Author: Samikhsya Bureau

ସୀତାରାମ ଅଗ୍ରୱାଲ ଚିଲିକା: ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଫଳ ବୁଧବାର ଦିନ ପ୍ରକାଶ ପାଇଛି। ଏହି ଫଳାଫଳ ପ୍ରକାଶ ପରେ ଛାତ୍ରଙ୍କ ଅପେକ୍ଷା ଛାତ୍ରୀମାନେ ଭଲ ସଫଳତା ପାଇଛନ୍ତି। ତେବେ ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକରେ ମଧ୍ୟ ଛାତ୍ରୀମାନେ ବାଜି ମାରିଛନ୍ତି। ବାଣପୁର ବିଇଓଙ୍କ ତଥ୍ୟ ଅନୁଯାୟୀ ଚଳିତ ବର୍ଷ ଶ୍ରେଷ୍ଠ ୧୦ ତାଲିକାରେ ୭ ଜଣ ଛାତ୍ରୀ ସ୍ଥାନ ପାଇଥିବା ବେଳେ କେବଳ ୩ ଜଣ ଛାତ୍ର ଏଥିରେ ସାମିଲ ହୋଇପାରିଛନ୍ତି। ଏହି ତାଲିକାରେ ସ୍ଥାନ ପାଇଥିବା ଛାତ୍ରଛାତ୍ରୀମାନଙ୍କୁ ସ୍ଥାନୀୟ ଅଞ୍ଚଳର ବହୁ ଶିକ୍ଷାବିତ୍ ଶୁଭେଚ୍ଛା ଜଣାଇଛନ୍ତି। ତେବେ ଏହି ତାଲିକାରେ ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ରୀଜଣଙ୍କ ପାଖକୁ ପ୍ରଶଂସାର ସୁଅ ଛୁଟି ଆସୁଛି। କାରଣ ତୃତୀୟ ସ୍ଥାନରେ ଥିବା ସଂଗୀତା ପଲେଇ ଜଣେ ବାପ ଛେଉଣ୍ଡ ବାଳିକା। ତଥାପି ବହୁ ବାଧାବିଘ୍ନ ମଧ୍ୟରେ ସଂଗୀତା ପାଠ ପଢିବା ଜାରି ରଖିଥିବା ବେଳେ ଚଳିତ ପରୀକ୍ଷାରେ ସେ…

Read More

ପୁରୀ: ଆଜି ହେଉଛି ପବିତ୍ର ବାହୁଡା ଯାତ୍ରା, ଜନ୍ମବେଦିରୁ ଶ୍ରୀମନ୍ଦିରକୁ ଫେରିବେ ମହାବାହୁ। ସେଥିପାଇଁ ବର୍ତ୍ତମାନ ଶ୍ରୀଗୁଣ୍ଡିଚା ମନ୍ଦିରରୁ ଆରମ୍ଭ ହୋଇଛି ପହଣ୍ଡି ବିଜେ। ଅତ୍ୟନ୍ତ ଭକ୍ତିମୟ ପରିବେଶ ମଧ୍ୟରେ ସେବାୟତଙ୍କ ଗହଣରେ ଧାଡ଼ି ପହଣ୍ଡିରେ ସର୍ବ ପ୍ରଥମେ ପ୍ରଭୁ ଶ୍ରୀ ସୁଦର୍ଶନ ଦେବଦଳନ ରଥକୁ ବିଜେ କରିଛନ୍ତି । ଆଜି ଭୋର ୪ଟାରୁ ଠାକୁରଙ୍କ ନୀତିକାନ୍ତି ଆରମ୍ଭ ହୋଇଥିଲା।ବର୍ତ୍ତମାନ ବଡ ଭାଇ ବଳଭଦ୍ରଙ୍କ ପହଣ୍ଡି ଆରମ୍ଭ ହୋଇଛି। ଏନେଇ  ଶ୍ରୀକ୍ଷେତ୍ର  ଚଳଚଞ୍ଚଳ ହୋଇଉଠିଛି।ରଥଯାତ୍ରା ପରି ବହୁଡା ଯାତ୍ରାରେ ମଧ୍ୟ ବହୁ ଲୋକଙ୍କ ସମାଗମ ହୋଇଛି। ଲୋକଙ୍କ ଗଳହିକୁ ଦୃଷ୍ଟିରେ ରଖି  ପ୍ରଶାସନ ପକ୍ଷରୁ କଡା ବ୍ୟବସ୍ଥା କରାଯାଇଛି। ୧୫୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ଅଛନ୍ତି। ଭକ୍ତମାନେ ଶାନ୍ତି ଶୃଙ୍ଖଳା ସହ ତିନିଠାକାୁରଙ୍କୁ ଦର୍ଶନ କରିବା ପାଇଁ ପୋଲିସ ପ୍ରଶାସନ ତରଫରୁ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି।

