ନୂଆଦିଲ୍ଲୀ: ପ୍ରତିଦିନ ରେଳବାଇ ଲକ୍ଷ ଲକ୍ଷ ଯାତ୍ରୀଙ୍କୁ ସେମାନଙ୍କ ଗନ୍ତବ୍ୟ ସ୍ଥଳରେ ପହଞ୍ଚାଇଥାଏ। ଏଭଳି ପରିସ୍ଥିତିରେ ରେଳବାଇ ମଧ୍ୟ ଯାତ୍ରୀମାନଙ୍କ ସୁବିଧା ପାଇଁ ସମ୍ପୂର୍ଣ୍ଣ ଯତ୍ନ ନିଏ। କିନ୍ତୁ, ଅନେକ ଥର ରେଳବାଇକୁ ବିଭିନ୍ନ କାରଣରୁ ଟ୍ରେନ୍ ବାତିଲ୍ କରିବା, ପୁନଃ ନିର୍ଦ୍ଧାରଣ କିମ୍ବା ଟ୍ରେନ୍ ବଦଳାଇବାକୁ ପଡେ। ଯାହାଫଳରେ ଯାତ୍ରୀମାନଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡେ। ଯଦି ଆପଣ ଆଜି ଟ୍ରେନରେ ଯାତ୍ରା କରିବାକୁ ଯାଉଛନ୍ତି, ତେବେ ସର୍ବପ୍ରଥମେ ଆଜିର ବାତିଲ, ପୁନଃ ନିର୍ଦ୍ଧାରିତ ଏବଂ ପଥ ପରିବର୍ତ୍ତିତ ହୋଇଥିବା ଟ୍ରେନର ତାଲିକା ଯାଞ୍ଚ କରନ୍ତୁ। ଟ୍ରେନ୍ ବାତିଲ୍, ପୁନଃ ନିର୍ଦ୍ଧାରଣ କିମ୍ବା ଡାଇଭର୍ଟ କରିବା ପଛରେ ଅନେକ ଭିନ୍ନ କାରଣ ଅଛି, କିନ୍ତୁ ଏହାର ମୁଖ୍ୟ କାରଣ ହେଉଛି ରେଳ ଟ୍ରାକ୍ ମରାମତି। ପ୍ରତିଦିନ ହଜାର ହଜାର ଟ୍ରେନ୍ ରେଳ ଟ୍ରାକ୍ ଦେଇ ଗତି କରେ। ଏଭଳି ପରିସ୍ଥିତିରେ ସମୟ ସମୟରେ ଏହି ଟ୍ରାକ୍ଗୁଡ଼ିକୁ ମରାମତି କରିବା ଅତ୍ୟନ୍ତ…
Author: Samikhsya Bureau
ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଆଜି ହେଉଛି ଚତୁର୍ଥ ଶ୍ରାଦ୍ଧ ବାର୍ଷିକ। ସେ 2018 ରେ ଆଜିର ଦିନରେ ପରଲୋକ ଗମନ କରିଥିଲେ। ତାଙ୍କର ଶ୍ରାଦ୍ଧ ବାର୍ଷିକୀରେ ଭାରତର ଜନସାଧାରଣ ଗଭୀର ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ଜଗଦୀପ ଧନଖର, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଗୃହମନ୍ତ୍ରୀ ଅମିତ ଶାହା, ପୂର୍ବତନ ରାଷ୍ଟ୍ରପତି ରାମ ନାଥ କୋବିନ୍ଦ, ବିଜେପି ସଭାପତି ଜେ ପି ନଡା ଏବଂ ଅନ୍ୟାନ୍ୟ ବରିଷ୍ଠ ନେତାମାନେ ଅଟଳ ବିହାରୀ ବାଜପେୟୀଙ୍କ ସ୍ମାରକସ୍ଥଳ ସଦାଇଭ ଅଟଳରେ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଛନ୍ତି।
ଭୁବନେଶ୍ବର: ଗତକାଲି ରାଜ୍ୟରେ ୩୮୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଆଉ ୨୫୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ଆଜି ୨୫୫ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୦-୧୮ ବର୍ଷର ୪୩ ଜଣ ପିଲା ଥିବା ବେଳେ କ୍ୱାରେଣ୍ଟାଇନରୁ ୧୪୯ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୧୦୬ ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା… ବାଲେଶ୍ଵର ଜିଲ୍ଲାରୁ- ୭ ବରଗଡ ଜିଲ୍ଲାରୁ- ୫ ଭଦ୍ରକ ଜିଲ୍ଲାରୁ- ୩ ବଲାଙ୍ଗୀରି ଜିଲ୍ଲାରୁ- ୭ କଟକ ଜିଲ୍ଲାରୁ- ୧୩ ଦେବଗଡ ଜିଲ୍ଲାରୁ- ୨ ଗଜପତି ଜିଲ୍ଲାରୁ- ୬ ଗଞ୍ଜାମ ଜିଲ୍ଲାରୁ- ୧ ଜଗତସିଂହପୁର ଜିଲ୍ଲାରୁ- ୧ ଯାଜପୁର ଜିଲ୍ଲାରୁ- ୬ ଝାରସୁଗୁଡା ଜିଲ୍ଲାରୁ- ୪ କଳାହାଣ୍ଡି ଜିଲ୍ଲାରୁ- ୧୪ କନ୍ଧମାଳ ଜିଲ୍ଲାରୁ- ୧ କେନ୍ଦ୍ରପଡା ଜିଲ୍ଲାରୁ- ୨ ଖୋର୍ଦ୍ଧା ଜିଲ୍ଲାରୁ- ୫୯ କୋରାପୁଟ ଜିଲ୍ଲାରୁ- ୩ ମୟୂରଭଞ୍ଜ ଜିଲ୍ଲାରୁ- ୧୧ ନବରଙ୍ଗପୁର ଜିଲ୍ଲାରୁ- ୧୨ ନୟାଗଡ…
