Author: Samikhsya Bureau

ନୂଆଦିଲ୍ଲୀ: ରୋହିଙ୍ଗ୍ୟା ବେଆଇନ ବିଦେଶୀମାନଙ୍କ ସଂକ୍ରାନ୍ତରେ କେତେକ ଗଣମାଧ୍ୟମରେ ପ୍ରକାଶିତ ଖବର ସଂକ୍ରାନ୍ତରେ ଏହା ସ୍ପଷ୍ଟ କରି ଦିଆଯାଇଛି ଯେ, ନୂଆଦିଲ୍ଲୀର ବାକରୱାଲା ଠାରେ ରୋହିଙ୍ଗ୍ୟା ବେଆଇନ ପ୍ରବାସୀମାନଙ୍କୁ ଇଡବ୍ଲ୍ୟୁଏସ୍‍ ଫ୍ଲାଟ ଯୋଗାଇବା ପାଇଁ ଗୃହ ମନ୍ତ୍ରଣାଳୟ (ଏମଏଚଏ) କୌଣସି ନିର୍ଦ୍ଦେଶ ଦେଇନାହିଁ। ରୋହିଙ୍ଗ୍ୟାମାନଙ୍କୁ ଏକ ନୂତନ ସ୍ଥାନକୁ ସ୍ଥାନାନ୍ତର କରିବାକୁ ଦିଲ୍ଲୀ ସରକାର ପ୍ରସ୍ତାବ ଦେଇଛନ୍ତି। ତେବେ ରୋହିଙ୍ଗ୍ୟା ବେଆଇନ ବିଦେଶୀମାନେ କାଞ୍ଚନ କୁଞ୍ଜ, ମଦନପୁର ଖଡର ଅଞ୍ଚଳରେ ବର୍ତ୍ତମାନ ଯେଭଳି ରହିବେ ତାହା ନିଶ୍ଚିତ କରିବାକୁ ଏମ୍‍ଏଚଏ ଦିଲ୍ଲୀ ସରକାରଙ୍କୁ ନିର୍ଦ୍ଦେଶ ଦେଇଛି, କାରଣ ଏମ୍‍ଏଚ୍‍ଏ ବିଦେଶ ମନ୍ତ୍ରାଳୟ ଜରିଆରେ ବେଆଇନ ବିଦେଶୀମାନଙ୍କୁ ଦେଶାନ୍ତରୀକରଣ ଲାଗି ସମ୍ପୃକ୍ତ ଦେଶ ସହିତ ଯୋଗାଯୋଗରେ ଅଛି। ବେଆଇନ ବିଦେଶୀମାନଙ୍କୁ ଆଇନ ଅନୁଯାୟୀ ଦେଶାନ୍ତରୀକରଣ କରାଯିବା ପର୍ଯ୍ୟନ୍ତ ଅଟକ କେନ୍ଦ୍ରରେ ରଖାଯିବ। ଦିଲ୍ଲୀ ସରକାର ବର୍ତ୍ତମାନର ରହଣି ସ୍ଥାନକୁ ଅଟକ କେନ୍ଦ୍ର ଭାବରେ ଘୋଷଣା କରି ନାହାଁନ୍ତି। ତୁରନ୍ତ ଏଭଳି ଘୋଷଣା କରିବାକୁ…

Read More

ଦିଲ୍ଲୀ: ନିକଟରେ କିଛି ଗଣ ମାଧ୍ୟମ ରିପୋର୍ଟରେ ଦର୍ଶା ଯାଇଥିଲା ଯେ ଟ୍ରେନରେ ଯାତ୍ରା କରୁଥିବା ପିଲା ମାନଙ୍କ ପାଇଁ ଟିକେଟ୍ ବୁକିଂ ନେଇ ଭାରତୀୟ ରେଳ ନିୟମକୁ ପରିବର୍ତ୍ତନ କରି ଦେଇଛି। ଏହି ରିପୋର୍ଟ ଗୁଡିକରେ ଦାବି କରା ଯାଇଥିଲା ଯେ, ଏବେ ଏକରୁ ଚାରି ବର୍ଷ ପର୍ଯ୍ୟନ୍ତ ବୟସର ପିଲା ମାନଙ୍କ ନିମନ୍ତେ ଟ୍ରେନରେ ଯାତ୍ରା କରିବା ପାଇଁ ଟିକେଟ୍ କରିବାକୁ ପଡିବ। ଏହି ଖବର ଗୁଡିକ ଏବଂ ଗଣ ମାଧ୍ୟମର ରିପୋର୍ଟ ଗୁଡିକ ବିଭ୍ରାନ୍ତିକର ଅଟେ। ଏହା ସୂଚିତ କରା ଯାଇଛି ଯେ, ଟ୍ରେନରେ ଯାତ୍ରା କରୁଥିବା ପିଲାମାନଙ୍କ ପାଇଁ ଟିକେଟ୍ ବୁକିଂ ନେଇ ଭାରତୀୟ ରେଳବାଇ କୌଣସି ପରିବର୍ତ୍ତନ ଆଣି ନାହିଁ। ଯାତ୍ରୀ ମାନଙ୍କର ଚାହିଦା ଅନୁଯାୟୀ, ଟିକେଟ୍ କିଣିବା ପାଇଁ ଏବଂ ୫ ବର୍ଷରୁ କମ୍ ପିଲା ମାନଙ୍କ ନିମନ୍ତେ ବର୍ଥ ବୁକ୍ କରିବା ପାଇଁ ସେମାନଙ୍କୁ ଏକ ବିକଳ୍ପ ଦିଆ ଯାଇଛି। ଏବଂ…

