Author: Samikhsya Bureau

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୩୧ ଅଗଷ୍ଟରୁ ୧ ସେପ୍ଟେମ୍ବର ୨୦୨୫ ପର୍ଯ୍ୟନ୍ତ ଚୀନର ତିଆନଜିନରେ ଅନୁଷ୍ଠିତ ସାଂଘାଇ ସହଯୋଗ ସଂଗଠନ (ଏସସିଓ)ର ରାଷ୍ଟ୍ର ମୁଖ୍ୟମାନଙ୍କ ପରିଷଦର ପଞ୍ଚବିଂଶତମ ବୈଠକରେ ଅଂଶଗ୍ରହଣ କରିଛନ୍ତି । ଏହି ଶିଖର ସମ୍ମିଳନୀରେ ଏସସିଓ ବିକାଶ ରଣନୀତି, ବିଶ୍ୱ ଶାସନ ସଂସ୍କାର, ଆତଙ୍କବାଦ ବିରୋଧୀ ପ୍ରୟାସ, ଶାନ୍ତି ଓ ସୁରକ୍ଷା, ଆର୍ଥିକ ଓ ବିତ୍ତୀୟ ସହଯୋଗ ଏବଂ ନିରନ୍ତର ବିକାଶ ଉପରେ ଫଳପ୍ରଦ ଆଲୋଚନା ହୋଇଛି। ଶିଖର ସମ୍ମିଳନୀରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ଏସସିଓ ଢାଞ୍ଚା ଅଧୀନରେ ସହଯୋଗକୁ ସୁଦୃଢ଼ ​​କରିବା ପାଇଁ ଭାରତର ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ। ଏହି ପରିପ୍ରେକ୍ଷୀରେ, ସେ ଉଲ୍ଲେଖ କରିଥିଲେ ଯେ ଭାରତ ତିନୋଟି ସ୍ତମ୍ଭ – ସୁରକ୍ଷା, ସମ୍ପର୍କ ଏବଂ ସୁଯୋଗ ଅଧୀନରେ ବ୍ୟାପକ କାର୍ଯ୍ୟ କରିବାକୁ ଚାହୁଁଛି। ଶାନ୍ତି, ସୁରକ୍ଷା ଓ ସ୍ଥିରତାକୁ ପ୍ରଗତି ଓ ସମୃଦ୍ଧିର ଆଧାର ରୂପେ ଅଭିହିତ କରି, ସେ ସଦସ୍ୟ ଦେଶଗୁଡ଼ିକୁ ଆତଙ୍କବାଦର ସମସ୍ତ ସ୍ୱରୂପକୁ ମୁକାବିଲା କରିବା ପାଇଁ ଦୃଢ଼ ଓ ନିର୍ଣ୍ଣାୟକ ପଦକ୍ଷେପ ନେବାକୁ ଆହ୍ୱାନ କରିଥିଲେ। ପ୍ରଧାନମନ୍ତ୍ରୀ ଆତଙ୍କବାଦକୁ ପାଣ୍ଠି…

Read More

25th SCO Summit: ୨୫ତମ ଏସସିଓ ଶିଖର ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ମୋଦି ବକ୍ତବ୍ୟ ପ୍ରଦାନ କରିଛନ୍ତି। ସେ ଯାହା କହିଛନ୍ତି ତାହାର ଓଡିଆ ରୂପାନ୍ତର ହେଲା…. ମୁଁ ୨୫ତମ ଏସସିଓ ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରି ବହୁତ ଆନନ୍ଦିତ। ଆମକୁ ପ୍ରଦାନ କରାଯାଇଥିବା ଚମତ୍କାର ସ୍ୱାଗତ ଏବଂ ଆତିଥ୍ୟ ପାଇଁ ମୁଁ ରାଷ୍ଟ୍ରପତି ଜିନପିଙ୍ଗଙ୍କୁ ହୃଦୟରୁ କୃତଜ୍ଞତା ଜଣାଉଛି। ଆଜି ଉଜବେକିସ୍ତାନର ସ୍ୱାଧୀନତା ଦିବସ। ଗତକାଲି କିର୍ଗିଜସ୍ତାନର ଜାତୀୟ ଦିବସ ଥିଲା। ଏହି ଅବସରରେ, ମୁଁ ଉଭୟ ନେତାଙ୍କୁ ମୋର ଶୁଭେଚ୍ଛା ଏବଂ ଶୁଭକାମନା ଜଣାଉଛି। ମହାମହିମଗଣ, ଗତ ୨୪ ବର୍ଷ ମଧ୍ୟରେ, ଏସସିଓ ସମଗ୍ର ୟୁରେସିଆନ କ୍ଷେତ୍ରର ବିସ୍ତୃତ ପରିବାରକୁ ସଂଯୋଗ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ଭାରତ ସର୍ବଦା ଏକ ସକ୍ରିୟ ସଦସ୍ୟ ଭାବରେ ଏକ ଗଠନମୂଳକ ଏବଂ ସକାରାତ୍ମକ ଭୂମିକା ଗ୍ରହଣ କରିଆସିଛି। ଏସସିଓ ପ୍ରତି, ଭାରତର ଚିନ୍ତାଧାରା ଏବଂ ନୀତି ତିନୋଟି…

