ଭୁବନେଶ୍ବର: ବିପଦରେ ପଡ଼ିଥିବା ଲୋକଙ୍କ ପାଇଁ ସରକାରଙ୍କ ପକ୍ଷରୁ ସହାୟତା ଦେବା ପାଇଁ ପ୍ରଥମେ ପହଞ୍ଚିଥାନ୍ତି ଆମ ଅଗ୍ନିଯୋଦ୍ଧାମାନେ । ସେମାନେ ହେଉଛନ୍ତି ପ୍ରଥମ ରେସ୍ପଣ୍ଡର। ବିପନ୍ନ ଲୋକଙ୍କ ପାଖରେ ସେମାନେ ସରକାରଙ୍କ ଚେହେରା ବୋଲି ଆଜି ଭୁବନେଶ୍ବର ବରମୁଣ୍ଡା ଅଗ୍ନିଶମ ପ୍ରଶିକ୍ଷଣ କେନ୍ଦ୍ରରେ ଆୟୋଜିତ ୬୧ ତମ ଅଗ୍ନିଯୋଦ୍ଧା ଦୀକ୍ଷାନ୍ତ ସମାରୋହରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କହିଛନ୍ତି । ସୂଚନାଯୋଗ୍ୟ ଯେ, ଆଜି ସମୁଦାୟ ୯୧୧ ଜଣ ଅଗ୍ନିଯୋଦ୍ଧା ପାସିଙ୍ଗ ଆଉଟ ପରେଡରେ ଯୋଗ ଦେଇ ଅଗ୍ନିଶମ ବାହିନୀରେ କାର୍ଯ୍ୟାରମ୍ଭ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଗତ ଏକ ବର୍ଷ ମଧ୍ୟରେ ଅଗ୍ନିଶମ ବିଭାଗର ଖାଲିଥିବା ୯୧୧ ପଦବୀ ପୂରଣ ହୋଇଛି । ସେମାନେ ଆଜି କାର୍ଯ୍ୟରେ ଯୋଗ ଦେଇଛନ୍ତି । ଆଉ ପ୍ରାୟ ୩୦୦ ପଦବୀ ଖାଲି ରହିଛି ଏବଂ ଏହାକୁ ଡିସେମ୍ୱର ସୁଦ୍ଧା ପୂରଣ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି…
Author: Samikhsya Bureau
ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ନବୀନ ନିବାସ ଯାଇ ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ତାଙ୍କର ସୁସ୍ଥତା କାମନା କରି ‘ଆପଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା କିପରି ଅଛି’ ବୋଲି ପଚାରିଥିଲେ । ବିରୋଧୀ ଦଳ ନେତା ଶ୍ରୀ ପଟ୍ଟନାୟକ କହିଥିଲେ, ‘ମୁଁ ସୁସ୍ଥ ଅନୁଭବ କରୁଛି’। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ଆପଣଙ୍କ ସୁସ୍ଥ ନିରାମୟ ଜୀବନ ନିମନ୍ତେ ପ୍ରାର୍ଥନା କରୁଛି। ସୂଚନା ଯୋଗ୍ୟ ଯେ, ବିରୋଧୀ ଦଳ ନେତା ତାଙ୍କର ଦେହ ଅସୁସ୍ଥ ଥିବାରୁ ସେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହୋଇ ଫେରିଛନ୍ତି। ତେଣୁ, ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ନବୀନ ନିବାସ ଯାଇ ତାଙ୍କୁ ସାକ୍ଷାତ କରି ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ବିଷୟରେ ପଚାରି ବୁଝିଛନ୍ତି। ଉଭୟ ନେତାଙ୍କ ମଧ୍ୟରେ ପ୍ରାୟ ୧୦ ମିନିଟ ଧରି ଆଲୋଚନା ହୋଇଥିଲା । ମୁଖ୍ୟମନ୍ତ୍ରୀ…
ନୂଆଦିଲ୍ଲୀ: ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇବା ପରେ ଆୟକର ଆଇନ, ୨୦୨୫ ସରକାରୀ ଗେଜେଟ ପ୍ରକାଶିତ ହୋଇଛି। ଗେଜେଟ ଅନୁଯାୟୀ, ଏହା ଆୟକର ସମ୍ପର୍କିତ ଆଇନକୁ ଏକୀକୃତ ଏବଂ ସଂଶୋଧନ କରାଯାଇଛି। ଏହି ନୂତନ ଆଇନ ୧ ଏପ୍ରିଲ ୨୦୨୬ ରୁ କାର୍ଯ୍ୟକାରୀ ହେବ। ଆୟକର ବିଭାଗ ତରଫରୁ ସୋସିଆଲ ମିଡିଆ ପୋଷ୍ଟରେ କୁହାଯାଇଛି ଯେ ୧୯୬୧ ର ଆୟକର ଆଇନକୁ ବଦଳାଇ ଏହି ଐତିହାସିକ ସଂସ୍କାର ଏକ ସରଳ, ସ୍ୱଚ୍ଛ ଏବଂ ଅନୁପାଳନ-ଅନୁକୂଳ ପ୍ରତ୍ୟକ୍ଷ ଟିକସ ବ୍ୟବସ୍ଥାର ଆରମ୍ଭ ହୋଇଛି। ଏହି ଆଇନରେ ସାଂରଚନିକ ସରଳୀକରଣ ଅନ୍ତର୍ଭୁକ୍ତ ଯାହା ଅଧୀନରେ ଧାରା ସଂଖ୍ୟା ୮୧୯ ରୁ ୫୩୬ କୁ ହ୍ରାସ କରାଯାଇଛି, ଏବଂ ଅଧ୍ୟାୟ ୪୭ ରୁ ୨୩ କୁ ହ୍ରାସ କରାଯାଇଛି, ସ୍ପଷ୍ଟତା ପାଇଁ ସାରଣୀ ଏବଂ ସୂତ୍ର ପ୍ରଚଳନ ସହିତ ଯୋଡାଯାଇଛି। ନୂତନ ଆଇନ ଦ୍ୱନ୍ଦ୍ୱକୁ ହ୍ରାସ କରିବା ପାଇଁ ଆର୍ଥିକ ବର୍ଷ ଏବଂ ମୂଲ୍ୟାୟନ ବର୍ଷକୁ ବଦଳାଇ…
ଭୁବନେଶ୍ବର: ଓଡ଼ିଆ ଅସ୍ମିତା ଏକ ରାଜନୈତିକ ପ୍ରସଙ୍ଗ ନୁହେଁ, ବରଂ ଏକ ସାଂସ୍କୃତିକ ଅବବୋଧ। ତେବେ ଗତ ନିର୍ବାଚନବେଳେ ତତ୍କାଳୀନ ପରିସ୍ଥିତି ଯୋଗୁଁ ଏହା ରାଜନୈତିକ ପ୍ରସଙ୍ଗ ପାଲଟିଥିଲା ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ‘ଭଏସେସ୍ ଏଣ୍ଡ୍ ଭୋଟ୍ସ : ଓଡ଼ିଶାସ୍ ଇଲେକଟୋରାଲ୍ ରେନେସାଁ ଅଫ୍ ୨୦୨୪’ ପୁସ୍ତକ ଉନ୍ମୋଚନ ସଭାରେ ଉଦ୍ଘାଟକ ଭାବେ ଯୋଗଦେଇ ଶ୍ରୀ ପ୍ରଧାନ କହିଥିଲେ ଯେ ଭାରତୀୟ ଜନତା ପାର୍ଟି ଏକ ଆକସ୍ମିକ ଦଳ ନୁହେଁ। ଏହାର ଅଭ୍ୟୁଦୟ ଦୀର୍ଘସମୟ ଧରି ହୋଇଛି ଏବଂ ଏଥିପାଇଁ ଓଡ଼ିଶାରେ ୨୭ ଜଣ ଦଳୀୟ କର୍ମୀଙ୍କ ପ୍ରାଣହାନି ଘଟିଛି। ରାଜନେତାଙ୍କ ତ୍ରୁଟି ପ୍ରସଙ୍ଗରେ ସେ କହିଥିଲେ, ‘ମୁଁ କାନ ମୋଡ଼ିବାକୁ ରାଜନୀତିକୁ ଆସିନାହିଁ। ବରଂ ଜନତାଙ୍କୁ ମୋର କାନ ଦେଖାଇ ଦେଉଛି।’ ପୁସ୍ତକର ପ୍ରସଂଶା କରି ସେ କହିଥିଲେ ଯେ ଓଡ଼ିଶାର ରାଜନୀତି ଓ ନିର୍ବାଚନକୁ ବୁଝିବା ପାଇଁ ଏଭଳି ପୁସ୍ତକର ଆବଶ୍ୟକତା ରହିଛି। ବିଜେଡି-ବିଜେପି…
ଭୁବନେଶ୍ବର: କଟକ କାଳିଆବୁଦା ସ୍ଥିତ କମଳାକାନ୍ତ ସରକାରୀ ଉଚ୍ଚ ବିଦ୍ୟାଳୟର ହୀରକ ଜୟନ୍ତୀ ସମାରୋହରେ ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି ବିଦ୍ୟାଳୟକୁ ଏକ ଜ୍ଞାନ ଦୀପସ୍ତମ୍ଭ, ଯାହା ୬୦ ବର୍ଷ ହେଲାଣି କଟକ ସହରରେ ଜ୍ଞାନର ଆଲୋକ ବିକିରଣ କରୁଛି ବୋଲି କହିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କମଳାକାନ୍ତ ଉଚ୍ଚ ବିଦ୍ୟାଳୟର ଡାଇମଣ୍ଡ ଜୁବୁଲି ହଲ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ୧ କୋଟି ଟଙ୍କା ସହାୟତା ଘୋଷଣା କରିଛନ୍ତି। ଏଥିସହିତ ମୁଖ୍ୟମନ୍ତ୍ରୀ, ଏହି ବିଦ୍ୟାଳୟକୁ ଖୁବ ଶୀଘ୍ର ପିଏମ ଶ୍ରୀ ଯୋଜନାରେ ସାମିଲ କରିବା, ମିନି ଷ୍ଟାଡିଅମ ନିର୍ମାଣ, ଦୁଇ ମହଲା ବିଶିଷ୍ଟ ଅଟ୍ଟାଳିକା ନିର୍ମାଣ କରିବା ଓ ବିଦ୍ୟାଳୟର ଆନୁସଙ୍ଗିକ ଆବଶ୍ୟକତା ସବୁ ଖୁବ ଶୀଘ୍ର ପୂରଣ କରିବା ପାଇଁ ଘୋଷଣା କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଅଭିଭାଷଣ ରଖି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ହୀରକ ଜୟନ୍ତୀ କେବଳ…
