ଭୁବନେଶ୍ବର: ବାଲେଶ୍ୱରରେ ଟ୍ରେନ୍ ଦୁର୍ଘଟଣା ପରେ ନିଆଯାଇଥିବା ଉଦ୍ଧାର ଓ ଚିକିତ୍ସା କାର୍ଯ୍ୟ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଓଡ଼ିଶାବାସୀଙ୍କୁ ପ୍ରଶଂସା କରିବା ସହ ରାଜ୍ୟ ପ୍ରଶାସନକୁ ମଧ୍ୟ ପ୍ରଶଂସା କରିଛନ୍ତି। “ମୁଁ ମୋର ଲୋକମାନଙ୍କ ପାଇଁ ଗର୍ବିତ। ମୁଁ ଓଡିଶା ପାଇଁ ଗର୍ବିତ ବୋଲି ନବୀନ କହିଛନ୍ତି। ଆଜି କଳିଙ୍ଗ ଷ୍ଟାଡିୟମରେ ଏକ ‘ନିଯୁକ୍ତି ପ୍ରଭା’ କାର୍ଯ୍ୟକ୍ରମରେ ଯୋଗ ଦେଇ ରାଜ୍ୟରେ ୧୨୦୫ ମେଡିକାଲ ଅଫିସରଙ୍କୁ ନିଯୁକ୍ତି ଦେଇଛନ୍ତି। ଟ୍ରେନ୍ ଦୁର୍ଘଟଣାକୁ ମନେ ପକାଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ବାଲେଶ୍ବର ଟ୍ରେନ୍ ଦୁର୍ଘଟଣା ବିଷୟରେ ସମସ୍ତେ ଜାଣିଛନ୍ତି ଯାହା ଦେଶ, ଏପରିକି ବିଶ୍ୱକୁ ଥରାଇ ଦେଇଛି। ଏହା ଏକ ବଡ ଦୁଃଖଦାୟକ ସମୟ ଥିଲା। କିନ୍ତୁ ଏହି ଦୁର୍ଘଟଣାକୁ ମୁକାବିଲା କରିବାରେ ଓଡିଶାର ଶକ୍ତି ଓ କ୍ଷମତା କଣ ତାହା ପ୍ରମାଣିତ କରିଛି। ଏହା ପରେ ସେ କହିଥିଲେ, ଏହା ଓଡିଶାର ଲୋକଙ୍କ ଦୟା ଏବଂ ମାନବିକତାକୁ…
Author: thesamikhsya
ସୀତାରାମ ଅଗ୍ରୱାଲ ବାଣପୁର :- ଆଜି ସାନ୍ଧ୍ୟରେ ବାଣପୁର ଅନ୍ତର୍ଗତ ଆୟତପୁର ଛକରେ ଏକ ସ୍କୁଟି ଦୁର୍ଘଟଣା ହୋଇ ଜଣେ ମହିଳା ଗୁରୁତର ହୋଇଥିବା ଜଣାଯାଇଛି। ଖବରରୁ ଜଣାଯାଇଛି ବଡହନ୍ତୁଆଡ଼ ଗ୍ରାମର ସରୋଜିନୀ ନାୟକ ସ୍ୱାମୀ ତ୍ରିନାଥ ନାୟକ ବୟସ 45ବର୍ଷ ତାଙ୍କ ପୁଅଙ୍କ ସାଥିରେ ଏକ ସ୍କୁଟି ଯାହାର ନମ୍ବର OD02CD5077 ରେ ଆୟତପୁର ଥିବା ତାଙ୍କ ଝିଅ ଘରକୁ ଯାଉଥିଲେ। ଆୟତପୁର ଛକ ଠାରେ ଭାରସାମ୍ୟ ହରାଇ ସ୍କୁଟିଟି ଦୁର୍ଘଟଣା ହୋଇଥିଲା। ଯାହାଫଳରେ ମହିଳାଙ୍କର ମୁଣ୍ଡ ଗଭୀର ଭାବରେ ଆଘାତ ହେବାରୁ ସ୍ଥାନୀୟ ଲୋକ ଅଗ୍ନିଶମ ବାହିନୀଙ୍କୁ ଖବର ଦେଇଥିଲେ। ବାଣପୁର ଅଗ୍ନିଶମ ବିଭାଗ ଅଧିକାରୀ ବିବେକାନନ୍ଦ ଦାସ ତାଙ୍କ ଟିମ ଶହ ପହଞ୍ଚି ମହିଳାଙ୍କୁ ଉଦ୍ଧାର କରି ବାଣପୁର ଗୋଷ୍ଠୀ ସ୍ଵାସ୍ତ୍ୟକେନ୍ଦ୍ରରେ ଭର୍ତି କରିଥିଲେ। ଅବସ୍ଥା ସଂକଟାପର୍ଣ୍ଣ ହେବାରୁ ଡାକ୍ତରଙ୍କ ପରାମର୍ଶ କ୍ରମେ ତାଙ୍କୁ ତୁରନ୍ତ ଭୁବନେଶ୍ୱର ସ୍ଥାନାନ୍ତରିତ କରାଯାଇଛି।
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ବାହାନଗା ଟ୍ରେନ ଦୁର୍ଘଟଣାରେ ଏ ପର୍ଯ୍ୟନ୍ତ ଚିହ୍ନଟ ହୋଇଥିବା ଓଡିଶାର ୩୯ ଜଣ ମୃତକଙ୍କ ପାଇଁ ୧.୯୫ କୋଟି ଟଙ୍କା ମଞ୍ଜୁର କରିସାରିଛନ୍ତି। ଏହି ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ପ୍ରଦାନ କରାଯାଉଛି। ମୃତକଙ୍କ ମଧ୍ୟରେ ଭଦ୍ରକର ୮ଜଣ, ଯାଜପୁରର ୨, ବାଲେଶ୍ୱରର ୧୪ଜଣ, ମୟୁରଭଞ୍ଜର ୯ଜଣ, ଖୋର୍ଦ୍ଧାର ୨, କଟକର ୩ଜଣ ଓ କେନ୍ଦୁଝରର ଜଣେ ବ୍ୟକ୍ତି ଅଛନ୍ତି। ମୃତକମାନଙ୍କର ନିକଟତମ ଆତ୍ମୀୟଙ୍କୁ ୫ ଲକ୍ଷ ଟଙ୍କା ଲେଖାଏ ସହାୟତା ପ୍ରଦାନ ଆରମ୍ଭ ହୋଇଛି। ସୂଚନାଯୋଗ୍ୟ ଯେ, ମୁଖ୍ୟମନ୍ତ୍ରୀ ପୂର୍ବରୁ ଓଡିଶାର ମୃତକଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୫ ଲକ୍ଷ ଟଙ୍କା ଲେଖାଏ ସହାୟତା ପ୍ରଦାନ କରାଯିବ ବୋଲି ଘୋଷଣା କରିଥିଲେ।