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଚୀନର ତିଆନଜିନ୍‌ ଠାରେ ସାଂଘାଇ ସହଯୋଗ ସଂଗଠନ ଶିଖର ସମ୍ମିଳନୀ ଅବସରରେ ରୁଷ ରାଷ୍ଟ୍ରପତି ଶ୍ରୀ ଭ୍ଲାଦିମିର ପୁଟିନଙ୍କ ସହ ସାକ୍ଷାତ କରିଛନ୍ତି। ଦୁଇ ନେତା ଆର୍ଥିକ, ବିତ୍ତୀୟ ଏବଂ ଶକ୍ତି କ୍ଷେତ୍ର ସମେତ ଦ୍ୱିପାକ୍ଷିକ ସହଯୋଗର ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି। ଏହି କ୍ଷେତ୍ରଗୁଡ଼ିକରେ ଦ୍ୱିପାକ୍ଷିକ ସମ୍ପର୍କରେ ନିରନ୍ତର ଅଭିବୃଦ୍ଧି ଉପରେ ସେମାନେ ସନ୍ତୋଷ ପ୍ରକାଶ କରିଛନ୍ତି। ଦୁଇ ନେତା ୟୁକ୍ରେନ ସହ ଜଡ଼ିତ ସାମ୍ପ୍ରତିକ ଘଟଣାକ୍ରମ ସମେତ ଆଞ୍ଚଳିକ ଏବଂ ବିଶ୍ୱସ୍ତରୀୟ ପ୍ରସଙ୍ଗ ଉପରେ ମଧ୍ୟ ଆଲୋଚନା କରିଛନ୍ତି। ପ୍ରଧାନମନ୍ତ୍ରୀ ୟୁକ୍ରେନରେ ସଂଘର୍ଷର ସମାଧାନ ପାଇଁ ନିଆଯାଇଥିବା ସାମ୍ପ୍ରତିକ ପଦକ୍ଷେପଗୁଡ଼ିକ ପ୍ରତି ତାଙ୍କର ସମର୍ଥନକୁ ଦୋହରାଇଛନ୍ତି। ଏଥିସହିତ ସଂଘର୍ଷର ତ୍ୱରିତ ସମାପ୍ତି ଏବଂ ଦୀର୍ଘସ୍ଥାୟୀ ଶାନ୍ତି ପ୍ରତିଷ୍ଠା ଲାଗି ସମାଧାନ ଖୋଜିବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି। ଉଭୟ ନେତା ଦୁଇ ଦେଶ ମଧ୍ୟରେ ସ୍ୱତନ୍ତ୍ର ଏବଂ ସୁବିଧାଜନକ…

Read More

ଭୁବନେଶ୍ବର: ତିଆରି ହେବ ଏକ ନୂଆ ଭୁବନେଶ୍ବର। ରାଜଧାନୀର ପାଖ ଅଞ୍ଚଳକୁ ନେଇ ଏହି ପରିକଳ୍ପନା କରାଯାଇଛି। ପ୍ରାୟ 800 ଏକର ପରିମିତ ସ୍ଥାନରେ ଏହି ନୂଆ ଭୁବନେଶ୍ବର ସ୍ଥାପନ କରାଯିବ। ଗତକାଲି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସ୍ବାୟତ ଶାସନ ଦିବସ ଉପଲକ୍ଷେ ଏହା ଘୋଷଣା କରାଯିବା ପରେ ଚାରିଆଡେ ଉତ୍କଣ୍ଠା ସୃଷ୍ଟି ହୋଇଛି। ଏହି ନୂଆ ଭୁବନେଶ୍ବର ଅନ୍ଧାରୁଆ, ଗୋଠପାଟଣା, ଦାସପୁର, ମଳିପଡା ପରି ରାଜସ୍ବ ଗ୍ରାମକୁ ନେଇ ଗଠନ କରାଯିବ। ଏହାର ନକ୍ସା ପ୍ରସ୍ତୁତ କରିବା ପାଇଁ ସିଙ୍ଗାପୁର ସରକାର କାମ ଆରମ୍ଭ କରିଛନ୍ତି। ସେଥିପାଇଁ ସେମାନେ ରାଜ୍ୟ ସରକାରଙ୍କଠାରୁ ଅର୍ଥ ମଧ୍ୟ ନେଇସାରିଛନ୍ତି। ସେମାନେ ଏହାର ନକ୍ସା ଦେବା ପରେ ଏହି ନୂଆ ଭୁବନେଶ୍ବରର ଭିତ୍ତି ପ୍ରସ୍ତର ସ୍ଥାପନ ହେବ। ଏହି ନୂଆ ଭୁବନେଶ୍ବରରେ ଉଚ୍ଚ ମାନର ହସପିଟାଲ, ଶିକ୍ଷା ଅନୁଷ୍ଠାନ, ପାର୍କ, ମଲ, ମନୋରଞ୍ଜନ ବ୍ୟବସ୍ଥା ପରି ବହୁ ସୁବିଧା ରହିବ। ସେହିପରି ବ୍ୟାଙ୍କ, ବୀମା…

Read More

ଭୁବନେଶ୍ବର: ବର୍ତ୍ତମାନ ସାରା ରାଜ୍ୟରେ ସାର ର ଅଭା ପରିଲକ୍ଷିତ ହୋଇଛି। ଚାଷୀ ଧାନ ବିଲରେ ପିଡିଆ ପକାଇବାକୁ ଅପେକ୍ଷା କରିଛି। ହେଲେ ସରାକରୀ ସାର ବର୍ତ୍ତମାନ ଘୋର ଅଭାବ ଦେଖାଦେଇଛି। ଏହାକୁ ନେଇ ଚାଷୀମାନେ ମଧ୍ୟ ରାଜରାସ୍ତାକୁ ଓହ୍ଲାଇ ସାରିଲେଣି। ତେବେ ଏହାକୁ ନେଇ ବିରୋଧୀ ଦଳ ବିଜେଡି ଆଗକୁ ଆନ୍ଦୋଳନ କରିବ ବୋଲି ଧମକ ଦେଇସାରିଲାଣି। ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ କହିଛନ୍ତି ସରକାର ଦୁଇଦିନ ମଧ୍ୟ ସାର ସମସ୍ୟାର ସମାଧାନ କରନ୍ତୁ, ନଚେତ ବିଜେଡି ଆନ୍ଦୋଳନ କରିବ। ବର୍ତ୍ତମାନ ଚାଷୀମାନେ ସରକାରୀ ସାର ପାଉ ନ ଥିବାରୁ ବଜାରରୁ ସାର କିଣିବାକୁ ବାଧ୍ୟ ହେଉଛନ୍ତି। ହେଲେ ତାହାର ମୂଲ୍ୟ ଅଧିକ ହେଉଥିବାରୁ ଚାଷୀଙ୍କୁ ବାଧୁଛି। ଅନ୍ୟପଟେ ସେ କହିଛନ୍ତି ଯେ, ରାଜ୍ୟରେ ସାର ର କଳାବଜାରୀ ହେଉଛି। ସରକାର ତାହା ରୋକିବାରେ ବିଫଳ ହୋଇଛନ୍ତି। ତୁରନ୍ତ ରାଜ୍ୟ ସରକାର ଏହାର ସମାଧାନ…

