ରଣପୁର: ରଣପୁର ବ୍ଲକର ବିଭିନ୍ନ ବିଦ୍ୟାଳୟକୁ ଉପ-ନିର୍ଦ୍ଦେଶକ ସୁଶ୍ରୀ ସଙ୍ଗୀତା ପଣ୍ଡା, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ବନଲତା ବେହେରା ଓ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ସନ୍ଧ୍ୟାରାଣୀ ରାଉତ ପରିଦର୍ଶନ କରିଥିଲେ। ପରିଦର୍ଶନ ସମୟରେ ସେମାନେ ଶିକ୍ଷକ-ଶିକ୍ଷୟତ୍ରୀଙ୍କ ସହିତ ଆଲୋଚନା କରି ଶିକ୍ଷାର ଗୁଣତ୍ତ୍ୱ, ନିପୁଣ ଭାରତ କାର୍ଯ୍ୟକ୍ରମର ପ୍ରଗତି, ଆସ ସ୍କୁଲ କାର୍ଯ୍ୟକ୍ରମ ଯିବା କାର୍ଯ୍ୟକ୍ରମର ପ୍ରଗତି, ଶିକ୍ଷାଦାନ ସମୟରେ ଶିକ୍ଷଣ ସାମଗ୍ରୀ ବ୍ୟବହାର, ମଧ୍ୟାହ୍ନ ଭୋଜନର ମାନ ଆଦିକୁ ସମୀକ୍ଷା କରିଥିଲେ। ରଣପୁର ବଜେନ୍ଦ୍ର ଚନ୍ଦ୍ର ଉଚ୍ଚ ବିଦ୍ୟାଳୟ ଓ ମଝିଆଖଣ୍ଡ ରଘୁନାଥ ନୋଡାଲ ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରିଥିଲେ। ନୟାଗଡ ଜିଲ୍ଲାପାଳଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ପରିଚାଳିତ ହେଉଥିବା ‘ଦୀପା’ କମ୍ପ୍ୟୁଟର ପ୍ରୋଗ୍ରାମ ସମ୍ବନ୍ଧରେ ମଧ୍ୟ ତଦାରଖ କରିଥିଲେ। ଏହା ସହିତ ମାଳ ଜାମୁଗଣ୍ଡ ଅଞ୍ଚଳକୁ ଯାଇ ଶିକ୍ଷକ ମିହିର କୁମାର ଭୂୟାଁ ଙ୍କ ସହିତ ବିଦ୍ୟାଳୟର ସୁବିଧା ଅସୁବିଧା ସମ୍ପର୍କ ରେ ଆଲୋଚନା କରିଥିଲେ। ପରିଦର୍ଶନ…
Author: Samikhsya Bureau
ଭୁବନେଶ୍ୱର: ଶିକ୍ଷା, ଗବେଷଣା ଓ ସାମାଜିକ ସଶକ୍ତିକରଣ କ୍ଷେତ୍ରରେ ଉଲ୍ଳେଖନୀୟ ଅବଦାନ ନିମନ୍ତେ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଆସୋସିଏଟ୍ ପ୍ରଫେସର ଡକ୍ଟର ସ୍ୱୟଂପ୍ରଭା ଶତପଥୀଙ୍କୁ ଇଣ୍ଡିଆ ଚେଞ୍ଜ ମେକର ୨୦୨୫ ଭାବେ ମନୋନୀତ କରାଯାଇଛି । ଭାରତର ସର୍ବ ବୃହତ ଘରୋଇ ଷ୍ଟାର୍ଟ ଅପ୍ ବିଜିନେସ୍ ଟକ୍ସ ପକ୍ଷରୁ ପ୍ରସ୍ତୁତ ହୋଇଥିବା ଚେଞ୍ଜ ମେକର ତାଲିକାରେ ତାଙ୍କ ନାମ ସ୍ଥାନ ପାଇଛି । ଇଂରାଜୀ ଭାଷା, ଗଣମାଧ୍ୟମ ଓ ଯୋଗାଯୋଗ ଶିକ୍ଷା କ୍ଷେତ୍ରରେ ପାରଦର୍ଶିତା ହାସଲ କରିଥିବା ଡକ୍ଟର ଶତପଥୀଙ୍କର ଗବେଷଣା ଏବଂ ସନ୍ଦର୍ଭ ପ୍ରକାଶନ କ୍ଷେତ୍ରରେ ମଧ୍ୟ ଦକ୍ଷତା ରହିଛି । ଶୈକ୍ଷିକ ଉତ୍କର୍ଷତା ସହିତ ମୂଲ୍ୟବୋଧ ଭିତିକ ଶିକ୍ଷା, ଛାତ୍ରଛାତ୍ରୀମାନଙ୍କର ସାମଗ୍ରିକ ବିକାଶ ଏବଂ ନାରୀ-ପୁରଷ କ୍ଷେତ୍ରରେ ସମାନତା ଦିଗରେ ଡକ୍ଟର ଶତପଥୀ ଅନେକ କାର୍ଯ୍ୟ କରିଛନ୍ତି । ଏହି ସମ୍ମାନ ନିମନ୍ତେ ସେ ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକଙ୍କର ସାହାଯ୍ୟ ଓ ସହଯୋଗ…
ଭୁବନେଶ୍ବର: ଚଳିତ ବର୍ଷର ଦ୍ବିତୀୟ ଚନ୍ଦ୍ର ଗ୍ରହଣ ସଂଗଠିତ ହେବାକୁ ଯାଉଛି। ଯାହା ସେପ୍ଟେମ୍ବର ୭ ତାରିଖ ରବିବାର ଦିନ ଲାଗିବ। ଏହି ଦିନ ହେଉଛି ଭାଦ୍ରବ ପୂର୍ଣ୍ଣିମା। ଏହି ପୂର୍ଣିମା ଦିନ ଚନ୍ଦ୍ର ଗ୍ରହଣ ସଂଗଠିତ ହେଉଛି। ତେବେ ଏହି ଚନ୍ଦ୍ର ଗ୍ରହଣ ଭାରତରେ ସଂପୂର୍ଣ୍ଣ ଦୃଶ୍ୟମାନ ହେଉଛି। ତେବେ ଏଥର ଚନ୍ଦ୍ର ଆକାଶରେ ରକ୍ତ ପରି ଲାଲ ରଂଗ ଧାରଣ କରିବେ। ତେବେ ଜ୍ୟୋତିଷଙ୍କ ଅନୁସାରେ ଏହି ଚନ୍ଦ୍ର ଗ୍ରହଣ ନିମ୍ନ ସମୟ ଅନୁସାରେ ଲାଗିବ। ଚନ୍ଦ୍ର ଗ୍ରହଣ ତାରିଖ– ସେପ୍ଟେମ୍ବର ୭ ତାରିଖ ରବିବାର ଚନ୍ଦ୍ର ଗ୍ରହଣ ଲାଗିବା ସମୟ ଆରମ୍ଭ– ସେପ୍ଟେମ୍ବର ୭ ତାରିଖ ରାତି ୮ ଟା ୫୮ ମିନିଟ ଚନ୍ଦ୍ର ଗ୍ରହଣ ଶେଷ ହେବା ସମୟ– ସେପ୍ଟେମ୍ବର ୮ ତାରିଖ ରାତି ୧ ଟା ୨୬ ମିନିଟ ଚନ୍ଦ୍ର ଗ୍ରହଣ ଲାଗିବା ପୁରା ସମୟ– ୪ ଘଣ୍ଟା ୨୮ ମିନିଟ୍ ଚନ୍ଦ୍ର ଗ୍ରହଣ…
