ବାଲି: କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଇଣ୍ଡୋନେସିଆ ଗସ୍ତର ଅନ୍ତିମ ଦିନରେ ବାଲି ଠାରେ ଇଣ୍ଡୋନେସିଆର ଶିକ୍ଷା ମନ୍ତ୍ରୀ ଏବଂ ଅଷ୍ଟ୍ରେଲିଆର ଶୈଶବାବସ୍ଥା ଶିକ୍ଷା ଓ ଯୁବ ମନ୍ତ୍ରୀଙ୍କ ସହ ପୃଥକ ଦ୍ୱିପାକ୍ଷିକ ବୈଠକରେ ଯୋଗ ଦେଇ ଉଭୟ ଦେଶର ଶିକ୍ଷା, ଗବେଷଣା ଓ ଦକ୍ଷତା ବିକାଶ କ୍ଷେତ୍ରକୁ ଭାଗିଦାରୀତାକୁ ଅଧିକ ମଜଭୂତ୍ କରିବା ଦିଗରେ ଆଲୋଚନା କରିଛନ୍ତି। ଉଭୟ ରାଷ୍ଟ୍ର ସହ ବିଶେଷ ଭାବରେ ପାଠ୍ୟକ୍ରମ ପ୍ରସ୍ତୁତି ଏବଂ ଶୈଶବାବସ୍ଥା ଶିକ୍ଷା ଉପରେ ଶ୍ରୀ ପ୍ରଧାନ ଗୁରୁତ୍ୱାରୋପ କରିଛନ୍ତି। ଇଣ୍ଡୋନେସିଆର ଶିକ୍ଷା ମନ୍ତ୍ରୀ ନାଦିମ୍ ଅନୁଓ୍ୱର ମକାରିନଙ୍କ ସହ ଶିକ୍ଷା, ଦକ୍ଷତା ବିକାଶ, ଭାଗିଦାରୀତାକୁ ବିକଶିତ କରିବା ସହ ରଣନୈତିକ ସମ୍ପର୍କକୁ ଆହୁରି ଆଗକୁ ନେବା ପାଇଁ ଆଲୋଚନା ହୋଇଛି। ଶିକ୍ଷା, ଦକ୍ଷତା ବିକାଶ, ବିଶେଷ ଭାବରେ ପାଠ୍ୟକ୍ରମ ପ୍ରସ୍ତୁତି, ଛାତ୍ରଛାତ୍ରୀ ବିନିମୟ ଏବଂ ଗବେଷଣା ଭଳି କ୍ଷେତ୍ରରେ ସହଯୋଗକୁ ଅଧିକ ବୃଦ୍ଧି…
Author: Samikhsya Bureau
ଭୁବନେଶ୍ୱର: ୟୁକ୍ରେନ୍ ସମସ୍ୟା, ସାମାଜିକ ଜୀବନରେ ମହିଳାଙ୍କ ଭୂମିକା ଏବଂ ନିଶା କାରବାର ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗଗୁଡ଼ିକ ଶୁକ୍ରବାର ଆରମ୍ଭ ହୋଇଥିବା ୩ ଦିନିଆ ସୋଆ ଇଂଟରନ୍ୟାସ୍ନାଲ୍ ମଡେଲ୍ ୟୁନାଇଟେଡ୍ ନେସନ୍ସ (ସୋଆମୁନ୍)ରେ ଆଲୋଚନା କରାଯିବ। ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର କ୍ୟାମ୍ପସ୍ରେ ସୋଆ ମୁନ୍ର ୫ମ ସଂସ୍କରଣ ଉଦ୍ଘାଟିତ ହୋଇଯାଇଛି। ସୋଆ ପକ୍ଷରୁ ୫ମ ଥର ପାଇଁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଦେଶ ଏବଂ ବିଦେଶରୁ ପ୍ରାୟ ୫୦୦ ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଭାଗ ନେଉଛନ୍ତି। କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ରହିଛି ଏକ କ୍ଷୁଦ୍ର ଅନୁକରଣ ମାଧ୍ୟମରେ ଜାତିସଂଘର ମହତ୍ୱକୁ ଛାତ୍ରଛାତ୍ରୀମାନଙ୍କ ନିକଟରେ ପହଂଚାଇବା। ସେହିପରି କୁଟନୀତି, ଆନ୍ତର୍ଜାତିକ ସମ୍ପର୍କ ଓ ଜାତିସଂଘ ସମ୍ପର୍କରେ ଛାତ୍ରଛାତ୍ରୀମାନେ ଯେଭଳି ଅଧିକ ଜ୍ଞାନ ଆହରଣ କରିପାରିବେ ତାହା ହିଁ ଏ କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ରହିଛି। ଏହି କାର୍ଯ୍ୟକ୍ରମର ଆୟୋଜକମାନେ କହିଛନ୍ତି ଯେ ଗଞ୍ଜେଇ ଭଳି ନିଶା ଦ୍ରବ୍ୟର ଡାକ୍ତରୀ ଏବଂ ବୈଜ୍ଞାନିକ ବ୍ୟବହାର…