Read More

ନୂଆଦିଲ୍ଲୀ: ବନ୍ୟାସ୍ଥିତିରେ କୌଣସି ସୁଧାର ନ ଆସିବାରୁ ପଂଜାବ ସରକାର ଆସନ୍ତା ବୁଧବାର ଦିନ ରାଜ୍ୟର ସମସ୍ତ ସ୍କୁଲ କଲେଜ ବିଶ୍ବବିଦ୍ୟାଳୟ ବନ୍ଦ ଘୋଷଣା କରିଛନ୍ତି।  ହିମାଚଳ ପ୍ରଦେଶ ଏବଂ ପଞ୍ଜାବର ଅନେକ ସ୍ଥାନରେ ଲଗାତାର ବର୍ଷା ରାଭି, ବ୍ୟାସ ଏବଂ ସତଲୁଜ ନଦୀରୁ ବନ୍ୟା ପାଣି ପ୍ରବାହିତ ହେବାରେ ଲାଗିଛି। ଭାଖରା, ପଙ୍ଗ ଏବଂ ଅନ୍ୟାନ୍ୟ ଡ୍ୟାମରୁ ନିୟନ୍ତ୍ରିତ ଜଳ ଛଡ଼ାଯିବା ଯୋଗୁଁ ସମସ୍ୟା ଆହୁରି ବୃଦ୍ଧି ପାଇଛି। ଫଳରେ ରାଜ୍ୟ ସରକାର ସମସ୍ତ କଲେଜ, ବିଶ୍ୱବିଦ୍ୟାଳୟ ଏବଂ ପଲିଟେକ୍ନିକ୍ ମଧ୍ୟ ବୁଧବାର ପର୍ଯ୍ୟନ୍ତ ବନ୍ଦ ଘୋଷଣା କରିଛନ୍ତି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ପଞ୍ଜାବର ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟପାଳଙ୍କ ସହ କଥା ହୋଇ ବନ୍ୟା ପରିସ୍ଥିତି ସମୀକ୍ଷା କରିଛନ୍ତି। ସେ ରାଜ୍ୟକୁ ସମସ୍ତ ପ୍ରକାରର ସହାୟତା ପ୍ରଦାନ କରିବାକୁ ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି। ପଞ୍ଜାବ ରାଜ୍ୟର ଅଧିକାଂଶ ସ୍ଥାନରେ, ବିଶେଷକରି ସୀମାନ୍ତବର୍ତ୍ତୀ ଜିଲ୍ଲା ଗୁରଦାସପୁର, ଅମୃତସର, ଫାଜିଲକା, ଫିରୋଜପୁର ଏବଂ…

Read More

India Mobile Congress 2025: କେନ୍ଦ୍ର ଯୋଗାଯୋଗ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଆଜି ନୂଆଦିଲ୍ଲୀରେ ଇଣ୍ଡିଆ ମୋବାଇଲ୍ କଂଗ୍ରେସ- IMC 25 ଆପ୍ଲିକେସନ୍ ଲଞ୍ଚ କରିଛନ୍ତି। AI-ଆଧାରିତ ପରାମର୍ଶ, ଉନ୍ନତ ନେଟୱାର୍କିଂ ଏବଂ ଇଣ୍ଟରାକ୍ଟିଭ୍ ଉପାଦାନ ସହିତ, ଏହି ଆପ୍ ଏକ୍ସପୋରେ ଉପଭୋକ୍ତାଙ୍କ ଅଭିଜ୍ଞତାକୁ ବୃଦ୍ଧି କରିବା ଲକ୍ଷ୍ୟ ରଖିଛି। ଏହା ଉପଭୋକ୍ତାଙ୍କ ସଂଯୋଗ, ଅନୁସନ୍ଧାନ ଏବଂ ପ୍ରଦର୍ଶନୀରେ ଅଂଶଗ୍ରହଣ କରିବାରେ ସହାୟତା କରିବ। ଇଣ୍ଡିଆ ମୋବାଇଲ୍ କଂଗ୍ରେସ (IMC) 2025 ର ନବମ ସଂସ୍କରଣ ଆସନ୍ତା ମାସ 8 ରୁ 11 ତାରିଖ ପର୍ଯ୍ୟନ୍ତ ନୂଆଦିଲ୍ଲୀର ଯଶୋଭୂମି କନଭେନସନ୍ ସେଣ୍ଟରରେ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। IMC 25 ର ବିଷୟବସ୍ତୁ ହେଉଛି ‘ଇନୋଭେଟ୍ ଟୁ ଟ୍ରାନ୍ସଫର୍ମ’। ଆପ୍ଲିକେସନ୍ ଲଞ୍ଚ କରି ଶ୍ରୀ ସିନ୍ଧିଆ କହିଛନ୍ତି ଯେ ଟେଲିକମ୍ କ୍ଷେତ୍ର ବିଶ୍ୱ ସଂଯୋଗୀକରଣର ଏକ ପ୍ରମୁଖ ବାହକ ପାଲଟିଛି, ଯାହା କେବଳ ସୂଚନା ଆଦାନପ୍ରଦାନ ନୁହେଁ ବରଂ ବାଣିଜ୍ୟ, ଜୀବିକା…

