Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା, ଯୁବକଙ୍କୁ ଗାଁ ଲୋକଙ୍କ ନିସ୍ତୁକ ମାଡ
ଆଜିର ଖବର

ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା, ଯୁବକଙ୍କୁ ଗାଁ ଲୋକଙ୍କ ନିସ୍ତୁକ ମାଡ

April 12, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ଖୋର୍ଦ୍ଧା ଜିଲ୍ଲା ଜଟଣୀ ଥାନା ଅନ୍ତର୍ଗତ ମୁଣ୍ଡିଆସାହିର ଗୋପବନ୍ଧୁନଗରରେ ଜଣେ ନାବାଳିକା(୬)ଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା। ଏହି ଘଟଣାରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ଘଟଣା ପରେ ଗାଁ ଲୋକେ ଜଣେ ଯୁବକଙ୍କୁ ଧରି ନିସ୍ତୁକ ମାଡ଼ ମାରିବା ସହ ରାସ୍ତାରୋକ କରିଥିଲେ। ଘଟଣାସ୍ଥଳରେ ଭୁବନେଶ୍ୱର ଡିସିପି ଅନୁପ୍‌ ସାହୁ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ନିୟନ୍ତ୍ରଣ ହୋଇଥିଲା। ଘଟଣାସ୍ଥଳରେ ଏକ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି। ଡିସିପି କହିଛନ୍ତି ଯେ,ଏକ ସ୍ୱତନ୍ତ୍ର ଟିମ୍ ଦ୍ୱାରା ଉକ୍ତ ଘଟଣାର ତଦନ୍ତ କରାଯିବ। ପୀଡ଼ିତାଙ୍କ ବାପାଙ୍କୁ ଥାନା ଭିତରେ ମାଡ଼ମରା ଘଟଣାର ମଧ୍ୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଡିସିପି। ଅଭିଯୋଗ ଅନୁସାରେ ଗତକାଲି ରାତିରେ ନାବାଳିକା ଜଣକ ଘର ବାହାରେ ଖେଳୁଥିଲା ବେଳେ କୁଆଡ଼େ ଗାଏବ ହୋଇଯାଇଥିଲା। ପରିବାର ଲୋକେ ଚାରିଆଡ଼େ ଖୋଜାଖୋଜି କରିଥିଲେ। ହେଲେ ଝିଅକୁ ପାଇ ନଥିଲେ। ପରେ ପରିବାର ଲୋକେ ସମ୍ପୃକ୍ତ ଯୁବକଙ୍କୁ ଘରକୁ ପଚାରିବାକୁ ଯାଇଥିଲେ। ହେଲେ ସେ କବାଟ ଖୋଲି ନଥିଲେ। ପରେ ଗ୍ରାମବାସୀଙ୍କ ସହାୟତାରେ ପରିବାର ଲୋକେ ଯୁବକଙ୍କ ଘରେ ପଶିଥିଲେ। ସେଠାରେ ଝିଅର ମୃତଦେହ ପଡ଼ିଥିବା ଦେଖିଥିଲେ। ଯୁବକ ଜଣଙ୍କ ନାବାଳିକାଙ୍କୁ ପ୍ରଲୋଭନ ଦେଖାଇ ଡାକିନେଇ ଦୁଷ୍କର୍ମ କରିବା ପରେ ହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।

child murder rape thesamikhsya
Share. Facebook Twitter LinkedIn Email WhatsApp Copy Link

Related Posts

ସମ୍ପୂର୍ଣ୍ଣ ନୂଆ ରୂପରେ ଜିଓଫାଇନାନ୍ସ ଆପ୍ ଶୁଭାରମ୍ଭ: ଏବେ କେଉଁଠି ନିବେଶ କରିବେ କହିବ ଏଆଇ

March 1, 2026

ଦୁବାଇ ସମେତ ୟୁଏଇ ଉପରେ ସିରିଜ ଆକ୍ରମଣ ଆରମ୍ଭ କଲା ଇରାନ 

March 1, 2026

ଖାମେନେଇଙ୍କ ମୃତ୍ୟୁ ପରେ ପାକିସ୍ତାନରେ ମଧ୍ୟ ବିରୋଧ!: ଆମେରିକୀୟ ଦୂତାବାସ ଉପରେ ଆକ୍ରମଣ, ଆଠ ମୃତ

March 1, 2026

ଖାମେନେଇଙ୍କ ମୃତ୍ୟୁକୁ ନେଇ କାଶ୍ମୀରରେ ଉତ୍ତେଜନା: ଲାଲ ଚୌକରେ ସମର୍ଥକଙ୍କ ପ୍ରତିବାଦ

March 1, 2026
Latest News

ସମ୍ପୂର୍ଣ୍ଣ ନୂଆ ରୂପରେ ଜିଓଫାଇନାନ୍ସ ଆପ୍ ଶୁଭାରମ୍ଭ: ଏବେ କେଉଁଠି ନିବେଶ କରିବେ କହିବ ଏଆଇ

March 1, 2026

ଆଜି ସେମିଫାଇନାଲ ପାଇଁ ମହା ଲଢେଇ: ଜାଣନ୍ତୁ ଭାରତ ବନାମ ୱେଷ୍ଟଇଣ୍ଡିଜ୍ ମଧ୍ୟରେ କାହାର ପଲ୍ଲା ଭାରି?

March 1, 2026

ଦୁବାଇ ସମେତ ୟୁଏଇ ଉପରେ ସିରିଜ ଆକ୍ରମଣ ଆରମ୍ଭ କଲା ଇରାନ 

March 1, 2026

ଖାମେନେଇଙ୍କ ମୃତ୍ୟୁ ପରେ ପାକିସ୍ତାନରେ ମଧ୍ୟ ବିରୋଧ!: ଆମେରିକୀୟ ଦୂତାବାସ ଉପରେ ଆକ୍ରମଣ, ଆଠ ମୃତ

March 1, 2026

ଖାମେନେଇଙ୍କ ମୃତ୍ୟୁକୁ ନେଇ କାଶ୍ମୀରରେ ଉତ୍ତେଜନା: ଲାଲ ଚୌକରେ ସମର୍ଥକଙ୍କ ପ୍ରତିବାଦ

March 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.