Read More

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ବାହୁବଲୀ ନେତା ମୁଖତାର୍ ଅନସାରୀଙ୍କ ପରିସରରେ ଇଡି ଚଢାଉ ଜାରି ରହିଛି। ଦିଲ୍ଲୀ ଏବଂ ଉତ୍ତରପ୍ରଦେଶର ମୁଖତାର ଅନସାରୀର ୧୧ ଟି ସ୍ଥାନରେ ଇଡିର ଏହି ଚଢାଉ ଚାଲିଛି। ସୂଚନାନୁସାରେ, ମୁଖତାର ସିଏଙ୍କ ସମେତ ସମ୍ପର୍କୀୟ ଏବଂ ସହଯୋଗୀଙ୍କ ଠାରେ ଚଢାଉ ଜାରି ରହିଛି। ଲକ୍ଷ୍ନୌର ଇଡି ଦଳ ଗାଜିପୁରର ମହମ୍ମଦାବାଦରେ ମୁଖତାର ଅନସାରୀଙ୍କ ଘରେ ପହଞ୍ଚିଛନ୍ତି। ଏହା ବ୍ୟତୀତ ଟାଉନ ହଲରେ ଖାନ ବସ୍ ସର୍ଭିସର ମାଲିକ, ସୁନା ବ୍ୟବସାୟୀ ବିକ୍ରମ ଅଗ୍ରହରୀ ଏବଂ ପ୍ରପର୍ଟି ଡିଲର ଗଣେଶ ଦତ୍ତ ମିଶ୍ରଙ୍କ ଉପରେ ମଧ୍ୟ ଚଢାଉ କରାଯାଇଛି। ଗଣେଶ ଦତ୍ତ ମିଶ୍ର, ବିକ୍ରମ ଅଗ୍ରହରୀ ଏବଂ ମୁସ୍ତାକ୍ ଖାନ୍ ମୁଖତାର୍ ଅନସାରୀଙ୍କ ନିକଟତର ଅଟନ୍ତି। ଇଡି ଟିମ୍ ପୋଲିସ୍ ଫୋର୍ସ ସହିତ ସମସ୍ତଙ୍କ ବାସଭବନକୁ ଘେରି ରହିଛି।

Read More

ଭୁବନେଶ୍ବର: ଗତକାଲି ରାଜ୍ୟରେ ୨୮୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଆଉ ୪୮୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ଆଜି ୪୮୨ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୦-୧୮ ବର୍ଷର ୧୦୮ ଜଣ ପିଲା ଥିବା ବେଳେ କ୍ୱାରେଣ୍ଟାଇନରୁ ୨୮୩ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୧୯୯ ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା… ଅନୁଗୁଳ ଜିଲ୍ଲାରୁ- ୧ ବାଲେଶ୍ଵର ଜିଲ୍ଲାରୁ- ୯ ବରଗଡ ଜିଲ୍ଲାରୁ- ୯ ଭଦ୍ରକ ଜିଲ୍ଲାରୁ- ୨ ବଲାଙ୍ଗୀରି ଜିଲ୍ଲାରୁ- ୨୪ ବୌଦ୍ଧ ଜିଲ୍ଲାରୁ- ୩୭ କଟକ ଜିଲ୍ଲାରୁ- ୧୬ ଦେବଗଡ ଜିଲ୍ଲାରୁ- ୪ ଗଜପତି ଜିଲ୍ଲାରୁ- ୬ ଜଗତସିଂହପୁର ଜିଲ୍ଲାରୁ- ୨ ଯାଜପୁର ଜିଲ୍ଲାରୁ- ୧୦ ଝାରସୁଗୁଡା ଜିଲ୍ଲାରୁ- ୮ କଳାହାଣ୍ଡି ଜିଲ୍ଲାରୁ- ୧୬ କନ୍ଧମାଳ ଜିଲ୍ଲାରୁ- ୭ କେନ୍ଦ୍ରପଡା ଜିଲ୍ଲାରୁ- ୬ କେନ୍ଦୁଝର ଜିଲ୍ଲାରୁ- ୧୦ ଖୋର୍ଦ୍ଧା ଜିଲ୍ଲାରୁ- ୭୧ କୋରାପୁଟ ଜିଲ୍ଲାରୁ- ୫ ମୟୂରଭଞ୍ଜ…

Read More

ନୂଆଦିଲ୍ଲୀ: କେନ୍ଦ୍ରୀୟ ଉପଭୋକ୍ତା ସୁରକ୍ଷା ପ୍ରାଧିକରଣ-ସିସିପିଏ ବାଧ୍ୟତାମୂଳକ ମାନକକୁ ଉଲଂଘନ କରି ଘରୋଇ ପ୍ରେସର କୁକରର ବିକ୍ରି ପାଇଁ ଅନୁମତି ଦେବା ହେତୁ ଇ-କମର୍ସ ପ୍ଲାଟଫର୍ମ ‘ଫ୍ଲିପକାର୍ଟ’ ଦ୍ବାରା ଗ୍ରାହକ ଅଧିକାରର ଉଲଙ୍ଘନ ମାମଲାରେ ଏକ ଆଦେଶ ପାରିତ କରିଛନ୍ତି। ମୁଖ୍ୟ ଆୟୁକ୍ତ ନିଧି ଖରେଙ୍କ ଅଧ୍ୟକ୍ଷତାରେ, ସିପିପିଏ ଫ୍ଲିପକାର୍ଟକୁ ନିଜର ପ୍ଲାଟଫର୍ମରେ ବିକ୍ରି ହେଉଥିବା ସମସ୍ତ 598 ପ୍ରେସର କୁକର ବିଷୟରେ ଗ୍ରାହକମାନଙ୍କୁ ସୂଚୀତ କରିବା, ପ୍ରେସର କୁକରକୁ ଫେରସ୍ତ ନେବା ଏବଂ ଗ୍ରାହକମାନଙ୍କୁ ସେମାନଙ୍କର ମୂଲ୍ୟର ଭରଣା କରିବା ଏବଂ 45 ଦିନ ମଧ୍ୟରେ ଏହାର ଅନୁପାଳନ ରିପୋର୍ଟ ପ୍ରସ୍ତୁତ କରିବାର ନିର୍ଦ୍ଦେଶ ଦେଇଛନ୍ତି। କମ୍ପାନୀକୁ ନିଜର ଇ-କମର୍ସ ପ୍ଲାଟଫର୍ମରେ ଏପରି ପ୍ରେସର କୁକର ବିକ୍ରିର ଅନୁମତି ଦେବା ଏବଂ ଗ୍ରାହକମାନଙ୍କ ଅଧିକାରକୁ ଉଲ୍ଲଂଘନ କରିବା ହେତୁ 100,000 ଟଙ୍କାର ଜରିମାନା ପ୍ରଦାନ କରିବାର ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। କେନ୍ଦ୍ର ସରକାର, ସମୟକୁ ସମୟ, ଗୁଣବତ୍ତା ନିୟନ୍ତ୍ରଣ ଆଦେଶ…

