Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଖୋର୍ଦ୍ଧା: ଟୀକା ଯୋଗୁଁ ବିଦେଶ ଯାତ୍ରା କରିବାରେ ହେଉଛି କି ସମସ୍ୟା, ଜାଣନ୍ତୁ ଦ୍ଵିତୀୟ ଡୋଜ ପାଇଁ କଣ ରହିଛି ବ୍ୟବସ୍ଥା
ଆଜିର ଖବର

ଖୋର୍ଦ୍ଧା: ଟୀକା ଯୋଗୁଁ ବିଦେଶ ଯାତ୍ରା କରିବାରେ ହେଉଛି କି ସମସ୍ୟା, ଜାଣନ୍ତୁ ଦ୍ଵିତୀୟ ଡୋଜ ପାଇଁ କଣ ରହିଛି ବ୍ୟବସ୍ଥା

July 22, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link

ଖୋର୍ଦ୍ଧା: ଆପଣ ବିଦେଶକୁ ଚାକିରୀ ଉଦ୍ଦେଶ୍ୟରେ ଯିବା ପାଇଁ ଚାହୁଁଛନ୍ତି କି? ଆପଣ ଟୀକା ନେଇ ପାରିନଥିବାରୁ ବିଦେଶ ଯାତ୍ରା ପାଇଁ ବାଧା ସୃଷ୍ଟି ହେଉଛି କି? ବିଦେଶରେ ଚାକିରୀ କରିଥିବା ଯୁବକମାନଙ୍କ ମଧ୍ୟରେ ବର୍ତ୍ତମାନ ଏଭଳି ସମସ୍ୟା ଉପୁଜୁଛି।

ତେବେ ବିଦେଶଗସ୍ତ କରିବାକୁ ଥିବା ବ୍ୟକ୍ତିଙ୍କ ପାଇଁ ଏବେ ଖୋର୍ଦ୍ଧା ଜିଲ୍ଲାରେ ଟୀକାକରଣରେ ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଇଛି।

ବିଦେଶଗସ୍ତ ପାଇଁ ଟୀକାକୁ ଅପେକ୍ଷା କରିଥିବା ବ୍ୟକ୍ତି ଯଦି ପ୍ରଥମ ଡୋଜର କୋଭିସିଲ୍ଡ ଟୀକା ନେଇଛନ୍ତି, ତେବେ ଦ୍ଵିତୀୟ ଡୋଜ ନେବା ଲାଗି ତାଙ୍କୁ ଆଉ ୮୪ ଦିନ ଅପେକ୍ଷା କରିବାକୁ ପଡିବ ନାହିଁ। ପ୍ରଥମ ଡୋଜ ନେଇଥିବା ଲୋକ ଏବେ ୨୮ ଦିନ ପରେ ଦ୍ଵିତୀୟ ଡୋଜ ଟୀକା ନେଇ ବିଦେଶ ଗସ୍ତ କରିପାରିବ।

ସେଥିପାଇଁ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଇଛି। ଜିଲ୍ଲାବାସୀଙ୍କ ପାଇଁ ପ୍ରାଣନାଥ ସ୍ୱାୟଂଶାସିତ ମହାବିଦ୍ୟାଳୟରେ ସ୍ୱତନ୍ତ୍ର ଟୀକା କେନ୍ଦ୍ର କରାଯାଇଛି। ତେବେ ଉକ୍ତ ଦ୍ଵିତୀୟ ଡୋଜ ଟୀକା ସମୟ ପୂର୍ବରୁ ବିଦେଶକୁ ଯିବା ଉଦ୍ଦେଶ୍ୟରେ ନେବାକୁ ହେଲେ ଆପଣଙ୍କୁ ନିମ୍ନଲିଖିତ କାଗଜପତ୍ରର ନକଲ ଟୀକା କେନ୍ଦ୍ରରେ ଦାଖିଲ କରିବାକୁ ପଡିବ।