ନୂଆଦିଲ୍ଲୀ: ବିହାର ସରକାରଙ୍କ ପୂର୍ବତନ ମନ୍ତ୍ରୀ ତଥା ଗୋପାଳଗଞ୍ଜ ସଦରରୁ ଚାରିଥର ବିଧାୟକ ସୁଭାଷ ସିଂଙ୍କ ଦିଲ୍ଲୀ AIIMS ରେ ଦେହାନ୍ତ ହୋଇଛି। ଆଜି ସକାଳ ପ୍ରାୟ ୪ ଟା ସମୟରେ ସେ ଦିଲ୍ଲୀ AIIMS ରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ସୁଭାଷ ସିଂ ଦୀର୍ଘ ସମୟ ଧରି ଅସୁସ୍ଥ ଥିଲେ। କିଡନୀ ପ୍ରତିରୋପଣ ପରେ ତାଙ୍କୁ ପୁନର୍ବାର AIIMS ରେ ଭର୍ତ୍ତି କରାଯାଇଥିଲା। ସଦର ବ୍ଲକର ଖାୱାଜେପୁର ଗାଁର ବାସିନ୍ଦା ସୁଭାଷ ସିଂ ଗୋପାଳଗଞ୍ଜ ସଦରରୁ ଲଗାତାର ଚାରି ଥର ବିଜେପି ଟିକେଟରେ ବିଧାୟକ ହୋଇଥିଲେ। ବିଧାୟକଙ୍କ ସମ୍ପର୍କୀୟଙ୍କ ଅନୁଯାୟୀ କିଡନୀ ପ୍ରତିରୋପଣ ପରେ ତାଙ୍କୁ ଗୋପାଳଗଞ୍ଜକୁ ଅଣାଯାଇଥିଲା। ଏହା ପରେ ଯେତେବେଳେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେଲା, ତାଙ୍କୁ ପୁଣିଥରେ AIIMS ଦିଲ୍ଲୀରେ ଭର୍ତ୍ତି କରାଯାଇଥିଲା। ସୁଭାଷ ସିଂଙ୍କ ରାଜନୈତିକ ଯାତ୍ରା ୧୯୯୦ ରୁ ଆରମ୍ଭ ହୋଇଥିଲା। ତା’ପରେ ସେ ଗୋପାଳଗଞ୍ଜ ପାଇଁ ସଂଘର ସଭାପତି…
ନୂଆଦିଲ୍ଲୀ, ପ୍ରାୟତଃ ଜ୍ୟୋତିଷ ଶାସ୍ତ୍ର ଦ୍ୱାରା ଭବିଷ୍ୟତ ଜାଣିବା ପାଇଁ ଚେଷ୍ଠା କରିଥାନ୍ତି। ସାଧାରଣତଃ ଲୋକମାନେ ସେମାନଙ୍କର ଭବିଷ୍ୟତ ବିଷୟରେ ଜାଣିବାକୁ ବହୁତ ଆଗ୍ରହୀ ଅଟନ୍ତି। ଏପରିକି ସେମାନେ ବିଭିନ୍ନ ପ୍ରକାରର ପ୍ରତିକାର ମଧ୍ୟ କରିଥାନ୍ତି। କିନ୍ତୁ ଆପଣ ଜାଣନ୍ତି କି ଆପଣଙ୍କର ପାଦ ମଧ୍ୟ ଆପଣଙ୍କ ବିଷୟରେ ବହୁତ କିଛି କହିଥାଏ। ହଁ, ଆପଣଙ୍କର ପାଦଚିହ୍ନ ମଧ୍ୟ ଆପଣଙ୍କ ଜୀବନ ସହିତ ଜଡିତ ଅନେକ ରହସ୍ୟ ପ୍ରକାଶ କରିଥାଏ, ତେବେ ଆସନ୍ତୁ ଆପଣଙ୍କୁ ଏହିପରି ପାଦଚିହ୍ନ ବିଷୟରେ କହିବା। ପ୍ରଥମ ପାଦ ଅନୁଯାୟୀ- ଯଦି ଆପଣଙ୍କର ପାଦର ଆକୃତି କିମ୍ବା ପାଦର ଚିହ୍ନ ପ୍ରଥମ ଚିତ୍ର ଅନୁଯାୟୀ, ତେବେ ଆପଣଙ୍କର ପାଦର ଗଠନ ବହୁତ ସମତଳ। ଯଦି ଆପଣ ଜଣେ ମହିଳା, ଏହାର ଅର୍ଥ ହେଉଛି ଆପଣ ଅତି ସରଳ ଏବଂ ପ୍ରକୃତିରେ ଅତି ନିର୍ଦ୍ଦୋଷ। ଏହା ସହିତ ଆପଣ ବହୁତ ସଚ୍ଚୋଟ ଏବଂ ଅତି ଦ୍ରୁତ। କିନ୍ତୁ ଆପଣଙ୍କର…
