Author: Samikhsya Bureau

ଭୁବନେଶ୍ବର: ଓଡ଼ିଶା ରାଜ୍ୟ ଦକ୍ଷତା ଓ ସହାୟକ ଅଭିବୃଦ୍ଧି ନୀତି (ଓଏସସିଆରଜିପି) କାର୍ଯ୍ୟକ୍ରମର ଅଗ୍ରଗତି ସଂପର୍କରେ ଉଚ୍ଚସ୍ତରୀୟ ପରିଚାଳନା କମିଟିର ଦ୍ୱିତୀୟ ବୈଠକ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନସ୍ଥିତ ସଭାଗୃହରେ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରକଳ୍ପ ଅଧିନରେ କରାଯାଉଥିବା କାର୍ଯ୍ୟ ସଂପର୍କରେ ବୈଠକରେ ବିସ୍ତୃତ ଭାବେ ସମୀକ୍ଷା  କରାଯାଇଥିଲା। ଏହା ଅଧିନରେ ରାଜ୍ୟରେ ବିଭିନ୍ନ ସାମାଜିକ ସୁରକ୍ଷା ଯୋଜନା ଅନ୍ତର୍ଗତ ହିତାଧିକାରୀଙ୍କ ତଥ୍ୟ ଇଲେକ୍ଟ୍ରୋନିକ୍ସ ଓ ଆଇଟି ବିଭାଗ ଅଧିନସ୍ଥ ଓଡ଼ିଶା କମ୍ପ୍ୟୁଟର ଆପ୍ଲିକେସନ ସେଣ୍ଟର  ଦ୍ୱାରା ଅଦ୍ୟତନ କରାଯାଉଛି,ଯାହା ଫଳରେ ରାଜ୍ୟରେ ଏ କ୍ଷେତ୍ରରେ  ସୁଦୃଢ ଗ୍ରହଣୀୟ ବ୍ୟବସ୍ଥା ପୂର୍ବକ ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ସେବା ପ୍ରଦାନକୁ ନିଶ୍ଚିତ କରିବ। ସେହିପରି ଏହି ପ୍ରକଳ୍ପ ଅନ୍ତର୍ଗତ ରାଜ୍ୟ ପାଇଁ  ଉନ୍ନତ ଯୋଜନା ଏବଂ ନିରନ୍ତର ବିକାଶ  ନିମନ୍ତେ  ରାଜ୍ୟ ଯୋଜନା ଓ ସଂଯୋଜନ ବିଭାଗ ଅଧିନସ୍ଥ…

Read More

ଭୁବନେଶ୍ବର: ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ବିଶ୍ବ ବିଖ୍ୟାତ ଅର୍ଥନୀତିଜ୍ଞ ବିୟୋଗ ସାରା ଦେଶକୁ ସ୍ତବ୍ଧ କରିଦେଇଛି। କାରଣ ତାଙ୍କ ପ୍ରଧାନମନ୍ତ୍ରୀତ୍ବ କାଳରେ ଭାରତର ଅର୍ଥନୀତି ଯେଉଁ ସୋପାନରେ ପହଞ୍ଚିଥିଲା ତାହା ଉଦାହରଣ ହୋଇ ରହିଛି। ଫଳରେ ତାଙ୍କର ବିୟୋଗରେ କେବଳ ଭାରତ କାହିଁକି ସାରା ବିଶ୍ବରେ ଶୋକର ଛାୟା ଖେଳିଯାଇଛି। ତେବେ ମନମୋହନଙ୍କ ଓଡିଶା ସହିତ ରହିଛି ରାଜନୈତିକ ତଥା ପାରିବାରିକ ସଂପର୍କ। କାରଣ ସେ ଜଣେ ଓଡିଆ ପୁଅକୁ ଜ୍ବାଇଁ କରିଛନ୍ତି। ସେ ହେଉଛନ୍ତି ଅଶୋକ ପଟ୍ଟନାୟକ। ମନମୋହନଙ୍କ ଚାରି ଝିଅ ମଧ୍ୟରୁ ଦ୍ବିତୀୟ ଝିଅ ଦାମନ ସିଂଙ୍କୁ ବାହା ହୋଇଛନ୍ତି ଅଶୋକ ପଟ୍ଟନାୟକ। ଅଶୋକ ହେଉଛନ୍ତି ୧୯୮୩ ମସିହାର ଗୁଜୁରାଟ କ୍ୟାଡର ଆଇପିଏସ। ତାଙ୍କ ଘର କଟକ, ହେଲେ ବର୍ତ୍ତମାନ ତାଙ୍କ ପରିବାର ଭୁବନେଶ୍ବରର ଖାରବେଳ ନଗରରେ ରହୁଛନ୍ତି। ମନମୋହନ ସିଂ ପ୍ରଧାନମନ୍ତ୍ରୀ ପଦରୁ ଯିବା ପରେ ୨୦୧୬ ରୁ ୨୦୧୮ ମସିହାରେ ଅଶୋକ ନ୍ୟାସନାଲ ଇଣ୍ଟିଲେଜେନସି…

Read More

ନୂଆଦିଲ୍ଲୀ: ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂଙ୍କ ପରଲୋକରେ ଭାବାପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ ଯାହା କହିଛନ୍ତି ତାହା ହେଲା.. ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂଙ୍କ ଦେହାନ୍ତ ଆମ ସମସ୍ତଙ୍କ ହୃଦୟରେ ଗଭୀର ଯନ୍ତ୍ରଣା ଆଣିଛି। ତାଙ୍କର ପରଲୋକ ଏକ ରାଷ୍ଟ୍ର ଭାବରେ ଆମ ପାଇଁ ଏକ ବଡ଼ କ୍ଷତି। ବିଭାଜନ ସମୟରେ ଅନେକ କିଛି ହରାଇବା ଏବଂ ଏଠାରେ ଜୀବନର ପ୍ରତ୍ୟେକ କ୍ଷେତ୍ରରେ ସଫଳତା ହାସଲ କରିବା ପରେ ଭାରତ ଗଠନ ଏକ ସାଧାରଣ କଥା ନୁହେଁ। ତାଙ୍କ ଜୀବନ ଭବିଷ୍ୟତ ପିଢୀକୁ ଶିକ୍ଷା ଦେବା ଜାରି ରଖିବ ଯେ କିପରି କଷ୍ଟ ଏବଂ ସଂଘର୍ଷରୁ ଉପରକୁ ଉଠି ଉଚ୍ଚତା ହାସଲ କରାଯାଇପାରିବ। ତାଙ୍କୁ ସର୍ବଦା ଜଣେ ସମ୍ଭ୍ରାନ୍ତ ମଣିଷ, ଜଣେ ବିଚକ୍ଷଣ ଅର୍ଥନୀତିଜ୍ଞ ତଥା ସଂସ୍କାର ପାଇଁ ଉତ୍ସର୍ଗୀକୃତ ନେତା ଭାବରେ ସ୍ମରଣ କରାଯିବ। ଜଣେ ଅର୍ଥନୀତିଜ୍ଞ ଭାବରେ ସେ…

