Author: thesamikhsya

ଭୁବନେଶ୍ବର: ଚେନ୍ନାଇସ୍ଥିତ ମାଡ୍ରାସ ଓଡିଆ ସଂଘର କର୍ମକର୍ତ୍ତା ମାନଙ୍କ ସହ ଓଡିଶା ପରିବାର ନିର୍ଦ୍ଦେଶକ ଶ୍ରୀ ଦିଲୀପ ରାଉତରାଏ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି। ପ୍ରବାସୀ ଓଡିଆ ମାନଙ୍କ ସ୍ବାର୍ଥରେ ଗଠନ କରାଯାଇଥିବା ଓଡିଶା ପରିବାର ନିର୍ଦ୍ଦେଶାଳୟ ଭୂମିକା ଓ ଆଭିମୁଖ୍ୟ ସଂପର୍କରେ ସେଠାରେ ଥିବା ପ୍ରବାସୀ ମାନଙ୍କ ସହ ଶ୍ରୀ ରାଉତରାଏ ଆଲୋଚନା କରିଛନ୍ତି। ରାଜ୍ୟ ସରକାରଙ୍କ ଏହି ପଦକ୍ଷେପକୁ ମାଡ୍ରାସ ଓଡିଆ ସଂଘର କର୍ମକର୍ତ୍ତା ମାନେ ଭୂୟସୀ ପ୍ରଶଂସା କରିଛନ୍ତି। ଏଥିସହ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କତି ବିଭାଗ ମାନ୍ୟବର ମନ୍ତ୍ରୀ ଶ୍ରୀ ଅଶ୍ବିନୀ କୁମାର ପାତ୍ର ଏବଂ ବିଭାଗୀୟ ନିର୍ଦ୍ଦେଶକ ଶ୍ରୀ ଦିଲୀପ ରାଉତରାଏ ଚେନ୍ନାଇସ୍ଥିତ ଜଗନ୍ନାଥ ମନ୍ଦିର ଗସ୍ତକରି ଶ୍ରୀଜୀଉଙ୍କୁ ଦର୍ଶନ କରିଛନ୍ତି। ସେଠାରେ ଥିବା ପ୍ରବାସୀ ଓଡିଆ ମାନେ ନିଜସ୍ବ ଉଦ୍ୟମରେ ସେଠାରେ ଏକ ଭବ୍ୟ ମନ୍ଦିର ପ୍ରତିଷ୍ଠା କରିଛନ୍ତି। କଳା ଗ୍ରାନାଇଟ ପଥରରେ ନିର୍ମିତ ମନ୍ଦିର କାରୁକାର୍ଯ୍ୟ ଶ୍ରଦ୍ଧାଳୁ ମାନଙ୍କୁ…

Read More

ଭୁବନେଶ୍ବର: ଚଳିତ ଜୁଲାଇ ୨୫ ରୁ ୨୭ ତାରିଖ ପର୍ଯ୍ୟନ୍ତ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କର  ଓଡିଶା ଗସ୍ତ ଓ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବାକୁ ଥିବା ପରିପ୍ରେକ୍ଷୀରେ ଆଜି ପୂର୍ବାହ୍ଣରେ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚ ସ୍ତରୀୟ ପ୍ରସ୍ତୁତି ବୈଠକ ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇ ଯାଇଛି। ଏହି ବୈଠକରେ ଗୃହ  ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଦେଓ ରଞ୍ଜନ କୁମାର ସିଂ  ରାଷ୍ଟ୍ରପତିଙ୍କ ଓଡିଶାରେ ରହିଥିବା ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ସୂଚନା ଦେଇଥିଲେ। ଗୃହ ବିଭାଗ ସ୍ୱତନ୍ତ୍ର ଶାସନ ସଚିବ ଡଃ. ସନ୍ତୋଷ ବାଲା ପ୍ରସ୍ତୁତି ସଂପର୍କରେ ବିଶଦ୍ ଭାବେ ଉପସ୍ଥାପନ କରିଥିଲେ। ରାଷ୍ଟ୍ରପତି ଜୁଲାଇ ୨୫ ତାରିଖରେ ରାଜ ଭବନଠାରେ ଓଡିଶାର ଆପଦଗ୍ରସ୍ତ  ଜନଜାତି ଗୋଷ୍ଠୀ(ପିଭିଟିଜି) ପ୍ରତିନିଧିଙ୍କ ସହିତ ସାକ୍ଷାତ ଆଲୋଚନା କରିବେ। ୨୬ ତାରିଖରେ କଟକର ଚଣ୍ଡି ମନ୍ଦିର, ଉତ୍କଳଗୌରବ ମଧୁସୁଦନ ଦାସଙ୍କ…

Read More

ଭୁବନେଶ୍ୱର: ବରିଷ୍ଠ ବିଜେପି ନେତା ଶ୍ରୀ ମହେଶ୍ୱର ପ୍ରଧାନ ଆଜି ଏକ ସଡକ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି । ଜଣେ ସୁସଂଗଠକ ଭାବେ ପରିଚିତ ସ୍ୱର୍ଗତଃ ପ୍ରଧାନ ପୁରୀ ଜିଲ୍ଲାରେ ଦଳୀୟ ସଂଗଠନକୁ ସୁଦୃଢ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ପୁରୀ ଜିଲ୍ଲା ସତ୍ୟବାଦୀ ମଣ୍ଡଳ ସଭାପତି ଭାବେ ଦାୟୀତ୍ୱକୁ ସୂଚାରୁ ରୂପେ ନିର୍ବାହ କରିବା ପରେ ଜିଲ୍ଲା ସାଧାରଣ ସଂପାଦକ ଦାୟୀତ୍ୱକୁ ମଧ୍ୟ ସୂଚାରୁ ରୂପେ ନିର୍ବାହ କରିଥିଲେ । ଜିଲ୍ଲା ପରିଷଦ ସଦସ୍ୟ ଭାବେ ନିର୍ବାଚିତ ହେବା ପରେ ସ୍ୱର୍ଗତଃ ପ୍ରଧାନ ନିଜ ଅଂଚଳର ବିକାଶ ପାଇଁ ଅନେକ କାର୍ଯ୍ୟ କରିଥିଲେ । ଗୋସୁରକ୍ଷା ପାଇଁ କାର୍ଯ୍ୟରତ ସ୍ୱର୍ଗତଃ ପ୍ରଧାନ ନିଜ ଉଦ୍ୟମରେ ସତ୍ୟବାଦୀ ନିକଟରେ ଏକ ଗୋଶାଳା ପ୍ରତିଷ୍ଠା କରିଛନ୍ତି । ଜନସାଧାରଣଙ୍କ ପାଇଁ ସ୍ୱର୍ଗତଃ ପ୍ରଧାନଙ୍କ ଜନକଲ୍ୟାଣ କାର୍ଯ୍ୟ ସର୍ବଦା ସ୍ମରଣୀୟ ହୋଇରହିବ ବୋଲି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ଏବଂ…

