ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଟାଟା ପାୱାର ଏସ.ଓ.ଡି.ଏଲ ପକ୍ଷରୁ ପ୍ରଥମ ଥର ଲାଗି ଡ୍ରନ କ୍ୟାମେରା ନିୟୋଜିତ ହୋଇଛି। ସମ୍ପୃକ୍ତ ବିଭାଗ ପକ୍ଷରୁ ଏକ ଅତ୍ୟାଧୁନିକ ଡ୍ରୋନ ସର୍ଭେ ଆରମ୍ଭ ହୋଇଥିବା ଦେଖିବାକୁ ମିଳିଛି। ଏହି ଡ୍ରୋନରେ ଅତ୍ୟାଧୁନିକ କେମେରା ସହ ଉନ୍ନତ ମାନର ଯନ୍ତ୍ର ବ୍ୟବହୃତ ହୋଇଛି। ଯାହା ଦ୍ଵାରା ଆକାଶ ମାର୍ଗରୁ ବଡ଼ ବଡ଼ ବିଦ୍ୟୁତ୍ ଖୁଣ୍ଟର ତ୍ରୁଟି ଏବଂ ଜିଲ୍ଳାର ବିଭିନ୍ନ ସ୍ଥାନରେ ଥିବା ଗ୍ରିଡ ଷ୍ଟେସନ୍ ମାନଙ୍କରେ ନଜର ରଖାଯିବ। ମାଲକାନଗିରି ଜିଲ୍ଲାର ଜଙ୍ଗଲ ପାହାଡ଼ ଅଂଚଳରେ ଏହି ଡ୍ରନ ୧୨୦ ଫୁଟ୍ ଉଚ୍ଚତାରେ ୧୦ କିଲୋମିଟର ଦୂରତା ପଯ୍ୟନ୍ତ ଅତିକ୍ରମ କରି ତ୍ରୁଟି ଖୋଜିବାରେ ସହାୟକ ହେବ। ଯାହା ଫଳରେ ଅତି କମ ସମୟରେ ତ୍ରୁଟିର ସମାଧାନ କରାଯାଇପାରିବ। ଆଉ ଉପଭୋକ୍ତାଙ୍କୁ ପୂର୍ବ ଭଳି ଅଧିକ ସମୟ ଧରି ବିଦ୍ୟୁତ ସେବାରୁ ବଞ୍ଚିତ ହେବାକୁ ପଡ଼ିବ ନାହିଁ ବୋଲି ଟାଟା ପାୱାର ଏସ.ଓ.ଡି.ଏଲ ର…
Author: Samikhsya Bureau
Women Heart Attack: କେବଳ କିଛି ମିନିଟ୍ ସିଢି ଚଢ଼ିବା କିମ୍ବା ଯୌନ ସମ୍ପର୍କରେ ରହିବା ମହିଳାମାନଙ୍କ ହୃଦ୍ରୋଗକୁ ୪୫% କମାଇପାରେ। ଏହିପରି ଏକ ଆଶ୍ଚର୍ଯ୍ୟ ଜନକ ରିପୋର୍ଟ ଗୋଟିଏ ବଡ ଗବେଷଣାରୁ ସ୍ପଷ୍ଟ ହୋଇଛି। ସପିଂ କରିବାକୁ ଯିବା ବେଳେ ସିଢ଼ି ଚଢ଼ିବା ପରି ଛୋଟ ଛୋଟ କାର୍ଯ୍ୟଗୁଡ଼ିକ ମହିଳାମାନଙ୍କ ହୃଦ୍ରୋଗ ଆଶଙ୍କାକୁ ଅଧାରୁ କମାଇ ପାରେ ବୋଲି ଏହି ଗବେଷଣାରୁ ଜଣାପଡିଛି। ଦିନ-ପ୍ରତିଦିନର କାର୍ଯ୍ୟଗୁଡ଼ିକ ନିଷ୍କ୍ରିୟ ଲୋକମାନଙ୍କ ପାଇଁ ହୃଦ୍ସମସ୍ୟାଗୁଡ଼ିକୁ ହ୍ରାସ କରିବାରେ ବେଶ ରାମବାଣ ପରି କାମ ଦେଇଛି ବୋଲି ସ୍ପଷ୍ଟ ହୋଇଛି। ଏହି ଗବେଷଣାଟି ୪୦ରୁ ୭୯ ବର୍ଷ ବୟସର ୨୨,୦୦୦ ଠାରୁ ଅଧିକ ବ୍ରିଟିଶ ଲୋକଙ୍କ ଉପରେ କରାଯାଇଥିଲା ଏବଂ ଦିନ-ପ୍ରତିଦିନ କାର୍ଯ୍ୟଗୁଡ଼ିକ କିପରି ଜୀବନ ରକ୍ଷାରେ ସାହାଯ୍ୟ କରେ ତାହା ସ୍ପଷ୍ଟ ହୋଇଛି। ବୈଜ୍ଞାନିକମାନେ ଏହି କ୍ଷୁଦ୍ର ରିଆକ୍ଟିଭ୍ ଶାରୀରିକ କାର୍ଯ୍ୟଗୁଡ଼ିକୁ “ଭିଗରସ୍ ଇଣ୍ଟରମିଟେଣ୍ଟ ଲାଇଫ୍ସ୍ଟାଇଲ୍ ଫିଜିକାଲ୍ ଆକ୍ଟିଭିଟି” ବୋଲି ନାମକରଣ କରିଛନ୍ତି।…
ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କ ପର୍ଯ୍ୟଟନ ମନ୍ତ୍ରଣାଳୟ ପକ୍ଷରୁ ସାତକୋଶିଆ ବ୍ୟାଘ୍ର ଅଭୟାରଣ୍ୟ ଏବଂ ହୀରାକୁଦ ନଦୀବନ୍ଧ ଅଞ୍ଚଳରେ ପ୍ରାକୃତିକ ପର୍ଯ୍ୟଟନ ବିକାଶ ପାଇଁ ପ୍ରାୟ ୨୦୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ମନ୍ତ୍ରଣାଳୟର ଲକ୍ଷ୍ୟସ୍ଥଳୀ ବିକାଶ ଡିଭିଜନ ପକ୍ଷରୁ ସରକାରୀ ଘରୋଇ ଭାଗିଦାରୀରେ ମଧ୍ୟ ଅନେକ ପ୍ରକଳ୍ପ କାର୍ଯ୍ୟକାରୀ କରିବାକୁ ଲକ୍ଷ୍ୟ ରଖାଯାଇଛି ଯାହାଦ୍ୱାରା ଦୀର୍ଘସ୍ଥାୟୀ ପର୍ଯ୍ୟଟନ ବିକାଶ ସହିତ ସ୍ଥାନୀୟ ଅର୍ଥବ୍ୟବସ୍ଥା ସମୃଦ୍ଧି ହେବ। ସାତକୋଶିଆରେ ୯୯.