Author: thesamikhsya

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ୫-ଟି ସ୍କୁଲ ରୂପାନ୍ତରଣ ଅଭିଯାନର ତୃତୀୟ ପର୍ଯ୍ୟାୟର ଶୁଭାରମ୍ଭ କରିଛନ୍ତି । ଏହି ପର୍ଯ୍ୟାୟର ପ୍ରଥମ ଦିନରେ ଆଜି ୪ଟି ଜିଲ୍ଲାର ୩୫୭ଟି ରୂପାନ୍ତରିତ ସ୍କୁଲକୁ ମୁଖ୍ୟମନ୍ତ୍ରୀ ଲୋକାର୍ପିତ କରିଛନ୍ତି । ଏଥିରେ ଗଞ୍ଜାମ ଜିଲ୍ଲାର ୧୦୬ଟି ହାଇସ୍କୁଲ, ଅନୁଗୁଳର ୮୭ଟି, କେନ୍ଦୁଝରର ୫୭ଟି ଓ ଜଗତସିଂହପୁରର ୧୦୭ଟି ହାଇସ୍କୁଲ ଅନ୍ତର୍ଭୁକ୍ତ। ତୃତୀୟ ପର୍ଯ୍ୟାୟରେ ସମୁଦାୟ ୨୧୫୧ଟି ରୂପାନ୍ତରିତ ହାଇସ୍କୁଲ ଲୋକାର୍ପିତ ହେବ। ସୂଚନାଯୋଗ୍ୟ ଯେ ଗତ ଦୁଇଟି ପର୍ଯ୍ୟାୟରେ ରାଜ୍ୟରେ ୩୯୮୧ଟି ସ୍କୁଲ ରୂପାନ୍ତରିତ ହୋଇଛି । ତିନୋଟି ପର୍ଯ୍ୟାୟ ସଂପୂର୍ଣ୍ଣ ହେବା ପରେ ରାଜ୍ୟରେ ସମୁଦାୟ ୬୧୩୨ଟି ସ୍କୁଲ ରୂପାନ୍ତରିତ ହେବ । ଏହି ଅବସରରେ ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ଯୋଡି ହୋଇଥିବା ଛାତ୍ରଛାତ୍ରୀ ମାନଙ୍କୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ ଛାତ୍ରଛାତ୍ରୀ ମାନଙ୍କ ସଫଳତା ହେଉଛି ଓଡିଶାର ସଫଳତା । ୫-ଟି ସ୍କୁଲ ଗୁଡିକରେ ପିଲାମାନଙ୍କୁ ସବୁ…

Read More

ଭୁବନେଶ୍ୱର: ଝାରସଗୁଡା ଉପନିର୍ବାଚନର ଗତକାଲି ଚୁଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ଏନେଇ ନିର୍ବାଚନ ମଣ୍ଡଳୀରେ ଉପନିର୍ବାଚନ ପ୍ରଚାର ବେଶ୍ ସରଗରମ ହୋଇଛି। ନିର୍ବାଚନ କମିଶନଙ୍କ ନିୟମ ଅନୁଯାୟୀ ଉପନିର୍ବାଚନ ହେଉଥିବା ନିର୍ବାଚନ ମଣ୍ଡଳୀରେ ୩ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି କାର୍ଯ୍ୟ କରୁଥିବା ସରକାରୀ ଅଧିକାରୀମାନଙ୍କୁ ବଳଦି କରାଯାଇଥାଏ। ସେହି ଅନୁଯାୟୀ ଝାରସୁଗୁଡା ଉପନିର୍ବାଚନ ପରିପ୍ରେକ୍ଷିରେ ଗତ ମାର୍ଚ୍ଚ ୧୮ତାରିଖରେ ଝାରସୁଗୁଡାରେ କାର୍ଯ୍ୟରତ ୧୦ଜଣ ପୋଲିସ ଅଧିକାରୀଙ୍କୁ ବଦଳି ନିର୍ଦ୍ଦେଶ ପ୍ରକାଶ ପାଇଥିଲା। ଏହା ଭିତରେ ବଦଳିର ୩୭ଦିନ ବିତି ଯାଇଥିଲେ ମଧ୍ୟ ଏଯାଏଁ କୌଣସି ଅଧିକାରୀଙ୍କୁ ସେଠାରୁ କାର୍ଯ୍ୟରୁ ନିବୃତ କରାଯାଇ ନାହିଁ। ଫଳରେ ଝାରସୁଗୁଡା ଉପନିର୍ବାଚନ ପ୍ରଚାରର କ୍ରିୟା କଳାପରେ ଶାସକ ଦଳ ସପକ୍ଷରେ ସେମାନେ ପ୍ରଚାର କାର୍ଯ୍ୟ କରୁଥିବାର ଦେଖାଯାଉଛି। ବଦଳି ହୋଇଥିବା ଅଧିକାରୀମାନେ ସେ ସ୍ଥାନ ନଛାଡିବା ପର୍ଯ୍ୟନ୍ତ ଅବାଧ, ମୁକ୍ତ ନିର୍ବାଚନ ସମ୍ଭବ ନୁହେଁ। ତୁରନ୍ତ ବଦଳି କରାଯାଇଥିବା ପୋଲିସ ଅଧିକାରୀଙ୍କୁ ଝାରସୁଗୁଡାରୁ…