Read More

ଭୁବନେଶ୍ବର: ଆଜିଠାରୁ ଅନୁଗୁଳରୁ ରାଉରକେଲାକୁ ହାଇଟେକ୍ ବସ୍ ସେବା ଆରମ୍ଭ ହୋଇଛି। ଓଡିଶା ରାଜ୍ୟ ସଡକ ପରିବହନ ନିଗମ ତରଫରୁ ଏହି ସେବାର ଶୁଭାରମ୍ଭ କରାଯାଇଛି। ବହୁଦିନରୁ ଏହି ରାସ୍ତାରେ ହାଇଟେକ ବସ୍ ସେବା ଯୋଗାଇବା ପାଇଁ ଦାବୀ ହେଉଥିଲା। ଯାହା ବର୍ତ୍ତମାନ ଓଏସଆରଟି ପୂରଣ କରିଛି। ଏହି ବସ୍ ଟି ପ୍ରତିଦିନ ଅପରାହ୍ନ ପାଞ୍ଚଟାରୁ ଅନୁଗୁଳରୁ ବାହାରି ରାଉରକେଲାରେ ରାତି ଏଗାରଟାରେ ପହଁଚିବ। ବାଟରେ 12ଟି ସ୍ଥାନରେ ରହଣି ବ୍ୟବସ୍ଥା ରହିଛି। ସେହିପରି ରାଉରକେଲାରୁ ଏହି ବସଟି ଭୋର 5 ଟା 45 ମିନିଟରୁ ବାହାରି ଅନୁଗୁଳରେ ଦିନ 12ଟାରେ ପହଁଚିବ। ଯାତ୍ରାମାନେ ଏ ନେଇ ଅନଲାଇନରେ ଟିକେଟ ବୁକିଂ କରିପାରିବେ।

Read More

ଭୁବନେଶ୍ବର: ସାଧାରଣ ନିର୍ବାଚନ-୨୦୨୪ ପୂର୍ବରୁ ଶାସକ ବିଜେଡି ନିଜର ଜିଲ୍ଲା ସ୍ତରୀୟ ଦଳୀୟ ସାଙ୍ଗଠନିକ ସ୍ଥିତିକୁ ସୁଦୃଢ଼ କରିବାରେ ଲାଗିଛି। ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନମୋଦନ କ୍ରମେ ଦଳର  ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଦସ୍ତଖତରେ ସୁନ୍ଦରଗଡ଼ ଜିଲ୍ଲାର ନୂତନ କର୍ମକର୍ତ୍ତା ନିଯୁକ୍ତି ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜ୍ଞପ୍ତି ଅନୁସାରେ ସୁନ୍ଦରଗଡ଼ ଜିଲ୍ଲାର ତିନୋଟି ନିର୍ବାଚନ ମଣ୍ଡଳୀ ଓ 10ଟି ବ୍ଲକ ଓ 2ଟି ମୁନିସିପାଲିଟିରେ ନୂତନ କର୍ମକର୍ତ୍ତାଙ୍କୁ ନିଯୁକ୍ତି ଦେଇଛନ୍ତି । ସେହିପରି ଆଠ ଜଣ ସାଧାରଣ ସମ୍ପାଦକ ଭାବେ ନିଯୁକ୍ତି ପାଇଥିବାବେଳେ 35ଜଣ ସମ୍ପାଦକ,19ଜଣ ଉପାଦାଷ୍ଟା ମଣ୍ଡଳୀ ସଭ୍ୟ ଏବଂ ଜଣେ କୋଷାଧ୍ୟକ୍ଷ  ଭାବେ ନିଯୁକ୍ତି ପାଇଛନ୍ତି। ତେବେ ଲିଗାଲ, କୃଷକ, ଅନୁସୂଚିତ ଜାତି ଓ ଉପଜାତି ସେଲର 8ଜଣଙ୍କୁ ସଭାପତି ଭାବେ ନିଯୁକ୍ତି. ମିଳିଛି। ସେହିପରି ସୁନ୍ଦରଗଡ ପାଇଁ 19 ଜଣଙ୍କୁ ଉପଦେଷ୍ଠା କମିଟ ସଦସ୍ୟ ଭାବେ ଗ୍ରହଣ କରାଯାଇଛି। …