ମେଷ: ସୃଜନଶୀଳ କାର୍ଯ୍ୟ ସଫଳ ହେବ। ଆପଣ ଯେ କୌଣସି ଉତ୍ସବରେ ଅଂଶଗ୍ରହଣ କରିବାର ସୁଯୋଗ ପାଇବେ। ସୁଖ ଏବଂ ମନୋରଞ୍ଜନ ଉପଲବ୍ଧ ହେବ। ବ୍ୟବସାୟ ଲାଭଦାୟକ ହେବ। ଭାଇମାନଙ୍କଠାରୁ ସମର୍ଥନ ପାଇବ। ଦୁର୍ଦ୍ଦଶା ଯୋଗୁଁ କ୍ଷତି ହେବ। ଚାକିରିରେ ତୁମେ ପ୍ରଶଂସା ପାଇବ। ତତ୍ପରତା ନାହିଁ। ଆଦୌ ବିପଦ ଏବଂ ସୁରକ୍ଷା କାର୍ଯ୍ୟ ଗ୍ରହଣ କରନ୍ତୁ ନାହିଁ । ବୃଷ: ଟଙ୍କା ଅଭାବରୁ ନିରାଶ ହେବେ। ଥଟ୍ଟା ଠାରୁ ଦୂରେଇ ରୁହନ୍ତୁ। ଅଧିକାରୀମାନେ ଚାକିରିରେ ଅଧିକ ଆଶା କରିବେ। ବସଙ୍କ ସମର୍ଥିତ ହେବେ ନାହିଁ। କ୍ଳାନ୍ତ ହୋଇଯିବ। ବ୍ୟବସାୟ ଲାଭଦାୟକ ହେବ। ଖରାପ ଖବର ଗ୍ରହଣ କରାଯାଇପାରେ। କଠିନ ପରିଶ୍ରମ ଅଧିକ ହେବ। ଲାଭ ସୁଯୋଗକୁ ସ୍ଥଗିତ ରହିବ। ମିଥୁନ: ଜମି କ୍ରୟ ଏବଂ ବିକ୍ରୟ ଲାଭଦାୟକ ହେବ। ପ୍ରଗତିର ରାସ୍ତା ପକ୍କା ହେବ। ବିପଦରୁ ଦୂରେଇ ରୁହନ୍ତୁ। ବ୍ୟବସାୟ ବୃଦ୍ଧି ପାଇବ। ବିନିଯୋଗ ଶୁଭ ହେବ। ରୋଜଗାର ବୃଦ୍ଧି ପାଇବ। ଲାଭ…
ଭୁବନେଶ୍ୱର: ଆମେ କାହାର ଇତିହାସକୁ ଲିଭାଇ ଦେବା ତଥା ଇତିହାସର କୌଣସି ବିଷୟ ଉପରେ ଅବହେଳା କରିବାକୁ ଚାହୁଁନାହୁଁ ବରଂ ଇତିହାସର ସଠିକ୍ ଚିତ୍ର ଉପସ୍ଥାପନ କରୁଛୁ ବୋଲି ଆଜି ନୂଆଦିଲ୍ଲୀ ଠାରେ ଭାରତୀୟ ଇତିହାସ ପାଇଁ ସାର୍ ଯଦୁନାଥ ସରକାର ଫେଲୋସିପର ପ୍ରଥମ ବ୍ୟାଚର ଦୀକ୍ଷାନ୍ତ ସମାରୋହରେ ଯୋଗଦେବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଦ ଫାଉଣ୍ଡେସନ ଫର୍ ଇଣ୍ଡିଆନ୍ ହିଷ୍ଟୋରିକାଲ୍ ଆଣ୍ଡ୍ କଲଚୁରାଲ୍ ରିସର୍ଚ୍ଚ(ଏଫଆଇଏଚସିଆର) ପକ୍ଷରୁ ଆୟୋଜିତ ଏହି ଫେଲୋସିପର ପ୍ରଥମ ବ୍ୟାଚକୁ ଅଭିନନ୍ଦନ ଜଣାଇବା ସହ ସମସ୍ତଙ୍କ ସଫଳତା କାମନା କରିଛନ୍ତି ଶ୍ରୀ ପ୍ରଧାନ। ସେ କହିଛନ୍ତି ଯେ ଆଜି ଛାତ୍ରଛାତ୍ରୀମାନେ ସେମାନଙ୍କର ସାର୍ଟିଫିକେଟ୍ ଗ୍ରହଣ କରୁନାହାନ୍ତି ବରଂ ଭାରତର ଐତିହାସିକ, ସାଂସ୍କୃତିକ ଏବଂ ବୌଦ୍ଧିକ ସାର୍ବଭୌମତ୍ୱର ମଶାଲବାହକ ହେବାର ଦାୟିତ୍ୱ ବହନ କରୁଛନ୍ତି। ସେ ଆହୁରି କହିଛନ୍ତି ଯେ ଇତିହାସ ଏକ ଉଜ୍ଜ୍ୱଳ ଭବିଷ୍ୟତ ନିର୍ମାଣ ପାଇଁ ପଥ ପ୍ରଶସ୍ତ କରେ।…
ନୂଆଦିଲ୍ଲୀ: କେନ୍ଦ୍ର ଗୃହ ଏବଂ ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ ଆଜି ଜାମ୍ମୁରେ ଆୟୋଜିତ ଏକ ବୈଠକରେ ଜାମ୍ମୁ-କାଶ୍ମୀରର ସୁରକ୍ଷା ସ୍ଥିତିର ସମୀକ୍ଷା କରିଛନ୍ତି। ଏହି ବୈଠକରେ ଜାମ୍ମୁ-କାଶ୍ମୀରର ଉପରାଜ୍ୟପାଳ ଶ୍ରୀ ମନୋଜ ସିହ୍ନା, କେନ୍ଦ୍ର ଗୃହ ସଚିବ, ନିର୍ଦ୍ଦେଶକ (ଆଇବି), ଜାମ୍ମୁ-କାଶ୍ମୀରର ମୁଖ୍ୟ ସଚିବ ଏବଂ ଡିଜିପି, ସିଏପିଏଫ୍ ର ମୁଖ୍ୟ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଜାମ୍ମୁ-କାଶ୍ମୀରର ସୁରକ୍ଷା ସ୍ଥିତିର ସମୀକ୍ଷା କରିବା ସମୟରେ କେନ୍ଦ୍ର ଗୃହ ମନ୍ତ୍ରୀ ୨୦୨୫ ମସିହାରେ ଶ୍ରୀ ଅମରନାଥଜୀ ଯାତ୍ରା ଶାନ୍ତିପୂର୍ଣ୍ଣ ଭାବେ ଆୟୋଜନ କରିଥିବାରୁ କେନ୍ଦ୍ରଶାସିତ ଅଞ୍ଚଳର ପ୍ରଶାସନ ଏବଂ ସୁରକ୍ଷା ସଂସ୍ଥାଗୁଡ଼ିକର ପ୍ରୟାସକୁ ପ୍ରଶଂସା କରିଥିଲେ। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଆତଙ୍କବାଦ ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ଜାମ୍ମୁ-କାଶ୍ମୀରରେ ଆତଙ୍କବାଦର ମୂଳୋତ୍ପାଟନ ପାଇଁ ସମସ୍ତ ସୁରକ୍ଷା ସଂସ୍ଥାଗୁଡ଼ିକୁ ସତର୍କ ରହିବାକୁ ଏବଂ ସମନ୍ୱିତ ଭାବେ କାର୍ଯ୍ୟ କରିବାକୁ…
ଭୁବନେଶ୍ୱର: ଅନୁଗୋଳ ଜିଲ୍ଲାର ତାଳଚେର ପବିତ୍ର ମୋହନ ମେଡିକାଲ କଲେଜ ଏବଂ କନ୍ଧମାଳ ଜିଲ୍ଲାର ଫୁଲବାଣୀ ସରକାରୀ ମେଡିକାଲ କଲେଜରେ ୨୦୨୫-୨୬ ଶିକ୍ଷାବର୍ଷରୁ ୧୦୦ ଲେଖାଁଏ ଏମବିବିଏସ ସିଟ୍ ପାଇଁ ନାମଲେଖା ପ୍ରକ୍ରିୟା ଆରମ୍ଭ କରିବାକୁ ଭାରତ ସରକାର ଅନୁମତି ଦେଇଛନ୍ତି । ଏଥିପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ‘ଏକ୍ସ’ରେ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜେ.ପି ନଡ୍ଡାଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହାସହ ଓଡ଼ିଶାର ସ୍ୱାସ୍ଥ୍ୟସେବା ଏବଂ ମେଡିକାଲ ଶିକ୍ଷାର ବିକାଶ ପାଇଁ ନିରନ୍ତର ପ୍ରଚେଷ୍ଟା କରୁଥିବାରୁ ଶ୍ରୀ ପ୍ରଧାନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କୁ ଧନ୍ୟବାଦ ଜଣାଇଛନ୍ତି ଶ୍ରୀ ପ୍ରଧାନ । ପ୍ରଧାନମନ୍ତ୍ରୀଙ୍କ ‘ପୂର୍ବୋଦୟ’ ମିଶନରେ ଓଡ଼ିଶାରେ ସ୍ୱାସ୍ଥ୍ୟ ଅଭିବୃଦ୍ଧି ସହ ଲୋକଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ପ୍ରଦାନ କରିବା ଆମର ସର୍ବୋଚ୍ଚ ପ୍ରାଥମିକତା । ଏହି ଯୁଗାନ୍ତକାରୀ ପଦକ୍ଷେପ ; ଅନୁଗୋଳ ଜିଲ୍ଲା…
ଭୁବନେଶ୍ବର: ଓଡ଼ିଶାର ଆଉ ଦୁଇଟି ସରକାରୀ ମେଡିକାଲ କଲେଜ ପାଇଁ ୨୦୦ ଆସନ ଅନୁମୋଦିତ ହୋଇଛି। ଜାତୀୟ ମେଡିକାଲ କମିଶନ୍ ଏହି ମଞ୍ଜୁରୀ ଦେଇଛନ୍ତି। ଫୁଲବାଣୀ ସରକାରୀ ମେଡିକାଲ କଲେଜ ପାଇଁ ୧୦୦ ଟି ସିଟ୍ ଅନୁମୋଦିତ ହୋଇଥିବା ବେଳେ, ତାଳଚେର ସ୍ଥିତ ପବିତ୍ର ମୋହନ ପ୍ରଧାନ ସରକାରୀ ମେଡିକାଲ କଲେଜ ପାଇଁ ମଧ୍ୟ ୧୦୦ ଟି ସିଟ୍ ଅନୁମୋଦିତ ହୋଇଛି। ଚଳିତ ୨୦୨୫-୨୬ ଶିକ୍ଷା ବର୍ଷରୁ ପାଠ ପଢା ଆରମ୍ଭ ହେବ। ଜାତୀୟ ମେଡିକାଲ କମିଶନ୍ ଦ୍ଵାରା ଏହି ମଞ୍ଜୁରୀ କୁ ସ୍ବାଗତ କରି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କହିଛନ୍ତି ସ୍ବାସ୍ଥ୍ୟ ଶିକ୍ଷା କ୍ଷେତ୍ରରେ ଓଡ଼ିଶା ଆଉ ଏକ ମାଇଲ ଖୁଣ୍ଟ କରି ପାରିଛି। ଗୋଟିଏ ବର୍ଷରେ ୨୦୦ ଅଧିକ ଓଡ଼ିଆ ଛାତ୍ର ଛାତ୍ରୀ ଚଳିତ ଶିକ୍ଷା ବର୍ଷ ଠାରୁ ଡାକ୍ତରୀ ଶିକ୍ଷା ଗ୍ରହଣ କରି ପାରିବେ। ନୂଆ ସରକାର ଦାୟିତ୍ଵ ଗ୍ରହଣ କରିବା ପରଠାରୁ ଓଡ଼ିଶାର ସ୍ବାସ୍ଥ୍ୟ ସେବା…