Read More

ଭୁବନେଶ୍ବର: ଆଜି ଉତ୍କଳ ବିଶ୍ୱବିଦ୍ୟାଳୟର ନୃତତ୍ତ୍ୱ ବିଜ୍ଞାନ ବିଭାଗ ଏବଂ ସ୍କୁଲ ଅଫ୍ ଆଦିବାସୀ ଅଧ୍ୟୟନ ଏବଂ ସ୍ୱଦେଶୀ ଅନୁସନ୍ଧାନ ଆଦିବାସୀ ଭାଷାର ସଂରକ୍ଷଣକୁ ପ୍ରୋତ୍ସାହିତ କରିବା ପାଇଁ ଏକ କର୍ମଶାଳା ଆୟୋଜନ କରାଯାଇଥିଲା। “ଦୋଛକିରେ ଆଦିବାସୀ ଭାଷା: ଭବିଷ୍ୟତ ପାଇଁ ବିକଳ୍ପ” ଶୀର୍ଷକ ଏହି କାର୍ଯ୍ୟକ୍ରମରେ ଭାରତର ବିପଦରେ ଥିବା ଆଦିବାସୀ ଭାଷା ଏବଂ ସେମାନଙ୍କୁ ସଂରକ୍ଷଣର ଆବଶ୍ୟକତା ବିଷୟରେ ସଚେତନତା ସୃଷ୍ଟି କରାଯାଇଥିଲା। ଡକ୍ଟର ସାନ୍ତନୁ କୁମାର ଦାସଙ୍କ ସ୍ୱାଗତ ସହିତ କର୍ମଶାଳା ଆରମ୍ଭ ହୋଇଥିଲା। ଡ. ଦାସ ବକ୍ତାମାନଙ୍କୁ ପରିଚିତ କରାଇ ଆଦିବାସୀ ଭାଷା ସଂରକ୍ଷଣର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ଏହି ବକ୍ତାମାନଙ୍କ ମଧ୍ୟରେ ମୁଖ୍ୟ ଅତିଥି ଭାବେ ଉତ୍କଳ ବିଶ୍ୱବିଦ୍ୟାଳୟର ମାନ୍ୟବର କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ, ସ୍ନାତକୋତ୍ତର ପରିଷଦ ଅଧ୍ୟକ୍ଷ ପ୍ରଫେସର ଦୁର୍ଗା ଶଙ୍କର ପଟ୍ଟନାୟକ, କୁଳସଚିବ ଡ.ଅଭୟ କୁମାର ନାୟକ, ନୃତତ୍ତ୍ୱ ବିଜ୍ଞାନ ବିଭାଗର ମୁଖ୍ୟ କାହ୍ନୁ ଚରଣ ଶତପଥୀ ଯୋଗଦେଇଥିଲେ।…

Read More

ଭୁବନେଶ୍ୱର: ଓଡିଶା ପର୍ଯ୍ୟଟନ ଉନ୍ନୟନ ନିଗମ ଏବଂ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ସୁଶାସନ ନିମନ୍ତେ ମୂଲ୍ୟବୋଧ ଓ ଆଧ୍ୟାତ୍ମିକତା ସଂପର୍କିତ ଆଲୋଚନା ଚକ୍ର ଓଟିଡିସି ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି। ଏହି ଅବସରରେ ଓଟିଡିସି ଅଧ୍ୟକ୍ଷ ଡଃ ଲେନିନ ମହାନ୍ତି କହିଲେ ଯେ ପ୍ରତ୍ୟେକ ବ୍ୟକ୍ତି ନିଜର ଆଧ୍ୟାତ୍ମିକତା ଚେତନାକୁ ବ୍ୟାପକ କରିବା ହେଉଛି ଆଜିର ସମୟର ଆହ୍ୱାନ। ଗ୍ରାହକମାନଙ୍କୁ ଉନ୍ନତ ସେବା ଯୋଗାଇ ଦେବାରେ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟର ଭଗିନୀମାନଙ୍କ ଦ୍ୱାରା ପ୍ରଦତ୍ତ ମାର୍ଗଦର୍ଶନ ସହାୟକ ହେବା ନେଇ ସେ ଆସ୍ଥାପ୍ରକଟ କରିଥିଲେ। ଏହି ଅବସରରେ ବ୍ରହ୍ମାକୁମାରୀ ଭଗିନୀମାନଙ୍କୁ ଧନ୍ୟବାଦ ଦେଇ ଡଃ ମହାନ୍ତି କହିଲେ ଯେ ଆଜିର ଆଲୋଚନା ଚକ୍ର ସକରାତ୍ମକ ପ୍ରଭାବ ପକାଇବାରେ ସହାୟକ ହେବ। ଉକ୍ତ ଆଲୋଚନା ଚକ୍ରରେ ଅନ୍ୟମାନଙ୍କ ମଧ୍ୟରେ ଓଟିଡିସିର ଡିଭିଜନ ମ୍ୟାନେଜର ଶ୍ରୀ ଅଂଶୁମାନ ରଥ, ଶ୍ରୀ ଅଭିଜିତ ସ୍ୱାଇଁ, ଶ୍ରୀ ଆନନ୍ଦ ମହାପାତ୍ର, ଶ୍ରୀ ପ୍ରଶାନ୍ତ ପଣ୍ଡା…

Read More

ଭୁବନେଶ୍ବର: ବଲାଙ୍ଗୀର ଜିଲ୍ଲା ପାଟନାଗଡ଼ ଅଞ୍ଚଳର ଜଣେ ୨୬ବର୍ଷିୟ ଯୁବକ ନୀରୂପ ସାହୁ ବୃତ୍ତିରେ ଜଣେ ଡ୍ରାଇଭର ଅଟନ୍ତି । ସେ ପରିବାରରେ ଏକମାତ୍ର ରୋଜଗାରକ୍ଷମ ସଦସ୍ୟ, ଯିଏକି ପ୍ରତିଦିନ ଗାଡ଼ି ଚଳାଇ ପାଞ୍ଚପ୍ରାଣୀ କୁଟୁମ୍ବଙ୍କ ପେଟ ପୋଷନ୍ତି । ନୀରୂପ ଗତ ଏପ୍ରିଲ ୧୦ତାରିଖରେ ଗାଡ଼ି ଚଲାଇ ଯାଉଥିବା ବେଳେ ହଠାତ୍ ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ । ତାଙ୍କୁ ସଙ୍ଗେସଙ୍ଗେ ବାରିପଦାସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତାଙ୍କ ଗୋଡ଼ରେ ଗଭୀର ଆଘାତ ଲାଗିଥିବାରୁ ରକ୍ତ ବୋହିବା ବନ୍ଦ ହେଉନଥିବାରୁ ଡାକ୍ତର ତାଙ୍କୁ କଟକ ବଡ଼ ମେଡ଼ିକାଲ ସ୍ଥାନାନ୍ତର କରିବାକୁ ପରାମର୍ଶ ଦେଇଥିଲେ । ସେଠାରୁ ସେ କଟକ ବଡ଼ ମେଡ଼ିକାଲ ସ୍ଥାନାନ୍ତର ହୋଇଥିଲେ କିନ୍ତୁ ତାଙ୍କୁ ଉନ୍ନତମାନର ପ୍ଲାଷ୍ଟିକସର୍ଜରି ଚିକିତ୍ସା ଆବଶ୍ୟକ ଥିବାରୁ କୌଣସି ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର ହେବା ପାଇଁ ପରାମର୍ଶ ଦିଆଯାଇଥିଲା । ପରିବାରବର୍ଗ ଅସହାୟ ହୋଇ ଓଡ଼ିଶା-ମୋ…

