Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କାର୍ଯ୍ୟରୁ ଅବସର ନେଲେ ଖୋର୍ଦ୍ଧା ଜିଲ୍ଲା ଆରକ୍ଷୀ ଅଧିକ୍ଷକ, କରିଛନ୍ତି ଅନେକ ଉଲ୍ଲେଖନୀୟ କାର୍ଯ୍ୟ
ଆଜିର ଖବର

କାର୍ଯ୍ୟରୁ ଅବସର ନେଲେ ଖୋର୍ଦ୍ଧା ଜିଲ୍ଲା ଆରକ୍ଷୀ ଅଧିକ୍ଷକ, କରିଛନ୍ତି ଅନେକ ଉଲ୍ଲେଖନୀୟ କାର୍ଯ୍ୟ

January 31, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରାଜକିଶୋର ଦୋରା ଆଜି କାର୍ଯ୍ୟରୁ ଅବସର ଗ୍ରହଣ କରିଛନ୍ତି। ଜଣେ ନିର୍ଭିକ, ସ୍ପଷ୍ଟବାଦୀ ଏବଂ ସଚ୍ଚାଟ ଅଧିକାରୀ ଭାବେ ଶ୍ରୀ ଦୋରା ଜିଲ୍ଲାରେ ଛାପ ଛାଡି ଚାଲି ଯାଇଛନ୍ତି। ପୂର୍ବରୁ ବହୁ ଏସପି ଖୋର୍ଦ୍ଧାକୁ ଆସିଥିଲେ ମଧ୍ୟ ଶ୍ରୀ ଦୋରାଙ୍କ କାର୍ଯ୍ୟକାଳ ସମୟରେ ଏକାଧିକ ସଫଳତା ହାସଲ କରିପାରିଛି ଖୋର୍ଦ୍ଧା ଜିଲ୍ଲା ପୋଲିସ।

ଗତବର୍ଷ ଫେବୃଆରୀ ୧୦ ତାରିଖରେ ଜିଲ୍ଲା ଅଧିକ୍ଷକ ଭାବେ ଦାଇତ୍ୱ ଗ୍ରହଣ କରିବା ଦିନଠାରୁ ଜିଲ୍ଲାକୁ କିପରି ଅପରାଧ ମୁକ୍ତ କରାଯିବ ସେ ନେଇ ଏକାଧିକ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିଲେ ଶ୍ରୀ ଦୋରା। ମାତ୍ର ଏଗାର ମାସର କାର୍ଯ୍ୟକାଳ ମଧ୍ୟରେ ଆଶାତିତ ସଫଳତା ପାଇଛି ଖୋର୍ଦ୍ଧା ଜିଲ୍ଲା ପୋଲିସ। ବିଶେଷକରି ଅପରାଧୀମାନଙ୍କୁ ସହାନୁଭୂତି ନଦେଖାଇ ଦୃଢ଼ହସ୍ତରେ ଦମନ କରିବାରେ ବେଶ ସଫଳ ସାବ୍ୟସ୍ତ ହୋଇପାରିଛନ୍ତି ଏସପି ଶ୍ରୀ ଦୋରା।

ଜିଲ୍ଲାରେ ବ୍ରାଉନ ସୁଗାର କାରବାର ଉପରେ ପ୍ରହାର ହେଉ ଅବା ନିଶା ବେପାରୀଙ୍କ ବିରୁଦ୍ଧରେ ଆର୍ଥିକ ଅନୁସନ୍ଧାନ କରି କୋଟିଏରୁ ଉର୍ଦ୍ଧ୍ଵ ଟଙ୍କାର ସମ୍ପତ୍ତି ବ୍ୟାଜ୍ୟାପ୍ତ ହେଉ ଏପରି ଏକାଧିକ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ଶ୍ରୀ ଦୋରା। ଅନୁରୂପ ଭାବେ ଜିଲ୍ଲାରେ ଚୋରା ଗୋ ଚାଲାଣକୁ ଲଗାମ, ବେଆଇନ ଖଣି ବେପାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ, ହାଇୱେ ଲୁଟ, ଛୀନତାଇ ଏବଂ ସାଇବର ଅପରାଧକୁ କମ କରିବା ଦିଗରେ ଉଲ୍ଲେଖନୀୟ କାର୍ଯ୍ୟ କରିଛନ୍ତି ଶ୍ରୀ ଦୋରା।

ଏସପିଙ୍କ ତତ୍ୱାବଧାନରେ ଜିଲ୍ଲାର ଗୁରୁତ୍ୱପୂର୍ଣ୍ଣ ଥାନା ଯଥା ବାଣପୁର, ଟାଙ୍ଗୀ ଏବଂ ଟାଉନ ଥାନାର ଏକାଧିକ ଜଟିଳ ଅପରାଧିକ ମାମଲା ଗୁଡ଼ିକର ସଠିକ ତଦନ୍ତ ହେବା ସହ ଅପରାଧୀଙ୍କୁ ଧରିବାରେ ସଫଳ ହୋଇପାରିଛି ଜିଲ୍ଲା ପୋଲିସ।

ସେହିପରି ଭାବେ ବାଲୁଗାଁ, ନିରାକାରପୁର, ଜଙ୍କିଆ, ବୋଲଗଡ଼, ବାଘମାରି, ବେଗୁନିଆ ଓ ସଦର ଥାନାର ମଧ୍ୟ ବିଭିନ୍ନ ଅପରାଧିକ ମାମଲା ସହ ଅନ୍ୟାନ୍ୟ ଜଟିଳ ମାମଲା ଗୁଡିକର ସମାଧାନ ଦିଗରେ ଜିଲ୍ଲା ପୋଲିସ ଉଲ୍ଲେଖନୀୟ ସଫଳତା ହାସିଲ କରିଛି।