ନୂଆଦିଲ୍ଲୀ: ଅଗଷ୍ଟ ୧୫ରେ ହିନ୍ଦୀ ନ୍ୟୁଜ୍ ଚ୍ୟାନେଲ ଜଗତରେ ଏକ ନୂତନ ଚ୍ୟାନେଲ ପ୍ରବେଶ କରିଛି। ଯାହାର ନାମ ହେଲା ‘ଭାରତ ୨୪’। ଏହି ଚ୍ୟାନେଲକୁ କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ଉଦଘାଟନ କରିଥିଲେ। ଏହି ଅବସରରେ ‘ଭାରତ ୨୪’ ର ସିଇଓ ତଥା ସମ୍ପାଦକ ଡକ୍ଟର ଜଗଦୀଶ ଚନ୍ଦ୍ରାଙ୍କ ଉପସ୍ଥିତିରେ ଅନୁରାଗ ଠାକୁର ‘ଭାରତ ୨୪’ ଟିମକୁ ଶୁଭେଚ୍ଛା ଜଣାଇଛନ୍ତି। ଏହି ଉତ୍ସବରେ ବିଜେପି ଆଇଟି ସେଲ୍ ମୁଖ୍ୟ ଅମିତ ମାଲଭିଆ ମଧ୍ୟ ଯୋଗ ଦେଇଥିଲେ। ଏହି ବିଶେଷ ଉତ୍ସବରେ ଭାରତ ୨୪ ର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ। ଏହି ଚ୍ୟାନେଲର ପରିଚାଳନା ସମ୍ପାଦକ ଅଜୟ କୁମାର, ଷ୍ଟାଟେଜିକ ପରାମର୍ଶଦାତା ତଥା ସିବିଓ ମନୋଜ ଜିଗାସୀ, ବରିଷ୍ଠ ସମ୍ପାଦକ ସୟଦ ଉମର, ବରିଷ୍ଠ ଆଙ୍କର୍ ମିମାନସା ମଲିକ, ଅନୀତା ହାଡା ଏବଂ ଦିଲ୍ଲୀ ସମ୍ବାଦ ସମ୍ପାଦକ ଆଦିତ୍ୟ ନାଗର ମଧ୍ୟ ଉପସ୍ଥିତ ଥିଲେ। ଉଦଘାଟନ…
ଚାଣକ୍ୟ ନୀତି: ଆଚାର୍ଯ୍ୟ ଚାଣକ୍ୟ ତାଙ୍କର ଚାଣକ୍ୟ ନୀତିରେ କେଉଁ ସମୟରେ କିଏ ମିତ୍ର ବା ସାଥୀ ହେବ ତାହାର ବର୍ଣ୍ଣନା କରିଛନ୍ତି। ଏ ନେଇ ଚାଣକ୍ୟ କହିଛନ୍ତି ଯେ ପ୍ରବାସରେ ବିଦ୍ୟା ହେବ ଆପଣଙ୍କର ସାଥୀ। ଅର୍ଥାତ ବିଦେଶକୁ ଗଲେ ସେଠାରେ ଆପଣଙ୍କର ପରିଚୟ ବିଦ୍ୟା ହିଁ ହେବ। ତା ମାଧ୍ୟମରେ ଆପଣ ସେଠାରେ କିଛି କରିପାରିବେ। ସେହିପରି ଘରେ ଆପଣଙ୍କର ସାଥୀ ହେଲେ ଧର୍ମପତ୍ନୀ। କାରଣ ପତ୍ନୀଙ୍କ ସହିତ ଆପଣ ନିଃସଙ୍କୋଚରେ କିଛି ଆଲୋଚନା କରିପାରିବେ। ରୋଗ ହେଲେ ଆପଣଙ୍କର ସାଥୀ ହେବ ଔଷଧ। କାରଣ ତା ବିନା ଆପଣଙ୍କର ରୋଗ ଭଲ ହେବାର ସମ୍ଭାବନା ନାହିଁ। ତେବେ ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି ଯେ ମୃତ୍ୟୁ ବେଳେ ଆପଣଙ୍କର ସାଥୀ ହେବ କେବଳ ଆପଣଙ୍କର ଧର୍ମକର୍ମ। ଆପଣ ଜୀବନ କାଳ ମଧ୍ୟରେ କେତେ ଧର୍ମ କରିଛନ୍ତି କେତେ ଭଲ କର୍ମ କରିଛନ୍ତି ତାହା ହିଁ ଆପଣଙ୍କର ମୃତ୍ୟୁ ପରେ ରହିବ।…
ମେଷ ରାଶିଫଳ:– ଆଜି ଏକ ଭଲ ଦିନ ହେବ। ବ୍ୟବସାୟରେ ଲାଭ ପାଇବା ସମ୍ଭାବନା ଅଛି। ନୂତନ ଡିଲ୍ ଲାଭଦାୟକ ହେବ, ଯେଉଁ କାରଣରୁ ଆର୍ଥିକ ସ୍ଥିତି ଦୃଢ ହେବ, ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ବ୍ୟବସାୟରେ ଛୋଟ ପ୍ରତିବନ୍ଧକ ହୋଇପାରେ। ସେଠାରେ ଅତ୍ୟଧିକ କାର୍ଯ୍ୟଭାର ହେବ, ଯେଉଁଥିପାଇଁ ଆପଣ ଶାରୀରିକ ଏବଂ ମାନସିକ ସ୍ତରରେ କ୍ଳାନ୍ତ ଅନୁଭବ କରିବେ। ପରିବାରର ପରିବେଶ ସୁଖମୟ ହେବ। ପରିବାର ସଦସ୍ୟଙ୍କ ସମ୍ପୂର୍ଣ୍ଣ ସମର୍ଥନ ରହିବ। କ୍ରୋଧକୁ ନିୟନ୍ତ୍ରଣ କରନ୍ତୁ। ବକ୍ତବ୍ୟକୁ ମଧ୍ୟ ନିୟନ୍ତ୍ରଣ କରନ୍ତୁ। ନଚେତ୍ ଯୁକ୍ତି ହୋଇପାରେ। ନିଜ ଜୀବନ ସାଥୀଙ୍କୁ ବୁଝିବାକୁ ଚେଷ୍ଟା କରନ୍ତୁ। ଆପଣ ଯାହା ଖାଉଛନ୍ତି ଏବଂ ପିଉଛନ୍ତି ସେଥିପ୍ରତି ଧ୍ୟାନ ଦିଅନ୍ତୁ। ବୃଷ ରାଶିଫଳ:– ଆଜି ମିଶ୍ରିତ ଦିନ ହେବ। ବ୍ୟବସାୟ ସ୍ୱାଭାବିକ ହେବ। ହଠାତ୍ ମୁଦ୍ରା ଲାଭ ହେଉଛି, କିନ୍ତୁ ଅନାବଶ୍ୟକ ଖର୍ଚ୍ଚ ବୃଦ୍ଧି ହେତୁ ଆର୍ଥିକ ସ୍ଥିତି ଦୁର୍ବଳ ହେବ। ବୁଦ୍ଧିମାନ ଭାବରେ ବିନିଯୋଗ…
