ଭୁବନେଶ୍ୱର : ବିଜେପି ସଭାପତି ମନମୋହନ ସାମଲ ଭଦ୍ରକ ବିକାଶ ନେଇ ଉଠାଇଥିବା ବିଭିନ୍ନ ପ୍ରଶ୍ନର ଉତ୍ତର ରଖିଛନ୍ତି ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ। ସେ ନିଜ ସାମାଜିକ ଗଣମାଧ୍ୟମରେ ମନମୋହନଙ୍କୁ ଜବାବ ଦେଇଛନ୍ତି। ସେ କହିଛନ୍ତି ଯେ, ମନମୋହନ ବାବୁ, ଆମ ଜିଲ୍ଲା ଭଦ୍ରକକୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଟିମ୍ ଆସିବା ପରେ ବାବା ଆଖଣ୍ଡଳମଣି ମନ୍ଦିରର ପାରିପାର୍ଶ୍ୱିକ ଉନ୍ନତି କାର୍ଯ୍ୟ ଆରମ୍ଭ ହୋଇଛି। ଆପଣ ମନ୍ତ୍ରୀ ଏବଂ ବିଧାୟକ ଥିବା ସମୟରେ ମନ୍ଦିରର ବିକାଶ ପାଇଁ କେବେ ଚେଷ୍ଟା ମଧ୍ୟ କରିନଥିଲେ ବୋଲି କହିଛନ୍ତି ବିଜେଡି ବିଧାୟକ ବ୍ୟୋମକେଶ ରାୟ। ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କୁ କଡା ଜବାବ ଦେଇ ଶ୍ରୀ ରାୟ କହିଛନ୍ତି ଯେ ଚାନ୍ଦବାଲିରୁ ଧାମରା ଯିବାକୁ ପୂର୍ବରୁ ୪ ଘଣ୍ଟା ସମୟ ଲାଗୁଥିଲା। ଏବେ ମନ୍ତେଇ ସେତୁ ନିର୍ମାଣ ଯୋଗୁଁ ମାତ୍ର ୪୫ ମିନିଟ୍ ଲାଗୁଛି। ଫଳରେ ହଜାର ହଜାର ଲୋକ ଉପକୃତ ହେଉଛନ୍ତି।…
Author: thesamikhsya
ଭୁବନେଶ୍ୱର: ଏକାମ୍ର ନିର୍ବାଚନ ମଣ୍ଡଳୀର ମହାବୀର ନଗରରୁ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ବିଶ୍ୱଜିତ ଦାଶଙ୍କ ନେତୃତ୍ୱରେ ଜିଲ୍ଲାର ବହୁ ନେତା ତଥା କଂଗ୍ରେସ କର୍ମୀ ଓ ଶୁଭେଚ୍ଛୁମାନେ ନିର୍ଦ୍ଧାରିତ “ଘରେ ଘରେ କଂଗ୍ରେସ- ଘରେ ଘରେ ହାତ” କାର୍ଯ୍ୟକ୍ରମ ପଦଯାତ୍ରା ଆରମ୍ଭ କରାଯାଇଛି। କଂଗ୍ରେସ ନେତୃବର୍ଗ ଏବଂ କର୍ମୀମାନେ ଘରକୁ ଘର ଯାଇ ସେ ଅଂଚଳର ଜନସାଧାରଣଙ୍କୁ ୨୩ ବର୍ଷର ବିଜେଡ଼ି ସରକାରର ପ୍ରତିଶ୍ରୁତି ଓ ପ୍ରତାରଣା ଏବଂ କେନ୍ଦ୍ରର ୧୦ ବର୍ଷର ସରକାରର ତୁହାକୁ ତୁହା ମିଛି ପ୍ରତିଶ୍ରୁତି ଛଡ଼ା ରାଜ୍ୟ ଓ ଦେଶରେ ଜନସାଧାରଣଙ୍କ ମଙ୍ଗଳ ପାଇଁ କିଛି ଗୋଟିଏ ବୋଲି କାମ କରିନାହାନ୍ତି। ରାଜ୍ୟରେ ଏକ ଅଭାବନୀୟ ପରିସ୍ଥିତି ଆଜି ସୃଷ୍ଟି ହୋଇଛି। ଲୋକଙ୍କ ଦ୍ୱାରା ନିର୍ବାଚିତ ବିଜୁଜନତା ଦଳର ସାଂସଦ, ବିଧାୟକ ଓ ବରିଷ୍ଠ ନେତୃଗଣଙ୍କର କୌଣସି କ୍ଷମତା ନାହିଁ। ଏମାନେ ସମସ୍ତେ ନିର୍ଦ୍ଧିଷ୍ଟ ଗୋଟିଏ ସରକାରୀ କର୍ମଚାରୀ ଦ୍ୱାରା ପରିଚାଳିତ। ଯେତେ…
ନୂଆଦିଲ୍ଲୀ: ପାଖେଇଲାଣି ଲୋକସଭା ନିର୍ବାଚନ। ସେଥିପାଇଁ ବିଭିନ୍ନ ଦଳ ତଥା ଆଶାୟୀ ପ୍ରାର୍ଥୀମାନେ ସେମାନଙ୍କର ରଣନୀତି ପ୍ରସ୍ତୁତ କରିସାରିଲେଣି। ଏଥର କେମିତି ନିର୍ବାଚନରେ ବିଜୟ ଲାଭ ହେବ ସେ ନେଇ ଚାଲିଛି ଆଲୋଚନା। କେତେ ଟଙ୍କା ଖର୍ଚ୍ଚ ହେବ, ଟଙ୍କା କେଉଁଠୁ ଆସିବ ସେ ନେଇ ପ୍ରାର୍ଥୀମାନେ ଭିତିରିଆ ପ୍ରସ୍ତୁତି କରୁଛନ୍ତି। ହେଲେ ଏହିପରି ଏକ ସମୟରେ ଭାରତର ଲୋକପ୍ରିୟ ନେତା ତଥା ସଡକ ପରିବହନ ମନ୍ତ୍ରୀ ନୀତିନ ଗଡକରୀଙ୍କ ଏକ ବକ୍ତବ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ମହାରାଷ୍ଟ୍ରର ୱାସିଂମ ଠାରେ ଆୟୋଜିତ ଜାତୀୟ ରାଜପଥ ପ୍ରକଳ୍ପ ଉଦଘାଟନରେ ସେ ଏହି କଥା କହିଛନ୍ତି। ଏହାକୁ ନେଇ ବର୍ତ୍ତମାନ ଜାତୀୟ ରାଜନୀତିରେ ବେଶ ଆଲୋଚନା ହେବାରେ ଲାଗିଛି। କାରଣ ଦେଶର ଜଣେ ବରିଷ୍ଠ ନେତାଙ୍କ ଏପରି ନିର୍ବାଚନ ପ୍ରସ୍ତୁତି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଗଡକରୀ କହିଛନ୍ତି ଯେ, ସେ ଏଥର ନିର୍ବାଚନରେ ଭିନ୍ନ ପ୍ରକାରର ଲଢେଇ କରିବେ। ଏଥର ସେ ନାଗପୁର…