Read More

ନୂଆଦିଲ୍ଲୀ: ଜମ୍ମୁ ଗସ୍ତ ସମୟରେ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି ବିକ୍ରମ ଚୌକ ଏବଂ ତାୱି ସେତୁରେ ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଛନ୍ତି। ତାଙ୍କ ସହିତ ଉପରାଜ୍ୟପାଳ ମନୋଜ ସିହ୍ନା, ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା, ବିରୋଧୀ ଦଳ ନେତା (ଏଲଓପି) ସୁନୀଲ ଶର୍ମା, ମୁଖ୍ୟ ସଚିବ ଅଟଳ ଦୁଲ୍ଲୁ ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ସେ ଆକସ୍ମିକ ବନ୍ୟା ପ୍ରଭାବିତ ଅଞ୍ଚଳଗୁଡ଼ିକର ଆକାଶ ମାର୍ଗରେ ସର୍ଭେ ମଧ୍ୟ କରିବେ। ଏହା ବ୍ୟତୀତ, ଗୃହମନ୍ତ୍ରୀ ଆଜି ରାଜଭବନରେ ଅଧିକାରୀଙ୍କ ସହ ବୈଠକ କରିବାର କାର୍ଯ୍ୟକ୍ରମ ରହିଛି। ତାଙ୍କୁ ଉପରାଜ୍ୟପାଳ ମନୋଜ ସିହ୍ନା, ଗୃହ ମନ୍ତ୍ରଣାଳୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶ ପ୍ରଶାସନର ବରିଷ୍ଠ ଅଧିକାରୀମାନେ ଉଦ୍ଧାର, ରିଲିଫ ଏବଂ ପୁନରୁଦ୍ଧାର କାର୍ଯ୍ୟ ବିଷୟରେ ଅବଗତ କରାଇବେ।

Read More

ଭୁବନେଶ୍ବର: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି ଭୁବନେଶ୍ବରର ଜଣେ ଖଣି ବ୍ୟବସାୟୀଙ୍କ ଘରେ ଚଢାଉ କରି ଯାହା ପାଇଛି ତାହା ଦେଖି ମୁଣ୍ଡ ବୁଲାଇ ହୋଇଯାଇଛି। ତାଙ୍କର ଘରୁ ସବୁଠାରୁ ଅଧିକ ଦାମର କାର ଓ ମୋଟରସାଇକଲ ଜବତ କରାଯାଇଛି। ଯାହାର ମୂଲ୍ୟ ପ୍ରାୟ ୭୦୦୦୦୦୦୦ ଟଙ୍କା ହେବ ବୋଲି ଇଡି ଆକଳନ କରିଛି। ସେତିକି ନୁହେଁ ତାଙ୍କ ଘରୁ ବାହାରିଛି ୧୦୦୦୦୦୦୦ ଟଙ୍କାର ସୁନା ଅଳଙ୍କାର। ତାଙ୍କ ଘରୁ ମିଳିଥିବା ଗାଡି ମଧ୍ୟରେ ରହିଛି ୧୦ ଟି ଦାମୀ ଗାଡି, ୩ ଟି ଦାମୀ ସୁପର ବାଇକ। ସେହି ଗାଡି ଭିତରେ ରହିଛି ପୋର୍ସେ କାୟେନ୍ନେ, ମର୍ସିଡିସ ବେଞ୍ଜ ଜିଏଲସି, ବିଏମଡବ୍ଲୁ ଏକ୍ସ ୭, ଅଡି ଏ୩, ମିନି କୁପର ପରି ଦାମୀ ବା ଲକ୍ଜୁରିୟସ ଗାଡି। ସେହିପରି ହୋଣ୍ଡା ଗୋଲ୍ଡ ୱିଙ୍ଗ ପରି ସୁପର ବାଇକ ଇଡି ଜବତ କରିଛି। ତାଙ୍କର ଦୁଇଟି ବ୍ୟାଙ୍କ ଲକରକୁ ମଧ୍ୟ ଇଡି…

Read More

ଭୁବନେଶ୍ବର: ରାଜ୍ୟ ସରକାର ଭୁବନେଶ୍ବରରେ ଶସ୍ତା ଘର ବିକ୍ରି କରିବେ। ଏ ନେଇ ନଗରଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ସୂଚନା ପ୍ରଦାନ କରିଛନ୍ତି। ସେ କହିଛନ୍ତି ଯେ, ଭୁବନେଶ୍ବରରେ ଜଣେ ଘରଟିଏ କିଣିବାକୁ ହେଲେ କୋଟିଏ ଟଙ୍କା ନିହାତି ଆବଶ୍ୟକ। ହେଲେ ଏତେ ଟଙ୍କା ଦେଇ ଘର କିଣିବା ଆର୍ଥିକ ଦୁର୍ବଳ ଶ୍ରେଣୀ ଲୋକଙ୍କ ପାଇଁ ସମ୍ଭବ ନୁହେଁ। ସେଥିପାଇଁ ରାଜ୍ୟ ସରକାର ଆର୍ଥିକ ଦୁର୍ବଳ ଶ୍ରେଣୀ ଲୋକଙ୍କ ପାଇଁ ଏକ ଶସ୍ତା ଘର ଯୋଜନା ଆଣୁଛନ୍ତି। ଯେଉଁଥିରେ ରାଜ୍ୟ ସରକାର ଘର କରି ତାଙ୍କୁ ବିକ୍ରି କରିବେ। ତେବେ ଏହାର ମୂଲ୍ୟ ମାତ୍ର 14 ଲକ୍ଷରୁ 50 ଲକ୍ଷ ଟଙ୍କା ମଧ୍ୟରେ ହେବ ବୋଲି ମନ୍ତ୍ରୀ କହିଛନ୍ତି।