Read More

ଚାଣକ୍ୟ ନୀତି: ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ଚାଣକ୍ୟ ନୀତିରେ ଶ୍ରେଷ୍ଠତା କଣ ଏବଂ ଏହା କିପରି କରାଯାଏ ସେ ସଂପର୍କରେ ଅବଗତ କରାଇଛନ୍ତି। ସେଥିପାଇଁ ସେ ଚାରିଟି ପ୍ରସଂଗକୁ ଉତଥାପନ କରିଛନ୍ତି। ସେଗୁଡିକ ହେଲା ଅଭ୍ୟାସରୁ ବିଦ୍ୟାର ଶ୍ରେଷ୍ଠତା– ସାଧାରଣତଃ ବିଦ୍ୟା ଅଧ୍ୟୟନ କରିଦେଲେ ଯେ ସବୁକିଛି ହୋଇଗଲା ତାହା ନୁହେଁ। ଯେ ପର୍ଯ୍ୟନ୍ତ ପଢିଥିବା ପାଠକୁ ଅଭ୍ୟାସ ନ କରିଛନ୍ତି ସେ ପର୍ଯ୍ୟନ୍ତ ବିଦ୍ୟାର ଶ୍ରେଷ୍ଠତା ପ୍ରତିପାଦନ କରାଯାଇପାରିବ ନାହିଁ। ଆଉ ଶ୍ରେଷ୍ଠତା ଜାଣିବା ପରେ ତାହାକୁ ବିଭିନ୍ନ କାର୍ଯ୍ୟରେ ବିନିଯୋଗ କରାଯାଇପାରିବ। ଆଚରଣରୁ ବଂଶର ଶ୍ରେଷ୍ଠତା– ମଣିଷ ଆଚରଣରୁ ତାହାର ବଂଶର ଶ୍ରେଷ୍ଠତା ବିଷୟରେ ଜାଣିହେବ ବୋଲି ଚାଣକ୍ୟ କହିଛନ୍ତି। ଯଦି କୌଣସି ବ୍ୟକ୍ତିଙ୍କର ଆଚରଣରେ ଖରାପ ପରିଲକ୍ଷିତ ହୁଏ, ତେବେ ଭାବି ନେବ ଯେ ଏହାଙ୍କ ବଂଶ ପରଂପରା ଭଲ ନୁହେଁ। ଗୁଣାବଳୀରୁ ମାନବିକତା– ମଣିଷ ସହିତ ଚାଳିଚଳନ କରିବା ପରେ ତାହାର ଗୁଣ କଣ ଅନ୍ୟମାନେ…

Read More

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ପ୍ରତିଷ୍ଠାତା ସଭାପତି ପ୍ରଫେସର ମନୋଜରଞ୍ଜନ ନାୟକଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି ଭାରତରେ ଅବସ୍ଥାପିତ ମରକ୍କୋର ରାଷ୍ଟ୍ରଦୂତ ମହମ୍ମଦ ମଲିକି। ଅଧିନା ଓଡ଼ିଶା ଗସ୍ତରେ ଆସିଥିବା ଶ୍ରୀ ମଲିକି ସୋଆ ପରିଦର୍ଶନରେ ଆସି ପ୍ରଫେସର ନାୟକଙ୍କୁ ସାକ୍ଷାତ କରିବା ସମୟରେ ବିଶ୍ୱବିଦ୍ୟାଳୟ ତଥା ଦୁଇ ଦେଶ ସମ୍ପର୍କରେ ଆଲୋଚନା କରିଥିଲେ। ଶ୍ରୀ ମଲିକି ବିଶ୍ୱବିଦ୍ୟାଳୟର ବରିଷ୍ଠ ଅଧିକାରୀଙ୍କ ସହିତ ବିସ୍ତୃତ ଆଲୋଚନା ମଧ୍ୟ କରିଥିଲେ। ନିଜ ଦେଶ ମରକ୍କୋ ସମ୍ପର୍କରେ ତଥ୍ୟ ଉପସ୍ଥାପନ କରି ମରକ୍କୋରେ ୭୨ ପ୍ରତିଶତ ସାର ଉତ୍ପାଦନ ହେଉଥିବା ବେଳେ ଔଷଧ ପ୍ରସ୍ତୁତି ଏବଂ ପର୍ଯ୍ୟଟନ ଶିଳ୍ପରେ ମଧ୍ୟ ତାଙ୍କ ଦେଶ ଖୁବ୍ ଆଗରେ ବୋଲି ସେ କହିଥିଲେ। ସୋଆର ଭିତିଭୂମି ଏବଂ ଅଧ୍ୟାପକ ଓ ଅଧ୍ୟାପିକାମାନଙ୍କୁ ନେଇ ସେ ଖୁବ୍ ଉତ୍ସାହିତହୋଇଛନ୍ତି ବୋଲି କହି ସେ ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ସୋଆର ଅବଦାନକୁ ପ୍ରଶଂସା କରିଥିଲେ। ଆଗାମୀ ଦିନରେ…

Read More

ମେଷ:– ଆଜି ଏକ ଭଲ ଦିନ ହେବ। ନୂତନ ବ୍ୟବସାୟ ସଂପ୍ରସାରଣ ଯୋଜନା ଗଠନ ହୋଇପାରେ। କଣ୍ଟିଜେନ୍ସି ଲାଭ ପ୍ରଦାନ କରାଯିବ, ଯାହା ଆର୍ଥିକ ସ୍ଥିତିକୁ ମଜବୁତ କରିବ। ବନ୍ଦ ହୋଇଥିବା ଟଙ୍କା ମିଳିପାରିବ। କୌଣସି କାରବାରରୁ ଦୂରେଇ ରୁହନ୍ତୁ। କଠିନ ପରିଶ୍ରମ ଏବଂ ପ୍ରୟାସ ଦ୍ୱାରା ସମସ୍ତ କାର୍ଯ୍ୟରେ ସଫଳତା ପାଇବେ। ପରିବାର ସଦସ୍ୟଙ୍କ ସମ୍ପୂର୍ଣ୍ଣ ସମର୍ଥନ ରହିବ। ପରିବାରର ପରିବେଶ ଆପଣଙ୍କ ପାଇଁ ଅନୁକୂଳ ହେବ। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ବିବାହିତ ଜୀବନ ସୁଖୀ ହେବ।  ବୃଷ:– ଆଜି ଶୁଭ ହେବ। ବ୍ୟବସାୟରେ କଣ୍ଟିଜେଣ୍ଟ୍ ଲାଭ ହେଉଛି। ଚାକିରିରେ ପଦୋନ୍ନତି ହେବାର ସମ୍ଭାବନା ଅଛି। ସ୍ଥାନାନ୍ତର ସହିତ ଆୟ ମଧ୍ୟ ବୃଦ୍ଧି ପାଇପାରେ, ଯାହା ଆର୍ଥିକ ସ୍ଥିତିକୁ ମଜବୁତ କରିବ। କିଛି ନୂଆ କରିବାକୁ ଇଚ୍ଛା ମଧ୍ୟ ରହିବ। କୌଶଳ ହେତୁ ଜଣେ ଅଧିକାରୀଙ୍କଠାରୁ ସମ୍ମାନ ପାଇପାରିବେ। ସ୍ୱାସ୍ଥ୍ୟ ଭଲ ହେବ। ସ୍ଥଗିତ କାର୍ଯ୍ୟ କରାଯାଇପାରିବ। ପ୍ରେମ କାର୍ଯ୍ୟରେ…