୯୯ କୋଟି ଟଙ୍କାର ବ୍ୟୟବରାଦ ସହିତ ପରିକଳ୍ପିତ ପ୍ରକଳ୍ପର ଉଦ୍ଦେଶ୍ୟ ହେଉଛି ଏକ ବ୍ୟାପକ ଇକୋ ଟୁରିଜିମ୍ ବ୍ୟବସ୍ଥା ବିକଶିତ କରିବା ଯାହା ଏହି ଅଞ୍ଚଳର ସମୃଦ୍ଧ ଜୈବ ବିବିଧତା ଏବଂ ସାଂସ୍କୃତିକ ଐତିହ୍ୟକୁ ସଂରକ୍ଷିତ ରଖିବା ସହିତ ସାମଗ୍ରିକ ପର୍ଯ୍ୟଟକଙ୍କ ଅଭିଜ୍ଞତାରେ ସୁଧାର ଆଣିବ। ବିଭିନ୍ନ ଭିତ୍ତିଭୂମି ଏବଂ ସେବାକୁ ବିସ୍ତାର କରି, ଏହି ପ୍ରକଳ୍ପ ଅନେକ ପ୍ରମୁଖ ଆହ୍ୱାନର ମୁକାବିଲା କରିବା ସହ ସାତକୋଶିଆକୁ…
ପୁରୀ: ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଆଜି ପୁରୀ ବେଳାଭୂମିରେ ନୌସେନା ଦିବସ ସମାରୋହରେ ଯୋଗ ଦେବା ସହିତ ଭାରତୀୟ ନୌସେନା ଦ୍ୱାରା ଆୟୋଜିତ ସମରକୌଶଳ ପ୍ରଦର୍ଶନ ଦେଖିଛନ୍ତି। ଏହି ଅବସରରେ ଅଭିଭାଷଣ ପ୍ରଦାନ କରି ରାଷ୍ଟ୍ରପତି ନୌସେନା ଦିବସ ଅବସରରେ ଭାରତୀୟ ନୌସେନାର ସମସ୍ତ ଯବାନଙ୍କୁ ଶୁଭେଚ୍ଛା ଜଣାଇଥିଲେ। ସେ କହିଥିଲେ, ଆଜି ଡିସେମ୍ବର ୪ ତାରିଖରେ ଆମେ ୧୯୭୧ ଯୁଦ୍ଧରେ ଆମର ଗୌରବମୟ ବିଜୟର ସ୍ମୃତିକୁ ପାଳନ କରୁଛୁ ଏବଂ ମାତୃଭୂମିର ରକ୍ଷା ପାଇଁ ନୌସେନା କର୍ମଚାରୀଙ୍କ ନିଃସ୍ୱାର୍ଥପର ସେବା ଏବଂ ସର୍ବୋଚ୍ଚ ବଳିଦାନକୁ ସ୍ମରଣ କରୁଛୁ। ଭାରତୀୟ ନୌସେନାର ସମସ୍ତ ଯବାନଙ୍କ ନିକଟରେ ଭାରତ କୃତଜ୍ଞ ଏବଂ ସମ୍ମାନ ଓ ସାହସର ସହ ଦେଶ ସେବା କରିଥିବାରୁ ପ୍ରତ୍ୟେକ ଭାରତୀୟ ସେମାନଙ୍କୁ ଆଜି ଅଭିନନ୍ଦନ ଜଣାଉଛନ୍ତି। ରାଷ୍ଟ୍ରପତି କହିଥିଲେ ଯେ ଭାରତର ଭୌଗଳିକ ସ୍ଥିତି ଆମକୁ ଏକ ମହାନ ସାମୁଦ୍ରିକ ରାଷ୍ଟ୍ର ହେବା ପାଇଁ ଆବଶ୍ୟକ ସମସ୍ତ…
ଭୁବନେଶ୍ବର: ସୁଭଦ୍ରା ଯୋଜନା ନେଇ ଆସିଲା ବଡ ଖବର। ତାହା ହେଲା ଯେ, ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା ପ୍ରଦାନ କରାଯିବ। ଏ ନେଇ ତାରିଖ ଘୋଷଣା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। ତାଙ୍କ କହିବା ଅନୁସାରେ ଆସନ୍ତା ଡିସେମ୍ବର 25 ତାରିଖ ବଡ ଦିନରେ ମିଳବ ଏହି ଟଙ୍କା। ବଡ ଦିନରେ ବଳକା ହିତାଧିକାରୀଙ୍କ ଖାତାକୁ ଏହି ଟଙ୍କା ଆସିବ। ଏଥିପାଇଁ ସମସ୍ତ ଯାଞ୍ଚ ପକ୍ରିୟା ଚାଲିଛି। ଏହା ଶେଷ ହେବା ପରେ 25 ତାରିଖ ବଡ ଦିନରେ ଟଙ୍କା ପ୍ରଦାନ କରାଯିବ। ତେବେ ଏହି ଟଙ୍କା ପାଇବା ପାଇଁ କେଉଁମାନେ ଯୋଗ୍ୟ କିମ୍ବା ଅଯୋଗ୍ୟ ତାହାର ତାଲିକା ପ୍ରସ୍ତୁତ ହେବ। ସେହି ତାଲିକା ବ୍ଲକ ଓ ମହାନଗର ସ୍ତରରେ ପ୍ରକାଶ କରାଯିବ। ଏହାପରେ ଯେଉଁମାନଙ୍କର ଅଭିଯୋଗ ରହିବ ସେମାନଙ୍କୁ ସାତ ଦିନ ସମୟ ପ୍ରଦାନ କରାଯିବ। ଏହାପରେ ସେସବୁ ଅଭିଯୋଗର ସମାଧାନ କରାଯିବ ବୋଲି…