Read More

The Samikhsya Desk: ଭାରତରେ ଯେତେ ଜମି ରହିଛି ତାହା ସବୁ ସରକାରଙ୍କର। ହେଲେ ସରକାରଙ୍କୁ ଛାଡିଦେଲେ ଆଉ ଏକ ସଂସ୍ଥା ପାଖରେ ରହିଛି ଦ୍ବିତୀୟ ସର୍ବାଧିକ ଜମି। ଯେ କେହି ଜାଣିବ ସେ ଆଶ୍ଚର୍ଯ୍ୟ ହୋଇଯିବ। ସରକାରୀ ଜମି ରେକର୍ଡ ସୂଚନା ବ୍ୟବସ୍ଥା ବା Government Land Information System( GLIS) ଅନୁସାରେ ବର୍ତ୍ତମାନ ସରକାରଙ୍କ ପାଖରେ 15,531 ବର୍ଗ କିଲୋମିଟର ପରିବ୍ୟାପ୍ତ ଜମି ରହିଛି। ତେବେ ଏଥିରେ 116 ଟି ପବ୍ଲିକ ସେକ୍ଟର ଏବଂ 51 ଟି କେନ୍ଦ୍ର ସରକାରଙ୍କ ମନ୍ତ୍ରଣାଳୟ ପାଖରେ ରହିଛି। ତେବେ ଦ୍ବିତୀୟ ସର୍ବାଧିକ ଜମି ଯେଉଁ ସଂସ୍ଥା ପାଖରେ ରହିଛି ତାହା ହେଉଛି କ୍ୟାଥଲିକ ଚର୍ଚ୍ଚ। ଏହି ଖ୍ରୀଷ୍ଟିଆନ ସଂସ୍ଥା ପାଖରେ GLIS ଅନୁସାରେ 7 କୋଟି ହେକ୍ଟର ବା 17 କୋଟି ଏକର ଜମି ସାରା ଭାରତରେ ରହିଛି। ଏଥିରେ ସଂସ୍ଥା ଚର୍ଚ୍ଚ, ସ୍କୁଲ ଏବଂ ଡାକ୍ତରଖାନା ନିର୍ମାଣ କରିଛି। ଯାହାର…

Read More

ଭୁବନେଶ୍ବର: ପ୍ରଖ୍ୟାତ ଓଡିଆ ସଂଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାର ଗୁରୁତର ଅସୁସ୍ଥ ହୋଇପଡିଛନ୍ତି। ତାଙ୍କୁ କଟକର ଏକ ଘରୋଇ ହସପିଟାଲରେ ଭର୍ତ୍ତି କରାଯାଇଛି। ସେ ପୂର୍ବରୁ କିଡିନ ଜନିତ ରୋଗରେ ପିଡିତ ଥିଲେ। ସେ ନେଇ ସେ ଚିକିତ୍ସିତ ହେଉଥିଲେ। ହେଲେ ହଠାତ ଗଣେଶ ପୂଜା ଦିନ ଅସୁସ୍ଥ ହୋଇପଡିବାରୁ ତାଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି। ଅଭିଜିତ ମଜୁମଦାର ଓଡିଆ ଚଳଚିତ୍ର ଜଗତର ଜଣେ ପ୍ରତିଷ୍ଠିତ ସଂଗୀତ ନିର୍ଦ୍ଦେଶକ। ସେ ବର୍ତ୍ତମାନ ସୁଦ୍ଧା ପ୍ରାୟ ୫୦ ରୁ ଅଧିକ ଚଳଚିତ୍ରରେ ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି। ତାଙ୍କ ଅସୁସ୍ଥ ଖବର ପ୍ରଚାରିତ ହେବା ପରେ ଓଲିଉଡ ଜଗତରେ ଶିଘ୍ର ଆରୋଗ୍ୟ କାମନା କରାଯାଇଛି।

Read More

ନୂଆଦିଲ୍ଲୀ: ଡିଜିଲକର ଏବଂ ଇ-ଡିଷ୍ଟ୍ରିକ୍ଟ ପ୍ଲାଟଫର୍ମରେ ଇ-ଗଭର୍ଣ୍ଣାନ୍ସ ସେବାର ଏକୀକରଣ କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ମିଳିଛି । ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରଣାଳୟ ଅଧୀନ ଜାତୀୟ ଇ-ଗଭର୍ଣ୍ଣାନ୍ସ ଡିଭିଜନ ସର୍ବଭାରତୀୟ ସ୍ତରରେ ପ୍ରାୟ ୨ ହଜାରଟି ଇ-ସରକାରୀ ସେବାକୁ ଏହି ଦୁଇଟି ପ୍ଲାଟଫର୍ମରେ ସାମିଲ କରିଛି। ଏହା ଡିଜିଟାଲ ଇଣ୍ଡିଆ ପାଇଁ ଏକ ବଡ଼ ସଫଳତା । ଏହି ସଫଳତା ସହିତ, ସମସ୍ତ ୩୬ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ନାଗରିକମାନେ ଏବେ ଯେକୌଣସି ସ୍ଥାନରୁ, ଯେକୌଣସି ସମୟରେ ପ୍ରାୟ ୨ହଜାର ଡିଜିଟାଲ୍ ସେବା ସୁଗମ ଭାବରେ ପାଇପାରିବେ। ସମନ୍ୱିତ ସେବାଗୁଡ଼ିକ ନାଗରିକଙ୍କ ଆବଶ୍ୟକତାର ଏକ ବିସ୍ତୃତ ପରିସରକୁ ସାମିଲ କରିଥାଏ। ଏଥିରେ ବିଭିନ୍ନ ପ୍ରମାଣପତ୍ର, କଲ୍ୟାଣକାରୀ ଯୋଜନା, ବିଦ୍ୟୁତ ଓ ପାଣି ବିଲ୍‌ ଭଳି ବିଭିନ୍ନ ଉପଯୋଗୀତା ଦେୟ ଏବଂ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସୁବିଧା ଅନ୍ତର୍ଭୂକ୍ତ ଯାହା ଦ୍ଵାରା ସେବା ବିତରଣରେ ସୁବିଧା, ଦକ୍ଷତା ଏବଂ…