Read More

ସୀତାରାମ ଅଗ୍ରୱାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ବାଲିପଦର ଗ୍ରାମ ମୁହଁରେ ଥିବା ବିଲ ଭିତରୁ ଜଣେ ମୃତ ଶରୀରକୁ ସନ୍ଦେହଜନକ ଅବସ୍ଥାରେ ଉଦ୍ଧାର କରିଛି ପୋଲିସ। ମୃତକ ଜଣକ ହେଉଛନ୍ତି ମଙ୍ଗରାଜପୁର ଗ୍ରାମର ସୁକାନ୍ତ ପଲାଇଙ୍କ ପୁତ୍ର କାଶୀନାଥ ପଲାଇ। ତାଙ୍କ ଶ୍ୱଶୁର ଘର ବାଲିପଦର ଗ୍ରାମ ତାରିଣୀ ସାହି ହୋଇଥିବା ବେଳେ ଉକ୍ତ ଗ୍ରାମ ସମ୍ମୁଖରୁ ମୃତ ଦେହ ଉଦ୍ଧାର ହେବା ସାଧାରଣରେ ବହୁ ସନ୍ଦେହ ସୃଷ୍ଟି କରିଛି। ତାଙ୍କର ଏକମାତ୍ର ପୁତ୍ର ଥିବା ଜଣାପଡିଛି। ତେବେ ମୃତ ଶରୀର ନିକଟରେ ସ୍କୁଲ ଖାତାପତ୍ର ଭର୍ତ୍ତି ଏକ ବ୍ୟାଗ ମଧ୍ୟ ପଡିଥିବାର ଦେଖାଯାଇଛି। ବାଣପୁର ମେଡିକାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କଲା ପରେ ବର୍ତ୍ତମାନ ପୋଲିସ ମୃତ ଶରୀରକୁ ନିଜ ହେପାଜତକୁ ନେଇ ତଦନ୍ତ ଜାରି ରଖିଛି।

Read More

ଭୁବନେଶ୍ବର: କେନ୍ଦ୍ରୀୟ କୃଷିରତ ମହିଳା ସଂସ୍ଥାନ, ଭୁବନେଶ୍ୱର ଦ୍ୱାରା ପୋଷଣ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ତା: ୮.୭.୨୦୨୨ ରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଭାଗ ନେଇଥିବା ହିତାଧିକାରୀଙ୍କୁ ପୋଷଣ ସୁରକ୍ଷାର ବିଭିନ୍ନ ଉପାୟ ଦ୍ୱାରା ପରିବାରର ଖାଦ୍ୟ ଏବଂ ପୋଷଣକୁ ସୁରକ୍ଷିତ କରିବାପାଇଁ ସଚେତନ କରାଯାଇଥିଲା।  ସଂସ୍ଥାନର ନିର୍ଦେଶକ ଡ଼ଃ. ଅନୀଲ କୁମାର ଅତିଥିମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ।  ସେ ତାଙ୍କ ସ୍ୱାଗତ ଭାଷଣରେ କୃଷିକ୍ଷେତ୍ରରେ ମହିଳାମାନଙ୍କର ଅବଦାନ ଏବଂ ବିଭିନ୍ନ ମହିଳା ଅଭିମୁଖୀ ବୈଷୟିକ ଜ୍ଞାନକୌଶଳ ବିଷୟରେ ଉଲ୍ଲେଖ କରିଥିଲେ। କୃଷିର ଉନ୍ନତିରେ ମହିଳାଙ୍କ ଭୂମିକା ମହାନ ବୋଲି ସେ କହିଥିଲେ। ପୋଷଣ ସମ୍ବେଦନ କୃଷିଦ୍ୱାରା ମହିଳା ଓ ଶିଶୁ ମାନଙ୍କର କୁପୋଷଣ ଦୂରୀଭୂତ କରିବାର ଉପାୟମାନ ମଧ୍ୟ ସେ ଉପସ୍ଥାପନ କରିଥିଲେ। ମହିଳା ମାନଙ୍କର ଶ୍ରମ ଲାଘବ ପାଇଁ ଅଧିକ ମାତ୍ରାରେ ମହିଳା ଉପଯୋଗୀ ଜ୍ଞାନକୌଶଳ ଉପରେ ଗବେଷଣା କରିବାକୁ କହିଥିଲେ। ଓଡ଼ିଶା ରାଜ୍ୟ ମହିଳା ଆୟୋଗର…

