ଗୋଦାବରୀଶ ମହାବିଦ୍ୟାଳୟରେ ମୋ କଲେଜ ଅଭିଯାନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ

Published: Mar 21, 2021, 5:36 pm IST

ସିତରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଅନ୍ତର୍ଗତ ଗୋଦାବରୀଶ ମହାବିଦ୍ୟାଳୟ ପରିସରରେ ମୋ କଲେଜ ଅଭିଯାନର ଶୁଭାରମ୍ଭ ହୋଇଯାଇଅଛି। ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉକ୍ତ ଅଭିଯାନକୁ ଭିଡ଼ିଓ କନଫରେନ୍ସ ଜରିଆରେ ଲୋକାର୍ପିତ କରିଛନ୍ତି।  କଲେଜ ସହିତ ପୂର୍ବତନ ଛାତ୍ରଛାତ୍ରୀ ମାନଙ୍କୁ ଯୋଡିବା ସହ କଲେଜ ଉନ୍ନତିରେ ସେମାନଙ୍କୁ ଭାଗିଦାର କରିବାପାଇଁ ଏହା ମୁଖ୍ୟମନ୍ତ୍ରୀଙ୍କ ଏକ ଅଭିନବ ପ୍ରୟାସ ବୋଲି ଗୋଦାବରୀଶ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ା ପ୍ରମୋଦ କୁମାର ପାଢ଼ୀ ପ୍ରକାଶ କରିଛନ୍ତି।

ଆଜି ଅପରାହ୍ନରେ ମହାବିଦ୍ୟାଳୟ ଅଡ଼ିଟୋରିଅମ ହଲରେ ଉକ୍ତ ଅଭିଯାନର ଶୁଭାରମ୍ଭ ନିମନ୍ତେ କଲେଜ ପ୍ରଶାସନ ପକ୍ଷରୁ ଏକ ଛୋଟ ଉତ୍ସବର ଆୟୋଜନ କରାଯାଇଥିଲା। ଉକ୍ତ ଉତ୍ସବରେ କଲେଜ ଅଧ୍ୟକ୍ଷଙ୍କ ସମେତ ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ, ପୁରାତନ ଛାତ୍ର ଛାତ୍ରୀ, ସାମ୍ବାଦିକ ଏବଂ ବୁଦ୍ଧିଜୀବୀମାନେ ଯୋଗ ଦେଇଥିଲେ।

ଉକ୍ତ କାର୍ଯ୍ୟକ୍ରମର ସଂଯୋଜନା ପ୍ରାଧ୍ୟାପକ ଡ଼ା ସୁର ପ୍ରତାପ ନରେନ୍ଦ୍ର ସିଂ ବର୍ମା କରିଥିବାବେଳେ ପ୍ରାଧ୍ୟାପକ ଲକ୍ଷ୍ମୀ ପ୍ରସାଦ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।

Related posts