Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ତୈଳଦର ଏବଂ ଗ୍ୟାସ ଦର ବୃଦ୍ଧିର କାରଣ କଣ ଶୀତ ଦିନ?: ନିରଞ୍ଜନ ପଟ୍ଟନାୟକ
ଆଜିର ଖବର

ତୈଳଦର ଏବଂ ଗ୍ୟାସ ଦର ବୃଦ୍ଧିର କାରଣ କଣ ଶୀତ ଦିନ?: ନିରଞ୍ଜନ ପଟ୍ଟନାୟକ

March 1, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ବିଗତ କିଛି ଦିନ ଧରି ବିଭିନ୍ନ ଗଣମାଧ୍ୟମର ପ୍ରଶ୍ନର ଉତର ରଖି କେନ୍ଦ୍ର ତୈଳ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଲେ ଯେ ତୈଳ ଦର ଏବଂ ରନ୍ଧନ ଗ୍ୟାସ ଦର ବୃଦ୍ଧି ଶୀତଦିନ ଯୋଗୁଁ ଅଧିକ ହେଉଛି ଶୀତଦିନ ସରିଗଲେ ଦର ହ୍ରାସ ପାଇବ। ଦ୍ୱିତୀୟ ପ୍ରମୁଖ କାରଣଟି ଡିଜେଲ ଏବଂ ପେଟ୍ରୋଲ ତଥା ଗ୍ୟାସର ଚାହିଦା ବୃଦ୍ଧିଯୋଗୁଁ ଏବଂ ଅର୍ନ୍ତଦେଶୀୟ ବଜାରରେ କଂଚା ତୈଳ ବା ଗ୍ୟାସଲୋନିର ଦର ବୃଦ୍ଧି ଯୋଗୁଁ ଏ ବୃଦ୍ଧି ଘଟୁଛି।

କିନ୍ତୁ ଏହି ତିନୋଟି ଯାକ କାରଣ ସଂପୂଣ୍ଣରୂପେ ଅସତ୍ୟ ଉପରେ ପର୍ଯ୍ୟବେସିତ ଏବଂ ଏହା ଏକ ମନଗଢ଼ା କାହାଣୀ ବୋଲି ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ଏକ ପ୍ରେସ ବିବୃତିରେ କହିଛନ୍ତି। ୨୦୧୭ ମସିହା ଠାରୁ କ୍ରମାଗତ ଭାବରେ ଅର୍ନ୍ତଦେଶୀୟ ବଜାରରେ ଗ୍ୟାସୋଲେିନ ବା କଂଚା ତୈଳର ଦାମ ବହୁ ମାତ୍ରାରେ କମିଯାଇଛି। ଯଦି ଶୀତଦିନ ଯୋଗୁଁ ତୈଳ ଏବଂ ଜାଳେଣିଗ୍ୟାସର ଦର ବହୁମାତ୍ରାରେ ବୃଦ୍ଧି ଘଟିଛି ତାହେଲେ ୨୦୧୭, ୧୮ ଏବଂ ୧୯ ମସିହାର ଶୀତଦିନରେ ଯେତେବେଳେ ଅର୍ନ୍ତଦେଶୀୟ ବଜାର ଆଜିର ଦର ଠାରୁ କଂଚା ତୈଳ ବ୍ୟାରେଲ ବହୁ ଅଧିକ ଥିଲା, ସେତେବେଳେ କାହିଁକି ଓ କିପରି ପେଟ୍ରୋଲ, ଡିଜେଲ ଏବଂ ଜ୍ୟାଳେଣି ଗ୍ୟାସର ଦାମ ଆଜି ଦିନଠାରୁ କମ୍‌ରେ ମିଳୁଥିଲା ?

