ଭୁବନେଶ୍ୱର: ଆସନ୍ତା ଜାନୁଆରୀ ୮ ରୁ ୧୦ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର ଜନତା ମୈଦାନଠାରେ ଅଷ୍ଟାଦଶ ପ୍ରବାସୀ ଭାରତୀୟ ଦିବସ ଅନୁଷ୍ଠିତ ହେବ। ଏହି ପରିପ୍ରେକ୍ଷୀରେ ଭାରତର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀ ଜାନୁଆରୀ ୯ ତାରିଖରେ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀର ଉଦଘାଟନୀ ସମାରୋହରେ ଯୋଗଦେବାକୁ ଥିବା ବେଳେ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଜାନୁଆରୀ ୧୦ ତାରିଖରେ ଏହାର ଉଦଯାପନୀ ଅଧିବେଶନରେ ଯୋଗଦାନ କରିବେ। ଏହି ଉପଲକ୍ଷେ ଏକ ରାଜ୍ୟସ୍ତରୀୟ ପ୍ରସ୍ତୁତି ବୈଠକ ଆଜି ସଂଧ୍ୟାରେ ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ରାଷ୍ଟ୍ରପତି ଓ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମକୁ ଶୃଙ୍ଖଳିତ ଓ ଭଲ ଭାବେ ଆୟୋଜନ କରାଯିବା ନେଇ ମୁଖ୍ୟ ଶାସନ ସଚିବ ସମସ୍ତ ପ୍ରସ୍ତୁତି କରିବାକୁ ଗୁରୁତ୍ୱାରୋପ କରିଛନ୍ତି। ପ୍ରଧାନମନ୍ତ୍ରୀ ଏଥିପାଇଁ ଜାନୁଆରୀ ୮ ତାରିଖ ସଂଧ୍ୟା ୭ ଟାରେ ବିଶାଖାପାଟଣା ବିମାନବନ୍ଦରରୁ ବାହାରି ଭୁବନେଶ୍ୱରର ବିମାନ ବନ୍ଦରରେ…
Author: Samikhsya Bureau
ପୁରୀ: ଆଜି ପୁଣି ଥରେ ପୁରୀ ଶ୍ରୀମନ୍ଦିର ଉପରେ ଏକ ଡ୍ରୋନ ଉଡିଛି। ଯାହାକୁ ନେଇ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି। କିଏ ଓ କାହିଁକି ଏହି ଡ୍ରୋନ ଉଡାଇଲା ସେ ନେଇ ତଦନ୍ତ ଆରମ୍ଭ ହୋଇଛି। ତେବେ ଶ୍ରୀମନ୍ଦିର ଉପରେ ଏପରି ବାରମ୍ବାର ଡ୍ରୋନ ଉଡାଇବା ସୁରକ୍ଷା ପ୍ରତି ବିପଦ ସୃଷ୍ଟି ହୋଇଛି। ଫଳରେ ଜଗନ୍ନାଥ ପ୍ରେମୀ ଏହାକୁ ନେଇ ତୀବ୍ର ବିରୋଧ କରିଛନ୍ତି। ଘଟଣାରୁ ପ୍ରକାଶ ଯେ, ଆଜି ଭୋର ଚାରିଟା ବେଳେ ଶ୍ରୀମନ୍ଦିର ଉପରେ ଏକ ଆଲୋକିତ ଡ୍ରୋନ ବୁଲିଥିଲା। ପ୍ରଥମେ ଏହି ଡ୍ରୋନଟି ମେଘନାଦ ପାଚେରୀ ଚାରିପଟେ ଘୁରି ବୁଲିଲା। ଏହାପରେ ସେ ସିଧା ଉପକୁ ଉଠି ନୀଳ ଚକ୍ର ଉପରେ ମଧ୍ୟ ଉଡିବାକୁ ଲାଗିଲା। ପ୍ରାୟ 30 ମିନିଟ ଧରି ଏହି ଡ୍ରୋନଟି ଶ୍ରୀମନ୍ଦିରର ବିଭିନ୍ନ ସ୍ଥାନରେ ଚକ୍କର କାଟିଥିଲା। ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ। ସେ କହିଛନ୍ତି…