Read More

ଭୁବନେଶ୍ୱର: ତୀର୍ଥଯାତ୍ରୀମାନଙ୍କ ଗମନାଗମନ ଏବଂ ସୁବିଧାଜନକ ଯାତ୍ରା ପାଇଁ ରେଳ ମନ୍ତ୍ରଣାଳୟ ରଥ ଯାତ୍ରା (କାର୍ ଫେଷ୍ଟିଭାଲ୍) ସମୟରେ ପୁରୀକୁ ଏବଂ ପୁରୀ ଠାରୁ ୨୦୫ ଟି ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରାଇବାପାଇଁ ପୂର୍ବରୁ ଘୋଷଣା କରିଥିଲା। ଗୁଣ୍ଡିଚା ଯାତ୍ରା ଶେଷ ହୋଇସାରିଥିବାରୁ ସନ୍ଧ୍ୟା ଦର୍ଶନ, ବାହୁଡା ଯାତ୍ରା ଏବଂ ସୁନା ବେଶ ପାଇଁ ମଧ୍ୟ ସ୍ୱତନ୍ତ୍ର ଟ୍ରେନ୍ ଚଳାଇବାକୁ ଯୋଜନା କରାଯାଇଥିଲା ଏବଂ ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଅଧିକ ସ୍ୱତନ୍ତ୍ର ଟ୍ରେନ୍ ଚଳାଇବାକୁ ପ୍ରତିଶୃତି ଦିଆଯାଇଥିଲା। ସନ୍ଧ୍ୟା ଦର୍ଶନ, ବାହୁଡା ଯାତ୍ରା ଏବଂ ସୁନା ବେଶ ଦିନ ମାନଙ୍କରେ ଅଧିକ ଭକ୍ତଙ୍କ ସମାବେଶକୁ ଆଶଙ୍କା କରି ପୂର୍ବତଟ ରେଳପଥ ମଧ୍ୟ ସୁନା ବେଶ ପରଦିନ ସ୍ୱତନ୍ତ୍ର ଟ୍ରେନ୍ ଚଳାଇବା ସହିତ ଆହୁରି ୨୦ ଟି ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରାଇବାକୁ ଯୋଜନା କରିଛି। ଯାତ୍ରୀମାନଙ୍କ ସୁବିଧା ପାଇଁ ପୂର୍ବ ତଟ ରେଳପଥ କେତେକ ଦୂରଗାମୀ ସ୍ୱତନ୍ତ୍ର ଟ୍ରେନରେ ସଂରକ୍ଷିତ…

Read More

କନ୍ଦର୍ପ ବେହେରା ରେଢାଖୋଲ: ସମ୍ବଲପୁର ଜିଲ୍ଲା ରେଢାଖୋଲ ବନଖଣ୍ଡ ଅଞ୍ଚଳରେ ଦିନକୁ ଦିନ ବନ୍ୟ ଜନ୍ତୁ ଶିକାର ବଢ଼ିବାରେ ଲାଗିଛି। ହେଲେ ଏହି ବେଆଇନ ବନ୍ୟ ଜନ୍ତୁ ଶିକାର ଉପରେ ବନ ବିଭାଗ ଚଢ଼ାଉ କରିଛି। ରେଢ଼ାଖୋଲ ବନଖଣ୍ଡ ଚାରମାଳ ରେଞ୍ଜ ଅନ୍ତର୍ଗତ ବଡହିନ୍ଦୋଳ ଗ୍ରାମ ଜଙ୍ଗଲରେ ରନ୍ଧା କୁଟୁରା ମାଂସ ,୨ ଦେଶି ବନ୍ଧୁକ ସହ ୩  ଶୀକାରିଙ୍କୁ ବନ ବିଭାଗ  ଗିରଫ କରିଛି। ରେଢାଖୋଲ ବନଖଣ୍ଡ ଚାରମାଳ ରେଞ୍ଜ ଅନ୍ତର୍ଗତ ବଡହିନ୍ଦୋଳ ଗାଁ ପାଖ ଜଙ୍ଗଲରୁ  କୁଟୁରା ର ରନ୍ଧା ମାଂସ, ରୋଷେଇ ସରଞ୍ଜାମ, ଶିକାର କରିବାରେ  ବ୍ୟବହୃତ ହେଉଥିବା ବିଭିନ୍ନ ମାରଣାସ୍ତ୍ର ଏବଂ ୨ ଦେଶି ବନ୍ଧୁକ ସହ  ୩ ଶିକାରୀକୁ ଗିରଫ କରିଛି ବନବିଭାଗ। କୌଣସି ସୁତ୍ରରୁ ଖବର ପାଇ ଫରେଷ୍ଟର ପ୍ରବିଣ  ସାହୁଙ୍କ ନେତୃତ୍ୱରେ ଏକ ଟିମ୍ ବଡ ହିନ୍ଦୋଳ ଗାଁ ପାଖ ଜଙ୍ଗଲରେ ପହଞ୍ଚି ଶିକାରୀମାନେ ବନ୍ୟଜନ୍ତୁ ଶିକାର କରି ରୋଷେଇ କରୁଥିବା…

Read More

ସ୍ୱାସ୍ଥ୍ୟ ଟିପ୍ସ: ବଜାରରେ ଅନେକ ସପ୍ଲିମେଣ୍ଟ ଉପଲବ୍ଧ ଯାହା ପେଟର ଚର୍ବି ଜାଳିବାକୁ ସାହାଯ୍ୟ କରେ। କିନ୍ତୁ ସେହି ଦାବିଗୁଡିକ ମଧ୍ୟରୁ ଅଧିକାଂଶ ସତ ନୁହେଁ। ଅନ୍ୟପକ୍ଷରେ, ଏକ ସୁସ୍ଥ ଖାଦ୍ୟ ଏବଂ ଟିକିଏ ବ୍ୟାୟାମ ହେଉଛି ଓଜନ ହ୍ରାସ କରିବାର ସର୍ବୋତ୍ତମ ଉପାୟ। ଓଜନ ହ୍ରାସ ପାଇଁ, ସବୁବେଳେ ଆପଣଙ୍କ ଖାଦ୍ୟରେ ଫଳ ଏବଂ ପନିପରିବା ଅନ୍ତର୍ଭୁକ୍ତ କରିବାକୁ ପରାମର୍ଶ ଦିଆଯାଏ। ଯାହା ଓଜନ ହ୍ରାସ କରିବାରେ ସାହାଯ୍ୟ କରେ। ସେହିଭଳି, ପେଟର ଚର୍ବି ହ୍ରାସ ପାଇଁ କାକୁଡି ପାଣି ଏକ ରାମବାଣ ଭାବରେ ବିବେଚନା କରାଯାଏ। ଆସନ୍ତୁ ଆପଣଙ୍କୁ ଏଠାରେ କହିବା ଯେ କାକୁଡି ପାଣି କିପରି ଓଜନ ହ୍ରାସ କରିବାରେ ସହାୟକ ହୋଇପାରେ। ଆସନ୍ତୁ ଜାଣିବା- ଓଜନ ହ୍ରାସ କରିବାରେ କାକୁଡି ପାଣି କିପରି ସାହାଯ୍ୟ କରେ ଶିଖନ୍ତୁ: କାକୁଡିରେ ଭିଟାମିନ୍ ସି ଏବଂ କେ, ପୋଟାସିୟମ୍, ମ୍ୟାଗ୍ନେସିୟମ୍, ଜିଙ୍କ ଫ୍ଲାଭୋନାଏଡ୍ ଭଳି ଅତ୍ୟାବଶ୍ୟକ ଉପାଦାନ ରହିଥାଏ, ଯାହା…

