Author: thesamikhsya

ଭୁବନେଶ୍ବର: ଗତ 2 ତାରିଖରେ ବାଲେଶ୍ବର ବାହାନଗାରେ ଯେପରି ଟ୍ରେନ ଦୁର୍ଘଟଣା ଘଟିଲା ତାହା ସାରା ବିଶ୍ବକୁ ସ୍ତବ୍ଧ କରିଦେଇଛି। ଏହି ଦୁର୍ଘଟଣାରେ 290 ଜଣ ଯାତ୍ରଙ୍କପ ମୃତ୍ୟୁ ହୋଇଛି। ତେବେ ଏପରି ଦୁର୍ଘଟଣା କାହିଁକି ଘଟିଲା ତାହାର ତଦନ୍ତ କରୁଛି ସିବିଆଇ। ଏହି ତଦନ୍ତ ସଂସ୍ଥାର ଏକ ଟିମ ଆସି ତଦନ୍ତ କରି ଦିଲ୍ଲୀ ଫେରିଯାଇଛନ୍ତି। ତେବେ ଏହି ତଦନ୍ତ ଶେଷ ହୋଇଛି କି ନାହିଁ ସେ ନେଇ କେହି କିଛି ସୂଚନା ଦେଇ ନାହାଁନ୍ତି। ସିବିଆଇ ତଦନ୍ତ କରିବ ବୋଲି ଘୋଷଣା ପରେ ଏକ ଦଳ ବାହାନଗା ଆସି ତଦନ୍ତ କରିଥିଲେ। ସେମାନେ ସିଗନାଲ ରୁମ, ରିଲେ ରୁମ, ଅଟୋମେଟିକ ସୁଇଚ ବୋର୍ଡ ପରୀକ୍ଷା ନିରୀକ୍ଷା କରିଥିଲେ। ଏ ନେଇ ସେ ବିଭିନ୍ନ ରେଳ ଅଧିକାରୀଙ୍କୁ ପଚରା ଉଚୁରା କରିଥିଲେ। ହେଲେ ତାହାର ଫଳାଫଳ କଣ ତାହା ଏ ପର୍ଯ୍ୟନ୍ତ ଜଣାପଡି ନାହିଁ। ଏକ ବିଶେଷ ସୁତ୍ର ଅନୁସାରେ…

Read More

ଭୁବନେଶ୍ବର: ବିଜୟିନୀ ସ୍ମୃତି ଟ୍ରଷ୍ଟ ଆନୁକୂଲ୍ୟରେ ଗୀତଗୋବିନ୍ଦ ସଦନ, ଭୁବନେଶ୍ୱରଠାରେ ଡାକ୍ତର ଇନ୍ଦ୍ରମଣି ଜେନାଙ୍କ ରଚିତ ଉପନ୍ୟାସ ‘ଦିଗ୍‌ବିଜୟୀ ଗଜପତି’ ଏବଂ ‘ଆମଚଳଣି, ଆମ ଚରିତ୍ର, ଆମଚମକ’ ପୁସ୍ତକ ଉନ୍ମୋଚନ ସଭାରେ ଛତିଶଗଡ଼଼ ରାଜ୍ୟପାଳ ଶ୍ରୀବିଶ୍ୱଭୂଷଣ ହରିଚନ୍ଦନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉକ୍ତ ପୁସ୍ତକର ଉନ୍ମୋଚନ କରିଥିଲେ। ରାଜ୍ୟପାଳ ଶ୍ରୀହରିଚନ୍ଦନ ଏହି ଅବସରରେ ଗଙ୍ଗାଠାରୁ କୃଷ୍ଣା ପର୍ଯ୍ୟନ୍ତ ବିଜୟର ବାନା ଉଡାଇଥିବା ଓଡ଼ିଶାର ଦିଗବିଜୟୀ ସମ୍ରାଟ କପିଳେନ୍ଦ୍ର ଦେବଙ୍କୁ ସ୍ମରଣ କରିଥିଲେ। କପିଳେନ୍ଦ୍ର ଦେବ ହେଉଛନ୍ତି ଓଡ଼ିଶାର ଗର୍ବିତ ଇତିହାସର ଦିଗ୍‌ବିଜୟୀ ମହାନାୟକ। ଜାତୀୟ ସ୍ତରରେ ଓଡ଼ିଶାର ବୀରତ୍ୱ,ସଂହତି ଓ ଅପୂର୍ବ ସାହସିକତାର ସୂଚନା ଦେଇଥିଲେ। ବାସ୍ତବରେ ସେ ଥିଲେ ନିର୍ଭିକ, ସାହସୀ,ବୀର, ପ୍ରଜାହିତକାରୀ, ଦେଶମାତୃକାର ସର୍ବଶ୍ରେଷ୍ଠ ମହାନାୟକ। ୧୪୩୫ ଖ୍ରୀଷ୍ଟାବ୍ଦରୁ ୧୪୬୫ ପର୍ଯ୍ୟନ୍ତ ତାଙ୍କର ଶାସନ କାଳରେ ଅନେକ ଲୋକହିତର କାର୍ଯ୍ୟମାନ କରିଥିବାର ଦୃଷ୍ଟାନ୍ତ ମିଳିଥାଏ। ପ୍ରଜାବତ୍ସଳତା ଓ ସୁଶାସନ କାରଣରୁ ତାଙ୍କର ସୁଖ୍ୟାତି ଆଜି ପର୍ଯ୍ୟନ୍ତ…