ଭୁବନେଶ୍ବର: କୃଷି କ୍ଷେତ୍ରରେ ମହିଳା ମାନଙ୍କ ଭୂମିକା ଅତୁଳନୀୟ। ପରିବର୍ତ୍ତିତ ସମୟ ସହ ତାଳ ଦେଇ ମହିଳା ମାନେ ବିଭିନ୍ନ ଦାୟିତ୍ୱ କାନ୍ଧକୁ ନେବା ସହ ପାରଦର୍ଶିତା ଲାଭ କରୁଥବା ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ଏବଂ ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା କହିଛନ୍ତି। କୃଷି ଓଡିଶା-୨୦୨୫ ଦ୍ଵିତୀୟ ଦିବସର ଶେଷ ଅଧିବେଶନରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀମତୀ ପରିଡା କହିଲେ ଯେ କୃଷି କ୍ଷେତ୍ରରେ ପୂର୍ବରୁ ମହିଳା ମାନେ ସହଯୋଗ କରୁଥିଲେ ମଧ୍ୟ ସେମାନଙ୍କ ଭୂମିକାକୁ ଏକପ୍ରକାର ଅଣଦେଖା କରାଯାଉଥିବା ବେଳେ ବର୍ତ୍ତମାନ ମାନସିକତାରେ ପରିବର୍ତ୍ତନ ସହ ରାଜ୍ୟ ସରକାର ମହିଳା ମାନଙ୍କ ସ୍ୱାର୍ଥକୁ ଗୁରୁତ୍ୱ ଦେଉଥିବା ସେ କହିଥିଲେ। କୃଷିର ବିଭିନ୍ନ କ୍ଷେତ୍ରରେ ମହିଳା ମାନେ ସ୍ୱାବଲମ୍ବୀ ହେବା ସହ ଅନ୍ୟପାଇଁ ପ୍ରେରଣାଦାୟୀ ହୋଇପାରିଛନ୍ତି । ରାଜ୍ୟର ମାଣ୍ଡିଆ ରାଣୀ ରାଇମତୀଙ୍କୁ ପ୍ରଶଂସା କରିବା ସହ ଆଜିର ସମୟରେ ମହିଳା…
ଭୁବନେଶ୍ୱର: ଉତ୍କଳ ଦୃଷ୍ଟିହୀନ ସଂଘ, ଭୁବନେଶ୍ୱର ଆନୁକୂଲ୍ୟରେ ଆଜି ମହାତ୍ମା ଲୁଇସ୍ ବ୍ରେଲିଙ୍କ ୨୧୬ତମ ଜୟନ୍ତୀ ଏବଂ ଉତ୍କଳ ଦୃଷ୍ଟିହୀନ ସଂଘର ୫୦ତମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି। ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଯୋଗଦେଇ କହିଲେ ଦୃଷ୍ଟିବାଧିତ ଟିଚର୍ସ ମାନଙ୍କୁ ପେନସନ ପ୍ରଦାନ ନିମନ୍ତେ ଯେଉଁ ଦାବି କରିଥିଲେ ତାହା ଯୋଗାଇବା ପାଇଁ ମାନ୍ୟବର ମୁଖ୍ୟ ମନ୍ତ୍ରୀଙ୍କ ସହ କଥା ହୋଇଥିଲେ ବୋଲି କହିଥିଲେ। ଆୟୁଷମାନ୍ ଭାରତ ଯୋଜନା ମାଧ୍ୟମରେ ଆପଣ ମାନଙ୍କ ସ୍ବାସ୍ଥ୍ୟ ସେବା ହୋଇପାରିବ ଏବଂ sheltered work shop ଖୋଲିବା ପାଇଁ ଯେଉଁ ଦାବି ଥିଲା ତାହା ନିଶ୍ଚୟ ଖୋଲିବ ବୋଲି ମଧ୍ୟ କହିଥିଲେ, ଏବଂ ତାଙ୍କ ଚାମ୍ୱର ରେ ବିଭାଗୀୟ ଅଧିକାରୀ ମାନଙ୍କ ସହ ଆଲୋଚନା କରି ସେ ସଂଘର ସମସ୍ୟା ଗୁଡ଼ିକ ସମାଧାନ କରିବେ…
ଭୁବନେଶ୍ବର: ମାଷ୍ଟରକ୍ୟାଣ୍ଟିନସ୍ଥିତ ଭୁବନେଶ୍ୱର ମୁଖ୍ୟ ରେଳ ଷ୍ଟେସନର ନବୀକରଣ କାର୍ଯ୍ୟର ସମୀକ୍ଷା କରିଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ। ରେଳ ବିଭାଗର ସମସ୍ଥ ଅଧିକାରୀଙ୍କ ଉପସ୍ଥିତିରେ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ଇଷ୍ଟକୋଷ୍ଟ ରେଲଓ୍ୱେର ଜିଏମଙ୍କ ସହ ଆଲୋଚନା କରିଛନ୍ତି ଅପରାଜିତା। ତାସହ ନିର୍ଦ୍ଧାରିତ ସମୟ ସୁଦ୍ଧା ନବୀକରଣ କାର୍ଯ୍ୟ ସମାପ୍ତ କରିବାକୁ ସମସ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବର୍ତ୍ତମାନ କାର୍ଯ୍ୟକ୍ଷମ ଥିବା ପୁରୁଣା ଷ୍ଟେସନରେ ଯାତ୍ରୀମାନଙ୍କର କୌଣସି ଅସୁବିଧା ନକରି ଚାଲିଥିବା ନିର୍ମାଣ କାର୍ଯ୍ୟକୁ ଖୁବ୍ ପ୍ରଶଂସା କରିଛନ୍ତି ସେ। ତାସହ ନିର୍ମାଣ କାର୍ଯ୍ୟରେ ଯଦି କିଛି ସୁବିଧା ଅସୁବିଧା ରହିଥାଏ, ତାର ସମାଧାନ ଲାଗି ମଧ୍ୟ ସମସ୍ତ ପ୍ରକାରର ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଅପରାଜିତା। ଏହି ନବୀକରଣ କାର୍ଯ୍ୟରେ କେବଳ ରେଳ ବିଭାଗ ନୁହେଁ। ବିଡିଏ, ନଗର ଉନ୍ନୟନ ବିଭାଗ, ସାଧାରଣ ପ୍ରଶାସନ ବିଭାଗ ସମେତ ରାଜ୍ୟ ସରକାରଙ୍କର ଅନେକ ବିଭାଗ ପ୍ରତ୍ୟକ୍ଷ ଏବଂ ପରୋକ୍ଷଭାବରେ ସଂଶ୍ଳିଷ୍ଟ ରହି…