Read More

ସ୍ୱାସ୍ଥ୍ୟ ଟିପ୍ସ: ଚା’ ଠାରୁ ରୋଷେଇ ପର୍ଯ୍ୟନ୍ତ ଏବଂ ସମସ୍ତ ପ୍ରକାରର ଔଷଧରେ ଅଦା ମଧ୍ୟ ବ୍ୟବହୃତ ହୁଏ। ଅଦା ସୁଜନକୁ ହ୍ରାସ କରିଥାଏ ଏବଂ ହଜମକୁ ଠିକ୍ ରଖେ। ଏହାକୁ ପ୍ରତିଦିନ ଖାଇବା ଦ୍ୱାରା ଏହା ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବଢାଇଥାଏ। କିନ୍ତୁ ଆପଣ ଜାଣନ୍ତି କି ଅଦାର କିଛି ଗୁଣ ଅଛି ଯାହା ଭୋକକୁ ନିୟନ୍ତ୍ରଣ କରିବାରେ ଏବଂ ଓଜନ ହ୍ରାସ କରିବାରେ ସହାୟକ ହୋଇଥାଏ। ଏପରି ପରିସ୍ଥିତିରେ, ଆମେ ଆପଣଙ୍କୁ ଏଠାରେ କହିବୁ କିପରି ଅଦା ଖାଇବା ଦ୍ୱାରା ଓଜନ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ। ଆସନ୍ତୁ ଜାଣିବା- ଅଦା ସୁଜନ ଏବଂ ମୋଟାପଣର ଚାପକୁ ହ୍ରାସ କରିଥାଏ: ଅଦାରେ ଜିଞ୍ଜରୋଲ ଏବଂ ଶୋଗାଲ ନାସାଲର ଏକ ଯୌଗିକ ଧାରଣ କରିଥାଏ। ଯେତେବେଳେ ଆପଣ ଅଦା ଖାଆନ୍ତି, ଏହା ଆପଣଙ୍କ ଶରୀରରେ ଅନେକ ଜୈବିକ କାର୍ଯ୍ୟକଳାପକୁ ପ୍ରୋତ୍ସାହିତ କରିଥାଏ। ଅଦାର ଆଣ୍ଟିଅକ୍ସିଡାଣ୍ଟ ଗୁଣ ମୁକ୍ତ ରେଡିକାଲକୁ…

Read More

ନୂଆଦିଲ୍ଲୀ: ଗୁରୁବାର ସାଉଥମ୍ପଟନ୍‌ର ରୋଜ୍ ବଲ୍‌ରେ ଖେଳାଯାଇଥିବା ପ୍ରଥମ ଟି-୨୦ରେ ଟିମ୍ ଇଣ୍ଡିଆ ୫୦ ରନରେ ଇଂଲଣ୍ଡକୁ ପରାସ୍ତ କରିଛି। ବର୍ତ୍ତମାନ ଉଭୟ ଦଳ ଶନିବାର, ଜୁଲାଇ ୯ ତାରିଖରେ ବର୍ମିଂହମର ଏଜବାଷ୍ଟନ୍ ଠାରେ ମୁହାଁମୁହିଁ ହେବେ। ଦ୍ୱିତୀୟ ଟି-୨୦ ମ୍ୟାଚ୍ ଭାରତୀୟ ସମୟ ଅନୁଯାୟୀ ସନ୍ଧ୍ୟା ୭ ଟାରୁ ଖେଳାଯିବ। ଦ୍ୱିତୀୟ ଟି-୨୦ ରେ ବିରାଟ କୋହଲି, ଜସପ୍ରୀତ ବୁମ୍ରା, ଋଷଭ ପନ୍ତ ଏବଂ ରବିନ୍ଦ୍ର ଜାଡେଜା ଦଳକୁ ଫେରିବେ। ଉଲ୍ଲେଖ ଯୋଗ୍ୟ ଯେ, ଭାରତୀୟ କ୍ରିକେଟ୍ ବୋର୍ଡ ପ୍ରଥମ ଟି-୨୦ ପାଇଁ ଏକ ପୃଥକ ଦଳ ଏବଂ ଦ୍ୱିତୀୟ ଏବଂ ତୃତୀୟ ଟି-୨୦ ପାଇଁ ଏକ ପୃଥକ ଦଳ ଘୋଷଣା କରିଛି। ଏଭଳି ପରିସ୍ଥିତିରେ ପ୍ରଥମ ଟି-୨୦ ଜିତିବା ପରେ ମଧ୍ୟ ଅନେକ ଖେଳାଳି ଦଳରୁ ବାଦ ପଡିବେ। ପ୍ରଥମ ଟି-୨୦ ରେ ଦୁଇଟି ୱିକେଟ୍ ନେଇଥିବା ଦ୍ରୁତ ବୋଲର ଅର୍ଶଦୀପ ସିଂ କେବଳ ଗୋଟିଏ ମ୍ୟାଚ୍ ପାଇଁ…

