ନୂଆଦିଲ୍ଲୀ: ଆଜି ପ୍ରଖ୍ୟାତ ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବଙ୍କ ପରଲୋକ ଘଟିଛି। ସେ ଦୀର୍ଘଦିନ ଧରି ଏମଏସ ଦିଲ୍ଲୀରେ ଚିକିତ୍ସିତ ହେଉଥିଲେ। ସେ ଦୀର୍ଘ ଚାଳିଷ ଦିନ ଧରି ଆଇସିୟୁରେ ଥିଲେ। ହେଲେ ଆଜି ସକାଳେ ତାଙ୍କର ପରଲୋକ ଘଟିଛି। ଫଳରେ ସାରା ଦେଶରେ ଶୋକର ଛାୟା ଖେଳିଯାଇଛି। ତାଙ୍କ ପରଲୋକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୋକ ପ୍ରକାଶ କରିଛନ୍ତି। ତାଙ୍କ ସହିତ ରାଜୁ ଶ୍ରୀବାସ୍ତବଙ୍କ ଏକ ଫଟୋକୁ ମଧ୍ୟ ପ୍ରଧାନମନ୍ତ୍ରୀ ସେୟାର କରିଛନ୍ତି। ସେ ଶୋକ ବ୍ୟକ୍ତ କରି କହିଛନ୍ତି ଯେ, ‘ରାଜୁ ଶ୍ରୀବାସ୍ତବ ହାସ୍ୟ ଏବଂ ସକାରାତ୍ମକତା ସହିତ ଆମ ଜୀବନକୁ ଉଜ୍ଜ୍ୱଳିତ କରିଥିଲେ। ସେ ଆମକୁ ଖୁବ୍ ଶୀଘ୍ର ଛାଡି ଚାଲିଯାଇଛନ୍ତି। ହେଲେ ବର୍ଷ ବର୍ଷ ଧରି କରିଥିବା ତାଙ୍କର ଉଚ୍ଚକୋଟିର ଅଭିନୟ ଯୋଗୁଁ ସେ ଅଗଣିତ ଲୋକଙ୍କ ହୃଦୟରେ ବଞ୍ଚି ରହିବେ। ତାଙ୍କର ଦେହାନ୍ତ ବଡ ଦୁଃଖଦାୟକ। ତାଙ୍କ ପରିବାର ଏବଂ ପ୍ରଶଂସକଙ୍କୁ ସମବେଦନା। ଓମ୍…
Author: Samikhsya Bureau
ରାଜୁ ଶ୍ରୀବାସ୍ତବଙ୍କର ଦେହାନ୍ତ: ଲୋକପ୍ରିୟ ଷ୍ଟାଣ୍ଡ ଅପ୍ ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବଙ୍କର ୫୮ ବର୍ଷ ବୟସରେ ଦେହାନ୍ତ ହୋଇଛି। ଅଗଷ୍ଟ ୧୦ ରେ ସେ ହଠାତ୍ ହୃଦଘାତରେ ପୀଡିତ ହୋଇ ତାଙ୍କୁ ଦିଲ୍ଲୀ ଏମଏସକୁ ନିଆଯାଇଥିଲା। ତାଙ୍କୁ ତୁରନ୍ତ ଆଇସିୟୁକୁ ସ୍ଥାନାନ୍ତରିତ କରାଯାଇଥିଲା। ସେ ଲାଇଫ ସପୋର୍ଟରେ ଥିଲେ। ସେ ପ୍ରାୟ ୪୦ ଦିନରୁ ଅଧିକ ସମୟ ପର୍ଯ୍ୟନ୍ତ ଚେତାଶୂନ୍ୟ ଥିଲେ। କିଛିଦିନ ଧରି ଡାକ୍ତରଙ୍କ ସମସ୍ତ ଉଦ୍ୟମ ସତ୍ବେ ତାଙ୍କୁ ହୃଦଘାତ ହେବାରୁକ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଇଥିଲା। ହୃଦଘାତ ପରେ ସେ ମସ୍ତିଷ୍କରେ ରକ୍ତ କ୍ଷୟ ହୋଇଥିବା ଡାକ୍ତରମାନେ କହିଥିଲେ। ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଜୁ ଶ୍ରୀବାସ୍ତବଙ୍କ ପତ୍ନୀ ଶିଖାଙ୍କୁ ଟେଲିଫୋନ୍ କରି ତାଙ୍କ ସ୍ୱାସ୍ଥ୍ୟ ବିଷୟରେ ପଚାରି ବୁଝିଥିଲେ। ହେଲେ ଆଜି ଅର୍ଥାତ ସେପ୍ଟେମ୍ବର ୨୧…
ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ କୋଭିଡ-୧୯ରେ ୪ ହଜାର ୫୧୦ ଲୋକ ଆକ୍ରାନ୍ତ ହୋଇଛନ୍ତି। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ ସଂକ୍ରମିତ ସଂଖ୍ୟା ୪ କୋଟି ୪୫ ଲକ୍ଷ ୪୭ ହଜାର ୫୯୯ କୁ ବୃଦ୍ଧି ପାଇଥିବାବେଳେ ଚିକିତ୍ସିତ ରୋଗୀଙ୍କ ସଂଖ୍ୟା ୪୭ ହଜାର ୩୭୯ ରୁ ୪୬ ହଜାର ୨୧୬ କୁ ହ୍ରାସ ପାଇଛି। ଆଜି ସକାଳ ୮ ଟାରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ଜାରି ତଥ୍ୟ ଅନୁଯାୟୀ, କୋଭିଡ୍-୧୯ ରୁ ୩୩ ଜଣଙ୍କର ମୃତ୍ୟୁ ହୋଇଛି। ଯାହା ପରେ ଦେଶରେ ସମୁଦାୟ ମୃତ୍ୟୁ ସଂଖ୍ୟା ୫ ଲକ୍ଷ ୨୮ ହଜାର ୪୦୩ କୁ ବୃଦ୍ଧି ପାଇଛି।