୧- ଆଧାର କାର୍ଡ ନକଲ

୨- ଭିସା ଆବେଦନର ନକଲ କିମ୍ବା ଭିସାର ନକଲ

୩– ପାସପୋର୍ଟ ନକଲ

୪- ଯେଉଁ କମ୍ପାନୀରେ କାମ କରୁଥିବେ ତାର ନିଯୁକ୍ତି ପତ୍ରର ନକଲ

୫- ପ୍ରଥମ ଡୋଜ ଟୀକା ରସିଦ

ଉଲ୍ଲେଖ ଯୋଗ୍ୟ ଯେ, ପ୍ରଥମ ଡୋଜ ଟୀକା ନେବାର ଅତି କମରେ ୨୮ ଦିନ ବିତିଯାଇଥିବା ଲୋକ ଦ୍ଵିତୀୟ ଡୋଜ ପାଇଁ ଯୋଗ୍ୟ ବିବେଚିତ ହେବେ। ଏହି ଟୀକାକରଣରେ ସାମିଲ ହେବା ପାଇଁ ସକାଳ ୯ ଘଟିକାଠାରୁ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ ହେଉଛି। ଜିଲ୍ଲା ଅତିରିକ୍ତ ଜନସ୍ୱାସ୍ଥ୍ୟ ଯୋଗାଯୋଗ ଅଧିକାରୀ ପ୍ରଦ୍ୟୁମ୍ନ କୁମାର ମିଶ୍ର ଏନେଇ ସୂଚନା ଦେଇଛନ୍ତି।

କୋଭିସିଲ୍ଡ ଟୀକା ଖୋର୍ଦ୍ଧା ଟୀକାକରଣ ଦ୍ଵିତୀୟ ଡୋଜ ବିଦେଶ ଯାତ୍ରା ସ୍ଵତନ୍ତ୍ର ବ୍ୟବସ୍ଥା
Share. Facebook Twitter LinkedIn Email WhatsApp Copy Link

Related Posts

ମୁଖ୍ୟ ପ୍ରଶିକ୍ଷକ ପଦବୀ ପାଇଁ ଆପଣ ଉପଯୁକ୍ତ ବ୍ୟକ୍ତି କି?: ଟେଷ୍ଟ ହାରିବା ପରେ ଉତ୍ତର ଦେଲେ ଗମ୍ଭୀର

November 26, 2025

ଅପରେସନ୍ ସିନ୍ଦୂର ପରେ ଜଳବିଦ୍ୟୁତ୍ ପ୍ରକଳ୍ପ ଉପରେ ପ୍ରଥମ ଆକ୍ରମଣ କଲା ପାକିସ୍ତାନ: ଭାରତ ଦେଲା କଡା ଜବାବ

November 26, 2025

ସୁନାର ଚମକ ଜାରି!: ଜାଣନ୍ତୁ ଆଜି କେତେ ମହଙ୍ଗା ହେଲା ସୁନା?

November 26, 2025

ବ୍ରିକ୍-ଆଇଏଲ୍ଏସରେ ଅନୁଷ୍ଠିତ ଅନ୍ତର୍ଜାତୀୟ ସମ୍ମିଳନୀ

November 26, 2025
Latest News

ପ୍ରତିବର୍ଷ ୧ ଲକ୍ଷ ସୈନିକଙ୍କୁ ଦିଆଯିବ ନିଯୁକ୍ତି!: ଜାଣନ୍ତୁ କେବେ ଆରମ୍ଭ ଏହି ପ୍ରକ୍ରିୟା?

November 26, 2025

ମୁଖ୍ୟ ପ୍ରଶିକ୍ଷକ ପଦବୀ ପାଇଁ ଆପଣ ଉପଯୁକ୍ତ ବ୍ୟକ୍ତି କି?: ଟେଷ୍ଟ ହାରିବା ପରେ ଉତ୍ତର ଦେଲେ ଗମ୍ଭୀର

November 26, 2025

ଅପରେସନ୍ ସିନ୍ଦୂର ପରେ ଜଳବିଦ୍ୟୁତ୍ ପ୍ରକଳ୍ପ ଉପରେ ପ୍ରଥମ ଆକ୍ରମଣ କଲା ପାକିସ୍ତାନ: ଭାରତ ଦେଲା କଡା ଜବାବ

November 26, 2025

ଟିମ୍ ଇଣ୍ଡିଆର ସବୁଠାରୁ ବଡ଼ ପରାଜୟ, ୪୦୮ ରନରେ ଜିତିଲା ଦକ୍ଷିଣ ଆଫ୍ରିକା

November 26, 2025

ସୁନାର ଚମକ ଜାରି!: ଜାଣନ୍ତୁ ଆଜି କେତେ ମହଙ୍ଗା ହେଲା ସୁନା?

November 26, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.