ଭୁବନେଶ୍ବର: କୃଷି କ୍ଷେତ୍ରରେ ଜୈବିକ କୃଷି ଉପାଦାନର ବ୍ୟବହାରକୁ ବୃଦ୍ଧି କରି ରାସାୟନିକ ସାର ବ୍ୟବହାରକୁ ସନ୍ତୁଳିତ କରିବାକୁ ରାଜ୍ୟ ସରକାର ଗୁରୁତ୍ୱ ପ୍ରଦାନ କରୁଛନ୍ତି । କୃଷି ଓ କୃଷକ ସଶକ୍ତିକରଣ ବିଭାଗର ବିଭିନ୍ନ ଯୋଜନାରେ ‘ମୋ ଖତ’, ‘ଜିଆ ଖତ’, ଫାର୍ମ କମ୍ପୋଷ୍ଟ ଆଦିର ପ୍ରୟୋଗକୁ ସୁନିଶ୍ଚିତ କରିବା ପାଇଁ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ଆସନ୍ତା ୭ ଦିନ ମଧ୍ୟରେ ଜୈବିକ କୃଷି ଉପାଦାନର ବ୍ୟବହାର ସମ୍ବନ୍ଧୀୟ ଏକ ମାର୍ଗଦର୍ଶିକା ଉଦ୍ୟାନ କୃଷି ନିର୍ଦ୍ଦେଶକଙ୍କ ତତ୍ତ୍ୱାବଧାନରେ ପ୍ରସ୍ତୁତ କରିବାକୁ ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି। ଆଜି କୃଷି ଭବନଠାରେ ଆୟୋଜିତ ବୈଠକରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ କୃଷି ବିଭାଗର ବିଭିନ୍ନ ଯୋଜନାରେ ଚାରାରୋପଣ କାର୍ଯ୍ୟକ୍ରମରେ ଜୈବିକ କୃଷି ଉପାଦାନର ବ୍ୟବହାର ସଂପର୍କରେ ସମୀକ୍ଷା କରି ବିଭିନ୍ନ କ୍ଷେତ୍ରରେ…
ଭୁବନେଶ୍ୱର: ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ମିଶ୍ରଣ ପର୍ବରେ କଳାହାଣ୍ଡି ଲୋକସଭାର ପୂର୍ବତନ ସାଂସଦ ଶ୍ରୀ ଅର୍କ କେଶରୀ ଦେଓ ଏବଂ ଶ୍ରୀମତୀ ମାଳବିକା ଦେବୀ ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି। ସେହିପରି ନର୍ଲା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ମଦନପୁର-ରାମପୁର ରାଜ ପରିବାରର ଶ୍ରୀମତୀ ସଂଯୁକ୍ତା ସିଂହଦେଓ ଏବଂ ତନ୍ମୟ ପ୍ରସାଦ ସିଂଦେଓ ମଧ୍ୟ ବିଜେପିରେ ଯୋଗଦାନ କରିଛନ୍ତି। ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ, ପୂର୍ବତନ ରାଜ୍ୟ ସଭାପତି ତଥା କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା, ଭବାନୀପାଟଣା ବିଧାୟକ ତଥା ପୂର୍ବତନ ବିରୋଧୀ ଦଳ ନେତା ଶ୍ରୀ ପ୍ରଦୀପ୍ତ କୁମାର ନାଏକ, ଜିଲ୍ଲା ସଭାପତି ଶ୍ରୀ ଦେବେନ୍ଦ୍ର ମହାନ୍ତି ପ୍ରମୁଖ ଦଳୀୟ ଉତରୀୟ ଓ ଟୋପି ପିନ୍ଧାଇ ସ୍ୱାଗତ କରିଥିଲେ। ଦେଶ ତଥା ରାଜ୍ୟର ସାମୁହିକ ବିକାଶ ପାଇଁ ପ୍ରକୃତ ରାଜନୈତିକ ଦଳ ହେଉଛି ଭାରତୀୟ ଜନତା ପାର୍ଟି। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧିନ ବିଜେପି ସରକାର…