ନୂଆଦିଲ୍ଲୀ: ଏସିଆ କପରେ ଟିମ୍ ଇଣ୍ଡିଆର ନିରାଶାଜନକ ପ୍ରଦର୍ଶନ ପରେ କୋଚ୍ ରାହୁଲ ଦ୍ରାବିଡଙ୍କ ଚିନ୍ତା ବୃଦ୍ଧି ପାଇଛି। ତେବେ ବିଶ୍ୱକପ ପାଇଁ ପ୍ରସ୍ତୁତିକୁ ଦୃଷ୍ଟିରେ ରଖି ରାହୁଲ ଦ୍ରାବିଡ ପ୍ରସ୍ତୁତ ହୋଇଛନ୍ତି। ଏହି ଧାରାବାହିକରେ ରାହୁଲ ଦ୍ରାବିଡ଼ ବିସିସିଆଇ ସମ୍ମୁଖରେ ଦୁଇଟି ଦାବି ରଖିଛନ୍ତି। ବିଶ୍ୱକପ ପୂର୍ବରୁ ଅଧିକ ଅଭ୍ୟାସ ମ୍ୟାଚ୍ ଆୟୋଜନ କରିବାକୁ ବିସିସିଆଇକୁ ରାହୁଲ ଦ୍ରାବିଡ କହିଛନ୍ତି। ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଭାରତକୁ ଦୁଇଟି ଅଭ୍ୟାସ ମ୍ୟାଚ୍ ଖେଳିବାକୁ ଥିଲା। କିନ୍ତୁ ବର୍ତ୍ତମାନ ରାହୁଲ ଦ୍ରାବିଡଙ୍କ ଚାହିଦା ପରେ ଟିମ୍ ଇଣ୍ଡିଆ ୨ ରୁ ୩ ଅଭ୍ୟାସ ମ୍ୟାଚ୍ ଖେଳିବାର ସୁଯୋଗ ପାଇପାରେ। କେବଳ ଏତିକି ନୁହେଁ, ବିଶ୍ୱକପ ପ୍ରସ୍ତୁତି ପାଇଁ ଟିମ୍ ଇଣ୍ଡିଆ ଏକ ସପ୍ତାହ ପୂର୍ବରୁ ଅଷ୍ଟ୍ରେଲିଆ ଯିବ। ବିସିସିଆଇର ଏକ ଉତ୍ସ କହିଛି ଯେ, ଆମେ କିଛି ଦଳ ସହ ଆଲୋଚନା କରୁଛୁ ଯାହା ଆମ ସହିତ ଅଭ୍ୟାସ ମ୍ୟାଚ୍ ଖେଳିବ।…
ନୂଆଦିଲ୍ଲୀ: ଉଜବେକିସ୍ତାନରେ ଅନୁଷ୍ଠିତ ସାଂଘାଇ ସହଯୋଗ ସଂଗଠନ (ଏସସିଓ) ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ଵାରା ଦିଆଯାଇଥିବା ବିବୃତ୍ତିକୁ ଆମେରିକା ସ୍ଵାଗତ କରିଛି। ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ନିକଟକୁ ଯେଉଁ ବାର୍ତ୍ତା ଦିଆଯାଇଛି, ତାହା ସିଦ୍ଧାନ୍ତ ଆଧାରିତ ବିବୃତ୍ତି ବୋଲି ଆମେରିକା କହିଛି। ଏହା ସତ୍ୟ ଏବଂ ସଠିକ୍ ବିବୃତ୍ତି ବୋଲି ଆମେରିକା କହିଛି। ହ୍ଵାଇଟ ହାଉସ କହିଛି ଯେ, ଆମେରିକା ଏହାକୁ ସ୍ୱାଗତ କରୁଛି। ଗତ ସପ୍ତାହରେ ସାଂଘାଇ ସହଯୋଗ ସଂଗଠନ ଶିଖର ସମ୍ମିଳନୀରେ ଉଜବେକିସ୍ତାନର ସମରକନ୍ଦରେ ପୁଟିନଙ୍କ ସହ ତାଙ୍କର ସାକ୍ଷାତ ସମୟରେ ମୋଦୀ ଋଷର ରାଷ୍ଟ୍ରପତିଙ୍କୁ କହିଥିଲେ ଯେ, ବର୍ତ୍ତମାନ ଯୁଦ୍ଧର ସମୟ ନୁହେଁ ଏବଂ ମୁଁ ଏହା ବିଷୟରେ ଆପଣଙ୍କ ସହ ଫୋନରେ କଥା ହୋଇସାରିଛି। ଏଥିପାଇଁ ପୁଟିନ ମୋଦୀଙ୍କୁ କହିଥିଲେ ଯେ, ୟୁକ୍ରେନ ଯୁଦ୍ଧକୁ ନେଇ ସେ ଭାରତର ଚିନ୍ତା ବିଷୟରେ ଜାଣିଛନ୍ତି ଏବଂ…
ନୂଆଦିଲ୍ଲୀ: ଶ୍ରୀନଗରରେ ମଲ୍ଟିପ୍ଲେକ୍ସ ଖୋଲିବା ପରେ ରାଜନୀତି ଆରମ୍ଭ ହୋଇଯାଇଛି। ଗତକାଲି ସିନେମାକୁ ନେଇ ଓୱାଇସି ରାଜନୀତି ଆରମ୍ଭ କରିଦେଇଛନ୍ତି। ଗତକାଲି ଶ୍ରୀନଗରରେ ଉପ-ରାଷ୍ଟ୍ରପତି ମନୋଜ ସିହ୍ନା ପ୍ରଥମେ ମଲ୍ଟିପ୍ଲେକ୍ସର ଉଦଘାଟନ କରିଥିଲେ। କିନ୍ତୁ ଅସଦୁଦ୍ଦିନ ଓୱାଇସି ଏହାକୁ ନେଇ ପ୍ରଶ୍ନ ଉଠାଇଥିଲେ। ଓୱାଇସି ଟ୍ୱିଟ୍ କରି କହିଥିଲେ ଯେ, ସିନେମା ହଲ୍ ଖୋଲାଯାଉଛି, କିନ୍ତୁ ଶ୍ରୀନଗରରେ ଜାମିଆ ମସଜିଦ କାହିଁକି ପ୍ରତି ଶୁକ୍ରବାର ବନ୍ଦ ହେଉଛି। ଏହା ଉପରେ ଜମ୍ମୁ କାଶ୍ମୀର ପୋଲିସ ପ୍ରତିକ୍ରିୟା ରଖିଛି। ବର୍ତ୍ତମାନ ପୋଲିସ କହିଛି ଯେ, ଓୱାଇସି ଯେଉଁ ଅଭିଯୋଗ କରୁଛନ୍ତି ତାହା ସମ୍ପୂର୍ଣ୍ଣ ଭୁଲ୍।
ଭୁବନେଶ୍ବର: ଗତକାଲି ରାଜ୍ୟରେ ୧୬୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଆଉ ୧୯୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ଆଜି ୧୯୯ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୦-୧୮ ବର୍ଷର ୪୦ ଜଣ ପିଲା ଥିବା ବେଳେ କ୍ୱାରେଣ୍ଟାଇନରୁ ୧୧୬ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୮୩ ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା… ବାଲେଶ୍ଵର ଜିଲ୍ଲାରୁ- ୭ ବରଗଡ ଜିଲ୍ଲାରୁ- ୮ ଭଦ୍ରକ ଜିଲ୍ଲାରୁ- ୨ ବଲାଙ୍ଗୀରି ଜିଲ୍ଲାରୁ- ୫ କଟକ ଜିଲ୍ଲାରୁ- ୧୬ ଦେବଗଡ ଜିଲ୍ଲାରୁ- ୨ ଗଜପତି ଜିଲ୍ଲାରୁ- ୩ ଗଞ୍ଜାମ ଜିଲ୍ଲାରୁ- ୫ ଜଗତସିଂହପୁର ଜିଲ୍ଲାରୁ- ୩ ଯାଜପୁର ଜିଲ୍ଲାରୁ- ୪ କନ୍ଧମାଳ ଜିଲ୍ଲାରୁ- ୪ କେନ୍ଦ୍ରପଡା ଜିଲ୍ଲାରୁ- ୪ କେନ୍ଦୁଝର ଜିଲ୍ଲାରୁ- ୮ ଖୋର୍ଦ୍ଧା ଜିଲ୍ଲାରୁ- ୩୯ କୋରାପୁଟ ଜିଲ୍ଲାରୁ- ୧ ମୟୂରଭଞ୍ଜ ଜିଲ୍ଲାରୁ- ୭ ନବରଙ୍ଗପୁର ଜିଲ୍ଲାରୁ- ୪ ନୟାଗଡ ଜିଲ୍ଲାରୁ- ୯ ନୂଆପଡା…
ଭୁବନେଶ୍ବର: ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ସ୍ଥଳଭାଗ ଆଡକୁ ମୁହାଁଇବାରେ ଲାଗିଛି। ଲଘୁଚାପ କ୍ଷେତ୍ର ଉତ୍ତର-ପଶ୍ଚିମ ଦିଗରେ ଗତି କରିବା ସହ ଉତ୍ତର-ଓଡ଼ିଶା ପାର୍ଶ୍ୱବର୍ତ୍ତି ପଶ୍ଚିମ ଉପକୂଳ ମୁହାଁ ହେବା ନେଇ ସୂଚନା ଦେଇଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ। ଏହାର ପ୍ରଭାବରେ ଆଜି ପଶ୍ଚିମ ଓଡିଶା ସମେତ କିଛି ଆଭ୍ୟନ୍ତରୀଣ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ମୌସୁମୀ ସକ୍ରିୟ ରହିବା ସହ ୨୨.୭ ମିମି ବର୍ଷା ରେକର୍ଡ, ଯାହା ସ୍ୱାଭାବିକ ବର୍ଷା ୬.୯ ମିମି ତୁଳନାରେ ୨୨୮% ଅଧିକ ବର୍ଷା ରେକର୍ଡ କରାଯାଇଛି। ସେହିପରି କନ୍ଧମାଳ ଜିଲ୍ଲାରେ ଗତ ୨୪ ଘଣ୍ଟାରେ ସର୍ବାଧିକ ୫୮.୭ ମିମି ବର୍ଷା ରେକର୍ଡ ସହ ସ୍ୱାଭାବିକ ବର୍ଷା ୬.୮ ମିମି ତୁଳନାରେ ୭୬୩% ଅଧିକ ରହିଛି।