Read More

ଭୁବନେଶ୍ବର: ଜୀ ସାର୍ଥକରେ ଆସନ୍ତା ଅଗଷ୍ଟ ୨୦ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଓଡିଶାର ସବୁଠାରୁ ବଡ ସିଂଗିଙ୍ଗ ରିୟାଲିଟି ସୋ ‘ସା ରେ ଗା ମା ପା – ସ୍ୱରର ମହାମଞ୍ଚ’। ନିକଟରେ ଏହାର ସମସ୍ତ ଅଡିସନ ଶେଷ ହୋଇଥିବା ବେଳେ ଆସନ୍ତା ଅଗଷ୍ଟ ୨୦ ତାରିଖରୁ ପ୍ରତି ଶନିବାର ଓ ରବିବାର ରାତି ୯ଟା ୩୦ରେ ଏହାର ପ୍ରସାରଣ କରାଯିବ। ଓଡିଶାର ସବୁଠାରୁ ବଡ ଏହି ମ୍ୟୁଜିକ ରିୟଲିଟି ସୋ’ରେ ଜଜ୍ ଭାବେ ରହିଛନ୍ତି ଯୁବପିଢ଼ୀଙ୍କ ପ୍ରଥମ ପସନ୍ଦ କଣ୍ଠଶିଳ୍ପୀ କୁଲଦୀପ ପଟ୍ଟନାୟକ ଓ ଦିପ୍ତୀରେଖା ପାଢ଼ୀ। ମହାଗୁରୁ ଭାବେ ପ୍ରତିଷ୍ଠିତ କଣ୍ଠଶିଳ୍ପୀ ଇରା ମହାନ୍ତି ନଜର ଆସିଛନ୍ତି। ବର୍ଷ ବର୍ଷ ଧରି ଓଡିଆ ସଂଗୀତ ଦୁନିଆରେ ନିଜର ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଥିବା ଇରାଙ୍କୁ ପ୍ରଥମ ଥର ପାଇଁ ମ୍ୟୁଜିକ ରିୟଲିଟି ସୋ’ରେ ମହାଗୁରୁ ଭାବେ ଦେଖିବାକୁ ମିଳିବ। ଜୀ ସାର୍ଥକରେ ପ୍ରସାରିତ ଓଡିଶାର ସବୁଠାରୁ ବଡ…

Read More

ଭୁବନେଶ୍ବର: ଓଡ଼ିଶାରୁ ଚୁକ୍ତିଭିତ୍ତିକ ନିଯୁକ୍ତି ଉଚ୍ଛେଦ ପ୍ରସଙ୍ଗରେ ପୂର୍ବ ନିର୍ଦ୍ଧାରିତ ଅନୁଯାୟୀ ଓଡିଶା ସରକାରୀ ଚୁକ୍ତିଭିତ୍ତିକ କର୍ମଚାରୀ ମହାସଙ୍ଘ ପକ୍ଷରୁ ଅଗଷ୍ଟ ୧୬ ତାରିଖରୁ ସପ୍ତାହ ବ୍ୟାପି ରାଜ୍ୟ ସରକାରଙ୍କ ଅଧୀନରେ କାର୍ଯ୍ୟରତ ସମସ୍ତ ସରକାରୀ ଚୁକ୍ତିଭିତ୍ତିକ କର୍ମଚାରୀମାନଙ୍କ ଦ୍ୱାରା କଳାବ୍ୟାଚ ପରିଧାନ ସହିତ ଶାନ୍ତିପୂର୍ଣ୍ଣ ଭାବେ ନିଜର ଯଥୋଚିତ ଦାବି ସରକାରଙ୍କ ନିକଟରେ ଉପସ୍ଥାପନା କରାଯାଉଛି। ଉକ୍ତ ବିକ୍ଷୋଭ ପ୍ରଦର୍ଶନରେ ଓଡିଶା ସରକାରଙ୍କ ସମସ୍ତ ବିଭାଗ ଯଥା ଶିକ୍ଷା, ସ୍ୱାସ୍ଥ୍ୟ, ବାଣିଜ୍ୟ, ପରିବହନ, ଅର୍ଥ, ଶିଳ୍ପ,ସାମଜିକ ସୁରକ୍ଷା,କୃଷି ଏବଂ ପଶୁସମ୍ପଦ, ଜଙ୍ଗଲ ଏବଂ ପରିବେଶ, ଶ୍ରମ, ପୋଲିସ ଏବଂ ଅଗ୍ନିଶମ ଆଦି ବିଭିନ୍ନ ବିଭାଗ ରୁ କାର୍ଯ୍ୟରତ କର୍ମଚାରୀ ମାନେ ପ୍ରତେକ ଜିଲ୍ଲା, ବ୍ଲକ ସ୍ତରରେ ଅବସ୍ଥାପିତ ମୁଖ୍ୟ ଦପ୍ତର ଠାରୁ ଆରମ୍ଭକରି ଭୁବନେଶ୍ୱର ବିଭାଗୀୟ ମୁଖ୍ୟ କାର୍ଯ୍ୟଳୟରେ କାର୍ଯ୍ୟରତ ସମସ୍ତ ସରକାରୀ ଚୁକ୍ତିଭିତ୍ତିକ କର୍ମଚାରୀମାନେ କଳା ବ୍ୟାଚ୍ ପରିଧାନ ସହ ଶାନ୍ତିପୂର୍ଣ୍ଣ ବିକ୍ଷୋଭ ପ୍ରଦର୍ଶନରେ ସାମିଲ ହେଇଥିଲେ। ଛଅ ବର୍ଷୀୟା…