Read More

ଖୋର୍ଦ୍ଧା: ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ଶିକ୍ଷା ର ବିକାଶ ନିମନ୍ତେ ଚ଼େଷ୍ଟିତ ଓଡ଼ିଶା ସ୍ପେସିଆଲ୍ ଏଜୁକେଟର ଫେଡ଼େରେସନ ଫର୍ ଦିବ୍ୟାଙ୍ଗ (ଓଏସ୍ଇଏଫଡ଼ି) ଖୋର୍ଦ୍ଧା ଜିଲ୍ଲା ର ବୈଠକ ଆଜି ବୋଲଗଡ଼ ଠାରେ ଜିଲ୍ଲା ସଭାନେତ୍ରୀ ଏଲୋରା ପ୍ରିୟଦର୍ଶିନୀ ମହାପାତ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ରାଜ୍ୟ କୋଷାଧ୍ୟକ୍ଷ ‌ରୌପ୍ୟରଂଜନ‌ ସାମନ୍ତରାୟ,ଜିଲ୍ଲା ଯୁଗ୍ମ ସମ୍ପାଦକ ଅଶ୍ବିନୀ ମୁଦୁଲି, ପୂର୍ବ ‌ଓଡ଼ିଶା ଆଇଟି ସେଲ ସଂଯୋଜକ ବିଶ୍ବବିଜୟୀ ଦାଶ, ସଂଗଠକ ଜ୍ୟୋତିରଂଜନ ବଳିୟାରସିଂହ ଯୋଗ ଦେଇ ‌ଜିଲ୍ଲା ରେ ସଂଗଠନ କୁ ମଜଭୁତ କରିବା ପାଇଁ ଆଲୋଚ଼ନା କରିଥିଲେ, ଏବଂ ପ୍ରତି ସାଧାରଣ ବିଦ୍ୟାଳୟ ରେ ଦିବ୍ୟାଙ୍ଗ ବିଦ୍ୟାର୍ଥୀ ମାନଙ୍କ ପାଇଁ ସ୍ଵତନ୍ତ୍ର ଶିକ୍ଷକ ନିଯୁକ୍ତି କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ‌ଦେଇଛନ୍ତି। ସେହି ଅନୁସାରେ ଓଡ଼ିଶାର ପ୍ରତ୍ୟେକ ସାଧାରଣ ବିଦ୍ୟାଳୟ ରେ ଦିବ୍ୟାଙ୍ଗ ବିଦ୍ୟାର୍ଥୀ ମାନଙ୍କ ପାଇଁ ସ୍ଥାୟୀ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି କରିବାକୁ ସଂଘ ପକ୍ଷରୁ ରାଜ୍ୟ ସରକାରଙ୍କୁ ନିବେଦନ କରାଯାଇଥିଲା। ଜଣେ…

Read More

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ମୁଖ୍ୟମନ୍ତ୍ରୀଙ୍କ ୫ଟି ସଚିବ ଶ୍ରୀ ଭି.କେ. ପାଣ୍ଡିଆନ ଆଜି କନ୍ଧମାଳ ଜିଲ୍ଲା ଗସ୍ତରେ ଯାଇ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ସମୀକ୍ଷା କରିଛନ୍ତି। ଏଥିସହିତ ସେ ଛାତ୍ରଛାତ୍ରୀ ଓ ସାଧାରଣ ଲୋକମାନଙ୍କ ସହ ମିଶି ସେମାନଙ୍କ ସୁବିଧା ଅସୁବିଧା ବିଷୟରେ ଶୁଣିବା ସହିତ ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଶ୍ରୀ ପାଣ୍ଡିଆନ ପ୍ରଥମେ ଖଜୁରିଆପଡା ବ୍ଲକସ୍ଥିତ ମା ବରାଳଦେବୀ ମନ୍ଦିର ପରିଦର୍ଶନ କରି ମା’ଙ୍କ ପୂଜାର୍ଚ୍ଚନା କରିଥିଲେ। ମନ୍ଦିରର ପରିଚାଳନା କମିଟି ସଦସ୍ୟମାନଙ୍କ ସହିତ ମନ୍ଦିରର ଉନ୍ନତି ସମ୍ପର୍କରେ ଆଲୋଚନା କରିଥିଲେ ଏବଂ ଏଥିପାଇଁ ଏକ ବିସ୍ତୃତ ପ୍ରକଳ୍ପ ରିପୋର୍ଟ ପ୍ରସ୍ତୁତ କରି ପ୍ରଦାନ କରିବା ପାଇଁ ସେ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଫୁଲବାଣୀରେ ନିର୍ମାଣାଧୀନ ବସ ଷ୍ଟାଣ୍ଡ ପ୍ରକଳ୍ପ ପରିଦର୍ଶନକରି ଏହାର ନିର୍ମାଣ କାମ ସମୀକ୍ଷା କରିଥିଲେ। ଯାତ୍ରୀମାନଙ୍କ ସୁବିଧାକୁ ଦୃଷ୍ଟିରେ ରଖି ବିଭିନ୍ନ ଭିତ୍ତିଭୂମିର ଉପଯୁକ୍ତ ନିର୍ମାଣ ଉପରେ ଶ୍ରୀ ପାଣ୍ଡିଆନ…

Read More

ଭୁବନେଶ୍ବର: ଭାରତର ଅଗ୍ରଣୀ ଗହଣା ବ୍ରାଣ୍ଡ ରିଲାଏନ୍ସ ଜୁଏଲସ ଖୁସିର ରଜ ପର୍ବ ପାଳନ ପାଇଁ ଓଡ଼ିଶାରେ ଏକ ସ୍ୱତନ୍ତ୍ର ସଂଗ୍ରହର ଶୁଭାରମ୍ଭ ଘୋଷଣା କରି ଖୁସି ଅନୁଭବ କରୁଛି। ଏହି ଅଞ୍ଚଳର ପରମ୍ପରା ଏବଂ ପସନ୍ଦର ସାରକୁ ଗ୍ରହଣ କରି ରିଲାଏନ୍ସ ଜୁଏଲ୍ସ ସୁନା ହାର ସେଟ୍ ଏବଂ ଚୁଡ଼ିର ଏକ ଚମତ୍କାର ସଂସ୍କରଣ ଉପସ୍ଥାପନ କରିଛି, ଯାହା ମହିଳାମାନେ ଉତ୍ସବରେ ଆଣିଥିବା ଉଜ୍ଜ୍ୱଳତାର ପ୍ରତୀକ ଅଟେ। ଆମେ ଆମର ପୃଷ୍ଠପୋଷକମାନଙ୍କୁ ଜୁନ୍ ୧୫ ରୁ ୧୯ ତାରିଖ ମଧ୍ୟରେ ଓଡ଼ିଶାରେ ଥିବା ରିଲାଏନ୍ସ ଜୁଏଲ୍ସ ସୋ’ରୁମ୍ ପରିଦର୍ଶନ କରି ଉତ୍କୃଷ୍ଟ ରଜ ସଂଗ୍ରହକୁ ଅନୁସନ୍ଧାନ କରିବା ଏବଂ ଆପଣଙ୍କ ଶୈଳୀ ଏବଂ ପସନ୍ଦ ସହିତ ମେଳ ଖାଉଥିବା ଉପଯୁକ୍ତ ଅଂଶ ଆବିଷ୍କାର କରିବାକୁ ଆମନ୍ତ୍ରଣ କରୁଛୁ। ଏହି ସଂକଳନରେ ଓଡ଼ିଶାର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ପ୍ରତିଫଳିତ ହୋଇଛି, ଯାହା ଆମ କାରିଗରଙ୍କ କଳାକୃତିରେ ବୁଣାଯାଇ ରାଜା ଉତ୍ସବ ପାଇଁ…