ଭୁବନେଶ୍ବର: ଭାରତୀୟ ରେଳ ଲେଭଲ୍ କ୍ରସିଂ ହଟାଇବା କାର୍ଯ୍ୟ ମିଶନ ମୋଡ୍ରେ କାର୍ଯ୍ୟକାରୀ ହେଉଛି । ବର୍ତମାନ ସୁଦ୍ଧା ଭାରତୀୟ ରେଳବାଇର ବ୍ରଡ୍ ଗଜ୍ ନେଟ୍ୱର୍କରେ ସମସ୍ତ ମାନବ ବିହୀନ ଲେଭଲ୍ କ୍ରସିଂକୁ ହଟାଇ ଦିଆଯାଇ ସାରିଛି । ମାନବ ବିହୀନ ଲେଭଲ୍ କ୍ରସିଂ ଗୁଡିକୁ ହଟାଇବା କାର୍ଯ୍ୟ ଗତ ୨୦୦୯ – ୧୪ ମଧ୍ୟରେ ବର୍ଷକୁ ୧୧୩୭ ରହିଥିବା ବେଳେ ସେଥିରେ ୨୦୧୪ – ୧୯ ସମୟ ମଧ୍ୟରେ ବର୍ଷକୁ ହାରାହାରି ୧୮୮୪ ଲକ୍ଷ୍ୟ ହାସଲ ହୋଇ ପାରିଛି । ଆର୍ଥିକ ବର୍ଷ ୨୦୨୨ – ୨୩ ସମୟରେ , ୧୦୦୦ ମାନବ ଜଗୁଆଳି ଥିବା ଲେଭଲ୍ କ୍ରସିଂ ଗୁଡିକର ଉଚ୍ଛେଦ କରିବାକୁ ଲକ୍ଷ୍ୟ ରଖା ଯାଇଥିବା ବେଳେ ଅଗଷ୍ଟ ୨୦୨୨ ଶେଷ ସୁଦ୍ଧା ଏବେ ପର୍ଯ୍ୟନ୍ତ ୨୧୬ ମାନବ ଜଗୁଆଳି ଥିବା ଲେଭଲ୍ କ୍ରସିଂ ଗୁଡିକର ଉଚ୍ଛେଦ କରାଯାଇ ସାରିଛି, ଯାହା ସମାନ ସମୟ ମଧ୍ୟରେ ୨୦୨୧ -…
ନୂଆଦିଲ୍ଲୀ: କେନ୍ଦ୍ର ସୂଚନା ଏବଂ ପ୍ରସାରଣ ତଥା ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ଅନୁରାଗ ସିଂହ ଠାକୁର ଆଜି ଅମୃତସରସ୍ଥିତ ଗୁରୁ ନାନକ ଦେବ ବିଶ୍ୱବିଦ୍ୟାଳୟର କ୍ରୀଡ଼ାବିତ୍ମାନଙ୍କ (ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସ, ଅଖିଳ ଭାରତ ଆନ୍ତଃ- ବିଶ୍ୱବିଦ୍ୟାଳୟ ଚାମ୍ପିଅନସିପ୍ ଏବଂ ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ାରେ ସ୍ଥାନ ପ୍ରାପ୍ତ କରିଥିବା ଖେଳାଳୀମାନଙ୍କ ସମେତ ୨୫ଜଣ ଅନ୍ତରାଷ୍ଟ୍ରୀୟ କ୍ରୀଡ଼ାବିତ୍)ଙ୍କୁ ସମ୍ମାନିତ କରିଛନ୍ତି। ଅମୃତସରସ୍ଥିତ ବିଶ୍ୱବିଦ୍ୟାଳୟ ପରିସରରେ ଆୟୋଜିତ ୫୨ତମ ବାର୍ଷିକ ଖେଳ ପୁରସ୍କାର ବିତରଣ ସମାରୋହ ଅବସରରେ ଅନ୍ତରାଷ୍ଟ୍ରୀୟ, ଖେଲୋ ଇଣ୍ଡିଆ ଏବଂ ଅଖିଳ ଭାରତୀୟ ଆନ୍ତଃ- ବିଶ୍ୱବିଦ୍ୟାଳୟ ସ୍ତରରେ ବିଭିନ୍ନ କ୍ରୀଡ଼ା ସ୍ପର୍ଦ୍ଧାରେ ବିଶ୍ୱବିଦ୍ୟାଳୟର ନାମ ଉଜ୍ଜ୍ୱଳ କରିଥିବା ତଥା ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଥିବା କଲେଜଗୁଡ଼ିକୁ ୨.୦୦ କୋଟି ଟଙ୍କାରୁ ଅଧିକ ନଗଦ ରାଶି ପୁରସ୍କାର ଏବଂ ଟ୍ରଫି ବିତରଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଶ୍ରୀ ଅନୁରାଗ ସିଂହ ଠାକୁର ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ। କାର୍ଯ୍ୟକ୍ରମକୁ…
ଭୁବନେଶ୍ଵର: ପୂଜା ବଜାରକୁ ସରଗରମ କରିବ ଅଞ୍ଜନେୟ ମିଡ଼ିଆ ପ୍ରାଇଭେଟ ଲିମିଟେଡ଼ ପ୍ରଡକସନର ପଞ୍ଚମ ଅବଦାନ। ଯାହାର ନାଁ ରହିଛି ତିତଲି। ପ୍ରଭାତ କୁମାର ପ୍ରଧାନ ଓ ଶିଶିର ଚନ୍ଦ୍ର ଦାସଙ୍କ ପ୍ରଯୋଜିତ ଏହି ନୂଆ ଓଡ଼ିଆ ସିନେମା ସେପ୍ଟେମ୍ବର ୩୦ରେ ସାରା ଓଡିଶାରେ ମୁକ୍ତିଲାଭ କରିବାକୁ ଯାଉଛି। ଦେବିଦତ୍ତ ମହାନ୍ତିଙ୍କ କାହାଣୀକୁ ଏସ କେ ମୁରଲୀଧରନଙ୍କ ବଳିଷ୍ଠ ନିର୍ଦ୍ଦେଶନାରେ ପ୍ରସ୍ତୁତ ହୋଇଛି ଏହି ସିନେମାଟି। ଯେଉଁଥିରେ ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ପ୍ରେମାନନ୍ଦ। ଭିନ୍ନ ସ୍ୱାଦର ପ୍ରେମ କାହାଣୀ ଏଥିରେ ଦେଖିବାକୁ ମିଳିବ। ଏହା ସହ ସାମାଜିକ ଚଳଣି, ଓଡ଼ିଆ ସଂସ୍କୃତି ଓ ମୌଳିକ ଓଡ଼ିଆ କଥା ବସ୍ତୁ ସ୍ଥାନ ପାଇଛି। ପ୍ରଖ୍ୟାତ ଲେଖକ ଦେବିଦତ୍ତ ମହାନ୍ତିଙ୍କ କଲମ ଚାଳନାରେ ସିନେମା ଜୀବନ୍ତ ହୋଇଛି। ଦିବ୍ୟା, ତୁଷାର, ମିହିର ଦାସ, ପ୍ରତିଭା ପଣ୍ଡା, ପ୍ରୀତିରାଜ, ହାଡୁ, ଜୀବନ ପଣ୍ଡା ପ୍ରମୁଖ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି। ପ୍ରଣୟ ଜେଠୀ ସିନେମାର କ୍ରିଏଟିଭ ହେଡ଼…
ଚାଣକ୍ୟ ନୀତି: ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ଚାଣକ୍ୟ ନୀତିରେ ନବଜାତକ ଉପରେ କିଛି ତଥ୍ୟ ରଖିଛନ୍ତି। ତାହା ହେଲା ଯେ, ଯେତେବେଳେ ଛୁଆଟିଏ ଜନ୍ମ ନିଏ ସେତେବେଳେ ସେ ପାଞ୍ଚୋଟି ଜିନିଷ ଧରି ଜନ୍ମ ନେଇଥାଏ। ତାହା ହେଲା ଆୟୁ, କର୍ମ, ଧନ, ବିଦ୍ୟା ଏବଂ ମୃତ୍ୟୁ। ଚାଣକ୍ୟଙ୍କ ମତରେ ଏହି ପାଞ୍ଚୋଟି ପୂର୍ବ ଜନ୍ମର ଫଳ ସହିତ ଜଡିତ ଥାଏ। ଅର୍ଥାତ ପୂର୍ବ ଜନ୍ମରେ ସେ ଯେପରି କର୍ମ କରିଥିବ ସେହିପରି ଭାବେ ଏହି ପାଞ୍ଚୋଟି ଜିନିଷ ନେଇ ଜନ୍ମ ନେବ। ଏହାର ଅର୍ଥ ହେଲା ହେ ମାନବ ସମାଜ ତୁମେ ବର୍ତ୍ତମାନ ସତ କର୍ମ କର, ଯାହାଦ୍ବାରା ଆର ଜନ୍ମରେ ତୁମର ଏହି ପାଞ୍ଚୋଟି ଜିନିଷ ବେଶ ସୁଦୃଢ ହୋଇ ବିକଶିତ ହେବ।
ମେଷ- ବିବାହ କରିବାକୁ ଯୋଗ ଫିଟିବ। ବାଣିଜ୍ୟିକ କ୍ଷେତ୍ରରେ ମଧ୍ୟ ଲାଭ ହେବ । ପାରିବାରିକ ଜୀବନରେ ସୁଖ ଏବଂ ଶାନ୍ତି ରହିବ । ହୁଏତ କିଛି ସୁନ୍ଦର ସ୍ଥାନରେ ରହିବାକୁ ପଡିପାରେ । ସାଙ୍ଗମାନେ ମଧ୍ୟ ଉପକୃତ ହେବେ । ମଧ୍ୟାହ୍ନ ଭୋଜନ ପରେ, ଆପଣ କୈଣସି କାରଣରୁ ମାନସିକ ସ୍ତରରେ ଚିନ୍ତିତ ହେବେ । ଧାର୍ମିକ କାର୍ଯ୍ୟ ପଛରେ ଟଙ୍କା ଖର୍ଚ୍ଚ ଅଧିକ ରହିବ। ଖର୍ଚ୍ଚ ପରିମାଣ ଆୟଠାରୁ ଅଧିକ ହେବ । ପରିବାରରେ ଶାନ୍ତିପୂର୍ଣ୍ଣ ପରିବେଶ ରହିବ। ବୃଷ- କୋର୍ଟ କାର୍ଯ୍ୟରେ ସଫଳତା ମିଳିବ। ପରୋପକାରୀ କାର୍ଯ୍ୟ ପଛରେ ଟଙ୍କା ଖର୍ଚ୍ଚ ହେବ। ଭଗବାନଙ୍କୁ ଉପାସନା କରିବା ଆପଣଙ୍କ ମନରେ ଶାନ୍ତି ଆଣିବ । ମଧ୍ୟାହ୍ନ ପରେ ଆପଣଙ୍କର ପ୍ରତ୍ୟେକ କାର୍ଯ୍ୟ ସହଜରେ ସମାପ୍ତ ହେବ । ପାରିବାରିକ ଜୀବନରେ ସମନ୍ୱୟ ରହିବ । ଶାରୀରିକ ସ୍ୱାସ୍ଥ୍ୟ ମଧ୍ୟ ଭଲ ରହିବ । ଆପଣଙ୍କ କାର୍ଯ୍ୟରେ ଉଚ୍ଚ ପଦାଧିକାରୀମାନେ ମଧ୍ୟ…