ଭୁବନେଶ୍ବର: ପ୍ରବାସୀ ଭାରତୀୟ ସମିଳନୀ ଓ ଉତ୍କର୍ଷ ଓଡିଶା କଂକ୍ଲେଭ ନାଁ ରେ ବିଏମସି କର୍ତ୍ତୃପକ୍ଷ ଜୀବେ ନିଷ୍ଠୁରତା ନିରୋଧ ଆଇନ କୁ ଭ୍ରୁକ୍ଷେପ ନ କରି ନୀରିହ ପ୍ରାଣୀ ମାନଙ୍କ ଉପରେ ଅତ୍ୟାଚାର କରୁଛନ୍ତି। ସେମାନଙ୍କୁ ସ୍ଥାନାନ୍ତରିତ କରିବାକୁ ନିଷ୍ପତି ଗ୍ରହଣ କରିଛନ୍ତି। ଏହାକୁ ନେଇ ଆଜି ରାଜ୍ୟର ବିଭିନ୍ନ ପ୍ରାଣୀ କଲ୍ୟାଣ ସଂଗଠନ, ସ୍ବେଛାସେବୀ, କର୍ମୀ, ସଂଗଠକ ମାନେ ମିଳିତ ଭାବେ ଭୁବନେଶ୍ୱର ମାଷ୍ଟ୍ରର କ୍ୟାଣ୍ଟିନ ରେ ନିରବ ପ୍ରତିବାଦ କରିଥିଲେ। ଏଥିରେ ରାଜ୍ୟ ପିପୁଲ ଫର ଆନିମଲ, ଆଳାପ ପ୍ରାଣୀ କଲ୍ୟାଣ ସଙ୍ଗଠନ, ଜନକଲ୍ୟାଣ ମଞ୍ଚ, ଆନିମଲ ଓଲଫେଆର ଟ୍ରଷ୍ଟ, ରିହାବିଟାଟା ଫାଉଣ୍ଡେସନ, ସ୍ପିକ ଫର ଆନିମଲ, ପିପୁଲ ଫର ଆନିମଲ ଷ୍ଟୁଡେଣ୍ଟ ଉଇଙ୍ଗ, ରାଜ୍ୟ ଜୀବେ ନିଷ୍ଠୁରତା ନିରୋଧ ସମିତି ପକ୍ଷରୁ ଡା ତ୍ରୈଲୋକ୍ୟ ନାଥ ମହାରଣା, ଜୀବନ ବଲ୍ଲବ ଦାସ, ଡା ଦିଲୀପ ମିଶ୍ର, ବିକେ ପଟ୍ଟନାୟକ, ଅନ୍ୟାନ୍ୟ ଶତପଥୀ, ସନ୍ତୋଷ ଦାସ, ଇପିସିତା…
ଭୁବନେଶ୍ବର: ଉତ୍କର୍ଷ ଓଡିଶା କାର୍ଯ୍ୟକ୍ରମ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଆଜି ଏ ସମ୍ପର୍କରେ ଶିଳ୍ପ ବିଭାଗର ପ୍ରମୁଖ ସଚିବ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ନିକଟରେ ପ୍ରସ୍ତୁତି ସମ୍ପର୍କରେ ଏକ ବିସ୍ତୃତ ଉପସ୍ଥାପନ କରି ଜଣାଇଛନ୍ତି। ସମସ୍ତ କାର୍ଯ୍ୟକ୍ରମକୁ ତୃଟିଶୂନ୍ୟ ଭାବରେ ଓ ଆକର୍ଷଣୀୟ ଭାବରେ ପରିଚାଳନା କରି ଜାତୀୟ ଓ ଅନ୍ତର୍ଜାତୀୟ ନିବେଶକ ମାନଙ୍କ ପାଖରେ ଓଡିଶାର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ପରାମର୍ଶ ଦେଇଛନ୍ତି। ଏହା ଦ୍ୱାରା ଦୀର୍ଘ ସମୟ ପାଇଁ ଓଡିଶା ପୁଞ୍ଜିନିବେଶକ ମାନଙ୍କ ପାଇଁ ପସନ୍ଦର ସ୍ଥାନ ହୋଇପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଉପସ୍ଥାପନାରୁ ଜଣାଯାଇଛି ଯେ, ଜାନୁଆରୀ ୨୭ ତାରିଖରେ Confederation of Indian Industries ପକ୍ଷରୁ ଏହାର ନ୍ୟାସନାଲ ଏକଜିକ୍ୟୁଟିଭ୍ କାଉନସିଲ୍ ର ବୈଠକ ଅନୁଷ୍ଠିତ ହେବ। ଜାନୁଆରୀ ୨୮-୨୯ ଦୁଇ ଦିନ ଧରି ୪ଟି ପ୍ଲେନାରୀ ସେସନ (Plenary Session), ୧୬ଟି ସେକ୍ଟରାଲ୍ ସେସନ୍…