ନୂଆଦିଲ୍ଲୀ: ଏସିଆ କପ୍-୨୦୨୨ ରେ ସୁପର-୪ ପୂର୍ବରୁ ଭାରତ ଏକ ସମସ୍ୟାର ସମ୍ମୁଖୀନ ହୋଇଛି। ଆହତ କାରଣରୁ ଟିମ୍ ଇଣ୍ଡିଆର ଅଲରାଉଣ୍ଡର ଖେଳାଳି ରବିନ୍ଦ୍ର ଜାଡେଜା ବାଦ ପଡିଛନ୍ତି। ତାଙ୍କ ସ୍ଥାନରେ ଅକ୍ସର ପଟେଲ ଦଳରେ ସ୍ଥାନ ପାଇଛନ୍ତି। ପାକିସ୍ତାନ ବିରୋଧରେ ଜାଡେଜା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ସେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସହ ଭାଗିଦାରୀରେ ଭାରତକୁ ବିଜୟରେ ପହଞ୍ଚାଇଥିଲେ। ଆହତ କାରଣରୁ ଜାଡେଜା ଆଗାମୀ ମ୍ୟାଚରେ ଖେଳି ପାରିବେ ନାହିଁ। ସେପ୍ଟେମ୍ବର ୪ ତାରିଖରେ ଭାରତୀୟ ଦଳ ସୁପର-୪ ର ପ୍ରଥମ ମ୍ୟାଚ୍ ଖେଳିବ। ଏହାପୂର୍ବରୁ ଜାଡେଜାଙ୍କ ଆଘାତ ଦଳ ପାଇଁ ଏକ ବଡ ପ୍ରତିବନ୍ଧକ। ବିସିସିଆଇ ଟୁଇଟ୍ କରି ଏହି ସୂଚନା ଦେଇଛି। ଜାଡେଜାଙ୍କ ଡାହାଣ ଆଣ୍ଠୁରେ ଆଘାତ ଲାଗିଛିନ୍ତି। ଜାଡେଜା ବର୍ତ୍ତମାନ ବିସିସିଆଇ ମେଡିକାଲ ଦଳର ତତ୍ତ୍ବାବଧାନରେ ଅଛନ୍ତି। ଭାରତ ଏବଂ ପାକିସ୍ତାନ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ଜାଡେଜା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ।…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଆଜି ଦେଶର ପ୍ରଥମ ସ୍ୱଦେଶୀ ଏୟାରକ୍ରାଫ୍ଟ କ୍ୟାରିଅର ଆଇଏନଏସ ବିକ୍ରାନ୍ତକୁ ରାଷ୍ଟ୍ର ସେବାରେ ସମର୍ପିତ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଉପନିବେଶବାଦ କାଳର ନୌସେନା ପତାକା ବଦଳରେ ଭାରତୀୟ ସାମୁଦ୍ରିକ ଐତିହ୍ୟ ଦ୍ୱାରା ସମୃଦ୍ଧ ନୂତନ ପତାକାକୁ ମଧ୍ୟ ଉନ୍ମୋଚନ କରିଛନ୍ତି। ସମବେତ ଜନତାଙ୍କୁ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ଆଜି କହିଛନ୍ତି ଯେ କେରଳର ଉପକୂଳ, ଭାରତ ଓ ପ୍ରତ୍ୟେକ ଭାରତୀୟ ଆଜି ଏକ ନୂତନ ଭବିଷ୍ୟତର ସୂର୍ୟୋଦୟ ଅବଲୋକନ କରୁଛନ୍ତି। ଆଇଏନଏସ ବିକ୍ରାନ୍ତରେ ଏହି ସମାରୋହ ପାଳିତ ହେଉଥିବା ବେଳେ ବିଶ୍ୱର ଦିଗବଳୟରେ ଏହା ଭାରତର ଉତ୍ସାହ ଓ ଉଦ୍ଦୀପନାର ଏକ କୃତାଞ୍ଜଳି। ଆମ ସ୍ୱାଧୀନତା ସଂଗ୍ରାମୀମାନେ ଯେଉଁ ଏକ ସମର୍ଥ ଓ ମଜଭୁତ ଭାରତର ସ୍ୱପ୍ନ ଦେଖିଥିଲେ ଆଜି ତାହା ପ୍ରଦର୍ଶିତ ହୋଇଛି। ପ୍ରଧାନମନ୍ତ୍ରୀ ଆନନ୍ଦରେ ଆତ୍ମହରା ହୋଇ କହିଥିଲେ ଯେ “ବିକ୍ରାନ୍ତ ବିଶାଳ, ବୃହତକାୟ ଓ କଳେବରରେ ମହାନ। ବିକ୍ରାନ୍ତ ମହାନ ଓ ସ୍ୱତନ୍ତ୍ର।…
ସୀତାରାମ ଅଗ୍ରୱାଲ ବାଣପୁର: ଓଡିଶାର ଶକ୍ତିପୀଠମାନଙ୍କରେ ଆଶ୍ୱିନ ମୂଳାଷ୍ଟମୀଠାରୁ ଶାରଦୀୟ ପର୍ବ ଆରମ୍ଭ ହେଉଥିବାବେଳେ ବାଣପୁରର ଆରାଧ୍ୟା ଦେବୀ ମା’ ଭଗବତୀଙ୍କ ପୀଠରେ ଭାଦ୍ରବ ଶୁକ୍ଳ ଷଷ୍ଠି ଠାରୁ ଶାରଦୀୟ ପର୍ବ ଆରମ୍ଭ ହେଉଥିବାର ପରମ୍ପରା କାହିଁ ପ୍ରାଚୀନ କାଳରୁ ପ୍ରଚଳିତ ହୋଇଆସୁଛି। ଭାଗ୍ୟର ଦେବୀ ଷଠୀ ମା’ଙ୍କୁ ଘରେ ଘରେଏହି ଦିନ ପୂଜାର୍ଚ୍ଚନା କରାଯାଉଥିବାବେଳେ ମା’ଙ୍କ ପୀଠରେ ଭଗବତୀଙ୍କୁ ଭାଗ୍ୟର ଦେବୀ ଭାବରେ ବିଶ୍ୱାସ କରାଯାଇ ସଂମ୍ପୁର୍ଣ୍ଣ ନିଆରା ନୀତିକାନ୍ତିରେ ପୂଜାର୍ଚ୍ଚନା କରାଯାଏ। ପ୍ରତ୍ୟୁଷରୁ ଦ୍ଵାର ଫିଟା, ମା’ଙ୍କ ଅଙ୍ଗରାଗ ମାଜଣା, ମହାପ୍ରସାଦ ଅର୍ପଣ, ବେଶ, ପରେ ଚଳନ୍ତି ପ୍ରତିମା କାଠି ଠାକୁରାଣୀ ପିତ୍ରାଳୟ ଦକ୍ଷେଶ୍ଵର ମନ୍ଦିରରୁ ବନଦୁର୍ଗା ବେଶରେ ଘଣ୍ଟ ଘଣ୍ଟା, କାହାଳୀ , ମର୍ଦ୍ଦଳ, କରତାଳ, ଢୋଲ ମହୁରୀ, ବାଦ୍ୟର ତାଳେ ତାଳେ, ଚାମର ଆଲଟ, ଛତ୍ର ତରାଶ ସହିତ ଛତିଶା ସେବାୟତଙ୍କ ଗହଣରେ ମନ୍ଦିରକୁ ବିଜେ କରିଥିଲେ। ପରେ ପରିଛା ସାମନ୍ତଙ୍କ ଦ୍ୱାରା ଷଷ୍ଠୀ ଦେବୀଙ୍କୁ…
ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟିର ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଗୁଜରାଟ ଗସ୍ତରେ ଅଛନ୍ତି। ଆଜି ସେ ଗୁଜୁରାଟର ଦ୍ୱାରକାଠାରେ ଏକ ସାଧାରଣ ସଭାରେ ସମ୍ବୋଧିତ କରିଛନ୍ତି। ଏହି ସମୟରେ ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ, “ଦିଲ୍ଲୀରେ ୨୪ ଘଣ୍ଟା ବିଦ୍ୟୁତ ଦେବା ପରେ ମଧ୍ୟ ଶୂନ ବିଲ ଆସେ। ଏହା ଯାଦୁ ନୁହେଁ କି? ମୋତେ ଏହି ଯାଦୁ ଭଗବାନ ଶ୍ରୀକୃଷ୍ଣଙ୍କ ଦ୍ଵାରା ପ୍ରାପ୍ତ ହୋଇଛି। ବର୍ତ୍ତମାନ ଭଗବାନ ସୁଦର୍ଶନ ଚକ୍ର ଚଳାଇ ଡିସେମ୍ବରରେ ଆପ ସରକାର ଆଣିବେ। ଦିଲ୍ଲୀର ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଗୁଜୁରାଟରେ ସରକାର ଗଠନର ତିନି ମାସ ପରେ ଶୂନ ବିଦ୍ୟୁତ୍ ବିଲ୍ ଆସିବ ଏବଂ ସମସ୍ତ ପୁରୁଣା ବିଲ୍ ଛାଡ କରାଯିବ। ପ୍ରତି ମାସରେ ୩୦୦ ୟୁନିଟ୍ ବିଦ୍ୟୁତ୍ ମାଗଣାରେ ଦିଆଯିବ। ସାଧାରଣ ସଭାରେ ଗୁଜୁରାଟର ଚାଷୀଙ୍କ ପାଇଁ ଅରବିନ୍ଦ କେଜ୍ରିୱାଲ ୬ ଟି ଗ୍ୟାରେଣ୍ଟି ଘୋଷଣା କରିଛନ୍ତି। ସେ କହିଛନ୍ତି…
କାବୁଲ: ଆଫଗାନିସ୍ତାନର ହେରାତ ସହରରେ ଶୁକ୍ରବାର ନମାଜ ସମୟରେ ଏକ ମସଜିଦ ବାହାରେ ପ୍ରଚଣ୍ଡ ବିସ୍ଫୋରଣ ହେବାର ଖବର ରହିଛି। ରିପୋର୍ଟରେ କୁହାଯାଇଛି ଯେ, ଏହି ବିସ୍ଫୋରଣରେ ମସଜିଦର ଇମାମଙ୍କ ସମେତ ୨୦ ସାଧାରଣ ଲୋକଙ୍କ ମୃତ୍ୟୁ ଖବର ମଧ୍ୟ ରହିଛି। ତେବେ ମୃତ୍ୟୁ ସଂଖ୍ୟା ଏପର୍ଯ୍ୟନ୍ତ ସରକାରୀ ସ୍ତରରେ ନିଶ୍ଚିତ ହୋଇପାରି ନାହିଁ। ପୋଲିସର ସୂଚନାନୁସାରେ, ପଶ୍ଚିମ ଆଫଗାନିସ୍ତାନ ହେରାତ ସହରର ଏକ ମସଜିଦ ବାହାରେ ବିସ୍ଫୋରଣରେ ତାଲିବାନ ସମର୍ଥିତ ହାଇ ପ୍ରୋଫାଇଲ ଇମାମ ଏବଂ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଛି। ତାଲିବାନର ଅଧିକାରୀମାନେ ଏହି ବିସ୍ଫୋରଣକୁ ନିଶ୍ଚିତ କରିଛନ୍ତି। ଏହି ବିସ୍ଫୋରଣରେ ମସଜିଦର ମୁଜିବୁର ରହମାନ ଅନସାରୀଙ୍କ ମୃତ୍ୟୁ ହୋଇଥିବା ଅଧିକାରୀମାନେ ସୂଚନା ଦେଇଛନ୍ତି। ତାଲିବାନ ମୁଖପାତ୍ର ଆନୁଷ୍ଠାନିକ ଭାବେ ନିଶ୍ଚିତ କରିଛନ୍ତି ଯେ, ହେରାତରେ ଦୁଇଟି ବିସ୍ଫୋରଣ ହୋଇଛି। ଏହି ବିସ୍ଫୋରଣରେ ୨୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୨୦୦ ଲୋକ ଆହତ ହୋଇଥିବା ସ୍ଥାନୀୟ…
ଭୁବନେଶ୍ବର: ଓଡିଶା ଟିଭି ମିଡିଆ ଜଗତର ପ୍ରତିଷ୍ଠିତ ବ୍ୟକ୍ତିତ୍ବ ଅକ୍ଷୟ ମହାନ୍ତିଙ୍କର ଆଜି ସକାଳ ସାତଟା ବେଳେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୩ ବର୍ଷ ବୟସ ହୋଇଥିଲା। ସେ ଭୁବନେଶ୍ୱରର ନୀଳାଦ୍ରି ବିହାର ସେକ୍ଟର ୧ରେ ଥିବା ନିଜ ବାସଭବନରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ସେ ଜଣେ ବିଶିଷ୍ଟ ନାଟ୍ୟକାର, ଦିଲ୍ଲୀ ଦୂରଦର୍ଶନର ବରିଷ୍ଠ ଅଧିକାରୀ ଓ ପ୍ରଶାସକ ତଥା ଓଡ଼ିଆ ଭାଷା ସାହିତ୍ୟର ବିଶିଷ୍ଟ ଲେଖକ ଥିଲେ। ସେ ରାମୋଜୀ ଫିଲ୍ମ ସିଟି ହାଇଦ୍ରାବାଦରେ ଇଟିଭିର ବରିଷ୍ଠ ପ୍ରଯୋଜକ ତଥା ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରି ଅବସର ନେଇଥିଲେ। ଆଜି ପୁରୀ ସ୍ବର୍ଗ ଦ୍ବାରରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହେବ। ପ୍ରକାଶ ଥାଉକି ଅବସର ପରେ ସ୍ଵର୍ଗତ ମହାନ୍ତି ଓଡ଼ିଆ ଦୃଶ୍ୟମାନ ସାହିତ୍ୟ ଉପରେ ଡଃ ହରିହର କାନୁନଗୋଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଗବେଷଣା କରି ପିଏଚଡ଼ି ଡିଗ୍ରୀ ଲାଭ କରିଛନ୍ତି। ସେ ହେଉଛନ୍ତି ଅଭିନେତା ତଥା…
ନୂଆଦିଲ୍ଲୀ: ଦେଶର ସର୍ବବୃହତ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ନିଜ ଗ୍ରାହକଙ୍କ ପାଇଁ ଏକ ସୁନ୍ଦର କ୍ରେଡିଟ କାର୍ଡ (ଏସବିଆଇ କ୍ରେଡିଟ କାର୍ଡ) ଲଞ୍ଚ କରିଛି। ଏହାର ନାମ କ୍ୟାସବ୍ୟାକ୍ ଏସବିଆଇ କାର୍ଡ। ଏହି କାର୍ଡ ମାଧ୍ୟମରେ, ଆପଣ ନିଶ୍ଚିତ ଭାବରେ ଯେକୌଣସି ଅନଲାଇନ୍ ସପିଂ ସାଇଟରେ ୫% କ୍ୟାସବ୍ୟାକ୍ ପାଇବେ। ଏଥିରେ କୌଣସି ବ୍ୟବସାୟୀ ପ୍ରତିବନ୍ଧକ ରହିବ ନାହିଁ। ବ୍ୟାଙ୍କ ଦାବି କରିଛି ଯେ, ଏହି କାର୍ଡରେ ଅନେକ ସୁବିଧା ଅଛି ଯେପରିକି କାର୍ଡଧାରୀମାନେ କୌଣସି ବ୍ୟବସାୟୀ ପ୍ରତିବନ୍ଧକ ବିନା ଯେକୌଣସି ୱେବସାଇଟରୁ ସପିଂ କରି ସହଜରେ ୫ ପ୍ରତିଶତ କ୍ୟାସବ୍ୟାକ୍ ପାଇପାରିବେ। ଅଫଲାଇନ୍ ସପିଂରେ ଗ୍ରାହକମାନେ ଏହି କ୍ୟାସବ୍ୟାକ୍ ର ଲାଭ ମଧ୍ୟ ପାଇପାରିବେ। ଏପରି ପରିସ୍ଥିତିରେ, ଆପଣ କମ୍ପାନୀର କୌଣସି ସର୍ତ୍ତ ବିନା ପ୍ରତ୍ୟେକ କ୍ରୟରେ କ୍ୟାସବ୍ୟାକ୍ ର ଲାଭ ପାଇପାରିବେ। କାର୍ଡରେ ଅଟୋ-କ୍ରେଡିଟ୍ କ୍ୟାସବ୍ୟାକ୍ ସୁବିଧା ଉପଲବ୍ଧ ହେବ: ବ୍ୟାଙ୍କ କହିଛି ଯେ, ଯଦି…
ସୀତାରାମ ଅଗ୍ରୱାଲ ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅଞ୍ଚଳରେ ଯୌତୁକ ଜନିତ ହତ୍ୟା ଘଟଣା ସାମ୍ନାକୁ ଆସିଛି। ଜଣେ ବଧୂଙ୍କୁ ଯୌତୁକ ନିମନ୍ତେ ସ୍ୱାମୀ, ଶାଶୁ ଓ ଶ୍ୱଶୁର ମିଶି ମାରିଦେଇଥିବାର ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ କରିଛନ୍ତି ବଧୂଙ୍କ ଭାଇ ପୁରି ଜିଲ୍ଲା କୃଷ୍ଣପ୍ରସାଦ ଥାନା ଅଞ୍ଚଳର ଗୋପାଳକୃଷ୍ଣ ପଣ୍ଡା। ଅଭିଯୋଗ ମୁତାବକ ଗୋପାଳଙ୍କ ସାନ ଭଉଣୀ ସ୍ଵାଗତିକା ପଣ୍ଡା ଜୁନ ୨୦୨୦ ରେ ବାଲୁଗାଁ ଅଞ୍ଚଳର ପ୍ରିତମ ହୋତାଙ୍କୁ ବିବାହ କରିଥିଲେ। ବିବାହ ପରେ ସ୍ଵାଗତିକାକୁ ସ୍ୱାମୀ ପ୍ରିତମଙ୍କ ସମେତ ଶାଶୁ ଶ୍ୱଶୁର ବାରମ୍ବାର ଯୌତୁକଜନିତ ନିର୍ଯ୍ୟାତନା ଦେଇଆସୁଥିଲେ। ତେବେ ଗତକାଲି ସଂନ୍ଧ୍ୟାରେ ଗୋପାଳ ତାଙ୍କ ଭଉଣୀ ସ୍ଵାଗତିକାଙ୍କ ସହ କଥା ହେବା ନିମନ୍ତେ ତାଙ୍କୁ ଏବଂ ତାଙ୍କ ସ୍ୱାମୀ, ଶାଶୁ ଓ ଶ୍ୱଶୁରଙ୍କୁ ଫୋନ କରିଥଲେ ସୁଦ୍ଧା କେହି ଫୋନ ଉଠାଇନଥିଲେ। ଏବଂ ସେ ରାତିରେ ସମ୍ପର୍କୀୟଙ୍କ ଠାରୁ ଜାଣିବାକୁ ପାଇଥିଲେ ଯେ, ତାଙ୍କ ଭଉଣୀଙ୍କ…
ନୂଆଦିଲ୍ଲୀ: ସଂଯୁକ୍ତ ଆରବ ଏମିରେଟ୍ସରେ ଖେଳାଯାଉଥିବା ୨୦୨୨ ଏସିଆ କପ୍ ର ଲିଗ୍ ପର୍ଯ୍ୟାୟ ଶେଷ ହେବାକୁ ଯାଉଛି। ବାସ୍ତବରେ, ଏଥର ଏହି ଟୁର୍ଣ୍ଣାମେଣ୍ଟ ରାଉଣ୍ଡ ରୋବିନ ଫର୍ମାଟରେ ଖେଳାଯାଉଛି। ଏଭଳି ପରିସ୍ଥିତିରେ ଦୁଇ ଗ୍ରୁପରେ ବିଭକ୍ତ ୬ ଟି ଦଳ ମଧ୍ୟରୁ ୪ ଟି ଦଳ ପରବର୍ତ୍ତୀ ରାଉଣ୍ଡରେ ପହଞ୍ଚିବେ। ତେବେ ସୁପର-୪ ରେ ତିନୋଟି ଦଳ ନିଜର ସ୍ଥାନ ନିଶ୍ଚିତ କରିସାରିଛନ୍ତି ଏବଂ ଆଜି ଚତୁର୍ଥ ଦଳର ଚିତ୍ର ମଧ୍ୟ ସ୍ପଷ୍ଟ ହୋଇଯିବ। ଯଦି ପାକିସ୍ତାନର ଦଳ ସୁପର-୪ ରେ ପହଞ୍ଚେ ତେବେ ରବିବାର ଦିନ ଏହା ଭାରତ ସହ ମୁହାଁମୁହିଁ ହେବ। ତେବେ ଏଥିପାଇଁ ପାକିସ୍ତାନକୁ ଆଜି ହଂକଂ ବିପକ୍ଷରେ ବିଜୟ ପଞ୍ଜିକରଣ କରିବାକୁ ପଡିବ। ଏସିଆ କପ୍-୨୦୨୨ ରେ ସୁପର ୪ ରେ ଭାରତ ଏବଂ ପାକିସ୍ତାନ ପୁଣି ଥରେ ମୁହାଁମୁହିଁ ହୋଇପାରନ୍ତି। ଯଦି ପାକିସ୍ତାନର ଦଳ ଆଜି ହଂକଂ ବିପକ୍ଷ ମ୍ୟାଚରେ ଜିତେ ତେବେ…
ନୂଆଦିଲ୍ଲୀ: ଦେଶକୁ ଏହାର ପ୍ରଥମ ସ୍ୱଦେଶୀ ବିମାନ ପରିବହନକାରୀ INS ବିକ୍ରାନ୍ତ ମିଳିଛି। ପ୍ରଧାନମନ୍ତ୍ରୀ ମୋଦୀ ଏହାକୁ ଦେଶ ପାଇଁ ଉତ୍ସର୍ଗ କରିଛନ୍ତି। ବର୍ତ୍ତମାନ INS ବିକ୍ରାନ୍ତ ଭାରତୀୟ ନୌସେନାର ଜାହାଜରେ ଯୋଗ ଦେଇଛି। INS ବିକ୍ରାନ୍ତ ଏୟାରକ୍ରାଫ୍ଟ କ୍ୟାରିଅର୍ ହେଉଛି ଏକ ବାୟୁସେନା ଷ୍ଟେସନ ଯାହା ସମୁଦ୍ର ଉପରେ ଭାସିବ, ଯେଉଁଠାରୁ ଯୁଦ୍ଧ ବିମାନ, କ୍ଷେପଣାସ୍ତ୍ର, ଡ୍ରୋନ୍ ମାଧ୍ୟମରେ ଶତ୍ରୁମାନଙ୍କର ଯୋଜନାକୁ ନଷ୍ଟ କରିବ। INS ବିକ୍ରାନ୍ତରୁ ୩୨ ବାରାକ -୮ କ୍ଷେପଣାସ୍ତ୍ର ଉତକ୍ଷେପଣ କରାଯାଇପାରିବ। ୪୪ ହଜାର ୫୭ ଟନରୁ ଅଧିକ ଓଜନ, ଏହି ଯୁଦ୍ଧ ଜାହାଜ ୩୦ ଟି ଯୁଦ୍ଧ ବିମାନକୁ ରଖିବାରେ ସକ୍ଷମ। ପ୍ରଧାନମନ୍ତ୍ରୀ ମୋଦୀ INS ବିକ୍ରାନ୍ତଙ୍କ ବିଷୟରେ କହିଛନ୍ତି ଯେ, “ଆଜି ଭାରତ ବିଶ୍ୱର ସେହି ଦେଶମାନଙ୍କରେ ଯୋଗ ଦେଇଛି, ଯେଉଁମାନେ ସ୍ୱଦେଶୀ ଟେକ୍ନୋଲୋଜି ସହିତ ଏତେ ବଡ଼ ବିମାନ ପରିବହନକାରୀ ନିର୍ମାଣ କରନ୍ତି। ଆଜି INS ବିକ୍ରାନ୍ତ ଦେଶକୁ ଏକ ନୂତନ…
ଭୁବନେଶ୍ଵର: ମାତ୍ର କେଇଦିନ ଭିତରେ ଦର୍ଶକଙ୍କ ପ୍ରଥମ ପସନ୍ଦ ସାଜିଛି ଜୀ ସାର୍ଥକର ମେଗା ସିରିୟଲ ‘ମା ଯାହାର ସାହା’। ଗତ ଜୁଲାଇ ୧୮ ତାରିଖରୁ ପ୍ରସାରିତ ଜୀ ସାର୍ଥକର ଏହି ମେଗା ସିରିୟଲକୁ ଓଡିଶାବାସୀ ଅନେକ ଭଲପାଇବା ଦେଇଛନ୍ତି। ସୋମବାରରୁ ଶନିବାର ରାତି ୮ଟା ୩୦ରେ ପ୍ରସାରିତ ହେଉଥିବା ‘ମା ଯାହାର ସାହା’ର କାହାଣୀ ଇଶ୍ୱରଭକ୍ତି ଓ ବିଜ୍ଞାନକୁ ନେଇ ଗତିଶୀଳ। ତେବେ ଏହି କାହାଣୀକୁ ଦର୍ଶକଙ୍କ ଆଦୃତି ମିଳିଥିବା ବେଳେ ଏବେ ଏଥିରେ ଆସିବାକୁ ଯାଉଛି ନୂଆମୋଡ। ଯାହା ଦର୍ଶକଙ୍କୁ ଆହୁରି ରୋମାଞ୍ଚ ଭରିଦେବ ବୋଲି ଜୀସାର୍ଥକ ପକ୍ଷରୁ କୁହାଯାଇଛି। ଜଣେ ମହାଦେବଙ୍କ ଅଂଶ। ଆଉ ଜଣେ ମହାକାଳୀଙ୍କ ଅଂଶରୁ ଜାତ। ଶିବ ଆଉ ପାର୍ବତୀ ଦୁହେଁ ପରସ୍ପର ପାଇଁ ଅଜଣା। ଜଣେ ମା କାଳୀଙ୍କର ଭକ୍ତ ଆଉ ଜଣେ ବିଜ୍ଞାନର। ଡାଃ ଶିବପ୍ରସାଦ ତ୍ରିପାଠୀ ଜଣେ ସୁନାମଧନ୍ୟ ଡାକ୍ତର ଅନ୍ୟପଟେ ପାର୍ବତୀ ଗୋଟିଏ ଗାଉଁଲି ଝିଅ। ହେଲେ…