Read More

ଭୁବନେଶ୍ବର: ଆଜି ରାଜଧାନୀ ଉତ୍ତପ୍ତ ସହର ଭାବେ ପରିଗଣିତ ହୋଇଛି। କାରଣ ଆଜି ରାଜଧାନୀରେ ଯେଉଁ ତାପମାତ୍ର ହୋଇଛି ପୂର୍ବରୁ ତାହା ହୋଇ ନ ଥିଲା। ଭୁବନେଶ୍ବର ପାଣିପାଗ ବିଭାଗ ଅନୁସାରେ ଆଜି ଭୁବନେଶ୍ୱରରେ ସର୍ବୋଚ୍ଚ ଦିନ ତାପମାତ୍ରା ୪୪.୬ ଡ଼ିଗ୍ରି ରହିଥିଲା। ହେଲେ ଆଶ୍ଚର୍ଯ୍ୟର କଥା କଟକରେ ଏହା ୪୨.୨ ଡ଼ିଗ୍ରି ରେକର୍ଡ ହୋଇଛି। ରଜ ଦୁଇଦିନ ରାଜଧାନୀର ପାଗ ମେଘୁଆ ରହିଥିଲା। ଯାହାକୁ କୁହାଯାଏ ରଜପାଗ। ହେଲେ ଦୁଇଦିନ ଯିବା ପରେ ଶେଷ ରଜରେ ନିଆଁ ଢାଳି ହୋଇଯାଇଛି। ତେବେ ପାଣିପାଗ ବିଭାଗ ଅନୁସାରେ ଆଜି ସୋନପୁର ରେ ୪୫.୬ ଡ଼ିଗ୍ରୀ ଏବଂ ଝାରସୁଗୁଡା ରେ ୪୫.୪ ଡ଼ିଗ୍ରୀ ସର୍ବୋଚ୍ଚ ଦିନ ତାପମାତ୍ରା ରେକର୍ଡ କରାଯାଇଛି।

Read More

ନୂଆଦିଲ୍ଲୀ: ଯୁବ ବ୍ୟାପାର ଏବଂ କ୍ରୀଡା ମନ୍ତ୍ରଣାଳୟ (ଏମ୍‌ୱାଇଏଏସ୍‌) ଭାରତୀୟ କ୍ରୀଡାବିତ୍ ଏବଂ ଦଳର କର୍ମକର୍ତ୍ତା ମାନଙ୍କ ପାଇଁ ରହଣି ଏବଂ ଖାଦ୍ୟ ପେୟ ଦେୟ ବାବଦକୁ ଧାର‌୍ୟ୍ୟ ସର୍ବୋଚ୍ଚ ସୀମାର ପରିମାଣକୁ ୬୬% ସଂଶୋଧନ କରିଛି। ଏହା ମନ୍ତ୍ରଣାଳୟର ଜାତୀୟ କ୍ରୀଡ଼ା ଫେଡେରେସନ୍ (ଏନ୍‌ଏସ୍‌ଏଫ୍‌) ସମୂହଙ୍କ ସହାୟତା ଯୋଜନା ଅଧୀନରେ କେବଳ ଆନ୍ତର୍ଜାତିକ ସ୍ତରର ପ୍ରତିଯୋଗିତା ଗୁଡିକରେ ଅଂଶଗ୍ରହଣ କରୁଥିବା କ୍ରୀଡାବିତ୍ ଏବଂ କର୍ମକର୍ତ୍ତା ମାନଙ୍କ ପାଇଁ ଉଦ୍ଦିଷ୍ଟ। ନୂତନ ସଂଶୋଧିତ ମାନଦଣ୍ଡ ଅନୁଯାୟୀ, ବିଦେଶରେ ଅନୁମୋଦିତ ପ୍ରତିଯୋଗିତା ଗୁଡିକ ପାଇଁ ଯାତ୍ରା କରୁଥିବା କ୍ରୀଡାବିତ୍ ଏବଂ ସହାୟକ କର୍ମଚାରୀମାନେ ବର୍ତ୍ତମାନ ଦୈନିକ ୨୫୦ ଡଲାର ପାଇବାକୁ ଯୋଗ୍ୟ ହେବେ, ଯେଉଁଥିରେ ପୂର୍ବ ନିୟମ ଅନୁସାରେ ଦୈନିକ ୧୫୦ ଡଲାର ତୁଳନାରେ ୬୬% ବୃଦ୍ଧି ଘଟିଛି। ଏନ୍‌ଏସ୍‌ଏଫ୍ ମାନଙ୍କର ଅନୁରୋଧକୁ ଧ୍ୟାନରେ ରଖି ଏହି ସଂଶୋଧନ କରାଯାଇଛି, ଯେଉଁଥିରେ ସେମାନେ ଉଲ୍ଲେଖ କରିଛନ୍ତି ଯେ ପ୍ରତିଯୋଗିତା ଗୁଡିକର ସ୍ଥାନୀୟ ଆୟୋଜକ…