Read More

ଭୁବନେଶ୍ବର: ଚଳିତ ବର୍ଷର ଦ୍ବିତୀୟ ଚନ୍ଦ୍ର ଗ୍ରହଣ ସଂଗଠିତ ହେବାକୁ ଯାଉଛି। ଯାହା ସେପ୍ଟେମ୍ବର ୭ ତାରିଖ ରବିବାର ଦିନ ଲାଗିବ। ଏହି ଦିନ ହେଉଛି ଭାଦ୍ରବ ପୂର୍ଣ୍ଣିମା। ଏହି ପୂର୍ଣିମା ଦିନ ଚନ୍ଦ୍ର ଗ୍ରହଣ ସଂଗଠିତ ହେଉଛି। ତେବେ ଏହି ଚନ୍ଦ୍ର ଗ୍ରହଣ ଭାରତରେ ସଂପୂର୍ଣ୍ଣ ଦୃଶ୍ୟମାନ ହେଉଛି। ତେବେ ଏଥର ଚନ୍ଦ୍ର ଆକାଶରେ ରକ୍ତ ପରି ଲାଲ ରଂଗ ଧାରଣ କରିବେ। ତେବେ ଜ୍ୟୋତିଷଙ୍କ ଅନୁସାରେ ଏହି ଚନ୍ଦ୍ର ଗ୍ରହଣ ନିମ୍ନ ସମୟ ଅନୁସାରେ ଲାଗିବ। ଚନ୍ଦ୍ର ଗ୍ରହଣ ତାରିଖ- ସେପ୍ଟେମ୍ବର ୭ ତାରିଖ ରବିବାର ଚନ୍ଦ୍ର ଗ୍ରହଣ ଲାଗିବା ସମୟ ଆରମ୍ଭ- ସେପ୍ଟେମ୍ବର ୭ ତାରିଖ ରାତି ୮ ଟା ୫୮ ମିନିଟ ଚନ୍ଦ୍ର ଗ୍ରହଣ ଶେଷ ହେବା ସମୟ- ସେପ୍ଟେମ୍ବର ୮ ତାରିଖ ରାତି ୧ ଟା ୨୬ ମିନିଟ ଚନ୍ଦ୍ର ଗ୍ରହଣ ଲାଗିବା ପୁରା ସମୟ-  ୪ ଘଣ୍ଟା ୨୮ ମିନିଟ୍ ଚନ୍ଦ୍ର ଗ୍ରହଣ…

Read More

ମେଷ:- ଆଜି ଆପଣଙ୍କ ଦିନ ଉତ୍କଣ୍ଠାର ପରିପୂର୍ଣ୍ଣ ହେବ। ଖର୍ଚ୍ଚର ହଠାତ୍ ବୃଦ୍ଧି ଚିନ୍ତା କରିପାରେ। ଘରର ବୃଦ୍ଧମାନଙ୍କ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ, ଏହା ଖରାପ ହୋଇପାରେ। ଅତୀତରେ କିଛି କାମ ପାଇଁ କରାଯାଇଥିବା କାର୍ଯ୍ୟ ଆଜି ଫଳ ଦେବାକୁ ଯାଉଛି। ଦାମ୍ପତ୍ୟ ଜୀବନରେ ସୁଖ ରହିବ। ବୃଷ:- ଆଜି ଆପଣଙ୍କ ପାଇଁ ଏକ ଭଲ ଦିନ ହେବ। ଆପଣ ଆୟର ବୃଦ୍ଧି ଦେଖାଦେବ, ଯେଉଁଥିପାଇଁ ଆପଣଙ୍କ ଚେହେରାରେ ଖୁସିର ଅନୁଭବ ଆସିବ। ଆପଣ ଆଜି ଅଫିସରେ ବସଙ୍କ ସହିତ କଥା ହେବେ। କେହି ଶଶୂର ଘର ଲୋକ ଭେଟିବାକୁ ଆସିପାରନ୍ତି। ଜୀବନସାଥୀ ବହୁତ ଖୁସି ହେବେ। ମିଥୁନ:- ଆଜି ଆପଣଙ୍କର ଧ୍ୟାନ ପରିବାରର ଆବଶ୍ୟକତା ପୂରଣ ଉପରେ ରହିବ। ଅଫିସରେ ଜୁନିଅର ଯେ କୈଣସି କାର୍ଯ୍ୟରେ ଆପଣଙ୍କଠାରୁ ସାହାଯ୍ୟ ନେଇପାରେ, ଆପଣ ସେମାନଙ୍କୁ ସାହାଯ୍ୟ କରନ୍ତୁ। ଆଜି, ଖର୍ଚ୍ଚ ବୃଦ୍ଧି ହେତୁ ପକେଟରେ ଭାର ବଢିପାରେ। ବିବାହିତ ସାଥୀଙ୍କ ପତି କୈଣସି ଇଚ୍ଛା…