Read More

ସୀତାରାମ ଅଗ୍ରୱାଲ ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବନ ବିଭାଗ ରେଂଜ୍ ଅଂଚଳରେ ବଢି ଚାଲିଛି ବେଆଇନ ମାଙ୍କଡା ପଥର ଲୁଟ। ମାଫିଆମାନେ ବେଧଡକ ସେମାନଙ୍କ କାରବାର ଚଳାଉଛନ୍ତି। ପଥର ମାଫିଆମାନେ ଜଂଗଲ ଜମିରେ ମାଙ୍କଡା ପଥର ଖଣି କରି କରି ରାଜ୍ୟ ତଥା ରାଜ୍ୟ ବାହାରକୁ ପଥର ଚାଲାଣକରି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଥିବା ବେଳେ ସରକାରଙ୍କର ଲକ୍ଷ ଲକ୍ଷ ଟଙ୍କାର ରାଜସ୍ୱ ହାନି ହେଉଛି। ତେବେ ଆଜି ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ଟାଙ୍ଗୀ ବନ ବିଭାଗ ରେଞ୍ଜର ଦେବାଶିଷ ଭୋଇଙ୍କ ନେତୃତ୍ୱରେ ବନ ବିଭାଗ କର୍ମଚାରୀ ମାନେ ରାମେଶ୍ୱର ଡ଼ିପିଏଫ ଅନ୍ତର୍ଗତ ଖଜୁରୀପଡା ଅଂଚଳରେ ଚାଲିଥିବା ବେଆଇନ ମାଙ୍କଡା ପଥର ଖଣିରେ ନିରାକାରପୁର ପୋଲିସ ସହ ଅଚାନକ ଚଢ଼ାଉ କରିଥିଲେ। ଉକ୍ତ ଚଢାଉରେ କରି ତିନୋଟି ପାୱାର ଟିଲର ଜବତ କରିବାକୁ ସକ୍ଷମ ହୋଇଛି ବନବିଭାଗ। ଫଳରେ ମାଫିଆମାନେ ଭୟଭୀତ ହୋଇ କଟର ନେସିନ…

Read More

ନୂଆଦିଲ୍ଲୀ: ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କୁ ଗୁଳି ପରେ ମୃତ୍ୟୁ ଘଟିଛି। ନାରା ସହରରେ ଜଣେ ବ୍ୟକ୍ତି ତାଙ୍କ ଉପରକୁ ଗୁଳି ଚଳାଇବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ତାଙ୍କୁ ବଞ୍ଚାଇଯାଇ ପାରିଲା ନାହିଁ। ଯେତେବେଳେ ସିଞ୍ଜୋ ଆବେଙ୍କ ଉପରେ ଏହି ଆକ୍ରମଣ ହୋଇଥିଲା, ସେତେବେଳେ ସେ ଏକ ଛୋଟ ସାଧାରଣ ସଭାକୁ ସମ୍ବୋଧିତ କରୁଥିଲେ। କୁହାଯାଇଛି ଯେ, ଗୁଳି ପରେ ସେ ହୃଦଘାତରେ ପୀଡିତ ହୋଇଥିଲେ, ଯେଉଁଥିପାଇଁ ତାଙ୍କର ମୃତ୍ୟୁ ଘଟିଥିଲା। ଗଣମାଧ୍ୟମରୁ ଏହି ସୂଚନା ମିଳିଛି। ଆମେ ଆପଣଙ୍କୁ କହିବୁ ଯେ ସିଞ୍ଜୋ ଆବେଙ୍କୁ ଗୁଳି ଚଳାଇବା ପରେ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା, ଯେଉଁଠାରେ ତାଙ୍କୁ ପ୍ରାୟ ଚାରି ରୁ ପାଞ୍ଚ ଘଣ୍ଟା ଚିକିତ୍ସା କରାଯାଇଥିଲା, କିନ୍ତୁ ଡାକ୍ତରମାନେ ତାଙ୍କୁ ସୁସ୍ଥ କରିପାରିନଥିଲେ। ତାଙ୍କ ଉପରେ ହୋଇଥିବା ଏହି ଆକ୍ରମଣକୁ ସର୍ବତ୍ର ନିନ୍ଦା କରାଯାଉଛି। ପ୍ରକାଶ ଯେ, ଆକ୍ରମଣକାରୀ ପଛରୁ ସିଞ୍ଜୋ ଆବେଙ୍କ ଉପରକୁ…

Read More

ଭୁବନେଶ୍ବର: ଆଜି ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଓଡିଶା ଛାଡିବା ପୂର୍ବରୁ ନବୀନ ନିବାସରେ ମଧ୍ୟାହ୍ନ ଭୋଜନ କରିଛନ୍ତି। ଏଥିପାଇଁ ନବୀନ ନିବାସ ତରଫରୁ ପୁରା ପ୍ରସ୍ତୁତି କରାଯାଇଥିଲା। କଂସା ଥାଳି ଓ ତାଟିଆରେ ସମସ୍ତଙ୍କୁ ପରଶା ଯାଇଥିଲା ଓଡିଆ ଖାଦ୍ୟ। ଏଥିରେ ଗୋଟିଏ ପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଦ୍ରୌପଦୀ ମୁର୍ମୁ ବସିଥିବା ବେଳେ ସାମନା ପଟେ କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱାତ ଏବଂ ସାଂସଦ ପିନାକୀ ମିଶ୍ର ବସିଥିଲେ। ନିଜ ପ୍ରଚାର ପାଇଁ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଦିନିକିଆ ଓଡିଶା ଗସ୍ତରେ ଆସିଛନ୍ତି। ସେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବା ପରେ ଉଭୟ ବିଜେଡି ଓ ବିଜେପି ତରଫରୁ ସ୍ବାଗତ କରାଯାଇଥିଲା। ଏହାପରେ ସେ ଅତିଥି ଭଭନରେ କିଛି ସମୟ ବିଶ୍ରାମ କରିବା ପରେ ବିଧାନସଭା ସମ୍ମିଳନୀ କକ୍ଷରେ ସେ ବିଜେଡି ବିଧାୟକ ସାଂସଦଙ୍କୁ ସାକ୍ଷାତ କରିଛନ୍ତି। ଏହାପରେ ସେ ରାଜ୍ୟ ଅତିଥି ଭବନରେ ବିଜେପି…