ଭୁବନେଶ୍ବର: ଆସନ୍ତା ଦୁଇ ଦିନ ପରେ ରାଜ୍ୟରେ ବର୍ଷା ପରିମାଣ ବଢିବ। ବର୍ତ୍ତମାନ ରାଜ୍ୟର ବିଭିନ୍ନ ସ୍ଥାନରେ ଶୁଖିଲା ପାଗ ରହିଛି। କିନ୍ତୁ ଆସନ୍ତା ୫ ତାରିଖ ପରେ ରାଜ୍ୟରେ ବର୍ଷା ପରିମାଣ ବଢିବ। ଆସନ୍ତା ୫ ତାରିଖ ପରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ୫ ତାରିଖ ପରେ ପଶ୍ଚିମ କେନ୍ଦ୍ରୀୟ ଓ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ। ଏନେଇ ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ତେବେ ପାଣିପାଗ ବିଭାଗ ପକ୍ଷରୁ ୩ ତାରିଖ ପାଇଁ ୧୦ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଥିବା ବେଳେ ୪ ତାରିଖରେ ୧୭ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ୩ ତାରିଖ ପାଇଁ ଯେଉଁ ଜିଲ୍ଲାଗୁଡିକୁ ପାଣିପାଗ ବିଭାଗ ୟେଲୋ ୱାର୍ଣ୍ଣିଂ ଜାରି କରିଛି, ସେହି ଜିଲ୍ଲାଗୁଡିକ ହେଲା- ଅନୁଗଳ, ବୌଦ୍ଧ, ଦେବଗଡ଼, ଝାରସୁଗୁଡ଼ା, କଳାହାଣ୍ଡି, କନ୍ଧମାଳ, କେନ୍ଦୁଝର, ମୟୂରଭଞ୍ଜ,…
ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ କରୋନା ସଂକ୍ରମଣର ୬ ହଜାର ୧୬୮ ଜଣ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସଂକ୍ରମିତ ଲୋକଙ୍କ ସଂଖ୍ୟା ୪ କୋଟି ୪୪ ଲକ୍ଷ ୪୨ ହଜାର ୫୦୭ କୁ ବୃଦ୍ଧି ପାଇଥିବାବେଳେ ଚିକିତ୍ସିତ ହେଉଥିବା ରୋଗୀଙ୍କ ସଂଖ୍ୟା ୫୯ ହଜାର ୨୧୦ କୁ ହ୍ରାସ ପାଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ଵାରା ଗୁରୁବାର ସକାଳ ୮ ଟାରେ ପ୍ରକାଶିତ ତଥ୍ୟ ଅନୁଯାୟୀ ଦେଶରେ ସଂକ୍ରମଣ ହେତୁ ୨୧ ଜଣଙ୍କ ମୃତ୍ୟୁ ହୋଇଛି। ଯାହାପରେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୫ ଲକ୍ଷ ୨୭ ହଜାର ୯୩୨ କୁ ବୃଦ୍ଧି ପାଇଛି।
ଶ୍ରୀନଗର: ଆତଙ୍କବାଦୀ ଲୁଚି ରହିଥିବା ଠିକଣା ଉପରେ ଗତକାଲି ଜମ୍ମୁ କାଶ୍ମୀର ପୋଲିସ ଏବଂ ସେନାର ମିଳିତ ଚଢାଉ କରାଯାଇଛି। ଚଢାଉ ବେଳେ ଆତଙ୍କବାଦୀମାନଙ୍କ ଆପତ୍ତିଜନକ ସାମଗ୍ରୀ, ଅସ୍ତ୍ରଶସ୍ତ୍ର ଏବଂ ଗୁଳି ଜବତ କରିଛି। ପୋଲିସ କହିଛି ଯେ, ନିର୍ଦ୍ଦିଷ୍ଟ ସୂଚନା ଅନୁଯାୟୀ ବରମୁଲ୍ଲା ପୋଲିସର ମିଳିତ ଟିମ୍ ଏବଂ ୫୨ ରାଷ୍ଟ୍ରିୟ ରାଇଫଲ୍ସ (ଆରଆର) ସକାଳେ ବରମୁଲ୍ଲା ଜିଲ୍ଲାର ଦୁଦବାଗ- ଟିୱାଇ ଶାହ ଜଙ୍ଗଲ ଅଞ୍ଚଳରେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା। ଅପରେସନ୍ ସମୟରେ ଗଛ ତଳେ ପୋଟା ହୋଇରହିଥିବା ଦୁଇଟି ବାକ୍ସ, ଏକେ ୪୭ର ୧୪୬୦ ରାଉଣ୍ଡ ଗୁଳି ସହ ଏକ ଛିଣ୍ଡା ବ୍ୟାଗ ଉଦ୍ଧାର କରାଯାଇଥିଲା। ସେ କହିଛନ୍ତି ଯେ, ନିଷିଦ୍ଧ ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦର ଆପତ୍ତିଜନକ ସାମଗ୍ରୀ ଏବଂ ଖାଦ୍ୟ ସାମଗ୍ରୀ ଘଟଣାସ୍ଥଳରୁ ଉଦ୍ଧାର କରାଯାଇଥିଲା। ପୋଲିସ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି କରିଛି।