ଭୁବନେଶ୍ବର: ପୂର୍ବତଟ ରେଳପଥ ନିମ୍ନଲିଖିତ ସ୍ୱତନ୍ତ୍ର ଟ୍ରେନଗୁଡ଼ିକର ସମୟ, ରହଣି ଏବଂ ସଂରଚନାକୁ ବଜାୟ ରଖିବା ସହ ପରିଚାଳନା ଅବଧି ବୃଦ୍ଧି କରିଛି ଏହା ଦ୍ଵାରା ଯାତ୍ରୀଙ୍କ ବର୍ଦ୍ଧିତ ଚାହିଦା ପୂରଣ ହେବା ସହ ନିରନ୍ତର ଯାତ୍ରା ସୁବିଧା ଯୋଗାଇବରେ ବିଶେଷ ସହାୟକ ହେବ : ଟ୍ରେନ ନମ୍ବର ୦୮୦୧୧/୦୮୦୧୨ ଭଞ୍ଜପୁର-ପୁରୀ-ଭଞ୍ଜପୁର ସ୍ୱତନ୍ତ୍ର: ଭଞ୍ଜପୁରରୁ ୧୩ ସେପ୍ଟେମ୍ବର ୨୦୨୫ ପର୍ଯ୍ୟନ୍ତ ବଢ଼ାଯାଇଛି ପୁରୀରୁ ୧୪ ସେପ୍ଟେମ୍ବର ୨୦୨୫ ପର୍ଯ୍ୟନ୍ତ ବଢ଼ାଯାଇଛି ଟ୍ରେନ ନମ୍ବର ୦୨୮୩୯/୦୨୮୪୦ ଶାଲିମାର-ପୁରୀ-ଶାଲିମାର ସ୍ୱତନ୍ତ୍ର: ଶାଲିମାରରୁ ୧୪ ସେପ୍ଟେମ୍ବର ୨୦୨୫ ପର୍ଯ୍ୟନ୍ତ ବଢ଼ାଯାଇଛି ପୁରୀରୁ ୧୫ ସେପ୍ଟେମ୍ବର ୨୦୨୫ ପର୍ଯ୍ୟନ୍ତ ବଢ଼ାଯାଇଛି ଯାତ୍ରୀମାନଙ୍କୁ ଏହି ସମ୍ପ୍ରସାରଣକୁ ଧ୍ୟାନ ଦେବାକୁ ଏବଂ ସେହି ଅନୁସାରେ ସେମାନଙ୍କର ଯାତ୍ରା ଯୋଜନା କରିବାକୁ ପରାମର୍ଶ ଦିଆଯାଉଛି।
Semicon India 2025: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ଆଜି ନୂଆଦିଲ୍ଲୀର ଯଶୋଭୂମିଠାରେ ସେମିକନ୍ ଇଣ୍ଡିଆ – ୨୦୨୫ କାର୍ଯ୍ୟକ୍ରମକୁ ଉଦଘାଟନ କରିଛନ୍ତି। ଭାରତର ସେମିକଣ୍ଡକ୍ଟର ଇକୋସିଷ୍ଟମକୁ ପ୍ରୋତ୍ସାହିତ କରିବା ପାଇଁ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଭାରତ ଏବଂ ବିଦେଶର ସେମିକଣ୍ଡକ୍ଟର ଶିଳ୍ପର ସିଇଓ ଏବଂ ସେମାନଙ୍କ ସହଯୋଗୀଙ୍କ ଉପସ୍ଥିତିକୁ ସ୍ୱୀକାର କରିଛନ୍ତି। ସେ ବିଭିନ୍ନ ଦେଶରୁ ଆସିଥିବା ବିଶିଷ୍ଟ ଅତିଥି, ଷ୍ଟାର୍ଟ-ଅପ୍ ସହ ଜଡିତ ଉଦ୍ୟୋଗୀ ଏବଂ ଦେଶର ବିଭିନ୍ନ ରାଜ୍ୟରୁ ଆସିଥିବା ଛାତ୍ରଛାତ୍ରୀମାନଙ୍କୁ ସ୍ୱାଗତ କରିଛନ୍ତି। ଶ୍ରୀ ମୋଦୀ କହିଛନ୍ତି, ସେ ଗତକାଲି ରାତିରେ ଜାପାନ ଏବଂ ଚୀନ ଗସ୍ତରୁ ଫେରିଛନ୍ତି। ଆଜି ସେ ଯଶୋଭୂମିରେ ଏପରି ଦର୍ଶକଙ୍କ ଗହଣରେ ଉପସ୍ଥିତ ଅଛନ୍ତି, ଯେଉଁମାନେ ଆକାଂକ୍ଷା ଏବଂ ଆତ୍ମବିଶ୍ୱାସରେ ପରିପୂର୍ଣ୍ଣ ରହିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି, ପ୍ରଯୁକ୍ତିବିଦ୍ୟା ପ୍ରତି ତାଙ୍କର ଆଗ୍ରହ ସର୍ବଦା ସ୍ୱାଭାବିକ ଏବଂ ଏ ବିଷୟରେ ସମସ୍ତେ ପରିଚିତ ।…
JioAirFiber in Odisha: ଓଡ଼ିଶାର ଅଗ୍ରଣୀ ଡିଜିଟାଲ୍ ସେବା ପ୍ରଦାନକାରୀ ରିଲାଏନ୍ସ ଜିଓ, ରାଜ୍ୟରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ହାସଲ କରିଛି। ଜିଓର ଅତ୍ୟନ୍ତ ଲୋକପ୍ରିୟ ୫ଜି ଏଫଡବ୍ଲୁଏ ସେବା ଜିଓଏୟାରଫାଇବର ରାଜ୍ୟରେ ୨ ଲକ୍ଷ ଗ୍ରାହକ ସଂଖ୍ୟା ଅତିକ୍ରମ କରିଛି। ଟେଲିକମ୍ ନିୟାମକ ପ୍ରାଧିକରଣ (ଟ୍ରାଇ) ଦ୍ୱାରା ପ୍ରକାଶିତ ସଦ୍ୟତମ ଟେଲିକମ୍ ଗ୍ରାହକ ତଥ୍ୟରୁ ଏହା ଜଣାପଡିଛି। ଓଡ଼ିଶାରେ ୫ଜି ଏଫଡବ୍ଲୁଏ କ୍ଷେତ୍ରରେ ଦବଦବା ବଜାୟ ରଖି ଜିଓଏୟାରଫାଇବର ୮୩ ପ୍ରତିଶତରୁ ଅଧିକ ଗ୍ରାହକ ବଜାର ଅଂଶ ସହିତ ଜୁଲାଇ ଶେଷ ସୁଦ୍ଧା ୨.୧୧ ଲକ୍ଷରୁ ଅଧିକ ଗ୍ରାହକ ହାସଲ କରିଥିବା ଟ୍ରାଇ ତଥ୍ୟରୁ ଜଣାପଡିଛି। ଜୁଲାଇ ମାସରେ, ଜିଓ ଓଡ଼ିଶାରେ ସର୍ବାଧିକ ୧୬୭୭୫ ନୂତନ ଜିଓଏୟାରଫାଇବର ଗ୍ରାହକ ଯୋଡ଼ିଛି। ଉଲ୍ଲେଖନୀୟ ଯେ ଜିଓର ଲୋକପ୍ରିୟ ଏଫଡବ୍ଲୁଏ ସେବା ଜିଓଏୟାରଫାଇବର ବାସ୍ତବରେ ସମାବେଶୀ ହୋଇଛି, କାରଣ ବିଶେଷ କରି ଗ୍ରାମୀଣ ଏବଂ ଅର୍ଦ୍ଧ-ସହରୀ ଅଞ୍ଚଳରେ ରହିଥିବା ଶେଷ-ମାଇଲ୍ ଫାଇବର…