ଭୁବନେଶ୍ବର: ଫୁଲବାଣୀର କୁକୁଡାକୁ ନେଇ ବର୍ତ୍ତମାନ ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ଚର୍ଚ୍ଚା ହେବାକୁ ଯାଉଛି। କାରଣ ଏହି ଭିନ୍ନ ପ୍ରଜାତୀର ଦେଶୀ କୁକୁଡାର ମାଂସ ଓ ଅଣ୍ଡାରେ ରହିଛି ଭରପୁର ରୋଗ ପ୍ରତିରୋଧ ଶକ୍ତି। ଏହାକୁ ପ୍ରମାଣିତ କରିବା ପାଇଁ ଓଡିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ ତରଫରୁ ଗବେଷଣା ଆରମ୍ଭ କରାଯାଇଛି। କୁକୁଡା ସଂପର୍କରେ ସଂପୂର୍ଣ୍ଣ ତଥ୍ୟ ନ୍ୟାସନଲ ବ୍ୟୁରୋ ଅଫ ଆନିମଲ ଜେନେଟିକ୍ ରିସୋର୍ସକୁ ପ୍ରଦାନ କରାଯାଇଛି। ଫୁଲବାଣୀ କୁକୁଡା ଅନ୍ୟ କୁକୁଡାଠାରୁ ସଂପୂର୍ଣ୍ଣ ଭିନ୍ନ। କାରଣ ଏହି କୁକୁଡା 40ରୁ 50 ଫୁଟ ଉଚ୍ଚତାକୁ ଉଡିପାରନ୍ତି। କୌଣସି ଜନ୍ତୁ ଆକ୍ରମଣ କଲେ ସେମାନେ ଜୀବନ ରକ୍ଷା ପାଇଁ ଉପରକୁ ଉଡି ଚାଲିଯାଆନ୍ତି। ଏହି ଶକ୍ତି ସାଧାରଣ କୁକୁଡାଙ୍କ ନିକଟରେ ଦେଖାଯାଏ ନାହିଁ। ଅନ୍ୟ ଦେଶୀ କୁକୁଡା 10 ରୁ 20 ଫୁଟ ଉପରୁ ଉଡିପାରନ୍ତି। ସେହିପରି ଏହି କୁକୁଡାର ବିଶେଷତ୍ବ ହେଲା ଏମାନଙ୍କୁ ଛୋଟ ଛୋଟ…
ଭୁବନେଶ୍ବର: କୋଣାର୍କ ଉତ୍ସବର ଦ୍ବିତୀୟ ସଂଧ୍ୟାରେ ପରିବେଷଣ ହୋଇଥିଲା ମଣିପୁରୀ ଏବଂ ଓଡିଶୀ ନୃତ୍ୟ। ପ୍ରଥମେ ଆରମ୍ଭ ହୋଇଥିଲା ମଣିପୁରୀ। ଭାରତର ପ୍ରସିଦ୍ଧ ମଣିପୁରୀ ନୃତ୍ୟାଙ୍ଗନା ଶ୍ରୀମତୀ ପ୍ରୀତି ପଟେଲ ଓ ତାଙ୍କ ସାଥିମାନେ ମଣିପୁରୀ ନୃତ୍ୟ ଶୈଳୀରେ “ନାଚେମଲେଇ” ନୃତ୍ୟ ପରିବେଷଣ କରିଥିଲେ। ଫୁଲର ବିଭିନ୍ନ ରୂପ ଓ ବିଭବକୁ ମଣିପୁରୀ ନୃତ୍ୟ ଶୈଳୀରେ ପରିବେଷଣ କରି ଶିଳ୍ପୀମାନେ ସେମାନଙ୍କ କଳା ନୈପୁଣ୍ୟ ସହିତ ଭକ୍ତି ଭାବ,ପ୍ରେମ ଭାବ,ନିର୍ଭୟ ଭାବ ଓ ତ୍ୟାଗ ଭାବର ଏକ ନିର୍ମଳ ଛନ୍ଦ କୁ ତୋଳି ଧରିଥିଲେ। ଶ୍ରୀମତୀ ପ୍ରୀତି ପଟେଲଙ୍କ ପରିକଳ୍ପନା ଓ ନିର୍ଦ୍ଦେଶନାରେ ଏବଂ ଏସ କରୁଣା ଦେବୀ ଓ ଥ. ଇମୋଚା ସିଂହ ଙ୍କ ସହଯୋଗରେ ଏହି ଅପୂର୍ବ ନୃତ୍ୟ ଶୈଳୀଟି ପ୍ରସ୍ତୁତ ହୋଇଥିଲା। ଦ୍ୱିତୀୟ ଭାଗରେ ପରିବେଷଣ ହୋଇଥିଲା କଲିକତାରୁ ଆସିଥିବା ପ୍ରଖ୍ୟାତ ଓଡ଼ିଶୀ ନୃତ୍ୟାଙ୍ଗନା ଗୁରୁମା ଆଲୋକା କାନୁନଗୋ ଙ୍କ ଶିଂଜନ ନୃତ୍ୟାଳୟର ଶିଳ୍ପୀ ମାନଙ୍କ ଦ୍ଵାରା…
ଭୁବନେଶ୍ବର: ଗଠନ ହେବ ଦକ୍ଷିଣ ଓଡିଶା ବିକାଶ ପରିଷଦ। ଏ ନେଇ ଆଜି ଗୃହରେ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଏଥିପାଇଁ ଏକ ଟାସ୍କ ଫୋର୍ସ ଗଠନ କରାଯାଇଛି ବୋଲି ସେ ଗୃହକୁ ଅବଗତ କରାଇଛନ୍ତି। ମୁଖ୍ୟମନ୍ତ୍ରୀ ଗୃହରେ ଯାହା ବିବୃତି ରଖିଛନ୍ତି ତାହା ହେଲା…. ମାନ୍ୟବର ବାଚସ୍ପତି ମହୋଦୟା, ଆପଣଙ୍କ ଜରିଆରେ ମୁଁ ଗୃହର ମାନ୍ୟବର ସଦସ୍ୟମାନଙ୍କୁ ଅବଗତ କରେଇବାକୁ ଚାହେଁ ଯେ, ‘ଦକ୍ଷିଣ ଓଡିଶା ବିକାଶ ପରିଷଦ’ ଗଠନ କରିବା ପାଇଁ ରାଜ୍ୟ ସରକାର ଏକ Task Force ଗଠନ କରିଛନ୍ତି। ଓଡିଶାର ଦକ୍ଷିଣାଞ୍ଚଳର ବିକାଶ ସହିତ ବିକାଶ ପ୍ରକ୍ରିୟାରେ ସବୁ ବର୍ଗଙ୍କୁ ଅନ୍ତର୍ଭୁକ୍ତ କରିବା ପାଇଁ ଏହି ପରିଷଦ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ଏହି ବିକାଶ ପରିଷଦ କିପରି ଗଠିତ ହେବ, ଏଥିରେ କେଉଁ ଜିଲ୍ଲା ଓ ବ୍ଲକ ସାମିଲ ହେବ ଏବଂ ଏହାର ଢାଞ୍ଚା ଓ କାର୍ଯ୍ୟପ୍ରଣାଳୀ କଣ ରହିବ, ସେ ସମ୍ପର୍କରେ…