Read More

ସୀତାରାମ ଅଗ୍ରୱାଲ ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅଞ୍ଚଳର ଜଣେ ଦୁର୍ଦାନ୍ତ ଅପରାଧୀଙ୍କୁ ଆଜି ଗିରଫ କରିଛି ପୋଲିସ। ଅପରାଧୀ ଜଣକ ହେଉଛନ୍ତି ଚନ୍ଦ୍ରାପୁଟ ଗ୍ରାମର ମାନସ ଦାସ। ମାନସ ଙ୍କ ନାମରେ ୧୪ ଗୋଟି ଅପରାଧିକ ମାମଲା ଏବଂ ଦୁଇ ଗୋଟି ଏନବିଡବ୍ଲୁ ରହିଛି। ତନ୍ମଧ୍ୟରୁ ତିନି ଗୋଟି ମରଣାନ୍ତକ ଆକ୍ରମଣ ମାମଲା ରହିଛି। ପୋଲିସ ସୂଚନା ଅନୁଯାୟୀ ମାନସ ଦୀର୍ଘ ଦିନ ଧରି ବେଆଇନ ମଦ ବେପାରରେ ଜଡ଼ିତ ଥିଲେ । ତାଙ୍କୁ ପୁର୍ବରୁ ମଧ୍ୟ ଏକାଧିକ ଥର ପୋଲିସ ଗିରଫ କରିବା ପାଇଁ ଚଢ଼ାଉ କରିଥିଲେ ସୁଦ୍ଧା ସେ ଖସି ପଳେଇବାରେ ସଫଳ ହେଉଥିଲେ। ତେବେ ନିକଟରେ ତାଙ୍କରି ଗ୍ରାମର ସନ୍ତୋଷ ମାଳି ନାମକ ବ୍ୟକ୍ତିଙ୍କୁ ମଦ ବ୍ୟବସାୟରେ ଶତ୍ରୁତା କୁ ନେଇ ମାନସ ମରଣାନ୍ତକ ଆକ୍ରମଣ କରିଥିଲେ। ଫଳରେ ପୋଲିସ କେସ ନମ୍ବର ୯୬/୨୩ ଦଫା ୩୦୭ ରେ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ…

Read More

ଭୁବନେଶ୍ବର: ବେଙ୍ଗୁଲୁରରେ ଥିବା ଜାତୀୟ ମାନସିକ ସ୍ବାସ୍ଥ୍ୟ ଏବଂ ନ୍ୟୁରୋଲୋଜି ସଂସ୍ଥା ବା ‘ନିମାହାନସ’ ଗୋପାଳ ଦାସର ମାନସିକ ପରୀକ୍ଷା କରିବାକୁ ମନା କରିଦେଲା। ସଂସ୍ଥା ତରଫରୁ କୁହାଯାଇଛି ଯେ, ରୋଗୀଙ୍କୁ ଏହି ସଂସ୍ଥାକୁ ନ ଆଣି ତାଙ୍କର ସ୍ଥିତି ଜାଣିବା ସମ୍ଭବ ନୁହେଁ। ଆମର ସଂସ୍ଥାରେ ଯେଉଁ ସୁବିଧା ରହିଛି ତାହା ବାହାରେ କେଉଁଠି ନାହିଁ। ସେଥିପାଇଁ ଏଠାରୁ ବିଶେଷଜ୍ଞ ଦଳ ବାହାରେ ଯାଇ ପରୀକ୍ଷା କରିବା ସମ୍ଭବ ନୁହେଁ ବୋଲି ଓଡିଶା କ୍ରାଇମ ବ୍ରାଞ୍ଚକୁ ଜଣାଇ ଦେଇଛନ୍ତି। ନବ ଦାସକୁ ହତ୍ୟା କରିଥିବା ଅଭିଯୋଗରେ ଗିରଫ ହୋଇଥିବା ଗୋପାଳ ଦାସର ମାନସିକ ସ୍ଥିତି ଜାଣିବା ପାଇଁ କ୍ରାଇମ ବ୍ରାଞ୍ଚ ନିମାହାନସ ସଂସ୍ଥାକୁ ଆବେଦନ କରିଥିଲା। ଏଥିରେ କୁହାଯାଇଥିଲା ଯେ, ଗୋପାଳକୁ ବାହାରକୁ ନେବା ପାଇଁ କୋର୍ଟ ମନା କରିଛନ୍ତି। ସେଥିପାଇଁ ସଂସ୍ଥାର ଏକ ବିଶେଷଜ୍ଞ ଦଳ ଓଡିଶା ଆସି ଚୌଦ୍ବାର ଜେଲରେ ପରୀକ୍ଷା କରନ୍ତୁ। ଯାହାକୁ ନିମହାନସ ସଂସ୍ଥା…