Read More

ଭୁବନେଶ୍ବର: ଆଜି ରାତିରେ ଭୁବନେଶ୍ବରରେ ଗଣେଶ ଭସାଣୀକୁ ନେଇ ଗୋଷ୍ଠୀ ସଂଘର୍ଷ ହୋଇଛି। ଫଳରେ ଚାରି ଜଣ ଆହତ ହୋଇଛନ୍ତି। ସେମାନଙ୍କୁ କ୍ୟାପିଟାଲ ହସପିଟାଲ ଏବଂ ଏମସରେ ଭର୍ତ୍ତି କରାଯାଇଛି। ତେବେ ପୂର୍ବ ଶତ୍ରୁତା ଯୋଗୁଁ ଏପରି ଗୋଷ୍ଠୀ ସଂଘର୍ଷ ହୋଇଛି ବୋଲି ଜଣାପଡିଛି। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରାଯାଇଛି। ଘଟଣାରୁ ଜଣାପଡିଛି ଯେ, ଆଜି ଭୁବନେଶ୍ବରର ପାତ୍ରପଡାରେ ଗଣେଶ ଭଷାଣୀ କରାଯାଉଥିଲା। ଏହି ଶୋଭାଯାତ୍ରାରେ ଏକ ଡିଜେ ବାଜୁଥିଲା। ଏହାକୁ ନେଇ ଅନ୍ୟ ଏକ ଗୋଷ୍ଠୀ ବନ୍ଦ କରିବାକୁ କହିଥିଲେ। ହେଲେ ତାହା କେହି ଶୁଣି ନ ଥିଲେ। ଫଳରେ ଉଭୟ ପକ୍ଷ ମଧ୍ୟରେ ଧସ୍ତାଧସ୍ତି ପରେ ମାଡପିଟି ଆରମ୍ଭ ହୋଇଯାଇଥିଲା। ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଥିବାରୁ ପୋଲିସ ମୁତୟନ କରାଯାଇଛି।

Read More

ଭୁବନେଶ୍ୱର: “ସଙ୍ଗଠନ ସୃଜନ ଅଭିଯାନ” ରେ ରାଜ୍ୟରେ ସମସ୍ତ ସାଙ୍ଗଠନିକ ଜିଲ୍ଲା କଂଗ୍ରେସ ସଭାପତି ଚୟନ ନେଇ ଏଆଇସିସି ପକ୍ଷରୁ ନିଯୁକ୍ତ ଦୁଇଜଣ ପର୍ଯ୍ୟବେକ୍ଷକ ଆଜି ଓଡିଶା ଗସ୍ତରେ ଆସି ଭୁବନେଶ୍ୱରରେ ପହଂଚିଛନ୍ତି। ବାଲେଶ୍ଵର ଓ କେନ୍ଦ୍ରାପଡ଼ା ଜିଲ୍ଲା ସଭାପତି ଚୟନ ନେଇ ଏଆଇସିସି ପର୍ଯ୍ୟବେକ୍ଷକ ଯଥାକ୍ରମେ ସାଂସଦ ଶ୍ରେୟାଶ ଏମ୍ ପଟେଲ ଓ ଏଆଇସିସି ସମ୍ପାଦକ ଗୋପୀନାଥ ପାଲାନୀୟାପନ୍ ଆଜି ଓଡିଶା ଗସ୍ତରେ ଆସି ଭୁବନେଶ୍ୱରରେ ପହଂଚିଛନ୍ତି। ସେମାନଙ୍କୁ ଭୁବନେଶ୍ୱର ବିମାନବନ୍ଦରରେ ଉଛ୍ୱସିତ ସ୍ବାଗତ ଜଣାଇବା ସହ ଉକ୍ତ ଜିଲ୍ଲାରେ କିପରି ସଭାପତି ଚୟନ ପ୍ରକ୍ରିୟା ସୁରୁଖୁରୁରେ ହୋଇପାରିବ ସେଥିନେଇ ନିଯୁକ୍ତ ପିସିସି ପର୍ଯ୍ୟବେକ୍ଷକ ମାନେ ଦୃଷ୍ଟି ଦେବାକୁ ପିସିସି ସଭାପତି ଭକ୍ତ ଚରଣ ଦାସ ଅନୁରୋଧ କରିଛନ୍ତି। ଆସନ୍ତା କାଲିଠାରୁ ସେମାନେ ସଂପୃକ୍ତ ଜିଲ୍ଲା ଗସ୍ତ କରି ତୃଣମୂଳ ସ୍ତରର କଂଗ୍ରେସ କର୍ମୀଙ୍କଠୁଁ ଆରମ୍ଭ କରି ବରିଷ୍ଠ ନେତୃବୃନ୍ଦ ଏବଂ ବିଭିନ୍ନ ଜିଲ୍ଲା ପଦାଧିକାରୀଙ୍କ ସହ ତୃଣମୂଳ ସଂଗଠକକୁ…

Read More

ଭୁବନେଶ୍ୱର: ମୟୁରଭଞ୍ଜ ଜିଲ୍ଲା ଅନ୍ତର୍ଗତ ବାଙ୍ଗିରିପୋଷି ଅଞ୍ଚଳରେ ହୋଇଥିବା ଗଣଦୁଷ୍କର୍ମ ଘଟଣାର ତଥ୍ୟ ଅନୁଧ୍ୟାନ କରିବା ପାଇଁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଭକ୍ତ ଚରଣ ଦାସ ଏକ ତଥ୍ୟ ଅନୁଧ୍ୟାନ କମିଟି ଗଠନ କରିଛନ୍ତି । ଉକ୍ତ କମିଟିରେ ସୁଶ୍ରୀ ସୁଶିଳା ତିରିଆ ଅଧ୍ୟକ୍ଷ ରହିଥିବା ବେଳେ ସୁସ୍ମିତା ଘୋଷାଲ, ସୁନିତା ନାୟକ, ବୃନ୍ଦାବତୀ ମହାପାତ୍ର ପ୍ରମୁଖ ସଭ୍ୟ ଭାବରେ ରହିଛନ୍ତି । ଉକ୍ତ କମିଟି ତୁରନ୍ତ ଘଟଣାର ଅନୁଧ୍ୟାନ କରି ଏକ ରିପୋର୍ଟ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଦାଖଲ କରିବା ପାଇଁ ପିସିସି ସଭାପତି ଶ୍ରୀ ଦାସ ନିର୍ଦ୍ଦେଶ ଦେଇଛନ୍ତି ।