Read More

ଭୁବନେଶ୍ବର: ଆଜି ହେଉଛି ଚିତାଲାଗି ଅମାବାସ୍ୟା। ଆଜି ପ୍ରଭୃଙ୍କ ମସ୍ତକରେ ରତ୍ନ ଚିତା ଲାଗି ହେବା ସହିତ ଚିତାଉ ପିଠା ଭୋଗ କରାଯିବ। ଏହି ସେବା ଗୁପ୍ତ ସେବା ହୋଇଥିବାରୁ ଶ୍ରୀମନ୍ଦିର ବନ୍ଦ ରହିବ। ଶ୍ରୀମନ୍ଦିର ପ୍ରଶାସନ ଅନୁସାରେ ଆଜି ଅପରାହ୍ନ ୨ଟାରୁ ୬ଟା ପର୍ଯ୍ୟନ୍ତ ଶ୍ରୀମନ୍ଦିର ବନ୍ଦ ରହିବ। ପରଂପରା ଅନୁସାରେ ମହାପ୍ରଭୃ ଯେତେବେଳେ ସ୍ନାନ ମଣ୍ଡପକୁ ବିଜେ କରନ୍ତି ସେତେବେଳେ ତାଙ୍କ ମଥାରୁ ରତ୍ନଚିତା ବାହାର କରାଯାଇ ରତ୍ନ ଭଣ୍ଡାରରେ ରଖାଯାଏ। ସେହି ଚିତାକୁ ଶ୍ରାବଣ ମାସ ଅମବାସ୍ୟାରେ ଏହି ଚିତା ଲାଗି କରାଯାଇଥାଏ। ସେଥିପାଇଁ ଏହାକୁ ଚିତାଲାଗି ଅମବାସ୍ୟା ବୋଲି କୁହାଯାଏ।

Read More

Happy Birthday Katrina: ବଲିଉଡର ଜଣାଶୁଣା ଅଭିନେତ୍ରୀ କ୍ୟାଟ୍ରିନା କୈଫ ଆଜି ୪୦ ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ୧୬ ଜୁଲାଇ ୧୯୮୩ ରେ ସେ ହଂକଂରେ ଜନ୍ମ ହୋଇଥିଛନ୍ତି। କ୍ୟାଟ୍ରିନା କୈଫ ୧୪ ବର୍ଷ ବୟସରେ ତାଙ୍କ ମଡେଲିଂ କ୍ୟାରିୟର ଆରମ୍ଭ କରିଥିଲେ। ମଡେଲିଂ ଉଦ୍ଦେଶ୍ୟରେ ସେ ମୁମ୍ବାଇ ଆସିଥିଲେ କିନ୍ତୁ ଏହି ସମୟରେ ସେ କାଇଜାଦ ଗୁସ୍ତାଦଙ୍କୁ ଭେଟିଥିଲେ। କାଇଜାଦ୍ ଗୁସ୍ତାଦ୍ ସେତେବେଳେ ବୁମ୍ ଚଳଚିତ୍ର ନିର୍ମାଣ ପାଇଁ ଯୋଜନା କରୁଥିଲେ। ସେ କ୍ୟାଟ୍ରିନାଙ୍କୁ ବୁମ୍ ରେ କାମ କରିବାକୁ ପ୍ରସ୍ତାବ ଦେଇଥିଲେ ଯାହାକୁ କ୍ୟାଟ୍ରିନା ଖୁସିରେ ଗ୍ରହଣ କରିଥିଲେ। ୨୦୦୩ ମସିହାରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ରଟି ଅପରାଧ ପୃଷ୍ଠଭୂମି ଉପରେ ଆଧାରିତ ଥିଲେ। ଏହି ଚଳଚ୍ଚିତ୍ରରେ ଅମିତାଭ ବଚ୍ଚନ ଏବଂ ଜ୍ୟାକି ଶ୍ରଫ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ଦୁର୍ବଳ ସ୍କ୍ରିନ୍ ସ୍କ୍ରିପ୍ଟ ଯୋଗୁଁ ବୁମ୍ ବକ୍ସ ଅଫିସରେ ବିଫଳ ହୋଇଥିଲା। ୨୦୦୫ ମସିହାରେ, କ୍ୟାଟ୍ରିନା କୈଫ…

Read More

ଭୁବନେଶ୍ବର: ଚିଲିକାର ପୂର୍ବତନ ବିଧାୟକ ରଘୁନାଥ ସାହୁଙ୍କୁ ବିଜେଡି ବହିସ୍କାର କରିବା ପରିବର୍ତ୍ତେ ପୁରସ୍କାର ଦେଇଛି। କାରଣ ନିକଟରେ ଶଙ୍ଖ ଭବନରେ ଆୟୋଜିତ ହୋଇଥିବା ଖୋର୍ଦ୍ଧା ଜିଲ୍ଲା ସଂଗଠନର ସମୀକ୍ଷା ବୈଠକରେ ସେ ସାମିଲ ହୋଇଛନ୍ତି। ବଡ ନେତାଙ୍କ ଗହଣରେ ତାଙ୍କୁ ସ୍ଥାନ ମିଳିଛି। ଯାହା ତାଙ୍କ ପାଇଁ ବିଜେଡିର ବଡ ପୁରସ୍କାର ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। କାରଣ ସେ ବିଗତ ଦିନରେ ବିଜେଡିର ବହୁ ନେତାଙ୍କୁ ଗାଳି କରିଥିଲେ, ପଞ୍ଚାୟତ ପୌର ନିର୍ବାଚନରେ ବିଜେଡି ପ୍ରାର୍ଥୀ ହାରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ସେଥିପାଇଁ ସମସ୍ତେ ଭାବି ଥିଲେ ତାଙ୍କ ବିରୋଧରେ ବିଜେଡି କାର୍ଯ୍ୟାନୁଷ୍ଠାନ ନେବ। ହେଲେ ତାହା ହେଲା ନାହିଁ । ବଂର ତାଙ୍କୁ ନିମନ୍ତ୍ରଣ କରି ଶଙ୍ଖ ଭବନରେ ବସାଇଲେ। ଯାହାକୁ ନେଇ ବହୁ ବିଜେଡି କର୍ମି ଏବଂ ନିର୍ବାଚିତ ପ୍ରତିନିଧ ଦଳର ଏପରି ପଦକ୍ଷେପକୁ ନାମପସନ୍ଦ କରିଛନ୍ତି। ରଘୁନାଥ ଏକଦା ଏକ ସାମ୍ବାଦିକ…

