Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆଜି ଦୁଲୁକିବ ଭୁବନେଶ୍ବର, ମୁହାଁମୁହିଁ ହେବେ ନବୀନ ଆଉ ନଡ୍ଡା, ମଇଦାନ ପ୍ରସ୍ତୁତ
ଆଜିର ଖବର

ଆଜି ଦୁଲୁକିବ ଭୁବନେଶ୍ବର, ମୁହାଁମୁହିଁ ହେବେ ନବୀନ ଆଉ ନଡ୍ଡା, ମଇଦାନ ପ୍ରସ୍ତୁତ

September 29, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link
ଆଜି ଦୁଲୁକିବ ଭୁବନେଶ୍ବର, ମୁହାଁମୁହିଁ ହେବେ ନବୀନ ଆଉ ନଡ୍ଡା, ମଇଦାନ ପ୍ରସ୍ତୁତ

ଭୁବନେଶ୍ବର: ଆଜି ଓଡିଶା ରାଜନୀତିରେ ସୃଷ୍ଟି ହେବ କମ୍ପନ। ସାଧାରଣ ନିର୍ବାଚନ ତଥା ଓଡିଶା ବିଧାନସଭା ନିର୍ବାଚନ ପାଖେଇ ଆସୁଥିବାରୁ ରାଜ୍ୟ ରାଜନୀତିରେ ତାତିବାରେ ଲାଗିଛି। ହେଲେ ଆଜି ଏହି ତାତି ବେଶ ଅଧିକ ଅନୁଭୂତ ହେବ। କାରଣ ଆଜି ଉଭୟ ବିଜେଡି ଓ ବିଜେପି ମୁହାଁମୁହିଁ ହେବେ। ଗୋଟିଏ ପଟେ ନବୀନ ପଟ୍ଟନାୟକ ଅନ୍ୟପଟେ ଜେପି ନଡ୍ଡାଙ୍କ ସମାବେଶ ରାଜନୀତି ପାଣିପାଗରେ ଲଘୁଚାପ ସୃଷ୍ଟି କରିବ।

ଆଜି ବିଜେଡି ବରମୁଣ୍ଡ ପଡିଆରେ ବିରାଟ ବୈଠକ କରୁଛି। ଯେଉଁଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେବେ। ଏଥିରେ ସମସ୍ତ ବିଧାୟକ ସାଂସଦ, ଛାମୁଆ ସଂଗଠନର ମୁଖିଆ ଏବଂ ଅନ୍ୟ ନିର୍ବାଚିତ ପ୍ରତିନିଧି ଯୋଗଦେବେ। ଏହି ବୈଠକ ଦୁଇ ଦିନ ଧରି ଚାଲିବ। ସେଥିପାଇଁ ବରମୁଣ୍ଡା ପଡିଆକୁ ସଜେଇ ଦିଆଯାଇଛି। ନବୀନ ନିବାସରୁ ବରମୁଣ୍ଡା ଏବଂ ରାଜଧାନୀର ଗଳିକନ୍ଦିରେ ଉଡୁଛି ବିଜେଡି ପତାକା।

ସେହିପରି ଆଜି ବିଜେପି ମଧ୍ୟ ଭୁବନେଶ୍ବରର ଜନତା ମଇଦାନରେ ଅନୁରୂପ ମହାସମାବେଶର ଆୟୋଜନ କରିଛି। ସେହି ସଭାରେ ଯୋଗଦେବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ଏଥିପାଇଁ ବିଜେପି ତରଫରୁ ବହୁ ଆଡମ୍ବର କରାଯାଇଛି। ସେଠାରେ ଦଳର ନେତାମାନଙ୍କୁ ନିଜର ଅଭିଭାଷଣ ପ୍ରଦାନ କରିବେ। ଏହାପରେ ସେ ଦଳୀୟ କାର୍ଯ୍ୟାଳୟକୁ ଆସି ଦଳର ପ୍ରମୁଖ ନେତାମାନଙ୍କ ସହିତ ଆଲୋଚନା କରିବେ।

ଏଥିରୁ ସ୍ପଷ୍ଟ ହେଲାଣି ଯେ, ବର୍ତ୍ତମାନ ଓଡିଶାର ସମସ୍ତ ରାଜନୈତିକ ଦଳ ନିର୍ବାଚନକୁ ଦୃଷ୍ଟିରେ ରଖି ସେମାନଙ୍କ ପ୍ରଚାର ଆରମ୍ଭ କରିବାକୁ ଯୋଜନା କରିସାରିଲେଣି। ଗୁରୁବାର ଦିନ ଏହାର ପୂର୍ଣ୍ଣାଙ୍ଗ ରୂପ ନେବ ବୋଲି ଜଣାପଡିସାରିଲାଣି।

ନବୀନ ପଟ୍ଟନାୟକ ବିଜେଡି ବିଜେଡି ବିଜେପି ମୁହାଁମୁହିଁ ବିଜେପି
Share. Facebook Twitter LinkedIn Email WhatsApp Copy Link

Related Posts

ଇୟୁଜେନିକ୍ସ ହେୟାର ସାଇନ୍ସେସ ପକ୍ଷରୁ ଭୁବନେଶ୍ୱରରେ ବିଶ୍ୱସ୍ତରୀୟ ହେୟାର୍ ରିଷ୍ଟୋରେସନ୍ କ୍ଲିନିକର ଶୁଭାରମ୍ଭ

May 23, 2026

ସିିଜିମାଳି ବିସ୍ଥାପିତଙ୍କୁ ନ୍ୟାୟ ଦାବୀରେ ଯୁବ କଂଗ୍ରେସ ତରଫରୁ ପଦଯାତ୍ରା 

May 23, 2026

ଏଥର ରଥଯାତ୍ରା ଶାନ୍ତିଶୃଙ୍ଖଳାର ସହ କରିବା ପାଇଁ ବସିଲା ଉଚ୍ଚ ସ୍ତରୀୟ ବୈଠକ

May 23, 2026

CII Odisha Chapter: ଓଡିଶାରେ ଅନୁଷ୍ଠିତ ହେବ ସିଆଇଆଇ ପୂର୍ବାଞ୍ଚଳ ପରିଷଦ ସମ୍ମିଳନୀ

May 23, 2026
Latest News

ଇୟୁଜେନିକ୍ସ ହେୟାର ସାଇନ୍ସେସ ପକ୍ଷରୁ ଭୁବନେଶ୍ୱରରେ ବିଶ୍ୱସ୍ତରୀୟ ହେୟାର୍ ରିଷ୍ଟୋରେସନ୍ କ୍ଲିନିକର ଶୁଭାରମ୍ଭ

May 23, 2026

ସିିଜିମାଳି ବିସ୍ଥାପିତଙ୍କୁ ନ୍ୟାୟ ଦାବୀରେ ଯୁବ କଂଗ୍ରେସ ତରଫରୁ ପଦଯାତ୍ରା 

May 23, 2026

ଏଥର ରଥଯାତ୍ରା ଶାନ୍ତିଶୃଙ୍ଖଳାର ସହ କରିବା ପାଇଁ ବସିଲା ଉଚ୍ଚ ସ୍ତରୀୟ ବୈଠକ

May 23, 2026

CII Odisha Chapter: ଓଡିଶାରେ ଅନୁଷ୍ଠିତ ହେବ ସିଆଇଆଇ ପୂର୍ବାଞ୍ଚଳ ପରିଷଦ ସମ୍ମିଳନୀ

May 23, 2026

କୋଲକାତାରେ ପହଞ୍ଚିଲେ ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ, ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିବେ, ଜାଣନ୍ତୁ ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ

May 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.