Read More

ଭୁବନେଶ୍ବର: ହସପିଟାଲରେ ଭର୍ତ୍ତି ହୋଇଛନ୍ତି ପୂର୍ବତନ ସାଂସଦ ତଥା ରାଜ୍ୟ ଯୋଜନା ବୋର୍ଡର ସଦସ୍ୟ ପ୍ରସନ୍ନ ପାଟ୍ଟଶାଣୀ। ଦୀର୍ଘଦିନ ଧରି ଜ୍ବର ରହିବାରୁ ଡାକ୍ତରଙ୍କ ପରାମର୍ଶ କ୍ରମେ ସେ କିମସ ହସପିଟାଲରେ ଚିକିତ୍ସିତ ହେଉଛନ୍ତି। ବର୍ତ୍ତମାନ ତାଙ୍କ ସ୍ବାସ୍ଥ ଅବସ୍ଥା ସ୍ଥିର ରହିଛି। ପରିବାର ସୁତ୍ରରୁ ଜଣାପଡିଛି ଯେ, ଗତ କିଛିଦିନ ଧରି ତାଙ୍କର ଦେହର ତାପମାତ୍ରା ସାମାନ୍ୟ ବୃଦ୍ଧି ରହିଲା। ତାହା ନ କମିବା ପରେ ତାଙ୍କୁ ଗତ ମଙ୍ଗଳବାର ଦିନ କିମସ ହସପିଟାଲ ଅଣାଯାଇଥିଲା। ସେଠାରେ ଡାକ୍ତରମାନେ ଚିକିତ୍ସା କରିବା ପରେ ହସପିଟାଲରେ ଆଡମିଟ କରିବାକୁ ପରାମର୍ଶ ଦେଲେ। ସେହି ଅନୁସାରେ ସେ ସେଠାରେ ରହି ଚିକିତ୍ସିତ ହେଉଛନ୍ତି। ଆଉ ଦୁଇଦିନ ପରେ ସେ ଡିସଚାର୍ଯ୍ୟ ହେବେ ବୋଲି ପରିବାର ସୁତ୍ରରୁ ଜଣାପଡିଛି।

Read More

ଭୁବନେଶ୍ବର: ପୁଣିଥରେ ବାହାନଗା ଟ୍ରେନ ଦୁର୍ଘଟଣାର ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇଛି। ଆଜି ଆଉ ଜଣେ ଯାତ୍ରୀଙ୍କ ମୃତ୍ୟୁ ଘଟଛି। ଫଳରେ ଏହି ମୃତ୍ୟୁ ସଂଖ୍ୟା ବର୍ତ୍ତମାନ ୨୯୦ କୁ ବୃଦ୍ଧି ପାଇଛି। କଟକ ବଡ ମେଡିକାଲରେ ଚିକିତ୍ସିତ ହେଉଥିବା ବିହାର ଜଣେ ଯାତ୍ରୀଙ୍କର ମୃତ୍ୟୁ ଘଟିଛି। ତାଙ୍କ ନାମ ହେଲା ପ୍ରକାଶ ରାମ ଏବଂ ବୟସ ୧୭ ବର୍ଷ ହେବ। ସେହିପରି ପୂର୍ବରୁ ଆଉ ଜଣଙ୍କର ମଧ୍ୟ ମୃତ୍ୟୁ ଘଟିଥିଲା। ସରକାରୀ ଏହି ଏହି ମୃତ୍ୟୁ ସଂଖ୍ୟା ୨୮୮ ବୋଲି ଘୋଷଣା କରାଯାଇଥିଲା। ବର୍ତ୍ତମାନ ଏହି ଦୁଇ ଜଣଙ୍କର ମୃତ୍ୟୁ ହେବା ପରେ ଏହି ସଂଖ୍ୟା ୨୯୦ କୁ ବୃଦ୍ଧି ପାଇଛି।

Read More

ନୂଆଦିଲ୍ଲୀ: ଆଜି ଜି-୨୦ କୃଷି ମନ୍ତ୍ରୀମାନଙ୍କ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିସି ମାଧ୍ୟମରେ ଯୋଗଦେଇ ନିଜର ଅଭିଭାଷଣ ରଖିଥିଲେ। ସେ ଯାହା କହିଥିଲେ ତାହା ହେଲା.. ମାନ୍ୟଗଣ୍ୟ ମହିଳା ଓ ଭଦ୍ରବ୍ୟକ୍ତିଗଣ, ନମସ୍କାର! ମୁଁ ଆପଣ ସମସ୍ତଙ୍କୁ ଭାରତକୁ ସ୍ୱାଗତ କରୁଛି। କୃଷି ମାନବ ସଭ୍ୟତାର କେନ୍ଦ୍ରରେ ରହିଛି। ତେଣୁ, କୃଷି ମନ୍ତ୍ରୀ ଭାବରେ, ଆପଣମାନଙ୍କର କାର୍ଯ୍ୟ କେବଳ ଅର୍ଥନୀତିର ଗୋଟିଏ କ୍ଷେତ୍ର ପରିଚାଳନା କରିବା ନୁହେଁ, ବରଂ ଭବିଷ୍ୟତ ବଂଶଧରଙ୍କ ପାଇଁ ଆପଣମାନଙ୍କ କାନ୍ଧରେ ଗୁରୁଦାୟିତ୍ୱ ରହିଛି। ଅର୍ନ୍ତଜାତୀୟ ସ୍ତରରେ କୃଷି ସାଢେ ପାଞ୍ଚ ବିଲିୟନ ଲୋକଙ୍କ ପାଇଁ ଜୀବିକା ଯୋଗାଇଥାଏ। ଗ୍ଲୋବାଲ୍ ସାଉଥରେ କୃଷି କ୍ଷେତ୍ରର ଜିଡିପିରେ ପ୍ରାୟ ୩୦ ପ୍ରତିଶତ ଏବଂ ନିଯୁକ୍ତିରେ ୬୦ ପ୍ରତିଶତରୁ ଅଧିକ ଯୋଗଦାନ ରହିଛି। ଆଜି ଏହି କ୍ଷେତ୍ର ଅନେକ ଆହ୍ୱାନର ସମ୍ମୁଖୀନ ହୋଇଛି। ମହାମାରୀ ଦ୍ୱାରା ପ୍ରଭାବିତ ହୋଇଥିବା ଯୋଗାଣ ଶୃଙ୍ଖଳା ଭୌଗୋଳିକ ଓ…