ଭୁବନେଶ୍ବର: ବାହାନଗା ଟ୍ରେନ ଦୁର୍ଘଟଣାର ମୃତ୍ୟୁ ସଂଖ୍ୟା ବୃଦ୍ଧି ୨୭୫ ରୁ ୨୮୮ କୁ ବୃଦ୍ଧି ପାଇଛି। ଏ ନେଇ ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା। ସେ ଏକ ପ୍ରେସ ବିବୃତିରେ କହିଛନ୍ତି ଯେ, ଉଦ୍ଧାର କାର୍ଯ୍ୟ କରିବା ପରେ ପୁଣି ଥରେ ଜିଲ୍ଲାପ୍ରଶାସନ ଦୁର୍ଘଟଣାସ୍ଥଳର ଦୁଇ ପଟର ପ୍ରାୟ ଦୁଇଶହ ଫୁଟ ପର୍ଯ୍ୟନ୍ତ କମ୍ବିଂ ଅପରେସନ କରିଥିଲେ। ଏହି ଅପରେସନ ବେଳେ ସେଠାରେ କେତେକ ମୃତ୍ୟଦେହ ପରିଲକ୍ଷିତ ହୋଇଥିଲା। ସେସବୁକୁ ମିଶାଇଲେ ଟ୍ରେନ ଦୁର୍ଘଟଣାର ବର୍ତ୍ତମାନ ମୃତ୍ୟୁ ସଂଖ୍ୟା ହେଲା ୨୮୮ ବୋଲି ଶ୍ରୀ ଜେନା କହିଛନ୍ତି। ବାଲେଶ୍ବର ଜିଲ୍ଲାପାଳଙ୍କ ତଥ୍ୟ ଅନୁସାରେ ସେମାନେ ଭୁବନେଶ୍ୱରକୁ ୧୯୩ଟି ମୃତଦେହ ପଠାଇଥିଲା। ବାଲେଶ୍ୱର ଜିଲ୍ଲାରେ ୯୪ଟି ମୃତଦେହକୁ ଚିହ୍ନଟ କରାଯାଇ ହସ୍ତାନ୍ତର କରାଯାଇଛି। ସେହିଭଳି ଭଦ୍ରକରେ ଚିକିତ୍ସିତ ହେଉଥିବା ଆହତ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି । ଏସବୁକୁ ମିଶାଇଲେ ଶେଷ ମୃତ୍ୟୁ ସଂଖ୍ୟା ୨୮୮ରେ ପହଞ୍ଚିଛି…
ବ୍ରହ୍ମପୁର: ବ୍ରହ୍ମପୁର ମହାନଗର ନିଗମ ମାଛ ଚାଷ କରିବ। ଏ କଥାଟି ଶୁଣିଲେ ଟିକିଏ ଅଡୁଆ ଲାଗିପାରେ। କାରଣ ମାଛ ଚାଷ କରିବା କୌଣସି ମହାନଗରର କାମ ନୁହେଁ। ହେଲେ ବ୍ରହ୍ମପୁର କଥାଟି ଟିକିଏ ଭିନ୍ନ। ମାଛ ଛଡା ହେବ ହେଲେ ଲାଭ ପାଇଁ ନୁହେଁ ବରଂ ମଶାମାନଙ୍କ ବଂଶ ହ୍ରାସ କରିବା ପାଇଁ। ସେଥିପାଇଁ ବ୍ରହ୍ମପୁର ମହାନଗର ଦୁଇ ପ୍ରକାରର ମାଛ ଆଣି ସହରର ବିଭିନ୍ନ ନାଳ ନର୍ଦ୍ଧମାରେ ଛାଡିଛି। ଏହି ମାଛର ପ୍ରକୃତି ହେଲା ସେ କେବଳ ମଶା ଲାର୍ଭା ଖାଇବାକୁ ଆଗ୍ରହ ପ୍ରକାଶ କରିଥାଏ। ଏହି ଦୁଇ ପ୍ରକାରର ମାଛ ହେଲା ଗାମବୋଶିଆ ଏବଂ ଗୁପ୍ପି। ବର୍ତ୍ତମାନ ବର୍ଷା ଋତୁ ଆସୁଥିବାରୁ ବିଇଏମସି ଏହି ପଦକ୍ଷେପ ଗ୍ରହଣ କରିଛି। ମହାନଗର ଅଧିକାରୀଙ୍କ ସୁତ୍ର ଅନୁସାରେ ବର୍ତ୍ତମାନ ମହାନଗରର ପଚାଶଟି କ୍ଷୁଦ୍ର ଜଳପୂର୍ଣ୍ଣ ସ୍ଥାନରେ ପ୍ରାୟ ଏକ ହଜାର ମାଛ ଛଡାଯାଇଛି। ସେସବୁ ବର୍ଷା ଦିନ ହେଲେ ତାହା…
ଭୁବନେଶ୍ବର: ଆଜି ସକାଳେ CBI ର ଦଶ ଜଣିଆ ଟିମ ବାଲେଶ୍ବରର ବାହାନଗା ଟ୍ରେନ ଦୁର୍ଘଟଣାସ୍ଥଳରେ ପହଞ୍ଚିଛନ୍ତି। ସେମାନେ ଏହିପରି ଏକ ଭୟଙ୍କର ଦୁର୍ଘଟଣା କିପରି ହେଲା ସେ ନେଇ ତଦନ୍ତ କରିବେ। ଏ ନେଇ ରେଳ ବୋର୍ଡ ତରଫରୁ ସିବିଆଇକୁ ଅନୁରୋଧ କରାଯାଇଥିଲା। ସେହି ଅନୁସାରେ ଏହି ଟିମ ତଦନ୍ତ ଆରମ୍ଭ କରିଛନ୍ତି। ମୁଖ୍ୟତଃ ଏହି ଦୁର୍ଘଟଣା ପଛରେ ଚକ୍ରାନ୍ତ ରହିଛି ବୋଲି ସନ୍ଦେହ ପ୍ରକାଶ ପାଇଛି। କାରଣ ବର୍ତ୍ତମାନ ବୈଷୟିକ ବା ଆଇଟି ପଦ୍ଧତି ଅନୁସାରେ ଟ୍ରେନ ସିଗନାଲ ପରିଚାଳନା ହେଉଛି। ଗୋଟିଏ ଡାଟା ଭୁଲ ଥିଲେ ସିଗନାଲ କେବେ ଗ୍ରୀନ ହେବ ନାହିଁ। କେବଳ ମାନ୍ୟୁୟାଲ ପଦ୍ଧତିରେ ଏପରି କାମ କରିହେବ। ସେ ନେଇ ସିବିଆଇ ବଡ ଧରଣର ତଦନ୍ତ କରିବ ବୋଲି ଜଣାପଡିଛି।