Read More

ଭୁବନେଶ୍ବର: ବିଜ୍ଞାନ ଓ କାରିଗରୀ ବିଭାଗ ଆନୁକୂଲ୍ୟରେ ରାଜ୍ୟ ବିଜ୍ଞାନ ଓ କାରିଗରୀ ପରିଷଦ ଏବଂ ଭୁବନେଶ୍ୱର ସିଟି ନଲେଜ ଇନୋଭେସନ୍‌ କ୍ଳଷ୍ଟର (ବିସିକେଆଇସି) ଫାଉଣ୍ଡେସନ୍‌ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଯାଇଛି। ଆଜି ଅପରାହ@ରେ ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡାଙ୍କ ଉପସ୍ଥିତିରେ ଏହା ସ୍ୱାକ୍ଷରିତ ହୋଇଛି। ସମ୍ମିଳିତ ଉଦ୍ୟମରେ ବିଜ୍ଞାନ ଓ କାରିଗରୀ କାର୍ଯ୍ୟକ୍ରମ ତଥା ଅଭିନବ ଭିତ୍ତିଭୂମିର ଉନ୍ନତିକରଣ ଉପରେ ବୁଝାମଣାପତ୍ରରେ ଗୁରୁତ୍ୱାରୋପ କରାଯାଇଛି। ବିଜ୍ଞାନ ଓ କାରିଗରୀ କ୍ଷେତ୍ରରେ ରାଜ୍ୟର ସାମର୍ଥ୍ୟକୁ ଏପରି ପଦକ୍ଷେପ ଅଧିକ ସାହାଯ୍ୟ କରିବ ବୋଲି ଉଲ୍ଲେଖ କରି ମନ୍ତ୍ରୀ ଶ୍ରୀ ପଣ୍ଡା ରାଜ୍ୟରେ ବିଜ୍ଞାନ ଶିକ୍ଷା, ଗବେଷଣା, ଯୋଗାଯୋଗ ଓ ନୂତନ ଉଦ୍ଭାବନ ଇତ୍ୟାଦିକୁ ପ୍ରୋତ୍ସାହନ ଦେବାରେ ଏପରି ବୁଝାମଣା ଲାଭଦାୟକ ହେବ ବୋଲି ଆଶା ପ୍ରକାଶ କରିଛନ୍ତି। ସେ ମଧ୍ୟ ରାଜ୍ୟରେ ବାୟୋଟେକ୍‌ନୋଲୋଜି କ୍ଷେତ୍ରରେ ଅଭିବୃଦ୍ଧି ଉପରେ ଗୁରୁତ୍ୱ ଦେଇଛନ୍ତି। ବୁଝାମଣାପତ୍ର ଅନୁସାରେ ବିଜ୍ଞାନ…

Read More

ଭୁବନେଶ୍ବର, ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିକୁ ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମଦିବସ ବା ଜନ୍ମାଷ୍ଟମୀ ରୂପେ ପାଳନ କରାଯାଏ। ହିନ୍ଦୁ ଧର୍ମର ଏହା ହେଉଛି ଏକ ବଡ ପର୍ବ। ଏହି ଦିନ ପ୍ରାୟତଃ ସମସ୍ତେ ଉପବାସ ଗ୍ରହଣ କରିଥାନ୍ତି। ଓଡିଶାର ବିଭିନ୍ନ ସ୍ଥାନରେ ଏହି ଦିନ ସ୍ବତନ୍ତ୍ର ଉତ୍ସବ ପାଳନ କରାଯାଇଥାଏ। ଶ୍ରୀମନ୍ଦିରରେ ମଧ୍ୟ ଜନ୍ମାଷ୍ଠମୀ ପର୍ବ ଦିନ ସ୍ବତନ୍ତ୍ର ନୀତି କରାଯାଇଥାଏ। ବେଦବାଣୀ ଓ ଜ୍ୟୋତିଷ ଗଣନାନୁସାରେ ଭଗବାନ ଶ୍ରୀକୃଷ୍ଣ, ଦ୍ବାପର ଯୁଗ ଶେଷ ଭାଗରେ ଧରାଧାମରେ ଅବତୀର୍ଣ୍ଣ ହେଇଥିଲେ। ତାଙ୍କର ଲୀଳା ଅବଧୀ ଥିଲା ୧୨୫ ବର୍ଷ ୭ ମାସ । ଯେଉଁ ଦିନ କୃଷ୍ଣଙ୍କର ପରଲୋକ ହେଲା ସେଦିନଠାରୁ କଳି ଯୁଗ ଆରମ୍ଭ ହେଇଛି। ବର୍ତ୍ତମାନ କଳିଯୁଗ ଯୁଗାଦ୍ଦ ୫୧୧୩ ଚାଲିଛି। ତେଣୁ ଆଜକୁ ୫୨୩୮ ବର୍ଷ ପୂର୍ବେ ଲୀଳା ପୁରୁଷୋତ୍ତମ ଏହି ଧରାଧାମରେ ଅବତରଣ କରିଥିଲେ। ଗବେଷକଙ୍କ ମତରେ ଖ୍ରୀଷ୍ଟପୂର୍ବ ୩୨୨୭ ପୂର୍ଣ୍ଣମାନ୍ତ ଭାଦ୍ର କୃଷ୍ଣ…

Read More

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଦ୍ୱାରା ଅନୁମୋଦିିତ ବାର୍ଷିକ ତାଲିକା ହିସାବରେ ଏ ବର୍ଷ ଗଣେଶ ପୂଜା ଅବସରରେ ସମ୍ବଲପୁରୀ ବସ୍ତ୍ରାଳୟ ଦ୍ୱାରା ଏକ ସ୍ୱତନ୍ତ୍ର ହସ୍ତତନ୍ତ ମେଳା-୨୦୨୨ ଭୁବନେଶ୍ୱରସ୍ଥିତ ଏକାମ୍ର ହାଟଠାରେ ଆୟୋଜନ କରାଯାଇଅଛି। ରାଜ୍ୟରେ ଥିବା ବିଭିନ୍ନ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ (ଏସ୍‌ଏଚ୍‌ଜି) ମାନଙ୍କରେ ଜଡିତଥିବା ବୁଣାକାରମାନଙ୍କ ଦ୍ୱାରା ପ୍ରସ୍ତୁତ ଲୁଗାର ବିକ୍ରୟ ବୃଦ୍ଧି କରି ତାଙ୍କୁ ନିୟମିତ କାମ ଯୋଗାଇଦେବା ପାଇଁ ରାଜ୍ୟ ସରକାରଙ୍କ Pକ୍ସଓଔ-୨୦୨୨-୨୩ ଯୋଜନାରେ ଏହା ଅନୁଷ୍ଠିତ ହୋଇଅଛି। ଆଜି ଏହି ମେଳାକୁ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ଶ୍ରୀମତୀ ରୀତା ସାହୁ ଉଦ୍‌ଘାଟନ କରିଛନ୍ତି। ଏହି ଉସିବରେ ବୟନଶିଳ୍ପ ନିର୍ଦ୍ଦେଶକ ଶ୍ରୀଯୁକ୍ତ ସୁଶାନ୍ତ କୁମାର ଦାଶ, ସମ୍ବଲପୁରୀ ବସ୍ତ୍ରାଳୟର ସଂପାଦକ ଶ୍ରୀଯୁକ୍ତ ସଂପୂର୍ଣ୍ଣାନନ୍ଦ ପ୍ରଧାନ, ଓ ସମ୍ବଲପୁରୀ ବସ୍ତ୍ରାଳୟ, ବରଗଡର ବାଣିଜ୍ୟ ଅଧିକାରୀ ଶ୍ରୀଯୁକ୍ତ ହେମନ୍ତ କୁମାର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। ଏହି…