Read More

Janhvi Kapoor Ulajh: ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ରାଜନେତା ପର୍ଯ୍ୟନ୍ତ ସମସ୍ତଙ୍କୁ ଦିଲ୍ଲୀର ବନ୍ୟା ପରିସ୍ଥିତି ଚିନ୍ତାରେ ପକାଇଛି। କେନ୍ଦ୍ରୀୟ ଦିଲ୍ଲୀର ଅନେକ ସ୍ଥାନରେ ବନ୍ୟା ଜଳ ମଧ୍ୟ ପ୍ରବେଶ କରିଛି। ଦିଲ୍ଲୀ ଏହି ବନ୍ୟା ମଧ୍ୟ ଚୁଲୁବୁଲି ନାୟିକା ଜାହ୍ନବୀ କପୁରଙ୍କ ଚିନ୍ତା ବଢାଇ ଦେଇଛି। ତାହାର କାରଣ ହେଲା ତାଙ୍କର ଏକ ଦୀର୍ଘ ସୁଟିଂ ପାଇଁ ଦିଲ୍ଲୀ ଆସିବାର ଥିଲା। ହେଲେ ଯମୁନା ନଦୀର ଜଳ ସ୍ତର ବୃଦ୍ଧି ହେତୁ ତାଙ୍କ ଚଳଚ୍ଚିତ୍ର ସୁଟିଂ ସ୍ଥଗିତ ରହିଲା। ଜାହ୍ନବୀଙ୍କ ଏହି ଚଳଚ୍ଚିତ୍ରଟି ଏକ ଦେଶପ୍ରେମୀ ଥ୍ରୀଲର ଚଳଚ୍ଚିତ୍ର ଥିଲା। ଏହି ଫିଲ୍ମ ଜୁଲାଇ ମଧ୍ୟ ଭାଗରେ ସୁଟିଂ ପାଇଁ ସମୟ ଧ୍ୟାର୍ଯ୍ୟ କରାଯାଇଥିଲା। ହିନ୍ଦୁସ୍ତାନ ଟାଇମ୍ସ ରିପୋର୍ଟ ଅନୁଯାୟୀ ଜାନଭୀ କପୁର ତାଙ୍କ ଦେଶପ୍ରେମୀ ଥ୍ରୀଲର ‘ଉଲଜ’ ଚଳଚ୍ଚିତ୍ରର ସୁଟିଂ ପାଇଁ ଦିଲ୍ଲୀ ଆସିଥାଆନ୍ତେ। ଏହି ଚଳଚ୍ଚିତ୍ରର କାହାଣୀ ଦେଶଭକ୍ତିର ଏକ ପ୍ରତିଷ୍ଠିତ ପରିବାରର ଜଣେ…

Read More

ଭୁବନେଶ୍ବର: ଗତକାଲି ରାତିରୁ କଟକ ଭୁବନେଶ୍ବରରେ ପ୍ରବଳ ବର୍ଷା ଲାଗି ରହିଛି। ବିଭିନ୍ନ ସ୍ଥାନରେ ପାଣି ଜମି ରହିବା ଦ୍ବାରା ସାଧାରଣ ଯାତାୟତରେ ସମସ୍ୟା ଉପୁଜିଛି। ଏପରିକି ଆଜି କଟକ ଅବସ୍ଥା ପୁରା ବେହାଲ ହୋଇପଡିଛି। କଟକ ସହରରେ ବିଭିନ୍ନ ସ୍ଥାନରେ ପାଣି ଜମି ରହିବା ଦ୍ବାରା ବନ୍ୟା ପରି ପରିସ୍ଥିତି ସୃଷ୍ଟି ହୋଇଛି। ଜଳ ନିସ୍କାସନ ହୋଇ ନ ପାରି ରାସ୍ତା ସାରା ପାଣି ଜମି ରହିଛି। ଏ ନେଇ ଭୁବନେଶ୍ବର ଆଞ୍ଚଲିକ ପାଣିପାଗ ବିଭାଗ ତରଫରୁ ମଧ୍ୟ ସତର୍କ ସୂଚନା ପ୍ରଦାନ କରାଯାଇଛି। ଏଥିରେ କୁହାଯାଇଛି ଯେ, ଆଗାମୀ ୨ ଘଣ୍ଟା ଯାଏଁ ପ୍ରବଳ ବୃଷ୍ଟିପାତ ହେବ। ଭୁବନେଶ୍ୱର ଏବଂ କଟକରେ  ୧ ରୁ ୨ ସେମି ଘଣ୍ଟା ପ୍ରତି ବର୍ଷା ହେବ। ଯେଉଁ ସ୍ଥାନରେ ଅତି ପ୍ରବଳ ବର୍ଷା ହେବ ସେଠାରେ ୨ ରୁ ୩ ସେମି ପର୍ଯ୍ୟନ୍ତ ବୃଷ୍ଟିପାତ ସମ୍ଭାବନା ରହିଛି। ଏହା ଦ୍ବାରା କଟକ…