ଭୁବନେଶ୍ୱର: ଆଜି ହେଉଛି ବିଶ୍ୱ ପର୍ଯ୍ୟଟନ ଦିବସ। ରାଜ୍ୟ ପର୍ଯ୍ୟଟନ ବିଭାଗ ଏବଂ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ ପକ୍ଷରୁ ଏହାକୁ ମହାଡମ୍ବରରେ ପାଳନ କରାଯାଇଛି। ଏହି ଅବସରରେ ଓଡ଼ିଶା ସୁପର ରାଉଡର୍ସ ସଂଘ ପକ୍ଷରୁ ବାର୍ଷିକ ସୁପର ବାଇକ୍ ରାଲି ‘କଳିଙ୍ଗ ରାଇଡର୍ସ’ ଭୁବନେଶ୍ୱରସ୍ଥିତ ହୋଟେଲ୍ ସ୍ୟାଣ୍ଡିସ୍ ଟାୱାରରୁ ବାହାରି କଟକସ୍ଥିତ ସିଲ୍ଭର ସିଟି ବୋଟ କ୍ଲବ୍ରେ ପହଞ୍ଚିଥିଲା। ଏଥିରେ ଓଡ଼ିଶା ସୁପର ରାଇଡର୍ସର ପ୍ରାୟ ୧୫୦ ଜଣ ସଦସ୍ୟ ଭାଗ ନେଇଥିଲେ। ଏହି ରାଲିକୁ ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀ ଅଶ୍ୱିନୀ କୁମାର ପାତ୍ର ପତାକା ଦେଖାଇ ଶୁଭାରମ୍ଭ କରି କହିଲେ ଯେ ରାଜ୍ୟ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା ପାଇଁ ସ୍ଥାନୀୟ ବାସିନ୍ଦା ଏବଂ ଉଦ୍ୟୋଗୀଙ୍କ ସମେତ ବିଭିନ୍ନ ଅଂଶୀଦାରମାନେ ହାତ ମିଳାଇବା ଉଚିତ। ଓଡ଼ିଶାରେ ଭରି ରହିଥିବା ପ୍ରାକୃତିକ ସୌନ୍ଦର୍ଯ୍ୟ, ଚାରୁ ଓ କାରୁକଳାକୁ ବିଶ୍ୱ ଦରବାରରେ ପରିଚିତ କରାଇବାରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦିଗ୍ଦର୍ଶନ ସର୍ବଦା ପ୍ରେରଣାଦାୟୀ ହୋଇ…
ଭୁବନେଶ୍ୱର: ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ଆନୁକୂଲ୍ୟରେ ଭୁବନେଶ୍ୱରସ୍ଥିତ ଗୋପବନ୍ଧୁ ପ୍ରଶାସନିକ ଏକାଡେମୀଠାରେ ରାଜ୍ୟର ସମସ୍ତ ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ ଏବଂ ଡେପୁଟି କଲେକ୍ଟରମାନଙ୍କୁ ଇଭିଏମ୍ର ପ୍ରଥମ ପର୍ଯ୍ୟାୟ ତନଖି କାର୍ଯ୍ୟ ସଂପର୍କରେ ଏକ ଦିନିକିଆ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ନିର୍ବାଚନ ଅଧିକାରୀ ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ନିକୁଞ୍ଜ ବିହାରୀ ଧଳ କର୍ମଶାଳାର ଶୁଭାରମ୍ଭ କରିବା ସହ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳମାନେ ପ୍ରକୃତରେ ଇଭିଏମ୍ଗୁଡ଼ିକର ମାର୍ଫତ୍ଦାର ଅଟନ୍ତି ବୋଲି ମତ ପ୍ରକାଶ କରିଥିଲେ। ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ କିମ୍ବା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଇଭିଏମ୍ ସୁପରଭାଇଜର୍ ଅଟନ୍ତି। ଜିଲ୍ଲାପାଳ/ଅତିରିକ୍ତ ଜିଲ୍ଲାପାଳମାନେ କର୍ମଶାଳାରେ ସଂପୂର୍ଣ୍ଣ ଭାବେ ଅବଗତ ହେଲେ ଆଗାମୀ ଦିନରେ ହେବାକୁ ଥିବା ଇଭିଏମ୍ର ପ୍ରଥମ ପର୍ଯ୍ୟାୟ ତନଖି କାର୍ଯ୍ୟ ସହଜ ହୋଇପାରିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଧଳ କର୍ମଶାଳାରେ ଉପସ୍ଥିତ ଅଧିକାରୀମାନଙ୍କୁ କହିଛନ୍ତି। ନିର୍ବାଚନ ଆୟୋଗଙ୍କ…
ନୂଆଦିଲ୍ଲୀ: ଆପ ସାଂସଦ ରାଘବ ଚଢା ଏବଂ ଅଭିନେତ୍ରୀ ପରିଣୀତି ଚୋପ୍ରାଙ୍କ ବାହାଘର ବର୍ତ୍ତମାନ ସାରା ଦେଶରେ ଏକ ଚର୍ଚ୍ଚିତ ବାହାଘର ଭାବେ ପରିଗଣିତ ହୋଇଛି। କାରଣ ଉଭୟଙ୍କ ଭଲ ପାଇବାଠାରୁ ଆରମ୍ଭ କରି ବାହାଘର ପର୍ଯ୍ୟନ୍ତ ତାହା ମିଡିଆ ଏବଂ ସାମାଜିକ ଗଣମାଧ୍ୟମରେ ବେଶ ଚର୍ଚ୍ଚା ଚାଲିଛି। ତେବେ ଏହା ଉଭୟ ରାଜନୀତି ଏବଂ ଚଳଚିତ୍ର ଜଗତରେ ଏକ ଚର୍ଚ୍ଚିତ ବାହାଘର। ରବିବାର ଦିନ ଉଭୟ ପରିଣୀତି ଏବଂ ରାଘବଙ୍କ ବାହାଘର ଦେଶର ସବୁଠୁ ବ୍ୟୟ ବହୁଳ ବିବାହ ସ୍ଥାନ ଭାବେ ପରିଚିତ ଉଦୟପୁରର ଦ ଲିଳା ପ୍ୟାଲେସ ରେ କରାଯିବ। ସେଥିପାଇଁ ବହୁ ପୂର୍ବରୁ ପରିଣୀତି ଏବଂ ରାଘବ ପୃଥକ ପୃଥକ ଭାବେ ଉଦୟପୁରରେ ପହଞ୍ଚି ସାରିଲେଣି। ଉଭୟ ବିମାନ ବନ୍ଦରରେ ପହଁଚିବାଠାରୁ ଆରମ୍ଭ କରି ନିଜ ସ୍ଥାନକୁ ଯିବା ପର୍ଯ୍ୟନ୍ତ ସବୁକିଛି ମିଡିଆ ତଥା ସାମାଜିକ ମିଡିଆରେ ପ୍ରତିଫଳିତ ହୋଇଛି। ବିବାହ ମଣ୍ଡପକୁ ଚାରି ଟନ ଫୁଲରେ…