Read More

ମେଷ : ଜନ୍ମାଷ୍ଟମୀ ଦିନ ଲାଭଦାୟକ ହେବ। ଆଜି ବ୍ୟବସାୟ ଅନୁକୂଳ ଲାଭ ଦେବ। ତୁମେ ତୁମର ଜୀବନସାଥୀଙ୍କଠାରୁ ସମର୍ଥନ ପାଇବ। ଚାକିରିରେ କାମକୁ ପ୍ରଶଂସା କରାଯିବ। ଆଜିର ଦିନଟି ଭଲ ଆକାରରେ କଟିବ। କାରବାରକୁ ଶୀଘ୍ର କର ନାହିଁ। ବୁଦ୍ଧିମାନ ଭାବରେ ଆପଣଙ୍କର ବିନିଯୋଗ ପ୍ରବେଶ କରନ୍ତୁ। ଉପକୃତ ହେବ। ଭାଗ୍ୟ ଅନୁକୂଳ ହେବ। ଲାଭ ସୁଯୋଗ ଆସିବ। ପ୍ରଲୋଭିତ ହୁଅ ନାହିଁ। ଆପଣ କୋର୍ଟର କାର୍ଯ୍ୟରୁ ମୁକ୍ତି ପାଇପାରିବେ। ବୃଷ : ସ୍ଥାୟୀ ସମ୍ପତ୍ତି କ୍ରୟ ଏବଂ ବିକ୍ରୟ ହୋଇପାରେ। ଦୀର୍ଘ ବିଚାରାଧୀନ କାର୍ଯ୍ୟ ସମାପ୍ତ ହେବାର ସମ୍ଭାବନା ଅଛି। ଜନମାଷ୍ଟମୀ ଦିନ ବହୁତ ଲାଭ ଆଣିପାରେ। ବେକାରୀ ସମସ୍ୟା ଦୂର କରିବା ପାଇଁ ପ୍ରୟାସ ସଫଳ ହେବ। ପ୍ରଗତିର ରାସ୍ତା ଖୋଲିଯିବ। ଶତ୍ରୁମାନଙ୍କଠାରୁ ସତର୍କତା ଆବଶ୍ୟକ। କ୍ଷତି କରିବାକୁ ଚେଷ୍ଟା କରିବେ। ସୁଖ ମିଳିବ। ମିଥୁନ : ଛାତ୍ର ଶ୍ରେଣୀ ସଫଳତା ହାସଲ କରିବ। ପାର୍ଟୀ ଏବଂ ପିକନିକ୍ ଉପଭୋଗ କରାଯିବ। ଆପଣ…

Read More

ଭୁବନେଶ୍ୱର: ରାଜ୍ୟରେ ସୃଷ୍ଟି ହୋଇଥିବା ବନ୍ୟା ପରିସ୍ଥିତିରେ ଖରିଫ ଫସଲର ପରିଚାଳନା ଏବଂ ଆବଶ୍ୟକ ସ୍ଥଳେ ବିକଳ୍ପ ଫସଲ ଚାଷ ନିମନ୍ତେ ପଦକ୍ଷେପ ନେବା ପାଇଁ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ବିଭିନ୍ନ ବ୍ୟବସ୍ଥା ଗ୍ରହଣ କରାଯାଇଛି। କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ନିର୍ଦ୍ଦେଶକ୍ରମେ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶାଳୟ ପକ୍ଷରୁ ସମସ୍ତ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀମାନଙ୍କୁ ଏ ଦିଗରେ ପୂର୍ବପ୍ରସ୍ତୁତି ସହିତ ବନ୍ୟା ପ୍ରଭାବିତ ଅଞ୍ଚଳରେ ଚଳିତ ଖରିଫରେ ବିକଳ୍ପ ଚାଷର କଣ୍ଟିଜେନ୍‌ସି ପ୍ଲାନ୍‌ ଅଗଷ୍ଟ ୨୨ ତାରିଖ ସୁଦ୍ଧା ଦାଖଲ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ପୂର୍ବରୁ ପ୍ରସ୍ତୁତ ହୋଇଥିବା ବିପର୍ଯ୍ୟୟ ପରିଚାଳନାର ମାର୍ଗଦର୍ଶିକାକୁ ଅନୁପାଳନ ସମେତ ବନ୍ୟା ପରିସ୍ଥିତିରେ ଚାଷୀମାନେ କଅଣ କରିବେ ଓ କଅଣ କରିବେ ନାହିଁ, ସେ ସଂପର୍କରେ ବ୍ୟାପକ ସଚେତନତା ସୃଷ୍ଟି କରିବା ପାଇଁ ଜିଲ୍ଲା କୃଷି…