Read More

ଭୁବନେଶ୍ବର: ନିର୍ବାଚନ ପାଖେଇ ଆସୁଥିବାରୁ ବର୍ତ୍ତମାନ ରାଜନୈତିକ ପାଣିପାଗ କେତେବେଳେ କଣ ହେଉଛି ତାହା କହିବା ସମ୍ଭବପର ନୁହେଁ। ହେଲେ ଏହା ନିଶ୍ଚିତ ଯେ, ବର୍ତ୍ତମାନ ଯେଉଁମାନେ ଆସନ୍ତା ନିର୍ବାଚନ ଲଢେଇ କରିବେ ସେମାନେ ଏବେଠାରୁ ଆସନ ଠିକ କରିସାରିଲେଣି। ସେହିପରି ଭାବେ ଯଦି ବିଜେପି ନେତା ବୈଜୟନ୍ତ ପଣ୍ଡାଙ୍କ କଥା କୁହାଯାଏ ତେବେ ସେ ଆଉ ଓଡିଶାରୁ ଲଢେଇ କରିବେ ନାହିଁ ବୋଲି ଚିନ୍ତା କରୁଛନ୍ତି। ସୁତ୍ର ଅନୁସାରେ ବୈଜୟନ୍ତ ଏଥର ଆସାମ କିମ୍ବା ଦିଲ୍ଲୀର କୌଣସି ଲୋକସଭା ଆସନରୁ ଛିଡା ହେବା ପାଇଁ ମନସ୍ଥ କରୁଛନ୍ତି। କାରଣ ସେ ଏହି ଉଭୟ ରାଜ୍ୟର ପ୍ରଭାରୀ ଅଛନ୍ତି। ଏଥିସହିତ ସେ ଏହି ଦୁଇ ରାଜ୍ୟରେ ନିଜର ପତିୟାରା ମଧ୍ୟ ସୃଷ୍ଟି କରିସାରିଛନ୍ତି। ରାଜନୈତିକ କାମରେ ଏହି ଦୁଇ ରାଜ୍ୟରେ ବାରମ୍ବାର ସଂଗଠନ ଓ କାର୍ଯ୍ୟକ୍ରମ ଜାରୀ ରଖିଛନ୍ତି। ଚର୍ଚ୍ଚା ଅନୁସାରେ ଆସାମରେ କେତେକ ବିଜେପି ନେତା କୁଆଡେ ବୈଜୟନ୍ତଙ୍କୁ ସେଠାରୁ…

Read More

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ପଶ୍ଚିମ ଓଡିଶାରେ ମୁଖ୍ୟମନ୍ତ୍ରୀ ସଭାଗୃହ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ଏହି ଯୋଜନାରେ ପଶ୍ଚିମ ଓଡିଶାର ପ୍ରାୟ ୨୦୦୦ଟି କଲ୍ୟାଣ ମଣ୍ଡପ ଓ ସ୍ଥାନୀୟ ସଭାଗୃହ ଗୁଡିକର ନିର୍ମାଣ ହାତକୁ ନିଆଯିବ। ଏଥିପାଇଁ ୨୫ କୋଟି ଟଙ୍କା ବିନିଯୋଗ କରାଯିବ। ଏହାଦ୍ବାରା ପଶ୍ଚିମ ଓଡିଶାର ଜନସାଧାରଣଙ୍କ ସାମାଜିକ ଓ ସାଂସ୍କୃତିକ ଜୀବନ ଆହୁରି ସକ୍ରିୟ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । 5T ଉପକ୍ରମରେ ଏହି କାର୍ଯ୍ୟକ୍ରମ କରାଯାଉଛି ବୋଲି ପ୍ରକାଶ କରି ଏହିସବୁ ଭିତ୍ତିଭୂମି କାମ ଠିକ୍ ସମୟରେ ଶେଷ ହେବ ଓ ଏହାର ଗୁଣାତ୍ମକ ମାନ ମଧ୍ୟ ବହୁତ ଭଲ ରହିବ ବୋଲି ସେ ଆଶାପ୍ରକାଶ କରିଥିଲେ । ଏହାସହିତ ମୁଖ୍ୟମନ୍ତ୍ରୀ ୩୩.୫୮ କୋଟି ଟଙ୍କା ବିନିଯୋଗରେ ଅନେକ ପ୍ରକଳ୍ପର ଉଦ୍‌ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏହି ଅବସରରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଥିଲେ…

Read More

ପୁରୀ: ଆଜି ବିଶ୍ବ ମହାକାଶ ବିଜ୍ଞାନ କ୍ଷେତ୍ରରେ ଭାରତ ନୂଆ ଇତିହାସ ସୃଷ୍ଟି କରିଛି। ଚନ୍ଦ୍ରଯାନ3 ସଫଳତାର ସହ ଉତକ୍ଷେପଣ କରିଛି। ଏହି ପରିପ୍ରେକ୍ଷୀରେ ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଏହି ସଫଳତା ନେଇ କରିଛନ୍ତି ବାଲୁକା କଳା। ପୁରୀ ବେଳେ ଭୂମିରେ ସେ ଏହି କଳା କରିଛନ୍ତି। ସୁଦର୍ଶନ ଏଥିରେ ପାଞ୍ଚ ହଜାର ଷ୍ଟିଲ ବୋତଲ ବ୍ୟବହାର କରିଛନ୍ତି। ଯାହା ବେଶ ଆକର୍ଷଣୀୟ ହୋଇପାରିଛି। ଏଥିରେ ସୁଦର୍ଶନ ବିଜୟୀ ଭବ ବୋଲି ଉଲ୍ଲେଖ କରିଛନ୍ତି।