Vaishno Devi Yatra: ଜମ୍ମୁ ଏବଂ କାଶ୍ମୀରରେ ଖରାପ ପାଗ ଯୋଗୁଁ ମାତା ବୈଷ୍ଣୋ ଦେବୀ ଯାତ୍ରା ଆଜି ଲଗାତାର ଅଷ୍ଟମ ଦିନ ପାଇଁ ସ୍ଥଗିତ ରହିଛି। ନିରନ୍ତର ବର୍ଷା ଏବଂ ଭୂସ୍ଖଳନ ଆଶଙ୍କା ପାଇଁ ତୀର୍ଥଯାତ୍ରୀଙ୍କ ଏହି ଯାତ୍ରାକୁ ସ୍ଥଗିତ ରଖାଯାଇଛି। ଏହି ସ୍ଥଗିତ ଦ୍ୱାରା ମନ୍ଦିରର ମୂଳ ଶିବିର କଟରା ଜନଶୂନ୍ୟ ଦେଖାଯାଇଛି। ଅନ୍ୟପଟେ ଭକ୍ତମାନେ ତୀର୍ଥଯାତ୍ରା ପୁନରାରମ୍ଭ ପାଇଁ ଅପେକ୍ଷା କରିଛନ୍ତି। ପାଗ ବ୍ୟବଧାନରେ ସାମାନ୍ୟ ଉନ୍ନତି ଦେଖାଦେଇଥିଲେ ମଧ୍ୟ, ଅଧିକାରୀମାନେ ପୁନର୍ବାର କହିଛନ୍ତି ଯେ ତୀର୍ଥଯାତ୍ରୀଙ୍କ ସୁରକ୍ଷା ସର୍ବୋଚ୍ଚ ପ୍ରାଥମିକତା ଅଟେ। ତଥାପି, ଅନେକ ପ୍ରଭାବିତ ସ୍ଥାନରେ ପୁନରୁଦ୍ଧାର ଏବଂ ସଫା କରିବା କାର୍ଯ୍ୟ ଚାଲିଛି। କର୍ତ୍ତୃପକ୍ଷ ପରିସ୍ଥିତି ଉପରେ କଡ଼ା ନଜର ରଖିଛନ୍ତି। ପରିସ୍ଥିତିରେ ଉନ୍ନତି ନହେବା ପର୍ଯ୍ୟନ୍ତ ଏବଂ ଯାତ୍ରାକୁ ସ୍ଥଗିତ ରଖିବାକୁ ପଡିବ। ସରକାରୀ ମଞ୍ଜୁରୀ ନମିଳିବା ପର୍ଯ୍ୟନ୍ତ ଭକ୍ତମାନଙ୍କୁ କଟରା ଅଭିମୁଖେ ଯାତ୍ରା ନ କରିବାକୁ ଅନୁରୋଧ କରାଯାଇଛି। Read…
Semicon India 2025: କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ସେମିକନ ଇଣ୍ଡିଆ 2025 ର ଉଦଘାଟନୀ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଥମ ମେଡ୍-ଇନ୍-ଇଣ୍ଡିଆ 32-ବିଟ୍ ପ୍ରୋସେସର୍ ଚିପ୍ ପ୍ରଦାନ କରିଛନ୍ତି। ଫଳରେ ସେମିକଣ୍ଡକ୍ଟର ଉତ୍ପାଦନରେ ଭାରତ ଏକ ଐତିହାସିକ ପଦକ୍ଷେପ ଗ୍ରହଣ କଲା। ଭାରତରେ ସେମିକଣ୍ଡକ୍ଟର ଉତ୍ପାଦନ ଉପରେ ଆଲୋକପାତ କରି ଶ୍ରୀ ବୈଷ୍ଣବ କହିଛନ୍ତି, “ଆଜି ପାଞ୍ଚଟି ସେମିକଣ୍ଡକ୍ଟର ୟୁନିଟ୍ ନିର୍ମାଣ ଦ୍ରୁତ ଗତିରେ ଚାଲିଛି। ଗୋଟିଏ ୟୁନିଟ୍ ର ପାଇଲଟ୍ ଲାଇନ ପୂର୍ବରୁ ସମ୍ପୂର୍ଣ୍ଣ ହୋଇସାରିଛି। ଆମେ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କୁ ପ୍ରଥମ ମେଡ୍-ଇନ୍-ଇଣ୍ଡିଆ ଚିପ୍ ପ୍ରଦାନ କରିଛୁ। ଆଗାମୀ ମାସଗୁଡ଼ିକରେ ଆଉ ଦୁଇଟି ୟୁନିଟ୍ ଉତ୍ପାଦନ ଆରମ୍ଭ କରିବ। ଆଉ ପାଞ୍ଚଟି ଅତିରିକ୍ତ ୟୁନିଟ୍ ର ଡିଜାଇନ୍ କାମ ଅଗ୍ରଗତି କରୁଛି। ଚିପ୍ ନିର୍ମାଣ ପାଇଁ ଇକୋସିଷ୍ଟମ୍ ପାର୍ଟନରମାନେ ସମସ୍ତେ ଏଠାରେ ଅଛନ୍ତି ବୋଲି ସେ କହିଥିଲେ। ସେ ଜୋର…