ଭୁବନେଶ୍ଵର: ସେପ୍ଟେମ୍ବର ୧୯ ତାରିଖରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଓଡିଶା ସରକାରୀ ହାଇସ୍କୁଲ୍ ଇନିସିଆଲ୍ ଅପୋଇଣ୍ଟି ଶିକ୍ଷକ ସଂଘର ବିଭିନ୍ନ ଦାବୀ ଉପରେ ଆଲୋଚନା କରିବା ପାଇଁ ପତ୍ର ମଧ୍ୟମରେ ଅବଗତ କରାଇଥିଲେ। ଏଣୁ ରାଜ୍ୟ ସଂଘର ଏକ ୪ ଜଣିଆ ପ୍ରତିନିଧି ଆଜି ସଚିବାଳୟରେ ଇନିସିଆଲ୍ ଆପଏଣ୍ଟି ଶିକ୍ଷକ/ଶିକ୍ଷୟିତ୍ରୀ ମାନଙ୍କର ବିଭିନ୍ନ ଦାବି କୁ ନେଇ ଆଲୋଚନା କରିଥିଲେ। ଆଲୋଚନା ରେ ଓ ଗଣଶିକ୍ଷା ମନ୍ତ୍ରୀ ସମିର ରଞ୍ଜନ ଦାଶ,ବିଭାଗ ପ୍ରମୁଖ ଶାସନ ସଚିବ ଆସ୍ଵସ୍ଥି ଏସ୍, ଶିକ୍ଷା ନିର୍ଦ୍ଦେଶକ ସଂଗ୍ରାମ କେଶରୀ ମହାପାତ୍ର ଏବଂ ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ଥିଲେ। ଚୁକ୍ତିଭିତ୍ତିକ ଶିକ୍ଷକ/ଶିକ୍ଷୟିତ୍ରୀ ମାନଙ୍କର ମୁଖ୍ୟତଃ ଦାବି ଯଥା:- ଚୁକ୍ତିଭିତ୍ତିକ ପ୍ରଥାର ଉଛେଦ, ୬ ବର୍ଷ ଚୁକ୍ତିଭିତ୍ତିକ ସମୟକୁ ମୂଳ ଚାକିରି ସମୟ ସହ ଯୋଗ କରିବା, ୨୦୧୬ ବ୍ୟାଚ୍ ର ୧୦ ମାସ ଛୋଟେଇ ସମୟକୁ ମୂଳ ଚାକିରି ସହ ଯୋଗ କରିବା, ବଦଳି ନିୟମକୁ…
ଖୋର୍ଦ୍ଧା: ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଆନୁକୂଲ୍ୟରେ ଆଜି ଖୋର୍ଦ୍ଧା ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ‘ଶିଶୁଙ୍କ ପାଇଁ ଦିନ ଟିଏ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ ଅଧ୍ୟକ୍ଷତା କରିଥିଲେ। ଖୋର୍ଦ୍ଧା ଜିଲ୍ଲାରେ ଶିଶୁ ସୁରକ୍ଷା ସମ୍ବନ୍ଧିତ ସମସ୍ତ ସମସ୍ୟା ଏବଂ ଏହାର ସମାଧାନ ଏହି କାର୍ଯ୍ୟକ୍ରମରେ ଆଲୋଚନା ହୋଇଥିଲା। ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ମନୋଜ କୁମାର ପାଢ଼ୀ, ୟୁନିସେଫର ଶିଶୁ ସୁରକ୍ଷା ବିଭାଗର ଓଡ଼ିଶା ମୁଖ୍ୟ ନେହା ନାଇଡୁ, ମହିଳା ଏବଂ ଶିଶୁ କଲ୍ୟାଣ ବିଭାଗର ଅନୁପମା ସାହୁ, ସିଡ଼ିଏମଓ ଡଃ ଆର୍ତ୍ତବନ୍ଧୁ ନାୟକ, ଏସିପି ସ୍ୱତନ୍ତ୍ର କିଶୋର ପୋଲିସ ୟୁନିଟ ର ଅଧ୍ୟକ୍ଷ ଭରତ ଚନ୍ଦ୍ର ସାହୁ, ଅତିରିକ୍ତ ଏସପି ସୁରେନ୍ଦ୍ର ନାଥ ମୁର୍ମୁ, ଜିଲ୍ଲା ଶିକ୍ଷା ଅଧିକାରୀ ବିଶ୍ୱନାଥ ତରାଇ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ପୁଷ୍ପାଞ୍ଜଳି ମିଶ୍ର, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପ୍ରସନ୍ନ କୁମାର ମଲ୍ଲିକ, ଶିଶୁ…
ଭୁବନେଶ୍ୱର: ବରିଷ୍ଠ ଭାରତୀୟ ବନ ସେବା ଅଧିକାରୀ ଶ୍ରୀ ଶିଶିର କୁମାର ରଥୋ ଓଡ଼ିଶା ରାଜ୍ୟ ପରିବେଶ ପ୍ରଭାବ ମୂଲ୍ୟାଙ୍କନ ପ୍ରାଧିକରଣ(ସେଆ)ର ନୂତନ ଅଧ୍ୟକ୍ଷ ଭାବେ ନିଯୁକ୍ତି ପାଇଛନ୍ତି । ଭାରତ ସରକାରଙ୍କ ୧୯ ସେପ୍ଟେମ୍ବର ୨୦୨୨ ଗେଜେଟ୍ ବିଜ୍ଞପ୍ତି ଅନୁଯାୟୀ ଶ୍ରୀ ରଥୋ ତିନି ବର୍ଷ ପାଇଁ ଏହି ଦାୟିତ୍ୱ ନିର୍ବାହ କରିବେ ବୋଲି ଜଣାପଡ଼ିଛି। ୧୯୮୭ ବ୍ୟାଚର ଭାରତୀୟ ବନ ସେବା ଅଧିକାରୀ ଶ୍ରୀ ରଥୋ ଏହା ପୂର୍ବରୁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଅଧିନରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ ସୂଚାରୁ ରୂପେ ଦାୟିତ୍ୱ ନିର୍ବାହ କରିଆସିଛନ୍ତି। ବନ ବିଭାଗ ସମେତ ସେ କ୍ରୀଡା ଭିତ୍ତିଭୂମି, ସହରାଞ୍ଚଳ ପରିବହନ, ପାନୀୟ ଜଳ ଯୋଗାଣ ଓ କଠିନ ବର୍ଜ୍ୟବସ୍ତୁ ପରିଚାଳନା, ଜୈବ ବିବିଧତା ସଂରକ୍ଷଣ ଆଦି ବିଭିନ୍ନ କ୍ଷେତ୍ରରେ ଦକ୍ଷତାର ସହ କାର୍ଯ୍ୟ କରି ଉଚ୍ଚ ପ୍ରଶଂସିତ ହୋଇଛନ୍ତି। ସେ “ଆଗ୍ରୋ ଫରେଷ୍ଟ୍ରି ମାନୁଆଲ ଫର ଏସିଆ ପାସିଫିକ ରିଜିଓନ”…
ଭୁବନେଶ୍ବର: ଅର୍ଥ ଅଭାବରୁ ନିଜ ଘରକୁ ଫେରି ପାରୁନଥିଲା ଦୁଇ ବର୍ଷ ଶିଶୁର ମୃତ ଶରୀର। ବାପା ମା’ ଦୁହିଁଙ୍କର ଅସହାୟତାକୁ ଦେଖି ସହାୟତାର ହାତ ବଢାଇଲା ଓଡ଼ିଶା ମୋ ପରିବାର। ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଅଞ୍ଚଳର ବାସିନ୍ଦା ଗୋପାଳ ଭୁଏଙ୍କର ଦୁଇ ବର୍ଷର ପୁଅ ରୋଷନ ଭୁଏ ଲିଭର ଟ୍ୟୁମର୍ ରୋଗରେ ପୀଡ଼ିତ ହୋଇ ଭୁବନେଶ୍ୱରସ୍ଥିତ ସମ୍ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ଏବଂ ତାଙ୍କର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଅଧୀନରେ ଚିକିତ୍ସା ଚାଲିଥିଲା। ଦୁର୍ଭାଗ୍ୟବଶତଃ, ଗତ ସେପ୍ଟେମ୍ବର ୧୯ତାରିଖରେ ରୋଷନ ଶେଷ ନିଃଶ୍ଵାସ ତ୍ୟାଗ କରିଥିଲେ। ବାପା ଓ ମା’ ଦୁହେଁ ପୁଅକୁ ହରାଇ ମାନସିକ ସ୍ତରରେ ପୁରା ଭାଙ୍ଗି ପଡ଼ିଥିଲେ ଏବଂ ଆର୍ଥିକ ଚାପରେ ଥିବାରୁ ପୁଅର ମୃତ ଶରୀର ନିଜ ଗ୍ରାମକୁ ନେବା ପାଇଁ ଅସମର୍ଥ ଥିଲେ। ଶେଷରେ ଅସହାୟ ହୋଇ ସେମାନେ ଓଡ଼ିଶା ମୋ ପରିବାର, ଜୀବନବିନ୍ଦୁ କଟକ ସିଟି ସଂଯୋଜକ ଡଃ ରଞ୍ଜନ…
ଭୁବନେଶ୍ୱର: ଏମ୍ସ ଭୁବନେଶ୍ୱର ଏହାର ପ୍ରଥମ ଦଶନ୍ଧିର ସଫଳ ଯାତ୍ରାରେ ଆଉ ଏକ ମାଇଲଖୁଣ୍ଟ ଯୋଡ଼ିଛି। ସ୍ବାସ୍ଥ୍ୟସେବା କ୍ଷେତ୍ରରେ ପୂର୍ବ ଭାରତରେ ଭରସାର କେନ୍ଦ୍ରବିନ୍ଦୁ ପାଲଟିଥିବା ଏମ୍ସ ଭୁବନେଶ୍ବରରେ ସଫଳତାର ସହିତ ବହୁପ୍ରତିକ୍ଷୀତ ପ୍ରଥମ କିଡ୍ନୀ ପ୍ରତିରୋପଣ ସମ୍ପନ୍ନ ହୋଇଛି। ଗତମାସ ୩୦ରେ ଏହି ଜାତୀୟ ସ୍ବାସ୍ଥ୍ୟ ପ୍ରତିଷ୍ଠାନରେ କିଡ୍ନୀ ପ୍ରତିରୋପଣ ସଫଳ ହୋଇଛି। ଏମ୍ସରେ ହୋଇଥିବା ପ୍ରଥମ ପ୍ରତିରୋପଣ ପିତା ପୁତ୍ରଙ୍କ ମଧ୍ୟରେ ହୋଇଥିଲା। ଅସୁସ୍ଥ ପୁଅଙ୍କୁ ପିତା ନିଜ କିଡ୍ନୀ ଦାନ କରିଥିଲେ। ତେବେ ପ୍ରତିରୋପଣ ପରେ ଉଭୟ ପିତା ପୁତ୍ର ସୁସ୍ଥ ଅଛନ୍ତି। କିଡ୍ନୀ ଦାତାଙ୍କୁ ପ୍ରତିରୋପଣର ତୃତୀୟ ଦିନରେ ହସ୍ପିଟାଲ୍ରୁ ଡିସ୍ଚାର୍ଯ କରାଯାଇଥିଲା। ସେହିପରି କିଡ୍ନୀ ପ୍ରତିରୋପଣ ହୋଇଥିବା ଯୁବକଙ୍କୁ ମଧ୍ୟ ଇତିମଧ୍ୟରେ ଡିସଚାର୍ଜ କରାଯାଇଛି। ଡିସଚାର୍ଜ ପରେ ଯୁବକଙ୍କ ପରିସ୍ରା ଫଳାଫଳ, ରକ୍ତ ପରୀକ୍ଷା ଫଳ ଏବଂ କ୍ରିଏଟିନାଇନ୍ ସ୍ତର ସାଧାରଣ ରହିଥିବା ଚିକିତ୍ସକମାନେ ପ୍ରକାଶ କରିଛନ୍ତି। ଉଭୟ ସୁସ୍ଥ ଥିବାରୁ ଏହି ପ୍ରତିରୋପଣରେ…