Read More

ଭୁବନେଶ୍ୱର: ଏକ ବର୍ଷ ପାଇଁ ବୃଦ୍ଧି ପାଇଲା ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ। ଚଳିତ ଡିସେମ୍ବର ୩୧ ତାରିଖରେ ସେ ଅବସର ନେଇଥାନ୍ତେ। ମାତ୍ର ତା ପୂର୍ବରୁ ସରକାର ଆଉ ଏକ ବର୍ଷ ପାଇଁ ତାଙ୍କର କାର୍ଯ୍ୟକାଳ ବୃଦ୍ଧି କରିଛନ୍ତି। ଫଳରେ ଶ୍ରୀ ଆହୁଜା ଆସନ୍ତା ୨୦୨୫ ଡିସେମ୍ବର ୩୧ ଯାଏଁ ଚାକିରିରେ ରହିବେ। ୧୯୯୦ ବ୍ୟାଚ୍ ଓଡିଶା କ୍ୟାଡରର ଆଇଏଏସ୍ ହେଉଛନ୍ତି ମନୋଜ ଆହୁଜା। ରାଜ୍ୟରେ ବିଜେପି ସରକାର ଆସିବା ପରେ ତାଙ୍କୁ ୨୦୨୪ ଜୁନ୍ ୨୮ ତାରିଖରେ ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତି ମିଳିଥିଲା। ୨୦୧୭ ମସିହାରୁ ସେ କେନ୍ଦ୍ରୀୟ ଡେପୁଟେସନରେ ଥିଲେ।

Read More

ମୁମ୍ବାଇ: ଡିସେମ୍ବର ମାସର ଉତ୍ସବ ପରିବେଶରେ ଜିଓ ପେମେଣ୍ଟସ ବ୍ୟାଙ୍କ ଏହାର ନୂତନ ଗ୍ରାହକଙ୍କ ପାଇଁ ଏକ ସ୍ୱତନ୍ତ୍ର ଅଫର ଆଣିଛି। ଡିସେମ୍ବର ୨୫ ରୁ ଡିସେମ୍ବର ୩୧, ୨୦୨୪ ମଧ୍ୟରେ ସଞ୍ଚୟ ଖାତା ଖୋଲୁଥିବା ଗ୍ରାହକଙ୍କୁ ୫୦୦୦ ଟଙ୍କା ପର‌୍ୟ୍ୟନ୍ତ ମୂଲ୍ୟର ଉପହାର ଭାଉଚର ଉପଲବ୍ଧ ହେବ। ଏହି ଉପହାର ଭାଉଚର୍ ମ୍ୟାକଡୋନାଲ୍ଡସ୍, ଇଜ୍ ମାଇଁ ଟ୍ରିପ୍, ମ୍ୟାକ୍ସ ଫ୍ୟାଶନ୍ ପରି ବଡ ବ୍ରାଣ୍ଡର ରହିଛି। ଜିଓ ପେମେଣ୍ଟସ ବ୍ୟାଙ୍କ ହେଉଛି ଏକ ଡିଜିଟାଲ ବ୍ୟାଙ୍କ, ଯାହାକି ମାତ୍ର ପାଞ୍ଚ ମିନିଟରେ ଏକ ଆକାଉଣ୍ଟ ଖୋଲିବାର ସୁବିଧା ପ୍ରଦାନ କରିଥାଏ। ଏଥିରେ ବାୟୋମେଟ୍ରିକ୍ ପ୍ରାମାଣିକିକରଣ ଏବଂ ରୁପେ ପ୍ଲାଟିନମ୍ ଡେବିଟ୍ କାର୍ଡ ତଥା ନିରବଛିନ୍ନ ବ୍ୟାଙ୍କିଙ୍ଗ ଅନୁଭୂତି ଭଳି ସେବା ସାମିଲ ରହିଛି। ଉତ୍ସବ ସମୟରେ ଜିଓ ପେମେଣ୍ଟସ୍ ବ୍ୟାଙ୍କ ଏହାର ବିଶେଷ ସୁବିଧାସମ୍ପନ୍ନ ସେବା ଏବଂ ସ୍ୱତନ୍ତ୍ର ଅଫର ମାଧ୍ୟମରେ ନୂତନ ଗ୍ରାହକଙ୍କୁ ଆକର୍ଷିତ କରିବାକୁ ଲକ୍ଷ୍ୟ ରଖିଛି।