ଭୁବନେଶ୍ବର: ଗତକାଲି ରାତିରେ ବିଜେଡିର କେତେକ ନେତା ନବୀନ ନିବାସ ଯାଇ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି। ବିଧାୟକ ଅରୁଣ ସାହୁଙ୍କ ନେତୃତ୍ବରେ ସାତ ଜଣ ନେତା ନବୀନ ନିବାସ ଯାଇଥିଲେ। ତାଙ୍କ ସହିତ କିଛି ସମୟ ଆଲୋଚନା କରିଛନ୍ତି। ଅରୁଣଙ୍କ ସହିତ ଯେଉଁମାନେ ଯାଇଥିଲେ ସେମାନେ ହେଲେ ଚିରଞ୍ଜିବୀ ବିଶ୍ବାଳ, ଭୃଗୁ ବକ୍ସିପାତ୍ର, ଲେନିନ ମହାନ୍ତି, ପ୍ରଫୁଲ ସିଂ, ରଘୁନାଥ ସାହୁ, ମହମ୍ମଦ ସକିଲ, ଲୋରା ମହାପାତ୍ର। ଏମାନେ ନବୀନ ପଟ୍ଟନାୟକଙ୍କ ସହିତ କଣ ଆଲୋଚନା କରିଛନ୍ତି ସେ ନେଇ ଏକ ପ୍ରେସ ବିଜ୍ଞପ୍ତି ମଧ୍ୟ ପ୍ରଦାନ କରିଛନ୍ତି। ସେଥିରେ ସେମାନେ ଉଲ୍ଲେଖ କରିଛନ୍ତି ଯେ, ଆଗାମୀ ପଞ୍ଚାୟତ ନିର୍ବାଚନ ନେଇ ବିଜେଡି ସୁପ୍ରିମୋଙ୍କ ସହିତ ଆଲୋଚନା ହେଲା। ଆସନ୍ତା ପଞ୍ଚାୟତ ନିର୍ବାଚନ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ଲଢେଇ ହେବ। ସେଥିପାଇଁ କିପରି ଆଜିଠାରୁ କାର୍ଯ୍ୟକ୍ରମ ଆରମ୍ଭ ହେବ ସେ ନେଇ ଆଲୋଚନା ହୋଇଛି। ସେହିପରି ରାଜ୍ୟ ସରକାରଙ୍କ ବର୍ତ୍ତମାନର…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନାର ଶୁଭାରମ୍ଭ ଭାରତରେ ନିଯୁକ୍ତି ସୃଷ୍ଟିକୁ ବୃଦ୍ଧି କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ଏକ୍ସ ରେ ଏକ ପୋଷ୍ଟରେ କରି ପ୍ରଧାନମନ୍ତ୍ରୀ ମୋଦୀ ଏହା କହିଛନ୍ତି। ସେ କେନ୍ଦ୍ର ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭିଆଙ୍କ ଏକ ଲେଖା ଉପରେ ସେ ନିଜର ମତ ରଖିଛନ୍ତି। “କେନ୍ଦ୍ର ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭିଆ ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନା ବିଷୟରେ ଲେଖିଛନ୍ତି ଯେ ଏହା ନିଯୁକ୍ତି ସୃଷ୍ଟିକୁ ବୃଦ୍ଧି କରିବା ପାଇଁ ଏକ ପଦକ୍ଷେପ। ସେ ବ୍ୟାଖ୍ୟା କରିଛନ୍ତି ଯେ ଏହି ଯୋଜନା ଭାରତର ସାର୍ବଜନୀନ ସମୃଦ୍ଧିରେ ପରିଣତ କରିବାରେ ସାହାଯ୍ୟ କରିବ। କାରଣ ଦେଶ 2047 ପାଇଁ ବିକାଶ ଭାରତ ଆଡ଼କୁ ପ୍ରୟାସ କରୁଛି,” ପ୍ରଧାନମନ୍ତ୍ରୀ କହିଛନ୍ତି। ପୂର୍ବରୁ ମାଣ୍ଡଭିଆ ପୋଷ୍ଟ କରିଥିଲେ “ଆମର ଯୁବ-ଶକ୍ତିକୁ ସହଯୋଗ କରିବା। ସେଥିପାଇଁ ମୋଦି ସରକାର ପ୍ରଧାନମନ୍ତ୍ରୀ ବିକାଶ…
ଭୁବନେଶ୍ବର: ପୂର୍ବତଟ ରେଳପଥ ଯାତ୍ରୀଙ୍କ ସୁବିଧା ବୃଦ୍ଧି ଏବଂ ବର୍ଦ୍ଧିତ ଚାହିଦାକୁ ଦୃଷ୍ଟିରେ ରଖି ଟ୍ରେନ ନଂ 12892/12891 ପୁରୀ-ବାଙ୍ଗିରିପୋଷି-ପୁରୀ ଏକ୍ସପ୍ରେସରେ ଏକ ଅତିରିକ୍ତ ନନ୍-ଏସି ଚେୟାର କାର କୋଚ୍ ସ୍ଥାୟୀ ଭାବରେ ସଂଯୋଗ କରିବାକୁ ଘୋଷଣା କରିଛି। ସଂଶୋଧିତ ଟ୍ରେନ୍ କୋଚ୍ ସଂଖ୍ୟା ବୃଦ୍ଧି 1 ସେପ୍ଟେମ୍ବର 2025 ରୁ ପୁରୀରୁ ଏବଂ 2 ସେପ୍ଟେମ୍ବର 2025 ରୁ ବାଙ୍ଗିରିପୋସିରୁ କାର୍ଯ୍ୟକାରୀ ହେବ, ଟ୍ରେନର ସଂଶୋଧିତ ସାରାଂଚନା ଦ୍ୱାରା ଅଧିକ ଆସନ କ୍ଷମତା ବୃଦ୍ଧି ପାଇବା ସହିତ ଆରାମଦାୟକ ଯାତ୍ରା ପ୍ରଦାନ କରିବ। ପୁରୀ-ବାଙ୍ଗିରିପୋସି-ପୁରୀ ଏକ୍ସପ୍ରେସ ସଂଶୋଧିତ କୋଚ୍ ସଂରଚନା: 01ଟି ଏସି ଶ୍ରେଣୀ ଚେୟାର କାର୍ 07ଟି ନନ୍-ଏସି ଶ୍ରେଣୀ ଚେୟାର କାର୍ 05ଟି ଜେନେରାଲ ଶ୍ରେଣୀ ଚେୟାର କାର୍ 02ଟି ଲଗେଜ୍-କମ୍-ଚେୟାର କାର୍ (ଦିବ୍ୟାଙ୍ଗଜନ-ଅନୁକୂଳ ସୁବିଧା ସହିତ) ପୂର୍ବ ତଟ ରେଳପଥର ଏହି ପଦକ୍ଷେପ ପୁରୀ-ବାଙ୍ଗିରିପୋଷି ରୁଟରେ ଅଧିକ ଆରାମଦାୟକ ଯାତ୍ରା ଏବଂ ଅଧିକ ଆସନ ବ୍ୟବସ୍ଥା…