ଜିଲ୍ଲାରେ ଅନବରତ ରାଜନୈତିକ ତିକ୍ତତା ଲାଗିରହିଥିଲେ ସୁଦ୍ଧା ଆଇନ ଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣ କରିବାରେ ସଫଳ ହୋଇପାରିଛନ୍ତି ଶ୍ରୀ ଦୋରା। ବିଶେଷ କରି ଜିଲ୍ଲାରେ ଏସପିଙ୍କ ତତ୍ୱାବଧାନରେ ସଫଳ କୋଭିଡ ପରିଚାଳନା ନିମନ୍ତେ ଏକାଧିକ ପୋଲିସ ଅଧିକାରୀ ଡ଼ିଜିପିଙ୍କ ଠାରୁ ପ୍ରଶଂସାପତ୍ର ମଧ୍ୟ ପାଇଛନ୍ତି।

ଆଜି ସେ କାର୍ଯ୍ୟରୁ ଅବସର ଗ୍ରହଣ କରିଥିବା ବେଳେ ଜିଲ୍ଲାର ସମସ୍ତ ପୋଲିସ ଅଧିକାରୀ, ବୁଦ୍ଧିଜୀବୀ, ସାମ୍ବାଦିକ ଏବଂ ଅନ୍ୟାନ୍ୟ ସରକାରି କର୍ମଚାରୀମାନେ ତାଙ୍କୁ ଅବସର ଦେବା ସହ ଇଶ୍ୱରଙ୍କ ନିକଟରେ ତାଙ୍କର ଦୀର୍ଘାୟୁ କାମନା କରିଛନ୍ତି।

ଉଲ୍ଲେଖ ଯୋଗ୍ୟ ଯେ, ଶ୍ରୀ ଦୋରା ଦକ୍ଷ ପୋଲିସ ଅଧିକାରୀ ଭାବେ ସାରା ରାଜ୍ୟରେ ବେଶ୍ ଜଣାଶୁଣା। ଖୋର୍ଦ୍ଧା ଜିଲ୍ଲା ପୂର୍ବରୁ ଶ୍ରୀ ଦୋରା କ୍ରାଇମବ୍ରାଞ୍ଚ ଏସପି ଭାବେ ଅବସ୍ଥାପିତ ହୋଇଥିଲେ।

ଉଲ୍ଲେଖନୀୟ କାର୍ଯ୍ୟ ଖୋର୍ଦ୍ଧା ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରାଜକିଶୋର ଦୋରା
Share. Facebook Twitter LinkedIn Email WhatsApp Copy Link

Related Posts

ପେଟ୍ରୋଲ ଦର ହାଇଦ୍ରାବାଦରେ ସର୍ବାଧିକ ଏବଂ ଦିଲ୍ଲୀରେ ସର୍ବନିମ୍ନ। ରାଜ୍ୟ ମଧ୍ୟରେ ଦର କାହିଁକି ଭିନ୍ନ

May 24, 2026

ଏଫଆଇଜି ତାସକେଣ୍ଟ ବିଶ୍ୱ ଚ୍ୟାଲେଞ୍ଜ କପ: ପ୍ରଣତି ନାୟକଙ୍କୁ ରୌପ୍ୟ ପଦକ

May 24, 2026

ଆଥଲେଟିକ୍ସ ଫେଡେରେସନ କପରେ ଓଡ଼ିଶାର ଆନିମେଶ କୁଜୁରଙ୍କ ସଫଳତା: ଉପ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା

May 24, 2026

‘ଦି ଭଏସ୍: କନକ୍ଲେଭ୍ ଅଫ୍ ଆଇଡିଆଜ୍’ ସମ୍ମିଳନୀର ଉଦ୍ଘାଟନୀ ଅଧିବେଶନରେ ଯୋଗ ଦେଲେ ଉପମୁଖ୍ୟମନ୍ତ୍ରୀ

May 24, 2026
Latest News

ଦେଶରେ ୧୦୦ ଅତ୍ୟାଧୁନିକ ଶିଳ୍ପ ପାର୍କ ସ୍ଥାପନ ହେବ

May 24, 2026

ବରିଷ୍ଠ ନାଗରିକ FD ହାର: କେଉଁ ବ୍ୟାଙ୍କ କେତେ ରିଟର୍ଣ୍ଣ ପ୍ରଦାନ କରୁଛନ୍ତି, ଦେଖନ୍ତୁ

May 24, 2026

ଏବେ ପ୍ରକୃତ ଲଢ଼େଇ ହିନ୍ଦୁ ଏବଂ ମୁସଲିମ ମଧ୍ୟରେ ନୁହେଁ, ଧନୀ ଏବଂ ଗରିବ ପ୍ରସଙ୍ଗରେ ହେବ – ରାହୁଲ ଗାନ୍ଧୀ

May 24, 2026

ପେଟ୍ରୋଲ ଦର ହାଇଦ୍ରାବାଦରେ ସର୍ବାଧିକ ଏବଂ ଦିଲ୍ଲୀରେ ସର୍ବନିମ୍ନ। ରାଜ୍ୟ ମଧ୍ୟରେ ଦର କାହିଁକି ଭିନ୍ନ

May 24, 2026

ନୌତପା ସମୟରେ ନିଜର ଧ୍ୟାନ କିପରି ରଖିବେ, ଜାଣନ୍ତୁ

May 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.