Read More

ଭୁବନେଶ୍ବର: ଶେଷରେ ଓଡିଶାରୁ ବିଦାୟ ନେଲେ ରଘୁବର ଦାସ। ସେ ମଙ୍ଗଳବାରରେ ଇସ୍ତଫା ଦେବା ପରେ ଆଜି ରାଜଭବନ ଛାଡିଛନ୍ତି। ଆଜି ରାଜଭବନରେ ବିଦାୟୀ ରାଜ୍ୟପାଳଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଦାୟ ସମ୍ବର୍ଦ୍ଧନା ଦେଇଥିଲେ। ସେ ତାରକସିର ଏକ ଉପହାର ପ୍ରଦାନ କରିଥିଲେ। ସେହିପରି ବାଚସ୍ପତି ଏବଂ ମନ୍ତ୍ରୀ ମଣ୍ଡଳର ବରିଷ୍ଠ ମନ୍ତ୍ରୀମାନେ ବିମାନ ବନ୍ଦରରେ ରଘୁବରଙ୍କ ବିଦାୟ ଦେଇଥିଲେ। ରଘୁବର ଗତ ବର୍ଷ ଓଡିଶାର ରାଜ୍ୟପାଳ ଭାବେ ଯୋଗଦେଇଥିଲେ। ତାଙ୍କର ଆହୁରି କାର୍ଯ୍ୟକାଳ ଥିବା ବେଳେ ତାଙ୍କୁ କେନ୍ଦ୍ର ସରକାର ରାଜ୍ୟପାଳ ପଦରୁ ହଟାଇଦେଇଛନ୍ତି। ଯାହାକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଚାଲିଛି।

Read More

ଭୁବନେଶ୍ବର: ଆଜି ଡ଼ିସେମ୍ବର ୨୬ ତାରିଖ. ବିଜୁ ଜନତା ଦଳ ର ୨୮ ତମ ପ୍ରତିଷ୍ଠା ଦିବସ ଆଜି ଦଳ ର ମୁଖ୍ୟ କାର୍ଯ୍ୟାଳୟ ଶଙ୍ଖ ଭବନ ସମେତ ରାଜ୍ୟର ବିଭିନ୍ନ ସ୍ଥାନ ରେ ପାଳନ କରାଯାଉଛି। ଏହି ଅବସରରେ ଶଙ୍ଖ ଭବନ ରେ ଆୟୋଜିତ ରାଜ୍ୟ ସ୍ତରୀୟ କାର୍ଯ୍ୟକ୍ରମ ରେ ଯୋଗ ଦେଇ ବିଜୁ ଜନତା ଦଳ ର ସଭାପତି ଶ୍ରୀ ନବୀନ ପଟନାୟକ ଦଳ ପ୍ରତି ଲୋକଙ୍କ ଭଲ ପାଇବା ଓ ବିଜେଡି ସରକାର ସମୟ ର ସଫଳତା ଉପରେ ଆଲୋକପାତ କରି ଆଗାମୀ ଶହେ ବର୍ଷ ପର୍ଯ୍ୟନ୍ତ ବିଜୁ ଜନତା ଦଳ ଓଡିଶା ବାସୀଙ୍କ ସେବା କରିଚାଲିବ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ। ସେ କହିଥିଲେ ଯେ ଓଡିଶା ର ସ୍ୱାର୍ଥ ସର୍ବାଗ୍ରେ। ଏକ ଦୃଢ଼ ଆଞ୍ଚଳିକ ଦଳ ଭାବରେ ଓଡିଶା ସ୍ୱାର୍ଥ ର ସୁରକ୍ଷା ତଥା କେନ୍ଦ୍ର ଅବିଚାର ବିରୁଦ୍ଧରେ ବିଜେଡି ର ଲଢେଇ ଜାରି…

Read More

ଭୁବନେଶ୍ୱର: ଓଡ଼ିଶା ମୋ ହୃଦୟରେ ସବୁବେଳ ପାଇଁ ରହିବ ବୋଲି ବିଦାୟୀ ରାଜ୍ୟପାଳ ରଘୁବର ଦାସ କହିଛନ୍ତି । ଓଡ଼ିଶାବାସୀ ତାଙ୍କୁ ଯେଉଁ ଅପାର ସ୍ନେହ, ଶ୍ରଦ୍ଧା ଓ ଖୁସି ପ୍ରଦାନ କରିଛନ୍ତି ସେଥି ନିମନ୍ତେ ସେ ରାଜ୍ୟବାସୀଙ୍କୁ ଗଭୀର କୃତଜ୍ଞତା ଜଣାଇଛନ୍ତି। ସୂଚନାଯୋଗ୍ୟ ଯେ ବିଦାୟୀ ରାଜ୍ୟପାଳ ଶ୍ରୀ ଦାସ ବ୍ୟକ୍ତିଗତ କାରଣରୁ ଓଡ଼ିଶା ରାଜ୍ୟପାଳ ପଦରୁ ଇସ୍ତଫା ଦେଇଛନ୍ତି । ରାଷ୍ଟ୍ରପତି ମହୋଦୟା ତାଙ୍କ ଇସ୍ତଫା ପତ୍ରକୁ ଗ୍ରହଣ କରିଛନ୍ତି। ତାଙ୍କ ପ୍ରତି ଭରଷା ପ୍ରକଟ କରିବା ସହିତ ମହାପ୍ରଭୁ ଜଗନ୍ନାଥଙ୍କ ସେବାର ସୁଅବସର ପ୍ରଦାନ କରିଥିବାରୁ ସେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ମାନ୍ୟବର ଗୃହମନ୍ତ୍ରୀଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି । ବିଦାୟୀ ରାଜ୍ୟପାଳ ଶ୍ରୀ ଦାସ କହିଛନ୍ତି ଯେ, ଓଡ଼ିଶାରେ ୧୩ ମାସରୁ ଅଧିକ ସମୟ ବିତାଇବା ପରେ ଓଡ଼ିଶା ଓ ଓଡ଼ିଶାବାସୀଙ୍କ ପ୍ରତି ଗଭୀର କୃତଜ୍ଞତା ଓ ସମ୍ମାନ ସହିତ ବିଦାୟ ନେଉଛନ୍ତି । ଏହି…

Read More

ଭୁବନେଶ୍ବର: ବିଭିନ୍ନ ଟେଲିଭିଜନରେ ପ୍ରବଚନ ଦେଇ ଘରେ ଘରେ ପରିଚିତ ହୋଇଥିବା ସଂଜୟ ଶତପଥୀଙ୍କ ଆଜି ପରଲୋକ ହୋଇଯାଇଛି। ସେ କ୍ୟାନସରରେ ପିଡିତ ହୋଇ ଚିକିତ୍ସିତ ହେଉଥିଲେ। ହେଲେ ଆଜି ତାଙ୍କର ପରଲୋକ ହୋଇଯାଇଛି। ସଂଜୟ ମା ମାଣିକେଶ୍ବରୀ ବିଶ୍ବବିଦ୍ୟାଳୟର କୁଳପତି ଭାବେ କାର୍ଯ୍ୟ କରୁଥିଲେ। ସେ ପୂର୍ବରୁ ରେଭେନ୍ସା ବିଶ୍ବବିଦ୍ୟାଳୟର ପ୍ରଫେସର ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି। ତାଙ୍କ ଅଧିନରେ ପ୍ରାୟ 20 ଛାତ୍ରଛାତ୍ରୀ ପିଏଚଡି ହାସଲ କରିଛନ୍ତି। ସେ ଜଣେ ଅଧ୍ୟାତ୍ମିକ ବ୍ୟକ୍ତି ଭାବେ ବେଶ ପରିଚିତ। ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି।

Read More

ଭୁବନେଶ୍ବର: ଗତକାଲି କେନ୍ଦ୍ର ସରକାର ଓଡିଶାର ରାଜ୍ୟପାଳ ଥିବା ରଘୁବର ଦାସଙ୍କୁ ହଟାଇ ଦେଇଛନ୍ତି। ତାଙ୍କ ସ୍ଥାନରେ ମିଜୋରାମ ରାଜ୍ୟପାଳ ହରିବାବୁ କମ୍ଭମପତିଙ୍କୁ ନୂଆ ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଛି। ତେବେ ରଘୁବର ଦାସଙ୍କୁ ହଠାତ ହଟାଇବା ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଜାରୀ ରହିଛି। ଝାଡଖଣ୍ଡ ନିର୍ବାଚନ ସମୟରେ ରଘୁବର ଦାସଙ୍କୁ ରାଜ୍ୟପାଳରୁ ହଟାଇ ସକ୍ରିୟ ରାଜନୀତିରେ ଯୋଗଦେବେ ବୋଲି କୁହାଯାଉଥିଲା। ହେଲେ କେନ୍ଦ୍ର ବିଜେପି ନେତୃତ୍ବ ତାଙ୍କ ଉପରେ ଭରସା କରିପାରିଲେ ନାହିଁ। ଏପରିକି ତାଙ୍କ ପୁଅଙ୍କ ଉପରେ ମଧ୍ୟ ଭରସା କରିପାରିଲେ ନାହିଁ। ହେଲେ ତାଙ୍କ ବୋହୂଙ୍କ ଉପରେ ଭରସା କରି ବିଜେପି ଟିକେଟ ଦେଲା ଆଉ ସେ ଜିତିଲେ ମଧ୍ୟ। ସେତେବେଳେ ରଘୁବର ଇସ୍ତଫା ନ ଦେଇ ବର୍ତ୍ତମାନ ଇସ୍ତଫା ଦେବାର କାରଣ ଖୋଜିବାରେ ଲାଗିଛନ୍ତି ରାଜନୈତିକ ବିଶେଷଜ୍ଞ। ତାହାର କାରଣରେ କୁହାଯାଉଛି ଯେ, ରଘୁବର ଓଡିଶାରେ ବେଶ ବିବାଦୀୟ ହୋଇପଡିଛନ୍ତି। ଫଳରେ ତାଙ୍କୁ ଆଉ…

Read More

ଭୁବନେଶ୍ୱର: ଓଡ଼ିଶା ରାଜ୍ୟ ଅଭିଲେଖାଗାରରେ ୮୧ତମ ସଂସ୍କୃତି ଚର୍ଚ୍ଚା ସମ୍ପାନ ସମାରୋହ ଅନୁଷ୍ଠିତ ହୋଇ ଯାଇଅଛି। ଉକ୍ତ ଉତ୍ସବରେ ମୁଖ୍ୟ ବକ୍ତା ଭାବରେ ଯୋଗଦାନ କରିଥିଲେ ବିଶିଷ୍ଟ ଶିକ୍ଷାବିତ୍ ପ୍ରଫେସର ସତ୍ୟନାରାୟଣ ଆଚାର୍ଯ୍ୟ। ସମ୍ମାନନୀୟ ଅତିଥି ଭାବରେ ଯୋଗଦାନ କରିଥିଲେ ବିଭାଗୀୟ ଯୁଗ୍ମ ଶାସନ ସଚିବ ଶ୍ରୀଯୁକ୍ତ ଦେବ ପ୍ରସାଦ ଦାଶ । ସମ୍ପାନରେ ସ୍ୱାଗତ ଭାଷଣ ଦେଇଥିଲେ ଓଡ଼ିଶା ରାଜ୍ୟ ଅଭିଲେଖାଗାରର ଅଧୀକ୍ଷକ ଡ. ଶେଖ୍ ସୋଲେମାନ ଅଲ୍ଲୀ ଏବଂ ଧନ୍ୟବାଦ ଅର୍ପଣ କରିଥିଲେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅନୁଶାସନ ସଚିବ ଶ୍ରୀମତୀ ବନାନୀ ମହାପାତ୍ର। ମୁଖ୍ୟ ବକ୍ତା ପ୍ରଫେସର ସତ୍ୟନାରାୟଣ ଆଚାର୍ଯ୍ୟ କହିଥିଲେ ଯେ ଅଖିଳାଣ୍ଡକୋଟି ବ୍ରହ୍ମାଣ୍ଡ ନାୟକ ମହାପ୍ରଭୁ ଶ୍ରୀଜଗନ୍ନାଥ କଳିଯୁଗର ପ୍ରତ୍ୟକ୍ଷ ଦେବତା ଭାବରେ ଦେବଭୂମି ଭାରତ ବର୍ଷରେ ପବିତ୍ର ଉତ୍କଳ ଭୂଖଣ୍ଡର ଭୂସ୍ୱର୍ଗ ସ୍ୱରୂପ ପୁରୁଷୋତ୍ତମ କ୍ଷେତ୍ରରେ ଦାରୁଦେବତା ଭାବରେ ପୂଜା ପାଉଛନ୍ତି। ତେଣୁ ତନ୍ତ୍ର ଯାମଳଗ୍ରନ୍ଥରେ କୁହାଯାଇଛି –ଭାରତେ…