ବାଲୁଗାଁ: ଚିଲିକା ନିର୍ବାଚନମଣ୍ଡଳୀରେ ଦିନେ ପାୱାର କରିଡରର ଶୀର୍ଷରେ ଥିବା ପୂର୍ବତନ ବିଧାୟକ ରଘୁନାଥ ସାହୁ ବର୍ତ୍ତମାନ ସମ୍ପୂର୍ଣ୍ଣ ଦଳ ଓ କର୍ମୀଙ୍କ ପାଇଁ ଅଲୋଡ଼ା ହୋଇପଡିଛନ୍ତି। ଏହାର ନଜିର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳୁଛି। ସାଧାରଣ ନିର୍ବାଚନରେ ପରାଜୟ ବରଣ କରିବା ପରେ ରଘୁନାଥଙ୍କ ପାଖକୁ ଆଉ କେହି ବିଜେଡି କର୍ମୀ ଯାଉନାହାନ୍ତି।ଏପରିକି ଖୁଲମଖୋଲା ରଘୁନାଥଙ୍କ ବିରୋଧରେ ବିଷଉଦଗାର କରିବାରେ ଲାଗିଛନ୍ତି। ନିର୍ବାଚନରେ ପରାଜୟ ପରେ ସେ ଖୋଲାଖୋଲି ଗଣମାଧ୍ୟମରେ ନିଜ ଦଳୀୟ ନେତାଙ୍କୁ ବିରୋଧରେ ବିଷୋଦଗାର କରିଥିଲେ ଯାହା ତାଙ୍କୁ ମହଙ୍ଗା ପଡ଼ିଛି। ଫଳରେ ଚିଲିକା ବିଜେଡିର ସମସ୍ତ ଆଗ ଧାଡ଼ିର କର୍ମୀ ଓ ନେତାମାନେ ରଘୁନାଥ ସାହୁଙ୍କୁ ପ୍ରତ୍ୟାଖ୍ୟାନ କରୁଥିବାର ଦେଖିବାକୁ ମିଳୁଛି। କାରଣ ରଘୁନାଥଙ୍କ କାର୍ଯ୍ୟକଳାପ ସନ୍ଦେହଜନକ ଥିବାରୁ ଆଗ ଧାଡ଼ିର କର୍ମୀ ଓ ନେତା ମାନେ ତାଙ୍କୁ ସହଜରେ ଗ୍ରହଣ କରିବାକୁ ନାରାଜ। ‘ଢୋଲ ଭିତରେ ମୂଷା’ ଏବଂ ‘ବିଭୀଷଣ’ ପରି ଉପାଖ୍ୟାନ ମଧ୍ୟ…
ଭୁବନେଶ୍ବର: ଓଡ଼ିଆ ଅସ୍ମିତାର ଅନେ୍ୱଷଣ ଓ ପ୍ରସାର ଦିଗରେ ସବୁ ସଚେତନ ଓଡ଼ିଆ କାର୍ଯ୍ୟ କରିବା ଆବଶ୍ୟକ । ସାଂସ୍କୃତିକ ଅବକ୍ଷୟ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରାଯିବା ଦରକାର ବୋଲି ବିଧାୟକ ବାବୁ ସିଂ କହିଛନ୍ତି। ବିଶିଷ୍ଟ ନାଟ୍ୟକାର, ସଂସ୍କୃତି ଗବେଷକ, ନିର୍ଦ୍ଦେଶକ ଓ ସଂଗ୍ରାହକ ସୁରେଶ ବଳବନ୍ତରାୟଙ୍କ ସ୍ମୃତିରେ ଆୟୋଜିତ ସୁରେଶ ସମାବେଶରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀ ସିଂ ଓଡ଼ିଆ ସଂସ୍କୃତିର ପ୍ରଚାରପ୍ରସାର ପାଇଁ ସରକାର ସବୁମତେ ଉଦ୍ୟମ କରୁଛନ୍ତି ବୋଲି ଉଲ୍ଲେଖ କରିଛନ୍ତି। ରେଡ୍କ୍ରସ୍ ଭବନରେ ଅନୁଷ୍ଠିତ ‘ସୁରେଶ ସମାବେଶ’ରେ ଅତିଥିମାନେ ସୁରେଶ ବଳବନ୍ତରାୟ ଓଡ଼ିଶାରେ ସାଂସ୍କୃତିକ ଆନ୍ଦୋଳନର ଅନ୍ୟତମ ସୂତ୍ରଧର ଥିଲେ ବୋଲି ଜଣାଇ ତାଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାନିବେଦନ କରିଥିଲେ। ଆନ୍ତର୍ଜାତିକ ଖ୍ୟାତିସଂପନ୍ନ ଭାଷାବିତ୍ ପଦ୍ମଶ୍ରୀ ଡ. ଦେବୀପ୍ରସନ୍ନ ପଟ୍ଟନାୟକ, ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଡ. ପ୍ରସନ୍ନ କୁମାର ସ୍ୱାଇଁ, ବିଶିଷ୍ଟ ନାଟ୍ୟକର୍ମୀ ତଥା ନିର୍ଦ୍ଦେଶକ ମନୋଜ ପଟ୍ଟନାୟକ ବକ୍ତବ୍ୟ ରଖି…