ଭୁବନେଶ୍ୱର : ଆଜି ଭୁବନେଶ୍ବର ବିଜେପି ରାଜ୍ୟ କାର୍ଯ୍ୟାଳୟରେ ୭୬ତମ ସ୍ୱାଧୀନତା ଦିବସ ପାଳନ କରାଯାଇଛି । ରାଜ୍ୟ ସଭାପତି ଶ୍ରୀ ମହାନ୍ତି ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଜାତୀୟ ସଂଗୀତ ଗାନ କରାଯିବାପରେ ସମସ୍ତ କାର୍ଯ୍ୟକର୍ତ୍ତା ମିଠା ବାଂଟି ପରସ୍ପରକୁ ସ୍ୱାଧୀନତା ଦିବସର ଅଭିନନ୍ଦନ ଜଣାଇଥିଲେ। ଏହି ଅବସରରେ ଉପସ୍ଥିତ କାର୍ଯ୍ୟକର୍ତାଙ୍କୁ ସମ୍ବୋଧନ କରି ଶ୍ରୀ ମହାନ୍ତି କହିଛନ୍ତି ଯେ, ମୋଦି ସରକାର ଶାସନ କ୍ଷମତାକୁ ଆସିବା ପରେ ଅନ୍ତ୍ୟୋଦୟକୁ ପ୍ରଧାନ୍ୟ ଦେଇ ଅନେକ ଗରୀବକଲ୍ୟାଣ ଯୋଜନାର ସଫଳ କାର୍ଯ୍ୟାନ୍ୱୟନ କରିଛନ୍ତି । ବିକାଶ ଯାତ୍ରା ଦୃତ ଗତିରେ ଆଗେଇ ଚାଲିଛି । ସେବା, ଶିକ୍ଷା, କ୍ରୀଡା, ଖେଳ, ସଂସ୍କୃତି, ବିଜ୍ଞାନ, ପ୍ରଯୁକ୍ତି ଶିକ୍ଷା, ମହାକାଶ ବିଜ୍ଞାନ, ଉଦ୍ଭାବନ ଆଦି କ୍ଷେତ୍ରରେ ଦେଶର ଯୁବକ ଓ ମହିଳାମାନେ ସମଗ୍ର ବିଶ୍ୱରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ଦେଶର ସୁନାମ ଆଣିଛନ୍ତି । ୨୦୪୭ ମସିହା ୧୦୦ବର୍ଷ ପୂର୍ତି ଅବସରରେ ଭାରତ…
ଭୁବନେଶ୍ୱର: ଦେଶ ଏବେ ପାଳନ କରୁଛି ସ୍ୱାଧୀନତା ୭୫ ବର୍ଷ ପୂର୍ତି ଉତ୍ସବ। ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ନେତୃତ୍ୱରେ ଅଗଣିତ ସ୍ୱାଧୀନତା ସଂଗ୍ରାମୀଙ୍କର ତ୍ୟାଗପୂତ ବଳିଦାନ ଫଳରେ ଆମକୁ ମିଳିଥିବା ସ୍ୱାଧୀନତା ଓ ଭାରତର ଗଣତନ୍ତ୍ର ପ୍ରତି ସଂପ୍ରତି ଆହ୍ୱାନ ସୃଷ୍ଟି ହୋଇଛି। ମହାମନିଷୀ ମାନଙ୍କର ଅବଦାନକୁ ନ୍ୟୁନ କରିବାପାଇଁ ଏବେ ଅପଚେଷ୍ଟା ଚାଲିଛି। ହେଲେ ଏ ଜାତି ସେ ମହାପୁରଷ ମାନଙ୍କର ବଳିଦାନକୁ କେବେବି ଭୁଲି ପାରିବ ନାହିଁ ବୋଲି ପ୍ରଦେଶ କଂଗ୍ରେସ କମିଟି ତରଫରୁ ଆୟୋଜିତ ଏକ ପ୍ରତିଭା ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇ ପିସିସି ସଭାପତି ଶ୍ରୀ ଶରତ ପଟ୍ଟନାୟକ ମତବ୍ୟକ୍ତ କରିଛନ୍ତି। ପିସିସି ପକ୍ଷରୁ ୭୬ତମ ବର୍ଷ ସ୍ୱାଧୀନତା ଦିବସ ଅବ୍ୟବହିତ ପୂର୍ବରୁ ସ୍କୁଲ ଓ କଲେଜ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ବିଭାଗରେ ଯଥା ପ୍ରବନ୍ଧ, ବିର୍ତକ ଓ ସ୍ପଷ୍ଟ ପେଂଟିଙ୍ଗ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏହି ପ୍ରତିଯୋଗିତାରେ ରାଜ୍ୟର ବିଭିନ୍ନ ସ୍ଥାନରୁ ୩୫୦…
ଭୁବନେଶ୍ୱର : ସ୍ୱାଧୀନତାର ୭୫ ବର୍ଷ ପୂର୍ତି ଅବସରରେ ଦେଶ ଆଜି ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ କରୁଛି। ସ୍ୱାଧୀନତାର ଅମୃତ ମହୋତ୍ସବ ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ। ଏହି ଅବସରରେ ଆଜି ଯାଜପୁର ଜିଲ୍ଲା ଧର୍ମଶାଳା ଠାରେ ଆୟୋଜିତ ‘ହର୍ ଘର୍ ତ୍ରିରଙ୍ଗା’ କାର୍ଯ୍ୟକ୍ରମରେ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ଯୋଗ ଦେଇଛନ୍ତି। ରାଜ୍ୟ ସଭାପତି ଶ୍ରୀ ମହାନ୍ତିଙ୍କ ସମେତ ହଜାର ହଜାର ସଂଖ୍ୟାରେ କାର୍ଯ୍ୟକର୍ତା ଓ ଜନସାଧାରଣ ତ୍ରିରଙ୍ଗା ପତାକାକୁ ହାତରେ ଧରି ଏହି ଯାତ୍ରାରେ ସାମିଲ ହୋଇଥିଲେ। ଆଗାମୀ ୨୫ ବର୍ଷର ଅମୃତ କାଳଖଣ୍ଡ ଆମ ସମସ୍ତଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ବିଶେଷ ଭାବେ ଯୁବପିଢୀଙ୍କ ପାଇଁ ସ୍ୱତନ୍ତ୍ର ଆହ୍ୱାନ ବୋଲି ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି କହିଛନ୍ତି। ଯୁବପିଢୀଙ୍କୁ ସ୍ୱାଧୀନତା ଏବଂ ସ୍ୱାଧୀନତା ସଂଗ୍ରାମୀଙ୍କ ସଂଗ୍ରାମ ଏବଂ ବଳିଦାନ ସଂପର୍କରେ ଭଲଭାବେ ଅବଗତ କରାଇବା ଏହି ଯାତ୍ରାର…
ଟାଙ୍ଗୀ: ୭୫ ତମ ସ୍ୱାଧୀନତା ଦିବସ ପୂର୍ତ୍ତି ଅବସରରେ ସାରା ଦେଶରେ ପାଳିତ ହେଉଛି ଆଜାଦି କି ଅମୃତ ମହୋତ୍ସବ। ଏହି ଅବସରରେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ନିରାକାରପୁରରେ ପାଳିତ ହୋଇଯାଇଛି ୭୬ ତମ ସ୍ୱାଧୀନତା ଦିବସ ସମାରୋହ। ଉକ୍ତ ସ୍ୱାଧୀନତା ଦିବସ ସମାରୋହରେ ମୁଖ୍ୟ ଅତିଥୀ ଭାବେ ଯୋଗ ଦେଇଥିଲେ ରାଜ୍ୟସଭା ସାଂସଦ ମାନସ ରଞ୍ଜନ ମଙ୍ଗରାଜ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ, ଖୋର୍ଦ୍ଧା ବିଧାୟକ ଜିତୁ ମିତ୍ର, ଜିଲା ପରିଷଦ ଉପାଧକ୍ଷ ଗୋପୀନାଥ ମହାରଣା, ବାଲୁଗାଁ ଏସଡିପିଓ ମାନସ ରଞ୍ଜନ ବାରିକ, ଟାଙ୍ଗୀ ବିଡିଓ ଐଶର୍ଯ୍ୟା ସାମନ୍ତରାୟ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ମୁଖ୍ୟ ଅତିଥୀ ଶ୍ରୀ ମଙ୍ଗରାଜ ସ୍ଥାନୀୟ ଅଞ୍ଚଳର କୃତି ପ୍ରତିଭା, ମେଧା ଛାତ୍ରଛାତ୍ରୀ, ବରିଷ୍ଠ ଶତାୟୁ ନାଗରିକ, ଶିଳ୍ପପତିଓ ସାମ୍ବାଦିକମାନଙ୍କୁ ଉତ୍ତରୀୟ, ମାନପତ୍ର ଓ ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧିତ କରିଥିଲେ। ସ୍ଥାନୀୟ ନିରାକାରପୁରବାସୀଙ୍କ ପକ୍ଷରୁ…
ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାସ୍ତରୀୟ ୭୬ ତମ ସ୍ବାଧୀନତା ଦିବସ ବକ୍ସିଜଗବନ୍ଧୁ ବିଦ୍ୟାଧର ଉଚ୍ଚବିଦ୍ୟାଳୟ ଖେଳ ପଡିଆଠାରେ ଆଜି ପାଳିତ ହୋଇଯାଇଛି। ରାଜ୍ୟ ମାନ୍ୟବର ଇଲୋକଟ୍ରନିକ୍ସ ଓ ସୂଚନା ପ୍ରଯୁକ୍ତି, କ୍ରୀଡା ଓ ଯୁବସେବା, ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା ଏହି ପବିତ୍ର ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରବା ସହିତ ଜିଲ୍ଲାବାସୀଙ୍କ ଉଦ୍ଦେଶ୍ୟରେ ଉଦବୋଧନ ଦେଇଥିଲେ। ପବିତ୍ର ସ୍ଵାଧୀନତା ଦିବସ ଅବସରରେ ମୁଖ୍ୟ ଅତିଥି ଖୋର୍ଦ୍ଧା ଜିଲ୍ଲାବାସୀ, ପ୍ରଶାସନିକ ପଦାଧିକାରୀ, କରୋନା ଯୋଦ୍ଧା, ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ। ଏହି ଅବସରରେ ଜାତିର ଜନକ ମହାତ୍ମାଗାନ୍ଧୀ, ପଣ୍ଡିତ ନେହେରୁ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ସର୍ଦ୍ଦାର ବଲ୍ଲଭଭାଇ ପଟେଲ, ମୌଲନା ଆଜାଦ, ଡଃ ଆମ୍ବେଦକର, ଲାଲା ଲଜପତ ରାୟ, ଗଙ୍ଗାଧର ତିଲକ, ବିପିନ ଚନ୍ଦ୍ର ପାଲ, ସରୋଜିନୀ ନାଇଡୁ, ଡଃ ରାଜେନ୍ଦ୍ର ପ୍ରସାଦ, ଭଗତ ସିଂ, ବାଘା ଯତିନ୍, ଉତ୍କଳମଣି ଗୋପବନ୍ଧୁ…