ଭୁବନେଶ୍ବର: ସାରା ରାଜ୍ୟରେ ସାଇବର ସଚେତନତା କାର୍ଯ୍ୟକ୍ରମକୁ ବ୍ୟାପକ କରିବା ପାଇଁ ଆଜି ସଂଧ୍ୟାରେ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ଉଚ୍ଚସ୍ତରୀୟ ବୈଠକ ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଦେଓରଂଜନ କୁମାର ସିଂ, ରାଜ୍ୟ ପୁଲିସ ମହା ନିର୍ଦ୍ଦେଶକ ଶ୍ରୀ ସୁନିଲ କୁମାର ବଂସଲ, ଏଡିଜି, କ୍ରାଇମ ଶ୍ରୀ ଅରୁଣ ବୋଥ୍ରାଙ୍କ ସମେତ ବିଭିନ୍ନ ବିଭାଗର ପ୍ରମୁଖ ଶାସନ ସଚିବ, କମିଶନର ତଥା ଶାସନ ସଚିବ, ସମସ୍ତ ଜିଲ୍ଲାର ଜିଲ୍ଲାପାଳ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ତଥା ଗୃହ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ସମସ୍ତ ଜିଲ୍ଲାରେ ଜିଲ୍ଲା ପ୍ରଶାସନ ତଥା ଜିଲ୍ଲା ପୋଲିସ ସହଯୋଗରେ କାର୍ୟ୍ୟକ୍ରମର ସଫଳ ରୂପାୟନ ପାଇଁ ମୁଖ୍ୟ ଶାସନ ସଚିବ ଆବଶ୍ୟକନିର୍ଦ୍ଦେଶ ଓ ପରାମର୍ଶ ଦେଇଛନ୍ତି। କାର୍ୟ୍ୟକ୍ରମର ସଫଳତା ନିମନ୍ତେ ଯଥା…
ଭୁବନେଶ୍ୱର: ଅବସରପ୍ରାପ୍ତ ଆଇପିଏସ୍ ଅଧିକାରୀ ତଥା ଜନସେବା କ୍ଷେତ୍ରରେ ସୁଖ୍ୟାତି ଅର୍ଜନ କରିଥିବା ଗୁରୁଜୀ ଡ. ଚନ୍ଦ୍ରଭାନୁ ଶତପଥୀ ପ୍ରାୟ ଏକ ହଜାର ବିରଳ ଓ ଦୁର୍ଲଭ ପ୍ରାଚୀନ ଓଡ଼ିଆ ପୁସ୍ତକ ଓ ପତ୍ରପତ୍ରିକାକୁ ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାରକୁ ପ୍ରଦାନ କରିଛନ୍ତି। ଏହି ପୁସ୍ତକଗୁଡ଼ିକ ମଧ୍ୟରେ ଓଡ଼ିଆ ଭାଷାରେ ଲିଖିତ ପ୍ରଥମ ବ୍ୟାକରଣ, ପ୍ରଥମ ଉପନ୍ୟାସ ଓ ପ୍ରାଚୀନ ଓଡ଼ିଆ ପତ୍ରପତ୍ରିକା ରହିଛି। ଅନେକ ପୁସ୍ତକ ଶତାୟୁ ହୋଇଥିବାବେଳେ କିଛି ଅର୍ଦ୍ଧଶତାବ୍ଦୀରୁ ପୁରୁଣା। ଏହି ବିରଳ ଗ୍ରନ୍ଥଗୁଡ଼ିକୁ ରାଜ୍ୟ ଗ୍ରନ୍ଥାଗାରର ଏକ ସ୍ୱତନ୍ତ୍ର କୋଠରୀରେ ସଂରକ୍ଷିତ କରି ରଖାଯାଇଛି। ଏହି ଅବସରରେ ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାରରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ଗୁରୁଜୀ ଡ. ଚନ୍ଦ୍ରଭାନୀ ଶତପଥୀ ଏହି ପୁସ୍ତକଗୁଡ଼ିକୁ ପାଠକପାଠିକାମାନଙ୍କ ଉଦ୍ଦେଶ୍ୟରେ ରାଜ୍ୟବାସୀଙ୍କୁ ଉତ୍ସର୍ଗ କରିଛନ୍ତି। ଏହି ପୁସ୍ତକଗୁଡିକରେ ପ୍ରାଚୀନ ଓଡ଼ିଶାର ସାହିତ୍ୟ, ଇତିହାସ, ସାମାଜିକ ଓ ଅର୍ଥନୈତିକ ବ୍ୟବସ୍ଥା ସଂପର୍କରେ ଅନେକ ଉପାଦେୟ ତଥ୍ୟ…