କୋଲକାତା: ଆଜି ପୁଣି ଥରେ ଓଡିଶା ଆସୁଛନ୍ତି ପଶ୍ଚିମବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି। ସେ ଭୁବନେଶ୍ବରରୁ କଟକ ଯିବେ। ସେଠାରେ ଟ୍ରେନ ଦୁର୍ଘଟଣାରେ ଚିକିତ୍ସିତ ହେଉଥିବା ପଶ୍ଚିମବଂଗର ଯାତ୍ରୀମାନଙ୍କୁ ଭେଟିବେ। ସେଠାରେ ସେ ମଧ୍ୟ ଘୋଷଣା କରିଥିବା ସହାୟତା ରାଶି ପ୍ରଦାନ କରିବେ ବୋଲି ଜଣାପଡିଛି। ପଶ୍ଚିମବଂଗର ଯେଉଁ ଯାତ୍ରୀମାନେ ମୃତ୍ୟୁ ବରଣ କରିଛନ୍ତି ସେମାନଙ୍କ ପରିବାର ବର୍ଗଙ୍କୁ ୫ ଲକ୍ଷ ଟଙ୍କା ସହାୟତା ପ୍ରଦାନ ପାଇଁ ଘୋଷଣା କରିଛନ୍ତି। ଏଥିସହିତ ପରିବାରର ଜଣଙ୍କୁ ହୋମ ଗାର୍ଡ ଭାବେ ନିଯୁକ୍ତି ପ୍ରଦାନ କରାଯିବ। ସେହିପରି ଯେଉଁମାନେ ଗୁରୁତର ଆହତ ହୋଇଛନ୍ତି ସେମାନଙ୍କ ଏକ ଲକ୍ଷ ଏବଂ ଆହତଙ୍କୁ ୫୦ ହଜାର, ସାମାନ୍ୟ ଆହତଙ୍କୁ ୨୫ ହଜାର ଟଙ୍କା ଦିଆଯିବ। ଯେଉଁମାନେ ଆହତ ହୋଇ ନାହାଁନ୍ତି ହେଲେ ଏହି ଦୁର୍ଘଟଣାରେ ମାନସିକ ସ୍ତରରେ ଆଘତ ହୋଇଛନ୍ତି ସେମାନଙ୍କୁ ୧୦ ହଜାର ଏବଂ ଚାରି ମାସ ପାଇଁ ମାସିକୁ ୨ ହଜାର ଟଙ୍କା ଲେଖାଏଁ…
ଭୁବନେଶ୍ବର: ବାଲେଶ୍ବରରେ ବାହାନଗାଠାରେ ଯେପରି ମର୍ମନ୍ତୁଦ ଟ୍ରେନ ଦୁର୍ଘଟଣା ଘଟିବା ପରେ ଉଦ୍ଧାର କାର୍ଯ୍ୟ ଥିଲା ସବୁଠାରୁ ଚ୍ୟାଲେଞ୍ଜିଂ କାମ। ଯାହାକୁ ଓଡିଶା ସରକାର ବରିଷ୍ଠ ଅଧିକାରୀମାନେ ରାତିଦିନ ପରିଶ୍ରମ କରି ମୁକାବିଲା କରିବାରେ ସକ୍ଷମ ହୋଇପାରିଛନ୍ତି। ମୁଖ୍ୟତଃ ରାଜ୍ୟ ସରକାରଙ୍କ ବିପର୍ଯ୍ୟୟ ପରିଚାଳନା କରିବା ଦକ୍ଷତା ଏହି କ୍ଷେତ୍ରରେ ବେଶ ସାହାର୍ଯ୍ୟ କରିପାରିଥିଲା। ଫଳରେ ଆଜି ପ୍ରଧାନମନ୍ତ୍ରୀଙ୍କଠାରୁ ଆରମ୍ଭ କରି ବିଭିନ୍ନ ରାଜ୍ୟର ଲୋକେ ପ୍ରଶଂସା କରିବାରେ ଲାଗିଛନ୍ତି। ଏହି ଦୁର୍ଘଟଣା ୧୯୯୯ ମସିହାର ମହାବାତ୍ୟା ପରେ ଆଉ ଏକ ବଡ ବିପର୍ଯ୍ୟୟ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। କାରଣ ରାତିର ଅନ୍ଧକାର ଭିତରେ ଲୁହା ଯନ୍ତ୍ରାଂଶ କାଟି ଯାତ୍ରୀଙ୍କୁ ବାହାର କରିବା କିଛି ଛୋଟ କଥା ନୁହେଁ। ହେଲେ ରାଜ୍ୟ ସରକାରଙ୍କ ଦକ୍ଷ ଅଫିସରଙ୍କ ଦକ୍ଷତା ବଳରେ ପ୍ରାୟ ୧୨୦୦ ଯାତ୍ରୀଙ୍କ ଜୀବନ ବଞ୍ଚାଇବାରେ ସକ୍ଷମ ହୋଇପାରିଛନ୍ତି। ଏହି ଦୁର୍ଘଟଣାରେ ନିୟୋଜିତ ଥିବା ରାଜ୍ୟର ଅତିରିକ୍ତ ମୁଖ୍ୟଶାସନ…