ସୀତାରାମ ଅଗ୍ରୱାଲ ବାଣପୁର: ସାରା ଦେଶ ଆଜି ପାଳୁଛି ୭୬ ତମ ସ୍ୱାଧୀନତା ଦିବସ। ତେବେ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ହୋଇଥିବାରୁ ଆଜାଦି କି ଅମୃତ ମହୋତ୍ସବ ମଧ୍ୟ ପାଳନ କରୁଛି ସମଗ୍ର ଦେଶ। ଏହି ପରିପ୍ରେକ୍ଷୀରେ ଖୋର୍ଦ୍ଧା ଜିଲ୍ଲା ବାଣପୁର କୋର୍ଟ ପରିସରରେ ଧୁମଧାମରେ ପାଳିତ ହୋଇଯାଇଛି ସ୍ୱାଧୀନତା ଦିବସ। କୋର୍ଟ ପରିସରରେ ବରିଷ୍ଠ ଦେୱାନୀ ବିଚାରପତି ମନୋରଞ୍ଜନ ମିଶ୍ର ଜାତୀୟ ପତାକା ଉତ୍ତୋଳନ କରିବା ସହ ନିଜର ଅଭିଭାଷଣ ରଖିଥିଲେ। ଏହାପରେ ବାଣପୁର ଓକିଲ ସଂଘର ସଭାପତି ପ୍ରଭାତ ପଟ୍ଟଯୋଶୀ ଏବଂ ସମ୍ପାଦକ ଜଗନ୍ନାଥ ଭୋଳ ନିଜର ଅଭିଭାଷଣ ରଖିଥିଲେ। ଜାତୀୟ ପତାକା ଉତ୍ତୋଳନ କାର୍ଯ୍ୟକ୍ରମ ଶେଷ ହେବା ପରେ ସମସ୍ତ ଆଇନଜୀବୀ ମାନେ କୋର୍ଟ ପରିସରରୁ ତ୍ରିରଙ୍ଗା ପତାକା ସହ ଏକ ବିଶାଳ ବାଇକ ଶୋଭାଯାତ୍ରାରେ ବାହାରି ସମଗ୍ର ସହର ପରିକ୍ରମା କରି ପରିଶେଷରେ ମା’ ଭଗବତୀ ମନ୍ଦିର ଠାରେ ଶୋଭାଯାତ୍ରାକୁ ଶେଷ କରିଥିଲେ। ମନ୍ଦିର…
ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ରେଳବାଇ ଷ୍ଟାଡିୟମ ଠାରେ ପୂର୍ବତଟ ରେଳପଥ ପକ୍ଷରୁ ୭୬ ତମ ସ୍ୱାଧୀନତା ଦିବସ ପାଳନ ହୋଇଯାଇଛି। ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଶରଦ କୁମାର ଶ୍ରୀବାସ୍ତବ ଜାତୀୟ ପତାକା ଉତ୍ତୋଳନ କରି ରେଳବାଇ ସୁରକ୍ଷା ବଳ (RPF) ଦ୍ଵାରା ଆୟୋଜିତ ପ୍ୟାରେଡ଼ରେ ଅଭିବାଦନ ଗ୍ରହଣ କରିଥିଲେ। ଏହି ଅବସରରେ ଶ୍ରୀ ଶ୍ରୀବାସ୍ତବ କହିଛନ୍ତି ଯେ ସ୍ୱାଧୀନତାର ୭୫ ବର୍ଷ ଅତିବାହିତ ହୋଇଥିବା ଯାତ୍ରା ଆମ ଦେଶବାସୀଙ୍କ ଧର୍ଯ୍ୟ, କଠିନ ପରିଶ୍ରମ, ଅଟଳ ପ୍ରତିଜ୍ଞା, ନମନୀୟତା ଓ ଅଧ୍ୟବସାୟର ପ୍ରତିଫଳନ ଯାହାକି ଜାତୀୟ ବିକାଶ କ୍ଷେତ୍ରରେ ରେଳପଥର ଭୂମିକା ପ୍ରତ୍ୟକ ଦିଗରେ ଅତୁଳନୀୟ ଓ ବାସ୍ତବରେ ଏହା ହେଉଛି ‘ଦେଶର ଜୀବନ ରେଖା’। ସ୍ବାଧୀନତାର ୭୫ ବର୍ଷ ତଥା ଆଜାଦୀ ର ଅମୃତ ମହୋତ୍ସବ ପାଳନ ଅବସରରେ ପୂର୍ବତଟ ରେଳପଥ ବିଭିନ୍ନ ପଦକ୍ଷେପ ମାନ ହାତକୁ ନେଇଥିଲା ଯେଉଁଥିରେ ପ୍ରତି ଘରେ ତ୍ରିରଙ୍ଗା (ହର ଘର ତୀରଙ୍ଗା), ବିଭାଜନ ବିଭୀଷିକା…