Read More

ଭୁବନେଶ୍ବର: ବର୍ତ୍ତମାନର ବନ୍ୟା ପରିସ୍ଥିତି ସମ୍ପର୍କରେ ଆଜି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀମତୀ ପ୍ରମିଳା ମଲ୍ଲିକ ସମୀକ୍ଷା କରିଥିଲେ । ଏହି ବୈଠକରେ ସ୍ୱତନ୍ତ୍ର ରିଲିଫ କମିଶନର ଶ୍ରୀ ପ୍ରଦୀପ ଜେନା, ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଶ୍ରୀ ବିଜୟ ମିଶ୍ର ଓ ଅନ୍ୟ ବରିଷ୍ଠ ଯନ୍ତ୍ରୀମାନେ ଉପସ୍ଥିତ ଥିଲେ। ବୈଠକରେ ବିଭିନ୍ନ ନଦୀର ଜଳସ୍ତର, ଆଗାମୀ ଲଘୁଚାପ ଓ ଏହାର ପ୍ରଭାବ ସମ୍ପର୍କରେ ଆଲୋଚନା ହେବା ସହ, ଘାଇ ଓ ଘଳିଆଗୁଡିକର ତୁରନ୍ତ ମରାମତି, ବନ୍ୟାପ୍ଲାବିତ ଅଞ୍ଚଳର ଲୋକମାନଙ୍କୁ ନିରାପଦ ସ୍ଥାନାନ୍ତରିକରଣ ଓ ରହିବାଖାଇବା, ପାନୀୟ ଜଳ ଓ ପରିମଳ ଉପରେ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା। ସମୀକ୍ଷା ବୈଠକ ପରେ ଉପସ୍ଥିତ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ମନ୍ତ୍ରୀ ଶ୍ରୀମତୀ ମଲ୍ଲିକ କହିଲେ ଯେ, ବର୍ତ୍ତମାନ ସମୟରେ କେନ୍ଦ୍ରାପଡା, ଜଗତସିଂହପୁର, କଟକ, ପୁରୀ ଓ ଖୋର୍ଦ୍ଧା ଜିଲ୍ଲା ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛି। ଲୋକମାନଙ୍କୁ ସୁରକ୍ଷିତ ଆଶ୍ରୟସ୍ଥଳିକୁ ପଠାଯାଇ…

Read More

ଭୁବନେଶ୍ବର: ଆଜି ଦଶମ ଓ ଦ୍ବାଦଶ ଶ୍ରେଣୀର ସିବିଏସଇ ପରୀକ୍ଷାରେ ଉଲ୍ଲେଖନୀୟ କୃତୀତ୍ବ ହାସଲ କରିଥିବା ମଦରସ ପବ୍ଲିକ ସ୍କୁଲର ଛାତ୍ରୀମାନେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ନବୀନ ନିବାସଠାରେ ଭେଟିବା ଅବସରରେ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଥିଲେ। ଏହି ଛାତ୍ରୀ ମାନେ ହେଲେ ଦଶମ ଶ୍ରେଣୀର ଶ୍ରେୟା ପଟ୍ଟନାୟକ ଓ ସ୍ବୟଂଶ୍ରୀ ଗହନ ଏବଂ ଦ୍ବାଦଶ ଶ୍ରେଣୀର ଶ୍ରେୟା ଶ୍ରୀପଦା। ଏମାନେ ସମସ୍ତେ ଭୁବନେଶ୍ବରସ୍ଥିତ ମଦରସ୍‌ ପବ୍ଲିକ୍‌ ସ୍କୁଲର ଛାତ୍ରୀ। ଶ୍ରେୟା ଦଶମ ଶ୍ରେଣୀରେ ଶତ ପ୍ରତିଶତ ନମ୍ବର ରଖି ସର୍ବଭାରତୀୟ ସ୍ତରରେ ଶ୍ରେଷ୍ଠ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସ୍ଥାନ ହାସଲ କରିଥିବା ବେଳେ ସ୍ବୟଂଶ୍ରୀ ୯୯.୬ ପ୍ରତିଶତ ନମ୍ବର ରଖିଛନ୍ତି। ସେହିପରି ଦ୍ବାଦଶ ଶ୍ରେଣୀର ଶ୍ରେୟା ଶ୍ରୀପଦା ୯୭ ପ୍ରତିଶତ ନମ୍ବର ରଖିଛନ୍ତି। ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଅଭିନନ୍ଦନ ଜଣାଇଥିଲେ ଏବଂ ସେମାନଙ୍କର ଭବିଷ୍ୟତର ଲକ୍ଷ୍ୟ ସଂପର୍କରେ ପଚାରି ବୁଝିଥିଲେ। ଶ୍ରେୟା ପଟ୍ଟନାୟକ ଭବିଷ୍ୟତରେ ଜଣେ ଡାକ୍ତର ହେବାକୁ…

Read More

ନୂଆଦିଲ୍ଲୀ: ତିନି ଲକ୍ଷ ଟଙ୍କା ପର‌୍ୟ୍ୟନ୍ତ ସ୍ୱଳ୍ପ ଅବଧିର କୃଷି ଋଣ ଉପରେ ବାର୍ଷିକ ୧.୫ ପ୍ରତିଶତ ସୁଧ ରିହାତି ଯୋଗାଇ ଦେବେ କେନ୍ଦ୍ର ସରକାର। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ସବୁ ଋଣ ଲଗାଣକାରୀ ସଂସ୍ଥା ପାଇଁ ୧.୫ ପ୍ରତିଶତ ସୁଧ ରିହାତି ପ୍ରସ୍ତାବକୁ ମଞ୍ଜୁରି ମିଳିଛି। ତେଣୁ ସବୁ ଋଣ ଲଗାଣକାରୀ ଆର୍ଥିକ ସଂସ୍ଥା ଯଥା: ସରକାରୀ ବ୍ୟାଙ୍କ, ଘରୋଇ ବ୍ୟାଙ୍କ, କ୍ଷୁଦ୍ର ଆର୍ଥିକ ବ୍ୟାଙ୍କ, ଆଞ୍ଚଳିକ ଗ୍ରାମୀଣ ବ୍ୟାଙ୍କ, ସମବାୟ ବ୍ୟାଙ୍କ ଏବଂ ବାଣିଜ୍ୟିକ ବ୍ୟାଙ୍କମାନଙ୍କ ସହ ସିଧାସଳଖ ଯୋଡ଼ି ହୋଇଥିବା କମ୍ପ୍ୟୁଟରୀକୃତ ପ୍ରାଥମିକ କୃଷି ସମିତିମାନଙ୍କୁ ବାର୍ଷିକ ଦେଢ଼ ପ୍ରତିଶତ ସୁଧ ରିହାତି ମିଳିବ। ଆର୍ଥିକ ଋଣ ଲଗାଣକାରୀ ସଂସ୍ଥାମାନେ ଏହି ଦେଢ଼ ପ୍ରତିଶତ ସୁଧ ରିହାତି ସୁବିଧା ଚାଷୀମାନଙ୍କୁ ଯୋଗାଇ ଦେବେ। ୨୦୨୨-୨୩ ଆର୍ଥିକ ବର୍ଷ ଠାରୁ ୨୦୨୪-୨୫ ଆର୍ଥିକ ବର୍ଷ ପର‌୍ୟ୍ୟନ୍ତ ୩ ଲକ୍ଷ ଟଙ୍କା…