Read More

ଭୁବନେଶ୍ବର: ଏଣିକି ମାସ୍କ ପିନ୍ଧିବା ନିୟମକୁ ଲାଗୁ କର। ବର୍ତ୍ତମାନ ଯେପରି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି ସେଥିରେ ମାସ୍କ ପିନ୍ଧିବା ନିହାତି ଜରୁରୀ। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ରାଜ୍ୟର ସମସ୍ତ ଡାକ୍ତରଖାନାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିରେ କୁହାଯାଇଛି ଯେ, ସ୍ବାସ୍ଥ୍ୟ କର୍ମଚାରୀମାନେ ଡାକ୍ତରଖାନାରେ କାମ କରିବା ବେଳେ ମାସ୍କ ପିନ୍ଧିବା ନିୟମକୁ ଲାଗୁ କର। ଏପରିକି ଅପରେସନ ଥିଏଟର, କନଫ୍ରେନସ ହଲ, ଆଇସିୟୁ ପ୍ରଭୃତି ଋଦ୍ଧ ଦ୍ବାର କାର୍ଯ୍ୟ କରୁଥିବା କର୍ମଚାରମାନେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କର। ବିନା ମାସ୍କରେ କାହାକୁ କାମ କରିବାକୁ ସୁଯୋଗ ଦିଅ ନାହିଁ ବୋଲି ଏହି ନିର୍ଦ୍ଦେଶରେ କୁହାଯାଇଛି। ଏହି ନିର୍ଦ୍ଦେଶରେ ଏହା ମଧ୍ୟ କୁହାଯାଇଛି ଯେ, ଯେଉଁମାନେ ଡାକ୍ତରଖାନାକୁ ଆସୁଛନ୍ତି ସେମାନଙ୍କୁ ମଧ୍ୟ ବିନା ମାସ୍କରେ ଭିତରେ ବୁଲିବାକୁ ଅନୁମତି ଦିଅ ନାହିଁ। ରାଜ୍ୟରେ ବର୍ତ୍ତମାନ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ସ୍ବାସ୍ଥ୍ୟ…

Read More

ପୁରୀ: ଗତକାଲି ପବିତ୍ର ଅକ୍ଷୟ ତୃତୀୟା ଉପଲକ୍ଷେ ପୁରୀ ରଥଖଳାରେ ଆରମ୍ଭ ହୋଇଛି ମହାପ୍ରଭୃଙ୍କ ରଥଯାତ୍ରା ପାଇଁ ରଥକାମ। ଗତକାଲି ତିନୋଟି କାଠକୁ ଆଜ୍ଞାମାଳ ନେଇ ପୂଜା କରିବା ପରେ ଏହି କାମର ଶୁଭାରମ୍ଭ ହୋଇଥିଲା। ଆଜି ରଥ ଖଳାରେ କରତି ସେବକମାନେ ତିନି ରଥର ଦୁଇଟି ଲେଖାଏଁ ତୁମ୍ବ କାଠ କାଟିଥିଲେ। ଦୁଇଟି ଲେଖାଏଁ ତୁମ୍ବରୁ ତିନିରଥର ମହାରଣାମାନେ ବାରିସୀରେ ହାଣି ଗୋଟେ ଲେଖାଏଁ ତୁମ୍ଭ ଗୋଲେଇ କାର୍ଯ୍ୟ ସମ୍ପନ୍ନ କରିଛନ୍ତି।

Read More

ଭୁବନେଶ୍ବର: ଆଜିଠାରୁ ଝାରସୁଗୁଡା ମଇଦାନ କମ୍ପିବ। କାରଣ ଗତକାଲି ପ୍ରାର୍ଥୀପତ୍ର ପ୍ରତ୍ୟାହାର ପରେ ବର୍ତ୍ତମାନ ୯ ଜଣ ପ୍ରତିଦ୍ବନ୍ଦିତା କରିବାକୁ ରହିଲେ। ଏହି ଉପନିର୍ବାଚନ ପାଇଁ ସମୁଦାୟ ୧୦ ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିଲେ। ହେଲେ ଭୁବନେଶ୍ୱର ଗର୍ତିଆ ନାମକ ଜଣେ ପ୍ରାର୍ଥୀ ତାଙ୍କର ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିନେବାରୁ ଉପନିର୍ବାଚନ ମଇଦାନରେ ୯ ଜଣ ପ୍ରାର୍ଥୀ ଅବତୀର୍ଣ୍ଣ ହୋଇଛନ୍ତି। ସେମାନେ ହେଲେ ଭାରତୀୟ ଜନତା ପାର୍ଟିର ଟଙ୍କଧର ତ୍ରିପାଠୀ, ଭାରତୀୟ ଜାତୀୟ କଂଗ୍ରେସର ତରୁଣ ପାଣ୍ଡେ, ବିଜୁ ଜନତା ଦଳର ଦୀପାଳି ଦାସ, ଓଡ଼ିଶା ପ୍ରଗତି ଦଳର ଜନ୍ମା ରୋହିଦାସ, ଓଡ଼ିଶା ଜନତା ପାର୍ଟିର ମନୀଷ ଶର୍ମା, କଳିଙ୍ଗ ସେନାର ମହିନ୍ଦ୍ର ପଟ୍ଟନାୟକ, ସ୍ୱାଧୀନ ପ୍ରାର୍ଥୀ ବିଜୟ କୁମାର ଜାଳାନ, ସ୍ୱାଧୀନ ପ୍ରାର୍ଥୀ ମହେନ୍ଦ୍ର ଲୁହା ଓ ସ୍ୱାଧୀନ ପ୍ରାର୍ଥୀ ଜ୍ଞାନେନ୍ଦ୍ର ବେହେରା ପ୍ରମୁଖ ଝାରସୁଗୁଡ଼ା ଉପନିର୍ବାଚନରେ ପ୍ରତିଦ୍ୱନ୍ଦିତା କରୁଛନ୍ତି। ତେବେ ଏହି ଉପନିର୍ବାଚନରେ ମୁଖ୍ୟତଃ ବିଜେଡିର ଦୀପାଳି…

Read More

ଭୁବନେଶ୍ବର: ଆଜିଠାରୁ କଟକ ବାଲିଗୁଡା ନୂଆ ହାଇଟେକ ବସ ସେବା ଆରମ୍ଭ ହୋଇଛି। ଏହାଦ୍ବାରା ଏହି ରୁଟରେ ଯାଉଥିବା ଯାତ୍ରୀଙ୍କ ପାଇଁ ଏକ ଖୁସି ଖବର। କାରଣ ଏହି ରୁଟରେ ହାଇଟେକ ବସରେ ଯିବା ସୁବିଧା ଆଗରୁ ନ ଥିଲା। ଓଡିଶା ରାଜ୍ୟ ସଡକ ପରିବହନ ବିଭାଗ ଦ୍ବାରା ଏହି ସେବା ଆରମ୍ଭ କରାଯାଇଛି। କଟକରୁ ଏହ ବସ ଭୋର 4 ଟା 40ରେ ବାହାରି ଦିନ ଗୋଟାଏ ବେଳେ ବାଲିଗୁଡାରେ ପହଞ୍ଚିବ। ଏଥିପାଇଁ ଓଏସଆରଟିସି ତରଫରୁ ଟିକେଟ ବୁକିଂ ଆରମ୍ଭ କରାଯାଇଛି।

