ଗୋଦାବରୀଶ ମହାବିଦ୍ୟାଳୟରେ ପାଳିତ ହେଲା ବିଶ୍ଵ ପରିବେଶ ଦିବସ

Published: Jun 5, 2023, 5:08 pm IST

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲାର ଅଗ୍ରଣୀ ଶିକ୍ଷାନୁଷ୍ଠାଆନ ବାଣପୁରସ୍ଥିତ ଗୋଦାବରୀଶ ମହାବିଦ୍ୟାଳୟ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ କ୍ୟାଡେଟମାନଙ୍କ ଦ୍ଵାରା ଆଜି ବିଶ୍ଵ ପରିବେଶ ଦିବସ ପାଳିତ ହୋଇଯାଇଛି।

ମହାବିଦ୍ୟାଳୟର ଅଧ୍ୟକ୍ଷ ବିନାୟକ ହୋତାଙ୍କ ସଭାପତିତ୍ୱରେ ଆୟୋଜିତ ସଚେତନତା ସଭାରେ ବାଣପୁର ଅଞ୍ଚଳର ଖ୍ୟାତନାମା ବ୍ୟବସାୟୀ ତଥା ରୋଟାରିଆନ ରବିନାରାୟଣ ପାଲ୍ ମୂଖ୍ୟ ଅତିଥି ଭାବରେ ଯୋଗଦେଇ ପରିବେଶ ସୁରକ୍ଷା ପାଇଁ ପ୍ରତ୍ୟେକ ଛାତ୍ରଛାତ୍ରୀ ପ୍ରତିବର୍ଷ ଅନ୍ତତଃ ଗୋଟିଏ ବୃକ୍ଷ ରୋପଣକରି ଏହାର ଯତ୍ନ ନେବାପାଇଁ ଉପଦେଶ ଦେଇଥିଲେ।

ମହାବିଦ୍ୟାଳୟର ପ୍ରଶାସନିକ ଅଧିକାରୀ ଡ଼ ସୂରପ୍ରତାପ ନରେନ୍ଦ୍ର ସିଂ ବର୍ମା ପରିବେଶ ଦିବସ ପାଳନର ତାତ୍ପର୍ଯ୍ୟ ସମ୍ପର୍କରେ ଆଲୋଚନା କରିଥିଲେ। ଏନ୍ ସି ସି ଅଧିକାରୀ ଡ଼ ଗୁରୁକିଶୋର ନାୟକ ବୃକ୍ଷ ରୋପଣର ଆବଶ୍ୟକତା ବିଷୟରେ ଆଲୋକପାତ କରିଥିଲେ। ପରିବେଶର ସୁରକ୍ଷା ପାଇଁ ଆମେ ସମସ୍ତେ ନିଜେ ସଚେତନ ହୋଇ ଅନ୍ୟକୁ ସଚେତନ କରିବା ପାଇଁ ଅଧ୍ୟକ୍ଷ ସମସ୍ତ କ୍ୟାଡେଟ ମାନଙ୍କୁ ଆହ୍ଵାନ ଦେଇଥିଲେ।

ମହାବିଦ୍ୟାଳୟର ଗ୍ରୀଷ୍ମାବକାଶ ସତ୍ତ୍ୱେ ଅନେକ କର୍ମଚାରୀ ଏଥିରେ ଯୋଗ ଦେଇଥିଲେ।ପରିଶେଷରେ ଅଧ୍ୟକ୍ଷ, ଅତିଥି ଓ ଅନ୍ୟମାନେ ବୃକ୍ଷ ରୋପଣକରି ସଚେତନତାର
ବାର୍ତ୍ତା ପ୍ରଚାର କରିଥିଲେ।

Related posts