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ସ୍ୱୀକାର୍ଯ୍ୟ ଗ୍ୟାରେଣ୍ଟି ସୀମା ବୃଦ୍ଧି ପାଇଁ ଜରୁରିକାଳୀନ କ୍ରେଡିଟ୍ ଲାଇନ୍ ଗ୍ୟାରେଣ୍ଟି ଯୋଜନା ବା ଇସିଏଲଜିଏସ ର ପାଣ୍ଠି ବା କର୍ପସ୍ ବୃଦ୍ଧି ପ୍ରସ୍ତାବକୁ ମଞ୍ଜୁର କରାଯାଇଛି। ଇସିଏଲଜିଏସର ସୀମାରେ ୫୦,୦୦୦ କୋଟି ଟଙ୍କା ବୃଦ୍ଧି କରାଯାଇଛି, ଫଳରେ ଏହା ୪.୫ ଲକ୍ଷ କୋଟି ଟଙ୍କାରୁ ୫ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି। ଅତିରିକ୍ତ ପରିମାଣର ପାଣ୍ଠିକୁ କେବଳ ଆତିଥ୍ୟ ଏବଂ ତତସଂକ୍ରାନ୍ତ କ୍ଷେତ୍ର ପାଇଁ ଆବଣ୍ଟନ କରାଯାଇଛି। କୋଭିଡ-୧୯ ମହାମାରୀ କାରଣରୁ ଆତିଥ୍ୟ ବା ହସ୍ପିଟାଲିଟୀ ଏବଂ ଏହାର ଆନୁସଙ୍ଗିକ କ୍ଷେତ୍ର ବିଶେଷ ଭାବେ ପ୍ରଭାବିତ ହୋଇଥିଲା। ଏହାକୁ ଦୃଷ୍ଟିରେ ରଖି ଇସିଏଲଜିଏସ ସୀମାରେ ବୃଦ୍ଧି ନିମନ୍ତେ ନିଷ୍ପତ୍ତି ନିଆଯାଇଛି। ଏହି ଇସିଏଲଜିଏସ ଯୋଜନା ବର୍ତ୍ତମାନ ଜାରି ରହିଛି। ୩୧ ମାର୍ଚ୍ଚ ୨୦୨୩ ପର‌୍ୟ୍ୟନ୍ତ ଏହି ଯୋଜନାର ଅବଧି ରହିଛି। ସେ ପର୍ଯ୍ୟନ୍ତ ଆତିଥ୍ୟ ଏବଂ…

Read More

ସୀତାରାମ ଅଗ୍ରୱାଲ ବାଣପୁର: ଆଜି ଅପରାହ୍ନରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଠାରେ ଏକ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଆଜାଦି କି ଅମୃତ ମହୋତ୍ସବ ଉପଲକ୍ଷେ ଉକ୍ତ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ୭୫ ମିଟର ଲମ୍ବା ତ୍ରିରଙ୍ଗା ପତାକାକୁ ଶତାଧିକ ଜନସାଧାରଣ ଓ ଛାତ୍ରଛାତ୍ରୀମାନେ ଧରି ବାଣପୁର ବିଷରପାଟଣା ଛକରୁ ବାହାରି ମା’ ଭଗବତୀ ମନ୍ଦିର ଠାରେ ପହଞ୍ଚିଥିଲେ। ସେଠାରେ ମା’ ଙ୍କ ନିକଟରେ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ୭୫ ଗୋଟି ଦୀପ ଦାନ କରାଯାଇଥିଲା। ଅତିଥି ଭାବେ ଡାକ୍ତର ସୁରେନ୍ଦ୍ର ନାଥ ପାତ୍ର ପ୍ରଥମ ଦୀପଦାନ କରିଥିଲେ। ଏହାପରେ ଶୋଭାଯାତ୍ରା ସମଗ୍ର ବାଣପୁର ସହର ପରିକ୍ରମା କରି ପଲଟନ ପଡିଆଠାରେ ଶେଷ ହୋଇଥିଲା। ଓଡ଼ିଶାର ବରପୁତ୍ର ପଣ୍ଡିତ ଗୋଦାବରୀଶ ମିଶ୍ର, ବିଜୁ ପଟ୍ଟନାୟକ ଏବଂ ସହିଦ କୃତିବାସ ପାଟ୍ଟଶାଣୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା। ଉକ୍ତ ଶୋଭାଯାତ୍ରାରେ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର,…

Read More

ନୂଆଦିଲ୍ଲୀ: ବିଜେପି ଏହାର ନିର୍ବାଚନ ପରିଚାଳନା କମିଟକୁ ମଧ୍ୟ ପରିବର୍ତ୍ତନ କରି ନୂଆ ଗଠନ କରିଛି। ଆଜି ଦଳ ତରଫରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ଅନୁସାରେ ଏହି କମିଟର ଅଧ୍ୟକ୍ଷ ରହିଛନ୍ତି ସଭାପତି ଜେପି ନଡ୍ଡା। ଏହି କମିଟରେ ଅନ୍ୟମାନଙ୍କ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଗୃହମନ୍ତ୍ରୀ ଅମିତ ସାହା ପ୍ରମୁଖ ପନ୍ଦର ଜଣ ସଦସ୍ୟ ଅଛନ୍ତି।

