଆନନ୍ଦର ବିଷୟ । ଏହା ଦ୍ବାରା କେନ୍ଦୁପତ୍ରର ବିକ୍ରି ବଢିବ ଓ କେନ୍ଦୁପତ୍ର…

Read More

ନୂଆଦିଲ୍ଲୀ: ଶିଳ୍ପ ସଂଗଠନଗୁଡ଼ିକ ପରବର୍ତ୍ତୀ ପିଢ଼ିର GST ସଂସ୍କାରକୁ ସ୍ୱାଗତ କରିଛନ୍ତି, କହିଛନ୍ତି ଯେ ଟିକସ ବ୍ୟବସ୍ଥାର ସରଳୀକରଣ ବ୍ୟବସାୟ ସହଜ କରିବାରେ ସାହାଯ୍ୟ କରିବ। ଭାରତୀୟ ଶିଳ୍ପ ମହାସଂଘ – CII କହିଛି ଯେ 5 ପ୍ରତିଶତ ଏବଂ 18 ପ୍ରତିଶତ ଦୁଇଟି ହାର ରିଫଣ୍ଡ ଏବଂ MSME ପ୍ରକ୍ରିୟାକୁ ସରଳ କରିବ। GST ରୁ ବ୍ୟକ୍ତିଗତ ଜୀବନ ଏବଂ ସ୍ୱାସ୍ଥ୍ୟ ବୀମା ଛାଡ଼କୁ ଏକ ପଥପ୍ରଦର୍ଶକ ଭାବରେ ପ୍ରଶଂସା କରିଛି।  ଆହୁରି ମଧ୍ୟ କୁହାଯାଇଛି ଯେ ଏହା ମାମଲା ହ୍ରାସ କରିବ ଏବଂ ବ୍ୟବସାୟ ଏବଂ ଗ୍ରାହକମାନଙ୍କୁ ଆବଶ୍ୟକ ପୂର୍ବାନୁମାନ ପ୍ରଦାନ କରିବ। CII ଉଲ୍ଲେଖ କରିଛି ଯେ ଦୈନନ୍ଦିନ ସାମଗ୍ରୀ ଏବଂ ଗୁରୁତ୍ୱପୂର୍ଣ୍ଣ ଇନପୁଟ୍ ଉପରେ ହାର ହ୍ରାସ ତୁରନ୍ତ ଆଶ୍ୱସ୍ତି ପ୍ରଦାନ କରିବ ଏବଂ ଅଭିବୃଦ୍ଧିର ମୂଳଦୁଆକୁ ମଜବୁତ କରିବ। ଏହି ସମୟରେ, ଭାରତୀୟ ବାଣିଜ୍ୟ ଏବଂ ଶିଳ୍ପ ମହାସଂଘ – FICCI କହିଛି ଯେ…

Read More