ନୂଆଦିଲ୍ଲୀ: ଆସନ୍ତାକାଲି ରାଉରକେଲା-ଭୁବନେଶ୍ୱର- ପୁରୀ ବନ୍ଦେ ଭାରତ ଏକ୍ସପ୍ରେସ୍ ଶୁଭାରମ୍ଭ ହେବ। ଏହାକୁ ଅପରାହ୍ନ ସାଢେ ୧୨ଟାରେ ଭିଡିଓ କନଫରେନ୍ସିଂ ଜରିଆରେ ପ୍ରଧାନମନ୍ତ୍ରୀ ପତାକା ଦେଖାଇ ଶୁଭାରମ୍ଭ କରିବେ। ଏ ନେଇ ପୂର୍ବତଟ ରେଳ ବିଭାଗ ତରଫରୁ ପ୍ରସ୍ତୁତି କରାଯାଇଛି। ଏହି କାର୍ଯ୍ୟକ୍ରମରେ ରାଜ୍ୟପାଳ ପ୍ରଫେସର ଗଣେଷୀଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଭୁବନେଶ୍ବରରୁ ଯୋଗଦେବେ। ଭୁବନେଶ୍ବର ରେଳ ଷ୍ଟେସନରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସାଂସଦ ଅପରାଜିତା ଷଡଙ୍ଗୀ ଏବଂ ବିଧାୟକମାନେ ଉପସ୍ଥିତ ରହିବେ। ସେହିପରି ପୁରୀ, କଟକ, ତାଳଚେର ରୋଡ, ଅନୁଗୁଳ, ରେଢାଖୋଲ,ସମ୍ବଲପୁର ସିଟି, ଝାରସୁଗୁଡା ଏବଂ ରାଉରକେଲା ଷ୍ଟେସନରେ ମଧ୍ୟ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ସେଠାରେ ସ୍ଥାନୀୟ ବିଧାୟକ ଏବଂ ସାଂସଦମାନେ ଉପସ୍ଥିତ ରହିବେ। ଆସନ୍ତାକାଲି ପ୍ରଧାନମନ୍ତ୍ରୀ ୧୧ଟି ରାଜ୍ୟ ପାଇଁ ୯ଟି ବନ୍ଦେ ଭାରତ ଏକ୍ପପ୍ରେସ ଟ୍ରେନର ଶୁଭାରମ୍ଭ କରିବେ। ସେହି ରାଜ୍ୟଗୁଡିକ ହେଲା ହେଲା ରାଜସ୍ଥାନ, ତାମିଲନାଡୁ, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, ବିହାର, ପଶ୍ଚିମବଙ୍ଗ, କେରଳ,…
ଭୁବନେଶ୍ୱର: ଚାରିଆଡେ ବର୍ତ୍ତମାନ ଚାଲିଛି ଗଣେଷ ବିସର୍ଜନ ପର୍ବ। ଯେପରି ଧୂମଧାମରେ ଗଣେଷ ପୂଜା କରାଯାଇଥିଲା, ଠିକ ସେହିପରି ମଧ୍ୟ ଧୂମଧାମରେ ବିସର୍ଜନ ମଧ୍ୟ କରାଯାଉଥିବାର ଦେଖାଯାଇଛି। ସେହିପରି ପୁରୁଣା ଭୁବନେଶ୍ୱରରେ ଜମେଶ୍ୱର ପାଟଣାର ୪୭ବର୍ଷ ହେଲା ହୋଇ ଆସୁଥିବା ବୁଢ଼ା ଗଣେଶ ଆଜି ବିର୍ଜନ ହୋଇଛନ୍ତି। ବିଭିନ୍ନ ପାରମ୍ପାରିକ ବାଦ୍ୟରେ ମହା ସମାରୋହରେ ଶୋଭାଯାତ୍ରା କରାଯାଇ ବିସର୍ଜନ କରାଯାଇଛି। ଜମେଶ୍ୱର ପାଟଣା ସାହି ଯୁବକ ମାନଙ୍କ ଶୋଭାଯାତ୍ରାରେ କୋଲକତାରୁ ଆସିଥିବା ଲୋକ ନୃତ୍ୟ, ବଡ଼ଗଡ଼ ଜିଲ୍ଲାର ଜୁନା ଗଡ଼ ବାଦ୍ୟ, ଢ଼ୋଳ ମହୁରୀ, ପଶୁ ପକ୍ଷି ନୃତ୍ୟ, ଘଂଟବାଦ୍ୟ, ଡିଜେ, ଆଦି ବିଭିନ୍ନ ପ୍ରକାରର ବାଜା ସ୍ଥାନୀୟ ଅଚଂଳ ପରିକ୍ରମା ଶୋଭାଯାତ୍ରା ଆକର୍ଷଣୀୟ ପାଲଟିଥିଲା। ଶତାଧିକ ମୁରବୀଙ୍କ ସହ ଅମୀୟ ଦାଶ, କର୍ପୋରେଟର ଶିବ ପ୍ରସାଦ ବେହେରା, ଦାଶରଥି ଗରାବଡ଼ୁ, ପ୍ରମୋଦ ଦାସ ଓ ବହୁ ମୁରବୀ ଯୋଗ ଦେଇଥିଲେ। ତେବେ ଅଭିନବ ଭାବେ ଦିବଂଗତ ସଭ୍ୟଙ୍କୁ ଶ୍ରଦ୍ଧାଞ୍ଜଳି ଜଣଯାଇଥିଲା। ନିକଟରେ…
ଭୁବନେଶ୍ୱର: ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଜେଡିରୁ ହେଲେ ବହିଷ୍କୃତ। ଆଉ କିଛି ସମୟ ପରେ ସେ ଯୋଗଦେଲେ ବିଜେପିରେ। ସେ ହେଉଛନ୍ତି ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ତିରିଙ୍ଗ ବ୍ଲକ ଅଧ୍ୟକ୍ଷ ପରମେଶ୍ୱର ସାମାଡ। ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ଓ କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଆନୁଷ୍ଠାନିକ ଭାବେ ସେ ବିଜେପିରେ ଯୋଗଦାନ କରିଛନ୍ତି। ଶ୍ରୀ ସାମାଡଙ୍କ ସମେତ ବ୍ଲକ ଉପାଧ୍ୟକ୍ଷା ଶ୍ରୀମତୀ ପୂଣ୍ଣିମା ବରଡା, ପାଣ୍ଡୁପଲ୍ଲୀ ଗ୍ରାମପଂଚାୟତର ସରପଞ୍ଚ ସୁନ୍ଦର ମୋହନ ବାସ୍କେ, ତିରିଙ୍ଗ ଗ୍ରାମ ପଂଚାୟତ ସମିତି ସଭ୍ୟା ଅଞ୍ଜନା ବେହେରା, ବିଜେଡି ନେତା ସମୀର ମାରାଣ୍ଡି, ସୁନ୍ଦର ମୋହନ ଟୁଡୁ, ଧନାଇ ମାରାଣ୍ଡି, ରବିନ୍ଦ୍ର ବିରୁଳି, ମୋଚିରାମ ମାରାଣ୍ଡି, ନୀତିମା ସାମାଡ ପ୍ରମୁଖ ବହୁ ନେତା ନିଜ ନିଜ ସମର୍ଥକଙ୍କ ଗହଣରେ ବିଜେପିରେ ସାମିଲ ହୋଇଛନ୍ତି। ସେହିପରି ଯଦୁନାଥ ସୋରେନ, ପରେଶ ମାରାଣ୍ଡି, ଭଦ ସୋରେନ…