Read More

ଭୁବନେଶ୍ବର: ଜଳୁଛି ପଶ୍ଚିମ ଓଡିଶା। କହିବାକୁ ଗଲେ ହୁହୁ ହୋଇ ଜଳୁଛି। କାରଣ ଦୀର୍ଘ ଦିନ ଧରି ଏହି ଅଞ୍ଚଳର ତାପମାତ୍ରା ଚାଲିଶ ଡିଗ୍ରୀ ତଳକୁ ଖସୁ ନାହିଁ। ସବୁଆଡେ ଚାଲିଛି ଏକ ଅଘୋଷିତ କର୍ଫୁ। ସକାଳ ନଅଟା ପରେ ତାଟିକବାଟ ବନ୍ଦ। ଘରୁ ବାହାରିବା କଷ୍ଟଦାୟକ ହୋଇପଡିଛି। ଆଜି ପାଣିପାଗ ବିଭାଗରୁ ଆସିଥିବା ତାଜା ସୂଚନା ଅନୁସାରେ ପଶ୍ଚିମ ଓଡିଶାରେ ଆଜି ମଧ୍ୟ ଗ୍ରୀଷ୍ଣ ପ୍ରବାହ ଜାରୀ ରହିଛି। ଆଜି ଦିନ ୨ ଟା ୩୦ ସୁଦ୍ଧା  ଝାରସୁଗୁଡା: ୪୪.୬ ଡ଼ିଗ୍ରୀ, ଭୁବନେଶ୍ୱର: ୪୪.୪ ଡ଼ିଗ୍ରୀ ସମ୍ବଲପୁର: ୪୪.୪ ଡ଼ିଗ୍ରୀ, ହୀରାକୁଦ : ୪୩.୮ ଡ଼ିଗ୍ରୀ, କେନ୍ଦୁଝର: ୪୦ ଡ଼ିଗ୍ରୀ, ଚାନ୍ଦବାଲି: ୩୭.୬ ଡ଼ିଗ୍ରୀ, ବାଲେଶ୍ୱର: ୩୫ ଡ଼ିଗ୍ରୀ, ଗୋପାଳପୁର: ୩୬.୮ ଡ଼ିଗ୍ରୀ, ପୁରୀ: ୩୪.୮ ଡ଼ିଗ୍ରୀ, ପାରାଦୀପ: ୩୩.୪ ଡ଼ିଗ୍ରୀ।

Read More

ଭୁବନେଶ୍ବର: ତାଙ୍କର ଚାକିରୀ ଥିଲା ସାଧାରଣ ଯୋଗାଣ ଅଧିକାରୀ। ହେଲେ ସେ ମାସକୁ ଯେତିକି ଦରମା ପାଉଥିଲେ ତାହାର ବହୁ ଗୁଣା ଅଧିକ ସଂପତ୍ତିର ହେଲେ ମାଲିକ। ଏପଟସେପଟ କରି ଭୁବନେଶ୍ବରରେ କଲେ ବହୁତଳ ପ୍ରାସାଦ। ହେଲେ ଭାଗ୍ୟ ଖରାପ। ଏ ସବୁ ଧରିନେଲା ଭିଜିଲାନ୍ସ। ଆଜି ଭିଜିଲାନ୍ସ ବିଭାଗର ଅଧିକାରୀମାନେ ନୟାଗଡ ସାଧାରଣ ଯୋଗାଣ ଅଧିକାରୀ ବ୍ରଜେନ୍ଦ୍ର କୁମାର ନାୟକଙ୍କ କୋଠାବାଡି ସବୁ ଚଢାଉ କରିଛନ୍ତି। ପୂର୍ବରୁ ତାଙ୍କର ଆୟ ବର୍ହିଭୂତ ସଂପତ୍ତି ଥିବା ଅନୁମାନ କରି ଭିଜିଲାନ୍ସ ଏହି ଚଢାଉ କରିଛି। ଆଜି ବଜେନ୍ଦ୍ରଙ୍କର ପାଞ୍ଚୋଟି ସ୍ଥାନରେ ଏହି ଚଢାଉ କରାଯାଇଛି। ସେଥିରେ ରହିଛି ଭୁବନେଶ୍ବରରେ ଦୁଇଟି ବଡ କୋଠା ସହିତ ନିମାପଡାରେ ଏକ ଫାର୍ମ ହାଉସ। ଏହି ଚଢାଉରେ ଦୁଇ ଜଣ ଡିଏସପି, ଛଅ ଜଣ ଇନସ୍ପେକ୍ଟର ନିୟୋଜିତ ହୋଇଛନ୍ତି। ଏବେ ସୁଦ୍ଧା ଚଢାଉ ଜାରୀ ରହିଥିବାରୁ ସଂପୂର୍ଣ୍ଣ ସଂପତ୍ତି ତାଲିକା ଆସିପାରି ନାହିଁ।