Read More

ସୀତାରାମ ଅଗ୍ରୱାଲ ବାଲୁଗାଁ: ଆଜି ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅନ୍ତର୍ଗତ ଚନ୍ଦ୍ରାପୁଟ ଏବଂ ରଘୁନାଥପୁର ଗ୍ରାମରେ ଅବକାରି ବିଭାଗ ଚଢ଼ାଉ କରି ବିପୁଳ ପରିମାଣରେ ଦେଶୀ ଓ ବିଦେଶୀ ମଦ ଜବତ କରିଛି।  ଖବର ମୁତାବକ ଉକ୍ତ ଦୁଇ ଗ୍ରାମରେ ଖୁଲମଖୁଲା ମଦ ବିକ୍ରି ହେଉଥିବାର ଅଭିଯୋଗ ପାଇ ବାଲୁଗାଁ ଅବକାରୀ ଅଧିକାରିଣୀ ସୁନିତା ଦଳାଇ ଆଜି ଉକ୍ତ ଅଞ୍ଚଳରେ ଚଢ଼ାଉ କରିଥିଲେ।  ଚଢ଼ାଉ ବେଳେ ସମୁଦାୟ ୨୪୩ ଲିଟର ଦେଶୀ ମଦ ଏବଂ ୧୪.୩ ଲିଟର ବିଅର ଜବତ ହୋଇଥିବା ବେଳେ ଜଣେ ମହିଳାଙ୍କ ସମେତ ତିନି ଅଭିଯୁକ୍ତ ଗିରଫ ହୋଇଛନ୍ତି। ସେମାନଙ୍କ ବିରୋଧରେ ଅବକାରୀ ବିଭାଗ ପିଆର ନମ୍ବର ୫୦, ୫୧ ଓ ୫୨/୨୨-୨୩ ରେ ତିନି ଗୋଟି ମାମଲା ରୁଜୁ କରି କୋର୍ଟଚାଲାଣ କରିଥିବାର ଶ୍ରୀମତୀ ଦଳାଇ ସୂଚନା ଦେଇଛନ୍ତି।

Read More

ଭୁବନେଶ୍ବର: ନବୀନ ପଟ୍ଟନାୟକ ହେଉଛନ୍ତି ମୋର ଭାଇ। ଆଜି ଏହିପରି ଭାବେ ଭରପୁର ସମ୍ମଳନୀ କକ୍ଷରେ ଏହା କହିଛନ୍ତି ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ। ଆଜି ଦ୍ରୌପଦୀ ବିଧାନସଭା ପରିସରରେ ବିଜେଡି ବିଧାୟକ ଏବଂ ସାଂସଦଙ୍କୁ ସମ୍ବୋଧନ କରିଥିଲେ। ସେ କହିଥିଲେ ଯେ, ମୁଁ ନବୀନ ଭାଇଙ୍କୁ ଭୋଟ ମାଗିବା ପୂର୍ବରୁ ସେ ସମର୍ଥନ ଦେଇସାରିଛନ୍ତି।ଭାଇ ବିଦେଶରେ ଥିବା ବେଳେ ମୁଁ ଫୋନରେ କଥା ହୋଇଥିଲି। ଏଥିରେ ବିଧାୟକ ପ୍ରଣବ ପ୍ରକାଶ ଦାସ ଧନ୍ୟବାଦ ଦେଇଥିଲେ। ନିଜ ପ୍ରଚାରରେ ଆସିଥିବା ଦ୍ରୌପଦୀ ମୁର୍ମୁ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ଉଭୟ ବିଜେଡି ଓ ବିଜେପି ତରଫରୁ ସ୍ବାଗତ କରାଯାଇଥିଲା। ଏହାପରେ ସେ ଅତିଥି ଭଭନରେ କିଛି ସମୟ ବିଶ୍ରାମ କରିବା ପରେ ବିଧାନସଭା ସମ୍ମିଳନୀ କକ୍ଷରେ ସେ ବିଜେଡି ବିଧାୟକ ସାଂସଦଙ୍କୁ ସାକ୍ଷାତ କରିଛନ୍ତି। ଏହାପରେ ସେ ରାଜ୍ୟ ଅତିଥି ଭବନରେ ବିଜେପି ବିଧାୟକ ସାଂସଦଙ୍କୁ ସାକ୍ଷାତ କରିଛନ୍ତି।