Read More

ନୂଆଦିଲ୍ଲୀ: ଆଜି ଭାରତ ମହାକାଶ କ୍ଷେତ୍ରରେ ରଚିଛି ଏକ ଇତିହାସ। ସମଗ୍ର ଦେଶର ଆଶା ଏବଂ ସ୍ୱପ୍ନକୁ ବହନ କରି ଭାରତୀୟ ଇସ୍ରୋ ଏହାର ତୃତୀୟ ଚନ୍ଦ୍ର ମିଶନ – ଚନ୍ଦ୍ରୟାନ 3 ସଫଳତା ସହ ଉତକ୍ଷେପଣ କରିଛି। ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧାବନ ମହାକାଶ କେନ୍ଦ୍ରରୁ ହେଭି ଲିଫ୍ଟ LVM3-M4 ରକେଟରେ ଏହା ଉତକ୍ଷେପଣ ହୋଇଛି। ଶୁକ୍ରବାର ରେ 25.30 ଘଣ୍ଟା କାଉଣ୍ଟଡାଉନ୍ ଶେଷରେ, LVM3-M4 ରକେଟ୍ ଯାହା  ସବୁଠାରୁ ବଡ ଏବଂ ଭାରୀ ଏବଂ ‘ଫ୍ୟାଟ୍ ବଏ’ ନାମରେ ନାମିତ, ଦ୍ୱିତୀୟ ଲଞ୍ଚ ପ୍ୟାଡ୍ ଠାରୁ ନିର୍ଦ୍ଧାରିତ ସମୟ ଅପରାହ୍ନ 2.35 ରେ ଚମତ୍କାର ଭାବରେ ଉପରକୁ ଉଠିଥିଲା। ଚାରିଆଡେ ଧୂଆଁ ମୟ ହୋଇ ରକେଟ ଉପରକୁ ଉପରକୁ ଉଠିଥିଲା। ଏହି ଐତିହାସିକ ଉତକ୍ଷେପଣ ଦେଖିବା ପାଇଁ ହଜାର ହଜାର ଦର୍ଶକଙ୍କ ପାଇଁ ବ୍ୟବସ୍ଥା କରାଯାଇଥିଲା। ଏହି ରକେଟକୁ ଆକାଶକୁ ଯିବାବେଳେ ସେମାନେ ବେଶ୍ ଉତ୍ସାହିତ ହୋଇ ପାଟି…

Read More

ଭୁବନେଶ୍ବର: ନିର୍ବାଚନ ଯେତିକି ପାଖେଇ ଆସୁଛି ରାଜ୍ୟ ରାଜନୀତି ସେତିକି ଗରମ ହେବାରେ ଲାଗିଛି। ସେହି କ୍ରମରେ ବିଜେଡି ତାହାର ରଣନୀତି ଆରମ୍ଭ କରିବାରେ ଲାଗିଛି। ବିଭିନ୍ନ ସଂଗଠନର ନୂଆ କର୍ମକର୍ତ୍ତା ନିଯୁକ୍ତି ପରେ ଏବେ ଜିଲ୍ଲା ସ୍ତରୀୟ ସମୀକ୍ଷା ଆରମ୍ଭ ହୋଇଛି। ଗତକାଲି ଶଙ୍ଖ ଭବନରେ ଖୋର୍ଦ୍ଧା ଜିଲ୍ଲା ବିଜେଡି ସଂଗଠନ ମଜବୁତ ନେଇ ରଣନୀତି ପ୍ରସ୍ତୁତ ହୋଇଥିଲା। ଭୁବନେଶ୍ବର ଉତ୍ତର ନିର୍ବାଚନ ମଣ୍ଡଳିର ବିଧାୟକ ସୁଶାନ୍ତ ରାଉତଙ୍କ ଅଧକ୍ଷ୍ୟତାରେ ବସିଥିଲା ଏହି ବୈଠକ। ଏଥିରେ ଖୋର୍ଦ୍ଧା ଜିଲ୍ଲା ତଥା ଭୁବନେଶ୍ବରର ସମସ୍ତ ବିଜେଡି ବିଧାୟକ ଏବଂ ନିର୍ବାଚିତ ପ୍ରତିନିଧି ଯୋଗଦେଇ ଆଗାମୀ ଦିନରେ ସଂଗଠନକୁ କିପରି ମଜବୁତ କରାଯିବ ସେ ନେଇ ଆଲୋଚନା ହୋଇଥିଲା। ଖୋର୍ଦ୍ଧା ଜିଲ୍ଲାରେ ଥିବା ହଜାରେ ବୁଥକୁ ମଜବୁତ କରିବା ପାଇଁ ଯୋଜନା ପ୍ରସ୍ତୁତ ହୋଇଥିଲା। ଏଥିରେ ବିଜେଡି ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସ ନେତାମାନଙ୍କୁ ଆହୁରି ଦୃଢ ହୋଇ କାର୍ଯ୍ୟ କରିବା…

Read More

ଭୁବନେଶ୍ବର: ବହି ପଢିବା ଆଗ୍ରହ ସୃଷ୍ଟି କରିବା ପାଇଁ ଡିଏଭି ସ୍କୁଲ ସମୁହ ଏକ ନୂଆ ପଦକ୍ଷେପ ଗ୍ରହଣ କରିଛି। ସେହି ଅନୁସାରେ ସପ୍ତାହରେ ଥରେ ଛାତ୍ରଛାତ୍ରୀ ତଥା ଶିକ୍ଷକଶିକ୍ଷୟତ୍ରୀ ବହି ପଢିବା ପାଇଁ ପରାମର୍ଶ ଦିଆଯାଇଛି। ଏ ନେଇ ଓଡିଶାର ସମସ୍ତ ଡିଏଭି ସ୍କୁଲକୁ ଚିଠି କରିଛନ୍ତି ଓଡିଶା ଆଞ୍ଚଳିକ ନିର୍ଦ୍ଦେଶକ କେଶବ ଶତପଥୀ। ସେଥିରେ କୁହାଯାଇଛି ଯେ, ସେହିଦିନ ସମସ୍ତେ ଏକ ଘଣ୍ଟା ଧରି ବିଭିନ୍ନ ଉପାଦେୟ ପୁସ୍ତକ ପାଠ କରିବେ। ଏପରିକି ସେହିଦିନଟି ସମସ୍ତେ ମୋବାଇଲ ବ୍ୟବହାର ମଧ୍ୟ କରିବେ ନାହିଁ। କାହାର ଜରୁରୀ କିଛି ଆବଶ୍ୟକ ହେଲେ ସେମାନେ ସ୍କୁଲର ଲ୍ୟାଣ୍ଡ ଲାଇନରୁ କଥା ହୋଇପାରିବେ। ବର୍ତ୍ତମାନ ସମସ୍ତଙ୍କୁ ମୋବାଇଲ ନିଶା ଧରିଥିବାରୁ ସେଥିରୁ କିଛି ସମୟ ବିରତି ଦେବା ପାଇଁ ସ୍କୁଲ କର୍ତ୍ତୁପକ୍ଷ ଏହି ପଦକ୍ଷେପ ଗ୍ରହଣ କରଛି।