ଭୁବନେଶ୍ବର: ସୁରକ୍ଷିତ… ଘରକୁ ଫେରନ୍ତୁ। “Come Home Safe”। ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଜାତୀୟ ସଡ଼କ ସୁରକ୍ଷା ମାସର ରାଜ୍ୟସ୍ତରୀୟ ଉତ୍ସବ ଉଦଘାଟନ କରି ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଏହି ସ୍ଲୋଗାନ ଦେଇଛନ୍ତି। ଭୁବନେଶ୍ୱର ମହାତ୍ମା ଗାନ୍ଧୀ ମାର୍ଗରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସଡ଼କ ସୁରକ୍ଷାକୁ ଏକ ଜନ ଅଭିଯାନରେ ପରିଣତ କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି। ଏହି ଅବସରରେ ସଡ଼କ ସୁରକ୍ଷାର ନିୟମ ପାଳନ କରି ସୁରକ୍ଷିତ ଭାବରେ ଘରକୁ ଫେରିବାକୁ ସେ ସମସ୍ତଙ୍କୁ ନିବେଦନ କରିଛନ୍ତି। ସଚେତନତା କାର୍ଯ୍ୟକ୍ରମକୁ ପ୍ରଭାବୀ କରିବାକୁ ମାଷ୍ଟରକ୍ୟାଣ୍ଟିନ ଛକରୁ ଶ୍ରୀରାମ ମନ୍ଦିର ଯାଏଁ ପଦଯାତ୍ରା କରିଛନ୍ତି ମୁଖ୍ୟମନ୍ତ୍ରୀ। କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରାଳୟ ପକ୍ଷରୁ ଜାନୁଆରୀ ମାସ ବ୍ୟାପୀ ଜାତୀୟ ସଡ଼କ ସୁରକ୍ଷା ମାସ ପାଳନ କରାଯାଉଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ମଧ୍ୟ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ…
ଭୁବନେଶ୍ବର: ଶେଷରେ ସବୁ କଳ୍ପନା ଜଳ୍ପନରେ ଶେଷ ହୋଇଛି। ବରିଷ୍ଠ ଆଇଏଏସ ମନୋଜ ସାହୁ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭାବେ ନିଯୁକ୍ତି ପାଇଛନ୍ତି। ଆଜି ଏ ନେଇ ରାଜ୍ୟ ସରକାରଙ୍କ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ମନୋଜ ବର୍ତ୍ତମାନ ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ଭାବେ କାର୍ଯ୍ୟ କରୁଛନ୍ତି। ତାଙ୍କୁ ବଦଳି କରିବା ସହିତ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ପଦକୁ ସ୍ବତନ୍ତ୍ର ସଚିବ ପାହ୍ୟା ମଧ୍ୟ କରାଯାଇଛି। ଏହା ପୂର୍ବରୁ ଏହି ପଦରେ ଥିଲେ ଅରିନ୍ଦମ ଡାକୁଆ। ନୂଆ ସରକାର ଆସିବା ପରେ ତାଙ୍କୁ ଏହି ପଦବୀରେ ନିଯୁକ୍ତି ଦିଆଯାଇଥିଲା। ସେ ପାଞ୍ଚମାସ ରହି କାମ କରିବା ପରେ ତାଙ୍କୁ ହଠାତ ସରକାର ବଦଳି କରିଦେଇଥିଲେ। ବର୍ତ୍ତମାନ ତାଙ୍କୁ ମୁନିସିପାଲ ପ୍ରଶାସକ ଭାବେ ନିଯୁକ୍ତି ଦିଆଯାଇଛି। ଏହାପରେ ଏହି ଗୁରୁତ୍ବପୂର୍ଣ୍ଣ ପଦବୀରେ କିଏ ନିଯୁକ୍ତି ପାଇବ ସେ ନେଇ ଚର୍ଚ୍ଚା ଚାଲିଥିଲା।
ଭୁବନେଶ୍ବର: ଆଜି ସ୍ଥାନୀୟ ବରମୁଣ୍ଡା ପଡିଆରେ ତିନିଦିନିଆ କୃଷି ଓଡ଼ିଶା-୨୦୨୫ କାର୍ଯ୍ୟକ୍ରମ ଉଦଘାଟିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏହାକୁ ଉଦଘାଟନ କରିଛନ୍ତି। ଏଥିସହିତ ଉପମୁଖ୍ୟମନ୍ତ୍ରୀ ତଥା କୃଷି ମନ୍ତ୍ରୀ କନକ ବର୍ଦ୍ଧନସିଂଦେଓ ଏବଂ ରାଜସ୍ବମନ୍ତ୍ରୀ ସୁରେଶ ପୂଜାରୀ ଯୋଗଦେଇଥିଲେ। ମୁଖ୍ୟମନ୍ତ୍ରୀ କହିଲେ ଯେ, ଆମ ରାଜ୍ୟର ପ୍ରାୟ ୭୦ ପ୍ରତିଶତ ଲୋକ କୃଷି ଏବଂ ଆନୁଷଙ୍ଗିକ କ୍ଷେତ୍ରରେ କାମ କରି ଜୀବିକା ନିର୍ବାହ କରିଥାନ୍ତି। ତେଣୁ ଯେଉଁଠି ଏତେ ସଂଖ୍ୟକ ଲୋକେ ଗୋଟିଏ ବୃତ୍ତିରେ କାମ କରନ୍ତି, ସେମାନଙ୍କ ବିକାଶ କରିବା ସହ ସୁଖ ଦୁଃଖରେ ଠିଆ ହେବା ଯେ କୌଣସି ସରକାରଙ୍କ ନୈତିକ ଦାୟିତ୍ଵ । କୋଭିଡ ମହାମାରୀ ବେଳେ କେବଳ କୃଷକ ମାନେ ହିଁ ଦେଶର ଅର୍ଥନୀତିକୁ ବଞ୍ଚାଇ ସମସ୍ତଙ୍କ ମୁହଁରେ ଆହାର ଦେଇଥିଲେ। ଏହି ମହତ କାର୍ଯ୍ୟ ପାଇଁ ଆପଣ ସମସ୍ତେ ଧନ୍ୟବାଦ ଏବଂ ପ୍ରଶଂସାର ପାତ୍ର ବୋଲି ସେ କହିଥିଲେ। ମୁଖ୍ୟମନ୍ତ୍ରୀ…
ଭୁବନେଶ୍ବର: ଅଦିନିଆ ବର୍ଷା କ୍ଷୟକ୍ଷତି ସହାୟତା ରାଶି ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ, ଅଦିନିଆ ବର୍ଷାକୁ ରାଜ୍ୟ ସରକାର ଏକ ବିପର୍ଯ୍ୟୟ ଭାବେ ଗ୍ରହଣ କରିଛନ୍ତି। ତେଣୁ, ରାଜ୍ୟର SDRF ପାଣ୍ଠିରୁ କ୍ଷତିଗ୍ରସ୍ତ ଚାଷୀ ମାନଙ୍କୁ ସହାୟତା ପ୍ରଦାନ କରାଯିବ। ଯେଉଁଚାଷୀ ମାନଙ୍କର ୩୩ ପ୍ରତିଶତ ବା ଅଧିକ ଫସଲ କ୍ଷତି ହୋଇଥିବ, ସେହି ଚାଷୀ ମାନଙ୍କୁ ସହାୟତା ମିଳିବ। ଆଜି ସ୍ଥାନୀୟ ବରମୁଣ୍ଡା ପଡିଆରେ ତିନିଦିନିଆ କୃଷି ଓଡ଼ିଶା-୨୦୨୫ କାର୍ଯ୍ୟକ୍ରମକୁ ଉଦଘାଟନ କରି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏହା ଘୋଷଣା କରିଛନ୍ତି। SDRF ପାଣ୍ଠିରୁ ୨୯୧ କୋଟି ୫୯ ଲକ୍ଷ ଟଙ୍କାର ଇନ୍ପୁଟ୍ ସବ୍ସିଡି କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ପ୍ରଦାନ କରାଯିବ। ଜିଲ୍ଲାପାଳ ମାନଙ୍କ ରିପୋର୍ଟ ଅନୁଯାୟୀ ୬ ଲକ୍ଷ ୬୬ ହଜାର ୭୨୦ ଜଣ ଚାଷୀଙ୍କର ୨ ଲକ୍ଷ ୨୬ ହଜାର ୭୯୧ ହେକ୍ଟର ଜମିରେ ୩୩ ପ୍ରତିଶତରୁ…
ଭୁବନେଶ୍ୱର: ଆସନ୍ତା ୮ ଓ ୯ ତାରିଖରେ ଭୁବନେଶ୍ୱର ରେ ହେବାକୁ ଥିବା ଦୁଇ ଦିନିଆ ପ୍ରବାସୀ ଭାରତୀୟ ମହୋତ୍ସବ ଏବଂ ୨୮ ତାରିଖରେ ହେବାକୁ ଥିବା ଉତ୍କର୍ଷ ଓଡିଶା କଂକ୍ଲେଭ ପାଇଁ ଭୁବନେଶ୍ବର ବିଏମସି ଦୀର୍ଘ ୧୫ଦିନ ଧରି ବିଭିନ୍ନ ସ୍ଥାନରୁ ୪୫୦ ରୁ ଉର୍ଦ୍ଧ୍ବ କୁକୁର ମାନଙ୍କୁ ସ୍ଥାନାନ୍ତର କରାଯାଇ ମଞ୍ଚେଶ୍ୱର ସ୍ଥିତ ମଞ୍ଚେଶ୍ୱର ସ୍ଥିତ ସ୍ୱାନ ବନ୍ଧ୍ୟାକରଣ କେନ୍ଦ୍ର ରେ ରଖାଯାଇଛି। କୁକୁର ମାନଙ୍କୁ ନିଜ ଅଞ୍ଚଳ ରୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇପାରିବ ନାହିଁ ବୋଲି ସର୍ବୋଚ୍ଚ ନ୍ୟାୟାଳୟ ଙ୍କ ନିର୍ଦେଶ ରହିଛି। ତେବେ ଏନେଇ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ଓ ବିଭାଗୀୟ ଅଧିକାରୀ ଙ୍କ ପାଖରେ ଖବର ନାହିଁ।ଆଜି ଏନେଇ ରାଜ୍ୟର କେତେକ ପ୍ରାଣୀ କଲ୍ୟାଣ ସ୍ବେଛାସେବୀ ସ୍ପଷ୍ଟ କରିଛନ୍ତି। ସେଠାରେ ଦୀର୍ଘ ଚାରି ଦିନ ହେବ କୁକୁର ମାନଙ୍କୁ ଠିକ ଭାବେ ଦେଖାଚାହା କିମ୍ବା ଖାଦ୍ୟ, ପାନୀୟ ଜଳ, ଚିକିତ୍ସା ଅଭାବରୁ ବହୁ…
