Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»PIB_NEWS»ଆଜାଦୀ କା ଅମ୍ରିତ ମହୋତ୍ସବ ଉପଲକ୍ଷେ ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟରେ ଆରଓବି ପକ୍ଷରୁ ଶ୍ରଦ୍ଧାଞ୍ଜଳୀ
PIB_NEWS

ଆଜାଦୀ କା ଅମ୍ରିତ ମହୋତ୍ସବ ଉପଲକ୍ଷେ ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟରେ ଆରଓବି ପକ୍ଷରୁ ଶ୍ରଦ୍ଧାଞ୍ଜଳୀ

August 8, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link
ଆଜାଦୀ କା ଅମ୍ରିତ ମହୋତ୍ସବ ଉପଲକ୍ଷେ ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟରେ ଆରଓବି ପକ୍ଷରୁ ଶ୍ରଦ୍ଧାଞ୍ଜଳୀ

ଭୁବନେଶ୍ବର : ଦେଶ ସ୍ବାଧୀନତାର ୭୫ତମ ବର୍ଷ ପୂର୍ତ୍ତି ଉପଲକ୍ଷେ ଆୟୋଜିତ ହେଉଥିବା ଆଜାଦୀ କା ଅମ୍ରିତ ମହୋତ୍ସବ ଅଂଶବିଶେଷ ସ୍ବରୂପ ଭୁବନେଶ୍ବରସ୍ଥିତ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ଆଞ୍ଚଳିକ ଜନସମ୍ପର୍କ କାଯ୍ୟାଳୟ(ଆରଓବି) ପକ୍ଷରୁ ମହାନ ସ୍ବାଧୀନତା ସଂଗ୍ରାମୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ସ୍ମୃତି ଉଦ୍ଦେଶ୍ୟରେ ରବିବାର ଦିନ ଏକ ବିଶେଷ କାର‌୍ୟ୍ୟକ୍ରମ ଆୟୋଜିତ ହୋଇଯାଇଛି।

କଟକରେ ଅବସ୍ଥିତ ନେତାଜୀଙ୍କ ଜନ୍ମସ୍ଥାନ ଓ ସଂଗ୍ରହାଳୟ ଜାନକୀ ନାଥ ଭବନ ପରିସରରେ ଆୟୋଜିତ ଏହି ବିଶେଷ କାର‌୍ୟ୍ୟକ୍ରମରେ ବହୁ ବିଶିଷ୍ଟ ବ୍ୟକ୍ତି ଓ ବୁଦ୍ଧିଜୀବୀମାନେ ଅଂଶଗ୍ରହଣ କରିବା ସହିତ ପୁଷ୍ପମାଲ୍ୟ ଅର୍ପଣ କରି ନେତାଜୀଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। କାର‌୍ୟ୍ୟକ୍ରମରେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ପତ୍ର ସୂଚନା କାଯ୍ୟାଳୟ ଓ ଆରଓବି ଓଡ଼ିଶା କ୍ଷେତ୍ର ଅତିରିକ୍ତ ମହାନିର୍ଦ୍ଦେଶକ ଶ୍ରୀ ରାଜୀନ୍ଦର ଚୌଧୁରୀ ଅଂଶଗ୍ରହଣ କରି ସ୍ବାଧୀନତା ସଂଗ୍ରାମରେ ନେତାଜୀଙ୍କ ବଳିଷ୍ଠ ଯୋଗଦାନର ଅବତାରଣା କରିଥିଲେ।

ଏଥିସହିତ ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟ ପରିସରରେ ସେ ନେତାଜୀଙ୍କ ବାଲ୍ୟ ଜୀବନ ବିଷୟରେ ଅବଗତ ହୋଇଥିଲେ। କାଯ୍ୟକ୍ରମରେ ଲୋକସେବକ ମଣ୍ଡଳର ସମ୍ପାଦକ ଡ. ପ୍ରଭାସ ଆଚାର୍ଯ୍ୟ, ବରିଷ୍ଠ ସାମ୍ବାଦିକ ଡ. ସତ୍ୟ ରାୟ, ଆରଓବିର ନିର୍ଦ୍ଦେଶକ ଅଖିଳ ମିଶ୍ର, ସଂଗ୍ରହାଳୟର ସୁପରିଟେଣ୍ଡେଣ୍ଟ ଜେ ରାୟ ଏବଂ ଅନ୍ୟ ବିଶିଷ୍ଟ ଅତିଥିମାନେ ନେତାଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହିତ ସଂଗ୍ରହାଳୟ ବୁଲି ଦେଖିଥିଲେ।

PIB PIBOdisha ଆଜାଦୀ କା ଅମ୍ରିତ ମହୋତ୍ସବ
Share. Facebook Twitter LinkedIn Email WhatsApp Copy Link

Related Posts

ଇୟୁଜେନିକ୍ସ ହେୟାର ସାଇନ୍ସେସ ପକ୍ଷରୁ ଭୁବନେଶ୍ୱରରେ ବିଶ୍ୱସ୍ତରୀୟ ହେୟାର୍ ରିଷ୍ଟୋରେସନ୍ କ୍ଲିନିକର ଶୁଭାରମ୍ଭ

May 23, 2026

ସିିଜିମାଳି ବିସ୍ଥାପିତଙ୍କୁ ନ୍ୟାୟ ଦାବୀରେ ଯୁବ କଂଗ୍ରେସ ତରଫରୁ ପଦଯାତ୍ରା 

May 23, 2026

CII Odisha Chapter: ଓଡିଶାରେ ଅନୁଷ୍ଠିତ ହେବ ସିଆଇଆଇ ପୂର୍ବାଞ୍ଚଳ ପରିଷଦ ସମ୍ମିଳନୀ

May 23, 2026

କୋଲକାତାରେ ପହଞ୍ଚିଲେ ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ, ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିବେ, ଜାଣନ୍ତୁ ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ

May 23, 2026
Latest News

ଇୟୁଜେନିକ୍ସ ହେୟାର ସାଇନ୍ସେସ ପକ୍ଷରୁ ଭୁବନେଶ୍ୱରରେ ବିଶ୍ୱସ୍ତରୀୟ ହେୟାର୍ ରିଷ୍ଟୋରେସନ୍ କ୍ଲିନିକର ଶୁଭାରମ୍ଭ

May 23, 2026

ସିିଜିମାଳି ବିସ୍ଥାପିତଙ୍କୁ ନ୍ୟାୟ ଦାବୀରେ ଯୁବ କଂଗ୍ରେସ ତରଫରୁ ପଦଯାତ୍ରା 

May 23, 2026

ଏଥର ରଥଯାତ୍ରା ଶାନ୍ତିଶୃଙ୍ଖଳାର ସହ କରିବା ପାଇଁ ବସିଲା ଉଚ୍ଚ ସ୍ତରୀୟ ବୈଠକ

May 23, 2026

CII Odisha Chapter: ଓଡିଶାରେ ଅନୁଷ୍ଠିତ ହେବ ସିଆଇଆଇ ପୂର୍ବାଞ୍ଚଳ ପରିଷଦ ସମ୍ମିଳନୀ

May 23, 2026

କୋଲକାତାରେ ପହଞ୍ଚିଲେ ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ, ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିବେ, ଜାଣନ୍ତୁ ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ

May 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.