Read More

ଶରତ ପାଇକରାୟ ବର୍ତ୍ତମାନ ସାମ୍ବାଦିକତାର ମୂଲ୍ୟବୋଧ କେଉଁ ସ୍ତରକୁ ଗଲାଣି ତାହା କଳ୍ପନା କରିବା ସମ୍ଭବ ହେଉ ନାହିଁ। ଯେଉଁମାନଙ୍କୁ ନୂଆ ପିଢୀର ସାମ୍ବାଦିକ ଆଦର୍ଶ ବୋଲି ଭାବୁଛନ୍ତି ସେମାନେ ସାମ୍ବାଦିକତାର ସବୁ ନିୟମ ଭାଙ୍ଗୁଛନ୍ତି। ସେମାନେ ନ୍ୟୁଜ ଷ୍ଟୁଡିଓକୁ ଯାତ୍ରା ପେଣ୍ଡାଲ ଭାବେ ପରିଣତ କରିସାରିଲେଣି। ଫଳରେ ସାଧାରଣ ଲୋକେ ସେମାନଙ୍କ ସାମ୍ବାଦିକତାଠାରୁ  ନିଜକୁ ଦୂରେଇ ରଖିବାକୁ ଉଚିତ ମଣୁଛନ୍ତି। ଗତକାଲିଠାରୁ ସାମାଜିକ ଗଣମାଧ୍ୟମରେ ଏକ ଭିଡିଓକୁ ନେଇ ବେଶ ସମାଲୋଚନା କରାଯାଉଛି। ତାହା ସହିତ ଅଜସ୍ର ଗାଳି। ଭିଡିଓଟି ହେଉଛି ରିପବ୍ଲିକ ଭାରତ ନ୍ୟୁଜ ଚ୍ୟାନେଲରେ ପ୍ରସାରିତ ବିପର୍ଯ୍ୟୟ ବାତ୍ୟା ଆଙ୍କରିଂ। ସେଥିରେ ଆଙ୍କର ଶ୍ବେତା ତ୍ରିପାଠୀ କ୍ରୋମା ଷ୍ଟୁଡିଓରେ ହାତରେ ଛତା ଧରି ଷ୍ଟୁଡିଓ ଭିତରେ ଦୋହଲି ଦୋହଲି ଖବର ପରିବେଷଣ କରୁଛନ୍ତି। ସେଠାରେ ସେ ଏପରି ଅଭିନୟ କରୁଛନ୍ତି ଯେ , ଲୋକେ ଭାବିବେ ଯେ, ପବନ ତାଙ୍କୁ ଉଡେଇ ନେଉଛି ନିଜକୁ ସମ୍ବାଳି ସେ…

Read More

ଭୁବନେଶ୍ବର: ରାଜ୍ୟ ସରକାର ନୂଆ ଯୋଜନା ‘ମୋ ଘର’ ଆରମ୍ଭ କରିଛନ୍ତି। ଏହି ଘୋଷଣା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରିଛନ୍ତି। ଯେଉଁମାନେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ବାଦ ପଡିଥିବେ ସେମାନଙ୍କୁ ପକ୍କା ଘର ଯୋଗାଇ ଦେବା ହେଉଛି ଏହି ଯୋଜନାର ମୂଳ ଲକ୍ଷ୍ୟ। ଘର ପାଇନଥିବା ହିତାଧିକାରୀ ଏହି ଯୋଜନାରେ ଘର କରିପାରିବେ। ଏହି ନୂଆ ଯୋଜନା ମାଧ୍ୟମରେ ସ୍ୱଳ୍ପ ଗୃହ ମଞ୍ଜୁର ଲକ୍ଷ୍ୟଧାର୍ଯ୍ୟ ଯୋଗୁଁ ବଞ୍ଚିତ ହିତାଧିକାରୀ  ଲାଭ ପାଇପାରିବେ । ସ୍ୱଳ୍ପ ଗୃହ ନିର୍ମାଣ ସହାୟତା ରାଶି ପାଇଥିବା ହିତାଧିକାରୀ ବି ଉପକୃତ ହେବେ । ତେବେ ଘର ତିଆରି ପାଇଁ ହିତାଧିକାରୀଙ୍କୁ ଋଣରେ ସବସିଡି ଦିଆଯିବ । ହିତାଧିକାରୀଙ୍କୁ ଘର ତିଆରି ପାଇଁ ୧ ଲକ୍ଷରୁ ୩ ଲକ୍ଷ ପର୍ଯ୍ୟନ୍ତ ଋଣ ମିଳିବ। ୧ ଲକ୍ଷ ଋଣ ନେଲେ ସାଧାରଣବର୍ଗଙ୍କୁ ୩୦ ଓ ଏସଟିଏସସିଙ୍କୁ ୪୦ ହଜାର ସବସିଡି ପ୍ରଦାନ କରାଯିବ। ଦେଢ ଲକ୍ଷରେ ଯଥାକ୍ରମେ ୪୫…

Read More

ପୁରୀ: ସ୍ନାନଯାତ୍ରା ପରେ ମହାପ୍ରଭୃ ଅସୁସ୍ଥ ହୋଇପଡିଥିଲେ। ତାଙ୍କୁ ଚେରମୂଳି ଔଷଧ ଦେବା ପରେ ସେ ସୁସ୍ଥ ହୋଇଛନ୍ତି। ଏହି ଖବର ଗତକାଲି ଗଜପତି ଦିବ୍ୟସିଂହ ଦେବଙ୍କ ନିକଟକୁ ଆସିଥିଲା। ଶ୍ରମନ୍ଦିରରୁ ଏହି ଖବର ନେଇ ଆସିଥିଲେ ଦଇତାପତି ଓ ବିଦ୍ୟାପତି। ସେମାନେ ପାଟବସ୍ତ୍ର ଏବଂ ଚନ୍ଦନ ଧରି ଗଜପତିଙ୍କୁ ଭେଟି ଦେଲେ। ଶ୍ରୀଜଗନ୍ନାଥଙ୍କ ସଂସ୍କୃତିରେ ରହିଛି ଏହିପରି ଏକ ପରଂପରା, ଏହାକୁ ରାଜପ୍ରାସାଦ ନୀତି ବୋଲି କୁହାଯାଇଥାଏ। ପ୍ରତିବର୍ଷ ଶ୍ରୀମନ୍ଦିରରେ ପବିତ୍ର ଅନବସର ଦ୍ୱାଦଶୀ ତିଥିରେ ରାଜପ୍ରାସାଦ ବିଜେ ନୀତି ଅନୁଷ୍ଠିତ ହୋଇଥାଏ। ଏହାପରେ ପ୍ରଭୃଙ୍କର ହେବ ନେତ୍ର ଉତ୍ସବ ଏବଂ ପରେ ରଥଯାତ୍ରା।