ଭୁବନେଶ୍ବର: ରାଜ୍ୟ ସହରାଞ୍ଚଳ ବିକାଶ ଏଜେନ୍ସି (SUDA) ଓଡିଶାର ସମସ୍ତ ୧୧୫ ପୌର ସଂସ୍ଥା (ULBs)ରେ କାର୍ଯ୍ୟ କରୁଥିବା କମ୍ୟୁନିଟି ସଂଗଠକ, ଏମ୍.ଆଇ. ଏସ୍ ପ୍ରଫେସନାଲ / କନସଲଟାଣ୍ଟ ଏବଂ ଆକାଉଣ୍ଟାଣ୍ଟଙ୍କ ପାଇଁ “ସହରୀ ଶାସନ” ଉପରେ ଏକ ରିଫ୍ରେସର ତାଲିମ କାର୍ଯ୍ୟକ୍ରମ ଆୟୋଜନ କରିଥିଲା। ତୃଣମୂଳ ସ୍ତରରେ ସହରୀ ଶାସନ ଏବଂ ଦକ୍ଷତା ବୃଦ୍ଧି ପାଇଁ ଗୃହ ଏବଂ ନଗର ଉନ୍ନୟନ ବିଭାଗର ପ୍ରତିବଦ୍ଧତା ଅଧୀନରେ ଏହି ତାଲିମ ଏକ ପ୍ରମୁଖ ପଦକ୍ଷେପ। ଅଂଶଗ୍ରହଣକାରୀମାନଙ୍କ ସହିତ ପ୍ରମୁଖ ସଚିବ ଶ୍ରୀମତୀ ଉଷା ପାଢୀ ଆଲୋଚନା ପ୍ରସଙ୍ଗରେ ବିକଶିତ ଓଡ଼ିଶା @ ୨୦୩୬ ଏବଂ ବିକଶିତ ଭାରତ @ ୨୦୪୭ ର ଦୂରଦୃଷ୍ଟି ହାସଲ କରିବାରେ ସାମୂହିକ ଉଦ୍ୟମ ତଥା ଉତ୍ସର୍ଗୀକୃତତାର ମୁଖ୍ୟ ଭୂମିକା ଉପରେ ଗୁରୁତ୍ୱାରୋପ କରିଥିଲେ। ନାଗରିକ-କେନ୍ଦ୍ରିକ ପଦକ୍ଷେପ ପାଇଁ ସେମାନଙ୍କୁ ପ୍ରୋତ୍ସାହିତ କରିଥିଲେ। ପୌର ସଂସ୍ଥା ଗୁଡିକର କାର୍ଯ୍ୟକ୍ଷମତାକୁ ସୁନିଶ୍ଚିତ କରିବାରେ କାର୍ଯ୍ୟରତ ଗୋଷ୍ଠୀ ସଂଗଠକ ଓ…
ଭୁବନେଶ୍ବର: ଓଡ଼ିଶାର ୨୭ତମ ରାଜ୍ୟପାଳ ଭାବେ ଶପଥ ନେଲେ ହରିବାବୁ କମ୍ଭମପତି। ରାଜଭବନରେ ଆୟୋଜିତ ସ୍ବତନ୍ତ୍ର ଉତ୍ସବରେ ତାଙ୍କୁ ଶପଥପାଠ କରାଇଥିଲେ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଚକ୍ରଧାରୀ ଶରଣ ସିଂ। ଶପଥ ଗ୍ରହଣ ଉତ୍ସବ ପରେ ନୂଆ ରାଜ୍ୟପାଳଙ୍କୁ ଦିଆଯାଇଥିଲା ଗାର୍ଡ ଅଫ ଅନର। ଶପଥଗ୍ରହଣ ଉତ୍ସବରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ, ମନ୍ତ୍ରୀମଣ୍ଡଳର ସଦସ୍ୟ ଓ ବିଧାୟକମାନେ ଉପସ୍ଥିତ ଥିଲେ। ଏହା ପୂର୍ବରୁ ମିଜୋରାମର ରାଜ୍ୟପାଳ ଥିଲେ ହରିବାବୁ କମ୍ଭମପତି ।
ଭୁବନେଶ୍ବର: ଓଡିଶାର ନୂଆ ରାଜ୍ୟପାଳ ଭାବେ ଶପଥ ନେବେ ହରିବାବୁ କୁମ୍ଭମପତି। ଓଡିଶାର ରାଜ୍ୟପାଳ ପଦବୀରୁ ରଘୁବର ଦାସ ଇସ୍ତଫା ଦେବା ପରେ କେନ୍ଦ୍ର ସରକାର କୁମ୍ଭମପତିଙ୍କୁ ନୂଆ ରାଜ୍ୟପାଳ ଭାବେ ନିଯୁକ୍ତି ଦେଇଛନ୍ତି। ତାଙ୍କର ଶପଥ ପାଇଁ ଭୁବନେଶ୍ବରରେ ଥିବା ରାଜଭବନର ଅଭିଷେକ ହଲକୁ ପ୍ରସ୍ତୁତ କରାଯାଇଛି। ସେ ଶୁକ୍ରବାର 10ଟା 15 ମିନିଟରେ ଶପଥ ନେବେ। ତାଙ୍କୁ ହାଇକୋର୍ଟର ମୁଖ୍ୟ ବିଚାରପତି ଚକ୍ରଧାରୀ ଶରଣ ସିଂ ଶପଥ କରାଇବେ। ହରିବାବୁ ଆଜି ଅପରାହ୍ନରେ ଭୁବନେଶ୍ବର ଆସିବାର କାର୍ଯ୍ୟକ୍ରମ ରହିଛି। ହରିବାବୁ ମିଜୋରାମର ରାଜ୍ୟପାଳ ଭାବେ କାମ କରୁଥିଲେ। ଗତକାଲି ତାଙ୍କୁ ମିଜୋରାମ ରାଜଭବନ ତରଫରୁ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି.