ଭୁବନେଶ୍ବର: ପ୍ରତିବର୍ଷ କୋଣାର୍କ ଉତ୍ସବ ସହିତ ଆୟୋଜିତ ହୋଉଛି ଆନ୍ତର୍ଜାତୀୟ ବାଲୁକା କଳା ମହୋତ୍ସବ ବିଗତ 14 ବର୍ଷ ଧରି । ଚନ୍ଦ୍ରଭାଗା କୂଳରେ ଓ କୋଳରେ ବିଶ୍ୱର କୋଣ ଅନୁକୋଣରୁ ଆସିଥାନ୍ତି ବାଲୁକା ଶିଳ୍ପୀ ଗଣ। ଏ ବର୍ଷ ଆମ ଭାରତ ବର୍ଷରୁ ପ୍ରାୟ 121 ଜଣ ଶିଳ୍ପି ଯୋଗ ଦେଇଛନ୍ତି, ସେଥିରୁ 36 ଜଣ ମହିଳା ଓ 85 ଜଣ ପୁରୁଷ। ସ୍ପେନ୍, ଜର୍ମାନ୍, ରୁଷିଆ, ପର୍ତ୍ତୁଗାଲ, ଶ୍ରୀଲଙ୍କା, ମେକ୍ସିକୋ, ଜାପାନ ଓ ୟୁକେ ରୁ ପ୍ରାୟ 8 ଜଣ ବିଦେଶୀ ବାଲୁକା ଶିଳ୍ପି ଆସି ପହଞ୍ଚିଛନ୍ତି। ଆଜି କୋଣାର୍କର ପ୍ରଥମ ଦିନରେ ଭୁବନେଶ୍ବର ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ବୃନ୍ଦ ପରିବେଷଣ କରିଥିଲେ ଓଡ଼ିଶୀ ନୃତ୍ୟ। ଜଗନ୍ନାଥ ଅଷ୍ଟକମ୍, ଭାବରଙ୍ଗ ଓ ଶକ୍ତି ଏହି ତିନୋଟି ନୃତ୍ୟ ଶୈଳୀକୁ ଏକ ଅପୂର୍ବ ଭାବା ବେଗରେ ପରିବେଷଣ କରିଥିଲେ। ଓଡିଶୀ ନୃତ୍ୟ ଶୈଳୀର ଲାସ୍ୟ, ଭଙ୍ଗି, ମୁଦ୍ରା ଓ…
Konark Festival: ଆଜିଠାରୁ ଆରମ୍ଭ ହେବ ବିଶ୍ବ ପ୍ରସିଦ୍ଧ କୋଣାର୍କ ଉତ୍ସବ। କାରୁକାର୍ଯ୍ୟ ଭରା କୋଣାର୍କ ମନ୍ଦିର ପ୍ରାଙ୍ଗଣରେ ମୁକ୍ତାକାଶ ରଂଗମଞ୍ଚରେ ଏହା ଆୟୋଜିତ ହେବ। ପ୍ରତିବର୍ଷ ରାଜ୍ୟ ପର୍ଯ୍ୟଟନ ବିଭାଗ ତରଫରୁ ଆୟୋଜିତ ହୋଇଆସୁଛି। ଆଜି ସଂଧ୍ୟାରୁ ଏହି କାର୍ଯ୍ୟକ୍ରମ ଆରମ୍ଭ ହେବ, ଯାହା ପାଞ୍ଚଦିନ ଧରି ଚାଲିବ। ବିଭିନ୍ନ ଦିନରେ ଯେଉଁ ସବୁ କାର୍ଯ୍ୟକ୍ରମ ରହିଛି ତାହା ହେଲା.. ମୁଖ୍ୟତଃ ଓଡିଶାକୁ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ସହିତ ଦେଶର ଶାସ୍ତ୍ରୀୟ ନୃତ୍ୟକୁ ପ୍ରଚାର ପ୍ରସାର କରାଇବା ପାଇଁ ଏହି ଉତ୍ସବ ଆୟୋଜିତ ହୋଇ ଆସୁଛି। ଏହି ନୃତ୍ୟ ଉତ୍ସବ ସହିତ ଚନ୍ଦ୍ରଭାଗା କୂଳରେ ଆନ୍ତର୍ଜାତୀୟ ବାଲୁକା କଳା ଉତ୍ସବ ମଧ୍ୟ ଆୟୋଜିତ ହେବ। ଏହା ପାଞ୍ଚଦିନ ଧରି ଚାଲିବ।
ଭୁବନେଶ୍ବର: ଆଜି ବିଜୁ ଜନତା ଦଳ ପୁଣି ଏକ ବଡ ପଦକ୍ଷେପ ଗ୍ରହଣ କରିଛି। ସେହି ଅନୁସାରେ ବିଜେଡି ଆଜି ଯାଜପୁରର ଜଣେ ନେତାଙ୍କୁ ନିଲମ୍ବିତ କରିଛି। ଦଳ ବିରୋଧୀ କାର୍ଯ୍ୟ ପାଇଁ ଦଳର ସଭାପତି ନବୀନ ପଟ୍ଟନାୟକ ଏହି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି। ସେହି ଅନୁସାରେ ଯାଜପୁରର ଜୋନ ନମ୍ବର 39 ର ଜିଲ୍ଲା ପରିଷଦ ସଦସ୍ୟ ପ୍ରତାପ ପଟ୍ଟନାୟକଙ୍କୁ ଦଳ ନିଲମ୍ବିତ କରିଛି। ଦଳ ବିରୋଧୀ କାର୍ଯ୍ୟ ପାଇଁ ଏହି ନିଲମ୍ବନ କରାଗଲା ବୋଲି ସଭାପତିଙ୍କ ଦସ୍ତଖତରେ ଏକ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ଏହାକୁ ତରନ୍ତ କାର୍ଯ୍ୟକାରୀ କରିବାକୁ କୁହାଯାଇଛି।
ଭୁବନେଶ୍ୱର: ପୂର୍ବତନ ମନ୍ତ୍ରୀ, ବରିଷ୍ଠ ନେତା ତଥା କଟକର ପୂର୍ବତନ ବିଧାୟକ ସମୀର ଦେଙ୍କ ଗତ ୧୮ ତାରିଖ ଦିନ ପରଲୋକ ଘଟିଥିଲା। ସ୍ୱର୍ଗତଃ ଦେଙ୍କୁ ଶ୍ରଦ୍ଧାଞ୍ଜଳୀ ପ୍ରଦାନ ଅବସରରେ ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଏକ ସ୍ମୃତିସଭା ଅନୁଷ୍ଠିତ ହୋଇଥିଲା। ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସ୍ମୃତିସଭାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇ ସ୍ୱର୍ଗତଃ ଦେଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିବା ସହିତ ସ୍ମୃତିଚାରଣ କରିଥିଲେ। ଛାତ୍ରବସ୍ଥାରୁ ନିଜ ରାଜନୈତିକ ଜୀବନ ଆରମ୍ଭ କରିଥିବା ସ୍ୱର୍ଗତଃ ଦେ ଜଣେ ବାସ୍ତବରେ ସ୍ନେହୀ, ପରୋପକାରୀ ଓ ଦରଦୀ ମଣିଷ ଥିଲେ। ରାଜ୍ୟର ଉଚ୍ଚଶିକ୍ଷା ମନ୍ତ୍ରୀ ଓ ନଗର ଉନ୍ନୟନ ମନ୍ତ୍ରୀ ଭାବେ ନିଜ ଦାୟୀତ୍ୱକୁ ସୁଚାରୁ ରୂପେ ନିର୍ବାହ କରିଥିଲେ । ତାଙ୍କ ବିୟୋଗ କେବଳ ପାର୍ଟୀ ପାଇଁ ନୁହେଁ ବରଂ ରାଜ୍ୟ ରାଜନୀତିରେ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି କରିଛି…
ଭୁବନେଶ୍ୱର: ଭୁବନେଶ୍ବରରେ ଆୟୋଜିତ ଡିଜି ସମ୍ମଳନୀରେ ଯୋଗଦେବା ପାଇଁ ଓଡିଶା ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ଏବଂ ଗୃହମନ୍ତ୍ରୀ। ଆଜି କଂଗ୍ରେସ ତରଫରୁ ତାଙ୍କ ଗସ୍ତକୁ ବିରୋଧ କରାଯିବା ପରେ ବିଜେପି ତାତି ଉଠିଛି। ଆଜି ଏ ନେଇ ବିଜେପି ଏକ ସାମ୍ବାଦିକ ସମ୍ମିଳନୀ କରି କଂଗ୍ରେସକୁ ତୀବ୍ର ସମାଲୋଚନା କରିଛି। ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଦଳର ବରିଷ୍ଠ ନେତା ତଥା ଆଇନ୍ ଓ ପୂର୍ତ୍ତବିଭାଗ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏହି ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ, କଂଗ୍ରେସ ଦଳର ସତା ଏବେ ହଜିବାରେ ଲାଗିଛି । ସମଗ୍ର ଦେଶରେ କଂଗ୍ରେସ ଏବେ ପକ୍ଷାଘାତର ଶିକାର ହୋଇଛି। ଏପରିକି ନିଜେ ଚାଲିବାର କ୍ଷମତା ହରାଇ ସାରିଛି। ଏବେ ଛୋଟ ଛୋଟ ଆଂଚଳିକ ଦଳର ଆଶାବାଡିକୁ ଧରି କଂଗ୍ରେସ ଚାଲିବାକୁ ଉଦ୍ୟମ କରୁଛି। କଂଗ୍ରେସ ଏବେ ଯେଉଁ ଅବସ୍ଥାରେ ଅଛି ଏଭଳି ସ୍ଥିତିରେ ଦଳ ତଳକୁ ତଳ ଯିବ…
ଭୁବନେଶ୍ୱର: ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ଶନିବାର ରଣଜିତ ପାତ୍ରଙ୍କ ନେତୃତ୍ୱରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହାଙ୍କ ଓଡ଼ିଶା ଗସ୍ତ ବିରୋଧରେ ଏକ ବିକ୍ଷୋଭ ଶୋଭାଯାତ୍ରା ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରୁ ବାହାରି ଲୋୟର ପିଏମ୍ଜିଠାରେ ପ୍ରତିବାଦ ପ୍ରଦର୍ଶନ କରିଥିଲା। ସେଠାରେ ଯୁବ କଂଗ୍ରେସ କର୍ମୀ ଓ ପୋଲିସ୍ଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । ଯୁବ କଂଗ୍ରେସ କର୍ମୀମାନେ ହାତରେ କଳା ବେଲୁନ୍, ମୁଣ୍ଡରେ କଳା ପଟି ଏବଂ ପ୍ଲାକାର୍ଡ଼ ଧରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ପୋଲିସ୍ ବ୍ୟାରିକେଡ଼ ଭାଙ୍ଗି ଆଗକୁ ଅଗ୍ରସର ହେଉଥିବା ବେଳେ, ପୋଲିସ୍ ଯୁବ କଂଗ୍ରେସ କର୍ମୀମାନଙ୍କୁ ବିକ୍ଷୋଭସ୍ଥଳରୁ ଗିରଫ କରି ଭ୍ୟାନ ଯୋଗେ ଉଠାଇ ନେଇଥିଲା । ଏହି ଆନ୍ଦୋଳନ ପରିପ୍ରେକ୍ଷୀରେ ଶ୍ରୀ ପାତ୍ର କହିଛନ୍ତି ଯେ, ମୋଦି ଓ ଶାହାଙ୍କ ଗସ୍ତ ଓଡ଼ିଶାର ସ୍ୱାର୍ଥ ପାଇଁ ଉଦ୍ଦିଷ୍ଟ ନୁହେଁ । ବିଜେପି ଶାସନର ୬ ମାସରେ ଓଡ଼ିଶାରେ ଆଇନ ଶୃଙ୍ଖଳା ସମ୍ପୂର୍ଣ୍ଣ…