ବିଧାୟକ ପ୍ରଶାନ୍ତ ଜଗଦ୍ଦେବ, ଏହି ନାମଟି ଉଚ୍ଚାରଣ କଲେ ଓଡିଶା ରାଜନୀତିରେ ସେ କିଏ ତାହା କହିବା ଆବଶ୍ୟକ ନାହିଁ। ସେ ହୋଇପାରନ୍ତି ବାହୁବଳୀ, ସେ ହୋଇପାରନ୍ତି ଦଉଡିବା ଘୋଡା. ସେ ହୋଇପାରନ୍ତି ରାଗ ସ୍ବାଭାବ। ହେଲେ ସବୁରି ଉପରେ ଗୋଟିଏ ନିଶ୍ଚିତ ଯେ, ସେ ଯେଉଁ ନିର୍ବାଚନ ମଣ୍ଡଳିକୁ ଯାଆନ୍ତି ସେଠାକାର ଲୋକଙ୍କୁ ସେ ନିଜର କରି ନିଅନ୍ତି। ଆଉ ଜିତନ୍ତି ମଧ୍ୟ। ବାଣପୁର ପଲଟନ ପଡିଆରେ ଗାଡି ମଡାଇବା ଅଭିଯୋଗ ପରେ ତାଙ୍କୁ ଚିଲିକା ଯିବାକୁ କୋର୍ଟ ବାରଣ କରିଛନ୍ତି। ସେପଟେ ବିଜେଡି ମଧ୍ୟ ଦଳରୁ ଦୂରେଇ ଦେଇଛି। ବର୍ତ୍ତମାନ ନିର୍ବାଚନ ପାଖେଇ ଆସୁଥିବା ବେଳେ ପ୍ରଶାନ୍ତ ଜଗଦ୍ଦେବଙ୍କ ରାଜନୈତିକ ଭବିଷ୍ୟତ କଣ, ସେ ନେଇ ତାଙ୍କୁ ସାକ୍ଷାତ କରିଛନ୍ତି ଆମ ‘ସମୀକ୍ଷା’ ପ୍ରତିନିଧି ସୀତାରାମ ଅଗ୍ରୱାଲ। ସମୀକ୍ଷା- କୋର୍ଟ କଟକଣା ଯୋଗୁଁ ଆପଣ ଚିଲିକା ନିର୍ବାଚନ ମଣ୍ଡଳୀକୁ ଆଉ ଯାଇପାରୁ ନାହାଁନ୍ତି। ଯେତେବେଳେ ନିର୍ବାଚନ ମଣ୍ଡଳିକୁ ବିଧାୟକ…
ଭୁବନେଶ୍ବର: ଗତ ଦୁଇ ତାରିଖରେ ବାଲେଶ୍ୱରର ବାହାନଗା ଠାରେ ଘଟିଥିବା ରେଳ ଦୁର୍ଘଟଣା ପରିପ୍ରେକ୍ଷୀରେ ଓଡିଶା ରାଜ୍ୟ ସରକାରଙ୍କ ତରଫରୁ କରାଯାଉଥିବା ଉଦ୍ଧାର ପରବର୍ତ୍ତୀ ସହାୟତା ସଂପର୍କରେ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନା ଆଜି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଏହି ପରିପ୍ରକ୍ଷୀରେ ଶ୍ରୀ ଜେନା କହିଛନ୍ତି ଯେ, ଆଜି ସଂଧ୍ୟା ସୁଦ୍ଧା ଏହି ଦୁର୍ଘଟଣାରେ ୧୭୬ ଟି ମୃତଦେହ ଚିହ୍ନଟ କରାଯାଇ ସେମାନଙ୍କର ସଂପର୍କୀୟଙ୍କୁ ହସ୍ତାନ୍ତର କରାଯାଇଛି। ସେଥିମଧ୍ୟରୁ ପୂର୍ବରୁ ବାଲେଶ୍ୱରରେ ୮୫ଟି ମୃତଦେହ ଚିହ୍ନଟ କରାଯାଇଥିବା ବେଳେ ଭୁବନେଶ୍ୱର ଆସିଥିବା ୧୯୩ ମୃତଦେହଙ୍କ ମଧ୍ୟରୁ ଆଜି ସନ୍ଧ୍ୟା ସୁଦ୍ଧା ଆଉ ୯୧ଟି ଏହିପରି ମୋଟ ୧୭୬ ଟିର ଚିହ୍ନଟ କରାଯାଇଥିଲା। ବିଭିନ୍ନ ହସ୍ପିଟାଲରେ ରଖାଯାଇଥିବା ମୃତଦେହକୁ ସେମାନଙ୍କର ସଂପର୍କୀୟମାନେ ଚିହ୍ନଟକରଣ ପାଇଁ ଆସୁଛନ୍ତି, ଏହି ପ୍ରକ୍ରିୟା ଚାଲୁ ରହିଛି। ଏହି ପରିପ୍ରେକ୍ଷୀରେ ମୁଖ୍ୟ ଶାସନ ସଚିବ କହିଛନ୍ତି ଯେ, ମୃତକଙ୍କ ପରିଜନମାନେ ମାନସିକ ଦୁଃଖଦ ସ୍ଥିତି…
ଭୁବନେଶ୍ୱର: ଆଜି ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଶରତ ପଟ୍ଟନାୟକ ରାଜ୍ୟ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ବାହାନଗା ଟ୍ରେନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଯାତ୍ରୀଙ୍କ ଶୋକସନ୍ତପ୍ତ ପରିବାରମାନଙ୍କ ପାଇଁ କଂଗ୍ରେସର ସମବେଦନା ଜ୍ଞାପନ କରିବା ସହ କର୍ତ୍ତବ୍ୟରେ ଅବହେଳା ପାଇଁ ରେଳମନ୍ତ୍ରୀଙ୍କ ଇସ୍ତଫା ଦାବୀ କରିଛନ୍ତି। ପ୍ରାଣ ହରାଇଥିବା ଓ ପଙ୍ଗୁ ହୋଇଯାଇଥିବା ପରିବାରରୁ ଜଣଙ୍କୁ ଚାକିରୀ ଦେବା ପାଇଁ ମଧ୍ୟ ଶ୍ରୀ ପଟ୍ଟନାୟକ ଦାବି କରିଛନ୍ତି । ସ୍ଥାନୀୟ ବାଲେଶ୍ୱର ଓ ବାହାନଗାବାସୀ ଦେବଦୂତସାଜି ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଥିବାରୁ ଶ୍ରୀ ପଟ୍ଟନାୟକ ସେମାନଙ୍କୁ ଆନ୍ତରିକ କୃତଜ୍ଞତା ଜଣାଇଛନ୍ତି। ଲୋକସଭାର କଂଗ୍ରେସ ଦଳର ନେତା ଶ୍ରୀ ଅଧିର ରଞ୍ଜନ ଚୌଧୁରୀ, ଓଡ଼ିଶାର ଏଆଇସିସି ପ୍ରଭାରୀ ତଥା ସାଂସଦ ଡକ୍ଟର ଏ ଚେଲା କୁମାର ଓ କର୍ଣ୍ଣାଟକର ଶ୍ରମମନ୍ତ୍ରୀ ସନ୍ତୋଷ ଲାଡଙ୍କ ଦୁର୍ଘଟଣା ସ୍ଥଳକୁ ଗସ୍ତ ତଥା ଦୁର୍ଘଟଣାରେ ପ୍ରାଣ ହରାଇଥିବା ଯାତ୍ରୀ ଏବଂ ଗୁରୁତ୍ୱର ଭାବରେ ଆହତ ହୋଇ…