ଭୁବନେଶ୍ବର: ଆଜି ସିବିଆଇ ହାତରେ ଧରାପଡିଛନ୍ତି ଜଣେ ରେଳୱେ ପାର୍ସଲ କ୍ଲର୍କ। ସେ ହେଉଛନ୍ତି ରାଉରକେଲା ରେଳ ଷ୍ଟେସନର ପାର୍ସଲ କ୍ଲର୍କ ରାଜୀବ ରଂଜନ ଯାଦବ। ଆଜି ସେ ଏକ ପାର୍ସଲ ପଠାଇବା ପାଇଁ 7200 ଟଙ୍କା ଲାଞ୍ଚ ନେଉଥିବା ବେଳେ ସିବିଆଇ ଦ୍ବାରା ଧରା ପଡିଛନ୍ତି। ଖବରରୁ ଜଣାପଡିଛି ଯେ, ରାଜୀବ ଜଣେ ବ୍ୟକ୍ତିଙ୍କର ଜେନେରେଟର ସେଟକୁ ଟ୍ରେନରେ ପଠାଇବା ପାଇଁ ଲାଞ୍ଚ ମାଗିଥିଲେ। ଲାଞ୍ଚ ନ ଦେଲେ ତାହା ପଠାଯାଇପାରିବ ନାହିଁ ବୋଲି କହିଥିଲେ। ଫଳରେ ସଂପୃକ୍ତ ବ୍ୟକ୍ତି ସିବିଆଇ ସହିତ ଯୋଗାଯୋଗ କରିଥିଲେ। ସେହି ଅନୁସାରେ ଯୋଜନା ପ୍ରସ୍ତୁତ ହେବା ପରେ ସିବିଆଇ ଲାଞ୍ଚ ଟଙ୍କା ନେଉଥିବା ବେଳେ ଧରାପଡିଛନ୍ତି। ବର୍ତ୍ତମାନ ରାଜୀବଙ୍କ ଉପରେ ଅଧିକ ଖୋଳତାଡ ଚାଲିଛି। ସେ ଏହିପରି କାର୍ଯ୍ୟ କେବେଠାରୁ କଲେଣି ସେ ନେଇ ତଦନ୍ତ ଚାଲିଛି। ଅନ୍ୟପକ୍ଷରେ ରାଜୀବଙ୍କ ବିଭିନ୍ନ ସ୍ଥାନରେ ସିବିଆଇ ଚଢାଉ କରିଥିବାର ଜଣାପଡିଛି।
ଭୁବନେଶ୍ୱର: ଜାତୀୟ ଶିକ୍ଷାନୀତି ୨୦୨୦ ଅନୁସାରେ ଓଡ଼ିଶାରେ ପ୍ରାଥମିକ ଶିକ୍ଷାକୁ ସୁଦୃଢ଼ କରିବା ଉପରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗୁରୁତ୍ୱ ଆରୋପ କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ୨୦୩୬ରେ ସମୃଦ୍ଧ ଓଡ଼ିଶା ଗଠନର ଲକ୍ଷ୍ୟ ପୂରଣ କରିବା ପାଇଁ ପ୍ରାଥମିକ ଶିକ୍ଷାର ଯଥେଷ୍ଟ ଗୁରୁତ୍ୱ ରହିଛି । ତେଣୁ ଏହାକୁ ଦୃଷ୍ଟିରେ ରଖି ଗୁଣାତ୍ମକ ଶିକ୍ଷା ପ୍ରଦାନ ଉପରେ ଅଧିକ ଫୋକସ୍ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କାର୍ଯ୍ୟକ୍ରମ ସମୀକ୍ଷା କରି ଏହି ପରାମର୍ଶ ଦେବା ସହିତ ଅନେକ ନୂତନ ନିଷ୍ପତ୍ତି ନେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ଅନୁଯାୟୀ, ସ୍କିମାଟିକ ପ୍ରାଥମିକ ଶିକ୍ଷକମାନଙ୍କୁ ନିୟମିତ କରିବା ପାଇଁ ପଦକ୍ଷେପ ଗ୍ରହଣ କରାଯିବ । ପ୍ରାଥମିକ ଶିକ୍ଷାକୁ ସୁଦୃଢ଼ କରିବା ପାଇଁ ନୂତନ ଶିକ୍ଷାନୀତି ଅନୁଯାୟୀ ଅଧିକ ଶିକ୍ଷକଙ୍କର ଆବଶ୍ୟକତା ରହିଛି । ରାଜ୍ୟରେ ବର୍ତ୍ତମାନ ୪୫,…
ଭୁବନେଶ୍ୱର: ସଂଗଠନ ସୃଜନ ଅଭିଯାନ ମାଧ୍ୟମରେ ଓଡ଼ିଶାର ୩୫ ଗୋଟି ଜିଲ୍ଲା କଂଗ୍ରେସ କମିଟି ସଭାପତି ଚୟନ ପ୍ରକ୍ରିୟା ନିମନ୍ତେ ଅଖିଳ ଭାରତ କଂଗ୍ରେସ କମିଟି ୩୫ ଜଣ ଏଆଇସିସି ପର୍ଯ୍ୟବେକ୍ଷକ ନିଯୁକ୍ତି କରିଛନ୍ତି । ଏହି ପର୍ଯ୍ୟବେକ୍ଷକ ମାନଙ୍କ ସହିତ ଯୋଗାଯୋଗ ଓ ସମନ୍ୱୟ ରଖିବା ପାଇଁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଭକ୍ତ ଚରଣ ଦାସ ଏକ ରାଜ୍ୟସ୍ତରୀୟ ସୃଜନ କମିଟି ଏବଂ ୱାରରୁମ କମିଟି ଗଠନ କରିଛନ୍ତି । ଉପରୋକ୍ତ ଦୁଇ କମିଟି ମିଳିତ ଭାବେ ଖୁବଶୀଘ୍ର କାର୍ଯ୍ୟ ଆରମ୍ଭ କରିବା ପାଇଁ ଶ୍ରୀ ଦାସ ନିର୍ଦ୍ଦେଶ ଦେଇଛନ୍ତି । ସୃଜନ କମିଟି ରେ ଅଧ୍ୟକ୍ଷ ଭାବେ ଡ. ଦେବାଶିଷ ପଟ୍ଟନାୟକ ରହିଥିବା ବେଳେ ସହ ଅଧ୍ୟକ୍ଷ ଭାବେ ସୁଧାଂଶୁ ଶେଖର ଦେଓ ରହିଛନ୍ତି । ସେହିପରି ୱାରରୁମ କମିଟିର ଅଧ୍ୟକ୍ଷ ଭାବେ ଶ୍ରୀ ମନୋରଞ୍ଜନ ଦାଶ ରହିଥିବା ବେଳେ ସଭ୍ୟ ଭାବରେ ତରୁଣ…