Read More

ଭୁବନେଶ୍ବର: ଓଡ଼ିଶା ବିଧାନସଭା ପରିସର ରେ ବାଗ୍ମୀ ବିଶ୍ୱନାଥ କର ଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଛି। ଏହାକୁ ଉନମୋଚନ କରିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ। ନିକଟରେ ବାଚସ୍ପତି ଶ୍ରୀମତୀ ସୁରମା ପାଢୀ, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଆଇନ ଓ ପୂର୍ତ୍ତ ମନ୍ତ୍ରୀ ଶ୍ରୀ ପୃଥ୍ବୀରାଜ ହରିଚନ୍ଦନ, ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୁରଜ ଏବଂ ବିଧାୟକ ବୃନ୍ଦ ଉପସ୍ଥିତ ଥିଲେ। ବାଗ୍ନୀ ବିଶ୍ବନାଥ ୧୮୬୪ ମସିହା ଆଜିର ଦିନରେ କଟକ ଜିଲ୍ଲାର ମାହାଙ୍ଗା ନିକଟସ୍ଥ ମୂଳବସନ୍ତ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ଓଡ଼ିଆ ଭାଷା ସାହିତ୍ୟର ସୁରକ୍ଷା ଓ ବିକାଶ ଲାଗି ପ୍ରତିଷ୍ଠା ହୋଇଥିବା ସର୍ବପ୍ରାଚୀନ ସାରସ୍ୱତ ଅନୁଷ୍ଠାନ “ଉତ୍କଳ ସାହିତ୍ୟ ସମାଜର ସେ ଥିଲେ ପ୍ରଥମ ପ୍ରତିଷ୍ଠାତା ସଂପାଦକ। ଜଣେ ସ୍ୱାଧୀନତା ସଂଗ୍ରାମୀ ଭାବେ ସେ ଭାରତୀୟ ଜାତୀୟ କଂଗ୍ରେସରେ ସେ ଯୋଗଦାନ କରିଥିଲେ । ବିହାର ଓ…

Read More

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ପର୍ଯ୍ୟଟନ ବିଭାଗର ସମ୍ମିଳନୀ କକ୍ଷରେ ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର ଆୟୋଜନ ସମ୍ପର୍କରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ଅଧ୍ୟକ୍ଷତା କରି କହିଥିଲେ ଯେ ବରଗଡ଼ ଧନୁଯାତ୍ରା ଆମର ଗର୍ବ ଓ ଗୌରବ। ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ ଭାବେ ସ୍ୱୀକୃତିପ୍ରାପ୍ତ ବରଗଡ଼ ଧନୁଯାତ୍ରା ଭଗବାନ କୃଷ୍ଣ, ତାଙ୍କ ବାଲ୍ୟଲୀଳା ଓ ତାଙ୍କ ରାକ୍ଷସ ମାମୁଁ କଂସଙ୍କ କାହାଣୀ ଉପରେ ଆଧାରିତ। ଏହି ଉତ୍ସବ ସମୟରେ ସମଗ୍ର ବରଗଡ଼ ଜିଲ୍ଲାରେ ମଥୁରା ରାଜ୍ୟରେ ପରିଣିତ ହୋଇଯାଏ। ଏହାର ଆୟୋଜନ କେବଳ ବରଗଡ଼ ଜିଲ୍ଲା ପ୍ରଶାସନଙ୍କ ଦାୟିତ୍ୱ ନୁହେଁ ଏହା ଆମ ସମସ୍ତଙ୍କର ସାମୂହିକ ଦାୟିତ୍ୱ ବୋଲି ଶ୍ରୀମତୀ ପରିଡା ମତ ପ୍ରକାଶ କରିଛନ୍ତି। ଏହି ବୈଠକରେ ଅତିରିକ୍ତ ଶାସନ ସଚିବ ତଥା ଉନ୍ନୟନ କମିଶନର ଶ୍ରୀମତୀ ଅନୁ ଗର୍ଗ ଆଭାସି ମାଧ୍ୟମରେ ଯୋଗଦେବା ସହ ପର୍ଯ୍ୟଟନ ବିଭାଗ…

Read More

ଭୁବନେଶ୍ୱର: ଯାଜପୁର ଜିଲ୍ଲା ଧର୍ମଶାଳା ନିର୍ବାଚନମଣ୍ଡଳୀର ସରପଂଚ ନାଜବୁନ୍ ବେଗମ୍‌, ସୁନାକର ବେହେରା, ନିମାଇଁ ମଲ୍ଲିକ, ସୁରେନ୍ଦ୍ର ଥିଆଡି, ଚନ୍ଦନ କୁମାର ରାଉତ, ଜିତେନ୍ଦ୍ର କୁମାର ପାତ୍ର, ସୁମିତ୍ରା ସ୍ୱାଇଁ, ସରୋଜିନୀ ନାୟକ, ପ୍ରଶାନ୍ତ କୁମାର ରାଉତ, ଲତା ସେଠୀ, ସଫଳ ବେହେରା, ଫକୀର ନାରାୟଣ ମିଶ୍ର, ସୁଦାମ ଚରଣ ବେହେରା, ନର୍ମଳ କୁମାର ଦାସ, ବିକ୍ରମ ବିଶ୍ୱାଳ, ପ୍ରମୋଦ କୁମାର ଜେନା, ସୁରେଶ ଚନ୍ଦ୍ର ତରାଇ, ହୃଦାନନ୍ଦ ସାହୁଙ୍କ ସମେତ ବହୁ ବିଜେଡି ନେତା ବିଜେପିରେ ସାମିଲ ହୋଇଛନ୍ତି। ସେହିପରି ପଂଚାୟତ ସମିତି ସଦସ୍ୟ ସବନମ୍ ପରୱିନ୍‌, ଝିଲ୍ଲିରାଣୀ ମଲ୍ଲିକ, ଦୋଳଗୋବିନ୍ଦ ମଲ୍ଲିକ, ପୁରୁଷୋତମ ପରିଡା, ସୌଦାବିନୀ ସ୍ୱାଇଁ, ସସ୍ମିତା ନାୟକ, ସୌମ୍ୟରଞ୍ଜନ ସାହୁ, ସୁନୀତା ସ୍ୱାଇଁ, ବିଦ୍ୟାଧର ମଲ୍ଲିକ, ପବିତ୍ର ବେହେରା, ସୁଚିସ୍ମିତା ଦାସ, ସରୋଜିନୀ ମହାନ୍ତି, ଅନ୍ନପୂର୍ଣ୍ଣା ସାହୁ, ମିତା ବେହେରା, ନିତ୍ୟାନନ୍ଦ ବିଶ୍ୱାଳ, ଅନନ୍ତ ତରାଇ, ସବିତା ସାମଲ ବିଜେଡି ଦଳ ତ୍ୟାଗ କରି ଆନୁଷ୍ଠାନିକ…

