ସାମୟିକ ଭାବେ ବାତିଲ ହେଲା ରାହୁଲ ଗାନ୍ଧୀଙ୍କ ଟ୍ୱିଟର ଆକାଉଣ୍ଟ: ଜାଣନ୍ତୁ ଏହାକୁ ନେଇ କ’ଣ କହିଲା କଂଗ୍ରେସ

Published: Aug 7, 2021, 9:37 pm IST

ନୂଆଦିଲ୍ଲୀ: ରାହୁଲ ଗାନ୍ଧୀଙ୍କ ଟ୍ୱିଟର ଆକାଉଣ୍ଟକୁ ସାମୟିକ ଭାବେ ବାତିଲ କରାଯାଇଛି। ଏହାକୁ ପୁନଃ ସ୍ଥାପିତ କରିବା ପାଇଁ ଉପଯୁକ୍ତ ପଦ୍ଧତି ଅନୁସରଣ କରାଯାଉଛି। କିନ୍ତୁ ରାହୁଲ ଗାନ୍ଧୀ ଅନ୍ୟ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ମାଧ୍ୟମରେ ଲୋକଙ୍କ ସମ୍ପର୍କରେ ରହିବେ ଏବଂ ସାଧାରଣ ଲୋକଙ୍କ ପାଇଁ ସ୍ୱର ଉତ୍ତୋଳନ କରିବେ। କଂଗ୍ରେସ ଦଳ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି।

ବିଶେଷ ସୂତ୍ରରୁ ପ୍ରକାଶ ଯେ, ଦିଲ୍ଲୀରେ ହୋଇଥିବା ଦୁଷ୍କର୍ମ ଓ ହତ୍ୟା ମାମଲାର ନଅ ବର୍ଷର ପୀଡିତାଙ୍କ ପିତାମାତାଙ୍କ ସହ ସାକ୍ଷାତ ହେବାର ଚିତ୍ର ଟ୍ୱିଟରରେ ସେୟାର କରିଥିବାରୁ ରାହୁଲ ଗାନ୍ଧୀଙ୍କ ଆକାଉଣ୍ଟକୁ ବାତିଲ ରଖାଯାଇଛି। ଉଲ୍ଲେଖନୀୟ କଥା ହେଉଛି, ଶୁକ୍ରବାର ରାତିରେ ରାହୁଲ ଗାନ୍ଧୀଙ୍କ ଏହି ପୋଷ୍ଟକୁ ଟ୍ୱିଟର ହଟାଇ ଦେଇଥିବା ଜଣାପଡିଛି।

ନିକଟରେ, ଯେତେବେଳେ ରାହୁଲ ଗାନ୍ଧୀ ଏହି ଛବି ସାର୍ବଜନୀନ କରିଥିଲେ, ଏହା ପରେ ଜାତୀୟ ଶିଶୁ ସୁରକ୍ଷା ଅଧିକାର କମିଶନ ଅଭିଯୋଗ କରିଥିଲା। ଶିଶୁ ସୁରକ୍ଷା ଅଧିକାର କମିଶନ ଏକ ଚିଠି ମାଧ୍ୟମରେ ଟୁଇଟର ଏବଂ ଦିଲ୍ଲୀ ପୋଲିସକୁ ଏହି ମାମଲାରେ କାର୍ଯ୍ୟାନୁଷ୍ଠାନ ଦାଇ କରିଥିଲେ।

Related posts