Read More

ଭୁବନେଶ୍ୱର: ବିଶ୍ୱ ମାନିବିକ ଅଧିକାର ସୁରକ୍ଷା ସଂସ୍ଥା ଆନୁକୂଲ୍ୟରେ ଅନୁଷ୍ଠିତ ମାଟି, ମା’ ଓ ମଣିଷର ସୁରକ୍ଷା ପାଇଁ ମାନବିକ ଅଧିକାର ଉପରେ ହୋଟେଲ୍ ନ୍ୟୁମାରିଅନ ଠାରେ ହୋଇଥିବା ଆଲୋଚନା ଚକ୍ରରେ ଛତିଶଗଡ଼଼ ରାଜ୍ୟପାଳ ଶ୍ରୀ ବିଶ୍ୱଭୂଷଣ ହରିଚନ୍ଦନ ଯୋଗଦେଇ କହିଛନ୍ତି ଯେ ମାଟି, ମା’, ବନ, ଲତା, ପାହାଡ଼, ନଦନଦୀ ଆଦି ପ୍ରାକୃତିକ ସଂପଦ ଉପରେ ତୁମର ଅଧିକାର ଅଛି। ଏହି ଅଧିକାରକୁ କିଏ କାହାକୁ ଦିଏ ନାହିଁ, ଅଧିକାର ସାବ୍ୟସ୍ତ କରିବାକୁ ପଡ଼େ। କେବଳ ପୀଡ଼ିତ, ଦଳିତ, ନିଷ୍ପେସିତ ମାନବିକ ଅଧିକାରରୁ ବଂଚିତ ହେଉନାହାନ୍ତି ବରଂ ଆମର ଚତୁଃପାଶ୍ୱର୍ରେ ଥିବା ପ୍ରାଣୀ ସଂପଦ, ଜଗଲ ସଂପଦ, ଜଳ ସଂପଦ ଆଦି ଅପବ୍ୟୟିତ ଓ ପ୍ରଦ୍ୟୁଷିତ ହେଉଅଛି। ଆମ ଚତୁଃପାଶ୍ୱର୍ରୁ ଦିନକୁ ଦିନ ଗଛଲତା ଆଦି ହ୍ରାସ ପାଇବାରେ ଲାଗିଛି ଯାହାର ପ୍ରଭାବ ଏବେ ଆମ ଉପରେ ପଡ଼ିବାରେ ଲାଗିଛି। ମାଟି, ମା’, ମଣିଷ ଓ ପ୍ରାକୃତିକ ସଂପଦର ସୁରକ୍ଷା…

Read More

ଭୁବନେଶ୍ବର: ଆଜି ବିଜେଡି ପୁଣି ଥରେ ନୂଆ ପର୍ଯ୍ୟବେକ୍ଷକ ତାଲିକା ପ୍ରକାଶ କରିଛି। ପୂର୍ବରୁ ଜିଲ୍ଲା ପର୍ଯ୍ୟବେକ୍ଷକ ନିଯୁକ୍ତି କରାଯାଇଥିଲା। ଏବେ ପ୍ରାରମ୍ଭକ ପର୍ଯ୍ୟାୟରେ କେତେକ ନିର୍ବାଚନ ମଣ୍ଡଳୀ ପାଇଁ ପର୍ଯ୍ୟବେକ୍ଷକ ନିଯୁକ୍ତି କରାଯାଇଛି। ଯେଉଁମାନେ ଏହି ତାଲିକାରେ ଅଛନ୍ତି ସେମାନେ ହେଲେ ବ୍ରହ୍ମପୁର ଲୋକସଭା ଆସନ ପର୍ଯ୍ୟବେକ୍ଷକ- ମାନସ ମଙ୍ଗରାଜ ହିନ୍ଦୋଳ ଓ ଢେଙ୍କାନାଳ ବିଧାନସଭା ପର୍ଯ୍ୟବେକ୍ଷକ- ସୁଶାନ୍ତ ରାଉତ ତେଲକୋଇ ବିଧାନସଭା ପର୍ଯ୍ୟବେକ୍ଷକ- ଅଶୋକ ବଳ ଭୁବନେଶ୍ବର ଲୋକସଭା ପର୍ଯ୍ୟବେକ୍ଷକ- ଶ୍ରୀମୟୀ ମିଶ୍ର ଅନୁଗୁଳ ଜିଲ୍ଲା ସହ ପର୍ଯ୍ୟବେକ୍ଷକ- କୁନ ବିହାରୀ ଦାସ ପରଜଙ୍ଗ ଏବଂ କାମାକ୍ଷାନଗର ବିଧାନସଭା ପର୍ଯ୍ୟବେକ୍ଷକ- ଆସୀଶ ଚକ୍ରବର୍ତ୍ତି ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ଏହି ତାଲିକା ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସ ଘୋଷଣା କରିଛନ୍ତି।

Read More

ଭୁବନେଶ୍ବର: ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଭଞ୍ଜକଳା ମଣ୍ତପ ଠାରେ ଦୁଇ ଦିନିଆ ରାଜ୍ୟସ୍ତରୀୟ ଲୋକକଳା ଦିବସ ଓ ରଜ ମହୋତ୍ସବ ଉଦଯାପିତ ହୋଇଛି। ମାନ୍ୟବର ବିଜ୍ଞାନ ଓ କାରିଗରୀ କୌଶଳ, ସାଧାରଣ ଉଦ୍ୟୋଗ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ମନ୍ତ୍ରୀ ଶ୍ରୀ ଅଶୋକ କୁମାର ପଣ୍ତା ଏହି ଉଦଯାପନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଲୋକକଳାର ମହାନ ପରମ୍ପରା ଓ ଇତିହାସ ସଂପର୍କରେ ଆଲୋକପାତ କରିଥିଲେ। ସମୟକ୍ରମେ ସମାଜର ରୁଚି ବଦଳିବା ସହ ମନୋରଞ୍ଜନର ମାଧ୍ୟମ ଭିନ୍ନ ରୂପ ନେଇଛି। ମାତ୍ର ଲୋକକଳା ଏହାର ମହାନ ପରମ୍ପରା ବଜାୟ ରଖି ଏବେ ମଧ୍ୟ ଲୋକପ୍ରିୟତା ହାସଲ କରିବାରେ ଲାଗିଛି। ଏହାର ସୁରକ୍ଷା ନିମନ୍ତେ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଗ୍ରହଣ କରାଯାଇଥିବା ପଦକ୍ଷେପ ପ୍ରଶଂସନୀୟ ବୋଲି ମନ୍ତ୍ରୀ ଶ୍ରୀ ପଣ୍ତା ମତବ୍ୟକ୍ତ କରିଥିଲେ। ସେହିଭଳି କୃଷିଭିତ୍ତିକ ଗଣପର୍ବ…