Read More

ଭୁବନେଶ୍ବର: ବର୍ତ୍ତମାନ ଜାତୀୟ ସ୍ତରର ବରିଷ୍ଠ ସାମ୍ବାଦିକ ରୁବେନ ବାନାର୍ଜୀଙ୍କ ଲିଖିତ ପୁସ୍ତକକୁ ନେଇ ରାଜ୍ୟ ରାଜନୀତିରେ ବେଶ ଚର୍ଚ୍ଚା ଚାଲିଛି। ରୁବେନ ତାଙ୍କ ଲିଖିତ ‘ନବୀନ ପଟ୍ଟନାୟକ’ ପୁସ୍ତକର ନିର୍ବାଚନ ପରର ବିଷୟକୁ ଯୋଡି ଏକ ନୂଆ ସଂସ୍କରଣ ପ୍ରକାଶ କରିଛନ୍ତି। ଯେଉଁଥିରେ ସେ ବିଜେଡି ବିଜେପି ମେଣ୍ଟ ପାଣ୍ଡିଆନ ଚାହୁଁଥିଲେ ବୋଲି ଉଲ୍ଲେଖ କରିଛନ୍ତି। ସେତିକି ନୁହେଁ ପାଣ୍ଡିଆନଙ୍କ ଚକ୍ରାନ୍ତ, ବିଜେପି ଦିଲ୍ଲୀ ନେତୃତ୍ବଙ୍କ ସହିତ ବାରମ୍ବାର କଥାବାର୍ତ୍ତା କରିବା। ଚ୍ୟାଟର ଫ୍ଲାଇଟରେ ଯିବା ଆସିବା କରିବା ସଂପର୍କରେ ରୁବେନ ସେହି ପୁସ୍ତକରେ ଉଲ୍ଲେଖ କରିଛନ୍ତି। ପାଣ୍ଡିଆନ ନିଜର ସୁରକ୍ଷା ପାଇଁ ଏପରି ମେଣ୍ଟ କରିବାକୁ ଚାହୁଁଥିଲେ ବୋଲି ରୁବେନ କହିଛନ୍ତି। ହେଲେ ପରବର୍ତ୍ତି ସମୟରେ ଓଡିଶା ବିଜେପି ତରଫରୁ ମେଣ୍ଟ ବିରୋଧରେ ପ୍ରବଳ ସ୍ବର ଉଠିଲା। ଶେଷରେ ଦିଲ୍ଲୀରେ ବିଜେପି ନେତୃତ୍ବ ଏହି ମେଣ୍ଟରୁ ଓହରିଗଲେ। ଏହାକୁ ନେଇ ବିଜେଡି ତରଫରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରାଯାଇଛି।…

Read More

ଭୁବନେଶ୍ୱର : ରାଜ୍ୟରେ ଗ୍ରୀନ୍ ହାଇଡ୍ରୋଜେନ୍ ମୋବିଲିଟି ପ୍ରୋଜେକ୍ଟ ଶୁଭାରମ୍ଭ ଦିଗରେ ଓଡ଼ିଶା ସରକାର ପ୍ରଥମ ପଦକ୍ଷେପ ଗ୍ରହଣ କରିଛନ୍ତି । ଏନେଇ ତ୍ରିପାକ୍ଷିକ ବୁଝାମଣା ପତ୍ର ଚୁକ୍ତି ସ୍ୱାକ୍ଷର ହୋଇଛି । ଓଡ଼ିଶା ସରକାରଙ୍କ ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ବିଭାଗ ଅଧିନରେ ଥିବା କ୍ୟାପିଟାଲ୍ ରିଜିୟନ ଅର୍ବାନ୍ ଟ୍ରାନ୍ସପୋର୍ଟ (କ୍ରୁଟ୍‌), ଶକ୍ତି ବିଭାଗର ଗ୍ରିଡ଼୍ କର୍ପୋରେସନ୍ ଅଫ୍ ଓଡ଼ିଶା ଲିମିଟେଡ଼୍ (ଗ୍ରିଡ଼୍‌କୋ) ଏବଂ ଏନ୍‌ଟିପିସି ମଧ୍ୟରେ ଏକ ବୁଝାମଣା ପତ୍ର ଚୁକ୍ତି ସ୍ୱାକ୍ଷର ହୋଇଛି । ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହେଦଓ, ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡାକ୍ତର କୃଷ୍ଣ ଚନ୍ଦ୍ର ମହାପାତ୍ରଙ୍କ ଉପସ୍ଥିତିରେ କ୍ରୁଟର ପରିଚାଳନା ନିର୍ଦେଶକ ତିରୁମାଲା ନାୟକ, ଏନଟିପିସିର ସିଜିଏମ୍‍ ଡି ଏମ ଆର ପଣ୍ଡା, ଗ୍ରିଡକୋର ପରିଚାଳନା ନିର୍ଦେଶକ ତ୍ରିଲୋଚନ ପଣ୍ଡା ପ୍ରମୁଖ ରାଜିନାମାରେ ସ୍ବାକ୍ଷର କରିଥିଲେ । ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର…