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ଆଜି ତିଆନଜିନରେ 7 ବର୍ଷ ପରେ ଏକ ମଞ୍ଚରେ ସାକ୍ଷାତ କରିଛନ୍ତି। ଦୁଇ ନେତା ପ୍ରାୟ 50 ମିନିଟ୍ ଧରି ଦ୍ୱିପାକ୍ଷିକ ଆଲୋଚନା କରିଥିଲେ। ଆଲୋଚନାରେ କୈଳାସ ମାନସରୋବର ଯାତ୍ରା, ସୀମା ଚୁକ୍ତି, ବାଣିଜ୍ୟ ସମ୍ପର୍କ ଏବଂ ଦୁଇ ଦେଶ ମଧ୍ୟରେ ସମ୍ପର୍କ ଉନ୍ନତ କରିବା ବିଷୟରେ ଆଲୋଚନା ହୋଇଥିଲା। ଏହି ସମୟରେ ରାଷ୍ଟ୍ରପତି ଜିନପିଙ୍ଗ କହିଛନ୍ତି ଯେ ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟି ଖୁସି। ସେ ଆହୁରି କହିଛନ୍ତି ଯେ, ଡ୍ରାଗନ୍ ଏବଂ ହାତୀ ଏକାଠି ହୋଇଛନ୍ତି। ସେ ଚୀନକୁ ଡ୍ରାଗନ କହୁଥିବା ବେଳ ଭାରତକୁ ହାତୀ ବୋଲି ବର୍ଣ୍ଣନା କରିଛନ୍ତି।  ସେ କହିଛନ୍ତି ଯେ ଭାରତ ଏବଂ ଚୀନ୍ ବିଶ୍ୱର ଦୁଇଟି ସର୍ବପୁରାତନ ସଭ୍ୟତା ଏବଂ ସର୍ବାଧିକ ଜନସଂଖ୍ୟା ବିଶିଷ୍ଟ ଦେଶ। ଉଭୟ ଦେଶ ଦକ୍ଷିଣ ବିଶ୍ବର ଗୁରୁତ୍ୱପୂର୍ଣ୍ଣ ସଦସ୍ୟ ଏବଂ ସେମାନଙ୍କ ଲୋକଙ୍କ କଲ୍ୟାଣ ଏବଂ…

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଦିନ ତିଆନଜିନରେ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ ଭେଟିଥିଲେ। ଏହି ସମୟରେ ସେ ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ଆହୁରି ମଜବୁତ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ଗତ ବର୍ଷ କାଜାନରେ ହୋଇଥିବା ସଫଳ ଆଲୋଚନା ଭାରତ-ଚୀନ୍ ସମ୍ପର୍କକୁ ଏକ ସକାରାତ୍ମକ ଦିଗଦର୍ଶନ ଦେଇଛି। ସେ କହିଛନ୍ତି ଯେ ସୀମାରେ ସୈନ୍ୟ ପ୍ରତ୍ୟାହାର ପରେ ଶାନ୍ତି ଏବଂ ସ୍ଥିରତାର ପରିବେଶ ସୃଷ୍ଟି ହୋଇଛି। ଭାରତ ଏବଂ ଚୀନର ସ୍ୱତନ୍ତ୍ର ପ୍ରତିନିଧି ସୀମା ପରିଚାଳନା ଉପରେ ଏକ ଚୁକ୍ତିନାମାରେ ପହଞ୍ଚିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ଏହା ମଧ୍ୟ କହିଛନ୍ତି ଯେ କୈଳାସ ମାନସରୋବର ଯାତ୍ରା ପୁଣି ଥରେ ଆରମ୍ଭ ହୋଇଛି ଏବଂ ଦୁଇ ଦେଶ ମଧ୍ୟରେ ସିଧାସଳଖ ବିମାନ ଚଳାଚଳ ମଧ୍ୟ ଖୁବ୍ ଶୀଘ୍ର ଆରମ୍ଭ ହେବ। ସେ କହିଛନ୍ତି ଯେ ଭାରତ ଏବଂ ଚୀନ ମଧ୍ୟରେ ସହଯୋଗ 2.8 ବିଲିୟନ…

Read More

ଭୁବନେଶ୍ବର: ଆଜି ସ୍ବାୟତ୍ତ ଶାସନ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନୂଆ ୧୬ଟି ଏନଏସି ଏବଂ ୭ଟି ନୂଆ ମୁନିସିପାଲିଟି ନାମ ଘୋଷଣା କରିଛନ୍ତି। ତେବେ ନୂଆ ଏନଏସି ଘୋଷଣାରେ ରହିଛି ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀର ଟାଙ୍ଗି ସହର। ଏହାକୁ ଆଜି ମୁଖ୍ୟମନ୍ତ୍ରୀ ଏନଏସି ଭାବେ ଘୋଷଣା କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କ ଭେଟି ଧନ୍ୟବାଦ ଦେଇଛନ୍ତି ସାଂସଦ ଓ ଖୋର୍ଦ୍ଧା ବିଧାୟକ। ଆଜି ସାଂସଦ ଅପରାଜିତା ଷଡଙ୍ଗୀଙ୍କ ନେତୃତ୍ବରେ ଏକ ଦଳ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିଛନ୍ତି। ଏଥିରେ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ, ବିଜେପି ନେତା ଜଗନ୍ନାଥ ପ୍ରଧାନ, ପ୍ରିୟଦର୍ଶୀ ମିଶ୍ର ଏବଂ ଜଟଣୀର ବିଶ୍ବରଂଜନ ବଡଜେନା।

Read More