କୋଲକାତା: ବାଲେଶ୍ବର ବାହନଗାଠାରେ ହୋଇଥିବା ଭୟଙ୍କର ଟ୍ରେନ ଦୁର୍ଘଟଣାରେ ବହୁ ପଶ୍ଚିମବଂଗ ଯାତ୍ରୀ ସମ୍ମୁଖୀନ ହୋଇଛନ୍ତି। ସେମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ଭିନ୍ନ ପ୍ରକାରର ସହାୟତା ଘୋଷଣା କରିଛନ୍ତି। ତାହା ହେଲା ଏହି ଦୁର୍ଘଟଣାରେ ଆହତ ନ ହୋଇଥିଲେ ମଧ୍ୟ ତାଙ୍କୁ ମିଳିବ ସହାୟତା। ମମତାଙ୍କୁ ଏହି ଘୋଷଣାକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଚାଲିଛି। ଏହି ଦୁର୍ଘଟଣାରେ ପଶ୍ଚିମବଂଗର ଯେଉଁ ଯାତ୍ରୀମାନେ ମୃତ୍ୟୁ ବରଣ କରିଛନ୍ତି ସେମାନଙ୍କ ପରିବାର ବର୍ଗଙ୍କୁ ୫ ଲକ୍ଷ ଟଙ୍କା ସହାୟତା ସହ ପରିବାରର ଜଣଙ୍କୁ ହୋମ ଗାର୍ଡ ଚାକିରୀ ପ୍ରଦାନ କରାଯିବ। ସେହିପରି ଯେଉଁମାନେ ଗୁରୁତର ଆହତ ହୋଇଛନ୍ତି ସେମାନଙ୍କ ଏକ ଲକ୍ଷ ଏବଂ ଆହତଙ୍କୁ ୫୦ ହଜାର, ସାମାନ୍ୟ ଆହତଙ୍କୁ ୨୫ ହଜାର ଟଙ୍କା ଦିଆଯିବ। ହେଲେ ମମତା ଘୋଷଣା କରିଛନ୍ତି ଯେ,ଯେଉଁମାନେ ଆହତ ହୋଇ ନାହାଁନ୍ତି ସେମାନଙ୍କୁ ମଧ୍ୟ ସହାୟତା ପ୍ରଦାନ କରାଯିବ। କାରଣ ଏହି ଭୟଙ୍କର ଦୁର୍ଘଟଣାରେ…
କୋଲକାତା: ଆସନ୍ତାକାଲି ପୁଣି ଥରେ ଓଡିଶା ଆସିବେ ପଶ୍ଚିମବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି। ସେ ଭୁବନେଶ୍ବରରୁ କଟକ ଯିବେ। ସେଠାରେ ଟ୍ରେନ ଦୁର୍ଘଟଣାରେ ଚିକିତ୍ସିତ ହେଉଥିବା ପଶ୍ଚିମବଂଗର ଯାତ୍ରୀମାନଙ୍କୁ ଭେଟିବେ। ସେଠାରେ ସେ ମଧ୍ୟ ଘୋଷଣା କରିଥିବା ସହାୟତା ରାଶି ପ୍ରଦାନ କରିବେ ବୋଲି ଜଣାପଡିଛି। ପଶ୍ଚିମବଂଗର ଯେଉଁ ଯାତ୍ରୀମାନେ ମୃତ୍ୟୁ ବରଣ କରିଛନ୍ତି ସେମାନଙ୍କ ପରିବାର ବର୍ଗଙ୍କୁ ୫ ଲକ୍ଷ ଟଙ୍କା ସହାୟତା ପ୍ରଦାନ ପାଇଁ ଘୋଷଣା କରିଛନ୍ତି। ଏଥିସହିତ ପରିବାରର ଜଣଙ୍କୁ ହୋମ ଗାର୍ଡ ଭାବେ ନିଯୁକ୍ତି ପ୍ରଦାନ କରାଯିବ। ସେହିପରି ଯେଉଁମାନେ ଗୁରୁତର ଆହତ ହୋଇଛନ୍ତି ସେମାନଙ୍କ ଏକ ଲକ୍ଷ ଏବଂ ଆହତଙ୍କୁ ୫୦ ହଜାର, ସାମାନ୍ୟ ଆହତଙ୍କୁ ୨୫ ହଜାର ଟଙ୍କା ଦିଆଯିବ। ମମତା ଆହୁରି କହିଛନ୍ତି ଯେ, ଯେଉଁମାନେ ଆହତ ହୋଇ ନାହାଁନ୍ତି ହେଲେ ଏହି ଦୁର୍ଘଟଣାରେ ମାନସିକ ସ୍ତରରେ ଆଘତ ହୋଇଛନ୍ତି ସେମାନଙ୍କୁ ୧୦ ହଜାର ଏବଂ ଚାରି ମାସ ପାଇଁ ମାସିକୁ…
ସୀତୀରାମ ଅଗ୍ରୱାଲ ବାଲୁଗାଁ: ଚିଲିକା-ବାଲୁଗାଁ ରୋଟାରୀ କ୍ଲବ ଆଜି ବାଲୁଗାଁ ମହାବିଦ୍ୟାଳୟ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ର ମିଳିତ ସହଯୋଗରେ ବିଶ୍ୱ ପରିବେଶ ଦିବସ ପାଳନ କରିଛି। କ୍ଲବର ସଭାପତି ରୋଟାରୀଆନ ଡକ୍ଟର କୈଳାସ ଚନ୍ଦ୍ର ମହାରଣା, ଜାନକୀ ବଲ୍ଲଭ ପଟ୍ଟନାୟକ, ସତ୍ୟନ୍ଦ୍ର ସ୍ୱାଇଁ, ଭାଗିରଥି ସ୍ୱାଇଁ ଙ୍କ ସମେତ ଏନସିସି ଅଧିକାରୀ ଲେଫ୍ଟନାଣ୍ଟ ଡକ୍ଟର ଅକ୍ଷୟ କୁମାର ମିଶ୍ର ଓ କ୍ୟାଡେଟ ମାନେ ସ୍ଥାନୀୟ କୁମ୍ଭୀରପଡା ଗ୍ରାମର ପୋଖରୀ ଚାରିପଟେ ବୃକ୍ଷ ରୋପଣ କରିଥିଲେ। ଏହାପରେ ଅକ୍ଷୟ କୁମାର ମିଶ୍ରଙ୍କ ନେତୃତ୍ୱରେ କ୍ୟାଡେଟ ମାନେ ବାଲୁଗାଁ ବଜାରରେ ଏକ ଶୋଭାଯାତ୍ରା କରିବାପରେ ଚିଲିକା କୂଳରେ ପ୍ଲାଷ୍ଟିକ ସଫେଇ କରିଥିଲେ। ଏହି ଅବସରରେ ତାମିଲନାଡୁ ସରକାରଙ୍କ ପ୍ରାକ୍ତନ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ରୋଟାରୀଆନ ଆଶୁତୋଷ ସାମନ୍ତସିଂହାର ଅତିଥିଭାବେ ଯୋଗଦେଇ ଏନସିସି କ୍ୟାଡେଟ ଓ ରୋଟାରୀଆନମାନଙ୍କୁ ଚିଲିକାର ସୁରକ୍ଷା, ପ୍ଲାଷ୍ଟିକ ମୁକ୍ତ ଚିଲିକାପାଇଁ ପରାମର୍ଶ ଦେଇଥିଲେ। ଏହାପରେ ବଡ଼କୁଳ ସ୍ଥିତ…
ସୀତାରାମ ଅଗ୍ରୱାଲ ବାଣପୁର: ଅଶି,ମଶି, କାଳି, କଲମର ମାଟି ବାଣପୁରରେ ପାଳିତ ହେଲା ସାରସ୍ଵତ ଅନୁଷ୍ଠାନ “ସାହିତ୍ୟସିନ୍ଦୁରା ” ର ଜନ୍ମୋତ୍ସବ। ଓଡ଼ିଆଜାତିର ଇଷ୍ଟଦେବତା ଶ୍ରୀ ଜଗନ୍ନାଥଙ୍କ ଜନ୍ମୋତ୍ସବ ପବିତ୍ର ସ୍ନାନ ପୂର୍ଣ୍ଣିମା ଅବସରରେ ପ୍ରଭୁଙ୍କ କରୁଣା ଭିକ୍ଷା କରି ଆବାହକ ଶିକ୍ଷାବିତ୍ ଗୋଲକ ପରିଡ଼ାଙ୍କ ସହଯୋଗରେ ବିଧାରପୁରର ଶୁଭ ମଙ୍ଗଳ କଲ୍ୟାଣ ମଣ୍ଡପଠାରେ ଆୟୋଜିତ ହୋଇଥିଲା। ଏହି ସାରସ୍ଵତ ସମାରୋହ ତାମିଲନାଡୁ ସରକାରଙ୍କ ଅବସରପ୍ରାପ୍ତ ପୂର୍ବତନ ମୁଖ୍ୟ ବନ ସଂରକ୍ଷକ ଆଶୁତୋଷ ସାମନ୍ତସିଂହାରଙ୍କ ସଭାପତିତ୍ଵରେ ଆୟୋଜିତ ସମାରୋହରେ ଡଃ ନୃସିଂହ ପ୍ରଧାନ, ଆଇନଜୀବି ରବି ମାନସିଂ, ଅଧ୍ୟାପକ ସଂଗ୍ରାମ କେଶରୀ ସାହୁ, ଶିକ୍ଷାବିତ୍ ବାଳମୁକୁନ୍ଦ ଦାସ, କବି ପୁରୁଷୋତ୍ତମ ମହାପାତ୍ର, ମୁରଲୀଧର ସାମନ୍ତସିଂହାର,ରାଜେନ୍ଦ୍ର ପ୍ରସାଦ ରଥ, ଭିକାରୀଚରଣ ପ୍ରଧାନ,ମଦନ ମହାପାତ୍ର, ଦିଗାମ୍ବର ବିଶ୍ଵାଳ, ଡଃ କୈଳାସ ମହାରଣା, ଅଧ୍ୟାପକ ଲକ୍ଷ୍ମୀଧର ସୁବୃଦ୍ଧି, ସର୍ବେଶ୍ଵର ଷଡ଼ଙ୍ଗୀ, ମହେଶ୍ଵର ଜେନା, ରଙ୍କନାଥ ସେଠୀ, ଦିଲ୍ଲୀପ ଶତପଥି, ଶଶିଭୂଷଣ ବରାଳ, ରବୀନ୍ଦ୍ର ପ୍ରଧାନ, ଲଳିତ…
ସୀତାରାମ ଅଗ୍ରୱାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲାର ଅଗ୍ରଣୀ ଶିକ୍ଷାନୁଷ୍ଠାଆନ ବାଣପୁରସ୍ଥିତ ଗୋଦାବରୀଶ ମହାବିଦ୍ୟାଳୟ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ କ୍ୟାଡେଟମାନଙ୍କ ଦ୍ଵାରା ଆଜି ବିଶ୍ଵ ପରିବେଶ ଦିବସ ପାଳିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ବିନାୟକ ହୋତାଙ୍କ ସଭାପତିତ୍ୱରେ ଆୟୋଜିତ ସଚେତନତା ସଭାରେ ବାଣପୁର ଅଞ୍ଚଳର ଖ୍ୟାତନାମା ବ୍ୟବସାୟୀ ତଥା ରୋଟାରିଆନ ରବିନାରାୟଣ ପାଲ୍ ମୂଖ୍ୟ ଅତିଥି ଭାବରେ ଯୋଗଦେଇ ପରିବେଶ ସୁରକ୍ଷା ପାଇଁ ପ୍ରତ୍ୟେକ ଛାତ୍ରଛାତ୍ରୀ ପ୍ରତିବର୍ଷ ଅନ୍ତତଃ ଗୋଟିଏ ବୃକ୍ଷ ରୋପଣକରି ଏହାର ଯତ୍ନ ନେବାପାଇଁ ଉପଦେଶ ଦେଇଥିଲେ। ମହାବିଦ୍ୟାଳୟର ପ୍ରଶାସନିକ ଅଧିକାରୀ ଡ଼ ସୂରପ୍ରତାପ ନରେନ୍ଦ୍ର ସିଂ ବର୍ମା ପରିବେଶ ଦିବସ ପାଳନର ତାତ୍ପର୍ଯ୍ୟ ସମ୍ପର୍କରେ ଆଲୋଚନା କରିଥିଲେ। ଏନ୍ ସି ସି ଅଧିକାରୀ ଡ଼ ଗୁରୁକିଶୋର ନାୟକ ବୃକ୍ଷ ରୋପଣର ଆବଶ୍ୟକତା ବିଷୟରେ ଆଲୋକପାତ କରିଥିଲେ। ପରିବେଶର ସୁରକ୍ଷା ପାଇଁ ଆମେ ସମସ୍ତେ ନିଜେ ସଚେତନ ହୋଇ ଅନ୍ୟକୁ ସଚେତନ କରିବା ପାଇଁ ଅଧ୍ୟକ୍ଷ ସମସ୍ତ କ୍ୟାଡେଟ…