ସୀତାରାମ ଅଗ୍ରୱାଲ ଚିଲିକା: ଆଜାଦି କା ଅମୃତ ମହୋତ୍ସବର ଏକ ଅଂଶ ଭାବରେ ଭାରତୀୟ ନୌସେନାର ପ୍ରାଥମିକ ପ୍ରଶିକ୍ଷଣ ପ୍ରତିଷ୍ଠାନ ଆଇଏନଏସ ଚିଲିକା ଆଜି ସ୍ୱାଧୀନତା ଦିବସର ୭୫ ତମ ବାର୍ଷିକୀକୁ ଉତ୍ସାହ ଏବଂ ଦେଶପ୍ରେମ ସହକାରେ ପାଳନ କରିଛି। ନାଭାଲ ଅଫିସର ଇନଚାର୍ଜ (ଓଡିଶା) ଓ ଆଇଏନଏସ ଚିଲିକା କମାଣ୍ଡିଂ ଅଫିସର କୋମୋଡର ଏନ.ପି ପ୍ରଦୀପ ଆନୁଷ୍ଠାନିକ ପରେଡର ସମୀକ୍ଷା ପୂର୍ବରୁ ଯୁଦ୍ଧ ମେମୋରିଆଲରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ଆଇଏନଏସ ଚିଲିକାର ଦଶ ଜଣ ଶ୍ରେଷ୍ଠ ପ୍ରଦର୍ଶନକାରୀଙ୍କୁ ଦକ୍ଷତା ପ୍ରମାଣପତ୍ର ପ୍ରଦାନ କରିଥିଲେ। ଷ୍ଟେସନ କମାଣ୍ଡର ତାଙ୍କ ଅଭିଭାଷଣରେ ଆଇଏନଏସ ଚିଲିକାର କର୍ମକର୍ତ୍ତାଙ୍କୁ ଦେଶର ସେବାରେ ନିଜକୁ ସମର୍ପଣ କରିବାକୁ ଅନୁରୋଧ କରିଥିଲେ। କମାଣ୍ଡିଂ ଅଫିସର ମଧ୍ୟ ନାଭାଲ ଶିଶୁ ବିଦ୍ୟାଳୟ ଏବଂ କେନ୍ଦ୍ରିୟ ବିଦ୍ୟାଳୟରେ ଜାତୀୟ ପତାକା ଉତ୍ତୋଳନ କରିଥିଲେ ଏବଂ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ ଯାହାକି ସେମାନଙ୍କର…
କେଉଁଝର: ଆଜି ସାରା ଦେଶରେ ପାଳିତ ହୋଇଯାଇଛି ୭୬ତମ ସ୍ୱାଧୀନତା ଦିବସ। ସେହିପରି ଏହି ଉତ୍ସବ କେଉଁଝର ଜିଲ୍ଲାରେ ମଧ୍ୟ ପାଳନ କରାଯାଇଛି। ଏଥିରେ ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଏଥିସହିତ ସେ ପାରେଡ ଅଭିବାଦନ ଗ୍ରହଣ କରିଥିଲେ। ଏହି ଅବସରରେ ମନ୍ତ୍ରୀ ଜିଲ୍ଲାର ପ୍ରମୁଖ ଚାଷୀ ତଥା କ୍ରୀଡାବିତଙ୍କୁ ପୁରସ୍କୃତ କରିଥିଲେ। ଏଥିସହିତ ସେ ଲାବଣ୍ୟ ଛକ ନିକଟରେ ଉନ୍ନୀତ ପରିବେଷ ଉଦ୍ୟାନର ଲୋକର୍ପଣ କରିଥିଲେ।
କୋରାପୁଟ: ୭୬ତମ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ କୋରାପୁଟ ଠାରେ ପାଳନ ହୋଇଯାଇଛି। ଏହି ଉତ୍ସବରେ ରାଷ୍ଟ୍ରମନ୍ତ୍ରୀ ଗ୍ରାମ୍ୟ ଉନୟନ, ଦକ୍ଷତା ବିକାଶ ଓ଼ ବୈଷୟିକ ଶିକ୍ଷା, ଶ୍ରୀଯୁକ୍ତ ପ୍ରୀତିରଞ୍ଜନ ଘଡେଇ, ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ଅଭିବାଦନ ଗ୍ରହଣ କରିଥିଲେ। ବିଭିନ୍ନ ଜିଲ୍ଲାରେ ଯେପରି ଏହି ସ୍ବାଧୀନତା ଦିବସ ପାଳିତ ହୋଇଛି କୋରାପୁଟ ମଧ୍ୟ ସେଥିରୁ ବାଦ ପଡି ନାହିଁ। ଜିଲ୍ଲା ପୋଲିସଙ୍କ ସହିତ ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀ ପାରେଡରେ ଅଂଶ ଗ୍ରହଣ କରି ଏହି ଜାତୀୟ ଉତ୍ସବକୁ ପାଳନ କରିଥିଲେ।
ଭୁବନେଶ୍ୱର : ଆଜି ରାଜଧାନୀ ଭୁବନେଶ୍ୱରର ୟୁନିଟ୍-୩ସ୍ଥିତ ଇଡ୍କୋ ପ୍ରଦର୍ଶନୀ ପଡ଼ିଆଠାରେ ଅନୁଷ୍ଠିତ ୭୬ତମ ପବିତ୍ର ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ସାରାରାଜ୍ୟରେ ପରିକ୍ରମା କରିବାକୁ ଥିବା ଭ୍ରାମ୍ୟମାଣ ଭିଡ଼ିଓ ରଥ ଅଭିଯାନ ‘ଅହିଂସା ରଥ’ର ଶୁଭାରମ୍ଭ କରିଛନ୍ତି। ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ମହାତ୍ମାଙ୍କ ବାର୍ତ୍ତା ସହ ବହୁ ସ୍ୱାଧୀନତା ସଂଗ୍ରାମୀଙ୍କ ମହାନ ଅବଦାନ ସଂପର୍କରେ ସୂଚନା ପ୍ରଦାନ କରୁଥିବା ଅହିଂସା ରଥ ରାଜ୍ୟର ସମସ୍ତ ଜିଲ୍ଲା ପରିକ୍ରମା କରିବ। ମହାତ୍ମା ଗାନ୍ଧୀଙ୍କ ବାର୍ତ୍ତା ‘ଅହିଂସା ମଣିଷର ସବୁଠୁ ବଡ଼ ଶକ୍ତି। ମଣିଷ ନିଜର ବୁଦ୍ଧିମତା ବଳରେବିକାଶ କରିଥିବା ସବୁଠାରୁ ଶକ୍ତିଶାଳୀ ବିଧ୍ୱଂସୀ ମାରଣାସ୍ତ୍ର ଅପେକ୍ଷା ଆହୁରି ବେଶୀ ଶକ୍ତିଶାଳୀ।’ ଏହି ଅହିଂସା ରଥଗୁଡ଼ିକରେ ସ୍ଥାନିତ ହୋଇଛି। ଏଥିସହ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଅଭିଭାଷଣ ‘ଦାରିଦ୍ର୍ୟ ଓ ସାମାଜିକ ଅବିଚାର ସବୁଠାରୁ ବଡ଼ ହିଂସା। ଯେ ପର୍ଯ୍ୟନ୍ତ ଦାରିଦ୍ର୍ୟ ରହିଥିବ,…
ଭୁବନେଶ୍ବର: ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ରାଜ୍ୟରେ ବନ୍ୟା ପରିସ୍ଥିତି ଉପରେ ସମୀକ୍ଷା କରିଛନ୍ତି। ଉନ୍ନୟନ କମିଶନର ତଥା ଏସଆରସି ଶ୍ରୀ ପ୍ରଦୀପ କୁମାର ଜେନା ବିଭିନ୍ନ ସଂଯୋଗକାରୀ ନଦୀ ଦ୍ବାରା ମହାନଦୀକୁ ପ୍ରବଳ ଜଳ ପ୍ରବାହରୁ ବର୍ତ୍ତମାନର ପରିସ୍ଥିତି ବିଷୟରେ ବିସ୍ତୃତ ବିବରଣୀ ଦେଇଛନ୍ତି। କନ୍ଧମାଳରୁ ଜଗତସିଂହପୁର ଏବଂ କେନ୍ଦ୍ରାପଡା ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ହେତୁ ଏହା ଘଟିଛି। ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ଜଳ ସମ୍ପଦ ବିଭାଗର ବରିଷ୍ଠ ଇଂଞ୍ଜିନିୟର ତଥା ରାଜ୍ୟ ବନ୍ୟା ପରିଚାଳନା ବିଶେଷଜ୍ଞଙ୍କ ସହ ମଧ୍ୟ ଆଲୋଚନା କରିଛନ୍ତି। ସମସ୍ତ ଇନପୁଟକୁ ବିଚାର କରି ମୁଖ୍ୟ ସଚିବ ମହାନଦୀ ନଦୀ ପ୍ରଣାଳୀର ନିମ୍ନ ଭାଗରେ ବନ୍ୟା ପ୍ରଭାବକୁ ନିୟନ୍ତ୍ରଣ କରିବା ପାଇଁ ହୀରାକୁଦର 8 ଟି ଗେଟ୍ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତାକାଲି 9 ଟା ପର୍ଯ୍ୟନ୍ତ ଯେତେବେଳେ ପରିସ୍ଥିତିର ପୁନଃସମୀକ୍ଷା କରାଯିବ ସେତେବେଳ…
ସ୍ୱାସ୍ଥ୍ୟ ଟିପ୍ସ: ଅନେକ ଖାଦ୍ୟ ଅଛି ଯାହାକୁ ରାତିରେ ଭିଜେଇ ରଖି ଖାଇବା ଅଧିକ ଲାଭଦାୟକ ଅଟେ। ପୁଷ୍ଟିକର ଖାଦ୍ୟରେ ଭରପୂର ଖାଦ୍ୟ କେବଳ ଆମକୁ ଶକ୍ତି ଦେଇନଥାଏ, ବରଂ ଆମକୁ ପ୍ରତ୍ୟେକ ରୋଗରୁ ସୁରକ୍ଷିତ ରଖିବାରେ ମଧ୍ୟ ପ୍ରଭାବଶାଳୀ ଅଟେ। କିଛି ଖାଦ୍ୟ ଅଛି ଯାହାକୁ ଆପଣ ସକାଳେ ଖାଇବା ଉଚିତ୍। କିନ୍ତୁ ସେମାନଙ୍କୁ ରାତାରାତି ଭିଜାଇ ରଖିବା ଆବଶ୍ୟକ। ବିଶେଷଜ୍ଞଙ୍କ ଅନୁଯାୟୀ, ଏହା କରିବା ଦ୍ୱାରା ସେଗୁଡିକ ଶରୀରରେ ସହଜରେ ହଜମ ହୋଇଥାଏ। ତେଣୁ ଏଠାରେ ଆମେ ଆପଣଙ୍କୁ ୫ ଟି ଖାଦ୍ୟ ବିଷୟରେ କହୁଛୁ, ଯାହା ଆପଣଙ୍କୁ ପେଟ ସମସ୍ୟା, ରୋଗ ପ୍ରତିରୋଧକ ଶକ୍ତି, ଓଜନ ହ୍ରାସ ଏବଂ ଆର୍ଥ୍ରାଇଟିସ୍ ଭଳି ପ୍ରମୁଖ ସ୍ୱାସ୍ଥ୍ୟ ସମସ୍ୟାର ମୁକାବିଲା କରିବାରେ ସାହାଯ୍ୟ କରିବ। ମେଥି ମଞ୍ଜି: ମେଥି ମଞ୍ଜିକୁ ରାତିସାରା ଭିଜାନ୍ତୁ ଏବଂ ସକାଳେ ଉଠିବା ପରେ ଏହି ଭିଜାଇ ଦିଆଯାଇଥିବା ମଞ୍ଜି ଖାଆନ୍ତୁ କିମ୍ବା ସେମାନଙ୍କ ପାଣି ପିଅନ୍ତୁ।…

