Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»୧୬ ନମ୍ବର ଜାତୀୟ ରାଜପଥରେ ଗୋମାଂସ ନେଇ ଯାଉଥିବା ଗାଡି ଜବତ
ଆଜିର ଖବର

୧୬ ନମ୍ବର ଜାତୀୟ ରାଜପଥରେ ଗୋମାଂସ ନେଇ ଯାଉଥିବା ଗାଡି ଜବତ

January 16, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link
୧୬ ନମ୍ବର ଜାତୀୟ ରାଜପଥରେ ଗୋମାଂସ ନେଇ ଯାଉଥିବା ଗାଡି ଜବତ

ଖୋର୍ଦ୍ଧା: କଲିକତାରୁ ଆନ୍ଧ୍ର ଅଭିମୁଖେ ଯାଉଥିବା ଏକ କଣ୍ଟନରରେ ଗୋମାଂସ ଚାଲାଣ ହେଉଥିବା ଖବରପାଇ ସ୍ଥାନୀୟ ବିଶ୍ବହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ଟିମ ୧୬ ନମ୍ବର ଜାତୀୟ ରାଜପଥ ଗ୍ରୀନ ଚିଲି ରେସ୍ତୋରା ନିକଟରେ ସମ୍ପୃକ୍ତ କଣ୍ଟେନରକୁ ଅଟକାଇ ଥିଲେ। ଏଥିରେ ଗୋମାଂସ ଚାଲାଣ ଥିବା ଜଣାପଡିବା ପରେ କଣ୍ଟେନରକୁ ଟାଉନ ଥାନା ଜିମା ଦେଇଥିଲେ।

ପୋଲିସ କଣ୍ଟେନର(ଏପି-୩୯-ୟୁ-୬୭୬୬ ) ଜବତ କରିବା ସହ ପଶ୍ଚିମବଙ୍ଗ ମାଲଦା ଜିଲା ହରିଶ୍ଚନ୍ଦ୍ରପୁର ଥାନା ଅନ୍ତର୍ଗତ ଭେଜପୁର ଗ୍ରାମର ହରୁନ ଅଲ୍ଲି(୩୫) ଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଜବତ ଗୋମାଂସ ୧୨ ଟନରୁ ଉର୍ଦ୍ଧ୍ବ ହେବ ବୋଲି ପୋଲିସ ସୂଚନା ଦେଇଛି। ଜବତ ଗୋମାଂସ ର କିଛି ଅଂଶକୁ ପ୍ରାଣୀଧନ ବିଭାଗ ନିକଟକୁ ପରୀକ୍ଷଣ ପାଇଁ ପଠାଇ ବଳକା ଗୋମାଂସ କୁ ନିକଟସ୍ଥ ଜଙ୍ଗଲରେ ପୋତିଛି ପୋଲିସ ।

ଏନେଇ ବଜରଙ୍ଗ ଦଳର କର୍ମୀ ରାଧାମୋହନ ପ୍ରଧାନଙ୍କ ଅଭିଯୋଗ କ୍ରମେ ଟାଉନ ଥାନାରେ ୭/୨୨ ରେ ଏକ ମାମଲା ରୁଜୁ ହୋଇଛି।  ପ୍ରକାଶ ଥାଉକି ୧୬ ନମ୍ବର ଜାତୀୟ ରାଜପଥ ଦେଇ କଲିକତା ଏବଂ ଆନ୍ଧ୍ର ଅଭିମୁଖେ ଦୈନିକ ଗୋମାଂସ ଚାଲାଣ କରାଯାଉଛି। କଣ୍ଟେନର ଭିତରେ ଚାଲାଣ ହେଉଥିବାରୁ ଅନେକ ସମୟରେ ଚାଲାଣକାରୀ ଖସି ଯାଉଥିବା ବେଳେ କିଛି କିଛି ଧରାପଡୁଛନ୍ତି।

ଗତ କିଛି ମାସ ତଳେ ଖୋର୍ଦ୍ଧା ନିକଟସ୍ଥ ତରତୁଆ, ଶରଧାପୁର ଏବଂ ଜଟଣୀ ଥାନା ବେଣାପଞ୍ଜୁରୀ ଅଞ୍ଚଳରୁ ପୋଲିସ ବିପୁଳ ପରିମାଣର ଗୋମାଂସ ଜବତ କରିଥିଲା। ତେବେ ଗୋମାଂସ ଚାଲାଣକାରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେବା ଲାଗି ଭିଏଚପି ଓ ବଜରଙ୍ଗ ଦଳ ଦାବି କରିଛନ୍ତି।

ଗୋମାଂସ
Share. Facebook Twitter LinkedIn Email WhatsApp Copy Link

Related Posts

ପାରାଦୀପ ବନ୍ଦରର ନୂଆ ରେକର୍ଡ: ଗୋଟିଏ ଦିନରେ ସର୍ବାଧିକ କୋଇଲା ଲୋଡିଂ

October 11, 2026

ଆସନ୍ତାକାଲି ସିଜେଆଇଙ୍କ ଦ୍ୱାରସ୍ଥ ହେବେ ବିରୋଧୀ

October 11, 2026

ତାମିଲନାଡ଼ୁରେ ବିଭିନ୍ନ ଭିତ୍ତିଭୂମି ପ୍ରକଳ୍ପର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

October 11, 2026

ଇମ୍ରାନ ଖାନଙ୍କ ବଢ଼ିଲା ସମସ୍ୟା: ଏଫଆଇଆର ଦାଖଲ କଲା ମୁମ୍ବାଇ ପୋଲିସ

October 11, 2026
Latest News

ଶସ୍ତା ହେବ କି ଡିଜେଲ?: ଅନ୍ତର୍ଜାତୀୟ ବଜାରରେ ହଇଚଇ ସୃଷ୍ଟି ରୁଷର ନୂତନ ନିଷ୍ପତ୍ତି

October 11, 2026

ପାରାଦୀପ ବନ୍ଦରର ନୂଆ ରେକର୍ଡ: ଗୋଟିଏ ଦିନରେ ସର୍ବାଧିକ କୋଇଲା ଲୋଡିଂ

October 11, 2026

ଆସନ୍ତାକାଲି ସିଜେଆଇଙ୍କ ଦ୍ୱାରସ୍ଥ ହେବେ ବିରୋଧୀ

October 11, 2026

ତାମିଲନାଡ଼ୁରେ ବିଭିନ୍ନ ଭିତ୍ତିଭୂମି ପ୍ରକଳ୍ପର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

October 11, 2026

ଇମ୍ରାନ ଖାନଙ୍କ ବଢ଼ିଲା ସମସ୍ୟା: ଏଫଆଇଆର ଦାଖଲ କଲା ମୁମ୍ବାଇ ପୋଲିସ

October 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.