Read More

ନୂଆଦିଲ୍ଲୀ: ଆଜି ସକାଳେ ଉତ୍ତାରାଖଣ୍ଡର ରାମନଗରରେଏକ ବଡ ଦୁର୍ଘଟଣା ଘଟିଯାଇଛି। ପଞ୍ଜାବରୁ ଆସିଥିବା ନଅ ଜଣ ପର୍ଯ୍ୟଟକ ଏଠାରେ ନଦୀରେ ବୁଡି ପ୍ରାଣହରାଇଛନ୍ତି। ସୂଚନା ଅନୁଯାୟୀ, ଆଜି ସକାଳ ପ୍ରାୟ ୫.୪୫ ମିନିଟ ସମୟରେ କାର ଯୋଗେ ପଞ୍ଜାବରୁ ନଅ ଜଣ ପର୍ଯ୍ୟଟକ ଉତ୍ତରାଖଣ୍ଡ ଆସିଥିଲେ। ସେମାନେ ଭ୍ରମଣ ସାରି ପଞ୍ଜାବ ଫେରୁଥିବା ବେଳେ ସେମାନଙ୍କ କାରଟି ଢେଲା ନଦୀକୁ ଖସିପଡିଥିଲା। ଫଳରେ ସେମାନଙ୍କ କାରଟି ନଦୀର ପ୍ରବଳ ସ୍ରୋତରେ ଯୋଗୁଁ ଭାସିଯାଇଥିଲା। ଯାହାଫଳରେ ୯ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ୨୨ ବର୍ଷୀୟା ଯୁବତୀଙ୍କୁ ଉଦ୍ଧାର କରାଯାଇଥିଲା। ବର୍ତ୍ତମାନ ଚିକିତ୍ସା ପାଇଁ ତାଙ୍କୁ ରାମନଗର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Read More

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୮ ହଜାର ୮୧୫ ଟି ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୮ ଜଣଙ୍କର ମୃତ୍ୟୁ ଘଟିଛି। ସୁସ୍ଥ ହାର ବର୍ତ୍ତମାନ ୯୮.୧୫% ଅଟେ। ଗତ ୨୪ ଘଣ୍ଟା ମଧ୍ୟରେ ୧୫ ହଜାର ୮୯୯ ଜଣ ଲୋକ କରୋନାରୁ ଆରୋଗ୍ୟ ହୋଇଛନ୍ତି। ଯାହାଫଳରେ ବର୍ତ୍ତମାନ ପର୍ଯ୍ୟନ୍ତ ମୋଟ ସୁସ୍ଥ ହାର ୪ କୋଟି ୨୯ ଲକ୍ଷ ୩୭ ହଜାର ୮୭୬ ଲୋକ କରୋନାରୁ ଆରୋଗ୍ୟ ଲାଭ କରିଛନ୍ତି।

Read More

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିବୃତ୍ତିକୁ ବିକୃତ କରିବା ପରେ ଜି ନ୍ୟୁଜ୍ ଆଙ୍କର୍ ରୋହିତ ରଂଜନ ବିବାଦ ଘେରରେ ଅଛନ୍ତି। ଆଜି ସେ କୋର୍ଟରୁ ଆଶ୍ଵସ୍ତି ପାଇଛନ୍ତି। ବର୍ତ୍ତମାନ ସୁପ୍ରିମକୋର୍ଟ ତାଙ୍କୁ ଗିରଫରୁ ମୁକ୍ତ କରିଛନ୍ତି। ବାସ୍ତବରେ ଜୟପୁର, ଛତିଶଗଡ ସମେତ ବିଭିନ୍ନ ରାଜ୍ୟର ବିଭିନ୍ନ ଜିଲ୍ଲାରେ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଏଭଳି ପରିସ୍ଥିତିରେ ପୋଲିସ ତାଙ୍କୁ ଗିରଫ କରିବାକୁ ଚେଷ୍ଟା କରୁଛି।

Read More

ନୂଆଦିଲ୍ଲୀ: କଂଗ୍ରେସର ବରିଷ୍ଠ ନେତା ଆନନ୍ଦ ଶର୍ମା ଗୁରୁବାର ଦିନ ବିଜେପି ସଭାପତି ଜେପି ନଡ୍ଡାଙ୍କ ସହ ସାକ୍ଷାତ କରିଛନ୍ତି। ଆନନ୍ଦ ଶର୍ମାଙ୍କ ଏହି ସାକ୍ଷାତକୁ ନେଇ ଅନେକ କଳ୍ପନା ଜଳ୍ପନା ଲାଗିରହିଛି। ହେଲେ ଏହାର କାରଣ କ’ଣ, ନିଜେ ଆନନ୍ଦ ଶର୍ମା ଦର୍ଶାଇଛନ୍ତି। ସେ କହିଛନ୍ତି ଯେ, ଯଦି ତାଙ୍କୁ ଏହା କରିବାକୁ ପଡିବ ତେବେ ସେ ଖୋଲାଖୋଲି କରିବେ। କାରଣ ସେମାନେ ଦୁହେଁ ହହିମାଚଳ ପ୍ରଦେଶରୁ ଆସିଛନ୍ତି ଏବଂ ଦୁହେଁ ଗୋଟିଏ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ କରୁଥିଲେ। ଶର୍ମା କହିଛନ୍ତି ଯେ, ନଡ୍ଡାଙ୍କ ସହ ତାଙ୍କର ପୁରୁଣା ସାମାଜିକ ଏବଂ ପାରିବାରିକ ସମ୍ପର୍କ ରହିଛି ଏବଂ ମୁଁ ଖୁସି ଯେ ମୋ ରାଜ୍ୟ ତଥା ବିଶ୍ୱବିଦ୍ୟାଳୟରୁ କେହି ଜଣେ ଶାସକ ଦଳର ସଭାପତି ଅଟନ୍ତି। ଯେତେବେଳେ ସେମାନଙ୍କର ବୈଠକ ବିଷୟରେ ପଚରାଗଲା, ସେ କହିଥିଲେ ଯେ, ଆଦର୍ଶଗତ ପାର୍ଥକ୍ୟର ଅର୍ଥ ବ୍ୟକ୍ତିଗତ ଶତ୍ରୁତା ନୁହେଁ, … ଯଦି ମୋତେ ଜେପି…

Read More