Read More

ଭୁବନେଶ୍ବର: ନିଟ ପରୀକ୍ଷାରେ ଓଡିଶାରୁ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି ଯେ, ଯେଉଁ ନିଟ ପରୀକ୍ଷାରେ ସଫଳତା ହାସଲ କରିଛନ୍ତି ସେମାନଙ୍କୁ ଅଭିନନ୍ଦନ। ସେମାନଙ୍କର ଭବିଷ୍ୟତ ନିଶ୍ଚିତ ଉଜ୍ଜଳ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଏହି ପରିପ୍ରେକ୍ଷୀରେ ଆଜି ସାଇ ଇଣ୍ଟରନ୍ୟାସନାଲ ସ୍କୁଲର କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରି ଆର୍ଶିବାଦ ନେଇଥିଲେ।

Read More

ନୂଆଦିଲ୍ଲୀ: ଓଡିଶାରୁ ଏଥର ଲୋକସଭା ନିର୍ବାଚନ ଲଢେଇ କରିବେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ। ଏ ନେଇ ଜାତୀୟ ଗଣମାଧ୍ୟମରେ ବେଶ ଚର୍ଚ୍ଚା ଚାଲିଛି। କାରଣ ବର୍ତ୍ତମାନ ଯେଉଁମାନେ ରାଜ୍ୟସଭା ସଦସ୍ୟ ହୋଇ ମନ୍ତ୍ରୀ ହୋଇଛନ୍ତି ସେମାନେ ସବୁ ଲୋକସଭା ଜିତି ଆସିବାକୁ କୁହାଯାଇଛି। ଏହି ନିଷ୍ପତି କୁଆଡେ ଆରଏସଏସ ନେଇଛି ବୋଲି ଜଣାପଡିଛି। ଫଳରେ ଅଶ୍ବିନୀଙ୍କ ପରି ଯେତେ ରାଜ୍ୟସଭା ସଦସ୍ୟ କେନ୍ଦ୍ରରେ ମନ୍ତ୍ରୀ ହୋଇଛନ୍ତି ସେମାନେ ସମସ୍ତେ ଏଥର ଲୋକସଭା ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିବେ। ନଚେତ ୨୦୨୪ ରେ ସେମାନେ ଆଉ ମନ୍ତ୍ରୀ ହୋଇପାରିବେ ନାହିଁ ବୋଲି ଦଳ ତରଫରୁ କୁଆଡେ ରୋକଠୋକ ଜଣାଇ ଦିଆଯାଇଛି। ଫଳରେ ଅଶ୍ବିନୀଙ୍କ ପରି ପ୍ରାୟ ୨୮ ଜଣ ରାଜ୍ୟସଭା ସଦସ୍ୟ ଏଥର ନିର୍ବାଚନ ଲଢିବାକୁ ବାଧ୍ୟ। ସେମାନଙ୍କ ମଧ୍ୟରେ ଅଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର, ପିୟୁସ ଗୋଏଲ, ଭୂପେନ୍ଦ୍ର ଯାଦବ, ମନସୁଖ ମାଣ୍ଡଭିଆ, ଅଶ୍ବିନୀ ବୈଷ୍ଣବ,…

Read More

ଭୁବନେଶ୍ୱର: ଆଜି ପୂର୍ବାହ୍ନରେ ପ୍ରଦେଶ ଛାତ୍ର କଂଗ୍ରେସ ତରଫରୁ ଶକ୍ତିମନ୍ତ୍ରୀ ଶ୍ରୀ ପ୍ରତାପ ଦେବଙ୍କ ସରକାରୀ ବାସଭବନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଛାତ୍ର କଂଗ୍ରେସର କର୍ମକର୍ତାମାନେ ହାତରେ ଲଣ୍ଠନ ଓ ବିଂଚଣା ଧରି ଅଭିନବ ଉପାୟରେ ସେଠାରେ ପ୍ରତିବାଦ ଜଣାଇଥିଲେ। ଛାତ୍ରକଂଗ୍ରେସର କର୍ମକର୍ତମାନେ ଶକ୍ତିମନ୍ତ୍ରୀଙ୍କୁ ଏ ସଂକ୍ରାନ୍ତରେ ପ୍ରଶ୍ନ କରିବା ପାଇଁ ତାଙ୍କ ବାସଗୃହ ଆଡକୁ ଧସେଇ ପଶୁଥିବା ବେଳେ ପୋଲିସ ସେମାନଙ୍କୁ ଅଟକାଇଥିଲା। ପ୍ରାୟ ଏକ ଘଣ୍ଟା କାଳ ଛାତ୍ରକଂଗ୍ରେସର କର୍ମକର୍ତାମାନଙ୍କ ସହ ପୋଲିସର ଧସ୍ତାଧସ୍ତି ଚାଲିଥିଲା । ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ଶ୍ରୀ ୟାସିର ନୱାଜ ନେତୃତ୍ବରେ  ଏଥିରେ ରଜତ ଚୌଧୁରୀ, ପ୍ରକାଶ ମିଶ୍ର, ରଣଜିତ ପାତ୍ର, ଅଜୟ ସାହୁ, ସ୍ୱାଗତ କର, ସୁରଜ ରାଉତ, ସାଗର ପଟ୍ଟନାୟକ, ବିଶ୍ୱଭୂଷଣ ମହାପାତ୍ର, କାର୍ତିକ କାଣ୍ଡି, ଉଦିତ୍ ପ୍ରଧାନ, ଶ୍ରୀ ମହାନ୍ତି, ଦୀପିକା ପାତ୍ର, ସାହାରୁଖ ଖାନ, ଆର୍ଯ୍ୟନ ସାସମଲ, ଅଭିନାଷ ନନ୍ଦ, ସୌମ୍ୟ ବରାଳ,…

Read More