ଭୁବନେଶ୍ବର: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ସ୍ଥିତ ବେଦାନ୍ତ ଲିମିଟେଡ଼ ଦ୍ୱାରା ବିଭିନ୍ନ ସମୟରେ ବେଆଇନ କାର୍ଯ୍ୟ କରାଯାଉଥିବା ଅଭିଯୋଗ ହେବାରେ ଲାଗିଛି। କେତେବେଳେ ଆଦିବାସୀଙ୍କ ଉପରେ ଅତ୍ୟାଚାର, କେତେବେଳେ ଆଦିବାସୀଙ୍କ ଜମିରେ ନାଲିପାଣି ମାଡିବା ଘଟଣା, କେତେବେଳେ ପରିବେଶ ପ୍ରଦୂଷଣ ଅଭିଯୋଗ ହୋଇଆସୁଛି। ଯାହାକୁ ନେଇ ସ୍ଥାନୀୟ ଆଦିବାସୀମାନେ ଆନ୍ଦୋଳନ କରିବା ସହିତ ଥାନା ଘେରାଉ କରୁଛନ୍ତି। ସେହିପରି ଆଉ ଏକ ଅଭିଯୋଗ ବେଦାନ୍ତ ବିରୋଧରେ କରାଯାଇଛି। ତାହା କିନ୍ତୁ ଏସବୁ ଅଭିଯୋଗଠାରୁ ସଂପୂର୍ଣ୍ଣ ଭିନ୍ନ। ତାହା ହେଲା ବେଦାନ୍ତ କର୍ତ୍ତୁପକ୍ଷ ଆଦିବାସୀଙ୍କ ଧର୍ମିୟ ଭାବନା ଉପରେ ଅସମ୍ମାନ କରୁଛନ୍ତି ବୋଲି ଅଭିଯୋଗ ହୋଇଛି। ଯାହାକୁ ନେଇ ବେଦାନ୍ତ ଲାଞ୍ଜିଗଡ କାରଖାନ ନିକଟସ୍ଥ ଗ୍ରାମବାସୀମାନେ ଆନ୍ଦୋଳନ କରି ବେଦାନ୍ତ କଂପାନୀ ରାସ୍ତାକୁ ଅବରୋଧ କରିଥିଲେ। ଅଭିଯୋଗ ଅନୁସାରେ ବେଦାନ୍ତ କର୍ମାଚାରୀ ଲାଞ୍ଜିଗଡ଼ ବ୍ଲକ ଜଗନ୍ନାଥପୁର ପଞ୍ଚାୟତ କେନ୍ଦୁବର୍ଡି ଗାଁରେ ଥିବା ଆଦିବାସୀଙ୍କ ପୂଜାପୀଠକୁ ଭାଙ୍ଗି ଦେଇଛନ୍ତି। ସେଠାରେ କମ୍ପାନୀର କର୍ମଚାରୀମାନେ ରୋଷେଇ…
ଭୁବନେଶ୍ବର: କେତେ ମିନିଟ ନୁହେଁ ପ୍ରାୟ ଦୁଇଘଣ୍ଟା ଧରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟ ବିଜେପି ନେତାଙ୍କୁ କରାଇଛନ୍ତି ଟିୟୁସନ। ଆଜି ସଂଧ୍ୟାରେ ପ୍ରଧାନମନ୍ତ୍ରୀ ବିଜେପି କାର୍ଯ୍ୟାଳୟ ଆସିଥିଲେ। ସେଠାରେ ସାଂସଦ ବିଧାୟକ ତଥା ନେତାମାନେ ଉପସ୍ଥିତ ଥିଲେ। ପ୍ରଧାନମନ୍ତ୍ରୀ ପ୍ରବେଶ କରିବା ପରେ ସେ ସମସ୍ତଙ୍କ ସହିତ ଆଲୋଚନା କରିଥିଲେ। ଜଣେ ବିଧାୟକଙ୍କ ସହିବା ଅନୁସାରେ ମୋଦି ନେତାମାନଙ୍କୁ ତୃଣମୂଳ ସ୍ତରରେ କାମ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସେ କହିଛନ୍ତି ଯେ ରାଜ୍ୟର ବଡବଡ କାମ ଗ୍ରାମ୍ୟ ଲୋକଙ୍କର କାମରେ ଆସିପାରେ ନ ଆସିପାରେ। ସେମାନେ ଏହାକୁ ମନେ ରଖିପାରନ୍ତି ନହେଲେ ନାହିଁ। ହେଲେ ଆପଣମାନେ ତାଙ୍କର ଗୋଟିଏ ଛୋଟିଆ କାମ କରିଥିଲେ ସେମାନେ ସବୁବେଳ ପାଇଁ ମନେ ରଖିବେ। ସେଥିପାଇଁ ଆପଣମାନେ ତୃଣମୂଳ ସ୍ତରରେ ଲୋକଙ୍କ ସହିତ ରୁହନ୍ତୁ। ସେହିପରି ଜଣେ ବିଧାୟକ ପ୍ରଧାନମନ୍ତ୍ରୀଙ୍କୁ ପଚାରିଥିଲେ ଯେ, ଆପଣ ପ୍ରଧାନମନ୍ତ୍ରୀ ଭାବେ ନିଜକୁ କିପରି ଅନୁଭବ କରୁଛନ୍ତି।…
ଭୁବନେଶ୍ବର: ଆଜି ଭୁବନେଶ୍ବରକୁ ତିନିଦିନିଆ ଗସ୍ତରେ ଆସିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ ଭୁବନେଶ୍ବରେ ଆୟୋଜିତ ହେବାକୁ ଥିବା ସର୍ବଭାରତୀୟ ଡିଜିପି ସମ୍ମିଳନୀରେ ସେ ଯୋଗଦେବେ। ଆଜି ଅପରାହ୍ନରେ ସେ ବିମାନବନ୍ଦରରେ ପହଞ୍ଚିବା ପରେ ବାହାରେ ହୋଇଥିବା ଏକ ମଞ୍ଚରେ ନିଜର ଅଭିଭାଷଣ ରଖିଥିଲେ। ଏହି ମଞ୍ଚରେ ମୋଦି ପ୍ରଥମେ ଓଡିଆରେ ଭାଷଣ ଆରମ୍ଭ କରିଥିଲେ। ସେ ପ୍ରଥମେ ଜୟଜଗନ୍ନାଥ ବୋଲି କହିଥିଲେ। ଏହାପରେ ଓଡିଶାର ଭାଇ ଓ ଭଉଣୀଙ୍କୁ ମୋର ନମସ୍କାର ଓଡିଆରେ କହି ଅଭିଭାଷଣ ଆରମ୍ଭ କରିଥିଲେ। ଆଜି ପ୍ରଭୃ ଲିଙ୍ଗରାଜଙ୍କ ଧାମକୁ ଆସି ନିଜକୁ ଧନ୍ୟ ମନେ କରୁଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ପ୍ରଧାନମନ୍ତ୍ରୀ ତାଙ୍କ ଭାଷଣରେ ନିକଟରେ ନୂଆଦିଲ୍ଲୀରେ ହୋଇଥିବା ଓଡିଶା ପର୍ବରେ ଯୋଗ ଦେଇଥିବା କଥା କହିଥିଲେ। ସେଠାରେ ସେ ମସଲା ଚାହା ପିଇ ବେଶ ସନ୍ତୁଷ୍ଠ ହୋଇଥିଲେ ବୋଲି କହିଥିଲେ। ସେହି ଉତ୍ସବରେ ସେ ଓଡିଶାର ପରଂପରା ଏବଂ ସଂସ୍କୃତିକୁ ଉଦଜିବିତ କରିଥିଲା…
ଭୁବନେଶ୍ବର: କେଉଁ ଆଦିମ ଅନାଦି କାଳରୁ ମନୁଷ୍ୟ ବୃକ୍ଷଲତାର ବିଭିନ୍ନ ଅଂଶକୁ ଔଷଧ ଭାବରେ ବ୍ୟବହାର କରି ଆସୁଛି। ଖ୍ରୀଷ୍ଟ ପୂର୍ବ ୪୦୦୦ ଠାରୁ ୧୦୦୦ ବର୍ଷ ପର୍ଯ୍ୟନ୍ତ ସମୟ ମଧ୍ୟରେ ରଚନା କରାଯାଇଥିବା ଋକ ବେଦରେ ୬୭ ଗୋଟି, ଯଜୁର୍ବେଦରେ ୮୨ ଗୋଟି ଏବଂ ଅଥର୍ବ ବେଦରେ ୨୮୯ ଗୋଟି ଔଷଧୀୟ ବୃକ୍ଷ ତଥା ଏହାର ଉପଯୋଗ ଦ୍ୱାରା ରୋଗ ଚିକିସ୍ଛା ବିଷୟରେ ବିଷଦ ଭାବରେ ବର୍ଣ୍ଣନା ଅଛି। ଏହାର ପରବର୍ତ୍ତୀ କାଳରେ ରଚିତ ଅଷ୍ଟାଙ୍ଗ ଆୟୁର୍ବେବ ହେଉଛି ବିଶ୍ୱର ପ୍ରାଚୀନତମ ଚିକିସ୍ଛା ପ୍ରଣାଳୀ ଯେଉଁଥିରେ ମୁଖ୍ୟତ ବୃକ୍ଷଲତା ମାନଙ୍କର ସରଳ ପ୍ରୟୋଗ ତଥା ବିଭିନ୍ନ ପ୍ରକାରର ଔଷଧ ପ୍ରସ୍ତୁତିର ବିଧି ବିଧାନ ସହିତ ରୋଗ ଚିକିତ୍ସାର ବର୍ଣ୍ଣନା ରହିଛି ବୋଲି କହିଛନ୍ତି ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର। ପ୍ରାଥମିକ ଉପଚାରରେ ପ୍ରୟୋଗ ହେବା ଭଳି ତଥା ଘରୋଇ ଚିକିସ୍ଛା ଭାବରେ ବ୍ୟବହାର କରାଯିବା ଭଳି ପଞ୍ଚ କଷାୟ ଯେପରିକି ସ୍ବରସ…
ଭୁବନେଶ୍ବର: ସର୍ବଭାରତୀୟ ଡିଜି ସମ୍ମିଳନୀରେ ଯୋଗଦେବା ପାଇଁ ଭୁବନେଶ୍ବରରେ ପହଞ୍ଚିଛନ୍ତି ଗୃହମନ୍ତ୍ରୀ ଅମିତ ଶାହା। ସେ ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ, ସଭାପତି ମନମୋହନ ସାମଲଙ୍କ ସହ ବିଜେପିର ବହୁ ସାଂସଦ ଓ ମନ୍ତ୍ରୀ ସ୍ବାଗତ କରିଥିଲେ। ଆଜି ଭୁବନେଶ୍ବରରେ ଆୟୋଜିତ ସର୍ବଭାରତୀୟ ଡିଜି ସମ୍ମିଳନୀକୁ ଗୃହମନ୍ତ୍ରୀ ଅମିତ ଶାହା ଉଦଘାଟନ କରିବେ। ଏହି ସମ୍ମିଳନୀ ଲୋକସେବା ଭବନର ସମ୍ମିଳନୀ କକ୍ଷରେ ଆୟୋଜିତ ହେଉଛି। ସେଠାରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଆଜି ସକାଳୁ ବିଭିନ୍ନ ରାଜ୍ୟର ଡିଜିଙ୍କ ସହିତ ବିଭିନ୍ନ ଏଜେନ୍ସିର ମୁଖ୍ୟମାନେ ଭୁବନେଶ୍ବରରେ ପହଞ୍ଚି ସାରିଛନ୍ତି। କିଛିସମୟ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୁବନେଶ୍ବରରେ ପହଞ୍ଚିବେ।