ତେଣୁ ଶୀତଦିନର ବାହାନା ନକରି ସତ୍ୟକହିବା ଉଚିତ୍। ୨୦୧୩-୧୪ ମସିହାରେ ହାରାହାରି କଂଚା ତୈଳର ଦର ପାଖାପାଖି ଡଲାର ୧୦୭ ରୁ ୧୪୧ ଡଲାର ପର୍ଯ୍ୟନ୍ତ ପ୍ରତି ବ୍ୟାରେଲ ବୃଦ୍ଧି ପାଇଥିଲା। ଭାରତବର୍ଷ ସାଧାରଣତଃ ବ୍ରେଣ୍ଟ କ୍ରୁଡ କ୍ରୟ ମାଧ୍ୟମରେ ବିଦେଶରୁ ଆମଦାନି କରିଥାଏ। ଇରାକ, ଇରାନ ଓ ସାଉଦିଆରବରେ ଏବଂ ୟୁନାଟେଡ ଆରବ ଏମିରେଟସ୍ ଦେଶ ଗୁଡ଼ିକ ଭାରତକୁ କଂଚା ତୈଳ ବା ଗ୍ୟାସୋଲିନ୍ ଯୋଗାଇଥାନ୍ତି।

୨୦୨୦ ମସିହା କୋଭିଡ-୧୯ ଲକ୍ ଡାଉନ୍ ସମୟରେ କଂଚା ତୈଳ ଦର ବିଶ୍ୱବଜାରରେ ସବୁଠାରୁ ନ୍ୟୁନତମ ସ୍ତର ଡଲାର-୨୦ ପର ବ୍ୟାରେଲକୁ ଖସିଗଲା। ଏହା ପାଖାପାଖି ଦୀର୍ଘ ସମୟ ଧରି ଏହି ଦାମ ରହିଲା। ୨୦୨୦ ମସିହା ମାର୍ଚ୍ଚମାସ ସାରା ବିଶ୍ୱରେ ଲକଡାଉନ ହେବା ଯୋଗୁଁ ପାଖାପାଖି ୯ ମାସରୁ ଅଧିକ ହାରାହାରୀ ଡଲାର ୩୫ ରୁ କମ ପ୍ରତି ବ୍ୟାରେଲ ରହିଲା।

କିନ୍ତୁ ଏହି ସମୟ ଭିତରେ ପେଟ୍ରୋଲ ଓ ଡିଜେଲ ଦର କମିବା ପରିବର୍ତ୍ତେ କେନ୍ଦ୍ର ସରକାର ଅଧିକରୁ ଅଧିକ କର ବୃଦ୍ଧିକଲେ। ଏପରିକି ମହାମାରୀ ସମୟରେ ସରକାର ପେଟ୍ରୋଲ ଏବଂ ଡିଜେଲ ଉପରେ ୧୬ଟଙ୍କା ଓ ତେର ଟଙ୍କା ଅଧିକ କର ବୃଦ୍ଧିକଲେ। ଲୋକ ରୋଜଗାର ଶୂନ୍ୟ, ବେରୋଜଗାରୀ ୪୫ ବର୍ଷର ରେକର୍ଡ ଭାଙ୍ଗି ସାରିଛି, ସେହି ସମୟରେ ଗୋଟିଏ ଲିଟର ପେଟ୍ରୋଲର ମୂଳ ମୂଲ୍ୟ ପାଖାପାଖି ୩୪ ଟଙ୍କା ଥିଲା ବେଳେ କେବଳ କର ବୋଝ ୫୩.୫୧ ଟଙ୍କା ଦେବାକୁ ପଡ଼ୁଛି।

ଏହି ୫୩.୫୧ ପଇସା ଭିତରୁ କେନ୍ଦ୍ର ସରକାର ୩୨ ଟଙ୍କା ୯୮ ପଇସା ରାଜ୍ୟ ସରକାର ପାଖାପାଖି ୧୬ଟଙ୍କା ୬୦ ପଇସା ପ୍ରତି ଲିଟର ନେଇଥାନ୍ତି। ଠିକ୍‌ ସେହିଭଳି ଭାବରେ କେନ୍ଦ୍ର ସରକାର ଗୋଟେ ଲିଟର ଡିଜେଲରୁ ୩୧ଟଙ୍କା ୮୩ ପାଇସା ଏକ୍‌ସାଇଜ ଡ୍ୟୁଟି ଆଦାୟ କରୁଥିବା ବେଳେ ରାଜ୍ୟ ସରକାର ୧୪ ଟଙ୍କା ୩୪ ପଇସା ଭାଟ ବାବଦରେ ଆଦାୟ କରୁଛନ୍ତି।

ଏହାର ମୁଳ କାରଣ କ୍ରମାଗତ ଭାବରେ ୨୦୧୬ ମସିହା ପରଠାରୁ କେନ୍ଦ୍ର ସରକାରଙ୍କର ରାଜସ୍ୱ ଆୟ କମିଚାଲିଛି ଏବଂ ସବୁଠାରୁ ବଡ଼କଥା ହେଲା ୨୦-୨୧ ଆର୍ଥିକ ବର୍ଷରେ କେନ୍ଦ୍ର ସରକାରଙ୍କର ଜିଏସଟି ଆୟ, ପୁଞ୍ଜି ପ୍ରତ୍ୟାହାର କରି ନପାରିବା, କର୍ପୋରେଟ ଟ୍ୟାକ୍ସର ଦ୍ରୁତ ହ୍ରାସ ଯୋଗୁଁ ରାଜସ୍ୱ ବୃଦ୍ଧି କରିବା ପାଇଁ ପେଟ୍ରୋଲ, ଡିଜେଲ ଓ ଜାଳେଣି ଗ୍ୟାସ ବୃଦ୍ଧି କରିବା ଛଡ଼ା ଅନ୍ୟକିଛି ବିକଳ୍ପ ତାଙ୍କ ପାଖରେ ନାହିଁ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।

ଗ୍ୟାସ ଦର ଧର୍ମେନ୍ଦ୍ର ପ୍ରଧାନ ନିରଞ୍ଜନ ପଟ୍ଟନାୟକ ପ୍ରଦେଶ କଂଗ୍ରେସ ସଭାପତି
Share. Facebook Twitter LinkedIn Email WhatsApp Copy Link

Related Posts

Reliance Digital: ରିଲାଏନ୍ସ ଡିଜିଟାଲର ରଥଯାତ୍ରା ଉପଲକ୍ଷେ ଅଫର, ₹୭,୫୦୦ ପର୍ଯ୍ୟନ୍ତ ଉପହାର

July 17, 2026

ଆନ୍ଧ୍ରପ୍ରଦେଶରେ ୧୨ଟି ନୂତନ କୋଭିଡ-୧୯ ମାମଲା: ୪ ମୃତ

July 17, 2026

ଭାରତର ପ୍ରଥମ ହାଇଡ୍ରୋଜେନ୍ ଟ୍ରେନ୍‌ର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦି

July 17, 2026

ଅଳଙ୍କାର କିଣିବାର ଭଲ ସୁଯୋଗ!: ଆଜି ପୁଣି ଶସ୍ତା ହେଲା ସୁନା

July 17, 2026
Latest News

Reliance Digital: ରିଲାଏନ୍ସ ଡିଜିଟାଲର ରଥଯାତ୍ରା ଉପଲକ୍ଷେ ଅଫର, ₹୭,୫୦୦ ପର୍ଯ୍ୟନ୍ତ ଉପହାର

July 17, 2026

ଆନ୍ଧ୍ରପ୍ରଦେଶରେ ୧୨ଟି ନୂତନ କୋଭିଡ-୧୯ ମାମଲା: ୪ ମୃତ

July 17, 2026

ଭାରତର ପ୍ରଥମ ହାଇଡ୍ରୋଜେନ୍ ଟ୍ରେନ୍‌ର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦି

July 17, 2026

UNSC ରେ ଭାରତର ଅସ୍ଥାୟୀ ଆସନକୁ ସମର୍ଥନ କରିବ କି ଚୀନ୍?: ବଡ଼ ବିବୃତ୍ତି ଦେଲା ପଡ଼ୋଶୀ ଦେଶ

July 17, 2026

ଅଳଙ୍କାର କିଣିବାର ଭଲ ସୁଯୋଗ!: ଆଜି ପୁଣି ଶସ୍ତା ହେଲା ସୁନା

July 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.