ଭୁବନେଶ୍ୱର: ଅଖିଳ ଭାରତ କଂଗ୍ରେସ କମିଟିର ନିର୍ଦ୍ଦେଶ କ୍ରମେ ଓଡ଼ିଶାରେ ସଂଗଠନ ସୃଜନ ଅଭିଯାନ ଆରମ୍ଭ ହୋଇଛି। ଏହି ପ୍ରକ୍ରିୟାରେ ରାଜ୍ୟର ସମସ୍ତ ୩୫ ଗୋଟି କଂଗ୍ରେସ ସାଂଗଠନିକ ଜିଲ୍ଲା ପାଇଁ ସଭାପତି ଚୟନ ହେଉଅଛି। ଏହି ଗଣତାନ୍ତ୍ରିକ ପ୍ରକ୍ରିୟା ରାଜ୍ୟବ୍ୟାପୀ ଅଗଣିତ କଂଗ୍ରେସ କର୍ମୀଙ୍କ ମଧ୍ୟରେ ନାହିଁ ନ ଥିବା ଉତ୍ସାହ ସୃଷ୍ଠି କରିଛି ବୋଲି ଆଜି ମଧ୍ୟାହ୍ନରେ କଂଗ୍ରେସ ଭବନରେ ପିସିସି ସଭାପତି ଭକ୍ତ ଚରଣ ଦାସ ସାମ୍ବାଦିକ ମାନଙ୍କୁ ସୂଚନା ଦେଇଛନ୍ତି। ଶ୍ରୀ ଦାସ କହିଛନ୍ତି, ଗତକାଲି ବାଲେଶ୍ଵର ଓ କେନ୍ଦ୍ରାପଡ଼ା ପାଇଁ ଏଆଇସିସି ପର୍ଯ୍ୟବେକ୍ଷକ ଭାବେ ଯଥାକ୍ରମେ ସାଂସଦ ଶ୍ରେୟାସ ଏମ୍ ପଟେଲ ଓ ଏଆଇସିସି ସମ୍ପାଦକ ଗୋପୀନାଥ ପାଲାନିୟାପନ୍ ଭୁନେଶ୍ୱରରେ ପହଞ୍ଚି ସମ୍ପୃକ୍ତ ଜିଲ୍ଲା ଗସ୍ତ କରି ଦଳୀୟ ନେତା ଓ କର୍ମୀଙ୍କ ସହିତ ଆଲୋଚନା ଆରମ୍ଭ କରିଛନ୍ତି। ଏହିପରି ସୋମବାର ଦେବଗଡ଼, ଖୋର୍ଦ୍ଧା, ମାଲକାନଗିରି, ମୟୂରଭଞ୍ଜ (ପୂର୍ବ), ନବରଙ୍ଗପୁର, ନୟାଗଡ଼ ଓ ନୂଆପଡ଼ା…
ନୂଆଦିଲ୍ଲୀ/ଭୁବନେଶ୍ୱର: ଏନସିଇଆରଟି ଦେଶର ଶିକ୍ଷାଗତ ଦୃଶ୍ୟପଟ୍ଟର ଏକ ମୂଜଭୂତ୍ ସ୍ତମ୍ଭ । ପ୍ରତିବଦ୍ଧତା ଏବଂ ସମର୍ପଣ ସହିତ ଲମ୍ବା ସମୟ ଧରି ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଠନ କରିବାରେ ଏନସିଇଆରଟିର ବଡ ଯୋଗଦାନ ରହିଛି ସୋମବାର ନୂଆଦିଲ୍ଲୀ ଠାରେ ଏନସିଇଆରଟିର ୬୫ତମ ପ୍ରତିଷ୍ଠା ଦିବସରେ ଯୋଗଦେବା ଅବସରରେ ଉଦବୋଧନ ଦେଇଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହି ଅବସରରେ ଶ୍ରୀ ପ୍ରଧାନ ‘ଦୀକ୍ଷା ୨.୦’ ସମେତ ବିଭିନ୍ନ ଶିକ୍ଷାଗତ ପଦକ୍ଷେପ ଗୁଡ଼ିକର ଉଦଘାଟନ ଏବଂ ଶୁଭାରମ୍ଭ କରିଥିଲେ। ଆଧୁନିକ ଓଡ଼ିଶାର ବିକାଶ ପାଇଁ ଅବଦାନ ଦେଇଥିବା ଏବଂ ଜାତୀୟ ସ୍ୱାଧୀନତା ଆନ୍ଦୋଳନରେ ଅଂଶଗ୍ରହଣ କରିଥିବା ଓଡ଼ିଶାର ୧୦୦ ଜଣ ମହାନ ବ୍ୟକ୍ତିତ୍ୱଙ୍କ ଜୀବନ ଏବଂ ଅବଦାନ ସମ୍ବଳିତ ଏକ ପୁସ୍ତକ ‘ଉତ୍କଳ ଜନନୀଙ୍କର ସୁଯୋଗ୍ୟ ସନ୍ତାନ’ ଉନ୍ମୋଚନ କରିଥିଲେ ଶ୍ରୀ ପ୍ରଧାନ। କେନ୍ଦ୍ରମନ୍ତ୍ରୀ ଗତ ୬୪ ବର୍ଷ ମଧ୍ୟରେ ରାଷ୍ଟ୍ର ଗଠନରେ ଏନସିଇଆରଟିର ଅବଦାନ ଉପରେ ଆଲୋକପାତ କରିଥିଲେ। ଗତ ତିନି…
ଭୁବନେଶ୍ୱର: ଶିକ୍ଷାକ୍ଷେତ୍ରକୁ ୨୮ ବର୍ଷର ନୀରବଛିନ୍ନ ସାଧନା ତଥା ଜାତୀୟ ଶିକ୍ଷାନୀତି – ୨୦୨୦ ର ସଫଳ କାର୍ଯ୍ୟକାରିତା ପାଇଁ ଡିଏଭି କଳିଙ୍ଗ ନଗରର ଅଧ୍ୟକ୍ଷ ବଳରାମ ମହାପାତ୍ରଙ୍କୁ ଓଡ଼ିଶା ଗୌରବ ସମ୍ମାନ – ୨୦୨୫ ପ୍ରଦାନ କରାଯାଇଛି । ଜାତୀୟ ଶିକ୍ଷାନୀତି ପ୍ରଚଳନର ପଞ୍ଚମ ବର୍ଷ ପୂର୍ତ୍ତି ଅବସରରେ ସେଣ୍ଟର ଫର୍ ଏଡୁକେସନାଲ ଡେଭଲପମେଣ୍ଟ ଇଣ୍ଡିଆ ଓ ଭାରତ ସରକାରଙ୍କ ଅଧିନସ୍ଥ ନୀତି ଆୟୋଗର ମିଳିତ ସହଯୋଗରେ ଭୁବନେଶ୍ୱର ସ୍ଥିତ ଜୟଦେବ ଭବନଠାରେ ଆୟୋଜିତ ଏକ ବର୍ଣ୍ଣାଢ୍ୟ ଉତ୍ସବରେ ଶ୍ରୀଯୁକ୍ତ ମହାପାତ୍ରଙ୍କୁ ଉପଢୌକନ, ମାନପତ୍ର, ସ୍ମୃତିଫଳକ ଓ ପୁଷ୍ପଗୁଚ୍ଛ ଦେଇ ସମ୍ମାନିତ କରାଯାଇଥିଲା। ପ୍ରକାଶ ଥାଉକି ଶୀ ମହାପାତ୍ର ୧୯୯୭ ମସିହାରୁ ଡି.