ନୂଆଦିଲ୍ଲୀ: ଭାରତର ବରିଷ୍ଠ ସାମ୍ବାଦିକା ବର୍ଖା ଦତ୍ତଙ୍କ ନିଜସ୍ବ ୟୁଟ୍ୟୁବ ଚ୍ୟାନେଲ ‘Mojo Story’ କୁ ହ୍ୟାକର ମାନେ ହ୍ୟାକ କରିଦେଇଛନ୍ତି। ଏପରିକି ଏହି ଚ୍ୟାନେଲରେ ଥିବା ପ୍ରାୟ 11 ହଜାର ଭିଡିଓକୁ ମଧ୍ୟ ହ୍ୟାକରମାନେ ଡିଲିଟ କରିଥିବାର ଜଣାପଡିଛି। ଏ ନେଇ ବର୍ଖା ୟୁଟ୍ୟୁବ ଚ୍ୟାନେଲ କର୍ତ୍ତୁପକ୍ଷଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଏ ନେଇ ବର୍ଖା ନିଜେ ଟୁଇଟ କରି ଅବଗତ କରାଇଛନ୍ତି। ସେ ଲେଖିଛନ୍ତି ଯେ, ଯେତେବେଳେ ମୋ ଚ୍ୟାନେଲ ହ୍ୟାକ ହୋଇଛି ଏବଂ ସବୁ ଭିଡିଓ ଡିଲିଟ ହୋଇଛି ମୁଁ ଆଶ୍ଚର୍ଯ୍ୟ ହେଲି। ମୋତି ଲାଗିଲା ସତେ ଯେପରି ମୋ ଛାତିରେ କିଏ ଛୁରି ଭୂଷି ଦେଇଛି। ୟୁଟ୍ୟୁବ ଏତେବଡ ସଂସ୍ଥା ହୋଇଥିଲେ ମଧ୍ୟ ହ୍ୟାକରମାନେ କିପରି ଏହା କଲେ ମୋତେ ଆଶ୍ଚର୍ଯ୍ୟ କରିଛି ବୋଲି ବର୍ଖା କହିଛନ୍ତି। ତେବେ ବର୍ଖାଙ୍କ ଅଭିଯୋଗ ପରେ ୟୁଟ୍ୟୁବ ତରଫରୁ ଖୋଳତାଡ ଆରମ୍ଭ ହୋଇଛି। ଉପଯୁକ୍ତ ତଦନ୍ତ କରାଯାଉଛି ବୋଲି…
ଭୁବନେଶ୍ବର: ଗତକାଲି ବିଲମ୍ବିତ ରାତିରେ ଭୁବନେଶ୍ବରର ରାମମନ୍ଦିର ନିକଟରେ ଥିବା ରାଜ୍ୟ ବିଜେପି କାର୍ଯ୍ୟାଳୟ ଉପରକୁ ଟେକା ମାରିଥିବାର ଅଭିଯୋଗ ହୋଇଛି। ଏପରିକି ଅଫିସ ବାହାରେ ଛିଡା ହୋଇଥିବା ବିଜେପି ମୁଖପାତ୍ର ବିରଞ୍ଚି ନାରାୟଣ ତ୍ରିପାଠୀଙ୍କୁ ଆକ୍ରମଣ ହୋଇଥିବାର ଅଭିଯୋଗ ହୋଇଛି। ଏ ନେଇ ଖାରବେଳ ଥାନାରେ ଲିଖିତ ଅଭିଯୋଗ କରାଯାଇଛି। ଘଟଣାରୁ ଜଣାପଡିଛି ଯେ, ଗତକାଲି ରାତି ଆଠଟା ବେଳକୁ ଦୁଇଜଣ ଦୁର୍ବୁତ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ପଶି ଗଣ୍ଡୋଗଳ କରିଥିଲେ। ସେମାନଙ୍କୁ ସେଠାରେ ଥିବା କର୍ମିମାନେ କାବୁ କରିଥିଲେ। ସେଠାରେ ଦୁଇ ଦୁର୍ବତ ଭୁଲ ମାଗି ଚାଲିଯାଇଥିଲେ। ହେଲେ ରାତି ପ୍ରାୟ ଏଗାରଟା ବେଳେ ଆଉ କିଛି ଲୋକ ଆସି ଅଫିସକୁ ଟେକାମାଡ କରିଥିଲେ। ଏପରିକି ବାହାରେ ଛିଡା ହୋଇଥିବା ବିଜେପି ନେତା ବିରଞ୍ଚି ତ୍ରିପାଠୀଙ୍କୁ ସେମାନେ ଆକ୍ରମାଣ କରିଥିଲେ। ସେଠାରେ ପୋଲିସ ପହଞ୍ଚି ତଦନ୍ତ କରିଥିବାର ଜଣାପଡିଛି।
ପୁରୀ: ଆଜିଠାରୁ ବ୍ରହ୍ମଗିରିସ୍ଥିତ ଶ୍ରୀଅଲାରନାଥଙ୍କ ପୀଠରେ ମହାପ୍ରଭୁଙ୍କ ଅଣସର ଦର୍ଶନ ଆରମ୍ଭ ହୋଇଛି। ଅଲାରନାଥ ପୀଠରେ ମହାପ୍ରଭୁଙ୍କ ଅଣସର ଦର୍ଶନ ଲାଗି ସକାଳୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି। ପବିତ୍ର ଦେବସ୍ନାନ ପୂର୍ଣ୍ଣିମାରେ ଶ୍ରୀଜୀଉଙ୍କ ସ୍ନାନଯାତ୍ରା ସମାପନ ହେବା ପରେ ମହାପ୍ରଭୁ ଅଣସରରେ ରହିଛନ୍ତି। ଶ୍ରୀଜୀଉ ସ୍ନାନ ପରେ ଜ୍ବରରେ ପୀଡ଼ିତ ହୋଇଛନ୍ତି। ସେଥିପାଇଁ ଅଣସର ଘରେ ରହି ଚିକିତ୍ସା କରାଯିବ। ଏହି ସମୟରେ ତାଙ୍କୁ ଔଷଧ ଓ ଫୁଲ୍ଲରୀ ତେଲ ଲାଗି ହେବ। ଅଣସର ଘରେ ରହିବା ପରେ ଶ୍ରୀଗୁଣ୍ଡିଚା ଦିନ ଶ୍ରୀଜୀଉ ଅଣସର ଘରୁ ବାହାରି ରଥଯାତ୍ରାରେ ଯିବେ। ଶ୍ରୀଜୀଉଙ୍କ ଅଣସର ସମୟରେ ଶ୍ରୀଅଲରାନାଥଙ୍କ ଦର୍ଶନ କରାଯାଇଥାଏ। ମହାପ୍ରଭୁ ଅଣସର ଘରେ ରହିବା ପରେ ଏବେ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ପଟିଦିଅଁ ପୂଜା ପାଇବେ।
ଭୁବନେଶ୍ୱର: ଲୋକସଭାର କଂଗ୍ରେସ ବିରୋଧି ଦଳ ନେତା ଶ୍ରୀ ଅଧିର ରଞ୍ଜନ ଚୌଧୁରୀ ଅଖିଳ ଭାରତ କଂଗ୍ରେସ କମିଟିର ସଭାପତି ଶ୍ରୀ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ନିର୍ଦ୍ଦେଶ କ୍ରମେ ବାହାନଗା ରେଳ ଦୁର୍ଘଟଣାସ୍ଥଳ ପରିଦର୍ଶନ କରିବା ସହ ସେଠାରେ କାର୍ଯ୍ୟରତ ରେଳବାଇ ବିଭାଗର କର୍ମଚାରୀଙ୍କ ମାନଙ୍କ ସହ ପୁନରୁଦ୍ଧାର କାର୍ଯ୍ୟ ସଂପର୍କରେ ଆଲୋଚନା କରିଥିଲେ। ଏହାପରେ ଶ୍ରୀ ଚୌଧୁରୀ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଆହତ ଯାତ୍ରୀଙ୍କୁ ସାକ୍ଷାତ କରିଥିଲେ। ସେମାନଙ୍କୁ ଯୋଗାଇ ଦିଆଯାଉଥିବା ଚିକିତ୍ସା ସଂପର୍କରେ ପଚାରି ବୁଝିଥିଲେ। ଶ୍ରୀ ଚୌଧୁରୀ ମୁଖ୍ୟ ଚିକିତ୍ସାଳୟରୁ ସିଧା ଯାଇ ପଂହଚିଥିଲେ ବାଲେଶ୍ୱରସ୍ଥିତ ନୁସି କାର୍ଯ୍ୟଳୟରେ ଯେଉଁଠାରେ ମୃତ ଯାତ୍ରୀଙ୍କର ସବ ରଖାଯାଇଛି। ସେଠାରେ ମୃତକମାନଙ୍କର ପରିବାରବର୍ଗଙ୍କ ସହ ମଧ୍ୟ ଶ୍ରୀ ଚୌଧୁରୀ କଥାବାର୍ତ୍ତା ହୋଇଥିଲେ ଏବଂ ସେମାନଙ୍କୁ ସମବେଦନା ଜଣାଇଥିଲେ। ଶ୍ରୀ ଚୌଧୁରୀ ମଧ୍ୟ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପଂହଚି ଚିକିତ୍ସିତ ହେଉଥିବା ଆହତ ଯାତ୍ରୀମାନଙ୍କୁ ସାକ୍ଷାତ କଲେ।…
ଭୁବନେଶ୍ବର: ମର୍ମନ୍ତୁଦ ଟ୍ରେନ ଦୁର୍ଘଟଣାରେ ମୃତକମାନଙ୍କ ସଂଖ୍ୟା, ଆହତମାନଙ୍କ ଚିକିତ୍ସା ଓ ଚିହ୍ନଟ ହୋଇନଥିବା ମୃତକଙ୍କ ସଂପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ ଜେନା କହିଛନ୍ତି ଯେ, ରେଳ ବିଭାଗଙ୍କଠାରୁ ପ୍ରାପ୍ତ ସୂଚନା ଆଧାରରେ ୨୮୮ଜଣଙ୍କର ମୃତ୍ୟୁ ଘଟିଛି ବୋଲି ସୂଚନା ଦିଆଯାଇଥିଲା। କିନ୍ତୁ ପୁଙ୍ଖାନୁପୁଂଙ୍ଖ ଯାଂଚ ଓ ଗଣନା ପରେ ବାଲେଶ୍ୱର ଜିଲ୍ଲାପାଳଙ୍କ ଦ୍ୱାରା ମୃତକଙ୍କ ସଂପର୍କରେ ଦିଆଯାଇଥିବା ତଥ୍ୟ ଅନୁଯାୟୀ ଏହି ସଂଖ୍ୟା ୨୭୫ ବୋଲି ସୂଚନା ମିଳିଛି। ଦୁର୍ଘଟଣାଗ୍ରସ୍ତ ସମସ୍ତ ବଗିଗୁଡିକରୁ ଆହତ ଓ ମୃତକମାନଙ୍କୁ ଇତି ମଧ୍ୟରେ ବାହାର କରାଯାଇ ସାରିଛି। ରବିବାର ସଂଧ୍ୟା ସୁଦ୍ଧା ୧୮୦ଟି ମୃତଦେହ ଭୁବନେଶ୍ୱରକୁ ଅଣାଯାଇ ଏମ୍ସ, ଆମ୍ରି, କ୍ୟାପିଟାଲ ହସ୍ପିଟାଲ, ସମ ଓ କିମସ୍ ହସ୍ପିଟାଲରେ ରଖାଯାଇଛି। ରେଳବାଇ ପକ୍ଷରୁ ସ୍ୱତନ୍ତ୍ର ଟ୍ରେନ୍ ଯୋଗେ ବା ଟ୍ରକ୍ ଯୋଗେ ମୃତଦେହ ଭୁବନେଶ୍ୱର ଆଣିବା ପାଇଁ ଚିନ୍ତା କରାଯାଇଥିଲା। କିନ୍ତୁ ସମସ୍ତ ମୃତଦେହକୁ ସମ୍ମାନର…