ଭୁବନେଶ୍ବର: ଆଜି ଅପରାହ୍ନରେ ଭୁବନେଶ୍ୱର ରାଜ୍ୟ ଅତିଥି ଭବନ ଠାରେ କେନ୍ଦୁଝର ଜିଲ୍ଲାର ବିଭିନ୍ନ ସଂଗଠନ ଓ ନାଗରିକ ମଞ୍ଚ ଜିଲ୍ଲାରେ ଇସ୍ପାତ କାରଖାନା ପ୍ରତିଷ୍ଠା ହେବାକୁ ଯାଉଥିବାରୁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଧନ୍ୟବାଦ ଓ ସମ୍ୱର୍ଦ୍ଧନା ଜ୍ଞାପନ କରିଥିଲେ। ସୂଚନାଯୋଗ୍ୟ ଯେ, ଦକ୍ଷିଣ କୋରିଆର ପ୍ରସିଦ୍ଧ ଇସ୍ପାତ ଶିଳ୍ପ ପୋସ୍କୋ ଏବଂ ଭାରତର ଜେ.ଏସ୍.ଡବ୍ଲ୍ୟୁର ମିଳିତ ଆନୁକୂଲ୍ୟରେ କେନ୍ଦୁଝର ଜିଲ୍ଲାର ପାଟଣା ଅଞ୍ଚଳରେ ଇସ୍ପାତ କାରଖାନା ପ୍ରତିଷ୍ଠା ହେବାକୁ ଯାଉଛି। ଏହା ହେବ ରାଜ୍ୟର ଦ୍ୱିତୀୟ ବୃହତ ଇସ୍ପାତ କାରଖାନା। ଜିଲ୍ଲାରେ ଏହି କାରଖାନା ସ୍ଥାପନ ପାଇଁ ମୁଖ୍ୟମନ୍ତ୍ରୀ ଶାସନକୁ ଆସିବା ଆଗରୁ ଦାବୀ କରି ଆସୁଥିଲେ । ଏହା ମଧ୍ୟ ଦଳର ନିର୍ବାଚନ ଇସ୍ତାହାରରେ ସ୍ଥାନ ପାଇଥିଲା। କେନ୍ଦୁଝରର ଲୁହାପଥର ବିଦେଶକୁ ରପ୍ତାନୀ ହୋଇ କାମରେ ଆସୁଛି କିନ୍ତୁ ଓଡିଶାରେ ଏହା କାହିଁକି ବ୍ୟବହାର ହୋଇପାରୁନାହିଁ ବୋଲି ମୁଖ୍ୟମନ୍ତ୍ରୀ ସବୁବେଳେ ଦାବୀ କରିଆସୁଥିଲେ ଏବଂ ଏଥିପାଇଁ…
ଭୁବନେଶ୍ବର: ଆଜି ରାଜ୍ୟ ସରକାର ଆଇପିଏସ ସ୍ତରରେ ବଡ ଧରଣର ଅଦଳବଦଳ କରିଛନ୍ତି। ସେହି ଅନୁସାରେ ଆଜି 18 ଜଣଙ୍କ ବଦଳି କରାଯାଇଛି। ସେମାନଙ୍କ ମଧ୍ୟରେ ସାତଟି ଜିଲ୍ଲାର ଏସପି ମଧ୍ୟ ବଦଳି ହୋଇଛନ୍ତି। ଯେଉଁମାନଙ୍କର ବଦଳି ହୋଇଛି ସେମାନେ ହେଲେ ଏହି ବଦଳି ମଧ୍ୟରେ ଅଛନ୍ତି ପୁରୀ ଏସପି ପିନାକ ମିଶ୍ର। ତାଙ୍କୁ ଡିଆଇଜି ରାଙ୍କକୁ ପ୍ରମୋସନ କରାଯାଇ ପୂର୍ବାଞ୍ଚଳ ପୋଲିସ ରେଞ୍ଜକୁ ବଦଳି କରାଯାଇଛି।
ଭୁବନେଶ୍ୱର :- ଜର୍ମାନୀ ପରି ଭାରତୀୟ ଗଣତନ୍ତ୍ରରେ ମଧ୍ୟ ସମାନୁପାତିକ ପ୍ରତିନିଧିତ୍ବ ବ୍ୟବସ୍ଥା କରି ସହମତିଭିତ୍ତିକ ସରକାର ଆଡ଼କୁ ଗତି କରିବା ବଦଳରେ ଓଲଟା କେନ୍ଦ୍ର ସରକାର ହାତରେ ସମସ୍ତ କ୍ଷମତା ଠୁଳକରି ଭାରତକୁ ଏକ ନବ୍ୟ ଫାସିବାଦୀ ରାଷ୍ଟ୍ରରେ ପରିଣତ କରିବା ଚେଷ୍ଟା ଚାଲିଛି। ଭୋଟଦାନ ପ୍ରକ୍ରିୟାରେ ସଂଶୋଧନ ଆଣି ବ୍ୟବସ୍ଥାକୁ ସଂସ୍କାରିତ କରିବା ପରିବର୍ତ୍ତେ ରାଜ୍ୟଗୁଡ଼ିକୁ ଦୁର୍ବଳ କରି ସଂଘୀୟ ବ୍ୟବସ୍ଥାକୁ ନଷ୍ଟ କରିବାକୁ ଚେଷ୍ଟା ଚାଲିଛି ବୋଲି ବିଶିଷ୍ଟ ସମାଜ ବିଜ୍ଞାନୀ ପ୍ରାଧ୍ୟାପକ ବିଜୟ ବହିଦାର ମତବ୍ୟକ୍ତ କରିଛନ୍ତି। ଗତ ବୁଧବାର ସଂସଦରେ ସମ୍ବିଧାନର ୧୩୦ତମ ସଂଶୋଧନ ବିଲ୍ ଆଗତ ପରିପ୍ରେକ୍ଷୀରେ ଗୁରୁବାର କଂଗ୍ରେସ ଭବନରେ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ଅଧ୍ୟକ୍ଷତାରେ “ସଂସଦୀୟ ଗଣତନ୍ତ୍ର ଓ ସଂଘୀୟ ବ୍ୟବସ୍ଥା ଉପରେ ପଦାଘାତ” ଶୀର୍ଷକ ଆଲୋଚନା ସଭାରେ ବିଶିଷ୍ଟ ଆଲୋଚକ ଭାବେ ଯୋଗଦେଇ ଶ୍ରୀ ବହିଦାର କହିଲେ, ଏବେ ରାଜ୍ୟ ମାନଙ୍କର ସ୍ୱାୟତ୍ତତା ନାହିଁ। ତଥାକଥିତ…