Read More

ଭୁବନେଶ୍ବର: ରାଜ୍ୟ ସରକାର ୧୮୧ ଜଣ ନୂତନ ଅଧିକାରୀଙ୍କୁ ବିଭିନ୍ନ ବିଭାଗରେ ନିଯୁକ୍ତି ଦେଇଛନ୍ତି। ସେମାନଙ୍କ ମଧ୍ୟରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ ୧୦୪ ଶିକ୍ଷକ ଶିକ୍ଷୟିତ୍ରୀ, ଆଇନ ବିଭାଗରେ ୬୨ ସହକାରୀ ନିର୍ଦ୍ଦେଶକ, ଯୋଜନା ଓ ସଂଯୋଜନା ବିଭାଗରେ ୧୫ ସହକାରୀ ପରିସଂଖ୍ୟାନ ନିର୍ଦ୍ଦେଶକ ଅଛନ୍ତି। ଲୋକ ସେବା ଭବନରେ ଥିବା ସମ୍ମିଳନୀ କକ୍ଷରେ ନୂତନ ନିଯୁକ୍ତି ପାଇଁ ଏକ ଦିଗଦର୍ଶନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ ନୂତନ ଅଧିକାରୀମାନଙ୍କୁ ଓଡିଶାର ଶୀଘ୍ର ରୂପାନ୍ତର ଉଦ୍ୟମରେ ସାମିଲ ହେବାକୁ ପରାମର୍ଶ ଦେଇଥିଲେ। ସେ କହିଥିଲେ ଯେ, ଦ୍ରୁତ ଗତିରେ ଓଡିଶାର ରୂପାନ୍ତର ଦେଖିବା ଆମ ସମସ୍ତଙ୍କର ଲକ୍ଷ୍ୟ। ଆମ ସମସ୍ତେ ଉତ୍ସାହର ସହିତ ଓଡିଶାର ସେବା କରିବା ଆବଶ୍ୟକ। ଏହା ଏପରି ହେବା ଆବଶ୍ୟକ ଯାହା ପୂର୍ବରୁ କେବେ ହୋଇ ନାହିଁ। ଆମ ଓଡିଶା ମାଟିର ରୂପାନ୍ତର ଦେଖିବା ଛଡା ଆଉ କିଛି…

Read More

ଭୁବନେଶ୍ୱର: ର।ଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପୁଣି ଥରେ ଦୁଇଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି।ସେ ଏହି ଜୁଲ।ଇ ୨୬ ଏବଂ ୨୭ ରେ କଟକ ଏବଂ ଭଦ୍ରକ ଗସ୍ତରେ ଆସିବାର କ।ର୍ଯ୍ୟକ୍ରମ ରହିଛି। ର।ଷ୍ଟ୍ରପତି ତ।ଙ୍କର ଦୁଇ ଦିନିଆ ଓଡିଶା ଗସ୍ତ ସମୟରେ ସେ ଅନେକ କ।ର୍ଯ୍ୟକ୍ରମରେ ଯୋଗ ଦେବେ। ସେ କଟକସ୍ଥିତ ଏସସିବି ମେଡିକ।ଲ କଲେଜର ଷ୍ଟୁଡେଣ୍ଟସ୍ ୟୁନିଅନ୍ ବାର୍ଷିକ ଉତ୍ସବରେ ଯୋଗଦେବେ। ଏ ନେଇ ର।ଷ୍ଟ୍ରପତି ଭବନ ଏବଂ କେନ୍ଦ୍ର ଗୃହ ମନ୍ତ୍ରଣାଳୟରୁ କଲେଜ କର୍ତ୍ତୃପକ୍ଷଙ୍କ ଚିଠି କରାଯାଇଛି। ସେହିପରି କଟକରେ ରାଷ୍ଟ୍ରପତି ଓଡ଼ିଶା ହ।ଇକୋର୍ଟର ୭୫ ତମ ବାର୍ଷିକ ଉତ୍ସବରେ ମଧ୍ୟ ଯୋଗ ଦେବେ। ସେ ସେହି ଦିନ କଟକସ୍ଥିତ ଜ।ତୀୟ ଆଇନ ବିଶ୍ୱବିଦ୍ୟାଳୟର ସମାରୋହରେ ମଧ୍ୟ ଯୋଗଦେବେ। ସେହିପରି ର।ଷ୍ଟ୍ରପତି ଜୁଲ।ଇ ୨୭ ତ।ରିଖରେ ଭଦ୍ରକ ସ୍ୱୟଂଶ।ସିତ ମହାବିଦ୍ୟ।ଳୟର ହୀରକ ଜୟନ୍ତୀ ଉତ୍ସବରେ ଯୋଗ ଦେବେ ବୋଲି ଜଣାପଡିଛି।