Read More

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡ଼ିୟମ ଭୁବନେଶ୍ୱରଠାରେ ଶାରୀରିକ ଶିକ୍ଷା ଶିକ୍ଷକମାନଙ୍କର ରାଜ୍ୟସ୍ତରୀୟ ପ୍ରଶିକ୍ଷଣ ଶିବିର ଉଦଘାଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ଶିକ୍ଷା ପରାମର୍ଶଦାତା ଶ୍ରୀ ଉପେନ୍ଦ୍ର ନାଥ ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଶାରୀରିକ ଶିକ୍ଷାର ବୃହତ ପରିସର ତଥା ଛାତ୍ରଛାତ୍ରୀଙ୍କର ବ୍ୟକ୍ତିତ୍ୱର ପୂର୍ଣ୍ଣାଙ୍ଗ ବିକାଶରେ ଶାରୀରିକ ଶିକ୍ଷାର ମହତ୍ତ୍ୱ ସଂପର୍କରେ ଆଲୋକପାତ କରିଥିଲେ। ଶ୍ରୀ ତ୍ରିପାଠୀ, ଓଡ଼ିଶା ସରକାର ବିଦ୍ୟାଳୟ ସ୍ତରରେ ଶାରୀରିକ ଶିକ୍ଷାକୁ ଗୁରୁତ୍ୱ ଦେଉଥିବା କଥା ପ୍ରକାଶ କରିବା ସହିତ ଅଧିକରୁ ଅଧିକ ଛାତ୍ରଛାତ୍ରୀମାନଙ୍କୁ ଶାରୀରିକ ଶିକ୍ଷା ସଂପର୍କିତ କାର୍ଯ୍ୟକ୍ରମରେ ସାମିଲ କରିବାକୁ ଉପସ୍ଥିତ ଶାରୀରିକ ଶିକ୍ଷକମାନଙ୍କୁ ଆହ୍ୱାନ ଦେଇଥିଲେ। ଅନ୍ୟପକ୍ଷରେ ଓସେପାର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ଅନୁପମ ସାହା, ଓଡ଼ିଶାରେ ବିଦ୍ୟାଳୟ ରୂପାନ୍ତରଣ ଅବସରରେ ଶାରୀରିକ ଶିକ୍ଷା ଶିକ୍ଷକମାନଙ୍କୁ ଯୁଗ ଉପଯୋଗୀ ପ୍ରଶିକ୍ଷଣର ଆବଶ୍ୟକତା ଉପରେ ନିଜର ମତ ରଖିବା ସହିତ ଉପସ୍ଥିତ ଶାରୀରିକ ଶିକ୍ଷା ଶିକ୍ଷକମାନଙ୍କୁ…

Read More

ନୂଆଦିଲ୍ଲୀ: ଚାଣକ୍ୟ ନୀତିରେ ରହିଛି ଯେ , ଯଦି ଆପଣ କୌଣସି ଗୁରୁତ୍ବ ପୂର୍ଣ୍ଣ କାମଟିଏ କରିବାକୁ ଯାଉଛନ୍ତି ତେବେ ତାହାକୁ ବାହାରେ ପ୍ରଘଟ କରନ୍ତୁ ନାହିଁ। ଯଦି ଆପଣ ଏକ ଭଲ କାମ ବା ଚାକିରୀ ପାଇଁ ଚେଷ୍ଠା କରୁଛନ୍ତି, ତେବେ ତାହା ସଫଳ ହେବା ପରେ କୁହନ୍ତୁ। ଆପଣଙ୍କ କାମ ଶେଷ ନ ହେବା ପୂର୍ବରୁ ଯଦି ପ୍ରଘଟ କଲେ ତେବେ ତାହା ଆଉ ହେବ ନାହିଁ। ସେଥିପାଇଁ ଚାଣକ୍ୟ କହିଛନ୍ତି ଆପଣଙ୍କ କାମ ଗୋପନରେ କରନ୍ତୁ। ଏହି କାମରେ ଯଦି କାହାର ଆବଶ୍ୟକତା ଥାଏ ତେବେ ତାଙ୍କ ସହିତ ଆଲୋଚନା କରନ୍ତୁ। କିନ୍ତୁ ଅନ୍ୟ କାହା ସହିତ ନୁହେଁ। ଆଚାର୍ଯ୍ୟ ଚାଣକ୍ୟ ଆଉ ଏକ କଥା କହିଛନ୍ତି। ତାହା ହେଲା ଯଦି କୌଣସି କାମ ପୂର୍ବରୁ ଆପଣ ପ୍ରଘଟ କଲେ ଏବଂ କାମଟି ପରେ ବିଫଳ ହେଲା, ତେବେ ଆପଣ ଲୋକହସା ହେବେ। ଆପଣଙ୍କ କାମଟି ସଫଳ…