ଭୁବନେଶ୍ୱର: ଗୁରୁବାର ହଠତ୍ ସକାଳ ୭ ଘଟିକା ସମୟରେ କିଟ୍ ଛକଠାରେ ବିଏମ୍ସିର ଉଚ୍ଛେଦକାରୀ ଦଳ ଦୁଇଟି ଡୋଜର, ପୋଲିସ୍ ଫୋର୍ସ ସହିତ ପହଞ୍ôଚ ରାସ୍ତାକଡ଼ରେ ଉଠାଦୋକାନୀ ଆଇନ୍ ୨୦୧୪ ଅନୁଯାୟୀ ବ୍ୟବସାୟ କରୁଥିବା ଦୋକାନୀମାନଙ୍କୁ ଉଠିଯିବା ପାଇଁ ଡାକବାଜି ଯନ୍ତ୍ର ସାହାଯ୍ୟରେ ପ୍ରଚାର କରିଥିଲେ । ସେହି ସମୟରେ ଦୋକାନୀମାନଙ୍କ ମଧ୍ୟରେ ଏକ କୋକୁଆ ଭୟ ସୃଷ୍ଟି ହେବା ସହ ଏକ ପ୍ରକାର ଆତଙ୍କ ଖେଳି ଯାଇଥିଲା । ସେମାନଙ୍କର ଜିନିଷପତ୍ର ନଷ୍ଟ ହୋଇଯିବ, କେଉଁଠି ରଖିବେ, କଣ କରିବେ ତାକୁ ନେଇ ଦୋକାନୀମାନେ ଚିନ୍ତାଗ୍ରସ୍ତ ହୋଇପଡ଼ିଥିଲେ । ଉଚ୍ଛେଦକାରୀ ଦଳ ଦୋକାନୀମାନଙ୍କୁ କୌଣସି ସମୟ ନଦେଇ ବୁଲଡ଼ୋଜର ସହାଯ୍ୟରେ ଗୋଟିଏ ପରେ ଗୋଟିଏ ଦୋକାନ ଉଚ୍ଛେଦ କରି ଚାଲିଥିଲେ । ସେଠାକାର ଦୋକାନୀମାନେ ନିଖିଳ ଓଡ଼ିଶା ରାସ୍ତାପାଶ୍ୱର୍ ଉଠାଦୋକାନୀ ମହାସଂଘର ରାଜ୍ୟ ସଭାପତି ପ୍ରତାପ କୁମାର ସାହୁଙ୍କୁ ଫୋନ୍ ଯୋଗେ ଡକାଇଥିଲେ । ଶ୍ରୀଯୁକ୍ତ ସାହୁଙ୍କ ସମେତ ଉପସଭାପତି…
ମୁମ୍ବାଇ:ରିଲାଏନ୍ସ ଫାଉଣ୍ଡେସନର ବାର୍ଷିକ ଛାତ୍ରବୃତ୍ତି ପାଇଁ ଆବେଦନ ଆରମ୍ଭ ହୋଇଛି। ରିଲାଏନ୍ସ ଫାଉଣ୍ଡେସନ ୨୦୨୫-୨୬ ଶିକ୍ଷାବର୍ଷ ପାଇଁ ୫୧୦୦ ଛାତ୍ରଛାତ୍ରୀଙ୍କୁ ଛାତ୍ରବୃତ୍ତି ପ୍ରଦାନ କରିବ। କେବଳ ପ୍ରଥମ ବର୍ଷର ନିୟମିତ ସ୍ନାତକ ଏବଂ ସ୍ନାତକୋତ୍ତର ଛାତ୍ରଛାତ୍ରୀମାନେ ଛାତ୍ରବୃତ୍ତି ପାଇଁ ଆବେଦନ କରିପାରିବେ। ଉଚ୍ଚଶିକ୍ଷା ପାଇଁ ଭାରତର ସର୍ବବୃହତ ଛାତ୍ରବୃତ୍ତି ପାଇଁ ଆବେଦନ କରିବାର ଶେଷ ତାରିଖ ୪ ଅକ୍ଟୋବର, ୨୦୨୫ ରହିଛି। ସୂଚନାଯୋଗ୍ୟ ଯେ ୨୦୨୨ରେ, ଧୀରୁଭାଇ ଅମ୍ବାନୀଙ୍କ ୯୦ତମ ଜନ୍ମବାର୍ଷିକୀରେ ରିଲାଏନ୍ସ ଫାଉଣ୍ଡେସନ ଅଧ୍ୟକ୍ଷା ନୀତା ଅମ୍ବାନୀ ୧୦ ବର୍ଷରେ ୫୦,୦୦୦ ଛାତ୍ରବୃତ୍ତି ଦେବାକୁ ଘୋଷଣା କରିଥିଲେ। ରିଲାଏନ୍ସ ଫାଉଣ୍ଡେସନ୍ ସ୍ନାତକ ସ୍ତରରେ ୫,୦୦୦ ଛାତ୍ରଛାତ୍ରୀମାନଙ୍କୁ ଏବଂ ସ୍ନାତକୋତ୍ତର ସ୍ତରରେ ୧୦୦ ଛାତ୍ରଛାତ୍ରୀମାନଙ୍କୁ ଛାତ୍ରବୃତ୍ତି ପ୍ରଦାନ କରିବ। ସ୍ନାତକ ଛାତ୍ରଛାତ୍ରୀଙ୍କୁ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅନୁଦାନ ପ୍ରଦାନ କରାଯିବ। ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କର ଶୈକ୍ଷିକ ଯୋଗ୍ୟତା ଏବଂ ଆର୍ଥିକ ସ୍ଥିତି ଆଧାରରେ ଛାତ୍ରବୃତ୍ତି ପାଇଁ ଚୟନ କରାଯିବ। ଅନ୍ୟପକ୍ଷରେ, ଇଞ୍ଜିନିୟରିଂ,…