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ୫-ଟି ସଚିବ ଶ୍ରୀ ଭି.କେ. ପାଣ୍ଡିଆନ ଆଜି ଅପରାହ୍ନରେ ଖୋର୍ଦ୍ଧା ଶିଳ୍ପାଞ୍ଚଳ, ଫୁଡ ପାର୍କ, ଆଇ.ଆଇ.ଡି ଖୋର୍ଦ୍ଧା ଓ ଜୟମଙ୍ଗଳ ଶିଳ୍ପାଞ୍ଚଳ ପ୍ରଭୃତି ଗସ୍ତ କରି ଶିଳ୍ପଦ୍ୟୋଗୀ, କର୍ମଚାରୀ ଓ ସ୍ଥାନୀୟ ଜନସାଧାରଣଙ୍କ ବିଭିନ୍ନ ସମସ୍ୟା ସଂପର୍କରେ ଆଲୋଚନା କରିଛନ୍ତି । ଆଲୋଚନା ପରେ ୫-ଟି ସଚିବ ଶ୍ରୀ ପାଣ୍ଡିଆନ ସମସ୍ତ ସମସ୍ୟାକୁ ୩ ମାସ ମଧ୍ୟରେ ସମାଧାନ କରିବା ପାଇଁ ଶିଳ୍ପ ବିଭାଗ ଓ ଜିଲ୍ଲାପାଳଙ୍କୁ ପରାମର୍ଶ ଦେଇଥିଲେ । ଖୋର୍ଦ୍ଧା ଶିଳ୍ପାଞ୍ଚଳର ପ୍ରାୟ ୫୦ ଜଣ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପାନୁଷ୍ଠାନ ଏବଂ ସେମାନଙ୍କ ସଂଘର କର୍ମକର୍ତ୍ତାମାନେ ଆଲୋଚନାରେ ଭାଗ ନେଇଥିଲେ । ଏଥିରେ ବିଜୁଳି ଓ ପାଣି ଯୋଗାଣରେ ଉନ୍ନତି, ଟ୍ରକ ଗୁଡିକର ପାର୍କିଂ ସମସ୍ୟା, ଶ୍ରମିକ ମାନଙ୍କ ପାଇଁ ହଷ୍ଟେଲ, ଟ୍ରାଫିକ ପରିଚାଳନା, ବର୍ଜ୍ୟବସ୍ତୁ ପରିଚାଳନା ଓ ସୁରକ୍ଷା ବ୍ୟବସ୍ଥାରେ ଉନ୍ନତି ଆଦି ବିଭିନ୍ନ ବିଷୟରେ ଆଲୋଚନା…
ଭୁବନେଶ୍ଵର: ପୂର୍ବ ତଟ ରେଳପଥର ରେଳ ସୁରକ୍ଷା ବଳ ଯବାନ ମାନେ ମୁଖ୍ୟ ସୁରକ୍ଷା କମିଶନରଙ୍କ ନେତୃତ୍ୱରେ ୩୮ ତମ ଆରପିଏଫ୍ ପ୍ରତିଷ୍ଠା ଦିବସ ପାଳନ ଅବସରରେ “ରନ୍ ଫର ୟୂନିଟି” ରେ ଅଂଶଗ୍ରହଣ କରିଥିଲେ। ଏହି ଉତ୍ସବ ପାଳନକୁ ସ୍ମରଣୀୟ କରିବା ପାଇଁ ଆରପିଏଫ୍ ଦ୍ୱାରା ରକ୍ତ ଦାନ ଶିବିର ଏବଂ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯାଇଥିଲା।
ନୂଆଦିଲ୍ଲୀ: ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ଆଜି ଏସିଆ – ପ୍ରଶାନ୍ତ ମହାସାଗରୀୟ ପ୍ରସାରଣ ଉନ୍ନୟନ ପ୍ରତିଷ୍ଠାନ (ଏଆଇବିଡି)ର ୪୭ତମ ବାର୍ଷିକ ସମ୍ମିଳନୀ ଏବଂ ୨ଠତମ ସାଧାରଣ ସମ୍ମିଳନୀକୁ ନୂଆଦିଲ୍ଲୀ ଠାରେ ଉଦଘାଟନ କରିଛନ୍ତି। ଏହି ଅବସରରେ ମନ୍ତ୍ରୀ ଶ୍ରୀ ଠାକୁର କହିଛନ୍ତି ଯେ- ମୁଖ୍ୟ ସ୍ରୋତରେ ଥିବା ବଡ଼ ବଡ଼ ଗଣମାଧ୍ୟମ ଗୁଡ଼ିକୁ ନୂତନ ଡିଜିଟାଲ ପ୍ଲାଟଫର୍ମ ପକ୍ଷରୁ କୌଣସି ଆହ୍ୱାନ ସୃଷ୍ଟି କରାଯାଇ ନାହିଁ ବରଂ ଗଣମାଧ୍ୟମ ନିଜ ପାଇଁ ନିଜେ ଏକ ବିପଦ। ବାସ୍ତବ ସାମ୍ବାଦିକତା ସତ୍ୟର ଉନ୍ମୋଚନ କରେ ଏବଂ ଗଣମାଧ୍ୟମ ଗୁଡ଼ିକ ସେହି ସତ୍ୟକୁ ପ୍ରକାଶ କରିବା ଉଚିତ। ଗଣମାଧ୍ୟମ ଆଲୋଚନା ଗୁଡ଼ିକର ସବୁକଥାକୁ ଏକପାଖିଆ ବିଶ୍ଳେଷଣ କରୁଥିବା ଏବଂ ମିଛ କଥା କହୁଥିବା ସାମ୍ବାଦିକମାନେ ଗଣମାଧ୍ୟମର ବିଶ୍ୱସନୀୟତାକୁ ନଷ୍ଟ କରୁଛନ୍ତି। ଦର୍ଶକମାନଙ୍କ ଚକ୍ଷୁରେ ଆଲୋଚନାର ଅତିଥି ଓ ସେମାନଙ୍କ ଗର୍ଜନର ଦୃଶ୍ୟ ଗଣମାଧ୍ୟମର ବିଶ୍ୱସନୀୟତାର ମୂଲ୍ୟାୟନ ହୋଇ ଯାଉଛି। ଗୋଟାଏ…