Read More

ସୀତାରାମ ଅଗ୍ରୱାଲ ବାଲୁଗାଁ : ସୋମବାର ଅପରାହ୍ନରେ ବାଲୁଗାଁ ସ୍ଥିତ ଡ଼ିଏଭି ଗୁରୁକୂଳ ବିଦ୍ୟାଳୟର ପ୍ରଥମ ବାର୍ଷିକ ଉତ୍ସବ ବିଦ୍ୟାଳୟ ପରିସରରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ନୂତନ ଦିଗନ୍ତର ନୂତନ ଚିନ୍ତାଧାରା ନେଇ ପ୍ଲାଣ୍ଟରୋମା ଉତ୍ସବରେ ମୁଖ୍ୟ ଅତିଥି ଭାବେ ଖୋର୍ଦ୍ଧା ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗୋପୀନାଥ ମହାରଣା,ମୁଖ୍ୟ ବକ୍ତା ଭାବେ ଚିଲିକା ଏବିଇଓ ନିଳାଦ୍ରୀ ଭୂଷଣ ଦାସ ଯୋଗଦେଇଥିଲେ। ସେହିପରି ସମ୍ମାନିତ ଅତିଥି ଭାବେ ନନ୍ଦପୁର ସରପଞ୍ଚ ପୁଷ୍ପମିତ୍ର ଖୁଣ୍ଟିଆ,ଗୁରୁକୂଳ ଶିକ୍ଷା ନିର୍ଦେଶକ ଜ୍ୟୋତି ପ୍ରକାଶ ତ୍ରିପାଠୀ, ଅବସରପ୍ରାପ୍ତ ଏବିଡିଓ କାଳୁ ଚରଣ ସାମନ୍ତରାୟ, ବାଙ୍କନିଧି ଏଜୁକେସନାଲ ଆଣ୍ଡ ଚାରିଟେବୁଲ ଟ୍ରଷ୍ଟ ସଦସ୍ୟ ସୁଧୀର ପଲାଇ ପ୍ରମୁଖ ଯୋଗ ଦେଇଥିଲେ। ପ୍ରାରମ୍ଭିକ କାର୍ଯ୍ୟକ୍ରମରେ ଖୋର୍ଦ୍ଧା ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗୋପୀନାଥ ମହାରଣା ବକ୍ରତୁଣ୍ଡ ମହାବିନାୟକଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରି ଅତିଥିମାନଙ୍କ ଗହଣରେ ପ୍ରଦୀପ ପ୍ରଜ୍ବଳନ କରି ଉଦଘାଟନ କରିଥିଲେ। ବିଦ୍ୟାଳୟର ପ୍ରତିଷ୍ଠାତା ପ୍ରଶାନ୍ତ କୁମାର ମହାପାତ୍ରଙ୍କ ସଭାପତିତ୍ଵରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ…

Read More

ଭୁବନେଶ୍ବର: ଜୀବନର ଆଇନା ହେଉଛି ସ୍ବପ୍ନ। ସ୍ବପ୍ନ ଶାସ୍ତ୍ର ପୂରାପୂରି ସ୍ବପ୍ନ ଉପରେ ଆଧାରିତ। ଏହି ଶାସ୍ତ୍ରରେ ସ୍ବପ୍ନ ବିଷୟରେ ଲେଖାଯାଇଛି। ତେବେ ଆସନ୍ତୁ ଜାଣିବା ସ୍ବପ୍ନରେ ଜୀବଜନ୍ତୁଙ୍କୁ ଦେଖିବା ଶୁଭ ନା ଅଶୁଭ। ମାନ୍ୟତା ଅନୁସାରେ ସ୍ବପ୍ନରେ କିଛି ଜୀବଜନ୍ତୁଙ୍କୁ ଦେଖିଲେ ଖାସ୍‌ ଯୋଗ ହୋଇଥାଏ। ଗାଈ: ସ୍ବପ୍ନ ଶାସ୍ତ୍ର ଅନୁସାରେ ସ୍ବପ୍ନରେ ଗାଈ ଦେଖିବା ବହୁତ ଶୁଭ ହୋଇଥାଏ। କୁହାଯାଏ ସ୍ବପ୍ନରେ ଗାଈକୁ ଦେଖିଲେ ଭାଗ୍ୟ ଖୋଲିଥାଏ। ଗାଈ ଅର୍ଥାତ୍‌ ଗୋମାତାଙ୍କଠାରେ ୩୩ କୋଟି ଦେବୀଦେବତା ବାସ କରିଥା’ନ୍ତି। ଗାଈଙ୍କୁ ସ୍ବପ୍ନରେ ଦେଖିବା ଅର୍ଥ ଈଶ୍ବରଙ୍କ କୃପା ମିଳିଥାଏ। ହାତୀ: ହାତୀକୁ ଐଶ୍ବର୍ଯ୍ୟର ପ୍ରତୀକ ରୂପେ ମନାଯାଏ। ଯଦି ସ୍ବପ୍ନରେ କେହି ହାତୀ ଦେଖନ୍ତି, ତେବେ ଏହା ଅତ୍ୟନ୍ତ ଶୁଭ ଫଳ ଦେଇଥାଏ। ହାତୀ ସ୍ବପ୍ନରେ ଦେଖିଥିବା ବ୍ୟକ୍ତିଙ୍କୁ ଜୀବନରେ ଉନ୍ନତି ମିଳିଥାଏ। ସୁଖ ସମୃଦ୍ଧି ପ୍ରାପ୍ତ ହୋଇଙଥାଏ। କୁହାଯାଏ ହାତୀ ସ୍ବପ୍ନ ଦେଖିବା ପରେ ମାତା ଲକ୍ଷ୍ମୀଙ୍କୁ…

Read More

ନୂଆଦିଲ୍ଲୀ, ଆଜିକାଲି ପ୍ରତ୍ୟେକ ଘରେ ତୁଳସୀ ଗଛ ଦେଖିବାକୁ ମିଳେ। ପରିବାରରେ ସୁଖ ଏବଂ ସମୃଦ୍ଧତା ଆଣିବା ପାଇଁ ତୁଲସୀଙ୍କୁ ପୂଜା କରାଯାଏ। ସେହିପରି ତୁଲସୀ ମାଳା ପିନ୍ଧିବା ଭଲ ବୋଲି ବିବେଚନା କରାଯାଏ। କୁହାଯାଏ ଯେ ଯଦି ଭଗବାନ ବିଷ୍ଣୁ ଏବଂ କୃଷ୍ଣଙ୍କ ଭକ୍ତମାନେ ତୁଳସୀ ମାଳ ପିନ୍ଧନ୍ତି, ତେବେ ସେମାନେ ବହୁତ ଲାଭ ପାଆନ୍ତି। ତୁଳସୀ ମାଳ ପିନ୍ଧିବାର ଲାଭ: ବେକରେ ତୁଳସୀ ମାଳ ପିନ୍ଧିବା ଦ୍ୱାରା ଜୀବଶକ୍ତି ବୃଦ୍ଧି ପାଇଥାଏ, ଅନେକ ରୋଗରୁ ମୁକ୍ତି ମଧ୍ୟ ମିଳିଥାଏ। ଏହାକୁ ବେକରେ ପିନ୍ଧିବା ଦ୍ୱାରା ଶରୀରକୁ ସଫା, ରୋଗମୁକ୍ତ ଏବଂ ସ୍ବାତିକ ହୋଇଥାଏ। ତୁଳସୀ ମାଳ ସହିତ ଭଗବାନଙ୍କ ନାମ ଜପ କରିବା ଏବଂ ଏହାକୁ ବେକରେ ପିନ୍ଧିବା ଆବଶ୍ୟକୀୟ ଆକ୍ୟୁପ୍ରେସର ପଏଣ୍ଟ ଉପରେ ଚାପ ପକାଇଥାଏ, ଯାହା ମାନସିକ ଉତ୍ତେଜନାକୁ ଉପକାର କରିଥାଏ, ସଂକ୍ରାମକ ରୋଗରୁ ରକ୍ଷା କରିଥାଏ। ଶରୀର-ସ୍ୱାସ୍ଥ୍ୟରେ ଉନ୍ନତି ଆଣେ ଏବଂ ଦୀର୍ଘାୟୁ କରିବାରେ…