ଭୁବନେଶ୍ୱର: ରାଜ୍ୟରେ ପୁରୀ ଓ ବଲାଙ୍ଗିର ସରକାରୀ ଆୟୁର୍ବେଦ ମହାବିଦ୍ୟାଳୟ ରେ ପିଜି ସିଟ ଥିବାବେଳେ ୧୯୭୮ମସିହାରେ ପ୍ରତିଷ୍ଠିତ ବ୍ରହ୍ମପୁର କବିରାଜ ଅନନ୍ତ ତ୍ରିପାଠୀ ଶର୍ମା ଆୟୁର୍ବେଦ ମହାବିଦ୍ୟାଳୟ ବା କେ ଏ ଟି ଏସ ଆୟୁର୍ବେଦ ମହାବିଦ୍ୟାଳୟ କୁ ଉପେକ୍ଷା କରା ଯାଇଥିବା ବୋଲି ଅବିହିତ କରି ୨୦୨୧ ମସିହାରେ ଓଡ଼ିଶା ଆୟୁଷ ବିକାଶ ପରିଷଦ ପକ୍ଷରୁ ଡା ତ୍ରୈଲୋକ୍ୟ ନାଥ ମହାରଣା ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ କେଦ୍ର ସ୍ୱାସ୍ଥ୍ୟ ବିଭାଗ ମନ୍ତ୍ରୀ,ଆୟୁଷ ବିଭାଗ ମନ୍ତ୍ରୀ, ସଚିବ,ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଭିନ୍ନ ଅଧିକାରୀ ଙ୍କୁ କ୍ଷୋଭ ଭରା ପତ୍ର ଲେଖିବା ପରେ ତୁରଣ ୨୦୨୨ମସିହାରେ ଏହି ଖ୍ୟାତି ସମ୍ପର୍ଣ୍ଣ ଅନୁଷ୍ଠାନ ରେ ୪ଟି ପିଜି ସିଟ ଖୋଲିବା ପାଇଁ କେନ୍ଦ୍ର ଆୟୁଷ ବିଭାଗ ସ୍ୱୀକୃତି ପ୍ରଦାନ କରିଥିଲେ। ସେଠାରେ ୨୦୨୩ ମସିହାରୁ ମାତ୍ର ୪ ଟି ସର୍ଜରୀ ରେ ପିଜି ପାଠ୍ୟକ୍ରମ ଆରମ୍ବ ହୋଇଥିଲେ ସୁଦ୍ଧା…
ଭୁବନେଶ୍ବର: ପୁଣି ଥରେ ବାଣ ଫୁଟାଇଛନ୍ତି ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର। ଏଥରେ ସେ ଯାହା କହିଛନ୍ତି ତାହା ବଡ ଚାଞ୍ଚଲ୍ୟକର କଥା। ତାହା ହେଉଛି ଯେ ନବୀନ ପଟ୍ଟନାୟକ ମୋତେ ହତ୍ୟା କରିବାକୁ ଚେଷ୍ଠା କରିଥିଲେ ବୋଲି କହିଛନ୍ତି। ତେବେ କେବେ କାହିଁକି ଏପରି ଷଢଯନ୍ତ୍ର କରାଯାଇଥିଲା ତାହା ସେ କହି ନ ଥିଲେ। ସେହିପରି ସେ କହିଥିଲେ ଯେ, ମୁଁ ନବୀନ ପଟ୍ଟନାୟକଙ୍କୁ ଦେଖିବା ପାଇଁ ହସପିଟାଲ ଯିବି ନାହିଁ। କାରଣ ସେଠାକୁ ଗଲେ ପାଣ୍ଡିଆନ ତଡି ଦେଉଛନ୍ତି। ଏପରିକି ନବୀନ ନିବାସକୁ ମଧ୍ୟ ତାଙ୍କୁ ଦେଖିବା ପାଇଁ ଯିବି ନାହିଁ। କାରଣ ସେ ମୋତେ ହତ୍ୟା କରିବାକୁ ଷଢଯନ୍ତ୍ର କରିଥିଲେ ବୋଲି ଜୟନାରାୟଣ କହିଛନ୍ତି। ସେ ପୁଣି କହିଛନ୍ତି ଯେ, ମୁଁ ନବୀନଙ୍କୁ ଦେଖିବାକୁ ଯିବି ନାହିଁ, ହେଲେ ତାଙ୍କର ଦୀର୍ଘାୟୁ କାମନା କରୁଛି। ସେ ଦୀର୍ଘ ବର୍ଷ ଧରି ବଞ୍ଚି ରହନ୍ତୁ ଏବଂ ଏମିତି ବାରମ୍ବାର…
The Samikhsya Desk: ଓଡିଶାବାସୀ ବିଶେଷ କରି ଭୁବନେଶ୍ବର ଏବଂ ଏହାର ଆଖପାଖ ଅଞ୍ଚଳବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ। ଏ ନେଇ ନିଜ ସାମାଜିକ ଗଣମାଧ୍ୟମରେ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି ଯେ,” ଓଡ଼ିଶାବାସୀ ବିଶେଷକରି ଭୁବନେଶ୍ୱର ଏବଂ ଆଖପାଖ ଅଞ୍ଚଳର ଜନସାଧାରଣଙ୍କୁ ଅଭିନନ୍ଦନ। ଆଜି ଏକ ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ପ୍ରକଳ୍ପକୁ ମଞ୍ଜୁରୀ ଦେବା ପାଇଁ କ୍ୟାବିନେଟ ନିଷ୍ପତ୍ତି ହୋଇଛି। ଯାହା ଭିଡ଼ ହ୍ରାସ କରିବ ଏବଂ ‘ସହଜ ଜୀବନଯାପନ’କୁ ବୃଦ୍ଧି କରିବ। ଆଜି କେନ୍ଦ୍ର କ୍ୟାବିନେଟରେ ଭୁବନେଶ୍ବର ରିଙ୍ଗ ରୋଡ ପ୍ରକଳ୍ପ ମଞ୍ଜୁରୀ ହୋଇଛି। ଏଥିରେ ଭୁବନେଶ୍ବର ସହର ବାହାର ଅଞ୍ଚଳରେ ପ୍ରାୟ 110.875 କିଲୋମିଟର ଲମ୍ବାର ଏହି ବାଇପାସ୍ ନିର୍ମାଣ କରାଯିବ। 6 ଲେନ ବିଶିଷ୍ଠ ଏହି ରିଙ୍ଗ ରୋଡ ପାଇଁ 8307.74 କୋଟି ବ୍ୟୟ ଅଟକଳକୁ କ୍ୟାବିନେଟ ମଞ୍ଜୁର କରିଛନ୍ତି। ଏହାକୁ ନେଇ ପ୍ରଧାନମନ୍ତ୍ରୀ ଓଡିଶାବାସୀଙ୍କ ଅଭିନନ୍ଦନ କରିଛନ୍ତି। https://twitter.com/narendramodi/status/1957791634256531967 ବର୍ତ୍ତମାନ, ଜାତୀୟ ରାଜପଥରେ ରାମେଶ୍ୱରରୁ…