ଭୁବନେଶ୍ବର: ଅକ୍ଟୋବରରେ ଏକ ବାତ୍ୟା ହେବ ବୋଲି ବିଦେଶୀ ପାଣିପାଗ ସଂସ୍ଥା ଯେଉଁ ଆକଳନ କରିଥିଲେ ତାହା ସତ ହେବ ବୋଲି ଅନୁମାନ କରାଯାଉଛି। କାରଣ ଆସନ୍ତା ୨୯ ତାରିଖରେ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ କହିଛି। ଏହା ପରବର୍ତ୍ତୀ ୨୪ ଘଣ୍ଟାରେ ଲଘୁଚାପ ସୃଷ୍ଟି ହେବ ବୋଲି ବିଭାଗ କହିଛି। ତେବେ ଏହା ପରବର୍ତ୍ତି ସମୟରେ ବାତ୍ୟା ହେବ କି ନାହିଁ ତାହା ପାଣିପାଗ ବିଭାଗ କହି ନାହିଁ। ପୂର୍ବରୁ ବିଦେଶୀ ସଂସ୍ଥା ବଙ୍ଗୋପସାଗରରେ ବାତ୍ୟା ସୂଚନାକୁ ଭାରତୀୟ ପାଣିପାଗ ବିଭାଗ ଖଣ୍ଡନ ମଧ୍ୟ କରିଛି। ହେଲେ ବର୍ତ୍ତମାନ ଯାହା ସ୍ଥିତି ଜଣାପଡିଛି ପରବର୍ତ୍ତି ସମୟରେ ଏହି ଲଘୁଚାପ ବାତ୍ୟାକୁ ସୃଷ୍ଟି ହେବ ବୋଲି ସମ୍ଭାବନାକୁ ଏଡାଇ ହେବ ନାହିଁ।
କଟକ: ଗତକାଲି କୋର୍ଟ ଅଭିନେତା ଅନୁଭବ ଏବଂ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ଛାଡପତ୍ର ମାମଲା ଖାରଜ କରିଦେଇଛନ୍ତି। ଅନୁଭବ ମହାନ୍ତି ଛାଡପତ୍ର ପାଇଁ କରିଥିବା ଆବେଦନକୁ କୋର୍ଟ ଗ୍ରହଣ କରି ନାହାଁନ୍ତି। ଏହା ପରେ ଅନୁଭବଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ନିଜ ସାମାଜିକ ଗଣମାଧ୍ୟମରେ ଆଜି ଏକ ଲମ୍ବା ବିବୃତି ପ୍ରଦାନ କରିଛନ୍ତି। ତାହା ହେଲା ” ସତ୍ୟ ଉପରେ ବିଶ୍ବାସ, ଧୈର୍ୟ୍ୟ, ସାହସ ଓ ଆତ୍ମବଳ ହିଁ ବ୍ୟକ୍ତିର ଶ୍ରେଷ୍ଠ ସମ୍ପତ୍ତି।ଦୀର୍ଘ ତିନି ବର୍ଷର ଲଢ଼େଇ। ତିନି ବର୍ଷର ମାନସିକ ଯନ୍ତ୍ରଣା। ମୋର ବ୍ୟକ୍ତିଗତ ଜୀବନ ବିଷୟରେ କିଛି ବି ନଜାଣି ଅନ୍ୟମାନଙ୍କର ନକାରାତ୍ମକ ମତ ଓ ମନ୍ତବ୍ୟ ଦେବା, ସାମାଜିକ ଗଣମାଧ୍ୟମରେ କୁତ୍ସାରଟନା, ପରିବାର ଲୋକଙ୍କ ନାଁରେ ମିଛ ଅଭିଯୋଗ, ଅସହାୟ ଲୋକଙ୍କୁ ନେଇ ଭିତ୍ତିହୀନ ଅଭିଯୋଗ, ଅପପ୍ରଚାର, ନିନ୍ଦା, ଅପମାନ, ଧମକ ଏସବୁରେ ଭାଙ୍ଗି ନପଡ଼ି ମୁଁ ଲଢ଼ିଲି ଏବଂ ଶେଷରେ ସତ୍ୟର ଜୟ ହେଲା” ସେହିପରି…
ଭୁବନେଶ୍ବର: ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଜେଡି ନେତାଙ୍କ ଉପରେ କଠୋର ଆଭିମୁଖ୍ୟ ଜାରି ରହିଛି। ଖଣ୍ଡପଡା ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ ଓ ରେମୁଣା ବିଧାୟକ ପରିଡ଼ାଙ୍କୁ ବହିଷ୍କୃତ କରିବା ପରେ ମୟୁରଭଞ୍ଜ ଜିଲ୍ଲାର ଦୁଇ ନେତାଙ୍କୁ ସମଦଶା ମଧ୍ୟ ଭୋଗିବାକୁ ପଡ଼ିଛି। ଦଳ ବିରୋଧୀ କାର୍ଯ୍ୟ ପାଇଁ ତାଙ୍କୁ ଦଳରୁ ବହିସ୍କୃତ କରାଯାଇଛି। ସେମାନେ ହେଉଛନ୍ତି ମୟୂରଭଞ୍ଜ ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦ (ଏସଡିସି) ସଭ୍ୟ ଜଲେନ୍ ନାୟକ ଏବଂ ରାଇରଙ୍ଗପୁର ବିଧାନସଭା କ୍ଷେତ୍ର ଅନ୍ତର୍ଗତ ତିରିଙ୍ଗି ବ୍ଲକର ଅଧ୍ୟକ୍ଷ ପରମେଶ୍ୱର ସମ୍ପଦ। ଶନିବାର ଏହି ଦୁଇ ନେତା ବିଜୁ ଜନତା ଦଳରୁ ବିତାଡିତ ହୋଇଛନ୍ତି। ଏମାନେ ଦଳ ବିରୋଧୀ କାର୍ଯ୍ୟ କରୁଥିବା ଅଭିଯୋଗ ହୋଇଛି। ସେଥିପାଇଁ ବିଜୁ ଜନତା ଦଳ ସଭାପତିଙ୍କ ନିର୍ଦେଶ ମୁତାବକ ଏହି ଦୁଇ ନେତାଙ୍କ ଉପରେ ଏଭଳି କଠୋର ଆଭିମୁଖ୍ୟ ଗ୍ରହଣ କରାଯାଇଛି।