Read More

ଭୁବନେଶ୍ବର: ବଗିଚା କାହାକୁ ବା ଭଲ ନ ଲାଗେ। ଯଦିଓ ଆମ ସହରୀ ଜୀବନରେ ଜାଗାର ଅଭାବ ହେତୁ ଆମେ ବଗିଚା କରିପାରୁନାହିଁ, କିନ୍ତୁ କିଚେନ୍‌ ଗାର୍ଡେନ୍‌ କରୁଛୁ। ବାଲ୍‌କୋନୀ ହେଉ ଅଥବା ଟେରେସ୍‌ ସବୁଠି କୁଣ୍ଡ କିମ୍ବା ଅନ୍ୟ ଉପାୟରେ ଗଛ ଲଗାଉଛୁ। ଆଜିକାଲି ଘର ଭିତରେ ଗଛ ଲଗାଇ ତାକୁ ଏକ ସୁନ୍ଦର ସାଜସଜ୍ଜା ଦିଆଯାଇପାରୁଛି। ତେବେ ଆସନ୍ତୁ ଜାଣିବା କେଉଁ କେଉଁ ଗଛ ଲଗାଇବା ଦ୍ବାରା ଘରେ ସୁଖ ସମୃଦ୍ଧି ରହିଥାଏ। ମାତାଲକ୍ଷ୍ମୀଙ୍କର ଆଶୀର୍ବାଦ ରହିଥାଏ। ଯଦି ଆପଣ ଘରେ ବଗିଚା ପାଇଁ ପ୍ରସ୍ତୁତ କରୁଛନ୍ତି ତେବେ ଆପଣ ପ୍ରଥମେ କଦଳୀଗଛ ହିଁ ଲଗାନ୍ତୁ। କଦଳୀ ଗଛ ବହୁତ ଉପକାରୀ। ଏହାର  ଯେତିକି ଉପକାରୀ ଏହି ଗଛ ଲଗାଇବା ଦ୍ବାରା ଘରେ ସୁଖ ଶାନ୍ତି ରହିଥାଏ। ତୁଳସୀ ଗଛ ପବିତ୍ର ଓ ପୂଜନୀୟ। ସମସ୍ତେ ଘରେ ଘରେ ତୁଳସୀ ଗଛ ଲଗାଇଥାନ୍ତି। ତୁଳସୀ ପୂଜନ ତ ସମେସ୍ତ…

Read More

ମେଷ-ଆଜି ଆପଣଙ୍କ ଖର୍ଚ୍ଚ ବଢିବ କିନ୍ତୁ ଆୟ ମଧ୍ୟ ଭଲ ରହିବ । ଆପଣଙ୍କର ସ୍ୱାସ୍ଥ୍ୟ ଭଲ ରହିବ ଏବଂ ଆପଣ ନିଜକୁ ସଜାଇବାକୁ ଚେଷ୍ଟା କରିବ । କାର୍ଯ୍ୟ ସଂପର୍କରେ, ଦୈନନ୍ଦିନ କାର୍ଯ୍ୟ କରିବେ ଏବଂ ଆଜି ଫଳାଫଳ ପାଇବାରେ ବିଳମ୍ବ ହୋଇପାରେ। ଘରଲୋକମାନେ ଆପଣଙ୍କ କାର୍ଯ୍ୟରେ ସହାୟକ ହେବେ ଏବଂ ଆପଣଙ୍କୁ ଆଗକୁ ବଢିବାରେ ସାହାଯ୍ୟ କରିବେ । ବିବାହିତ ଲୋକମାନେ ଘରୋଇ ଜୀବନରେ ସନ୍ତୁଷ୍ଟ ହେବେ, ଯେଉଁମାନେ ପ୍ରେମ ଜୀବନ ବିତାଉଛନ୍ତି, ସେମାନେ ନିଜ ପ୍ରିୟଙ୍କ ସହିତ ବିବାହ ବିଷୟରେ କଥାବାର୍ତ୍ତା କରିପାରିବେ। ବୃଷ–ଆଜି ବ୍ୟବସାୟରେ ଆପଣ ଭଲ ସଫଳତା ପାଇବ ଏବଂ ତୁମେ କଠିନ ପରିଶ୍ରମ କରିବେ। ବିବାହିତ ଲୋକମାନେ ପାରିବାରିକ ଜୀବନକୁ ଉପଭୋଗ କରିବେ ଏବଂ ଜୀବନ ସାଥୀ ସହିତ ଆପଣଙ୍କର ସମ୍ପର୍କକୁ ସୁଦୃଢ ହେବ। ଆଜି କାମ ପାଇଁ ଏକ ଭଲ ଦିନ ହେବ। ଆପଣ ମଧ୍ୟ ନିଜ ହାତରେ କିଛି ନୂଆ…