ଭୁବନେଶ୍ୱର: ହିଣ୍ଡାଲ୍କୋ ମିନାକ୍ଷୀ କୋଇଲା ଖଣି ପକ୍ଷରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଦନ୍ତ ସ୍ୱାସ୍ଥ୍ୟ ସମ୍ପର୍କିତ ସଚେତନତା ସୃଷ୍ଟି କରିବା ଉଦ୍ଧେଶ୍ୟରେ ଏକ ସଚେତନତା ଶିବିର ଆୟୋଜିତ ହୋଇଯାଇଛି। ସୁନ୍ଦରଗଡ଼ ଜିଲ୍ଲା ହେମଗିରି ସ୍ଥିତ ଦୂରୁବାଗ ଉଚ୍ଚ ପ୍ରାଥମିକ ଵିଦ୍ୟାଳୟ ଏବଂ କିରିପସିରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏହି ଶିବିର ଆୟୋଜନ ହୋଇଛି। ଉକ୍ତ ଶିବିରରେ କମ୍ପାନୀ ମୋବାଇଲ ସ୍ୱାସ୍ଥ୍ୟ ୟୁନିଟ ସ୍ୱାସ୍ଥ୍ୟ ବିଶେଷଜ୍ଞ ଛାତ୍ରଛାତ୍ରୀଙ୍କୁ ଦାନ୍ତ ଯତ୍ନ, ଦାନ୍ତ ସଫେଇ କୌଶଳ ଓ ଦାନ୍ତ ସଫା ହେବ ଦ୍ୱାରା ଏହାର ସ୍ୱାସ୍ଥ୍ୟ ପ୍ରତି ଉପଦେୟତା ସମ୍ପର୍କରେ ବୁଝାଇଥିଲେ। ଏଥିସହିତ ଶିକ୍ଷାର୍ଥୀଙ୍କୁ ଦାନ୍ତ ସଫା ନିମନ୍ତେ ଆବଶ୍ୟକ ଉପକରଣ କିଟ ବିତାରଣ କରଯାଇଥିଲା । ଏହି ଶିବିରରେ 70ରୁ ଉର୍ଦ୍ବ ବିଦ୍ୟାର୍ଥୀ ଉପସ୍ଥିତ ଥିଲେ । ଉକ୍ତ ଶିବିରରେ କିରିପସିରା ପଞ୍ଚାୟତ ପୂର୍ବତନ ସରପଂଚଙ୍କ ସମେତ ବିଦ୍ୟାଳୟ ଶୀକ୍ଷକ ଓ କମ୍ପାନୀ ମାନବ ସମ୍ବଳ ପ୍ରମୁଖ ଶରଦ ହୂରକତ ପ୍ରମୁଖ ଯୋଗଦେଇ ଥିଲେ।…
ନୂଆଦିଲ୍ଲୀ: ଭୁବନେଶ୍ବର ବାଇପାସ୍ ରିଙ୍ଗ ରୋଡ ପାଇଁ ଆଜି କେନ୍ଦ୍ର କ୍ୟାବିନେଟର ମଂଜୁରୀ ମିଳିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ଏହି ଅନୁମୋଦନ କରାଯାଇଛି। ଏଥିରେ ଭୁବନେଶ୍ବର ସହର ବାହାର ଅଞ୍ଚଳରେ ପ୍ରାୟ 110.875 କିଲୋମିଟର ଲମ୍ବାର ଏହି ବାଇପାସ୍ ନିର୍ମାଣ କରାଯିବ। 6 ଲେନ ବିଶିଷ୍ଠ ଏହି ରିଙ୍ଗ ରୋଡ ପାଇଁ 8307.74 କୋଟି ବ୍ୟୟ ଅଟକଳକୁ କ୍ୟାବିନେଟ ମଞ୍ଜୁର କରିଛନ୍ତି। ବର୍ତ୍ତମାନ, ଜାତୀୟ ରାଜପଥରେ ରାମେଶ୍ୱରରୁ ଟାଙ୍ଗୀ ମଧ୍ୟରେ ଅଧିକ ଯାତାୟାତ ଯୋଗୁଁ ପ୍ରବଳ ଭିଡ଼ ହେଉଛି। ଏହା ଅତ୍ୟନ୍ତ ସହରାଞ୍ଚଳ ସହର ଖୋର୍ଦ୍ଧା, ଭୁବନେଶ୍ୱର ଏବଂ କଟକ ଦେଇ ଗତି କରୁଛି। ଏହି ଚ୍ୟାଲେଞ୍ଜଗୁଡ଼ିକର ମୁକାବିଲା ପାଇଁ, ପ୍ରକଳ୍ପକୁ 6-ଲେନ୍ ପ୍ରବେଶ-ନିୟନ୍ତ୍ରିତ ଗ୍ରୀନଫିଲ୍ଡ ହାଇୱେ ଭାବରେ ବିକଶିତ କରିବାକୁ ପ୍ରସ୍ତାବ ଦିଆଯାଇଛି।ଏହି ପ୍ରକଳ୍ପ କଟକ, ଭୁବନେଶ୍ୱର ଏବଂ ଖୋର୍ଦ୍ଧା ସହରରୁ ଭାରୀ ବାଣିଜ୍ୟିକ ଯାନଗୁଡିକୁ ଭିତରେ ନ ଯାଇ ବାହାରେ ଯାତାୟତ କରିବେ।…