ଭୁବନେଶ୍ୱର: ପ୍ରଭାବଶାଳୀ ଯୋଗାଯୋଗ ନିମନ୍ତେ ଭାଷା ଜରୁରୀ ହେଲା ପରି ‘ଆକାଉଣ୍ଟିଂ’ ସୁଗମ ବ୍ୟବସାୟର ଏକ ମାଧ୍ୟମ। ଅର୍ଥନୈତିକ ହିସାବନିକାସ, ବ୍ୟବସାୟିକ ଲାଭ କ୍ଷତି, ଟାକ୍ସ ସମ୍ପର୍କିତ ସୂଚନା, ଅଟୋମେସନ ଆଦି ଭଳି ବିଷୟ ନିମନ୍ତେ ଜଣେ ଅଭିଜ୍ଞ ଚାଟାର୍ଡ଼ଆକାଉଣ୍ଟାଣ୍ଟଙ୍କୁ ଖୋଜା ପଡ଼େ। ତେବେ ଏ କ୍ଷେତ୍ରରେ କ୍ୟାରିୟର କରିବାକୁ ଆଶାବାଦୀ ବିଦ୍ୟାର୍ଥୀଙ୍କୁ ନିରନ୍ତର ଉଦ୍ୟମ କରିବା ସହ ତତ ସମ୍ପର୍କିତ ଜଡ଼ିତ ପାଠ୍ୟକ୍ରମ ଓ ପରାମର୍ଶକୁ ଅଧିକ ଗୁରୁତ୍ୱ ଦେବାକୁ ପଡ଼ିବ। ଗୁରୁବାର ‘ଦ ଇଷ୍ଟିଚ୍ୟୁଟ ଅଫ ଚାଟାର୍ଡ଼ ଆକାଉଣ୍ଟାଣ୍ଟସ ଅଫ ଇଣ୍ଡିଆ (ଆଇସିଏସି)’ ଏବଂ ‘ମୋ କଲେଜ ଅଭିଯାନ’ ମିଳିତ ଆନୁକୂଲ୍ୟରେ ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସରରେ ‘ସିଏ’ ବୃତ୍ତି ପରାମର୍ଶ କାର୍ୟ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି ଅବସରରେ ମଞ୍ଚସ୍ଥ ଅତିଥିଗଣ ଏପରି ବକ୍ତବ୍ୟ ରଖିଥିଲେ। କାର୍ୟ୍ୟକ୍ରମ ପରିପ୍ରେକ୍ଷୀରେ ମୁଖ୍ୟ ଅତିଥି ଭାବେ ‘ମୋ କଲେଜ ଅଭିଯାନ’ର ଅଧ୍ୟକ୍ଷ ଶ୍ରୀ ଆକାଶ ଦାସନାୟକ ଯୋଗ ଦେଇ ବିଦ୍ୟାର୍ଥୀଙ୍କୁ ମାର୍ଗ…
ଭୁବନେଶ୍ବର: ଗଣେଶ ଚତୁର୍ଥୀ ଦିନ ଭଗବାନ ଗଣେଶଙ୍କୁ ୧୦ ଦିନ ଧରି ପୂଜା କରାଯାଇ ଥାଏ। କେତେକ ରାଜ୍ୟରେ ଏହି ଗଣେଶ ପର୍ବ କେବଳ ତିନି ଦିନ ଧରି ଚାଲିଥାଏ ଏବଂ ଏହା ପରେ ବିଷର୍ଜନ କରାଯାଇଥାଏ। ୧୦ ଦିନ ଧରି ଚାଲିଥିବା ଏହି ପର୍ବରେ ଅର୍ଥାତ୍ ଅନନ୍ତ ଚତୁର୍ଦଶୀ ବା ଅନନ୍ତ ବ୍ରତ ପର୍ଯ୍ୟନ୍ତ ପାଳନ କରାଯାଇଥାଏ। ତେବେ ଭଗବାନ ଗଣେଷ ବେଶ୍ ଖାଦ୍ୟ ପ୍ରିୟ। ତାଙ୍କର ଭୋଗ ମଧ୍ୟରେ ରହିଛି ସ୍ବତନ୍ତ୍ରତା। ବିଶେଷ ଭାବେ ସେ ମିଠା ଜାତୀୟ ଭୋଗକୁ ବେଶ ପସନ୍ଦ କରିଥାନ୍ତି। ସେଥିପାଇଁ ସେ ସବୁବେଳେ ହାତରେ ଏକ ଲଡୁ ଧରିଥାନ୍ତି। ଏଥିସହିତ ଗଣେଷଙ୍କ ଆଉ କିଛି ପ୍ରିୟ ଭୋଗ ରହିଛି। ଆସନ୍ତୁ ସେ ସଂପର୍କରେ କିଛି ଜାଣିବା। 1-ମୋଦକ ଲଡୁ : ମୋଦକ ଲଡୁ ଗଣେଶଙ୍କ ପାଇଁ ଅତ୍ୟନ୍ତ ପ୍ରିୟ। ମୋଦକ ମଧ୍ୟ ଅନେକ ଭିନ୍ନ ଉପାୟରେ ତିଆରି ହୋଇଥାଏ । ମହାରାଷ୍ଟ୍ରରେ, ବିଶେଷକରି…
ଭୁୁବନେଶ୍ୱର: ସ୍କୁଲ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଔଦ୍ୟୋଗିକତାର ଭାବନା ଉଦ୍ରେକ ନିମନ୍ତେ ଷ୍ଟାର୍ଟଅପ୍ ଏକ୍ସପ୍ରେସ ୨୦୨୩ ଶୁକ୍ରବାରଠାରୁ ଆରମ୍ଭ ହୋଇ ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ସ୍କୁଲକୁ ଗସ୍ତ ଆରମ୍ଭ। ରାଜ୍ୟ ସରକାରଙ୍କ ଦ୍ୱାରା ଶୁଭାରମ୍ଭ ଏହି କାର୍ୟ୍ୟକ୍ରମ ଅର୍ନ୍ତଗତ ୪ଟି ଭ୍ୟାନ ୩୦ଟି ଜିଲ୍ଲାର ୬୦ରୁ ଉର୍ଦ୍ଧ୍ୱ ସ୍କୁଲରେ ପହଁଚିବ। ବର୍ତ୍ତମାନ ସୁଦ୍ଧା ଏହି ଅଭିଯାନର ଅନ୍ୟ ଏକ ଅଂଶ ଷ୍ଟାର୍ଟଅପ୍ ଯାତ୍ରା ଖୋର୍ଦ୍ଧା ଜିଲ୍ଲାର ୩୯ଟି ଶିକ୍ଷାନୁଷ୍ଠାନରୁ ୨୬୦ରୁ ଉର୍ଦ୍ଧ୍ୱ ଷ୍ଟାର୍ଟଅପ୍ ଆଇଡିଆ ସଂଗ୍ରହ କରିପାରିଛି। ଯାତ୍ରା ଏହାର ତୃତୀୟ ଦିନରେ ଭୁବନେଶ୍ୱର ଏବଂ ଖୋର୍ଦ୍ଧାର ୧୩ଟି ଶିକ୍ଷାନୁଷ୍ଠାନ ଯେପରିକି, ସିଭି ରମନ୍ ଗ୍ଲୋବାଲ ୟୁନିଭର୍ସିଟି, ଗୀତା, ଗାନ୍ଧି ଇଞ୍ଜିନିୟରିଂ କଲେଜ୍, ର୍ବିଲା ଗ୍ଲୋବାଲ ୟୁନିଭର୍ସିଟି, ଏସଟିପିଆଇ. ଓୟୁଟିଆର ୟୁନିଭର୍ସିଟି, ଆଇଏମଆଇ ଭୁବନେଶ୍ୱର, ସିଟିଟିସି, ସିପେଟ୍, ଜିଆଇଇଟି ବଣିଆଟାଙ୍ଗି, ଏନଆଇଆଇଏସ, ଆଇଆଇଟିଟିଏମ ଏବଂ ଜିଆଇଇଟି ଗୋଠପାଟଣାରେ ପହଁଚି ୧୩୮୪ରୁ ଉର୍ଦ୍ଧ୍ୱ ପିଲାଙ୍କ ନିକଟରେ ପହଁଂଚିବା ସହିତ ୧୩୨ଟି ନୂତନ ଆଇଡିଆ…
ଭୁବନେଶ୍ବର: ସାହିତ୍ୟ, ସଙ୍ଗୀତ, ନୃତ୍ଯ ଓ ଚିତ୍ର କଳା ରେ ମେଘ ଓ ବର୍ଷାକୁ ପ୍ରତିବିମ୍ବ କରିବାର ଆଭିମୁଖ୍ୟ ନେଇ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ ପକ୍ଷରୁ ଆୟୋଯିତ ଦୁଇ ଦିନିଆ ମେଘ ଉତ୍ସବ 2023 ଉଦଯାପିତ ହୋଇଯାଇଛି। ବିଶ୍ୱବିଦ୍ୟାଳୟ ର କୁଳପତି ପ୍ରଫେସର ପ୍ରସନ୍ନ କୁମାର ସ୍ୱାଇଁଙ୍କ ପୌରହିତ୍ୟରେ ଆୟୋଜିତ ଉଦଯାପନୀ ସଭାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଓଡିଶା ପର୍ଯ୍ୟଟନ ଉନ୍ନୟନ ନିଗମର ଅଧ୍ୟକ୍ଷ ଡ. ଲେନିନ୍ ମହାନ୍ତି ଓଡ଼ିଶାର ସାଂସ୍କୃତିକ ବିକାଶ ପ୍ରକ୍ରିୟାରେ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର ଅଗ୍ରଣୀ ଭୂମିକା ର ଭୂୟସୀ ପ୍ରଶଂସା କରିବା ସହ ପ୍ରତିଭା ଧାରୀ ଛାତ୍ରଛାତ୍ରୀଙ୍କ ସାମଗ୍ରିକ ସଫଳତା କାମନା କରିଥିଲେ। ବିଶିଷ୍ଟ ଅତିଥି ଭାବେ ପ୍ରଖ୍ୟାତ ସଙ୍ଗୀତଜ୍ଞ ପଣ୍ଡିତ ହରମୋହନ ଖୁଣ୍ଟିଆ ତାଙ୍କ ବକ୍ତବ୍ୟରେ ସଙ୍ଗୀତ ଓ ସାହିତ୍ୟର ଅନନ୍ୟ ସମ୍ପର୍କ ଓ ମେଘର ବର୍ଣ୍ଣନା କରି ଏହାର ପ୍ରତିଫଳନ କୁ ବିସ୍ତୃତ ଭାବେ ଆଲୋଚନା କରିଥିଲେ। ରାଜ୍ୟପାଳଙ୍କ ଲୋକସମ୍ପର୍କ ଅଧିକାରୀ…
ଭୁବନେଶ୍ୱର: ମହାକାଶ ଇତିହାସରେ ଚନ୍ଦ୍ରଯାନ-୩ ଏବଂ ଆଦିତ୍ୟ-ଏଲ୍୧ ର ସଫଳ ଅଭିଯାନ ଭାରତ ପାଇଁ ଅକଳ୍ପନୀୟ ଗୌରବ ଆଣିଥିବାବେଳେ ଏହି ମିଶନରେ ସାମିଲ ଥିବା ଓଡିଶାର ବିଜୁ ପଟ୍ଟନାୟକ ଫିଲ୍ମ ଏଣ୍ଡ ଟେଲିଭିଜନ ଇନଷ୍ଟିଚୁ୍ୟଟର ଛାତ୍ର ଦୀପକ କୁମାର ସାହୁ, ଶିବୁ ପୃଷ୍ଟି ଏବଂ ନିରଞ୍ଜନ ମହାରଣା ଉଭୟ ମିଶନର ଫଟୋଗ୍ରାଫି ଓ ଭିଡିଓଗ୍ରାଫି ସହାୟତା ପ୍ରଦାନ କରି ଓଡିଶା ପାଇଁ ଗୌରବ ଆଣିଛନ୍ତି। ଏହି ଫଟୋଗୁଡ଼ିକ ବିଶ୍ୱର ଅଗ୍ରଣୀ ମିଡିଆ ହାଉସରେ ପ୍ରକାଶିତ ହୋଇଥିଲା ଏବଂ ଏହାକୁ ପ୍ରଧାନମନ୍ତ୍ରୀ ଏବଂ ଅନ୍ୟ ମନ୍ତ୍ରୀମାନେ ଟ୍ୱିଟ୍ କରିବା ପାଇଁ ବ୍ୟବହାର କରିଥିଲେ। ଏ ସମସ୍ତ କାର୍ଯ୍ୟରେ ସହାୟତା ପ୍ରଦାନ ପାଇଁ ଇସ୍ରୋ ସହିତ ଚୁକ୍ତିନାମାରେ ଯୋଗ ଦେଇଥିବା ଏହି ଅନୁଷ୍ଠାନର ବିଷ୍ଣୁତ୍ରାଣ ପୃଥିପଦ, ଯଶୋବନ୍ତ ଆଚାର୍ଯ୍ୟ ଏବଂ ଅଚ୍ୟìତାନନ୍ଦ ନାହାକ ଏହି ମିଶନରେ ଅତ୍ୟନ୍ତ ବୃତ୍ତିଗତ ଭାବରେ କାର୍ଯ୍ୟ କରି ବେଶ ପ୍ରଶଂସିତ ହୋଇଛନ୍ତି। ବର୍ତ୍ତମାନ ଇସ୍ରୋର ବରିଷ୍ଠ ବୈଷୟିକ ସହାୟକ…