Read More

ନୂଆଦିଲ୍ଲୀ: ଆଜି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା ସଂସଦୀୟ ବୋର୍ଡର ପୁନଃଗଠନ କରିଛନ୍ତି। ତେବେ ଏହି ବୋର୍ଡରେ ଥିବା ବିଜେପିର ବରିଷ୍ଠ ନେତା ତଥା ମନ୍ତ୍ରୀ ନୀତିନ ଗଡକରୀଙ୍କୁ ବାଦ ଦିଆଯାଇଛି। ସେହିପରି ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ଚୌହ୍ବାନଙ୍କୁ ମଧ୍ୟ ଏହି ବୋର୍ଡରୁ ହଟାଇ ଦିଆଯାଇଛି। ତେବେ ଏହି ବୋର୍ଡ଼ରେ ନୂଆ ସଦସ୍ୟ ଭାବେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ ୟେଦ୍ଦୁରପ୍ପା ଏବଂ ସୁଦ୍ଧା ଯାଦବ, ଇକବାଲ ସିଂହ ଲାଲପୁରା, ସର୍ବାନନ୍ଦ ସୁନୁୱାଲ, କେ ଲକ୍ଷ୍ମଣ ଏବଂ ସତ୍ୟ ନାରାୟଣ ଜାତିଆଙ୍କୁ ସାମିଲ କରାଯାଇଛି। ଦଳର ସଭାପତି ଜେପି ନାଡା ବର୍ତ୍ତମାନ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ବି.ଏସ୍ ୟେଦ୍ଦୁରପ୍ପା, ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ସରବାନନ୍ଦ ସୋନୱାଲ ଏବଂ କେ ଲକ୍ଷ୍ମଣଙ୍କୁ ନୂତନ ଚେହେରା ଭାବେ ଅନ୍ତର୍ଭୁକ୍ତ କରିଛନ୍ତି। ଅର୍ଥାତ୍ ବିଜିପି ସଂସଦୀୟ ବୋର୍ଡରୁ ବର୍ତ୍ତମାନ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୈହାନ ଏବଂ କେନ୍ଦ୍ର ମନ୍ତ୍ରୀ ନିତିନ ଗଡକରୀଙ୍କୁ ବାଦ…

Read More

ନୂଆଦିଲ୍ଲୀ: ଦିଲ୍ଲୀର ତାଲକଟୋରା ଷ୍ଟାଡିୟମରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟିର ସଂଯୋଜକ ଅରବିନ୍ଦ କେଜ୍ରିୱାଲ ଆଜି ‘ମେକ୍ ଇଣ୍ଡିଆ ନମ୍ବର ୱାନ୍’ ଅଭିଯାନ ଆରମ୍ଭ କରିଛନ୍ତି। ଏହି ଅବସରରେ କେଜ୍ରିୱାଲ ଅଭିଯୋଗ କରିଛନ୍ତି ଯେ, ୭୫ ବର୍ଷ ମଧ୍ୟରେ କୌଣସି ସରକାର କିଛି କରିନାହାଁନ୍ତି। ଏହି ଅବସରରେ ସିଏମ କେଜ୍ରିୱାଲ କହିଛନ୍ତି ଯେ, “ଆଜି ଆମେ ଏକ ପ୍ରତିଶ୍ରୁତି ନେଇଛୁ ଯେପର୍ଯ୍ୟନ୍ତ ଆମେ ଭାରତକୁ ଏକ ନମ୍ବର ଦେଶ ନକରିବା ପର୍ଯ୍ୟନ୍ତ ବିଶ୍ରାମ ନେବୁ ନାହିଁ। ମୁଁ ଦେଶ ସାରା ବୁଲିବି, ଲୋକଙ୍କ ସହିତ ଯୋଡି ହେବି, ଆମେ ୧୩୦ କୋଟି ଲୋକଙ୍କ ମିଳିତ ମେଣ୍ଟ ଗଠନ କରିବୁ ଏବଂ ଯେବେ ୧୩୦ କୋଟି ଲୋକ ଯୋଡି ହେବୁ, ତେବେ ଭାରତକୁ ଏକ ନମ୍ବର ହେବାକୁ କେହି ରୋକି ପାରିବେ ନାହିଁ। ସେ କହିଛନ୍ତି ଯେ, ଦେଶ ସ୍ୱାଧୀନତା ହେବାର ୭୫ ବର୍ଷ ବିତିଗଲାଣି। ଏହି ୭୫ ବର୍ଷରେ…

Read More

ନୂଆଦିଲ୍ଲୀ: ରାଜନୈତିକ ଦଳର ମୁକ୍ତ ଯୋଜନା ସମ୍ପର୍କରେ ସୁପ୍ରିମକୋର୍ଟରେ ଶୁଣାଣି ଚାଲିଛି। ସିଜେଆଇ ଏନଭି ରମନାଙ୍କ ନେତୃତ୍ୱରେ ଏକ ବେଞ୍ଚ ଦ୍ୱାରା ସମଗ୍ର ମାମଲାର ଶୁଣାଣି ହେଉଛି। ଏହି ମାମଲାରେ ମାଗଣା ଯୋଜନା ଘୋଷଣା କରୁଥିବା ଦଳର ମାନ୍ୟତା ବାତିଲ କରାଯିବା ଉଚିତ ବୋଲି ଏକ ପିଟିସନ ଦାଖଲ କରାଯାଇଛି। ଏବେ ପୁଣି ଥରେ ଏହି ମାମଲା ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି। ଯେଉଁଠାରେ ସିଜେଆଇ ରାମନା ମାଗଣା ଯୋଜନା ବିଷୟରେ ଅନେକ ମନ୍ତବ୍ୟ ଦେଇଛନ୍ତି। ମାଗଣା ବିଦ୍ୟୁତ୍, ଜଳ ଫ୍ରିବିଜ୍ କି?: ମାଗଣା ଯୋଜନା ବିଷୟରେ ଶୁଣିବାବେଳେ ସିଜେ ରମନା କହିଛନ୍ତି ଯେ, ଆମେ ରାଜନୈତିକ ଦଳମାନଙ୍କୁ ପ୍ରତିଶ୍ରୁତି ଦେବା ବନ୍ଦ କରିପାରିବୁ ନାହିଁ। କିନ୍ତୁ ପ୍ରଶ୍ନ ହେଉଛି ପ୍ରକୃତ ପ୍ରତିଜ୍ଞା କ’ଣ ଏବଂ ଯାହାକୁ ଫ୍ରିବିଜ୍ ଭାବରେ ବିବେଚନା କରାଯିବା ଉଚିତ୍। ଆମେ ମାଗଣା ଶିକ୍ଷା ଏବଂ କିଛି ୟୁନିଟ୍ ମାଗଣା ବିଦ୍ୟୁତକୁ ଫ୍ରିବିଜ୍ ଭାବରେ ଦେଖିପାରିବା କି? ଏହା…

Read More