The Samikhsya Desk: ନିକଟରେ ଆଲାସ୍କାରେ ଟ୍ରମ୍ପ ଓ ପୁଟିନଙ୍କ ଯେଉଁ ଆଲୋଚନା ହୋଇଥିଲା ତାହାକୁ ନେଇ ଏକ ଅଦଭୁତ କଥା ଚର୍ଚ୍ଚା ହେଉଛି। ଯାହାକୁ ନେଇ ବିଭିନ୍ନ ମହଲରେ ଆଶ୍ଚର୍ଯ୍ୟ ପ୍ରକଟ କରାଯାଉଛି। ଯାହା ଚର୍ଚ୍ଚା ଚାଲିଛି ତାହା ହେଲା ଯେ, ଟ୍ରମ୍ପଙ୍କ ସହିତ ଆଲୋଚନା କରିବା ପାଇଁ ପୁଟିନ କୁଆଡେ ନିଜେ ଯାଇ ନ ଥିଲେ। ସେ ଅବକଳ ତାଙ୍କରି ପରି ଦେଖାଯାଉଥିବା ଜଣେ ଡୁପ୍ଲିକେଟକୁ ପଠାଇଛନ୍ତି ବୋଲି ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚା ଚାଲିଛି। ଏହି ଚର୍ଚ୍ଚା ଏତେ ଜୋରରେ ପ୍ରଚାର ହେଲାଣି ଯେ, ସାରା ବିଶ୍ବବାସୀ ଏହାକୁ ନେଇ ସନ୍ଦେହ ପ୍ରକଟ କଲେଣି। କାରଣ ପ୍ରକୃତରେ ପୁଟିନ ସେମିତି କିଛି କରିଛନ୍ତି କି ବୋଲି ପ୍ରଶ୍ନ ଉଠିଲାଣି। ସାମାଜିକ ଗଣମାଧ୍ୟମରେ ପୁଟିନଙ୍କ ଦୁଇଟି ଫଟୋ ପୋଷ୍ଟ କରାଯାଇ କିଏ ଡୁପ୍ଲିକେଟ କିଏ ଓରିଜିନାଲ ତାହା ମଧ୍ୟ ବର୍ଣ୍ଣନା କରାଯାଇଛି। ଯାହାକୁ ନେଇ ବିଭିନ୍ନ ମହଲରେ ଆଶଙ୍କା ସୃଷ୍ଟି…
ଭୁବନେଶ୍ବର: ଆଜି ଗୃହମନ୍ତ୍ରୀ ତଥା ବିଜେପିର ଚାଣକ୍ୟ ଅମିତ ଶାହାଙ୍କୁ ସାକ୍ଷାତ କରିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ। ଏ ନେଇ ମନମୋହନ ତାଙ୍କ ସାମାଜିକ ଗଣମାଧ୍ୟମରେ ସୂଚନା ଦେଇଛନ୍ତି। ସେ ଲେଖିଛନ୍ତି ଯେ, “ଆଜି ନୂଆ ଦିଲ୍ଲୀରେ ମାନ୍ୟବର ଗୃହମନ୍ତ୍ରୀ ଶ୍ରୀ ଅମିତ୍ ଶାହାଙ୍କୁ ସୌଜନ୍ୟମୂଳକ ଭାବେ ସାକ୍ଷାତ କରିବାର ଅବସର ପ୍ରାପ୍ତ ହେଲା । ଏହି ଅବସରରେ ରାଜ୍ୟର ବିକାଶ, ସାଂଗଠନିକ ସୁଦୃଢ଼ୀକରଣ ସମେତ ବିଭିନ୍ନ ଗୁରୁତ୍ତ୍ୱପୁର୍ଣ୍ଣ ବିଷୟ ସମ୍ଵନ୍ଧରେ ଆଲୋଚନା କଲି।” ସେ ଆହୁରି ଲେଖିଛନ୍ତି ଯେ, ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀନରେନ୍ଦ୍ର ମୋଦି ଙ୍କ ନେତୃତ୍ୱରେ ଆମ ଦେଶ ବିକଶିତ ଭାରତ ଦିଗରେ ଅଗ୍ରସର ହେଉଛି । ଓଡ଼ିଶାରେ ମଧ୍ୟ ଡବଲ ଇଞ୍ଜିନ ସରକାର କିପରି ବିକଶିତ ଭାରତର ଗ୍ରୋଥ୍ ଇଞ୍ଜିନ ହୋଇ ପାରିବ ସେ ଦିଗରେ ଆହୁରି ଦୃଢ଼ତାର ସହ କାର୍ଯ୍ୟ କରିବା ପାଇଁ ମାନ୍ୟବର ଗୃହ ମନ୍ତ୍ରୀଙ୍କର ମାର୍ଗଦର୍ଶନ ପ୍ରାପ୍ତ ହେଲା ।…
ଭୁବନେଶ୍ବର: ଆଜି ରାତିରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅସୁସ୍ଥ ହୋଇପଡିବାରୁ ତାଙ୍କୁ ଚିକିତ୍ସା ପାଇଁ ହସପିଟାଲରେ ଭର୍ତ୍ତି କରାଯାଇଛି। ସେ ସମ ଅଲଟିମେଟ ରେ ବର୍ତ୍ତମାନ ଚିକିତ୍ସିତ ହେଉଛନ୍ତି। ତାଙ୍କ ଦେହ ବର୍ତ୍ତମାନ ସ୍ଥିର ରହିଛି। ସେ ଡାକ୍ତରମାନଙ୍କ ସହିତ କଥା ହେଉଥିବାର ପରିଲକ୍ଷିତ ହୋଇଛି। ହସପିଟାଲ ବେଡରୁ ଏ ନେଇ ଏକ ଭିଡିଓ ଜାରୀ କରାଯାଇଛି। ଏହି ଖବର ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନିର୍ଦ୍ଦେଶର ସମ ଅଲଟିମେଟ ଯାଇ ନବୀନଙ୍କ ସ୍ବାସ୍ଥ୍ୟ ଅବସ୍ଥା ବୁଝିଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ। ତାଙ୍କ ସହିତ ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ ଏବଂ ଏକାମ୍ର ଭୁବନେଶ୍ବର ବିଧାୟକ ବାବୁ ସିଂ ମଧ୍ୟ ହସପିଟାଲ ଯାଇ ଡାକ୍ତରଙ୍କ ସହିତ ଆଲୋଚନା କରିଛନ୍ତି।