ଏ.ଭି ବିଦ୍ୟାଳୟ ସମୂହରେ ଯୋଗଦାନ କରି ବିଭିନ୍ନ ବିଦ୍ୟାଳୟରେ ଶିକ୍ଷକ ତଥା ଅଧ୍ୟକ୍ଷ ଭାବେ ନିଜର ପାରଦର୍ଶିତା ପ୍ରଦର୍ଶନ କରିବା ସହ ଜାତୀୟ ଶିକ୍ଷାନୀତିର ସଫଳ ପ୍ରଚଳନ ଦିଗରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରି ଅସୁଛନ୍ତି।…
ନୂଆଦିଲ୍ଲୀ: ବିଭିନ୍ନ ବର୍ଗର ଲୋକଙ୍କ ଆବଶ୍ୟକତାକୁ ଅନୁଧ୍ୟାନ କରି ଇଗ୍ନୋ କର୍ତ୍ତୃପକ୍ଷ ଜୁଲାଇ ୨୦୨୫ ଶିକ୍ଷାସତ୍ର ପାଇଁ ନାମଲେଖା ଅବଧିକୁ ଏବଂ ପୁନଃ ପଞ୍ଜିକରଣ ସମାୟାବଧିକୁ ମଧ୍ୟ ଚଳିତ ମାସ ସେପ୍ଟେମ୍ବର ୧୫ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ପୁନଃ ପଞ୍ଜିକରଣ ପାଇଁ ଅତିରିକ୍ତ ୨୦୦ ଟଙ୍କା ବିଳମ୍ବ ଶୁଳ୍କ ଦେବାକୁ ହେବ। ଆଗ୍ରହୀ ଛାତ୍ରଛାତ୍ରୀ ବିଭିନ୍ନ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଇଗ୍ନୋର ୱେବସାଇଟ www.ignou.ac.in କୁ ଅନୁସରଣ କରିପାରିବେ। ନାମ ଲେଖାଇବା ପାଇଁ ଆବେଦନ କରିବା ଲିଙ୍କ ହେଲା https://ignouadmission.samarth.edu.in। ଅଣ୍ଡର ଗ୍ରାଜୁଏଟ (BSCM), (BCOMF), (BAM) ପ୍ରୋଗ୍ରାମରେ ନାମ ପଞ୍ଜିକରଣ କରିବାକୁ ଚାହୁଁଥିବା ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀଙ୍କପାଇଁ ନାମଲେଖା ଦେୟ ଏବଂ ପୁନଃ ପଞ୍ଜିକରଣ ଦେୟ ୫୦% ଛାଡ଼ କରାଯାଇଛି। ତେବେ ଯେଉଁ ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀମାନେ ଯଦି ଅନ୍ୟ କୌଣସି ସୂତ୍ରରୁ ରିହାତିର ସୁବିଧା ପାଉଥିବେ ତେବେ ସେମାନେ ଇଗ୍ନୋ…
ଭୁବନେଶ୍ୱର: ମହାନ ସ୍ୱାଧୀନତା ସଂଗ୍ରାମୀ, ବାଙ୍କୀର ବରପୁତ୍ର, ସାମ୍ବାଦିକ ଜଗତ ର ଉଜ୍ବଳ ଜ୍ୟୋତିଷ୍କ, ସାହିତ୍ୟିକ ଉତ୍କଳ ସମ୍ମିଳନୀର ଆଦ୍ୟସ୍ରଷ୍ଟା, ଉତ୍କଳର ଗର୍ବ ଓ ଗୌରବ ବହୁମୁଖୀ ପ୍ରତିଭାଦୀପ୍ତ ନୀଳମଣି ବିଦ୍ୟାରତ୍ନଙ୍କ ସତୀଚଉରା ଠାରେ ଥିବା ସମାଧି ପୀଠ ପରିତ୍ୟକ୍ତ, ଜରାଜୀର୍ଣ୍ଣ ଅବସ୍ଥାରେ ଦୀର୍ଘ 25 ବର୍ଷଧରି ପଡ଼ିରହିଛି।1999 ମହାବାତ୍ୟା ପରେ ତାଙ୍କ ସମାଧି ଭଗ୍ନ ଅବସ୍ଥାରେ ରହିଛି। ଏହି ପରିପ୍ରେକ୍ଷୀରେ ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନର ଅଧ୍ୟକ୍ଷ, ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀ, ବାଙ୍କୀ ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନର ଅଧ୍ୟକ୍ଷ, ଶିକ୍ଷାବିତ ସୁନୀଲ କୁମାର ମିଶ୍ର, ପ୍ରବଚକ କୃଷ୍ଣ କେଶବ ଷଡ଼ଙ୍ଗୀ, ରବୀନ୍ଦ୍ର କୁମାର ରଣା ପ୍ରମୁଖ ସମାଧି ସ୍ଥଳ ଯାଇ ସ୍ଥିତି କୁ ଅନୁଧ୍ୟାନ କରିଥିଲେ। ଏ ସମ୍ପର୍କ ରେ ଗତବର୍ଷ 2024 ମେ ମାସରେ ସରକାରଙ୍କୁ ଅବଗତ କରାଇବା ସହିତ ବିଭିନ୍ନ ମୁଦ୍ରିତ ଗଣମାଧ୍ୟମ ରେ ପୁନଃରୁଦ୍ଧାର ନେଇ ଖବର ପ୍ରକାଶିତ ହେଇ ଥିଲା। 22…