ଭୁବନେଶ୍ବର: ରାଜ୍ୟର ସରକାରୀ ଅନୁଦାନ ପ୍ରାପ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଶିକ୍ଷକ ଓ କର୍ମଚାରୀମାନଙ୍କ ଗ୍ରାଚୁଇଟି ବୃଦ୍ଧି କରିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ଅନୁଯାୟୀ ରାଜ୍ୟର ସରକାରୀ ଅନୁଦାନ ପ୍ରାପ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟର ସରକାରୀ ଅନୁଦାନ ପ୍ରାପ୍ତ ଶିକ୍ଷକ ଓ ଅଣ ଶିକ୍ଷକ କର୍ମଚାରୀ ମାନଙ୍କ ମୃତ୍ୟୁ ଓ ଅବସରକାଳୀନ ଗ୍ରାଚୁଇଟି ୫ ଲକ୍ଷରୁ ୭.୫ ଲକ୍ଷ ଟଙ୍କାକୁ ବୃଦ୍ଧି ହେଲା । ଏ ସଂକ୍ରାନ୍ତୀୟ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ ଦେଇଛନ୍ତି। ଏଥିପାଇଁ ବିଭିନ୍ନ ଶିକ୍ଷକ ସଂଘମାନେ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଥିଲେ।
ଭୁବନେଶ୍ବର: ଓଡିଶାର ଶିଳ୍ପ ବିକାଶ ଏବଂ ରୋଜଗାର ସୃଷ୍ଟି କ୍ଷମତାକୁ ବୃଦ୍ଧି କରିବା ପାଇଁ ଓଡିଶା ସରକାର ୩୩ତମ ରାଜ୍ୟ ସ୍ତରୀୟ ସିଙ୍ଗଲ୍ ଉଇଣ୍ଡୋ କ୍ଲିୟାରେନ୍ସ ଅଥରିଟି (SLSWCA) ବୈଠକରେ ମୋଟ ୨୫ଟି ପ୍ରମୁଖ ପ୍ରକଳ୍ପକୁ ଅନୁମୋଦନ ଦେଇଛନ୍ତି। ଏହି ପ୍ରକଳ୍ପଗୁଡ଼ିକର ମୋଟ ମୂଲ୍ୟ ୪,୨୨୨.୨୪ କୋଟି ଟଙ୍କା ଏବଂ ଏଥିରୁ ମୋଟ ୧୪,୪୯୭ ରୋଜଗାର ସୃଷ୍ଟି ହେବା ଆଶା କରାଯାଉଛି। ଏହି ଅନୁମୋଦନ ସରକାରଙ୍କ ଶୀର୍ଷ ସମିତି ମୁଖ୍ୟ ତଥା ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଅହୁଜାଙ୍କ ଅଧ୍ୟକ୍ଷତାରେ ହୋଇଥିଲା। ଏହା ଓଡିଶାର ସାମାଜିକ-ଆର୍ଥିକ ବିକାଶକୁ ଅଗ୍ରଗତି ଦେବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ। ଓଡିଶା ପୂର୍ବ ଭାରତର ସର୍ବୋତ୍କୃଷ୍ଟ ନିବେଶ ପ୍ରବେଶ ଭାବେ ସ୍ଥାପିତ ହୋଇଛି, ଯାହା ଦିଲ୍ଲୀ, ମୁମ୍ବାଇ ଏବଂ ସିଙ୍ଗାପୁରରେ ଆୟୋଜିତ ହୋଇଥିବା ଉତ୍କର୍ଷ ଓଡିଶା ରୋଡ ସୋ’ ଗୁଡିକର ସଫଳତା ଦ୍ୱାରା ପ୍ରମାଣିତ ହୋଇଛି। ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝିଙ୍କ ନେତୃତ୍ୱରେ…
ଭୁବନେଶ୍ୱର: ଆଜି ନୂଆ ବର୍ଷ -୨୦୨୫ ଅବସରରେ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଅନ୍ଧାରୁଆ ସ୍ଥିତ ଓଡ଼ିଶା ପତିତ ଉଦ୍ଧାର ସମିତି ପରିଦର୍ଶନରେ ଯିବା ସହ ଅନ୍ତେବାସୀଙ୍କୁ ଫଳ ଓ କମ୍ବଳ ବଣ୍ଟନ କରିଛନ୍ତି। ଅପରାହ୍ନରେ ମନ୍ତ୍ରୀ ଏଠାକୁ ଯିବା ସହ ଏଠାରେ ରହୁଥିବା ଶାରୀରିକ ଭିନ୍ନକ୍ଷମ ଓ ମାନସିକ ଅନଗ୍ରସର ମାନଙ୍କୁ ସୁବିଧା ଅସୁବିଧା ପଚାରି ବୁଝିବା ସହ ନୂଆ ବର୍ଷର ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ। ଏହି ଅବସରରେ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ଅନ୍ତେବାସୀ ମାନଙ୍କୁ ଫଳ ଓ କମ୍ବଳବଣ୍ଟନ କରିବା ସହ ସମସ୍ତଙ୍କ ସୁଖ ସମୃଦ୍ଧି କାମନା କରିଥିଲେ। ସମାଜରେ ବସବାସ କରୁଥିବା ଏହି ଶ୍ରେଣୀର ଲୋକ ଦୟା କିମ୍ବା ସହନାଭୂତି ନୁହେଁ ବରଂ ସମ୍ମାନର ପାତ୍ର। ଏହି ସମସ୍ତ ବର୍ଗର ଉନ୍ନତି ସାଧିତ ହୋଇ ପାରିଲେ ବିକଶିତ ଓଡ଼ିଶା ତଥା ବିକଶିତ ଭାରତ ଗଠନ ସମ୍ଭବ ହୋଇ ପାରିବ ବୋଲି…