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ ମନ କୀ ବାତ୍‌ ସମ୍ପର୍କରେ ଦେଶର ୯୬ ପ୍ରତିଶତ ଜନସଂଖ୍ୟା ଅବଗତ ଅଛନ୍ତି । ଏହି କାର୍ଯ୍ୟକ୍ରମ ଦେଶର ୧୦୦ କୋଟି ଶ୍ରୋତାଙ୍କ ନିକଟରେ ପହଞ୍ଚିପାରିଛି, ଯେଉଁମାନେ ମନ କୀ ବାତ୍‌ ସମ୍ପର୍କରେ ଅବଗତ ଅଛନ୍ତି କିମ୍ବା ଅତିକମରେ ଥରେ ଏହି କାର୍ଯ୍ୟକ୍ରମକୁ ଶୁଣିଛନ୍ତି। ପ୍ରସାର ଭାରତୀ ଏବଂ ଭାରତୀୟ ପ୍ରବନ୍ଧନ ପ୍ରତିଷ୍ଠାନ (ଆଇଆଇଏମ) ରୋହତକ ଦ୍ୱାରା ମିଳିତ ଭାବେ କରାଯାଇଥିବା ଏକ ବିସ୍ତୃତ ସର୍ବେକ୍ଷଣରୁ ଏହି ତଥ୍ୟ ମିଳିଛି । ପ୍ରସାର ଭାରତୀ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଗୌରବ ଦ୍ୱିବେଦୀ ଏବଂ ଆଇଆଇଏମ ରୋହତକର ନିର୍ଦ୍ଦେଶକ ଶ୍ରୀ ଧୀରଜ ପି. ଶର୍ମା ଏକ ସାମ୍ବାଦିକ ସମ୍ମିଳନୀରେ ଏହି ଅଧ୍ୟୟନର ଫଳାଫଳ ସମ୍ପର୍କରେ ସୂଚନା ଦେଇଛନ୍ତି। ଅଧ୍ୟୟନରୁ ମିଳିଥିବା ପରିସଂଖ୍ୟାନ ସମ୍ପର୍କରେ ସୂଚନା ଦେଇ ଶ୍ରୀ ଶର୍ମା କହିଛନ୍ତି ଯେ, ୨୩ କୋଟି ଲୋକ ପ୍ରଧାନମନ୍ତ୍ରୀଙ୍କ ରେଡିଓ କାର୍ଯ୍ୟକ୍ରମ…

Read More

ସୀତାରାମ ଅଗ୍ରୱାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ଦାଶରଥୀପୁର ଗ୍ରାମର ଜନୈକ ଯୁବକଙ୍କୁ ପୋଲିସ ପୋକସୋ ଆକ୍ଟ ବଳରେ ଆଜି ଗିରଫ କରିଛି । ଯୁବକ ଜଣକ ଜଣେ ନାବାଳିକାଙ୍କୁ ଅସଦାଚରଣ କରିଥିବା ନାବାଳିକାଙ୍କ ପରିବାର ବର୍ଗ ଗତକାଲି ଥାନାରେ ଅଭିଯୋଗ କରିଥିଲେ । ଫଳରେ ପୋଲିସ ଘଟଣାର ତଦନ୍ତ କରି ଆଜି ଅଭିଯୁକ୍ତଙ୍କୁ ଗିରଫ କରିଛି । ବାଣପୁର ଥାନା ଅଧିକାରୀ ଜୟ ପ୍ରକାଶ ପରିଡାଙ୍କ ସୂଚନା ମୁତାବକ ନାବାଳିକାଙ୍କୁ ମାଡ଼ ମାରିବା ଏବଂ ଅସଦାଚରଣ କରିବା ଅଭିଯୋଗରେ ଅଭିଯୁକ୍ତଙ୍କ ବିରୁଦ୍ଧରେ କେଶ ନମ୍ବର ୧୫୪/୨୩ ରେ ଦଫା ୨୯୪, ୫୦୬,୩୫୪(କ),୩୫୪(ଖ) ଓ ୮ ପୋସ୍କୋ ଧାରା ରେ ମାମଲା ରୁଜୁ କରାଯାଇଛି।

Read More

ଭୁବନେଶ୍ବର: ଆଜି ପ୍ରଦେଶ କଂଗ୍ରେସ କମିଟର ନୂଆ କର୍ମକର୍ତ୍ତାଙ୍କ ନାମ ଘୋଷଣା କରାଯାଇଛି। ନୂଆଦିଲ୍ଲୀ ସ୍ଥିତ ଏଆଇସିସି କାର୍ଯ୍ୟାଳୟରୁ ଏହି ତାଲିକା ପ୍ରକାଶ ପାଇଛି। ଶରତ ପଟ୍ଟନାୟକ ନୂଆ ସଭାପତି ହେବା ପରେ ଏହି ତାଲିକା କରାଯାଇଛି। ଏଥିରେ ପାଞ୍ଚ ଜଣ ବରିଷ୍ଠ ଉପସଭାପତି ଥିବା ବେଳେ ବାର ଜଣ ଉପସଭାପତି ଅଛନ୍ତି। ସେମାନେ ହେଲେ ସେହିପରି ଏହି ତାଲିକାରେ 67 ଜଣଙ୍କୁ କାର୍ଯ୍ୟକାରୀ କମିଟିକୁ ମନୋନିତ କରାଯାଇଛି। ଏଥିରେ ଖୋଦ ସଭାପତି ଶରତ ପଟ୍ଟନାୟକଙ୍କ ସହିତ ନରସିଂହ ମିଶ୍ର, କାହ୍ନୁ ଲେଙ୍କା, କେପି ସିଂହଦେଓ, ନିରଂଜନ ପଟ୍ଟନାୟକ ପ୍ରମୁଖ ରହିଛନ୍ତି। ଏଥିରେ 39 ଜଣଙ୍କୁ ସାଧାରଣ ସଂପାଦକ ଭାବେ ଅନ୍ତର୍ଭୁକ୍ତ କରାଯାଇଛି। ସେମାନେ ହେଲେ ରବିନ୍ଦ୍ର ମଲ୍ଲିକ, ଲଲାଟେନ୍ଦୁ ମହାରଥା, ଘାସିରାମ ମାଝି, ନିମାଇ ସରକାର ପ୍ରମୁଖ ରହିଛନ୍ତି। ଏହି ତାଲିକାରେ 30 ଜଣଙ୍କୁ ସଂପାଦକ ଭାବେ ନିଯୁକ୍ତି ଦିଆଯାଇଛି। ସେମାନେ ହେଲେ ପ୍ରିୟଜିତ ରାୟ, ସନାତନ ମିଶ୍ର, ଅଭିଳାଷ…

Read More