Read More

ଭୁବନେଶ୍ବର: ଶେଷରେ ଭୁବନେଶ୍ବରର ଥାନା ପୋଲିସକୁ ଧରିବାରେ ସଫଳ ହୋଇଛି ରାଜ୍ୟ ଭିଜିଲାନ୍ସ। ଆଜି ଲାଞ୍ଚ ନେଉଥିବା ବେଳେ ସହିଦନଗର ଥାନା ଏଏସଆଇଙ୍କୁ ଭିଜିଲାନ୍ସ ଧରିବାରେ ସକ୍ଷମ ହୋଇଛି। ସେ ହେଉଛନ୍ତି ଏଏସଆଇ ମମତା ବସ୍ତିଆ। ତାଙ୍କଠାରୁ ଭିଜିଲାନ୍ସ ସମସ୍ତ ଟଙ୍କା ଜବତ କରିବା ସହିତ ଅଟକ ରଖିଛି। ଘଟଣାରୁ ଜଣାପଡିଛି ଯେ, ଜଣେ ମହିଳାଙ୍କ ମାମଲା ରଫାଦଫା କରିବା ପାଇଁ ସେ ୧୫ ହଜାର ଟଙ୍କା ଦାବୀ କରିଥିଲେ। ସେ ସେହି ଘଟଣାର ତଦନ୍ତ ଅଧିକାରୀ ଥିଲେ। ଅଭିଯୋଗକାରୀଣି ଏ ନେଇ ଭିଡିଲାନ୍ସରେ କହିବା ପରେ ସମସ୍ତ ପ୍ରସ୍ତୁତି କରାଯାଇ ତାଙ୍କୁ ଧରାଯାଇଥିଲା। ଏହି ଟ୍ରାପ ସହିତ ତାଙ୍କୁ ଦୁଇଟି ସ୍ଥାନରେ ଏକ କାଳିନ ଚଢାଉ କରାଯାଇଛି।

Read More

ଭୁବନେଶ୍ବର: ସେତୁ ଯୋଜନାରେ ସ୍ବାଭିମାନ ଅଞ୍ଚଳରେ ଦ୍ରୁତ ପରିବର୍ତ୍ତନକୁ ଉପଲବ୍‌ଧି କରି ଚିତ୍ରକୋଣ୍ଡା ବ୍ଲକ୍‌ର ଅବଶିଷ୍ଟ ୯ ଗୋଟି ପଞ୍ଚାୟତ ଯଥା – ଆନ୍ଦ୍ରପାଲ୍ଲୀ, ପଣସପୁଟ, ଜୋଡାମ୍ବୋ, ରାଲିଗଡା, ପେପରମେଟଲା, ବଡପଦା, ଗଜଲମାମୁଣ୍ଡି, ଜନ୍ତ୍ରୀ ଓ ଧୁଳିପୁଟ ଏବଂ କୋରୁକୁଣ୍ଡା ବ୍ଳକ୍‌ର ନାକାମାମୁଡି ପଞ୍ଚାୟତ ସହିତ ମୋଟ ୧୦ ଗୋଟି ଅନୁନ୍ନତ ପଞ୍ଚାୟତକୁ ସେତୁ ଯୋଜନାରେ ଅନ୍ତର୍ଭୁକ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ଏଥିସହିତ ସେତୁ ଯୋଜନାରେ ବ୍ୟୟ ଅଟକଳ ୫୦ କୋଟିରୁ ୧୦୦ କୋଟିକୁ କରିବା ପାଇଁ ମଧ୍ୟ ସେ ନିର୍ଦ୍ଦେଶ ଦେଇଛନ୍ତି । ଚିତ୍ରକୋଣ୍ଡା ବ୍ଳକ୍‌ର ୯ ଗୋଟି ବିଚ୍ଛିନ୍ନାଞ୍ଚଳ ପଞ୍ଚାୟତକୁ ଗୁରୁପ୍ରିୟା ସେତୁ ଦ୍ବାରା ସଂଯୋଗ କରାଯାଇଅଛି, ଯାହା ସ୍ବାଭିମାନ ଅଞ୍ଚଳ ନାମରେ ନାମିତ। ଏହି ଅନୁନ୍ନତ ଅଞ୍ଚଳର ଲୋକମାନଙ୍କର ସାମାଜିକ ଓ ଅର୍ଥନୈତିକ ବିକାଶ ପାଇଁ SETU ( Socio-Economic Transformation and Upliftment) ଯୋଜନା ୨୦୧୮…

Read More

ଭୁବନେଶ୍ବର: କିଛିଦିନ ଧରି ରାଜ୍ୟ ବିଜେପି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସଚିବ ତଥା 5ଟି ସଚିବ ଭି କେ ପାଣ୍ଡିଆନଙ୍କୁ ଟାର୍ଗେଟ କରିବାରେ ଲାଗିଛନ୍ତି। ସେଥିରେ ସେମାନେ ଫେଲ ମାରିବା ପରେ ଏବେ ତାଙ୍କ ଧର୍ମପତ୍ନୀ ସୁଜାତା ଆର କାର୍ତ୍ତିକେୟନଙ୍କୁ ଟାର୍ଗେଟ ଆରମ୍ଭ କରିଛନ୍ତି। ହେଲେ ହାସ୍ୟସ୍ପଦ କଥା ହେଲା ଯେ ସୁଜାତାଙ୍କୁ ଟାର୍ଗେଟ କରିବା ନାମରେ ମିଛ ପ୍ରମାଣ ଉପସ୍ଥାପିତ କରିଛି ବିଜେପି। ସୁଜାତା କହି ନ ଥିବା କଥାକୁ ଗଣମାଧ୍ୟମରେ କହି ଘଟଣାକୁ ବିଭ୍ରାନ୍ତ କରିଛି ରାଜ୍ୟ ବିଜେପି। ଗତକାଲି ବିଜେପି କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ ବିଜେପି ନେତା ସତ୍ୟବ୍ରତ ପଣ୍ଡା। ଏହି ସାମ୍ବାଦିକ ସମ୍ମିଳନୀରେ ସେ କହିଥିଲେ ଯେ, ମିଶନ ଶକ୍ତି ସଚିବ ସୁଜାତା ଆର କାର୍ତ୍ତିକେୟନ ସରକାରୀ କାମ ଛାଡି ବିଜେଡି କାମ କରୁଛନ୍ତି। ଏ ନେଇ ତାଙ୍କ ପାଖରେ ଏକ ଅଡିଓ କ୍ଲିପ ଲାଗିଛି ବୋଲି କହିଥିଲେ। ଆଉ ସେ ଅଡିଓ…

Read More