Read More

ଭୁବନେଶ୍ବର: କଟକ ଓ ଜଗତସିଂହପୁର ଜିଲ୍ଲାର ଯୋଗାଯୋଗକୁ ଅଧିକ ସୁଦୃଢ଼ କରିବା ସହ ଉପୁଜୁଥିବା ଟ୍ରାଫିକ୍‌ ସମସ୍ୟାର ସମାଧାନ ଉଦ୍ଦେଶ୍ୟରେ ନିର୍ମିତ ନୂଆ ରେଲୱେ ଓଭର ବ୍ରିଜକୁ ଆଜି ପୂର୍ତ୍ତ, ଆଇନ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଅପରାହରେ ଉଦ୍‌ଘାଟନ କରିଛନ୍ତି । ୬୦ କୋଟି ୯୩ ଲକ୍ଷ ୬୫ ହଜାର ବ୍ୟୟରେ ନିର୍ମିତ ଏହି ସେତୁ କଟକ ସହର ଓ ଜଗତସିଂହପୁର ଜିଲ୍ଲା ମଧ୍ୟରେ ଯାତାୟତ ସମୟକୁ କମ୍‌ କରିବା ସହ ଟ୍ରାଫିକ୍‌ ନିୟନ୍ତ୍ରଣରେ ପ୍ରମୁଖ ଭୂମିକା ଗ୍ରହଣ କରିବ। ନୂଆବଜାର ଛକରୁ ପ୍ରେସ୍‌ ଛକକୁ ସଂଯୋଗ କରୁଥିବା ୫୧୧ମିଟର ଦୈର୍ଘ୍ୟବିଶିଷ୍ଟ ଏହି ସେତୁ ଦ୍ୱାରା ବିଭିନ୍ନ ଅଞ୍ଚଳରେ ଛାତ୍ରଛାତ୍ରୀ, କର୍ମଜୀବୀ, ରୋଗୀ, ବରିଷ୍ଠ ନାଗରିକଙ୍କ ଗମନାଗମନ ସୁଗମ କରିବା ସହ ବ୍ୟବସାୟିକ କାରବାରକୁ ସହଜ କରିବ। ଏହି ସେତୁ ଦ୍ୱାରା ଦୈନିକ ପ୍ରାୟ ୧ ଲକ୍ଷ ଲୋକ ଉପକୃତ ହେବେ। ଏହି ସେତୁର ଉଦ୍‌ଘାଟନ ଅବସରରେ…

Read More

ଭୁବନେଶ୍ୱର: ଆମ ଦେଶର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ଏବଂ ସାମରିକ ଦକ୍ଷତାର ଏକ ସଂପୂର୍ଣ୍ଣ ମିଶ୍ରଣକୁ ବହନ କରି ଚଳିତ ବର୍ଷ ଦିଲ୍ଲୀର ରାଜପଥରେ ହେବାକୁ ଥିବା ୭୬ ତମ ସାଧାରଣତନ୍ତ୍ର ଦିବସ ପରେଡ଼ରେ ଓଡ଼ିଶା ନିର୍ଦ୍ଦେଶାଳୟର ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ (ଏନସିସି) କଣ୍ଟିଜେଣ୍ଟ ରାଜ୍ୟର ପ୍ରତିନିଧିତ୍ୱ କରିବ। ଓଡିଶା ଏନସିସିର ୭୫ ବର୍ଷର ଇତିହାସରେ ପ୍ରଥମ ଥର ପାଇଁ ରାଜ୍ୟ ସରକାରଙ୍କ ସହଯୋଗରେ ମନୋନୀତ ଏନସିସି କ୍ୟାଡେଟ୍ ମାନେ ବିମାନ ଯୋଗେ ସାଧାରଣତନ୍ତ୍ର ଦିବସ ପରେଡ଼ରେ ଯୋଗ ଦେବାକୁ ନୂଆଦିଲ୍ଲୀ ଯାତ୍ରା କରିବେ। ଏହି ଐତିହାସିକ ଯାତ୍ରା ଦ୍ବାରା ଦେଶର ତୃତୀୟ ରାଜ୍ୟ ଭାବରେ ଆମ ରାଜ୍ୟ ପରିଗଣିତ ହେବ। “ସୁବର୍ଣ୍ଣ ଭାରତ: ଐତିହ୍ୟ ଏବଂ ବିକାଶ” ବିଷୟବସ୍ତୁ ଉପରେ ଆଧାରିତ ଚଳିତ ବର୍ଷର ଗଣତନ୍ତ୍ର ଦିବସ କ୍ୟାଡେଟମାନଙ୍କ ମଧ୍ୟରେ ଦେଶପ୍ରେମ, ଶୃଙ୍ଖଳା, ଅନୁଶାସନ, ନେତୃତ୍ୱଗୁଣ, ଭାତୃତ୍ଵଭାବ, ଦେଶପ୍ରେମର ଭାବ ଜାଗ୍ରତ କରିବ। ଚଳିତବର୍ଷ ଓଡ଼ିଶା ଏନସିସି ନିର୍ଦ୍ଦେଶାଳୟ…