ଖୋର୍ଦ୍ଧା: ଗତକାଲି ରାତିରେ ଖୋର୍ଦ୍ଧା ଜିଲ୍ଲା ନିରାକରପୁର ଥାନା ଅନ୍ତର୍ଗତ ବଡ ପୋଖରିଆରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। କିଛି ଦିନର ନୀରବତା ପରେ ବଡ ପୋଖରିଆରେ ପୁଣି ହିଂସା ଦେଖାଯାଇଛି। ଜିଲ୍ଲା ପରିଷଦ ସଭ୍ୟାଙ୍କ କାର୍ କୁ ଦୃର୍ବୃତ୍ତମାନେ ନିଆଁ ଲଗାଇ ଜାଳି ଦେଇଥିବା ଖବର ହସ୍ତଗତ ହୋଇଛି। ଟାଙ୍ଗୀ ବ୍ଲକ ବଡ ପୋଖରିଆ ପଂଚାୟତରେ ଏଭଳି ଏକ ହିଂସା ଘଟଣା ସାମ୍ନାକୁ ଆସିଛି। ବିଳମ୍ବିତ ରାତ୍ରିରେ ବଡ ପୋଖରିଆ ଗ୍ରାମ ପଂଚାୟତ କାର୍ଯ୍ୟାଳୟ ପରିସରରେ ରଖା ଯାଇଥିବା ଜିଲ୍ଲା ପରିଷଦ ସଭ୍ୟା ମୀତାଂଜଳୀ ବଳିୟାରସିଂହଙ୍କର କାର୍ ରେ ଦୁର୍ବୃତ୍ତମାନେ ନିଆଁ ଲଗାଇଦେଇଥିବା କୁହାଯାଉଛି। ଘଟଣାସ୍ଥଳରେ ପହଞ୍ଚି ଟାଙ୍ଗୀ ଅଗ୍ନୀଶମ ବାହିନୀ ନିଆଁକୁ ଆୟତ କରିଛି। କିନ୍ତୁ ଖବର ଲେଖା ହେବା ପର୍ଯ୍ୟନ୍ତ ଏନେଇ ଥାନାରେ କୌଣସି ଅଭିଯୋଗ ହୋଇନାହିଁ।
ଭୁବନେଶ୍ବର: ଗତକାଲି ରାଜ୍ୟରେ ୧୮୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଆଉ ୨୨୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ଆଜି ୨୨୬ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୦-୧୮ ବର୍ଷର ୧୯ ଜଣ ପିଲା ଥିବା ବେଳେ କ୍ୱାରେଣ୍ଟାଇନରୁ ୧୩୨ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୯୪ ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା… ବାଲେଶ୍ଵର ଜିଲ୍ଲାରୁ- ୧ ବରଗଡ ଜିଲ୍ଲାରୁ- ୪ ଭଦ୍ରକ ଜିଲ୍ଲାରୁ- ୨ ବଲାଙ୍ଗୀରି ଜିଲ୍ଲାରୁ- ୫ ବୌଦ୍ଧ ଜିଲ୍ଲାରୁ- ୨ କଟକ ଜିଲ୍ଲାରୁ- ୧୪ ଜଗତସିଂହପୁର ଜିଲ୍ଲାରୁ- ୫ ଯାଜପୁର ଜିଲ୍ଲାରୁ- ୫ ଝାରସୁଗୁଡା ଜିଲ୍ଲାରୁ- ୧ କଳାହାଣ୍ଡି ଜିଲ୍ଲାରୁ- ୭ କନ୍ଧମାଳ ଜିଲ୍ଲାରୁ- ୧ କେନ୍ଦ୍ରପଡା ଜିଲ୍ଲାରୁ- ୧ ଖୋର୍ଦ୍ଧା ଜିଲ୍ଲାରୁ- ୧୦୪ କୋରାପୁଟ ଜିଲ୍ଲାରୁ- ୪ ମୟୂରଭଞ୍ଜ ଜିଲ୍ଲାରୁ- ୨ ନବରଙ୍ଗପୁର ଜିଲ୍ଲାରୁ- ୧ ନୟାଗଡ ଜିଲ୍ଲାରୁ- ୩ ନୂଆପଡା ଜିଲ୍ଲାରୁ- ୪ ପୁରୀ…
ନୂଆଦିଲ୍ଲୀ: ପାକିସ୍ତାନ ବିପକ୍ଷ ମ୍ୟାଚରେ ହାର୍ଦ୍ଦିକ ପାଣ୍ଡ୍ୟା ଚମତ୍କାର ପ୍ରଦର୍ଶନ କରି ନିଜ ପ୍ରଦର୍ଶନ ସହିତ ବିଶ୍ୱ କ୍ରିକେଟ୍ କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି। ସମଗ୍ର କ୍ରିକେଟ୍ ଜଗତ ହାର୍ଦ୍ଦିକଙ୍କ ଅଲରାଉଣ୍ଡର ପ୍ରଦର୍ଶନ ବିଷୟରେ କହୁଛି। ବର୍ତ୍ତମାନ ପାକିସ୍ତାନର ପୂର୍ବତନ କିମ୍ବଦନ୍ତୀ ବୋଲର ୱାସିମ ଆକ୍ରାମ ମଧ୍ୟ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିଷୟରେ କହିଥିଲେ ଏବଂ ଭାରତୀୟ କ୍ରିକେଟରଙ୍କୁ ବର୍ତ୍ତମାନର ବିଶ୍ୱର ସର୍ବଶ୍ରେଷ୍ଠ ଅଲରାଉଣ୍ଡର ବୋଲି କହିଥିଲେ। ପାକିସ୍ତାନ ବିପକ୍ଷ ମ୍ୟାଚ ପରେ ଷ୍ଟାର ସ୍ପୋର୍ଟସ ସହ କଥାବାର୍ତ୍ତା ବେଳେ ଆକ୍ରାମ ନିଜର ମତ ରଖିଥିଲେ। ଆକ୍ରାମ କହିଥିଲେ ଯେ, ‘ମୋ ପାଇଁ ହାର୍ଦ୍ଦିକ ପାଣ୍ଡ୍ୟା ବର୍ତ୍ତମାନ ବିଶ୍ୱ କ୍ରିକେଟର ସର୍ବଶ୍ରେଷ୍ଠ ଅଲରାଉଣ୍ଡର, ସେ ଆଣ୍ଡ୍ରେ ରସେଲ ଏବଂ ଅନ୍ୟମାନଙ୍କ ଅପେକ୍ଷା ଭଲ। ସେ ପଡ଼ିଆରେ ନିଜ ଫିଲ୍ଡିଂ ସହିତ ବ୍ୟାଟିଂ, ବୋଲିଂ ଚମତ୍କାର କରିପାରିବେ। ପୂର୍ବତନ ଭେଟେରାନ ଆହୁରି ମଧ୍ୟ କହିଥିଲେ ଯେ, ‘ବୋଲିଂରେ ହାର୍ଦ୍ଦିକ ୧୪୦ କିଲୋମିଟର ବେଗରେ ବୋଲିଂ କରନ୍ତି…
ନୂଆଦିଲ୍ଲୀ: ସାଉଥ ଇଣ୍ଡଷ୍ଟ୍ରିର ପ୍ରଖ୍ୟାତ ନିର୍ମାତା ରବିନ୍ଦ୍ର ଚନ୍ଦ୍ରଶେଖରନଙ୍କ ବିଷୟରେ ବଡ ଖବର ଆସୁଛି। ଗୁରୁବାର ଦିନ ସାଉଥ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତ୍ରୀ ଭିଜେ ମହାଲକ୍ଷ୍ମୀଙ୍କୁ ରବିନ୍ଦ୍ର ବିବାହ କରିଛନ୍ତି। ଏହି ଦୁଇ ନବ ବିବାହିତାଙ୍କ ବିବାହର ଚମତ୍କାର ଚିତ୍ର ଏହି ସମୟ ମଧ୍ୟରେ ସୋସିଆଲ ମିଡିଆରେ ପ୍ରାଧାନ୍ୟ ବିସ୍ତାର କରିଛି। ଏହି ବିବାହ ସମୟରେ ରବିନ୍ଦ୍ର ଏବଂ ମହାଲକ୍ଷ୍ମୀଙ୍କ ପରିବାର ସଦସ୍ୟଙ୍କ ସମେତ କିଛି ବନ୍ଧୁ ଏବଂ ସମ୍ପର୍କୀୟ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ ଯେ ରବୀନ୍ଦ୍ର ଚନ୍ଦ୍ରଶେଖରନ ଏବଂ ମହାଲକ୍ଷ୍ମୀଙ୍କ ବିବାହ ବ୍ୟକ୍ତିଗତ ସମାରୋହରେ ହୋଇଥିଲା। ଏହି ସମୟ ମଧ୍ୟରେ, କେବଳ କିଛି ମନୋନୀତ ବ୍ୟକ୍ତି ସେମାନଙ୍କ ବିବାହରେ ଜଡିତ ଥିଲେ। ରବିନ୍ଦ୍ର ଏବଂ ମହାଲକ୍ଷ୍ମୀଙ୍କ ବିବାହ ଦକ୍ଷିଣ ରୀତିନୀତି ଅନୁଯାୟୀ ପାରମ୍ପାରିକ ଉପାୟରେ କରାଯାଇଥିଲା। ଅଭିନେତ୍ରୀ ମହାଲକ୍ଷ୍ମୀ ତାଙ୍କ ଅଫିସିଆଲ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ତାଙ୍କ ବିବାହର ଚମତ୍କାର ଚିତ୍ର ସେୟାର କରିଛନ୍ତି। ଏହି ଫଟୋଗୁଡ଼ିକରେ ମହାଲକ୍ଷ୍ମୀ କ୍ୟାପସନରେ ଲେଖିଛନ୍ତି…
ଚାଣକ୍ୟ ନୀତି: କଳିଯୁଗରେ ନିଜର ଏବଂ ପର ଲୋକଙ୍କୁ ଚିହ୍ନିବା ଅତ୍ୟନ୍ତ ଜରୁରୀ, ନଚେତ୍ ପ୍ରତ୍ୟେକ ପଦକ୍ଷେପରେ ଜଣେ ବ୍ୟକ୍ତି ପ୍ରତାରିତ ହୋଇପାରେ। ଚାଣକ୍ୟ ନିତୀରେ ଏପରି ଅନେକ ଜିନିଷ ଉଲ୍ଲେଖ କରାଯାଇଛି, ଯେଉଁଥିରୁ ଲୋକମାନେ ଭଲ ଆଉ ଭୁଲକୁ ଚିହ୍ନିବା ଏବଂ ବୁଝିବା ଶିଖନ୍ତି। ଏହି ନୀତିଗୁଡିକ ଗ୍ରହଣ କରି ଅନେକ ଅସୁବିଧାରୁ ରକ୍ଷା ପାଇପାରିବେ। ଚାଣକ୍ୟଙ୍କ ଅନୁଯାୟୀ, ଯଦି ଘନିଷ୍ଠ ଲୋକଙ୍କୁ ଚିହ୍ନଟ କରିବାକୁ ଚାହୁଁଛ, ତେବେ ଏହି ୩ ଟି ଜିନିଷ ଆଧାରରେ ସେଗୁଡିକ ପରୀକ୍ଷା କରାଯିବା ଉଚିତ୍। ଯାହା ଦ୍ଵାରା ଜଣେ ବ୍ୟକ୍ତି ଭବିଷ୍ୟତରେ ପ୍ରତାରଣାକୁ ଏଡାଇ ପାରିବ। ସ୍ପଷ୍ଟବାଦୀ: ଚାଣକ୍ୟଙ୍କ ଅନୁଯାୟୀ ଜଣେ ବ୍ୟକ୍ତିଙ୍କୁ ତାଙ୍କ ଗୁଣ ଆଧାରରେ ବିଚାର କରାଯିବା ଉଚିତ୍। ଗର୍ବ, ସ୍ୱାର୍ଥରେ ପରିପୂର୍ଣ୍ଣ ବ୍ୟକ୍ତି ଙ୍କୁକେବେବି ବିଶ୍ୱାସ କରିବା ଉଚିତ୍ ନୁହେଁ। ଚାଣକ୍ୟ କହିଛନ୍ତି ଯେ, ଜଣେ ସ୍ପଷ୍ଟବାଦୀଙ୍କ କଥା ଅନ୍ୟମାନଙ୍କ ଆଖିରେ ଖରାପ ହୋଇପାରନ୍ତି, କିନ୍ତୁ ତାଙ୍କ ମନ…