ଭୁବନେଶ୍ବର: ନୂଆ ବର୍ଷରେ ନୂଆ ମଙ୍ଗୁଆଳ ଖୋଜିବାରେ ଲାଗିଛି ଓଡିଶାର ତିନି ପ୍ରମୁଖ ଦଳ। ବିଜେଡି ବିଜେପି ଏବଂ କଂଗ୍ରେସ ଦଳର ନୂଆ ସଭାପତି ଏହି ନୂଆ ବର୍ଷରେ ଘୋଷଣା ହେବ। ସେଥିପାଇଁ 2025 ମସିହାରୁ ଦଳ କାହା ନେତୃତ୍ବରେ ଆଗକୁ ଯିବ ସେ ନେଇ ଅଙ୍କକଷା ଚାଲିଛି। ଦଳିୟ ନିୟମ ଅନୁସାରେ ଜାତୀୟ ବିଜେପି ଦଳ ତାହାର ତ୍ରୁଣମୂଳ ନିର୍ବାଚନ କରିଥିବା ବେଳେ ଜିଲ୍ଲା ସ୍ତରୀୟ ନିର୍ବାଚନ ବାକି ରହିଛି। ତାହା ଶେଷ ହେବା ପରେ ପରେ ରାଜ୍ୟ ସଭାପତି କିଏ ହେବ ସେ ନେଇ ନିର୍ବାଚନ କିମ୍ବା ମନୋନୟନ କରାଯିବ। ଏଥିରେ ବର୍ତ୍ତମାନର ସଭାପତି ମନମୋହନ ସାମଲ ରିପିଟ ହେବେ ନା ନୂଆ ନେତା ଆସିବେ ସେ ନେଇ କଳ୍ପନା ଜଳ୍ପନା ପ୍ରକାଶ ପାଇଛି। ସେହିପରି କଂଗ୍ରେସ ନିର୍ବାଚନରେ ବଡ ଧକ୍କା ଖାଇବା ପରେ ସଭାପତି ପଦରୁ ଇସ୍ତଫା ଦେଇଛନ୍ତି ଶରତ ପଟ୍ଟନାୟକ। ଏହାପରେ କଂଗ୍ରେସର ସଭାପତି କିଏ…
ଭୁବନେଶ୍ବର: ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗକୁ ଶ୍ରେଷ୍ଠ ବିଭାଗ ଭାବେ ପରିଣତ କରିବା ପାଇଁ ଅଧିକାରୀ ଓ କର୍ମଚାରୀବୃନ୍ଦ ଉତ୍ସର୍ଗୀକୃତ ଭାବରେ କାର୍ଯ୍ୟ କରିବାକୁ ବିଭାଗୀୟ ମନ୍ତ୍ରୀ ଡା. କୃଷ୍ଣ ଚନ୍ଦ୍ର ମହାପାତ୍ର ଆହ୍ୱାନ ଜଣାଇଛନ୍ତି। ଆଜି ପୂର୍ବାହ୍ନରେ ବିଭାଗର ଅଧିକାରୀ ତଥା କର୍ମଚାରୀମାନଙ୍କୁ ନୂତନ ବର୍ଷର ଶୁଭକାମନା ଜ୍ଞାପନ କରି ମନ୍ତ୍ରୀ ଡ. ମହାପାତ୍ର ଏହି ମର୍ମରେ ବିକଶିତ ଭାରତ ପାଇଁ ବିକଶିତ ଓଡ଼ିଶା ନିର୍ମାଣରେ ବିଭାଗର କ୍ରିୟାଶୀଳତା ଉପରେ ଗୁରୁତ୍ୱାରୋପ କରିଛନ୍ତି। ଖାରବେଳ ଭବନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ଡା. ମହାପାତ୍ର ଇଂରାଜୀ ନୂଆବର୍ଷର ଶୁଭେଚ୍ଛା ଜଣାଇବା ସହିତ ସମସ୍ତଙ୍କ ସୁଖ, ଶାନ୍ତି ଓ ସମୃଦ୍ଧି କାମନା କରିଥିଲେ। ସରକାର ଗଠନର ଗୋଟିଏ ବର୍ଷ ପୂରଣ ହେଉଥିବା ଦୃଷ୍ଟିରୁ ଚଳିତ ବର୍ଷଟି ଗୁରୁତ୍ୱପୂର୍ଣ୍ଣ ଏବଂ ନିକଟରେ ଅନୁଷ୍ଠିତ ହେବାକୁ ଥିବା ପ୍ରବାସୀ ଭାରତୀୟ ଦିବସ ସମାରୋହ ମଧ୍ୟ ଅଧିକ ତାତ୍ପର୍ଯ୍ୟପୂର୍ଣ୍ଣ ହେବ ବୋଲି…
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନରେ ଉଚ୍ଚ ପଦାଧିକାରୀ ମାନଙ୍କ ସହିତ ଆଲୋଚନା କରି ସେମାନଙ୍କୁ ସାମୁହିକ ଦାୟିତ୍ୱ (Collective Responsibility) ସହ କାମ କରି ସରକାରଙ୍କ କାର୍ଯ୍ୟକ୍ରମ ଗୁଡିକ ସଫଳ କରିବାକୁ ପରାମର୍ଶ ଦେଇଛନ୍ତି । ସୂଚନା ଯୋଗ୍ୟ ଯେ, ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଡଃ ମନମୋହନ ସିଂହଙ୍କ ପରଲୋକ ଯୋଗୁଁ ରାଷ୍ଟ୍ରୀୟ ଶୋକ ପାଳନ ତଥା ଚାଷୀ ମାନଙ୍କ ଅଦିନିଆ ବର୍ଷା ଜନିତ ଫସଲ ହାନୀ ପାଇଁ ମୁଖ୍ୟମନ୍ତ୍ରୀ ନୂଆ ବର୍ଷକୁ ନିରାଡମ୍ବର ଭାବେ ପାଳନ କରିବାକୁ ନିଷ୍ପତ୍ତି ନେଇଥିଲେ । ତେଣୁ, ଆଜି ଅଧିକାରୀ ଓ କର୍ମଚାରୀ ମାନେ ବିନା ଫୁଲରେ ଆସି ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଶୁଭେଚ୍ଛା ଜଣାଇଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଗତ ଛଅ, ସାତ ମାସ ମଧ୍ୟରେ ଆମ ସରକାର ଲୋକଙ୍କୁ ଯାହା ପ୍ରତିଶ୍ରୁତି ଦେଇଥିଲା ତାହା ପ୍ରାୟତଃ ପୂରଣ ହୋଇଛି । ମୁଖ୍ୟ ଶାସନ ସଚିବ ଓ ବିଭିନ୍ନ…