Read More

ଭୁବନେଶ୍ବର: ଗ୍ରୀଡକୋ ଏବଂ ଆଇଫରେଷ୍ଟ (iFOREST) ର ମିଳିତ ଆନୁକୂଲ୍ୟରେ ଭୁବନେଶ୍ବରରେ ଆଜି ଓଡ଼ିଶା ସୌରଶକ୍ତି ନିବେଶକ ସମ୍ମିଳନୀର ଆୟୋଜନ ହୋଇଥିଲା। ଏହି ସମ୍ମିଳନୀର ଆୟୋଜନ ୨୦୩୦ ସୁଦ୍ଧା 7.5 ଗିଗା ୱାଟ କ୍ଷମତା ବିଶିଷ୍ଟ ଅକ୍ଷୟ ଶକ୍ତି ହାସଲ ନିମନ୍ତେ ଓଡ଼ିଶାର ପ୍ରତିବଦ୍ଧତାକୁ ଦର୍ଶାଇଛି। ଏହା ରାଜ୍ୟର ୧୦.୯୫ ଗିଗା ୱାଟ ଭଳି ବୃହତ ଲକ୍ଷ୍ୟ ପୂରଣରେ ସହାୟକ ହେବ l ଏହି ନିବେଶକ ସମ୍ମିଳନୀରେ ୧୫୦ ରୁ ଊର୍ଦ୍ଧ୍ଵ ବାଣିଜ୍ୟ ଓ ଶିଳ୍ପ କ୍ଷେତ୍ରରୁ ଉପଭୋକ୍ତା, ୧୦୦ରୁ ଅଧିକ ସୌରଶକ୍ତି ଉତ୍ପାଦନକାରୀ ସଂସ୍ଥା ଓ ପ୍ରାୟ ୪୦୦ ଜଣ ଅଂଶଗ୍ରହଣ କରି ଓଡ଼ିଶାକୁ ସୌରଶକ୍ତିର ହବ୍ ରେ ପରିଣତ କରିବା ପାଇଁ ସଙ୍କଳ୍ପବଦ୍ଧ ହୋଇଥିଲେ। ସମ୍ମିଳନୀରେ ମୁଖ୍ୟ ଅତିଥିରୂପେ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ଏବଂ ଶକ୍ତି ମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ଯୋଗଦେଇ କହିଥିଲେ ଯେ, ଓଡ଼ିଶା ସରକାର ଅକ୍ଷୟ ଶକ୍ତି ଉତ୍ପାଦନ…

Read More

ନୂଆଦିଲ୍ଲୀ: ସ୍କୁଲ ଶିକ୍ଷା ନୀତିରେ କେନ୍ଦ୍ର ସରକାର ଏକ ବଡ ପରିବର୍ତ୍ତନ ଆଣିଛନ୍ତି। ଏଣିକି ସ୍କୁଲଗୁଡିକ କ୍ଲାସ୍ 5 ଓ 8 ରେ ଛାତ୍ରଛାତ୍ରୀଙ୍କୁ ‘ଫେଲ’ କରିବାର ଅଧିକାର ପ୍ରଦାନ କରାଗଲା। ଯେଉଁ ଛାତ୍ରଛାତ୍ରୀଙ୍କ ପ୍ରଦର୍ଶନ ଆବଶ୍ୟକ ମାନଦଣ୍ଡ ପୂରଣ କରିପାରିବ ନାହିଁ ସେମାନଙ୍କୁ ଫେଲ କରିଯାଇପାରିବ। କେନ୍ଦ୍ର ସରକାର ଆଜି ଏହି ସଂଶୋଧନ ଘୋଷଣା କରି କହିଛନ୍ତି ଯେ, ଯାହା ରାଇଟ୍ ଅଫ୍ ଚିଲଡ୍ରେନ ଆଣ୍ଡ ଫ୍ରି ସ୍କୁଲ୍ ଏଡୁକେସନ୍ ଆକ୍ଟ 2010 (Right of Children and Free School Education Act 2010, RTE Act 2010) ରେ କରାଯାଇଛି। ନୂତନ ସଂଶୋଧନଗୁଡିକ ରାଜ୍ୟମାନଙ୍କୁ କ୍ଲାସ୍ 5 ଓ 8 ପାଇଁ ସାଧାରଣ ପରୀକ୍ଷା ପରିଚାଳନା କରିବାକୁ ଓ ସେମାନେ ଫେଲ୍ ହେଲେ ସେମାନଙ୍କୁ ପୁଣି ଗୋଟିଏ ବର୍ଷ ସେହି କ୍ଲାସରେ ରଖିବାର ଅଧିକାର ପ୍ରଦାନ କରିଛନ୍ତି। ଏହି ସଂଶୋଧନମାନେ RTE ଆକ୍ଟର ସଂଶୋଧନ ପରେ, ଯାହା…

Read More

ଭୁବନେଶ୍ବର: ଭୁବନେଶ୍ବର ସଂସଦୀୟ କ୍ଷେତ୍ର ଜୟଦେବ ବିଧାନସଭା କ୍ଷେତ୍ର ଅନ୍ତର୍ଗତ ଜଗନ୍ନାଥପୁର ଠାରେ ମହିଳା ସଶକ୍ତି କରଣ ଏବଂ ସ୍ବରୋଜଗାର ନିମନ୍ତେ ଏକ ବଡ଼ ଗାରମେଣ୍ଟ କମ୍ପାନୀର ଭିତ୍ତି ପ୍ରସ୍ତର ହୋଇଯାଇଛି। ଭୁବନେଶ୍ବର ଲୋକସଭା କ୍ଷେତ୍ରର  ସାଂସଦ ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀଙ୍କ କର କମଳରେ କଲରଟୋନ୍ ନାମକ ମେଗା ଗାରମେଣ୍ଟ କମ୍ପାନୀର ଶିଳାନ୍ୟାସ କାର୍ଯ୍ୟକ୍ରମ ହୋଇଯାଇଛି। ଭୁବନେଶ୍ବର ଲୋକସଭା ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ଜଗନ୍ନାଥପୁର ଅଂଚଳରେ ଏହି ଅବସରରେ ଏକ ଭବ୍ୟ ଶିଳାନ୍ୟାସ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା। ଆୟୋଜିତ ଉତ୍ସବରରେ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଦ୍ବାରା,ଖୋର୍ଦ୍ଧା ଏବଂ ଜୟଦେବ ବିଧାୟକଙ୍କ ଉପସ୍ଥିତିରେ ମେଗା ଗାରମେଣ୍ଟ କମ୍ପାନୀର ଶିଳାନ୍ୟାସ ହୋଇଯାଇଛି। ଏହି ଅସବରରେ ଉପସ୍ଥିତ ଜନତାଙ୍କୁ ସମ୍ବୋଧନ କରିଥିଲେ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ। ନିଜ ଅଭିଭାଷଣରେ ସାଂସଦ ଅପରାଜିତା କହିଛନ୍ତି, ଜୟଦେବ ବିଧାନସଭା ମଣ୍ଡଳୀର ଆଖପାଖ ଲୋକ ଏହାଦ୍ବାରା ଉପକୃତ ହେବେ। ବିଶେଷ କରି ଏହି ଗାରମେଣ୍ଟ କମ୍ପାନୀ ବଡ଼…

Read More